10.10.21    Avyakt Bapdada     Odia Murli     11.08.88     Om Shanti     Madhuban


ସଫଳତାର ଚୁମ୍ବକ - ମିଶିବା ଏବଂ ପରିବର୍ତ୍ତନ ହେବା


ସ୍ନେହର ସାଗର ଭିତରେ ସମସ୍ତଙ୍କର ସ୍ନେହ ସମାହିତ ହୋଇଗଲା । ଏହିଭଳି ସର୍ବଦା ସ୍ନେହରେ ସମାହିତ ହୋଇ ଅନ୍ୟମାନଙ୍କୁ ମଧ୍ୟ ସ୍ନେହର ଅନୁଭବ କରାଇଚାଲ । ବାପଦାଦା ସବୁ ପିଲାଙ୍କର ଏକାଭଳି ବିଚାର ମିଳନର ସମ୍ମିଳନୀକୁ ଦେଖି ହର୍ଷିତ ହେଉଛନ୍ତି । ଉଡ଼ି ଉଡ଼ି ଆସୁଥିବା ପିଲାମାନଙ୍କୁ ସର୍ବଦା ଉଡ଼ିବାର କଳାରେ ରହିବାର ବରଦାନ ସ୍ୱତଃ ହିଁ ପ୍ରାପ୍ତ ହେବାକୁ ଲାଗିବ । ବାପଦାଦା ମିଳନ କରିବା ପାଇଁ ଆସିଥିବା ପିଲାମାନଙ୍କର ଉମଙ୍ଗ-ଉତ୍ସାହକୁ ଦେଖି ସମସ୍ତଙ୍କ ଉପରେ ସ୍ନେହର ପୁଷ୍ପ ବର୍ଷା କରୁଛନ୍ତି । ବର୍ତ୍ତମାନ ସମାନ ସଂକଳ୍ପର ମିଳନ ଏବଂ ଆଗକୁ ବାବାଙ୍କ ସମାନ ସଂସ୍କାରର ମିଳନ - ଏହିଭଳି ମିଳନ ହିଁ ବାବାଙ୍କ ସହିତ ମିଳନ କରିବା ଅଟେ । ଏହା ହିଁ ହେଉଛି ବାବାଙ୍କ ସମାନ ହେବା । ସଂକଳ୍ପର ମିଳନ ଏବଂ ସଂସ୍କାରର ମିଳନ - ଏହିଭଳି ମିଳନ କରିବା ହିଁ ନିର୍ମାଣଚିତ୍ତ ହୋଇ ନିମିତ୍ତ ହେବା । ଏବେ ଧୀରେ ଧୀରେ ନିକଟକୁ ଆସିବାରେ ଲାଗିଛ ଏବଂ ଶେଷରେ ଆସି ହିଁ ଯିବ । ସେବାର ସଫଳତାର ଲକ୍ଷଣ ଗୁଡ଼ିକକୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ସଦାକାଳର ସ୍ନେହୀ ହୋଇ ସାରା ବିଶ୍ୱରେ ସ୍ନେହର ତରଙ୍ଗ ବିଚ୍ଛୁରିତ କରିବା ଉଦ୍ଦେଶ୍ୟରେ ହିଁ ସ୍ନେହ ମିଳନ କରିବା ପାଇଁ ଆସିଛ । କିନ୍ତୁ ପ୍ରତ୍ୟେକ କଥାରେ ଦାନ ପୂଣ୍ୟର କାର୍ଯ୍ୟ ସର୍ବଦା ନିଜ ଘରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ପ୍ରଥମେ ସ୍ୱ ଅର୍ଥାତ୍ ନିଜେ ହିଁ ହେଉଛ ନିଜର ସବୁଠାରୁ ପ୍ରିୟ ଘର । ତେଣୁ ପ୍ରଥମେ ନିଜଠାରୁ ଆରମ୍ଭ କର ତା ପରେ ବ୍ରାହ୍ମଣ ପରିବାରଠାରୁ, ତା ପରେ ବିଶ୍ୱଠାରୁ । ପ୍ରତ୍ୟେକ ସଂକଳ୍ପରେ ସ୍ନେହ, ନିଃସ୍ୱାର୍ଥ ଏବଂ ସଚ୍ଚା ସ୍ନେହ, ହାର୍ଦ୍ଦିକ ସ୍ନେହ, ପ୍ରତ୍ୟେକ ସଂକଳ୍ପରେ ସହାନୁଭୂତି, ପ୍ରତ୍ୟେକ ସଂକଳ୍ପରେ ଦୟାଶୀଳ ଏବଂ ଦାତା ପଣିଆର ସଂସ୍କାର ସ୍ୱାଭାବିକ ହୋଇଯାଉ - ଏହା ହିଁ ହେଉଛି ସ୍ନେହ ମିଳନ, ସଂକଳ୍ପର ମିଳନ, ବିଚାରର ମିଳନ ଏବଂ ସଂସ୍କାରର ମିଳନ । ସମସ୍ତଙ୍କର ସହଯୋଗ ଦ୍ୱାରା ହେଉଥିବା କାର୍ଯ୍ୟ କରିବା ପୂର୍ବରୁ ସର୍ବଦା ସର୍ବଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କର ସହଯୋଗ ସହଜରେ ଏବଂ ସ୍ୱତଃ ଭାବରେ ବିଶ୍ୱକୁ ସହଯୋଗୀ କରିଦିଏ ସେଥିପାଇଁ ହିଁ ସଫଳତା ନିକଟକୁ ଆସିବାରେ ଲାଗିଛି । ମିଶିଯିବା ଏବଂ ଢାଞ୍ଚାରେ ପଡିଯିବା ଅର୍ଥାତ୍ ପରିବର୍ତ୍ତନ ହେବା - ଏହା ହିଁ ହେଉଛି ସଫଳତାର ଚୁମ୍ବକ । ଏହି ଚୁମ୍ବକ ନିକଟକୁ ସବୁ ଆତ୍ମାମାନେ ବହୁତ ସହଜରେ ଆକର୍ଷିତ ହୋଇ ତୁରନ୍ତ ଆସିଯିବେ ।

