11.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଯେତେଯେତେ ତୁମେ ବାବାଙ୍କୁ ମନେପକାଇବ ସେତେସେତେ ତୁମର ବୁଦ୍ଧିର ତାଲା ଖୋଲିବ, ଯେଉଁମାନେ
ବାରମ୍ବାର ବାବାଙ୍କର ସ୍ମୃତିକୁ ଭୁଲିଯାଉଛନ୍ତି ସେମାନେ ହେଉଛନ୍ତି ଭାଗ୍ୟହୀନ ସନ୍ତାନ ।”
ପ୍ରଶ୍ନ:-
ଜମା ଖାତାକୁ
ବୃଦ୍ଧି କରିବାର ଆଧାର କ’ଣ? କେଉଁଥିରେ ସବୁଠାରୁ ବଡ ରୋଜଗାର ହୋଇଥାଏ?
ଉତ୍ତର:-
ଦାନ କରିବା ଦ୍ୱାରା ଖାତାରେ ଜମା ହୋଇଥାଏ । ତୁମେ ଯେତେ ଯେତେ ଅନ୍ୟମାନଙ୍କୁ ବାବାଙ୍କର ପରିଚୟ
ଦେବ ସେତେ ସେତେ ତୁମର ଆମଦାନୀ ବୃଦ୍ଧି ହୋଇଚାଲିବ । ମୁରଲୀ ଦ୍ୱାରା ତୁମର ବହୁତ ବଡ ରୋଜଗାର
ହୋଇଥାଏ । ଏହି ମୁରଲୀ ହିଁ ଶ୍ୟାମଳରୁ ଗୋରା ଅର୍ଥାତ୍ ଅପବିତ୍ରରୁ ପବିତ୍ର କରିଥାଏ । ଏହି
ମୁରଲୀରେ ହିଁ ଈଶ୍ୱରୀୟ ଜାଦୁ ରହିଛି । ମୁରଲୀ ଦ୍ୱାରା ହିଁ ତୁମେ ମାଲାମାଲ୍ ହେଉଛ ।
ଗୀତ:-
ହମେଁ ଉନ ରାହୋଁ
ପର ଚଲନା ହେ...
ଓମ୍ ଶାନ୍ତି ।
ଆତ୍ମିକ ପିତା
ପିଲାମାନଙ୍କୁ ବୁଝାଉଛନ୍ତି ଯେ ପିଲାମାନେ ତୁମେ ତଳକୁ ଖସିଯିବ ଏବଂ ପୁଣି ନିଜକୁ ସମ୍ଭାଳି ନେବାକୁ
ହେବ । ତୁମେ ବାରମ୍ବାର ବାବାଙ୍କୁ ଭୁଲିଯାଉଛ ଅର୍ଥାତ୍ ତଳକୁ ଖସିଯାଉଛ । ପୁଣି ବାବାଙ୍କୁ
ମନେପକାଇବା ଦ୍ୱାରା ନିଜକୁ ସମ୍ଭାଳି ନେଉଛ । ମାୟା ବାବାଙ୍କର ସ୍ମୃତି ଭୁଲାଇ ଦେଉଛି କାହିଁକିନା
ଏହା ନୂଆ କଥା ଅଟେ ନା । ଏମିତି ତ’ କେହି କେବେ ନିଜର ପିତାଙ୍କୁ ଭୁଲିନଥା’ନ୍ତି । ସ୍ତ୍ରୀ କେବେ
ନିଜର ସ୍ୱାମୀଙ୍କୁ ଭୁଲି ନ ଥାଏ । ନିର୍ବନ୍ଧ ହେବା ମାତ୍ରେ ବୁଦ୍ଧିଯୋଗ ଲାଗିଯାଇଥାଏ । ଏଥିରେ
ଭୁଲିବାର କଥା ହିଁ ନାହିଁ । ତେବେ ସ୍ୱାମୀ, ସ୍ୱାମୀ ଅଟନ୍ତି ଏବଂ ପିତା, ପିତା ଅଟନ୍ତି । କିନ୍ତୁ
ଇଏ ତ’ ନିରାକାର ପିତା ଅଟନ୍ତି, ଯାହାଙ୍କୁ ସାଜନ ମଧ୍ୟ କହୁଛନ୍ତି । ଭକ୍ତମାନଙ୍କୁ ସଜନୀ
କୁହାଯାଇଥାଏ । ଏହି ସମୟରେ ସମସ୍ତେ ହେଉଛନ୍ତି ଭକ୍ତ । ଭଗବାନ ତ’ ଜଣେ ଅଟନ୍ତି । ଭକ୍ତମାନଙ୍କୁ
ସଜନୀ, ଭଗବାନଙ୍କୁ ସାଜନ, ଭକ୍ତଙ୍କୁ ସନ୍ତାନ ଏଂ ଭଗବାନଙ୍କୁ ପିତା କୁହାଯାଏ । ତେବେ
ସ୍ୱାମୀଙ୍କର ସ୍ୱାମୀ ଏବଂ ପିତାଙ୍କର ପିତା କେବଳ ଜଣେ । ସମସ୍ତ ଆତ୍ମାଙ୍କର ପିତା ତ ପରମାତ୍ମା
ହିଁ ଅଟନ୍ତି । ଲୌକିକ ପିତା ତ ସମସ୍ତଙ୍କର ଅଲଗା ଅଲଗା । ପାରଲୌକିକ ପରମପିତା, ସବୁ
ଆତ୍ମାମାନଙ୍କର ପିତା ଏକ ଭଗବାନ ଅଟନ୍ତି । ତାଙ୍କର ନାମ ହେଲା ଶିବବାବା । ତେବେ କୁହ କେବଳ
ଈଶ୍ୱର ପିତା, ମାଉଣ୍ଟଆବୁ ଲେଖିବା ଦ୍ୱାରା କ’ଣ ଚିଠି ପହଞ୍ଚିଯିବ? ନାମ ତ’ ଲେଖିବାକୁ ପଡିବ ନା
। ଇଏ ତ’ ଅବିନାଶୀ ପିତା ଅଟନ୍ତି । ଏହାଙ୍କର ନାମ ହେଉଛି ଶିବ । ଶିବକାଶୀ ବୋଲି କହିଥା’ନ୍ତି ନା
। ସେଠାରେ ଶିବଙ୍କର ମନ୍ଦିର ଅଛି । ନିଶ୍ଚିତ ଭାବରେ ସେଠାକୁ ମଧ୍ୟ ଯାଇଥିବେ । ଦେଖାଇଥା’ନ୍ତି
ନା ରାମ ଏଠାକୁ ଯାଇଥିଲେ, ସେଠାକୁ ଯାଇଥିଲେ, ଗାନ୍ଧୀ ଏଠାକୁ ଯାଇଥିଲେ... ତେବେ ବାସ୍ତବରେ
ଶିବବାବାଙ୍କର ମଧ୍ୟ ଚିତ୍ର ରହିଛି । କିନ୍ତୁ ସିଏ ତ’ ନିରାକାର ଅଟନ୍ତି । ତାଙ୍କୁ ପିତା
କୁହାଯାଉଛି, ଆଉ କାହାକୁ ସମସ୍ତଙ୍କର ପିତା ବୋଲି କୁହାଯାଇ ପାରିବ ନାହିଁ । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ମଧ୍ୟ ସିଏ ପିତା ଅଟନ୍ତି । ତାଙ୍କର ନାମ ହେଲା ଶିବ । କାଶୀରେ ମଧ୍ୟ ମନ୍ଦିର ଅଛି,
ଉଜ୍ଜୟିନୀରେ ବି ସୋମନାଥଙ୍କର ମନ୍ଦିର ରହିଛି । ଏତେ ମନ୍ଦିର କାହିଁକି ତିଆରି ହୋଇଛି, କେହି ବି
ଜାଣିନାହାନ୍ତି । ଯେପରି ଲକ୍ଷ୍ମୀ ନାରାୟଣଙ୍କର ପୂଜା କରୁଛନ୍ତି । କହୁଛନ୍ତି ଯେ ଇଏ ସ୍ୱର୍ଗର
ମାଲିକ ଥିଲେ କିନ୍ତୁ ସ୍ୱର୍ଗ କେବେ ଥିଲା, ଏମାନେ କିପରି ମାଲିକ ହେଲେ, ଏକଥା କେହି
ଜାଣିନାହାନ୍ତି । ପୂଜାରୀ ଯାହାଙ୍କର ପୂଜା କରିବ ଯଦି ତାଙ୍କର କର୍ତ୍ତବ୍ୟକୁ ନ ଜାଣିଥିବ ତେବେ
ଏହାକୁ ଅନ୍ଧଶ୍ରଦ୍ଧା କୁହାଯିବ ନା । ଏଠାରେ ମଧ୍ୟ ବାବା ବୋଲି କହୁଛନ୍ତି କିନ୍ତୁ ତାଙ୍କର
ସଂପୂର୍ଣ୍ଣ ପରିଚୟ ଜାଣି ନାହାଁନ୍ତି - ନିଜର ପିତା ମାତାଙ୍କୁ ହିଁ ଜାଣିନାହାନ୍ତି । ଲକ୍ଷ୍ମୀ
ନାରାୟଣଙ୍କର ପୂଜାରୀ ପୂଜା କରିଥା’ନ୍ତି, ଶିବଙ୍କର ମନ୍ଦିରକୁ ଯାଇ ମହିମା କରିଥା’ନ୍ତି, ଗାୟନ
ମଧ୍ୟ କରିଥା’ନ୍ତି ତୁମେ ମାତା ପିତା... କିନ୍ତୁ ସିଏ କିପରି ମାତା ପିତା ଅଟନ୍ତି, କେବେ ମାତା
ପିତା ହୋଇଥିଲେ - କିଛି ବି ଜାଣିନାହାନ୍ତି । ଏକଥା ଭାରତବାସୀ ବିଲ୍କୁଲ୍ ଜାଣିନାହାନ୍ତି ।
ଖ୍ରୀଷ୍ଟିୟାନ, ବୌଦ୍ଧି ଆଦି ଯୀଶୁଖ୍ରୀଷ୍ଟ ତଥା ବୁଦ୍ଧକୁ ମନେ ପକାଇବେ । ତୁରନ୍ତ ତାଙ୍କର ଜୀବନ
କାହାଣୀ କହିଦେବେ - ଖ୍ରୀଷ୍ଟ ଅମୁକ ସମୟରେ ନିଜର ଧର୍ମ ସ୍ଥାପନ କରିବାକୁ ଆସିଥିଲେ । ଭାରତବାସୀ
ଯାହାକୁ ବି ପୂଜା କରନ୍ତୁ, କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ଇଏ କିଏ? ଏମାନେ ନା ଶିବଙ୍କୁ, ନା
ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ, ନା ଜଗତଅମ୍ବା, ଜଗତପିତାଙ୍କୁ, ନା ଲକ୍ଷ୍ମୀ-ନାରାୟଣଙ୍କୁ
