12/03/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ତୁମେମାନେ ବାବାଙ୍କର ହାତ ଧରିଛ, ସେଥିପାଇଁ ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବାବାଙ୍କୁ ସ୍ମରଣ କରି-କରି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ”

ପ୍ରଶ୍ନ:-

ତୁମମାନଙ୍କ ଭିତରେ କେଉଁ ଉତ୍ସାହ ରହିବା ଦରକାର? ସିଂହାସନ ଅଧିକାରୀ ହେବାର ଉପାୟ କ’ଣ ?

ଉତ୍ତର:-

ସବୁବେଳେ ଏହି ଉମଙ୍ଗ-ଉତ୍ସାହ ରହୁ ଯେ ଜ୍ଞାନର ସାଗର ବାବା ଆମକୁ ପ୍ରତିଦିନ ଜ୍ଞାନ ରତ୍ନର ଥାଳି ଭରପୁର କରି ଦେଉଛନ୍ତି । ତେଣୁ ଯେତେଯେତେ ଆମେ ଯୋଗଯୁକ୍ତ ସ୍ଥିତିରେ ରହିବା ଆତ୍ମାର ବୁଦ୍ଧି କଞ୍ଚନ ଅର୍ଥାତ୍ ପବିତ୍ର ହୋଇଯିବ । ଏହି ଅବିନାଶୀ ଜ୍ଞାନ ରତ୍ନ ହିଁ ସଙ୍ଗରେ ଯାଇଥାଏ । ସିଂହାସନ ଅଧିକାରୀ ହେବା ପାଇଁ ମାତା-ପିତା ଅର୍ଥାତ୍ ବ୍ରହ୍ମାବାବା ଏବଂ ଶିବବାବାଙ୍କୁ ସମ୍ପୂର୍ଣ୍ଣ ରୂପରେ ଅନୁକରଣ କର, ତାଙ୍କ ଶ୍ରୀମତ ଅନୁସାରେ ଚାଲ, ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କର ।