ମିଟିଙ୍ଗ୍‌ରେ ଭାଗ ନେବା ପାଇଁ ଆସିଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ସ୍ନେହ ଭରା ଅଭିନନ୍ଦନ ଦେଉଛନ୍ତି । ନିକଟରେ ତ ଅଛନ୍ତି ଏବଂ ସର୍ବଦା ନିକଟରେ ରହିବେ । କେବଳ ବାବାଙ୍କର ନିକଟବର୍ତ୍ତୀ ନୁହନ୍ତି କିନ୍ତୁ ପରସ୍ପର ମଧ୍ୟରେ ନିକଟବର୍ତ୍ତୀ ଥିବାର ଦୃଶ୍ୟ ମଧ୍ୟ ବାପଦାଦାଙ୍କୁ ଦେଖାଇଛନ୍ତି । ସାରା ବିଶ୍ୱକୁ ଏହି ଦୃଶ୍ୟ ଦେଖାଇବା ପୂର୍ବରୁ ହିଁ ବାପଦାଦା ଦେଖିଛନ୍ତି । ଯେଉଁମାନେ ଭବିଷ୍ୟତରେ ଆସିବେ ସେମାନେ ତୁମମାନଙ୍କର କର୍ମକୁ ଦେଖି - ସେମାନଙ୍କୁ କେଉଁ କର୍ମ କରିବାର ଅଛି ବା କିଭଳି ହେବାର ଅଛି ତାହା ସହଜରେ ବୁଝି ପାରିବେ । ତେଣୁ ତୁମମାନଙ୍କର କର୍ମ ହିଁ ଭବିଷ୍ୟତ ଯୋଜନାର ରୂପରେଖା ଅଟେ ।

ଭଲ ଭଲ ଯୋଜନା ସବୁ ପ୍ରସ୍ତୁତ କରିଛ । ପୂର୍ବରୁ ମଧ୍ୟ ଯେପରି ଏହି କାର୍ଯ୍ୟ ଆରମ୍ଭ ହେବା ସମୟରେ ବାପଦାଦା ବିଭିନ୍ନ ବର୍ଗର ଆତ୍ମାମାନଙ୍କର ସେବା କରିବା ପାଇଁ ବିଶେଷ ଭାବରେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି, ତେବେ ସେହିଭଳି ଲକ୍ଷ୍ୟ ନିଶ୍ଚିତ ରଖ ଯେ ଏହି ମହାନ୍ କାର୍ଯ୍ୟରେ କୌଣସି ବି ବର୍ଗ ବଞ୍ଚିତ ନ ରହୁ । ହୁଏତ ସମୟ ଅନୁସାରେ ଅଧିକ ଆତ୍ମାଙ୍କୁ ପ୍ରସ୍ତୁତ ନ କରିପାର କିନ୍ତୁ ଲକ୍ଷ୍ୟ ନିଶ୍ଚିତ ରଖ ଯେ ସବୁ ବର୍ଗର ଆତ୍ମାମାନଙ୍କର ନମୂନା ନିଶ୍ଚିତ ପ୍ରସ୍ତୁତ କରିବୁ । ବାକି ଆଗକୁ ଗଲେ ଏହାକୁ ଆହୁରି ଅଧିକ ବଢ଼ାଇ ଚାଲିବ । ତେଣୁ ସମୟ ଅନୁସାରେ କରିଚାଲ । କିନ୍ତୁ ସମାପ୍ତିକୁ ନିକଟକୁ ଆଣିବାକୁ ହେଲେ ସମସ୍ତଙ୍କର ସହଯୋଗ ନିଶ୍ଚିତ ଆବଶ୍ୟକ । ହେଲେ ଏତେ ବଡ଼ ଦୁନିଆର ସବୁ ଆତ୍ମାମାନଙ୍କୁ ତ ଗୋଟିଏ ସମୟରେ ସମ୍ପର୍କରେ ଆଣିପାରିବ ନାହିଁ ସେଥିପାଇଁ ତୁମେ ଦୃଢ଼ତା ପୂର୍ବକ କହିପାରିବ ଯେ ଆମେ ସର୍ବ ଆତ୍ମାଙ୍କୁ ସବୁ ବର୍ଗ ଆଧାରରେ ସହଯୋଗୀ କରିଛୁ, ତେଣୁ ଏହି ଲକ୍ଷ୍ୟ ସମସ୍ତଙ୍କର କାରଣକୁ ଅର୍ଥାତ୍ ବାହାନାକୁ ସମାପ୍ତ କରିଦେବ । କେହି ବି ବର୍ଗ ଯେପରି ଅଭିଯୋଗ ନ କରିବେ ଯେ ଆମକୁ ତ ଜଣାନାହିଁ ତୁମେମାନେ କଣ ସବୁ କରୁଛ? ସେଥିପାଇଁ ସମସ୍ତଙ୍କ ଭିତରେ ମଞ୍ଜି ପୋତି ଦିଅ । ବାକି ଯେତିକି ସମୟ ମିଳିବ, ଯେପରି କରିପାରିବ ସେହି ଅନୁସାରେ ବୃଦ୍ଧି କରାଇପାରିବ । ଏଥିରେ ଚିନ୍ତିତ ହୁଅ ନାହିଁ ଯେ କିପରି କରିବୁ, କେତେ କରିବୁ? ଯେତିକି ହେବାର ଅଛି ସେତିକି ନିଶ୍ଚିତ ହେବ । ଯେତିକି କରିଛ ସେତିକି ସଫଳତାର ନିକଟକୁ ମଧ୍ୟ ଆସିଛ । ନମୂନା ତ ପ୍ରସ୍ତୁତ କରିପାରିବ ନା?

