12.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ଓସ୍ତାତ (ଗୁରୁ) ତୁମକୁ ମନୁଷ୍ୟରୁ ଦେବତା ହେବାର କଳା ଶିଖାଇଛନ୍ତି, ତୁମେ ପୁଣି ଶ୍ରୀମତ ଆଧାରରେ
ଅନ୍ୟମାନଙ୍କୁ ମଧ୍ୟ ଦେବତା କରିବାର ସେବା କର ।”
ପ୍ରଶ୍ନ:-
ଏବେ ତୁମେ
ପିଲାମାନେ କେଉଁ ଶ୍ରେଷ୍ଠ କର୍ମ କରୁଛ ଯାହାର ପରମ୍ପରା ଭକ୍ତିରେ ମଧ୍ୟ ପ୍ରଚଳିତ ହୋଇ ଆସୁଛି?
ଉତ୍ତର:-
ବର୍ତ୍ତମାନ ତୁମେମାନେ ଶ୍ରୀମତ ଆଧାରରେ ନିଜର ଶରୀର-ମନ-ଧନକୁ କେବଳ ଭାରତ ନୁହେଁ ସାରା ବିଶ୍ୱର
କଲ୍ୟାଣ ପାଇଁ ଅର୍ପଣ କରୁଛ, ଏହି ପରମ୍ପରା ଅନୁସାରେ ଭକ୍ତିମାର୍ଗରେ ମଧ୍ୟ ମନୁଷ୍ୟ ଈଶ୍ୱରଙ୍କ
ଉଦ୍ଦେଶ୍ୟରେ ଦାନ କରୁଛନ୍ତି । ତେଣୁ ସେମାନଙ୍କୁ ପରବର୍ତ୍ତୀ ଜନ୍ମରେ ରାଜପରିବାରରେ ଜନ୍ମ
ମିଳିଯାଉଛି । ତୁମେ ପିଲାମାନେ ସଂଗମଯୁଗରେ ବାବାଙ୍କର ସହଯୋଗୀ ହେଉଛ ତେଣୁ ମନୁଷ୍ୟରୁ ଦେବତା
ହୋଇଯାଉଛ ।
ଗୀତ:-
ତୁନେ ରାତ ଗବାଇ....
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ବୁଝାଉଛନ୍ତି - ଯେତେବେଳେ ପିଲାମାନେ ବୁଝିଯାଉଛନ୍ତି ସେତେବେଳେ ଅନ୍ୟମାନଙ୍କୁ
ବୁଝାଉଛନ୍ତି । ଯଦି ନିଜେ ନ ବୁଝିବେ ତେବେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ ନାହିଁ । ଯଦି ନିଜେ
ବୁଝି ଅନ୍ୟମାନଙ୍କୁ ବୁଝାଇପାରିବେ ନାହିଁ ଅର୍ଥାତ୍ ନିଜେ କିଛି ବୁଝୁନାହାଁନ୍ତି । ଯେପରି କେହି
ଯଦି କୌଣସି କୌଶଳ ଶିଖନ୍ତି ତେବେ ତାକୁ ଚାରିଆଡେ ପ୍ରଚାର କରିଥା’ନ୍ତି । ତେବେ ମନୁଷ୍ୟରୁ ଦେବତା
କିପରି ହେବ ଏହି କଳା କୌଶଳ ତ ବାବା ଉସ୍ତାଦ ଶିଖାଉଛନ୍ତି । ବାବା ମନୁଷ୍ୟରୁ ଦେବତା କରୁଛନ୍ତି
ଯାହାଙ୍କର ଚିତ୍ର ରହିଛି, ଅର୍ଥାତ୍ ସେହି ଦେବତାମାନେ ଏବେ ନାହାଁନ୍ତି । ଦେବତାମାନଙ୍କ ଗୁଣର
ମଧ୍ୟ ଗାୟନ କରାଯାଏ । ସର୍ବଗୁଣ ସମ୍ପନ୍ନ... ଏଠାରେ ଥିବା ମନୁଷ୍ୟମାନଙ୍କର ଏଭଳି ଗୁଣର ଗାୟନ
କରାଯାଏ ନାହିଁ । ମନୁଷ୍ୟମାନେ ମନ୍ଦିରକୁ ଯାଇ ଦେବତାମାନଙ୍କର ଗୁଣ ଗାନ କରନ୍ତି । ଯଦିଓ
ସନ୍ନ୍ୟାସୀମାନେ ମଧ୍ୟ ପବିତ୍ର କିନ୍ତୁ ମନୁଷ୍ୟମାନେ ତାଙ୍କର ଗୁଣର ଗାୟନ କରନ୍ତି ନାହିଁ ।
ସନ୍ନ୍ୟାସୀମାନେ ତ ଶାସ୍ତ୍ର ଆଦି ମଧ୍ୟ ଶୁଣାନ୍ତି ନାହିଁ । ଦେବତାମାନେ ମଧ୍ୟ କିଛି ଶୁଣାଇ
ନାହାନ୍ତି । ସେମାନେ ତ କେବଳ ପ୍ରାରବ୍ଧ ଭୋଗ କରିଥା’ନ୍ତି । ଏମାନେ ପୂର୍ବ ଜନ୍ମରେ ପୁରୁଷାର୍ଥ
କରି ମନୁଷ୍ୟରୁ ଦେବତା ହୋଇଥିଲେ । ତେଣୁ ସନ୍ନ୍ୟାସୀମାନଙ୍କ ଭିତରେ ଦେବାତମାନଙ୍କ ସଦୃଶ ଗୁଣ ନାହିଁ
। ଯଦି ଗୁଣ ନାହିଁ ତେବେ ନିଶ୍ଚିତ ଅବଗୁଣ ରହିଛି । ସତ୍ୟଯୁଗରେ ଏହି ଭାରତରେ ଯେଉଁଭଳି ରାଜାରାଣୀ
