12.05.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ଏ କୂଳରୁ ସେ କୂଳକୁ ନେଇଯିବା ପାଇଁ ନାଉରିଆ ମିଳିଯାଇଛନ୍ତି, ତୁମର ପାଦ ବର୍ତ୍ତମାନ ଏହି ପୁରୁଣା ଦୁନିଆରେ ନାହିଁ, ତୁମର ନୌକାର ଲଙ୍ଗର ଉଠି ସାରିଛି ।

ପ୍ରଶ୍ନ:-
ଯାଦୁକର ବାବାଙ୍କର ଆଶ୍ଚର୍ଯ୍ୟଜନକ ଯାଦୁ କଣ ଯାହାକୁ ଅନ୍ୟ କେହି କରିପାରିବେ ନାହିଁ ?

ଉତ୍ତର:-
କଉଡି ତୁଲ୍ୟ ଆତ୍ମାକୁ ହୀରା ତୁଲ୍ୟ କରିଦେବା । ବାଗବାନ ଅର୍ଥାତ୍ ବଗିଚାର ମାଲିକ ହୋଇ କଣ୍ଟାକୁ ଫୁଲ କରିଦେବା ଏହା ବହୁତ ଆଶ୍ଚର୍ଯ୍ୟଜନକ ଜାଦୁ ଅଟେ ଯାହାକୁ ଏକମାତ୍ର ଜାଦୁକର ବାବା ହିଁ କରୁଛନ୍ତି, ଅନ୍ୟ କେହି କରିପାରିବେ ନାହିଁ । ମନୁଷ୍ୟ କେବଳ ପଇସା ରୋଜଗାର କରିବା ପାଇଁ ଜାଦୁକର ବୋଲାଉଛନ୍ତି, କିନ୍ତୁ ବାବାଙ୍କ ଭଳି ଜାଦୁ କରିପାରିବେ ନାହିଁ ।

ଓମ୍ ଶାନ୍ତି ।
ସାରା ସୃଷ୍ଟିଚକ୍ର ଅର୍ଥାତ୍ ୫ ହଜାର ବର୍ଷ ଡ୍ରାମା ଭିତରେ ବାବା ଥରେ ମାତ୍ର ହିଁ ଆସୁଛନ୍ତି । ଅନ୍ୟ କୌଣସି ସତସଙ୍ଗରେ ଏକଥା କେହି ବି ଜାଣିନଥିବେ କାରଣ ସେଠାରେ ପ୍ରବଚକ କାହାର ପିତା ନୁହଁନ୍ତି କିମ୍ବା ଶ୍ରୋତାମାନେ ତାଙ୍କର ସନ୍ତାନ ନୁହଁନ୍ତି । ବାସ୍ତବରେ ସେମାନେ ତ ତାଙ୍କର ଅନୁଗାମୀ ମଧ୍ୟ ନୁହଁନ୍ତି । ଏଠାରେ ତ ତୁମେମାନେ ବାବାଙ୍କର ସନ୍ତାନ ମଧ୍ୟ ଅଟ ବିଦ୍ୟାର୍ଥୀ ମଧ୍ୟ ଅଟ ଏବଂ ଅନୁଗାମୀ ମଧ୍ୟ ଅଟ । ବାବା ତୁମମାନଙ୍କୁ ସାଥିରେ ମଧ୍ୟ ନେଇଯିବେ । ବାବା ଏଠାରୁ ଚାଲିଗଲେ ପିଲାମାନେ ମଧ୍ୟ ଏହି ଛି-ଛି ଦୁନିଆରୁ ଯାଇ ନିଜର ଗୁଲ୍ ଗୁଲ୍ ଦୁନିଆରେ ରାଜ୍ୟ କରିବେ । ଏକଥା ତୁମମାନଙ୍କ ବୁଦ୍ଧିରେ ଆସିବା ଉଚିତ୍ । ଏହି ଶରୀର ଭିତରେ ଥିବା ଆତ୍ମା ବହୁତ ଖୁସି ହେଉଛି । ତେଣୁ ତୁମର ଆତ୍ମା ମଧ୍ୟ ବହୁତ ଖୁସି ହେବା ଦରକାର । ବେହଦର ବାବା ଆସିଛନ୍ତି ଯିଏକି ସମସ୍ତ ଆତ୍ମାମାନଙ୍କର ପିତା, ଏକଥା କେବଳ ତୁମେମାନେ ହିଁ ଜାଣିଛ । ବାକି