12.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପ୍ରକୃତ ସତ୍ସଙ୍ଗ କେବଳ ଜ୍ଞାନମାର୍ଗରେ ହିଁ ହୋଇଥାଏ, ଏବେ ତୁମେମାନେ ସତ୍ ପିତାଙ୍କ ସଙ୍ଗରେ ବସିଛ, ବାବାଙ୍କ ସ୍ମୃତିରେ ରହିବା ଅର୍ଥ ସତ୍ସଙ୍ଗ କରିବା ।

ପ୍ରଶ୍ନ:-
ବର୍ତ୍ତମାନ ହିଁ ତୁମମାନଙ୍କୁ ସତ୍ସଙ୍ଗର ଆବଶ୍ୟକତା ରହିଛି କାହିଁକି ?

ଉତ୍ତର:-
କାହିଁକିନା ତମୋପ୍ରଧାନ ଆତ୍ମା ଏକମାତ୍ର ସତ୍ ପିତା, ସତ୍ ଶିକ୍ଷକ ଏବଂ ସତ୍ଗୁରୁଙ୍କ ସଙ୍ଗ ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ଅର୍ଥାତ୍ କଳାରୁ ଗୋରା ହୋଇପାରିବ । ସତ୍ସଙ୍ଗ ବିନା ନିର୍ବଳ ଆତ୍ମା ବଳବାନ୍ ହୋଇପାରିବ ନାହିଁ । ବାବାଙ୍କର ସଙ୍ଗ ଦ୍ୱାରା ଆତ୍ମାରେ ପବିତ୍ରତାର ବଳ ଆସିଥାଏ, ୨୧ ଜନ୍ମ ପାଇଁ ତାର ଭେଳା ପାରି ହୋଇଯାଏ ।

ଓମ୍ ଶାନ୍ତି ।
ପିଲାମାନେ ଏହି ସତ୍ସଙ୍ଗରେ ବସିଛନ୍ତି, ପ୍ରତି କଳ୍ପର ସଙ୍ଗମରେ ହିଁ ପିଲାମାନେ ଏହି ସତ୍ର ସଙ୍ଗରେ ବସିଥାନ୍ତି । ଦୁନିଆରେ ଏକଥା କେହି ହେଲେ ଜାଣି ନାହାଁନ୍ତି ଯେ ସତ୍ର ସଙ୍ଗ କାହାକୁ କୁହାଯାଉଛି । ସତ୍ସଙ୍ଗ ଶବ୍ଦ ଅବିନାଶୀ ଚାଲି ଆସୁଛି । ଭକ୍ତିମାର୍ଗରେ ମଧ୍ୟ କହିଥାନ୍ତି ଆମେ ଅମୁକ ସତ୍ସଙ୍ଗକୁ ଯାଉଛୁ । ବାସ୍ତବରେ ଭକ୍ତିମାର୍ଗରେ କେହି ସତ୍ସଙ୍ଗକୁ ଯାଇ ନଥାନ୍ତି । ଜ୍ଞାନ ମାର୍ଗରେ ହିଁ ପ୍ରକୃତ ସତ୍ସଙ୍ଗ ହୋଇଥାଏ । ବର୍ତ୍ତମାନ ତୁମେମାନେ ସତ୍ର ସଙ୍ଗରେ ବସିଛ । ଏବେ ଆତ୍ମାମାନେ ସତ୍ ପରମାତ୍ମା ବାବାଙ୍କ ସଙ୍ଗରେ ବସିଛନ୍ତି । ଅନ୍ୟ କୌଣସି ସ୍ଥାନରେ ଆତ୍ମାମାନେ ପରମପିତା ପରମାତ୍ମାଙ୍କ ସଙ୍ଗରେ ବସିନଥାନ୍ତି । କାରଣ ବାବାଙ୍କୁ କେହି ଜାଣି ହିଁ ନଥାନ୍ତି । ଯଦିଓ କହୁଛନ୍ତି ଯେ ଆମେ ସତ୍ସଙ୍ଗକୁ ଯାଉଛୁ କିନ୍ତୁ ସେମାନେ ଦେହ-ଅଭିମାନରେ ଆସିଯାଉଛନ୍ତି । ତୁମେ ଦେହ-ଅଭିମାନରେ ଆସୁନାହଁ । ତୁମେ ଭାବୁଛ ଆମେ ହେଉଛୁ ଆତ୍ମା, ସତ୍ ବାବାଙ୍କ ସଙ୍ଗରେ ବସିଛୁ । ଅନ୍ୟ କୌଣସି ମନୁଷ୍ୟ ସତ୍ର ସଙ୍ଗରେ ବସିପାରିନଥାନ୍ତି । ସତ୍ର ସଙ୍ଗ ଏହି ନାମ ମଧ୍ୟ ବର୍ତ୍ତମାନ ସମୟର । ସତ୍ ର ସଙ୍ଗ ଏହାର ଯଥାର୍ଥ ଅର୍ଥ ବାବା ବସି ବୁଝାଉଛନ୍ତି । ତୁମେ ଆତ୍ମାମାନେ ଏବେ ପରମାତ୍ମା ପିତା ଯିଏକି ସତ୍ୟ ଅଟନ୍ତି, ତାଙ୍କ ସାଥିରେ ବସିଛ । ସିଏ ସତ୍ ପିତା, ଶିକ୍ଷକ, ସତ୍ଗୁରୁ ଅଟନ୍ତି, ଅର୍ଥାତ୍ ତୁମେ ସତ୍ସଙ୍ଗରେ ବସିଛ । ଯଦିଓ ଏଠାରେ ଅଥବା ଘରେ ବସିଛ କିନ୍ତୁ ନିଜକୁ ଆତ୍ମା ଭାବି ବାବାଙ୍କୁ ସ୍ମରଣ କରିପାରୁଛ । ଆମେ ଆତ୍ମା ଏବେ ସତ୍ ବାବାଙ୍କୁ ମନେ ପକାଉଛୁ ଅର୍ଥାତ୍ ସତ୍ ର ସଙ୍ଗରେ ଅଛୁ । ବାବା ମଧୁବନରେ ବସିଛନ୍ତି । ବାବାଙ୍କୁ ମନେ ପକାଇବାର ଉପାୟ ମଧ୍ୟ ଅନେକ ପ୍ରକାରର ମିଳୁଛି । ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଆମେ ୧୬ କଳା ସଂପୂର୍ଣ୍ଣ ହେଉଛୁ ପୁଣି ତଳକୁ ଖସି-ଖସି କଳା କମ୍ ହୋଇଯାଉଛି । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ହେଉଛି ପୁଣି ତଳକୁ ଖସି-ଖସି ବ୍ୟଭିଚାରୀ ଭକ୍ତି ହେବା ଦ୍ୱାରା ତମୋପ୍ରଧାନ ହୋଇଯାଉଛନ୍ତି ତେଣୁ ସେମାନଙ୍କର ନିଶ୍ଚୟ ସତ୍ର ସଙ୍ଗ ଆବଶ୍ୟକ । ନଚେତ୍ ପବିତ୍ର କିପରି ହେବେ ? ଏବେ ତୁମ ଆତ୍ମାମାନଙ୍କୁ ସତ୍ ବାବାଙ୍କର ସଙ୍ଗ ମିଳିଛି । ଆତ୍ମା ଜାଣୁଛି ଆମକୁ ବାବାଙ୍କୁ ଯୋଗ କରିବାକୁ ହିଁ ପଡ଼ିବ, ତାଙ୍କର ସଙ୍ଗ ହିଁ ଆବଶ୍ୟକ । ଯୋଗକୁ ମଧ୍ୟ ସଙ୍ଗ କୁହାଯିବ । ଏହା ହେଉଛି ସତ୍ର ସଙ୍ଗ । ଏହି ଦେହ ଥାଇ ମଧ୍ୟ ତୁମେ ଆତ୍ମା ମୋତେ ମନେପକାଅ, ଏହା ହିଁ ହେଉଛି ସତର ସଙ୍ଗ । ଯେପରି କହିଥାନ୍ତି ଯେ, ଏହାଙ୍କୁ ବଡ଼ ଲୋକର ସଙ୍ଗ ଲାଗିଯାଇଛି, ସେଥିପାଇଁ ଦେହ-ଅଭିମାନୀ ହୋଇଯାଇଛି । ଏବେ କିନ୍ତୁ ତୁମମାନଙ୍କର ସଙ୍ଗ ସତ୍ ବାବାଙ୍କ ସହିତ ହୋଇଛି, ଯାହା ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯାଉଛ । ବାବା କହୁଛନ୍ତି ମୁଁ ଥରେ ମାତ୍ର ଆସୁଛି, ଏବେ ଆତ୍ମାର ସଙ୍ଗ ପରମାତ୍ମାଙ୍କ ସହିତ ହେଉଥିବାରୁ ତୁମେ ୨୧ ଜନ୍ମ ପାଇଁ ଉଦ୍ଧାର ହୋଇଯାଉଛ । ପୁଣି ତୁମର ଦେହ ସହିତ ସଙ୍ଗ ହେବ । ଡ୍ରାମା ମଧ୍ୟ ଏହିପରି ତିଆରି ହୋଇଛି । ବାବା କହୁଛନ୍ତି ମୋ ସହିତ ତୁମ ପିଲାମାନଙ୍କର ସଙ୍ଗ ହେବା ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯାଉଛ, ଯାହାକୁ ସ୍ୱର୍ଣ୍ଣିମ ଅବସ୍ଥା କୁହାଯାଉଛି ।

