11.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଦାତା ଅଟନ୍ତି ତେଣୁ ତୁମମାନଙ୍କୁ ବାବାଙ୍କୁ କିଛି ବି ମାଗିବାର ଆବଶ୍ୟକତା ନାହିଁ, କଥାରେ ଅଛି ମାଗିବା ଅପେକ୍ଷା ମରିବା ଭଲ ।

ପ୍ରଶ୍ନ:-
କେଉଁ ସ୍ମୃତି ସର୍ବଦା ଜାଗ୍ରତ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ ?

ଉତ୍ତର:-
ଯାହା ବିତିଗଲା ଭଲ ହେଉ ବା ମନ୍ଦ ହେଉ ତାହା ଡ୍ରାମାରେ ଥିଲା । ସାରା ଚକ୍ର ଶେଷ ହୋଇ ପୁଣି ପୁନରାବୃତ୍ତି ହେବ । ଯିଏ ଯେପରି ପୁରୁଷାର୍ଥ କରୁଛନ୍ତି, ସେହିପରି ପଦ ପାଉଛନ୍ତି । ଏହି କଥା ସ୍ମୃତିରେ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ । ବାବାଙ୍କର ନିର୍ଦ୍ଦେଶ ହେଲା ପିଲାମାନେ, ବିତି ଯାଇଥିବା କଥାକୁ ଚିନ୍ତନ କର ନାହିଁ । କୌଣସି ଓଲଟା-ସିଧା କଥା ଶୁଣ ନାହିଁ କି ଶୁଣାଅ ନାହିଁ । ବିତି ଯାଇଥିବା କଥାକୁ ବିଚାର କର ନାହିଁ କି ପୁନରାବୃତ୍ତି କର ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି । ରୁହାନୀ ବାବାଙ୍କୁ ଦାତା ବୋଲି କୁହାଯାଉଛି, ସିଏ ସ୍ୱତଃ ସବୁ କିଛି ପିଲାମାନଙ୍କୁ ଦେଉଛନ୍ତି । ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ହିଁ ଆସୁଛନ୍ତି । କିପରି ଆମେ ବିଶ୍ୱର ମାଲିକ ହେବା, ସେଥିପାଇଁ ଏସବୁ କଥା ଆମମାନଙ୍କୁ ବୁଝାଉଛନ୍ତି ଏବଂ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । କାହିଁକି ନା ସିଏ ବାବା ଅଟନ୍ତି ନା । ତେଣୁ ସବୁ କିଛି ସ୍ୱତଃ ଦେଉଛନ୍ତି । କଥାରେ ଅଛି ମାଗିବା ଅପେକ୍ଷା ମରିବା ଭଲ ତେଣୁ କୌଣସି ଜିନିଷ ମାଗିବା ଉଚିତ୍ ନୁହେଁ । ଅନେକ ଅଛନ୍ତି ଯେଉଁମାନେ ଶକ୍ତି, ଆଶୀର୍ବାଦ, କୃପା ଇତ୍ୟାଦି ମାଗି ଚାଲିଛନ୍ତି । ଭକ୍ତିମାର୍ଗରେ ମାଗି-ମାଗି ମୁଣ୍ଡ ପିଟି-ପିଟି ତଳକୁ ଖସି ଆସିଲ, ତେଣୁ ବର୍ତ୍ତମାନ ମାଗିବାର କୌଣସି ଆବଶ୍ୟକତା ନାହିଁ । ବାବା କହୁଛନ୍ତି ତୁମେ ମୋର ନିର୍ଦ୍ଦେଶ ଅନୁସାରେ ଚାଲ । ପ୍ରଥମେ ତ କହୁଛନ୍ତି ବିତି ଯାଇଥିବା କଥାକୁ ଚିନ୍ତା କର ନାହିଁ । ଡ୍ରାମା ଅନୁସାରେ ଯାହା କିଛି ହେଲା ତାହା ଅତିକ୍ରାନ୍ତ ହୋଇଗଲା ଏବେ ତାର କିଛି ବିଚାର କର ନାହିଁ କିମ୍ବା ପୁନରାବୃତ୍ତି କର ନାହିଁ । ବାବା ତ କେବଳ ଦୁଇଟି ଶବ୍ଦ ହିଁ କହୁଛନ୍ତି ମୋତେ ମନେ ପକାଅ । ବାବା ଆମକୁ ନିର୍ଦ୍ଦେଶ ଅର୍ଥାତ୍ ଶ୍ରୀମତ ଦେଉଛନ୍ତି । ସେହି ଅନୁସାରେ ଚାଲିବା ହେଲା ପିଲାମାନଙ୍କର କାମ । ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ନିର୍ଦ୍ଦେଶ । କେହି କେତେ ବି ପ୍ରଶ୍ନ ଉତ୍ତର କଲେ ମଧ୍ୟ, ବାବା ତ ଦୁଇଟି ଶବ୍ଦ ହିଁ ବୁଝାଇବେ । ମୁଁ ପତିତ-ପାବନ, ତୁମେ ମୋତେ ମନେ ପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ବାସ୍, ମନେ ପକାଇବା ପାଇଁ କଣ କୌଣସି ନିର୍ଦ୍ଦେଶ ଦିଆଯାଏ କି! ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ କୌଣସି ଜୋର ପାଟିରେ ଡାକିବା ବା ଚିତ୍କାର କରିବାର ନାହିଁ । ବୁଦ୍ଧିରେ କେବଳ ବେହଦର ବାବାଙ୍କୁ ମନେ ପକାଇବାକୁ ହେବ । ଦ୍ୱିତୀୟ ନିର୍ଦ୍ଦେଶ କଣ ଦେଉଛନ୍ତି ? ୮୪ ଜନ୍ମର ଚକ୍ରକୁ ମନେ ପକାଅ କାହିଁକି ନା ତୁମକୁ ଦେବତା ହେବାର ଅଛି, ଦେବତାମାନଙ୍କର ମହିମା ତ ତୁମେ ଅଧାକଳ୍ପ ହେବ କରି ଆସିଛ ।

(ପିଲା କାନ୍ଦିବାର ଶବ୍ଦ ହେଲା) ବର୍ତ୍ତମାନ ସବୁ ସେଣ୍ଟର୍ସର ଭଉଣୀମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଉଛି ଯେ ଛୋଟ ପିଲାଙ୍କୁ କେହି ବି ଏଠାକୁ ନେଇ ଆସିବେ ନାହିଁ, ସେମାନଙ୍କର କୌଣସି ପ୍ରବନ୍ଧ କରିବାକୁ ପଡିବ । ବାବାଙ୍କଠାରୁ ଯେଉଁମାନଙ୍କର ସମ୍ପତ୍ତି ନେବାର ଥିବ ସେମାନେ ସ୍ୱତଃ ପ୍ରବନ୍ଧ କରିବେ । ଏହା ହେଉଛି ଆତ୍ମିକ ପିତାଙ୍କର ବିଶ୍ୱ ବିଦ୍ୟାଳୟ । ଏଠାରେ ଛୋଟ ପିଲାଙ୍କର କୌଣସି ଆବଶ୍ୟକତା ନାହିଁ । ବ୍ରାହ୍ମଣୀ (ଟିଚର)ଙ୍କର କାମ ହେଲା ଯେବେ ଯୋଗ୍ୟ ସେବାଧାରୀ ହୋଇଯିବେ ତେବେ ସେମାନଙ୍କୁ ସତେଜ କରିବା ପାଇଁ ଆଣିବେ । କେହି ବଡ ହୁଅନ୍ତୁ ଅଥବା ଛୋଟ ହୁଅନ୍ତୁ, ଏହା ବିଶ୍ୱ ବିଦ୍ୟାଳୟ ଅଟେ । ଏଠାକୁ ଯେଉଁମାନେ ଛୋଟ ପିଲାମାନଙ୍କୁ ନେଇ ଆସୁଛନ୍ତି ସେମାନେ ଏକଥା ବୁଝୁନାହାଁନ୍ତି ଯେ ଏହା ହେଉଛି ଏକ ବିଶ୍ୱ ବିଦ୍ୟାଳୟ । ମୁଖ୍ୟ କଥା ହେଲା ଏହା ହେଉଛି ବିଶ୍ୱ ବିଦ୍ୟାଳୟ । ଏଠାରେ ବିଦ୍ୟାର୍ଥୀମାନେ ବହୁତ ବୁଦ୍ଧିମାନ ହୋଇଥିବା ଉଚିତ୍ । ଜ୍ଞାନରେ ପକ୍କା ନ ହୋଇଥିଲେ ବାତାବରଣ ବହୁତ ଖରାପ କରିବେ କାହିଁକି ନା ବାବାଙ୍କର ସ୍ମୃତି ନଥିଲେ ବୁଦ୍ଧି ଏଣେ-ତେଣେ ଘୂରି ବୁଲିବ, ତେଣୁ ଏହା ଦ୍ୱାରା କ୍ଷତି ହିଁ କରିବେ, ଏମାନେ କେବେ ବାବାଙ୍କ ସ୍ମୃତିରେ ରହିପାରିବେ ନାହିଁ । ଯଦି ଏଠାକୁ ପିଲା-ଛୁଆଙ୍କୁ ନେଇ ଆସିବ ତେବେ ଏଥିରେ ପିଲାମାନଙ୍କର ହିଁ କ୍ଷତି ହେବ । କେହି ଜାଣିନାହାଁନ୍ତି ଯେ ଏହା ଈଶ୍ୱରୀୟ ପିତାଙ୍କର ବିଶ୍ୱ ବିଦ୍ୟାଳୟ । ଏଠାରେ ମନୁଷ୍ୟରୁ ଦେବତା ହେବାକୁ ପଡିଥାଏ । ବାବା କହୁଛନ୍ତି ଯଦିଓ ଗୃହସ୍ଥ ବ୍ୟବହାରରେ ପିଲାଛୁଆଙ୍କ ସାଥୀରେ ରୁହ, ଏଠାରେ ତ କେବଳ ଗୋଟିଏ ସପ୍ତାହ କଣ ୩-୪ ଦିନ ମଧ୍ୟ ଯଥେଷ୍ଟ । ଏହି ଜ୍ଞାନ ତ ବହୁତ ସହଜ କେବଳ ବାବାଙ୍କୁ ଜାଣିବାକୁ ହେବ ଏବଂ ବାବାଙ୍କୁ ଜାଣିଲେ ହିଁ ଅବିନାଶୀ ସମ୍ପତ୍ତି ମିଳିବ । ତେବେ କେଉଁ ପ୍ରକାର ସମ୍ପତ୍ତି ? ଅବିନାଶୀ ରାଜତ୍ୱର ସମ୍ପତ୍ତି । ଏମିତି ନୁହେଁ ଯେ, ପ୍ରଦର୍ଶନୀ ବା ମିୟ୍ୟୁଜିୟମରେ ସେବା ହେଉନାହିଁ, ଢେର ଅଗଣିତ ପ୍ରଜା ହେଉଛନ୍ତି । ବ୍ରାହ୍ମଣ କୁଳ, ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀତିନୋଟି ଧର୍ମର ସ୍ଥାପନା ଏହିଠାରେ ହିଁ ହେଉଛି । ତେବେ ଏହା ହେଉଛି ଏକ ବହୁତ ବଡ ବିଶ୍ୱ ବିଦ୍ୟାଳୟ, ଏଠାରେ ଅବିନାଶୀ ବାବା ନିଜେ ପାଠପଢାଉଛନ୍ତି । ତେଣୁ ଏହି ଜ୍ଞାନ ଦ୍ୱାରା ବୁଦ୍ଧି ଏକଦମ୍ ଭରପୁର ହୋଇଯିବା ଦରକାର । ବାବା ଏହି ସାଧାରଣ ଶରୀରରେ ଆସି, ସାଧାରଣ ଭାବରେ ପାଠପଢାଉଛନ୍ତି, ସେଥିପାଇଁ ମନୁଷ୍ୟମାନଙ୍କୁ ବିଶ୍ୱାସ ହେଉ ନାହିଁ । କହୁଛନ୍ତି ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ କଣ ଏହିପରି ହୋଇଥିବ! ବାବା କହୁଛନ୍ତି ମୁଁ ହେଉଛି ଗରୀବର ବନ୍ଧୁ ତେଣୁ ଗରୀବମାନଙ୍କୁ ହିଁ ପାଠ ପଢାଉଛି । ସାହୁକାରମାନଙ୍କର ପାଠପଢିବାର ଶକ୍ତି ନାହିଁ, ସେମାନଙ୍କର ବୁଦ୍ଧିରେ ତ ସବୁବେଳେ କେବଳ ନିଜର କୋଠାବାଡି ଇତ୍ୟାଦି କଥା ମନେ ପଡିଥାଏ । ତେଣୁ ଗରୀବମାନେ ହିଁ ସେଠାରେ ସାହୁକାର ହେବେ ଏବଂ ସାହୁକାର ଗରୀବ ହେବେ ଏହିଭଳି ନିୟମ ରହିଛି । ସାହୁକାରଙ୍କୁ କଣ କେବେ ଦାନ ଦିଆଯାଏ କି ? ଏହା ପୁଣି ଅବିନାଶୀ ଜ୍ଞାନ ଚତ୍ନର ଦାନ ତେଣୁ ଏହି ଦାନ ସାହୁକାର ନେଇପାରିବେ ନାହିଁ, ସେମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ହିଁ ରହିବ ନାହିଁ । ସେମାନେ ନିଜର ବିନାଶୀ ରଚନା ଏବଂ ଧନ-ଦୌଲତର ମୋହରେ ହିଁ ବାନ୍ଧି ହୋଇ ରହିଥାନ୍ତି । ସେମାନଙ୍କ ପାଇଁ ଯେପରି ଏହିଠାରେ ହିଁ ସ୍ୱର୍ଗର ଅନୁଭବ ହେଉଛି । କହୁଛନ୍ତି ଆମର ଦ୍ୱିତୀୟ ସ୍ୱର୍ଗର ଆବଶ୍ୟକତା ନାହିଁ । କେହି ବଡ ଲୋକ ମଲେ କହନ୍ତି ସ୍ୱର୍ଗକୁ ଗଲା । ନିଜେ ହିଁ କହିଦେଉଛନ୍ତି ଯେ ଇଏ ସ୍ୱର୍ଗକୁ ଗଲା । ତେଣୁ ନିଶ୍ଚିତ ଭାବରେ ଏହା ନର୍କ ଅଟେ ନା । କିନ୍ତୁ ସେମାନେ ଏତେ ପଥର ବୁଦ୍ଧି ହୋଇଯାଇଛନ୍ତି ଯାହା ଦ୍ୱାରା ବୁଝିପାରୁ ନାହାଁନ୍ତି ନର୍କ କଣ ? କିନ୍ତୁ ଏହା ତ ତୁମର କେତେ ବଡ ବିଶ୍ୱ ବିଦ୍ୟାଳୟ ଅଟେ । ବାବା କହୁଛନ୍ତି ଯେଉଁମାନଙ୍କର ବୁଦ୍ଧିରେ ତାଲା ପଡିଯାଇଛି, ସେହିମାନଙ୍କୁ ହିଁ ଆସି