11.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଗୁପ୍ତ ଖୁସି ରହିବା ଦରକାର ଯେ ଆମେ ପରମାତ୍ମା ପିତାଙ୍କର ୟୁନିଭରସିଟିର ବିଦ୍ୟାର୍ଥୀ ଅଟୁ, ଭବିଷ୍ୟତ ନୂଆ ଦୁନିଆର ସମ୍ପତ୍ତି (ବର୍ସା) ପାଇବା ପାଇଁ ପାଠ ପଢ଼ୁଛୁ ।

ପ୍ରଶ୍ନ:-
ସର୍ବଦା କେଉଁ ସ୍ମୃତିରେ ରହିଲେ ଦୈବୀଗୁଣର ଧାରଣା ହେବାକୁ ଲାଗିବ ?

ଉତ୍ତର:-
ଆମେ ଆତ୍ମାମାନେ ଶିବବାବାଙ୍କର ସନ୍ତାନ, ବାବା ଆମକୁ କଣ୍ଟାରୁ ଫୁଲ କରିବାକୁ ଆସିଛନ୍ତିଏହି ସ୍ମୃତି ସର୍ବଦା ରହିଲେ ଦୈବୀଗୁଣର ଧାରଣା ହେବାକୁ ଲାଗିବ । ପାଠପଢ଼ା ଓ ଯୋଗ ପ୍ରତି ପୂରା ପୂରା ଧ୍ୟାନ ରହୁ, ବିକାରଗୁଡିକ ପ୍ରତି ଘୃଣାଭାବ ରହୁ ତେବେ ଧୀରେ ଧୀରେ ଦୈବୀଗୁଣ ଆସିବାକୁ ଲାଗିବ । ଯେତେବେଳେ କୌଣସି ବିକାର ଆକ୍ରମଣ କରୁଛି ସେତେବେଳେ ଭାବିବା ଦରକାର ମୁଁ କଣ୍ଟା ହୋଇଯାଇଛି, ମୋତେ ଫୁଲ ହେବାର ଅଛି ।

ଓମ୍ ଶାନ୍ତି ।
ପିଲାମାନଙ୍କ ବୁଦ୍ଧିରେ ଅଛି ଆମେ ରୁହାନୀ ୟୁନିଭରସିଟିରେ ବସିଛୁ । ଏହି ନିଶା ରହିବା ଦରକାର । ସାଧାରଣ ଭାବେ ଯେପରି ସ୍କୁଲରେ ବସନ୍ତି, ସେପରି ଏଠାରେ ବୁଦ୍ଧୁ ଭଳି ବସ ନାହିଁ । ବହୁତ ପିଲା ଯେପରି ବୁଦ୍ଧୁ ଭଳି ବସୁଛନ୍ତି । ମନେ ରହିବା ଆବଶ୍ୟକ ଏହା ସର୍ବୋଚ୍ଚ ପରମପିତା ପରମାତ୍ମାଙ୍କ ୟୁନିଭରସିଟି । ଆମେ ଏଠାକାର ଛାତ୍ର । ତୁମ ମଧ୍ୟରେ କେତେ ନିଶା ରହିବା ଆବଶ୍ୟକ । ଏହା ଗୁପ୍ତ ଖୁସି, ଗୁପ୍ତ ଜ୍ଞାନ । ପ୍ରତ୍ୟେକ କଥା ଗୁପ୍ତ । କାହା କାହାକୁ ଏଠାରେ ବସିଥିଲେ ମଧ୍ୟ ବାହାରର ଖରାପ ଖିଆଲ୍ ଆସୁଛି । ଭବିଷ୍ୟ ନୂଆ ଦୁନିଆର ବର୍ସା ପାଇବା ପାଇଁ ତୁମେ ଏଠାରେ ପଢ଼ୁଛ । ତୁମକୁ କେତେ ଖୁସି ହେବା ଆବଶ୍ୟକ । ଦୈବୀଗୁଣ ବି ହେବା ଦରକାର । ଭଲେ ଏଠାରେ ସମସ୍ତେ ବ୍ରାହ୍ମଣ ହିଁ ଆସୁଛନ୍ତି । ସେଠାକାର ଅଳିଆ ଆବର୍ଜନାରୁ ତୁମେ ବାହାରି ଏଠାକୁ ଆସୁଛ । ତୁମମାନଙ୍କୁ କେତେ ଖୁସି ରହିବା ଆବଶ୍ୟକ । ସାରା ଦୁନିଆ ବର୍ତ୍ତମାନ ପଙ୍କରେ ପଡିଛି । କେଉଁଠି କଳିଯୁଗର ପଙ୍କ, କେଉଁଠି ସତ୍ୟଯୁଗୀ ଫୁଲର ବଗିଚା । କଳିଯୁଗରେ ଜଣେ ଜଣଙ୍କୁ କଣ୍ଟା ଲଗାଉଛନ୍ତି । ତୁମକୁ ତ ଏବେ ଫୁଲ ହେବାର ଅଛି । ତେବେ କେତେ ଖୁସି ରହିବା ଆବଶ୍ୟକ । ଆମେ ଏବେ ଫୁଲ ହେଉଛୁ । ଏହା ତ ବଗିଚା ଅଟେ । ବାବାଙ୍କୁ ବଗିଚାର ମାଲିକ କୁହାଯାଏ । ବଗିଚାର ମାଲିକ ଆସି କଣ୍ଟାକୁ ଫୁଲ କରୁଛନ୍ତି । ଏହା ତ ପିଲାମାନଙ୍କୁ ଜଣାଥିବା ଦରକାର ଆମେ କେଉଁପରି ଫୁଲ ହେଉଛୁ । ଏଠାରେ ବଗିଚା ମଧ୍ୟ ଅଛି । ମୁରଲୀ ଶୁଣି ବଗିଚାକୁ ଯାଇ ଫୁଲ ସହ ନିଜର ତୁଳନା କର । ଆମେ କିପରି ଫୁଲ! ଆମେ କଣ୍ଟା ତ ନୁହେଁ ? ଯେତେବେଳେ କ୍ରୋଧ ଆସୁଛି ବୁଝିବା ଦରକାର ମୁଁ କଣ୍ଟା, ମୋଠାରେ କ୍ରୋଧର ଭୂତ ଅଛି । ନିଜେ ଘୃଣା ଆସିବା ଆବଶ୍ୟକ । କ୍ରୋଧ ତ ସମସ୍ତଙ୍କ ସମ୍ମୁଖରେ ଆସିଯାଉଛି । କାମ ତ ସମସ୍ତଙ୍କ ସମ୍ମୁଖରେ ହୋଇପାରିବ ନାହିଁ । ତାହା ତ ଗୁପ୍ତଭାବେ କରନ୍ତି । କ୍ରୋଧ ତ ପ୍ରତ୍ୟକ୍ଷ । କ୍ରୋଧ କଲେ ତାର ପ୍ରଭାବ ଅଳ୍ପ ଦିନ ଚାଲେ । କ୍ରୋଧର ବି ନିଶା ରହିଛି, ଲୋଭର ବି ନିଶା ରହିଛି । ନିଜକୁ ନିଜେ ଘୃଣା କରିବା ଆବଶ୍ୟକ । ତୁମେ ଭାବୁଛ ଆମକୁ ବାବା ଫୁଲ କରୁଛନ୍ତି । କାମ ଓ କ୍ରୋଧ ବହୁତ ଖରାପ । ମନୁଷ୍ୟଙ୍କର ସାରା ଶୋଭା ନଷ୍ଟ କରିଦିଏ । ଏଠାରେ ସୁଶୋଭିତ ହେଲେ ସେଠାରେ ବି ଶୋଭା ପାଇବ । ବାବା ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି ଦୈବୀଗୁଣ ଧାରଣ କର । ସ୍ୱର୍ଗକୁ ଯିବାର ଅଛି । ଏହି ଲକ୍ଷ୍ମୀ ନାରାୟଣ କେତେ ଗୁଣବାନ୍ ଅଟନ୍ତି । ତାଙ୍କ ସମ୍ମୁଖରେ ମହିମା ଗାନ କରନ୍ତି ଆମେ ନୀଚ୍ଚ, ପାପୀ, କାମୀ । ଆପଣ ସର୍ବଗୁଣ ସମ୍ପନ୍ନ । ତୁମେ ବି ବୁଝୁଛ ସ୍ୱର୍ଗ ଫୁଲର ବଗିଚା ଏବଂ ନର୍କ କଣ୍ଟାର ଜଙ୍ଗଲ । ଶିବବାବା ସ୍ୱର୍ଗ ସ୍ଥାପନ କରୁଛନ୍ତି, ରାବଣ ନର୍କ କରିଦେଉଛି । ବିଚାର କରିବା ଆବଶ୍ୟକ ମୁଁ ଆତ୍ମା ବାବାଙ୍କର ସନ୍ତାନ । ମୋଠାରେ ଅବଗୁଣ କୁଆଡୁ ଆସିବ ? ଯଦି ଖରାପ ଗୁଣ ଥିବ ତେବେ ବାବାଙ୍କ ନାମ ବଦନାମ କରିବ । କ୍ରୋଧ କରିବା ଅର୍ଥାତ୍ ବାବାଙ୍କର ନିନ୍ଦା କରାଇବା । କ୍ରୋଧର ଭୁତ ଆସିଲା ଅର୍ଥାତ୍ ବାବାଙ୍କୁ ଭୁଲିଲ । ବାବାଙ୍କ ୟାଦ ରହିଲେ କୌଣସି ବି ଭୁତ ଆସିବ ନାହିଁ । ଯଦି କାହା ହୃଦୟକୁ ଦୁଃଖ ଦେଉଛ ତେବେ ତାର ପ୍ରଭାବ ପଡିଥାଏ । ଥରେ ଯଦି କ୍ରୋଧ କଲ ତେବେ ୬ ମାସ ପର୍ଯ୍ୟନ୍ତ ସମସ୍ତଙ୍କ ବୁଦ୍ଧିରେ ରହେ ଯେ ଇଏ କ୍ରୋଧୀ ଅଟନ୍ତି । ପୁଣି ହୃଦୟରୁ ଭାବନା କମ ହୋଇଯାଏ । ବାପଦାଦାଙ୍କ ହୃଦୟରୁ ବି ଓହ୍ଲାଇଯାଆନ୍ତି । ଏହି ଦାଦା ବି ବିଶ୍ୱର ମାଲିକ ହେଉଛନ୍ତି, ତାଙ୍କଠାରେ ନିଶ୍ଚିତ ବିଶେଷତା ଥିବ । ପରନ୍ତୁ କାହାର ଭାଗ୍ୟରେ ନଥିଲେ ପୁରୁଷାର୍ଥ କରନ୍ତି ନାହିଁ । କେତେ ସହଜ ପୁରୁଷାର୍ଥ, କେବଳ ବାବାଙ୍କୁ ୟାଦ କରିଲେ ଆତ୍ମା ସ୍ୱଚ୍ଛ ହୋଇଯିବ । ଅନ୍ୟ କିଛି ଉପାୟ ନାହିଁ । ବର୍ତ୍ତମାନ ରାଜଋଷି କେହି ନାହାନ୍ତି, ରାଜଯୋଗ ଶିକ୍ଷକ କେବଳ ବାବା । ମନୁଷ୍ୟ, ମନୁଷ୍ୟଙ୍କୁ ସୁଧାରିପାରିବେ ନାହିଁ । ବାବା ଆସି ସମସ୍ତଙ୍କୁ ସୁଧାରୁଛନ୍ତି । ଯିଏ ବିଲକୁଲ୍ ଭଲ ଭାବରେ ସୁଧୁରିଯାଆନ୍ତି, ସେ ସତ୍ୟଯୁଗରେ ପ୍ରଥମେ ପ୍ରଥମେ ଆସନ୍ତି । କିଛି ବି ଖରାପ ଅଭ୍ୟାସ ଥିଲେ ତାହା ଛାଡିବାକୁ ପଡିବ । ପାଠପଢ଼ା ଉପରେ, ଯୋଗରେ ପୁରା ଧ୍ୟାନ ଦେବା ଆବଶ୍ୟକ । ଏହା ତ ଜାଣନ୍ତି ସମସ୍ତେ ଏକାପରି ଉଚ୍ଚ ହୋଇପାରିବେ ନାହିଁ । ପରନ୍ତୁ ବାବା ତ ପୁରୁଷାର୍ଥ କରାଇବେ । ଯେତେ ସମ୍ଭବ ପୁରୁଷାର୍ଥ କରି ଉଚ୍ଚପଦ ପ୍ରାପ୍ତ କର । ନହେଲେ କଳ୍ପ କଳ୍ପାନ୍ତର ପାଇପାରିବ ନାହିଁ । ବାରମ୍ବାର ବାବା ବୁଝାଉଛନ୍ତି ମୋତେ ୟାଦ କରିଲେ ତେବେ ଆବର୍ଜନା ବାହାରିଯିବ ।

ସନ୍ନ୍ୟାସୀମାନେ ତ ହଠଯୋଗ ଶିଖାଉଛନ୍ତି । ଏପରି ଭାବ ନାହିଁ ଯେ ହଠଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ, ସେମାନେ କେବେ ରୋଗଗ୍ରସ୍ତ ହୁଅନ୍ତି ନାହିଁ । ନା, ସେମାନେ ବି ରୋଗୀ ହୁଅନ୍ତି । ଭାରତରେ ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା ସମସ୍ତେ ଦୀର୍ଘାୟୁ ଥିଲେ, ସ୍ୱାସ୍ଥ୍ୟବାନ୍ ସମ୍ପତ୍ତିବାନ୍ ଥିଲେ । ଏବେ ସମସ୍ତେ ବିଲକୁଲ୍ ଅଳ୍ପାୟୁ ଅଟନ୍ତି । ଭାରତକୁ ଏପରି କିଏ କଲା ? ଏହା କେହି ଜାଣିନାହାନ୍ତି । ବିଲକୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତୁମେ କେତେ ବି ବୁଝାଅ ପରନ୍ତୁ ସେମାନଙ୍କୁ ବୁଝାଇବା ବହୁତ କଷ୍ଟସାଧ୍ୟ । ତଥାପି ଗରିବ ସାଧାରଣ ହିଁ ବୁଝିବାକୁ ଚେଷ୍ଟା କରିବେ । ଏଠାରେ କଣ କେହି ଲକ୍ଷପତି ଅଟନ୍ତି ? ଆଜିକାଲି ଲକ୍ଷେ ଟଙ୍କା କିଛି ବି ବଡ କଥା ନୁହେଁ । ବର୍ତ୍ତମାନ ଲକ୍ଷପତି ତ ବହୁତ ଅଛନ୍ତି । ତାଙ୍କୁ ବି ବାବା ସାଧାରଣ କହୁଛନ୍ତି । ଏବେ ତ କୋଟିପତିର କଥା । ବିବାହରେ କେତେ ଖର୍ଚ୍ଚ କରୁଛନ୍ତି । ତୁମମାନଙ୍କୁ ବହୁତ ଯୁକ୍ତିର ସହ ବୁଝାଇବାକୁ ହେବ ଯଦ୍ୱାରା କାହାକୁ ତୀର ଲାଗିଯିବ । କେହି ନାମୀଗ୍ରାମୀ ଏମ୍.ପି. ଆଦି ଏଠାକୁ ଆସନ୍ତି ତେବେ ବହୁତ ଖୁସି ହୁଅନ୍ତି । ପରନ୍ତୁ କାହାଠାରେ ବି ଶକ୍ତି ନାହିଁ ଯିଏକି ପ୍ରତ୍ୟକ୍ଷ କରିପାରିବେ । ତୁମେ ବୁଝାଉଛ ପରନ୍ତୁ ଯଥାର୍ଥ ରୂପେ କେହି ଭଲ ଭାବେ ବୁଝିକରି ଯାଉନାହାନ୍ତି । ସର୍ବୋଚ୍ଚ ଭଗବାନ୍, ସର୍ବୋଚ୍ଚ ଏହି ବର୍ସା । ଲକ୍ଷ୍ମୀନାରାୟଣଙ୍କୁ ଏହି ସ୍ୱର୍ଗର ବର୍ସା କିଏ ଦେଲେ ? ଇଏ କେଉଁଠାର ବାସୀନ୍ଦା ? ବହୁତଙ୍କୁ ଏହା ଜଣାପଡେ ନାହିଁ । ବହୁତ ମ୍ୟୁଜିୟମକୁ ଆସୁଛନ୍ତି, ବୁଝିବା ପାଇଁ । ସେବାର ବହୁତ ଭଲ ସୁଯୋଗ ରହିଛି, ପରନ୍ତୁ ଯୋଗ ନାହିଁ । ବାବାଙ୍କୁ ୟାଦ କଲେ ପ୍ରଫୁଲ୍ଲତା ଆସିବ । ଆମେ କାହାର ସନ୍ତାନ । କେତେ ପିଲା ନିୟମାନୁସାରେ ପଢ଼ିପାରନ୍ତି ନାହିଁ । ବାବାଙ୍କ ସହ ଯୋଗ ନାହିଁ । କେହି ସମ୍ପୂର୍ଣ୍ଣ ତ ହୋଇନାହାନ୍ତି । କ୍ରମାନୁସାରେ ଅଛନ୍ତି । ପିଲାମାନଙ୍କୁ ଏକାନ୍ତରେ ବସି ବାବାଙ୍କୁ ୟାଦ କରିବା ଉଚିତ୍ । ବାବାଙ୍କଠାରୁ ଆମେ ସ୍ୱର୍ଗର ବର୍ସା ପାଉଛୁ । ଏହି ଦୁନିଆରେ ଆମେ ହିଁ ସବୁଠାରୁ ପତିତ ହୋଇଛୁ, ତେଣୁ ଆମକୁ ହିଁ ପବିତ୍ର ହେବାର ଅଛି । ଏହା ଭଲ ଭାବରେ ମନେରଖିବା ଉଚିତ୍ । ବାବା ସବୁ ପ୍ରକାରର ମତ ଦେଉଛନ୍ତି ଏମିତି ଏମିତି କର । ଯେପରି ମହାରାଣୀ ଭିକ୍ଟୋରିଆଙ୍କର ମନ୍ତ୍ରୀ ଗରିବ ଥିଲେ, ରାସ୍ତା କଡର ଲାଇଟରେ ପାଠପଢ଼ି ଉଚ୍ଚପଦ ପ୍ରାପ୍ତ କଲେ । ପାଠପଢାର ସଉକ ଥିଲା । ଏହା ମଧ୍ୟ ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ । ବାବା ଦୀନବନ୍ଧୁ । ସାହୁକାରମାନେ କଣ ଭଗବାନଙ୍କୁ ମନେପକାଇପାରିବେ । କହିବେ ଆମ ପାଇଁ ତ ଏଠାରେ ହିଁ ସ୍ୱର୍ଗ । ଆରେ, ବାବା ଏପର୍ଯ୍ୟନ୍ତ ସ୍ୱର୍ଗ ସ୍ଥାପନା କରିନାହାନ୍ତି । ଏବେ କରୁଛନ୍ତି । ବାବାଙ୍କୁ ୟାଦ କର, ପାବନ ତ ନିଶ୍ଚିତ ହେବ । ପିଲାମାନଙ୍କୁ କୌଶଳ ରଚନା କରିବା ଦରକାର କିପରି କାହାକୁ ବୁଝାଇବୁ ଯେ ଭାରତର ପ୍ରାଚୀନ ଯୋଗ ପରମପିତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ଶିଖାଇପାରିବେ ନାହିଁ । ହଠଯୋଗ ନିବୃତ୍ତିମାର୍ଗୀଙ୍କ ପାଇଁ । ବାବା ବୁଝାଉଛନ୍ତି ଯେତେବେଳେ କାହାର କଲ୍ୟାଣ ହେବାର ଥିବ ଏପରି ଲେଖିବେ । ଏବେ ଡେରି ଅଛି ତେଣୁ କାହା ବୁଦ୍ଧିରେ ଆସୁନାହିଁ ।

ଏହା ତୁମର ଈଶ୍ୱରୀୟ ମିଶନ୍ । ତୁମକୁ ମନୁଷ୍ୟଙ୍କୁ ଦେବତା କରିବାର ସେବା କରିବା ଆବଶ୍ୟକ । ଦୁନିଆରେ ଅନେକ ପ୍ରକାରର ମତ ବାହାରୁଛି, ତାହାର କେତେ ଶୋ ହେଉଛି । କେତେ ଅନ୍ଧଶ୍ରଦ୍ଧା ରହିଛି । ରାତି ଦିନର ଫରକ ରହିଛି । ତୁମ ବ୍ରାହ୍ମଣମାନଙ୍କ ମଧ୍ୟରେ ବି ରାତି ଦିନର ଫରକ ରହିଛି । କେହି ତ କିଛି ବି ଜାଣିନାହାନ୍ତି । ବହୁତ ସହଜ କଥା ନିଜକୁ ଆତ୍ମା ଭାବ, ବାବାଙ୍କୁ ୟାଦ କର ତେବେ ପାପ କଟିଯିବ । ଦୈବୀଗୁଣ ଧାରଣ କର ତେବେ ଏପରି ହୋଇଯିବ । ଡେଙ୍ଗୁରା ପିଟ । ଯଦି ଦେହ ଅଭିମାନକୁ ତ୍ୟାଗ କରି ଦେଇଛ ତେବେ ଢ଼ୋଲ ବଜାଇ ସମସ୍ତଙ୍କୁ କୁହ ବାବା ଆସିଛନ୍ତି । କହୁଛନ୍ତି ମୋତେ ୟାଦ କର ତେବେ ତୁମେ ପତିତରୁ ପାବନ ହୋଇଯିବ । ଘରେ ଘରେ ଏହି ପରିଚୟ ଦିଅ । ସମସ୍ତଙ୍କ ଉପରେ (ଜଙ୍କ୍) ଚଢ଼ି ରହିଛି । ଦୁନିଆ ତମୋପ୍ରଧାନ, ସମସ୍ତଙ୍କୁ ବାବାଙ୍କ ସନ୍ଦେଶ ନିଶ୍ଚିତ ପହଞ୍ଚାଅ । ପଛରେ ତୁମକୁ ବାହ୍ ବାହ୍ କରିବେ । କହିବେ ଏମାନଙ୍କର କମାଲ୍ । ଏତେ ଜାଗ୍ରତ କଲେ ତଥାପି ଆମେ ଉଠିଲୁ ନାହିଁ । ଯିଏ ଜାଗ୍ରତ ହେଲେ ସେମାନେ ପାଇଲେ, ଯିଏ ଶୋଇରହିଲେ ସେମାନେ ହରାଇଲେ । ବାବା ବାଦଶାହୀ ଦେବାକୁ ଆସୁଛନ୍ତି ତଥାପି ହରାଇ ଦେଉଛନ୍ତି । ସେବାର ଉପାୟ ରଚିବା ଦରକାର । ବାବା ଆସି କହୁଛନ୍ତି ମାମେକମ୍ ୟାଦ କର ତେବେ ବିକର୍ମ ବିନାଶ ହେବ, ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । ୟାଦ ନକଲେ ପାପ କଟିବ ନାହିଁ । କିଛି ବି ଜଙ୍କ୍ ନରହୁ ତେବେ ଉଚ୍ଚପଦ ପାଇପାରିବ । ନହେଲେ ପଦ ମଧ୍ୟ କମ୍ ମିଳିବ, ସଜା ମଧ୍ୟ ଭୋଗିବାକୁ ପଡିବ । ସେବାର ଭଲ ମାର୍ଜିନ୍ ରହିଛି । ସାଥିରେ ଚିତ୍ର ନେଇଗଲେ ସେବା କରିପାରିବ । ଏପରି ଭଲ ଭାବରେ ଚିତ୍ର ତିଆରି କରିବା ଦରକାର ଯାହାକି ଖରାପ ହେବ ନାହିଁ । ଏହି ଚିତ୍ର ବହୁତ ଭଲ ଜିନିଷ । ବାକି ମଡେଲ୍ ତ ଖେଳଣା ସଦୃଶ । ବଡ ବଡ ଲୋକମାନଙ୍କ ପାଖରେ ବଡ ବଡ ଚିତ୍ର ଥାଏ । ହଜାର ହଜାର ବର୍ଷ ଧରି ରହିଥାଏ । ତୁମର ଏହି ୬ଟି ଚିତ୍ର ଯଥେଷ୍ଟ । କୁହ, ଏହି ସୃଷ୍ଟି ଚକ୍ର କିପରି ଘୂରୁଛି ଆମେ ଆପଣଙ୍କୁ ବୁଝାଇବୁ । ଏହି ଚକ୍ରକୁ ୟାଦ କଲେ ତୁମେ ଚକ୍ରବର୍ତ୍ତୀ ରାଜା ହୋଇଯିବ । ବ୍ୟାଚ୍ ବି ବହୁତ ଭଲ । ପରନ୍ତୁ ତାର ମୂଲ୍ୟ ପିଲାମାନଙ୍କ ପାଖରେ ନାହିଁ । ଏହା ଉପରେ ବି ତୁମେ ବୁଝାଅ ତେବେ ବି ତୁମର ବହୁତ ସେବାର ଜମା ଖାତା ସଞ୍ଚୟ ହେବ । ଏହି ବ୍ୟାଚ୍ ଛାତିରେ ଲାଗି ରହୁ । ବାବା ବ୍ରହ୍ମାଙ୍କ ଦ୍ୱାରା ଏହି ବର୍ସା ଦେଉଛନ୍ତି । ଟ୍ରେନରେ ମଧ୍ୟ ପ୍ରତ୍ୟେକ ଯାତ୍ରୀଙ୍କ ନିକଟକୁ ଯାଇ ବୁଝାଅ । ଛୋଟ ପିଲା ବି ବୁଝାଇ ପାରିବେ । ତୁମକୁ କେହି ମନା କରିପାରିବେ ନାହିଁ । ବ୍ୟାଚ୍ ଏପରି ଜିନିଷ, ହୀରା ନୀଳା, ଫଳ-ଫୁଲ, ମହଲ ସବୁକିଛି ଏଥିରେ ସମାହିତ ଅଛି । କିନ୍ତୁ ପିଲାମାନଙ୍କର ବୁଦ୍ଧିରେ ଆସୁନାହିଁ । ବାବା ବହୁତ ଥର ବୁଝାଇଛନ୍ତି ଏହି ଚିତ୍ର ସାଥିରେ ନିଶ୍ଚିତ ରଖ । ତୁମକୁ କେହି ଓଲଟା ସୁଲଟା ବି କହିବେ । କୃଷ୍ଣଙ୍କୁ ବି ଗାଳି ମିଳିଥିଲା ନା--ନେଇ ପଳାଉଥିଲେ, ଏହା କରୁଥିଲେ । କିନ୍ତୁ ସେମାନଙ୍କୁ ବି ପାଟରାଣୀ କଲେ ନା । ବିଶ୍ୱର ମାଲିକ ହୋଇ ଏପରି କାମ କରିବେ କି । ଏହି ଜ୍ଞାନରେ ବହୁତ ନିଶା ହେବା ଉଚିତ୍ । ଆମେ ଚାହୁଁଛୁ ଜଲଦି ବିନାଶ ହୋଇଯାଉ । ପୁଣି କହୁଛନ୍ତି ଏବେ ତ ବାବା ସାଥିରେ ଅଛନ୍ତି । ବାବାଙ୍କୁ ଛାଡିଦେବେ ତ ବାବା ୫ ହଜାର ବର୍ଷ ପରେ ମିଳିବେ । ଏପରି ବାବାଙ୍କୁ ଆମେ କିପରି ଛାଡିବୁ । ବାବାଙ୍କଠାରୁ ଆମେ ପଢ଼ିବୁ । ଏହା ବ୍ରାହ୍ମଣମାନଙ୍କର ସର୍ବୋଚ୍ଚ ଜନ୍ମ । ଏପରି ବାବା ଯିଏ ଆମକୁ ରାଜତ୍ୱ ଦେଉଛନ୍ତି, ଆଉ ଥରେ ତ ଆମେ ତାଙ୍କ ସହ ମିଶି ପାରିବୁ ନାହିଁ । ପରନ୍ତୁ ଗଙ୍ଗା ତଟରେ ଯିଏ ରହନ୍ତି ସେମାନେ ଏତେ ମହତ୍ତ୍ୱ ଦିଅନ୍ତି ନାହିଁ । ବାହାରବାଲା କେତେ ମହତ୍ତ୍ୱ ଦେଉଛନ୍ତି । ଏଠାରେ ବି ବାହାରବାଲା ସମର୍ପଣ ହୋଇଯାଆନ୍ତି । ଯଦି ଯୋଗବଳ ନାହିଁ ତେବେ କାହା ଉପରେ ମଧ୍ୟ ବୁଝାଇବାର ପ୍ରଭାବ ପଡିବ ନାହିଁ, କିଛି ବି ବୁଝିବେ ନାହିଁ । ବହୁତ ଆସନ୍ତି, ଲେଖୁଛନ୍ତି ଏମିତି ଏମିତି ବୁଝାଇଲେ, କହୁଛନ୍ତି ବହୁତ ଭଲ । ବାବା ବୁଝୁଛନ୍ତି ଶୁଣନ୍ତି ଏଭଳି ଯେପରି ନଶୁଣିଲା ପରି । ଟିକେ ବି ବୁଝିଲେ ନାହିଁ । ବାବାଙ୍କୁ ଜାଣିନାହାନ୍ତି । ଯଦି କିଛି ବୁଝିବେ ତେବେ ଏପରି ବାବାଙ୍କ ସହ ନିଶ୍ଚିତ କନେକ୍ସନ୍ ତ ରଖିବେ, ଚିଠି ଲେଖିବେ । ତୁମକୁ ପଚାରିବେ ଏପରି ବାବାଙ୍କୁ ଚିଠି କିପରି ଲେଖୁଛ, ବତାଅ । ଶିବବାବା କେୟର ଅଫ୍ ବ୍ରହ୍ମା । ଏକଦମ୍ ଲେଖିବାକୁ ଲାଗିଯିବେ । ଏହା ତ ରଥ ନା । ପରନ୍ତୁ ଅଧିକ ମୂଲ୍ୟ ତାଙ୍କର ଯିଏ ଏହାଙ୍କଠାରେ ପ୍ରବେଶ କରୁଛନ୍ତି ।

ସେବା କରି କରି ବହୁତ ପିଲାଙ୍କ ଗଳା ଥକିଯାଉଛି । ପରନ୍ତୁ ଯୋଗର ଶକ୍ତି ନଥିବାରୁ ତୀର ଲାଗୁ ନାହିଁ । ଏହାକୁ ବି ଡ୍ରାମା କୁହାଯିବ । ବାବାଙ୍କୁ ଜାଣି ଗଲେ ତେବେ ବାବାଙ୍କ ସହ ମିଶିବା ବିନା ରହିପାରିବେ ନାହିଁ । ଆମେ ବାବାଙ୍କ ପାଖକୁ ଯାଉଛୁ ତେଣୁ ଟ୍ରେନରେ ବି ଯୋଗଯୁକ୍ତ ହୋଇ ଆସ । ବିଦେଶରୁ ଆସିବା ସମୟରେ ସ୍ତ୍ରୀ, ପିଲା ଛୁଆ ସମସ୍ତେ ମନେପଡନ୍ତି । ଆମେ କାହା ପାଖକୁ ଯାଉଛୁ! ତେଣୁ ରାସ୍ତାରେ କେତେ ଖୁସିରେ ରହିବା ଦରକାର । ସେବା କରି କରି ଆସିବା ଆବଶ୍ୟକ । ବାବା ସାଗର, ଦେଖୁଛନ୍ତି ପିଲାମାନେ ଅନୁସରଣ କରୁଛନ୍ତି । ଜ୍ଞାନର ଲହରୀ ଉଠୁଛି ତେବେ ଦେଖି ଖୁସି ହେଉଛନ୍ତି । ଇଏ ତ ବହୁତ ଭଲ ସୁପୁତ୍ର ସନ୍ତାନ । ଅମୃତବେଳା ଯୋଗରେ ବହୁତ ଫାଇଦା । ଏପରି ନୁହେଁ କେବଳ ଅମୃତ ବେଳାରେ ଯୋଗ କରିବ । ଉଠି ବସି ଖାଇ ପିଇ ବାବାଙ୍କୁ ମନେପକାଇଲେ, ସେବା କଲେ ତେବେ ତୁମେ ଯାତ୍ରାରେ ଅଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କାହାର ହୃଦୟକୁ ଦୁଃଖୀ କରିବା ଅନୁଚିତ୍ । ଭିତରେ ଯଦି କୌଣସି ଭୁତ ଅଛି ତେବେ ତାକୁ ଯାଞ୍ଚ କରି ବାହାର କରିଦେବାକୁ ହେବ । ଫୁଲ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ ।

(୨) ଆମେ ଜ୍ଞାନ ସାଗରଙ୍କ ସନ୍ତାନ ତେଣୁ ଆମର ଅନ୍ତରରେ ଜ୍ଞାନର ଲହରୀ ସଦା ସର୍ବଦା ଉଠୁଥାଉ । ସେବା କରିବାର ଉପାୟ ରଚନା କରିବାକୁ ହେବ, ଟ୍ରେନରେ ମଧ୍ୟ ସେବା କରିବାକୁ ହେବ । ତା ସହିତ ପାବନ ହେବାପାଇଁ ୟାଦର ଯାତ୍ରାରେ ରହିବାକୁ ହେବ ।

ବରଦାନ:-
ଯୋଗବଳ ଦ୍ୱାରା ମାୟାର ଶକ୍ତି ଉପରେ ବିଜୟ ପ୍ରାପ୍ତ କରୁଥିବା ବିଜୟୀ ଆତ୍ମା ହୁଅ ।

ଜ୍ଞାନବଳ ଏବଂ ଯୋଗବଳ ସବୁଠାରୁ ଶ୍ରେଷ୍ଠ ବଳ ଅଟେ । ଯେପରି ବିଜ୍ଞାନର ବଳ ହେଲା ଅନ୍ଧକାର ଉପରେ ବିଜୟ ପ୍ରାପ୍ତ କରି ଆଲୋକିତ କରିଦେବା, ସେହିପରି ଯୋଗବଳ ମଧ୍ୟ ସଦାକାଳ ପାଇଁ ମାୟା ଉପରେ ବିଜୟ ପ୍ରାପ୍ତ କରାଇ ବିଜୟୀ କରିଦିଏ । ଯୋଗବଳ ଏତେ ଶ୍ରେଷ୍ଠବଳ ଯାହାକି ମାୟାର ଶକ୍ତି ତାହା ତୁଳନାରେ କିଛି ବି ନୁହେଁ । ଯୋଗବଳରେ ସମ୍ପନ୍ନ ଆତ୍ମାମାନେ ସ୍ୱପ୍ନରେ ମଧ୍ୟ ମାୟାଠାରୁ ପରାଜିତ ହୋଇପାରିବେ ନାହିଁ । ସେମାନଙ୍କ ଭିତରେ ସ୍ୱପ୍ନରେ ମଧ୍ୟ କୌଣସି ଦୁର୍ବଳତା ଆସିପାରିବ ନାହିଁ । ଏହିଭଳି ବିଜୟର ତିଳକ ତୁମମାନଙ୍କର ମସ୍ତକରେ ଲାଗି ରହିଛି ।

ସ୍ଲୋଗାନ:-
ଯଦି ନମ୍ବରୱାନରେ ଆସିବାକୁ ଚାହୁଛଁ ତେବେ ବ୍ୟର୍ଥକୁ ସମର୍ଥରେ ପରିବର୍ତ୍ତନ କରିଦିଅ ।