11.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ହିଁ ବହୁତ ଦିନରୁ ଅଲଗା ହୋଇଯାଇଛ, ତୁମେମାନେ ହିଁ ପୂରା ୮୪ ଜନ୍ମର ଅଭିନୟ କରିଛ, ଏବେ
ତୁମକୁ ଦୁଃଖର ବନ୍ଧନରୁ ସୁଖର ସମ୍ବନ୍ଧକୁ ଯିବାକୁ ହେବ, ତେଣୁ ଅସରନ୍ତି ଖୁସିରେ ରୁହ ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କର ସର୍ବଦା ଅସରନ୍ତି ଖୁସି ରହିପାରିବ?
ଉତ୍ତର:-
ଯେଉଁମାନଙ୍କର ନିଶ୍ଚୟ ଅଛି କି (୧) ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି । (୨)
ଆମର ସଚ୍ଚା ବାବା ଗୀତାର ସେହି ସଚ୍ଚା-ସଚ୍ଚା ଜ୍ଞାନ ଶୁଣାଇବାକୁ ଆସିଛନ୍ତି । (୩) ଆମେ
ଆତ୍ମାମାନେ ଏବେ ଈଶ୍ୱରଙ୍କ କୋଳରେ ବସିଛୁ । ମୁଁ ଆତ୍ମା ଏହି ଶରୀର ସହିତ ଏବେ ବାବାଙ୍କର ସନ୍ତାନ
ହୋଇଛି । (୪) ବାବା ଆମକୁ ଭକ୍ତିର ଫଳ ଦେବାକୁ ଆସିଛନ୍ତି । (୫) ବାବା ଆମ୍ଭମାନଙ୍କୁ
ତ୍ରିକାଳଦର୍ଶୀ କରିଛନ୍ତି । (୬) ଭଗବାନ ଆମର ମାଆ ହୋଇ ଆମକୁ ପୋଷ୍ୟ କରିଛନ୍ତି । ଆମେମାନେ
ଈଶ୍ୱରୀୟ ଛାତ୍ର ଅଟୁ । ଯେଉଁମାନେ ଏହି ସ୍ମୃତି ଅଥବା ନିଶ୍ଚୟରେ ରହିଥା’ନ୍ତି ସେମାନଙ୍କ ଭିତରେ
ଅସରନ୍ତି ଖୁସି ରହିଥାଏ ।
ଓମ୍ ଶାନ୍ତି ।
ପିଲାମାନଙ୍କର
ନିଶ୍ଚୟ ଅଛି ଯେ, ଆମେ ଆତ୍ମା ଅଟୁ । ଭଗବାନ ବାବା ଆମକୁ ପାଠପଢାଉଛନ୍ତି । ତେଣୁ ପିଲାମାନେ ବହୁତ
ଖୁସି ହେବା ଦରକାର । ସମ୍ମୁଖକୁ ଆସିଲେ ହିଁ ଆତ୍ମା ବୁଝିଯାଏ ଯେ, ବାବା ସମସ୍ତଙ୍କର ସଦଗତି କରିବା
ପାଇଁ ଆସିଛନ୍ତି । ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା ଜୀବନମୁକ୍ତି ଦାତା ଅଟନ୍ତି । ପିଲାମାନେ
ଜାଣିଛନ୍ତି ଯେ, ମାୟା ଘଡି ଘଡି ଭୁଲାଇ ଦେଇଥାଏ । କିନ୍ତୁ ଏକଥା ମଧ୍ୟ ଜାଣିଛନ୍ତି ଯେ, ଆମେମାନେ
ବାବାଙ୍କର ସମ୍ମୁଖରେ ବସିଛୁ । ନିରାକାର ବାବା ଏହି ରଥ ଉପରେ ବିରାଜମାନ ହୋଇଛନ୍ତି । ଯେପରି
ମୁସଲମାନମାନେ ଘୋଡା ଉପରେ ପଟକା ଅର୍ଥାତ୍ କମରପଟି ରଖିଥା’ନ୍ତି । କହନ୍ତି ଯେ, ଏହି ଘୋଡା ଉପରେ
ମହମ୍ମଦ ବସୁଥିଲେ । ସେଥିପାଇଁ ଏହାର ଚିହ୍ନ ରଖିଦେଉଛନ୍ତି । ଏଠାରେ ତ ନିରାକାର ବାବାଙ୍କର
ପ୍ରବେଶତା ହେଉଛି । ତେଣୁ ପିଲାମାନେ ବହୁତ ଖୁସି ହେବା ଦରକାର । ସ୍ୱର୍ଗର ମାଲିକ କରୁଥିବା ବାବା
