11.10.20    Avyakt Bapdada     Odia Murli     31.03.86     Om Shanti     Madhuban


ସର୍ବଶକ୍ତି ସମ୍ପନ୍ନ ହେବାର ତଥା ବରଦାନ ପାପ୍ତ କରିବାର ବର୍ଷ


ଆଜି ସର୍ବ ସମ୍ପତ୍ତିର ମାଲିକ, ନିଜର ମାଷ୍ଟର ଅର୍ଥାତ୍ ମାଲିକ ସନ୍ତାନମାନଙ୍କୁ ଦେଖୁଛନ୍ତି । ପିଲାମାନେ ନିଜର ପିତାଙ୍କର ବାଳକ ସୋ ମାଲିକ ଅର୍ଥାତ୍ ସନ୍ତାନ ହିସାବରେ ସର୍ବଶକ୍ତି ଏବଂ ସର୍ବ ସମ୍ପତ୍ତିର ମାଲିକ କେତେ ପର୍ଯ୍ୟନ୍ତ ହେଲେଣି ତାହା ଦେଖୁଛନ୍ତି । ବର୍ତ୍ତମାନ ସମୟରେ ଯେଉଁ ଶ୍ରେଷ୍ଠ ଆତ୍ମାମାନେ ସର୍ବଶକ୍ତିର ଏବଂ ସର୍ବ ସମ୍ପତ୍ତିର ମାଲିକ ହେଉଛନ୍ତି ସେମାନଙ୍କର ସେହି ମାଲିକ ପଣିଆର ସଂସ୍କାର ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ବିଶ୍ୱର ମାଲିକ କରିଦେଉଛି । ତେବେ ବାପଦାଦା କଣ ଦେଖିଲେ ? ବାଳକ ତ ସମସ୍ତେ ଅଟନ୍ତି, ବାବା ଏବଂ ମୁଁ ଏହିଭଳି ଲଗନ ଅର୍ଥାତ୍ ସ୍ନେହ ସମସ୍ତଙ୍କ ଭିତରେ ବହୁତ ଭଲ ଭାବରେ ଲାଗିଯାଇଛି । ବାଳକ ପଣିଆର ନିଶା ତ ସମସ୍ତଙ୍କ ଭିତରେ ଅଛି କିନ୍ତୁ ବାଳକ ସୋ ମାଲିକ ଅର୍ଥାତ୍ ବାବାଙ୍କ ସମାନ ସମ୍ପନ୍ନ ସ୍ଥିତି । ତେବେ ବାଳକ ପଣିଆର ସ୍ଥିତି ଏବଂ ମାଲିକ ପଣିଆର ସ୍ଥିତି ମଧ୍ୟରେ ଅନ୍ତର ଥିବାର ଦେଖିଲେ । ମାଲିକ ପଣିଆ ଅର୍ଥାତ୍ ପ୍ରତ୍ୟେକ ପାଦ ସ୍ୱତଃ ହିଁ ସମ୍ପନ୍ନ ସ୍ଥିତିରେ ନିଜ ପ୍ରତି ମଧ୍ୟ ଥିବ ଏବଂ ସମସ୍ତଙ୍କ ପ୍ରତି ମଧ୍ୟ ଥିବ । ଏହାକୁ ହିଁ କୁହାଯାଏ ମାଷ୍ଟର ଅର୍ଥାତ୍ ବାଳକ ତଥା ମାଲିକ । ମାଲିକ ପଣିଆର ବିଶେଷତା ହେଲା - ଯେତିକି ମାଲିକ ପଣିଆର ନିଶା ଥିବ ସେତିକି ସେବାଧାରୀର ସଂସ୍କାର ମଧ୍ୟ ଜାଗ୍ରତ ଅବସ୍ଥାରେ ରହିଥିବ ଅର୍ଥାତ୍ ମାଲିକ ପଣିଆ ଏବଂ ବିଶ୍ୱ ସେବାଧାରୀର ନିଶା ସମାନ ପରିମାଣରେ ଥିବ । ଏହା ହିଁ ହେଉଛି ବାବାଙ୍କ ସମାନ ମାଲିକ ହେବା । ତେଣୁ ବାପଦାଦା ଏହି ଫଳାଫଳକୁ ଦେଖୁଥିଲେ ଯେ ବାଳକ ଏବଂ ମାଲିକ ଦୁଇଟିଯାକ ସ୍ୱରୂପ ସଦା-ସର୍ବଦା ପ୍ରତ୍ୟକ୍ଷ କର୍ମରେ ଆସୁଛି ନା କେବଳ ଜ୍ଞାନ ପର୍ଯ୍ୟନ୍ତ ଅର୍ଥାତ୍ ଜାଣିବା ପର୍ଯ୍ୟନ୍ତ ହିଁ ସୀମିତ ରହିଛି! କିନ୍ତୁ ଦେଖିଲେ ଜ୍ଞାନ ଏବଂ ପ୍ରତ୍ୟକ୍ଷ କର୍ମ ଭିତରେ ଅନ୍ତର ରହିଛି । କେହି କେହି ପିଲାଙ୍କୁ ଏହିଭଳି ସମାନତାରେ ବାବାଙ୍କ ସମାନ ପ୍ରତ୍ୟକ୍ଷ କର୍ମ ରୂପରେ ବହୁତ ଭଲ ସ୍ଥିତି ଥିବାର ମଧ୍ୟ ଦେଖିଲେ, କିନ୍ତୁ କେହି କେହି ପିଲା ଏବେ ବି ବାଳକ ପଣିଆର ସ୍ଥିତିରେ ରହୁଛନ୍ତି କିନ୍ତୁ ମାଲିକ ପଣିଆର ଆତ୍ମିକ ନିଶାରେ ବା ବାବାଙ୍କ ସମାନ ହେବାର ଶକ୍ତିଶାଳୀ ସ୍ଥିତିରେ କେବେକେବେ ସ୍ଥିତ ହେଉଛନ୍ତି ଆଉ କେବେକେବେ ସ୍ଥିତ ହେବାର ଚେଷ୍ଟା କରିବାରେ ସମୟ ବିତିଯାଉଛି ।

