11.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଡ୍ରାମାର ଖେଳ ଆକ୍ୟୁରେଟ୍ ଅର୍ଥାତ୍ ସଠିକ୍ ଭାବରେ ଚାଲୁଛି, ଯାହାର ଯେଉଁ ଅଭିନୟ ଯେଉଁ ସମୟରେ କରିବା ଦରକାର, ତାହା ହିଁ ପୁନରାବୃତ୍ତି ହେଉଛି, ଏହି କଥାକୁ ଯଥାର୍ଥ ଭାବରେ ବୁଝିବାକୁ ହେବ ।

ପ୍ରଶ୍ନ:-
ତୁମମାନଙ୍କର ପ୍ରଭାବ କେବେ ଜଣାପଡିବ ? ଏବେ ପର୍ଯ୍ୟନ୍ତ କେଉଁ ଶକ୍ତିର ଅଭାବ ଅଛି ?

ଉତ୍ତର:-
ଯେତେବେଳେ ତୁମେମାନେ ଯୋଗରେ ମଜବୁତ ହୋଇଯିବ ସେତେବେଳେ ହିଁ ତୁମର ପ୍ରଭାବ ବିସ୍ତାର ହେବ । ବର୍ତ୍ତମାନ ସେହିଭଳି ଶକ୍ତି ଆସି ନାହିଁ ଏବଂ ଯୋଗ ଦ୍ୱାରା ହିଁ ସେହି ଶକ୍ତି ମିଳିବ । ଜ୍ଞାନ ତରବାରୀରେ ଯୋଗବଳର ଧାର ଥିବା ଦରକାର, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କମ୍ ଅଛି । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇଲେ ବେଡା ପାର ହୋଇଯିବ । ଏହା ଗୋଟିଏ ସେକେଣ୍ଡର ହିଁ କଥା ।

ଓମ୍ ଶାନ୍ତି ।
ରୁହାନୀ ସନ୍ତାନମାନଙ୍କୁ ରୁହାନୀ ବାବା ବସି ବୁଝାଉଛନ୍ତି । ରୁହାନୀ ବାବା ମାତ୍ର ଜଣଙ୍କୁ ହିଁ କୁହାଯାଉଛି । ବାକି ସମସ୍ତେ ହେଉଛନ୍ତି ଆତ୍ମା । ତାଙ୍କୁ ପରମଆତ୍ମା ବୋଲି କୁହାଯାଉଛି । ବାବା କହୁଛନ୍ତି ମୁଁ ମଧ୍ୟ ଆତ୍ମା ଅଟେ । କିନ୍ତୁ ମୁଁ ପରମ ସୁପ୍ରିମ ସତ୍ୟ ଅଟେ । ମୁଁ ହିଁ ପତିତ-ପାବନ, ଜ୍ଞାନର ସାଗର ଅଟେ । ବାବା କହୁଛନ୍ତି ମୁଁ ଭାରତକୁ ହିଁ ଆସୁଛି, ପିଲାମାନଙ୍କୁ ବିଶ୍ୱର ମାଲିକ କରାଇବା ପାଇଁ । ତୁମେ ହିଁ ମାଲିକ ଥିଲ ନା । ଏବେ ଏହି ସ୍ମୃତି ଆସୁଛି । ପିଲାମାନଙ୍କୁ ସ୍ମୃତି ଦେଉଛନ୍ତି ତୁମେ ପ୍ରଥମେ-ପ୍ରଥମେ ସତ୍ୟଯୁଗକୁ ଆସୁଛ ପୁଣି ଅଭିନୟ କରି, ୮୪ ଜନ୍ମ ଭୋଗ କରି ଏବେ ପଛକୁ ଆସିଯାଇଛ । ବର୍ତ୍ତମାନ ତୁମେ ନିଜକୁ ଆତ୍ମା ବୋଲି ମନେ କର । ଆତ୍ମା ଅବିନାଶୀ, ଶରୀର ବିନାଶୀ । ଜୀବାତ୍ମା ହିଁ ଜିବାତ୍ମା ସହ କଥା ହେଉଛି । ଆତ୍ମ-ଅଭିମାନୀ ହୋଇ ରହୁନାହାଁନ୍ତି ତେବେ ନିଶ୍ଚୟ ଦେହ-ଅଭିମାନ ରହିଛି । ମୁଁ ଆତ୍ମା, ଏକଥା ଭୁଲିଗଲେଣି । କହୁଛନ୍ତି ମଧ୍ୟ ପାପ ଆତ୍ମା, ପୁଣ୍ୟ ଆତ୍ମା, ମହାନ୍ ଆତ୍ମା । ସେମାନେ ପୁଣି ପରମାତ୍ମା ତ ହୋଇ ପାରିବେ ନାହିଁ । କେହି ବି ନିଜକୁ ଶିବ କହିପାରିବେ ନାହିଁ । ଶରୀରର ନାମ ଶିବ ବୋଲି ତ ବହୁତଙ୍କର ରହିଛି । ଆତ୍ମା ଶରୀରରେ ପ୍ରବେଶ କଲେ ନାମ ରହିଥାଏ କାହିଁକି ନା ଶରୀର ଦ୍ୱାରା ହିଁ ଅଭିନୟ କରିବାକୁ ହୋଇଥାଏ । ତେବେ ମନୁଷ୍ୟ ପୁଣି ଦେହର ଅଭିମାନରେ ଆସିଯାଉଛନ୍ତି, କହୁଛନ୍ତି ମୁଁ ଅମୁକ ଅଟେ । ବର୍ତ୍ତମାନ ବୁଝୁଛନ୍ତି ହଁ ମୁଁ ଆତ୍ମା । ମୁଁ ୮୪ ଜନ୍ମର ଅଭିନୟ କରିଛି । ଏବେ ମୁଁ ଆତ୍ମାକୁ ଜାଣିଗଲିଣି । ମୁଁ ଆତ୍ମା ସତ୍ତ୍ୱପ୍ରଧାନ ଥିଲି, ପୁଣି ଏବେ ତମୋପ୍ରଧାନ ହୋଇଯାଇଛି । ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ସବୁ ଆତ୍ମାମାନଙ୍କର ପାପର ଭାର ବଢିଯାଉଛି । ସୁନାରେ ଯେପରି ଖାଦ ମିଶିଥାଏ ନା । ତୁମେ ପ୍ରଥମେ ଖାଣ୍ଟି ସୁନା ଥିଲ ପୁଣି ଚାନ୍ଦି, ତମ୍ବା, ଲୁହା ପଡି ତୁମେ ବିଲ୍କୁଲ୍ କଳା ହୋଇଯାଇଛ । ଏହି କଥା ଆଉ କେହି ବୁଝାଇପାରିବେ ନାହିଁ । ଆତ୍ମା ନିର୍ଲେପ ବୋଲି ସମସ୍ତେ କହିଦେଉଛନ୍ତି । ଖାଦ କିପରି ପଡୁଛି, ଏକଥା ମଧ୍ୟ ପିଲମାନଙ୍କୁ ବାବା ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ଭାରତରେ ହିଁ ଆସିଥାଏ । ଯେତେବେଳେ ସମସ୍ତେ ବିଲ୍କୁଲ୍ ତମୋପ୍ରଧାନ ହୋଇଯାଇଛନ୍ତି ସେତେବେଳେ ମୁଁ ଆସୁଛି । ନିର୍ଦ୍ଧିଷ୍ଟ ସମୟରେ ଆସୁଛି । ଯେପରି ଡ୍ରାମାରେ ଖେଳ ସଠିକ୍ ଭାବରେ ଚାଲୁଛି ନା । ଯେଉଁ ପାର୍ଟ ଯେତେବେଳେ ହେବାର ଥିବ ସେହି ସମୟରେ ପୁଣି ପୁନରାବୃତ୍ତି ହେବ, ଏଥିରେ ଟିକିଏ ହେଲେ ଫରକ ପଡିପାରିବ ନାହିଁ । ତାହା ହଦର ଡ୍ରାମା, ଏହା ବେହଦର ଡ୍ରାମା । ବୁଝିବା ନିମନ୍ତେ ଏହା ବହୁତ ସୂକ୍ଷ୍ମ କଥା ଅଟେ । ବାବା କହୁଛନ୍ତି ତୁମେ ଡ୍ରାମା ଅନୁସାରେ ସବୁ ଅଭିନୟ କରୁଛୁ । କୌଣସି ମନୁଷ୍ୟ ମାତ୍ର ନା ରଚୟିତା, ନା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଋଷି-ମୁନି ମଧ୍ୟ ଭଗବାନଙ୍କୁ ଜାଣି ନାହିୁଁ, ଜାଣି ନାହୁଁ କହି ଚାଲିଗଲେ । ଏବେ ତୁମକୁ କେହି ଯଦି ପଚାରିବେ ତୁମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ ? ତେବେ ତୁମେ ତୁରନ୍ତ ହଁ କହିବ, ତାହା କେବଳ ତୁମେ ଏବେ ହିଁ ଜାଣିପାରିବ ପୁଣି କେବେ ନୁହେଁ । ବାବା ବୁଝାଉଛନ୍ତି ତୁମେ ହିଁ ରଚୟିତା ଏବଂ ରଚନାର ଆଦି-ମଧ୍ୟ- ଅନ୍ତକୁ ଜାଣିଛ । ଆଚ୍ଛା, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିବା ସମୟରେ ସେ ଏକଥା ଜାଣିଥିବ ? ନା, ଏହାଙ୍କ ପାଖରେ କୌଣସି ଜ୍ଞାନ ନାହିଁ । ଏହା ତ ଆଶ୍ଚର୍ଯ୍ୟ ଅଟେ । ତୁମେ କହୁଛ ଆମ ପାଖରେ ଜ୍ଞାନ ଅଛି, ଏକଥା ମଧ୍ୟ ତୁମେ ବୁଝୁଛ । ବାବାଙ୍କର ଅଭିନୟ ଥରେ ମାତ୍ର ରହିଛି । ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଲକ୍ଷ୍ମୀ-ନାରାୟଣ ହେବା । ଏହିପରି ହୋଇଗଲା ପରେ ପୁଣି ପାଠପଢାର ଆବଶ୍ୟକତା ରହିବ ନାହିଁ । ବାରିଷ୍ଟର ହୋଇଗଲ ଅର୍ଥାତ୍ ହୋଇଗଲ । ପଢାଉଥିବା ବାବାଙ୍କୁ ତ ମନେ ପକାଇବା ଦରକାର ନା । ତୁମ ପାଇଁ ସବୁ ସହଜ କରିଦେଇଛନ୍ତି । ବାବା ବାରମ୍ବାର ତୁମକୁ କହୁଛନ୍ତି ନିଜକୁ ଆତ୍ମା ମନେ କର । ମୁଁ ହେଉଛି ବାବାଙ୍କର । ପୂର୍ବରୁ ତୁମେ ନାସ୍ତିକ ଥିଲ, ଏବେ ଆସ୍ତିକ ହୋଇଛ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଆସ୍ତିକ ହୋଇ ଏହି ସମ୍ପତ୍ତି ନେଇଛନ୍ତି, ଯାହାକୁ ଏବେ ତୁମେ ନେଉଛ । ଏବେ ତୁମେ ଆସ୍ତିକ ହେଉଛ । ଆସ୍ତିକ-ନାସ୍ତିକ ଅକ୍ଷର ବର୍ତ୍ତମାନ ସମୟର ଅଟେ । ସତ୍ୟଯୁଗରେ ଏହି ଅକ୍ଷର ହିଁ ରହିବ ନାହିଁ । ପଚାରିବାର କୌଣସି କଥା ରହିବ ନାହିଁ । ଏଠାରେ ପ୍ରଶ୍ନ ଉଠୁଥିବାରୁ ପଚାରୁଛନ୍ତି ରଚୟିତା ଏବଂ ରଚନାକୁ ଜାଣିଛ ? ତେଣୁ ନାହିଁ କହିଦେଉଛନ୍ତି । ବାବା ହିଁ ଆସି ନିଜର ପରିଚୟ ଦେଇ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ବାବା ହେଉଛନ୍ତି ବେହଦ ମାଲିକର ରଚୟିତା । ପିଲାମାନଙ୍କୁ ବୁଝାଯାଉଛି ଯେ ଅନ୍ୟ ଧର୍ମ ସ୍ଥାପକ ମଧ୍ୟ ଏଠାକୁ ନିଶ୍ଚୟ ଆସୁଛନ୍ତି । ତୁମକୁ ସାକ୍ଷାତ୍କାର କରାଇଥିଲି ଇବ୍ରାହିମ୍, ଖ୍ରୀଷ୍ଟ ଆଦି କିପରି ଆସୁଛନ୍ତି । ଶେଷ ସମୟରେ ଯେତେବେଳେ ବାବାଙ୍କର ପ୍ରତ୍ୟକ୍ଷ ହେବ ସେତେବେଳେ ସେମାନେ ଆସିବେ । ବାବା କହୁଛନ୍ତି ପିଲାମାନେ, ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ମୋତେ ମନେ ପକାଅ । ଏବେ ତୁମେ ସମ୍ମୁଖରେ ବସିଛ । ନିଜକୁ ଦେହ ନୁହେଁ, ଆତ୍ମା ବୋଲି ଭାବ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇଲେ ବେଡା ପାରି ହୋଇଯିବ । ଏହା ଗୋଟିଏ ସେକେଣ୍ଡର କଥା । ମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ଅଧାକଳ୍ପ ଭକ୍ତି କରୁଛନ୍ତି । କିନ୍ତୁ କୌଣସି ଆତ୍ମା ଫେରି ଯାଇପାରିବେ ନାହିଁ ।

୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ବୁଝାଇଥିଲେ ଏବେ ମଧ୍ୟ ବୁଝାଉଛନ୍ତି । ଶ୍ରୀକୃଷ୍ଣ ଏହି କଥା ବୁଝାଇପାରିବେ ନାହିଁ । ତାଙ୍କୁ ପିତା ବୋଲି ମଧ୍ୟ କୁହାଯିବ ନାହିଁ । ପିତା ହେଉଛନ୍ତି ଲୌକିକ, ଅଲୌକିକ ଏବଂ ପାରଲୌକିକ । ହଦର ବାପ ଲୌକିକ ଅଟନ୍ତି, ଆତ୍ମାମାନଙ୍କର ବେହଦର ପିତା ହେଉଛନ୍ତି ପାରଲୌକିକ ଏବଂ ଇଏ ହେଉଛନ୍ତି ସଂଗମଯୁଗୀ ଆଶ୍ଚର୍ଯ୍ୟଜନକ ପିତା, ଏହାଙ୍କୁ ଅଲୌକିକ କୁହାଯାଉଛି । ପ୍ରଜାପିତା ବ୍ରହ୍ମାଙ୍କୁ କେହି ମନେ ପକାଉ ନାହାଁନ୍ତି । ସେ ଆମର ଆଦିପିତା ଅଟନ୍ତି । ଏକଥା କାହାରି ବୁଦ୍ଧିରେ ଆସୁ ନାହିଁ । କହୁଛନ୍ତି ମଧ୍ୟ ଆଦି ଦେବ, ଏଡମ... କିନ୍ତୁ ନାଁକୁ ମାତ୍ର । ମନ୍ଦିରରେ ମଧ୍ୟ ଆଦି ଦେବଙ୍କର ଚିତ୍ର ରହିଛି ନା । ତୁମେ ସେଠାକୁ ଗଲେ ନିଜର ସ୍ମୃତିଚିହ୍ନ ରହିଛି ବୋଲି ବୁଝିବ । ବାବାଙ୍କ ସହିତ ଆମେ ମଧ୍ୟ ବସିଛୁ । ଏଠାରେ ବାବା ଚୈତନ୍ୟରେ ବସିଛନ୍ତି । ସେଠାରେ ଜଡ ଚିତ୍ର ରଖିଛନ୍ତି । ଉପରେ ସ୍ୱର୍ଗର ଚିତ୍ର ସଠିକ୍ ରୂପେ ଅଛି, ଯିଏ ମନ୍ଦିର ଦେଖିଛନ୍ତି ସେମାନେ ଜାଣିଛନ୍ତି ଯେ ବାବା ଆମକୁ ଏବେ ଚୈତନ୍ୟରେ ରାଜଯୋଗ ଶିଖାଉଛନ୍ତି । ପୁଣି ପରେ ମନ୍ଦିର ତିଆରି କରୁଛନ୍ତି । ଏକଥା ସ୍ମୃତିରେ ଆସିବା ଉଚିତ୍ ଯେ ଏସବୁ ଆମର ସ୍ମୃତିଚିହ୍ନ ଅଟେ । ବର୍ତ୍ତମାନ ଆମେ ଲକ୍ଷ୍ମୀ-ନାରାୟଣ ହେଉଛୁ, ପୂର୍ବରୁ ମଧ୍ୟ ଥିଲୁ, ପୁଣି ସିଡି ଓହ୍ଲାଇ ଆସିଛୁ, ଏବେ ପୁଣି ଆମେ ଘରକୁ ଯାଇ ରାମରାଜ୍ୟକୁ ଯିବୁ । ତାପରେ ରାବଣ ରାଜ୍ୟ ଆସୁଛି ପୁଣି ଆମେ ବାମମାର୍ଗକୁ ଚାଲିଯାଉଛୁ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି ବର୍ତ୍ତମାନ ସମସ୍ତ ମନୁଷ୍ୟ ପତିତ ଅଟନ୍ତି ସେଥିପାଇଁ ଡାକୁଛନ୍ତି ହେ ପତିତ-ପାବନ ଆସି ଆମକୁ ପବିତ୍ର କରାଅ । ଦୁଃଖ ହରଣ କରି ସୁଖର ରାସ୍ତା ବତାଅ । କହୁଛନ୍ତି ଭଗବାନ ନିଶ୍ଚୟ କୌଣସି ବେଶରେ ଆସିବେ । ତେବେ ସିଏ କୁକୁର-ବିଲେଇ, ମାଟି-ଗୋଡି ଭିତରେ ତ ଆସିବେ ନାହିଁ । ଗାୟନ ରହିଛି ଭାଗ୍ୟଶାଳୀ ରଥ ଉପରେ ଆସୁଛନ୍ତି । ବାବା ନିଜେ କହୁଛନ୍ତି ମୁଁ ଏହି ସାଧାରଣ ରଥରେ ପ୍ରବେଶ କରୁଛି । ଇଏ ନିଜର ଜନ୍ମକୁ ଜାଣି ନାହାଁନ୍ତି, ତୁମେ ଏବେ ଜାଣୁଛ । ଏହାଙ୍କର ବହୁତ ଜନ୍ମର ଅନ୍ତରେ ଯେତେବେଳେ ବାନପ୍ରସ୍ଥ ଅବସ୍ଥା ହେଉଛି ସେତେବେଳେ ଯାଇ ମୁଁ ପ୍ରବେଶ କରୁଛି । ଭକ୍ତିମାର୍ଗରେ ପାଣ୍ଡବଙ୍କର ବହୁତ ବଡ-ବଡ ଚିତ୍ର ତିଆରି କରିଛନ୍ତି,ରେଙ୍ଗୁନ୍ରେ ବୁଦ୍ଧଙ୍କର ମଧ୍ୟ ବହୁତ ବଡ ଚିତ୍ର ରହିଛି । କୌଣସି ମନୁଷ୍ୟ ଏତେ ବଡ ହୋଇନଥାନ୍ତି । ପିଲାମାନଙ୍କୁ ଏବେ ହସ ଲାଗୁଥିବ, ରାବଣର ଚିତ୍ର କିପରି ତିଆରି କରିଛନ୍ତି । ଦିନକୁ ଦିନ ବଡ କରି ଚାଲିଛନ୍ତି । ସେ କିଏ, ଯାହାକୁ ପ୍ରତ୍ୟେକ ବର୍ଷ ଜଳାଉଛନ୍ତି । ନିଶ୍ଚିତ ଏପରି କେହି ଶତ୍ରୁ ଥିବେ! ଶତ୍ରୁର ଚିତ୍ର ତିଆରି କରି ଜଳାଉଛନ୍ତି । ଆଚ୍ଛା, ରାବଣ କିଏ, କେବେ ଶତ୍ରୁ ହେଲା ଯାହାକୁ ପ୍ରତ୍ୟେକ ବର୍ଷ ଜଳାଇ ଆସୁଛ ? ଏହି ଶତ୍ରୁ ବିଷୟରେ କାହାକୁ ହେଲେ ଜଣା ନାହିଁ । ଏହାର ଅର୍ଥ ବିଲ୍କୁଲ୍ କେହି ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି ତାହା ରାବଣ ସମ୍ପ୍ରଦାୟ, ତୁମେ ହେଉଛ ରାମ ସମ୍ପ୍ରଦାୟ । ଏବେ ବାବା କହୁଛନ୍ତି ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ଫୁଲ ସମାନ ହୁଅ ଏବଂ ମୋତେ ମନେ ପକାଅ । କହୁଛନ୍ତି ବାବା ହଂସ-ବଗ ଏକତ୍ର କିପରି ରହିପାରିବେ, ଖିଟ୍ପିଟ୍ ହେଉଛି । ତାହା ତ ନିଶ୍ଚୟ ହେବ, ସହନ କରିବାକୁ ହିଁ ପଡିବ । ଏଥିରେ ବହୁତ ଉପାୟ ମଧ୍ୟ ରହିଛି । ବାବା ଚତୁର ଚିତ୍ତବିନୋଦକ ଅଟନ୍ତି । ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ନା ହେ ଭଗବାନ ଦୁଃଖ ହରଣ କର, ଦୟା କର, ମୁକ୍ତ କର । ସେହି ମୁକ୍ତିଦାତା ବାବା ସମସ୍ତଙ୍କର ଜଣେ ହିଁ ଅଟନ୍ତି । ତୁମ ପାଖକୁ କେହି ଆସିଲେ ତାଙ୍କୁ ଅଲଗା ଅଲଗା ଭାବରେ ବୁଝାଅ, କରାଚୀରେ ଜଣ-ଜଣଙ୍କୁ ଅଲଗା-ଅଲଗା ବସି ବୁଝାଉଥିଲେ ।

ତୁମେ ଯେତେବେଳେ ଯୋଗରେ ମଜବୁତ୍ ହୋଇଯିବ ସେତେବେଳେ ତୁମର ପ୍ରଭାବ ବାହାରିବ । ଏବେ ସେହି ଶକ୍ତି ନାହିଁ । ଯୋଗ ଦ୍ୱାରା ଶକ୍ତି ମିଳିଥାଏ । ପାଠପଢା ଦ୍ୱାରା ଶକ୍ତି ମିଳେ ନାହିଁ । ଜ୍ଞାନ ତରବାରୀରେ ଯୋଗର ବଳ ଭରିବାକୁ ହେବ । ବର୍ତ୍ତମାନ ସେହି ଶକ୍ତି କମ୍ ଅଛି । ବାବା ପ୍ରତ୍ୟହ କହୁଛନ୍ତି ପିଲାମାନେ, ଯୋଗର ଯାତ୍ରାରେ ରହିଲେ ତୁମକୁ ଶକ୍ତି ମିଳିବ । ପାଠପଢାରେ ଏତେ ଶକ୍ତି ନାହିଁ । ଯୋଗ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ । ତୁମେ ସବୁ କିଛି ନିଜ ପାଇଁ ହିଁ କରୁଛ । ବହୁତ ଆସିଥିଲେ ପୁଣି ଚାଲିଗଲେ । ମାୟା ମଧ୍ୟ ବଳବାନ୍ ଅଟେ । ଅନେକ ଆସୁ ନାହାଁନ୍ତି, କହୁଛନ୍ତି ଜ୍ଞାନ ବହୁତ ଭଲ, ଖୁସୀ ମଧ୍ୟ ହେଉଛନ୍ତି । ବାହାରକୁ ଗଲେ ଜ୍ଞାନ ଖଲାସ । ମାୟା ଟିକିଏ ସମୟ ମଧ୍ୟ ଜ୍ଞାନ ଚିନ୍ତନରେ ରହିବାକୁ ଦେଉ ନାହିଁ । କେତେ ଜଣ ବହୁତ ଖୁସୀ ହେଉଛନ୍ତି । ଓହୋ! ଏବେ ବାବା ଆସିଛନ୍ତି, ଆମେ ନିଜର ସୁଖଧାମକୁ ଯିବୁ । ବାବା କହୁଛନ୍ତି ଏବେ ସଂପୂର୍ଣ୍ଣ ରାଜଧାନୀ ସ୍ଥାପନ ହୋଇ ନାହିଁ । ତୁମେ ବର୍ତ୍ତମାନ ଈଶ୍ୱରୀୟ ସନ୍ତାନ ଅଛ ପୁଣି ଦେବତା ହେବ । ଡିଗ୍ରୀ କମ୍ ହୋଇଗଲା ନା । ମିଟରର ପଏଣ୍ଟ ରହିଥାଏ, ଏତେ ପଏଣ୍ଟ କମ୍ । ତୁମେ ଏବେ ଏକଦମ୍ ଉଚ୍ଚ ହେଉଛ ପୁଣି କମ୍ ହୋଇ-ହୋଇ ତଳକୁ ଖସିଆସିଛ । ସିଡି ତଳକୁ ଓହ୍ଲାଇବାକୁ ହିଁ ପଡିବ । ଏବେ ତୁମ ବୁଦ୍ଧିରେ ସିଡିର ଜ୍ଞାନ ରହିଛି । ଆରୋହଣ କଳାରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ । ପୁଣି ଧିରେ ଧିରେ ଅବତରଣ କଳା ହେଉଛି । ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହି ଚକ୍ରକୁ ଭଲ ଭାବରେ ବୁଝିବାକୁ ହେବ । ବର୍ତ୍ତମାନ ତୁମର ଆରୋହଣ କଳା ହେଉଛି କାହିଁକି ନା ସାଥିରେ ବାବା ଅଛନ୍ତି । ଈଶ୍ୱର ଯାହାଙ୍କୁ ମନୁଷ୍ୟ ସର୍ବବ୍ୟାପୀ କହିଦେଉଛନ୍ତି, ସେହି ବାବା ମିଠା ମିଠା ସନ୍ତାନ ବୋଲି କହୁଛନ୍ତି ଏବଂ ପିଲାମାନେ ପୁଣି ବାବା-ବାବା ବୋଲି କହୁଛନ୍ତି । ବାବା ଆମକୁ ପଢାଇବାକୁ ଆସୁଛନ୍ତି, ଆତ୍ମା ତାଙ୍କ ନିକଟରେ ପଢୁଛି । ଆତ୍ମା ହିଁ କର୍ମ କରୁଛି । ମୁଁ ଆତ୍ମା ଶାନ୍ତ ସ୍ୱରୂପ । ଏହି ଶରୀର ଦ୍ୱାରା କର୍ମ କରୁଛି । ଦୁଃଖ ହେଲେ ଅଶାନ୍ତ ଶବ୍ଦ କୁହାଯାଏ । ବାକି ଶାନ୍ତି ତ ହେଉଛି ଆମର ସ୍ୱଧର୍ମ । ବହୁତ କହୁଛନ୍ତି ମନକୁ ଶାନ୍ତି ମିଳୁ । ଆରେ ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ, ତାର ଘର ହେଉଛି ଶାନ୍ତିଧାମ । ତୁମେ ନିଜକୁ ଭୁଲିଯାଇଛ । ତୁମେ ତ ଶାନ୍ତିଧାମର ନିବାସୀ ଥିଲ, ସେହିଠାରେ ହିଁ ଶାନ୍ତି ମିଳିବ । ଆଜିକାଲି କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା ହେଉ । ଏକ ଜାତି, ଏକ ଧର୍ମ, ଏକ ଭଗବାନ । ବର୍ତ୍ତମାନ ସରକାର ମଧ୍ୟ ଲେଖୁଛନ୍ତି ଭଗବାନ ଜଣେ, ପୁଣି ସର୍ବବ୍ୟାପୀ କାହିଁକି କହୁଛନ୍ତି ? ଭଗବାନ ଜଣେ ବୋଲି ତ କେହି ମାନୁ ନାହାଁନ୍ତି । ଏବେ ତୁମକୁ ପୁଣି ଥରେ ଲେଖିବାକୁ ହେବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତିଆରି କରୁଛ, ଉପରେ ଲେଖି ଦିଅ ସତ୍ୟଯୁଗରେ ଯେତେବେଳେ ଏହାଙ୍କର ରାଜ୍ୟ ଥିଲା ସେତେବେଳେ ଏକ ଭଗବାନ, ଏକ ଦୈବୀ ଧର୍ମ ଥିଲା । କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁନାହାଁନ୍ତି, ଧ୍ୟାନ ଦେଉ ନାହାଁନ୍ତି । ଯେଉଁମାନେ ବ୍ରାହ୍ମଣ କୁଳର ହୋଇଥିବେ ସେହିମାନଙ୍କର ହିଁ ଧ୍ୟାନ ଯିବ । ଆଉ କେହି ବୁଝିବେ ନାହିଁ ସେଥିପାଇଁ ବାବା କହୁଛନ୍ତି ଅଲଗା ଅଲଗା ବସାଇ ବୁଝାଅ । ଫର୍ମ ପୂରଣ କରାଅ ତେବେ ଜଣା ପଡିବ କାହିଁକି ନା କେହି କାହାକୁ ମାନୁଥିବେ, ପୁଣି ଆଉ କିଏ କାହାକୁ । ସମସ୍ତଙ୍କୁ ଏକତ୍ର କିପରି ବୁଝାଇବ । ସେମାନେ ନିଜ-ନିଜ କଥା ଶୁଣାଇବାରେ ଲାଗିପଡିବେ । ପ୍ରଥମେ ପ୍ରଥମେ ତ ପଚାରିବା ଦରକାର କେଉଁଠାକୁ ଆସିଛ ? ବି.