11.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଜ୍ଞାନରୂପି ଖଡଗରେ ଯୋଗ ରୂପକ ଧାର ରହିବା ଆବଶ୍ୟକ ତେବେ ଯାଇ ବିଜୟ ପ୍ରାପ୍ତ କରିବ । ଜ୍ଞାନରେ ଯୋଗର ଧାର ରହିଲେ ତାର ପ୍ରଭାବ ନିଶ୍ଚିତ ପଡିବ ।

ପ୍ରଶ୍ନ:-
ତୁମେମାନେ ଈଶ୍ୱରଙ୍କର ସନ୍ଦେଶବାହକ ଅଟ, ତୁମକୁ ସାରା ଦୁନିଆକୁ କେଉଁ ସନ୍ଦେଶ ଦେବାକୁ ହେବ ?

ଉତ୍ତର:-
ସାରା ଦୁନିଆକୁ ଏହି ସନ୍ଦେଶ ଦିଅ ଯେ ଈଶ୍ୱର କହୁଛନ୍ତି- ତୁମେ ସମସ୍ତେ ନିଜକୁ ଆତ୍ମା ମନେ କର, ଦେହ ଅଭିମାନକୁ ତ୍ୟାଗ କର, କେବଳ ମୋତେ ମନେ ପକାଅ ତେବେ ତୁମ ମୁଣ୍ଡରୁ ସମସ୍ତ ପାପର ବୋଝ ଓହ୍ଲାଇଯିବ । ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେ ପବିତ୍ର ହୋଇଯିବ । ତେବେ ଅନ୍ତର୍ମୁଖୀ ସନ୍ତାନମାନେ ହିଁ ଏହିଭଳି ସନ୍ଦେଶ ସମସ୍ତଙ୍କୁ ଦେଇପାରିବେ ।

ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ଯେ କୌଣସି ବି ମନୁଷ୍ୟ, ଯଦିଓ ସେମାନେ ଦୈବୀଗୁଣଧାରୀ ହୋଇଥାଆନ୍ତୁ କିମ୍ବା ଆସୁରୀଗୁଣଧାରୀ ହୋଇଥାଆନ୍ତୁ କିନ୍ତୁ ସେମାନଙ୍କୁ ଭଗବାନ ବୋଲି କୁହାଯାଇପାରିବ ନାହିଁ । ଏକଥା ତ ତୁମେମାନେ ଜାଣିଛଦୈବୀଗୁଣଧାରୀ ଦେବତାମାନେ ସତ୍ୟଯୁଗରେ ଥିଲେ, ଆସୁରୀଗୁଣଧାରୀମାନେ ହେଲେ କଳିଯୁଗରେ ସେଥିପାଇଁ ବାବା ଲେଖା ପ୍ରସ୍ତୁତ କରିଛନ୍ତି ଯେ ତୁମେ ଦୈବୀଗୁଣଧାରୀ ନା ଆସୁରୀଗୁଣଧାରୀ ? ତୁମେ ସତ୍ୟଯୁଗୀ ନା କଳିଯୁଗୀ ? ଏହି କଥାକୁ ମନୁଷ୍ୟମାନେ ବହୁତ ମୁସ୍କିଲରେ ବୁଝିଥାଆନ୍ତି । ତୁମେମାନେ ସିଢି ଚିତ୍ର ଉପରେ ବହୁତ ଭଲ ଭାବରେ ବୁଝାଇପାରିବ । ତୁମ ଭିତରେ ଜ୍ଞାନରୂପକ ବାଣ ବହୁତ ଭଲ ଅଛି କିନ୍ତୁ ସେଥିରେ ଯୋଗ ରୂପକ ଧାର ରହିବା ଆବଶ୍ୟକ । ଯେପରି ଖଡଗରେ ଧାର ରହିଥାଏ । କେହି କେହି ବହୁତ ତୀକ୍ଷ୍ଣ ଧାରବାଲା ମଧ୍ୟ ଅଛନ୍ତି । ଯେପରି ଗୁରୁ ଗୋବିନ୍ଦ ସିଂହଙ୍କ ଖଣ୍ଡା । ବିଦେଶ ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଛି । ସେହି ଖଡଗକୁ ଏବେ ମଧ୍ୟ ପରିକ୍ରମା କରାଉଛନ୍ତି । ବହୁତ ସ୍ୱଚ୍ଛ ମଧ୍ୟ ରଖୁଛନ୍ତି । ଯେକୌଣସି ଖଣ୍ଡା ଦୁଇ ପଇସାର ତୁଲ୍ୟ ହେଲେ ମଧ୍ୟ ଯଦି ଅଧିକ ଧାର ରହିଥାଏ, ତାହା ସେତିକି ତୀକ୍ଷ୍ଣ ହୋଇଥାଏ । ତେବେ ତାର ଦାମ ମଧ୍ୟ ସେତେ ଅଧିକ ହୋଇଥାଏ । ପିଲାମାନଙ୍କ ଭିତରେ ମଧ୍ୟ ସେହିଭଳି ଅଛନ୍ତି । କାହା କାହା ଭିତରେ ଜ୍ଞାନ ବହୁତ ରହିଛି କିନ୍ତୁ ଯୋଗର ଶକ୍ତି କମ୍ ରହିଛି । ଯେଉଁମାନେ ବନ୍ଧନରେ ଅଛନ୍ତି ଏବଂ ଗରୀବ, ସେମାନେ ଶିବବାବାଙ୍କୁ ବହୁତ ମନେ ପକାଇଥାନ୍ତି । ସେମାନଙ୍କ ଭିତରେ ଜ୍ଞାନ ବହୁତ ରହିଥାଏ କିନ୍ତୁ ଯୋଗର ଶକ୍ତି ବହୁତ ରହିଛି । ସେମାନେ ତମୋପ୍ରଧାନରୁ ସତ୍ତୋପ୍ରଧାନ ହେଉଛନ୍ତି । ଯେପରି ଅର୍ଜ୍ଜୁନ ଏବଂ ଏକଲବ୍ୟର କାହାଣୀ ରହିଛି । ଅର୍ଜ୍ଜୁନଙ୍କଠାରୁ ମଧ୍ୟ ଏକଲବ୍ୟ ଶସ୍ତ୍ର ବିଦ୍ୟାରେ ଅଧିକ ଶକ୍ତିଶାଳୀ ହୋଇଗଲେ । ଅର୍ଜ୍ଜୁନ ଅର୍ଥାତ୍ ଯେଉଁମାନେ ବାବାଙ୍କ ଘରେ ରହୁଛନ୍ତି, ପ୍ରତିଦିନ ମୁରଲୀ ଶୁଣୁଛନ୍ତି । ସେମାନଙ୍କଠାରୁ ମଧ୍ୟ ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଅଧିକ ଶକ୍ତିଶାଳୀ ହୋଇଯାଉଛନ୍ତି । ଯାହା ଭିତରେ ଜ୍ଞାନର ସୂକ୍ଷ୍ମ ଧାରଣା ରହିଛି ସେମାନଙ୍କ ନିକଟରେ ଏମାନେ ସେବା କରିବେ । ଯେପରି କେହି ଫେଲ୍ ହୋଇଗଲେ କିମ୍ବା ଦେବାଳିଆ ହୋଇଗଲେ ତେବେ ତାହାର ମୁଣ୍ଡ ଉପରେ ହାତ ରଖିଥାନ୍ତି । ତେଣୁ ଜ୍ଞାନ ସହିତ ଯୋଗର ଶକ୍ତି ମଧ୍ୟ ଦରକାର । ଯୋଗ ନାହିଁ ତ କୁକୁଡା ଜ୍ଞାନୀ । ତୁମେମାନେ ମଧ୍ୟ ଏହାର ଅନୁଭବ କରିଛ । କାହାର ସ୍ୱାମୀ ପ୍ରତି କାହାର କାହା ପ୍ରତି ମୋହ ରହିଛି । ଜ୍ଞାନ ଶୁଣାଇବାରେ ବହୁତ ବୁଦ୍ଧିମାନ ଥାନ୍ତି କିନ୍ତୁ ଭିତରେ ବହୁତ ଦୋଷଦୁର୍ବଳତା ରହିଥାଏ । ଏଠାରେ ତ ବହୁତ ସାଧାରଣ ଭାବରେ ରହିବାକୁ ହେବ ।

ସବୁକିଛି ଦେଖି ମଧ୍ୟ ଯେପରି କିଛି ଦେଖି ନାହଁ । କେବଳ ବାବାଙ୍କ ସହିତ ପ୍ରୀତି ରଖିବାକୁ ହେବ । ସେଥିପାଇଁ ତ ଗାୟନ ରହିଛି ହାତରେ କାମ କର ବୁଦ୍ଧିରେ ବାବାଙ୍କୁ ମନେ ପକାଅ । ଅଫିସ୍ ଇତ୍ୟାଦିରେ କାମ କର କିନ୍ତୁ ବୁଦ୍ଧିରେ ସ୍ମରଣ ରହୁ ଯେ ମୁଁ ହେଉଛି ଏକ ଆତ୍ମା । ବାବାଙ୍କର ଆଦେଶ ହେଲା ଯେ ତୁମେ ମୋତେ ମନେ ପକାଅ । ଭକ୍ତିମାର୍ଗରେ ମଧ୍ୟ କାର୍ଯ୍ୟଧନ୍ଦା ଭିତରେ କୌଣସି ନା କୌଣସି ଇଷ୍ଟଦେବତାଙ୍କୁ ମନେ ପକାଉଥାନ୍ତି କିନ୍ତୁ ତାହା ତ ହେଲା ପଥରର ପ୍ରତିମୂର୍ତ୍ତି । ସେଥିରେ ତ ଆତ୍ମା ନାହିଁ । ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ପୂଜା ହେଉଛି । ତାହା ମଧ୍ୟ ପଥରର ପ୍ରତିମୂର୍ତ୍ତି ନା । ତାଙ୍କୁ ପଚାର ତାଙ୍କର ଆତ୍ମା କେଉଁଠି ଅଛି ? ଏବେ ତୁମେମାନେ ବୁଝିପାରୁଛ ସେମାନେ ମଧ୍ୟ ନିଶ୍ଚିତ ଭାବରେ କୌଣସି ନା କୌଣସି ନାମ ଏବଂ ରୂପକୁ ଧାରଣ କରି ଏହିଠାରେ ହିଁ ଅଛନ୍ତି । ଏବେ ପୁଣି ଯୋଗବଳ ଦ୍ୱାରା ତୁମେମାନେ ପବିତ୍ର ହେଉଛ । ଏଠାରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ରହିଛି । ଦ୍ୱିତୀୟ କଥା ହେଲା, ବାବା ବୁଝାଉଛନ୍ତି ଜ୍ଞାନର ସାଗର ଶିବବାବା ଏବଂ ଜ୍ଞାନଗଙ୍ଗାମାନେ କେବଳ ଏହି ସଂଗମଯୁଗରେ ହିଁ ରହିଥାନ୍ତି । ସେମାନେ କେବଳ ଏହି ଗୋଟିଏ ସମୟରେ ହିଁ ରହିଥାନ୍ତି । ଜ୍ଞାନର ସାଗର କଳ୍ପର ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସିଥାନ୍ତି । ଜ୍ଞାନର ସାଗର ହେଉଛନ୍ତି ପରମପିତା ପରମାତ୍ମା ଶିବ । ତେବେ ତାଙ୍କୁ ଶରୀର ତ ନିଶ୍ଚିତ ଦରକାର ଯାହା ଦ୍ୱାରା ସିଏ କଥାବାର୍ତ୍ତା କରିପାରିବେ । ବାକି ପାଣିର କୌଣସି କଥା ହିଁ ନାହିଁ । ଏହି ଜ୍ଞାନ ତୁମକୁ କେବଳ ଏହି ସଂଗମ ଯୁଗରେ ହିଁ ମିଳୁଛି । ବାକି ସମସ୍ତେ ଭକ୍ତିମାର୍ଗରେ ରହିଛନ୍ତି । ଭକ୍ତିମାର୍ଗରେ ଗଙ୍ଗାଜଳକୁ ମଧ୍ୟ ପୂଜା କରିବାରେ ଲାଗିଛନ୍ତି । କିନ୍ତୁ ପତିତ-ପାବନ ତ କେବଳ ବାବା ହିଁ ଅଟନ୍ତି । ସିଏ ଥରେ ମାତ୍ର ଏଠାକୁ ଆସନ୍ତି ଯେତେବେଳେ କି ପୁରୁଣା ଦୁନିଆର ପରିବର୍ତ୍ତନ ହୁଏ । ତେବେ ଏହି କଥାକୁ ମଧ୍ୟ ବୁଝାଇବା ପାଇଁ ବହୁତ ବୁଦ୍ଧି ଦରକାର । ଏହି ସବୁ କଥାକୁ ବୁଝାଇବା ପାଇଁ ଏକାନ୍ତରେ ବସି ବିଚାର ସାଗର ମନ୍ଥନ କରିବାକୁ ପଡିବ । କଣ ଏମିତି ଲେଖାହେବା ଦରକାର ଯାହା ଦ୍ୱାରା ମନୁଷ୍ୟ ବୁଝିଯିବେ ଯେ ଜ୍ଞାନର ସାଗର ପରମପିତା ପରମାତ୍ମା ଶିବ ହିଁ ଅଟନ୍ତି । ସିଏ ଯେତେବେଳେ ଏହି ଧରାପୃଷ୍ଠକୁ ଆସନ୍ତି ତାଙ୍କର ସନ୍ତାନମାନେ ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ହୋଇଥାନ୍ତି, ସେହିମାନେ ହିଁ ଜ୍ଞାନକୁ ଧାରଣ କରି ଜ୍ଞାନଗଙ୍ଗା ହୋଇଥାନ୍ତି । ଜ୍ଞାନର ଗଙ୍ଗା ଅନେକ ଅଛନ୍ତି ଯେଉଁମାନେ କି ଜ୍ଞାନ ଶୁଣାଇବାରେ ଲାଗିଛନ୍ତି । କେବଳ ବାବା ହିଁ ସମସ୍ତଙ୍କର ସଦଗତି କରିପାରିବେ । ପାଣିରେ ସ୍ନାନ କଲେ କେବେହେଲେ ପବିତ୍ର ହୋଇପାରିବ ନାହିଁ ଏବଂ ଏହି ଜ୍ଞାନ କେବଳ ସଂଗମଯୁଗରେ ହିଁ ମିଳିଥାଏ । ଏହିସବୁ କଥାକୁ ବୁଝାଇବା ପାଇଁ ବହୁତ ଭଲ ଉପାୟ ବାହାର କରିବା ଦରକାର । ସେଥିପାଇଁ ଅନ୍ତର୍ମୁଖୀ ହୋଇ ରହିବା ଦରକାର । ଶରୀରର ଅଭିମାନକୁ ଛାଡି ନିଜକୁ ଆତ୍ମା ମନେ କରିବାକୁ ହେବ । ଏହି ସମୟରେ ଆମେ ହେଉଛୁ ପୁରୁଷାର୍ଥୀ ବାବାଙ୍କୁ ଯୋଗ କରି କରି ଯେତେବେଳେ ପାପ ଭସ୍ମ ହୋଇଯିବ ସେତେବେଳେ ଯୁଦ୍ଧ ଆରମ୍ଭ ହୋଇଯିବ, ସେତେବେଳକୁ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ମିଳିଯାଇଥିବ । ସନ୍ଦେଶ ଅର୍ଥାତ୍ ପରିଚୟ ତ ଶିବବାବା ହିଁ ଦେଉଛନ୍ତି । ଭଗବାନଙ୍କୁ ସନ୍ଦେଶବାହକ ମଧ୍ୟ କହିଥାନ୍ତି ନା । ତୁମେମାନେ ସମସ୍ତଙ୍କୁ ସନ୍ଦେଶ ଦେଉଛ ଯେ ନିଜକୁ ଆତ୍ମା ମନେ କରି ପରମପିତା ପରମାତ୍ମାଙ୍କୁ ମନେ ପକାଅ, ବାବା ପ୍ରତିଜ୍ଞା କରୁଛନ୍ତି ତୁମର ଜନ୍ମ ଜନ୍ମାନ୍ତରର ପାପ ବିନାଶ ହୋଇଯିବ । ବାବା ଏଠାକୁ ଆସି ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ଆମମାନଙ୍କୁ ବୁଝାଉଛନ୍ତି । ପାଣିର ଗଙ୍ଗା କଣ ବୁଝାଇପାରିବ କି ? ହେହଦର ବାବା ବେହଦର ସନ୍ତାନମାନଙ୍କୁ ବୁଝାଉଛନ୍ତି ତୁମେମାନେ କେତେ ସୁଖୀ ସମ୍ପତ୍ତିବାନ ଥିଲ, ଏବେ ତୁମେମାନେ ଦୁଃଖୀ କାଙ୍ଗାଳ ହୋଇଯାଇଛ । ଏହା ହେଉଛି ବେହଦର କଥା । ବାକି ଏହି ସବୁ ଚିତ୍ର ହେଉଛି ଭକ୍ତିମାର୍ଗର । ଏହି ଭକ୍ତିମାର୍ଗର ସାମଗ୍ରୀ ମଧ୍ୟ ନିଶ୍ଚିତ ରହିବ । ଶାସ୍ତ୍ର ପଢିବା, ପୂଜା ଇତ୍ୟାଦି କରିବା ଏହା ତ ଭକ୍ତି ଅଟେ ନା । ମୁଁ କଣ ଶାସ୍ତ୍ର ଇତ୍ୟାଦି ପଢିବି କି! ମୁଁ ତ ପତିତମାନଙ୍କୁ ପାବନ କରିବା ପାଇଁ ଜ୍ଞାନ ଶୁଣାଉଛି, କହୁଛି ନିଜକୁ ଆତ୍ମା ନିଶ୍ଚୟ କର । ଏବେ ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ । ବାବାଙ୍କୁ ମନେ ପକାଅ ତେବେ ତୁମେ ଦେବତା ହୋଇଯିବ । ଦେହର ପୁରୁଣା ସମ୍ବନ୍ଧରୁ ମମତ୍ତ୍ୱ ତୁଟିଯିବ । ଗାୟନ ମଧ୍ୟ କରୁଛନ୍ତି ଆପଣ ଆସିଲେ ଆମେ ଅନ୍ୟ କାହାଠାରୁ ଶୁଣିବୁ ନାହିଁ, କେବଳ ଆପଣଙ୍କ ଠାରେ ସବୁ ସମ୍ବନ୍ଧ ରଖିବୁ ଅନ୍ୟ ସବୁ ଦେହଧାରୀମାନଙ୍କୁ ଭୁଲିଯିବୁ । ଏବେ ବାବା ତୁମକୁ ସେହି ପ୍ରତିଜ୍ଞା ମନେ ପକାଇ ଦେଉଛନ୍ତି । ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ତୁମେ ନୂଆ ଦୁନିଆର ମାଲିକ ହୋଇଯିବ । ଏହା ହିଁ ହେଉଛି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତେବେ ରାଜା ସହିତ ପ୍ରଜା ମଧ୍ୟ ସେଠାରେ ନିଶ୍ଚିତ ଦରକାର । ରାଜାମାନଙ୍କୁ ଦାସଦାସୀମାନଙ୍କର ମଧ୍ୟ ଆବଶ୍ୟକତା ରହିଛି । ବାବା ତୁମମାନଙ୍କୁ ସବୁ କଥା ବୁଝାଉଛନ୍ତି । ଯଦି ଭଲ ଭାବରେ ଯୋଗ ନ କରିବ, ଦୈବୀଗୁଣର ଧାରଣା ନ କରିବ ତେବେ ଉଚ୍ଚ ପଦ କିପରି ପାଇବ ? ଘରେ କୌଣସି ନା କୌଣସି କଥାରେ ଝଗଡା ବା କଳହ ହୋଇଥାଏ ନା । ବାବା ପତ୍ର ଲେଖିଥାନ୍ତି ତୁମ ଘରେ କଳହ ରହିଛି ସେଥିପାଇଁ ଜ୍ଞାନର ଧାରଣ ହେଉନାହିଁ । ବାବା ପଚାରୁଛନ୍ତି ସ୍ତ୍ରୀ, ପୁରୁଷ ଉଭୟ ଠିକ ଭାବରେ ଚାଲୁଛ ତ ? ଚାଲିଚଳନ ମଧ୍ୟ ବହୁତ ଭଲ ରହିବା ଦରକାର । କ୍ରୋଧର ଅଂଶମାତ୍ର ଯେପରି ନରହୁ । ଏବେ ତ ଦୁନିଆରେ କେତେ ହଙ୍ଗାମା କେତେ ଅଶାନ୍ତି ହେଉଛି । ତୁମେମାନେ ଯେତେବେଳେ ଜ୍ଞାନ ଏବଂ ଯୋଗରେ ବହୁତ ଶକ୍ତିଶାଳୀ ହୋଇଯିବେ ସେତେବେଳ ଅନ୍ୟମାନେ ମଧ୍ୟ ଆସିବାକୁ ଲାଗିବେ । ତୁମମାନଙ୍କର ଅଭ୍ୟାସ ମଧ୍ୟ ବହୁତ ଭଲ ହୋଇଯିବ ଏବଂ ବୁଦ୍ଧି ମଧ୍ୟ ବିଶାଳ ହୋଇଯିବ ।

