11.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯୋଗ ଅଗ୍ନି ଦ୍ୱାରା ପାପକୁ ଭସ୍ମ କରି ସଂପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବାର ଅଛି, ଏବେ ଆଉ କୌଣସି ପାପ କର୍ମ କରିବାର ନାହିଁ ।

ପ୍ରଶ୍ନ:-
ସତ୍ୟଯୁଗରେ ଉଚ୍ଚ ପଦ କେଉଁ ଆଧାରରେ ମିଳିଥାଏ? ଏଠିକାର କେଉଁ ନିୟମ ସମସ୍ତଙ୍କୁ ଶୁଣାଇବାକୁ ହେବ?

ଉତ୍ତର:-
ସତ୍ୟଯୁଗରେ ପବିତ୍ରତା ଆଧାରରେ ଉଚ୍ଚ ପଦ ମିଳିଥାଏ । ଯେଉଁମାନେ ପବିତ୍ରତାର କମ୍ ଧାରଣା କରିଥାନ୍ତି ସେମାନେ ସତ୍ୟଯୁଗରେ ଡେରିରେ ଆସିଥାନ୍ତି ଏବଂ ପଦ ମଧ୍ୟ କମ ପାଇଥାନ୍ତି । ଯେତେବେଳେ ଏଠାକୁ କେହି ଆସୁଛନ୍ତି ତେବେ ସେମାନଙ୍କୁ ଏହି ନିୟମ ବା ଉପାୟ ଶୁଣାଅ ଯେ - ଦାନ ଦେଲେ ଗ୍ରହଣ ଛାଡିଯିବ ଅର୍ଥାତ୍ ୫ ବିକାରର ଦାନ ଦିଅ ତେବେ ତୁମେ ୧୬ କଳା ସଂପୂର୍ଣ୍ଣ ହୋଇଯିବ । ତୁମେ ପିଲାମାନେ ମଧ୍ୟ ନିଜ ମନକୁ ପଚାର ଯେ ମୋ ଭିତରେ କୌଣସି ବିକାର ନାହିଁ ତ?

ଓମ୍ ଶାନ୍ତି ।
ରୁହାନୀ ବାବା ରୁହାନୀ ପିଲାମାନଙ୍କୁ ବୁଝାଉଛନ୍ତି ଯେ ମନୁଷ୍ୟମାନଙ୍କୁ କିପରି ବୁଝାଇବ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଭାରତରେ ସ୍ୱର୍ଗ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ବିଚାର କରିବା ଦରକାର, ସେହି ସମୟରେ କେତେ ମନୁଷ୍ୟ ଥିଲେ । ସତ୍ୟଯୁଗ ଆରମ୍ଭରେ ଅଧିକରୁ ଅଧିକ ୯-୧୦ ଲକ୍ଷ ଲୋକ ଥିବେ । ଆରମ୍ଭରୁ ଏହି ବୃକ୍ଷ ଛୋଟ ହିଁ ହୋଇଥାଏ । ଏହି ସମୟରେ ଯେତେବେଳେ କି କଳିଯୁଗର ଅନ୍ତ ହେଉଛି ତେବେ ଏହି ବୃକ୍ଷ କେତେ ବଡ ହୋଇଗଲାଣି, ଏବେ ଏହାର ବିନାଶ ମଧ୍ୟ ନିଶ୍ଚିତ ହେବ । ପିଲାମାନେ ଜାଣୁଛନ୍ତି ଯେ ଏହା ସେହି ମହାଭାରତ ଲଢେଇ ଅଟେ । ଏହି ସମୟରେ ହିଁ ଗୀତାର ଭଗବାନ ରାଜଯୋଗ ଶିଖାଇଥିଲେ ଏବଂ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲେ । ଏହି ସଂଗମଯୁଗରେ ହିଁ ଅନେକ ଧର୍ମର ବିନାଶ, ଏକ ଧର୍ମର ସ୍ଥାପନା ହୋଇଥିଲା । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ଏବଂ ଆଉ କୌଣସି ଧର୍ମ ନଥିଲା । ଏହିପରି ନୂଆ ଦୁନିଆ ସ୍ଥାପନ କରିବା ପାଇଁ ବାବା ସଂଗମଯୁଗରେ ଆସୁଛନ୍ତି । ଏବେ ସେହି ନୂଆ ଦୁନିଆ ସ୍ଥାପନ ହେଉଛି । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ସତ୍ୟଯୁଗରେ ଏକମାତ୍ର ଭାରତ ରାଷ୍ଟ୍ର ହିଁ ଥିଲା ଆଉ କୌଣସି ରାଷ୍ଟ୍ର ନଥିଲା । ବର୍ତ୍ତମାନ ତ କେତେ ରାଷ୍ଟ୍ର ହୋଇଗଲାଣି । ଭାରତ ରାଷ୍ଟ୍ର ମଧ୍ୟ ଅଛି କିନ୍ତୁ ଏଠାରେ ଆଦି ସନାତନ ଦେବୀ-ଦେବତା ଧର୍ମ ନାହିଁ । ତାହା ପ୍ରାୟଃ ଲୋପ ହୋଇଯାଇଛି । ଏବେ ପୁଣି ଥରେ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଅନ୍ୟ ସବୁ ଧର୍ମ ବିନାଶ ହୋଇଯାଉଛି । ଏହି କଥା ମନେ ରଖିବାକୁ ହେବ ଯେ ସତ୍ୟ ଓ ତ୍ରେତା ଯୁଗରେ ଆଉ କୌଣସି ରାଜ୍ୟ ନଥିଲା । ଅନ୍ୟ ସବୁ ଧର୍ମଗୁଡିକ ଏବେ ହିଁ ଆସିଛନ୍ତି । କେତେ ଦୁଃଖ ଅଶାନ୍ତି ମାଡ୍‌ପିଟ୍ ହେଉଛନ୍ତି । ମହାଭାରୀ ମହାଭାରତ ଲଢେଇ ମଧ୍ୟ ଏହା ହିଁ ଅଟେ । ଗୋଟିଏ ପଟେ ୟୁରୋପବାସୀ ଯାଦବମାନେ ମଧ୍ୟ ଅଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏମାନେ ମୁସଳ ଅର୍ଥାତ୍ କ୍ଷେପଣାସ୍ତ୍ରର ଉଦ୍‌ଦ୍ଭାବନ କରିଥିଲେ । କୌରବ ଏବଂ ପାଣ୍ଡବମାନେ ମଧ୍ୟ ଥିଲେ । ପାଣ୍ଡବମାନଙ୍କ ପକ୍ଷରେ ସ୍ୱୟଂ ପରମପିତା ପରମାତ୍ମା ସାହାଯ୍ୟକାରୀ ଥିଲେ । ପରମପିତା ପରମାତ୍ମା ସମସ୍ତଙ୍କୁ ଏହି କଥା କହିଥିଲେ ଯେ ଗୃହସ୍ଥ ବ୍ୟବହାରରେ ରହି ମୋତେ ମନେ ପକାଇବା ଦ୍ୱାରା ତୁମମାନଙ୍କର ପାପ ଆଉ ବୃଦ୍ଧି ହେବ ନାହିଁ ଏବଂ ଅତୀତର ବିକର୍ମ ସବୁ ବିନାଶ ହୋଇଯିବ । ଏବେ ମଧ୍ୟ ବାବା ବୁଝାଉଛନ୍ତି ତୁମେ ଭାରତବାସୀମାନେ ହିଁ ସତ୍ୟଯୁଗରେ ସତ୍ୱପ୍ରଧାନ ଥିଲ, ୮୪ ଜନ୍ମ ନେଇ-ନେଇ ଏବେ ତୁମମାନଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି । ଏବେ ପୁଣି ସତ୍ୱପ୍ରଧାନ କିପରି ହେବ? ସତ୍ୱପ୍ରଧାନ ସେତେବେଳେ ହେବ ଯେତେବେଳେ ପତିତ-ପାବନ ବାବାଙ୍କୁ ମନେ ପକାଇବ । ଏହି ଯୋଗ ଅଗ୍ନି ଦ୍ୱାରା ହିଁ ପାପ ଭସ୍ମ ହେବ ଏବଂ ଆତ୍ମା ସତ୍ୱପ୍ରଧାନ ହୋଇଯିବ ଏବଂ ପୁଣି ସ୍ୱର୍ଗରେ ୨୧ ଜନ୍ମ ପାଇଁ ସମ୍ପତ୍ତିର ଅଧିକାର ପାଇବ । ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ଭାରତ ସତ୍ୟଯୁଗରେ ଶ୍ରେଷ୍ଠାଚାରୀ ଥିଲା ଏବଂ ସୃଷ୍ଟିର ଆରମ୍ଭରେ ବହୁତ କମ୍ ମନୁଷ୍ୟ ଥିଲେ । ଭାରତ ସ୍ୱର୍ଗ ଥିଲା, ଅନ୍ୟ କୌଣସି ଦେଶ ନଥିଲା । ବର୍ତ୍ତମାନ ଅନ୍ୟ ସବୁ ଧର୍ମର ବୃଦ୍ଧି ହେବା କାରଣରୁ ସୃଷ୍ଟିରୂପୀ ବୃକ୍ଷ କେତେ ବଡ ହୋଇଗଲାଣି ଏବଂ ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ମଧ୍ୟ ହୋଇଗଲାଣି । ବର୍ତ୍ତମାନ ଏହି ତମୋପ୍ରଧାନ ବୃକ୍ଷର ବିନାଶ ଏବଂ ନୂଆ ଦେବୀ-ଦେବତା ଧର୍ମ ରୂପକ ବୃକ୍ଷର ସ୍ଥାପନା ନିଶ୍ଚିତ ହେବା ଦରକାର ଏବଂ ଏହା ସଂଗମରେ ହିଁ ହେବ । ବର୍ତ୍ତମାନ ତୁମ୍ଭେମାନେ ସଂଗମଯୁଗରେ ଅଛ । ଆଦି ସନାତନ ଦେବୀ-ଦେବତା ଧର୍ମର ଏବେ ଚାରା ଲାଗୁଛି । ପତିତ ମନୁଷ୍ୟମାନଙ୍କୁ ବାବା ପବିତ୍ର କରୁଛନ୍ତି, ସେମାନେ ପୁଣି ଦେବତା ହେବେ । ଯେଉଁମାନେ ପ୍ରଥମ ନମ୍ବରରେ ଥିଲେ ଏବଂ ୮୪ ଜନ୍ମ ନେଇଛନ୍ତି, ସେହିମାନେ ହିଁ ପୁଣି ପ୍ରଥମ ନମ୍ବରରେ ଆସିବେ । ସବୁଠାରୁ ପ୍ରଥମେ ଦେବୀ-ଦେବତାମାନଙ୍କର ଅଭିନୟ ଥିଲା । ସେହିମାନେ ହିଁ ପ୍ରଥମେ ବାବାଙ୍କଠାରୁ ଅଲଗା ହୋଇଛନ୍ତି । ପୁଣି ସେହିମାନଙ୍କର ଅଭିନୟ ପୁନରାବୃତ୍ତି ହେବା ଦରକାର । ସତ୍ୟଯୁଗରେ ତ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂଣ୍ଣ ହିଁ ହେବେ... ଏବେ ଦୁନିଆ ବିକାରୀ ହୋଇଯାଇଛି, ରାତି-ଦିନର ଫରକ ହୋଇଯାଇଛି । ବର୍ତ୍ତମାନ ବିକାରୀ ଦୁନିଆକୁ ନିର୍ବିକାରୀ ଦୁନିଆରେ ପରିଣତ କିଏ କରିବ? ସମସ୍ତେ ଡାକୁଛନ୍ତି ହେ ପବିତ୍ର କରିଲାବାଲା ଆସ । ଏବେ ସିଏ ଆସିଛନ୍ତି । ବାବା କହୁଛନ୍ତି - ମୁଁ ତୁମ୍ଭମାନଙ୍କୁ ନିର୍ବିକାରୀ କରୁଛି । ଏହି ବିକାରୀ ଦୁନିଆର ବିନାଶ ପାଇଁ ଲଢେଇ ଲାଗିବ । ସେମାନେ କହୁଛନ୍ତି ଏବେ ଏକମତ କିପରି ହେବ, କାରଣ ବର୍ତ୍ତମାନ ଅନେକ ମତ ରହିଛି ନା । ଅନେକ ଗୁଡିଏ ମତ-ମତାନ୍ତର ଭିତରେ ଏକ ଧର୍ମର ମତ କିଏ ସ୍ଥାପନ କରିବ । ବାବା ବୁଝାଉଛନ୍ତି ବର୍ତ୍ତମାନ ଏକ ମତର ସ୍ଥାପନା ହେଉଛି । ବାକି ସବୁ ବିନାଶ ହୋଇଯିବ । ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମା ଯେଉଁମାନେ କି ପବିତ୍ର ଥିଲେ, ସେହିମାନେ ହିଁ ପୁଣି ୮୪ ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛନ୍ତି । ପୁଣି ବାବା ଆସି ଭାରତବାସୀଙ୍କୁ ପୁନର୍ବାର ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି ଅର୍ଥାତ୍ ଅସୁରରୁ ଦେବତା କରୁଛନ୍ତି । ତୁମ୍ଭେମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ପତିତରୁ ପବିତ୍ର ହୋଇଯିବ । ଏବେ ତୁମ୍ଭେମାନେ ଜ୍ଞାନ ରୂପକ ଚିତାଗ୍ନିରେ ଭସ୍ମୀଭୂତ ହେବା ଦ୍ୱାରା ଦୁନିଆ ଭ୍ରଷ୍ଟାଚାରୀ ହୋଇଯାଇଛି ।

ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ହିଁ ଦେବୀ-ଦେବତାମାନେ ଥିଲେ । ସେହି ସମୟରେ ଅଳ୍ପ ସଂଖ୍ୟକ ମନୁଷ୍ୟ ଥିଲେ । ଏବେ ତ ମନୁଷ୍ୟମାନେ କିଭଳି ଅସୁର ପାଲଟି ଯାଇଛନ୍ତି । ଅନ୍ୟ ଧର୍ମଗୁଡିକ ମିଶିଯିବା କାରଣରୁ ବୃକ୍ଷ ବଡ ହୋଇଗଲାଣି । ବାବା ବୁଝାଉଛନ୍ତି ଏହି ବୃକ୍ଷ ଜରାଜୀର୍ଣ୍ଣ ହୋଇଗଲାଣି । ଏବେ ପୁଣି ମୋତେ ଏକ ମତର ରାଜ୍ୟ ସ୍ଥାପନ କରିବାକୁ ହେବ । ଭାରତବାସୀମାନେ କହୁଛନ୍ତି ଏକ ଧର୍ମ, ଏକ ମତ ହେଉ । ଏକଥା ଭାରତବାସୀ ଭୁଲିଯାଇଛନ୍ତି ଯେ ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ଥିଲା । ଏଠାରେ ତ ଅନେକ ଧର୍ମ ରହିଛି । ବର୍ତ୍ତମାନ ବାବା ଆସି ପୁଣି ଥରେ ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି । ତୁମେ ପିଲାମାନେ ରାଜଯୋଗ ଶିଖୁଛ । ନିଶ୍ଚିତ ଭଗବାନ ହିଁ ରାଜଯୋଗ ଶିଖାଇବେ । ଏକଥା କେହ ବି ଜାଣିନାହାଁନ୍ତି । ଯେତେବେଳେ କେହି ପ୍ରଦର୍ଶନୀର ଉଦଘାଟନ କରିବାକୁ ଆସୁଛନ୍ତି ତେବେ ସେମାନଙ୍କୁ ମଧ୍ୟ ବୁଝାଇବା ଆବଶ୍ୟକ - ତୁମେ କଣ ଉଦ୍‌ଘାଟନ କରୁଛ! ବାବା ଏହି ଭାରତକୁ ସ୍ୱର୍ଗ କରୁଛନ୍ତି । ବାକି ନର୍କବାସୀ ସବୁ ବିନାଶ ହୋଇଯିବେ । ବିନାଶ ପୂର୍ବରୁ ଯେଉଁମାନଙ୍କୁ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ଅଛି ସେମାନେ ଆସି ଏଠାରେ ବୁଝନ୍ତୁ । ଏହି ବ୍ରହ୍ମାକୁମାରୀ ଆଶ୍ରମ ଏକ କ୍ୱାରେଣ୍ଟାଇନ୍ କ୍ଳାସ୍ ଅଟେ ଅର୍ଥାତ୍ ସମସ୍ତଙ୍କଠାରୁ ପୃଥକ ହୋଇ, ଏଠାରେ ୭ ଦିନ ପାଠପଢିବାକୁ ହେବ, ଯାହାଦ୍ୱାରା ୫ ବିକାର ନିଷ୍କାସିତ ହେବ । ଦେବତାମାନଙ୍କ ଭିତରେ ଏହି ୫ ବିକାର ନଥାଏ । ବର୍ତ୍ତମାନ ଏଠାରେ ୫ବିକାର ଗୁଡିକର ଦାନ ଦେବାକୁ ହେବ, ତେବେ ଯାଇ ଗ୍ରହଣ ଛାଡିବ । ଦାନ ଦେଲେ ଗ୍ରହଣ ଛାଡିଯିବ । ଏହାପରେ ପୁଣି ତୁମ୍ଭେମାନେ ୧୬ କଳା ସଂପୂର୍ଣ୍ଣ ହୋଇଯିବ । ଭାରତ ସତ୍ୟଯୁଗରେ ୧୬ କଳା ସଂପୂର୍ଣ୍ଣ ଥିଲା, ଏବେ ତ କୌଣସି କଳା ବା ଦିବ୍ୟତା ନାହିଁ । ସମସ୍ତେ କାଙ୍ଗାଳ ହୋଇଯାଇଛନ୍ତି । କେହି ଉଦଘାଟନ କରିବାକୁ ଆସିଲେ, ତାଙ୍କୁ କୁହ, ଏଠାକାର ନିୟମ ଅଛି, ବାବା କହୁଛନ୍ତି ଯଦି ତୁମେ ୫ ବିକାରକୁ ଦାନ ଦେବ ତେବେ ଗ୍ରହଣ ଛାଡିଯିବ ଏବଂ ତୁମେମାନେ ୧୬ କଳା ସଂପୂର୍ଣ୍ଣ ଦେବତା ହୋଇଯିବ । ସତ୍ୟଯୁଗରେ ପବିତ୍ରତା ଅନୁସାରେ ହିଁ ପଦ ପାଇବ । ଯଦି କିଛି ନା କିଛି କଳା କମ୍ ରହିଗଲା ତେବେ ଜନ୍ମ ମଧ୍ୟ ଡେରିରେ ନେବ । ବିକାରର ଦାନ ଦେବା ତ ବହୁତ ଭଲ କଥା ଅଟେ ନା । ଯଦି ଚନ୍ଦ୍ରମାରେ ଗ୍ରହଣ ଲାଗିଥାଏ ତେବେ ଆଗରୁ ବ୍ରାହ୍ମଣମାନେ ଦାନ ନେଉଥିଲେ । ଏବେ ତ ବ୍ରାହ୍ମଣାନେ ବଡ ଲୋକ ହୋଇଗଲେଣି । ଗରୀବ ଲୋକମାନେ ତ ବିଚରା ଭିକ ମାଗୁଛନ୍ତି ପୁରୁଣା ପୋଷାକ ଆଦି ବି ନେଇଯାଇଥାନ୍ତି । ବାସ୍ତବରେ ବ୍ରାହ୍ମଣମାନେ ପୁରୁଣା ପୋଷାକ ନେଇନଥାନ୍ତି, ସେମାନଙ୍କୁ ନୂଆ ଦିଆଯାଇଥାଏ । ତେଣୁ ଏବେ ତୁମ୍ଭେମାନେ ବୁଝୁଛ ଯେ ଭାରତ ହିଁ ୧୬ କଳା ସଂପୂର୍ଣ୍ଣ ଥିଲା । ଏବେ କଳିଯୁଗୀ ହୋଇଯାଇଛି । ୫ ବିକାରର ଗ୍ରହଣ ଲାଗିଯାଇଛି । ଯଦି ଏବେ ତୁମେମାନେ ୫ ବିକାରର ଦାନ ଦେଇ ଏହି ଅନ୍ତିମ ଜନ୍ମରେ ପବିତ୍ର ରହିବ ତେବେ ନୂଆ ଦୁନିଆରେ ମାଲିକ ହୋଇଯିବ । ସ୍ୱର୍ଗରେ ବହୁତ କମ୍ ଲୋକ ଥିଲେ । ପରେ ବୃଦ୍ଧି ହୋଇଛନ୍ତି । ଏବେ ତ ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ ଅଛି । ବାବା କହୁଛନ୍ତି ୫ ବିକାରର ଦାନ ଦିଅ ତେବେ ଗ୍ରହଣ ଛାଡିଯିବ । ବର୍ତ୍ତମାନ ତୁମକୁ ଶ୍ରେଷ୍ଠାଚାରୀ ହୋଇ ସ୍ୱର୍ଗ ଦୁନିଆର ସୂର୍ଯ୍ୟବଂଶୀ ରାଜ୍ୟ ନେବାକୁ ହେବ, ତେଣୁ ଭ୍ରଷ୍ଟାଚାରକୁ ଛାଡିବାକୁ ପଡିବ । ସେଥିପାଇଁ ୫ ବିକାରର ଦାନ ଦିଅ । ନିଜର ମନକୁ ପଚାର ମୁଁ ସର୍ବଗୁଣ ସମ୍ପନ୍ନ, ସଂପୂର୍ଣ୍ଣ ନିର୍ବିକାରୀ ହେଲିଣି? ନାରଦର ଉଦାହରଣ ରହିଛି ନା । ଯଦି ଗୋଟିଏ ବି ବିକାର ରହିଥିବ, ତେବେ ଲକ୍ଷ୍ମୀଙ୍କୁ କିପରି ବରଣ କରିବ । ତେଣୁ ଚେଷ୍ଟା କରିଚାଲ, ବିକାର ରୂପୀ ଖାଦରେ ନିଆଁ ଲଗାଇଦିଅ । ସୁନାରୁ ଖାଦ ବାହାର କରିବା ପାଇଁ ତାକୁ ନିଆଁରେ ପକାଇଥାନ୍ତି ଯଦି ନିଆଁ ଥଣ୍ଡା ହୋଇଯାଏ ତେବେ ସେଥିରୁ ଖାଦ ବାହାରିନଥାଏ, ସେଥିପାଇଁ ତାକୁ ଭଲ ଭାବରେ ନିଆଁରେ ଜଳାଇଥାନ୍ତି । ଯେତେବେଳେ ଦେଖନ୍ତି ଯେ ଖାଦ ଅଲଗା ହୋଇଗଲା ସେତେବେଳେ ତାକୁ ଛାଞ୍ଚରେ ଢାଳି ଦେଇଥାନ୍ତି । ବାବା ଏବେ ନିଜେ କହୁଛନ୍ତି କୌଣସି ବିକାରର ବଶୀଭୂତ ହୁଅ ନାହିଁ । ତୀବ୍ର ବେଗରେ ପୁରୁଷାର୍ଥ କର । ପ୍ରଥମେ ତ ପବିତ୍ରତାର ପ୍ରତିଜ୍ଞା କର । ବାବା ଆପଣ ପବିତ୍ର କରିବାକୁ ଆସିଛନ୍ତି ତେଣୁ ଆମେ କେବେ ବି ବିକାରରେ ବଶୀଭୂତ ହେବୁ ନାହିଁ । ଦେହୀ-ଅଭିମାନୀ ହେବାକୁ ପଡିବ । ବାବା ଆମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ସିଏ ପରମଆତ୍ମା ଅଟନ୍ତି । ତୁମେମାନେ ଜାଣିଛ ଯେ ଆମେ ପତିତ ଅଟୁ । ଆତ୍ମାରେ ହିଁ ସଂସ୍କାର ରହିଥାଏ । ମୁଁ ତୁମର ପିତା ତୁମ ଆତ୍ମାମାନଙ୍କ ସହିତ କଥା ହେଉଛି । ଏପରି ଆଉ କେହି ବି କହିପାରିବେ ନାହିଁ - ମୁଁ ତୁମର ପିତା ପରମାତ୍ମା ଅଟେ । ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବାକୁ ଆସିଛି । ତୁମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲ ପୁଣି ସତ୍ତ୍ୱ, ରଜୋ, ତମୋଗୁଣରେ ଆସିଲ । ଏବେ ତମୋପ୍ରଧାନ ହୋଇଯାଇଛ । ଏହି ସମୟରେ ୫ ତତ୍ୱ ବି ତମୋପ୍ରଧାନ ଅଟନ୍ତି ସେଥିପାଇଁ ଦୁଃଖ ଦେଉଛନ୍ତି । ପ୍ରତ୍ୟେକ ଜିନିଷ ଦୁଃଖ ଦେଉଛି । ଏହି ତତ୍ୱ ଯେବେ ସତ୍ତ୍ୱପ୍ରଧାନ ଥାନ୍ତି ତେବେ ସୁଖ ଦେଇଥାନ୍ତି । ତାହା ହେଲା - ସୁଖଧାମ । ଏହା ହେଲା ଦୁଃଖଧାମ । ସୁଖଧାମ ହେଉଛି ବେହଦ ବାବାଙ୍କର ସମ୍ପତ୍ତି । ଦୁଃଖଧାମ ହେଲା ରାବଣର ସମ୍ପତ୍ତି, ଏବେ ଯେତିକି ଶ୍ରୀମତରେ ଚାଲିବ, ସେତିକି ଶ୍ରେଷ୍ଠ ହେବ । ପୁଣି ପ୍ରସିଦ୍ଧ ହୋଇଯିବ ଯେ କଳ୍ପ-କଳ୍ପ ଇଏ ଏହିପରି ପୁରୁଷାର୍ଥ କରିଲାବାଲା ଅଟନ୍ତି । ଏହା କଳ୍ପ-କଳ୍ପର ବାଜି ଅର୍ଥାତ୍ ସୁଯୋଗ ଅଟେ । ଯେଉଁମାନେ ଅଧିକ ପୁରୁଷାର୍ଥ କରୁଛନ୍ତି ସେମାନେ ନିଜର ରାଜ୍ୟଭାଗ୍ୟ ନେଉଛନ୍ତି । ଯଦି ଠିକ୍ ପୁରୁଷାର୍ଥ କରିନଥିବ ତେବେ ତୃତୀୟ ଶ୍ରେଣୀକୁ ଚାଲିଯିବ । କିଏ ଜାଣେ ପ୍ରଜାରେ ମଧ୍ୟ କଣ ପଦ ପାଇବ । ଲୌକିକ ପିତା ମଧ୍ୟ କହିଥାନ୍ତି ତୁମେ ମୋର ନାମ ବଦନାମ କରୁଛ, ଘରୁ ବାହାରିଯାଅ । ବେହଦର ବାବା ମଧ୍ୟ କହୁଛନ୍ତି ତୁମମାନଙ୍କୁ ମାୟାର ଚାପୁଡା ଏଭଳି ଲାଗିବ ଯାହାକି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପରିବାରରେ ଆସିପାରିବ ନାହିଁ । ନିଜକୁ ନିଜେ ହିଁ ଚାପୁଡା ମାରିବ । ବାବା ତ କହୁଛନ୍ତି ଉତ୍ତରାଧିକାରୀ ହୁଅ । ଯଦି ରାଜତିଳକ ନେବାକୁ ଚାହୁଁଛ ତେବେ ମୋତେ ମନେ ପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସ୍ମୃତି ମନେ ପକାଇ ଦିଅ ତେବେ ତୁମେ ରାଜା ହୋଇଯିବ । କ୍ରମାନୁସାରେ ତ ରାଜା ହେବେ ନା । କେହି-କେହି ବାରିଷ୍ଟର ଗୋଟିଏ କେସ୍‌ରେ ଲକ୍ଷ-ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ଆଉ କାହାକୁ ଦେଖ ପିନ୍ଧିବା ପାଇଁ କୋଟ୍ ମଧ୍ୟ ନଥିବ । ତେଣୁ ପୁରୁଷାର୍ଥ ଉପରେ ସମସ୍ତ ଆଧାର ରହିଛି ନା । ଯଦି ତୁମ୍ଭେମାନେ ମଧ୍ୟ ପୁରୁଷାର୍ଥ କରିବ ତେବେ ଉଚ୍ଚ ପଦ ପାଇବ । ତୁମମାନଙ୍କୁ ମନୁଷ୍ୟରୁ ଦେବତା ହେବାକୁ ପଡିବ । ମାଲିକ ହୁଅ, ଅଥବା ପ୍ରଜା ହୁଅ । ପ୍ରଜାରେ ମଧ୍ୟ ଚାକର-ବାକର ରହିବେ । ଛାତ୍ରମାନଙ୍କର ଚାଲିଚଳଣିରୁ ଶିକ୍ଷକ ବୁଝିଯାଇଥାନ୍ତି । ଏହା ହିଁ ଆଶ୍ଚର୍ଯ୍ୟର କଥା ଯେ ପଛରେ ଆସିଲାବାଲା ପୂର୍ବରୁ ଆସିଥିବା ବିଦ୍ୟାର୍ଥୀଙ୍କ ଠାରୁ ତୀବ୍ରଗତିରେ ଆଗକୁ ଚାଲିଯାଉଛନ୍ତି, କାହିଁକି ନା ଏବେ ଦିନକୁ ଦିନ ସୂକ୍ଷ୍ମ ଜ୍ଞାନ ମିଳୁଛି । ନୂଆ ନୂଆ ଚାରା ସବୁ ଲଗାଇ ଚାଲିଛନ୍ତି । ଯେଉଁମାନେ ପ୍ରଥମେ ଆସିଥିଲେ ସେମାନଙ୍କ ମଧ୍ୟରୁ ଅନେକ ପଳାଇଯାଇଛନ୍ତି । ନୂଆମାନେ ଯୋଗ ଦେଇ ଚାଲିଛନ୍ତି । ନୂଆ-ନୂଆ ଜ୍ଞାନର ପଏଣ୍ଟ ସବୁ ମିଳି ଚାଲିଛି । ବହୁତ ଯୁକ୍ତିର ସହିତ ବୁଝାଯାଉଛି । ବାବା କହୁଛନ୍ତି ଯେ ମୁଁ ଅନେକ ଗୁହ୍ୟ-ଗୁହ୍ୟ ରମଣିକ କଥା ଶୁଣାଉଛି, ଯାହା ଦ୍ୱାରା ତୁମେମାନେ ତୁରନ୍ତ ନିଶ୍ଚୟବୁଦ୍ଧି ହୋଇଯିବ । ଯେଉଁ ପର୍ଯ୍ୟନ୍ତ ମୋର ଅଭିନୟ ରହିଛି, ତୁମମାନଙ୍କୁ ପାଠ ପଢାଇ ଚାଲିବି । ଏକଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ତୁମ୍ଭମାନଙ୍କର ଯେତେବେଳେ କର୍ମାତୀତ ଅବସ୍ଥା ହେବ ସେତେବେଳେ ପାଠପଢା ସମାପ୍ତ ହେବ । ଏହି କଥା ପିଲାମାନେ ମଧ୍ୟ ବୁଝିଯିବେ । ଅନ୍ତିମ ସମୟରେ ପରୀକ୍ଷାର ଫଳାଫଳ ଜଣାପଡିଥାଏ ନା । ଏହି ପାଠପଢାର ପ୍ରଥମ ବିଷୟ ହେଉଛି - ପବିତ୍ରତା । ଯେପର୍ଯ୍ୟନ୍ତ ବାବାଙ୍କର ସ୍ମୃତି ଠିକ୍ ରହୁନାହିଁ, ବାବାଙ୍କର