କେ.ଙ୍କର ନାମ ଶୁଣିଛ ? ପ୍ରଜାପିତା ବ୍ରହ୍ମା ତୁମର କଣ ହେବେ ? କେବେ ତାଙ୍କର ନାମ ଶୁଣିଛ ? ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନୁହେଁ, ଆମେ ତ ବାସ୍ତବରେ ସନ୍ତାନ ଅଟୁ । ତୁମେ ମଧ୍ୟ ଅଟ କିନ୍ତୁ ବୁଝି ନାହଁ । ଏସବୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମନ୍ଦିରଗୁଡିକୁ ଦେଖି ସର୍ବଦା ଏହି ସ୍ମୃତି ଆସୁ ଯେ ଏସବୁ ଆମମାନଙ୍କର ହିଁ ସ୍ମୃତିଚିହ୍ନ ଅଟେ । ଏବେ ଆମେ ଏହିଭଳି ଲକ୍ଷ୍ମୀ-ନାରାୟଣ ହେଉଛୁ ।

(୨) ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାକୁ ହେବ । ଯଦି ହଂସ ଏବଂ ବଗ ଏକାଠି ରହୁଛ ତେବେ ବହୁତ କୌଶଳର ସହିତ ଚାଲିବାକୁ ହେବ । ସହନ ମଧ୍ୟ କରିବାକୁ ପଡିବ ।

ବରଦାନ:-
ମାୟାର ବନ୍ଧନଠାରୁ ସର୍ବଦା ନିର୍ବନ୍ଧନ ରହି ଯୋଗଯୁକ୍ତ, ବନ୍ଧନମୁକ୍ତ ହୁଅ ।

ବନ୍ଧନମୁକ୍ତ ଆତ୍ମାର ଚିହ୍ନ ହେଲା ସର୍ଦଦା ଯୋଗଯୁକ୍ତ । ଯୋଗଯୁକ୍ତ ସନ୍ତାନମାନେ ସବୁ ପ୍ରକାରର ଦାୟିତ୍ୱ ବନ୍ଧନଠାରୁ ଏବଂ ମାୟାର ବନ୍ଧନଠାରୁ ମୁକ୍ତ ରହୁଥିବେ । ମନର ମଧ୍ୟ ବନ୍ଧନ ନଥିବ । ଲୌକିକ ଦାୟିତ୍ୱ ଗୁଡିକ ତ ଖେଳ ସଦୃଶ ଅଟେ ସେଥିପାଇଁ ଶ୍ରୀମତ ଅନୁସାରେ ଖେଳର ବିଧିରେ ଖେଳିବା ହସି ହସି ଖେଳ, ତେବେ କେବେ ବି ଛୋଟ ଛୋଟ କଥାରେ କ୍ଳାନ୍ତ ହେବ ନାହିଁ । ଯଦି ବନ୍ଧନ ଭାବୁଛ ତେବେ ବ୍ୟତିବ୍ୟସ୍ତ ହେଉଛ । କଣ, କାହିଁକିର ପ୍ରଶ୍ନ ଉଠିବ । କିନ୍ତୁ ସବୁ ଦାୟିତ୍ୱ ତ ବାବାଙ୍କର, ତୁମେ କେବଳ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟ । ଏହି ସ୍ମୃତି ଦ୍ୱାରା ବନ୍ଧନମୁକ୍ତ ହୋଇଯାଅ ତେବେ ସହଜରେ ଯୋଗଯୁକ୍ତ ରହିପାରିବ ।

ସ୍ଲୋଗାନ:-
କରିକରାଇବାବାଲା ବାବାଙ୍କର ସୃତି ଦ୍ୱାରା ଦେହର ସ୍ମୃତି ଏବଂ ଦେହର ଅଭିମାନକୁ ସମାପ୍ତ କର ।