ବାବାଙ୍କୁ ଏହି ଛୋଟ ଛୋଟ ଚିତ୍ର ପସନ୍ଦ ଆସୁନାହିଁ । ବହୁତ ବଡ ବଡ ଚିତ୍ର ତିଆରି କରିବା ଦରକାର । ବାହାରେ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ଏହି ଚିତ୍ର ରହିବା ଦରକାର ଯେପରି ନାଟକରେ ମଧ୍ୟ ବହୁତ ବଡ ବଡ ଚିତ୍ର ରଖିଥାନ୍ତି ନା । ବହୁତ ଭଲ ଭଲ ତିଆରି କର ଯେପରି ବିଲକୁଲ୍ ଖରାପ ହେବ ନାହିଁ । ସିଢି ଚିତ୍ର ମଧ୍ୟ ବହୁତ ବଡ ବଡ ତିଆରି କରି ଏଭଳି ଜାଗାମାନଙ୍କରେ ରଖ ଯେପରି ସମସ୍ତଙ୍କର ଦୃଷ୍ଟି ପଡିବ । ସିଟ୍ ଉପରେ ଏପରି ରଙ୍ଗ ଦିଆଯାଉ ଯେପରି ଖରା ଏବଂ ବର୍ଷାରେ ଖରାପ ନ ହେଉ । ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ଏହି ଚିତ୍ର ରଖିଦିଅ । ପ୍ରଦର୍ଶନୀରେ ମଧ୍ୟ ମୁଖ୍ୟ ବଡ ବଡ ହିଁ ଯଥେଷ୍ଟ । ଏହି ସୃଷ୍ଟିଚକ୍ରର ଚିତ୍ର ମଧ୍ୟ ବାସ୍ତବରେ ବଡ ବଡ କାନ୍ଥ ଆକାରର ତିଆରି କରିବା ଦରକାର । ଯଦିଓ ତାକୁ ଲଗାଇବା ପାଇଁ ୧୦ ଜଣଙ୍କର ମଧ୍ୟ ଆବଶ୍ୟକତା ପଡୁ । କେହି ବି ଦୂରରୁ ଦେଖିଲେ ପେଯରି ସ୍ଫଷ୍ଟ ଭାବରେ ଦେଖାଯାଉଥିବ । ସତ୍ୟଯୁଗରେ ତ ଏତେ ସବୁ ଧର୍ମ ରହିବ ନାହିଁ ସେମାନେ ସବୁ ପରେ ଆସୁଛନ୍ତି । ପ୍ରଥମେ ସ୍ୱର୍ଗରେ ବହୁତ କମ୍ ସଂଖ୍ୟକ ମନୁଷ୍ୟ ରହିବେ । ବର୍ତ୍ତମାନର ସମୟ ସ୍ୱର୍ଗ ନା ନର୍କ ଏହା ଉପରେ ତୁମେମାନେ ବହୁତ ଭଲ ଭାବରେ ବୁଝାଇପାରିବ । ଯିଏବି ଆସୁଛନ୍ତି ତାଙ୍କୁ ବୁଝାଇବାକୁ ଲାଗିଯାଅ । ବହୁତ ବଡ ବଡ ଚିତ୍ର ସବୁ ରଖ । ଯେପରି ପାଣ୍ଡବମାନଙ୍କର ବହୁତ ଲମ୍ବା ଲମ୍ବା ପ୍ରତିମୂର୍ତ୍ତି ତିଆରି କରୁଛନ୍ତି । ତୁମେମାନେ ମଧ୍ୟ ପାଣ୍ଡବ ଅଟ ନା ।

ଶିବବାବା ସଂଗମଯୁଗରେ ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି । ଶ୍ରୀକୃଷ୍ଣ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର । ତୁମେମାନେ ଏଭଳି ବୁଝାଇ ବୁଝାଇ ନିଜର ରାଜଧାନୀ ସ୍ଥାପନ କରି ଦେଉଛ । କେହି କେହି ପୁଣି ପଢୁ ପଢୁ ପାଠପଢାକୁ ଛାଡି ଚାଲିଯାଉଛନ୍ତି । ସ୍କୁଲମାନଙ୍କରେ ମଧ୍ୟ ଯିଏ ପଢିପାରୁ ନାହାଁନ୍ତି ସିଏ ପାଠପଢାକୁ ଛାଡି ଦେଉଛନ୍ତି । ଏଠାରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ପାଠପଢାକୁ ଛାଡି ଦେଉଛନ୍ତି ତେବେ ସେମାନେ କଣ ସ୍ୱର୍ଗରେ ଆସିବେ କି ? ମୁଁ ହେଉଛି ବିଶ୍ୱର ମାଲିକ, ମୋଠାରୁ ଯଦି କେହି ଦୁଇ ଶବ୍ଦ ବି ଶୁଣିବେ ତେବେ ସିଏ ନିଶ୍ଚିତ ସ୍ୱର୍ଗରେ ଆସିବେ । ଆଗକୁ ବହୁତ ଶୁଣିବେ । କଳ୍ପ ପୂର୍ବ ଭଳି ଏବେ ମଧ୍ୟ ରାଜଧାନୀର ସ୍ଥାପନା ହେଉଛି । ତୁମେମାନେ ଜାଣିଛ ଆମେ ଅନେକ ଥର ରାଜତ୍ୱ ନେଇଛୁ ପୁଣି ହରାଇଛୁ । ହୀରା ସଦୃଶ ଥିଲୁ ପୁଣି କଉଡି ସଦୃଶ ହୋଇଯାଇଛୁ । ଭାରତ ମଧ୍ୟ ହୀରା ସଦୃଶ ଥିଲା । ଏବେ ପୁଣି କଣ ହେଲା ? ସେହି ଭାରତ ହିଁ ରହିଛି ନା । ଏହି ସଂଗମଯୁଗକୁ ପୁରୁଷୋତ୍ତମ ଯୁଗ ବୋଲି କୁହାଯାଉଛି । ଏହି ସମୟରେ ଆତ୍ମା ରୂପି ପୁରୁଷ ଉତ୍ତମ ହେଉଛି ବାକି ସମସ୍ତେ ହେଲେ କନିଷ୍ଠ । ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ୮୪ ଜନ୍ମ ନେଇ ପୂଜାରୀ ହୋଇଯାଇଛନ୍ତି । ସେହି ଶରୀର ମଧ୍ୟ ଖତମ ହୋଇଗଲା ଏବଂ ଆତ୍ମା ମଧ୍ୟ ତମୋପ୍ରଧାନ ହୋଇଗଲା । ଯେତେବେଳେ ସତ୍ତୋପ୍ରଧାନ ଥିଲେ ସେତେବେଳେ ପୂଜା କରୁନଥିଲେ । ସେତେବେଳେ ନିଜେ ଦେବୀ-ଦେବତାମାନେ ଚୈତନ୍ୟ ରୂପରେ ଥିଲେ । ଏବେ ତୁମେମାନେ ଚୈତନ୍ୟରେ ଶିବବାବାଙ୍କୁ ମନେ ପକାଉଛ । ପୁଣି ଯେତେବେଳେ ପୂଜାରୀ ହେବ ସେତେବେଳେ ପୁଣି ପଥରର ମୂର୍ତ୍ତିକୁ ପୂଜା କରିବ । ଏବେ ଶିବବାବା ଚୈତନ୍ୟରେ ଆସିଛନ୍ତି ନା । ପୁଣି ତାଙ୍କର ମଧ୍ୟ ପଥରର ମୂର୍ତ୍ତି ତିଆରି କରି ପୂଜା କରିବାରେ ଲାଗିପଡିବେ । ରାବଣ ରାଜ୍ୟ ଭକ୍ତିମାର୍ଗରେ ଆରମ୍ଭ ହେଉଛି । ସେହି ଆତ୍ମାମାନେ ହିଁ ବିଭିନ୍ନ ପ୍ରକାରର ଶରୀର ଧାରଣ କରି ଆସୁଛନ୍ତି । ତଳକୁ ଖସିଲେ ହିଁ ଭକ୍ତି ଆରମ୍ଭ ହେଉଛି । ବାବା ପୁଣି ଆସି ଜ୍ଞାନ ଦେଇଥାନ୍ତି ତ ପୁଣି ଦିନ ଆରମ୍ଭ ହୋଇଯାଉଛି । ବ୍ରାହ୍ମଣମାନେ ହିଁ ପୁଣି ଦେବତା ହୋଇଯାଉଛନ୍ତି । ଏବେ ତ କାହାକୁ ଦେବତା କୁହାଯାଇ ପାରିବ ନାହିଁ । ବ୍ରହ୍ମା ତ ସତ୍ୟଯୁଗରେ ନଥାନ୍ତି । ବ୍ରହ୍ମା ଏହିଠାରେ ଏବେ ତପସ୍ୟା କରୁଛନ୍ତି । ସିଏ ମଧ୍ୟ ମନୁଷ୍ୟ ଅଟନ୍ତି ନା । କିନ୍ତୁ ଶିବବାବାଙ୍କୁ କେବଳ ଶିବ ହିଁ କୁହାଯାଇଥାଏ । ବ୍ରହ୍ମାବାବାଙ୍କ ଶରୀରରେ ଥିଲେ ମଧ୍ୟ ତାଙ୍କୁ ଶିବବାବା ହିଁ କୁହାଯିବ । ଅନ୍ୟ କୌଣସି ନାମ ରଖାଯାଇନଥାଏ । ଏହାଙ୍କ ଶରୀରରେ ବାବା ଆସୁଛନ୍ତି । ସିଏ ହେଉଛନ୍ତି ଜ୍ଞାନର ସାଗର, ଏହି ବ୍ରହ୍ମାଙ୍କର ଶରୀର ଆଧାରରେ ଜ୍ଞାନ ଦେଉଛନ୍ତି । ତେଣୁ ଚିତ୍ର