12.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ଶିକ୍ଷକ ବିଦେହୀ ଅଟନ୍ତି ସେଥିପାଇଁ ତୁମକୁ ମନେ ପକାଇବାର ମେହେନତ କରିବାକୁ ହେବ, ଯୋଗ କରି କରି ଯେତେବେଳେ ପରୀକ୍ଷା ଶେଷ ହୋଇଯିବ ସେତେବେଳେ ଘରକୁ ଚାଲିଯିବ ।

ପ୍ରଶ୍ନ:-
ପିଲାମାନଙ୍କୁ ୟାଦରେ ରହିବାର ମେହେନତ କରିବାକୁ ହେବ, କେଉଁ ପ୍ରକାରର ଧୋକାରେ କେବେ ବି ପଡିବା ଉଚିତ୍ ନୁହେଁ ?

ଉତ୍ତର:-
ମୋତେ ଆତ୍ମାର ସାକ୍ଷାତ୍କାର ହେଲା, ଝିଲମିଲ୍ ଆଲୋକ ଦେଖିଲିଏଥିରେ କୌଣସି ଫାଇଦା ନାହିଁ, ଏହିପରି ନୁହେଁ ଯେ ସାକ୍ଷାତ୍କାର କରିବା ଦ୍ୱାରା କିମ୍ବା ବାବାଙ୍କର ଦୃଷ୍ଟି ପଡିବା ଦ୍ୱାରା କୌଣସି ପାପ କଟିଯିବ ବା ମୁକ୍ତି ମିଳିଯିବ । ନାଁ । ଏହିଭଳି ଭାବିବା ଦ୍ୱାରା ତୁମେ ଆହୁରି ଧୋକାରେ ରହିଯିବ ତେଣୁ ୟାଦରେ ରହିବାର ମେହନତ କର, ମେହେନତ କରିବା ଦ୍ୱାରା ହିଁ ତୁମର କର୍ମାତୀତ ଅବସ୍ଥା ହୋଇଯିବ । ଏପରି ନୁହେଁ ଯେ ବାବା ଦୃଷ୍ଟି ଦେଲେ ତୁମେ ପବିତ୍ର ହୋଇଯିବ । ଏଥିପାଇଁ ତୁମକୁ ପରିଶ୍ରମ କରିବାକୁ ପଡିବ ।

ଓମ୍ ଶାନ୍ତି ।
ରୁହାନୀ ବାବା ବସି ରୁହାନୀ ପିଲାଙ୍କୁ ବୁଝାଉଛନ୍ତି, ପାଠ ପଢ଼ାଇ, ଯୋଗ ଶିଖାଉଛନ୍ତି । ଯୋଗ ଲଗାଇବା କୌଣସି ବଡ କଥା ନୁହେଁ । ଯେପରି ପିଲା ପାଠ ପଢ଼ିଲେ ନିଶ୍ଚିତ ଭାବରେ ଶିକ୍ଷକଙ୍କ ସହିତ ଯୋଗ ରହିଥାଏ ଯେ ଆମକୁ ଅମୁକ ଶିକ୍ଷକ ପାଠ ପଢ଼ାଉଛନ୍ତି, ନିଜ ସମାନ କରିବା ପାଇଁ । ଏଥିରେ ଲକ୍ଷ୍ୟ ଉଦ୍ଦେଶ୍ୟ ତ ରହିଥାଏ ନା । ବୁଝନ୍ତି ଯେ ଆମେ ଅମୁକ ପଦ ପାଇବା ପାଇଁ ପାଠ ପଢ଼ୁଛୁ । ଏଥିରେ ଶିକ୍ଷକଙ୍କୁ କହିବାକୁ ପଡିନଥାଏ ଯେ ମୋ ସହିତ ଯୋଗ ଲଗାଅ, ସ୍ୱତଃ ପାଠ ପଢ଼ାଇଲାବାଲାଙ୍କ ସହିତ ଯୋଗ ଲାଗିଯାଇଥାଏ । ସାରା ଦିନ ତ ଆଉ ପାଠ ପଢ଼ିନଥାନ୍ତି । ଜନ୍ମ ଜନ୍ମାନ୍ତର ଧରି ପଢ଼ି ଆସିଥିବାରୁ, ଅଭ୍ୟାସ ହୋଇଯାଇଥାଏ । ଏଠାରେ ତୁମର ବିଲକୁଲ୍ ନୂଆ ଅଭ୍ୟାସ ଅଟେ । ଇଏ ତ ଦେହଧାରୀ ଶିକ୍ଷକ ନୁହଁନ୍ତି, ଇଏ ବିଦେହୀ ଶିକ୍ଷକ ଅଟନ୍ତି, ଯିଏକି ପ୍ରତ୍ୟେକ ୫ ହଜାର ବର୍ଷ ପରେ ତୁମକୁ ମିଳୁଛନ୍ତି । ବାବା ନିଜେ କହୁଛନ୍ତି ଯେ ମୁଁ ତୁମର ଦେହଧାରୀ ଶିକ୍ଷକ ନୁହେଁ, ସେଥିପାଇଁ ତୁମର ଏହି ସ୍ମୃତି ସ୍ଥାୟୀ ହୋଇ ରହୁନାହିଁ । ତୁମେ ନିଜକୁ ଆତ୍ମା ଭାବି ବୁଝିବା ଉଚିତ୍ ଯେ ଆମକୁ ପରମପିତା ପରମାତ୍ମା ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି । ତେଣୁ ଶିକ୍ଷକଙ୍କୁ ନିଶ୍ଚିତ ଭାବେ ମନେପକାଇବାକୁ ହେବ, ଯେତେବେଳ ପର୍ଯ୍ୟନ୍ତ କି ତୁମେ ପରୀକ୍ଷାରେ ପାସ୍ ନ କରିଛ । ଏହିଭଳି ବାବାଙ୍କୁ ମନେପକାଇ ପକାଇ ତୁମେ ପରୀକ୍ଷାରେ ପାସ୍ ହୋଇ ପୁଣି ଘରକୁ ଚାଲିଯିବ । ତୁମ ପରୀକ୍ଷା ଶେଷ ହେବା ପରେ ଏ କଳ୍ପର ଡ୍ରାମା ଶେଷ ହୋଇଯିବ । ତୁମେମାନେ ଜାଣିଛ ଯେ ଆମ ଆତ୍ମାରେ ୮୪ ଜନ୍ମର ଅଭିନୟ ଭରି ହୋଇ ରହିଛି, ଯାହାକି ଆମକୁ କରିବାକୁ ହେବ । ଏକଥା ମଧ୍ୟ ବର୍ତ୍ତମାନ ତୁମେ ଜାଣୁଛ । ପଛକୁ ଏକଥା ମନେରହିବ ନାହିଁ । ଏଠାରେ ହିଁ ତୁମକୁ ସମସ୍ତ ଜ୍ଞାନ ମିଳୁଛି । ଶିକ୍ଷକ ଆସି ସମସ୍ତ ଜ୍ଞାନ ପିଲାମାନଙ୍କୁ ବୁଝାଉଛନ୍ତି, ଯାହାକି ତୁମକୁ ବୁଝି ପୁଣି ବାବାଙ୍କୁ ମଧ୍ୟ ମନେପକାଇବାକୁ ହେବ । ବାବା ବାରମ୍ବାର କହୁଛନ୍ତି ମନମନାଭବ, ଏହି ମନମନାଭବର ଅର୍ଥ ମଧ୍ୟ ରହିଛି । ପିଲାମାନେ ଜାଣିଛନ୍ତି ଏହି ଅକ୍ଷର ଠିକ୍ ଅଟେ । ବାବା ନିଜେ କହୁଛନ୍ତି ଯେ ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ, ଏଥିରେ ସମୟ ମଧ୍ୟ ଲାଗିବ । ତେଣୁ ତୁମକୁ ନିଜର ଯାଞ୍ଚ ମଧ୍ୟ କରିବାକୁ ହେବ । ଯେପରି ପାଠପଢ଼ାରେ ଅନ୍ୟାନ୍ୟ ବିଷୟ ମଧ୍ୟ ରହିଥାଏ ନା ଇତିହାସ, ଗଣିତ, ବିଜ୍ଞାନ ଆଦି, ତେଣୁ ଛାତ୍ରଟି ନିଜେ ଜାଣିଥାଏ ଯେ ମୁଁ କେତେ ନମ୍ବରରେ ପାସ୍ କରିବି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ଏତିକି-ଏତିକି ନମ୍ବର ରଖି ପାସ୍ କରିବୁ । ନିଜକୁ ଦେଖିବା ଉଚିତ୍ ଆମେ ବାବାଙ୍କୁ ଭୁଲିଯାଉନାହିଁ ତ । ଅନେକ ଲେଖୁଛନ୍ତି ବାବା, ମାୟା ଆମକୁ ଭୁଲାଇଦେଉଛି, ମାୟାର ବହୁତ ତୋଫାନ ଏବଂ ବିକଳ୍ପ ମଧ୍ୟ ଆସୁଛି । କିନ୍ତୁ ନ ବୁଝିବା ଯୋଗୁଁ ଲେଖୁଛନ୍ତି ବାବା ଏହାଦ୍ୱାରା ପାପ ହେବନାହିଁ ତ ? ଏହିପରି ସବୁ ସଂକଳ୍ପ ବିକଳ୍ପ ଆସିଥାଏ, ଦେଖିବା ଦ୍ୱାରା ହିଁ ଖିଆଲ ଆସିଥାଏ ଯେ ଏହିପରି କରିବୁ । ଏହା ଦ୍ୱାରା ପାପ ହେବନାହିଁ ତ ? ବାବା କହୁଛନ୍ତି, ନାଁ । ପାପ ତ ନିଶ୍ଚିତ ଭାବରେ ହେବ ଯେବେ ତୁମେ କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ କରିବ ।