ସେହିଭଳି ପ୍ରଜା ସମସ୍ତେ ସର୍ବଗୁଣ ସମ୍ପନ୍ନ ଥିଲେ । ସେମାନଙ୍କ ପାଖରେ ସମସ୍ତ ଗୁଣ ଥିଲା । ତେବେ
ସେହି ଦେବତାମାନଙ୍କର ହିଁ ଗୁଣର ଗାୟନ କରାଯାଇଥାଏ । ସେ ସମୟରେ ତ ଅନ୍ୟ କୌଣସି ଧର୍ମ ନଥିଲା ।
ସତ୍ୟଯୁଗରେ ସର୍ବଗୁଣରେ ସମ୍ପନ୍ନ ଦେବତାମାନେ ଥିଲେ ଏବଂ ଏହି କଳିଯୁଗରେ ଅବଗୁଣବାଲା ମନୁଷ୍ୟମାନେ
ରହିଛନ୍ତି । ତେବେ ଏହିଭଳି ଅବଗୁଣଧାରୀ ମନୁଷ୍ୟମାନଙ୍କୁ ଦେବତା କିଏ କରିବ । ଗାୟନ ମଧ୍ୟ ରହିଛି
ଯେ, ମନୁଷ୍ୟରୁ ଦେବତା... ଏହି ମହିମା ତ କେବଳ ପରମପିତା ପରମାତ୍ମାଙ୍କର । ଦେବତାମାନେ ମଧ୍ୟ
ମନୁଷ୍ୟ ଅଟନ୍ତି, କିନ୍ତୁ ତାଙ୍କ ପାଖରେ ଗୁଣ, ଏମାନଙ୍କ ପାଖରେ ଅବଗୁଣ ରହିଛି । ଗୁଣ
ବାବାଙ୍କଠାରୁ ପ୍ରାପ୍ତ ହୋଇଥାଏ, ଯାହାଙ୍କୁ ସତଗୁରୁ ବୋଲି ମଧ୍ୟ କହିଥା’ନ୍ତି । ମାୟା ରାବଣଠାରୁ
ଅବଗୁଣ ପ୍ରାପ୍ତ ହୋଇଥାଏ । ଏତେ ଗୁଣବାନ୍ ହୋଇ ପୁଣି ଅବଗୁଣୀ କିପରି ହେଉଛନ୍ତି । ସର୍ବଗୁଣ
ସମ୍ପନ୍ନ ଏବଂ ସର୍ବ ଅବଗୁଣ ସମ୍ପନ୍ନ କିଏ କରିଥାଏ । ଏହି କଥାକୁ କେବଳ ତୁମେମାନେ ହିଁ ଜାଣିଛ ।
ଗାୟନ ମଧ୍ୟ କରୁଛନ୍ତି ଯେ, ମୁଁ ନିର୍ଗୁଣ, ମୋ ପାଖରେ କୌଣସି ଗୁଣ ନାହିଁ । ଦେବତାମାନଙ୍କର କେତେ
ଗୁଣଗାନ କରୁଛନ୍ତି । ଏହି ସମୟରେ ତ ସେହି ଗୁଣ କାହା ପାଖରେ ନାହିଁ । ବର୍ତ୍ତମାନର ଖାଦ୍ୟ-ପାନୀୟ
ମଧ୍ୟ କେତେ ଖରାପ ରହିଛି । ଦେବତାମାନେ ବୈଷ୍ଣବ ସମ୍ପ୍ରଦାୟର ଏବଂ ଏହି ସମୟର ମନୁଷ୍ୟମାନେ ରାବଣ
ସମ୍ପ୍ରଦାୟର ଅଟନ୍ତି । ତେଣୁ ଖାଦ୍ୟ-ପାନୀୟ କେତେ ବଦଳିଯାଇଛି । କେବଳ ପୋଷାକକୁ ଦେଖିବାର ନାହିଁ
। ଖାଦ୍ୟ ପାନୀୟ ଏବଂ ବିକାରୀପଣିଆକୁ ମଧ୍ୟ ଦେଖିବାର ଅଛି । ବାବା ନିଜେ କହୁଛନ୍ତି ଯେ, ମୋତେ
ଭାରତକୁ ହିଁ ଆସିବାକୁ ପଡୁଛି । ମୁଁ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ-ବ୍ରାହ୍ମଣୀମାନଙ୍କ ଦ୍ୱାରା
ସ୍ଥାପନା କରୁଛି । ଏହା ବ୍ରାହ୍ମଣମାନଙ୍କର ଯଜ୍ଞ ନା । ସେହି ବିକାରୀ ବ୍ରାହ୍ମଣ କୁଖ ବଂଶାବଳୀ
ଅଟନ୍ତି, କିନ୍ତୁ ଏମାନେ ମୁଖ ବଂଶାବଳୀ ଅଟନ୍ତି । ଉଭୟଙ୍କ ଭିତରେ ବହୁତ ଫରକ ରହିଛି ।
ସାହୁକାରମାନେ ଯେଉଁ ଯଜ୍ଞ ରଚନା କରନ୍ତି ସେଥିରେ ଶରୀରଧାରୀ ବ୍ରାହ୍ମଣ ଥା’ନ୍ତି । ଇଏ ହେଉଛନ୍ତି
ବେହଦର ପିତା, ସାହୁକାରମାନଙ୍କର ସାହୁକାର, ରାଜାମାନଙ୍କର ରାଜା । ତେବେ ସାହୁକାରମାନଙ୍କର
ସାହୁକାର ବୋଲି କାହିଁକି କୁହାଯାଇଥାଏ? କାହିଁକି ନା ସାହୁକାରମାନେ ମଧ୍ୟ କହନ୍ତି ଯେ - ଆମକୁ
ଈଶ୍ୱର ଧନ ଦେଇଛନ୍ତି ସେଥିପାଇଁ ଈଶ୍ୱରଙ୍କ ନିମନ୍ତେ ଦାନ କରିଥା’ନ୍ତି ଏବଂ ପରଜନ୍ମରେ ଧନବାନ୍