ସାଧୁ-ସନ୍ଥ ଆଦି ତ ଭାବୁଛନ୍ତି ଆତ୍ମା ନିର୍ଲିପ୍ତ ଅଟେ, ସମସ୍ତେ ପରମାତ୍ମା ହିଁ ପରମାତ୍ମା ଅଟନ୍ତି, ଏହାର ଅର୍ଥ ହେଲା ପରମାତ୍ମାଙ୍କଠାରେ ମଧ୍ୟ ଖାଦ ପଡ଼ିଛି । କିନ୍ତୁ ପରମାତ୍ମାଙ୍କଠାରେ ତ କେବେ ବି ଖାଦ ପଡ଼ିପାରିବ ନାହିଁ । ବାବା କହୁଛନ୍ତି କଣ ମୋଠାରେ ଖାଦ ପଡ଼ିଛି । ନାଁ । ମୁଁ ତ ସର୍ବଦା ପରମଧାମରେ ରହିଥାଏ କାରଣ ମୁଁ କେବେ ବି ଜନ୍ମ-ମରଣରେ ଆସେ ନାହିଁ । ଏକଥା ତୁମେ ପିଲାମାନେ ଜାଣିଛ, ତୁମମାନଙ୍କ ଭିତରେ ମଧ୍ୟ କାହାର ସଙ୍ଗ ଅଧିକ, କାହାର କମ୍ ଅଟେ । କେହି ତ ଭଲ ଭାବରେ ପୁରୁଷାର୍ଥ କରି ଯୋଗଯୁକ୍ତ ଅବସ୍ଥାରେ ରହୁଛନ୍ତି, ଯେତିକି ସମୟ ଆତ୍ମା ବାବାଙ୍କ ସଙ୍ଗ କରିବ ସେତିକି ଆମକୁ ଲାଭ ମିଳିବ । ତାର ବିକର୍ମ ମଧ୍ୟ ବିନାଶ ହୋଇଯିବ । ବାବା କହୁଛନ୍ତି ହେ ଆତ୍ମାମାନେ, ମୋ ସହିତ ଯୋଗ ଲଗାଅ, ମୋ ସାଥିରେ ରୁହ । ମୋତେ ଏହି ଶରୀରର ଅଧାର ତ ନେବାକୁ ପଡ଼ୁଛି । ନଚେତ୍ ପରମାତ୍ମା କିପରି କଥା ହେବେ ? ଆତ୍ମା କିପରି ଶୁଣିବ ? ଏବେ ତୁମେମାନେ ସତ୍ର ସଙ୍ଗ କରୁଛ । ତେଣୁ ସତ୍ ବାବାଙ୍କୁ ନିରନ୍ତର ମନେପକାଇବାକୁ ହେବ । ଆତ୍ମାକୁ ସତ୍ର ସଙ୍ଗ କରିବାକୁ ପଡ଼ିବ । ଆତ୍ମା ମଧ୍ୟ ବିଚିତ୍ର ଅଟେ, ପରମାତ୍ମା ଏବଂ ଏହି ଦୁନିଆ ମଧ୍ୟ ବିଚିତ୍ର ଅଟେ । ଏହି ଦୁନିଆ କିପରି ଚକ୍ର ଲଗାଉଛି, ଏହା ବହୁତ ଆଶ୍ଚର୍ଯ୍ୟର କଥା । ତୁମେମାନେ ଏହି ଡ୍ରାମାରେ ବହୁତ ବିଚିତ୍ର ଅଭିନୟ କରୁଛ । ତୁମର ଆତ୍ମାରେ ୮୪ ଜନ୍ମର ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ । ସତ୍ୟଯୁଗର ଆତ୍ମା ଏବଂ ଆଜିକାଲିର ଆତ୍ମାମାନଙ୍କ ମଧ୍ୟରେ ତୁମମାନଙ୍କର ଆତ୍ମା ହିଁ ସବୁଠାରୁ ଅଧିକ ଅଲରାଉଣ୍ଡର ଅଟେ । ନାଟକରେ କାହାର ଅଭିନୟ ଆରମ୍ଭରୁ ରହିଥାଏ, କାହାର ମଝିରେ ତ ଆଉ କାହାର ଅଭିନୟ ପଛରେ ଥାଏ । ସେସବୁ ହେଲା ହଦର ଡ୍ରାମା, ତାହା ମଧ୍ୟ ଏବେ ହିଁ ରଚନା କରାଯାଇଛି । ଏବେ ବିଜ୍ଞାନର କେତେ ପ୍ରଭାବ ରହିଛି । ସତ୍ୟଯୁଗରେ ମଧ୍ୟ ସେମାନଙ୍କର କେତେ ବଳ ରହିବ । ନୂଆ ଦୁନିଆ କେତେ ଜଲ୍ଦି ତିଆରି ହେଉଥିବ । ସେଠାରେ ମୁଖ୍ୟ ପବିତ୍ରତାର ବଳ ରହିବ । ଏବେ ଆତ୍ମା ନିର୍ବଳ ହୋଇଯାଇଛି । ସେଠାରେ ବଳବାନ୍ ହେବ । ଏହି ଲକ୍ଷ୍ମୀ-ନାରାୟାଣ ବଳବାନ୍ ଅଟନ୍ତି ନା । ଏବେ କିନ୍ତୁ ରାବଣ ସମସ୍ତଙ୍କର ବଳ ଛଡ଼ାଇ ନେଇଛି ପୁଣି ତୁମେ ସେହି ରାବଣ ଉପରେ ବିଜୟୀ ହୋଇ କେତେ ବଳବାନ ହେଉଛ । ଯେତିକି ସତ୍ର ସଙ୍ଗ କରିବ ଅର୍ଥାତ୍ ଆତ୍ମା ଯେତିକି ସତ୍ ବାବାଙ୍କୁ ମନେ ପକାଇଥାଏ ସେତିକି ବଳବାନ୍ ହୋଇଥାଏ । ପାଠପଢ଼ାରେ ମଧ୍ୟ ବଳ ତ ମିଳିଥାଏ ନା । ତୁମକୁ ମଧ୍ୟ ବଳ ମିଳୁଛି, ସାରା ବିଶ୍ୱ ଉପରେ ତୁମେ ହୁକୁମ୍ ଚଲାଉଛ । ଆତ୍ମାର ସତ୍ ସହିତ ଯୋଗ ସଙ୍ଗମଯୁଗରେ ହିଁ ହେଉଛି । ବାବା କହୁଛନ୍ତି, ଆତ୍ମାକୁ ମୋ ସଙ୍ଗ ମିଳିବା ଦ୍ୱାରା ଆତ୍ମା ବହୁତ ବଳବାନ୍ ହୋଇଯାଉଛି । ବାବା ସର୍ବ ଶକ୍ତିମାନ୍ ଅଟନ୍ତି ନା । ତାଙ୍କ ଦ୍ୱାର ବଳ ମିଳୁଛି । ଏଥିରେ ସମସ୍ତ ବେଦ-ଶାସ୍ତ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଆସିଯାଉଛି ।

ଯେପରି ବାବା ସର୍ବଶକ୍ତିମାନ୍, ତୁମେମାନେ ମଧ୍ୟ ସେହିପରି ସର୍ବଶକ୍ତିମାନ୍ ହେବାକୁ ଯାଉଛ । ସାରା ବିଶ୍ୱ ଉପରେ ତୁମେମାନେ ରାଜ୍ୟ କରିବ । ତୁମଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ତୁମକୁ ମୋ ଦ୍ୱାରା କେତେ ବଳ ମିଳୁଛି, ଏହାଙ୍କୁ ମଧ୍ୟ ବଳ ମିଳୁଛି, ଯେତେ ବାବାଙ୍କୁ ମନେପକାଇବ ସେତେ ବଳ ମିଳିବ । ବାବା ଆଉ କିଛି କଷ୍ଟ ଦେଉନାହାଁନ୍ତି । କେବଳ ବାବାଙ୍କୁ ମନେ ପକାଇବାକୁ ହେବ, ବାସ୍ । ଆତ୍ମାର ୮୪ ଜନ୍ମର ଚକ୍ର ଏବେ ପୂରା ହେବାକୁ ଯାଉଛି, ଏବେ ଘରକୁ ଯିବାକୁ ହେବ । ଏହାକୁ ବୁଝିବା କୌଣସି ବଡ଼ କଥା ନୁହେଁ । ଅଧିକ ବିସ୍ତାରକୁ ଯିବାର କୌଣସି ଆବଶ୍ୟକତା ନାହିଁ । ବୀଜ (ବାବାକୁ) ଜାଣିବା ଦ୍ୱାରା ବୁଝିଯାଉଛନ୍ତି ଯେ, ଏହାଙ୍କଠାରୁ ସାରା ବୃକ୍ଷ ବାହାରିଛି । ସଂକ୍ଷିପ୍ତରେ ଜ୍ଞାନ ବୁଦ୍ଧିରେ ଆସିଯାଉଛି । ଏହା ବହୁତ ବିଚିତ୍ର କଥା । ଭକ୍ତିମାର୍ଗରେ ମନୁଷ୍ୟ କେତେ ଧକ୍କା ଖାଇଥାନ୍ତି । କେତେ ପରିଶ୍ରମ କରିଥାନ୍ତି, କିନ୍ତୁ କିଛି ହେଲେ ମିଳି ନଥାଏ । ବାବା ଆସି ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ଆମେ ଯୋଗ ବଳ ଦ୍ୱାରା ବିଶ୍ୱର ମାଲିକ ହେଉଛୁ, ଏହି ପୁରୁଷାର୍ଥ କରିବାକୁ ହେବ । ଭାରତର ଯୋଗ ପ୍ରସିଦ୍ଧ ଅଟେ । ଯୋଗବଳ ଦ୍ୱାରା ତୁମେମାନେ ଦୀର୍ଘାୟୁ ହୋଇଯାଉଛ । ସତ୍ର ସଙ୍ଗ କରିବା ଦ୍ୱାରା କେତେ ଲାଭ ମିଳୁଛି, ଆୟୁଷ ମଧ୍ୟ ବଡ଼ ଏବଂ ଶରୀର ମଧ୍ୟ ନିରୋଗୀ ହୋଇଯାଉଛି । ଏସବୁ କଥା ତୁମ ପିଲାମାନଙ୍କ ବୁଦ୍ଧିରେ ହିଁ ରହୁଛି । ତେବେ ତୁମ ବ୍ରାହ୍ମଣମାନଙ୍କ ବିନା ଆଉ କେହି ବି ସତ୍ର ସଙ୍ଗ କରୁନାହାଁନ୍ତି । ତୁମେମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ, ଦାଦାଙ୍କ ପୌତ୍ର ଅଟ । ତେଣୁ ସେତିକି ଖୁସି ହେବା ଦରକାର ନା, ଆମେ ଦାଦା ପୌତ୍ର ଅଟୁ, ବର୍ସା ମଧ୍ୟ ଦାଦାଙ୍କଠାରୁ ମିଳୁଛି, ଏହା ହିଁ ଯୋଗର ଯାତ୍ରା ଅଟେ । ବୁଦ୍ଧିରେ ଏହି କଥା ସ୍ମରଣ ରହିବା ଉଚିତ୍ । ଦୁନିଆରେ ହେଉଥିବା ସତ୍ସଙ୍ଗରେ ତ ଗୋଟିଏ ଜାଗାରେ ବସିଥାନ୍ତି, ଏଠାରେ ସେ କଥା ନାହିଁ, ଏପରି ନୁହେଁ ଯେ ଗୋଟିଏ ସ୍ଥାନରେ ବସିବା ଦ୍ୱାରା ହିଁ ସତ୍ର ସଙ୍ଗ ହେବ । ନାଁ, ଉଠିବା-ବସିବା, ଚାଲିବା-ବୁଲିବା ସମୟରେ ମଧ୍ୟ ଆମେ ସତ୍ର ସଙ୍ଗ କରିପାରିବା, ଯଦି ଆମେ ତାଙ୍କୁ ମନେ ପକାଉଥିବା । ଯଦି ଯୋଗ ନ କରୁଛ ତେବେ ନିଶ୍ଚିତ ଦେହ-ଅଭିମାନ ଅଛି, ଦେହ ତ ଅସତ୍ ଜିନିଷ ଅଟେ ନା । ଦେହ କୁ ସତ୍ ବୋଲି କୁହାଯିବ ନାହିଁ । ଶରୀର ତ ଜଡ, ୫ ତତ୍ତ୍ୱରେ ତିଆରି ହୋଇଛି, ଏଥିରେ ଆତ୍ମା ରହିଲେ ଚଳପ୍ରଚଳ ହୋଇପାରିବ ନାହିଁ । ମନୁଷ୍ୟର ଶରୀରର ତ କୌଣସି ମୂଲ୍ୟ ନାହିଁ, ଅନ୍ୟ ସମସ୍ତଙ୍କ ଶରୀରର ମୂଲ୍ୟ ଅଛି । ସୌଭାଗ୍ୟ ତ ଆତ୍ମାକୁ ମିଳିବ, ମୁଁ ଅମୁକ, ଏକଥା ତ ଆତ୍ମା କହୁଛି ନା । ବାବା କହୁଛନ୍ତି ଆତ୍ମା କିପରି ହୋଇଗଲାଣି ଅଣ୍ଡା, କଇଁଛ, ମାଛ ସବୁ ଖାଇଯାଉଛି । ଏବେ ସମସ୍ତେ ଭସ୍ମାସୁର ହୋଇଯାଇଛନ୍ତି । ନିଜେ ନିଜକୁ ଭସ୍ମ କରୁଛନ୍ତି । କିପରି ? କାମ ଚିତା ଉପରେ ବସି ସମସ୍ତେ ନିଜକୁ ଭସ୍ମ କରୁଛନ୍ତି ତେଣୁ ଭସ୍ମାସୁର ଅଟନ୍ତି ନା । ଏବେ ତୁମେ ଜ୍ଞାନ ଚିତା ଉପରେ ବସି ଦେବତା ହେଉଛ । ସାରା ଦୁନିଆ କାମ ଚିତା ଉପରେ ବସି ଭସ୍ମ ହୋଇଯାଇଛି, ଆତ୍ମା ତମୋପ୍ରଧାନ କଳା ହୋଇଯାଇଛି । ବାବା ପିଲାମାନଙ୍କୁ କଳାରୁ ଗୋରା କରିବା ପାଇଁ ଆସିଛନ୍ତି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଦେହ-ଅଭିମାନକୁ ଛାଡ଼ି ନିଜକୁ ଆତ୍ମା ନିଶ୍ଚୟ କର । ବିଦ୍ୟାର୍ଥୀମାନେ ସ୍କୁଲରେ ପାଠ ପଢ଼ିଥାନ୍ତି, କିନ୍ତୁ ସେହି ପାଠପଢା ଘରେ ରହିଲେ ମଧ୍ୟ ବୁଦ୍ଧିରେ ରହିଥାଏ ନା । ସେହିପରି ଏହି ପାଠପଢା ମଧ୍ୟ ତୁମ ବୁଦ୍ଧିରେ ରହିବା ଉଚିତ୍ । ଏହା ତୁମର ବିଦ୍ୟାର୍ଥୀ ଜୀବନ ଅଟେ । ଲକ୍ଷ୍ୟ ମଧ୍ୟ ତୁମମାନଙ୍କ ସମ୍ମୁଖରେ ରହିଛି । ଉଠିବା, ବସିବା, ଚାଲିବା ସମୟରେ ମଧ୍ୟ ବୁଦ୍ଧିରେ ଏହି ଜ୍ଞାନ ରହିବା ଦରକାର ।

