11.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସତ୍ୟ ପିତା ପରମାତ୍ମା ସତ୍ୟ ଖଣ୍ଡ ଅର୍ଥାତ୍ ସତ୍ୟଯୁଗ ସ୍ଥାପନ କରୁଛନ୍ତି, ତୁମେମାନେ ବାବାଙ୍କ ଠାରୁ ସତ୍ୟ ଜ୍ଞାନ ଶୁଣି ନରରୁ ନାରାୟଣ ହେବା ପାଇଁ ବାବାଙ୍କ ପାଖକୁ ଆସିଛ ।

ପ୍ରଶ୍ନ:-
ତୁମ ପିଲାମାନଙ୍କୁ ନିଜର ଘର ସଂସାର ଭିତରେ ବହୁତ-ବହୁତ ସତର୍କ ହୋଇ ଚଳିବାକୁ ହେବ - କାହିଁକି?

ଉତ୍ତର:-
କାହିଁକି ନା ତୁମର ଗତିମତ ସମସ୍ତଙ୍କଠାରୁ ଅଲଗା । ତୁମର ଏହା ଗୁପ୍ତ ଜ୍ଞାନ ଅଟେ । ସେଥିପାଇଁ ବିଶାଳ ବୁଦ୍ଧି ହୋଇ ସମସ୍ତଙ୍କ ସହିତ ସମ୍ପର୍କ ରକ୍ଷା କରିବାକୁ ହେବ । ମନ ଭିତରେ ଭାବିବାକୁ ହେବ ଯେ ଆମେ ସମସ୍ତେ ଭାଇ-ଭାଇ ଅଥବା ଭାଇ-ଭଉଣୀ ଅଟୁ । ବାକି ଏପରି ନୁହେଁ ଯେ ସ୍ତ୍ରୀ ନିଜର ସ୍ୱାମୀକୁ ଭାଇ ବୋଲି କହିବ । ଏହା ଦ୍ୱାରା ଯେଉଁମାନେ ଶୁଣୁଥିବେ କହିବେ ଏମାନେ ଏପରି କଣ କହୁଛନ୍ତି । ତେଣୁ ବଡ କାଇଦାରେ ଚାଲିବାକୁ ହେବ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ପିଲାମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ଅକ୍ଷର ନ କହି କେବଳ ବାବା କହିଲେ ମଧ୍ୟ ବୁଝି ହେବ ଯେ ଇଏ ରୁହାନୀ ବାବା ଅର୍ଥାତ୍ ଆତ୍ମିକ ପିତା ଅଟନ୍ତି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ସମସ୍ତେ ନିଜକୁ ଭାଇ-ଭାଇ ହିଁ କହୁଛନ୍ତି । ତେଣୁ ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ସମସ୍ତଙ୍କୁ ତ ବୁଝାଉ ନାହାଁନ୍ତି । ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନୁବାଚ । କାହା ପ୍ରତି? ସମସ୍ତେ ତ ଭଗବାନଙ୍କର ସନ୍ତାନ । ଭଗବାନ ପିତା ଅଟନ୍ତି ତେବେ ଭଗବାନଙ୍କର ସନ୍ତାନ ସମସ୍ତେ ଭାଇ-ଭାଇ ଅଟନ୍ତି । ଭଗବାନ ହିଁ ବୁଝାଇଥିବେ । ରାଜଯୋଗ ଶିଖାଇଥିବେ । ଏବେ ତୁମମାନଙ୍କର ବୁଦ୍ଧିର ତାଲା ଖୋଲିଛି, ତୁମ ବ୍ୟତୀତ ଏହିପରି ଚିନ୍ତନ ଆଉ କାହାର ମଧ୍ୟରେ ଆସିବ ନାହିଁ । ଯେଉଁମାନଙ୍କୁ ସନ୍ଦେଶ ମିଳିବ ସେମାନେ ସ୍କୁଲକୁ ଯାଉଥିବେ ଏବଂ ପାଠ ମଧ୍ୟ ପଢିଚାଲିଥିବେ । ଭାବିବେ ଯେ ପ୍ରଦର୍ଶନୀ ତ ଦେଖିଲୁ, ଏବେ ଯାଇ ଅଧିକ ଶୁଣିବୁ । ପ୍ରଥମ ମୁଖ୍ୟ କଥା ହେଉଛି ଜ୍ଞାନର ସାଗର ପତିତ-ପାବନ, ଗୀତା ଜ୍ଞାନ ଦାତା ଶିବ ଭଗବାନୁବାଚ । ସେମାନେ ଜାଣନ୍ତୁ ଯେ ଏହାଙ୍କୁ କିଏ ଶିଖାଉଛନ୍ତି, ବୁଝାଉଛନ୍ତି । ସିଏ ସୁପ୍ରିମ ସୋଲ ଅର୍ଥାତ୍ ପରମାତ୍ମା୍‌, ଜ୍ଞାନ ସାଗର ନିରାକାର ଅଟନ୍ତି । ସିଏ ହିଁ ସତ୍ୟ । ସିଏ ସତ୍ୟ ହିଁ କହିବେ, ପୁଣି ଏଥିରେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ତୁମେ ସତ୍ୟ ବାବାଙ୍କ ଉପରେ ସବୁ ଛାଡି ଦେଇଛ । ତେବେ ପ୍ରଥମେ ଏହି କଥା ଉପରେ ବୁଝାଇବାକୁ ହେବ ଯେ ଆମକୁ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି । ଏହା ରାଜପଦ ଅଟେ, ଯାହାଙ୍କର ନିଶ୍ଚୟ ହୋଇଯିବ ଯେ ଯିଏ ସମସ୍ତଙ୍କର ପିତା ଅଟନ୍ତି, ସେହି ପାରଲୌକିକ ବାବା ବସି ବୁଝାଉଛନ୍ତି, ବାବା ହିଁ ସବୁଠାରୁ ବଡ ଅଥରିଟୀ ଅର୍ଥାତ୍ ଅଧିକାରୀ । ତେଣୁ ଅନ୍ୟ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ସିଏ ହେଉଛନ୍ତି ପତିତ-ପାବନ । ସିଏ ଯେବେ ଏଠାକୁ ଆସୁଛନ୍ତି ତେବେ ନିଶ୍ଚିତ ନିଜ ସମୟରେ ଆସୁଥିବେ । ତୁମେ ଦେଖୁଛ ମଧ୍ୟ ଏହା ସେହି ମହଭାରତ ଲଢେଇ । ବିନାଶ ପରେ ପୁଣି ନିର୍ବିକାରୀ ଦୁନିଆ ହେବ । ଏକଥା ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ଭାରତ ହିଁ ନିର୍ବିକାରୀ ଥିଲା । ତାଙ୍କର ବୁଦ୍ଧି ଖୋଲୁନାହିଁ । ଗଡରେଜ୍‌ର ତାଲା ଲାଗିଯାଇଛି । ତାର ଚାବି କେବଳ ବାବାଙ୍କ ପାଖରେ ହିଁ ଅଛି ସେଥିପାଇଁ ଏକଥା କେହି ଜାଣି ନାହାଁନ୍ତି ଯେ ତୁମକୁ କିଏ ପାଠ ପଢାଉଛନ୍ତି । ଭାବୁଛନ୍ତି ଏହି ବ୍ରହ୍ମାବାବା ପଢାଉଛନ୍ତି, ସେଥିପାଇଁ ଟିପ୍ପଣୀ କରି କିଛି କହିଦେଉଛନ୍ତି । ତେଣୁ ପ୍ରଥମେ ଏକଥା ବୁଝାଅ - ଏଥିରେ ଲେଖାଯାଇଛି ଶିବଭଗବାନୁବାଚ । ସିଏ ହିଁ ସତ୍ୟ । ଶିବବାବା ହେଉଛନ୍ତି ଜ୍ଞାନର ସାଗର । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ଏହି ଶିକ୍ଷା ଏବେ ତୁମକୁ ବେହଦର ବାବାଙ୍କଠାରୁ ମିଳୁଛି । ସିଏ ହିଁ ସୃଷ୍ଟିର ରଚୟିତା, ପତିତ ସୃଷ୍ଟିକୁ ପାବନ କରାଉଛନ୍ତି । ପ୍ରଥମେ ବାବାଙ୍କର ହିଁ ପରିଚୟ ଦେବାକୁ ହେବ । ପରମପିତା ପରମାତ୍ମାଙ୍କ ସହିତ ତୁମର କେଉଁ ସମ୍ବନ୍ଧ ରହିଛି । ସିଏ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଦେଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ବାବା ସତ୍ୟ ଅଟନ୍ତି, ଯିଏକି ସତ୍ୟରାଷ୍ଟ୍ର ତିଆରି କରୁଛନ୍ତି । ତୁମେ ଏଠାକୁ ଆସିଛ ନରରୁ ନାରାୟଣ ହେବା ପାଇଁ । ବାରିଷ୍ଟର ପାଖକୁ ଗଲେ ବୁଝିବେ ଯେ ଆମେ ବାରିଷ୍ଟର ହେବାକୁ ଆସିଛୁ । ଏବେ ତୁମର ନିଶ୍ଚୟ ଆସୁଛି ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି । କେହି ନିଶ୍ଚୟ କଲେ ମଧ୍ୟ ପୁଣି ସଂଶୟ ବୁଦ୍ଧି ହୋଇଯାଉଛନ୍ତି, ତେଣୁ ତାଙ୍କୁ ସମସ୍ତେ କହିଥାନ୍ତି ଯେ ତୁମେ ତ କହୁଥିଲ - ଆମକୁ ଭଗବାନ ପଢାଉଛନ୍ତି । ପୁଣି ଭଗବାନଙ୍କୁ କାହିଁକି ଛାଡି ଆସିଲ? ସଂଶୟ ଆସିବା ଦ୍ୱାରା ହିଁ ପଳାଇଯାଉଛନ୍ତି । କୌଣସି ନା କୌଣସି ବିକର୍ମ କରୁଛନ୍ତି । ଭଗବାନୁବାଚ - କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେମାନେ ଜଗତଜିତ୍ ହେବ । ଯେଉଁମାନେ ପାବନ ହେବେ ସେମାନେ ପାବନ ଦୁନିଆକୁ ଯିବେ । ଏଠାରେ ରାଜଯୋଗର ହିଁ କଥା ରହିଛି, ତୁମେମାନେ ଯାଇ ରାଜତ୍ୱ କରିବ । ବାକି ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ନିଜର ହିସାବ କିତାବ ଚୁକ୍ତ କରି ଘରକୁ ଚାଲିଯିବେ । ଏହା ବିନାଶର ସମୟ ଅଟେ । ବର୍ତ୍ତମାନ ବୁଦ୍ଧି କହୁଛି - ସତ୍ୟଯୁଗର ସ୍ଥାପନା ନିଶ୍ଚିତ ହେବ । ପାବନ ଦୁନିଆ ସତ୍ୟଯୁଗକୁ କୁହାଯାଉଛି । ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ସେମାନଙ୍କୁ ପୁଣି ନିଜ ପାର୍ଟ ରିପିଟ୍ କରିବାକୁ ହେବ । ତୁମେମାନେ ମଧ୍ୟ ପବିତ୍ର ହେଉଛ ପବିତ୍ର ଦୁନିଆର ମାଲିକ ହେବା ପାଇଁ । ନିଜର ପୁରୁଷାର୍ଥ କରୁଛ ତୁମେମାନେ ନିଜକୁ ମଧ୍ୟ ମାଲିକ ଭାବିବ ନା । ପ୍ରଜା ମଧ୍ୟ ମାଲିକ ଅଟନ୍ତି । ଏବେ ପ୍ରଜା ମଧ୍ୟ କହୁଛନ୍ତି ନା - ଆମର ଭାରତ । ତୁମେମାନେ ଜାଣିଛ ଆମେ ସମସ୍ତେ ନର୍କବାସୀ ଅଟୁ । ଏବେ ଆମେ ମାନେ ସ୍ୱର୍ଗବାସୀ ହେବା ପାଇଁ ରାଜଯୋଗ ଶିଖୁଛୁ । ସମସ୍ତେ ତ ସ୍ୱର୍ଗବାସୀ ହେବେ ନାହିଁ । ବାବା କହୁଛନ୍ତି ଯେବେ ଭକ୍ତି ମାର୍ଗ ପୂର୍ଣ୍ଣ ହେବ ତେବେ ଯାଇ ମୁଁ ଆସିବି । ମୋତେ ହିଁ ଆସି ସବୁ ଭକ୍ତମାନଙ୍କୁ ଭକ୍ତିର ଫଳ ଦେବାକୁ ହେବ । ଭକ୍ତମାନେ ତ ଅଧିକ ସଂଖ୍ୟାରେ ଅଛନ୍ତି ନା । ସମସ୍ତେ ଡାକିଥାନ୍ତି ଗଡ୍ ଫାଦର୍ ଅର୍ଥାତ୍ ହେ ପ୍ରଭୁ । ଭକ୍ତଙ୍କର ମୁଖରୁ ଓ ଗଡ ଫାଦର, ହେ ଭଗବାନ - ଏହା ନିଶ୍ଚିତ ବାହାରିବ । ଏବେ ଭକ୍ତି ଏବଂ ଜ୍ଞାନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ତୁମ ମୁଖରୁ କେବେ ହେ ଈଶ୍ୱର, ହେ ଭଗବାନ ବାହାରିପାରିବ ନାହିଁ । ମନୁଷ୍ୟମାନଙ୍କର ତ ଏହା ଅଧାକଳ୍ପର ଅଭ୍ୟାସ ରହିଛି । ତୁମେମାନେ ଜାଣିଛ ଯେ ଭଗବାନ ଆମର ବାବା ଅଟନ୍ତି, ତୁମକୁ ହେ ବାବା କହିବାର ଆବଶ୍ୟକତା ନାହିଁ । ବାବାଙ୍କଠାରୁ ତୁମକୁ ବର୍ସା ନେବାକୁ ହେବ । ପ୍ରଥମେ ଏହି ନିଶ୍ଚୟ ହେଉ ଯେ ଆମେମାନେ ବାବାଙ୍କଠାରୁ ବର୍ସା ନେଉଛୁ । ବାବା ପିଲାମାନଙ୍କୁ ବର୍ସା ନେବା ପାଇଁ ଅଧିକାରୀ କରାଉଛନ୍ତି । ଶିବବାବା ସତ୍ୟ ପିତା ଅଟନ୍ତି ନା । ବାବା ଜାଣିଛନ୍ତି ଯେ ମୁଁ ଯେଉଁ ସନ୍ତାନମାନଙ୍କୁ ଜ୍ଞାନ-ଅମୃତ ପିଆଇ, ଜ୍ଞାନ-ଚିତା ଉପରେ ବସାଇ ବିଶ୍ୱର ମାଲିକ ଦେବତା କରାଇଥିଲି ସେହିମାନେ ହିଁ କାମ-ଚିତା ଉପରେ ବସି ଭସ୍ମିଭୂତ ହୋଇଗଲେଣି । ଏବେ ମୁଁ ପୁଣି ଜ୍ଞାନ ଚିତା ଉପରେ ବସାଇ, ଘୋର ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରାଇ ସ୍ୱର୍ଗକୁ ନେଇଯାଉଛି ।

ବାବା ବୁଝାଉଛନ୍ତି - ତୁମେ ଆତ୍ମାମାନେ ଶାନ୍ତିଧାମ ଏବଂ ସୁଖଧାମରେ ରହୁଛ । ସୁଖଧାମକୁ ଭାଇସ୍‌ଲେସ୍ ୱାଲର୍ଡ ଅର୍ଥାତ୍‌ ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ କୁହାଯାଉଛି । ସେଠାରେ ଦେବତାମାନେ ରହୁଛନ୍ତି ଏବଂ ଶାନ୍ତିଧାମ ହେଉଛି ସୁଇଟ୍ ହୋମ, ଆତ୍ମାମାନଙ୍କର ଘର । ସବୁ ଅଭିନେତା ସେହି ଶାନ୍ତିଧାମରୁ ଆସୁଛନ୍ତି, ଏଠାକୁ ଅଭିନୟ କରିବା ପାଇଁ । ଆମେ ଆତ୍ମାମାନେ ଏହି ଦୁନିଆର ବାସିନ୍ଦା ନୁହେଁ । ଦୁନିଆର ଅଭିନେତା ଏଠାକାର ବାସିନ୍ଦା ଅଟନ୍ତି । ସେମାନେ କେବଳ ଘରୁ ଆସି ପୋଷାକ ବଦଳାଇ ଅଭିନୟ କରୁଛନ୍ତି । ତୁମେମାନେ ଜାଣିଛ ଯେ ଆମର ଘର ହେଉଛି ଶାନ୍ତିଧାମ, ଯେଉଁ ସ୍ଥାନକୁ ଆମେ ପୁନର୍ବାର ଯିବୁ । ଯେତେବେଳେ ସବୁ ଅଭିନେତାମାନେ ଷ୍ଟେଜ୍ ଉପରକୁ ଆସିଯିବେ ସେତେବେଳେ ବାବା ଆସି ସମସ୍ତଙ୍କୁ ନେଇଯିବେ, ସେଥିପାଇଁ ତାଙ୍କୁ ଲିବରେଟର ଅର୍ଥାତ୍ ମୁକ୍ତିଦାତା, ଗାଇଡ୍ ଅର୍ଥାତ୍ ପଥ ପ୍ରଦର୍ଶକ ମଧ୍ୟ କୁହାଯାଉଛି । ବାବା ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି ତେବେ ଏତେ ସବୁ ମନୁଷ୍ୟ କେଉଁ ଆଡେ ଯିବେ । ବିଚାର କର - ପତିତ-ପାବନଙ୍କୁ କାହିଁକି ଡାକୁଛନ୍ତି? ନିଜର ମୃତ୍ୟୁ ପାଇଁ । କେହି ମନୁଷ୍ୟ ଦୁଃଖର ଦୁନିଆରେ ରହିବାକୁ ଚାହୁଁନାହାଁନ୍ତି, ସେଥିପାଇଁ କହୁଛନ୍ତି ଘରକୁ ନେଇଚାଲ । ଦୁନିଆରେ ସମସ୍ତେ ମୁକ୍ତିକୁ ମାନୁଛନ୍ତି । ଭାରତର ପ୍ରାଚୀନ ଯୋଗ ମଧ୍ୟ କେତେ ପ୍ରସିଦ୍ଧ, ବିଦେଶକୁ ମଧ୍ୟ ପ୍ରାଚୀନ ରାଜଯୋଗ ଶିଖାଇବା ପାଇଁ ଯାଉଛନ୍ତି । ଅନେକ ଖ୍ରୀଷ୍ଟିୟାନ୍ ସନ୍ନ୍ୟାସୀମାନଙ୍କର ମଧ୍ୟ ମାନ ରଖିଥାନ୍ତି । ଗେରୁ କୌପନୀର ପୋଷାକ ହେଉଛି ହଠଯୋଗର । ତୁମକୁ ଘର ଦ୍ୱାର ଛାଡିବାକୁ ପଡିବ ନାହିଁ । ନା କୌଣସି ଧଳା ବସ୍ତ୍ରର ବନ୍ଧନ ରହିଛି । କିନ୍ତୁ ଧଳା ପୋଷାକ ବହୁତ ଭଲ । ତୁମେ ଭଟ୍ଟୀରେ ରହିଥିବାରୁ ଏହିପରି ପୋଷାକ ହୋଇଯାଇଛି । ଆଜିକାଲି ଧଳା ପୋଷାକ ପସନ୍ଦ କରୁଛନ୍ତି । ମନୁଷ୍ୟ ମଲେ ଧଳା ବସ୍ତ୍ର ଢାଙ୍କି ଦେଇଥାନ୍ତି । ତେବେ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଦୁଇଜଣ ପିତା ଅଛନ୍ତି, ଏହି କଥା ବୁଝାଇବାରେ ସମୟ ଲାଗିଥାଏ । ପ୍ରଦର୍ଶନୀରେ ଏତେ ବୁଝାଇପାରିବେ ନାହିଁ । ସତ୍ୟଯୁଗରେ ଜଣେ ପିତା, ବର୍ତ୍ତମାନ ତୁମର ତିନିଜଣ ପିତା ଅଛନ୍ତି, କାହିଁକି ନା ଭଗବାନ ଆସୁଛନ୍ତି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ । ସିଏ ମଧ୍ୟ ସମସ୍ତଙ୍କର ପିତା ଅଟନ୍ତି । ଆଚ୍ଛା ଏବେ ତିନି ଜଣ ପିତାଙ୍କ ମଧ୍ୟରେ ଉଚ୍ଚ ବର୍ସା କାହାର? ନିରାକାର ବାବା ସ୍ୱର୍ଗର ସମ୍ପତ୍ତି ଦେବେ କିପରି? ସିଏ ପୁଣି ଦେଉଛନ୍ତି ବ୍ରହ୍ମାଙ୍କ ଦ୍ୱାରା । ବ୍ରହ୍ମା ଦ୍ୱାରା ସ୍ଥାପନା କରୁଛନ୍ତି ଏବଂ ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସମ୍ପତ୍ତି ମଧ୍ୟ ଦେଉଛନ୍ତି । ଏହି ଚିତ୍ର ଉପରେ ତୁମେ ବହୁତ ଭଲ ଭାବରେ ବୁଝାଇପାରିବ । ଶିବବାବା ଅଛନ୍ତି, ପୁଣି ଏହି ପ୍ରଜାପିତା ବ୍ରହ୍ମା ଆଦିଦେବ ଏବଂ ଆଦିଦେବୀ ଅଛନ୍ତି । ଏହି ବ୍ରହ୍ମା ହେଉଛନ୍ତି ଆଦିପିତା । ଶିବବାବା କହୁଛନ୍ତି ମୋତେ ଆଦିପିତା କହିବେ ନାହିଁ । ମୁଁ ସମସ୍ତଙ୍କର ପିତା ଅଟେ । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ତେବେ ତୁମେ ହୋଇଗଲ ଭାଇ-ଭଉଣୀ, ତୁମ ମଧ୍ୟରେ ବିକାରୀ ଦୃଷ୍ଟି ରହିପାରିବ ନାହିଁ । ଯଦି ଉଭୟଙ୍କୁ ବିକାରର ଦୃଷ୍ଟି ଆକର୍ଷିତ କରିଥାଏ ତେବେ ପତିତ ହୋଇପଡନ୍ତି ଏବଂ ବାବାଙ୍କୁ ଭୁଲିଯାଆନ୍ତି । ବାବା କହୁଛନ୍ତି - ତୁମେ ମୋର ସନ୍ତାନ ହୋଇ ମୁହଁ କଳା କରୁଛ । ବେହଦର ବାବା ପିଲାମାନଙ୍କୁ ବୁଝାଉଛନ୍ତି । ତୁମର ଏହି ନିଶା ଚଢିଛି । ତୁମେମାନେ ଜାଣିଛ ଯେ ଘର ସଂସାରରେ ମଧ୍ୟ ରହିବାକୁ ହେବ । ଲୌକିକ ସମ୍ବନ୍ଧୀଙ୍କ ସହିତ ରହିବାକୁ ପଡିବ । ଲୌକିକ ପିତାଙ୍କୁ ତୁମେ ପିତା ବୋଲି କହିବ ନା । ତାଙ୍କୁ ତ ତୁମେ ଭାଇ କହିପାରିବ ନାହିଁ । ଦୁନିଆ ହିସାବରେ ପିତାଙ୍କୁ ତ ପିତା ହିଁ କହିବାକୁ ହେବ । ବୁଦ୍ଧିରେ ରହିଛି ଯେ ଇଏ ଆମର ଲୌକିକ ପିତା ଅଟନ୍ତି । ଜ୍ଞାନ ତ ଅଛି ନା । ଏହି ଜ୍ଞାନ ବଡ ବିଚିତ୍ର ଅଟେ । ଆଜିକାଲି ନାମ ଧରି ବି ଡାକୁଛନ୍ତି କିନ୍ତୁ କେହି ଜିଜ୍ଞାସୁ ଅଥବା ବାହାରର ଲୋକଙ୍କ ସମ୍ମୁଖରେ ଯଦି ଭାଇ କହିଦେଲ ତେବେ ସିଏ ଭାବିବେ ଏହାଙ୍କର ମୁଣ୍ଡ ଖରାପ ହୋଇଯାଇଛି । ଏଥିରେ ବହୁତ ସତର୍କତା ଦରକାର । ତୁମର ଗୁପ୍ତ ଜ୍ଞାନ, ଗୁପ୍ତ ସମ୍ବନ୍ଧ ଅଟେ । ପ୍ରାୟତଃ ସ୍ତ୍ରୀମାନେ ସ୍ୱାମୀର ନାମ ଧରିନଥାନ୍ତି । ସ୍ୱାମୀ ସ୍ତ୍ରୀର ନାମ ଧରିପାରିବ । ଏଥିରେ ବହୁତ କାଇଦାରେ ଚାଲିବାକୁ ହେବ । ଲୌକିକ ମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ତୁମମାନଙ୍କର ବୁଦ୍ଧି ଉପରକୁ ଅର୍ଥାତ୍ ପରମଧାମକୁ ଚାଲିଯିବା ଉଚିତ୍ । ଆମେ ବାବାଙ୍କଠାରୁ ବର୍ସା ନେଉଛୁ । ବାକି କାକାଙ୍କୁ କାକା, ଚାଚାକୁ ଚାଚା, ବାପାଙ୍କୁ ବାପା କହିବାକୁ ପଡିବ ନା । ଯେଉଁମାନେ ବ୍ରହ୍ମାକୁମାର-କୁମାରୀ ହୋଇନାହାଁନ୍ତି ସେମାନେ ଭାଇ-ଭଉଣୀ ବୋଲି ବୁଝିବେ ନାହିଁ । ଯେଉଁମାନେ ବି.କେ. ହୋଇଛନ୍ତି ସେମାନେ ଏହି କଥାକୁ ବୁଝିବେ । ବାହାରର ଲୋକେ ତ ପ୍ରଥମରୁ ହିଁ ଏହି କଥା ଶୁଣି ଚମକି ଯିବେ । ଏହାକୁ ବୁଝିବା ପାଇଁ ଭଲ ବୁଦ୍ଧି ଦରକାର । ବାବା ତ ପିଲାମାନଙ୍କୁ ବିଶାଳ ବୁଦ୍ଧି କରାଉଛନ୍ତି । ତୁମମାନଙ୍କର ବୁଦ୍ଧି ପ୍ରଥମେ ସୀମିତ ଥିଲା । ଏବେ ଅସୀମ ବୁଦ୍ଧି ହୋଇଯାଇଛି । ସିଏ ଆମର ଅବିନାଶୀ ପିତା ଅଟନ୍ତି । ଏମାନେ ସମସ୍ତେ ଆମର ଭାଇ-ଭଉଣୀ । କିନ୍ତୁ ଘରେ ଶାଶୂଙ୍କୁ ଶାଶୂ ହିଁ କହିବେ, ଭଉଣୀ ବୋଲି କହିବେ ନାହିଁ । ଘରେ ରହି ବହୁତ ସତର୍କତାରେ ଚାଲିବାକୁ ହେବ, ନଚେତ୍ ଲୋକେ କହିବେ ଇଏ ତ ସ୍ୱାମୀକୁ ଭାଇ, ଶାଶୂକୁ ଭଉଣୀ କହିଦେଉଛନ୍ତି, ଏସବୁ କଣ? ଏହି ଜ୍ଞାନର କଥା ତୁମେ ହିଁ ଜାଣୁଛ ଆଉ କେହି ଜାଣନ୍ତି ନାହିଁ । କହିଥାନ୍ତି ନା - ପ୍ରଭୁ ତୁମର ଗତି ମତି ତୁମେ ହିଁ ଜାଣ । ଏବେ ତୁମେମାନେ ତାଙ୍କର ସନ୍ତାନ ହୋଇଛ ତେଣୁ ତୁମର ଗତିମତି ତୁମେ ହିଁ ଜାଣିଛ । ବହୁତ ସାବଧାନରେ ଚାଲିବାକୁ ପଡୁଛି । କେହି କେଉଁଠି ଦ୍ୱନ୍ଦରେ ନ ପଡନ୍ତୁ । ତେଣୁ ପ୍ରଦର୍ଶନୀରେ ତୁମକୁ ପ୍ରଥମେ-ପ୍ରଥମେ ବୁଝାଇବାକୁ ହେବ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି । ଏବେ ତୁମେ କୁହ ଭଗବାନ କିଏ? ନିରାକାର ଶିବ ନା ଦେହଧାରୀ ଶ୍ରୀକୃଷ୍ଣ । ଗୀତାରେ ଯେଉଁ ଭଗବାନୁବାଚ ଲିଖିତ ରହିଛି ସେହି ମହାବାକ୍ୟ ଶିବ ପରମାତ୍ମା ଉଚ୍ଚାରିତ କରିଛନ୍ତି ନା ଶ୍ରୀକୃଷ୍ଣ? କୃଷ୍ଣ ତ ହେଉଛନ୍ତି ସ୍ୱର୍ଗର ପ୍ରଥମ ରାଜକୁମାର । ଏହିପରି ତ କୁହାଯିବ ନାହିଁ ଯେ କୃଷ୍ଣ ଜୟନ୍ତୀ ହିଁ ଶିବଜୟନ୍ତୀ ଅଟେ । ଶିବ ଜୟନ୍ତୀ ପରେ ପୁଣି କୃଷ୍ଣ ଜୟନ୍ତୀ ରହିଛି । ଶିବଜୟନ୍ତୀ ଦ୍ୱାରା ସ୍ୱର୍ଗର ରାଜକୁମାର ଶ୍ରୀକୃଷ୍ଣ କିପରି ହେଲେ, ଏହା ବୁଝିବାର କଥା । ଶିବଜୟନ୍ତୀ ପୁଣି ଗୀତା ଜୟନ୍ତୀ ପୁଣି ତୁରନ୍ତ ହେଉଛି କୃଷ୍ଣ ଜୟନ୍ତୀ କାହିଁକି ନା ବାବା ରାଜଯୋଗ ଶିଖାଉଛନ୍ତି ନା । ପିଲାମାନଙ୍କର ବୁଦ୍ଧିରେ ଆସୁଛି ନା । ଶିବ ପରମାତ୍ମା ନଆସିବା ପର୍ଯ୍ୟନ୍ତ ଶିବ ଜୟନ୍ତୀ ପାଳନ କରିପାରିବ ନାହିଁ । ଯେଯର୍ପ୍ୟନ୍ତ ଶିବ ଆସି କୃଷ୍ଣପୁରୀର ସ୍ଥାପନା ନ କରିଛନ୍ତି ସେପର୍ଯ୍ୟନ୍ତ କୃଷ୍ଣଜୟନ୍ତୀ ମଧ୍ୟ କିପରି ପାଳନ କରାଯିବ । କୃଷ୍ଣଙ୍କର ଜନ୍ମଦିନ ତ ପାଳନ କରୁଛନ୍ତି କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି । କୃଷ୍ଣ ରାଜକୁମାର ଥିଲେ ତେବେ ନିଶ୍ଚିତ ସତ୍ୟଯୁଗରେ ହେବେ ନା । ଦେବୀ-ଦେବତାମାନଙ୍କର ରାଜଧାନୀ ହେବ ନିଶ୍ଚିତ । କେବଳ ଏକମାତ୍ର କୃଷ୍ଣଙ୍କୁ ତ ରାଜତ୍ୱ ମିଳିବ ନାହିଁ । ନିଶ୍ଚିତ କୃଷ୍ଣପୁରୀ ହେବ ନା! କହନ୍ତି ମଧ୍ୟ କୃଷ୍ଣପୁରୀ, ଏହା ହେଲା ଏଥିରେ ଦେବତାମାନେ ଜିତିଲେ । କିନ୍ତୁ ଏହିପରି ନୁହେଁ । କଂସପୁରୀ ବିନାଶ ହୋଇ ପୁଣି କୃଷ୍ଣପୁରୀ ସ୍ଥାପନ ହେବ ନା । କଂସପୁରୀ ଏହି ପୁରୁଣା ଦୁନିଆରେ ହିଁ ହେବ । ନୂଆ ଦୁନିଆରେ କଂସ ଦୈତ୍ୟ ଆଦି ରହିବେ ନାହିଁ । ଏଠାରେ ଦେଖ କେତେ ମନୁଷ୍ୟମାନେ ଅଛନ୍ତି । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ । ଏକଥା ମଧ୍ୟ ତୁମେମାନେ ବି ବୁଝିପାରିବ, ଏବେ ତୁମମାନଙ୍କର ବୁଦ୍ଧି ଚାଲୁଛି । ଦେବତାମାନେ ତ କୌଣସି ଲଢେଇ କରିନଥିଲେ । ଦୈବୀ ସମ୍ପ୍ରଦାୟ ସତ୍ୟଯୁଗରେ ହିଁ ହେବ । ଏଠାରେ ଆସୁରୀ ସମ୍ପ୍ରଦାୟ ରହିଛି । ବାକି ନା ଦେବତା ଓ ଅସୁରମାନଙ୍କର ଲଢେଇ ହୋଇଥିଲା ନା କୌରବ ଓ ପାଣ୍ଡବମାନଙ୍କର ଲଢେଇ ହୋଇଥିଲା । ତୁମେମାନେ ରାବଣ ଉପରେ ବିଜୟପ୍ରାପ୍ତ କରୁଛ । ବାବା କହୁଛନ୍ତି - ଏହି ବିକାର ଉପରେ ବିଜୟ ପ୍ରାପ୍ତ କଲେ ଜଗତ୍‌ଜିତ୍ ହୋଇଯିବ । ଏଥିରେ କୌଣସି ଲଢିବାର କଥା ନାହିଁ । ଲଢିବାର ନାମ ନେଲେ ହିଂସକ ହୋଇଯିବ । ତୁମମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ କିନ୍ତୁ ଅହିଂସକ ଭାବରେ । କେବଳ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ବିକର୍ମ ବିନାଶ ହେବ । ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ ଅଟେ ।