ଜାଣିଛନ୍ତି, କେବଳ ପୂଜା କରିଚାଲିଛନ୍ତି । ସେମାନଙ୍କର ଜୀବନ ଚରିତ୍ର କ’ଣ, କିଛି ବି
ଜାଣିନାହାନ୍ତି । ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି - ତୁମେ ଯେତେବେଳେ ସ୍ୱର୍ଗରେ ଥିଲ
ସେତେବେଳେ ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥିଲା, ତୁମେ ସେଠାରେ ରାଜତ୍ୱ କରୁଥିଲ । ତୁମେ
ଜାଣିଛ ଯେ ବାସ୍ତବରେ ଆମେ ରାଜ୍ୟ କରୁଥିଲୁ, ଆମେ ପୁନର୍ଜନ୍ମ ନେଉଛୁ, ୮୪ ଜନ୍ମ ଭୋଗ କରି କରି
ରାଜତ୍ତ୍ୱ ହରାଇ ଦେଇଛୁ । ପବିତ୍ରରୁ ଅପବିତ୍ର ହୋଇଯାଇଛୁ । ଆମେ ସୁନ୍ଦର ପବିତ୍ର ଥିଲୁ, ଏବେ କଳା
ଅପବିତ୍ର ହୋଇଯାଇଛୁ । ଆଜିକାଲି ନାରାୟଣଙ୍କୁ ମଧ୍ୟ ଶ୍ୟାମଳ ରୂପରେ ଦେଖାଉଛନ୍ତି ତେବେ ଏଥିରୁ
ପ୍ରମାଣିତ ହେଉଛି ଯେ ସେହି କୃଷ୍ଣ ହିଁ ନାରାୟଣ ଥିଲେ । କିନ୍ତୁ ଏହି କଥାକୁ ବିଲ୍କୁଲ୍
ବୁଝିପାରୁ ନାହାନ୍ତି ।
ଯାଦବମାନେ ହେଲେ ମୁସଳ
ଉଦ୍ଭାବକ ଏବଂ ପାଣ୍ଡବ-କୌରବ ଭାଇ ଭାଇ ଥିଲେ । କୌରବମାନେ ଆସୁରୀ ଭାଇ ଏବଂ ପାଣ୍ଡବମାନେ ଦୈବୀ
ଭାଇ ଥିଲେ । କିନ୍ତୁ ଏମାନେ ମଧ୍ୟ ଆସୁରୀ ଥିଲେ, ଏମାନଙ୍କୁ ବାବା ଉଚ୍ଚ କରାଇ ଦୈବୀ ଭାଇ
କରାଇଛନ୍ତି । ତେବେ ଉଭୟ ଭାଇଙ୍କର କ’ଣ ହେଲା? ବାସ୍ତବରେ ପାଣ୍ଡବମାନଙ୍କର ବିଜୟ ହେଲା, କୌରବମାନେ
ବିନାଶ ହୋଇଗଲେ । ଏଠାରେ ରହି ମଧ୍ୟ ଯଦିଓ ମମ୍ମା-ବାବା କହୁଛନ୍ତି କିନ୍ତୁ ସେମାନଙ୍କୁ
ଜାଣିନାହାନ୍ତି । ବାବାଙ୍କର ଶ୍ରୀମତ ଆଧାରରେ ଚାଲୁନାହାନ୍ତି । ସେମାନେ ଜାଣିନାହାନ୍ତି ଯେ ବାବା
ଆମକୁ ରାଜଯୋଗ ଶିଖାଉଛନ୍ତି । ନିଶ୍ଚୟ ହିଁ ହେଉନାହିଁ । ଦେହ ଅଭିମାନୀ ହୋଇ ରହିବା କାରଣରୁ ଦେହର
ମିତ୍ର ସମ୍ବନ୍ଧୀ ଆଦିଙ୍କୁ ମନେପକାଉଛନ୍ତି । କିନ୍ତୁ ଏଠାରେ ତ’ ଦେହୀ ବାବାଙ୍କୁ ମନେପକାଇବାକୁ
ହେବ । ତେଣୁ ଏହା ନୂଆ କଥା ହୋଇଗଲା ନା । ଏକଥା ମନୁଷ୍ୟମାନେ ବୁଝାଇ ପାରିବେ ନାହିଁ । ଏଠାରେ
ମାତା ପିତାଙ୍କ ପାଖରେ ଥାଇ ମଧ୍ୟ ତାଙ୍କୁ ଜାଣିନାହାନ୍ତି । ଏହା ଆଶ୍ଚର୍ଯ୍ୟର କଥା ନା ।
ବାବାଙ୍କର ଅବତରଣ ଭାରତରେ ହିଁ ହୋଇଛି । ତଥାପି ବି ଜାଣିନାହାନ୍ତି କାହିଁକିନା ସିଏ ନିରାକାର
ଅଟନ୍ତି । ତେଣୁ ତାଙ୍କୁ କେହି ଭଲ ଭାବରେ ବୁଝିପାରୁନାହାନ୍ତି । ତାଙ୍କ ମତରେ ଚାଲିପାରୁ ନ
ଥିବାରୁ ଆଶ୍ଚର୍ଯ୍ୟଜନକ ଭାବରେ ପଳାଇଯାଉଛନ୍ତି । ଯାହାଙ୍କଠାରୁ ସ୍ୱର୍ଗର ୨୧ ଜନ୍ମର ସମ୍ପତ୍ତି
ମିଳୁଛି, ତାଙ୍କୁ ଜାଣିନପାରିବାରୁ ପଳାଇଯାଉଛନ୍ତି । ଯେଉଁମାନେ ବାବାଙ୍କୁ ଜାଣିଛନ୍ତି ସେମାନଙ୍କୁ