ଇତ୍ୟାଦି ମଧ୍ୟ ବହୁତ ବୁଝି ବିଚାରି କରାଇବା ଆବଶ୍ୟକ । ଏଥିରେ ଲେଖା ଥିବା ବହୁତ କାମରେ ଆସିବ । ପତିତ-ପାବନ ବାସ୍ତବରେ ପାଣିର ଗଙ୍ଗା ନା ଜ୍ଞାନର ସାଗର ଏବଂ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଜ୍ଞାନଗଙ୍ଗା ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ? ଏମାନଙ୍କୁ ହିଁ ବାବା ଜ୍ଞାନ ଦେଉଛନ୍ତି । ବ୍ରହ୍ମା ଦ୍ୱାରା ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି ସେହିମାନେ ହିଁ ପୁଣି ଦେବତା ହେଉଛନ୍ତି । ବିରାଟ ରୂପର ଚିତ୍ର ମଧ୍ୟ ବହୁତ ବଡ ରୂପରେ ଦେଖାଇବାକୁ ହେବ । ଏହା ହିଁ ହେଉଛି ମୁଖ୍ୟ ଚିତ୍ର ।

ବାବା ବୁଝାଉଛନ୍ତିମିଠେ ବଚ୍ଚେ, ତୁମକୁ ନିଜର ବୁଦ୍ଧିକୁ ପବିତ୍ର କରିବାକୁ ହେବ । ଯେତେବେଳେ ବାବା ଦେଖୁଛନ୍ତି ଯେ ଏହାଙ୍କର ବିକାରୀ ଦୃଷ୍ଟି ରହିଛି ସେତେବେଳେ ବାବା ବୁଝି ଯାଆନ୍ତି ଯେ ଏମାନେ ଏହି ମାର୍ଗରେ ଚାଲିପାରିବେ ନାହିଁ । ତୁମର ଆତ୍ମା ଏବେ ତ୍ରିକାଳଦର୍ଶୀ ହେଉଛି, ଏହି କଥାକୁ କ୍ୱଚିତ୍ କେହି କେହି ହିଁ ବୁଝୁଛନ୍ତି । ଏମିତି ବହୁତ ବୁଦ୍ଧିହୀନ ଅଛନ୍ତି ଯେଉଁମାନେ କି ବାବାଙ୍କୁ ମଧ୍ୟ ଛାଡପତ୍ର ଦେଇ ଦେଉଛନ୍ତି । ଏକଥା ତ ତୁମେମାନେ ବୁଝିପାରୁଛ ଯେ ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ସେହି ରାଜଧାନୀରେ ସବୁ ପ୍ରକାରର ଦରକାର । ଶେଷ ସମୟରେ ସବୁର ସାକ୍ଷାତ୍କାର ହେବ । ସେଠାରେ ଫାଷ୍ଟକ୍ଲାସ ଦାସ ଦାସୀ ମଧ୍ୟ ରହିବେ । ଫାଷ୍ଟକ୍ଲାସ ଦାସୀ ହିଁ ଶ୍ରୀକୃଷ୍ଣଙ୍କର ପାଳନା କରିବ । ବାସନ ସଫା କରିବା, ଖାଦ୍ୟ ରୋଷେଇ କରିବା, ଘର ଦ୍ୱାର ସଫା କରିବା ସବୁ ପ୍ରକାରର ଦାସୀ ରହିବେ । ସେମାନେ ସବୁ ଏହିଠାରେ ହିଁ ପଦ ପାଇବେ ଯେଉଁମାନେ ପ୍ରଥମ ନମ୍ବରରେ ଆସିବେ ସେମାନେ ନିଶ୍ଚିତ ଭାବରେ ଭଲ ପଦ ପାଇବେ । ଏହି ଅନୁଭବ ହେଉଛି । ବାବା ପିଲାମାନଙ୍କୁ ଦେଖି ଏହିଭଳି ଅନୁଭବ କରୁଛନ୍ତି ଯେ ଇଏ ବହୁତ ଭଲ ମୁରଲୀ ଶୁଣାଉଛି କିନ୍ତୁ ଯୋଗ କମ୍ କରୁଛି । କେହି କେହି ସ୍ତ୍ରୀମାନେ ମଧ୍ୟ ପୁରୁଷମାନଙ୍କଠାରୁ ବହୁତ ଆଗକୁ ଚାଲିଯାଉଛନ୍ତି । ଯଦି ସ୍ତ୍ରୀ ପୁରୁଷ ଭିତରୁ କେବଳ ଜଣେ ଜ୍ଞାନରେ ଚାଲୁଛନ୍ତି ତେବେ ବାବା କହନ୍ତି ୟାଙ୍କର ଅନ୍ୟ ଚକଟି ଠିକ ନାହିଁ । ଜଣେ ଅନ୍ୟ ଜଣଙ୍କୁ ସାବଧାନ କରିବାକୁ ହେବ । ପ୍ରବୃତ୍ତି ମାର୍ଗ ଅଟେ ନା । ତେଣୁ ଯୋଡି ଏକ ହେବା ଦରକାର । ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ଶେଷ ସମୟରେ ତ ତୁମେ ଏହି ଦୁନିଆକୁ ହିଁ ଭୁଲିଯିବ । ତୁମେ ବୁଝିପାରୁଛ ଯେ ଇଏ ହେଉଛି ହଂସ, ଇଏ ହେଉଛି ବଗୁଲା । କାହା ଭିତରେ କେଉଁ ଅବଗୁଣ ରହିଛି ତ କାହା ଭିତରେ ଆଉ କେଉଁ ଅବଗୁଣ ରହିଛି ।