କିନ୍ତୁ ସମସ୍ତଙ୍କର ଏହି ଗୋଟିଏ ଶ୍ରେଷ୍ଠ ଲକ୍ଷ୍ୟ ରହିଛି ଯେ ମୋତେ ବାବାଙ୍କ ସମାନ ହେବାକୁ ପଡିବ । ସମସ୍ତଙ୍କର ଲକ୍ଷ୍ୟ ମଧ୍ୟ ଶକ୍ତିଶାଳୀ ଅଟେ କିନ୍ତୁ ବର୍ତ୍ତମାନ ନିଜର ଲକ୍ଷ୍ୟକୁ ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ପ୍ରତ୍ୟକ୍ଷ କରିବାକୁ ପଡିବ । ତେବେ ଏଥିରେ ହିଁ ଅନ୍ତର ଦେଖାଯାଉଛି । କେତେକ ପିଲା ସଂକଳ୍ପ ପର୍ଯ୍ୟନ୍ତ ସମାନ ସ୍ଥିତିରେ ସ୍ଥିତ ରହୁଛନ୍ତି, ଆଉ କେହି ସଂକଳ୍ପ ସହିତ ବାଣୀ ପର୍ଯ୍ୟନ୍ତ ମଧ୍ୟ ଆସିଯାଉଛନ୍ତି । କେବେ କେବେ କର୍ମରେ ମଧ୍ୟ ଆସିଯାଉଛନ୍ତି କିନ୍ତୁ ଯେତେବେଳେ ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି ବା ସେବାର ସମ୍ବନ୍ଧରେ ଆସୁଛନ୍ତି, ଚାହେଁ ପାରିବାରିକ ସମ୍ବନ୍ଧରେ ମଧ୍ୟ ଆସୁଛନ୍ତି ସେହି ସମୟରେ ବାବାଙ୍କ ସମାନ ସ୍ଥିତିକୁ ଧାରଣ କରିବାରେ କମୀ ଆସିଯାଉଛି, କାରଣ ବାବାଙ୍କ ସମାନ ହେବାର ଅର୍ଥ ହେଲା ଏକା ସମୟରେ ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କ ସବୁଥିରେ ବାବାଙ୍କ ସମାନ ସ୍ଥିତିରେ ରହିବା । କିନ୍ତୁ ଏଥିରେ କେହି-କେହି ଦୁଇଟିରେ ରହୁଛନ୍ତି, କେହି-କେହି ତିନିଟିରେ ରହୁଛନ୍ତି, ହେଲେ ଚାରୋଟିଯାକ ସ୍ଥିତିରେ କେବେ କିପରି, କେବେ କିପରି ସ୍ଥିତି ହୋଇଯାଉଛି । କିନ୍ତୁ ବାପଦାଦା ପିଲାମାନଙ୍କ ପ୍ରତି ସବୁ ସମୟରେ ଅତି ସ୍ନେହୀ ମଧ୍ୟ ଅଟନ୍ତି । ସ୍ନେହର ପ୍ରତୀକ କେବଳ ଅବ୍ୟକ୍ତରୁ ବ୍ୟକ୍ତକୁ ଆସି ପିଲାମାନଙ୍କ ସହିତ ମିଶିବା ନୁହେଁ, କିନ୍ତୁ ସ୍ନେହର ସ୍ୱରୂପ ହେଲା ସମାନ ହେବା । କେହି କେହି ପିଲା ଏଭଳି ମଧ୍ୟ ଭାବୁଛନ୍ତି ଯେ ବାପଦାଦା ନିର୍ମୋହୀ ହୋଇଯାଉଛନ୍ତି, କିନ୍ତୁ ଏହା ନିର୍ମୋହୀ ହେବା ନୁହେଁ, ଏହା ହେଉଛି ବିଶେଷ ସ୍ନେହର ସ୍ୱରୂପ । ବାପଦାଦା ପ୍ରଥମରୁ ହିଁ ଶୁଣାଇ ସାରିଛନ୍ତି ଯେ ବହୁତ କାଳ ପ୍ରାପ୍ତିର ହିସାବର ସମୟ ଏବେ ବହୁତ କମ୍ ଅଛି ସେଥିପାଇଁ ବାପଦାଦା ପିଲାମାନଙ୍କୁ ସର୍ବଦା ବହୁତ କାଳ ପର୍ଯ୍ୟନ୍ତ ବିଶେଷ ଦୃଢତାର ତପସ୍ୟା ଦ୍ୱାରା ନିଜକୁ ତପାଇବା ଅର୍ଥାତ୍ ମଜବୁତ୍ କରିବା ବା ପରିପକ୍ୱ କରିବା ପାଇଁ ଏହି ବିଶେଷ ସମୟ ଦେଉଛନ୍ତି । ଏମିତି ତ ଗୋଲଡେନ୍ ଜୁବଲୀ ଉତ୍ସବରେ ମଧ୍ୟ ସମସ୍ତେ ସଂକଳ୍ପ କରିଛ ଯେ ଆମେ ବାବାଙ୍କ ସମାନ ହେବୁ, ବିଘ୍ନ-ବିନାଶକ ହେବୁ, ସମାଧାନ ସ୍ୱରୂପ ହେବୁ । ଏହି ସମସ୍ତ ପ୍ରତୀଜ୍ଞା ବାବାଙ୍କ ନିକଟରେ ଚିତ୍ରଗୁପ୍ତ ରୂପରେ ହିସାବ ଖାତାରେ ନିଧାର୍ଯ୍ୟ ହୋଇଯାଇଛି । ଆଜି ମଧ୍ୟ କେତେକ ସନ୍ତାନ ଦୃଢ ସଂକଳ୍ପ କରିଛନ୍ତି । ସମର୍ପଣ ହେବା ଅର୍ଥାତ୍ ନିଜକୁ ସର୍ବପ୍ରାପ୍ତିରେ ପରିପକ୍ୱ କରିବା । ସମର୍ପଣର ଅର୍ଥ ହେଉଛି ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ -- ଏହି ଚାରୋଟି ଯାକରେ ବାବାଙ୍କ ସମାନ ହେବା । ତୁମେମାନେ ଯେଉଁ ସବୁ ପତ୍ର ଗୁଡିକ ଲେଖିକରି ଦେଇଛ ସେହି ପତ୍ର ବା ସଂକଳ୍ପ ସୂକ୍ଷ୍ମବତନରେ ବାପଦାଦାଙ୍କ ନିକଟରେ ସଦାକାଳ ପାଇଁ ରେକର୍ଡଭୂକ୍ତ ହୋଇ ରହିଗଲା, କାରଣ ସୂକ୍ଷ୍ମବତନରେ ସମସ୍ତଙ୍କର ଫାଇଲ ରହିଛି ତେଣୁ ସମସ୍ତଙ୍କର ଏହି ସଂକଳ୍ପ ଅବିନାଶୀ ହୋଇଗଲା ।

ଏହି ବର୍ଷ ପିଲାମାନଙ୍କର ଦୃଢତାର ତପସ୍ୟା ଦ୍ୱାରା ପ୍ରତ୍ୟେକ ସଂକଳ୍ପକୁ ଅମର, ଅବିନାଶୀ କରିବା ପାଇଁ, ନିଜ ସହିତ ବାରମ୍ବାର ଦୃଢତାର ଅଭ୍ୟାସ ଦ୍ୱାରା ବାର୍ତ୍ତାଳାପ କରିବା ପାଇଁ, ଅନୁଭୂତି କରିବା ପାଇଁ ଏବଂ ଅବତାର ସ୍ୱରୂପ ହୋଇ କର୍ମରେ ଆସିବା ପାଇଁ ଏହି ସ୍ଥିତିକୁ ସଦାକାଳ ପାଇଁ ଆହୁରି ଅଧିକ ମଜବୁତ କରିବା ପାଇଁ ବାପଦାଦା ଏହି ସମୟ ଦେଉଛନ୍ତି । ତା ସହିତ ବିଶେଷ ଭାବରେ ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ଜମା ଖାତାକୁ ଅଧିକ ବଢାଇବାକୁ ହେବ । ଶୁଦ୍ଧ ସଂକଳ୍ପ ଶକ୍ତିର ବିଶେଷ ଅନୁଭବ ବର୍ତ୍ତମାନ ଆହୁରି ଅଧିକ ଅନ୍ତର୍ମୁଖୀ ହୋଇ କରିବାର ଆବଶ୍ୟକତା ରହିଛି କାରଣ ଶୁଦ୍ଧ ସଂକଳ୍ପର ଶକ୍ତି ସହଜରେ ବ୍ୟର୍ଥ ସଂକଳ୍ପ ଗୁଡିକୁ ସମାପ୍ତ କରି ଅନ୍ୟମାନଙ୍କୁ ମଧ୍ୟ ଶୁଭଭାବନା, ଶୁଭକାମନାର ସ୍ୱରୂପ ଦ୍ୱାରା ପରିବର୍ତ୍ତନ କରିପାରିବ । ବର୍ତ୍ତମାନ ଏହି ଶୁଦ୍ଧ ସଂକଳ୍ପର ଶକ୍ତିର ବିଶେଷ ଅନୁଭବ ସହଜରେ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିଦେଇ ପାରୁଛି । ଏହା କେବଳ ନିଜର ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରୁଛି ତାହା ନୁହେଁ କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଶୁଭଭାବନା, ଶୁଭକାମନାର ସ୍ୱରୂପ ଦ୍ୱାରା ପରିବର୍ତ୍ତନ କରିପାରିବ । ତେଣୁ ବର୍ତ୍ତମାନ ଏହିଭଳି ଶୁଦ୍ଧ ସଂକଳ୍ପର ଷ୍ଟକ ନିଜ ପ୍ରତି ମଧ୍ୟ ଜମା କରିବାର ବହୁତ ଆଶବ୍ୟକତା ରହିଛି । ତୁମମାନଙ୍କର ମୁରଲୀ ଶୁଣିବାର ଲଗନ ତ ବହୁତ ଅଛି । ମୁରଲୀ ଅର୍ଥାତ୍ ସମ୍ପତ୍ତି । ମୁରଲୀର ପ୍ରତ୍ୟେକ ପଏଣ୍ଟକୁ ଶକ୍ତି ରୂପରେ ଜମା କରିବା ହିଁ ହେଉଛି ଶୁଦ୍ଧ ସଂକଳ୍ପର ଶକ୍ତିକୁ ବଢାଇବା ଜମା କରିବା ସହିତ ଶକ୍ତି ରୂପରେ ପ୍ରତି ମୂହୁର୍ତ୍ତରେ କାର୍ଯ୍ୟରେ ଲଗାଇବା । ବର୍ତ୍ତମାନ ଏହି ବିଶେଷତା ପ୍ରତି ବିଶେଷ ଭାବରେ ଧ୍ୟାନ ଦେବାକୁ ହେବ । ଶୁଦ୍ଧି ସଂକଳ୍ପର ଶକ୍ତିର ମହତ୍ୱକୁ ବର୍ତ୍ତମାନ ଯେତେଯେତେ ଅନୁଭବ କରିଚାଲିବ ସେହି ଅନୁସାରେ ମାନସିକ ସେବାର ମଧ୍ୟ ସହଜ ଅନୁଭବୀ ହୋଇପାରିବ । ପ୍ରଥମେ ତ ନିଜ ପ୍ରତି ଶୁଦ୍ଧ ସଂକଳ୍ପର ଶକ୍ତିକୁ ଜମା କରିବା ଦରକାର, ତା ସହିତ ତୁମେମାନେ ଯେହେତୁ ବାବାଙ୍କର ସାଥୀ ବିଶ୍ୱ କଲ୍ୟାଣକାରୀ, ବିଶ୍ୱ ପରିବର୍ତ୍ତକ ଆତ୍ମା ତେଣୁ ବିଶ୍ୱ ପ୍ରତି ମଧ୍ୟ ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ପରିବର୍ତ୍ତନ କରିବାର କାର୍ଯ୍ୟ ଏବେ ବାକି ରହିଛି । ଯେପରି ବ୍ରହ୍ମାବାବା ବର୍ତ୍ତମାନ ସମୟରେ ଅବ୍ୟକ୍ତ ରୂପଧାରୀ ହୋଇ ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ତୁମମାନଙ୍କର ପାଳନା କରୁଛନ୍ତି, ସେବାର ବୃଦ୍ଧିରେ ସହଯୋଗୀ ହୋଇ ଆଗକୁ ବଢାଉଛନ୍ତି, ଏହି ବିଶେଷତାକୁ ନିଜ ଭିତରେ ବୃଦ୍ଧି କରିବା ପାଇଁ ତପସ୍ୟା ରୂପରେ ଅଭ୍ୟାସ କରିବାକୁ ହେବ । ତପସ୍ୟା ଅର୍ଥାତ୍ ଦୃଢତା ସମ୍ପନ୍ନ ଅଭ୍ୟାସ । ସାଧାରଣତାକୁ ତପସ୍ୟା କୁହାଯିବ ନାହିଁ ତେଣୁ ବର୍ତ୍ତମାନ ଏହିଭଳି ତପସ୍ୟା କରିବା ପାଇଁ ସମୟ ଦିଆଯାଉଛି । ତେବେ ବର୍ତ୍ତମାନ ହିଁ କାହିଁକି ଦିଆଯାଉଛି ? କାହିଁକି ନା ବର୍ତ୍ତମାନର ଏହି ସମୟ ତୁମମାନଙ୍କର ବହୁତ କାଳର ହିସାବରେ ଜମା ହୋଇଯିବ । ବାପଦାଦା ସମସ୍ତଙ୍କୁ ବହୁତ କାଳର ପ୍ରାପ୍ତି କରାଇବା ପାଇଁ ନିମିତ୍ତ ଅଟନ୍ତି ନା । ବାପଦାଦା ସବୁ ପିଲାମାନଙ୍କୁ ବହୁତ କାଳର ରାଜ୍ୟଭାଗ୍ୟ ଅଧିକାରୀ କରାଇବା ପାଇଁ ଚାହୁଁଛନ୍ତି । ତେବେ ବହୁତ କାଳ ପ୍ରାପ୍ତିର ଆଧାର ସ୍ୱରୂପ ପୁରୁଷାର୍ଥ କରିବାର ସମୟ ବହୁତ କମ୍ ଅଛି ସେଥିପାଇଁ ପ୍ରତ୍ୟେକ କଥାର ଅଭ୍ୟାସକୁ ତପସ୍ୟା ରୂପରେ କରିବା ପାଇଁ ଏହି ବିଶେଷ ସମୟ ଦିଆଯାଉଛି, କାରଣ ଆଗକୁ ଏଭଳି ସମୟ ଆସିବ ଯେତେବେଳେ କି ତୁମ ସମସ୍ତଙ୍କୁ ଦାତା ଏବଂ ବରଦାତା ହୋଇ ଅଳ୍ପ ସମୟ ଭିତରେ ଅନେକକଙ୍କୁ ଦେବାକୁ ହେବ । ତେଣୁ ସର୍ବ ସମ୍ପତ୍ତିର ଜମାର ଖାତାକୁ ଭରପୁର କରିବା ପାଇଁ ସମୟ ଦିଆଯାଉଛି ।

ଦ୍ୱିତୀୟ କଥା ବିଘ୍ନ ବିନାଶକ ବା ସମାଧାନ ସ୍ୱରୂପ ହେବା ପାଇଁ ଯେଉଁ ପ୍ରତିଜ୍ଞା କରିଛ ସେଥିରେ ନିଜ ପ୍ରତି ମଧ୍ୟ ବିଘ୍ନ ବିନାଶକ ଏବଂ ଅନ୍ୟମାନଙ୍କ ପ୍ରତି ମଧ୍ୟ ବିଘ୍ନ ବିନାଶକ ହେବାର ବିଶେଷ ଦୃଢ ସଂକଳ୍ପ ଏବଂ ଦୃଢ ସ୍ୱରୂପ ଉଭୟ ହେବା ଦରକାର । କେବଳ ସଂକଳ୍ପ ନୁହେଁ କିନ୍ତୁ ସ୍ୱରୂପ ମଧ୍ୟ ହେବା ଦରକାର । ତେଣୁ ଏହି ବର୍ଷ ବାପଦାଦା ଏକ୍ସଟ୍ରା ସୁଯୋଗ ଦେଉଛନ୍ତି । ଯାହାକୁ ବି ଏହିଭଳି ବିଘ୍ନ ବିନାଶକ ହେବାର ସୁଯୋଗ ନେବାର ଅଛି ସେମାନେ ଏହି ବର୍ଷ ଭିତରେ ହୋଇପାରିବେ, କାରଣ ଏହି ବର୍ଷକୁ ବିଶେଷ ବରଦାନ ମିଳିଛି । କିନ୍ତୁ ବରଦାନକୁ ପ୍ରାପ୍ତ କରିବା ପାଇଁ ବିଶେଷ କରି ଦୁଇଟି କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ପ୍ରଥମ କଥା ହେଲା ସର୍ବଦା ବାବାଙ୍କ ସମାନ ଦାନ ଦେଇ ଚାଲୁଥିବା ଦାତା ହେବାକୁ ପଡିବ, ନେବାର ଭାବନା କେବେ ବି ରଖିବାର ନାହିଁ । ଶ୍ରେଷ୍ଠ କର୍ମ କରିବା ସହିତ କୌଣସି ପ୍ରାପ୍ତି କରିବାର ଭାବନା ରଖିବାର ନାହିଁ, କାରଣ ଶ୍ରେଷ୍ଠ କର୍ମର ଫଳ ସର୍ବଦା ଶ୍ରେଷ୍ଠ ହିଁ ହୋଇଥାଏ, ଏହାର ଜ୍ଞାନକୁ ତ ତୁମେମାନେ ଜାଣିଛ କିନ୍ତୁ କରିବା ସମୟରେ ଏଭଳି ସଂକଳ୍ପ ରଖିବାର ନାହିଁ । ପ୍ରଥମେ ତ ବରଦାନ ନେବାର ପାତ୍ର ହେବା ପାଇଁ ସର୍ବଦା ଦାତା ହୋଇ ରହିବାକୁ ହେବ ଏବଂ ଦ୍ୱିତୀୟରେ ବିଘ୍ନ ବିନାଶକ ହେବାକୁ ପଡିବ, ତେଣୁ ସମାହିତ କରିବାର ଶକ୍ତିକୁ ସର୍ବଦା ବିଶେଷ ରୂପରେ ଧ୍ୟାନ ଦେବାକୁ ହେବ । ତେବେ ନିଜ ପାଇଁ ମଧ୍ୟ ସମାହିତ କରିବାର ଶକ୍ତି ଆବଶ୍ୟକ । ତୁମେମାନେ ତ ସାଗର ପିତାଙ୍କର ସନ୍ତାନ ଏବଂ ସାଗରର ବିଶେଷତା ହେଲା ସବୁ କିଛି ନିଜ ଭିତରେ ସମାହିତ କରିଦେବା । ଯେଉଁମାନଙ୍କ ଭିତରେ ସମାହିତ କରିବାର ଶକ୍ତି ଥିବ ସେହିମାନେ ହିଁ ଶୁଭଭାବନା ବା କଲ୍ୟାଣର କାମନା କରିପାରିବେ, ସେଥିପାଇଁ ଦାତା ହେବାକୁ ପଡିବ, ସମାହିତ କରିବାର ଶକ୍ତିର ସ୍ୱରୂପ ହୋଇ ସାଗର ହେବାକୁ ପଡିବ । ଏହି ଦୁଇଟି ବିଶେଷତାକୁ ସର୍ବଦା କର୍ମରେ କରିବାକୁ ହିଁ ହେବ । କେବେକେବେ କେହି କେହି ପିଲା କହିଥାନ୍ତି ଭାବିଥିଲି ତ ଏହିଭଳି କରିବା ପାଇଁ କିନ୍ତୁ କରିବା ସମୟରେ ବଦଳିଗଲା । ତେଣୁ ଏହି ବର୍ଷ ଚାରିଟିଯାକ କଥାରେ ଏକା ସମୟରେ ସମାନତାକୁ ଧାରଣ କରିବାର ବିଶେଷ ଅଭ୍ୟାସ କରିବାକୁ ହେବ । ବୁଝିଲ । ତେଣୁ ଗୋଟିଏ କଥା ହେଲା ସବୁ ପ୍ରକାରର ସମ୍ପତ୍ତିକୁ ଜମା କରିବାକୁ ହେବ ଏବଂ ଦାତା ହୋଇ ବାଣ୍ଟିବାର ସଂସ୍କାରକୁ ସ୍ୱାଭାବିକ ରୂପରେ ଧାରଣ କରିବାକୁ ହେବ, ସେଥିପାଇଁ ସମୟ ଦିଆଯାଉଛି । ତେଣୁ ବିଘ୍ନ ବିନାଶକ ହେବା ଏବଂ ଅନ୍ୟମାନଙ୍କୁ କରିବା, ଏଥିରେ ସଦାକାଳ ପାଇଁ ନିଜର ସ୍ଥାନକୁ ନିଶ୍ଚିତ କରିବାର ସୁଯୋଗ ଦିଆଯାଉଛି । ଯାହା କିଛି ବି ହେଉ ନିଜେ ମଧ୍ୟ ତପସ୍ୟା କର ଏବଂ ସମସ୍ତଙ୍କର ବିଘ୍ନକୁ ସମାପ୍ତ କରିବାରେ ସହଯୋଗୀ ହୁଅ । ନିଜକୁ କେତେ ବି ଓହରିବାକୁ ପଡୁ କିନ୍ତୁ ଏହି ଓହରିବା ବା ନଇଁଯିବା ସଦାକାଳ ପାଇଁ ଝୁଲଣାରେ ଝୁଲିବା ଅଟେ ଯେପରି ଶ୍ରୀକୃଷ୍ଣଙ୍କୁ କେତେ ସ୍ନେହର ସହିତ ଝୁଲାଉଛନ୍ତି, ସେହିଭଳି ବାବା ମଧ୍ୟ ବର୍ତ୍ତମାନ ତୁମମାନଙ୍କୁ ନିଜର କୋଳରୂପକ ଝୁଲଣାରେ ଝୁଲାଇବେ ଏବଂ ଭବିଷ୍ୟତରେ ରତ୍ନଜଡିତ ଝୁଲଣାରେ ମଧ୍ୟ ଝୁଲିବ ଏବଂ ଭକ୍ତିମାର୍ଗରେ ମଧ୍ୟ ପୂଜ୍ୟ ଦେବୀ-ଦେବତା ହୋଇ ଝୁଲଣାରେ ଝୁଲିବ । ତେବେ ନଇଁଯିବା ବା ନିଜର ମାନ-ସମ୍ମାନକୁ ତ୍ୟାଗ କରିଦେବା -- ଏହା ମହାନତା ଅଟେ । ମୁଁ କାହିଁକି ନଇଁବି, ସିଏ କାହିଁକି ନଇଁବ ନାହିଁ -- ଏଥିରେ ନିଜକୁ କମ୍ ମନେ କର ନାହିଁ । ଏହିଭଳି ନଇଁବା ହିଁ ମହାନତ ଅଟେ । ଏହି ମରିବା, ମରିବା ନୁହେଁ ବରଂ ଅବିନାଶୀ ପ୍ରାପ୍ତିରେ ବଞ୍ଚିବା, ସେଥିପାଇଁ ସର୍ବଦା ନିଜେ ବିଘ୍ନ-ବିନାଶକ ହୁଅ ଏବଂ ଅନ୍ୟମାନଙ୍କୁ କରାଅ । ଏଥିରେ ପ୍ରଥମ ଶ୍ରେଣୀରେ ଆସିବା ପାଇଁ ଯାହାକୁ ସୁଯୋଗ ନେବାର ଅଛି, ନେଇପାରିବେ । ଏହି ବିଶେଷ ସୁଯୋଗ ନେବାର ସମୟର ମହତ୍ୱ ବିଷୟରେ ବାପଦାଦା ଶୁଣାଉଛନ୍ତି । ତେଣୁ ସମୟର ମହତ୍ୱକୁ ଜାଣି ତପସ୍ୟା କରିବାକୁ ହେବ ।

ତୃତୀୟ କଥା ସମୟ ଅନୁସାରେ ଯେତେ ଯେତେ ଅଶାନ୍ତି ଏବଂ ହଲଚଲ୍ର ବାତାବରଣ ବଢି-ବଢି ଚାଲିଛି ସେହି ଅନୁସାରେ ବୁଦ୍ଧିର ଲାଇନ୍ ବହୁତ ସ୍ପଷ୍ଟ ହେବା ଦରକାର କାହିଁକି ନା ସମୟ ଅନୁସାରେ ଟଚିଙ୍ଗ୍ ଏବଂ କ୍ୟାଚିଙ୍ଗ୍ ପାୱାର ଅର୍ଥାତ୍ ବାବାଙ୍କର ସୂକ୍ଷ୍ମ ପ୍ରେରଣାକୁ ଅନୁଭବ କରିବା ଏବଂ ଗ୍ରହଣ କରିନେବାର ଶକ୍ତିର ଆବଶ୍ୟକତା ପଡିବ । ପ୍ରଥମେ ତ ବାପଦାଦାଙ୍କର ନିର୍ଦ୍ଦେଶକୁ ବୁଦ୍ଧି ଦ୍ୱାରା ଗ୍ରହଣ କରିପାରିବା ଦରକାର । ଯଦି ବୁଦ୍ଧିର ଲାଇନ୍ ସ୍ପଷ୍ଟ ନଥିବ ତେବେ ବାବାଙ୍କର ନିର୍ଦ୍ଦେଶ ସହିତ ନିଜର ମନମତ ମଧ୍ୟ ମିଶିଯିବ ଏବଂ ମନମତ ମିଶିଯିବା କାରଣରୁ ଯଥା ସମୟରେ ଧୋକା ଖାଇବାର ସମ୍ଭାବନା ବଢିଯିବ । ତେଣୁ ନିଜର ବୁଦ୍ଧି ଯେତିକି ସ୍ପଷ୍ଟ ବା ସ୍ୱଚ୍ଛ ରହିଥିବ ସେହି ଅନୁସାରେ ବାବାଙ୍କର ନିର୍ଦ୍ଦେଶକୁ କ୍ୟାଚ୍ କରିପାରିବ ଅର୍ଥାତ୍ ଗ୍ରହଣ କରିପାରିବ ଏବଂ ସେହି ଅନୁସାରେ ନିଜର ଉନ୍ନତି ପ୍ରତି ବା ସେବାର ବୃଦ୍ଧି କରିବା ପ୍ରତି ତଥା ସର୍ବ ଆତ୍ମାଙ୍କୁ ଦାତା ହୋଇ ଦେବାର ଶକ୍ତି ସହଜରେ ବଢି ବଢି ଚାଲିବ ଏବଂ ସମୟ ଅନୁସାରେ ତୁମକୁ ଟଚିଙ୍ଗ୍ ହେବ ଅର୍ଥାତ୍ ଅନୁଭବ ହେବ ଯେ ଏହି ସମୟରେ ଏହି ଆତ୍ମା ପ୍ରତି ସହଜ ସେବାର ଆଧାର ବା ସ୍ୱଉନ୍ନତିର ଆଧାର ଯଥାର୍ଥ ଭାବରେ ଏହା ହିଁ ଅଟେ । ତେଣୁ ବର୍ତ୍ତମାନର ସମୟ ଅନୁସାରେ ଏହି ଦୁଇଟି ଶକ୍ତିର ବହୁତ ଆବଶ୍ୟକତା ରହିଛି । ଏହାକୁ ବଢାଇବା ପାଇଁ ଏକାନାମୀ ଏବଂ ଇକୋନୋମୀ ଅର୍ଥାତ୍ ମିତବ୍ୟୟୀ ହେବାକୁ ପଡିବ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ନୁହେଁ । ଅନ୍ୟ କାହା ସହିତ ମୋହ ରଖିବା ତ ଅଲଗା କଥା, ତାହା ତ ନିଶ୍ଚିତ ରୂପରେ ଭୁଲ କିନ୍ତୁ ଅନ୍ୟମାନଙ୍କର ସ୍ୱଭାବର ପ୍ରଭାବ ମଧ୍ୟ ନିଜର ଅବସ୍ଥାକୁ ହଲଚଲ କରିଥାଏ । ଅନ୍ୟର ସଂସ୍କାର ବୁଦ୍ଧିକୁ ସଂଘର୍ଷ କରିବା ପାଇଁ ବାଧ୍ୟ କରିଥାଏ । ତେବେ ସେହି ସମୟରେ ଚେକ୍ କର ଯେ ବୁଦ୍ଧିରେ ବାବା ଅଛନ୍ତି ନା ସଂସ୍କାର ଅଛି ? ଚାହେଁ ମୋହ ରୂପରେ ବୁଦ୍ଧିକୁ ପ୍ରଭାବିତ କରୁ ବା ସ୍ୱଭାବ ସଂସ୍କାରର ସଂଘର୍ଷ ରୂପରେ ବୁଦ୍ଧିକୁ ପ୍ରଭାବିତ କରୁ କିନ୍ତୁ ବୁଦ୍ଧିର ଲାଇନ ସର୍ବଦା ସ୍ପଷ୍ଟ ରହିଥାଉ । ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ଏହାକୁ କୁହାଯାଏ ଏକନାମୀ । ତେବେ ଇକୋନାମୀ ଅର୍ଥାତ ମିତବ୍ୟୟିତା କାହାକୁ କୁହାଯାଏ ? କେବଳ ସ୍ଥୂଳ ଧନର ସଞ୍ଚୟକୁ ମିତବ୍ୟୟିତା କୁହାଯିବ ନାହିଁ । ଯଦିଓ ତାହା ମଧ୍ୟ ଜରୁରୀ ଅଟେ କିନ୍ତୁ ସମୟ ମଧ୍ୟ ଧନ ଅଟେ, ସଂକଳ୍ପ ଏବଂ ଶକ୍ତି ମଧ୍ୟ ଧନ ଅଟେ, ତେଣୁ ଏହି ସବୁର ଇକୋନାମୀ କର, ବ୍ୟର୍ଥରେ ନଷ୍ଟ କର ନାହିଁ । ଇକୋନାମୀ କରିବା ଅର୍ଥ ଜମା ଖାତାକୁ ବଢାଇବା । ଏକନାମୀ ଏବଂ ଇକୋନାମୀର ସଂସ୍କାର ଥିବା ଆତ୍ମା ହିଁ ଏହି ଦୁଇଟି ଶକ୍ତିର ଅର୍ଥାତ୍ ଟଚିଙ୍ଗ୍ ପାୱାର ଏବଂ କ୍ୟାଚିଂଗ୍ ପାୱାରର ଅନୁଭବ କରିପାରିବ କିନ୍ତୁ ଏହି ଅନୁଭବ ବିନାଶ ସମୟରେ କରିପାରିବ ନାହିଁ, ସେଥିପାଇଁ ଏବେଠାରୁ ଅଭ୍ୟାସ କରିବା ଦରକାର । ତେବେ ଯାଇ ସମୟ ଅନୁସାରେ ଅନ୍ତିମ ସମୟରେ ଶ୍ରେଷ୍ଠ ମତ ଏବଂ ଗତିକୁ ପ୍ରାପ୍ତ କରିପାରିବ । ଏବେ ଧରିନିଅ ବିନାଶ ହେବା ପାଇଁ ଆଉ କିଛି ଦିନ ତ ବାକି ଅଛି । ଧରିନିଅ ୧୦ ବର୍ଷ ଅଛି କିନ୍ତୁ ୧୦ ବର୍ଷ ପରେ ଆଉ ଏହି ପୁରୁଷାର୍ଥ କରିପାରିବ ନାହିଁ । ଯେତେ ବି ମେହନତ କର କିନ୍ତୁ କରିପାରିବ ନାହିଁ ବରଂ ଦୁର୍ବଳ ହୋଇଯିବ । ତାପରେ ଅନ୍ତିମ ସମୟ ଯୁଦ୍ଧ କରିବାରେ ବିତିଯିବ, ସଫଳତା ପ୍ରାପ୍ତ କରିବାରେ ନୁହେଁ । ତୁମକୁ ତ୍ରେତାଯୁଗୀ ତ ହେବାର ନାହିଁ ନା । ମେହନତ କରିବା ଅର୍ଥ ତୀର ଓ ଧନୁ ଧରିବା ଏବଂ ସର୍ବଦା ମୋହବତ୍ରେ ରହିବା ଅର୍ଥ ସ୍ନେହରେ ବୁଡି ରହିବା, ଖୁସିରେ ରହିବା ଅର୍ଥାତ୍ ମୁରଲୀଧର ହେବା, ସୂର୍ଯ୍ୟବଂଶୀ ହେବା କାହିଁକି ନା ମୁରଲୀ ନଚାଇଥାଏ ଏବଂ ଧନୁଶର ଲକ୍ଷ ଭେଦ କରାଇବା ପାଇଁ ମେହନତ କରାଇଥାଏ । ତେଣୁ ଧନୁର୍ଦ୍ଧାରୀ ନୁହେଁ ମୁରଲୀଧର ହେବାର ଅଛି ତେଣୁ ପଛରେ ଯେପରି କେହି ଉଲୁଗୁଣା ନ ଦେବେ ଯେ ଆଉ ଟିକିଏ ସମୟ ଦେଇଦିଅ, ସୁଯୋଗ ଦେଇଦିଅ ବା କୃପା କରିଦିଅ । ଏସବୁ ଚଳିବ ନାହିଁ ସେଥିପାଇଁ ପ୍ରଥମରୁ ହିଁ ଶୁଣାଇ ଦେଉଛୁ । ଚାହେଁ ପଛରେ ଆସିଥାଅ କି ଆଗରୁ ଆସିଥାଅ କିନ୍ତୁ ସମୟ ଅନୁସାରେ ତ ସମସ୍ତଙ୍କୁ ଶେଷ ସ୍ଥିତିରେ ପହଞ୍ଚିବାର ସମୟ ହୋଇଗଲାଣି । ସେଥିପାଇଁ ଏହିଭଳି ତୀବ୍ରଗତିରେ ଚାଲିବାକୁ ପଡିବ । ବୁଝିଲ । ଆଚ୍ଛା ।

ଚାରିଆଡର ସମସ୍ତ ସ୍ନେହୀ ପିଲାମାନଙ୍କୁ ସର୍ବଦା ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ, ସର୍ବଦା ସନ୍ତୁଷ୍ଟତାର ଝଲକ ଦେଖାଉଥିବା ପିଲାମାନଙ୍କୁ, ସର୍ବଦା ପ୍ରସନ୍ନତାର ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱରେ ରହୁଥିବା ପିଲାମାନଙ୍କୁ, ସର୍ବଦା ବେହଦର ବିଶାଳ ହୃଦୟ, ବେହଦର ବିଶାଳ ବୁଦ୍ଧିକୁ ଧାରଣ କରିଥିବା ବିଶାଳ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ସ୍ମୃତି ସହିତ ନମସ୍ତେ ।

ରଦାନ:-
ପାଞ୍ଚ ବିକାର ରୂପୀ ଶତ୍ରୁକୁ ପରବର୍ତ୍ତନ କରି ସହଯୋଗୀ କରୁଥିବା ମାୟାଜିତ୍, ଜଗତ୍ଜିତ୍ ହୁଅ ।

ବିଜୟୀ ସର୍ବଦା ଶତ୍ରୁର ରୂପକୁ ପରିବର୍ତ୍ତନ କରିଦିଏ । ତେଣୁ ତୁମେମାନେ ମଧ୍ୟ ବିକାରରୂପୀ ଶତ୍ରୁମାନଙ୍କୁ ପରିବର୍ତ୍ତନ କରି ସହଯୋଗୀ ସ୍ୱରୂପ କରିଦିଅ ଯାହାଦ୍ୱାରା ସେମାନେ ସଦାସର୍ବଦା ତୁମକୁ ନମସ୍କାର କରୁଥିବେ । ତେଣୁ କାମ ବିକାରୀକୁ ଶୁଭକାମନା ରୂପରେ, କ୍ରୋଧକୁ ଆତ୍ମିକ ନିଶା ରୂପରେ, ଲୋଭକୁ ଅନାସକ୍ତ ବୃତ୍ତି ରୂପରେ, ମୋହକୁ ସ୍ନେହ ରୂପରେ ଏବଂ ଦେହାଭିମାନକୁ ସ୍ୱାଭିମାନ ରୂପରେ ପରିବର୍ତ୍ତିତ କରିଦିଅ ତେବେ ମାୟାଜିତ୍ ଜଗତ୍ଜିତ୍ ହୋଇଯିବ ।

ସ୍ଲୋଗାନ:-
ଆତ୍ମାରୂପୀ ଖାଣ୍ଟି ସୁନାରେ ମୋର ପଣିଆ ହିଁ ଖାଦ ଅଟେ ଯାହାକି ସୁନାର ମୂଲ୍ୟକୁ କମ୍ କରିଦେଉଛି, ସେଥିପାଇଁ ମୋର ପଣିଆକୁ ସମାପ୍ତ କରିଦିଅ ।