ଅଥବା ବିଶ୍ୱର ମାଲିକ କରୁଥିବା ବାବା ଆସିଯାଇଛନ୍ତି । ବାବା ହେଉଛନ୍ତି - ଗୀତାର ସଚ୍ଚା-ସଚ୍ଚା
ଭଗବାନ । ତେଣୁ ଆତ୍ମାର ବୁଦ୍ଧି ବାବାଙ୍କ ଆଡକୁ ଚାଲିଯାଇଥାଏ । ଏହା ହେଉଛି ବାବାଙ୍କ ପ୍ରତି
ଆତ୍ମାମାନଙ୍କର ସ୍ନେହ । ଏହି ଖୁସି କେଉଁମାନଙ୍କୁ ହୋଇଥାଏ? ଯେଉଁମାନେ ବହୁତ କାଳରୁ ଅଲଗା
ହୋଇଯାଇଛନ୍ତି । ବାବା ନିଜେ ମଧ୍ୟ କହୁଛନ୍ତି ଯେ, ମୁଁ ତୁମକୁ ସୁଖର ସମ୍ବନ୍ଧକୁ ପଠାଇଥିଲି,
କିନ୍ତୁ ଏବେ ତୁମେମାନେ ଦୁଃଖର ବନ୍ଧନରେ ଅଛ । ଏବେ ଜାଣୁଛ ଯେ, ସମସ୍ତେ ତ ୮୪ ଜନ୍ମ
ନେଉନାହାଁନ୍ତି । ୮୪ ଲକ୍ଷର ଚକ୍ର ତ କାହାରି ବୁଦ୍ଧିରେ ରହିପାରିବ ନାହିଁ । ବାବା ୮୪ ଜନ୍ମର
ଚକ୍ର ବିଲ୍କୁଲ ଠିକ୍ ବତାଇଛନ୍ତି । କେବଳ ବାବାଙ୍କର ପିଲାମାନେ ହିଁ ୮୪ ଜନ୍ମ ନେଉଛନ୍ତି । ଏବେ
ତ ତୁମେମାନେ ଜାଣୁଛ ଯେ, ଆମେ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛୁ । ବାବା ଏହି ମୁଖ
ଦ୍ୱାରା ଶୁଣାଉଛନ୍ତି । ନିଜେ ବାବା କହୁଛନ୍ତି ଯେ, ମୋତେ କର୍ମେନ୍ଦ୍ରିୟର ଆଧାର ନେବାକୁ ପଡୁଛି,
ତେଣୁ ଏହାଙ୍କର ନାମ ବ୍ରହ୍ମା ରଖିବାକୁ ପଡିବ । ପ୍ରଜାପିତା ବ୍ରହ୍ମା ତ ମନୁଷ୍ୟ ହେବା ଦରକାର ନା
। ସୂକ୍ଷ୍ମଲୋକରେ କ’ଣ ପ୍ରଜାପିତା ବ୍ରହ୍ମା ବୋଲି କୁହାଯିବ । ତେଣୁ ଏହି ସ୍ଥୂଳଲୋକରେ ଆସି
କହୁଛନ୍ତି ଯେ, ମୁଁ ଏହି ବ୍ରହ୍ମାଙ୍କର ଶରୀରରେ ପ୍ରବେଶ କରି ତୁମକୁ ପୋଷ୍ୟ କରୁଛି । ତୁମେମାନେ
ଜାଣିଛ ଯେ, ଆମେ ଆତ୍ମାମାନେ ଈଶ୍ୱରଙ୍କ କୋଳକୁ ଯାଉଛୁ । ବିନା ଶରୀରରେ କୋଳ କେଉଁଠାରୁ ଆସିବ ।
ଆତ୍ମା କହୁଛି ଯେ, ମୁଁ ଏହି ଶରୀର ଦ୍ୱାରା ଏହାଙ୍କର ହେଉଛି । ଏହି ଶରୀରକୁ ଇଏ ଧାରସୂତ୍ରରେ
ନେଇଛନ୍ତି । ଏହି ଶରୀର ଏହାଙ୍କର ନୁହେଁ । ଆତ୍ମା ଏହି ଶରୀରରେ ପ୍ରବେଶ କରିଛି । ତୁମ ଶରୀରରେ
ମଧ୍ୟ ଆତ୍ମା ପ୍ରବେଶ କରିଛି ନା! ଏହି ବାବା ମଧ୍ୟ କହୁଛନ୍ତି - ମୁଁ ଏହାଙ୍କର ଶରୀରରେ ଅଛି, କେବେ
ପିଲା ହୋଇଯାଉଛି, ତ କେବେ ପୁଣି ମମ୍ମା ମଧ୍ୟ ହୋଇଯାଉଛି । କାରଣ ବାବା ଜାଦୁଗର ଅଟନ୍ତି ନା ।
କେହି କେହି ପୁଣି ଏହି ଖେଳ କୁଦକୁ ଜାଦୁଗରୀ ବୋଲି ଭାବୁଛନ୍ତି । ଦୁନିଆରେ ମିଛ ରିଦ୍ଧି ସିଦ୍ଧିର
କାମ ବହୁତ ଚାଲିଥାଏ । କୃଷ୍ଣ ମଧ୍ୟ ହୋଇଯାଉଛନ୍ତି, ଯାହାଙ୍କର ଭାବନା କୃଷ୍ଣଙ୍କଠାରେ ଥିବ ତେବେ
ତାଙ୍କୁ ତୁରନ୍ତ କୃଷ୍ଣ ଦେଖାଯିବେ । ତେଣୁ ତାଙ୍କୁ କୃଷ୍ଣ ବୋଲି ଭାବିନେବେ ପୁଣି ତାଙ୍କର
ଅନୁଗାମୀ ମଧ୍ୟ ହୋଇଯିବେ । ଏଠାରେ ତ ସବୁ କିଛି ଜ୍ଞାନର କଥା ହିଁ ରହିଛି । ପ୍ରଥମେ ଏହି ପକ୍କା
ନିଶ୍ଚୟ ହେବା ଦରକାର ଯେ, ମୁଁ ଆତ୍ମା । ବାବା କହୁଛନ୍ତି - ମୁଁ ତୁମର ପିତା, ମୁଁ ତୁମମାନଙ୍କୁ
ତ୍ରିକାଳଦର୍ଶୀ କରାଉଛି । ଏପରି ଜ୍ଞାନ କେହି ଦେଇପାରିବେ ନାହିଁ । ଯେତେବେଳେ ଭକ୍ତିମାର୍ଗ ଶେଷ
ହୋଇଥାଏ ସେତେବେଳେ ବାବାଙ୍କୁ ଆସିବାକୁ ପଡିଥାଏ । ଯଦିଓ ବହୁତଙ୍କୁ ଶିବଙ୍କ ଲିଙ୍ଗର, ଅଖଣ୍ଡ
ଜ୍ୟୋତି ସ୍ୱରୂପର ସାକ୍ଷାତ୍କାର ହୋଇଥାଏ । ଯାହାର ଯେପରି ଭାବନା ଥାଏ ତାହା ମୁଁ ପୂରା କରିଥାଏ ।
କିନ୍ତୁ ଏହାଦ୍ୱାରା ମୋତେ କେହି ପାଇପାରିବେ ନାହିଁ କାରଣ ମୋତେ ତ ଜାଣି ନାହାଁନ୍ତି । ଏବେ ତ
ତୁମେମାନେ ମଧ୍ୟ ଜାଣୁଛ, ବାବା ମଧ୍ୟ ବିନ୍ଦୁ ଏବଂ ଆମେମାନେ ମଧ୍ୟ ବିନ୍ଦୁ ଅଟୁ । ମୋ ଆତ୍ମାରେ
ଏବଂ ତୁମର ଆତ୍ମାରେ ମଧ୍ୟ ଏହି ଜ୍ଞାନ ରହିଛି । ଏକଥା କେହି ଜାଣିନାହାଁନ୍ତି ଯେ, ଆମର ଆତ୍ମା
ପରମଧାମର ନିବାସୀ ଅଟେ । ତୁମେମାନେ ଯେତେବେଳେ ବାବାଙ୍କର ସମ୍ମୁଖରେ ଆସି ବସିଯାଉଛ ସେତେବେଳେ
ତୁମର ଲୋମ ଟାଙ୍କୁରି ଉଠୁଛି । ଓହୋ! ଶିବବାବା ଯିଏକି ଜ୍ଞାନର ସାଗର ସିଏ ଏହାଙ୍କ ଶରୀରରେ ଆସି
ଆମକୁ ପାଠ ପଢାଉଛନ୍ତି । ବାକି କୃଷ୍ଣ ଅଥବା ଗୋପିକାମାନଙ୍କର କୌଣସି କଥା ହିଁ ନାହିଁ । ନା ଏଠାରେ,
ନା ସତ୍ୟ ଯୁଗରେ ହେବେ । ସେଠାରେ ତ ପ୍ରତ୍ୟେକ ରାଜକୁମାର ନିଜ-ନିଜର ମହଲରେ ରହିଥା’ନ୍ତି ।
ଏହିସବୁ କଥାକୁ ସେହିମାନେ ବୁଝିବେ ଯେଉଁମାନେ ଆସି ବାବାଙ୍କଠାରୁ ସମ୍ପତ୍ତି ନେବେ । ତେଣୁ ଏହି
ଖୁସି ମଧ୍ୟ ଅନ୍ତରରେ ରହିବା ଦରକାର । ଏକଥା ମଧ୍ୟ କହୁଛନ୍ତି ତୁମେ ମାତା ପିତା କିନ୍ତୁ ଏହାର
ଅର୍ଥକୁ ବୁଝୁନାହାଁନ୍ତି । ପିତା ଶବ୍ଦ ତ ଠିକ୍ ଅଛି କିନ୍ତୁ ମାତା କାହାକୁ କୁହାଯାଉଛି! ମାତା ତ
ନିଶ୍ଚିତ ଦରକାର! ଏହି ମାତାଙ୍କର ମାତା ଆଉ କେହି ହୋଇପାରିବେ ନାହିଁ । ଏହି ରହସ୍ୟକୁ ବହୁତ
ବୁଝିବାକୁ ହେବ ଏବଂ ବାବାଙ୍କୁ ସ୍ମରଣ କରିବାକୁ ହେବ । ବାବା କହୁଛନ୍ତି - ତୁମମାନଙ୍କ ଭିତରେ
କୌଣସି ଅବଗୁଣ ରହିବା ଉଚିତ୍ ନୁହେଁ । ଗାୟନ ମଧ୍ୟ କରୁଛନ୍ତି, ମୁଁ ନିର୍ଗୁଣ ମୋ ପାଖରେ କୌଣସି
ଗୁଣ ନାହିଁ । କିନ୍ତୁ ଏବେ ପିଲାମାନଙ୍କୁ ଗୁଣବାନ୍ ହେବାକୁ ପଡିବ । କୌଣସି କାମ ବିକାର କିମ୍ବା
କ୍ରୋଧ ରହିବା ଉଚିତ୍ ନୁହେଁ । ଦେହର ଅହଂକାର ମଧ୍ୟ ରହିବା ଉଚିତ୍ ନୁହେଁ ।
ବର୍ତ୍ତମାନ ତୁମେମାନେ
ଏଠାରେ ବସିଛ, ଜାଣିଛ ଯେ, ଆମେ ଏଠାରେ ଅଛୁ କିନ୍ତୁ ଝାଉଁଳି ପଡୁଛୁ କାହିଁକି! ପରିପକ୍ୱ ଅବସ୍ଥା
ଶେଷ ସମୟରେ ହିଁ ହେବ । ଗାୟନ ମଧ୍ୟ ରହିଛି ଯେ, ଯଦି ଅତୀନ୍ଦ୍ରିୟ ସୁଖ ପଚାରିବାର ଅଛି ତେବେ ଗୋପ
ଗୋପୀମାନଙ୍କୁ ପଚାର । ଯାହାକି ଅନ୍ତିମ ସମୟରେ ହିଁ ହେବ, ଏପରି କେହି କହିପାରିବେ ନାହିଁ ଯେ, ଆମେ
୭୫ ଶତକଡା ଅତୀନ୍ଦ୍ରିୟ ସୁଖରେ ରହୁଛୁ । ବର୍ତ୍ତମାନ ସମୟରେ ପାପର ବୋଝ ମୁଣ୍ଡ ଉପରେ ବହୁତ ରହିଛି
। ଗୁରୁଙ୍କର କୃପା ଦ୍ୱାରା ଅଥବା ଗଙ୍ଗା ସ୍ନାନ କରିବା ଦ୍ୱାରା ପାପ କଟିବ ନାହିଁ । ବାବା
ଅନ୍ତିମ ସମୟରେ ହିଁ ଆସି ଜ୍ଞାନ ଦେଉଛନ୍ତି । ଶାସ୍ତ୍ରରେ ଦେଖାଇଛନ୍ତି ଯେ, କନ୍ୟାମାନଙ୍କ ଦ୍ୱାରା
ବାଣମାରିଲେ ଏବଂ ମରିଗଲେ । ପୁଣି ମୃତ୍ୟୁ ସମୟରେ ଗଙ୍ଗାଜଳ ପିଆଇଲେ । ତୁମେ ଏଠାରେ ଯେତେବେଳେ
ବେହୋସ ହୋଇଯାଉଛ ସେତେବେଳେ ତୁମକୁ ବାବାଙ୍କ କଥା ମନେପକାଇ ଦିଆଯାଉଛି । ମାମେକମ୍ ୟାଦ କରୋ
ଅର୍ଥାତ୍ ମୋତେ ମନେ ପକାଅ ତେବେ ଏହା ପିଲାମାନଙ୍କର ଅଭ୍ୟାସ ହୋଇଯିବା ଦରକାର । ଏପରି ନୁହେଁ ଯେ
କେହି ଆସି ମନେ ପକାଇବେ । ଶରୀର ଛାଡିବା ସମୟରେ ସ୍ୱତଃ ମନେ ପଡିବ, କାହାରି ସାହାଯ୍ୟ ବିନା
ବାବାଙ୍କୁ ମନେ ପକାଇବାକୁ ହେବ । ସାଧୁ ସନ୍ଥମାନେ ତ ମନ୍ତ୍ର ଦେଇଥା’ନ୍ତି । ତାହା ତ ସାଧାରଣ କଥା
। ସେହି ସମୟରେ ବହୁତ ଗଣ୍ଡଗୋଳ ଆଦି ହୋଇଥାଏ । ତୁମେ ଭିନ୍ନ ଭିନ୍ନ ସ୍ଥାନରେ ରହୁଛ । ସେହି ସମୟରେ
ଏପରି କୁହାଯିବ ନାହିଁ ଯେ, ଶିବ-ଶିବ କୁହ । ସେ ସମୟରେ ପୂରା ଯୋଗଯୁକ୍ତ ହୋଇ ରହିବା ଦରକାର, ପୁରା
ସ୍ନେହ ରହିବା ଦରକାର, ତେବେ ଯାଇ ହିଁ ପ୍ରଥମ ନମ୍ବର ପଦ ପ୍ରାପ୍ତ କରି ପାରିବ । ତୁମେମାନେ
ଜାଣିଛ ଯେ ମୁଁ ତୁମର ପିତା, କଳ୍ପ ପୂର୍ବରୁ ମଧ୍ୟ ତୁମମାନଙ୍କୁ ଫୁଲ ସଦୃଶ କରିଥିଲି । ସତ୍ୟଯୁଗରେ
ଯୋଗବଳ ଦ୍ୱାରା ଫୁଲ ସଦୃଶ ପିଲା ଜନ୍ମ ହେବେ । ଦୁଃଖ ଦେଲା ଭଳି ଜିନିଷ ସେଠାରେ କିଛି ବି ରହିବ
