11.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସର୍ବଦା ଖୁସିରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ପ୍ରାପ୍ତ କରାଅ, ଏହା ହିଁ ହେଉଛି ସମସ୍ତଙ୍କ ଉପରେ କୃପା କରିବା, କାହାକୁ ବି ରାସ୍ତା ଦେଖାଇବା ହେଉଛି ସବୁଠାରୁ ବଡ ପୁଣ୍ୟ ।

ପ୍ରଶ୍ନ:-
ସର୍ବଦା ମନ ଖୁସିରେ କିଏ ରହିପାରିବେ ? ଏବଂ ଏହାର ଉପାୟ କଣ ?

ଉତ୍ତର:-
ସର୍ବଦା ମନ ଖୁସିରେ ସେହିମାନେ ରହିପାରିବେ ଯେଉଁମାନେ ଜ୍ଞାନରେ ବହୁତ ପ୍ରବୀଣ ଅଟନ୍ତି, ଯେଉଁମାନେ ଡ୍ରାମାକୁ କାହାଣୀ ପରି ବୁଝିବା ସହିତ ତାର ସ୍ମରଣ କରିଥାନ୍ତି । ତେଣୁ ମନ ଖୁସିରେ ରହିବା ପାଇଁ ହେଲେ ସର୍ବଦା ବାବାଙ୍କ ଶ୍ରୀମତରେ ଚାଲୁଥାଅ । ନିଜକୁ ଆତ୍ମା ମନେ କର ଏବଂ ବାବା ଯାହାକିଛି ବୁଝାଉଛନ୍ତି ତାକୁ ଭଲ ଭାବରେ ଚିନ୍ତନ ମନ୍ଥନ କର । ଏହିଭଳି ବିଚାର ସାଗର ମନ୍ଥନ କରି-କରି ତୁମେ ଖୁସିବାସିଆ ହୋଇଯିବ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଏହା ତ ଆତ୍ମାମାନେ ଜାଣିଛନ୍ତି ଯେ ଆମର ବାବା କେବଳ ଜଣେ ହିଁ ଅଟନ୍ତି ଯିଏକି ଆମକୁ ଶିକ୍ଷା ଦେଉଛନ୍ତି । ତେବେ ଶିକ୍ଷକଙ୍କର କର୍ତ୍ତବ୍ୟ ହେଲା ଶିକ୍ଷା ଦେବା । ଗୁରୁଙ୍କର କର୍ତ୍ତବ୍ୟ ହେଲା ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଇବା । ଆମର ଲକ୍ଷ୍ୟ କଣ ସେକଥା ପିଲାମାନେ ବୁଝିଗଲେଣି । ତେବେ ମୁକ୍ତି ଓ ଜୀବନମୁକ୍ତି ପାଇଁ ଯୋଗର ଯାତ୍ରା ବହୁତ ଆବଶ୍ୟକ ଏବଂ ଉଭୟ ବହୁତ ସହଜ ମଧ୍ୟ । ୮୪ ଜନ୍ମର ଚକ୍ର ମଧ୍ୟ ଘୂରି ଚାଲିଛି । ଏକଥା ସ୍ମୃତିରେ ରହିବା ଦରକାର ଯେ ଏବେ ଆମର ୮୪ ଜନ୍ମର ଚକ୍ର ପୂରା ହେଲା, ଆମକୁ ଘରକୁ ଫେରିବାକୁ ହେବ । କିନ୍ତୁ ପାପ ଆତ୍ମାମାନେ ମୁକ୍ତି ଜୀବନମୁକ୍ତିକୁ ଯାଇପାରିବେ ନାହିଁ । ଏଭଳି-ଏଭଳି ବିଚାର ସାଗର ମନ୍ଥନ କରିବାକୁ ହେବ । ଯିଏ କରିବେ ସିଏ ପାଇବେ । ସେହିମାନେ ଖୁସିରେ ରହିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇପାରିବେ । ତେଣୁ ଅନ୍ୟମାନଙ୍କୁ ରାସ୍ତା ଦେଖାଇବାର କୃପା କରିବାକୁ ହେବ । ତୁମେ ପିଲାମାନେ ଜାଣିଛ ଯେ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହା ମଧ୍ୟ କାହା ସ୍ମୃତିରେ ରହୁଛି ତ ପୁଣି ଆଉ କାହା କାହାର ସ୍ମୃତିରେ ରହୁ ନାହିଁ, ଭୁଲିଯାଉଛନ୍ତି । ଯଦି ଏକଥା ସ୍ମୃତିରେ ରହିବ ତେବେ ଖୁସିର ପାରଦ ଚଢିଯିବ । ବାବାଙ୍କୁ ପିତା-ଶିକ୍ଷକ-ଗୁରୁ ରୂପରେ ସ୍ମୃତିରେ ରଖିଲେ ଖୁସିର ପାରଦ ଚଢି ରହିବ । କିନ୍ତୁ ଚାଲୁ-ଚାଲୁ କିଛି କିଛି ବିଘ୍ନ ଆସିଯାଉଛି । ଯେମିତି ପାହାଡ ତଳୁ ଉପରକୁ ଚଢିବାକୁ ପଡିଥାଏ ସେମିତି ପିଲାମାନଙ୍କର ଅବସ୍ଥା ମଧ୍ୟ ତଳ ଉପର ହେଉଛି । କେହି କେହି ସନ୍ତାନ ବହୁତ ଉଚ୍ଚକୁ ଚଢିଯାଉଛନ୍ତି ପୁଣି ଯେତେବେଳେ ତଳକୁ ଖସିଯାଉଛନ୍ତି ତେବେ ପୂର୍ବ ଅପେକ୍ଷା ଅଧିକ ଖସିଯାଉଛନ୍ତି । କରିଥିବା ରୋଜଗାର ଖାଲି ହୋଇଯାଉଛି । ଚାହେଁ କେତେ ବି ଦାନପୁଣ୍ୟ କରନ୍ତୁ କିନ୍ତୁ ପୁଣ୍ୟ କରୁ କରୁ ଯଦି ପାପ କର୍ମ କରିବାରେ ଲାଗିପଡୁଛନ୍ତି ତେବେ ସବୁ ପୁଣ୍ୟ ସମାପ୍ତ ହୋଇଯାଉଛି । ସବୁଠାରୁ ବଡ ପୁଣ୍ୟ ହେଉଛି ବାବାଙ୍କୁ ମନେ ପକାଇବା । ବାବାଙ୍କ ସ୍ମୃତି ଦ୍ୱାରା ହିଁ ନିଜେ ପୁଣ୍ୟ ଆତ୍ମା ହୋଇପାରିବ । ଯଦି ସଂଗର ରଂଗ ଲାଗିବା ଦ୍ୱାରା ଭୁଲ କର୍ମ କରିଚାଲିବ ତେବେ ପୂର୍ବ ଅପେକ୍ଷା ଅଧିକ ତଳକୁ ଖସିଯିବ । ପୁଣି ସେହି ଖାତାରେ ଆଉ କିଛି ବି ପୁଣ୍ୟର ପୁଞ୍ଜି ରହିବ ନାହିଁ । କ୍ଷତି ହୋଇଯିବ । ପାପ କର୍ମ କରିବା ଦ୍ୱାରା କ୍ଷତି ହିଁ କ୍ଷତି ହୋଇଥାଏ । ଖାତାରେ ବହୁତ ପାପର ପୁଞ୍ଜି ଜମା ରହିଛି । ବାବା କହୁଛନ୍ତି ତୁମର ଖାତା ପୁଣ୍ୟର ଥିଲା, ପାପ କର୍ମ କରିବା ଦ୍ୱାରା ତାହା ଶହେ ଗୁଣା ପାପ ହୋଇଯାଉଛି ଯାହା ଫଳରେ କ୍ଷତି ହେଉଛି । ପାପ ମଧ୍ୟ ବଡ ଛୋଟ ଥାଏ । କାମ ହେଉଛି ସବୁଠାରୁ ବଡ ପାପ, କ୍ରୋଧ ହେଉଛି ଦ୍ୱିତୀୟ ନମ୍ବର ପୁଣି ତାଠାରୁ କମ୍ ହେଉଛି ଲୋଭ । ସବୁଠାରୁ ଅଧିକ ପାପ ହେଲା କାମ ବିକାରର ବଶୀଭୂତ ହେବା । ଯାହା ଦ୍ୱାରା କିଛି ବି ପୁଣ୍ୟ ଜମା ହୋଇଥିଲା ତାହା ସମାପ୍ତ ହୋଇଗଲା ଏବଂ ଆହୁରି କ୍ଷତି ହୋଇଗଲା । ଲାଭ ବଦଳରେ କ୍ଷତି ହୋଇଗଲା । ସେଥିପାଇଁ କୁହାଯାଏ ନା ସତଗୁରୁଙ୍କର ନିନ୍ଦୁକଙ୍କର କେଉଁଠି ଠାବ ନାହିଁ । ସେହିଭଳି ଅନେକ ପିଲା ବାବାଙ୍କର ହୋଇ ପୁଣି ତାଙ୍କୁ ଛାଡି ଦେଉଛନ୍ତି । ଏଥିରେ କଣ କାରଣ ଅଛି ? ଅଧିକାଂଶ କାମ ବିକାରର ବଶବର୍ତ୍ତୀ ହୋଇଯାଉଛନ୍ତି । ଏହା ହେଉଛି ସବୁଠାରୁ ବଡ ଶତ୍ରୁ । ତାର ହିଁ ପୁତ୍ତଳିକା ତିଆରି କରି ଜଳାଇଥାନ୍ତି । କିନ୍ତୁ କ୍ରୋଧ, ଲୋଭର କୁଶ ପୁତ୍ତଳିକା ତିଆରି କରୁନାହାଁନ୍ତି । ତେବେ କାମ ବିକାର ଉପରେ ହିଁ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିବାକୁ ହେବ ତେବେ ଜଗତଜିତ୍ ହୋଇପାରିବ । ଭଗବାନଙ୍କୁ ଡାକୁଛନ୍ତି ମଧ୍ୟ ଆମେମାନେ ରାବଣ ରାଜ୍ୟରେ ପତିତ ହୋଇଯାଉଛୁ, ଆପଣ ଆସି ଆମକୁ ପବିତ୍ର କରନ୍ତୁ । ତେବେ ପତିତ-ପାବନ ରୂପେ ମୋର ଗାୟନ ମଧ୍ୟ କରୁଛନ୍ତି । କହୁଛନ୍ତି ହେ ପତିତମାନଙ୍କୁ ପବିତ୍ର କରୁଥିବା ସୀତାମାନଙ୍କର ରାମ ଆସ । କିନ୍ତୁ ଏହାର ଅର୍ଥ କିଛି ବୁଝୁନାହାଁନ୍ତି । ଏହା ମଧ୍ୟ ଜାଣିଛନ୍ତି ଯେ ବାବା ନିଶ୍ଚିତ ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିବେ । କିନ୍ତୁ ଆସିବାରେ ବିଳମ୍ବ କରୁଥିବାରୁ ଘୋର ଅନ୍ଧକାର ହୋଇଯାଉଛି । ଜ୍ଞାନ ଏବଂ ଅଜ୍ଞାନ ଦୁଇଟି ଜିନିଷ ରହିଛି ନା । ଅଜ୍ଞାନ ହେଉଛି ଭକ୍ତି ଯାହାଙ୍କର ପୂଜା କରୁଛନ୍ତି କିନ୍ତୁ ତାଙ୍କୁ ଜାଣିନାହାଁନ୍ତି । ତେବେ ତାଙ୍କ ନିକଟରେ କିପରି ପହଞ୍ଚିବେ ? ସେଥିପାଇଁ ଦାନ ପୁଣ୍ୟ ଆଦି ନିଷ୍ଫଳ ହୋଇଯାଉଛି । ଅତି ବେଶୀରେ କାକ ବିଷ୍ଠା ସମାନ ଅଳ୍ପ ସମୟ ପାଇଁ ସୁଖ ମିଳୁଛି । ବାକି ତ ଦୁଃଖ ହିଁ ଦୁଃଖ ମିଳୁଛି । ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ତୁମର ଦୁଃଖ ଦୂର ହୋଇଯିବ । ତେବେ ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ ବାବାଙ୍କୁ କେତେ ମନେ ପକାଉଛି ଯାହା ଫଳରେ ପୁରୁଣା ପାପ ସମାପ୍ତ ହୋଇ ନୂଆ କର୍ମ ଜମା ହେବ । କେହି କେହି ତ କିଛି ବି ପୁଣ୍ୟ ଜମା କରୁନାହାଁନ୍ତି । ଯୋଗ ଉପରେ ହିଁ ସମସ୍ତ ଆଧାର ରହିଛି । ତେବେ ଯୋଗ ବ୍ୟତୀତ ପାପ କିପରି ସମାପ୍ତ ହେବ । ଜନ୍ମ-ଜନ୍ମାନ୍ତରର ପାପ ତ ବହୁତ ରହିଛି । ଏହି ଜନ୍ମର ଜୀବନକାହାଣୀ ଶୁଣାଇବା ଦ୍ୱାରା ଜନ୍ମ ଜନ୍ମାନ୍ତରର ପାପ କଟିବ ନାହିଁ । କେବଳ ଏହି ଜନ୍ମର କିଛି ପାପ ନଷ୍ଟ ହୋଇଯାଉଛି । ବାକି ପରଶ୍ରମ ତ ବହୁତ କରିବାକୁ ପଡିବ । ଏତେ ଜନ୍ମରୁ ଯାହା ସବୁ ହିସାବ କିତାବ ବାକି ରହିଛି ତାହା ଯୋଗ ଦ୍ୱାରା ହିଁ ଚୁକ୍ତ ହେବାର ଅଛି । ତେଣୁ ବିଚାର କରିବା ଦରକାର ଯେ ମୋର ଯୋଗର ମାନଦଣ୍ଡ କିପରି ? ମୋର ଜନ୍ମ ସତ୍ୟଯୁଗ ଆରମ୍ଭରେ ହୋଇପାରିବ ? ଯେଉଁମାନେ ବହୁତ ପୁରୁଷାର୍ଥ କରିବେ ସେମାନେ ସତ୍ୟଯୁଗ ଆରମ୍ଭରୁ ଜନ୍ମ ନେବେ । ସେମାନେ କେବେ ବି ଗୁପ୍ତ ରହିପାରିବେ ନାହିଁ । ସମସ୍ତେ ତ ସତ୍ୟଯୁଗରେ ଆସିପାରିବେ ନାହିଁ । ପଛରେ ଆସି ନିଚ୍ଚ ପଦ ପାଆନ୍ତି । ଯଦି ପ୍ରଥମରୁ ଆସିବେ ତେବେ ମଧ୍ୟ ଦାସଦାସୀ ହେବେ । ଏହା ତ ବୁଝିବା ପାଇଁ ସାଧାରଣ କଥା, ସେଥିପାଇଁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ । ତୁମେ ଜାଣିଛ ଆମେମାନେ ନୂଆ ଦୁନିଆକୁ ଯିବା ପାଇଁ ଅର୍ଥାତ୍ ବିଶ୍ୱର ମାଲିକ ହେବା ପାଇଁ ଏଠାକୁ ଆସିଛୁ । ତେଣୁ ଯେଉଁମାନେ ବାବାଙ୍କ ସ୍ମୃତିରେ ରହିବେ ସେମାନଙ୍କୁ ନିଶ୍ଚିତ ଖୁସି ରହିବ । ଯଦି ରାଜା ହେବାର ଅଛି ତେବେ ପ୍ରଜା ମଧ୍ୟ ପ୍ରସ୍ତୁତ କରିବାକୁ ପଡିବ । ନହେଲେ କିପରି ଜାଣିବ ଯେ ତୁମେ ରାଜା ହେବାକୁ ଯାଉଛ । ଯେଉଁମାନେ ସେବାକେନ୍ଦ୍ର ଖୋଲୁଛନ୍ତି, ସେବା କରୁଛନ୍ତି ସେମାନଙ୍କର ମଧ୍ୟ ରୋଜଗାର ହେଉଛି ଏବଂ ବହୁତ ଲାଭ ମଧ୍ୟ ହେଉଛି । ସେମାନଙ୍କୁ ତାଙ୍କର ପାରିଶ୍ରମିକ ମଧ୍ୟ ମିଳିଯାଉଛି । କେହି-କେହି ୩-୪ଟି ସେବାକେନ୍ଦ୍ର ମଧ୍ୟ ଖୋଲୁଛନ୍ତି । ଯିଏ ଯିଏ ଏହିଭଳି ସେବା କରୁଛନ୍ତି ତାର ପ୍ରାପ୍ତି ମଧ୍ୟ ମିଳୁଛି ନା । ମିଳିମିଶି ମାୟା ରୂପକ ଦୁଃଖର ଛପର ଉଠାଇବାରେ ସମସ୍ତେ ସହଯୋଗ କରୁଛନ୍ତି । ତେଣୁ ସମସ୍ତଙ୍କୁ ପାରିଶ୍ରମିକ ମିଳୁଛି । ଯିଏ ଅନେକଙ୍କୁ ରାସ୍ତା ଦେଖାଉଛନ୍ତି, ବହୁତ ପରିଶ୍ରମ କରୁଛନ୍ତି ତାଙ୍କୁ ସେହିଭଳି ଉଚ୍ଚ ପଦ ପ୍ରାପ୍ତ ହେଉଛି । ତାଙ୍କୁ ବହୁତ ଖୁସି ମଧ୍ୟ ରହୁଛି । ଅନ୍ତର୍ମନରେ ଜାଣୁଛନ୍ତି ଯେ ମୁଁ କେତେ ଜଣଙ୍କୁ ରାସ୍ତା ଦେଖାଉଛି ? କେତେ ଜଣଙ୍କୁ ଉଦ୍ଧାର କରିଛି ? ବର୍ତ୍ତମାନ ହିଁ ସବୁ କିଛି କରିବାର ସମୟ । ଖାଦ୍ୟ ପାନୀୟ ତ ସମସ୍ତଙ୍କୁ ମିଳୁଛି । କେହି କେହି ତ କିଛି ବି କାର୍ଯ୍ୟ କରନ୍ତି ନାହିଁ । ଯେପରି ମମ୍ମା କେତେ ସେବା କରିଛନ୍ତି । ଯାହା ଦ୍ୱାରା ତାଙ୍କର ବହୁତ କଲ୍ୟାଣ ହୋଇଗଲା । ଏଥିରେ ମଧ୍ୟ ବହୁତ ସେବା କରିବା ଦରକାର । ଯୋଗ କରିବା ମଧ୍ୟ ସେବା ଅଟେ ନା । କେତେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମିଳି ଚାଲିଛି । ପରବର୍ତ୍ତୀ ସମୟରେ କେତେ ନୂଆ ନୂଆ ପଏଣ୍ଟସ୍ ମିଳିବ । ଦିନକୁ ଦିନ ଉନ୍ନତି ହୋଇ ଚାଲିବ । ନୂଆ ନୂଆ ପଏଣ୍ଟ ସବୁ ମିଳିବ । ଯେଉଁମାନେ ସେବାରେ ତତ୍ପର ରହୁଛନ୍ତି ସେମାନେ ତୁରନ୍ତ ଧାରଣ କରିନେବେ ଏବଂ ଯେଉଁମାନେ ସେବା କରୁନାହାଁନ୍ତି ସେମାନଙ୍କ ବୁଦ୍ଧିରେ କିଛି ପଶିବ ନାହିଁ ।

ନିଜକୁ ବିନ୍ଦୁ ବୋଲି ଜାଣିପାରନ୍ତି ନାହିଁ । ତୁମେ କାହାକୁ ମଧ୍ୟ ପଚାରି ପାରିବ ଯେ ଆତ୍ମା ଆକାରରେ କେତେ ବଡ ? ଆତ୍ମାର ଦେଶ କାଳ ବିଷୟରେ କୁହ ତେବେ ସେମାନେ କିଛି ବି କେବେ କହିପାରିବେ ନାହିଁ । ମନୁଷ୍ୟମାନେ ପରମାତ୍ମାଙ୍କର ନାମ, ରୂପ, ଦେଶ, କାଳ ବିଷୟରେ ପଚାରୁଛନ୍ତି । ତୁମେ ଯଦି ଆତ୍ମା ବିଷୟରେ ପଚାରିବ ତେବେ ସେମାନେ ଦ୍ୱନ୍ଦରେ ପଡିଯିବେ କାରଣ କାହାକୁ ମଧ୍ୟ ଜଣାନାହିଁ । ଆତ୍ମା ଆକାରରେ ଛୋଟ ବିନ୍ଦୁ ତା ମଧ୍ୟରେ କେତେ ସାରା ପାର୍ଟ ଭରି ହୋଇ ରହିଛି । ଏଠାରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ଆତ୍ମା-ପରମାତ୍ମାଙ୍କୁ ଜାଣି ହିଁ ନାହାଁନ୍ତି । କେବଳ ବିକାର ଗୁଡିକର ସନ୍ନ୍ୟାସ କରିଛନ୍ତି, ତାହା ମଧ୍ୟ କମାଲ ଅଟେ । ସନ୍ନ୍ୟାସୀମାନଙ୍କର ଧର୍ମ ଅଲଗା । ଏହି ଜ୍ଞାନ ହେଉଛି ତୁମମାନଙ୍କ ପାଇଁ । ବାବା ବୁଝାଉଛନ୍ତି ତୁମେ ପୂର୍ବରୁ ପବିତ୍ର ଥିଲ ପୁଣି ଅପବିତ୍ର ହେଲ, ଏବେ ପୁଣି ପବିତ୍ର ହେବାକୁ ଯାଉଛ । ତୁମେମାନେ ହିଁ ୮୪ଜନ୍ମର ଚକ୍ରରେ ଆସୁଛ । ଦୁନିଆର ମନୁଷ୍ୟ ଏହି ସବୁ କଥାକୁ ବିଲ୍କୁଲ୍ ଜାଣିନାହାଁନ୍ତି । ଜ୍ଞାନ ଅଲଗା ଏବଂ ଭକ୍ତି ଅଲଗା । ଜ୍ଞାନ ଉପରକୁ ଚଢାଉଛି ଏବଂ ଭକ୍ତି ତଳକୁ ଖସାଉଛି । ଏଥିରେ ରାତି ଦିନର ଫରକ ହୋଇଗଲା ନା । ମନୁଷ୍ୟ ଯଦିଓ କେତେ ବି ନିଜକୁ ଶାସ୍ତ୍ର ଜ୍ଞାନୀ ମନେ କରନ୍ତୁ କିନ୍ତୁ କିଛି ଜାଣିନାହାଁନ୍ତି । ତୁମମାନେ ମଧ୍ୟ ଏବେ ଜାଣୁଛ । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଜାଣୁଛନ୍ତି । ଭୁଲିବା କାରଣରୁ ହିଁ ଖୁସି ହଜିଯାଉଛି । ନଚେତ୍ ଅସରନ୍ତି ଖୁସି ରହିବା ଦରକାର । ବାବାଙ୍କଠାରୁ ତୁମକୁ ଏହି ସମ୍ପତ୍ତି ମିଳୁଛି । ବାବା ସାକ୍ଷାତ୍କାର ମଧ୍ୟ କରାଇ ଦେଉଛନ୍ତି । ଯଦି ସାକ୍ଷାତ୍କାର କରିଲ କିନ୍ତୁ ଶ୍ରୀମତ ଅନୁସାରେ ଚାଲିଲ ନାହିଁ ତେବେ ଲାଭ କଣ ? ବାବାଙ୍କୁ ଦୁଃଖ ସମୟରେ ସମସ୍ତେ ମନେ ପକାଉଛନ୍ତି । ବାବାଙ୍କୁ ମୁକ୍ତିଦାତା, ହେ ରାମ, ହେ ପ୍ରଭୁ କହି ଡାକୁଛନ୍ତି । କିନ୍ତୁ ସିଏ କିଏ ତାହା ଜାଣିନାହାଁନ୍ତି । ଭକ୍ତିରେ କେହି ଏପରି କହୁନାହାଁନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବିଲ୍କୁଲ୍ ନୁହେଁ । ଯଦି କହିଥାନ୍ତେ ତେବେ ପରମାତ୍ମା ନିଶ୍ଚୟ ଆସିଥାନ୍ତେ । ଭକ୍ତି ତ ପରାମ୍ପରାରୁ ଚାଲି ଆସୁଛି ନା । ଭକ୍ତି ଅନେକ ପ୍ରକାରର ରହିଛି କିନ୍ତୁ ଜ୍ଞାନ ହେଉଛି ଗୋଟିଏ । ମନୁଷ୍ୟ ଭାବୁଛନ୍ତି ଭକ୍ତି କଲେ ଭଗବାନ ମିଳିବେ । କିନ୍ତୁ କିପରି, ଆଉ କେବେ ମିଳିବେ ? ତାହା ଜାଣିନାହାଁନ୍ତି । ଭକ୍ତି କେବେ ଆରମ୍ଭ ହେଉଛି ଏବଂ କେଉଁମାନେ ଅଧିକ ଭକ୍ତି କରୁଛନ୍ତି ଏହା କେହି ଜାଣି ନାହାଁନ୍ତି । କଣ ଆହୁରି ୪୦ ହଜାର ବର୍ଷ ପର୍ଯ୍ୟକ୍ତ ଭକ୍ତି କରି ଚାଲୁଥିବେ ? ଗୋଟିଏ ପଟେ ମନୁଷ୍ୟ ଭକ୍ତି କରୁଛନ୍ତି ଏବଂ ଅନ୍ୟ ପଟେ ତୁମେମାନେ ଜ୍ଞାନ ପ୍ରାପ୍ତ କରୁଛ । ମନୁଷ୍ୟମାନଙ୍କୁ କେତେ ବୁଝାଇବାକୁ ପଡୁଛି । ଏତେ ପ୍ରଦର୍ଶନୀ ଆଦି କରୁଛ ତଥାପି ମଧ୍ୟ କୋଟିକରୁ କେହି ଜଣେ ହିଁ ବୁଝୁଛନ୍ତି । କେତେ ଜଣଙ୍କୁ ନିଜ ସମାନ କରି ଆଣୁଛନ୍ତି, ପ୍ରକୃତ ବ୍ରାହ୍ମଣ କେତେ ସଂଖ୍ୟାରେ ଅଛନ୍ତି ଏହି ହିସାବ ଏବେ କରାଯାଇପାରିବ ନାହିଁ । ବହୁତ ଦୁର୍ବଳ ବ୍ରାହ୍ମଣ ମଧ୍ୟ ଅଛନ୍ତି । ଦୁନିଆର ବ୍ରାହ୍ମଣ ବେଦଶାସ୍ତ୍ର ଆଦିର କଥା ଶୁଣାଇଥାନ୍ତି ଏବଂ ବାବା ଗୀତାର କଥା ଶୁଣାଉଛନ୍ତି । ତୁମେ ମଧ୍ୟ ଶୁଣାଉଛ, ଯେମିତି ବାବା ସେମିତି ସନ୍ତାନମାନେ । ପିଲାମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ସତ୍ୟ-ସତ୍ୟ ଗୀତା ଶୁଣାଇବା । ଶାସ୍ତ୍ର ତ ସମସ୍ତଙ୍କ ପାଖରେ ରହିଛି । ବାସ୍ତବରେ ଯେତେ ବି ଶାସ୍ତ୍ର ଆଦି ରହିଛି ସେସବୁ ହେଉଛି ଭକ୍ତିମାର୍ଗର । ଜ୍ଞାନର ପୁସ୍ତକ ହେଉଛି ଏକମାତ୍ର ଗୀତା । ଗୀତା ହେଉଛି ସବୁ ବେଦ ଶାସ୍ତ୍ରର ମାତା-ପିତା । ବାବା ହିଁ ଆସି ସମସ୍ତଙ୍କର ସଦଗତି କରୁଛନ୍ତି । ମନୁଷ୍ୟ ପୁଣି ଏହିଭଳି ବାବାଙ୍କର ଗ୍ଲାନୀ କରୁଛନ୍ତି । ଶିବବାବାଙ୍କର ଜୟନ୍ତୀ ହେଉଛି ହୀରାତୁଲ୍ୟ । ସର୍ବୋଚ୍ଚ ଭଗବାନ ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା । ବାକି ଅନ୍ୟ କାହାର ମହିମା କିପରି ହୋଇପାରିବ! ଦେବତାମାନଙ୍କର ମହିମା କରୁଛନ୍ତି କିନ୍ତୁ ଦେବତା କରିଲାବାଲା ଏକମାତ୍ର ବାବା ଅଟନ୍ତି । ଆମର ସ୍ଥାପନାର କାର୍ଯ୍ୟ ମଧ୍ୟ ହେଉଛି ଏବଂ ବିନାଶର କାର୍ଯ୍ୟ ମଧ୍ୟ ହେଉଛି ।

ବହୁତ ଅଛନ୍ତି ଯେଉଁମାନେ କି ଅନ୍ୟମାନଙ୍କୁ କିଛି ବୁଝାଇପାରିବେ ନାହିଁ ତେବେ ତାଙ୍କୁ ସ୍ଥୂଳ କାର୍ଯ୍ୟ କରିବା ଦରକାର । ମିଲେଟ୍ରୀରେ ସବୁ ପ୍ରକାରର କାମ କରିବାବାଲା ଥାନ୍ତି । କୁହା ମଧ୍ୟ ଯାଏ ଯେ ଅଶିକ୍ଷିତ ଶିକ୍ଷିତଙ୍କର ବୋଝ ବୋହିବେ । ତେବେ ମମ୍ମା ବାବା ଯାହା କରୁଛନ୍ତି ତାଙ୍କଠାରୁ ଶିଖ । ତୁମେ ମଧ୍ୟ ଜାଣିପାରିବ ଯେ ଅନନ୍ୟ ସନ୍ତାନ କେଉଁମାନେ । ବାବାଙ୍କୁ ପଚାରିଲେ ବାବା ତାଙ୍କର ନାମ ମଧ୍ୟ କହିଦେବେ, କହିବେ ଅମୁକକୁ ଅନୁସରଣ କର । ଯେଉଁମାନେ ସେବାଧାରୀ ନୁହଁନ୍ତି ସେମାନେ ଅନ୍ୟମାନଙ୍କୁ କଣ ଶିଖାଇବେ । ସେମାନେ ତ ଆହୁରି ସମୟ ବ୍ୟର୍ଥରେ ନଷ୍ଟ କରାଇଦେବେ । ବାବା ବୁଝାଉଛନ୍ତି ଯଦି ନିଜର ଉନ୍ନତି କରିବାକୁ ଚାହୁଁଛ ତେବେ ଏଠାରେ କରିପାରିବ । ଚିତ୍ର ମଧ୍ୟ ରଖାଯାଇଛି ଯେ ଆମେ ୮୪ ଜନ୍ମ କିପରି ନେଉଛୁ, ଯଦି ଏକଥା ବୁଝିଗଲ ତେବେ ଅନ୍ୟମାନଙ୍କୁ ବୁଝାଅ । ଏହା କେତେ ସହଜ--ଏହି ଦେବୀ-ଦେବତାଙ୍କ ଭଳି ହେବାକୁ ପଡିବ । କାଲି ଏମାନଙ୍କର ଭକ୍ତି କରୁଥିଲ, କିନ୍ତୁ ଆଜି କରୁ ନାହଁ କାରଣ ଜ୍ଞାନ ମିଳିଗଲା ନା । ଏମିତି ବହୁତ ଆତ୍ମା ଆସି ଜ୍ଞାନ ବୁଝିବେ । ତୁମେ ଯେତେ ଅଧିକ ସେବାକେନ୍ଦ୍ର ଖୋଲିବ ସେତେ ଅଧିକ ବୁଝିବେ ଏବଂ ଶୁଣିବା ଦ୍ୱାରା ସେମାନଙ୍କର ଖୁସିର ପାରଦ ଚଢିଯିବ । ତୁମକୁ ନରରୁ ନାରାୟଣ ହେବାର ଅଛି । ସତ୍ୟ ନାରାୟଣ କଥା ମଧ୍ୟ ରହିଛି, ଭକ୍ତି ଦ୍ୱାରା ତ ସମସ୍ତଙ୍କର ଅଧୋପତନ ହେଉଛି । ସେମାନଙ୍କୁ ଜଣା ପଡୁନାହିଁ ଯେ ଜ୍ଞାନ କିଭଳି ଜିନିଷ । ତୁମକୁ ବେହଦର ବାବା ଯଥାର୍ଥ ଭାବରେ ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ରାଜ୍ୟପଦ ଦେଇଥିଲି ପୁଣି ତୁମର ରାଜ୍ୟପଦ କେଉଁଆଡେ ଗଲା ? ଏହା ତ ନିଜେ ଜାଣିଛ । ଏହା ହିଁ ହେଉଛି ଡ୍ରାମାର ଖେଳ । ଏକମାତ୍ର ବାବା ହିଁ ଡ୍ରାମାର ସମସ୍ତ ଖେଳର ରହସ୍ୟ ବୁଝାଉଛନ୍ତି । ଆମେମାନେ କହୁଛୁ ବାବା ଆପଣ ଡ୍ରାମାରେ ବନ୍ଧାୟମାନ ତେଣୁ ଆପଣଙ୍କୁ ଏହି ପତିତ ଦୁନିଆ ଏବଂ ପତିତ ଶରୀରରେ ଆସିବାକୁ ହିଁ ପଡିବ । ଈଶ୍ୱରଙ୍କର ତ ବହୁତ ମହିମା କରୁଛନ୍ତି । ପିଲାମାନେ କହୁଛନ୍ତି ବାବା ଆମେ ଆପଣଙ୍କୁ ଡାକିଲୁ ତେଣୁ ଆମର ସେବା କରିବା ନିମନ୍ତେ ଅର୍ଥାତ୍ ଆମକୁ ପତିତରୁ ପବିତ୍ର କରିବା ନିମନ୍ତେ ଆପଣଙ୍କୁ ଆସିବାକୁ ପଡୁଛି । ପୁଣି କଳ୍ପ-କଳ୍ପ ଆମମାନଙ୍କୁ ମନୁଷ୍ୟରୁ ଦେବତା କରି ଆପଣ ଚାଲିଯାଉଛନ୍ତି । ଏହା ଯେମିତି ଗୋଟିଏ କାହାଣୀ । ଯେଉଁମାନେ ବୁଦ୍ଧିବାନ୍ ଅଟନ୍ତି ସେମାନଙ୍କୁ ଏହା କାହାଣୀ ଭଳି ଅନୁଭବ ହେବ । ତେବେ ତୁମମାନଙ୍କୁ ଖୁସିବାସିଆ ହେବା ଦରକାର । ବାବା ମଧ୍ୟ ଡ୍ରାମା ଅନୁସାରେ ସେବକ ହୋଇଛନ୍ତି । ବାବା କହୁଛନ୍ତି ମୋ ମତ ଅନୁସାରେ ଚାଲ, ନିଜକୁ ଆତ୍ମା ମନେ କର । ଦେହ-ଅଭିମାନକୁ ତ୍ୟାଗ କର । ନୂଆ ଦୁନିଆରେ ତୁମକୁ ନୂଆ ଶରୀର ମିଳିବ । ତେଣୁ ବାବା ଯାହା ସବୁ ବୁଝାଉଛନ୍ତି ସେଗୁଡିକୁ ଭଲ ଭାବରେ ଚିନ୍ତନ ମନ୍ଥନ କର । ବୁଦ୍ଧିରେ ଭାବୁଛ ଯେ ଆମେ ଏଠାକୁ ଆସିଛୁ ଏହିଭଳି (ଦେବୀ-ଦେବତା) ହେବା ପାଇଁ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି । ଭଗବାନୁଉବାଚ ଦୁନିଆବାଲା ଭଗବାନଙ୍କୁ ମନୁଷ୍ୟ ଭାବୁଛନ୍ତି କିମ୍ବା ନିରାକାର କହୁଛନ୍ତି । ତୁମେ ଆତ୍ମାମାନେ ମଧ୍ୟ ସମସ୍ତେ ନିରାକାର ଅଟ । ଏହି ଶରୀରରେ ପ୍ରବେଶ କରି ଅଭିନୟ କରୁଛ । ବାବା ମଧ୍ୟ ଅଭିନୟ କରୁଛନ୍ତି । ଯେଉଁମାନେ ଭଲଭାବରେ ସେବା କରିବେ ସେମାନଙ୍କର ହିଁ ନିଶ୍ଚୟ ରହିବ ଯେ ଆମେ ମାଳାର ଦାନା ନିଶ୍ଚୟ ହେବୁ । ନରରୁ ନାରାୟଣ ହେବାର ଅଛି ନା । ଫେଲ୍ ହୋଇଗଲେ ଆପେ-ଆପେ ରାମ-ସୀତା ହୋଇଯିବ । ତେଣୁ ଭଗବାନ ପଢାଉଛନ୍ତି ସେଥିପାଇଁ ଭଲ ଭାବରେ ପଢିବା ଦରକାର । କିନ୍ତୁ ମାୟା ବହୁତ ବିଘ୍ନ ସୃଷ୍ଟି କରୁଛି । ମାୟା ତୋଫାନର ବଶୀଭୂତ କରାଇ ଦେଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ବିଚାର ସାଗର ମନ୍ଥନ କରି ଅସରନ୍ତି ଖୁସିର ଅନୁଭବ କରିବାକୁ ହେବ । ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇବାର କୃପା କରିବାକୁ ହେବ । ସଂଗର ରଂଗରେ ଆସି କୌଣସି ପାପ କର୍ମ କରିବାର ନାହିଁ ।

(୨) ମାୟା ଦ୍ୱାରା ମିଳୁଥିବା ଦୁଃଖର ଛପରକୁ ଉଠାଇବା ପାଇଁ ସମସ୍ତେ ମିଶି ସହଯୋଗ କରିବାକୁ ହେବ । ନୂଆ ନୂଆ ସେବାକେନ୍ଦ୍ର ଖୋଲି ଅନେକ ଆତ୍ମାଙ୍କର କଲ୍ୟାଣର ନିମିତ୍ତ ହେବାକୁ ପଡିବ ।

ବରଦାନ:-
ବ୍ରାହ୍ମଣ ଜୀବନରେ ସର୍ବଦା ହର୍ଷିତ ଚେହେରା ଏବଂ ସାବଧାନ ମୁଡରେ ରହୁଥିବା ଯୁଗଳରୂପଧାରୀ ହୁଅ ।

ଯଦି କୌଣସି ବି ପରିସ୍ଥିତିରେ ପ୍ରସନ୍ନ ରହିବାର ମୁଡ୍ ଅର୍ଥାତ୍ ମନର ସ୍ଥିତି ପରିବର୍ତ୍ତନ ହୋଇଯାଉଛି ତେବେ ତାକୁ ସଦାକାଳର ପ୍ରସନ୍ନତା କୁହାଯିବ ନାହିଁ । ବ୍ରାହ୍ମଣ ଜୀବନରେ ମୁଡ୍ ସର୍ବଦା ହର୍ଷିତ ରହିବା ସହିତ ସାବଧାନ ମଧ୍ୟ ରହିବା ଦରକାର । ମୁଡ୍ ବଦଳିବା ଉଚିତ୍ ନୁହେଁ । ଯେତେବେଳେ ମୁଡ୍ ବଦଳିଯାଏ ସେତେବେଳେ କହିଥାନ୍ତି ମୋତେ ଟିକିଏ ଏକାନ୍ତ ଦରକାର । ଆଜି ମୋର ମୁଡ୍ ଭଲ ନାହିଁ । ତେବେ ତୁମର ମୁଡ୍ ସେତେବେଳେ ବଦଳିଥାଏ ଯେତେବେଳେ ଏକୁଟିଆ ହୋଇଯାଅ, ଯଦି ସବୁବେଳେ ବାବାଙ୍କ ସହିତ ଯୁଗଳ ରୂପରେ ରହିବ ତେବେ ମୁଡ୍ ବଦଳିବ ନାହିଁ ।

ସ୍ଲୋଗାନ:-
କୌଣସି ବି ଉତ୍ସବ ପାଳନ କରିବାର ଅର୍ଥ ଯୋଗ ଏବଂ ସେବାର ଉତ୍ସାହରେ ରହିବା ।


ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ବର୍ତ୍ତମାନ ତୀବ୍ର ପୁରୁଷାର୍ଥ କରିବାର ଏହି ଲକ୍ଷ୍ୟ ରଖ ଯେ ମୁଁ ଡବଲ ଲାଇଟ୍ ଫରିସ୍ତା ଅଟେ, ଚାଲିବା, ବୁଲିବା ସମୟରେ ଫରିସ୍ତା ସ୍ୱରୂପରେ ରହିବାର ଅନୁଭୂତିକୁ ବଢାଅ । ଅଶରୀରୀ ପଣିଆର ଅଭ୍ୟାସ କର । ଗୋଟିଏ ସେକେଣ୍ଡରେ କୌଣସି ବି ସଂକଳ୍ପକୁ ସମାପ୍ତ କରିବାରେ ବା ସ୍ୱଭାବ ସଂସ୍କାରରେ ଡବଲ ଲାଇଟ୍ ହୋଇ ରୁହ ।