11.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ବ୍ରାହ୍ମଣ ହେବା ପରେ ଏଭଳି କୌଣସି ଚାଲି ଚଳନ ହେବା ଉଚିତ୍ ନୁହେଁ ଯାହା ଦ୍ୱାରା ବାବାଙ୍କର ନାମ
ବଦନାମ ହେବ, ସେଥିପାଇଁ କର୍ମଧନ୍ଦା କରିବା ସହିତ କେବଳ ଶ୍ରୀମତରେ ଚାଲୁଥାଅ ।”
ପ୍ରଶ୍ନ:-
ଈଶ୍ୱରୀୟ
ବିଦ୍ୟାର୍ଥୀମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରିବା ଉଚିତ୍ ନୁହେଁ?
ଉତ୍ତର:-
ମୋତେ ପାଠ ପଢିବା ପାଇଁ ଫୁରସତ୍ ନାହିଁ, ଏହି ଶବ୍ଦ ତୁମ ମୁଖରୁ ବାହାରିବା ଉଚିତ୍ ନୁହେଁ, ବାବା
ପିଲାମାନଙ୍କ ମୁଣ୍ଡ ଉପରେ କୌଣସି ବୋଝ ବା ସମସ୍ୟା ଲଦି ଦେଉ ନାହାଁନ୍ତି । କେବଳ ଏତିକି କହୁଛନ୍ତି
ଯେ ସକାଳୁ-ସକାଳୁ ଉଠି ଘଡିଏ, ଅଧ ଘଡି ମୋତେ ମନେ ପକାଅ ଏବଂ ପାଠପଢ ।
ପ୍ରଶ୍ନ:-
ମନୁଷ୍ୟମାନଙ୍କର
ଯୋଜନା କ’ଣ ଏବଂ ବାବାଙ୍କର ଯୋଜନା କ’ଣ?
ଉତ୍ତର:-
ମନୁଷ୍ୟମାନଙ୍କର ଯୋଜନା ହେଲା - ସମସ୍ତେ ମିଶି ଏକ ହୋଇଯାଆନ୍ତୁ । ନର୍ ଚାହତ କୁଛ ଔର...
ବାବାଙ୍କର ଯୋଜନା ହେଲା - ମିଥ୍ୟା ଦୁନିଆକୁ ସତ୍ୟ ଦୁନିଆରେ ପରିଣତ କରିବା । ତେଣୁ ସତ୍ୟ ଦୁନିଆକୁ
ଯିବା ପାଇଁ ନିଶ୍ଚିତ ସତ୍ୟନିଷ୍ଠ ହେବାକୁ ପଡିବ ।
ଗୀତ:
ଆଜ କେ ଇନସାନ
କୋ....
ଓମ୍ ଶାନ୍ତି ।
ପିଲାମାନେ ମଧ୍ୟ
କହୁଛନ୍ତି ଓମ୍ ଶାନ୍ତି । ଆତ୍ମାମାନେ ଏହି ଶରୀର ଦ୍ୱାରା ଓମ୍ ଶାନ୍ତି କହିପାରିବେ । ମୋ ଆତ୍ମାର
ସ୍ୱଧର୍ମ ଶାନ୍ତ, ଏକଥା ଭୁଲିବା ଉଚିତ୍ ନୁହେଁ । ବାବା ମଧ୍ୟ ଏଠାକୁ ଆସି କହୁଛନ୍ତି ଓମ୍ ଶାନ୍ତି
। ଯେଉଁଠାରେ ତୁମେମାନେ ଶାନ୍ତ ହୋଇ ରହୁଛ ସେଠାରେ ବାବା ମଧ୍ୟ ରହୁଛନ୍ତି । ତାହା ଆମ ସମସ୍ତଙ୍କର
ଶାନ୍ତିଧାମ ବା ଘର । ଦୁନିଆରେ କେହି ବି ବିଦ୍ୱାନ, ଆଚାର୍ଯ୍ୟ ଏହି କଥାକୁ ଜାଣିନାହାଁନ୍ତି ।
ସେମାନେ ତ କହିଦେଉଛନ୍ତି, ଆତ୍ମା ହିଁ ପରମାତ୍ମା ଅଟେ । ଆତ୍ମା ସମ୍ବନ୍ଧରେ ମଧ୍ୟ କାହା ଭିତରେ
ଜ୍ଞାନ ନାହିଁ ଯେ, ଆତ୍ମା କ’ଣ । ଏତେ କୋଟି ଆତ୍ମା ସବୁ ତାରକା ସଦୃଶ ରହିଛନ୍ତି । ପ୍ରତ୍ୟେକ
ଆତ୍ମାରେ ନିଜ ନିଜର ଅବିନାଶୀ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ଯାହାକି ଉଚିତ୍ ସମୟରେ
ପ୍ରକାଶିତ ହୋଇଥାଏ । ଏହି କଥା ବାବା ଆସି ବୁଝାଉଛନ୍ତି । ବାବା ମଧ୍ୟ ଯେପର୍ଯ୍ୟନ୍ତ ଜୀବ ଆତ୍ମା
ନ ହୋଇଛନ୍ତି ସେପର୍ଯ୍ୟନ୍ତ ଜୀବ ଆତ୍ମାମାନଙ୍କୁ ବୁଝାଇପାରିବେ ନାହିଁ । ତେଣୁ ମୋର ମଧ୍ୟ
ନିଶ୍ଚିତ ଶରୀର ଦରକାର ନା । ତେବେ ଶରୀର ସେତେବେଳେ ନେବାକୁ ହୋଇଥାଏ ଯେତେବେଳେ ରଚନା କରିବାକୁ
ହୁଏ । ରଚୟିତା ତ ନିରାକାର ଶିବ କିନ୍ତୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ରଚନା କରୁଛନ୍ତି
। ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବ୍ରହ୍ମାକୁମାର କୁମାରୀମାନଙ୍କୁ ବୁଝାଉଛନ୍ତି,
ଶୁଦ୍ରମାନଙ୍କୁ ନୁହେଁ । ବର୍ତ୍ତମାନ ଏହା ଆମର ବ୍ରାହ୍ମଣ ବର୍ଣ୍ଣ । ଆମେ ପ୍ରଥମେ ଶୂଦ୍ର
ବର୍ଣ୍ଣରେ ଥିଲୁ । ତା’ ପୂର୍ବରୁ ବୈଶ୍ୟ ବର୍ଣ୍ଣ, କ୍ଷତ୍ରୀୟ ବର୍ଣ୍ଣ ଥିଲା । ଦୁନିଆ ଏହି କଥାକୁ
ଜାଣିନାହିଁ । ବାସ୍ତବରେ ବ୍ରାହ୍ମଣରୁ ଦେବତା, କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର... । ବ୍ରାହ୍ମଣଧର୍ମକୁ
ଚୋଟି କୁହାଯାଏ । ଆଗରୁ ବ୍ରାହ୍ମଣମାନେ ଗାଈର କ୍ଷୁର ଯେତିକି ସେତିକି ଚୋଟି ରଖାଉଥିଲେ ।
ତୁମେମାନେ ବାଜୋଲି ଖେଳୁଛ କିନ୍ତୁ ମୁଁ ତ ଖେଳୁନାହିଁ । ଏହି ବର୍ଣ୍ଣଗୁଡିକର ଚକ୍ରରେ ତୁମେ ଆସୁଛ
। ଏହା କେତେ ସହଜ କଥା । ସେଥିପାଇଁ ତୁମର ନାମ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ, ବାକି
ଶାସ୍ତ୍ରଗୁଡିକରେ ତ କ’ଣ କ’ଣ କଥା ସବୁ ଲେଖିଦେଇଛନ୍ତି । ତୁମେମାନେ ଜାଣୁଛ ଯେ - ଆମେ ବ୍ରାହ୍ମଣ
ହିଁ ସ୍ୱଦର୍ଶନ ଚକ୍ରଧାରୀ ହେଉଛୁ । କିନ୍ତୁ ଏହି ଅଳଙ୍କାରଗୁଡିକର ଚିହ୍ନ ଦେବତାମାନଙ୍କୁ
ଦେଇଛନ୍ତି କାହିଁକି ନା ସେମାନେ ସମ୍ପୂର୍ଣ୍ଣ ଅଟନ୍ତି । ତେଣୁ ଏହି ଅଳଙ୍କାର ସବୁ ସେମାନଙ୍କୁ
ହିଁ ଶୋଭା ପାଇଥାଏ । ଏହି ଜ୍ଞାନକୁ ଧାରଣ କରିବା ଦ୍ୱାରା ତୁମେମାନେ ଚକ୍ରବର୍ତ୍ତୀ ରାଜା ହେଉଛ ।
ଏବେ ତୁମେମାନେ ସମ୍ମୁଖରେ ବସିଛ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ତେବେ ଯଜ୍ଞରେ ବ୍ରାହ୍ମଣ
ନିଶ୍ଚିତ ଦରକାର । ଶୂଦ୍ରମାନେ ଯଜ୍ଞ ରଚନା କରିପାରିବେ ନାହିଁ । ଏହି ଯଜ୍ଞ ରୁଦ୍ର ଶିବବାବା ରଚନା
କରିଛନ୍ତି । ଏଥିରେ ବ୍ରାହ୍ମଣ ନିଶ୍ଚିତ ଦରକାର । ବାବା କହୁଛନ୍ତି - ମୁଁ କେବଳ ବ୍ରାହ୍ମଣ
ପିଲାମାନଙ୍କ ସହିତ ହିଁ କଥା ହେଉଛି । ଏହା କେତେ ବଡ ଯଜ୍ଞ । ଯେବେଠାରୁ ବାବା ଆସିଛନ୍ତି, ଆସିବା
ମାତ୍ରେ ହିଁ ଯଜ୍ଞ ରଚନା କରିଛନ୍ତି । ଏହାକୁ କୁହାଯାଉଛି ଅଶ୍ୱମେଧ ଅର୍ଥାତ୍ ସ୍ୱରାଜ୍ୟ ସ୍ଥାପନ
କରିବାର ଯଜ୍ଞ । କେଉଁଠି? ଭାରତରେ । ବାବା ସତ୍ୟଯୁଗୀ ସ୍ୱରାଜ୍ୟ ରଚନା କରୁଛନ୍ତି । ଏହାକୁ ଶିବ
ଜ୍ଞାନ ଯଜ୍ଞ କୁହ ବା ରୁଦ୍ର ଜ୍ଞାନ ଯଜ୍ଞ କୁହ । ସୋମନାଥ ମନ୍ଦିର ମଧ୍ୟ ତାଙ୍କର ହିଁ ସ୍ମାରକୀ
ଅଟେ । ତେବେ ଜଣଙ୍କର ହିଁ ବହୁତ ନାମ ରହିଛି । ଏହାକୁ ଯଜ୍ଞ ବୋଲି କୁହାଯାଇଥାଏ । ପାଠଶାଳା
କୁହାଯାଏ ନାହିଁ । ବାବା ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ଯଜ୍ଞକୁ ପାଠଶାଳା ବୋଲି
କୁହାଯାଏ ନାହିଁ । ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞ ରଚନା କରାଯାଇଥାଏ । ବ୍ରାହ୍ମଣମାନଙ୍କୁ
ଦକ୍ଷିଣା ଦାତା ଭୋଳାନାଥ ହିଁ ଦେଇଥା’ନ୍ତି । ତେଣୁ ତାଙ୍କୁ ଶିବ ଭୋଳା ଭଣ୍ଡାରି ବୋଲି କୁହାଯାଉଛି
। ଏବେ ତୁମେମାନେ ସମ୍ମୁଖରେ ବସିଛ । ବାପଦାଦା ପିଲାମାନଙ୍କୁ ପୋଷ୍ୟ କରିଛନ୍ତି । ବ୍ରହ୍ମା ହେଲେ
ଆମର ବଡ ମମ୍ମା । କିନ୍ତୁ ମାତାମାନଙ୍କର ଦାୟିତ୍ୱ ନେବା ପାଇଁ ମମ୍ମାଙ୍କୁ ରଖାଯାଇଛି । ଯିଏକି
ସମସ୍ତଙ୍କଠାରୁ ତୀବ୍ର ଗତିରେ ଆଗକୁ ଯାଉଛନ୍ତି । ଏହି ଡ୍ରାମାରେ ତାଙ୍କର ମୁଖ୍ୟ ଅଭିନୟ ରହିଛି
ସିଏ ହେଲେ ଜ୍ଞାନ ଜ୍ଞାନେଶ୍ୱରୀ ଜଗତଅମ୍ବା । ମହାଲକ୍ଷ୍ମୀଙ୍କୁ ଜ୍ଞାନ ଜ୍ଞାନେଶ୍ୱରୀ ବୋଲି
କୁହାଯିବ ନାହିଁ । ଲକ୍ଷ୍ମୀ ଅର୍ଥାତ୍ ଧନର ଦେବୀ । କଥାରେ କହିଥା’ନ୍ତି ନା - ଏହାଙ୍କ ଘରେ
ଲକ୍ଷ୍ମୀ ଅଛନ୍ତି ଅର୍ଥାତ୍ ବହୁତ ସମ୍ପତ୍ତି ଅଛି । ତେବେ ଲକ୍ଷ୍ମୀଙ୍କଠାରୁ ସମସ୍ତେ ସମ୍ପତ୍ତି
ହିଁ ମାଗିଥା’ନ୍ତି । ୧୨ ମାସ ପୂର୍ଣ୍ଣ ହେଲେ ପୁଣି ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥା’ନ୍ତି । କିନ୍ତୁ
ଜଗତଅମ୍ବା ସବୁ ମନୋକାମନା ପୂର୍ଣ୍ଣ କରିଥା’ନ୍ତି । ପିଲାମାନେ ଜାଣିଛନ୍ତି ଯେ, ଜଗତଅମ୍ବା
ହେଉଛନ୍ତି ପ୍ରଜାପିତା ବ୍ରହ୍ମାଙ୍କର କନ୍ୟା, ଯାହାଙ୍କର ନାମ ହେଲା ସରସ୍ୱତୀ । ବାସ୍ ତାଙ୍କର
ଗୋଟିଏ ହିଁ ନାମ ରହିଛି । ମମ୍ମା ଅଛନ୍ତି ତେଣୁ ପିଲାମାନେ ମଧ୍ୟ ଅଛନ୍ତି । ତୁମେମାନେ
ଶିବବାବାଙ୍କ ଦ୍ୱାରା ଜ୍ଞାନ ଶୁଣୁଛ । ଏହାଙ୍କୁ ବାବା ଆସି ପୋଷ୍ୟ କରିଛନ୍ତି । ଯାହାଙ୍କର ନାମ
ରଖିଛନ୍ତି ବ୍ରହ୍ମା । ଏକଥା ମଧ୍ୟ ବାବା କହୁଛନ୍ତି ଯେ, ମୁଁ ପତିତ ଶରୀରରେ ଆସୁଛି । ଶାସ୍ତ୍ରରେ
ଏସବୁ କଥା ନାହିଁ । ଏବେ ତୁମେମାନେ ଜାଣୁଛ ଯେ, ନୂଆ ଦୁନିଆ ପାଇଁ ଆମେ ପୁରୁଷାର୍ଥ କରୁଛୁ,
କଣ୍ଟାରୁ ଫୁଲ ହେଉଛୁ । ଯେତେବେଳେ ଶୂଦ୍ର ବର୍ଣ୍ଣର ଥିଲୁ ସେତେବେଳେ କଣ୍ଟା ସଦୃଶ ଥିଲୁ । ଏବେ
ଆମେ ବ୍ରାହ୍ମଣ ଫୁଲ ସଦୃଶ ହେଉଛୁ । ବାବା ବ୍ରାହ୍ମଣମାନଙ୍କୁ ଫୁଲ ସମାନ କରୁଛନ୍ତି । ସିଏ ଏହି
ସୃଷ୍ଟି ରୂପି ବଗିଚାର ମାଲିକ । ତୁମେ ସମସ୍ତେ କ୍ରମାନୁସାରେ ମାଳି ଅଟ । ଯେଉଁମାନେ ଭଲ ମାଳି
ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିଥା’ନ୍ତି । ଚାରା ଳଗାଇ ଚାଲିଥାନ୍ତି । ସମସ୍ତେ
କ୍ରମାନ୍ୱୟରେ ଅଛନ୍ତି, ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି ଏବଂ ଏହି ଜ୍ଞାନ ସ୍ୱୟଂ ଈଶ୍ୱର
ହିଁ ଦେଇଥା’ନ୍ତି । ଶାସ୍ତ୍ର ଆଦି ତ ସବୁ ମନୁଷ୍ୟ ଶୁଣାଉଛନ୍ତି । ଏହି ରୁହାନୀ ଜ୍ଞାନ ଯାହାକି