ବାବା ବାରମ୍ବାର ବୁଝାଉଛନ୍ତି, ପିଲାମାନଙ୍କ ପାଖରେ ଜ୍ଞାନ ତ ଅଛି, ଏକଥା ମଧ୍ୟ ଜାଣିଛନ୍ତି ଯେ ବିଷ୍ଣୁ ଏବଂ କୃଷ୍ଣଙ୍କୁ ସ୍ୱଦର୍ଶନ ଚକ୍ର କାହିଁକି ଦେଖାଇଛନ୍ତି । ଦେଖାଉଛନ୍ତି ଯେ ଅକାସୁର, ବକାସୁରକୁ ମାରିଲେ, କିନ୍ତୁ ବାସ୍ତବରେ ମାରିବାର ତ କୌଣସି କଥା ନାହିଁ । ଏହା ତ ନିଜର ପାପ କଟିବାର କଥା ଅଟେ । ଶିବବାବାଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ବୋଲି କହିବା ନା, ତାଙ୍କ ପାଖରେ ସମସ୍ତ ଚକ୍ରର ଜ୍ଞାନ ରହିଛି । ଆତ୍ମାକୁ ବାବାଙ୍କଠାରୁ ଜ୍ଞାନ ମିଳୁଛି ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି । ତେଣୁ ସ୍ୱଦର୍ଶନ ଚକ୍ର ଧାରଣ କରି ନିଜର ପାପକୁ ଭସ୍ମ କରିବାକୁ ହେବ । ଏହି ଜ୍ଞାନକୁ ଧାରଣ କରି ତୁମେ ବାବାଙ୍କୁ ମନେପକାଅ । ବାବାଙ୍କୁ ମନେପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହୋଇଥାଏ । ପ୍ରତ୍ୟେକଙ୍କୁ ନିଜ ପାଇଁ ମେହେନତ କରିବାକୁ ହେବ । ଏହିପରି ନୁହେଁ ଯେ ବାବା ବସି ଦୃଷ୍ଟି ଦେବେ କି ଏହାଙ୍କର ପାପ କଟିଯାଉ, ବାବା ଏସବୁ ଧନ୍ଦା କରୁନାହାନ୍ତି, ଏପରି ଭାବରେ ତ ବାବା ସମସ୍ତଙ୍କୁ ହିଁ ଦେଖୁଛନ୍ତି କିନ୍ତୁ ଦେଖିବା ଦ୍ୱାରା ବା ଜ୍ଞାନ ଦେବା ଦ୍ୱାରା ତ ବିକର୍ମ ବିନାଶ ହେବ ନାହିଁ । ବାବା ତ ରାସ୍ତା ବତାଉଛନ୍ତି ଯେ ଏହିଭଳି-ଏହିଭଳି କର ତେବେ ତୁମର ବିକର୍ମ ବିନାଶ ହୋଇଯିବ । ସେଥିପାଇଁ ବାବା ଶ୍ରୀମତ ଦେଉଛନ୍ତି । ଆଚ୍ଛା ଧରିନିଅ ବାବା ଆସୁଛନ୍ତି ଆତ୍ମା ଭାବି ଦେଖୁଛନ୍ତି କିନ୍ତୁ ଏହିପରି ନୁହେଁ ଏହା ଦ୍ୱାରା ଆମର ପାପ କଟିଯିବ, ନାଁ । ବାବାଙ୍କୁ ୟାଦ କରିବାର ମେହେନତ କରିବା ଦ୍ୱାରା ହିଁ ପାପ କଟିଥାଏ । ଯଦି ବାବା ଏହିଭଳି ବସି କରିବେ ତେବେ ଏହା ତ ଏକ ଧନ୍ଦା ହୋଇଯିବ । ବାବା ବୁଝାଉଛନ୍ତି ଏହିଭଳି ତୁମେ ନିଜର ପିତାଙ୍କୁ ମନେପକାଅ । ବାବା ତ ଶ୍ରୀମତ ଦାତା ଅଟନ୍ତି, କିନ୍ତୁ ପରିଶ୍ରମ ତୁମକୁ କରିବାକୁ ହେବ । ଅନେକ ଭାବୁଛନ୍ତି ଅମୁକ ସାଧୁ ସନ୍ନ୍ୟାସୀଙ୍କର ଦୃଷ୍ଟିରେ ହିଁ କୃପା ରହିଛି, ଏହିଭଳି କୃପା ଆଶୀର୍ବାଦ ନେଇ ନେଇ ତଳକୁ ଖସି ଚାଲିଛନ୍ତି । ସେମାନେ କଣ କୃପା କରିବେ, ସେମାନେ ତ ବ୍ରହ୍ମ ମହତତ୍ତ୍ୱକୁ ହିଁ ମନେପକାଇବେ । ବାବା ତୁମକୁ ସ୍ପଷ୍ଟ ରାସ୍ତା ବତାଉଛନ୍ତି ଯେ ଏହିଭଳି କର । ଗାୟନ ମଧ୍ୟ କରୁଛନ୍ତି ଆମେ ଅଶରୀରୀ ହୋଇ ଆସିଥିଲୁ ପୁଣି ଅଶରୀରୀ ହୋଇ ଯିବାକୁ ହେବ । ଏହି ଗାୟନ ମଧ୍ୟ ବର୍ତ୍ତମାନ ସମୟର ଅଟେ । ବାବାଙ୍କର ଏହି ବାଣୀ ପୁଣି ଭକ୍ତିମାର୍ଗରେ କାମରେ ଆସିଥାଏ । ବର୍ତ୍ତମାନ ବାବା କହୁଛନ୍ତି ମୋତେ ମନେପକାଇଲେ ବିକର୍ମ ବିନାଶ ହେବ । ବାବା ତ ଆମକୁ ଶ୍ରୀମତ ଦେଉଛନ୍ତି । ଡ୍ରାମାରେ ମଧ୍ୟ ତାଙ୍କର ଏହି ଅଭିନୟ ରହିଛି । ଏହାକୁ ହିଁ ସହଯୋଗ ବୋଲି କହିପାରିବା । ଡ୍ରାମା ଅନୁସାରେ ଶ୍ରୀମତର ମଧ୍ୟ ଗାୟନ ରହିଛି । ତେଣୁ ବାବାଙ୍କୁ ହିଁ ମତ ଦେବାକୁ ପଡୁଛି, ବାବା କହୁଛନ୍ତି ନିଜକୁ ଆତ୍ମା ଭାବ, ଏହିପରି ନୁହେଁ ଯେ ବାବା ସହଯୋଗ କରି ତୁମକୁ କର୍ମାତୀତ ଅବସ୍ଥାକୁ ନେଇଯିବେ । ନାଁ । ଏଥିପାଇଁ ସମୟ ଲାଗିଥାଏ । ବହୁତ ପରିଶ୍ରମ କରିବାକୁ ପଡିଥାଏ । ନିଜକୁ ଆତ୍ମା ବୋଲି ଭାବିବାର ବହୁତ ଅଭ୍ୟାସ କରିବାକୁ ହେବ । ବାସ୍ତବରେ ମାତାମାନଙ୍କୁ ବହୁତ ସମୟ ମିଳିଥାଏ, ପୁରୁଷମାନଙ୍କର ତ ଧନ୍ଦାର ଚିନ୍ତା ରହିଥାଏ । ତୁମକୁ ବାବାଙ୍କୁ ମନେ ପକାଇ ପକାଇ ଲଟେରୀ ନେବାକୁ ହେବ । ଯାହା ଦ୍ୱାରା ସମସ୍ତ କଳଙ୍କି ଛାଡିଯିବ । ଅନୁଭବ ହୁଏ ଯେ ଅମୁକ ଭଲ ପୁରୁଷାର୍ଥୀ ଅଟନ୍ତି, ଚାର୍ଟ ଲେଖୁଛନ୍ତି । ଯେପରି ଭକ୍ତିରେ ୨-୩ ଘଣ୍ଟା ମଧ୍ୟ ବସିଯାଇଥାନ୍ତି । ବାନପ୍ରସ୍ଥୀ ଗୁରୁ ଆଦି ବହୁତ କରିଥାନ୍ତି । କିନ୍ତୁ ସେମାନଙ୍କୁ ମଧ୍ୟ ଏତିକି ମନେପକାଇନଥାନ୍ତି ଯେତିକି ଦେବତାମାନଙ୍କୁ ମନେପକାଇଥାନ୍ତି । ବାସ୍ତବରେ ଦେବତାମାନେ କାହାକୁ ମନେ ପକାଇନଥାନ୍ତି ନା ଦେବତାମାନେ କେବେ ରାଜଯୋଗ ଶିଖାଇଥାନ୍ତି ।

ଏହା ତୁମମାନଙ୍କ ପାଇଁ କୌଣସି ନୂଆ କଥା ନୁହେଁ । ନା ଲକ୍ଷ ଲକ୍ଷ ବର୍ଷର କୌଣସି କଥା ଅଛି । ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ସ୍ଥାପନା ଏବଂ ବିନାଶର କାର୍ଯ୍ୟ ହେଉଛି । ପିଲାମାନେ ଜାଣିଛନ୍ତି ଏହି ବିନାଶ ତ କଳ୍ପ କଳ୍ପ ହେଉଛି, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ତୁମେ ଲେଖୁଛ ମଧ୍ୟ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ବିନାଶ ହୋଇଥିଲା । ବାବା ନିଜ ସହିତ ମିଶିବାର ଯେଉଁ ରାସ୍ତା ବତାଉଛନ୍ତି ଏହା କୌଣସି ନୂଆ କଥା ନୁହେଁ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଏହିଭଳି ଆସି ତୁମକୁ ରାସ୍ତା ବତାଉଛି । ତୁମେମାନେ ଜାଣିଛ ଯେ ବର୍ତ୍ତମାନ ଆମ ରାଜ୍ୟର ସ୍ଥାପନା ହେଉଛି । ଯେଉଁ ଦେବତାମାନଙ୍କର ପୂଜା କରୁଥିଲୁ ସେମାନଙ୍କର ରାଜ୍ୟ ଏବେ ସ୍ଥାପନା ହେଉଛି । ଏହା ୫ ହଜାର ବର୍ଷର ଚକ୍ର, ଯାହାକି ଘୂରି ଚାଲିଛି । ମନୁଷ୍ୟମାନେ ବାଉଳା ହୋଇଯାଉଛନ୍ତି, ମାୟାର ମତରେ ସମସ୍ତେ ଚାଲୁଛନ୍ତି । ରାବଣକୁ କାହିଁକି ଜଳାଉଛନ୍ତି ଏହାର ଅର୍ଥ କିଛି ଜାଣିନାହାନ୍ତି । ତୁମର ନାମ ହିଁ ସ୍ୱଦର୍ଶନ ଚକ୍ରଧାରୀ । ତୁମ ସମ୍ମୁଖରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି । ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ଆତ୍ମାମାନଙ୍କୁ ଦେଉଛନ୍ତି । ଯେବେ ଏହି ଡ୍ରାମାର ଚକ୍ର ଶେଷ ହେଉଛି ତେବେ ଯାଇ ବାବା ଆସି ଜ୍ଞାନ ଦେଉଛନ୍ତି । ବାବା ହିଁ ଆସି ଆମକୁ ଏହି କର୍ମ ଶିଖାଉଛନ୍ତି । ପୁଣି ବାମମାର୍ଗରେ ଯିବା ଦ୍ୱାରା ରାତ୍ରି ଆରମ୍ଭ ହୋଇଯାଉଛି । ପୁଣି ଆମର ଅଧୋଗତି ହେଉଛି ଆମର ସୁଖ କମ୍ ହୋଇଯାଉଛି, ତୁମ ବୁଦ୍ଧିରେ ଯେମିତି କି ସେମିତି ଅବିକଳ ଭାବେ ସାରା ଚକ୍ରର ଜ୍ଞାନ ରହିଛି ଯେପରିକି ବାବାଙ୍କର ବୁଦ୍ଧିରେ ରହିଛି । ବାକି ତୁମକୁ ପବିତ୍ର ରହିବା ପାଇଁ ପରିଶ୍ରମ କରିବାକୁ ପଡୁଛି । ତୁମେ ଏଥିପାଇଁ ହିଁ ବାବାଙ୍କୁ ଡାକୁଛ ବାବା ଆମ ପତିତମାନଙ୍କୁ ଆସି ପବିତ୍ର କରାଅ, ଏଥିପାଇଁ ପୁଣି ଜ୍ଞାନ ମଧ୍ୟ ଦରକାର । ତୁମକୁ ମନୁଷ୍ୟରୁ ଦେବତା ହେବାକୁ ପଡିବ । ବାବା ଆସୁଛନ୍ତି ପିଲାମାନଙ୍କୁ ରାଜଯୋଗ ଶିଖାଇବା ପାଇଁ । ଆଉ କେହି ଶିଖାଇ ମଧ୍ୟ ପାରିବେ ନାହିଁ । ସେଥିପାଇଁ ପତିତ ପାବନ ବାବାଙ୍କୁ ଡାକୁଛନ୍ତି ବାବା ଆମକୁ ଆସି ପବିତ୍ର କରାଅ । ବର୍ତ୍ତମାନ ତୁମେ ପୁଣ୍ୟଆତ୍ମା ହେଉଛ । ଏହି ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏସବୁ କେତେ ଗୁହ୍ୟ କଥା ଅଟେ । ମନୁଷ୍ୟ ନା ଆତ୍ମାକୁ ଜାଣିଛନ୍ତି ନା ପରମାତ୍ମାଙ୍କୁ ଜାଣିଛନ୍ତି, ଆତ୍ମା କିପରି ତାର ଅଭିନୟ କରେ ଏକଥା ମଧ୍ୟ ବାବା ବତାଉଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ଅଟେ ଯେ ଏତେ ଛୋଟ ଆତ୍ମାରେ କଣ କଣ ଅଭିନୟ ସବୁ ଭରି ରହିଛି, ଏକଥା ଶୁଣିବାମାତ୍ରେ ହିଁ ଶରୀର ରୋମାଞ୍ଚିତ ହୋଇଯାଉଛି । କାହାକୁ ଆତ୍ମାର ସାକ୍ଷାତ୍କାର ହୋଇଥାଏ, ଆତ୍ମାର ଝିଲମିଲ୍ ରୂପ ଦେଖାଯାଇଥାଏ, କିନ୍ତୁ ଏହା ଦ୍ୱାରା କଣ ଫାଇଦା ଅଛି ? ଏଠାରେ ତ ଯୋଗଯୁକ୍ତ ହେବାକୁ ହେବ । ମନୁଷ୍ୟମାନେ ଭାବୁଛନ୍ତି ଆମକୁ ସାକ୍ଷାତ୍କାର ହେଲା, ଆମେ ମୁକ୍ତି ପାଇଗଲୁ, ଆମର ସବୁ ପାପ ଭସ୍ମ ହୋଇଗଲା । ଏହିଭଳି ଆହୁରି ଧୋକାରେ ହିଁ ରହିଯାଉଛନ୍ତି । ବାବା ତ ପ୍ରତ୍ୟେକ କଥା ବୁଝାଉଛନ୍ତି । କହୁଛନ୍ତି ମୁଁ ତୁମକୁ ସବୁ ଗୁହ୍ୟ କଥା ଶୁଣାଉଛି । ତୁମ ବୁଦ୍ଧିରେ ସମସ୍ତ ଚକ୍ରର ଜ୍ଞାନ ରହିଛି । ବାସ୍ ଆମକୁ ବାବାଙ୍କୁ ଏବଂ ଚକ୍ରକୁ ମନେପକାଇବାକୁ ହେବ । ତୁମକୁ ଶିକ୍ଷକଙ୍କୁ ଏବଂ ଜ୍ଞାନକୁ ମଧ୍ୟ ମନେପକାଇବାକୁ ହେବ । ଏହିଭଳି ମନେ ପକାଇ ପକାଇ ଡ୍ରାମା ଅନୁସାରେ ତୁମର କର୍ମାତୀତ ଅବସ୍ଥା ହୋଇଯିବ । ଆମେ ଯେଉଁଭଳି ଅଶରୀରୀ ହୋଇ ଆସିଥିଲୁ ସେହିଭଳି ଆମକୁ ଯିବାକୁହେବ । ତୁମେ ଏଠାରୁ ଦୈବୀ ସଂସ୍କାର ନେଇକରି ଯାଉଛ । ସେଠାରେ କୌଣସି ଜ୍ଞାନ ନାହିଁ । ଏହାକୁ ହିଁ ସହଜ ସ୍ମୃତି ବୋଲି କୁହାଯାଉଛି । ଯୋଗ ଅକ୍ଷର ଶୁଣିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦରେ ପଡିଯାଉଛନ୍ତି । ତାହା ହେଉଛି ହଠଯୋଗ, ବାବା ତ ଆମକୁ ସହଜ ରାଜଯୋଗ ଶିଖାଉଛନ୍ତି । ଆଗରୁ ତୁମେ ଶୁଣିଥିଲ- ଗୀତାର ଭଗବାନ ସହଜ ରାଜଯୋଗ ଶିଖାଇଥିଲେ । କିନ୍ତୁ ତାଙ୍କୁ କେହି ଜାଣିନାହାନ୍ତି । ଶତକଡା ଶହେ ଭାଗ ଭୁଲ୍ ବୁଝାମଣା ହୋଇଥିବାରୁ ମନୁଷ୍ୟ ପତିତ ହୋଇପଡିଛନ୍ତି । ଏହିଭଳି ଅନେକ ମତ ରହିଛି । ଯେଉଁମାନେ ଗୃହସ୍ଥରେ ରହୁଛନ୍ତି ତାଙ୍କ ପାଇଁ ହିଁ ଏହି ଗୀତା ଶାସ୍ତ୍ର ଅଟେ । ତୁମେମାନେ ପ୍ରବୃତ୍ତିମାର୍ଗୀ ଅଟ । ପ୍ରଥମେ ତୁମର ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ଏବେ ଅପବିତ୍ର ହୋଇଯାଇଛି । ବର୍ତ୍ତମାନ ପୁଣି ପବିତ୍ର ହେବାକୁ ପଡିବ । ବାବା ତ ସଦା ସର୍ବଦା ପବିତ୍ର ଅଟନ୍ତି । ବାବା ଶ୍ରୀମତ ଦେବାପାଇଁ ହିଁ ଆସୁଛନ୍ତି ।

ବାବା କହୁଛନ୍ତି ବର୍ତ୍ତମାନ ସମୟରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି, ପ୍ରଥମେ ସତ୍ତ୍ୱପ୍ରଧାନ ଥିଲେ । ଯେପରି ଆମେ ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ତମୋପ୍ରଧାନ ହୋଇଯାଇଛୁ । ପୋପ ପାଦ୍ରୀ ଆଦି ଯେଉଁମାନେ ବି ଆସୁଛନ୍ତି ପ୍ରଥମେ ସତ୍ତ୍ୱପ୍ରଧାନ ହୋଇଥାନ୍ତି, ପୁଣି ବୃଦ୍ଧି ହୋଇ ଧିରେ ଧିରେ ସାରା ବୃକ୍ଷ ତମୋପ୍ରଧାନ ହୋଇଯାଉଛି । ବର୍ତ୍ତମାନ ତ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛି । ତୁମେମାନେ ଜାଣୁଛ ଆମେ ହିଁ ସତ୍ତ୍ୱପ୍ରଧାନ ଥିଲୁ ପୁଣି କ୍ରମାନୁସାରେ ତମୋପ୍ରଧାନ ହୋଇଛୁ । ପୁଣି ଆମକୁ ସତ୍ତ୍ୱପ୍ରଧାନ ହେବାର ଅଛି । ଆମେ କ୍ରମାନୁସାରେ ହିଁ ସତ୍ତ୍ୱପ୍ରଧାନ ହେବୁ । ଡ୍ରାମାର ନିୟମ ଅନୁଯାୟୀ ଏହିଭଳି ବିସ୍ତାର ତ ବହୁତ ରହିଛି । ଯେପରି ବୀଜକୁ ଜଣାଥାଏ ଯେ ଏଥିରୁ କିଭଳି ବୃକ୍ଷ ବାହାରୁଛି । ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ରହସ୍ୟ ବାବା ହିଁ ବତାଉଛନ୍ତି । ବାବା ବଗିଚାର ମାଲିକ ମଧ୍ୟ ଅଟନ୍ତି । ଜାଣିଛନ୍ତି ଯେ ତାଙ୍କର ବଗିଚା କେତେ ସୁନ୍ଦର ଥିଲା । ବାବାଙ୍କ ପାଖରେ ତ ଜ୍ଞାନ ଅଛି ନା । କେତେ ଫାଷ୍ଟକ୍ଲାସ୍ ଈଶ୍ୱରୀୟ ବଗିଚା ଥିଲା । ଏବେ ତ ଶଇତାନୀ ବଗିଚା ହୋଇଯାଇଛି । ରାବଣ ରାଜ୍ୟକୁ ଶଇତାନ ବୋଲି କୁହାଯାଇଥାଏ । ଏଠାରେ ଯେଉଁଠି ଦେଖିବ ମାଡପିଟ୍ ଲାଗିରହିଛି, ବାକି ଏଟୋମିକ୍ ବମ୍ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ସମସ୍ତେ ଜାଣିଛନ୍ତି ଏହା କୌଣସି ରଖିବାର ଜିନିଷ ନୁହେଁ, ଏହା ଦ୍ୱାରା ବିନାଶ ହେବା ନିଶ୍ଚିତ ଅଟେ । ଯଦି ବିନାଶ ନହେବ ତେବେ ସତ୍ୟଯୁଗ କିପରି ଆସିବ । ଏହା ତ ବିଲକୁଲ୍ ସ୍ପଷ୍ଟ ଅଟେ । ଯଦିଓ ଦେଖାଉଛନ୍ତି ମହାଭାରତ ଲଢ଼େଇ ଲାଗିଥିଲା, ୫ ପାଣ୍ଡବ ବଞ୍ଚିଥିଲେ, ସେମାନେ ମଧ୍ୟ ମୃତ୍ୟୁବରଣ କଲେ କିନ୍ତୁ ଏହାର ଫଳାଫଳ କିଛି ବି ନାହିଁ । ଏହିଭଳି ହିଁ ଡ୍ରାମା ରଚନା ହୋଇଛି ଯାହାକି ବାବା ବସି ବୁଝାଉଛନ୍ତି । ଏହି ଭାରତକୁ ହିଁ ସମସ୍ତେ ଲୁଟି ନେଇଥିଲେ, ଏବେ ପୁଣି ଫେରାଉଛନ୍ତି । ଏହିଭଳି ଅନ୍ତିମ ସମୟ ପର୍ଯ୍ୟନ୍ତ ଦେଇ ଚାଲିବେ । ଏକଥା ମଧ୍ୟ ତୁମେ ଜାଣିଛ ଯେ ବିନାଶରେ ସବୁକିଛି ସମାପ୍ତ ହୋଇଯିବ । ଯେତେବେଳେ ଆମର ରାଜ୍ୟ ଥିଲା, ସେତେବେଳେ ଅନ୍ୟ କୌଣସି ରାଜ୍ୟ ନଥିଲା । ତେଣୁ ନିଶ୍ଚିତ ଭାବରେ ଏହି ଇତିହାସ ପୁନରାବୃତ୍ତି ହେବ । ପୁଣି ଥରେ ଭାରତ ସ୍ୱର୍ଗ ହେବ, ଏଠାରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ରହିବ, ଅନ୍ୟ କୌଣସି ଦେଶ ସେଠାରେ ରହିବ ନାହିଁ । ବର୍ତ୍ତମାନ କଳିଯୁଗର ଅନ୍ତିମ ସମୟ, ପୁଣି ଥରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଆସିବ । ଆମେ ପୁଣି ଥରେ ଏହିଭଳି ଦେବୀ ଦେବତା ହେବୁ । ବାବା କହୁଛନ୍ତି ମୁଁ ଆସିଛି ତୁମକୁ ରାଜଯୋଗ ଶିଖାଇବା ପାଇଁ । କଳ୍ପ କଳ୍ପ ଅନେକ ଥର ତୁମେ ମାଲିକ ହୋଇଛ । ସାରା ବିଶ୍ୱରେ ଏହାଙ୍କର ରାଜଧାନୀ ଥିଲା । ଏମାନେ ବହୁତ ବୁଦ୍ଧିମାନ ଥିଲେ ସେଠାରେ ଲକ୍ଷ୍ମୀ-ନାରାୟଣଙ୍କୁ ମନ୍ତ୍ରୀଙ୍କଠାରୁ ମତ ନେବାର ଆବଶ୍ୟକତା ନାହିଁ । ଏହିଭଳି