11.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇଚାଲ ତେବେ ଲମ୍ବା ଯାତ୍ରାକୁ ସହଜରେ ଅତିକ୍ରମ କରିଯିବ ।”
ପ୍ରଶ୍ନ:-
ବାବାଙ୍କ ଉପରେ
ସମର୍ପଣ ହେବା ପାଇଁ କେଉଁ କଥାର ତ୍ୟାଗ ଜରୁରୀ ଅଟେ?
ଉତ୍ତର:-
ଦେହ-ଅଭିମାନର । ଦେହ-ଅଭିମାନ ଆସିଲା ତେବେ ମରିଗଲ, ବ୍ୟଭିଚାରୀ ହୋଇଗଲ ସେଥିପାଇଁ ସମର୍ପଣ ହେବାରେ
ପିଲାମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଥାଏ । ଯଦି ସମର୍ପିତ ହୋଇଗଲ ତେବେ କେବଳ ସେହି ଜଣକର ହିଁ
ୟାଦ ରହୁ । ତାଙ୍କ ଉପରେ ହିଁ ସ୍ୱାହା ହେବା ଉଚିତ୍ ଏବଂ ତାଙ୍କରି ଶ୍ରୀମତରେ ଚାଲିବା ଉଚିତ୍ ।
ଗୀତ:-
ରାତ କେ ରାହୀ....
ଓମ୍ ଶାନ୍ତି ।
ଭଗବାନୁବାଚ -
ଭଗବାନ ନିଜର ପିଲାମାନଙ୍କୁ ରାଜଯୋଗ ଏବଂ ଜ୍ଞାନ ଶିଖାଉଛନ୍ତି । ସିଏ କୌଣସି ମନୁଷ୍ୟ ନୁହଁନ୍ତି ।
ଗୀତାରେ ଲେଖାଯାଇଛି କୃଷ୍ଣ ଭଗବାନୁବାଚ । ତେବେ ଶ୍ରୀକୃଷ୍ଣ ସାରା ଦୁନିଆକୁ ମାୟାଠାରୁ ଉଦ୍ଧାର
କରିବେ, ଏହା ତ ସମ୍ଭବ ନୁହେଁ । ବର୍ତ୍ତମାନ ବାବା ଆସି ସେହି ପିଲାମାନଙ୍କୁ ବୁଝାଉଛନ୍ତି
ଯେଉଁମାନେ କି ବାବାଙ୍କୁ ନିଜର କରି ବାବାଙ୍କର ସମ୍ମୁଖରେ ବସିଛନ୍ତି । କୃଷ୍ଣଙ୍କୁ ତ ବାବା ବୋଲି
କୁହାଯାଇପାରିବ ନାହିଁ । ବାବାଙ୍କୁ ପରମପିତା ବୋଲି କୁହାଯାଏ, ଯିଏକି ପରମଧାମର ନିବାସୀ ଅଟନ୍ତି
। ଆତ୍ମା ଏହି ଶରୀର ଦ୍ୱାରା ଭଗବାନଙ୍କୁ ସ୍ମରଣ କରିଥାଏ । ବାବା ବୁଝାଉଛନ୍ତି - ମୁଁ ତୁମର ପିତା
ପରମଧାମର ନିବାସୀ ଅଟେ । ମୁଁ ସବୁ ଆତ୍ମାମାନଙ୍କର ପିତା । ମୁଁ କଳ୍ପ ପୂର୍ବରୁ ମଧ୍ୟ ଆସି
ପିଲାମାନଙ୍କୁ ଶିଖାଇଥିଲି ଯେ, ବୁଦ୍ଧିର ଯୋଗ ମୋ ସହିତ ଲଗାଅ । ବାବା ଆତ୍ମା ସହିତ ହିଁ
କଥାବାର୍ତ୍ତା ହୋଇଥାନ୍ତି । ଆତ୍ମା ଯେ ପର୍ଯ୍ୟନ୍ତ ଶରୀରରେ ନ ଆସିଛି ସେ ପର୍ଯ୍ୟନ୍ତ ଆଖି ଦ୍ୱାରା
ଦେଖିପାରିବ ନାହିଁ, କାନ ଦ୍ୱାରା ଶୁଣିପାରିବ ନାହିଁ । ଆତ୍ମା ବିନା ଶରୀର ଜଡ । ଆତ୍ମା ତ
ଚୈତନ୍ୟ ଅଟେ । ଗର୍ଭରେ ପିଲା ଥିଲେ ମଧ୍ୟ, ଯେ ପର୍ଯ୍ୟନ୍ତ ସେଥିରେ ଆତ୍ମା ପ୍ରବେଶ ନ କରିଛି ସେ
ପର୍ଯ୍ୟନ୍ତ ହଲଚଲ ହୋଇ ନ ଥାଏ । ବାବା ଚୈତନ୍ୟ ଆତ୍ମା ସହିତ ଏହିପରି କଥାବାର୍ତ୍ତା ହେଉଛନ୍ତି ।
କହୁଛନ୍ତି ଯେ, ମୁଁ ଏହି ବ୍ରହ୍ମାଙ୍କ ଶରୀରକୁ ଧାର ନେଇଛି । ମୁଁ ଆସି ସବୁ ଆତ୍ମାମାନଙ୍କୁ ଘରକୁ
ନେଇଯାଇଥାଏ । ଯେଉଁ ଆତ୍ମାମାନେ ମୋ ସମ୍ମୁଖରେ ଥା’ନ୍ତି ସେମାନଙ୍କୁ ରାଜଯୋଗ ଶିଖାଇଥାଏ ।
ରାଜଯୋଗ ସାରା ଦୁନିଆ ଶିଖିବ ନାହିଁ । ଯେଉଁମାନେ କଳ୍ପ ପୂର୍ବରୁ ଶିଖିଥିଲେ ସେହି ଆତ୍ମାମାନେ
ହିଁ ରାଜଯୋଗ ଶିଖୁଛନ୍ତି ।
ଏବେ ବାବା ବୁଝାଉଛନ୍ତି
ଯେ, ବୁଦ୍ଧିର ଯୋଗ ବାବାଙ୍କ ସହିତ ଶେଷ ପର୍ଯ୍ୟନ୍ତ ଲଗାଇବାକୁ ହେବ, ଏଥିରେ ଅଟକିଯିବାର ନାହିଁ ।
ସ୍ତ୍ରୀ ପୁରୁଷ ପ୍ରଥମେ ପରସ୍ପରକୁ ଜାଣି ମଧ୍ୟ ନଥା’ନ୍ତି । କିନ୍ତୁ ଯେବେଠାରୁ ଉଭୟଙ୍କର
ନିର୍ବନ୍ଧ ହୋଇଯାଏ ପୁଣି ୬୦-୭୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଏକତ୍ର ରହିଥା’ନ୍ତି, ସାରା ଜୀବନ କେବଳ
ଶରୀରକୁ ହିଁ ମନେ ପକାଇଥା’ନ୍ତି । ସ୍ତ୍ରୀ କହେ ଯେ, ଇଏ ମୋର ସ୍ୱାମୀ ଏବଂ ସ୍ୱାମୀ କହିବ ଇଏ ମୋର
ସ୍ତ୍ରୀ । ସେହିପରି ତୁମର ମଧ୍ୟ ଏବେ ନିରାକାରଙ୍କ ସହିତ ନିର୍ବନ୍ଧ ହେଉଛି । ଯେଉଁ ନିର୍ବନ୍ଧ
ନିରାକାର ବାବା ହିଁ ଆସି କରାଇଛନ୍ତି । ବାବା କହୁଛନ୍ତି - କଳ୍ପ ପୂର୍ବ ଭଳି ତୁମମାନଙ୍କର ମୋ
ସହିତ ନିର୍ବନ୍ଧ କରାଉଛି । ମୁଁ ନିରାକାର ଏହି ମନୁଷ୍ୟ ସୃଷ୍ଟିର ବୀଜରୂପ । ସମସ୍ତେ କହିବେ ଯେ
ଏହି ମନୁଷ୍ୟ ସୃଷ୍ଟି ଈଶ୍ୱର ପିତା ରଚନା କରିଛନ୍ତି । ତୁମର ପିତା ସର୍ବଦା ପରମଧାମରେ ରହିଥା’ନ୍ତି
। ବର୍ତ୍ତମାନ ସିଏ କହୁଛନ୍ତି ମୋତେ ମନେ ପକାଅ । ଏହି ଯାତ୍ରା ବହୁତ ଲମ୍ବା ହୋଇଥିବା କାରଣରୁ
ବହୁତ ସନ୍ତାନ ଥକି ଯାଉଛନ୍ତି । ବୁଦ୍ଧିର ଯୋଗ ପୂରା ଲଗାଇପାରୁନାହାଁନ୍ତି । ମାୟାର ଠୋକର ବହୁତ
ଖାଉଛନ୍ତି ତେଣୁ ଥକି ଯାଉଛନ୍ତି, କେହି କେହି ତ ମରି ମଧ୍ୟ ଯାଉଛନ୍ତି । କେହି କେହି ପୁଣି ହାତ
ମଧ୍ୟ ଛାଡି ଦେଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଏଠାରେ ତ ବଞ୍ଚି ଥିବା
ପର୍ଯ୍ୟନ୍ତ ମନେ ପକାଇବାକୁ ହେବ । ଯେପରି ସ୍ତ୍ରୀର ସ୍ୱାମୀ ଯଦି ମରିଯାଏ ତେବେ ବି ତାକୁ ମନେ
ପକାଇଥାଏ । କିନ୍ତୁ ଏହି ବାବା ଅଥବା ପତି ତୁମମାନଙ୍କୁ ଛାଡି ଚାଲିଯିବେ ନାହିଁ । କହୁଛନ୍ତି ମୁଁ
ତୁମ ସଜନୀମାନଙ୍କୁ ସାଥିରେ ନେଇକରିଯିବି । କିନ୍ତୁ ଏଥିପାଇଁ ସମୟ ଲାଗିଥାଏ, ତେଣୁ ତୁମେମାନେ
ଥକିଯିବା ଉଚିତ୍ ନୁହେଁ । ପାପର ବୋଝ ତୁମ ମୁଣ୍ଡ ଉପରେ ବହୁତ ରହିଛି, ଯାହାକି ଯୋଗବଳ ଦ୍ୱାରା
ହିଁ ଚୁକ୍ତ ହେବ । ତୁମର ଯୋଗ ଏଭଳି ହେଉ ଯେପରି ଅନ୍ତିମ ସମୟରେ ବାବା ଅଥବା ସାଜନଙ୍କ ବ୍ୟତୀତ ଆଉ
କେହି ବି ମନେ ନ ପଡନ୍ତୁ । ଯଦି ଆଉ କିଛି କଥା ମନେ ପଡିଲା ତେବେ ତାହା ବ୍ୟଭିଚାରୀ ହୋଇଗଲା, ପୁଣି
ତୁମମାନଙ୍କୁ ପାପର ଦଣ୍ଡ ଭୋଗିବାକୁ ପଡିବ ସେଥିପାଇଁ ବାବା କହୁଛନ୍ତି - ହେ ପରମଧାମର ଯାତ୍ରୀମାନେ
କେବେହେଲେ ଥକିଯାଅ ନାହିଁ ।
ତୁମେମାନେ ଜାଣିଛ ଯେ,
ମୁଁ ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି ଏବଂ ଶଙ୍କରଙ୍କ
ଦ୍ୱାରା ସବୁ ଧର୍ମର ବିନାଶ କରାଉଛି । ଏବେ ଉପାୟ ବାହାର କରିବା ପାଇଁ କିପରି ସମ୍ମିଳନୀ ଆଦି
କରୁଛନ୍ତି ଯେ, ସବୁ ଧର୍ମ ମିଶି ଏକ ହୋଇଯିବ, ସମସ୍ତେ କିପରି ଶାନ୍ତ ହୋଇଯିବେ । କିନ୍ତୁ ଅନେକ
ଧର୍ମର ଗୋଟିଏ ମତ ତ କେବେ ବି ହୋଇପାରିବ ନାହିଁ । ଏକ ମତ ଦ୍ୱାରା ତ ଏକ ଧର୍ମର ସ୍ଥାପନା ହୋଇଥାଏ
। ଯେତେବେଳେ ସବୁ ଧର୍ମ ସର୍ବଗୁଣ ସମ୍ପନ୍ନ, ସଂପୂର୍ଣ୍ଣ ନିର୍ବିକାରୀ ହେବେ ସେତେବେଳେ ଯାଇ
ପରସ୍ପର ମଧ୍ୟରେ ମିଳିମିଶି ରହି ପାରିବେ । ରାମ ରାଜ୍ୟରେ ସମସ୍ତେ ଏକ ହୋଇ ରହୁଥିଲେ । ସେଠାରେ
ଜୀବଜନ୍ତୁ ମଧ୍ୟ ଲଢେଇ କରୁନଥିଲେ । ଏଠାରେ ତ ଘରେ-ଘରେ ଝଗଡା ହେଉଛି । ଲଢେଇ ମଧ୍ୟ ସେତେବେଳେ
କରନ୍ତି ଯେତେବେଳେ ତାଙ୍କର ପିତା-ମାତା ନଥା’ନ୍ତି । ଏମାନେ ତ ନିଜର ପିତା-ମାତାଙ୍କୁ
ଜାଣିନାହାଁନ୍ତି । ଗାୟନ ମଧ୍ୟ କରିଥା’ନ୍ତି ଯେ - ତୁମ ମାତ-ପିତା ହମ୍ ବାଳକ୍ ତେରେ... ତୁମ୍ହାରି
କୃପା ସେ ସୁଖ ଘନେରେ... କିନ୍ତୁ ଅସରନ୍ତି ସୁଖ ତ ଏବେ ନାହିଁ । ତେଣୁ କୁହାଯାଉଛି ଯେ, ଏବେ
