11.01.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ପରମପ୍ରିୟ ଶିବବାବା
ତୁମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି, ତେଣୁ ତୁମେମାନେ ତାଙ୍କ ଶ୍ରୀମତରେ ଚାଲ’’
।
ପ୍ରଶ୍ନ:-
ମନୁଷ୍ୟମାନେ
ପରମାତ୍ମାଙ୍କ ବିଷୟରେ କେଉଁ ଦୁଇଟି କଥା ପରସ୍ପରଠାରୁ ଭିନ୍ନ ରୂପରେ କହିଥା’ନ୍ତି?
ଉତ୍ତର:-
ଗୋଟିଏ ପଟେ କହୁଛନ୍ତି - ପରମାତ୍ମା ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି ଏବଂ ଅନ୍ୟ ପଟେ କହୁଛନ୍ତି
ସେ ତ ନାମ-ରୂପରୁ ଅଲଗା । ଏହି ଦୁଇଟି କଥା ପରସ୍ପର ଠାରୁ ଭିନ୍ନ ହୋଇ ଯାଉଛି । ପରମାତ୍ମାଙ୍କୁ
ଯଥାର୍ଥ ରୂପରେ ନ ଜାଣିବା କାରଣରୁ ହିଁ ପତିତ ହୋଇ ଚାଲିଛନ୍ତି । ତେବେ ବାବା ଯେତେବେଳେ ଏଠାକୁ
ଆସନ୍ତି ସେତେବେଳେ ହିଁ ନିଜର ସଠିକ ପରିଚୟ ଦିଅନ୍ତି ।
ଗୀତ:-
ମରନା ତେରୀ ଗଲୀ
ମେଁ...
ଓମ୍ ଶାନ୍ତି ।
ପିଲାମାନେ ଗୀତ
ଶୁଣିଲେ । ଯଦି କେହି ମୃତ୍ୟୁବରଣ କରନ୍ତି ତେବେ ସିଏ ଯାଇ ଅନ୍ୟ ଜଣେ ପିତାଙ୍କ ପାଖରେ ଜନ୍ମ
ନିଅନ୍ତି । କଥାରେ କୁହନ୍ତି ଅମୁକ ବାପାଙ୍କ ପାଖରେ ଜନ୍ମ ନେଲା । ସାଧାରଣତଃ କେହି ମା’ର ନାମ କହି
ନଥା’ନ୍ତି ବାପାଙ୍କର ନାମ ହିଁ କହିଥା’ନ୍ତି । ବାପାଙ୍କୁ ଅଭିନନ୍ଦନ ଜଣାଇଥା’ନ୍ତି । ଏବେ
ତୁମେମାନେ ଜାଣୁଛ ଆମେ ଆତ୍ମା, ତାହା ତ ଶରୀରର କଥା । ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ପୁଣି
ଅନ୍ୟ ଏକ ବାପାଙ୍କ ପାଖକୁ ଯାଇଥାଏ । ତୁମେମାନେ ୮୪ ଜନ୍ମରେ ୮୪ ଜଣ ଶାରିରୀକ ପିତାଙ୍କ ପାଖରେ
ଜନ୍ମ ଗ୍ରହଣ କରିଛ । କିନ୍ତୁ ବାସ୍ତବରେ ତୁମେମାନେ ନିରାକାର ପିତାଙ୍କର ସନ୍ତାନ । ତୁମେମାନେ
ପରମପିତା ପରମାତ୍ମାଙ୍କର ସନ୍ତାନ ଏବଂ ସେଠାକାର ନିବାସୀ ମଧ୍ୟ ଅଟ ଯାହାକୁ ନିର୍ବାଣଧାମ ଅଥବା
ଶାନ୍ତିଧାମ କୁହାଯାଏ । ତୁମେମାନେ ବାସ୍ତବରେ ପରମଧାମର ନିବାସୀ ଅଟ । ବାବା ମଧ୍ୟ ସେଠାରେ
ରହୁଛନ୍ତି । ଏଠାକୁ ଆସି ତୁମେମାନେ ଲୌକିକ ପିତାଙ୍କର ସନ୍ତାନ ହେଉଛ ଏବଂ ସେହି ପିତାଙ୍କୁ
ଭୁଲିଯାଉଛ । ସତ୍ୟଯୁଗରେ ତୁମେମାନେ ସୁଖୀ ହୋଇଯାଉଛ ତେଣୁ ସେହି ପାରଲୌକିକ ପିତାଙ୍କୁ ଭୁଲିଯାଉଛ
। ସୁଖରେ କେହି ହେଲେ ସେହି ବାବାଙ୍କୁ ସ୍ମରଣ କରନ୍ତି ନାହିଁ । ଦୁଃଖରେ ସମସ୍ତେ ମନେ ପକାନ୍ତି
ଏବଂ ଆତ୍ମା ହିଁ ତାଙ୍କୁ ମନେ ପକାଇଥାଏ । ଯେତେବେଳେ ଲୌକିକ ପିତାଙ୍କୁ ମନେ ପକାଇଥା’ନ୍ତି