ଏଠାକୁ ପିଲାମାନେ ଆସିଲେ ସତେଜ ହୋଇଯାଆନ୍ତି, ସେଥିପାଇଁ ଉପାୟ ବତାଯାଉଛି ଯେ ଏହିପରି ସମସ୍ତଙ୍କୁ ବୁଝାଅ । ଦୁନିଆରେ ଢ଼େର ସତ୍ସଙ୍ଗ ରହିଛି । ସେଠାରେ କେତେ ମନୁଷ୍ୟ ଆସି ଏକତ୍ର ହେଉଛନ୍ତି । ବାସ୍ତବରେ ତାହା ସତ୍ର ସଙ୍ଗ ନୁହେଁ । ସତ୍ର ସଙ୍ଗ ବର୍ତ୍ତମାନ ତୁମ ପିଲାମାନଙ୍କୁ ହିଁ ମିଳୁଛି । ବାବା ହିଁ ଆସି ସତ୍ୟଯୁଗର ସ୍ଥାପନା କରୁଛନ୍ତି । ଯେଉଁଠି ତୁମେ ପିଲାମାନେ ମାଲିକ ହୋଇଯିବ । ଦେହ-ଅଭିମାନ ଅଥବା ମିଥ୍ୟା ଅଭିମାନ ଦ୍ୱାରା ତୁମେ ତଳକୁ ଖସିଯାଉଛ ଏବଂ ସତର ସଙ୍ଗ ଦ୍ୱାରା ତୁମେ ଉପରକୁ ଚଢ଼ୁଛ । ଅଧାକଳ୍ପ ତୁମେ ପ୍ରାଲବ୍ଧ ଭୋଗ କରୁଛ । ଏପରି ନୁହେଁ ଯେ ସେଠାରେ ମଧ୍ୟ ତୁମକୁ ସତ୍ର ସଙ୍ଗ ମିଳିବ । ନାଁ । ସତ୍ ଏବଂ ମିଥ୍ୟାର ସଙ୍ଗ ସେତେବେଳେ କୁହାଯାଏ ଯେତେବେଳେ ଉଭୟ ଉପସ୍ଥିତ ରହିଥାନ୍ତି । ସତ୍ ବାବା ଯେତେବେଳେ ଆସିଥାନ୍ତି, ସେତେବେଳେ ହିଁ ସବୁକଥା ବୁଝାଇଥାନ୍ତି । ଯେ ପର୍ଯ୍ୟନ୍ତ ସତ୍ ବାବା ନ ଆସିଛନ୍ତି ଯେ ପର୍ଯ୍ୟନ୍ତ କେହି ମଧ୍ୟ ଜାଣିପାରୁ ନାହାଁନ୍ତି । ବର୍ତ୍ତମାନ ବାବା ପିଲାମାନଙ୍କୁ କହୁଛନ୍ତି ହେ ଆତ୍ମାମାନେ, ମୋ ସଙ୍ଗରେ ରୁହ । ଦେହର ଯେଉଁ ସଙ୍ଗ ମିଳିଛି, ସେଥିରୁ ଉପରାମ ହୋଇଯାଅ । ଯଦିଓ ଦେହର ସଙ୍ଗ ସତ୍ୟଯୁଗରେ ମଧ୍ୟ ମିଳିବ କିନ୍ତୁ ସେଠାରେ ତୁମେ ପବିତ୍ର ରହିବ । ଏବେ ତୁମେ ସତର ସଙ୍ଗ ଦ୍ୱାରା ପତିତରୁ ପବିତ୍ର ହେଉଛ ତେଣୁ ସେଠାରେ ତୁମମାନଙ୍କୁ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ମିଳିବ । ଆତ୍ମା ମଧ୍ୟ ସତ୍ତ୍ୱପ୍ରଧାନ ରହିବ । ଏବେ ତ ଦୁନିଆ ମଧ୍ୟ ତମୋପ୍ରଧାନ ହୋଇଗଲାଣି । ଦୁନିଆ ତ ଗୋଟିଏ କିନ୍ତୁ ତାହା ନୂଆରୁ ପୁରୁଣା ହୋଇଥାଏ । ନୂଆ ଦୁନିଆରେ ବାସ୍ତବରେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଆଜି ସେହି ଧର୍ମକୁ ଗୁପ୍ତ କରି ଆଦି ସନାତନ ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି, ସେଥିପାଇଁ ଦ୍ୱନ୍ଦରେ ପଡ଼ୁଛନ୍ତି । ଏବେ ତୁମେ ଭାରତବାସୀ ବୁଝିପାରୁଛ ଯେ ଆମେ ପ୍ରାଚୀନ ଦେବୀ-ଦେବତା ଧର୍ମର ଥିଲୁ । ସତ୍ୟଯୁଗର ମାଲିକ ଥିଲୁ । କିନ୍ତୁ ସେହି ନିଶା କାହିଁ ? କଳ୍ପର ଆୟୁଷ ହିଁ ଲମ୍ବା ଲେଖି ଦେଇଛନ୍ତି । ସବୁ କଥା ଭୁଲିଯାଇଛନ୍ତି । ଏହାର ନାମ ହିଁ ହେଉଛି ଭୁଲ୍ ଭୁଲେୟାର ଖେଳ । ବର୍ତ୍ତମାନ ସତ୍ ବାବାଙ୍କ ଦ୍ୱାରା ତୁମେ ସମସ୍ତ ଜ୍ଞାନ ଜାଣୁଛ ତେଣୁ ଉଚ୍ଚପଦ ପାଉଛ ପୁଣି ଅଧାକଳ୍ପ ପରେ ତଳକୁ ଖସୁଛ କାରଣ ରାବଣ ରାଜ୍ୟ ପୁଣି ଆରମ୍ଭ ହେଉଛି । ଦୁନିଆ ପୁରୁଣା ତ ହେବ ନା । ତୁମେ ଜାଣୁଛ ଆମେ ନୂଆ ଦୂନିଆର ମାଲିକ ଥିଲୁ, ଏବେ ପୁରୁଣା ଦୁନିଆରେ ଅଛୁ । କେତେଜଣଙ୍କର ଏକଥା ମଧ୍ୟ ମନେ ପଡ଼ୁନାହିଁ । ବାବା ଆମକୁ ସ୍ୱର୍ଗବାସୀ କରୁଛନ୍ତି । ଅଧାକଳ୍ପ ପର୍ଯ୍ୟନ୍ତ ଆମେମାନେ ସ୍ୱର୍ଗବାସୀ ହେବା ପୁଣି ଅଧାକଳ୍ପ ପରେ ତଳକୁ ଖସିବା ଆରମ୍ଭ ହେବ କାରଣ ରାବଣରାଜ୍ୟ ଆରମ୍ଭ ହେବ । ଦୁନିଆ ତ ପୁରୁଣା ହେବ ନା । ତୁମେ ଜାଣିଛ ବାବା ଆମକୁ ସ୍ୱର୍ଗବାସୀ କରୁଛନ୍ତି । ଅଧାକଳ୍ପ ଆମେ ସ୍ୱର୍ଗବାସୀ ରହିବୁ ପୁଣି ନର୍କବାସୀ ହେବୁ । ତୁମେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ମାଷ୍ଟର ସର୍ବଶକ୍ତିମାନ ହୋଇଛ । ଏହା ହେଉଛି ଜ୍ଞାନ ଅମୃତର ଡୋଜ୍ ଅର୍ଥାତ୍ ଖୋରାକ । ଶିବାବାବାଙ୍କୁ ପୁରୁଣା କର୍ମେନ୍ଦ୍ରିୟ ମିଳିଛି । ନୂଆ କର୍ମେନ୍ଦ୍ରିୟ ତ ମିଳୁନାହିଁ । ପୁରୁଣା ବାଜା ମିଳୁଛି । ବାବା ବାନପ୍ରସ୍ଥ ଅବସ୍ଥାରେ ହିଁ ଆସିଥାନ୍ତି । ପିଲାମାନେ ଖୁସି ହେଲେ ବାବା ମଧ୍ୟ ଖୁସି ହେଉଛନ୍ତି । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ଜ୍ଞାନ ଦେଇ ରାବଣଠାରୁ ମୁକ୍ତ କରିବା ପାଇଁ ଆସିଥାଏ, ଅଭିନୟ ତ ଖୁସିରେ ହିଁ କରାଯାଇଥାଏ ନା । ବାବା ବହୁତ ଖୁସିରେ ଅଭିନୟ କରୁଛନ୍ତି, ବାବାଙ୍କୁ କଳ୍ପ-କଳ୍ପ ଆସିବାକୁ ପଡ଼ୁଛି, ଏହି ପାର୍ଟ କେବେ ବନ୍ଦ ହେଉନାହିଁ । ତେଣୁ ପିଲାମାନଙ୍କ ଭିତରେ ବହୁତ ଖୁସି ରହିବା ଉଚିତ୍ । ଯେତେ ସତ୍ର ସଙ୍ଗ କରିବ ସେତେ ଖୁସିରେ ରହିବ, ଯୋଗ ବହୁତ କମ୍ କରୁଛନ୍ତି ସେଥିପାଇଁ ଏତେ ଖୁସି ରହୁନାହିଁ । ବାବା ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି । ଯେଉଁ ସନ୍ତାନମାନଙ୍କର ହୃହୟ ସ୍ୱଚ୍ଛ, ତାଙ୍କ ପ୍ରତି ବାବାଙ୍କର ବହୁତ ସ୍ନେହ ରହିଥାଏ । ସ୍ୱଚ୍ଛ ହୃହୟ ଉପରେ ସାହେବ ଖୁସି