ବାକି ଭାରତ ସରକାରଙ୍କୁ ସମ୍ପର୍କରେ ଆଣିବାର ଯେଉଁ ସଂକଳ୍ପ କରିଛ, ତାହା ମଧ୍ୟ ସମୟ ହିଁ ସମସ୍ତଙ୍କର ବୁଦ୍ଧିକୁ ପାଖାପାଖି କରିଦେଉଛି ସେଥିପାଇଁ ସବୁ ବ୍ରାହ୍ମଣ ଆତ୍ମାମାନେ ଏହି ବିଶେଷ କାର୍ଯ୍ୟ ପାଇଁ ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ବିଶେଷ ଭାବରେ ଏହି ଶୁଦ୍ଧ ସଂକଳ୍ପ ରଖ ଯେ ସଫଳତା ନିଶ୍ଚିତ ମିଳିବ - ଏହିଭଳି ଶୁଦ୍ଧ ସଂକଳ୍ପ କରିବା ଆଧାରରେ ଏବଂ ବାବାଙ୍କ ସମାନ ବିଚାର ଉତ୍ପନ୍ନ କରିବା ଆଧାରରେ ଏବଂ ସମସ୍ତଙ୍କ ସହିତ ବିଚାରର ମିଳନ ଆଧାରରେ ତଥା ବିଜୟର ନିଶ୍ଚୟର ଦୃଢ଼ତା ଆଧାରରେ ଆଗକୁ ଆଗକୁ ବଢ଼ିଚାଲ । କିନ୍ତୁ ଯେତେବେଳେ କୌଣସି ବଡ଼ କାର୍ଯ୍ୟ କରାଯାଏ ସେତେବେଳେ ପ୍ରଥମେ, ଯେପରି ସ୍ଥୂଳ ରୂପରେ ତୁମେମାନେ ଦେଖିଛ - ଯଦି କୌଣସି ବୋଝ ଉଠାଇବାର ଥିବ ତେବେ କଣ କରନ୍ତି? ସମସ୍ତେ ମିଶି ଆଙ୍ଗୁଳି ଲଗାନ୍ତି । ପରସ୍ପରକୁ ଉତ୍ସାହିତ କରିବା ଭଳି କଥା କୁହନ୍ତି, ଦେଖିଛ ନା! ସେହିପରି ହୁଏତ ନିମିତ୍ତ କେହି ବି ହୋଇପାରେ କିନ୍ତୁ ସର୍ବଦା ଏହି ବିଶେଷ କାର୍ଯ୍ୟ ପାଇଁ ସମସ୍ତଙ୍କର ସ୍ନେହ, ସମସ୍ତଙ୍କର ସହଯୋଗ, ସମସ୍ତଙ୍କର ଶକ୍ତିଶାଳୀ ଉମଙ୍ଗ-ଉତ୍ସାହର ତରଙ୍ଗ ଶୋଇ ରହିଥିବା କୁମ୍ଭକର୍ଣ୍ଣମାନଙ୍କୁ ନିଦରୁ ଉଠାଇ ଦେବ । ଏହି ବିଶେଷ କାର୍ଯ୍ୟ ପାଇଁ ଏହି ଭଳି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ । ବିଶେଷ କରି ସ୍ୱ ଅର୍ଥାତ୍ ନିଜର, ସର୍ବ ବ୍ରାହ୍ମଣମାନଙ୍କର ଏବଂ ବିଶ୍ୱର ଆତ୍ମାମାନଙ୍କର ସହଯୋଗ ନେବା ହିଁ ସଫଳତାର ଆଧାର ଅଟେ । ଏହା ଭିତରେ ଯଦି ଟିକିଏ ବି ଅନ୍ତର ରହିଯିବ ତେବେ ତାହା ସଫଳତାରେ ଅନ୍ତର ପଡ଼ିବାର ନିମିତ୍ତ ହୋଇଯିବ ସେଥିପାଇଁ ବାପଦାଦା ପିଲାମାନଙ୍କର ସାହସଯୁକ୍ତ କଥା ଶୁଣି ସେହି ସମୟରେ ହର୍ଷିତ ମଧ୍ୟ ହେଉଥିଲେ ଏବଂ ବିଶେଷ ଭାବରେ ସଙ୍ଗଠନ ପ୍ରତି ସ୍ନେହଥିବା କାରଣରୁ ସ୍ନେହର ପ୍ରତିଦାନ ଦେବା ପାଇଁ ମଧ୍ୟ ଆସିଛନ୍ତି । ଏବେ ମଧ୍ୟ ବହୁତ ଭଲ ଅଟ ଏବଂ ପୂର୍ବରୁ ମଧ୍ୟ ଅନେକ ଥର ଭଲରୁ ଭଲ ହୋଇଛ ଏବଂ ଆଗକୁ ମଧ୍ୟ ହେବ । ସେଥିପାଇଁ ଡବଲ ବିଦେଶୀ ପିଲାମାନେ ଦୂରରେ ରହି ମଧ୍ୟ ସଦା ପ୍ରସ୍ତୁତ ହୋଇ ଉଡ଼ୁଥିବା କାରଣରୁ ବାପଦାଦା ବିଶେଷ ପିଲାମାନଙ୍କର ହାର ପ୍ରସ୍ତୁତ କରି ନିଜ ହୃଦୟରେ ସମାହିତ କରି ନେଉଛନ୍ତି । ଆଚ୍ଛା!