ଭାଗ୍ୟବାନ କୁହାଯାଉଛି । ଦୁଃଖରୁ ଉଦ୍ଧାର ତ’ ଏକମାତ୍ର ବାବା ହିଁ କରିଥା’ନ୍ତି । ଦୁନିଆରେ ତ’
ବହୁତ ଦୁଃଖ ରହିଛି ନା । ଏହା ହିଁ ଭ୍ରଷ୍ଟାଚାରୀ ରାଜ୍ୟ ଅଟେ । ତଥାପି ବି ଡ୍ରାମା ଅନୁସାରେ ୫
ହଜାର ବର୍ଷ ପରେ ଏହିଭଳି ଭ୍ରଷ୍ଟାଚାରୀ ସୃଷ୍ଟି ହେବ, ପୁଣି ବାବା ଆସି ସତ୍ୟଯୁଗୀ ଶ୍ରେଷ୍ଠାଚାରୀ
ରାଜ୍ୟ ସ୍ଥାପନ କରିବେ । ତୁମେମାନେ ମନୁଷ୍ୟରୁ ଦେବତା ହେବା ପାଇଁ ଆସୁଛ । ଏହା ହେଉଛି
ମନୁଷ୍ୟମାନଙ୍କର ଦୁନିଆ । ସତ୍ୟଯୁଗରେ ଦେବତାମାନଙ୍କର ଦୁନିଆ ହେବ । ଏଠାରେ ପତିତ ମନୁଷ୍ୟମାନେ
ଅଛନ୍ତି, ସତ୍ୟଯୁଗରେ ପବିତ୍ର ଦେବତାମାନେ ରହିବେ । ତୁମେମାନେ ହେଉଛ ବ୍ରାହ୍ମଣ ତେଣୁ ଏକଥା କେବଳ
ତୁମକୁ ହିଁ ବୁଝାଯାଉଛି । ଯେଉଁମାନେ ବ୍ରାହ୍ମଣ ହେବେ ବାବା ସେହିମାନଙ୍କୁ ହିଁ ବୁଝାଇବେ ।
ସମସ୍ତେ ତ’ ବ୍ରାହ୍ମଣ ହେବେ ନାହିଁ । ଯେଉଁମାନେ ବ୍ରାହ୍ମଣ ହୋଇଥା’ନ୍ତି ସେହିମାନେ ପୁଣି ଦେବତା
ହେବେ । ଯଦି ବ୍ରାହ୍ମଣ ନହେବ ତେବେ ଦେବତା ହୋଇପାରିବ ନାହିଁ । ଯଦି ବାବା ମମ୍ମାଙ୍କୁ ଜାଣିଲ
ତେବେ ତୁମେ ବ୍ରାହ୍ମଣ କୁଳକୁ ଆସିଗଲ । ପୁଣି ସବୁକିଛି ପାଠପଢ଼ା ଏବଂ ନିଜର ପୁରୁଷାର୍ଥ ଉପରେ
ନିର୍ଭର କରୁଛି । ବର୍ତ୍ତମାନ ଏଠାରେ ସତ୍ୟଯୁଗୀ ସାମ୍ରାଜ୍ୟ ସ୍ଥାପନ ହେଉଛି କିନ୍ତୁ ଇବ୍ରାହିମ୍,
ବୁଦ୍ଧ ଆଦି କୌଣସି ସାମ୍ରାଜ୍ୟ ସ୍ଥାପନ କରୁନାହାନ୍ତି । ଖ୍ରୀଷ୍ଟ ଏକାକୀ ଆସିଥିଲେ । କାହାର
ଶରୀରରେ ପ୍ରବେଶ କରି ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କଲେ ପୁଣି ଯେଉଁ ଖ୍ରୀଷ୍ଟିୟାନ ଧର୍ମର
ଆତ୍ମାମାନେ ଉପରେ ଅଛନ୍ତି, ସେମାନେ ଆସିବାରେ ଲାଗିଯାଆନ୍ତି । ଏବେ ସବୁ ଖ୍ରୀଷ୍ଟିୟାନମାନେ
ଏହିଠାରେ ହିଁ ଅଛନ୍ତି । ବର୍ତ୍ତମାନ ଅନ୍ତିମ ସମୟରେ ସମସ୍ତଙ୍କୁ ଘରକୁ ଯିବାକୁ ହେବ । ବାବା
ସମସ୍ତଙ୍କର ପଥ ପ୍ରଦର୍ଶକ ହୋଇ ସମସ୍ତଙ୍କୁ ଦୁଃଖରୁ ଉଦ୍ଧାର କରୁଛନ୍ତି । ତେବେ ବାବା ହିଁ ସାରା
ମନୁଷ୍ୟ ଆତ୍ମାଙ୍କର ଉଦ୍ଧାରକର୍ତ୍ତା ଏବଂ ପଥପ୍ରଦର୍ଶକ ଅଟନ୍ତି । ସିଏ ଆସିଛନ୍ତି ସବୁ
ଆତ୍ମାମାନଙ୍କୁ ଘରକୁ ନେଇଯିବା ପାଇଁ । ତେବେ ଆତ୍ମା ତ ପତିତ ହୋଇଯାଇଛି ତେଣୁ ଘରକୁ ଯାଇପାରିବ
ନାହିଁ । ନିରାକାରୀ ଦୁନିଆ ତ’ ପବିତ୍ର ଅଟେ ନା । ବର୍ତ୍ତମାନ ଏହି ସାକାରୀ ସୃଷ୍ଟି ପତିତ
ହୋଇଯାଇଛି । ତେବେ ଏମାନଙ୍କୁ ପବିତ୍ର କିଏ କରିବେ, ଯାହାଦ୍ୱାରା ନିରାକାରୀ ଦୁନିଆକୁ ଯାଇପାରିବେ?