ନାହିଁ । ତାର ନାମ ହିଁ ହେଉଛି ସ୍ୱର୍ଗ । କିନ୍ତୁ ସେଠାରେ କିଏ ରହିଥା’ନ୍ତି - ଏକଥା ଭାରତବାସୀ
ଜାଣିନାହାଁନ୍ତି । ଶାସ୍ତ୍ରରେ ମଧ୍ୟ ବହୁତ କଥା ଲେଖି ଦେଇଛନ୍ତି ଯେ, ସେଠାରେ ମଧ୍ୟ
ହିରଣ୍ୟକଶ୍ୟପ ଆଦି ଥିଲେ- ଏସବୁ ଭକ୍ତିମାର୍ଗର କଥା । ଭକ୍ତି ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ
ହୋଇଥାଏ, ପରେ ଧୀରେ ଧୀରେ ତମୋପ୍ରଧାନ ହୋଇଯାଇଥାଏ ।
ବାବା କହୁଛନ୍ତି ମୁଁ
ତୁମକୁ ଉପରକୁ ଉଠାଉଛି । ତୁମେ ପୁଣି ଧୀରେ ଧୀରେ ତଳକୁ ଆସିଯାଉଛ । ସେଥିପାଇଁ ମନୁଷ୍ୟମାନଙ୍କର
କୌଣସି ମହିଁମା ହିଁ ନାହିଁ । ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ବାକି
ଗୁରୁମାନେ ଅନେକ ପ୍ରକାରର ତୀର୍ଥଯାତ୍ରା ଆଦି ଶିଖାଇଥା’ନ୍ତି ତଥାପି ତଳକୁ ଖସିଯାଉଛନ୍ତି ।
ଭକ୍ତିମାର୍ଗରେ ମୀରାଙ୍କୁ ଯଦିଓ ସାକ୍ଷାତ୍କାର ହୋଇଥିଲା କିନ୍ତୁ; ସିଏ କୌଣସି ବିଶ୍ୱର ମାଲିକ
ହୋଇନଥିଲେ । ତୁମକୁ ତ ବାବା କହୁଛନ୍ତି ଜୀନ୍ ସଦୃଶ ହୁଅ । ତୁମକୁ ମୁଁ କାମ ଦେଉଛି ଯେ, କେବଳ
ଅଲଫ, ବେ କୁ ୟାଦ କରୁଥାଅ ଅର୍ଥାତ୍ ବାବା ଏବଂ ରାଜତ୍ୱକୁ ମନେ ପକାଉଥାଅ । ଯଦି ଥକିଯିବ, ସ୍ମରଣ
କରିବ ନାହିଁ ତେବେ ମାୟା କଞ୍ଚା ଖାଇଯିବ । ଗୋଟିଏ କାହାଣୀ ମଧ୍ୟ ଅଛି ଯେ, ଜୀନ୍ ଖାଇଗଲା । ବାବା
ମଧ୍ୟ କହୁଛନ୍ତି - ଯେ ଯଦି ତୁମେମାନେ ଯୋଗ ନ କରିବ ତେବେ ମାୟା କଞ୍ଚା ଖାଇଯିବ । ଯୋଗରେ ବସିବା
ଦ୍ୱାରା ଖୁସି ଚଢିଥାଏ । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ବାବା ତୁମମାନଙ୍କ ସମ୍ମୁଖରେ
ବସିଛନ୍ତି । ତୁମେ ଆତ୍ମାମାନେ ଶୁଣୁଛ । ମିଠା ଗେହ୍ଲା ପିଲାମାନେ ମୁଁ ତୁମକୁ ମୁକ୍ତିଧାମକୁ
ନେଇଯିବା ପାଇଁ ଆସିଛି । ଯଦିଓ ଘରକୁ ଫେରିଯିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ; କେହି
ଯାଇ ପାରିବେ ନାହିଁ । କଳିଯୁଗ ପରେ ସତ୍ୟଯୁଗ, ରାତି ପରେ ଦିନ ଆସିବାର ହିଁ ଅଛି । ତୁମେମାନେ
ଜାଣିଛ ଯେ, ସତ୍ୟଯୁଗରେ ଆମେମାନେ ହିଁ ରହିବୁ । ବାବା ପୁଣି ଥରେ ଆମକୁ ରାଜ୍ୟଭାଗ୍ୟ ଦେଉଛନ୍ତି ।
ଅନ୍ତିମ ସମୟରେ ହିଁ ଖୁସିର ନିଶା ଚଢିବ । ଯେବେ ଫାଇନାଲ ହେବ, ତେବେ ଯାଇ ବିନାଶ ହେବ । ତୁମେ