ଓମ୍ ଶାନ୍ତି । ଆତ୍ମିକ ସନ୍ତାନମାନେ ଏବେ କେଉଁଠି ବସିଛ ? ତେବେ କହିବେ ଆତ୍ମିକ ପିତାଙ୍କର ବିଶ୍ୱବିଦ୍ୟାଳୟ ଅଥବା ପାଠଶାଳାରେ ବସିଛୁ । ଏକଥା ମଧ୍ୟ ବୁଦ୍ଧିରେ ଅଛି ଯେ ଆମେ ଆତ୍ମିକ ପିତାଙ୍କ ସମ୍ମୁଖରେ ବସିଛୁ, ସେହି ବାବା ଆମମାନଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ଅର୍ଥାତ୍ ଭାରତର ଉତ୍ଥାନ ଏବଂ ପତନ କିପରି ହୁଏ, ଏକଥା କହୁଛନ୍ତି । ଭାରତ ଯାହା ପବିତ୍ର ଥିଲା ତାହା ଏବେ ପତିତ ହୋଇଯାଇଛି । ଭାରତ ମଉଡମଣୀ ଥିଲା ପୁଣି କିଏ ଏହା ଉପରେ ବିଜୟପ୍ରାପ୍ତ କରିଲା ? ରାବଣ । ରାଜ୍ୟପଦକୁ ହରାଇଲ ତେଣୁ ପତନ ବୋଲି କୁହାଯିବ ନା । ଏଠାରେ ଏବେ କେହି ରାଜା ତ ନାହାଁନ୍ତି । ଯଦି ବି ଥିବେ ତେବେ ପତିତ ହିଁ ଥିବେ । ଏହି ଭାରତରେ ସ୍ୱର୍ଯ୍ୟବଂଶୀ ମହାରାଜା-ମହାରାଣୀ ଥିଲେ । ସୂର୍ଯ୍ୟବଂଶୀ ମହାରାଜାମାନେ ଏବଂ ଚନ୍ଦ୍ରବଂଶୀ ରାଜାମାନେ ଥିଲେ । ଏହି କଥା ଏବେ ତୁମମାନଙ୍କ ବୁଦ୍ଧିରେ ଅଛି । ଦୁନିଆରେ ଏକଥା କେହି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଆମର ଆତ୍ମିକ ପିତା ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଏବେ ଆତ୍ମିକ ପିତାଙ୍କର ହାତ ଧରିଛୁ । ଯଦିଓ ଆମେ ଗୃହସ୍ଥ ବ୍ୟବହାରରେ ରହୁଛୁ କିନ୍ତୁ ବୁଦ୍ଧିରେ ଅଛି ଯେ ଆମେ ଏବେ ସଂଗମଯୁଗରେ ଆସି ଉପସ୍ଥିତ ହୋଇଛୁ । ଏବେ ପତିତ ଦୁନିଆରୁ ଆମେ ପବିତ୍ର ଦୁନିଆକୁ ଯାଉଛୁ । କଳିଯୁଗ ପତିତ ଯୁଗ, ସତ୍ୟଯୁଗ ପବିତ୍ର ଯୁଗ । ପତିତ ମନୁଷ୍ୟ ପବିତ୍ର ମନୁଷ୍ୟମାନଙ୍କ ଆଗରେ ଯାଇ ନମସ୍କାର କରୁଛନ୍ତି । ସେମାନେ ମଧ୍ୟ ଭାରତର ମନୁଷ୍ୟ ଅଟନ୍ତି । କିନ୍ତୁ ସେମାନେ ଦୈବୀଗୁଣଯୁକ୍ତ ଅଟନ୍ତି । ଏବେ ତୁମେମାନେ ଜାଣୁଛ ଯେ ବାବାଙ୍କ ଦ୍ୱାରା ଆମେ ମଧ୍ୟ ଏହିଭଳି ଦୈବୀଗୁଣ ଧାରଣ କରୁଛୁ । ସତ୍ୟଯୁଗରେ ତୁମେମାନେ ଏଭଳି ପରୁଷାର୍ଥ କରିବ ନାହିଁ । ସେଠାରେ ତ ପ୍ରାରବ୍ଧ ମିଳିବ । ଏହିଠାରେ ହିଁ ପୁରୁଷାର୍ଥ କରି ତୁମମାନଙ୍କୁ ଦୈବୀଗୁଣ ଧାରଣ କରିବାକୁ ହେବ । ସେଥିପାଇଁ ସବୁବେଳେ ନିଜକୁ ଯାଞ୍ଚ କରିବା ଦରକାର ଯେ ଆମେ ବାବାଙ୍କୁ କେତେ ସମୟ ମନେ ପକାଇ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛୁ ? ତେବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ସତ୍ତ୍ୱପ୍ରଧାନ ହେବ । ବାବା ତ’ ସର୍ବଦା ପବିତ୍ର ଅଟନ୍ତି । ଏବେ ହେଲା ପତିତ ଦୁନିଆ, ପତିତ ଭାରତ । ପବିତ୍ର ଦୁନିଆରେ ପବିତ୍ର ଭାରତ ଥିଲା । ତୁମ ପାଖକୁ ପ୍ରଦର୍ଶନୀ ଆଦିକୁ ଭିନ୍ନ ଭିନ୍ନ ପ୍ରକାରର ମନୁଷ୍ୟ ଆସୁଛନ୍ତି । କେହି କେହି କହୁଛନ୍ତି ଯେପରି ଭୋଜନ ଜରୁରୀ ସେହିପରି ଏହି ବିକାର ମଧ୍ୟ ଭୋଜନ ଅଟେ । ଏହା ବିନା ଆମେ ମରିଯିବୁ । ପ୍ରକୃତରେ ଏପରି କଥା ତ’ ଠିକ୍ ନୁହେଁ । ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି ତେବେ ସେମାନେ କ’ଣ ମରିଯାଉଛନ୍ତି! ଏଭଳି ଯେଉଁମାନେ କହୁଛନ୍ତି ବୁଝିବାକୁ ହେବ ଯେ ସେମାନେ ଅଜାମିଳ ଭଳି ପାପୀ ହୋଇଥିବେ ସେଥିପାଇଁ ଏପରି କହୁଛନ୍ତି । ତେବେ ତାଙ୍କୁ କହିବା ଦରକାର କ’ଣ ଏହା ବିନା ତୁମେ ମରିଯିବ ଯାହାକୁ ତୁମେମାନେ ଭୋଜନ ସହିତ ତୁଳନା କରୁଛ । ତେବେ ସ୍ୱର୍ଗରେ ଯେଉଁମାନେ ଆସିବେ ସେମାନେ ସତ୍ତ୍ୱପ୍ରଧାନ ଅର୍ଥାତ୍ ପବିତ୍ର ନିଶ୍ଚୟ ହେବେ । ପୁଣି ପରେ ସତ୍ତ୍ୱ, ରଜୋ, ତମୋକୁ ଆସିବେ । ଯେଉଁମାନେ ପଛରେ ଅର୍ଥାତ୍ ଦ୍ୱାପର ଓ କଳିଯୁଗରେ ଆସୁଛନ୍ତି ସେମାନେ ନିର୍ବିକାରୀ ଦୁନିଆ ତ ଦେଖି ନାହାଁନ୍ତି । ତେଣୁ ସେହି ଆତ୍ମମାନେ ହିଁ ଏପରି କଥା କହିବେ ଯେ ଆମେ ଏହା ବିନା ରିହପାରିବୁ ନାହିଁ । ଯେଉଁମାନେ ସୂର୍ଯ୍ୟବଂଶୀ ହୋଇଥିବେ ସେମାନଙ୍କ ବୁଦ୍ଧିରେ ତ ତୁରନ୍ତ ଆସିବ ଯେ ଏହା ତ ସତ୍ୟ କଥା । ପ୍ରକୃତରେ ସ୍ୱର୍ଗରେ ବିକାରର ଚିହ୍ନ-ବର୍ଣ୍ଣ ନଥିଲା । ଏଠାରେ ଭିନ୍ନ-ଭିନ୍ନ ପ୍ରକାରର ମନୁଷ୍ୟ ଭିନ୍ନ-ଭିନ୍ନ ପ୍ରକାରର କଥା କହୁଛନ୍ତି । ତୁମେମାନେ ଜାଣିଛ ଯେ କିଏ କିଏ ଫୁଲ ହେବେ । କେହି କେହି ତ କଣ୍ଟାକୁ କଣ୍ଟା ହିଁ ରହିଯାଆନ୍ତି । ସ୍ୱର୍ଗର ନାମ ହେଲା ଫୁଲର ବଗିଚା । ଏହା ହେଲା କଣ୍ଟାର ଜଙ୍ଗଲ । କଣ୍ଟା ମଧ୍ୟ ଅନେକ ପ୍ରକାରର ଥା’ନ୍ତି ନା । ଏବେ ତୁମେ ଜାଣୁଛ ଆମେ ଫୁଲ ହେବାକୁ ଯାଉଛୁ । ପ୍ରକୃତରେ ଏହି ଲକ୍ଷ୍ମୀ-ନାରାୟଣ ସର୍ବଦା ଗୋଲାପ ଫୁଲ ଅଟନ୍ତି । ସେମାନଙ୍କୁ କୁହାଯିବ କିଙ୍ଗ୍ ଅଫ୍ ଫ୍ଲାୱାରର୍ସ (ଫୁଲମାନଙ୍କର ରାଜା) । ସତ୍ୟଯୁଗ ଦୈବୀ ଫୁଲର ରାଜ୍ୟ ଅଟେ ନା । ତେବେ ନିଶ୍ଚିତ ସେମାନେ ମଧ୍ୟ ପୁରୁଷାର୍ଥ କରିଥିବେ । ତେବେ ଏହି ପାଠପଢାରୁ ହିଁ ସେମାନେ ଏହିପରି ହୋଇଛନ୍ତି ।

ତୁମେ ଜାଣିଛ ଏବେ ଆମେ ଈଶ୍ୱରୀୟ ପରିବାରର ହୋଇଛୁ । ପ୍ରଥମେ ତ ଈଶ୍ୱରଙ୍କୁ ଜାଣି ହିଁ ନଥିଲୁ । ବାବା ଆସି ଏହି ପରିବାର ତିଆରି କରିଛନ୍ତି । ପିତା ପ୍ରଥମେ ସ୍ତ୍ରୀଙ୍କୁ ଆଡପ୍ଟ (ଗ୍ରହଣ) କରନ୍ତି ପୁଣି ତାହାଙ୍କ ଦ୍ୱାରା ପିଲାମାନଙ୍କୁ ରଚନା କରନ୍ତି । ବାବା ମଧ୍ୟ ୟାଙ୍କୁ ଗ୍ରହଣ କରିଛନ୍ତି ପୁଣି ଏହାଙ୍କ ଦ୍ୱାରା ପିଲାମାନଙ୍କୁ ରଚନା କରିଛନ୍ତି । ଏମାନେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି ନା । ତେବେ ଏହା ପ୍ରବୃତ୍ତିମାର୍ଗର ସଂବନ୍ଧ ହୋଇଗଲା । ସନ୍ନ୍ୟାସୀମାନଙ୍କର ତ ନିବୃତ୍ତିମାର୍ଗ । ସେଥିରେ କେହି ମମ୍ମା-ବାବା ବୋଲି କୁହନ୍ତି ନାହିଁ । ଏଠାରେ ତୁମେମାନେ ମମ୍ମା-ବାବା ବୋଲି କହୁଛ । ଅନ୍ୟ ଯେଉଁ ସବୁ ସତସଙ୍ଗ ରହିଛି ତାହା ନିବୃତ୍ତିମାର୍ଗର ସତସଂଗ । ଇଏ ଏକମାତ୍ର ପିତା ଅଟନ୍ତି ଯାହାଙ୍କୁ ମାତା-ପିତା କହି ଡାକିଥା’ନ୍ତି । ବାବା ବସି ବୁଝାଉଛନ୍ତି, ଭାରତରେ ପବିତ୍ର ପ୍ରବୃତ୍ତିମାର୍ଗ ଥିଲା । ଏବେ ଅପବିତ୍ର ହୋଇଯାଇଛି । ମୁଁ ପୁଣି ଥରେ ସେହି ପ୍ରବୃତ୍ତିମାର୍ଗର ସ୍ଥାପନା କରୁଛି । ତୁମେ ଜାଣିଛ ଆମର ଧର୍ମ ବହୁତ ସୁଖଦାୟୀ ଅଟେ । ପୁଣି ଆମେ ଅନ୍ୟ ପୁରୁଣା ଧର୍ମବାଲାଙ୍କର ସଙ୍ଗ କାହିଁକି କରିବୁ! ତୁମେ ସ୍ୱର୍ଗରେ କେତେ ସୁଖୀ ହୋଇ ରହୁଛ । ସେଠାରେ ହୀରାମୋତିର ମହଲ ରହିଥାଏ । ଏଠାରେ ଯଦିଓ ଆମେରିକା, ଋଷିଆ ଆଦିରେ କେତେ କେତେ ସାହୁକାର ସବୁ ଅଛନ୍ତି କିନ୍ତୁ ସ୍ୱର୍ଗଭଳି ସୁଖ ଏଠାରେ ହୋଇପାରିବ ନାହିଁ । ସୁନାର ଇଟାରେ ତିଆରି ମହଲ ଭଳି ତ କେହି କରିପାରିବେ ନାହିଁ । ସୁନାର ମହଲ ତ ସତ୍ୟଯୁଗରେ ହିଁ ଥାଏ । ଏଠାରେ ସୁନା ହିଁ କାହିଁ! ସେଠାରେ ତ ପ୍ରତ୍ୟେକ ଜାଗାରେ ହୀରାମୋତି ଲାଗିଥିବ । ଏଠାରେ ତ ହୀରାର ମଧ୍ୟ କେତେ ଦାମ୍ ହୋଇଗଲାଣି । ଏସବୁ ପୁଣି ମାଟିରେ ମିଶିଯିବ । ବାବା ବୁଝାଉଛନ୍ତି ନୂଆ ଦୁନିଆରେ ପୁଣି ନୂଆ ଖଣି ସବୁ ଭରପୁର ହୋଇଯିବ । ଏବେ ଏସବୁ ଖାଲି ହୋଇଯିବ । ଦେଖାଉଛନ୍ତି, ସାଗର ହୀରାମୋତିର ଥାଳି ଭରି ଉପହାର ଦେଇଥିଲା । ସେଠାରେ ତ ତୁମକୁ ହୀରାମୋତି ପ୍ରଚୁର ମିଳିବ । ସାଗରକୁ ମଧ୍ୟ ଦେବତାଙ୍କର ରୂପ ବୋଲି ଭାବୁଛନ୍ତି । ତୁମେମାନେ ଜାଣୁଛ ବାବା ତ ଜ୍ଞାନର ସାଗର ଅଟନ୍ତି । ତେଣୁ ସବୁବେଳେ ଏହି ଉଲ୍ଲାସ ରହୁ ଯେ ଜ୍ଞାନ ସାଗର ବାବା ଆମକୁ ପ୍ରତିଦିନ ଜ୍ଞାନ ରତ୍ନର, ମୋତିର ଥାଳି ଭର୍ତ୍ତିକରି ଦେଉଛନ୍ତି । ବାକି ତାହା ତ ପାଣିର ସାଗର ଅଟେ । ବାବା ଆମମାନଙ୍କୁ ଜ୍ଞାନ ରତ୍ନ ଦେଉଛନ୍ତି ଯାହା ତୁମେ ବୁଦ୍ଧିରେ ଭରୁଛ । ତୁମେମାନେ ଯେତେ ଯୋଗଯୁକ୍ତ ହୋଇ ରହିବ ବୁଦ୍ଧି ସେତେ କାଞ୍ଚନ ଅର୍ଥାଥ୍ ପବିତ୍ର ହେବ । ଏହି ଅବିନାଶୀ ଜ୍ଞାନ ରତ୍ନ ହିଁ ତୁମେ ସାଙ୍ଗରେ ନେଇଯାଉଛ । ତେବେ ବାବାଙ୍କ ସ୍ମୃତି ଏବଂ ଜ୍ଞାନ ହିଁ ମୁଖ୍ୟ ଅଟେ ।

ତୁମମାନଙ୍କର ଭିତରେ ବହୁତ ଉଲ୍ଲାସ ରହିବା ଆବଶ୍ୟକ । ବାବା ମଧ୍ୟ ଗୁପ୍ତ, ତୁମେ ମଧ୍ୟ ଗୁପ୍ତ ସେନା । ଅହିଂସକ ଗୁପ୍ତ ଯୋଦ୍ଧା କୁହନ୍ତି ନା, ଅମୁକ ବହୁତ ଶକ୍ତିଶାଳୀ ଯୋଦ୍ଧା ଅଟେ । କିନ୍ତୁ ତାଙ୍କର ନାମ-ଧାମର ପରିଚୟ ନଥିବ ଏପରି ହୋଇପାରିବ ନାହିଁ । ସରକାରଙ୍କ ପାଖରେ ପ୍ରତ୍ୟେକଙ୍କର ପୁରା ଠିକଣା ଥାଏ । ଗୁପ୍ତ ଯୋଦ୍ଧା, ଅହିଂସକ, ଏସବୁ ହେଲା ତୁମର ନାମ । ସବୁଠାରୁ ପ୍ରଥମ ହିଂସା ହେଲା ଏହି କାମ ବିକାର ଯିଏକି ଆଦି-ମଧ୍ୟ-ଅନ୍ତ ଦୁଃଖ ଦିଏ । ସେଥିପାଇଁ ତ କହୁଛନ୍ତି — ହେ ପତିତପାବନ, ଆମ ପତିତମାନଙ୍କୁ ଆସି ପବିତ୍ର କର । ପବିତ୍ର ଦୁନିଆରେ ଜଣେ ମଧ୍ୟ ପତିତ ରହିପାରିବେ ନାହିଁ । ଏକଥା ତୁମେମାନେ ଜାଣିଛ — ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଏବେ ହିଁ ଆମେ ଭଗବାନଙ୍କର ସନ୍ତାନ ହୋଇଛୁ କିନ୍ତୁ ମାୟା ମଧ୍ୟ କମ୍ ନୁହେଁ । ମାୟାର ଏପରି ଗୋଟିଏ ଚାପୁଡା ଲାଗଯାଏ ଯାହାକି ଏକଦମ୍ ନଦ୍ଦର୍ମାରେ ପକାଇଦିଏ । କାମ ବିକାରରେ ଯେଉଁମାନେ ଲିପ୍ତ ହୁଅନ୍ତି ତାଙ୍କର ବୁଦ୍ଧି ଏକଦମ୍ ଭ୍ରଷ୍ଟ ହୋଇଯାଏ । ବାବା କେତେ ବୁଝାଉଛନ୍ତି — ଦେହଧାରୀଙ୍କ ସହ କୌଣସି ମମତା ରଖ ନାହିଁ । ତୁମକୁ ଏକମାତ୍ର ବାବାଙ୍କ ସହିତ ପ୍ରୀତି ରଖିବାକୁ ହେବ । ତୁମେମାନେ କୌଣସି ଦେହଧାରୀମାନଙ୍କ ସହିତ ସ୍ନେହ ରଖ ନାହିଁ, ପ୍ରେମ ରଖ ନାହିଁ । ପ୍ରେମ ରଖିବାର ଅଛି ଯଦି ସେହି ବିଚିତ୍ର ଦେହ ରହିତ ବାବାଙ୍କ ସହିତ ରଖ । ବାବା କେତେ ବୁଝାଉଛନ୍ତି ପୁଣି ବି ବୁଝୁ ନାହାଁନ୍ତି । ଭାଗ୍ୟରେ ନଥିଲେ ପରସ୍ପର ଦୈହିକ ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି । ବାବା କେତେ ବୁଝାଉଛନ୍ତି ତୁମେ ମଧ୍ୟ ବିନ୍ଦୁ ରୂପ ଅଟ । ଆତ୍ମା ଏବଂ ପରମାତ୍ମାଙ୍କର ରୂପ ତ ସମାନ । ଆତ୍ମା ଛୋଟ-ବଡ ହୋଇ ନଥାଏ । ଆତ୍ମା ଅବିନାଶୀ ଏବଂ ପ୍ରତ୍ୟେକ ଆତ୍ମାର ପାର୍ଟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏବେ କେତେ ଢେର ମନୁଷ୍ୟ ଅଛନ୍ତି । ପୁଣି ୯-୧୦ ଲକ୍ଷ ରହିବେ । ସତ୍ୟଯୁଗ ଆରମ୍ଭରେ ବୃକ୍ଷ କେତେ ଛୋଟ ହୋଇଥାଏ । ପ୍ରଳୟ (ସମ୍ପୂର୍ଣ୍ଣ ଜଳମଗ୍ନ) ତ କେବେ ହୁଏ ନାହିଁ । ତୁମେ ଜାଣିଛ ଏଠାରେ ଯିଏ ବି ମନୁଷ୍ୟମାତ୍ର ଅଛନ୍ତି ସେ ସମସ୍ତଙ୍କର ଆତ୍ମା ବ୍ରହ୍ମଲୋକରେ ରହିଥାଏ । ସେମାନଙ୍କର (ଆତ୍ମାମାନଙ୍କର) ମଧ୍ୟ ବୃକ୍ଷ ଅଛି । ଯେପରି ମଞ୍ଜି ପକାଯାଏ । ସେଥିରୁ ବୃକ୍ଷ ବାହାରିଥାଏ । ପ୍ରଥମେ-ପ୍ରଥମେ ଦୁଇଟି ପତ୍ର ବାହାରେ । ସେହିପରି ଏହା ମଧ୍ୟ ବେହଦର ବୃକ୍ଷ ଅଟେ । ସୃଷ୍ଟିଚକ୍ର ବିଷୟରେ ବୁଝାଇବା କେତେ ସହଜ, ବିଚାର କର । ଏବେ ହେଉଛି କଳିଯୁଗ । ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ଥିଲା । ତେବେ ସେଠାରେ କେତେ ଅଳ୍ପ ମନୁଷ୍ୟ ଥିବେ । ଏବେ କେତେ ମନୁଷ୍ୟ, କେତେ ଧର୍ମ ରହିଛି । ଏତେ ସବୁ ଆତ୍ମା ଯେଉଁମାନେ ସୃଷ୍ଟି ଆରମ୍ଭରୁ ନଥିଲେ ସେମାନେ ପୁଣି କେଉଁଠି ଯିବେ ? ସେମାନେ ପରମଧାମକୁ ଚାଲିଯିବେ । ତୁମମାନଙ୍କ ବୁଦ୍ଧିରେ ଏବେ ସାରା ଜ୍ଞାନ ଅଛି । ଯେପରି ବାବା ଜ୍ଞାନର ସାଗର ସେହିପରି ତୁମକୁ ମଧ୍ୟ କରୁଛନ୍ତି । ତୁମେ ପାଠପଢି ଏହି ପଦ ପାଉଛ । ବାବା ସ୍ୱର୍ଗର ରଚୟିତା ତେଣୁ ସ୍ୱର୍ଗର ସମ୍ପତ୍ତି ଭାରତବାସୀଙ୍କୁ ହିଁ ଦେଉଛନ୍ତି । ଅନ୍ୟ ସମସ୍ତଙ୍କୁ ଘରକୁ ଫେରାଇ ନେଇ ଯାଉଛନ୍ତି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ରାଜଯୋଗର ପାଠ ପଢାଇବା ପାଇଁ ଆସିଛି । ତୁମେମାନେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ । ତେବେ ସବୁକିଛି ପୁରୁଷାର୍ଥ ଉପରେ ନିର୍ଭର କରେ । ମମ୍ମା ବାବାଙ୍କ ସିଂହାସନ ଅଧିକାରୀ ହେବାକୁ ହେଲେ ସମ୍ପୂର୍ଣ୍ଣ ରୂପରେ ମମ୍ମା, ବାବାଙ୍କୁ ଅନୁକରଣ କରିବାକୁ ହେବ । ସିଂହାସନ ଅଧିକାରୀ ହେବା ପାଇଁ ହେଲେ ତାଙ୍କ ଚଳଣି ଅନୁସାରେ ଚାଲିବାକୁ ହେବ । ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ । ବାବା ଅନେକ ପ୍ରକାରର ଉପାୟମାନ କହୁଛନ୍ତି । କେବଳ ବ୍ୟାଜ୍ ଦ୍ୱାରା ମଧ୍ୟ ତୁମେ କାହାକୁ ଭଲ ଭାବରେ ବସି ବୁଝାଇପାରିବ । ପୁରୁଷୋତ୍ତମ ମାସ ହେଲେ ବାବା କୁହନ୍ତି (ସେଣ୍ଟରମାନଙ୍କୁ) ଚିତ୍ର ମାଗଣାରେ ଦେଇଦିଅ । କୁହ ବାବା ଉପହାର ରୂପରେ ଦେଉଛନ୍ତି । ପଇସା ହାତକୁ ଆସିଲେ ନିଶ୍ଚିତ ବୁଝିଯିବେ ଯେ ବାବାଙ୍କର ମଧ୍ୟ ଖର୍ଚ୍ଚ ହୋଇଥିବ, ତେଣୁ ନିଶ୍ଚିତ ଶୀଘ୍ର ପଠାଇଦେବେ । ଘର ତ ଗୋଟିଏ ନା (ବାବା ସେବା କେନ୍ଦ୍ରମାନଙ୍କୁ କହୁଛନ୍ତି) । ଏହି ଟ୍ରାନ୍ସଲାଇଟ୍ର ଚିତ୍ରରେ ପ୍ରଦର୍ଶନୀ ହେଲେ କେତେ ଦେଖିବାକୁ ଆସିବେ । ତେବେ ଏହା ପୂଣ୍ୟର କାମ ହେଲା ନା । ବାବା ମନୁଷ୍ୟମାନଙ୍କୁ କଣ୍ଟାରୁ ଫୁଲ, ପାପ ଆତ୍ମାରୁ ପୂଣ୍ୟ ଆତ୍ମା କରୁଛନ୍ତି, ଏହାକୁ ବିହଙ୍ଗମାର୍ଗର ସେବା କୁହାଯାଏ । ପ୍ରଦର୍ଶନୀରେ ଷ୍ଟଲ୍ ନେଲେ ବହୁତ ବୁଝିବା ପାଇଁ ଆସନ୍ତି । ଏଥିରେ ଖର୍ଚ୍ଚ କମ୍ ହୋଇଥାଏ । ତୁମେ ଏଠାକୁ ଆସୁଛ ବାବାଙ୍କଠାରୁ ସ୍ୱର୍ଗର ରାଜ୍ୟପଦ କିଣିବା ପାଇଁ । ତେବେ ପ୍ରଦର୍ଶନୀକୁ ମଧ୍ୟ ସ୍ୱର୍ଗର ରାଜ୍ୟପଦ କିଣିବା ପାଇଁ ଆସିବେ । ଏହା ହାଟ ଅଟେ ନା ।