ଡ୍ରାମା ରଚନା ହେଉଛି ପୁଣି ଥରେ ଏହାର ପୁନରାବୃତ୍ତି ମଧ୍ୟ ହେବ । କୃଷ୍ଣଙ୍କର ମନ୍ଦିରକୁ ସୁଖଧାମ ବୋଲି କହୁଛନ୍ତି । ଶିବବାବା ଆସି ସୁଖଧାମ ସ୍ଥାପନ କରୁଛନ୍ତି । ସେମାନେ ନିଜେ କହୁଛନ୍ତି ଖ୍ରୀଷ୍ଟ ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ପ୍ରଥମେ ଗୋଟିଏ ଧର୍ମ ଥିଲା, ପରେ ଅନ୍ୟ ସବୁ ଧର୍ମ ଆସିଲା । ପିଲାମାନେ ଆଶ୍ଚର୍ଯ୍ୟ ହେବା ଉଚିତ୍ ଯେ ବାବା ଆମକୁ କିପରି ବାଦଶାହୀ ଦେଉଛନ୍ତି । ବାବା ଆସି ଆମକୁ ଭକ୍ତିର ଫଳ ଦେଉଛନ୍ତି । ଏହା କେତେ ସହଜ ଅଟେ । କିନ୍ତୁ ପୁରୁଷାର୍ଥର କ୍ରମାନୁସାରେ ଏକଥା ସେହିମାନେ ହିଁ ବୁଝିବେ ଯେଉଁମାନେ କି କଳ୍ପ ପୂର୍ବରୁ ବୁଝିଥିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସ୍ୱଦର୍ଶନ ଚକ୍ରକୁ ଧାରଣ କରି ନିଜର ପାପକୁ ଭସ୍ମ କରିବାକୁ ହେବ । ଧ୍ୟାନ ଦିଅ- କର୍ମେନ୍ଦ୍ରିୟଦ୍ୱାରା କୌଣସି ପାପ କର୍ମ ନହେଉ । କର୍ମାତୀତ ହେବାପାଇଁ ସ୍ୱୟଂ ମେହେନତ କର ।

(୨) ସାକ୍ଷାତ୍କାର କରିବା ଆଶା ରଖିବା ଉଚିତ୍ ନୁହେଁ, କାରଣ ସାକ୍ଷାତ୍କାର କରିବାଦ୍ୱାରା ମୁକ୍ତି ମିଳିନଥାଏ, ପାପ କଟିନଥାଏ, ତେଣୁ ସାକ୍ଷାତ୍କାରରେ କୌଣସି ଫାଇଦା ନାହିଁ । ବାବାଙ୍କୁ ଏବଂ ଜ୍ଞାନକୁ ମନେପକାଇବା ଦ୍ୱାରା ହିଁ ଆତ୍ମାରୁ କଳଙ୍କି ଛାଡିବ ।

ବରଦାନ:-
ନିଜକୁ ନିମିତ୍ତ ମନେ କରି ବ୍ୟର୍ଥ ସଂକଳ୍ପ ବା ବ୍ୟର୍ଥ ମନୋଭାବ ଠାରୁ ମୁକ୍ତ ରହୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ ।

ମୁଁ ବିଶ୍ୱକଲ୍ୟାଣ କାର୍ଯ୍ୟରେ ନିମିତ୍ତ ଅଟେ ଏହିଭଳି ଦାୟିତ୍ୱର ସ୍ମୃତିରେ ରହିବା ଦ୍ୱାରା କେବେ ବି କାହାପ୍ରତି ବା ନିଜ ପ୍ରତି ବ୍ୟର୍ଥ ସଂକଳ୍ପ ବା ବ୍ୟର୍ଥ ମନୋଭାବ ସୃଷ୍ଟି ହୋଇ ପାରିବ ନାହିଁ କାରଣ ଦାୟିତ୍ୱ ସମ୍ପନ୍ନ ଆତ୍ମାମାନେ ଗୋଟିଏ ବି ଅକଲ୍ୟାଣକାରୀ ସଂକଳ୍ପ କରିପାରିବେ ନାହିଁ । ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ନିଜର ମନୋଭାବକୁ ବ୍ୟର୍ଥ ଚିନ୍ତନଯୁକ୍ତ କରିପାରିବେ ନାହିଁ କାହିଁକି ନା ସେମାନଙ୍କର ବୃତ୍ତି ଅର୍ଥାତ୍ ମନୋଭାବ ଦ୍ୱାରା ବିଶ୍ୱର ବାୟୁମଣ୍ଡଳ ପରିବର୍ତ୍ତନ ହେବ ସେଥିପାଇଁ ସମସ୍ତଙ୍କ ପ୍ରତି ସେମାନଙ୍କର ଶୁଭଭାବନା, ଶୁଭକାମନା ଆପେ ଆପେ ରହିଥାଏ ।

ସ୍ଲୋଗାନ:-
ଅଜ୍ଞାନର ଶକ୍ତି କ୍ରୋଧ ଏବଂ ଜ୍ଞାନର ଶକ୍ତି ଶାନ୍ତି ଅଟେ ।