ସାକ୍ଷୀ ହୋଇ ସବୁ କିଛି ଦେଖିବ । ରକ୍ତର ଖେଳ ହେବ ନା! କ’ଣ ଅପରାଧ କରିଛନ୍ତି ଯେ, ମାରିବା ପାଇଁ
ବୋମା ଆଦି ତିଆରି କରିଛନ୍ତି । ମରିବେ ତ ନିଶ୍ଚିତ । ସେମାନେ ମଧ୍ୟ ଜାଣୁଛନ୍ତି ଯେ, ଆମକୁ କେହି
ପ୍ରେରଣା କରୁଛି । ଯାହାଦ୍ୱାରା ଆମେ ନ ଚାହିଁଲେ ମଧ୍ୟ ଏହି ବୋମା ଆଦି ତିଆରି କରୁଛୁ । ଏଥିରେ
ଖର୍ଚ୍ଚ ତ ବହୁତ ହୋଇଥାଏ । କିନ୍ତୁ ଡ୍ରାମାରେ ନିର୍ଦ୍ଧାରିତ ଅଛି, ଯାହା ଦ୍ୱାରା ବିନାଶ ହେବ ।
ଅନେକ ଧର୍ମ ମଧ୍ୟରେ ଏକ ଧର୍ମ ରାଜ୍ୟ କରିପାରିବ ନାହିଁ । ଏବେ ଅନେକ ଧର୍ମର ବିନାଶ ହୋଇ ଏକ
ଧର୍ମର ସ୍ଥାପନା ହେବାର ଅଛି ।
ତୁମେମାନେ ଜାଣିଛ ଯେ,
ଆମେ ବାବାଙ୍କର ଶ୍ରୀମତ ଆଧାରରେ ରାଜ୍ୟ ସ୍ଥାପନ କରୁଛୁ । ସେମାନେ ପୁଣି ପଡିଆ ଉପରେ ଡ୍ରିଲ୍ ଆଦି
ଶିଖିବାକୁ ଚାଲିଯାଉଛନ୍ତି । ଭାବୁଛନ୍ତି ଯେ, ନିଜେ ମରିବୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ମାରିବୁ ।
ଏଠାରେ ତ ସେକଥା ନାହିଁ । ବହୁତ ଖୁସି ହେବା ଉଚିତ୍ ଯେ ବାବା ଆସିଛନ୍ତି । ପ୍ରାଚୀନ ଭାରତର
ରାଜଯୋଗ ନିରାକାର ଭଗବାନ ହିଁ ଶିଖାଇଥିଲେ । କେବଳ ନାମ ବଦଳାଇ କୃଷ୍ଣ ରଖିଦେଇଛନ୍ତି ।
ସନ୍ନ୍ୟାସୀମାନେ ଭାବୁଛନ୍ତି ଯେ, ଆମର ହିଁ ପ୍ରାଚୀନ ଯୋଗ ଅଟେ । କିନ୍ତୁ ବାବା ତୁମକୁ କେତେ ଭଲ
ଭାବରେ ବୁଝାଉଛନ୍ତି । ପିଲାମାନେ ମୋତେ ଜାଣିଛ - ମୁଁ ତୁମର ପିତା । ତୁମେମାନେ ମୋତେ ହିଁ
ପତିତ-ପାବନ, ଜ୍ଞାନର ସାଗର ବୋଲି କହୁଛ । କୃଷ୍ଣ ତ ପତିତ ଦୁନିଆକୁ ଆସିପାରିବେ ନାହିଁ ।
କୃଷ୍ଣଙ୍କୁ ପୁଣି ଦ୍ୱାପରକୁ ନେଇଯାଇଛନ୍ତି । ଏହା କେତେ ବଡ ଭୁଲ ଧାରଣା କାରଣ ସମସ୍ତେ, ବିଲ୍କୁଲ୍
ତମୋପ୍ରଧାନ ହୋଇ ଯାଇଛନ୍ତି । ମୁଁ ସେତେବେଳେ ହିଁ ଆସୁଛି - ଯେତେବେଳେ ତୁମକୁ ମୁକ୍ତିଧାମକୁ
ନେବାର ଅଛି ।
ତୁମେମାନେ ଜାଣିଛ ଯେ ଆମେ
ଏବେ ପାଠ ପଢୁଛୁ । ଆମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ । ଏହି କଥା ସ୍ମରଣ କରି ଚାଲ ତେବେ ତୁମର
ଲୋମ ଟାଙ୍କୁରି ଉଠିବ । ବାବା ତୁମମାନଙ୍କୁ ଜ୍ଞାନର ଗର୍ଭ ଧାରଣ କରାଉଛନ୍ତି । ପୁଣି ତୁମେମାନେ
ଏକଥା ଭୁଲିଯାଉଛ କାହିଁକି । ପିଲା ଜନ୍ମ ହେବା ମାତ୍ରେ ବାପା ବୋଲି କହିବା ଆରମ୍ଭ କରେ । ସିଏ