କୁମାରୀମାନେ ତ କହ୍ନୈୟାଙ୍କର ଅର୍ଥାତ୍ ବାବାଙ୍କର ହିଁ ଅଟନ୍ତି । ବାସ୍ କେବଳ ଗୋଟିଏ ଶବ୍ଦକୁ ମନେରଖ ସବୁଥିରେ ଏକ୍‌, ଏକମତ, ଏକରସ, ଏକମାତ୍ର ବାବା । ଭାରତର ପିଲାମାନଙ୍କୁ ମଧ୍ୟ ବାପଦାଦା ଅନ୍ତରର ସହିତ ଅଭିନନ୍ଦନ ଦେଉଛନ୍ତି । ଯେଉଁଭଳି ଲକ୍ଷ୍ୟ ରଖିଛନ୍ତି ସେହିଭଳି ଲକ୍ଷଣ ବାସ୍ତବିକ ରୂପରେ ଧାରଣ କରିଛନ୍ତି । ବୁଝିଲ? ତେବେ କାହାକୁ କହିବୁ, କାହାକୁ ନ କହିବୁ - ତେଣୁ ସମସ୍ତଙ୍କୁ କୁହାଯାଉଛି! (ଦାଦୀଜୀଙ୍କ ପ୍ରତି ଇଙ୍ଗିତ କରି) ଯେଉଁମାନେ ନିମିତ୍ତ ହେଉଛନ୍ତି ସେମାନଙ୍କ ମନ ଭିତରେ ସମସ୍ତଙ୍କ ପ୍ରତି ଧ୍ୟାନ ରହୁଛି । ଏହା ହିଁ ହେଉଛି ସହାନୁଭୂତିର ଲକ୍ଷଣ । ଆଚ୍ଛା ।

ମିଟିଙ୍ଗ୍‌ରେ ଆସିଥିବା ସବୁ ଭାଇ ଭଉଣୀମାନଙ୍କୁ ବାପଦାଦା ଷ୍ଟେଜ୍ ଉପରକୁ ଡାକିଲେ:-

ସମସ୍ତେ ବହୁତ ଭଲ ବୁଦ୍ଧି ଖର୍ଚ୍ଚ କରିଛନ୍ତି । ବାପଦାଦା ପ୍ରତ୍ୟେକ ସନ୍ତାନର ସେବା ପ୍ରତି ଥିବା ସ୍ନେହକୁ ଜାଣିଛନ୍ତି । ସେବାରେ ଆଗକୁ ବଢ଼ିବା ଦ୍ୱାରା କେତେ ପରିମାଣରେ ଚାରିଆଡ଼ୁ ସଫଳତା ମିଳିଥାଏ, ଏହି କଥାକୁ ଟିକିଏ ଚିନ୍ତା କରିବ ଏବଂ ଦେଖିବ । ବାକି ସେବାର ଲଗନ ବହୁତ ଭଲ ରହିଛି । ଦିନ ଏବଂ ରାତିକୁ ଏକ୍ କରି ସେବା କରିବା ପାଇଁ ଧାଉଁଛ । ବାପଦାଦା ତ ମେହେନତକୁ ମଧ୍ୟ ମୋହବତ ଅର୍ଥାତ୍ ସ୍ନେହ ରୂପରେ ଦେଖୁଛନ୍ତି । ତେଣୁ ତୁମେମାନେ ମେହେନତ କରି ନାହଁ ବରଂ ନିଜର ସ୍ନେହକୁ ପ୍ରଦର୍ଶନ କରିଛ । ଆଚ୍ଛା! ବହୁତ ଭଲ ଉମଙ୍ଗ-ଉତ୍ସାହ ବାଲା ସାଥୀ ମିଳିଯାଇଛନ୍ତି । ତୁମମାନଙ୍କର କାର୍ଯ୍ୟ ମଧ୍ୟ ବିଶାଳ ଏବଂ ଦିଲ୍ ମଧ୍ୟ ବିଶାଳ ତେଣୁ ଯେଉଁଠି ବିଶାଳ ଦିଲ୍ ରହିଛି ସେଠାରେ ସଫଳତା ମଧ୍ୟ ନିଶ୍ଚିତ ଅଛି । ବାପଦାଦା ପିଲାମାନଙ୍କର ସେବାର ଲଗନକୁ ଦେଖି ପ୍ରତିଦିନ ଖୁସିର ଗୀତ ଗାଉଛନ୍ତି । ଅନେକ ଥର ମଧ୍ୟ ଏହି ଗୀତକୁ ଶୁଣାଇଛନ୍ତି - ବାଃ ପିଲାମାନେ ବାଃ ଆଚ୍ଛା । ଆସିବା ଭିତରେ କେତେ ରହସ୍ୟ ଲୁଚି ରହିଥିଲା, ତୁମେମାନେ ତ ରହସ୍ୟକୁ ବୁଝିପାରୁଛ ନା! ତାହା ତ ବାବା ଜାଣନ୍ତି ତାଙ୍କର ସେହି ରହସ୍ୟ ଜାଣେ । (ଦାଦୀଜୀ ବାପଦାଦାଙ୍କୁ ଭୋଗ ସ୍ୱୀକାର କରାଇବା ପାଇଁ ଚାହିଁଲେ) ଆଜି ବାପଦାଦା ଦୃଷ୍ଟି ଦ୍ୱାରା ହିଁ ସ୍ୱୀକାର କରିବେ । ଆଚ୍ଛା ।

ସମସ୍ତେ ବହୁତ ଭଲ ବୁଦ୍ଧି ଖର୍ଚ୍ଚ କରୁଛ ଏବଂ ପରସ୍ପରର ପାଖାପାଖି ମଧ୍ୟ ହେଉଛ ନା! ସେଥିପାଇଁ ସଫଳତା ମଧ୍ୟ ଖୁବ୍ ନିକଟରେ ଅଛି । ତୁମମାନଙ୍କର ସମ୍ବନ୍ଧର ସମୀପତା ସେବାର ସଫଳତାକୁ ନିକଟକୁ ନେଇ ଆସିବ । କେହି ଥକି ଯାଇ ନାହଁ ତ? କଣ ବହୁତ କାମ ମିଳି ଯାଇଛି କି? କିନ୍ତୁ ଅଧା କାମ ତ ବାବା କରୁଛନ୍ତି । ସମସ୍ତଙ୍କର ଉମଙ୍ଗ-ଉତ୍ସାହ ଭଲ ଅଛି । ଦୃଢ଼ତା ମଧ୍ୟ ଅଛି ନା! ସମୀପତା ମଧ୍ୟ କେତେ ନିକଟରେ ଅଛି? ଯଦି ମିଶିବା ଏବଂ ପରବର୍ତ୍ତନ ହେବାର ସଂସ୍କାର ରୂପୀ ଚୁମ୍ବକକୁ ଧାରଣ କରିବ ତେବେ ସମୀପତା ସମସ୍ତଙ୍କ ଗଳାରେ ସଫଳତାର ମାଳା ପିନ୍ଧାଇ ଦେବ, ଏହିଭଳି ଅନୁଭବ ହେଉଛି? ଆଚ୍ଛା! ସମସ୍ତେ ବହୁତ ଭଲ ଅଟ ।

ଦାଦୀମାନଙ୍କ ପ୍ରତି ଉଚ୍ଚାରିତ ହୋଇଥିବା ଅବ୍ୟକ୍ତ ମହାବାକ୍ୟ (୩୧.୦୩.୮୮)

ବାବା ପିଲାମାନଙ୍କୁ ଧନ୍ୟବାଦ ଦେଉଛନ୍ତି ଏବଂ ପିଲାମାନେ ବାବାଙ୍କୁ ଧନ୍ୟବାଦ ଦେଉଛନ୍ତି । ପରସ୍ପରକୁ ଧନ୍ୟବାଦ ବା ଅଭିନନ୍ଦନ ଦେଇ ଆଗକୁ ବଢ଼ୁଛ ଏବଂ ଏହା ହିଁ ଆଗକୁ ବଢ଼ିବାର ବିଧି ଅଟେ । ଏହି ବିଧି ଦ୍ୱାରା ତୁମମାନଙ୍କର ସଙ୍ଗଠନ ଭଲରେ ଚାଲିଛି । ଜଣେ ଅନ୍ୟ ଜଣଙ୍କୁ ହାଁ ଜୀ କହିଲ ବା ଧନ୍ୟବାଦ୍ କହିଲ ଅର୍ଥାତ୍ ଆଗକୁ ବଢ଼ିଲ, ଯଦି ସମସ୍ତେ ଏହି ବିଧିକୁ ଅନୁକରଣ କରିବେ ତେବେ ସମସ୍ତେ ଫରିସ୍ତା ହୋଇଯିବେ । ବାପଦାଦା ଛୋଟିଆ ମାଳାକୁ ଦେଖି ଖୁସି ହେଉଛନ୍ତି । ଏବେ କେବଳ ହାତର କଙ୍କଣ ତିଆରି ହୋଇଛି । ଗଳାର ମାଳା ତିଆରି କରିବାରେ ଲାଗି ପଡ଼ିଛ ଅର୍ଥାତ୍ ଅଳ୍ପ ସଂଖ୍ୟକ ଆତ୍ମାଙ୍କୁ ନିକଟକୁ ଆଣିଛ । ଏବେ ଆଉ ଟିକିଏ ଧ୍ୟାନ ଦେବା ଦରକାର । ସେବାର ବିସ୍ତାରକୁ ଅଧିକ ଚାଲିଯାଉଛ ତେଣୁ କେବେ କେବେ ନିଜ ଉପରେ ଧ୍ୟାନ ଦେବା କମ୍ ହୋଇଯାଉଛି । ବିସ୍ତାର ଭିତରେ ସାର ଅର୍ଥାତ୍ ବାବାଙ୍କର ସ୍ମୃତି କେବେ କେବେ ଗୁପ୍ତ ହୋଇଯାଉଛି ଅର୍ଥାତ୍ ପ୍ରତ୍ୟକ୍ଷ ରୂପରେ ରହୁନାହିଁ । ତୁମେମାନେ ହିଁ କହୁଛ ଯେ ଏବେ ଏହିସବୁ ହେବାର ଅଛି । କେବେ ଏଭଳି ମଧ୍ୟ ଦିନ ଆସିବ ଯାହା କି ତୁମେ କହିବ - ଯାହା ହେବା ଉଚିତ୍ ତାହା ହିଁ ହେଉଛି । ପ୍ରଥମେ ଦୀପମାନଙ୍କର ମାଳା ତ ଏହିଠାରେ ହିଁ ପ୍ରସ୍ତୁତ ହେବ । ବାପଦାଦା ତୁମମାନଙ୍କୁ ସମସ୍ତଙ୍କର ଉମଙ୍ଗ-ଉତ୍ସାହ ବଢ଼ାଇବାର ଉଦାହରଣ ମୂରତ ମନେ କରୁଛନ୍ତି । ତୁମମାନଙ୍କର ଏକତା ହିଁ ଯଜ୍ଞର କିଲା ଅଟେ । ଚାହେଁ ୧୦ ଜଣ ଥାଅ, ଚାହେଁ ୧୨ ଜଣ ଥାଅ କିନ୍ତୁ କିଲା ଅର୍ଥାତ୍ ଦୁର୍ଗର କାନ୍ଥ ଅଟ । ତେଣୁ ବାପଦାଦା ମଧ୍ୟ କେତେ ଖୁସି ହେଉଥିବେ! ବାପଦାଦା ତ ସର୍ବଦା ସାଥୀରେ ଅଛନ୍ତି କିନ୍ତୁ ନିମିତ୍ତ ତ ତୁମେମାନେ ଅଟ ନା । ତୁମମାନଙ୍କର ସଙ୍ଗଠନ ଭଳି ଯଦି ଦ୍ୱତୀୟ ତୃତୀୟ ଗୃପ ପ୍ରସ୍ତୁତ ହୋଇଯିବେ ତେବେ କମାଲ ହୋଇଯିବ । ତେଣୁ ଏବେ ଏହି ଭଳି ଗୃପ ପ୍ରସ୍ତୁତ କର । ଯେପରି ପ୍ରଥମ ଗୃପ ପାଇଁ ସମସ୍ତେ କହୁଛନ୍ତି ଯେ ଏମାନଙ୍କର ପରସ୍ପର ସହିତ ବହୁତ ସ୍ନେହ ରହିଛି । ଯଦିଓ ସ୍ୱଭାବ ଭିନ୍ନ ଭିନ୍ନ ଅଟେ, ତାହା ତ ନିଶ୍ଚିତ ରହିବ କିନ୍ତୁ ସମ୍ମାନ ଅଛି, ସ୍ନେହ ଅଛି, ହାଁ ଜୀ ଅଛି, ସମୟ ଅନୁସାରେ ନିଜକୁ ନିଜେ ପରିବର୍ତ୍ତନ କରିନେଇପାରୁଛନ୍ତି ସେଥିପାଇଁ ଏହି ଯଜ୍ଞ ରୂପକ କିଲାର କାନ୍ଥ ମଜବୁତ୍ ଅଛି । ସେଥିପାଇଁ ହିଁ ଆଗକୁ ବଢ଼ି ଚାଲିଛନ୍ତି । ମୂଳଦୁଆକୁ ଦେଖି ଖୁସି ଲାଗୁଛି ନା । ଯେପରି ଏମାନଙ୍କର ପ୍ରଥମ ଗୃପ ସମସ୍ତଙ୍କୁ ଦେଖାଯାଉଛି, ଏହିଭଳି ଯଦି ଆଉ କେତୋଟି ଶକ୍ତିଶାଳୀ ଗୃପ ପ୍ରସ୍ତୁତ ହୋଇଯିବେ ତେବେ ସେବା ତୁମ ପଛେ ପଛେ ଆସିବ । ଡ୍ରାମାରେ ବିଜୟ ମାଳା ମଧ୍ୟ ନିଧାର୍ଯ୍ୟ ଅଛି । ତେଣୁ ନିଶ୍ଚିତ ଭାବରେ ପରସ୍ପରର ନିକଟକୁ ଆସିବେ ଅର୍ଥାତ୍ ସଂସ୍କାରର ମିଳନ ହେବ ତେବେ ଯାଇ ତ ମାଳା ତିଆରି ହେବ । ଯଦି ଗୋଟିଏ ଦାନା ଗୋଟିଏ ପଟେ ଥିବ ଏବଂ ଆଉ ଗୋଟିଏ ଦାନା ତା ଠାରୁ ଦୂରରେ ରହୁଥିବ ତେବେ ମାଳା ତିଆରି ହୋଇପାରିବ ନାହିଁ । ଦାନା ସହିତ ଦାନା ମିଶି ଯାଉଥିବ ଏବଂ ପାଖକୁ ପାଖ ସଜେଇ ହୋଇ ରହୁଥିବ ତେବେ ଯାଇ ମାଳା ତିଆରି ହେବ । ତେଣୁ ତୁମେମାନେ ବହୁତ ଭଲ ଦୃଷ୍ଟାନ୍ତ ଅଟ । ଆଚ୍ଛା ।

ଏବେ ସମସ୍ତଙ୍କ ସହିତ ମିଶିବାର ପ୍ରାପ୍ୟ ଚୁକ୍ତ କରିବାକୁ ହେବ । ପୂର୍ବରୁ କହିଥିଲୁ ନା - ରଥକୁ ମଧ୍ୟ ଏକ୍ସଟ୍ରା ଶକ୍ତି ଦେଇ ଚଲାଇବାକୁ ପଡ଼ୁଛି । ନଚେତ୍ ଏହା କୌଣସି ସାଧାରଣ କଥା ନୁହେଁ । ସବୁ କଥାକୁ ଦେଖିବାକୁ ପଡ଼ୁଛି ନା । ପୁଣି ବି ସର୍ବଶକ୍ତିର ଷ୍ଟକ୍ ସେତିକି ଭରପୁର ଅଛି ସେଥିପାଇଁ ରଥ ମଧ୍ୟ ଏତିକି ସହଯୋଗ ଦେଇପାରୁଛି । ଯଦି ସେତିକି ଶକ୍ତି ଜମା ନଥାନ୍ତା, ତେବେ ଏତିକି ସେବା କରିବା ମୁଶକିଲ ହୋଇଯାଆନ୍ତା । ଏହା ମଧ୍ୟ ଡ୍ରାମାରେ ପ୍ରତ୍ୟେକ ଆତ୍ମାର ସ୍ୱତନ୍ତ୍ର ପାର୍ଟ ନିଧାର୍ଯ୍ୟ ଅଛି । ଯାହାର ଯେତିକି ଶ୍ରେଷ୍ଠ କର୍ମର ପୁଞ୍ଜି ରହିଥାଏ ତାହା ସମୟ ଅନୁସାରେ କାମରେ ଆସିଥାଏ । କେତେ ଆତ୍ମାଙ୍କର ଆର୍ଶୀବାଦ ମଧ୍ୟ ମିଳି ଯାଉଛି, ତାହା ମଧ୍ୟ ଜମା ରହୁଛି । କୌଣସି ନା କୌଣସି ବିଶେଷ ପୂଣ୍ୟର ପୁଞ୍ଜି ଜମାଥିବା କାରଣରୁ ଏହି ଆତ୍ମାକୁ ବିଶେଷ ପାର୍ଟ ମିଳିଛି । ନିର୍ବିଘ୍ନ ଭାବରେ ରଥ ଚାଲିଥିବ - ଏହା ମଧ୍ୟ ଡ୍ରାମାର ପାର୍ଟ କୁହାଯିବ । ୬ ମାସ ଧରି ମିଳନ କରାଇବାର ପାର୍ଟ କରିବା କିଛି କମ୍ କଥା ନୁହେଁ । ଆଚ୍ଛା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ।

ଅବ୍ୟକ୍ତ ମୁରଲୀରୁ ସଂଗୃହିତ ହୋଇଥିବା କିଛି ଅମୂଲ୍ୟ ମହାବାକ୍ୟ (ପ୍ରଶ୍ନ - ଉତ୍ତର ରୂପରେ)

ପ୍ରଶ୍ନ : -
କେଉଁ ଗୋଟିଏ ଶବ୍ଦର ଅର୍ଥ ସ୍ୱରୂପରେ ସ୍ଥିତ ହେବା ଦ୍ୱାରା ହିଁ ସବୁ ଦୁର୍ବଳତା ସମାପ୍ତ ହୋଇଯିବ?