ମୁଁ ପାଠ ପଢାଉଛି । ତେଣୁ ଯେତେବେଳେ ବାବା ଆସିବେ ତେବେ ଯାଇ ତ ତାଲା ଖୋଲିବେ ନା । ବାବା ନିଜେ ଆସି ନିର୍ଦ୍ଦେଶ ଦେଉଛନ୍ତି ତୁମ ବୁଦ୍ଧିର ତାଲା କିପରି ଖୋଲିବ ? ବାବାଙ୍କଠାରୁ କିଛି ମାଗିବାର ନାହିଁ, ବାବାଙ୍କ ଉପରେ କେବଳ ନିଶ୍ଚୟ ରହିବା ଆବଶ୍ୟକ । ତେଣୁ ବାବା ହେଉଛନ୍ତି ସବୁଠାରୁ ପ୍ରିୟ, ଯାହାଙ୍କୁ କି ଆମେ ଭକ୍ତିମାର୍ଗରେ ମନେ ପକାଉଥିଲେ । ଯାହାଙ୍କୁ ମନେ ପକାଯାଇଥାଏ ସିଏ ନିଶ୍ଚିତ ଭାବରେ କେବେ ଆସିବେ ନା । ପୁନର୍ବାର ପୁନରାବୃତ୍ତି ହେବା ପାଇଁ ହିଁ ମନେ ପକାଇଥାନ୍ତି ବର୍ତ୍ତମାନ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ତୁମମାନଙ୍କୁ ପୁଣି ବାହାର ଲୋକମାନଙ୍କୁ ବୁଝାଇବାକୁ ହେବ ଯେ ବାବା କିପରି ଆସୁଛନ୍ତି । ଏଠାକୁ ଆସି କଣ କହୁଛନ୍ତି ? କହୁଛନ୍ତି ସନ୍ତାନମାନେ, ତୁମେ ସମସ୍ତେ ପତିତ ହୋଇଯାଇଛ, ମୁଁ ଆସି ତୁମକୁ ପବିତ୍ର କରୁଛି, ତୁମେ ଆତ୍ମାମାନେ, ବର୍ତ୍ତମାନ ଅପବିତ୍ର ହୋଇଯାଇଛ, ଏବେ କେବଳ ପତିତ-ପାବନ ବାବାଙ୍କୁ ମନେ ପକାଅ, ପରମଆତ୍ମାଙ୍କୁ ମନେ ପକାଅ । ଏଥିରେ କିଛି ବି ମାଗିବାର ଆବଶ୍ୟକତା ନାହିଁ । ତୁମେ ଭକ୍ତିମାର୍ଗରେ ଅଧାକଳ୍ପ ହେବ କେବଳ ମାଗି ଆସିଛ, କିନ୍ତୁ ତୁମକୁ କିଛି ବି ମିଳିନାହିଁ । ଏବେ ତୁମେ ମାଗିବା ବନ୍ଦ କର । ମୁଁ ସ୍ୱତଃ ତୁମକୁ ଦେଉଛି । ବାବାଙ୍କର ହେବା ଦ୍ୱାରା ସମ୍ପତ୍ତି ତ ବହୁତ ମିଳିଥାଏ । ଯେଉଁମାନେ ଟିକିଏ ବଡ ପିଲା ହୋଇଥାନ୍ତି ସେମାନେ ତୁରନ୍ତ ବାବାଙ୍କୁ ଜାଣିପାରିଥାନ୍ତି । ବାବାଙ୍କର ସମ୍ପତ୍ତି ହେଲା ୨୧ ପିଢି ସ୍ୱର୍ଗର ରାଜତ୍ୱ । ଏକଥା ତ ତୁମେ ଜାଣିଛ ନର୍କବାସୀ ଥିବା ସମୟରେ ଈଶ୍ୱରଙ୍କ ନିମନ୍ତେ ଦାନ-ପୁଣ୍ୟ କରିବା ଦ୍ୱାରା ଅଳ୍ପ ସମୟର ସୁଖ ପ୍ରାପ୍ତ କରିଛ । ମନୁଷ୍ୟମାନେ ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ମଧ୍ୟ କିଛି କିଛି ଧନ ସଞ୍ଚୟ କରିଥାନ୍ତି । ବିଶେଷ କରି ବ୍ୟାପାରୀମାନେ ହିଁ ସଞ୍ଚୟ କରିଥାନ୍ତି । ତେଣୁ ଯେଉଁମାନେ ବ୍ୟାପାରୀ ହୋଇଥିବେ ସେମାନେ କହିବେ ଯେ ଆମେ ବାବାଙ୍କ ସହିତ ବ୍ୟାପାର କରିବା ପାଇଁ ଆସିଛୁ । ବର୍ତ୍ତମାନ ପିଲାମାନେ ବାବାଙ୍କ ସହିତ ବ୍ୟାପାର କରୁଛନ୍ତି ନା । ବାପାଙ୍କଠାରୁ ସମ୍ପତ୍ତି ନେଇ ପୁଣି ସେଥିରେ ଶ୍ରାଦ୍ଧ ଆଦି ଖୁଆଉଛନ୍ତି, ଦାନ-ପୁଣ୍ୟ କରୁଛନ୍ତି । ଧର୍ମଶାଳା, ମନ୍ଦିର ଇତ୍ୟାଦି ତିଆରି କଲେ ସେଥିରେ ବାପାଙ୍କର ନାମ ମଧ୍ୟ ଲେଖିଥାନ୍ତି କାହିଁକି ନା ଯାହାଙ୍କଠାରୁ ସମ୍ପତ୍ତି ମିଳୁଛି