ବାବା କହୁଛନ୍ତି ଏହି ଜ୍ଞାନ ଦ୍ୱାରା ତୁମକୁ ବହୁତ ସୁଖ ମିଳିବ, ସେଥିପାଇଁ ଭଲ ଭାବରେ ପାଠପଢି ପୁରୁଷାର୍ଥ କରି ପୂରା ପାସ୍ ହେବା ଆବଶ୍ୟକ । ବାବା ହିଁ ବସି ନିଜର ଏବଂ ରଚନା ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ପରିଚୟ ଦେଉଛନ୍ତି, ଅନ୍ୟ କେହି ଏହାର ପରିଚୟ ଦେଇପାରିବେ ନାହିଁ । ଏବେ ବାବାଙ୍କ ଦ୍ୱାରା ତୁମେ ତ୍ରିକାଳଦର୍ଶୀ ହେଉଛ । ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ ମୋତେ ଯଥାର୍ଥ ଭାବରେ କେହି ଜାଣି ନାହିଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ଅଛନ୍ତି । ଯଦି ଯଥାର୍ଥ ଭାବରେ ଜାଣିଥାନ୍ତେ ତେବେ କେବେ ବାବାଙ୍କୁ ଛାଡିନଥାନ୍ତେ । ଏହା ପାଠପଢା ଅଟେ । ଭଗବାନ ବସି ପାଠ ପଢାଉଛନ୍ତି । କହୁଛନ୍ତି ମୁଁ ତୁମର ଆଜ୍ଞାକାରୀ ସେବାଧାରୀ ଅଟେ । ପିତା ଏବଂ ଶିକ୍ଷକ ଦୁହେଁ ବାବା ଆଜ୍ଞାକାରୀ ସେବାଧାରୀ ଅଟନ୍ତି । ଡ୍ରାମାରେ ମୋର ପାର୍ଟ ହିଁ ଏହିପରି ଅଛି ପୁଣି ସମସ୍ତଙ୍କୁ ସାଥିରେ ନେଇଯିବି । ତେଣୁ ଶ୍ରୀମତରେ ଚାଲି ସମ୍ମାନର ସହିତ ପାସ୍ ହେବା ଦରକାର । ଏହି ପାଠପଢା ତ ବହୁତ ସହଜ । ସବୁଠାରୁ ବୁଢା ତ ଏହି ଶିକ୍ଷାଦାତା ଶିକ୍ଷକ ଅଟନ୍ତି । ଶିବବାବା କହୁଛନ୍ତି ମୁଁ ବୁଢା ନୁହେଁ । ଆତ୍ମା କେବେ ବୁଢୀ ହୁଏ ନାହିଁ । ବାକି ପଥର ବୁଦ୍ଧି ହୋଇଯାଏ । ମୋର ତ ପାରସ ବୁଦ୍ଧି ସବୁବେଳେ ହିଁ ଥାଏ, ସେଥିପାଇଁ ତ ତୁମମାନଙ୍କୁ ପାରସ ବୁଦ୍ଧି ଅର୍ଥାତ୍ ପବିତ୍ର ବୁଦ୍ଧି କରିବା ପାଇଁ ଆସିଛି । ମୁଁ ଏହିଭଳି କଳ୍ପ କଳ୍ପ ଆସେ । ଅଗଣିତ ଥର ତୁମକୁ ପାଠ ପଢାଉଛି ତଥାପି ମଧ୍ୟ ତୁମେ ଭୁଲିଯାଉଛ । ସତ୍ୟଯୁଗରେ ଏହି ଜ୍ଞାନର ଆବଶ୍ୟକତା ହିଁ ନଥାଏ । କେତେ ଭଲ ଭାବରେ ବାବା ବୁଝାଉଛନ୍ତି । ଏଭଳି ବାବାଙ୍କୁ ପୁଣି ଛାଡପତ୍ର ଦେଇ ଦେଉଛନ୍ତି ତେଣୁ କୁହାଯାଏ ମହାମୂର୍ଖ ଦେଖିବାକୁ ଅଛି ତ ଏଠାକୁ ଆସି ଦେଖ । ଏଭଳି ବାବା ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ତାଙ୍କୁ ମଧ୍ୟ ଛାଡିଦେଉଛନ୍ତି । ବାବା କହୁଛନ୍ତି ତୁମେ ମୋ ମତରେ ଚାଲିଲେ ଅମରଲୋକରେ ବିଶ୍ୱର ମହାରାଜା-ମହାରାଣୀ ହେବ । ଏହା ତ ମୃତ୍ୟୁଲୋକ ଅଟେ । ପିଲାମାନେ ଜାଣିଛନ୍ତି ଆମେ ହିଁ ପୂଜ୍ୟ ଦେବୀ-ଦେବତା ଥିଲୁ । ଏବେ ଆମେ କ’ଣ ହୋଇଯାଇଛୁ ? ପତିତ ଭିକାରୀ । ଏବେ ପୁଣି ଆମେ ହିଁ ରାଜକୁମାର ହେବାକୁ ଯାଉଛୁ । ତେବେ ସମସ୍ତଙ୍କର ଏକାଭଳି ପୁରୁଷାର୍ଥ ତ ହୋଇପାରିବ ନାହିଁ । କେହି କେହି ଭାଙ୍ଗିପଡୁଛନ୍ତି, କେହି ଟ୍ରେଟର (ବିଶ୍ୱାସଘାତକ) ହୋଇଯାଉଛନ୍ତି । ଏଭଳି ଟ୍ରେଟର୍ ବି ବହୁତ ଅଛନ୍ତି ଯାହାଙ୍କ ସଙ୍ଗେ କଥା ମଧ୍ୟ ହେବାର ଉଚିତ୍ ନୁହେଁ । ଯଦି ଜ୍ଞାନର କଥା ବ୍ୟତୀତ ଅନ୍ୟ କୌଣସି କଥା ପଚାରିବେ ତେବେ ବୁଝି ନିଅ ଯେ ଏସବୁ ଶୈତାନୀ କଥା । ସୁସଂଗ ଉଦ୍ଧାର କରେ ଏବଂ କୁସଙ୍ଗ ଦୁର୍ଗତି କରେ । ଯେଉଁମାନେ ଜ୍ଞାନରେ ପ୍ରବୀଣ ବାବାଙ୍କ ହୃଦୟରେ ବସିଛନ୍ତି, ସେହିମାନଙ୍କର ସଙ୍ଗ କର । ସିଏ ତୁମକୁ ଜ୍ଞାନର ମିଠା-ମିଠା କଥା ଶୁଣାଇବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଯିଏ ଦେହ ରହିତ ବିଚିତ୍ର ଅଟନ୍ତି, ସେହି ପିତାଙ୍କ ସହିତ ହିଁ ସ୍ନେହ ରଖିବାକୁ ହେବ । କୌଣସି ଦେହଧାରୀଙ୍କ ନାମ ରୂପରେ ବୁଦ୍ଧିକୁ ଲଗାଇବାର ନାହିଁ । ମାୟାର ଚାପୁଡା ନ ଲାଗୁ, ଏଥି ପ୍ରତି ଧ୍ୟାନ ଦେବାକୁ ହେବ ।