ବାବା କହୁଛନ୍ତି - ମୋ ସାଥିରେ ବୁଦ୍ଧିର ଯୋଗ ଲଗାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ବାବା ପତିତ-ପାବନ ଅଟନ୍ତି ତେଣୁ ବୁଦ୍ଧିର ଯୋଗ ସେହି ବାବାଙ୍କ ସହିତ ଲଗାଇବାକୁ ହେବ, ତେବେ ତୁମେ ପତିତରୁ ପାବନ ହୋଇଯିବ । ଏବେ ତୁମେ ବାସ୍ତବରେ ତାଙ୍କ ସହିତ ଯୋଗ ଲଗାଉଛ, ଏଥିରେ ଲଢେଇର କୌଣସି କଥା ନାହିଁ । ଯିଏ ଭଲ ଭାବରେ ପାଠ ପଢିବେ, ସେହିମାନେ ହିଁ ବାବାଙ୍କ ସହିତ ଯୋଗ ଲଗାଇବେ, ବାବାଙ୍କଠାରୁ ବର୍ସା ପାଇବେ - କଳ୍ପ ପୂର୍ବ ଭଳି । ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ହେବ । ସମସ୍ତେ ହିସାବ-କିତାବ ଚୁକ୍ତ କରି ଘରକୁ ଯିବେ । ପୁଣି ଶ୍ରେଣୀ ପରିବର୍ତ୍ତିତ ହେଲା ଭଳି କ୍ରମଅନୁସାରେ ଯାଇ ବସିବେ ନା । ତୁମେ ମଧ୍ୟ କ୍ରମଅନୁସାରେ ଯାଇ ସେଠାରେ ରାଜ୍ୟ କରିବ । କେତେ ବୁଝିବାର ବୁଦ୍ଧିର କଥା ଅଟେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ମହାବିନାଶ ସମୟରେ ଯେବେକି ସତ୍ୟଯୁଗର ସ୍ଥାପନା ହେଉଛି ତେଣୁ ପବିତ୍ର ନିଶ୍ଚୟ ହେବାକୁ ପଡିବ । ବାବା ଏବଂ ବାବାଙ୍କର କାର୍ଯ୍ୟରେ କେବେ ବି ସନ୍ଦେହ କରିବାର ନାହିଁ ।

(୨) ଆମର ଜ୍ଞାନ ଏବଂ ସମ୍ବନ୍ଧ ଗୁପ୍ତ ଅଟେ, ସେଥିପାଇଁ ଲୌକିକରେ ବହୁତ ସାବଧାନତାର ସହିତ ବିଶାଳ ବୁଦ୍ଧି ହୋଇ ଚାଲିବାକୁ ହେବ । ଏପରି କୌଣସି ଶବ୍ଦ କହିବାର ନାହିଁ ଯାହା ଦ୍ୱାରା ଯେଉଁମାନେ ଶୁଣିବେ ସେମାନେ ଦ୍ୱନ୍ଦରେ ପଡିଯିବେ ।

ବରଦାନ:-
ମନମତ ଏବଂ ପରମତକୁ ସମାପ୍ତ କରି ଶ୍ରୀମତ ଆଧାରରେ ପଦ୍ମର ରୋଜଗାର ଜମା କରୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ହୁଅ ।

ଶ୍ରୀମତରେ ଚାଲୁଥିବା ଆତ୍ମାମାନେ ଗୋଟିଏ ବି ସଂକଳ୍ପ ମନମତ ବା ପରମତ ଅନୁସାରେ କରିପାରିବେ ନାହିଁ । ଯଦି କାହାର ସ୍ଥିତିର ବେଗ ପ୍ରଖର ହେଉ ନାହିଁ ତେବେ ନିଶ୍ଚିତ ଭାବରେ କିଛି ନା କିଛି ଶ୍ରୀମତରେ ମନମତ ବା ପରମତ ମିଶିଛି । ମନମତ ଅର୍ଥାତ୍ ଅଳ୍ପଜ୍ଞ ଆତ୍ମାର ସଂସ୍କାର ଅନୁସାରେ ଯେଉଁ ସଂକଳ୍ପ ଉତ୍ପନ୍ନ ହୋଇଥାଏ ତାହା ସ୍ଥିତିକୁ ହଲଚଲ୍ କରିଥାଏ । ସେଥିପାଇଁ ନିଜେ ମଧ୍ୟ ନିଜକୁ ଚେକ୍ କର ଏବଂ ନିମିତ୍ତ ଆତ୍ମାଙ୍କ ଦ୍ୱାରା ମଧ୍ୟ କରାଅ । ଗୋଟିଏ ପାଦ ମଧ୍ୟ ଶ୍ରୀମତ ବ୍ୟତୀତ ଆଗକୁ ନ ଯାଉ, ତେବେ ଯାଇ ପଦ୍ମର ରୋଜଗାର ଜମା କରି ପଦ୍ମାପଦ୍ମ ଭାଗ୍ୟଶାଳୀ ହୋଇପାରିବ ।

ସ୍ଲୋଗାନ:-
ମନ ଭିତରେ ସମସ୍ତଙ୍କ ପ୍ରତି କଲ୍ୟାଣର ଭାବନା କାୟମ ରହୁ - ଏହା ହିଁ ହେଉଛି ବିଶ୍ୱ କଲ୍ୟାଣକାରୀ ଆତ୍ମାର କର୍ତ୍ତବ୍ୟ ।