ସେତେବେଳେ ବୁଦ୍ଧି ଶରୀର ଆଡକୁ ରହିଥାଏ । ଏହି ବାବା ଅର୍ଥାତ୍ ବ୍ରହ୍ମାବାବା ମଧ୍ୟ ତାଙ୍କୁ ମନେ
ପକାଇଲେ କହିବେ ଓ ବାବା । ଉଭୟ ବାବା ଅଟନ୍ତି । ସଠିକ୍ ଅକ୍ଷର ହେଉଛି ବାବା । ଇଏ ମଧ୍ୟ ବାବା,
ସେ ମଧ୍ୟ ବାବା । କିନ୍ତୁ ଆତ୍ମା ଯେତେବେଳେ ସେହି ପିତାଙ୍କୁ ମନେ ପକାଏ ସେତେବେଳେ ବୁଦ୍ଧି
ସେଠାକୁ ଚାଲିଥାଏ । ଏକଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ତୁମେମାନେ ଏବେ ଜାଣୁଛ ଯେ,
ବାବା ଆସି, ଆମମାନଙ୍କୁ ନିଜର କରିଛନ୍ତି । ବାବା କହୁଛନ୍ତି ପ୍ରଥମେ ମୁଁ ତୁମମାନଙ୍କୁ ସ୍ୱର୍ଗକୁ
ପଠାଇଥିଲି । ସେଠାରେ ତୁମେମାନେ ବହୁତ ସାହୁକାର ଥିଲ ପୁଣି ୮୪ ଜନ୍ମ ନେଇ ଡ୍ରାମା ପ୍ଲାନ ଅନୁସାରେ
ଏବେ ତୁମେମାନେ ଦୁଃଖୀ ହୋଇଯାଇଛ । ଏବେ ପୁଣି ଡ୍ରାମା ଅନୁସାରେ ପୁରୁଣା ଦୁନିଆ ସମାପ୍ତ ହୋଇଯିବ
। ସେଠାରେ ତୁମମାନଙ୍କର ଆତ୍ମା ଏବଂ ଶରୀର ରୂପୀ ବସ୍ତ୍ର ଉଭୟ ସତ୍ତ୍ୱପ୍ରଧାନ ଥିଲା ପୁଣି
ଯେତେବେଳେ ସ୍ୱର୍ଣ୍ଣିମଯୁଗରୁ ରୌପ୍ୟ ଯୁଗକୁ ଆସିଲା ସେତେବେଳେ ଶରୀର ମଧ୍ୟ ରୌପ୍ୟ ଯୁଗକୁ ଆସିଲା
ପୁଣି ତାମ୍ର ଯୁଗକୁ ଆସିଲା । ଏବେ ତ ତୁମର ଆତ୍ମା ବିଲ୍କୁଲ୍ ପତିତ ହୋଇଯାଇଛି ତେଣୁ ଶରୀର ମଧ୍ୟ
ପତିତ ହୋଇଯାଇଛି । ଯେପରି ୧୪ କ୍ୟାରେଟ୍ ସୁନାକୁ କେହି ବି ପସନ୍ଦ କରନ୍ତି ନାହିଁ । ତାହା କଳା
ପଡିଯାଏ । ସେହିପରି ତୁମେମାନେ ମଧ୍ୟ ଏବେ କଳା ଆଇରନ୍ ଏଜଡ୍ ହୋଇଯାଇଛ । ଏବେ ଆତ୍ମା ଏବଂ ଶରୀର
ଉଭୟ କଳା ହୋଇଯାଇଛି, ତାହା ପୁଣି ପବିତ୍ର କିପରି ହେବ? ଯେତେବେଳେ ଆତ୍ମା ପବିତ୍ର ହୋଇଯିବ
ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ । ତେବେ ତାହା କିପରି ହେବ? କ’ଣ ଗଙ୍ଗା ସ୍ନାନ କରିବାକୁ
ହେବ? ନା । ଡାକୁଛନ୍ତି - ହେ ପତିତ-ପାବନ... ଏକଥା ଆତ୍ମା କହୁଛି ଏବଂ ସେତେବେଳେ ବୁଦ୍ଧି
ପାରଲୌକିକ ବାବାଙ୍କ ଆଡକୁ ଚାଲିଯାଇଥାଏ - ହେ ବାବା । ଦେଖ, ଏହି ବାବା ଶବ୍ଦ କେତେ ମିଠା ।
ଭାରତରେ ହିଁ ବାବା-ବାବା କହିଥା’ନ୍ତି । ଏବେ ତୁମେମାନେ ଆତ୍ମ-ଅଭିମାନୀ ହୋଇ ବାବାଙ୍କର ହୋଇଛ ।
ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି । ସେଠାରେ ତୁମେମାନେ ନୂଆ ଶରୀର ଧାରଣ
କରିଥିଲ । ଏବେ ତୁମେମାନେ କ’ଣ ହୋଇଯାଇଛ । ଏକଥା ସର୍ବଦା ମନ ଭିତରେ ରହିବା ଉଚିତ୍ । ସବୁବେଳେ
ବାବାଙ୍କୁ ହିଁ ସ୍ମରଣ କରିବା ଉଚିତ୍ । ସମସ୍ତେ ସ୍ମରଣ ମଧ୍ୟ କରୁଛନ୍ତି ନା - ହେ ବାବା ଏବେ ଆମେ
ପତିତ ହୋଇଯାଇଛୁ । ଆପଣ ଆସି ପବିତ୍ର କରନ୍ତୁ । ଡ୍ରାମାରେ ମଧ୍ୟ ଏହି ପାର୍ଟ ଅଛି ତେଣୁ ତାଙ୍କୁ
ସ୍ମରଣ କରୁଛନ୍ତି । ଡ୍ରାମା ପ୍ଲାନ ଅନୁସାରେ ଆସିବେ ମଧ୍ୟ ସେତେବେଳେ ଯେତେବେଳେ ପୁରୁଣା ଦୁନିଆ
ନୂଆ ହେବାକୁ ଥିବ ତେବେ ନିଶ୍ଚିତ ସଂଗମ ଯୁଗରେ ହିଁ ଆସିବେ । ତୁମର ନିଶ୍ଚୟ ରହିଛି ଯେ ବାବା
ହେଉଛନ୍ତି ମୋଷ୍ଟ ବିଲବେଡ୍ ଅର୍ଥାତ୍ ପ୍ରିୟତମ । ଏଭଳି ମଧ୍ୟ କହିଥା’ନ୍ତି ସୁଇଟ୍, ସୁଇଟର୍,
ସୁଇଟେଷ୍ଟ । ତେବେ ସବୁଠାରୁ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ହେଉଛନ୍ତି ପିତା, ଯିଏକି
ଜନ୍ମ ଦେଇଥା’ନ୍ତି । ତା’ପରେ ଶିକ୍ଷକ, ସିଏ ମଧ୍ୟ ବହୁତ ଭଲ । ତାଙ୍କଠାରୁ ପାଠପଢି ପଦ ଉଚ୍ଚ
ପାଉଛ । ଜ୍ଞାନକୁ ରୋଜଗାରର ବାଟ ବୋଲି କୁହାଯାଇଥାଏ । ଜ୍ଞାନ ଅର୍ଥାତ୍ ନଲେଜ । ଯୋଗ ଅର୍ଥାତ୍
ସ୍ମୃତି । ବେହଦର ବାବା ଯିଏକି ତୁମମାନଙ୍କୁ ସ୍ୱର୍ଗର ମାଲିକ କରିଥିଲେ, ତାଙ୍କୁ ଏବେ ତୁମେମାନେ
ଭୁଲିଯାଇଛ । ଶିବବାବା କିପରି ଆସନ୍ତି, କେହି ଜାଣିନାହାଁନ୍ତି । ଚିତ୍ରରେ ମଧ୍ୟ ସ୍ପଷ୍ଟ
ଦେଖାଯାଇଛି । ଶିବବାବା ବ୍ରହ୍ମା ଦ୍ୱାରା ସ୍ଥାପନା କରୁଛନ୍ତି । ଶ୍ରୀକୃଷ୍ଣ କିପରି ରାଜଯୋଗ
ଶିଖାଇବେ? ରାଜଯୋଗ ତ ସତ୍ୟଯୁଗ ପାଇଁ ଶିଖାଇଥା’ନ୍ତି । ତେବେ ନିଶ୍ଚିତ ଭାବରେ ସଂଗମ ଯୁଗରେ ବାବା
ହିଁ ଶିଖାଇଥିବେ । ସତ୍ୟଯୁଗର ସ୍ଥାପୟିତା ହେଉଛନ୍ତି ବାବା । ଶିବବାବା ଏହାଙ୍କ ଦ୍ୱାରା ସ୍ୱର୍ଗର
ସ୍ଥାପନା କରୁଛନ୍ତି । କରନକରାବନହାର ଅଟନ୍ତି ନା । କିନ୍ତୁ ମନୁଷ୍ୟମାନେ ତ୍ରିମୂର୍ତ୍ତି ବ୍ରହ୍ମା
ବୋଲି କହିଦେଉଛନ୍ତି । ବାସ୍ତବରେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ । ଇଏ ହେଲେ ସାକାର, ସେ ନିରକାର
। ସୃଷ୍ଟି ଏହିଠାରେ ହିଁ ରହିଛି । ଏହି ସୃଷ୍ଟିରୂପି ଚକ୍ର ଯାହାକି ଘୂରି ଚାଲିଛି ପୁଣି ରିପିଟ୍
ହେବାରେ ଲାଗିଛି । ସୂକ୍ଷ୍ମଲୋକରେ ଥିବା ସୃଷ୍ଟିଚକ୍ରର ଗାୟନ କରାଯାଏ ନାହିଁ । ମନୁଷ୍ୟ
ସୃଷ୍ଟିରୂପି ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହୁଏ । ସୂକ୍ଷ୍ମଲୋକରେ କୌଣସି ଚକ୍ର ଆଦି
ନଥାଏ । ଗାୟନ ମଧ୍ୟ କରନ୍ତି, ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି । ତାହା ହେଉଛି ଏହି
ମନୁଷ୍ୟ ସୃଷ୍ଟିର କଥା । ସତ୍ୟଯୁଗ ଏବଂ ତ୍ରେତା ଯୁଗର ମଝିରେ ନିଶ୍ଚିତ ସଂଗମଯୁଗ ହେବା ଦରକାର ।