ସେଥିପାଇଁ ଡାକୁଛନ୍ତି ହେ ଈଶ୍ୱର ପିତା ଆସ । ଈଶ୍ୱର ପିତା ଆସି କହୁଛନ୍ତି ଯେ ମୁଁ ଥରେମାତ୍ର
ଆସୁଛି, ଯେତେବେଳେ ସାରା ଦୁନିଆ ଭ୍ରଷ୍ଟାଚାରୀ ହୋଇଯାଉଛି । ପରସ୍ପରକୁ ମାରିବା ପାଇଁ କେତେ ଗୁଳି,
ବାରୁଦ ଆଦି ତିଆରି କରୁଛନ୍ତି । ଗୋଟିଏ ପଟେ ବମ୍ ତିଆରି କରୁଛନ୍ତି ଅନ୍ୟ ପଟେ ପୁଣି ପ୍ରାକୃତିକ
ବିପର୍ଯ୍ୟୟ, ବନ୍ୟା, ଭୂମିକମ୍ପ ଆଦି ହେବ, ବିଜୁଳି ଚମକିବ, ରୋଗରେ ପଡିବେ କାହିଁକିନା ଖାଦ ତ’
ହେବାର ଅଛି ନା । ଅଳିଆ ଆବର୍ଜନାରୁ ହିଁ ଖାଦ ପ୍ରସ୍ତୁତ ହୋଇଥାଏ ନା । ଏହି ସାରା ସୃଷ୍ଟିକୁ ଖାଦ
ଆବଶ୍ୟକ, ଯାହାଦ୍ୱାରା ପୁଣି ଫାଷ୍ଟକ୍ଲାସ୍ ଉତ୍ପତ୍ତି ହେବ । ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା
। ବର୍ତ୍ତମାନ ସବୁ ବିନାଶ ହେବାକୁ ଯାଉଛି । ବାବା କହୁଛନ୍ତି ମୁଁ ଆସି ଦୈବୀ ରାଜଧାନୀ ସ୍ଥାପନ
କରୁଛି ଏବଂ ଆଉ ସବୁକିଛି ସମାପ୍ତ ହୋଇଯିବ, ବାକି ତୁମେ ସ୍ୱର୍ଗକୁ ଯିବ । ସ୍ୱର୍ଗକୁ ତ’ ସମସ୍ତେ
ମନେପକାଇଥାନ୍ତି ନା । କିନ୍ତୁ ସ୍ୱର୍ଗ କାହାକୁ କୁହାଯାଏ - ଏକଥା କେହି ଜାଣିନାହାନ୍ତି । କେହି
ବି ମରିଗଲେ କୁହନ୍ତି ସ୍ୱର୍ଗବାସୀ ହେଲା । ଆରେ, କଳିଯୁଗରେ ତ’ ଯିଏବି ମରିବେ ନିଶ୍ଚିତ ଭାବରେ
ସେ ଏହି କଳିଯୁଗରେ ହିଁ ପୁନର୍ଜନ୍ମ ନେବେ ନା । ଏତିକି ବି ବୁଦ୍ଧି କାହା ପାଖରେ ନାହିଁ । ଡକ୍ଟର
ଅଫ୍ ଫିଲୋସଫି ଆଦି ନାମ ରଖାଉଛନ୍ତି । କିନ୍ତୁ କିଛି ହେଲେ ବି ବୁଝିନାହାନ୍ତି । ମନୁଷ୍ୟ ପ୍ରଥମେ
ମନ୍ଦିରରେ ବାସ କରୁଥିଲେ । ତାହା ହେଲା କ୍ଷୀର ସାଗର, ଏହା ହେଉଛି ବିଷର ସାଗର । ଏସବୁ କଥା କେବଳ
ବାବା ହିଁ ବୁଝାଉଛନ୍ତି । ତେବେ ବାବା ମନୁଷ୍ୟମାନଙ୍କୁ ହିଁ ପାଠ ପଢ଼ାଇବେ ନା, ଜୀବଜନ୍ତୁମାନଙ୍କୁ
ତ’ ପଢ଼ାଇବେ ନାହିଁ ।
ବାବା ବୁଝାଉଛନ୍ତି
ଏହିଭଳି ଡ୍ରାମା ତିଆରି ହୋଇଛି । ଯେପରି ସାହୁକାର ସେହିପରି ତାଙ୍କର ଆସବାବପତ୍ର ମଧ୍ୟ ରହିବ ।
ଗରୀବଙ୍କ ପାଖରେ କିଛି ବି ନ ଥିବ, ସାହୁକାରଙ୍କ ପାଖରେ ବହୁତ ବୈଭବ ରହିବ । ତୁମେ ସତ୍ୟଯୁଗରେ
ସାହୁକାର ହେଉଛ, ତେଣୁ ସେଠାରେ ତୁମର ମହଲ ମଧ୍ୟ ହୀରା ନୀଳାର ହେବ । ସେଠାରେ କୌଣସି ପ୍ରକାର
ଆବର୍ଜନା ଆଦି ରହିବ ନାହିଁ, ଯାହାଦ୍ୱାରା ଦୁର୍ଗନ୍ଧ ହେବ । ଏଠାରେ ଦୁର୍ଗନ୍ଧ ହେଉଥିବାରୁ ଅଗରବତୀ
ଆଦି ଜଳାଇଥା’ନ୍ତି । ସେଠାରେ ଫୁଲ ଆଦିର ପ୍ରାକୃତିକ ସୁଗନ୍ଧ ରହିଥାଏ । ସେଠାରେ ଅଗରବତୀ
ଜଳାଇବାର ଆବଶ୍ୟକତା ପଡି ନ ଥାଏ, ତାକୁ ସ୍ୱର୍ଗ କୁହାଯାଏ । ବାବା ଆମକୁ ସ୍ୱର୍ଗର ମାଲିକ କରାଇବା