ମାତପିତାଙ୍କର କୃପା ନାହିଁ । ଯଦି ବାବାଙ୍କୁ ହିଁ ଜାଣିନାହାଁନ୍ତି, ତେବେ ବାବା କୃପା କିପରି
କରିବେ? ପୁଣି ଯେବେ ଶିକ୍ଷକଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବେ ତେବେ ଯାଇ କୃପା ହେବ । ସେମାନେ
ତ ସର୍ବବ୍ୟାପୀ ବୋଲି କହି ଦେଉଛନ୍ତି, ତେବେ କିଏ କୃପା କରିବ ଏବଂ କାହା ଉପରେ କରିବ? ଯେଉଁମାନେ
କୃପା ନେବେ ଏବଂ ଯିଏ କରିବେ ଉଭୟ ଥିବା ଦରକାର । ଛାତ୍ର ତ ପ୍ରଥମେ ଶିକ୍ଷକଙ୍କ ପାଖରେ ପଢିବେ ନା
। ତେଣୁ ନିଜ ଉପରେ ହିଁ କୃପା କଲେ । ପୁଣି ଶିକ୍ଷକଙ୍କର ନିର୍ଦ୍ଦେଶ ଅନୁସାରେ ମଧ୍ୟ ଚାଲିବା
ଦରକାର । ତେଣୁ ପୁରୁଷାର୍ଥ କରାଇଲାବାଲା ମଧ୍ୟ ଦରକାର । ବାବା ତ ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ
ଅଟନ୍ତି, ତେଣୁ ତାଙ୍କୁ ପରମପିତା, ପରମ ଶିକ୍ଷକ, ପରମ ସତଗୁରୁ ମଧ୍ୟ କୁହାଯାଇଥାଏ । ବାବା
କହୁଛନ୍ତି - କଳ୍ପ କଳ୍ପ ମୁଁ ଏହି ସ୍ଥାପନାର କାର୍ଯ୍ୟ କରାଉଛି । ପତିତ ଦୁନିଆକୁ ପବିତ୍ର ଦୁନିଆ
କରୁଛି । କାରଣ ମୁଁ ବିଶ୍ୱର ସର୍ବଶକ୍ତିମାନ ଅଧିକାରୀ ଅଟେ ନା । ତେଣୁ ସାରା ବିଶ୍ୱରେ ଏହି
ରାଜ୍ୟ ସ୍ଥାପନ କରୁଛି । ସାରା ସୃଷ୍ଟିରେ ଏକମାତ୍ର ଲକ୍ଷ୍ମୀ-ନାରାୟଣଙ୍କର ହିଁ ରାଜ୍ୟ ଥିଲା ।
ସିଏ ହିଁ ସର୍ବଶକ୍ତିର ଅଧିକାରୀ ଥିଲେ । ସେଠାରେ କେହି ଲଢେଇ ଝଗଡା କରିପାରିବେ ନାହିଁ । କାରଣ
ସେଠାରେ ମାୟା ହିଁ ନାହିଁ । ସେଠାରେ କେବଳ ସ୍ୱର୍ଣ୍ଣିମ ଏବଂ ରୈାପ୍ୟ ଦୁନିଆ ଥିଲା । ସତ୍ୟଯୁଗ
ଏବଂ ତ୍ରେତାଯୁଗ ଉଭୟକୁ ସ୍ୱର୍ଗ ଅଥବା ବୈକୁଣ୍ଠ କୁହାଯିବ । ସମସ୍ତେ ଗାୟନ ମଧ୍ୟ କରୁଛନ୍ତି ଯେ,
ଚଲୋ ବୃନ୍ଦାବନ ଭଜ ରାଧେ ଗୋବିନ୍ଦ.... କିନ୍ତୁ କେହି ତ ଯାଉନାହାଁନ୍ତି । କେବଳ ସ୍ମରଣ କରୁଛନ୍ତି
। ଏବେ ତ ମାୟାର ରାଜ୍ୟ ଚାଲିଛି । ସମସ୍ତେ ରାବଣର ମତରେ ଚାଲୁଛନ୍ତି । ଦେଖିବାରେ ତ ବହୁତ ଭଲ-ଭଲ
ମଣିଷ ଆସୁଛନ୍ତି । ଯେଉଁମାନଙ୍କୁ କି ବଡ ବଡ ଉପାଧି ମିଳିଥାଏ । ଟିକିଏ ଯଦି ସାହସ ଦେଖାଇଲେ ବା
