12.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଆସିଛନ୍ତି ସାରା ଦୁନିଆର ହାହାକାରକୁ ଦୂର କରି, ଜୟଜୟକାର କରିବା ପାଇଁ ପୁରୁଣା ଦୁନିଆରେ ହାହାକାର ହେଉଛି, ନୂଆ ଦୁନିଆରେ ଜୟଜୟକାର ହେବ ।

ପ୍ରଶ୍ନ:-
କେଉଁ ପ୍ରକାରର ଈଶ୍ୱରୀୟ ନିୟମ ରହିଛି ଯାହା ଦ୍ୱାରା ଗରୀବ ହିଁ ବାବାଙ୍କଠାରୁ ସଂପୂର୍ଣ୍ଣ ସମ୍ପତ୍ତି ନେଉଛନ୍ତି, ସାହୁକାର ନେଇପାରୁ ନାହାଁନ୍ତି ?

ଉତ୍ତର:-
ଈଶ୍ୱରୀୟ ନିୟମ ହେଲା ପୁରା ଭିକାରୀ ହୁଅ । ଯାହା କିଛି ବି ତୁମ ପାଖରେ ଅଛି ତାକୁ ଭୁଲିଯାଅ । ତେବେ ଗରୀବ ପିଲାମାନେ ସହଜରେ ସବୁ କିଛି ଭୁଲିଯାଉଛନ୍ତି କିନ୍ତୁ ଯେଉଁ ସାହୁକାରମାନେ ନିଜକୁ ସ୍ୱର୍ଗରେ ଅଛନ୍ତି ବୋଲି ଭାବୁଛନ୍ତି ସେମାନେ ବୁଦ୍ଧିରୁ କିଛି ବି ଭୁଲିପାରୁ ନାହାଁନ୍ତି ସେଥିପାଇଁ ଯେଉଁମାନଙ୍କର ଧନ, ଦୌଲତ, ମିତ୍ର, ସମ୍ବନ୍ଧୀ ମନେ ରହିଥାନ୍ତି ସେମାନେ ସଚ୍ଚା ଯୋଗୀ ହୋଇପାରିବେ ନାହିଁ । ସେମାନଙ୍କୁ ସ୍ୱର୍ଗ ଦୁନିଆରେ ଉଚ୍ଚ ପଦ ମିଳିପାରିବ ନାହିଁ ।

ଓମ୍ ଶାନ୍ତି ।
ମିଠା-ମିଠା ନିଶ୍ଚୟବୁଦ୍ଧି ପିଲାମାନେ ଏକଥା ଭଲ ଭାବରେ ଜାଣିଛନ୍ତି, ସେମାନଙ୍କର ପକ୍କା ନିଶ୍ଚୟ ଅଛି ଯେ ବାବା ଆସିଛନ୍ତି ସାରା ଦୁନିଆର ଝଗଡା ତୁଟାଇବା ପାଇଁ । ଯେଉଁମାନେ ବୁଦ୍ଧିମାନ ଚତୁର ସନ୍ତାନ, ସେମାନେ ଜାଣିଛନ୍ତି ବାବା ଏହି ଶରୀରରେ ଆସିଛନ୍ତି । ଯାହାଙ୍କର ନାମ ମଧ୍ୟ ଶିବବାବା ଅଟେ । ସିଏ କାହିଁକି ଆସିଛନ୍ତି ? ହାହାକାରକୁ ଦୂର କରି ଜୟଜୟକାର କରିବା ପାଇଁ । ଏହି ମୃତ୍ୟୁଲୋକରେ କେତେ ଝଗଡା ଇତ୍ୟାଦି ହେଉଛି । ତେବେ ସମସ୍ତଙ୍କୁ ହିସାବ-କିତାବ ଚୁକ୍ତ କରି ଯିବାକୁ ହେବ । ଅମର ଲୋକରେ ଝଗଡାର କୌଣସି କଥା ନାହିଁ । ଏଠାରେ କେତେ ହାହାକାର ଲାଗି ରହିଛି । କେତେ କୋର୍ଟ, ଜଜ ଆଦି ଅଛନ୍ତି । ମାରପିଟ୍ ଲାଗି ରହିଛି । ବିଦେଶରେ ମଧ୍ୟ ହାହାକାର ଚାଲିଛି ସାରା ଦୁନିଆରେ ବହୁତ ଗଣ୍ଡଗୋଳ ଚାଲିଛି ଏହାକୁ ହିଁ ପୁରୁଣା ତମୋପ୍ରଧାନ ଦୁନିଆ କୁହାଯାଉଛି, ଏଠାରେ ଆବର୍ଜନା ହିଁ ଆବର୍ଜନା ଭରି ରହିଛି, ଜଙ୍ଗଲ ହିଁ ଜଙ୍ଗଲ ରହିଛି । ଅବିନାଶୀ ବାବା ଏସବୁକୁ ଦୂର କରିବା ପାଇଁ ଆସିଛନ୍ତି । ବର୍ତ୍ତମାନ ପିଲାମାନଙ୍କୁ ବହୁତ ଚତୁର ବା ବୁଦ୍ଧିମାନ ହେବାକୁ ପଡିବ । ଯଦି ତୁମମାନଙ୍କ ଭିତରେ ବି ଲଢେଇ-ଝଗଡା ଲାଗି ରହିବ ତେବେ ବାବାଙ୍କର ସହଯୋଗୀ କିପରି ହେବ । ବାବାଙ୍କର ତ ବହୁତ ସହଯୋଗୀ ସନ୍ତାନ ଆବଶ୍ୟକ ଯିଏକି ବହୁତ ଚତୁର, ବୁଦ୍ଧିମାନ ହୋଇଥିବେ ଯେଉଁମାନେ କୌଣସି ପ୍ରକାରର ଗଣ୍ଡଗୋଳ କରୁନଥିବେ । ଏକଥା ମଧ୍ୟ ପିଲାମାନେ ବୁଝୁଛନ୍ତି ଯେ ଏହା ହେଉଛି ପୁରୁଣା ଦୁନିଆ । ଏଠାରେ ଅନେକ ଧର୍ମ ରହିଛି । ଏହି ଦୁନିଆ ମଧ୍ୟ ତମୋପ୍ରଧାନ ବିକାରୀ ହୋଇଯାଇଛି । ବର୍ତ୍ତମାନ ସାରା ଦୁନିଆ ପତିତ ହୋଇଯାଇଛି, ଏହି ପତିତ ପୁରୁଣା ଦୁନିଆରେ କେବଳ ଝଗଡା ହିଁ ଝଗଡା ଲାଗି ରହିଛି । ଏସବୁକୁ ଦୂର କରି, ଜୟଜୟକାର କରିବା ପାଇଁ ବାବା ଆସିଛନ୍ତି । ପ୍ରତ୍ୟେକ ଜାଣିଛନ୍ତି ଏହି ଦୁନିଆରେ କେତେ ଦୁଃଖ ଏବଂ ଅଶାନ୍ତି ରହିଛି, ସେଥିପାଇଁ ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ସ୍ଥାପନ ହେଉ ତେବେ ସାରା ବିଶ୍ୱରେ ମନୁଷ୍ୟ କିପରି ଶାନ୍ତି ସ୍ଥାପନ କରିପାରିବେ । ଅବିନାଶୀ ବାବାଙ୍କୁ ମାଟି-ଗୋଡି ସବୁଠାରେ ଅଛନ୍ତି ବୋଲି କହିଦେଉଛନ୍ତି । ଏହା ମଧ୍ୟ ଖେଳ ଅଟେ । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଏବେ ସେବାରେ ଲାଗିଯାଅ । ବାବାଙ୍କର ସହଯୋଗୀ ହୁଅ । ତୁମକୁ ବାବାଙ୍କଠାରୁ ନିଜର ରାଜ୍ୟଭାଗ୍ୟ ନେବାର ଅଛି । ଏହା କୌଣସି କମ କଥା ନୁହେଁ, ସେଠାରେ ଅସରନ୍ତି ସୁଖ ରହିଛି । ବାବା କହୁଛନ୍ତି ମଧୁର ସନ୍ତାନମାନେ, ଡ୍ରାମା ଅନୁସାରେ ବାବା ତୁମକୁ ପଦ୍ମାପଦ୍ମ ଭାଗ୍ୟଶାଳୀ କରିବା ପାଇଁ ଆସିଛନ୍ତି । ଭାରତରେ ଏହି ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଥିଲେ, ଏହି ଭାରତ ଦିନେ ସ୍ୱର୍ଗ ଥିଲା । ସ୍ୱର୍ଗକୁ ହିଁ ସପ୍ତାଶର୍ଯ୍ୟ ବୋଲି କୁହାଯାଉଛି । ତ୍ରେତାକୁ ମଧ୍ୟ କୁହାଯିବ ନାହିଁ । ତେବେ ଏଭଳି ସ୍ୱର୍ଗକୁ ଯିବା ପାଇଁ ହେଲେ ତୁମକୁ ପୁରୁଷାର୍ଥ କରିବାକୁ ହେବ । ତୁମକୁ ସେଠାରେ ପ୍ରଥମେ ପ୍ରଥମେ ଆସିବାକୁ ହେବ । ପିଲାମାନେ ମଧ୍ୟ ଚାହୁଁଛନ୍ତି ଆମେ ସ୍ୱର୍ଗରେ ଆସିବୁ ଲକ୍ଷ୍ମୀ ବା ନାରାୟଣ ହେବୁ । ବର୍ତ୍ତମାନ ଏହି ପୁରୁଣା ଦୁନିଆରେ ବହୁତ ହାହାକାର ହେବାର ଅଛି । ଏଠାରେ ରକ୍ତର ନଦୀ ବୋହିବ, ତାପରେ ପୁଣି ଘିଅର ନଦୀ ବୋହିବ । ଯାହାକୁ କ୍ଷୀର ସାଗର ବୋଲି କୁହାଯାଉଥିଲା । ତେବେ ଏଠାରେ ମଧ୍ୟ ବଡ ପୋଖରୀ ତିଆରି କରି ପୁଣି ଦିନ ନିଧାର୍ଯ୍ୟ କରି ସେଠାରେ କ୍ଷୀର ଢାଳିଥାନ୍ତି । ସେଥିରେ ପୁଣି ସ୍ନାନ କରିଥାନ୍ତି । ଶିବଲିଙ୍ଗ ଉପରେ ମଧ୍ୟ କ୍ଷୀର ଢାଳିଥାନ୍ତି ନା । ସତ୍ୟଯୁଗର ମଧ୍ୟ ମହିମା ଅଛି ଯେ ସେଠାରେ ଘିଅ, ଦୁଧର ନଦୀ ବୋହୁଥିଲା । କିନ୍ତୁ ବାସ୍ତବରେ ଏଭଳି କୌଣସି କଥା ନାହିଁ । ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ତୁମେ ବିଶ୍ୱର ମାଲିକ ହେଉଛ । ବର୍ତ୍ତମାନ ତୁମେ ଦାସ ହୋଇଯାଇଛ । ପୁଣି ତୁମେ ମହାରାଜା ହେବ । ସାରା ପ୍ରକୃତି ତୁମର ଦାସୀ ହୋଇ ରହିବ । ସେଠାରେ କେବେ ବେନିୟମ ଭାବରେ ଅର୍ଥାତ୍ ଅଦିନରେ ବର୍ଷା ହେବ ନାହିଁ, ନଦୀ ଉଚ୍ଛୁଳିବ ନାହିଁ, କୌଣସି ପ୍ରକାର ଉପଦ୍ରବ ହେବ ନାହିଁ । ଏଠାରେ ଦେଖ କେତେ ଉପଦ୍ରବ ହେଉଛି । ସେଠାରେ ସମସ୍ତେ ପକ୍କା ବୈଷ୍ଣବ ହୋଇ ରହିବେ, ବିକାରୀ ବୈଷ୍ଣବ ନୁହେଁ । ଏଠାରେ କେହି ଶାକାହାରୀ ହେଲେ ତାଙ୍କୁ ବୈଷ୍ଣବ କହିଥାନ୍ତି, କିନ୍ତୁ ନାଁ, ବିକାର ଦ୍ୱାରା ମଧ୍ୟ ପରସ୍ପରକୁ ବହୁତ ଦୁଃଖ ଦେଇଥାନ୍ତି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଏକଥା ମଧ୍ୟ ଗାୟନ ରହିଛି ଯେ ଗାଁର ପିଲା ଥିଲେ... ତେବେ କୃଷ୍ଣ ତ ଗାଁର ପିଲା ହୋଇପାରିବେ ନାହିଁ । ସିଏ ତ ବୈକୁଣ୍ଠର ମାଲିକ ଅଟନ୍ତି ପୁଣି ୮୪ ଜନ୍ମ ମଧ୍ୟ ନେଉଛନ୍ତି ।

ଏକଥା ମଧ୍ୟ ବର୍ତ୍ତମାନ ତୁମେ ଜାଣୁଛ ଯେ ଆମେ ଭକ୍ତିମାର୍ଗରେ କେତେ ଧକ୍କା ଖାଇ, ପଇସା ବରବାଦ କରିଛୁ । ବାବା ପଚାରୁଛନ୍ତି ମୁଁ ତୁମକୁ ଏତେ ପଇସା, ରାଜ୍ୟ ଭାଗ୍ୟ ଦେଇଥିଲି, ସେସବୁ କୁଆଡେ ଗଲା ? ମୁଁ ତୁମକୁ ବିଶ୍ୱର ମାଲିକ କରିଥିଲି ତୁମେ ପୁଣି କଣ କଲ ? ବାବା ତ ଡ୍ରାମାକୁ ଜାଣିଛନ୍ତି । ନୂଆ ଦୁନିଆରୁ ପୁରୁଣା ଦୁନିଆ, ପୁରୁଣା ଦୁନିଆ ପୁଣି ନୂଆ ଦୁନିଆ ହେଉଛି । ଏହା ଏକ ଚକ୍ର ଅଟେ । ଯାହା କିଛି ଅତିକ୍ରାନ୍ତ ହୋଇଯାଇଛି ତାହା ପୁଣି ପୁନରାବୃତ୍ତି ହେବ । ବାବା କହୁଛନ୍ତି ଏବେ ଆଉ ଅଳ୍ପ ସମୟ ଅଛି । ତେଣୁ ତୁମେ ପୁରୁଷାର୍ଥ କରି ଭବିଷ୍ୟତ ପାଇଁ ଜମା କର । ଏହି ପୁରୁଣା ଦୁନିଆର ସବୁ କିଛି ମାଟିରେ ମିଶିଯିବ । ସାହୁକାରମାନେ ତ ଏହି ଜ୍ଞାନକୁ ବୁଝିବେ ନାହିଁ । ବାବା ତ ଦୀନବନ୍ଧୁ ଅଟନ୍ତି, ଗରୀବମାନେ ହିଁ ସେଠାରେ ସାହୁକାର ହେବେ ଏବଂ ସାହୁକାରମାନେ ଗରିବ ହେବେ । ବର୍ତ୍ତମାନ ତ ବହୁତ ପଦ୍ମପତି ଅଛନ୍ତି, ଯଦିଓ ଏମାନେ ସେଠାରେ ଆସିବେ କିନ୍ତୁ ଗରୀବ ହେବେ । ଏମାନେ ଏବେ ନିଜକୁ ସ୍ୱର୍ଗରେ ଅଛନ୍ତି ବୋଲି ଭାବୁଛନ୍ତି । ଏକଥା ସେମାନଙ୍କ ବୁଦ୍ଧିରୁ କେବେ ବି ବାହାରି ପାରିବ ନାହିଁ । କିନ୍ତୁ ବାବା କହୁଛନ୍ତି ସବୁ କିଛି ଭୁଲିଯାଅ । ପୂରା ଦରିଦ୍ର ହୋଇଯାଅ । ଆଜିକାଲି ତ କିଲୋଗ୍ରାମ, କିଲୋମିଟର ଆଦି କଣ-କଣ ବାହାର କଲେଣି । ଯେଉଁ ରାଜା ସିଂହାସନରେ ବସନ୍ତି ସିଏ ତାଙ୍କ ଭାଷାର ପ୍ରଚଳନ କରିଥାନ୍ତି । ଏମାନେ ସବୁ ବିଦେଶର ନକଲ କରୁଛନ୍ତି । ନିଜର ତ ବୁଦ୍ଧି ନାହିଁ । କାହିଁକି ନା ତମୋପ୍ରଧାନ ହୋଇଯାଇଛନ୍ତି । ଆମେରିକାରରେ ଦେଖ ବିନାଶ ସାମଗ୍ରୀ ପ୍ରସ୍ତୁତ କରିବାରେ କେତେ ଧନ ଲଗାଉଛନ୍ତି । ଉଡାଜାହାଜରୁ ବୋମା ଆଦି ପକାଉଛନ୍ତି, ଏହି ଦୁନିଆକୁ ନିଆଁ ଲାଗିଯିବ । ତୁମେମାନେ ଜାଣିଛ, ବାବା ଆସୁଛନ୍ତି ବିନାଶ ଏବଂ ସ୍ଥାପନା କରିବା ପାଇଁ । ତୁମମାନଙ୍କ ଭିତରେ ମଧ୍ୟ ବୁଝାଇଲାବାଲା କ୍ରମାନୁସାରେ ଅଛନ୍ତି । ସମସ୍ତେ ଏକାପରି ନିଶ୍ଚୟବୁଦ୍ଧି ନୁହଁନ୍ତି । ବ୍ରହ୍ମାବାବା ଯେପରି ଶରୀର-ମନ-ଧନ ଦ୍ୱାରା ଈଶ୍ୱରୀୟ ସେବା କରିଲେ ସେହିପରି ତାଙ୍କୁ ଅନୁକରଣ କରିବା ଦରକାର । ଏହି ପୁରୁଣା ଦୁନିଆର ପାଇ ପଇସା ତୁମର କଣ ହେବ । ଆଜିକାଲି କାଗଜର ନୋଟ୍ ବାହାର କଲେଣି । ସତ୍ୟଯୁଗରେ ତ ମୋହର ହେବ ସେଠାରେ ସୁନାର ମହଲ ହେବ ତେଣୁ ପଇସାର ସେଠାରେ ମୂଲ୍ୟ ରହିବ ନାହିଁ । ତେଣୁ ସେଠାରେ ଯେପରି ସବୁକିଛି ଶସ୍ତା, କାହିଁକି ନା ସେଠାରେ ଧରିତ୍ରୀ ମଧ୍ୟ ସତ୍ତୋପ୍ରଧାନ ରହିବ । ଏବେ ତ ଦୁନିଆ ପୁରୁଣା ହୋଇଯାଇଛି । ତାହା ହେଉଛି ସତ୍ତୋପ୍ରଧାନ ନୂଆ ଦୁନିଆ । ସେଠାରେ ବିଲକୁଲ୍ ନୂଆ ଭୂମି ହେବ । ତୁମେ ସୂକ୍ଷ୍ମଲୋକକୁ ଗଲେ ଫଳରସ ଆଦି ପିଉଛ କିନ୍ତୁ ସେଠାରେ ତ କୌଣସି ଗଛ ଆଦି ନାହିଁ, ନା ବ୍ରହ୍ମଲୋକରେ କୌଣସି ଗଛ ଅଛି । ଯେବେ ତୁମେ ବୈକୁଣ୍ଠକୁ ଯାଉଛ ସେଠାରେ ତୁମକୁ ସବୁକିଛି ମିଳୁଛି । ତେବେ ତୁମକୁ ବୁଦ୍ଧି ଦ୍ୱାରା କାମ ନେବାକୁ ହେବ, ସୂକ୍ଷ୍ମଲୋକରେ କୌଣସି