(୨) ଯିଏ ଜ୍ଞାନର କଥା ବ୍ୟତୀତ ଅନ୍ୟ କିଛି ବି ଶୁଣାଉଛନ୍ତି ତାଙ୍କର ସଙ୍ଗ କରିବାର ନାହିଁ । ଫୁଲ ପାସ୍ ହେବାର ପୁରୁଷାର୍ଥ କରିବାକୁ ହେବ ତା’ ସହିତ କଣ୍ଟାକୁ ଫୁଲ କରିବାର ସେବା ମଧ୍ୟ କରିବାକୁ ହେବ ।

ବରଦାନ:-

କାରଣର ନିବାରଣ କରି ଚିନ୍ତା ଏବଂ ଭୟଠାରୁ ମୁକ୍ତ ରହୁଥିବା ମାଷ୍ଟର ସର୍ବଶକ୍ତିବାନ ହୁଅ ।

ବର୍ତ୍ତମାନ ସମୟରେ ଅଳ୍ପକାଳର ସୁଖ ସହିତ ଚିନ୍ତା ଏବଂ ଭୟ ଏହି ଦୁଇଟି ଜିନିଷ ତ ନିଶ୍ଚିତ ଭାବରେ ରହିଛି କାରଣ ଯେଉଁଠାରେ ଚିନ୍ତା ରହିବ ସେଠାରେ ସ୍ଥିରତା ରହିପାରିବ ନାହିଁ । ଯେଉଁଠାରେ ଭୟ ରହିବ ସେଠାରେ ଶାନ୍ତି ରହିପାରିବ ନାହିଁ । ତେବେ ସୁଖ ସହିତ ଏହି ସବୁ ଦୁଃଖ-ଅଶାନ୍ତିର କାରଣ ଗୁଡିକ ମଧ୍ୟ ନିଶ୍ଚିତ ରହିଛି । କିନ୍ତୁ ତୁମେ ସର୍ବଶକ୍ତିର ସମ୍ପତ୍ତିରେ ଭରପୁର ମାଷ୍ଟର ସର୍ବଶକ୍ତିବାନ ପିଲାମାନେ ଦୁଃଖର କାରଣକୁ ନିବାରଣ କରୁଥିବା, ପ୍ରତ୍ୟେକ ପ୍ରକାରର ସମସ୍ୟାକୁ ସମାଧାନ କରୁଥିବା ସମାଧାନ ସ୍ୱରୂପ ଅଟ, ସେଥିପାଇଁ ଚିନ୍ତା ଏବଂ ଭୟଠାରୁ ମୁକ୍ତ ଅଟ । କୌଣସି ବି ସମସ୍ୟା ତୁମ ନିକଟକୁ କେବଳ ଖେଳ କରିବା ପାଇଁ ଆସୁଛି, ଡରାଇବା ପାଇଁ ନୁହେଁ ।

ସ୍ଲୋଗାନ:-

ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିଦିଅ ତେବେ ତୁମର କାର୍ଯ୍ୟ ବ୍ୟବହାର ଆପେ ଆପେ ଶ୍ରେଷ୍ଠ ହୋଇଯିବ ।

*** ଓମ୍ ଶାନ୍ତି ***