ରହିଥାନ୍ତି । ଯେଉଁମାନଙ୍କର ଭିତର-ବାହାର ସ୍ୱଚ୍ଛ, ବାବାଙ୍କର କର୍ତ୍ତବ୍ୟରେ ସହଯୋଗୀ ହୋଇଥାନ୍ତି, ସେବାରେ ତତ୍ପର ରହିଥାନ୍ତି ସେହିମାନେ ହିଁ ବାବାଙ୍କର ପ୍ରିୟ ହୋଇଥାନ୍ତି । ତେବେ ନିଜ ମନକୁ ପଚାରିବା ଉଚିତ୍ ଯେ ଆମେ ପ୍ରକୃତ ସେବା କରୁଛୁ ? ସତ୍ୟ ବାବାଙ୍କ ସହିତ ସଙ୍ଗ ରଖୁଛୁ ? ଯଦି ବାବାଙ୍କ ସହିତ ସଙ୍ଗ ନ ରଖିବ ତେବେ ତୁମମାନଙ୍କର ଗତି କଣ ହେବ ? ଯଦି ଅନେକଙ୍କୁ ଏହି ରାସ୍ତା ବତାଇବ ତେବେ ପଦ ଉଚ୍ଚ ମଧ୍ୟ ପାଇବ । ସତ୍ୟ ବାବାଙ୍କଠାରୁ ଆମେ କେଉଁ ବର୍ସା ପାଉଛୁ, ନିଜ ଭିତରକୁ ଦେଖିବା ଉଚିତ୍ । ଏକଥା ତ ଜାଣିଛ ଯେ ସମସ୍ତେ କ୍ରମଅନୁସାରେ ଅଛନ୍ତି । କିଏ କେତେ ବର୍ସା ପାଉଛନ୍ତି ତ କିଏ ପୁଣି କେତେ । ରାତି-ଦିନର ଫରକ ରହୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ତୁମମାନଙ୍କୁ ନିଜର ଏହି ଦେହର ସଙ୍ଗଠାରୁ ଉପରାମ ରହିବାକୁ ହେବ । ଏକମାତ୍ର ସତ୍ପିତାଙ୍କର ସଙ୍ଗ ଦ୍ୱାରା ପବିତ୍ର ହେବାକୁ ପଡ଼ିବ ।

(୨) ଏହି ବିଦ୍ୟାର୍ଥୀ ଜୀବନରେ ଚାଲିବା ବୁଲିବା ସମୟରେ ମଧ୍ୟ ବୁଦ୍ଧିରେ ଜ୍ଞାନର ଚିନ୍ତନ ଚାଲିବା ଉଚିତ୍ । ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ କରିବାକୁ ହେବ । ସ୍ୱଚ୍ଛ ହୃଦୟରେ ବାବାଙ୍କର ସହଯୋଗୀ ହେବାକୁ ପଡ଼ିବ ।

ବରଦାନ:-
ସୁବର୍ଣ୍ଣଯୁଗୀ ସ୍ୱଭାବ ସଂସ୍କାର ଦ୍ୱାରା ସୁବର୍ଣ୍ଣ ଯୁଗୀ ସେବା କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ହୁଅ ।

ଯେଉଁ ପିଲାମାନଙ୍କର ସ୍ୱଭାବରେ ଈର୍ଷାର, ଜିଦ୍ କରିବା ବା ସିଦ୍ଧ କରିବାର ଅଥବା କୌଣସି ବି ପୁରୁଣା ସଂସ୍କାରର ଖାଦ ନାହିଁ ସେମାନଙ୍କର ସ୍ୱଭାବକୁ ସୁବର୍ଣ୍ଣ ଯୁଗୀ ସ୍ୱଭାବ କୁହାଯିବ । ଏହିଭଳି ସୁବର୍ଣ୍ଣଯୁଗୀ ସ୍ୱଭାବ ଏବଂ ସର୍ବଦା ହାଁ ଜୀ କରୁଥିବା ସଂସ୍କାରଯୁକ୍ତ ଶ୍ରେଷ୍ଠ ପୁରୁଷାର୍ଥୀ ପିଲାମାନେ ଯେପରି ସମୟ ଯେପରି ସେବା, ସେହିପରି ନିଜକୁ ପରିବର୍ତ୍ତନ କରି ପ୍ରକୃତ ସୁନା ହୋଇଯାଆନ୍ତି । ଯଦି ସେବା କ୍ଷେତ୍ରରେ ମଧ୍ୟ ଅଭିମାନ ବା ଅପମାନର ଅନୁଭୂତିର ଖାଦ ନଥିବ ତେବେ କୁହାଯିବ ସୁବର୍ଣ୍ଣଯୁଗୀ ସେବାଧାରୀ ।

ସ୍ଲୋଗାନ:-
କାହିଁକି, କଣର ପ୍ରଶ୍ନକୁ ସମାପ୍ତ କରି ସର୍ବଦା ପ୍ରସନ୍ନଚିତ୍ତ ରୁହ ।