ଏଥିରେ ବହୁତ ମେହନତ କରିବାକୁ ପଡୁଛି ଏବଂ ଏହା ବହୁତ ସହଜ ମଧ୍ୟ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ ହେଉଛି । ବିନା କଉଡି ଖର୍ଚ୍ଚରେ ତୁମେ କେତେ ଉଚ୍ଚ ପଦ ପାଇପାରୁଛ । ଯେଉଁମାନେ ଗରୀବ ସେମାନେ ବହୁତ ଭଲ ସେବା କରୁଛନ୍ତି । ଏକଥା ତ ଜାଣିଛ ସମସ୍ତେ ଖାଲି ହାତରେ ଆସିଛନ୍ତି । ଯେଉଁମାନେ ବହୁତ କିଛି ନେଇ ଆସିଥିଲେ ସେମାନେ ଆଜି ନାହାଁନ୍ତି, କିନ୍ତୁ ଗରୀବମାନେ ହିଁ ବହୁତ ଉଚ୍ଚ ପଦ ପାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନ ରୂପକ ଖଡଗରେ ଯୋଗ ରୂପକ ତୀକ୍ଷ୍ଣତାକୁ ଧାରଣ କରାଇବା ପାଇଁ କର୍ମଧନ୍ଦା ଭିତରେ ରହି ଅନ୍ତମୁର୍ଖୀ ହୋଇ ଅଭ୍ୟାସ କରିବାକୁ ହେବ ଯେ ମୁଁ ଏକ ଆତ୍ମା ଅଟେ । ମୋ ଆତ୍ମାକୁ ବାବାଙ୍କର ନିର୍ଦ୍ଦେଶ ମିଳିଛି ଯେ ନିରନ୍ତର ମୋତେ ମନେ ପକାଅ । କେବଳ ମୋ ସହିତ ହିଁ ସଚ୍ଚା ପ୍ରୀତି ରଖ । ଦେହ ଏବଂ ଦେହର ସମ୍ବନ୍ଧୀମାନଙ୍କଠାରୁ ମମତା ତୁଟାଇ ଦିଅ ।

(୨) ଘର ଗୃହସ୍ଥରେ ରହି ପରସ୍ପରକୁ ସାବଧାନ କରି ପବିତ୍ର ହଂସ ହୋଇ ଉଚ୍ଚ ପଦ ନେବାକୁ ହେବ । କ୍ରୋଧର ଅଂଶକୁ ମଧ୍ୟ ବାହାର କରିଦେବାକୁ ହେବ । ନିଜର ବୁଦ୍ଧିକୁ ପବିତ୍ର କରିବାକୁ ହେବ ।

ବରଦାନ:-
ତୀବ୍ର ପୁରୁଷାର୍ଥ ଦ୍ୱାରା ସମସ୍ତ ବନ୍ଧନକୁ ଅତିକ୍ରମ କରି ମନୋରଞ୍ଜନର ଅନୁଭବ କରୁଥିବା ଡବଲ ଲାଇଟ୍ ହୁଅ ।

କେହି କେହି ସନ୍ତାନମାନେ କହୁଛନ୍ତି ଏମିତି ତ ମୁଁ ଠିକ୍ ଅଛି କିନ୍ତୁ ସଂସ୍କାରର ବନ୍ଧନ, ବ୍ୟକ୍ତିମାନଙ୍କର ବନ୍ଧନ, ବାୟୁମଣ୍ଡଳର ବନ୍ଧନ ଏହିସବୁ କାରଣ ରହିଛି ନା... କିନ୍ତୁ କାରଣ କିଭଳି ବି ହୋଇଥାଉ, କଣ ବି ହୋଇଥାଉ କିନ୍ତୁ ତୀବ୍ର ପୁରଷାର୍ଥୀ ସମସ୍ତ ପରିସ୍ଥିତିକୁ ଏଭଳି ଅତିକ୍ରମ କରିଯାଆନ୍ତି ଯେପରି କିଛି ନଥିଲା । ସେମାନେ ସର୍ବଦା ମନୋରଞ୍ଜନର ଅନୁଭବ କରିଥାନ୍ତି । ଏହିଭଳି ସ୍ଥିତିକୁ ହିଁ ଉଡନ୍ତା ସ୍ଥିତି କୁହାଯାଏ ଏବଂ ଉଡନ୍ତା ସ୍ଥିତିର ଲକ୍ଷଣ ହେଲା ଡବଲ ଲାଇଟ୍ । ସେମାନଙ୍କୁ କୌଣସି ପ୍ରକାରର ବୋଝ ହଲଚଲ କରିପାରିବ ନାହିଁ ।

ସ୍ଲୋଗାନ:-
ପ୍ରତ୍ୟେକ ଗୁଣ ଏବଂ ଜ୍ଞାନର କଥାକୁ ନିଜର ବ୍ୟକ୍ତିଗତ ସଂସ୍କାର କରିଦିଅ ।