ହୋଇଥାନ୍ତି । ଏବେ ତୁମେମାନେ ଶିବବାବାଙ୍କୁ ତନ-ମନ-ଧନ ସବୁ କିଛି ଅର୍ପଣ କରୁଛ । ତେଣୁ ତୁମେମାନେ
କେତେ ଉଚ୍ଚ ପଦ ପାଉଛ ।
ତୁମେମାନେ ଶ୍ରୀମତ
ଆଧାରରେ ଏତେ ଉଚ୍ଚ କର୍ମ ଶିଖୁଛ ତେଣୁ ତୁମକୁ ନିଶ୍ଚିତ ଫଳ ମିଳିବା ଦରକାର । ତୁମେମାନେ ନିଜର
ତନ-ମନ-ଧନ ଅର୍ପଣ କରୁଛ । ସେମାନେ ମଧ୍ୟ କାହାର ମାଧ୍ୟମରେ ଈଶ୍ୱରଙ୍କ ପାଇଁ ଦାନ କରିଥା’ନ୍ତି ।
ଏହି ପ୍ରଥା ଭାରତରେ ହିଁ ରହିଛି । ବାବା ମଧ୍ୟ ତୁମମାନଙ୍କୁ ବହୁତ ଭଲ କର୍ମ ଶିଖାଉଛନ୍ତି ।
ତୁମେମାନେ ଏହି କର୍ତ୍ତବ୍ୟ କେବଳ ଭାରତ କ’ଣ ସାରା ଦୁନିଆର କଲ୍ୟାଣ ପାଇଁ କରୁଛ ଏବଂ ତା’ର
ପ୍ରତିଦାନରେ ତୁମେ ମନୁଷ୍ୟରୁ ଦେବତା ହେଉଛ । ଯିଏ ଶ୍ରୀମତ ଆଧାରରେ ଯେଉଁ ଭଳି କର୍ମ କରିଥାନ୍ତି,
ତାଙ୍କୁ ସେହି ଭଳି ଫଳ ମିଳିଥାଏ । ମୁଁ କେବଳ ସାକ୍ଷୀ ହୋଇ ଦେଖି ଚାଲିଛ । କିଏ ଶ୍ରୀମତ ଅନୁସାରେ
ମନୁଷ୍ୟରୁ ଦେବତା ହେବାର ସେବା କରୁଛନ୍ତି । ଏହାଦ୍ୱାରା ଜୀବନରେ କେତେ ପରିବର୍ତ୍ତନ ହେଉଛି ।
ଯେଉଁମାନେ ଶ୍ରୀମତ ଅନୁସାରେ ଚାଲୁଛନ୍ତି ସେହିମାନଙ୍କୁ ହିଁ ବ୍ରାହ୍ମଣ କୁହାଯିବ । ବାବା
କହୁଛନ୍ତି - ମୁଁ ବ୍ରାହ୍ମଣମାନଙ୍କ ଦ୍ୱାରା ଶୂଦ୍ରମାନଙ୍କୁ ରାଜଯୋଗ ଶିଖାଉଛି - ଏହା ୫ ହଜାର
ବର୍ଷର କଥା । ଭାରତରେ ହିଁ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଯାହାର ଚିତ୍ର ମଧ୍ୟ ଦେଖାଇବା
ଉଚିତ୍ । ଯଦି ଚିତ୍ର ନଥିବ ତେବେ ବୁଝିବେ ଯେ, ଜଣା ନାହିଁ ଏହା କେଉଁ ପ୍ରକାର ନୂଆ ଧର୍ମ ଅଟେ,
ବୋଧ ହୁଏ ବିଦେଶରୁ ଆସିଛି । ଚିତ୍ର ଦେଖାଇଲେ ଜାଣିଯିବେ ଯେ, ଏମାନେ ଦେବତାମାନଙ୍କୁ ମାନୁଛନ୍ତି
। ତେଣୁ ସେମାନଙ୍କୁ ବୁଝାଇବାକୁ ହେବ ଯେ, ଶ୍ରୀ ନାରାୟଣଙ୍କର ଅନ୍ତିମ ୮୪ତମ ଜନ୍ମରେ ପରମପିତା
ପରମାତ୍ମା ପ୍ରବେଶ କରି ରାଜଯୋଗ ଶିଖାଉଛନ୍ତି । ଏହା ଦ୍ୱାରା କୃଷ୍ଣଙ୍କର କଥା ଉଡିଯାଉଛି । ଏହା
ତାଙ୍କର ୮୪ତମ ଜନ୍ମର ମଧ୍ୟ ଅନ୍ତିମ ଜନ୍ମ ଅଟେ । ଯେଉଁମାନେ ସୂର୍ଯ୍ୟବଂଶୀ ଦେବତା କୁଳର ଥିଲେ
ସେମାନଙ୍କୁ ଆସି ପୁଣି ଥରେ ରାଜଯୋଗ ଶିଖିବାକୁ ହେବ । ଡ୍ରାମା ଅନୁସାରେ ପୁରୁଷାର୍ଥ ମଧ୍ୟ
ନିଶ୍ଚିତ କରିବେ । ତୁମେମାନେ ଏବେ ସମ୍ମୁଖରେ ଶୁଣୁଛ, ଅନ୍ୟ ସନ୍ତାନମାନେ ପୁଣି ଏହି ଟେପ୍ ଦ୍ୱାରା
ଶୁଣିବେ ତେବେ ବୁଝିବେ ଯେ ଆମେ ମଧ୍ୟ ମାତା-ପିତାଙ୍କ ସହିତ ପୁନର୍ବାର ଦେବତା ହେଉଛୁ ।
ବର୍ତ୍ତମାନ ୮୪ତମ ଜନ୍ମରେ ତୁମକୁ ପୂରା ଦରିଦ୍ର ନିଶ୍ଚିତ ରୂପେ ହେବାକୁ ପଡିବ । ଆତ୍ମା ବାବାଙ୍କୁ