ଉତ୍ତର : -
କେବଳ ପୁରୁଷାର୍ଥ ଶବ୍ଦର ଅର୍ଥ ସ୍ୱରୂପରେ ସ୍ଥିତ ହୋଇଯାଅ । ପୁରୁଷ ଅର୍ଥାତ୍ ଏହି ରଥର ରଥୀ, ପ୍ରକୃତିର ମାଲିକ । ଏହି ଗୋଟିଏ ଶବ୍ଦର ଅର୍ଥ ସ୍ୱରୂପରେ ସ୍ଥିତ ହେବା ଦ୍ୱାରା ସବୁ ପ୍ରକାରର ଦୁର୍ବଳତା ସମାପ୍ତ ହୋଇଯିବ, କାରଣ ପୁରୁଷ ପ୍ରକୃତିର ଅଧିକାରୀ ଅଟେ ନୁହେଁ କି ଅଧୀନ । ରଥୀ ରଥକୁ ଚଳାଇଥାଏ, ରଥର ଅଧୀନରେ ନଥାଏ ।

ପ୍ରଶ୍ନ : -
ଆଦିକାଳର ରାଜ୍ୟ ଅଧିକାରୀ ହେବା ପାଇଁ କେଉଁ ସଂସ୍କାରକୁ ଏବେଠାରୁ ଧାରଣ କରିବାକୁ ପଡ଼ିବ?

ଉତ୍ତର : -
ନିଜର ଆଦି ସମୟର ଅବିନାଶୀ ସଂସ୍କାରକୁ ଏବେଠାରୁ ହିଁ ଧାରଣ କର । ଯଦି ବହୁତ ସମୟ ଧରି ଯୋଦ୍ଧା ପଣିଆର ସଂସ୍କାର ରହିବ ଅର୍ଥାତ୍ ଯୁଦ୍ଧ କରି କରି ସମୟ ବ୍ୟତୀତ କରିବ, ଆଜି ଜିତିବା, କାଲି ହାରିବା ବା ଏବେ ଏବେ ଜିତିବା ଏବେ ଏବେ ହାରିବା, ସଦାକାଳର ବିଜୟୀ ହେବାର ସଂସ୍କାର ତିଆରି ହୋଇପାରିଲା ନାହିଁ ତେବେ କ୍ଷତ୍ରିୟ କୁହାଯିବ, ବ୍ରାହ୍ମଣ ନୁହେଁ । ତେବେ ବ୍ରାହ୍ମଣମାନେ ହିଁ ଦେବତା ହୋଇଥାନ୍ତି କିନ୍ତୁ କ୍ଷତ୍ରିୟମାନେ କ୍ଷତ୍ରିୟ କୁଳକୁ ଚାଲିଯାଆନ୍ତି ।

ପ୍ରଶ୍ନ : -
ବିଶ୍ୱ ପରିବର୍ତ୍ତକ ହେବା ପୂର୍ବରୁ କେଉଁ କଥାକୁ ପରିବର୍ତ୍ତନ କରିବାର ଶକ୍ତି ଆବଶ୍ୟକ?

ଉତ୍ତର : -
ବିଶ୍ୱ ପରିବର୍ତ୍ତକ ହେବା ପୂର୍ବରୁ ନିଜର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବାର ଶକ୍ତି ଆବଶ୍ୟକ । ଦୃଷ୍ଟି ଏବଂ ବୃତ୍ତିର ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ତୁମେମାନେ ଦ୍ରଷ୍ଟା ଅଟ ଯିଏକି ଏହି ଦୃଷ୍ଟି ଦ୍ୱାରା ଦେଖୁଛ । ତେଣୁ ସର୍ବଦା ନିଜର ଦିବ୍ୟ ନେତ୍ର ଦ୍ୱାରା ଦେଖ ନୁହେଁ କି ଚର୍ମ ଚକ୍ଷୁ ଦ୍ୱାରା । ଯଦି ଦିବ୍ୟ ନେତ୍ର ଦ୍ୱାରା ଦେଖିବ ତେବେ ସ୍ୱତଃ ଭାବରେ ଦିବ୍ୟ ରୂପ ହିଁ ଦେଖାଯିବ । ଚର୍ମ ଚକ୍ଷୁ କେବଳ ଚର୍ମକୁ ହିଁ ଦେଖିଥାଏ, ଚର୍ମ ବିଷୟରେ ହିଁ ଭାବିଥାଏ - ଏହି କାମ ଫରିସ୍ତାମାନଙ୍କର ବା ବ୍ରାହ୍ମଣମାନଙ୍କର ନୁହେଁ ।

ପ୍ରଶ୍ନ : -
ପରସ୍ପର ମଧ୍ୟରେ ଭାଈ-ଭଉଣୀର ସମ୍ବନ୍ଧରେ ରହୁଥିଲେ ମଧ୍ୟ କେଉଁ ଦିବ୍ୟ ନେତ୍ରରେ ଦେଖିବା ଦ୍ୱାରା ଦୃଷ୍ଟି ବା ବୃତ୍ତି କେବେ ବି ଚଞ୍ଚଳ ହୋଇ ପାରିବ ନାହିଁ?

ଉତ୍ତର : -
ପ୍ରତ୍ୟେକ ନାରୀ ଶରୀରଧାରୀ ଆତ୍ମାକୁ ଶକ୍ତି ରୂପରେ, ଜଗତ ମାତା ରୂପରେ ଏବଂ ଦେବୀ ରୂପରେ ଦେଖ । ଏହା ହିଁ ହେଉଛି ଦିବ୍ୟ ନେତ୍ର ଦ୍ୱାରା ଦେଖିବା । ଶକ୍ତିଙ୍କ ସମ୍ମୁଖକୁ ଯଦି କେହି ଆସୁରୀ ମନୋଭାବ ରଖି ଆସିଥାଏ ତେବେ ସେ ଭସ୍ମ ହୋଇଯାଏ, ସେଥିପାଇଁ ଇଏ ଆମର ଭଉଣୀ ବା ଟିଚର ନୁହଁନ୍ତି, ଶିବ-ଶକ୍ତି ଅଟନ୍ତି । ମାତାମାନେ ଏବଂ ଭଉଣୀମାନେ ମଧ୍ୟ ସର୍ବଦା ନିଜର ଶିବ-ଶକ୍ତି ସ୍ୱରୂପରେ ସ୍ଥିତ ରୁହନ୍ତୁ । ଇଏ ମୋର ବିଶେଷ ଭାଇ ବା ବିଶେଷ ବିଦ୍ୟାର୍ଥୀ ନୁହେଁ, ଏମାନେ ହେଲେ ମହାବୀର, ସେମାନେ ହେଲେ ଶିବ-ଶକ୍ତି ।

ପ୍ରଶ୍ନ : -
ମହାବୀର ମାନଙ୍କର ବିଶେଷତା କଣ ଦେଖାଇଥାନ୍ତି?

ଉତ୍ତର : -
ତାଙ୍କ ହୃଦୟରେ ସର୍ବଦା ଏକମାତ୍ର ରାମ ହିଁ ବିରାଜମାନ ଥାନ୍ତି । ମହାବୀର ରାମଙ୍କର ହେଲେ ଶକ୍ତି ମଧ୍ୟ ଶିବଙ୍କର ଅଟନ୍ତି । କୌଣସି ବି ଦେହଧାରୀକୁ ଦେଖିବା ସମୟରେ ତାର ମସ୍ତକରେ ଆତ୍ମାକୁ ଦେଖ । ଆତ୍ମା ସହିତ କଥାବାର୍ତ୍ତା କର ଶରୀର ସହିତ ନୁହେଁ । ତୁମର ଦୃଷ୍ଟି ମସ୍ତକମଣୀ ଉପରେ ରହିବା ଉଚିତ୍ ।

ପ୍ରଶ୍ନ : -
କେଉଁ ଶବ୍ଦକୁ ଅବହେଳା ପଣିଆ ରୂପରେ ବ୍ୟବହାର ନ କରି କେବଳ ଗୋଟିଏ ସାବଧାନତା ଅବଲମ୍ବନ କର, ତାହା କଣ?

ଉତ୍ତର:-
ପୁରୁଷାର୍ଥ ଶବ୍ଦକୁ ଅବହେଳା ପଣିଆ ରୂପରେ ବ୍ୟବହାର ନ କରି କେବଳ ଏହି ସାବଧାନତା ଅବଲମ୍ବନ କର ଯେ - ମୋତେ ପ୍ରତ୍ୟେକ କଥାରେ ଦୃଢ଼ ସଂକଳ୍ପଧାରୀ ହେବାକୁ ପଡ଼ିବ । ଯାହା ବି କରିବି କେବଳ ଶ୍ରେଷ୍ଠ କର୍ମ ହିଁ କରିବି ଏବଂ ଶ୍ରେଷ୍ଠ ହିଁ ହେବି । ଓମ୍ ଶାନ୍ତି ।

ବରଦାନ:-
ବିକାର ଗୁଡ଼ିକର ବଂଶର ଅଂଶକୁ ମଧ୍ୟ ସମାପ୍ତ କରୁଥିବା ସର୍ବ ସମର୍ପଣ ବା ଟ୍ରଷ୍ଟୀ ହୁଅ ।

ଯେଉଁମାନେ ଭବିଷ୍ୟତରେ ଜରୁରୀ ସମୟରେ କାର୍ଯ୍ୟରେ ଲଗାଇବା ପାଇଁ ନିଜର ପୁରୁଣା ସ୍ୱଭାବ ସଂସ୍କାର ରୂପୀ ସମ୍ପତ୍ତିକୁ ଲୁଚାଇ ରଖିଥାନ୍ତି, ମାୟା ସେମାନଙ୍କୁ କୌଣସି ନା କୌଣସି ରୀତିରେ ଧରି ନେଇଥାଏ କାହିଁକିନା ସେମାନେ ପୁରୁଣା କର୍ମର ହିସାବ ଖାତାର ଛୋଟିଆ ଅଂଶରୁ ମଧ୍ୟ ଧରା ପଡ଼ିଯାଆନ୍ତି କାରଣ ମାୟା ବହୁତ ତୀକ୍ଷଣ ବୁଦ୍ଧିମାନ ଅଟେ, ତାର ଜାଣି ପାରିବାର ଶକ୍ତି କିଛି କମ୍ ନୁହେଁ ସେଥିପାଇଁ ବିକାର ଗୁଡ଼ିକର ବଂଶର ଅଂଶକୁ ମଧ୍ୟ ସମାପ୍ତ କର, କୌଣସି କୋଣରେ ମଧ୍ୟ ପୁରୁଣା ସମ୍ପତ୍ତିର ଟିକିଏ ବି ଚିହ୍ନ ନ ରହୁ - ତେବେ କୁହାଯିବ ସର୍ବ ସମର୍ପଣ, ଟ୍ରଷ୍ଟୀ ବା ଯଜ୍ଞର ସ୍ନେହୀ ସହଯୋଗୀ ।

ସ୍ଲୋଗାନ:-
କାହାର ବିଶେଷତା କାରଣରୁ ତା ପ୍ରତି ବିଶେଷ ସ୍ନେହ ଆସିଯିବା - ଏହା ମଧ୍ୟ ମୋହ ଅଟେ ।