ସେବା କରୁନାହଁ, ସେପର୍ଯ୍ୟନ୍ତ ନିଶ୍ଚିନ୍ତରେ ରହିବା ଉଚିତ୍ ନୁହେଁ । ତୁମ୍ଭମାନଙ୍କର ଲଢେଇ ମାୟା ସାଥିରେ ହିଁ ହେଉଛି । ଯଦିଓ ରାବଣକୁ ଜଳାଉଛନ୍ତି କିନ୍ତୁ ଜାଣି ନାହାଁନ୍ତି ଯେ ଇଏ କିଏ? ଦଶହରା ମଧ୍ୟ ପାଳନ କରୁଛନ୍ତି । ଏବେ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି - ରାମ ଭଗବାନଙ୍କର ଭଗବତୀ ସୀତାଙ୍କୁ ଚୋରାଇ ନିଆଗଲା । ପୁଣି ରାମ ମାଙ୍କଡମାନଙ୍କର ସେନା ନେଲେ । ଏପରି କଣ କେବେ ହୋଇପାରିବ? କିଛିବି ବୁଝୁ ନାହାଁନ୍ତି । ତେଣୁ ଯେତେବେଳେ ପ୍ରଦର୍ଶନୀକୁ ଆସୁଛନ୍ତି ପ୍ରଥମେ-ପ୍ରଥମେ କହିବା ଆବଶ୍ୟକ ଯେ ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ତେବେ ସେଠାରେ କେତେ ମନୁଷ୍ୟ ଥିବେ । ଏହା ୫ ହଜାର ବର୍ଷର କଥା । ଏବେ କଳିଯୁଗ ଚାଲିଛି, ପୁଣି ସେହି ମହାଭାରତ ଲଢେଇ ମଧ୍ୟ ହେବ, ସେଥିପାଇଁ ବାବା ଆସି ରାଜଯୋଗ ଶିଖାଉଛନ୍ତି । ବିନାଶ ମଧ୍ୟ ହେବ । ତେବେ ଏଠାରେ ଏବେ ଏକ ଧର୍ମ, ଏକମତ କିପରି ହୋଇପାରିବ । ଏକମତ ହେବା ପାଇଁ ଯେତିକି ମୁଣ୍ଡ ପିଟୁଛନ୍ତି ସେତିକି ଅଧିକ ଲଢେଇ ଝଗଡା କରୁଛନ୍ତି । ବାବା କହୁଛନ୍ତି - ବର୍ତ୍ତମାନ ମୁଁ ସେମାନଙ୍କୁ ପରସ୍ପର ସହିତ ଲଢେଇ କରାଇ ସ୍ୱର୍ଗରୂପୀ ଲହୁଣୀ ତୁମକୁ ଦେଉଛି । ବାବା ବୁଝାଉଛନ୍ତି ଯିଏ କରିବ ସିଏ ପାଇବ । କେହି-କେହି ପିଲା ଓ ନିଜର ପିତାମାନେ ବାବାଙ୍କଠାରୁ ମଧ୍ୟ ଉଚ୍ଚ ହୋଇପାରିବେ । ତୁମେମାନେ ମୋ ଠାରୁ ଅଧିକ ସାହୁକାର, ବିଶ୍ୱର ମାଲିକ ହୋଇଯିବ । ମୁଁ ହେବି ନାହିଁ । ମୁଁ ତୁମ ପିଲାମାନଙ୍କର ନିଷ୍କାମ ସେବା କରୁଛି । ମୁଁ ଦାତା ଅଟେ । ଏପରି ମଧ୍ୟ କେହି ଭାବ ନାହିଁ ଯେ ମୁଁ ଶିବବାବାଙ୍କୁ ୫ ଟଙ୍କା ଦେଉଛି । କିନ୍ତୁ ଶିବ ବାବାଙ୍କଠାରୁ ତ ୫ ପଦମ ଅର୍ଥାତ୍ ପଦ୍ମ ପରିମାଣର ଧନ ସ୍ୱର୍ଗରେ ନେବ । ତେବେ ଏହା କଣ ଦେବା ହେଲା । ଯଦି ଭାବୁଛନ୍ତି ଯେ ଆମେ ଦେଉଛୁ, ତେବେ ସେମାନେ ଶିବବାବାଙ୍କର ବହୁତ ଅପମାନ କରୁଛନ୍ତି । ବାବା ତୁମମାନଙ୍କୁ କେତେ ଶ୍ରେଷ୍ଠ କରୁଛନ୍ତି । ତୁମେ ୫ ଟଙ୍କା ଶିବବାବାଙ୍କର ଭଣ୍ଡାରକୁ ଦେଉଛ, ବାବା ତୁମକୁ ୫ କୋଟି ଦେଉଛନ୍ତି । ତୁମମାନଙ୍କୁ କଉଡିରୁ ହୀରାତୁଲ୍ୟ କରୁଛନ୍ତି । ଏପରି କେବେ ସଂଶୟ ନ ଆସୁ ଯେ ମୁଁ ଶିବବାବାଙ୍କୁ ଦେଲି । ଶିବବାବା କେତେ ଭୋଳାନାଥ ଅଟନ୍ତି । ତୁମମାନଙ୍କର ଏହି ଖିଆଲ କେବେ ଆସିବା ଉଚିତ୍ ନୁହେଁ ଯେ - ମୁଁ ବାବାଙ୍କୁ ଦେଉଛି । ନାଁ, ଶିବବାବାଙ୍କଠାରୁ ଆମେ ୨୧ ଜନ୍ମ ପାଇଁ ସମ୍ପତ୍ତି ନେଉଛୁ । ଯଦି ଶୁଦ୍ଧ ଭାବନାରେ ଦେବ ନାହିଁ ତେବେ ସ୍ୱୀକାର କିପରି ହେବ । ସବୁ କଥାର ଜ୍ଞାନ ବୁଦ୍ଧିରେ ରହିବା ଦରକାର । ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ଦାନ କରୁଛନ୍ତି ସିଏ କଣ ଭୋକିଲା ଅଛନ୍ତି କି? ନାଁ, ଜାଣିଛନ୍ତି ଆମକୁ ପରଜନ୍ମରେ ମିଳିବ । ଏବେ ତୁମ୍ଭମାନଙ୍କୁ ବାବା କର୍ମ, ଅକର୍ମ, ବିକର୍ମର ଗତି ବୁଝାଉଛନ୍ତି । ଏଠାରେ ଯେଉଁ କର୍ମ କରିବ ତାହା ବିକର୍ମ ହିଁ ହେବ କାରଣ ଏହା ରାବଣ ରାଜ୍ୟ । ସତ୍ୟଯୁଗରେ କର୍ମ ଅକର୍ମ ହୋଇଯାଏ । ବର୍ତ୍ତମାନ ମୁଁ ତୁମକୁ ସେହି ଦୁନିଆକୁ ପଠାଇ ଦେଉଛି, ଯେଉଁଠାରେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । ଯେବେ ବହୁତ ସନ୍ତାନ ହୋଇଯିବେ ସେତେବେଳେ ବାବା ତୁମର ପଇସା ନେଇ କଣ କରିବେ । ମୁଁ ଏତେ ନିର୍ବୋଧ ବ୍ୟବସାୟୀ ନୁହେଁ, ଯାହାକି ତୁମଠାରୁ ନେଉଥିବି ପୁଣି ମୋର କାମରେ ଆସିବ ନାହିଁ, ପୁଣି ମୋତେ ସୁଧ ମୂଳ ସହ ଦେବାକୁ ପଡିବ । ମୁଁ ପୋଖତ ବ୍ୟବସାୟୀ ତେଣୁ ସେ ସମୟରେ କହି ଦେବା ଆବଶ୍ୟକତା ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ତୀବ୍ର ଗତିରେ ପୁରୁଷାର୍ଥ କରି ବିକାର ରୂପୀ ଖାଦକୁ ଯୋଗ ରୂପକ ଅଗ୍ନିରେ ଭସ୍ମ କରିବାକୁ ହେବ । ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ ।

(୨) କର୍ମ-ଅକର୍ମ-ବିକର୍ମର ଗତିକୁ ବୁଦ୍ଧିରେ ରଖି ନିଜର ସବୁ କିଛି ନୂଆ ଦୁନିଆ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତର କରିଦେବାକୁ ହେବ ।

ବରଦାନ:-
ନିଜର ବୁଦ୍ଧି ରୂପୀ ନେତ୍ରକୁ ପରିଷ୍କାର ରଖିବା ସହିତ ନିଜେ ଯତ୍ନବାନ ରହୁଥିବା ମାଷ୍ଟର ନଲେଜଫୁଲ ଅର୍ଥାତ୍ ଜ୍ଞାନୀ ଏବଂ ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ହୁଅ ।

ଯେପରି ଜ୍ୟୋତିଷମାନେ ନିଜର ଜ୍ୟୋର୍ତିବିଦ୍ୟା ଦ୍ୱାରା, ଗ୍ରହ-ନକ୍ଷତ୍ରମାନଙ୍କର ଜ୍ଞାନ ଆଧାରରେ ଆସିବାକୁ ଥିବା ବିପଦ-ଆପଦକୁ ଜାଣିପାରନ୍ତି, ସେହିପରି ତୁମେମାନେ ମଧ୍ୟ ମାୟା ଦ୍ୱାରା ଆସୁଥିବା ପରୀକ୍ଷା ଗୁଡିକୁ ଆସିବା ପୂର୍ବରୁ ପରଖି ନେଇ ସମ୍ମାନର ସହିତ ପାସ୍ ହେବା ପାଇଁ ନିଜର ବୁଦ୍ଧି ରୂପକ ନେତ୍ରକୁ ପରିଷ୍କାର ରଖ ଏବଂ ବହୁତ ଯତ୍ନବାନ ରୁହ ଅର୍ଥାତ୍ ସତର୍କ ରୁହ । ଦିନକୁ ଦିନ ଯୋଗ ଶକ୍ତିକୁ ବା ଶାନ୍ତିର ଶକ୍ତିକୁ ବଢାଇଚାଲ ତେବେ ପୂବରୁ ହିଁ ଜଣାପଡିଯିବ ଯେ ଆଜି କିଛି ହେବାକୁ ଯାଉଛି । ଯଦି ଏହିଭଳି ମାଷ୍ଟର ନଲେଜଫୁଲ୍ ଏବଂ ପାୱାରଫୁଲ ହେବ ତେବେ କେବେହେଲେ ମାୟାଠାରୁ ପରାଜିତ ହେବ ନାହିଁ ।

ସ୍ଲୋଗାନ:-
ପବିତ୍ରତା ହିଁ ନବୀନତା, ଏବଂ ଏହା ହିଁ ହେଉଛି ଜ୍ଞାନକୁ ଆହରଣ କରିବାର ମୂଳଦୁଆ ।