ନିଜର ସବୁକିଛି ଅର୍ପଣ କରୁଛି । ଏହି ଶରୀର ହିଁ ଅଶ୍ୱ ଅଟେ, ଯାହାକି ସ୍ୱାହା ହେଉଛି । ଆତ୍ମା
ନିଜେ କହୁଛି, ମୁଁ ବାବାଙ୍କର ହୋଇଛି, ଆଉ ଅନ୍ୟ କାହାର ନୁହେଁ । ମୁଁ ଆତ୍ମା ଏହି ଜୀବ ଅର୍ଥାତ୍
ଶରୀର ଦ୍ୱାରା ପରମପିତା ପରମାତ୍ମାଙ୍କର ନିର୍ଦ୍ଦେଶ ଅନୁସାରେ ସେବା କରୁଛି । ବାବା କହୁଛନ୍ତି -
ଯୋଗ ମଧ୍ୟ ଶିଖାଅ ଏବଂ ସୃଷ୍ଟିଚକ୍ର କିପରି ଘୂରୁଛି ତାହା ମଧ୍ୟ ବୁଝାଅ । ଯିଏ ସମସ୍ତ ଚକ୍ରକୁ
ପାସ୍ କରିଥିବେ - ସିଏ ଏହି କଥାକୁ ତୁରନ୍ତ ବୁଝିଯିବେ । ଯେଉଁମାନଙ୍କର ଏହି ଚକ୍ରରେ ଆସିବାର
ନଥିବ ସେମାନେ ଏଠାରେ ରହିପାରିବେ ନାହିଁ । ଏହିପରି ନୁହେଁ ଯେ, ସାରା ସୃଷ୍ଟି ଏଠାକୁ ଆସିବ!
ସେଥିରୁ ମଧ୍ୟ ଅଧିକ ପ୍ରଜା ରହିବେ । ରାଜାରାଣୀ ତ ଜଣେ ହେବେ ନା । ଯେପରି ଲକ୍ଷ୍ମୀ-ନାରାୟଣ,
ରାମ-ସୀତା ଜଣଙ୍କର ହିଁ ଗାୟନ କରାଯାଇଥାଏ । ରାଜକୁମାର-ରାଜକୁମାରୀ ତ ଆହୁରି ମଧ୍ୟ ଥିବେ, କିନ୍ତୁ
ମୁଖ୍ୟ ତ ଜଣେ ହେବେ ନା! ତେଣୁ ଏହିଭଳି ରାଜାରାଣୀ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ହୋଇଥାଏ
। ସାକ୍ଷୀ ହୋଇ ଦେଖିବା ଦ୍ୱାରା ଜଣାପଡିଥାଏ - ଇଏ ସାହୁକାର ନା ରାଜାକୁଳର ନା ଗରୀବ କୁଳର ।
କେହି-କେହି ମାୟାଠାରୁ ଏଭଳି ହାରୁଛନ୍ତି ଯାହାଦ୍ୱାରା ପଳାଇ ମଧ୍ୟ ଯାଉଛନ୍ତି । ମାୟା ସେମାନଙ୍କୁ
ଏକଦମ୍ କଞ୍ଚା ଖାଇଯାଇଥାଏ । ସେଥିପାଇଁ ବାବା ପଚାରୁଛନ୍ତି - ତୁମେମାନେ ଠିକ୍ ଅଛ? ମାୟାର
ଚାପୁଡାରେ ବେହୋସ ବା ବେମାରରେ ପଡୁନାହଁ ତ! କେହି କେହି ବେମାର ମଧ୍ୟ ହୋଇଯାଉଛନ୍ତି ପୁଣି
ପିଲାମାନେ ତାଙ୍କ ପାଖକୁ ଯାଇ ଜ୍ଞାନ-ଯୋଗର ସଞ୍ଜିବନୀ ବୁଟି ଦେଇ ସୁରଜିତ୍ କରିଦେଇଥା’ନ୍ତି ।
ଜ୍ଞାନ ଏବଂ ଯୋଗରେ ନ ରହିବା କାରଣରୁ ମାୟା ଏକଦମ୍ “କଳାକୁ ଅର୍ଥାତ୍ ଗୁଣକୁ ହରଣ କରିନେଇଥାଏ” ।
ତେଣୁ ଶ୍ରୀମତ ଛାଡି ମନମତରେ ଚାଲିବାରେ ଲାଗିପଡନ୍ତି । ମାୟା ଏକଦମ୍ ବେହୋସ୍ କରିଦେଇଥାଏ ।
ବାସ୍ତବରେ ଏହି ଜ୍ଞାନ ହିଁ ସଞ୍ଜିବନୀ ବୁଟୀ ଅଟେ, ଏହାଦ୍ୱାରା ମାୟା ବେହୋସି ଓହ୍ଲାଇ ଯାଇଥାଏ ।
ଏହି ସବୁ କଥା ବର୍ତ୍ତମାନ ସମୟର ଅଟେ । ତୁମେମାନେ ସମସ୍ତେ ସୀତା ଅଟ । ରାମ ଆସି ମାୟା ରାବଣଠାରୁ
ତୁମକୁ ମୁକ୍ତ କରୁଛନ୍ତି । ଯେପରି ପିଲାମାନଙ୍କୁ ସିନ୍ଧରେ ଥିବା ସମୟରେ ମୁକ୍ତ କରିଥିଲେ । ପୁଣି
ରାବଣ ଲୋକେ ଆସି ଚୋରାଇ ନେଇଯାଉଥିଲେ । ଏବେ ତୁମକୁ ପୁଣି ସମସ୍ତଙ୍କୁ ମାୟାର ଅଧିନରୁ ମୁକ୍ତ
କରିବାକୁ ହେବ । ବାବାଙ୍କର ତ ଦୟା ଆସୁଛି । ଦେଖୁଛନ୍ତି ଯେ, କିଭଳି ମାୟା ଚାପୁଡା ଲଗାଇ
ପିଲାମାନଙ୍କର ବୁଦ୍ଧିକୁ ଏକଦମ୍ ଘୂରାଇ ଦେଉଛି । ରାମଙ୍କଠାରୁ ବୁଦ୍ଧି ହଟାଇ ରାବଣ ଆଡକୁ
କରିଦେଇଥାଏ । ଯେପରି ଗୋଟିଏ ଖେଳନା ଥିଲା, ତାର ଗୋଟିଏ ପଟେ ରାମ, ଅନ୍ୟ ପଟେ ରାବଣ ଥିଲା । ଏହାକୁ
କୁହାଯାଏ ଆଶ୍ଚର୍ଯ୍ୟ ଭାବେ ବାବାଙ୍କର ହେଉଛନ୍ତି ପୁଣି ରାବଣର ହୋଇଯାଉଛନ୍ତି । ମାୟା ବହୁତ
ଶକ୍ତିଶାଳୀ । ମୂଷା ଭଳି କାଟି ସବୁ କିଛି ଶେଷ କରିଦେଉଛି । ସେଥିପାଇଁ କେବେ ବି ଶ୍ରୀମତକୁ
ଛାଡିବା ଉଚିତ୍ ନୁହେଁ । ଏହା ବହୁତ କଷ୍ଟସାଧ୍ୟ ପଥ ଅଟେ ନା । ନିଜର ମତ ଅର୍ଥାତ୍ ରାବଣର ମତ ।
ସେହି ମତରେ ଚାଲିଲେ ଶ୍ୱାସରୁଦ୍ଧ ହୋଇଯିବ । ମାୟା ବହୁତ ବଦନାମୀ ମଧ୍ୟ କରାଇଥାଏ । ଏହିଭଳି ସବୁ
ସେଣ୍ଟରରେ ଅଛନ୍ତି । ତେବେ ଏହାଦ୍ୱାରା ନିଜର ହିଁ କ୍ଷତି କରିଥାନ୍ତି । ପ୍ରକୃତ ସେବାଧାରୀ
ରୂପ-ବସନ୍ତ କେବେ ଲୁଚି ରହି ପାରିବେ ନାହିଁ । ବର୍ତ୍ତମାନ ଦୈବୀ ରାଜଧାନୀର ସ୍ଥାପନ ହେଉଛି,
ଏଥିରେ ସମସ୍ତେ ନିଜ-ନିଜର ଅଭିନୟ ନିଶ୍ଚିତ କରିବେ । ଯଦି ତୀବ୍ରଗତିରେ ସେବା କରିବେ ତେବେ ନିଜର
ହିଁ କଲ୍ୟାଣ କରିବେ । କଲ୍ୟାଣ ଅର୍ଥାତ୍ ଏକଦମ୍ ସ୍ୱର୍ଗର ମାଲିକ ହୋଇଯିବେ । ଯେପରି ଯଦି
ମାତା-ପିତା ସିଂହାସନର ଅଧିକାରୀ ହୋଇଥା’ନ୍ତି, ତେବେ ପିଲାମାନଙ୍କୁ ମଧ୍ୟ ହେବାକୁ ପଡିବ ।
ସେଥିପାଇଁ ବାବାଙ୍କୁ ଅନୁକରଣ କରିବାକୁ ହେବ । ନଚେତ୍ ପଦ କମ୍ କରିଦେବେ । ବାବା ଏହି ଚିତ୍ର ସବୁ
ରଖିବା ପାଇଁ ତିଆରି କରାଇନାହାଁନ୍ତି । ଏହାଦ୍ୱାରା ବହୁତ ସେବା କରିବାକୁ ହେବ । ବଡ-ବଡ
ସାହୁକାରମାନେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରିଥା’ନ୍ତି କିନ୍ତୁ ଏକଥା କେହି ଜାଣି
ନାହାଁନ୍ତି ଯେ, ଇଏ କେବେ ଆସିଥିଲେ, ଏମାନେ ଭାରତକୁ କିପରି ସୁଖୀ କରିଥିଲେ, ସେଥିପାଇଁ ସମସ୍ତେ
ତାଙ୍କୁ ମନେ ପକାଉଛନ୍ତି ।
ତୁମେମାନେ ଜାଣିଛ ଯେ,
ଏକମାତ୍ର ଦିଲବାଲା ବାବାଙ୍କର ହିଁ ମନ୍ଦିର ତିଆରି ହେବା ଉଚିତ୍ । ଏହି ଜଣେ ହିଁ ଯଥେଷ୍ଟ ।
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ଥିଲେ ମଧ୍ୟ କ’ଣ ହେବ! ସିଏ ତ କଲ୍ୟାଣକାରୀ ନୁହଁନ୍ତି । ଶିବଙ୍କର
ମନ୍ଦିର ତିଆରି କରୁଛନ୍ତି, ତାହା ମଧ୍ୟ ଅର୍ଥ ରହିତ । ତାଙ୍କର କର୍ତ୍ତବ୍ୟକୁ ତ ଜାଣିନାହାଁନ୍ତି
। ଯଦି ମନ୍ଦିର ତିଆରି କରୁଛନ୍ତି, କିନ୍ତୁ ତାଙ୍କର କର୍ତ୍ତବ୍ୟକୁ ନ ଜାଣୁଛନ୍ତି ତେବେ ସେମାନଙ୍କୁ
କ’ଣ କୁହାଯିବ? ଯେତେବେଳେ ସ୍ୱର୍ଗରେ ଦେବତାମାନେ ଥିଲେ ସେତେବେଳେ ମନ୍ଦିର ନଥିଲା । ଯେଉଁମାନେ
ମନ୍ଦିର ତିଆରି କରୁଛନ୍ତି ସେମାନଙ୍କୁ ପଚାରିବା ଦରକାର ଯେ, ଲକ୍ଷ୍ମୀ-ନାରୟଣ କେବେ ଆସିଥିଲେ?