ବୃକ୍ଷ ହୋଇପାରିବ ନାହିଁ, ବୃକ୍ଷ ଧରିତ୍ରୀରେ ହୋଇଥାଏ, ଆକାଶରେ ନୁହେଁ । ଯଦିଓ ଏହାର ନାମ ହେଉଛି ବ୍ରହ୍ମମହତତ୍ୱ କିନ୍ତୁ ତାହା ହେଲା ସମ୍ପୂର୍ଣ୍ଣ ଶୂନ୍ୟ । ଯେପରି ତାରକାମାନେ ଆକାଶରେ ରହିଛନ୍ତି ସେହିପରି ତୁମେ ଛୋଟ-ଛୋଟ ଆତ୍ମାମାନେ ମଧ୍ୟ ସେଠାରେ ରହିଛ । ତାରକା ତ ଦେଖିବାକୁ ବଡ । ତେବେ ଏହାର ଅର୍ଥ ଏପରି ନୁହେଁ ଯେ ବ୍ରହ୍ମତତ୍ୱରେ ମଧ୍ୟ ବଡ ବଡ ଆତ୍ମାମାନେ ରହିଛନ୍ତି । ବୁଦ୍ଧି ଦ୍ୱାରା ତୁମକୁ ଏସବୁ କଥା ବୁଝିବାକୁ ହେବ । ତୁମକୁ ବିଚାର ସାଗର ମନ୍ଥନ କରିବାକୁ ହେବ, ତେବେ ଆତ୍ମାମାନେ ମଧ୍ୟ ଉପରେ ରହିଥାନ୍ତି, ଯାହାର ରୂପ ଏକ ସୂକ୍ଷ୍ମ ବିନ୍ଦୁ ସମାନ । ଏହିସବୁ କଥା ତୁମକୁ ଧାରଣ କରିବାକୁ ହେବ, ତେବେ ଯାଇ କାହାକୁ ତୁମେ ଧାରଣା କରାଇପାରିବ । ଶିକ୍ଷକମାନେ ନିଶ୍ଚିତ ଭାବରେ ନିଜେ ଜାଣିଥାନ୍ତି, ତେଣୁ ସେମାନେ ଅନ୍ୟମାନଙ୍କୁ ପଢାଇଥାନ୍ତି ନା । ନଚେତ୍ ତାଙ୍କୁ ସିଏ ଶିକ୍ଷକ କାହିଁକି କୁହାଯିବ । କିନ୍ତୁ ଏଠାରେ ଶିକ୍ଷକ ମଧ୍ୟ କ୍ରମାନୁସାରେ ଅଛନ୍ତି । ତୁମେମାନେ ବୈକୁଣ୍ଠକୁ ମଧ୍ୟ ଜାଣିଛ । ଏହିପରି ନୁହେଁ ଯେ ତୁମେ ବୈକୁଣ୍ଠକୁ ଦେଖିନାହଁ, ବହୁତ ସନ୍ତାନ ବୈକୁଣ୍ଠର ସାକ୍ଷାତ୍କାର ମଧ୍ୟ କରିଛନ୍ତି । ସେଠାରେ କିପରି ସ୍ୱୟଂମ୍ବର ହୋଇଥାଏ, ସେଠାକାର ଭାଷା କଣ, ସବୁ କିଛି ଦେଖିଛନ୍ତି । ଅନ୍ତିମ ସମୟରେ ମଧ୍ୟ ତୁମେ ସାକ୍ଷାତ୍କାର କରିବ କିନ୍ତୁ ସାକ୍ଷାତ୍କାର ସେହିମାନେ କରିବେ ଯେଉଁମାନେ କି ଯୋଗଯୁକ୍ତ ଥିବେ । ବାକି ଯେଉଁମାନଙ୍କର ନିଜର ମିତ୍ର-ସମ୍ବନ୍ଧୀ, ଧନ-ଦୌଲତ ଆଦି ମନେ ପଡିବ ସେମାନେ କଣ ଦେଖିବେ । ସଚ୍ଚା ଯୋଗୀ ହିଁ ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବେ, ଯେଉଁମାନଙ୍କୁ ବାବା ଦେଖି ଖୁସି ହେବେ । ବର୍ତ୍ତମାନ ଫୁଲର ବଗିଚା ତିଆରି ହେଉଛି, ଏମିତି ଅନେକ ଅଛନ୍ତି ଯେଉଁମାନେ କି ୧୦-୧୫ ବର୍ଷ ରହି ମଧ୍ୟ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ଅରଖଫୁଲ ବୋଲି କୁହାଯିବ । ବହୁତ ଭଲ-ଭଲ କନ୍ୟା ଯେଉଁମାନେ କି ମାମ୍ମା-ବାବାଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶ ଆଣି ଆସୁଥିଲେ, ଡ୍ରିଲ କରାଉଥିଲେ, ସେମାନେ ମଧ୍ୟ ଆଜି ନାହାଁନ୍ତି । ଏକଥା କନ୍ୟାମାନେ ବି ଜାଣିଛନ୍ତି ବାପଦାଦା ମଧ୍ୟ ଜାଣିଛନ୍ତି ଯେ ମାୟା ବହୁତ ଶକ୍ତିଶାଳୀ । ଏହା ହେଉଛି ମାୟା ସହିତ ଗୁପ୍ତ ଲଢେଇ ବା ଗୁପ୍ତ ତୋଫାନ । ବାବା କହୁଛନ୍ତି ମାୟା ତୁମକୁ ବହୁତ ହଇରାଣ କରିବ । ଏହା ହେଉଛି ହାର-ଜିତର ଡ୍ରାମା । ତୁମର ଲଢେଇ କୌଣସି ହତିଆର ଦ୍ୱାରା ହେଉନାହିଁ । ଭାରତର ଏହି ପ୍ରାଚୀନ ଯୋଗ ତ ପ୍ରସିଦ୍ଧ ଅଟେ ଏବଂ ଏହି ଯୋଗବଳ ଦ୍ୱାରା ତୁମେ ଏହିଭଳି ହେଉଛ । ବାହୁବଳ ଦ୍ୱାରା କେହି ବିଶ୍ୱର ରାଜତ୍ୱ ନେଇପାରିବେ ନାହିଁ । ଏହି ଖେଳ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ । ଏହାର ଏକ କାହାଣୀ ମଧ୍ୟ ରହିଛି ଦୁଇ ଜଣ ବିଲେଇ ଲଢେଇ କଲେ ଲହୁଣୀ ତୃତୀୟ ଜଣକୁ ମିଳିଗଲା ବୋଲି କୁହାଯାଏ । ତେବେ ତୁମକୁ ଗୋଟିଏ ସେକେଣ୍ଡରେ ବିଶ୍ୱର ରାଜତ୍ୱ ମିଳୁଛି । କନ୍ୟାମାନେ ଏହାର ମଧ୍ୟ ସାକ୍ଷାତ୍କାର କରିଥିଲେ । କହୁଥିଲେ କୃଷ୍ଣଙ୍କୁ ଲହୁଣୀ ଖାଉଥିବାର ଦେଖିଲୁ । ବାସ୍ତବରେ ଏହାର ଭାବାର୍ଥ ହେଲା କୃଷ୍ଣ ସ୍ୱର୍ଗ ଦୁନିଆର ମାଲିକ ହେଉଛନ୍ତି । ଯୋଗବଳ ଦ୍ୱାରା ତୁମେ ବିଶ୍ୱର ରାଜତ୍ୱ ରୂପୀ ଲହୁଣୀ ନେଉଛ । ସେହି ରାଜତ୍ୱ ପାଇଁ କେତେ ଯୁଦ୍ଧ ହୋଇଥାଏ ଏବଂ ସେଥିରେ କେତେ ମୃତ୍ୟୁବରଣ କରିଥାନ୍ତି । ବର୍ତ୍ତମାନ ଏହି ପୁରୁଣା ଦୁନିଆର ହିସାବ-କିତାବ ଚୁକ୍ତ ହେବାର ଅଛି । ଏହି ଦୁନିଆର କୌଣସି ବି ଜିନିଷ ରହିବ ନାହିଁ । ବାବାଙ୍କର ଶ୍ରୀମତ ହେଲା ପିଲାମାନେ ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ.... ସେମାନେ ମାଙ୍କଡର ଏକ ଚିତ୍ର ତିଆରି କରିଦେଇଛନ୍ତି । ଆଜିକାଲି ମନୁଷ୍ୟମାନଙ୍କର ମଧ୍ୟ ଏହିଭଳି ଚିତ୍ର ତିଆରି କରୁଛନ୍ତି । ଆଗରୁ ଚୀନରୁ ହାତୀ ଦାନ୍ତର ଜିନିଷମାନ ଆସୁଥିଲା । ଚୁଡି ମଧ୍ୟ କାଚର ପିନ୍ଧୁଥିଲେ । ଏଠାରେ ଅଳଙ୍କାର ଆଦି ପିନ୍ଧିବା ପାଇଁ ନାକ କାନ ଆଦି କଣା କରୁଛନ୍ତି, ସତ୍ୟଯୁଗରେ ନାକ-କାନ ଫୋଡିବାର ଆବଶ୍ୟକତା ନାହିଁ । ଏଠାରେ ତ ମାୟା ସମସ୍ତଙ୍କର ନାକ-କାନ କାଟି ଦେଉଛି, କିନ୍ତୁ ତୁମେମାନେ ଏବେ ସ୍ୱଚ୍ଛ ପବିତ୍ର ହେଉଛ । ସତ୍ୟଯୁଗରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । କୌଣସି ପ୍ରକାର ଜିନିଷ ଲଗାଇବାର ଆବଶ୍ୟକତା ନାହିଁ । ଏଠାରେ ତ ଶରୀର ହିଁ ତମୋପ୍ରଧାନ ତତ୍ୱ ଦ୍ୱାରା ହେଉଛି, ସେଥିପାଇଁ ରୋଗ ଆଦି ହେଉଛି । ସେଠାରେ ଏସବୁ କଥା ହେବ ନାହିଁ । ଏବେ ତୁମ ଆତ୍ମା ଖୁସି ହେଉଛି ଯେ ମୋତେ ଅବିନାଶୀ ବାବା ରାଜଯୋଗର ପାଠପଢାଇ ନରରୁ ନାରାୟଣ ଅଥବା ଅମରପୁରୀର ମାଲିକ କରୁଛନ୍ତି । ସେଥିପାଇଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ ବିଷୟରେ ଜାଣିବାକୁ ହେଲେ ଗୋପ-ଗୋପୀମାନଙ୍କୁ ପଚାର । ଭକ୍ତମାନେ ଏହି କଥାକୁ ଜାଣିନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନେ କି ଏହି କଥାକୁ ସ୍ମରଣ କରି ଖୁସିରେ ରହୁଛନ୍ତି । ଅବଳାମାନଙ୍କ ଉପରେ ମଧ୍ୟ କେତେ ଅତ୍ୟାଚାର ହେଉଛି । ମହାଭାରତରେ ଦ୍ରୌପଦୀଙ୍କ ବିଷୟରେ ଯେଉଁ ଗାୟନ ରହିଛି, ସେସବୁ ବର୍ତ୍ତମାନ ବାସ୍ତବରେ ହେଉଛି । ଦ୍ରୌପଦୀ କାହିଁକି ଡାକିଲେ ? ଏକଥା ମନୁଷ୍ୟମାନେ ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି ତୁମେ ସମସ୍ତେ ହେଉଛ ଦ୍ରୌପଦୀ । ଏପରି ନୁହେଁ ଯେ ନାରୀ ସର୍ବଦା ନାରୀ ହୋଇ ଜନ୍ମ ହିଁ ନେଉଥିବ । ନା । କେବଳ ଦୁଇ ଥର ନାରୀ ହୋଇ ଜନ୍ମ ନେଇପାରିବେ, ଅଧିକ ନୁହେଁ । ମାତାମାନେ ଡାକୁଛନ୍ତି-- ବାବା ରକ୍ଷା କର, ଆମକୁ ଦୁଃଶାସନ ବିକାର ପାଇଁ ହଇରାଣ କରୁଛି, ଏହାକୁ ହିଁ କୁହାଯାଉଛି ବୈଶ୍ୟାଳୟ । ସ୍ୱର୍ଗକୁ ଶିବାଳୟ କୁହାଯାଉଛି ବେଶ୍ୟାଳୟ ରାବଣ ସ୍ଥାପନ କରୁଛି ଏବଂ ଶିବାଳୟ ଶିବବାବା ସ୍ଥାପନ କରୁଛନ୍ତି । ବାବା ତୁମକୁ ଜ୍ଞାନ ଦେଉଛନ୍ତି ସେଥିପାଇଁ ତାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି । ଏହିପରି ନୁହେଁ ଯେ ଜ୍ଞାନର ସାଗର ଅର୍ଥାତ୍ ସମସ୍ତଙ୍କର ହୃଦୟକୁ ଜାଣିଲାବାଲା । ଏହା ଦ୍ୱାରା ତାଙ୍କୁ କଣ ଫାଇଦା ମିଳିବ! ବାବା କହୁଛନ୍ତି ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମୋ ବିନା ଆଉ କେହି ଦେଇ ପାରିବେ ନାହିଁ । ମୁଁ ହିଁ ଆସି ତୁମକୁ ପାଠ ପଢାଉଛି, ତେବେ ଏକମାତ୍ର ବାବା ହିଁ ଜ୍ଞାନର ସାଗର ଅଟନ୍ତି । ଏଠାରେ ଭକ୍ତିର ପ୍ରାରବ୍ଧ ରହିଛି, ସତ୍ୟଯୁଗ-ତ୍ରେତାରେ ଭକ୍ତି ରହିବ ନାହିଁ । ପାଠପଢା ଦ୍ୱାରା ହିଁ ରାଜଧାନୀ ସ୍ଥାପନ ହେଉଛି । ପ୍ରେସିଡେଣ୍ଟଙ୍କର ଦେଖ କେତେ ମନ୍ତ୍ରୀ ଅଛନ୍ତି, ରାୟ ଦେବା ପାଇଁ ମନ୍ତ୍ରୀ ରଖିଥାନ୍ତି । କିନ୍ତୁ ସତ୍ୟଯୁଗରେ ମନ୍ତ୍ରୀ ରଖିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ବାବା ତୁମକୁ ବୁଦ୍ଧିମାନ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ବୁଦ୍ଧିମାନ ଅଟନ୍ତି । ତୁମକୁ ବାବାଙ୍କଠାରୁ ଅବିନାଶୀ ରାଜତ୍ୱ ମିଳୁଛି । ସେଥିପାଇଁ ଶିବ ଜୟନ୍ତୀ ପାଳନ କରାଯାଉଛି । ତେବେ ନିଶ୍ଚିତ ଭାବରେ ଶିବବାବା ଭାରତକୁ ଆସି ବିଶ୍ୱର ମାଲିକ କରିଯାଇଛନ୍ତି । ଏହା ତ ଲକ୍ଷ-ଲକ୍ଷ ବର୍ଷର କଥା ନୁହେଁ । ଏହା କାଲିର କଥା । ଆଚ୍ଛା, ମୁଁ ଅଧିକ କଣ ବୁଝାଇବି । ବାବା କହୁଛନ୍ତି ମନମନାଭବ । ବାସ୍ତବରେ ଏହା ହେଉଛି ଈଶାରାର ପାଠପଢା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କର ସଂପୂର୍ଣ୍ଣ ସହଯୋଗୀ ହେବା ପାଇଁ ବହୁତ ଚତୁର ବା ବୁଦ୍ଧିମାନ ହେବାକୁ ପଡିବ । ପରସ୍ପର ଭିତରେ କୌଣସି ପ୍ରକାରର ଖିଟପିଟ୍ ହେଉନଥିବ ।

(୨) ସ୍ଥାପନା ଏବଂ ବିନାଶର କର୍ତ୍ତବ୍ୟକୁ ଦେଖି ପୁରା ନିଶ୍ଚୟବୁଦ୍ଧି ହୋଇ ବାବାଙ୍କୁ ଅନୁକରଣ କରିବାକୁ ହେବ । ପୁରୁଣା ଦୁନିଆର ମୂଲ୍ୟହୀନ ଧନ ସମ୍ପତ୍ତିରୁ ବୁଦ୍ଧିଯୋଗ ତୁଟାଇ ପୂରା ଭିକାରୀ ହେବାକୁ ପଡିବ । ମିତ୍ର-ସମ୍ବନ୍ଧୀ, ଧନ-ଦୌଲତ ଆଦି ସବୁ କିଛି ଭୁଲିଯିବାକୁ ପଡିବ ।


ବରଦାନ:-
ବାବାଙ୍କର ଆଜ୍ଞା ମନେ କରି ସ୍ନେହର ସହିତ ସବୁ କଥାକୁ ସହନ କରୁଥିବା ସହନଶୀଳ ଆତ୍ମା ହୁଅ ।

କେତେକ ପିଲା କହୁଛନ୍ତି ମୁଁ ତ ଠିକ୍ ଅଛି ପୁଣି ବି ମୋତେ ହିଁ ସହନ କରିବାକୁ ପଡୁଛି, ମରିବାକୁ ପଡୁଛି କିନ୍ତୁ ଏହିଭଳି ସହନ କରିବା ବା ମରିବା ହିଁ ଧାରଣାର ସବଜେକ୍ଟ (ବିଷୟ)ରେ ନମ୍ବର ଆଗକୁ ଯିବା । ସେଥିପାଇଁ ସହନ କରିବା ପାଇଁ ବିଚଳିତ ହୁଅ ନାହିଁ । କେତେକ ପିଲା ସହନ ତ କରୁଛନ୍ତି କିନ୍ତୁ ବାଧ୍ୟତାମୂଳକ ଭାବରେ ସହନ କରିବା ଏବଂ ବାବାଙ୍କର ସ୍ନେହର ପ୍ରତିଦାନରେ ସହନ କରିବା ଅଥାତ୍ ନିଜକୁ ପରିବର୍ତ୍ତନ କରିନେବା-- ଏହି କଥାରେ ହିଁ ନମ୍ବର ମିଳିଥାଏ ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ଖୁସିର ଭୋଜନ କରିଥାନ୍ତି, ସେମାନେ ସୁସ୍ଥ ରହିଥାନ୍ତି ।