ପରମଆତ୍ମା ଆତ୍ମାମାନଙ୍କୁ ଦେଉଛନ୍ତି । ଅନ୍ୟ କାହାକୁ ଏହି ରଚୟିତା ଏବଂ ରଚନାର ଜ୍ଞାନ ମିଳୁନାହିଁ
। ସେମାନେ କେବଳ ଗପ ମାରୁଛନ୍ତି । ଏହା ହେଉଛି ମିଛ ଦୁନିଆ ତେଣୁ ଏଠାରେ ସବୁକିଛି ମିଛ ହିଁ ମିଛ
ରହିଛି । ପୂର୍ବରୁ ନକଲି ଅଳଙ୍କାର ନଥିଲା । ଏବେ ତ କେତେ ନକଲି ହୋଇଗଲାଣି । ଅସଲି ରଖିବାକୁ
ଦେଉନାହାଁନ୍ତି । ଏହି ମିଥ୍ୟା ଦୁନିଆରେ ରାବଣର ରାଜ୍ୟ ରହିଛି, ସତ୍ୟ ରାଷ୍ଟ୍ର ହେଉଛି ରାମଙ୍କ
ଦ୍ୱାରା ସ୍ଥାପନ କରାଯାଇଥିବା ରାଜ୍ୟ । ଏହା ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଯଜ୍ଞ ଏବଂ
ପାଠଶାଳା ମଧ୍ୟ ଅଟେ । ଯଜ୍ଞ ସହିତ, ଘର ମଧ୍ୟ ଅଟେ । ତୁମେମାନେ ଜାଣିଛ ଯେ, ଆମେ ସମସ୍ତେ
ପାରଲୌକିକ ପିତା ଏବଂ ପ୍ରଜାପିତା ବ୍ରହ୍ମାଙ୍କ ସମ୍ମୁଖରେ ବସିଛୁ । ଯେପର୍ଯ୍ୟନ୍ତ ତୁମେମାନେ
ବ୍ରାହ୍ମଣ ନ ହୋଇଛ ସେପର୍ଯ୍ୟନ୍ତ ବର୍ସା କିପରି ମିଳିପାରିବ! କାରଣ ଯଜ୍ଞର ଦାୟିତ୍ୱ ନେବା ପାଇଁ
ସଚ୍ଚା ବ୍ରାହ୍ମଣ ଦରକାର । ବିକାରୀମାନଙ୍କୁ ବ୍ରାହ୍ମଣ କୁହାଯିବ ନାହିଁ । ସେମାନଙ୍କର ଗୋଟିଏ
ଗୋଡ ରାବଣର ଡଙ୍ଗାରେ ଅଛି, ଅନ୍ୟ ଏକ ଗୋଡ ରାମଙ୍କର ଡଙ୍ଗାରେ ଅଛି ତେବେ ତାଙ୍କର ଅବସ୍ଥା କ’ଣ
ହେବ? ସେମାନେ ଚିରି ହୋଇଯିବେ । ଯେଉଁମାନଙ୍କର ଏହିପରି ଚାଲି-ଚଳଣି ରହିବ ସେମାନେ ବାବାଙ୍କର
ନାମକୁ ବଦନାମ କରିଥା’ନ୍ତି । ନିଜକୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବୋଲି କହନ୍ତି କିନ୍ତୁ
କର୍ତ୍ତବ୍ୟ ଶୂଦ୍ରମାନଙ୍କ ସଦୃଶ କରିଥା’ନ୍ତି । ବାବା କହୁଛନ୍ତି ଯଦିଓ କର୍ମଧନ୍ଦା ଆଦି କର
କିନ୍ତୁ ଶ୍ରୀମତରେ ଚାଲିଲେ ଦାୟିତ୍ୱ ତାଙ୍କର ଅର୍ଥାତ୍ ବାବାଙ୍କର ହୋଇଯାଉଛି ।
ତୁମେମାନେ ଏଠାକୁ
ଈଶ୍ୱରୀୟ ମତ ନେବା ପାଇଁ ଆସିଛ । ସେସବୁ ତ ଆସୁରୀ ମତ । ତୁମେମାନେ ଶ୍ରେଷ୍ଠ ହେବା ପାଇଁ ଶ୍ରୀମତ
ଅନୁସାରେ ଚାଲୁଛ । ଉଚ୍ଚରୁ ଉଚ୍ଚ ବାବା ତୁମକୁ ଉଚ୍ଚ ମତ ଦେଉଛନ୍ତି । ତୁମେ ଜାଣିଛ ଯେ ଆମକୁ
ମନୁଷ୍ୟରୁ ଦେବତା ହେବା ପାଇଁ ସବୁଠାରୁ ଉଚ୍ଚ ମତ ମିଳୁଛି । କହୁଛନ୍ତି ମଧ୍ୟ ଆମେ ତ ସୂର୍ଯ୍ୟବଂଶୀ
ରାଜା ହେବୁ । ଏହା ହେଉଛି ରାଜସ୍ୱ ଯଜ୍ଞ, ପ୍ରଜାସ୍ୱ ଯଜ୍ଞ ନୁହେଁ । ତୁମେମାନେ ରାଜା ରାଣୀ ହେଉଛ
ତେବେ ପ୍ରଜା ମଧ୍ୟ ନିଶ୍ଚିତ ହେବା ଦରକାର । ଯେପରି ଏହି ମମ୍ମା ବାବା ପୁରୁଷାର୍ଥ ଦ୍ୱାରା
ସେହିପରି ହେଉଛନ୍ତି ତେବେ ପିଲାମାନଙ୍କୁ ମଧ୍ୟ ହେବାକୁ ପଡିବ । ତୁମେମାନେ ମଧ୍ୟ ଖୁସି ହେବା
ଦରକାର । ଆମେ ବ୍ରହ୍ମାକୁମାର କୁମାରୀମାନେ ଶିବବାବାଙ୍କର ନାତି-ନାତୁଣୀ ଅଟୁ । ଶିବବାବାଙ୍କୁ