ସିଏ କ’ଣ ସୁଖ ଦେଇଥିଲେ? ସେମାନେ କିଛି ବି ବୁଝାଇପାରିବେ ନାହିଁ । ଏଥିରୁ ପ୍ରମାଣିତ ହେଉଛି ଯେ,
ଯାହାଙ୍କ ପାଖରେ ଅବଗୁଣ ଥାଏ ସେମାନେ ହିଁ ଗୁଣବାନ୍ମାନଙ୍କର ମନ୍ଦିର ତିଆରି କରନ୍ତି ।
ପିଲାମାନଙ୍କର ବହୁତ ସେବାର ସଉକ ରହିବା ଦରକାର । ବାବାଙ୍କର ସେବାର ବହୁତ ସଉକ ରହିଥଲା ସେଥିପାଇଁ
ତ ଏଭଳି-ଏଭଳି ଚିତ୍ର ତିଆରି କରାଇଥିଲେ । ଯଦିଓ ଏହି ଚିତ୍ର ଶିବବାବା ତିଆରି କରାଉଛନ୍ତି କିନ୍ତୁ
ଏଥିପାଇଁ ଉଭୟଙ୍କର ବୁଦ୍ଧି ଚାଲିଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରି କ୍ଲାସ
(୨୮-୬-୬୮)
ଏଠାରେ ଯେଉଁମାନେ
ବସିଛନ୍ତି ସମସ୍ତେ ଜାଣିଛନ୍ତି ଯେ ଆମେ ଆତ୍ମା ଅଟୁ, ଏଠାରେ ବାବା ଅଛନ୍ତି । ଏହାକୁ ହିଁ
ଆତ୍ମ-ଅଭିମାନୀ ହୋଇ ବସିବା ବୋଲି କୁହାଯାଇଥାଏ । ଆମେ ଆତ୍ମା, ବାବାଙ୍କ ସମ୍ମୁଖରେ ବସିଛ, ଏହି
ସ୍ଥିତିରେ ସମସ୍ତେ ବସୁ ନାହାଁନ୍ତି । ଏବେ ବାବା ଆମକୁ ମନେ ପକାଇ ଦେଉଛନ୍ତି, ତେଣୁ ସବୁ କଥା ମନେ
ପଡିଯାଉଛି ଏବଂ ଧ୍ୟାନ ଦେଉଛୁ । ଏହିପରି ଅନେକ ଅଛନ୍ତି ଯେଉଁମାନଙ୍କର ବୁଦ୍ଧି ବାହାରକୁ
ପଳାଇଯାଉଛି । ଏଠାରେ ବସି ମଧ୍ୟ ଯେପରିକି ସେମାନଙ୍କର କାନ ବନ୍ଦ ଅଛି । ସେମାନଙ୍କର ବୁଦ୍ଧି
ବାହାରେ କୁଆଡେ ନା କୁଆଡେ ଘୂରିବୁଲୁଥାଏ । ଯେଉଁ ପିଲାମାନେ ବାବାଙ୍କର ୟାଦରେ ବସିଛନ୍ତି ସେମାନେ
ରୋଜଗାର କରୁଛନ୍ତି । ଅନେକଙ୍କର ବୁଦ୍ଧିଯୋଗ ବାହାରେ ଘୂରୁଥାଏ, ଅର୍ଥାତ୍ ସେମାନେ ଯେପରି ଯାତ୍ରା
ହିଁ କରୁ ନାହାଁନ୍ତି । ସେମାନଙ୍କର କେବଳ ସମୟ ନଷ୍ଟ ହୋଇଥାଏ । ବାବାଙ୍କୁ ଦେଖିଲେ ମଧ୍ୟ ବାବା
ମନେ ପଡିବେ । ସମସ୍ତେ ତ ପୁରୁଷାର୍ଥର କ୍ରମାନୁସାରେ ଯୋଗ କରୁଛନ୍ତି । କେତେକଙ୍କର ପକ୍କା
ଅଭ୍ୟାସ ମଧ୍ୟ ହୋଇଯାଏ । ଆମେ ଆତ୍ମା, ଶରୀର ନୁହେଁ । ବାବା ଜ୍ଞାନର ସାଗର, ତେଣୁ
ପିଲାମାନଙ୍କଠାରେ ମଧ୍ୟ ସେହି ଜ୍ଞାନ ରହିବା ଦରକାର । ଏବେ ଆମକୁ ଘରକୁ ଫେରିବାକୁ ହେବ । ଚକ୍ର
ଶେଷ ହେବାକୁ ଯାଉଛି ତେଣୁ ଏବେ ପୁରୁଷାର୍ଥ କରିବାକୁ ହେବ । ବହୁତ ଗଲାଣି ଅଳ୍ପ ଅଛି... ଯେତେବେଳେ
ପରୀକ୍ଷାର ଦିନ ଆସିବ ସେତେବେଳେ ବହୁତ ପୁରୁଷାର୍ଥ କରିବାରେ ଲାଗିପଡିବେ । ବୁଝିଯିବେ ଯେ, ଯଦି
ଆମେ ପୁରୁଷାର୍ଥ ନ କରିବୁ ତେବେ ଫେଲ୍ ହୋଇଯିବୁ । ପଦ ମଧ୍ୟ ବହୁତ କମ୍ ହୋଇଯିବ । ପିଲାମାନେ ତ