ନଚେତ୍ କଳିଯୁଗକୁ ସତ୍ୟଯୁଗ କିଏ କରାଇବ । ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ବାବା ଏହି
ସଂଗମଯୁଗରେ ଆସନ୍ତି । ଇଏ ତ ହାଇଏଷ୍ଟ ଅଥରିଟୀ ଗଡ୍ ଫାଦରଲୀ ଗଭର୍ଣ୍ଣମେଣ୍ଟ ଅଟେ । ତା’ ସହିତ
ଧର୍ମରାଜ ମଧ୍ୟ ଅଟନ୍ତି । ଆତ୍ମା କହୁଛି ମୁଁ ନିର୍ଗୁଣ ମୋ ଠାରେ କୌଣସି ଗୁଣ ନାହିଁ । କୌଣସି ବି
ଦେବତାଙ୍କ ମନ୍ଦିରକୁ ଯାଇ ଏହି କଥା କହିଥା’ନ୍ତି । ବାସ୍ତବରେ ଏକଥା ବାବାଙ୍କୁ କହିବା ଦରକାର ।
ତାଙ୍କୁ ଛାଡି ବ୍ରଦର୍ସ ଅର୍ଥାତ୍ ଦେବତାମାନଙ୍କୁ କହୁଛନ୍ତି । ଦେବତାମାନେ ହେଲେ ବ୍ରଦର୍ସ ।
ଭାଇଠାରୁ ତ କିଛି ହେଲେ ମିଳିବାର ନାହିଁ । ଭାଇମାନଙ୍କର ପୂଜା କରି-କରି ତଳକୁ ଖସି ଆସିଛନ୍ତି ।
ଏବେ ତୁମେମାନେ ଜାଣୁଛ ବାବା ଏଠାକୁ ଆସିଛନ୍ତି, ତାଙ୍କଠାରୁ ଆମମାନଙ୍କୁ ବର୍ସା ମିଳୁଛି ।
ମନୁଷ୍ୟମାନେ ବାବାଙ୍କୁ ହିଁ ଜାଣି ନାହାଁନ୍ତି, ତେଣୁ ସର୍ବବ୍ୟାପୀ କହି ଦେଉଛନ୍ତି । କେହି ପୁଣି
କହୁଛନ୍ତି ଭଗବାନ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟନ୍ତି । କେହି କହୁଛନ୍ତି ସେ ନାମ-ରୂପରୁ ଅଲଗା । ଯଦି
ସିଏ ଅଖଣ୍ଡ ଜ୍ୟୋତି ସ୍ୱରୂପ ତେବେ ପୁଣି ନାମ-ରୂପରୁ ଅଲଗା କିପରି କହୁଛ । ବାବାଙ୍କୁ ନ ଜାଣିବା
କାରଣରୁ ସମସ୍ତେ ପତିତ ହୋଇ ଯାଇଛନ୍ତି । ବାସ୍ତବରେ ସମସ୍ତଙ୍କୁ ତମୋପ୍ରଧାନ ମଧ୍ୟ ହେବାକୁ ପଡିବ
। ପୁଣି ଯେତେବେଳେ ବାବା ଆସୁଛନ୍ତି ସମସ୍ତଙ୍କୁ ସତ୍ତ୍ୱପ୍ରଧାନ କରୁଛନ୍ତି । ସବୁ ଆତ୍ମା
ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥା’ନ୍ତି ପୁଣି ଏଠାକୁ ଆସି ସତ୍ତ୍ୱ-ରଜୋ-ତମୋର ପାର୍ଟ
କରିଥା’ନ୍ତି । ତେବେ ଆତ୍ମା ହିଁ ବାବାଙ୍କୁ ସ୍ମରଣ କରୁଛି । ବାବା ଏଠାକୁ ଆସି କହୁଛନ୍ତି ମୁଁ
ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି । ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ । ବିନା ଆତ୍ମାରେ କ’ଣ ରଥ ଥାଏ
କି! ଏବେ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ, ଏହା ହେଉଛି ଜ୍ଞାନର ବର୍ସା । ଏହା ହେଲା
ଜ୍ଞାନମାର୍ଗ, ଏହା ଦ୍ୱାରା କ’ଣ ହେଉଛି? ଦୁନିଆ ପତିତରୁ ପାବନ ହେଉଛି । ସତ୍ୟଯୁଗରେ ମଧ୍ୟ ଗଙ୍ଗା
ନଦୀ ଏବଂ ଯମୁନା ନଦୀ ରହିବ । କହନ୍ତି ଶ୍ରୀକୃଷ୍ଣ ଯମୁନା କୂଳରେ ଖେଳା ଖେଳି କରୁଥିଲେ ।