ପ୍ରଜାପିତା ବୋଲି କୁହାଯିବ ନାହିଁ । ସିଏ ହେଉଛନ୍ତି ରଚୟିତା । ଦେବୀ-ଦେବତାମାନେ ସ୍ୱର୍ଗରେ
ରୁହନ୍ତି । ତେବେ ବାବା ହିଁ ମନୁଷ୍ୟମାନଙ୍କୁ ଦେବତା କରୁଛନ୍ତି । ସେଠାରେ ତୁମର କାୟା
କଳ୍ପବୃକ୍ଷ ସମାନ ହୋଇଥାଏ, ତୁମର ନବକଳେବର ହୋଇଥାଏ । ତୁମର ଆତ୍ମା ଯାହାକି କଳା ହୋଇଯାଇଛି, ତାକୁ
ଏବେ ପବିତ୍ର ଗୋରା କରୁଛନ୍ତି । ଯେତେବେଳେ ସଂପୂର୍ଣ୍ଣ ପବିତ୍ର ହୋଇଯାଆନ୍ତି ସେତେବେଳେ ଏହି
ଶରୀର ରହିବ ନାହିଁ ସେଥିପାଇଁ ହିଁ ଏହି ସଂସାରରେ ନିଆଁ ଲାଗୁଛି, ଯେଉଁଥିରେ ସମସ୍ତଙ୍କର ବିନାଶ
ହୋଇଯିବ । ଏହା ହେଉଛି ବେହଦର କଥା । ଏହା ବେହଦର ଦ୍ୱୀପ, ସେସବୁ ହେଲା ହଦର ଦ୍ୱୀପ । ଏଠାରେ ଯେତେ
ଭାଷା ସେତେ ନାମ ରଖିଦେଇଛନ୍ତି । ଅନେକ ଟାପୁ ରହିଛି । କିନ୍ତୁ ବାସ୍ତବରେ ଏହି ସମସ୍ତ ସୃଷ୍ଟି
ମଧ୍ୟ ଏକ ଟାପୁ ସଦୃଶ । ଏବେ ସାରା ସୃଷ୍ଟିରେ ରାବଣର ରାଜ୍ୟ ଚାଲିଛି । ଗୀତରେ ମଧ୍ୟ ଶୁଣିଲ ଯେ,
ମନୁଷ୍ୟମାନଙ୍କର କ’ଣ ଅବସ୍ଥା ହୋଇଯାଇଛି । ସେଠାରେ କେହି ବି ପରସ୍ପରକୁ ମାରନ୍ତି ନାହିଁ । କାରଣ
ସେଠାରେ ରାମ ରାଜା, ରାମ ପ୍ରଜା ବୋଲି... କହନ୍ତି, ଦୁଃଖର କୌଣସି କଥା ହିଁ ନାହିଁ । କାହାକୁ
ଦୁଃଖ ଦେବା ମଧ୍ୟ ପାପ । ତେବେ ସେଠାରେ ଏହି ରାବଣ ହନୁମାନ ଆଦି କୁଆଡୁ ଆସିଲେ? ତୁମେ କହିପାରିବ
ଯେ, ପ୍ରଥମ ଏବଂ ମୁଖ୍ୟ କଥା ହେଲା - ଯଦି ତୁମେ ଈଶ୍ୱର ପିତା କହୁଛ ତେବେ ସିଏ ସର୍ବବ୍ୟାପୀ କିପରି
ହୋଇପାରିବେ । ତେବେ ତ ସମସ୍ତେ ପିତା ହିଁ ପିତା ହୋଇଯାଉଛନ୍ତି । କିନ୍ତୁ ସମସ୍ତେ ପିତା ହିଁ ପିତା
ତ ହୋଇପାରିବେ ନାହିଁ ।
ଏବେ ତୁମମାନଙ୍କୁ ଏହି
କଥା ଉପରେ ବୁଝାଇବାକୁ ହେବ ଯେ - ଅଧାକଳ୍ପ ତୁମେ ମିଛ ରୋଜଗାର କରିଛ । ଏବେ ସତ୍ୟ ଦୁନିଆକୁ ଯିବା
ପାଇଁ ସତ୍ୟ ରୋଜଗାର କରିବାକୁ ହେବ । ସେମାନେ ମଧ୍ୟ ଶାସ୍ତ୍ର ଆଦି ଯାହା ଶୁଣାଉଛନ୍ତି ସବୁ
ରୋଜଗାର କରିବା ପାଇଁ । ଶିବବାବା ତ ଏହି ଶାସ୍ତ୍ର ଆଦି କିଛି ବି ପଢି ନାହାଁନ୍ତି । କାରଣ ସିଏ
ନଲେଜଫୁଲ, ଜ୍ଞାନର ସାଗର । ସିଏ ସତ୍ୟ ଏବଂ ଚୈତନ୍ୟ ଅଟନ୍ତି । ଏବେ ତୁମେମାନେ ଜାଣୁଛ ଯେ,
ବାବାଙ୍କ ପାଖରୁ ଆମେ ସତ୍ୟର ଦୁନିଆକୁ ଯିବା ପାଇଁ ସତ୍ୟ ରୋଜଗାର କରୁଛୁ । ଏହି ମିଥ୍ୟା ଦୁନିଆର
ବିନାଶ ହୋଇଯିବ । ଦେହ ସହିତ ସବୁକିଛି ବିନାଶ ହେବାକୁ ଯାଉଛି । ତୁମେ ସବୁ ଦେଖିବ - କିପରି ଲଢେଇ
ଲାଗୁଛି । ସେମାନେ ଭାବୁଛନ୍ତି, ସମସ୍ତେ ମିଶିଯିବେ, କିନ୍ତୁ ବିବାଦ ଲାଗି ଚାଲିଛି । ନର ଚାହତ
କୁଛ .... ସେମାନଙ୍କର ସବୁ ଯୋଜନା ବିନାଶ ପାଇଁ ଉଦ୍ଦିଷ୍ଟ । ତେବେ ଈଶ୍ୱରଙ୍କର ଯୋଜନା କ’ଣ?
ସେକଥା ଏବେ ତୁମେମାନେ ଜାଣୁଛ । ବାବା ଆସିଛନ୍ତି ମିଥ୍ୟା ରାଷ୍ଟ୍ରକୁ ସତ୍ୟ କରିବା ପାଇଁ,
ମନୁଷ୍ୟକୁ ଦେବତା କରିବା ପାଇଁ । ସତ୍ୟ ବାବାଙ୍କ ଦ୍ୱାରା ତୁମେ ସଚ୍ଚା ହେଉଛ ଏବଂ ରାବଣ ଦ୍ୱାରା
ତୁମେ ମିଥ୍ୟାବାଦୀ ହୋଇଯାଉଛ । ବାବା ହିଁ ସତ୍ୟ ଜ୍ଞାନ ଦେଉଛନ୍ତି । ତୁମେ ବ୍ରାହ୍ମଣମାନଙ୍କର
ହାତ ଭରପୁର ହେବ । ବାକି ଶୂଦ୍ରମାନଙ୍କର ହାତ ଖାଲି ରହିବ ।
ତୁମେମାନେ ଜାଣିଛ ଯେ,
ଆମେମାନେ ଦେବୀ-ଦେବତା ହେବୁ । ଏବେ ବାବା କେବଳ ଗୋଟିଏ କଥା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି
ପଦ୍ମ ଫୁଲ ସମାନ ପବିତ୍ର ହୁଅ ଏବଂ ମୋତେ ମନେ ପକାଅ । ବାବାଙ୍କୁ କ’ଣ କେବେ ଭୁଲିବା ଉଚିତ୍ ।
ଯେଉଁ ବାବା ସ୍ୱର୍ଗର ମାଲିକ କରୁଛନ୍ତି, ତାଙ୍କୁ ତୁମେ ଭୁଲିଯାଉଛ... ଏହା ନୂଆ କଥା, ତେଣୁ ଏଥିରେ
ଆତ୍ମ-ଅଭିମାନୀ ହେବାକୁ ପଡିବ । ଆତ୍ମା ତ ଅବିନାଶୀ, ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ ।
ବାବା କହୁଛନ୍ତି - ଦେହୀ-ଅଭିମାନୀ ହୁଅ କାହିଁକି ନା ଆମକୁ ଘରକୁ ଯିବାକୁ ହେବ । ତେଣୁ ଦେହର
ଅଭିମାନକୁ ଛାଡିବାକୁ ହେବ । ଏହା ୮୪ ଜନ୍ମର ଛିଣ୍ଡା ଜୋତା ସଦୃଶ ଅଟେ । ଯେପରି ବସ୍ତ୍ରକୁ
ବ୍ୟବହାର କରି ଚିରିଯାଇଥାଏ ସେହିପରି ତୁମକୁ ମଧ୍ୟ ଏହି ପୁରୁଣା ଶରୀର ଛାଡିବାକୁ ହେବ । ଏବେ ତୁମେ
କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତା ଉପରେ ବସ । ଏମିତି ବହୁତ ଅଛନ୍ତି ଯେଉଁମାନେ କି ବିକାର ବିନା
ରହିପାରୁ ନାହାଁନ୍ତି । ବାବା କହୁଛନ୍ତି - ଦ୍ୱାପରରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ତୁମେମାନେ ଏହି
ବିକାର ପାଇଁ ହିଁ ମହାନ ରୋଗୀ ହୋଇଯାଇଛ । ଏବେ ଏହି ବିକାର ଉପରେ ବିଜୟ ପ୍ରାପ୍ତ କର । କାମ
ବିକାର ବଶବର୍ତ୍ତୀ ହୁଅ ନାହିଁ । ଏହି ଶରୀର ତ ଅପବିତ୍ର, ପତିତ ନା । ଏଠାରେ ସମସ୍ତେ ବିକାରରୁ
ଜନ୍ମ ନେଉଛନ୍ତି । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଏହି ବିକାର ନଥାଏ । ଯଦି ସେଠାରେ ମଧ୍ୟ ଏହା
ରହିବ ତେବେ ତାକୁ ସ୍ୱର୍ଗ, ଏହାକୁ ନର୍କ କାହିଁକି କୁହାଯାଉଛି! ବାବା କହୁଛନ୍ତି - ଶାସ୍ତ୍ରରେ ତ
କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ହିଁ ନାହିଁ । ଏଠାରେ ତ ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି । ଆମେ ଏବେ