ସର୍ବଦା ପୁରୁଷାର୍ଥ କରି ଚାଲିଛନ୍ତି । ଯଦି ଦେହ ଅଭିମାନ ଥିବ ତେବେ ବିକର୍ମ ହେବ । ଯାହାର
ଶହେଗୁଣା ଦଣ୍ଡ ହୋଇଯିବ କାହିଁକି ନା ମୋର ନିନ୍ଦା କରାଉଛନ୍ତି । ଏପରି କର୍ମ କରିବା ଉଚିତ୍ ନୁହେଁ
ଯାହାଦ୍ୱାରା ବାବାଙ୍କର ନାମ ବଦନାମ ହେବ । ସେଥିପାଇଁ ଗାୟନ କରୁଛନ୍ତି ସଦଗୁରୁଙ୍କର ନିନ୍ଦୁକ
ଠାବ ପାଇବ ନାହିଁ । ଠାବ ଅର୍ଥାତ୍ ରାଜତ୍ୱ । ତେବେ ଆମକୁ ପାଠ ମଧ୍ୟ ବାବା ପଢାଉଛନ୍ତି । ଅନ୍ୟ
କୌଣସି ବି ସତସଙ୍ଗରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ନାହିଁ । ଏହା ଆମର ରାଜଯୋଗ ଅଟେ । ଆଉ କେହି ଏଭଳି
ମୁଖ ଦ୍ୱାରା କହିପାରିବେ ନାହିଁ ଯେ, ଆମେ ରାଜଯୋଗ ଶିଖାଉଛୁ । ସେମାନେ ତ ଭାବୁଛନ୍ତି ଶାନ୍ତିରେ
ହିଁ ସୁଖ ରହିଛି । ସେଠାରେ ନା ଦୁଃଖ ନା ସୁଖର କଥା ରହିଥାଏ । କେବଳ ଶାନ୍ତି ହିଁ ଶାନ୍ତି ଥାଏ ।
ତେବେ ବୁଝିବାକୁ ହୁଏ ଯେ ଏହାଙ୍କର ଭାଗ୍ୟରେ କମ୍ ପଦ ରହିଛି । ସମସ୍ତଙ୍କଠାରୁ ସେହିମାନଙ୍କର
ଭାଗ୍ୟ ଉଚ୍ଚ ହୋଇଥାଏ ଯିଏ ପ୍ରଥମରୁ ଅଭିନୟ କରିଥା’ନ୍ତି । ସେଠାରେ ତାଙ୍କର ଏହି ଜ୍ଞାନ ରହିବ
ନାହିଁ । ସେଠାରେ ସଂକଳ୍ପ ମଧ୍ୟ ଚାଲିବ ନାହିଁ । ପିଲାମାନେ ଜାଣିଛନ୍ତି ଯେ, ଆମେ ସମସ୍ତେ ଅବତାର
ନେଉଛୁ । ଭିନ୍ନ-ଭିନ୍ନ ନାମ-ରୂପରେ ଆସୁଛୁ । ଏହା ଡ୍ରାମା ନା । ଆମେ ଆତ୍ମାମାନେ ଶରୀର ଧାରଣ କରି
ଏଠାରେ ଅଭିନୟ କରୁଛୁ । ଏହିସବୁ ରହସ୍ୟକୁ ବାବା ବସି ବୁଝାଉଛନ୍ତି । ଯଦି ତୁମ ପିଲାମାନଙ୍କର ମନ
ଭିତରେ ଅତିନ୍ଦ୍ରିୟ ସୁଖ ରହିଛି, ଆନ୍ତରିକ ଖୁସି ରହିଛ, ତେବେ କହିବେ ଯେ ଇଏ ଦେହୀ-ଅଭିମାନୀ
ଅଟନ୍ତି । ବାବା ବୁଝାଉଛନ୍ତି - ତୁମେମାନେ ହେଉଛ ବିଦ୍ୟାର୍ଥୀ । ତୁମେ ଜାଣିଛ ଯେ, ଆମେ ଦେବତା
ସ୍ୱର୍ଗର ମାଲିକ ହେବାକୁ ଯାଉଛୁ । କେବଳ ଦେବତା ନୁହେଁ, ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ ।
ଏହି ଅବସ୍ଥା ସେତେବେଳେ ସ୍ଥାୟୀ ରହିବ ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହେବ । ଡ୍ରାମାର
ପ୍ଲାନ ଅନୁସାରେ ଏହା ହେବ ନିଶ୍ଚିତ । ତୁମେମାନେ ଜାଣିଛ ଯେ, ଆମେ ଈଶ୍ୱରୀୟ ପରିବାରରେ ଅଛୁ ।
ଆମକୁ ସ୍ୱର୍ଗର ରାଜତ୍ୱ ନିଶ୍ଚିତ ମିଳିବ । ଯିଏ ଅଧିକ ସେବା କରନ୍ତି, ବହୁତଙ୍କର କଲ୍ୟାଣ କରନ୍ତି,
ତାଙ୍କୁ ନିଶ୍ଚିତ ପଦ ମଧ୍ୟ ଉଚ୍ଚ ମିଳିବ । ବାବା ବୁଝାଇଛନ୍ତି ଏହି ଯୋଗର ବୈଠକ ଏଠାରେ (ମଧୁବନରେ)