ବାସ୍ତବରେ ଏପରି କୌଣସି କଥା ନାହିଁ । ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି । ତାଙ୍କର ବହୁତ ଭଲ
ଭାବରେ ଲାଳନ ପାଳନ ହୋଇଥାଏ କାରଣ ସିଏ ଫୁଲ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି । ଫୁଲ କେତେ
ସୁନ୍ଦର ହୋଇଥାଏ । ସମସ୍ତେ ଫୁଲର ସୁଗନ୍ଧ ନେଇଥା’ନ୍ତି । କଣ୍ଟାରୁ କ’ଣ କେହି ସୁଗନ୍ଧ ନେବେ କି
। ଏବେ ତ ଏହା କଣ୍ଟାର ଦୁନିଆ ଅଟେ । ଏହି କଣ୍ଟାର ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି ।
ସେଥିପାଇଁ ତାଙ୍କର ବବୁଲନାଥ ନାମ ରହିଛି । ସିଏ କଣ୍ଟାକୁ ଫୁଲ କରନ୍ତି । ସେଥିପାଇଁ ତାଙ୍କର
ମହିମାର ଗାୟନ କରାଯାଏ - କଣ୍ଟାକୁ ଫୁଲ କରୁଥିବା ବାବା । ତେବେ ତୁମର ବାବାଙ୍କ ସିହତ କେତେ
ସ୍ନେହ ରହିବା ଉଚିତ୍ । ସେହି ଲୌକିକ ପିତା ତ ତୁମମାନଙ୍କୁ ବିକାରୀ କରିଦେଇଥା’ନ୍ତି । ଏହି ବାବା
୨୧ ଜନ୍ମ ନିମନ୍ତେ ତୁମକୁ ବିକାରରୁ ମୁକ୍ତ କରି ପବିତ୍ର କରୁଛନ୍ତି । ଲୌକିକ ପିତା ତୁମକୁ ପତିତ
କରାଉଛନ୍ତି । ସେଥିପାଇଁ ତ ଲୌକିକ ପିତା ଥାଇ ମଧ୍ୟ ପାରଲୌକିକ ପିତାଙ୍କୁ ଆତ୍ମା ମନେ ପକାଇଥାଏ ।
ଏବେ ତୁମେମାନେ ଜାଣୁଛ ଯେ, ଅଧାକଳ୍ପ ହେବ ଆମେମାନେ ବାବାଙ୍କୁ ମନେ ପକାଇ ଆସିଛୁ ଏବଂ ବାବା ମଧ୍ୟ
ନିଶ୍ଚିତ ଆସୁଛନ୍ତି । ସେଥିପାଇଁ ଶିବଜୟନ୍ତୀ ପାଳନ କରୁଛନ୍ତି । ତୁମେମାନେ ଜାଣିଛ, ଏବେ ଆମେ
ବେହଦ ବାବାଙ୍କର ହୋଇଛୁ । ଏବେ ଆମର ସମ୍ବନ୍ଧ ତାଙ୍କ ସହିତ ରହିଛି ଏବଂ ଲୌକିକମାନଙ୍କ ସହିତ ମଧ୍ୟ
ରହିଛି । ତୁମେମାନେ ପାରଲୌକିକ ପିତାଙ୍କୁ ସ୍ମରଣ କରିଲେ ପବିତ୍ର ହୋଇଯିବ । ଆତ୍ମା ଜାଣିଛି ସେ
ଆମର ଲୌକିକ ପିତା ଏବଂ ଇଏ ପାରଲୌକିକ ପିତା, ଭକ୍ତିମାର୍ଗରେ ମଧ୍ୟ ଆତ୍ମା ଏକଥା ଜାଣିଥାଏ ।
ସେଥିପାଇଁ ତ କହୁଛନ୍ତି - ହେ ଭଗବାନ, ଓ ଗଡ୍ ଫାଦର । ସମସ୍ତେ ସେହି ଅବିନାଶୀ ପିତାଙ୍କୁ ହିଁ ମନେ
ପକାଉଛନ୍ତି । ଏବେ ବାବା ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । କିନ୍ତୁ ଏହି କଥାକୁ କେହି ବି ଜାଣି
ନାହାଁନ୍ତି । ଶାସ୍ତ୍ରରେ ତ ଯୁଗର ଆୟୁଷକୁ ମଧ୍ୟ ବହୁତ ଲମ୍ବା-ଚଉଡା କରି ଦେଇଛନ୍ତି । ଏକଥା
କାହାରି ଖିଆଲରେ ଆସେନାହିଁ ଯେ ବାବା ଆସନ୍ତି ହିଁ ପତିତମାନଙ୍କୁ ପାବନ କରିବା ପାଇଁ । ତେବେ
ନିଶ୍ଚିତ ଭାବରେ ବାବା ସଂଗମଯୁଗରେ ହିଁ ଆସିବେ । ପ୍ରତି କଳ୍ପର ଆୟୁଷ ଲକ୍ଷେ ବର୍ଷ ଲେଖି ଦେଇ
ମନୁଷ୍ୟମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି । ବାବାଙ୍କୁ ପାଇବା ପାଇଁ କେତେ ଧକ୍କା
ଖାଉଛନ୍ତି । କଥାରେ କହନ୍ତି, ଯିଏ ବହୁତ ଭକ୍ତି କରନ୍ତି ତାଙ୍କୁ ଭଗବାନ ମିଳିଥା’ନ୍ତି । ତେବେ
ଯେଉଁମାନେ ସବୁଠାରୁ ଅଧିକ ଭକ୍ତି କରିଥା’ନ୍ତି ତାଙ୍କୁ ନିଶ୍ଚିତ ପ୍ରଥମେ ମିଳିବା ଦରକାର । ବାବା
ଏହାର ହିସାବ ମଧ୍ୟ ବତାଉଛନ୍ତି, ସର୍ବ ପ୍ରଥମେ ଭକ୍ତି ତୁମେମାନେ କରୁଛ । ତେଣୁ ତୁମମାନଙ୍କୁ
ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଉଚିତ, ଯେପରି ତୁମେମାନେ ଯାଇ ନୂଆ ଦୁନିଆରେ ରାଜ୍ୟ
କରିବ । ବେହଦର ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ ।
ବାବା କହୁଛନ୍ତି ତୁମେମାନେ ମୋତେ ଅଧାକଳ୍ପ ହେବ ମନେ ପକାଇ ଆସିଛ । ସୁଖୀ ଥିବା ସମୟରେ ତ କେହି
ସ୍ମରଣ କରନ୍ତି ନାହିଁ । ଅନ୍ତିମ ସମୟରେ ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ମୁଁ
ଆସି ସମସ୍ତଙ୍କୁ ସୁଖୀ କରୁଛି । ଏବେ ତୁମେମାନେ ବହୁତ ବଡ ଲୋକ ହେଉଛ । ଦେଖ ବର୍ତ୍ତମାନର ଚିଫ୍
ମିନିଷ୍ଟର, ପ୍ରାଇମ୍ ମିନିଷ୍ଟର ଆଦିଙ୍କର ବଙ୍ଗଳା କେତେ ଫାଷ୍ଟକ୍ଲାସ୍ । ତେବେ ସେଠାକାର ଗାଈ,
ଫର୍ଣ୍ଣିଚର ଆଦି ସବୁ ସେହିପରି ଫାଷ୍ଟକ୍ଲାସ୍ ହେବ । ତୁମେମାନେ ତ କେତେ ବଡ ଲୋକ ଅର୍ଥାତ୍ ଦେବତା
ହୋଇଯାଉଛ । ଦୈବୀଗୁଣଧାରୀ ଦେବତା ସ୍ୱର୍ଗର ମାଲିକ ହୋଇଯାଉଛି । ସେଠାରେ ତୁମମାନଙ୍କ ପାଇଁ
ହୀରା-ନୀଳାର ମହଲ ହେବ । ତୁମର ଫର୍ଣ୍ଣିଚର ସବୁ ସୁନାରେ ଜଡିତ ଫାଷ୍ଟକ୍ଲାସ୍ ହେବ । ଏଠାରେ ତ
ଝୁଲା ଆଦି ସବୁ ଭିକାରୀ ପରି । ସେଠାରେ ସବୁ ଫାଷ୍ଟକ୍ଲାସ୍ ହୀରା-ନୀଳାର ଜିନିଷ ହେବ । ଏହା ହେଉଛି
ରୁଦ୍ର ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ମଧ୍ୟ କହିଥା’ନ୍ତି । ଭକ୍ତି ପୂରା ହେଲେ ଭଗବାନ ପୁଣି
ରୁଦ୍ର ଯଜ୍ଞ ରଚନା କରିଥା’ନ୍ତି । ସତ୍ୟଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ରହିବ ନାହିଁ । ଏହି
ସମୟରେ ହିଁ ବାବା ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି ପରେ ଗାୟନ ହୁଏ ।
ଭକ୍ତି ତ ସବୁବେଳେ ଚାଲିବ ନାହିଁ । ଭକ୍ତି ଏବଂ ଜ୍ଞାନ । ଭକ୍ତି ହେଉଛି ରାତ୍ରି, ଜ୍ଞାନ ଦିନ ।
ବାବା ଆସି ଦିନ କରୁଛନ୍ତି ତେଣୁ ପିଲାମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଉଚିତ । ବାବା
ଆମକୁ ବିଶ୍ୱର ମାଲିକ କରୁଛନ୍ତି । ମୋଷ୍ଟ ବିଲବେଡ୍ ବାବା ଏକମାତ୍ର ବାବା ହିଁ ଅଟନ୍ତି ।
ତାଙ୍କଠାରୁ ଅଧିକ ସ୍ନେହୀ ବସ୍ତୁ କିଛି ହୋଇପାରିବ ନାହିଁ । ସେଥିପାଇଁ ତୁମେମାନେ ତାଙ୍କୁ
ଅଧାକଳ୍ପ ହେବ ସ୍ମରଣ କରିଆସିଛ । କହୁଛ, ବାବା ଆସ ଏଠାକୁ ଆସି ଆମର ଦୁଃଖକୁ ହରଣ କର । ତେଣୁ ଏବେ
ବାବା ଆସିଛନ୍ତି । କହୁଛନ୍ତି ତୁମମାନଙ୍କୁ ନିଜ ଗୃହସ୍ଥରେ ତ ରହିବାକୁ ହିଁ ହେବ । ଏଠାରେ
ବାବାଙ୍କ ପାଖରେ କେତେ ଦିନ ରହିବ । ତୁମେମାନେ ବାବାଙ୍କ ସାଥିରେ ତ ପରମଧାମରେ ହିଁ ରହିପାରିବ ।
ଏଠାରେ ତ ଏତେ ସବୁ ସନ୍ତାନ ରହିପାରିବେ ନାହିଁ । ଶିକ୍ଷକ ପ୍ରଶ୍ନ କିପରି ପଚାରିବେ? ଲାଉଡ୍
ସ୍ପିକର ଦ୍ୱାରା ରେସପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର କିପରି ଦେଇପାରିବେ । ସେଥିପାଇଁ ଅଳ୍ପ-ଅଳ୍ପ
ବିଦ୍ୟାର୍ଥୀମାନଙ୍କୁ ପାଠ ପଢାଉଛନ୍ତି । କଳେଜ ତ ବହୁତ ରହିଛି । ପୁଣି ସମସ୍ତଙ୍କର ପରୀକ୍ଷା
ମଧ୍ୟ ହୋଇଥାଏ ଏବଂ ତା’ର ତାଲିକା ବାହାର କରନ୍ତି । ଏଠାରେ ତ ଏକମାତ୍ର ବାବା ପାଠ ପଢାଉଛନ୍ତି ।
ଏକଥା ମଧ୍ୟ ବୁଝାଇବା ଦରକାର ଯେ, ଦୁଃଖ ସମୟରେ ସମସ୍ତେ ସେହି ପାରଲୌକିକ ବାବାଙ୍କୁ ସ୍ମରଣ
କରିଥା’ନ୍ତି । ଏବେ ବାବା ଆସିଛନ୍ତି । ମହାଭାରୀ ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ ।
ସେମାନେ ଭାବୁଛନ୍ତି ମହାଭାରତ ଲଢେଇରେ କୃଷ୍ଣ ଆସିଥିଲେ । ବାସ୍ତବରେ ଏକଥା ତ ହୋଇପାରିବ ନାହିଁ ।
ବିଚରା ମନୁଷ୍ୟ ଦ୍ୱନ୍ଦରେ ପଡିଯାଇଛନ୍ତି । ତଥାପି ମଧ୍ୟ କୃଷ୍ଣ-କୃଷ୍ଣ କହି ସ୍ମରଣ କରୁଛନ୍ତି ।
ସବୁଠାରୁ ପ୍ରିୟ ଶିବ ଏବଂ କୃଷ୍ଣ ଅଟନ୍ତି । କିନ୍ତୁ ଇଏ ନିରାକାର, ଇଏ ହେଉଛନ୍ତି ସାକାର ।
ନିରାକାର ବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ଉଭୟ ସବୁଠାରୁ ପ୍ରିୟ ଅଟନ୍ତି । କୃଷ୍ଣ
ମଧ୍ୟ ବିଶ୍ୱର ମାଲିକ ନା । ଏବେ ତୁମେମାନେ ନିର୍ଣ୍ଣୟ କରିପାରିବ - ଅଧିକ ସ୍ନେହୀ କିଏ? ଶିବବାବା
ହିଁ ତ ତୁମମାନଙ୍କୁ ଏପରି ଯୋଗ୍ୟ କରୁଛନ୍ତି ନା । କୃଷ୍ଣ କ’ଣ କରୁଛନ୍ତି? ତାଙ୍କୁ ମଧ୍ୟ ବାବା
ହିଁ ଏପରି କରୁଛନ୍ତି । ତେଣୁ ଗାୟନ ମଧ୍ୟ ଅଧିକ ସେ ବାବାଙ୍କର ହେବା ଉଚିତ । ଶଙ୍କରଙ୍କର ନୃତ୍ୟ
ଦେଖାନ୍ତି । ବାସ୍ତବରେ ନୃତ୍ୟ ଆଦିର କୌଣସି କଥା ନାହିଁ । ବାବା ବୁଝାଉଛନ୍ତି ତୁମେ ସବୁ ହେଉଛ