ତାଙ୍କ ପାଇଁ ତ ନିଶ୍ଚିତ ଭାବରେ କିଛି କରିବା ଦରକାର ନା । ତେବେ ଏହା ମଧ୍ୟ ଏକପ୍ରକାରର ସୌଦା ହୋଇଗଲା । ଏସବୁ ହେଲା ଭକ୍ତିମାର୍ଗର କଥା । ଏବେ ବାବା କହୁଛନ୍ତି ଅତିକ୍ରାନ୍ତ ହୋଇଯାଇଥିବା କଥାକୁ ଚିନ୍ତା କର ନାହିଁ, ଓଲଟା-ପାଲଟା କୌଣସି କଥା ଶୁଣ ନାହିଁ । କେହି ଓଲଟା-ପାଲଟା ପ୍ରଶ୍ନ ପଚାରିଲେ କୁହ ଏହିସବୁ କଥାକୁ ଶୁଣିବାର ଆବଶ୍ୟକତା ନାହିଁ । ତୁମେ ପ୍ରଥମେ ବାବାଙ୍କୁ ମନେ ପକାଅ । ଭାରତର ପ୍ରାଚୀନ ରାଜଯୋଗ ବହୁତ ବିଖ୍ୟାତ, ତୁମେ ଯେତେ ଯେତେ ବାବାଙ୍କୁ ମନେ ପକାଇବ, ଦୈବୀଗୁଣ ଧାରଣ କରିବ, ସେତେ ଉଚ୍ଚ ପଦ ପାଇବ । ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଏଠାରେ ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ଭାବରେ ରହିଛି । ତେଣୁ ତୁମକୁ ପୁରୁଷାର୍ଥ କରି, ଏହିଭଳି ଦୈବୀଗୁଣ ଧାରଣ କରିବାକୁ ହେବ । କାହାକୁ କୌଣସି ପ୍ରକାରର ଦୁଃଖ ଦେବାର ଉଚିତ୍ ନୁହେଁ । ତୁମେ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟ ନା । ତେବେ ଏହା ତ ତୁମର ସେବା ଦ୍ୱାରା ହିଁ ଜଣାପଡିବ, ବହୁତ ନୂଆ-ନୂଆ ପିଲାମାନେ ମଧ୍ୟ ଆସୁଛନ୍ତି, ୨୫-୩୦ ବର୍ଷର ପିଲାଙ୍କଠାରୁ ୧୦-୨୦ ଦିନର ପିଲା ମଧ୍ୟ ଆଗକୁ ଚାଲିଯାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ । ଯେତେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ତେବେ ଦେବତା କିପରି ହେବ । ଆଦିପିତା ବ୍ରହ୍ମା ଅଟନ୍ତି ନା, ଯେଉଁମାନେ ଏଠାରେ ଜନ୍ମ ନେଇ ଚାଲିଯାଇଥାନ୍ତି ତାଙ୍କର ଗାୟନ କରାଯାଉଛି, ପୁଣି ନିଶ୍ଚିତ ଭାବରେ ସେମାନେ ଆସିବେ । ଯାହାବି ପର୍ବ-ପର୍ବାଣୀ ଆଦିର ଗାୟନ ରହିଛି, ୫ ହଜାର ବର୍ଷ ପୂର୍ବରୁ ଯାହା ହୋଇଥିଲା ତାହା ପୁଣି ହେବ । ବର୍ତ୍ତମାନ ସମୟରେ ହିଁ ସମସ୍ତ ପର୍ବ ପାଳନ ହେଉଛି ରକ୍ଷାବନ୍ଧନ ଇତ୍ୟାଦି ସବୁର ରହସ୍ୟ ବାବା ବୁଝାଉଛନ୍ତି । ତୁମେ ବାବାଙ୍କର ସନ୍ତାନ ହୋଇଛ ତେବେ ନିଶ୍ଚିତ ଭାବରେ ତୁମକୁ ପବିତ୍ର ହେବାକୁ ପଡିବ । ପତିତ-ପାବନ ବାବାଙ୍କୁ ଡାକୁଥିଲ ତେଣୁ ସିଏ ଆସି ରାସ୍ତା ଦେଖାଉଛନ୍ତି । ତେଣୁ ପ୍ରତି କଳ୍ପରେ ଯେଉଁମାନେ ସମ୍ପତ୍ତି ନେଉଛନ୍ତି, ସେହିମାନେ ହିଁ ଶ୍ରୀମତରେ ଠିକ୍ ଭାବରେ ଚାଲୁଛନ୍ତି । ତୁମେ ମଧ୍ୟ ସାକ୍ଷୀ ହୋଇ ଦେଖୁଛ । ବାପଦାଦା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି ଇଏ କେତେ ଉଚ୍ଚପଦ ପାଇବେ ? ଏହାଙ୍କର ଚରିତ୍ର କିଭଳି ଅଟେ ? ଶିବବାବାଙ୍କୁ ତ ସବୁ ଜଣାପଡିଯାଏ ନା କେତେ ଜଣଙ୍କୁ ନିଜ ସମାନ କରୁଛନ୍ତି ଏବଂ କେତେ ଯୋଗ କରୁଛନ୍ତି ? ପ୍ରଥମେ ତ ବୁଦ୍ଧିରେ ଏହି କଥା ରହିବା ଦରକାର ଯେ ଏହା ହେଉଛି ଈଶ୍ୱରୀୟ ପିତାଙ୍କର ବିଶ୍ୱ ବିଦ୍ୟାଳୟ । ଏହି ବିଶ୍ୱ ବିଦ୍ୟାଳୟ ହେଉଛି ହିଁ ରାଜଯୋଗର ପାଠପଢିବା ପାଇଁ । ପାଠପଢିବା ପାଇଁ ହିଁ ବିଶ୍ୱ ବିଦ୍ୟାଳୟ ରହିଥାଏ । ଦୁନିଆର ହେଉଛି ବିନାଶୀ ବିଶ୍ୱ ବିଦ୍ୟାଳୟ କିନ୍ତୁ ଏହା ହେଉଛି ଅବିନାଶୀ ବିଶ୍ୱ ବିଦ୍ୟାଳୟ । ଦୁର୍ଗତିରୁ ସଦଗତିକୁ ନେଇଯିବା ନର୍କରୁ ସ୍ୱର୍ଗ ସ୍ଥାପନା କରିବା ଏହା ହେଉଛି ଏକମାତ୍ର ବାବା ହିଁ କାମ । ବାବାଙ୍କର ଦୃଷ୍ଟି ତ ସବୁ ଆତ୍ମାମାନଙ୍କ ଆଡକୁ ଯାଇଥାଏ କାହିଁକି ନା ବାବା ସମସ୍ତଙ୍କର କଲ୍ୟାଣ କରି, ଘରକୁ ନେଇ ଯିବା ପାଇଁ ଆସିଛନ୍ତି । ବାବା କେବଳ ତୁମକୁ ନୁହେଁ କିନ୍ତୁ ସାରା ବିଶ୍ୱର ଆତ୍ମାମାନଙ୍କୁ ମନେ ପକାଉଥିବେ । ଏଠାରେ ବାବା ପିଲାମାନଙ୍କୁ ହିଁ ପାଠପଢାଉଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ ଯିଏ କ୍ରମାନୁସାରେ ଯେପରି ଆସିଛନ୍ତି ସେମାନେ ପୁଣି ସେହିଭଳି ଯିବେ । ସବୁ ଆତ୍ମାମାନେ କ୍ରମାନୁସାରେ ଅଛନ୍ତି । ତୁମେ ମଧ୍ୟ କ୍ରମାନୁସାରେ କିପରି ଯିବ ସେସବୁ କଥା ବାବା ବୁଝାଯାଉଛି । ତେବେ କଳ୍ପ ପୂର୍ବରୁ ଯାହା ହୋଇଥିଲା ତାହା ହିଁ ହେବ । ଏକଥା ମଧ୍ୟ ତୁମକୁ ବୁଝାଯାଉଛି ତୁମେ ପୁଣି କିପରି ନୁଆ ଦୁନଆକୁ ଆସିବ । କ୍ରମାନୁସାରେ ଯେଉଁମାନେ ନୂଆ ଦୁନିଆକୁ ଆସିଥାନ୍ତି, ସେହିମାନଙ୍କୁ ହିଁ ବୁଝାଉଛି ।

ତୁମେମାନେ ବାବାଙ୍କୁ ଜାଣିବା ଦ୍ୱାରା, ନିଜର ଧର୍ମକୁ ଏବଂ ସବୁ ଧର୍ମର ଶାଖାକୁ ମଧ୍ୟ ଜାଣିଯାଉଛ ଏଥିରେ କିଛି ବି ମାଗିବାର ଆବଶ୍ୟକତା ନାହିଁ । ଆଶୀର୍ବାଦ ମଧ୍ୟ ନୁହେଁ । ଲେଖୁଛନ୍ତି ବାବା ଦୟା କର, କୃପାକର । ବାବା ତ ଟିକିଏ ବି ଦୟା କରିବେ ନାହିଁ, ବାବା ଆସିଛନ୍ତି କେବଳ ରାସ୍ତା ବତାଇବା ପାଇଁ ବାବା କହୁଛନ୍ତି ଡ୍ରାମାରେ ମୋର ଅଭିନୟ ହେଲା ସମସ୍ତଙ୍କୁ ପବିତ୍ର କରିବା । ମୁଁ ସେହିଭଳି ଅଭିନୟ କରୁଛି, ଯେପରିକି କଳ୍ପ କଳ୍ପ କରିଥିଲି, ଯାହା ବିତାଗଲା, ଭଲ ଅଥବା ମନ୍ଦ, ସବୁ ଡ୍ରାମାରେ ଥିଲା । ଚିନ୍ତା କରିବାର କୌଣସି କଥା ହିଁ ନାହିଁ, ଆମେ ଆଗକୁ ବଢି ଚାଲିଛୁ, ଏହା ଅବିନାଶୀ ଡ୍ରାମା ଅଟେ ନା । ସୃଷ୍ଟିରୂପି ଚକ୍ର ପୂରା ହୋଇ ପୁନର୍ବାର ପୁନରାବୃତ୍ତି ହେବ । ଯିଏ ଯେପରି ପୁରୁଷାର୍ଥ କରିଥାନ୍ତି, ସେହିପରି ହିଁ ପଦ ପାଇଥାନ୍ତି । ଏଥିରେ କିଛି ମାଗିବାର ଆବଶ୍ୟକତା ନାହିଁ । ଭକ୍ତିମାର୍ଗରେ ତୁମେ ବହୁତ କିଛି ମାଗିଛ । ସବୁ ପଇସା ଶେଷ କରିଦେଇଛ । ଏସବୁ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ବାବା କେବଳ ବୁଝାଉଛନ୍ତି, ଅଧାକଳ୍ପ ଭକ୍ତି କରି, ଶାସ୍ତ୍ର ପଢି କେତେ ଖର୍ଚ୍ଚ କରିଛ । ଏବେ ତୁମକୁ କିଛି ବି ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ବାବା ତ ଦାତା ଅଟନ୍ତି ନା । ଦାତାଙ୍କୁ କିଛି ଦରକାର ନାହିଁ, ସିଏ ତ ଦେବା ପାଇଁ ଆସିଛନ୍ତି । ତୁମେ ଏପରି ମଧ୍ୟ ଭାବନାହିଁ ଯେ ଆମେ ଶିବବାବାଙ୍କୁ ଦେଲୁ, ଆରେ, ଶିବବାବାଙ୍କଠାରୁ ତ ତୁମକୁ ବହୁତ-ବହୁତ ମିଳୁଅଛି । ତୁମେ ଏଠାକୁ ନେବା ପାଇଁ ଆସିଛ ନା । ଶିକ୍ଷକଙ୍କ ପାଖକୁ ହିଁ ଛାତ୍ରମାନେ ଜ୍ଞାନ ନେବାକୁ ଆସିଥାନ୍ତି । ଲୌକିକ ପିତା, ଶିକ୍ଷକ, ଗୁରୁଙ୍କ ଦ୍ୱାରା ତୁମର କ୍ଷତି ହିଁ ହୋଇଛି, ଏବେ ତୁମକୁ ଶ୍ରୀମତରେ ଚାଲିବାକୁ ହେବ ତେବେ ଯାଇ ଉଚ୍ଚ ପଦ ପାଇପାରିବ । ଶିବବାବାଙ୍କ ଠାରେ ଡବଲ ଶ୍ରୀ ଲେଖାଯାଉଛି, କିନ୍ତୁ ତୁମଠାରେ ଗୋଟିଏ ଶ୍ରୀ ଲେଖାଯାଉଛି । ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ କୁହାଯାଉଛି ନା । ତେବେ ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ ଦୁଇ ଜଣ ହେଲେ ନା । ବିଷ୍ଣୁଙ୍କୁ ମଧ୍ୟ ଶ୍ରୀ ଶ୍ରୀ କୁହାଯିବ କାହିଁକି ନା ଦୁଇଜଣ ଏକତ୍ର ଅଛନ୍ତି, ତେବେ ତାଙ୍କୁ କିଏ ରଚନା କରିଛନ୍ତି ? ଯିଏକି ନିଜେ ଶ୍ରୀ ଶ୍ରୀ ଅଟନ୍ତି ବାକି ଅନ୍ୟ କେହି ଶ୍ରୀ ଶ୍ରୀ ନାହାଁନ୍ତି । ଆଜିକାଲି ତ ନିଜର ନାମ ମଧ୍ୟ ଶ୍ରୀଲକ୍ଷ୍ମୀ-ନାରାୟଣ, ଶ୍ରୀ ସୀତା-ରାମ ରଖୁଛନ୍ତି । ତେଣୁ ପିଲାମାନଙ୍କୁ ଏସବୁ ଧାରଣ କରି ଖୁସିରେ ରହିବାକୁ ହେବ ।

ଆଜିକାଲି ବହୁତ ଆଧ୍ୟାତ୍ମିକ ସମ୍ମିଳନୀ ମଧ୍ୟ ହୋଇ ଚାଲିଛି, କିନ୍ତୁ ସେମାନେ ଆଧ୍ୟାତ୍ମିକତାର ଅର୍ଥକୁ ବୁଝି ନାହାଁନ୍ତି । ଏହି ଆତ୍ମିକ ଜ୍ଞାନ ତ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ବାବା ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା ସେଥିପାଇଁ ତାଙ୍କୁ ଆତ୍ମିକ ପିତା କୁହାଯାଉଛି । ଦର୍ଶନଶାସ୍ତ୍ରକୁ ଆଧ୍ୟାତ୍ମିକ କହିଦେଉଛନ୍ତି । ଏକଥା ତୁମେ ଜାଣୁଛ ଯେ ଏହା ହେଉଛି କଣ୍ଟାର ଜଙ୍ଗଲ, ସମସ୍ତେ ଏଠାରେ ପରସ୍ପରକୁ ଦୁଃଖ ଦେଇଚାଲିଛନ୍ତି । ତୁମେ ଜାଣିଛ ଅହିଂସା ପରମୋ ଦେବୀ-ଦେବତା ଧର୍ମ ବୋଲି ଗାୟନ ରହିଛି । ସେଠାରେ କୌଣସି ମାରପିଟ୍ ହୋଇନଥାଏ । କ୍ରୋଧ କରିବା ମଧ୍ୟ ହିଂସା