ବୁଝିଯାଏ ଯେ ମୁଁ ହିଁ ଉତ୍ତରାଧିକାରୀ ଅଟେ । ତେଣୁ ନିରନ୍ତର ଦାଦାଙ୍କୁ ସ୍ମରଣ କର । ବାବା ମତ
ଦେଉଛନ୍ତି ଯେ, ପିଲାମାନେ କାମ ମହାଶତ୍ରୁ ଅଟେ, ଇଏ ତୁମକୁ ଆଦି-ମଧ୍ୟ-ଅନ୍ତ ବହୁତ ଦୁଃଖ ଦେଇଛି ।
ଏହା ହେଉଛି ମୃତ୍ୟୁଲୋକ, ବେଶ୍ୟାଳୟ । ରାମ ଶିବାଳୟ ସ୍ଥାପନ କରୁଛନ୍ତି, ଯେଉଁଠାରେ ଦେବୀ-ଦେବତା
ଧର୍ମର ରାଜ୍ୟ ହୋଇଥାଏ । କିନ୍ତୁ ସେମାନେ କେବେ ରାଜ୍ୟ ନେଇଥିଲେ, କିପରି ନେଇଥିଲେ, ଏକଥା
ତୁମେମାନେ ଏବେ ଜାଣିଗଲଣି । ସେମାନେ ଭାବୁଛନ୍ତି ଯେ, ଦେବୀ-ଦେବତାମାନେ କେବେ ପୁନର୍ଜନ୍ମ
ନେଇନଥା’ନ୍ତି । ଯଦି କୌଣସି ବଡ ଲୋକ ଏହି କଥାକୁ ବୁଝିଯିବେ ତେବେ ଚାରିଆଡେ ପ୍ରଚାର ହୋଇଯିବ ।
ଗରିବମାନଙ୍କର କଥା ତ କେହି ଶୁଣିନଥା’ନ୍ତି । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଧାରଣାବାଲା
ଅଛନ୍ତି । କିନ୍ତୁ ସ୍କୁଲ ଗୋଟିଏ । ଶିକ୍ଷକ ମଧ୍ୟ ଜଣେ । ବାକି ଯେଉଁମାନେ ଏଠାରେ ପଢୁଛନ୍ତି
ସେମାନେ କ୍ରମାନୁସାରେ ଅଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜୀନ୍ ଅର୍ଥାତ୍ ବେତାଳ ଭଳି ହୋଇ ଅଲଫ ଏବଂ ବେ ଅର୍ଥାତ୍ ବାବା ଏବଂ
ତାଙ୍କର ସମ୍ପତ୍ତିକୁ ମନେ ପକାଇବା ଉଚିତ୍ । ମୁଣ୍ଡ ଉପରେ ଯେଉଁ ସବୁ ପାପର ବୋଝ ରହିଛି ସେଗୁଡିକୁ
ଯୋଗବଳ ଦ୍ୱାରା ଚୁକ୍ତ କରିବା ଉଚିତ୍ । ଅତିନ୍ଦ୍ରୀୟ ସୁଖରେ ରହିବା ଉଚିତ୍ ।
(୨) ମୁଖ ଦ୍ୱାରା କେବଳ
ଶିବ-ଶିବ କହିବା ଉଚିତ୍ ନୁହେଁ । ବାବାଙ୍କ ସହିତ ସଚ୍ଚା ସ୍ନେହ ରହିବା ଉଚିତ୍ । କଣ୍ଟାରୁ ଫୁଲ
କରିବାର ସେବାରେ ତତ୍ପର ରହିବା ଉଚିତ୍ ।
ବରଦାନ:-
ନିଶ୍ଚିତ ସ୍ଥିତି
ଦ୍ୱାରା ଯଥାର୍ଥ ନିର୍ଣ୍ଣୟ ବା ବିଚାର କରୁଥିବା ନିଶ୍ଚୟ ବୁଦ୍ଧି ବିଜୟୀ ରତ୍ନ ହୁଅ ।
ସର୍ବଦା ବିଜୟୀ ହେବାର
ସହଜ ବିଧି ହେଲା - ଏକ ବଳ, ଏକ ଭରସା । ଯଦି ଜଣଙ୍କ ଉପରେ ଭରସା କରିଥିବ ତେବେ ବଳ ମିଳିବ,
କାହିଁକି ନା ନିଶ୍ଚୟ ସର୍ବଦା ନିଶ୍ଚିନ୍ତ କରିଦେଇଥାଏ ଏବଂ ଯେଉଁମାନଙ୍କର ସ୍ଥିତି ନିଶ୍ଚିନ୍ତ ଅଟେ
ସେମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୋଇଥାଆନ୍ତି କାହିଁକି ନା ନିଶ୍ଚିନ୍ତ ସ୍ଥିତିରେ ରହିବା
କାରଣରୁ ସେମାନଙ୍କର ବୁଦ୍ଧି ଯଥାର୍ଥ ନିର୍ଣ୍ଣୟ କରିଥାଏ । ତେଣୁ ଯଥାର୍ଥ ନିର୍ଣ୍ଣୟର ଆଧାର ହେଲା