ପାର୍ବତୀ । ଶିବ ଅମରନାଥ ତୁମମାନଙ୍କୁ କଥା ଶୁଣାଉଛନ୍ତି । ତାହା ହେଉଛି ନିର୍ବିକାରୀ ଦୁନିଆ,
ଯେଉଁଠାରେ ବିକାରର କୌଣସି କଥା ନାହିଁ । ବାବା କ’ଣ ବିକାରୀ ଦୁନିଆ ରଚନା କରିବେ କି! ବିକାର ହିଁ
ମନୁଷ୍ୟକୁ ଦୁଃଖ ଦେଇଥାଏ । ମନୁଷ୍ୟ ବହୁତ ହଠଯୋଗ ଆଦି ଶିଖନ୍ତି । ଗୁମ୍ପାରେ ଯାଇ ବସନ୍ତି, ନିଆଁ
ଉପରେ ମଧ୍ୟ ଚାଲିଥା’ନ୍ତି । ରିଦ୍ଧି-ସିଦ୍ଧି ମଧ୍ୟ ବହୁତ ରହିଛି । ଜାଦୁଗରୀ ଦ୍ୱାରା ବହୁତ
ଜିନିଷ ବାହାର କରନ୍ତି । ତେବେ ଭଗବାନଙ୍କୁ ମଧ୍ୟ ଜାଦୁଗର, ରତ୍ନାଗର, ସୌଦାଗର କହୁଛନ୍ତି ତେଣୁ
ନିଶ୍ଚିତ ଭାବରେ ସିଏ ଚୈତନ୍ୟ ହୋଇଥିବେ ନା । କହୁଛନ୍ତି ମଧ୍ୟ ମୁଁ ଏଠାକୁ ଆସୁଛି, ତେବେ ସିଏ
ଜାଦୁଗର ଅଟନ୍ତି ନା । ମନୁଷ୍ୟରୁ ଦେବତା, ବେଗରରୁ ପ୍ରିନ୍ସ ଅର୍ଥାତ୍ ରଙ୍କରୁ ରାଜା କରୁଛନ୍ତି ।
ଏପରି ଜାଦୁ କେବେ ଦେଖିଛ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଫୁଲର
ବଗିଚାକୁ ଯିବାକୁ ହେବ ସେଥିପାଇଁ ସୁବାସିତ ଫୁଲ ହେବାକୁ ପଡିବ । ଏକମାତ୍ର ପାରଲୌକିକ ପିତାଙ୍କ
ସହିତ ସର୍ବ ସମ୍ବନ୍ଧ ଯୋଡିବାକୁ ହେବ । କାହାକୁ ବି ଦୁଃଖ ଦେବାର ନାହିଁ ।
(୨) ଶିବବାବା ହିଁ ପରମପ୍ରିୟ ଅଟନ୍ତି ସେଥିପାଇଁ କେବଳ ତାଙ୍କୁ ହିଁ ସ୍ନେହ କରିବାକୁ ହେବ ।
ସୁଖଦାତା ବାବାଙ୍କୁ ମନେ ପକାଇବାକୁ ହେବ ।
ବରଦାନ:-
ଏହି ସାକାର
ମନୁଷ୍ୟଲୋକର ଆକର୍ଷଣଠାରୁ ମୁକ୍ତ ହୋଇ ଅବ୍ୟକ୍ତଲୋକ ବା ସୂକ୍ଷ୍ମ ଦୁନିଆରେ ଭ୍ରମଣ କରୁଥିବା
ଉଡନ୍ତା ପକ୍ଷୀ ହୁଅ ।
ବୁଦ୍ଧିରୂପୀ ବିମାନ
ଦ୍ୱାରା ଅବ୍ୟକ୍ତ ଲୋକ ବା ସୂକ୍ଷ୍ମଲୋକରେ ତଥା ବ୍ରହ୍ମଲୋକରେ ଭ୍ରମଣ କରିବା ପାଇଁ ଉଡନ୍ତା ପକ୍ଷୀ
ହୁଅ । ବୁଦ୍ଧି ଦ୍ୱାରା ଯେତେବେଳେ ଇଚ୍ଛା, ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚିଯାଅ, କିନ୍ତୁ ଏହା
ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଏହି ସାକାର ମନୁଷ୍ୟଲୋକର ଆକର୍ଷଣଠାରୁ ସମ୍ପୂର୍ଣ୍ଣ
ଉର୍ଦ୍ଧ୍ୱରେ ରହିବ । ଏହି ସଂସାର ତ ଅସାର ଅଟେ, ଯେବେକି ଏଠାରେ ତୁମର କୌଣସି କାର୍ଯ୍ୟ ନାହିଁ,
କୌଣସି ପ୍ରାପ୍ତି ନାହିଁ ତେଣୁ ବୁଦ୍ଧି ଦ୍ୱାରା ଏହି ସଂସାରକୁ ଯିବା-ଆସିବା ବନ୍ଦ କରିଦିଅ । ଏହା
ରୌରବ ନର୍କ ଅଟେ ତେଣୁ ସଂକଳ୍ପରେ ଏବଂ ସ୍ୱପ୍ନରେ ମଧ୍ୟ ଯିବାର ସଂକଳ୍ପ କର ନାହିଁ ।
ସ୍ଲୋଗାନ:-
ନିଜର ଚେହେରା
ଏବଂ ଚାଲି-ଚଳନ ଦ୍ୱାରା ସତ୍ୟତା ରୂପୀ ସଭ୍ୟତାକୁ ଅନୁଭବ କରାଇବା ହିଁ ଶ୍ରେଷ୍ଠତା ଅଟେ ।