ମଧ୍ୟ ହୋଇପାରିବ । ବାହାର ସେଣ୍ଟର ମାନଙ୍କରେ ଏପରି ହୋଇପାରିବ ନାହିଁ । ଚାରିଟାରେ ଆସିବା,
ନିଷ୍ଠାରେ ବସିବା, ସେଠାରେ କିପରି ହୋଇପାରିବ । ନାଁ । ଯେଉଁମାନେ ସେଣ୍ଟରରେ ରହୁଛନ୍ତି ସେମାନେ
ଭଲେ ବସନ୍ତୁ । ବାହାରବାଲାଙ୍କୁ ଭୁଲରେ ମଧ୍ୟ କହିବାର ନାହିଁ । କାରଣ ବର୍ତ୍ତମାନ ସମୟ ସେପରି
ଆସିନାହିଁ । ଏଠାରେ ଏସବୁ ହେବା ଠିକ୍ ଅଛି । ନିଜ ଘରେ ବସିଛନ୍ତି । ସେଣ୍ଟରକୁ ତ ବାହାରୁ ସମସ୍ତେ
ଆସିଥା’ନ୍ତି । ଏହା କେବଳ ଏଠିଥିବା ଆତ୍ମାମାନଙ୍କ ପାଇଁ ଠିକ୍ । ବୁଦ୍ଧିରେ ଜ୍ଞାନ ଧାରଣ ହେବା
ଦରକାର । ଆମେ ଆତ୍ମା । ତାଙ୍କର ଏହା ଅକାଳତଖତ୍ ଅଟେ । ତେଣୁ ଏହି ଅଭ୍ୟାସ ହୋଇଯିବା ଦରକାର । ଆମେ
ଆତ୍ମା ଭାଇ-ଭାଇ । ଆମେ ଆତ୍ମା ଭାଇ ସହିତ କଥା ହେଉଛୁ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ
ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଆଚ୍ଛା—
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଜ୍ଞାନ-ଯୋଗର ସଞ୍ଜିବନୀ ବୁଟୀ ଦ୍ୱାରା ନିଜକୁ ମାୟାର ବେହୋସିରୁ ସୁରକ୍ଷିତ କରି ଚାଲିବାର ଅଛି ।
ମନମତ ଆଧାରରେ କେବେହେଲେ ଚାଲିବାର ନାହିଁ ।
(୨) ରୂପ-ବସନ୍ତ ଅର୍ଥାତ୍
ଯୋଗୀ ଏବଂ ଜ୍ଞାନୀ ହୋଇ ସେବା କରିବାର ଅଛି । ମାତା-ପିତାଙ୍କୁ ଅନୁକରଣ କରି ସିଂହାସନର ଅଧିକାରୀ
ହେବାର ଅଛି ।
ବରଦାନ:-
ନିଜର ଶକ୍ତିଶାଳୀ
ସ୍ଥିତି ଦ୍ୱାରା ଦାନ-ପୁଣ୍ୟ କରୁଥିବା ପୂଜନୀୟ ଏବଂ ଗାୟନ ଯୋଗ୍ୟ ହୁଅ ।
ଅନ୍ତିମ ସମୟରେ ଯେତେବେଳେ
ଦୁର୍ବଳ ଆତ୍ମାମାନେ ତୁମଭଳି ସମ୍ପୂର୍ଣ୍ଣ ଆତ୍ମାମାନଙ୍କ ଦ୍ୱାରା ଟିକିଏ ବି ପ୍ରାପ୍ତିର ଅନୁଭବ
କରିବେ ଏବଂ ସେହି ଅନ୍ତିମ ଅନୁଭବର ସଂସ୍କାରକୁ ନେଇ ଅଧାକଳ୍ପ ପାଇଁ ନିଜର ଶାନ୍ତିଧାମ ଘରେ
ବିଶ୍ରାମୀ ହୋଇଯିବେ ଏବଂ ପୁନର୍ବାର ଭକ୍ତ ରୂପରେ ତୁମମାନଙ୍କର ଗାୟନ ଏବଂ ପୂଜନ କରିବେ, ସେଥିପାଇଁ
ଅନ୍ତିମ ସମୟର ଦୁର୍ବଳ ଆତ୍ମାମାନଙ୍କ ପ୍ରତି ମହାଦାନୀ ବରଦାନୀ ହୋଇ ଅନୁଭବର ଦାନ-ପୁଣ୍ୟ କର ।
ଏହିଭଳି ଗୋଟିଏ ସେକେଣ୍ଡର ଶକ୍ତିଶାଳୀ ସ୍ଥିତି ଦ୍ୱାରା କରାଯାଇଥିବା ଦାନ ଏବଂ ପୁଣ୍ୟ ଅଧାକଳ୍ପ
ପାଇଁ ତୁମମାନଙ୍କୁ ପୂଜନୀୟ ଏବଂ ଗାୟନ ଯୋଗ୍ୟ କରିଦେବ ।
ସ୍ଲୋଗାନ:-
ଖରାପ ପରିସ୍ଥିତି
ସମୟରେ ବିଚଳିତ ହେବା ପରିବର୍ତ୍ତେ ଯଦି ସାକ୍ଷୀ ସ୍ଥିତିରେ ରହିବ ତେବେ ବିଜୟୀ ହୋଇଯିବ ।