- ନିଶ୍ଚୟ ବୁଦ୍ଧି, ନିଶ୍ଚିନ୍ତ ସ୍ଥିତି । ଚିନ୍ତା କରିବାର ମଧ୍ୟ ଆବଶ୍ୟକତା ନାହିଁ କାହିଁକି ନା
ନିଜର ପିତାଙ୍କୁ ହିଁ ଅନୁକରଣ କରିବାର ଅଛି, ପାଦ ଚିହ୍ନ ଉପରେ ପାଦ ରଖି ଚାଲିବାର ଅଛି, ଯାହା ବି
ଶ୍ରୀମତ ମିଳୁଛି ସେହି ଅନୁସାରେ ହିଁ କର୍ମ କରିବାର ଅଛି । କେବଳ ଶ୍ରୀମତ ରୂପୀ ପାଦ ଚିହ୍ନ ଉପରେ
ପାଦ ରଖି ଚାଲୁଥାଅ ତେବେ ବିଜୟୀ ରତ୍ନ ହୋଇଯିବ ।
ସ୍ଲୋଗାନ:-
ମନ ଭିତରେ
ସମସ୍ତଙ୍କ ପ୍ରତି କଲ୍ୟାଣର ଭାବନା ରଖିବା ହିଁ ବିଶ୍ୱ କଲ୍ୟାଣକାରୀ ହେବା ।
ମାତେଶ୍ୱରୀଙ୍କର ଅମୂଲ୍ୟ
ମହାବାକ୍ୟ
ଏହି ସଂଗମଯୁଗରେ ଯେଉଁ
ଈଶ୍ୱରୀୟ ଜ୍ଞାନ ଆମକୁ ମିଳିଛି, କ’ଣ ଏହା ପୁଣି ସତ୍ୟଯୁଗରେ ଆମକୁ ମିଳିବ? ଏହା ଉପରେ
ବୁଝାଯାଇଥାଏ ଯେ ସତ୍ୟଯୁଗରେ ତ ଆମେ ସ୍ୱୟଂ ଜ୍ଞାନ ସ୍ୱରୂପ ଅଟୁ । ଦେବତାମାନେ ପ୍ରାରବ୍ଧ ଭୋଗ
କରିଥା’ନ୍ତି, ସେଠାରେ ଜ୍ଞାନ ଦିଆ ନିଆ ଚାଲିବ ନାହିଁ । ଜ୍ଞାନ ଦରକାର ଥାଏ ଅଜ୍ଞାନୀମାନଙ୍କୁ ।
ସତ୍ୟଯୁଗରେ ତ ସମସ୍ତେ ଜ୍ଞାନ ସ୍ୱରୂପ, ସେଠାରେ କୌଣସି ଅଜ୍ଞାନୀ ନଥାଆନ୍ତି ଯାହାଙ୍କୁ ଜ୍ଞାନ
ଦେବାର ଆବଶ୍ୟକତା ରହିବ । ଏହି ସମୟରେ ଆମେ ସମସ୍ତେ ବିରାଟ ଡ୍ରାମାର ଆଦି-ମଧ୍ୟ-ଅନ୍ତ ଜାଣିଛନ୍ତି
। ଆଦି ସମୟରେ ଆମେ କ’ଣ ଥିଲୁ, କେଉଁଠାରୁ ଆସିଥିଲୁ, ମଧ୍ୟ ସମୟରେ କର୍ମବନ୍ଧନରେ ଫସିଲୁ, ପୁଣି
କିପରି ପତିତ ହେଲୁ, ଅନ୍ତ ସମୟରେ ଆମକୁ କର୍ମବନ୍ଧନରୁ ଅତୀତ ହୋଇ କର୍ମାତୀତ ଦେବତା ହେବାକୁ ପଡିବ
। ଏବେ ଯେଉଁ ପୁରୁଷାର୍ଥ ଚାଲିଛି, ଏହା ଦ୍ୱାରା ଆମେ ଭବିଷ୍ୟତରେ ପ୍ରାରବ୍ଧ ଅନୁସାରେ ସତ୍ୟଯୁଗୀ
ଦେବତା ହେବା । ଯଦି ସେଠାରେ ଆମକୁ ମାଲୁମ ପଡିବ ଯେ ଆମେ ଦେବତାମାନେ ପତିତ ହୋଇଯିବା ତେବେ ଏହି
ଚିନ୍ତାରେ ଖୁସି ଚାଲିଯିବ । ତେଣୁ ସେଠାରେ ଏହି ତଳକୁ ଆସିବାର ଜ୍ଞାନ ରହିବ ନାହିଁ । ଏହି ଚିନ୍ତା
ସେଠାରେ ନଥିବ । ଆମକୁ ଏହି ଜ୍ଞାନ ଏବେ ପ୍ରାପ୍ତ ହେଉଛି ଯେ ପବିତ୍ର ହୋଇ ସୁଖର ଜୀବନ ଗଢିବାକୁ
ପଡିବ । ଅଧାକଳ୍ପ ପ୍ରାରବ୍ଧ ଭୋଗ କରି ପୁଣି ନିଜକୁ ବିସ୍ମୃତି କରି ମାୟାର ଅଧିନ ହୋଇ ତଳକୁ
ଓହ୍ଲାଇ ଆସୁଛନ୍ତି । ଏହି ଚଢିବା ଓ ଓହ୍ଲାଇବା ଅନାଦି ଖେଳ ଅଟେ । ସାରା ଜ୍ଞାନ ଏବେ ଆମ ବୁଦ୍ଧିରେ
ଅଛି, ସତ୍ୟଯୁଗରେ ରହିବ ନାହିଁ । ଆଚ୍ଛା - ଓମ୍ ଶାନ୍ତି ।