ଭଲ କର୍ମ କଲେ ତେବେ ଉପାଧି ମିଳିଯାଇଥାଏ । କାହାକୁ ଡକ୍ଟର ଅଫ ଫିଲୋସୋଫି(ଦର୍ଶନ ଶାସ୍ତ୍ରରେ
ଉପାଧି) ଆଉ କାହାକୁ କ’ଣ.... ଏପରି ଏପରି ଉପାଧି ଦେଇଥା’ନ୍ତି । ଏବେ ତ ତୁମେମାନେ ବ୍ରାହ୍ମଣ
ହୋଇଛ । ବାସ୍ତବରେ ତୁମେ ଭାରତର ସେବା କରୁଛ । ତୁମେ ଏବେ ଦୈବୀ ରାଜଧାନୀ ସ୍ଥାପନ କରୁଛ ।
ଯେତେବେଳେ ସ୍ଥାପନା ହୋଇଯିବ ସେତେବେଳେ ତୁମକୁ ଉପାଧି ମଧ୍ୟ ମିଳିଯିବ । ସୂର୍ଯ୍ୟବଂଶୀ ରାଜା ରାଣୀ,
ଚନ୍ଦ୍ରବଂଶୀ ରାଜା ରାଣୀ.... ପୁଣି ତୁମର ରାଜ୍ୟ ଚାଲିବ । ସେଠାରେ କାହାକୁ ଉପାଧି ମିଳିନଥାଏ ।
କାରଣ ସେଠାରେ ଦୁଃଖର କୌଣସି କଥା ହିଁ ନାହିଁ, ଯାହା ଦ୍ୱାରା କାହାର ଦୁଃଖ ଦୂର କରିବ ବା
ବାହାଦୁରୀ ଦେଖାଇବ...ଏବଂ ତୁମକୁ ଉପାଧି ମିଳିବ । ଯେଉଁ ନୀତି ପ୍ରଥା ଏଠାରେ ଅଛି, ତାହା ସେଠାରେ
ରହିବ ନାହିଁ । ନା ଲକ୍ଷ୍ମୀ-ନାରାୟଣ ଏହି ପତିତ ଦୁନିଆକୁ ଆସିପାରିବେ, ଏହି ସମୟରେ ତ କେହି ବି
ପବିତ୍ର ଦେବତା ନାହାଁନ୍ତି । ଏହା ହେଲା ପତିତ ଆସୁରୀ ଦୁନିଆ । ଅନେକ ମତ-ମତାନ୍ତର ରହିଛି, ସବୁ
ଦ୍ୱନ୍ଦ୍ୱରେ ପଡିଛନ୍ତି । ଏଠାରେ ତ ଏକମାତ୍ର ଶ୍ରୀମତ ହିଁ ରହିଛି, ଯାହାଦ୍ୱାରା ରାଜଧାନୀ
ସ୍ଥାପନ ହେଉଛି । ହଁ ଚାଲୁ-ଚାଲୁ କାହାକୁ ଯଦି ମାୟାର କଣ୍ଟା ଲାଗିଗଲା ତେବେ ଛୋଟେଇ ଛୋଟେଇ
ଚାଲୁଛନ୍ତି ସେଥିପାଇଁ ବାବା କହୁଛନ୍ତି, ସର୍ବଦା ଶ୍ରୀମତ ଅନୁସାରେ ଚାଲ । ନିଜ ମତରେ ଚାଲିଲେ
ଧୋକା ଖାଇଯିବ । ସତ୍ୟ ବାବାଙ୍କ ମତରେ ଚାଲିବା ଦ୍ୱାରା ସତ୍ୟ ରୋଜଗାର ହୋଇଥାଏ । ନିଜ ମତରେ
ଚାଲିଲେ ଘୋର ନର୍କକୁ ଚାଲିଯିବ । କେତେ କେତେ ମହାବୀର ଶ୍ରୀମତରେ ନ ଚାଲିବା କାରଣରୁ ତାଙ୍କର
ଅଧଃପତନ ହୋଇଯାଇଛି ।
ଏବେ ତୁମକୁ ସଦ୍ଗତି
ପାଇବାକୁ ହେବ । ଯଦି ଶ୍ରୀମତରେ ନ ଚାଲିବ ତେବେ ଦୁର୍ଗତି ହୋଇଯିବ ପୁଣି ବହୁତ ପଶ୍ଚାତାପ କରିବାକୁ
ପଡିବ । ପୁଣି ଧର୍ମରାଜପୁରୀରେ ଶିବବାବା ଏହି ଶରୀରରେ ଥାଇ ବୁଝାଇବେ ଯେ, ମୁଁ ଏହି ବ୍ରହ୍ମାଙ୍କର
ଶରୀର ଦ୍ୱାରା ଏତେ ବୁଝାଇଲି, ପାଠ ପଢାଇଲି, କେତେ ପରିଶ୍ରମ କଲି । ତୁମେ ନିଶ୍ଚୟ ପତ୍ର ଲେଖିଲ
ଯେ, ମୁଁ ଶ୍ରୀମତରେ ଚାଲିବି, କିନ୍ତୁ ଚାଲିଲ ନାହିଁ । ତେଣୁ ଶ୍ରୀମତକୁ କେବେ ଛାଡିବା ଉଚିତ୍
ନୁହେଁ । ଯଦି କିଛି ବି ଭୁଲ୍ ହେଉଛି ତେବେ ବାବାଙ୍କୁ ଜଣାଅ ତେବେ ବାବା ସାବଧାନ କରାଇବେ ।
ଯେତେବେଳେ ବାବାଙ୍କୁ ଭୁଲିଯାଆନ୍ତି ସେତେବେଳେ ହିଁ ବିକାରର କଣ୍ଟା ଲାଗିଥାଏ । ତେଣୁ ପିଲାମାନେ
ସଦ୍ଗତିଦାତା ବାବାଙ୍କଠାରୁ ମଧ୍ୟ ବହୁତ ଦୂରକୁ ଚାଲିଯାଆନ୍ତି । ଗାୟନ ମଧ୍ୟ କରୁଛନ୍ତି ଯେ
ସମର୍ପଣ ହୋଇଯିବୁ, ସ୍ୱାହା ହୋଇଯିବୁ । କିନ୍ତୁ କାହା ଉପରେ? ଏପରି ତ ଲେଖିନାହାଁନ୍ତି ଯେ -
ସନ୍ନ୍ୟାସୀମାନଙ୍କ ପାଖରେ ସମର୍ପଣ ହୋଇଯିବୁ କିମ୍ବା ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ପାଖରେ ସମର୍ପଣ
ହୋଇଯିବୁ! ଅଥବା କୃଷ୍ଣଙ୍କ ପାଖରେ ସମର୍ପଣ ହୋଇଯିବୁ! ତୁମମାନଙ୍କୁ ପରମପିତା ପରମାତ୍ମାଙ୍କ ପାଖରେ
ହିଁ ସମର୍ପଣ ହେବାକୁ ପଡିବ । କୌଣସି ମନୁଷ୍ୟ ପାଖରେ ନୁହେଁ । ବର୍ସା ତ ଆମକୁ ବାବାଙ୍କଠାରୁ ହିଁ
ମିଳୁଛି । ବାବା ପିଲାମାନଙ୍କ ପାଖରେ ସମର୍ପିତ ହୋଇଯାଉଛନ୍ତି । ଏହି ବେହଦର ବାବା ମଧ୍ୟ କହୁଛନ୍ତି
ଯେ, ମୁଁ ସମର୍ପଣ ହେବା ପାଇଁ ଆସିଛି । କିନ୍ତୁ ବାବାଙ୍କ ପାଖରେ ସମର୍ପଣ ହେବାରେ ପିଲାମାନଙ୍କର
ହୃଦୟ କେତେ ବିଦୀର୍ଣ୍ଣ ହେଉଛି । ଯଦି ଦେହ-ଅଭିମାନରେ ଆସିଲ ତେବେ ମରିଗଲ, ଏହା ବ୍ୟଭିଚାରୀ ହେଲା
ନା । ସେଥିପାଇଁ ସେହି ଜଣକୁ ହିଁ ସ୍ମରଣ କରିବାକୁ ହେବ । ତାଙ୍କ ପାଖରେ ହିଁ ସମର୍ପିତ ହେବାକୁ
ପଡିବ । ଏବେ ନାଟକ ଶେଷ ହେବାକୁ ଯାଉଛି । ଆମକୁ ଘରକୁ ଯିବାକୁ ହେବ । ବାକି ମିତ୍ର ସମ୍ବନ୍ଧୀ ଆଦି
ତ ସବୁ ଶ୍ମଶାନବାସୀ ହେବେ । ତାଙ୍କୁ କ’ଣ ମନେ ପକାଇବା, ସେଥିପାଇଁ ବହୁତ ଅଭ୍ୟାସ ଦରକାର । ଗାୟନ
ମଧ୍ୟ ରହିଛି ଯେ ଚଢିଲେ ଚାଖିବ ଅମୃତ ରସ... ତଳକୁ ଖସିଯାଉଛନ୍ତି, ତେଣୁ ପଦ ମଧ୍ୟ ହରାଇ ଦେଉଛନ୍ତି
। ଏପରି ନୁହେଁ ଯେ, ସେମାନେ ସ୍ୱର୍ଗରେ ଆସିବେ ନାହିଁ । କିନ୍ତୁ ରାଜା ରାଣୀ ହେବାରେ ଏବଂ ପ୍ରଜା
ହେବାରେ ଫରକ ରହିଛି ନା । ଏଠାକାର ଆଦିବାସୀମାନଙ୍କୁ ଦେଖ, ମନ୍ତ୍ରୀଙ୍କୁ ମଧ୍ୟ ଦେଖ । ଫରକ ଅଛି
ନା । ସେଥିପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ । ଯଦି କେହି ତଳକୁ ଖସିଯାଉଛନ୍ତି ତେବେ
ଏକଦମ୍ ପତିତ ହୋଇଯାଉଛନ୍ତି । ଶ୍ରୀମତରେ ଚାଲି ନ ପାରିଲେ ମାୟା ଏକଦମ୍ ନାକରୁ ଧରି ନର୍ଦ୍ଦମାରେ
ପକାଇ ଦେଇଥାଏ । ବାପଦାଦାଙ୍କର ହୋଇ ପୁଣି ବିଶ୍ୱାସଘାତକ କରିବା ଅର୍ଥାତ୍ ତାଙ୍କର ସାମନା କରିବା,
ସେଥିପାଇଁ ବାବା କହୁଛନ୍ତି, ପାଦେ-ପାଦେ ସମ୍ଭାଳିକରି ଚାଲ । ଏବେ ମାୟାର ଅନ୍ତ ହେବାର ଅଛି, ତେଣୁ
ମାୟା ଅନେକଙ୍କୁ ପତିତ କରାଇ ଦେଇଥାଏ । ସେଥିପାଇଁ ପିଲାମାନଙ୍କୁ ଖବରଦାର ରହିବାକୁ ହେବ । ଏହି
ରାସ୍ତା ଟିକିଏ ଲମ୍ବା କିନ୍ତୁ ପଦ ବହୁତ ଉଚ୍ଚ ଅଟେ । ଯଦି ବିଶ୍ୱାସଘାତକତା କରିଲ ତେବେ ବହୁତ ବଡ
ଦଣ୍ଡ ମଧ୍ୟ ରହିଛି । ଯେତେବେଳେ ଧର୍ମରାଜ ବାବା ଦଣ୍ଡ ଦେଇଥାନ୍ତି ସେତେବେଳେ ବହୁତ ଜୋରରେ
ଚିତ୍କାର କରିଥାନ୍ତି । ଯାହାକି କଳ୍ପ-କଳ୍ପ ପାଇଁ ନିର୍ଦ୍ଧାରିତ ହୋଇଯାଏ । ମାୟା ବହୁତ
ଶକ୍ତିଶାଳୀ ଅଟେ । ଯଦି ଟିକିଏ ବି ବାବାଙ୍କୁ ଅସମ୍ମାନ କରିବ ତେବେ ମରିବ । ଗାୟନ ମଧ୍ୟ ରହିଛି
ଯେ, ସତଗୁରୁଙ୍କର ନିନ୍ଦୁକଙ୍କୁ ଠାବ ମିଳିବ ନାହିଁ । କାମର ବଶବର୍ତ୍ତୀ, କ୍ରୋଧର ବଶବର୍ତ୍ତୀ
ହୋଇ ଓଲଟା କାମ କରୁଛନ୍ତି ଅର୍ଥାତ୍ ବାବାଙ୍କର ନିନ୍ଦା କରାଉଛନ୍ତି ଏବଂ ଦଣ୍ଡର ନିମିତ୍ତ
ହୋଇଯାଉଛନ୍ତି । ଯଦି ପାଦେ-ପାଦେରେ ପଦ୍ମର ରୋଜଗାର ହୋଇଥାଏ ତେବେ ପାଦେ-ପାଦେରେ କ୍ଷତି ମଧ୍ୟ
ହୋଇଥାଏ । ଯଦି ସେବା କରିବା ଦ୍ୱାରା ଜମା ହୋଇଥାଏ ତେବେ ଓଲଟା ବିକର୍ମ ଦ୍ୱାରା କ୍ଷତି ମଧ୍ୟ
ହୋଇଥାଏ । ବାବାଙ୍କ ପାଖରେ ତ ସମସ୍ତ ହିସାବ ରହିଛି । ଏବେ ସମ୍ମୁଖରେ ପଢାଉଛନ୍ତି ତେଣୁ ସବୁ
ହିସାବ ଯେପରି ତାଙ୍କର ହାତରେ ଅଛି । ବାବା ତ କହିବେ ଯେ କୌଣସି ସନ୍ତାନ ଶିବବାବାଙ୍କର ଅସମ୍ମାନ
ନ କରନ୍ତୁ, ଏହା ଦ୍ୱାରା ବହୁତ ବିକର୍ମ ହୋଇଥାଏ । ଏହି ଯଜ୍ଞରେ ବହୁତ ପରିଶ୍ରମ କରିବାକୁ ପଡିଥାଏ
। ସେଥିପାଇଁ ଦଧିଚି ଋଷିଙ୍କର ଉଦାହରଣ ରହିଛି ନା! ତାଙ୍କର ମଧ୍ୟ ପଦ ରହିଥାଏ । ନଚେତ୍ ପ୍ରଜାରେ
ମଧ୍ୟ ଭିନ୍ନ ଭିନ୍ନ ପଦ ରହିଛି । ପ୍ରଜାରେ ମଧ୍ୟ ଚାକର ବାକର ସବୁ ଦରକାର । ଯଦିଓ ସେଠାରେ ଦୁଃଖ
ହେବ ନାହିଁ, କିନ୍ତୁ କ୍ରମାନୁସାରେ ପଦ ତ ରହିଛି ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗର
ଯାତ୍ରାରେ ଥକିଯିବାର ନାହିଁ । ଏଭଳି ସଚ୍ଚା ଯୋଗର ଅଭ୍ୟାସ କରିବା ଦରକାର ଯାହାକି ଅନ୍ତିମ ସମୟରେ
ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ମନେ ନ ପଡିବେ ।
(୨) ସଚ୍ଚା ବାବାଙ୍କର
ମତ ଉପରେ ଚାଲି ସଚ୍ଚା ରୋଜଗାର କରିବାର ଅଛି । ନିଜର ମନମତ ଉପରେ ଚାଲିବାର ନାହିଁ ।
ସଦ୍ଗୁରୁଙ୍କର ନିନ୍ଦା କେବେ ବି କରାଇବାର ନାହିଁ । କାମ ବା କ୍ରୋଧର ବଶୀଭୂତ ହୋଇ କୌଣସି ବି
ବିପରୀତ କାର୍ଯ୍ୟ କରିବାର ନାହିଁ ।
ବରଦାନ:-
ସଂକଳ୍ପ ଶକ୍ତି
ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବାର ସିଦ୍ଧି ପ୍ରାପ୍ତ କରୁଥିବା ସଫଳତାମୂରତ ହୁଅ ।
ସଂକଳ୍ପ ଶକ୍ତି ଦ୍ୱାରା
ବହୁତ କାର୍ଯ୍ୟ ସଫଳ ହେବାର ସିଦ୍ଧିର ଅନୁଭବ ହୋଇଥାଏ । ଯେପରି ସ୍ଥୂଳ ଆକାଶରେ ଭିନ୍ନ ଭିନ୍ନ
ତାରକାମାନଙ୍କୁ ଦେଖୁଛ ସେହିପରି ବିଶ୍ୱର ବାୟୁମଣ୍ଡଳର ଆକାଶରେ ଚାରିଆଡେ ସଫଳତାରେ ଚମକୁଥିବା
ତାରକାସବୁ ସେତେବେଳେ ଦେଖାଯିବେ ଯେତେବେଳେ ତୁମମାନଙ୍କର ସଂକଳ୍ପ ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ହେବ
। ସର୍ବଦା ଏକମାତ୍ର ବାବାଙ୍କର ସ୍ମୃତିରେ ହିଁ ବୁଡି ରହିବ ଏବଂ ତୁମମାନଙ୍କର ଏହି ଆତ୍ମ-ଅଭିମାନୀ
ନୟନ ବା ଦୃଷ୍ଟି ଆତ୍ମ-ଅଭିମାନୀ ମୂର୍ତ୍ତି ଅର୍ଥାତ୍ ଚେହେରା ଦିବ୍ୟ ଦର୍ପଣର କାର୍ଯ୍ୟ କରିବ ।
ଏହିଭଳି ଦିବ୍ୟ ଦର୍ପଣ ସଦୃଶ ଆତ୍ମାମାନେ ହିଁ ଅନେକ ଆତ୍ମାଙ୍କୁ ଆତ୍ମିକ ସ୍ୱରୂପର ଅନୁଭବ
କରାଇପାରୁଥିବା ସଫଳତା ମୂରତ ଅଟନ୍ତି ।
ସ୍ଲୋଗାନ:-
ନିରନ୍ତର
ଈଶ୍ୱରୀୟ ସୁଖର ଅନୁଭବ କରୁଥିବା ଆତ୍ମାମାନେ ହିଁ ଚିନ୍ତାମୁକ୍ତ ସମ୍ରାଟ ।