ମନୁଷ୍ୟରୁ ଦେବତା ହେଉଛୁ । ବାବା କହୁଛନ୍ତି - ତୁମେ ଯାହା କିଛି ପଢିଛ ସେ ସବୁକୁ ଭୁଲିଯାଅ ।
ସେଥିରେ କୌଣସି ସାର କଥା ନାହିଁ । ତୁମର ଆରୋହଣ କଳା ଥରେ ମାତ୍ର ହୋଇଥାଏ । ପୁଣି ରହିଛି ପତନର
କଳା । କେତେ ବି ମୁଣ୍ଡ ପିଟ, ତଳକୁ ଓହ୍ଲାଇବାକୁ ହିଁ ହେବ । ତୁମକୁ ପତିତ ହେବାକୁ ହିଁ ପଡିବ ।
ଏହା ବିକାରୀ ଦୁନିଆ ଅଟେ । ତୁମେମାନେ ଜାଣିଛ ଯେ, ଆମର ଭାରତ ସ୍ୱର୍ଗ ଥିଲା । ଏବେ ନର୍କ
ହୋଇଯାଇଛି । ପ୍ରଥମେ କେବଳ ଆଦି ସନାତନ ଗୋଟିଏ ହିଁ ଧର୍ମ ଥିଲା, ଯାହାକି ଏବେ ନାହିଁ । ପୁଣି ଥରେ
ସେହି ଧର୍ମର ସ୍ଥାପନା ହେଉଛି । ବାବା ପୁଣି ଥରେ ବ୍ରହ୍ମାଙ୍କ ଦ୍ୱାରା ସେହି ଧର୍ମର ସ୍ଥାପନା
କରୁଛନ୍ତି । ତୁମେ ମଧ୍ୟ କହିବ ଯେ ଆମେ ପୁଣି ଥରେ ରାଜ୍ୟ ନେଉଛୁ । ରାଜ୍ୟ ନେବା ପରେ ପୁଣି ଏହି
ଜ୍ଞାନ ଗୁପ୍ତ ହୋଇଯିବ । ଏହି ଜ୍ଞାନ ପତିତମାନଙ୍କୁ - ପବିତ୍ର ହେବା ପାଇଁ ହିଁ ମିଳିଥାଏ, ତେଣୁ
ପବିତ୍ର ଦୁନିଆରେ ଜ୍ଞାନ କାହିଁକି ରହିବ? ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟକୁ କେତେ ବର୍ଷ ହେଲାଣି,
ଏକଥା ମଧ୍ୟ ତୁମେମାନେ ଜାଣିଛ । ତୁମେମାନେ କହୁଛ ଯେ, ବାବା ଆମେ ୫ ହଜାର ବର୍ଷ ପରେ ପୁଣି ଥରେ
ରାଜ୍ୟ ନେବା ପାଇଁ ଆସିଛୁ । ଆମେ ଆତ୍ମା ବାବାଙ୍କର ସନ୍ତାନ ଅଟୁ । ଏହାର ଏକ ଉଦାହରଣ ଦେଉଛନ୍ତି
ଯେ, ଜଣେ ଲୋକ କହିବାକୁ ଲାଗିଲା ମୁଁ ମଇଁଷି... ତାହା ତା’ର ବୁଦ୍ଧିରେ ନିଶ୍ଚୟ ହୋଇଗଲା । ସିଏ
କହିବାକୁ ଲାଗିଲା ଯେ, ମୁଁ ଝରକା ପଟେ କିପରି ବାହାରିବି....ବାସ୍ତବରେ ଏସବୁ ତୁମମାନଙ୍କର ହିଁ
କାହାଣୀ ଅଟେ । ତୁମେମାନେ ନିଶ୍ଚୟ କରୁଛ ଯେ, ମୁଁ ବାବାଙ୍କର ସନ୍ତାନ, ଏପରି ନୁହେଁ ଯେ, ମୁଁ
ଚତୁର୍ଭୁଜ ଅଟେ, ଏପରି କହିଲେ ତୁମେମାନେ ଚତୁର୍ଭୁଜ ହୋଇଯିବ । ସେହିଭଳି କରେଇଲାବାଲା ନିଶ୍ଚିତ
ଦରକାର । ଏହା ହେଉଛି ନରରୁ ନାରାୟଣ ହେବାର ଜ୍ଞାନ, ଯେଉଁମାନେ ନିଜେ ଭଲ ଭାବରେ ଧାରଣ କରିବେ ଏବଂ
ଅନ୍ୟମାନଙ୍କୁ କରାଇବେ ସିଏ ହିଁ ଉଚ୍ଚ ପଦ ପାଇବେ । ବିଦ୍ୟାର୍ଥୀ ମାନେ ଏପରି କେବେ କହିପାରିବେ
ନାହିଁ ଯେ, ପାଠ ପଢିବା ପାଇଁ ଆମକୁ ଫୁରସତ୍ ନାହିଁ । ତେବେ ତ ଯାଇ ଘରେ ବସ । ପାଠପଢା ବିନା
ବର୍ସା ମିଳିପାରିବ ନାହିଁ । କିନ୍ତୁ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀମାନେ କହୁଛନ୍ତି - ଆମକୁ
ଫୁରସତ୍ ନାହିଁ । ଯଦି ବାବାଙ୍କର ହୋଇ ପୁଣି ଛାଡପତ୍ର ଦେଉଛ ତେବେ ବାବା କହିବେ, ତୁମେ ମହାନ