ଅଟେ ପୁଣି ଏହାକୁ ହିଂସା କୁହ ଅଥବା ଆଉ କିଛି କୁହ । ଏଠାରେ ତ ବିଲକୁଲ୍ ଅହିଂସକ ହେବାକୁ ପଡିବ । ମନ, ବଚନ, କର୍ମରେ କୌଣସି ପ୍ରକାର ଖରାପ କଥା ହେବା ଉଚିତ୍ ନୁହେଁ । କେହି ଯଦି ପୋଲିସ୍ ବିଭାଗରେ କାର୍ଯ୍ୟ କରୁଛନ୍ତି ତେବେ ସିଏ ମଧ୍ୟ ଯୁକ୍ତିର ସହିତ କାମ କରିବା ଉଚିତ୍ । ଯେତେ ଦୂର ସମ୍ଭବ ସ୍ନେହରେ କାମ କରାଇ ନେବା ଦରକାର । ବାବା ନିଜେ ଅନୁଭବୀ ଅଟନ୍ତି, କିପରି ସ୍ନେହର ସହିତ କାମ କରାଇ ନେଉଥିଲେ, ଏଥିରେ ବହୁତ କାଇଦା ଦରକାର । ବହୁତ ସ୍ନେହର ସହିତ ଅନ୍ୟକୁ ବୁଝାଇବାକୁ ହେବ-- କିପରି ଗୋଟିଏ ପାପ କଲେ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡିଥାଏ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟୁ, ସେଥିପାଇଁ କାହାକୁ ବି ଦୁଃଖ ଦେବାର ନାହିଁ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଦୈବୀଗୁଣ ଧାରଣ କରିବାର ଅଛି । ନିଜ ସମାନ କରିବାର ସେବା କରିବାର ଅଛି ।

(୨) ଡ୍ରାମାର ପ୍ରତ୍ୟେକ ପାର୍ଟକୁ ଜାଣି କୌଣସି ବି ବିତିଯାଇଥିବା କଥାକୁ ଚିନ୍ତନ କରିବା ଉଚିତ୍ ନୁହେଁ । ମନ, ବଚନ, କର୍ମ ଦ୍ୱାରା କୌଣସି ଖରାପ କର୍ମ ନ ହେଉ ଏଥିପ୍ରତି ଧ୍ୟାନ ଦେଇ ଡବଲ ଅହିଂସକ ହେବାର ଅଛି ।


ବରଦାନ:-
ଚାରିଟିଯାକ ବିଷୟରେ ବାବାଙ୍କର ମନ ପସନ୍ଦ ନମ୍ବର ରଖି ହୃଦୟ ସିଂହାସନ ଅଧିକାରୀ ହୁଅ ।

ଯେଉଁ ପିଲାମାନେ ଜ୍ଞାନ, ଯୋଗ, ଧାରଣା, ସେବା ଚାରିଟିଯାକ ବିଷୟରେ ଭଲ ନମ୍ବର ରଖିଥାଆନ୍ତି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭଲ ନମ୍ବର ରଖି ପାସ୍ କରି ଥାଆନ୍ତି ସେହିମାନଙ୍କୁ ହିଁ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ବିଦ୍ୟାର୍ଥୀ କୁହାଯାଏ । ଯଦି ମଝିରେ ମଝିରେ ନମ୍ବର କମିଯାଉଥିବ ପୁଣି ତାକୁ ମେକପ କରୁଥିବ ଏଭଳି ନୁହେଁ, କିନ୍ତୁ ସବୁ ବିଷୟରେ ବାବାଙ୍କର ମନ ପସନ୍ଦ ନମ୍ବର ରଖୁଥିବା ଆତ୍ମା ହିଁ ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇଥାନ୍ତି । ତା ସହିତ ବ୍ରାହ୍ମଣ ସଂସାରରେ ସମସ୍ତଙ୍କର ପ୍ରିୟ, ସମସ୍ତଙ୍କର ସହଯୋଗୀ, ସମସ୍ତଙ୍କର ସମ୍ମାନ ପ୍ରାପ୍ତ କରୁଥିବା ଆତ୍ମା ହୃଦୟ ସିଂହାସନର ଅଧିକାରୀ ତଥା ରାଜ୍ୟ ସିଂହାସନର ଅଧିକାରୀ ହୋଇଥାଆନ୍ତି ।

ସ୍ଲୋଗାନ:-
ଦିଲରୁବା ଅର୍ଥାତ୍ ପ୍ରିୟତମା ତାଙ୍କୁ କୁହାଯିବ ଯାହାଙ୍କ ହୃଦୟରେ ସଦାସର୍ବଦା ଏହି ଗୀତ ଅନବରତ ବାଜୁଥିବ ମୁଁ ବାବାଙ୍କର, ବାବା ମୋର ।