ପାଇଁ ପଢ଼ାଉଛନ୍ତି । ଦେଖ, ବାବା କେତେ ସାଧାରଣ ଅଟନ୍ତି । କିନ୍ତୁ ଏଭଳି ବାବାଙ୍କୁ ମଧ୍ୟ
ମନେପକାଇବାକୁ ଭୁଲିଯାଉଛନ୍ତି । ସଂପୂର୍ଣ୍ଣ ନିଶ୍ଚୟ ନ ଥିବାରୁ ଭୁଲିଯାଉଛନ୍ତି । ଯାହାଙ୍କଠାରୁ
ସ୍ୱର୍ଗର ସମ୍ପତ୍ତି ମିଳୁଛି, ଏଭଳି ମାତା ପିତାଙ୍କୁ ଭୁଲିଯିବା କେତେ ଦୁର୍ଭାଗ୍ୟକର କଥା । ବାବା
ଆସି ଆମକୁ ସର୍ବଶ୍ରେଷ୍ଠ କରୁଛନ୍ତି । ଯଦି ଏଭଳି ମାତା ପିତାଙ୍କର ମତ ଅନୁସାରେ ନ ଚାଲିବ ତେବେ
ଶତକଡା ୧୦୦ ଭାଗ ଭାଗ୍ୟହୀନ ସନ୍ତାନ କୁହାଯିବ । କ୍ରମାନୁସାରେ ତ ରହିବେ ନା । କେଉଁଠି ପାଠପଢ଼ା
ଦ୍ୱାରା ବିଶ୍ୱର ମାଲିକ ହେବା, କେଉଁଠି ପୁଣି ଚାକର ବାକର ହେବା! ତେଣୁ ତୁମେ ନିଜେ ବୁଝିପାରୁଥିବ
ଯେ ଆମେ କେତେ ପାଠ ପଢ଼ୁଛୁ । ଦୁନିଆକୁ କେବଳ ଧର୍ମପିତାମାନେ ଧର୍ମସ୍ଥାପନ କରିବାକୁ ଆସୁଛନ୍ତି,
ଏଠାରେ ତ’ ମାତା ପିତା ଅଛନ୍ତି କାହିଁକିନା ଏହା ପ୍ରବୃତ୍ତି ମାର୍ଗ ଅଟେ ନା । ଭାରତରେ ପବିତ୍ର
ପ୍ରବୃତ୍ତି ମାର୍ଗ ଥିଲା । ବର୍ତ୍ତମାନ ଅପବିତ୍ର ପ୍ରବୃତ୍ତିମାର୍ଗ ହୋଇଯାଇଛି । ଲକ୍ଷ୍ମୀ
ନାରାୟଣ ପବିତ୍ର ଥିଲେ ତେଣୁ ତାଙ୍କର ସନ୍ତାନ ମଧ୍ୟ ପବିତ୍ର ଥିଲେ । ଏବେ ତୁମେମାନେ ଜାଣିଛ ଯେ
ଆମେ କ’ଣ ହେବୁ? ଏହି ମାତା ପିତା ଆମକୁ କେତେ ଉଚ୍ଚ କରୁଛନ୍ତି ତେଣୁ ତାଙ୍କୁ ଅନୁକରଣ କରିବା
ଦରକାର ନା! ଭାରତକୁ ହିଁ ମାତା ପିତାଙ୍କ ଦେଶ ବୋଲି କୁହାଯାଏ । ସତ୍ୟଯୁଗରେ ସମସ୍ତେ ପବିତ୍ର ଥିଲେ,
ଏଠାରେ ପତିତ ହୋଇଯାଇଛନ୍ତି । ବାବା ଏକଥା କେତେ ଭଲ ଭାବରେ ବୁଝାଯାଉଛନ୍ତି କିନ୍ତୁ ବାବାଙ୍କୁ
ମନେପକାଉ ନଥିବାରୁ, ବୁଦ୍ଧିର ତାଲା ବନ୍ଦ ହୋଇଯାଉଛି । ଶୁଣି ଶୁଣି ପାଠପଢା ଛାଡିଦେଉଛନ୍ତି, ତେଣୁ
ବୁଦ୍ଧିର ତାଲା ଏକଦମ୍ ବନ୍ଦ ହୋଇଯାଉଛି । ସ୍କୁଲ୍ରେ ମଧ୍ୟ ପିଲା କ୍ରମାନୁସାରେ ରହିଥା’ନ୍ତି ।
ପଥରବୁଦ୍ଧି ଏବଂ ପାରସବୁଦ୍ଧି କୁହାଯାଇଥାଏ ନା । ପଥରବୁଦ୍ଧି ପିଲାମାନେ କିଛି ବି ବୁଝିପାରୁ
ନାହାନ୍ତି, ସାରାଦିନ ଭିତରେ ୫ ମିନିଟ୍ ମଧ୍ୟ ବାବାଙ୍କୁ ମନେପକାଇନଥା’ନ୍ତି । ଯଦି ୫ ମିନିଟ୍
ମାତ୍ର ମନେପକାଇବ ତେବେ ସେହି ଅନୁସାରେ ବୁଦ୍ଧିର ତାଲା ଖୋଲିବ । ଅଧିକ ମନେପକାଇଲେ ଭଲ ଭାବରେ
ତାଲା ଖୋଲିଯିବ । ତେଣୁ ଯୋଗ ଉପରେ ହିଁ ସବୁ କିଛି ନିର୍ଭର କରୁଛି । କେହି କେହି ପିଲା ବାବାଙ୍କୁ
ଚିଠି ଲେଖି ଥାଆନ୍ତି - ପ୍ରିୟ ବାବା ବା ପ୍ରିୟ ଦାଦା । ଯଦି କେବଳ ପ୍ରିୟ ଦାଦା ଲେଖି ଚିଠି
ପକାଇବ ତେବେ କ’ଣ ପହଞ୍ଚିବ? ନାମ ତ’ ରହିବା ଦରକାର ନା । ଦାଦା ଦାଦୀ ତ’ ଦୁନିଆରେ ବହୁତ ଅଛନ୍ତି
। ଆଚ୍ଛା!
ଆଜି ହେଲା ଦୀପାବଳୀ ।
ଦୀପାବଳୀରେ ଦୋକାନମାନଙ୍କରେ ନୂଆ ଖାତା ଆରମ୍ଭ କରିଥା’ନ୍ତି । ତୁମେମାନେ ପ୍ରକୃତ ବ୍ରାହ୍ମଣ ଅଟ
। ବ୍ରାହ୍ମଣମାନେ ବ୍ୟବସାୟୀମାନଙ୍କର ନୂଆ ଖାତା ରଖାଇଥା’ନ୍ତି । ସେହିପରି ତୁମକୁ ମଧ୍ୟ ନିଜର
ନୂଆ ଖାତା ଆରମ୍ଭ କରିବାକୁ ହେବ । କିନ୍ତୁ ଏହା ନୂଆ ଦୁନିଆ ପାଇଁ । ଭକ୍ତିମାର୍ଗର ଖାତା ହେଉଛି
ସଂପୂର୍ଣ୍ଣ କ୍ଷତିର ଖାତା । ତୁମେ ବର୍ତ୍ତମାନ ଅବିନାଶୀ ସମ୍ପତ୍ତି, ସୁଖ ଏବଂ ଶାନ୍ତି ସବୁକିଛି
ପାଉଛ । ଏହି ଅବିନାଶୀ କଥା ଅବିନାଶୀ ବାବା ଆସି ବୁଝାଉଛନ୍ତି ଏବଂ ଏହିସବୁ କଥାକୁ ଅବିନାଶୀ ସୁଖର
ଅଧିକାରୀ ସନ୍ତାନମାନେ ହିଁ ବୁଝିପାରିବେ । ବାବାଙ୍କ ପାଖକୁ କୋଟିକରୁ କେହି ଜଣେ ହିଁ ଆସିଥା’ନ୍ତି
। ଏହି ମାର୍ଗରେ ଚାଲୁ ଚାଲୁ ରୋଜଗାରରେ ଯଦି କ୍ଷତି ହୋଇଯାଏ ତେବେ ଯାହା ଜମା ହୋଇଥାଏ ତାହା ମଧ୍ୟ
ଖାଲି ହୋଇଯାଏ । ଯେବେ ଅନ୍ୟମାନଙ୍କୁ ଦାନ ଦେବ ତେବେ ତୁମ ଖାତା ବୃଦ୍ଧି ହୋଇଚାଲିବ । ଦାନ ନ କଲେ
ଆମଦାନୀରେ ବୃଦ୍ଧି ହୋଇ ନ ଥାଏ । ତୁମେ ତ ପୁରୁଷାର୍ଥ କରୁଛ ଯେପରି ଆମଦାନୀରେ ବୃଦ୍ଧି ହେଉ ।
ବୃଦ୍ଧି ସେତେବେଳେ ହେବ ଯେତେବେଳେ ଅନ୍ୟକୁ ଦାନ କରିବ ଅଥବା ଲାଭ ପ୍ରାପ୍ତ କରାଇବ । କାହାକୁ ଯଦି
ବାବାଙ୍କର ପରିଚୟ ଦେଇ ଦେଲ, ତେବେ ଏହାର ଅର୍ଥ ତୁମର ଜମା ହୋଇଗଲା । ଯଦି ବାବାଙ୍କର ପରିଚୟ
କାହାକୁ ନ ଦେବ ତେବେ ଜମା ମଧ୍ୟ ହେବନାହିଁ । ତୁମର ଏହି ରୋଜଗାର ବହୁତ ଉଚ୍ଚ ଅଟେ । ମୂରଲୀ
ଦ୍ୱାରା ହିଁ ତୁମର ପ୍ରକୃତ ରୋଜଗାର ହୋଇଥାଏ, କେବଳ ଏତିକି ଯଦି ଜାଣିଯିବେ ଯେ ଏହି ମୁରଲୀ କିଏ
ଶୁଣାଉଛନ୍ତି? ଏକଥା ମଧ୍ୟ ତୁମେମାନେ ଜାଣିଛ ଯେଉଁମାନେ ଅପବିତ୍ର ହୋଇଯାଇଛନ୍ତି ସେମାନଙ୍କୁ
ପବିତ୍ର କରିବା ପାଇଁ ଏହି ମୁରଲୀ ଶୁଣାଇବାକୁ ହେବ । ଈଶ୍ୱରୀୟ ଜାଦୁ ବୋଲି କହିଥାଆନ୍ତି ନା ।
ତେଣୁ ଏହି ମୁରଲୀରେ ହିଁ ଈଶ୍ୱରୀୟ ଜାଦୁ ରହିଛି । ଏହି ଜ୍ଞାନ ମଧ୍ୟ ତୁମକୁ ଏବେ ମିଳୁଛି ।
ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନ ଥିଲା । ଯଦି ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନ ଥିଲା ତେବେ
ଯେଉଁମାନେ ପଛରେ ଆସୁଛନ୍ତି ସେମାନଙ୍କ ଭିତରେ ଏହି ଜ୍ଞାନ କିପରି ରହିବ? ଶାସ୍ତ୍ର ଇତ୍ୟାଦି ଯାହା
ସବୁ ପରେ ରଚନା ହୋଇଛି ସେଗୁଡିକ କିଛି ବି ରହିବ ନାହିଁ । ତୁମର ଏହି ସତ୍ୟ ଗୀତା ତ’ ବହୁତ କମ୍
ରହିଛି । ଦୁନିଆରେ ତ’ ଲକ୍ଷ ଲକ୍ଷ ସଂଖ୍ୟକ ଗୀତା ପୁସ୍ତକ ଥିବ । ବାସ୍ତବରେ ଏହି ଚିତ୍ରଗୁଡିକ
ହିଁ ସତ୍ୟ ଗୀତା ଅଟେ । ସେହି ଗୀତାରୁ ଏତେ ବୁଝିପାରିବେ ନାହିଁ ଯେତିକି ଏହି ଚିତ୍ର ଦ୍ୱାରା
ବୁଝିପାରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଭଲ ଭାବରେ
ପାଠପଢ଼ି ନିଜକୁ ଭାଗ୍ୟବାନ କରିବାକୁ ହେବ । ଦେବତା ହେବା ପାଇଁ ପକ୍କା ବ୍ରାହ୍ମଣ ହେବାକୁ ପଡିବ ।
(୨) ଦେହୀ ବାବାଙ୍କୁ
ମନେପକାଇବା ପାଇଁ ଦେହୀ-ଅଭିମାନୀ ହେବାକୁ ପଡିବ । ଦେହକୁ ମଧ୍ୟ ଭୁଲିବାକୁ ଅଭ୍ୟାସ କରିବାକୁ ହେବ
।
ବରଦାନ:-
ସର୍ବଦା ନିଜକୁ
ସାରଥୀ ଏବଂ ସାକ୍ଷୀ ମନେ କରି ଦେହର ସ୍ମୃତି ଠାରୁ ଉର୍ଦ୍ଧ୍ୱରେ ରହୁଥିବା ଯୋଗଯୁକ୍ତ ଆତ୍ମା ହୁଅ
।
ଯୋଗଯୁକ୍ତ ସ୍ଥିତିରେ
ରହିବାର ସରଳ ବିଧି ହେଲା - ସର୍ବଦା ନିଜକୁ ସାରଥୀ ଏବଂ ସାକ୍ଷୀ ମନେ କରି ଚାଲିବା । ଏହି ରଥକୁ
ଚଲାଉଥିବା ମୁଁ ଆତ୍ମା ସାରଥୀ ଅଟେ, ଏହି ସ୍ମୃତି ସ୍ୱତଃ ହିଁ ଏହି ରଥ ଅଥବା ଦେହଠାରୁ ବା କୌଣସି
ପ୍ରକାରର ଦୈହିକ ସ୍ମୃତିଠାରୁ ଉର୍ଦ୍ଧ୍ୱକୁ ନେଇଯାଏ । ଯଦି ଦେହର ସ୍ମୃତି ଆଦୌ ନ ରହିବ ତେବେ
ସହଜରେ ଯୋଗଯୁକ୍ତ ହେବା ସହିତ ପ୍ରତ୍ୟେକ କର୍ମ ଯୁକ୍ତିଯୁକ୍ତ ଅର୍ଥାତ୍ ଯଥାର୍ଥ ହୋଇଯିବ । ନିଜକୁ
ସାରଥୀ ମନେ କରିବା ଦ୍ୱାରା ସର୍ବକର୍ମେନ୍ଦ୍ରିୟ ନିଜର ଆୟତ୍ତରେ ରହିଥାଆନ୍ତି । ସେମାନେ କେବେହେଲେ
କୌଣସି କର୍ମେନ୍ଦ୍ରିୟର ବଶୀଭୂତ ହୋଇପାରିବେ ନାହିଁ ।
ସ୍ଲୋଗାନ:-
ଯଦି ବିଜୟୀ
ଆତ୍ମା ହେବାକୁ ଚାହୁଁଛ ତେବେ ନିଜ ଉପରେ ଧ୍ୟାନ ଦେବା ଏବଂ ଦେହୀ-ଅଭିମାନୀ ସ୍ଥିତିରେ ରହିବାର
ଅଭ୍ୟାସକୁ ନିଜର ବ୍ୟକ୍ତିଗତ ସଂସ୍କାରରେ ପରିଣତ କରିଦିଅ ।