ମୁର୍ଖ ଅଟ । ଗୋଟିଏ ଘଡି ଅଧା ଘଡି ତୁମକୁ ଫୁସରତ ନାହିଁ । ଆଚ୍ଛା ସକାଳେ ବସି ବାବାଙ୍କୁ ମନେ
ପକାଅ । ବାବା ତୁମ ମୁଣ୍ଡ ଉପରେ କୌଣସି ବୋଝ ଲଦି ଦେଉନାହାଁନ୍ତି । କେବଳ ସକାଳୁ ଉଠି ବାବାଙ୍କୁ
ମନେ ପକାଅ ଏବଂ ସ୍ୱଦର୍ଶନ ଚକ୍ର ଘୂରାଅ । ଅନ୍ୟମାନଙ୍କର ନହେଲେ ନାହିଁ ନିଜର ତ କଲ୍ୟାଣ କର ।
ଦୟାଶୀଳ ହୋଇ ଯେତେ ଅନ୍ୟମାନଙ୍କର କଲ୍ୟାଣ କରିବ ସେତେ ଉଚ୍ଚପଦ ପାଇବ । ଏହା ବହୁତ ଜବରଦସ୍ତ
ରୋଜଗାର ଅଟେ । ଯାହାଙ୍କ ପାଖରେ ବହୁତ ଧନ ଅଛି ସିଏ କହୁଛନ୍ତି ଫୁରସତ ନାହିଁ । ସାହୁକାରମାନଙ୍କୁ
ସେଠାରେ ଗରୀବ ହେବାକୁ ପଡିବ ଏବଂ ଗରୀବମାନଙ୍କୁ ସାହୁକାର ହେବାକୁ ପଡିବ । ଏବେ ନିରନ୍ତର ଯୋଗର
ଯାତ୍ରାରେ ରହିବାକୁ ହେବ । ମଧୁବନରେ ବହୁତ ଶାନ୍ତି ରହିଛି ତେଣୁ ଏଠାରେ ବହୁତ ରୋଜଗାର କରିପାରିବ
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସତ୍ୟ
ଦୁନିଆକୁ ଯିବା ପାଇଁ ସଚ୍ଚା ରୋଜଗାର କରିବାକୁ ହେବ । ଆତ୍ମ-ଅଭିମାନୀ ହୋଇ ରହିବାକୁ ହେବ । ଏହି
ସଢି ଯାଇଥିବା ଜୋତାର ଅର୍ଥାତ୍ ଶରୀରର ଅଭିମାନକୁ ଛାଡି ଦେବାକୁ ହେବ ।
(୨) ଦୟାଶୀଳ ହୋଇ ନିଜର
ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ସକାଳୁ-ସକାଳୁ ଉଠି ବାବାଙ୍କୁ ସ୍ମରଣ କରି,
ସ୍ୱଦର୍ଶନ ଚକ୍ର ଘୂରାଇବାକୁ ହେବ ।
ବରଦାନ:-
ଶୁଭଭାବନା
ଦ୍ୱାରା ବ୍ୟର୍ଥକୁ ସମର୍ଥରେ ପରିବର୍ତ୍ତନ କରୁଥିବା ହୋଲିହଂସ ହୁଅ ।
ହୋଲୀହଂସ ଅର୍ଥାତ୍
ପବିତ୍ର ହଂସ ତା’କୁ କୁହାଯିବ ଯିଏ ନକାରାତ୍ମକକୁ ତ୍ୟାଗ କରି ସକାରାତ୍ମକକୁ ଧାରଣ କରୁଥିବ ।
ଦେଖୁଥିଲେ ମଧ୍ୟ, ଶୁଣୁଥିଲେ ମଧ୍ୟ ଦେଖୁନଥିବ କି ଶୁଣୁ ନଥିବ । ନକାରାତ୍ମକ ଅର୍ଥାତ୍ ବ୍ୟର୍ଥ
କଥାବାର୍ତ୍ତା, ବ୍ୟର୍ଥ କର୍ମ ନା ଶୁଣୁଥିବ ନା କରୁଥିବ, ନା କହୁଥିବ ବରଂ ବ୍ୟର୍ଥକୁ ସମର୍ଥରେ
ପରିବର୍ତ୍ତନ କରିଦେଉଥିବ । ସେଥିପାଇଁ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା ରଖିବା ଆବଶ୍ୟକ
କାହିଁକି ନା ଶୁଭଭାବନା ଦ୍ୱାରା ଓଲଟା କଥା ସିଧା ହୋଇଯିବ, ସେଥିପାଇଁ ଯିଏ ଯେପରି ବି ହୋଇଥାଉ
କିନ୍ତୁ ତୁମେ ତା’କୁ ଶୁଭଭାବନା ଦିଅ । ଶୁଭଭାବନା ପଥରକୁ ମଧ୍ୟ ପାଣି କରିଦେବ । ବ୍ୟର୍ଥ ସମର୍ଥରେ
ପରିବର୍ତ୍ତନ ହୋଇଯିବ ।
ସ୍ଲୋଗାନ:-
ଯଦି
ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିବାକୁ ଚାହୁଁଛ ତେବେ ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରୁହ ।