12.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଅର୍ନ୍ତମୁଖୀ ହୋଇ ୟାଦର ଅଭ୍ୟାସ କର, ଯାଞ୍ଚ କର ମୁଁ ଆତ୍ମ ଅଭିମାନୀ ଏବଂ ପରମାତ୍ମ ଅଭିମାନୀ କେତେ ସମୟ ରହିଛି ।

ପ୍ରଶ୍ନ:-
ଯେଉଁ ପିଲାମାନେ ଏକାନ୍ତକୁ ଯାଇ ଆତ୍ମ ଅଭିମାନୀ ହେବାର ଅଭ୍ୟାସ କରିଥାନ୍ତି ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
(୧) ତାଙ୍କ ମୁଖରୁ କେବେହେଲେ ଓଲଟା ପାଲଟା କଥା ବାହାରିବ ନାହିଁ । (୨) ପରସ୍ପର ଭିତରେ ଭାଇ ଭାଇର ବହୁତ ସ୍ନେହ ଥିବ । ସର୍ବଦା କ୍ଷୀରଖଣ୍ଡ ହୋଇ ରହୁଥିବେ । (୩) ଧାରଣା ମଧ୍ୟ ବହୁତ ଭଲ ହୋଇଥିବ । ତାଙ୍କ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । (୪) ତାଙ୍କର ଦୃଷ୍ଟି ବହୁତ ମିଠା ହୋଇଥିବ । କେବେହେଲେ ଦେହ ଅଭିମାନ ଆସିବ ନାହିଁ । (୫) ସେମାନେ କାହାକୁ ବି ଦୁଃଖ ଦେବେ ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କ ପ୍ରତି, କେବଳ ଆତ୍ମା କହିଲେ ଜୀବ (ଶରୀର) ଅଲଗା ହୋଇଗଲା ସେଥିପାଇଁ ଆତ୍ମିକ ପିଲାମାନଙ୍କ ପ୍ରତି ଆତ୍ମାର ପିତା ବୁଝାଉଛନ୍ତିନିଜକୁ ଆତ୍ମା ଭାବ । ଆମ ଆତ୍ମାମାନଙ୍କୁ ବାବାଙ୍କଠାରୁ ଏହି ଜ୍ଞାନ ମିଳୁଛି । ପିଲାମାନଙ୍କୁ ଦେହୀ ଅଭିମାନୀ ହୋଇ ରହିବାର ଅଛି । ବାବା ଆସିଛନ୍ତି ପିଲାମାନଙ୍କୁ ସାଥୀରେ ନେଇଯିବା ପାଇଁ । ସତ୍ୟଯୁଗରେ ତୁମେ ଆତ୍ମ ଅଭିମାନୀ ହେଉଛ ପରନ୍ତୁ ପରମାତ୍ମ ଅଭିମାନୀ ନୁହେଁ । ଏଠାରେ ତୁମେ ଆତ୍ମ ଅଭିମାନୀ ହେବା ସହ ପରମାତ୍ମ ଅଭିମାନୀ ହେଉଛ ଅର୍ଥାତ୍ ଆମେ ବାବାଙ୍କର ସନ୍ତାନ । ଏଠାରେ ଓ ସେଠାରେ ବହୁତ ଫରକ ରହିଛି । ଏଠାରେ ତ ପାଠପଢ଼ା, ସେଠାରେ ପଢ଼ିବାର କଥା ନାହିଁ । ଏଠାରେ ପ୍ରତ୍ୟେକ ନିଜକୁ ଆତ୍ମା ନିଶ୍ଚୟ କରୁଛନ୍ତି ଓ ବାବା ଆମ ଆତ୍ମାକୁ ପଢ଼ାଉଛନ୍ତି, ଏହି ନିଶ୍ଚୟରେ ରହି ଶୁଣିଲେ ବହୁତ ଭଲ ଧାରଣା ହେବ । ଆତ୍ମ ଅଭିମାନୀ ହୋଇଚାଲିବ । ଏହି ଅବସ୍ଥାରେ ସ୍ଥିତ ରହିବାର ଲକ୍ଷ୍ୟ ବହୁତ ଉଚ୍ଚ । ଶୁଣିବାକୁ ବହୁତ ସହଜ ଲାଗୁଛି । ପିଲାମାନେ ଏହି ଅନୁଭବ ଶୁଣାଅ ଯେ ଆମେ କିପରି ନିଜକୁ ଆତ୍ମା ଓ ଅନ୍ୟମାନଙ୍କୁ ବି ଆତ୍ମା ଭାବି କଥାବାର୍ତ୍ତା କରୁଛୁ । ବାବା କହୁଛନ୍ତି ମୁଁ ଯଦିଓ ଏହି ଶରୀରରେ ଅଛି ପରନ୍ତୁ ମୋର ଏହା ଅନାଦି ଅଭ୍ୟାସ । ମୁଁ ପିଲାମାନଙ୍କୁ ଆତ୍ମା ରୂପରେ ଦେଖୁଛି । ଆତ୍ମାମାନଙ୍କୁ ପଢ଼ାଉଛି । ଭକ୍ତିମାର୍ଗରେ ବି ଆତ୍ମା ଅଭିନୟ କରିଆସିଛି । ଆତ୍ମା ଅଭିନୟ କରି କରି ପତିତ ହୋଇଯାଇଛି । ଏବେ ପୁନଃ ଆତ୍ମାକୁ ପବିତ୍ର ହେବାର ଅଛି । ଯେପର୍ଯ୍ୟନ୍ତ ବାବାଙ୍କୁ ପରମାତ୍ମା ଭାବି ୟାଦ କରିନାହଁ ସେପର୍ଯ୍ୟନ୍ତ ପବିତ୍ର କିପରି ହେବ । ଏଥିରେ ପିଲାମାନଙ୍କୁ ବହୁତ ଅର୍ନ୍ତମୁଖୀ ହୋଇ ୟାଦର ଅଭ୍ୟାସ କରିବାର ଅଛି । ଜ୍ଞାନ ବହୁତ ସହଜ । ବାକି ଏହି ନିଶ୍ଚୟ ପକ୍କା ରହୁ ଯେ ଆମେ ଆତ୍ମା ପଢ଼ୁଛୁ, ବାବା ଆମକୁ ପଢ଼ାଉଛନ୍ତି, ତେବେ ଧାରଣା ବି ହେବ ଓ ଅନ୍ୟ କୌଣସି ବିକର୍ମ ହେବ ନାହିଁ । ଏପରି ନୁହେଁ, ବର୍ତ୍ତମାନ ଆମ ଦ୍ୱାରା କିଛି ବିକର୍ମ ହେଉନାହିଁ । ବିକର୍ମାଜିତ୍ ତ ଶେଷରେ ହେବ । ଭାଇ ଭାଇର ଦୃଷ୍ଟି ବହୁତ ମଧୁର ହୋଇଥାଏ । ଏଥିରେ କେବେହେଲେ ଦେହ ଅଭିମାନ ଆସିବ ନାହିଁ । ପିଲାମାନେ ବୁଝୁଛନ୍ତି ବାବାଙ୍କ ଜ୍ଞାନ ବହୁତ ଗୁହ୍ୟ । ଯଦି ସର୍ବୋଚ୍ଚ ହେବାର ଅଛି ତେବେ ଏହି ଅଭ୍ୟାସ ଭଲ ଭାବେ କରିବାକୁ ପଡିବ । ଏଥିରେ ଧ୍ୟାନ ଦେବାକୁ ପଡିବ । ଅର୍ନ୍ତମୁଖୀ ହେବା ପାଇଁ ଏକାନ୍ତ ଦରକାର । ଏଠାରେ ଯେପରି ଏକାନ୍ତ, ଘରେ କର୍ମଧନ୍ଦାରେ ମିଳିବ ନାହିଁ । ଏଠାରେ ତୁମେ ଏହି ଅଭ୍ୟାସ ବହୁତ ଭଲ ଭାବେ କରିପାରିବ । ଆତ୍ମାକୁ ଦେଖିବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କର ଏହି ଅଭ୍ୟାସ ଏଠାରେ କରିଲେ ଅଭ୍ୟାସ ପଡିଯିବ । ନିଜର ଚାର୍ଟ ବି ରଖିବା ଦରକାରକେତେ ଆତ୍ମ ଅଭିମାନୀ ହୋଇଛୁ ? ଆମେ ଆତ୍ମାମାନଙ୍କୁ ଶୁଣାଉଛୁ, ଆତ୍ମା ସହ କଥାବାର୍ତ୍ତା ହେଉଛୁ । ଏହି ଅଭ୍ୟାସ ବହୁତ ଭଲ ଭାବେ କରିବା ଦରକାର । ପିଲାମାନେ ଭାବୁଥିବେ ଏହି କଥା ତ ଠିକ୍ । ଆମେ ଦେହ ଅଭିମାନରୁ ମୁକ୍ତ ହୋଇ ଆତ୍ମ ଅଭିମାନୀ ହୋଇଯାଉ, ଧାରଣ କରି ଅନ୍ୟମାନଙ୍କୁ କରାଉଥାଉ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାର ପ୍ରୟାସଏହି ଚାର୍ଟ ବହୁତ ଗୁହ୍ୟ । ବଡ ବଡ ମହାରଥୀ ବି ଭାବୁଥିବେ ବାବା ଯାହା ଦିନ ପ୍ରତିଦିନ ବିଷୟବସ୍ତୁ ଦେଉଛନ୍ତି ବିଚାର ସାଗର ମନ୍ଥନ କରିବା ପାଇଁ, ଏହା ତ ବହୁତ ବଡ ବିଚାର ବିନ୍ଦୁ । ତାପରେ କେବେହେଲେ ମୁଖରୁ କୌଣସି ଓଲଟ ପାଲଟ ଅକ୍ଷର ବାହାରିବ ନାହିଁ । ଭାଇ ଭାଇ ସମ୍ବନ୍ଧରେ ପରସ୍ପର ବହୁତ ସ୍ନେହ ହୋଇଯିବ । ଆମେ ସବୁ ଈଶ୍ୱରଙ୍କ ସନ୍ତାନ । ବାବାଙ୍କର ମହିମାକୁ ତ ଜାଣିଛ । କୃଷ୍ଣଙ୍କ ମହିମା ଅଲଗା, ତାଙ୍କୁ କୁହାଯାଏ ସର୍ବଗୁଣ ସମ୍ପନ୍ନ... ପରନ୍ତୁ କୃଷ୍ଣଙ୍କ ପାଖକୁ ଏସବୁ ଗୁଣ କୁଆଡୁ ଆସିଲା ? ତାଙ୍କର ମହିମା ଯଦିଓ ଅଲଗା, ପରନ୍ତୁ ସର୍ବଗୁଣ ସମ୍ପନ୍ନ ଜ୍ଞାନ ସାଗର ବାବାଙ୍କ ଦ୍ୱାରା ହେଲେ ନା । ନିଜକୁ ବହୁତ ଯାଞ୍ଚ କରିବାର ଅଛି, ପ୍ରତି ପାଦରେ ପୁରା ହିସାବ କିତାବ ରଖିବାକୁ ହେବ । ବ୍ୟାପାରୀମାନେ ସାରା ଦିନର ହିସାବ କିତାବ (ମୁରାଦୀ) ରାତିରେ ଦେଖିଥାନ୍ତି । ଏହା ତୁମର ମଧ୍ୟ ବ୍ୟାପାର ଅଟେ ନା । ରାତିକୁ ଯାଞ୍ଚ କର ମୁଁ ସମସ୍ତଙ୍କୁ ଭାଇ ଭାଇ ଭାବି କଥା ହୋଇଛି ? କାହାକୁ ଦୁଃଖ ଦେଇନାହିଁ ତ ? କାହିଁକିନା ତୁମେ ଜାଣିଛ ଆମେ ସବୁ ଭାଇ କ୍ଷୀର ସାଗରକୁ ଯାଉଛୁ । ଏହା ତ ବିଷୟ ସାଗର । ତୁମେ ଏବେ ନା ରାବଣ ରାଜ୍ୟରେ, ନା ରାମ ରାଜ୍ୟରେ ଅଛ ? ତୁମେ ମଝିରେ ଅଛ ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବା ଉଚିତ୍ । ଦେଖିବାର ଅଛି ମୁଁ କେତେ ଭାଇ ଭାଇ ଦୃଷ୍ଟି ପକ୍କା କଲି ? ଆମେ ସବୁ ଆତ୍ମା ପରସ୍ପର ଭାଇ ଭାଇ, ମୁଁ ଏହି ଶରୀର ଦ୍ୱାରା ଅଭିନୟ କରୁଛି । ଆତ୍ମା ଅବିନାଶୀ, ଶରୀର ବିନାଶୀ, ମୁଁ ୮୪ ଜନ୍ମର ପାର୍ଟ କରୁଛି । ଏବେ ବାବା ଆସିଛନ୍ତି, କହୁଛନ୍ତି ମାମେକମ୍ ୟାଦ କର, ନିଜକୁ ଆତ୍ମା ଭାବ । ଆତ୍ମା ଭାବିଲେ ଭାଇ ଭାଇ ହୋଇଯାଆନ୍ତି । ଏହା ବାବା ବୁଝାଉଛନ୍ତି । ବାବାଙ୍କ ବ୍ୟତୀତ ଅନ୍ୟ କାହାର ଏଭଳି ପାର୍ଟ ନାହିଁ । ପ୍ରେରଣା ଆଦିର କୌଣସି କଥା ନାହିଁ । ଯେପରି ଟିଚର ବସି ବୁଝାଉଛନ୍ତି, ସେପରି ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଏହା ବିଚାର କରିବାର କଥା, ଏଥିପାଇଁ ସମୟ ଦେବାକୁ ପଡିବ । ବାବା ଧନ୍ଦା ଆଦି କରିବା ପାଇଁ କହିଦେଲେ କିନ୍ତୁ ୟାଦର ଯାତ୍ରା ବି ଜରୁରୀ । ସେଥିପାଇଁ ମଧ୍ୟ ସମୟ ବାହାର କରିବା ଦରକାର । ସେବା ମଧ୍ୟ ସମସ୍ତଙ୍କର ଭିନ୍ନ ଭିନ୍ନ ଅଟେ । କେହି ବହୁତ ସମୟ ବାହାର କରିପାରୁଛନ୍ତି । ମାଗାଜିନ୍ ବି ଯୁକ୍ତିର ସହ ଲେଖିବାର ଅଛି ଯେ ଏଠାରେ ଏପରି ବାବାଙ୍କୁ ୟାଦ କରିବାର ଅଛି । ପରସ୍ପରକୁ ଭାଇ ଭାଇ ଦୃଷ୍ଟିରେ ଦେଖିବାର ଅଛି ।

ବାବା ଆସି ସବୁ ଆତ୍ମାମାନଙ୍କୁ ପଢ଼ାଉଛନ୍ତି । ଆତ୍ମାରେ ଦୈବୀଗୁଣର ସଂସ୍କାର ଏବେ ଭରିବାର ଅଛି । ମନୁଷ୍ୟ ପଚାରୁଛନ୍ତି ଭାରତର ପ୍ରାଚୀନ ଯୋଗ କଣ ? ତୁମେ ବୁଝାଇପାରିବ ପରନ୍ତୁ ବର୍ତ୍ତମାନ ତୁମର ସଂଖ୍ୟା ବହୁତ କମ୍, ତୁମର ଏପର୍ଯ୍ୟନ୍ତ ପ୍ରସିଦ୍ଧ ହୋଇନାହିଁ । ଈଶ୍ୱର ଯୋଗ ଶିଖାଉଛନ୍ତି । ନିଶ୍ଚିତ ସେମାନଙ୍କର ସନ୍ତାନ ବି ଥିବେ । ଏକଥା ସେମାନେ ହିଁ ଜାଣିଥିବେ ଏହା କାହାକୁ ଜଣାନାହିଁ । ନିରାକାର ବାବା କିପରି ଆସି ପଢ଼ାଉଛନ୍ତି, ନିଜେ ବି ବୁଝାଉଛନ୍ତି ମୁଁ କଳ୍ପ କଳ୍ପ ସଙ୍ଗମଯୁଗରେ ଆସି ନିଜେ ବତାଉଛି ଯେ ମୁଁ ଏପରି ଆସୁଛି । କାହା ଶରୀରରେ ଆସୁଛି, ଏଥିରେ ଦ୍ୱନ୍ଦରେ ପଡିବାର କିଛି କଥା ନାହିଁ । ଏହା ପୂର୍ବ ନିର୍ମିତ ଡ୍ରାମା । ଏକ ମୁଁ ହିଁ ଆସୁଛି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛି । ସେ ପ୍ରଥମେ ମୁରବୀ ସନ୍ତାନ ହେଉଛନ୍ତି । ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରୁଛନ୍ତି । ପୁଣି ସେ ହିଁ ପ୍ରଥମ ନମ୍ବରରେ ଆସୁଛନ୍ତି । ଏହି ଚିତ୍ରରେ ବହୁତ ଭଲ ଜ୍ଞାନ ରହିଛି । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା କିପରି ହୁଅନ୍ତିଏହା ଅନ୍ୟ କେହି ବୁଝାଇପାରିବେ ନାହିଁ । ବୁଝାଇବାର ଯୁକ୍ତି ଦରକାର । ଏବେ ତୁମେ ଜାଣିଛ ବାବା କିପରି ଦେବତା ଧର୍ମର ସ୍ଥାପନା କରୁଛନ୍ତି, ଚକ୍ର କିପରି ଘୁରୁଛି, ଏହି କଥାକୁ ଅନ୍ୟ କେହି ଜାଣିପାରିବେ ନାହିଁ । ବାବା କହୁଛନ୍ତି ଏହିପରି ବହୁତ ଯୁକ୍ତିରେ ଲେଖ । କିଏ ଯଥାର୍ଥ ଯୋଗ ଶିଖାଇପାରିବେଏହା ଜଣାପଡିଯିବ ତେବେ ତୁମ ପାଖକୁ ବହୁତ ଆସିବେ । ଏତେ ବଡ ବଡ ଯେଉଁ ଆଶ୍ରମ ଅଛି, ସମସ୍ତଙ୍କ ସ୍ଥିତି ହଲଚଲ ହୋଇଯିବ । ଏହା ପଛରେ ହେବ, ତାପରେ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ ଏତେ ସବୁ ସଂସ୍ଥା ଭକ୍ତିମାର୍ଗର ରହିଛି । ଗୋଟିଏ ବି ଜ୍ଞାନମାର୍ଗର ନୁହେଁ । ତେବେ ଯାଇ ତୁମର ବିଜୟ ହେବ । ତୁମେ ଜାଣିଛ ପ୍ରତି ୫ ହଜାର ବର୍ଷ ପରେ ବାବା ଆସୁଛନ୍ତି । ବାବାଙ୍କ ଦ୍ୱାରା ତୁମେ ଶିଖୁଛ, ଅନ୍ୟମାନଙ୍କୁ ବି ଶିଖାଉଛ । କାହାକୁ କିପରି ଲିଖିତ ଭାବେ ବୁଝାଇବାକୁ ହେବଏହି ଯୁକ୍ତି ପ୍ରତି କଳ୍ପରେ ଯୁକ୍ତି ବାହାରୁଛି, ଯଦ୍ୱାରା ବହୁତଙ୍କୁ ଜଣାପଡିଯିବ । ବାବାଙ୍କ ବ୍ୟତୀତ ଏକ ଧର୍ମର ସ୍ଥାପନା ଅନ୍ୟ କେହି କରିପାରିବେ ନାହିଁ । ତୁମେ ଜାଣିଛ ସେପଟେ ରାବଣ, ଏପଟେ ରାମ । ରାବଣ ଉପରେ ତୁମେ ବିଜୟ ପ୍ରାପ୍ତ କରୁଛ । ସେମାନେ ସବୁ ରାବଣ ସମ୍ପ୍ରଦାୟ । ତୁମେ ଈଶ୍ୱରୀୟ ସମ୍ପ୍ରଦାୟ ବହୁତ କମ୍ ଅଛ । ଭକ୍ତିର କେତେ ଶୋ ରହିଛି । ଯେଉଁ ଯେଉଁଠି ପାଣି ଅଛି ସେଠାରେ ମେଳା ଲାଗୁଛି । କେତେ ଖର୍ଚ୍ଚ କରୁଛନ୍ତି । କେତେ ବୁଡି ମଧ୍ୟ ମରିଯାଉଛନ୍ତି । ଏଠାରେ ଏପରି କଥା ନାହିଁ । ତଥାପି ମଧ୍ୟ ବାବା କହୁଛନ୍ତି ଆଶ୍ଚର୍ଯ୍ୟବତ୍ ମୋତେ ଚିହ୍ନନ୍ତି, ଶୁଣନ୍ତି, ଶୁଣାନ୍ତି, ପବିତ୍ର ରହନ୍ତି ତଥାପି ଅହୋ ମାୟା ତୋଦ୍ୱାରା ହାରନ୍ତି । ପ୍ରତିକଳ୍ପ ଏପରି ହେଉଛି । ହାରି ଯାଇଥାଆନ୍ତି । ମାୟା ସାଥିରେ ଯୁଦ୍ଧ ହେଉଛି । ମାୟାର ପ୍ରଭାବ ରହିଛି । ଭକ୍ତିମାର୍ଗ ମଧ୍ୟ ଟଳମଳ ହେବ । ଅଧାକଳ୍ପ ତୁମେ ପ୍ରାରବ୍ଧ ଭୋଗ କରୁଛ ପୁଣି ରାବଣ ରାଜ୍ୟରେ ଭକ୍ତି ଆରମ୍ଭ ହେଉଛି । ତାର ଲକ୍ଷଣମାନ ବି ରହିଛି, ବିକାରୀ ହେବା ପରେ ନିଜକୁ ଦେବତା କହିପାରିବେ ନାହିଁ । କିପରି ବିକାରୀ ହେଉଛନ୍ତି, ଏହା ଦୁନିଆରେ କେହି ଜାଣନ୍ତି ନାହିଁ । ଶାସ୍ତ୍ରରେ ଲେଖାଯାଇଛି ବାମମାର୍ଗରେ ଗଲୁ । କେବେ ଗଲ ଏହା ବୁଝନ୍ତି ନାହିଁ । ଏସବୁ କଥା ଭଲ ଭାବେ ବୁଝି ବୁଝାଇବାର ଅଛି । ଏସବୁ କଥା ନିଶ୍ଚୟବୁଦ୍ଧି ହେଲେ ହିଁ ବୁଝିବେ । ତାଙ୍କର ଆକର୍ଷଣ ରହିବ, କହିବେ ଏପରି ବାବାଙ୍କ ସହ ମୋତେ ମିଶାଇଦିଅ । ପରନ୍ତୁ ପ୍ରଥମେ ଦେଖ ଘରକୁ ଯିବା ପରେ ସେହି ନିଶା ରହୁଛି ? ନିଶ୍ଚୟବୁଦ୍ଧି ରହୁଛନ୍ତି ? ଯଦି ମନେପଡିବ, ଚିଠି ଲେଖିବେ, ଆପଣ ମୋର ସତ୍ୟ ପିତା, ଆପଣଙ୍କଠାରୁ ଶ୍ରେଷ୍ଠ ବର୍ସା ମିଳୁଛି, ଆପଣଙ୍କ ସହ ମିଶିବା ବିନା ଆମେ ରହିପାରିବୁ ନାହିଁ । ନିର୍ବନ୍ଧ ପରେ ମିଶିବା ହୁଏ । ନିର୍ବନ୍ଧ ପରେ ମିଶିବା ପାଇଁ ଛଟପଟ ହୁଅନ୍ତି । ତୁମେ ଜାଣିଛ ଆମର ବେହଦ ବାବା ଟିଚର ସାଜନ ଆଦି ସବୁକିଛି ଅଟନ୍ତି । ଅନ୍ୟ ସମସ୍ତଙ୍କଠାରୁ ଦୁଃଖ ମିଳୁଛି, ତା ବଦଳରେ ବାବା ସୁଖ ଦେଉଛନ୍ତି । ସେଠାରେ ବି ସମସ୍ତେ ସୁଖ ଦିଅନ୍ତି । ବର୍ତ୍ତମାନ ତୁମେ ସୁଖର ସମ୍ବନ୍ଧରେ ବାନ୍ଧି ହେଉଛ ।

ଏହା ପୁରୁଷୋତ୍ତମ ହେବାର ପୁରୁଷୋତ୍ତମ ଯୁଗ । ମୂଳ କଥାନିଜକୁ ଆତ୍ମା ଭାବ, ବାବାଙ୍କୁ ସ୍ନେହରେ ୟାଦ କର । ୟାଦ ଦ୍ୱାରା ଖୁସିର ପାରଦ ଚଢ଼ିବ । ଆମେ ସବୁଠାରୁ ଅଧିକ ଭକ୍ତି କରିଛୁ । ବହୁତ ଧକ୍କା ଖାଇଛୁ । ଏବେ ବାବା ଆସିଛନ୍ତି ଫେରାଇ ନେବାକୁ ତେଣୁ ନିଶ୍ଚିତ ରୂପେ ପବିତ୍ର ହେବାକୁ ପଡିବ । ଦୈବୀଗୁଣ ଧାରଣ କରିବାକୁ ହେବ । ହିସାବକିତାବ ରଖ ସାରା ଦିନରେ କେତେ ଜଣଙ୍କୁ ବାବାଙ୍କ ପରିଚୟ ଦେଲି ? ବାବାଙ୍କ ପରିଚୟ ଦେବା ବିନା ସୁଖ ମିଳିବ ନାହିଁ, ମନ ଛଟପଟ ହେବ । ଯଜ୍ଞରେ ବହୁତ ବିଘ୍ନ ପଡୁଛି, ମାଡ ଖାଉଛନ୍ତି । ଅନ୍ୟ କୌଣସି ସତସଙ୍ଗ ନାହିଁ ଯେଉଁଠି ପବିତ୍ରତାର କଥା ଅଛି । ଏଠାରେ ତୁମେ ପବିତ୍ର ହେଉଛ ତେଣୁ ଅସୁରମାନେ ବିଘ୍ନ ପକାଉଛନ୍ତି । ପାବନ ହୋଇ ଘରକୁ ଯିବାର ଅଛି । ଆତ୍ମା ସଂସ୍କାର ନେଇଯାଉଛି । କହନ୍ତି ଯୁଦ୍ଧ କ୍ଷେତ୍ରରେ ମରିଲେ ସ୍ୱର୍ଗକୁ ଯିବେ ସେଥିପାଇଁ ଖୁସିରେ ଲଢ଼େଇ କରନ୍ତି । ତୁମ ପାଖକୁ କମାଣ୍ଡର, ମେଜର, ସିପାହୀ ଆଦି ଚତୁର୍ଦ୍ଦିଗକୁ ଆସୁଛନ୍ତି । ସ୍ୱର୍ଗକୁ କିପରି ଯିବେ ? ଯୁଦ୍ଧ କ୍ଷେତ୍ରରେ ମିତ୍ର ସମ୍ବନ୍ଧୀ ମନେପଡୁଛନ୍ତି । ଏବେ ବାବା ବୁଝାଉଛନ୍ତି ସମସ୍ତଙ୍କୁ ଫେରିଯିବାର ଅଛି । ନିଜକୁ ଆତ୍ମା ଭାବ, ଭାଇ ଭାଇ ଭାବ । ବାବାଙ୍କୁ ୟାଦ କର । ଯିଏ ଯେତେ ପୁରୁଷାର୍ଥ କରିବେ ସେତେ ଉଚ୍ଚପଦ ପାଇବେ । ସେମାନେ କହନ୍ତି ଆମେ ଭାଇ ଭାଇ । ପରନ୍ତୁ ଅର୍ଥ ଜାଣନ୍ତି ନାହିଁ । ବାବାଙ୍କୁ ଜାଣନ୍ତି ନାହିଁ ।

ଲୋକମାନେ ବୁଝୁଛନ୍ତି ଆମେ ନିଷ୍କାମ ସେବା କରୁଛୁ । ଆମକୁ ଫଳର ଇଚ୍ଛା ନାହିଁ । ପରନ୍ତୁ ଫଳ ତ ନିଶ୍ଚିତ ମିଳିବ । ଏକମାତ୍ର ବାବା ହିଁ ନିଷ୍କାମ ସେବା କରୁଛନ୍ତି । ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କର କେତେ ଗ୍ଲାନି କରିଛୁ । ଦେବତାମାନଙ୍କର ବି ଗ୍ଲାନି କରିଛୁ । ଏବେ ଦେବତାମାନେ କାହାକୁ ହିଂସା ତ କରିବେ ନାହିଁ । ତୁମେ ଏଠାରେ ଡବଲ୍ ଅହିଂସକ ହେଉଛ । ନା କାମ କଟୁରୀ ଚଳାଅ, ନା କ୍ରୋଧ କର । କ୍ରୋଧ ବି ବଡ ବିକାର । କହୁଛ ପିଲାମାନଙ୍କ ଉପରେ ବହୁତ କ୍ରୋଧ କଲି । ବାବା ବୁଝାଉଛନ୍ତି ଥାପଡ ଆଦି କେବେ ହେଲେ ମାରନାହିଁ । ସେ ବି ଭାଇ, ତାଙ୍କଠାରେ ବି ଆତ୍ମା ଅଛି । ଆତ୍ମା ଛୋଟ ବଡ ହୁଏ ନାହିଁ । ଇଏ ପୁଅ ନୁହେଁ ପରନ୍ତୁ ତୁମର ଛୋଟ ଭାଇ । ଆତ୍ମା ଭାବିବା ଉଚିତ୍ । ଛୋଟ ଭାଇକୁ ମାରିବା ଅନୁଚିତ୍ ସେଥିପାଇଁ କୃଷ୍ଣଙ୍କୁ ଓଖରୀ (ଦଧିମନ୍ଥନ ଖମ୍ବ)ରେ ବାନ୍ଧିବାର ଦେଖାନ୍ତି । ବାସ୍ତବରେ ଏପରି କଥା ନୁହେଁ । ଏହା ବିଭିନ୍ନ ପ୍ରକାରର ଶିକ୍ଷା । ବାକି କୃଷ୍ଣଙ୍କର ଲହୁଣୀ କଣ ଦରକାର ଅଛି । ଓଲଟା ଚୋରୀର ମହିମା କରନ୍ତି । ତୁମେ ତ ବାସ୍ତବରେ ଯଥାର୍ଥ ରୂପେ ମହିମା କରୁଛ, ତୁମେ କହିବ ସେ ତ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ । ପରନ୍ତୁ ଏହି ଗ୍ଲାନି ମଧ୍ୟ ବି ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଏବେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ବାବା ଆସି ସତ୍ତୋପ୍ରଧାନ କରୁଛନ୍ତି । ଶିକ୍ଷକ ବେହଦର ପିତା ହିଁ ଅଟନ୍ତି । ତାଙ୍କ ମତରେ ଚାଲିବାକୁ ହେବ । ଏହି ବିଷୟ ସବୁଠାରୁ କଷ୍ଟ । ତୁମେ କେତେ ଉଚ୍ଚପଦ ପାଉଛ । ଯଦି ସହଜ ହେବ ତେବେ ସମସ୍ତେ ପରୀକ୍ଷା ଦେବାରେ ଲାଗିଯିବେ । ଏଥିରେ ବହୁତ ମେହେନତ ରହିଛି । ଦେହ ଅଭିମାନ ଆସିଲେ ବିକର୍ମ ହେବ ସେଥିପାଇଁ ଲାଜକୁଳି ଲତାର ଦୃଷ୍ଟାନ୍ତ ଦିଅନ୍ତି । ବାବାଙ୍କୁ ୟାଦ କଲେ ତୁମେ ସ୍ଥିର ହୋଇଯିବ । ବାବାଙ୍କୁ ଭୁଲିଲେ କିଛି ନା କିଛି ଭୁଲ୍ ହୋଇଯିବ । ପଦ ବି କମ୍ ହୋଇଯିବ । ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି, ଏହି ଶିକ୍ଷା ପରେ ହିଁ ଗୀତା ତିଆରି ହୋଇଛି । ଗରୁଡ ପୁରାଣରେ ରୋଚକ କଥା ଲେଖାଯାଇଛି, ଯଦ୍ୱାରା ମନୁଷ୍ୟକୁ ଡର ଲାଗିବ । ରାବଣ ରାଜ୍ୟରେ ପାପ ତ ହୁଏ କାହିଁକିନା କଣ୍ଟାର ଜଙ୍ଗଲ । ବାବା କହୁଛନ୍ତି ଦୃଷ୍ଟିକୁ ପରିବର୍ତ୍ତନ କର । ବହୁତ ସମୟରୁ ଶରୀର ଅଭିମାନରେ ଅଛ ସେଥିପାଇଁ ଶରୀର ପ୍ରତି ସ୍ନେହ ଚାଲିଯାଉଛି । ବିନାଶୀ ଜିନିଷକୁ ସ୍ନେହ କଲେ କଣ ଫାଇଦା ? ଅବିନାଶୀ ସହ ସ୍ନେହ ରଖିଲେ ଅବିନାଶୀ ହୋଇଯାଆନ୍ତି । ପିଲାମାନଙ୍କୁ ଏହି ନିର୍ଦ୍ଦେଶ ମିଳିଛିଉଠି ବସି ଚାଲି ବୁଲି ବାବାଙ୍କୁ ୟାଦ କର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶରୀର ବିନାଶୀ ଅଟେ, ତାହାଠାରୁ ସ୍ନେହ ତୁଟାଇ ଅବିନାଶୀ ଆତ୍ମାକୁ ସ୍ନେହ କରିବାକୁ ହେବ । ଅବିନାଶୀ ବାବାଙ୍କୁ ୟାଦ କରିବାକୁ ହେବ । ଆମେ ଆତ୍ମା ଭାଇ ଭାଇ ଅଟୁ, ମୁଁ ଭାଇ ସହିତ କଥା ହେଉଛିଏହିଭଳି ଅଭ୍ୟାସ କରିବାକୁ ହେବ ।

(୨) ବିଚାର ସାଗର ମନ୍ଥନ କରି ନିଜର ଅବସ୍ଥାକୁ ଏଭଳି ରଖିବାକୁ ହେବ ଯାହାକି ମୁଖରୁ କେବେହେଲେ ଓଲଟା ପାଲଟା ବାଣୀ ବାହାରିବ ନାହିଁ । ପ୍ରତି ପାଦରେ ନିଜର ଅବସ୍ଥାକୁ ଯାଞ୍ଚ କରିବାକୁ ହେବ ।


ବରଦାନ:-
ଈଶ୍ୱରୀୟ ସଂଗମରେ ରହି ଓଲଟା ସଂଗ ବା କୁସଂଗର ପ୍ରଭାବରୁ ମୁକ୍ତ ରହୁଥିବା ସଦାକାଳର ସତସଂଗୀ ହୁଅ ।

କିଏ କିପରି ବି ଖରାପ ସଂଗ ହୋଇଥାଉ କିନ୍ତୁ ତୁମର ଶ୍ରେଷ୍ଠ ସଂଗ ତାହା ତୁଳନାରେ ଅନେକ ଗୁଣା ଶକ୍ତିଶାଳୀ ଅଟେ । ଈଶ୍ୱରୀୟ ସଂଗ ତୁଳନାରେ ସେହି ସଂଗ କିଛି ବି ନୁହେଁ, ସମ୍ପୂର୍ଣ୍ଣ ଦୁର୍ବଳ ଅଟେ । କିନ୍ତୁ ଯେତେବେଳେ ନିଜେ ଦୁର୍ବଳ ହୋଇଯାଉଛ ସେତେବେଳେ କୁସଂଗର ପ୍ରଭାବ ପଡିଯାଉଛି । ଯେଉଁମାନେ ସର୍ବଦା ଏକମାତ୍ର ବାବାଙ୍କର ସଂଗରେ ରହିଥାଆନ୍ତି ଅର୍ଥାତ୍ ସଦାକାଳର ସତ୍ସଂଗୀ ଅଟନ୍ତି ସେମାନେ ଅନ୍ୟ କୌଣସି ସଂଗର ରଙ୍ଗରେ ପ୍ରଭାବିତ ହୋଇପାରିବେ ନାହିଁ । ବ୍ୟର୍ଥ କଥାବାର୍ତ୍ତା, ବ୍ୟର୍ଥ ସଂଗ ଅଥାତ୍ କୁସଂଗ ସେମାନଙ୍କୁ ଆକର୍ଷିତ କରିପାରିବ ନାହିଁ ।

ସ୍ଲୋଗାନ:-
ଖରାପକୁ ମଧ୍ୟ ଭଲରେ ପରିବର୍ତ୍ତନ କରୁଥିବା ଆତ୍ମା ହିଁ ପ୍ରସନ୍ନଚିତ୍ତ ରହିପାରିବେ ।