ସାରା ଦୁନିଆରେ ତ ସମସ୍ତେ ଅଜ୍ଞାନୀ ଅଟନ୍ତି । ବାବା ବସି ବୁଝାଉଛନ୍ତି, ରାବଣ ତୁମକୁ କେତେ ଅଜ୍ଞାନୀ କରିଦେଇଛି । ବାବା ଆସି ପୁଣି ଜ୍ଞାନୀ କରୁଛନ୍ତି । ଆମକୁ ସାରା ବିଶ୍ୱ ଉପରେ ରାଜତ୍ତ୍ୱ କରିବା ଭଳି ବୁଦ୍ଧିମାନ କରିଦେଉଛନ୍ତି । ଏହି ବିଦ୍ୟାର୍ଥୀ ଜୀବନ ମଧ୍ୟ କେବଳ ଥରେ ମାତ୍ର ମିଳୁଛି, ଯେତେବେଳେ ଭଗବାନ ଆସି ପାଠ ପଢାଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ଏ କଥା ଅଛି, ବାକି ଯେଉଁମାନେ ନିଜର କର୍ମଧନ୍ଦା ଆଦିରେ ବ୍ୟସ୍ତ ରହୁଛନ୍ତି, ସେମାନଙ୍କ ବୁଦ୍ଧିରେ କେବେ ବି ଏକଥା ଆସିବ ନାହିଁ ଯେ ଏଠାରେ ଭଗବାନ ନିଜେ ଆସି ପାଠ ପଢାଉଛନ୍ତି, ତାଙ୍କୁ ନିଜର ଧନ୍ଦା ଆଦି ହିଁ ମନେ ପଡିଥାଏ । ଯେତେବେଳେ ତୁମେମାନେ ଜାଣୁଛ ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି ତେବେ କେତେ ହର୍ଷିତ ରହିବା ଉଚିତ୍, ଅନ୍ୟ ସମସ୍ତେ ହେଉଛନ୍ତି ପାଇ ପଇସାକର ସନ୍ତାନ, ତୁମେମାନେ ତ ଭଗବାନଙ୍କର ସନ୍ତାନ ହୋଇଛ, ତେଣୁ ତୁମମାନଙ୍କ ଭିତରେ ଅରସନ୍ତି ଖୁସି ରହିବା ଉଚିତ୍ । କେହି କେହି ତ ବହୁତ ହର୍ଷିତ ରହୁଛନ୍ତି । କେହି କହୁଛନ୍ତି ବାବା ମୁଁ ମୁରଲୀ ଶୁଣାଇ ପାରୁ ନାହିଁ, ଏପରି ହେଉଛି... । ଆରେ ମୁରଲୀ କଣ କଷ୍ଟକର ପାଠ । ଯେପରି ଭକ୍ତିମାର୍ଗରେ ସାଧୁ-ସନ୍ଥ ଆଦିଙ୍କୁ କେହି କେହି ପଚାରିଥାନ୍ତି ଆମେ ଈଶ୍ୱରଙ୍କ ସହିତ କିପରି ସାକ୍ଷାତ୍ କରିବୁ ? କିନ୍ତୁ ସେମାନେ ତ ଈଶ୍ୱରଙ୍କୁ ଜାଣି ନଥାନ୍ତି । କେବଳ ଅଙ୍ଗୁଳି ଦ୍ୱାରା ଇସାରା କରିବେ ଯେ ଭଗବାନଙ୍କୁ ମନେ ପକାଅ । ବାସ୍, ସେତିକି ଶୁଣି ଖୁସି ହୋଇଯାଆନ୍ତି । କିନ୍ତୁ ସେ କିଏ ଦୁନିଆରେ କେହି ବି ଜାଣି ନାହାଁନ୍ତି । ନିଜର ପିତାଙ୍କୁ କେହି ହେଲେ ଜାଣି ନାହାଁନ୍ତି । ଏହି ଡ୍ରାମା ଏପରି ତିଆରି ହୋଇଛି, ପୁଣି ମଧ୍ୟ ଭୁଲିଯିବେ । ଏପରି ନୁହେଁ ଯେ ତୁମମାନଙ୍କ ଭିତରେ ସମସ୍ତେ ରଚୟିତା ଏବଂ ରଚନାକୁ ଜାଣିଛନ୍ତି । କେବେ କେବେ ଏପରି ଚାଲିଚଳଣି ଦେଖାଇଥାନ୍ତି, ସେ କଥା ନ କହିଲେ ଭଲ । ସେହି ନିଶା ହିଁ ରହୁ ନାହିଁ । ଏବେ ତୁମ ସନ୍ତାନମାନଙ୍କର ପାଦ ଅର୍ଥାତ୍ ମନ ଯେପରି ପୁରୁଣା ଦୁନିଆରେ ନାହିଁ । ତୁମେ ଜାଣିଛ କଳିୁଯୁଗୀ ଦୁନିଆରୁ ଏବେ ପାଦ ଉଠିଯାଇଛି, ନୌକାର ଲଙ୍ଗର ଉଠିଯାଇଛି । ଏବେ ଆମେ ଯିବାକୁ ପ୍ରସ୍ତୁତ । ବାବା ଆମକୁ କେଉଁଠି ନେଇଯିବେ, ଏକଥା ମଧ୍ୟ ବୁଦ୍ଧିରେ ଅଛି କାହିଁକି ନା ବାବା ନାଉରୀ ସହିତ ବଗିଚାର ମାଲିକ ମଧ୍ୟ ଅଟନ୍ତି । କଣ୍ଟାକୁ ଫୁଲ କରୁଛନ୍ତି । ତାଙ୍କ ସଦୃଶ ମାଲିକ ଆଉ କେହି ନାହାଁନ୍ତି ଯିଏକି କଣ୍ଟାକୁ ଫୁଲ କରିଦେବେ । ଏହି ଜାଦୁ କରିବା କୌଣସି କମ୍ କଥା ନୁହେଁ । ବାବା କଉଡି ତୁଲ୍ୟ ଆତ୍ମାମାନଙ୍କୁ ହୀରାତୁଲ୍ୟ କରୁଛନ୍ତି । ଆଜି କାଲି ବହୁତ ଜାଦୁକର ବାହାରିଛନ୍ତି, ଏହା ହେଲା ଠକମାନଙ୍କର ଦୁନିଆ । ବାବା ହେଲେ ସତ୍ଗୁରୁ । ମନୁଷ୍ୟମାନେ କହୁଛନ୍ତି ମଧ୍ୟ ସତଗୁରୁ ଅକାଳ, ବହୁତ ଲଗନର ସହିତ କହୁଛନ୍ତି । ଯଦି ନିଜେ କହୁଛନ୍ତି ସତଗୁରୁ ଏକ, ସମସ୍ତଙ୍କର ସଦ୍ଗତି ଦାତା ଏକ, ପୁଣି ନିଜକୁ ଗୁରୁ ବୋଲି କୁହାଇବା ଉଚିତ୍ କି ? ନାଁ ସେମାନେ ବୁଝିପାରୁଛନ୍ତି, ନାଁ ଲୋକମାନେ କିଛି ବୁଝୁଛନ୍ତି । ଏହି ପୁରୁଣା ଦୁନିଆରେ ଆଉ କଣ ଅଛି । ପିଲାମାନେ ଏବେ ଜାଣୁଛନ୍ତି ଯେ ବାବା ଆମ ପାଇଁ ନୂଆ ଘର ତିଆରି କରୁଛନ୍ତି, ତେବେ ଏପରି କିଏ ଅଛି ଯିଏକି ନୂଆ ଘରକୁ ଘୃଣା ଏବଂ ପୁରୁଣା ଘର ପ୍ରତି ପ୍ରୀତି ରଖିବ । ସମସ୍ତଙ୍କ ବୁଦ୍ଧିରେ ନୂଆ ଘର ହିଁ ମନେ ରହିବ । ତୁମେମାନେ ଏବେ ବେହଦ ବାବାଙ୍କର ସନ୍ତାନ ହୋଇଛ ତେଣୁ ତୁମର ସ୍ମୃତିରେ ରହିବା ଉଚିତ୍ ଯେ ବାବା ଆମ ପାଇଁ ନୁଆ ଦୁନିଆର ସ୍ଥାପନା କରୁଛନ୍ତି । ଆମେମାନେ ସେହି ନୂଆ ଦୁନିଆକୁ ଯିବା । ସେହି ନୂଆ ଦୁନିଆର ଅନେକ ନାମ ରହିଛି । ସତ୍ୟଯୁଗ, ହେଭେନ୍, ପାରାଡାଇଜ୍, ବୈକୁଣ୍ଠ ଆଦି... ତୁମର ବୁଦ୍ଧି ଏବେ ପୁରୁଣା ଦୁନିଆରୁ ହଟିଗଲାଣି,କାହିଁକି ନା ପୁରୁଣା ଦୁନିଆରେ କେବଳ ଦୁଃଖ ହିଁ ଦୁଃଖ ରହିଛି । ଏହାର ନାମ ହେଉଛି ନର୍କ, କଣ୍ଟାର ଜଙ୍ଗଲ, ରୌରବ ନର୍କ, କଂସପୁରୀ । କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ଜାଣି ନାହାଁନ୍ତି । କାରଣ ସମସ୍ତଙ୍କର ବୁଦ୍ଧି ଏବେ ପଥର ହୋଇଯାଇଛି ନା । ଭାରତର ଦେଖ କଣ ଅବସ୍ଥା ହୋଇଛି । ବାବା କହୁଛନ୍ତି ବର୍ତ୍ତମାନ ସମସ୍ତେ ପଥର ବୁଦ୍ଧି ଅଟନ୍ତି । ସତ୍ୟଯୁଗରେ ସମସ୍ତେ ପାରସ ବୁଦ୍ଧି ହେବେ, ଯଥା ରାଜାରାଣୀ ତଥା ପ୍ରଜା ହେବେ । ଏଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି ସେଥିପାଇଁ ସମସ୍ତଙ୍କର ଷ୍ଟାମ୍ପ୍ ତିଆରି କରୁଛନ୍ତି ।

ତୁମମାନଙ୍କ ବୁଦ୍ଧିରେ ଏକଥା ମନେ ରହିବା ଉଚିତ୍ ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛନ୍ତି ବାବା । ପୁଣି ଦ୍ୱିତୀୟ ନମ୍ବରରେ ଶ୍ରେଷ୍ଠ କିଏ ? ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର କୌଣସି ମହିମା କରୁନାହାଁନ୍ତି । ଶଙ୍କରଙ୍କର ପୋଷାକପତ୍ର ଆଦି କିପରି କରି ଦେଇଛନ୍ତି । କହିଦେଉଛନ୍ତି ଇଏ ଭାଙ୍ଗ ପିଉଛନ୍ତି, ଧତୁରା ଅର୍ଥାତ୍ ଦୁର୍ଦ୍ଦୁରା ଖାଉଛନ୍ତି... ତେବେ ଏହା ତ ଅପମାନ ହେଲା ନା । ବାସ୍ତବରେ ଏପରି କଥା କିଛି ନାହିଁ, ଏମାନେ ନିଜର ଧର୍ମକୁ ହିଁ ଭୁଲିଯାଇଛନ୍ତି । ଦେବତାମାନଙ୍କ ପାଇଁ ମଧ୍ୟ କଣ-କଣ କହୁଛନ୍ତି, କେତେ ଅପମାନିତ କରୁଛନ୍ତି । ବାବା କହୁଛନ୍ତି ମୋତେ ମଧ୍ୟ ଅପମାନିତ କରୁଛନ୍ତି ତ ଶଙ୍କର ଏବଂ ବ୍ରହ୍ମାଙ୍କୁ ମଧ୍ୟ ଅପମାନିତ କରୁଛନ୍ତି । ବିଷ୍ଣୁଙ୍କର କୌଣସି ଅପମାନ ହେଉନାହିଁ । ବାସ୍ତବରେ ଗୁପ୍ତରେ ତାଙ୍କର ମଧ୍ୟ କରୁଛନ୍ତି, କାହିଁକି ନା ବିଷ୍ଣୁ ହିଁ ରାଧା-କୃଷ୍ଣ ଅଟନ୍ତି । ତେବେ କୃଷ୍ଣ ତ ଛୋଟ ପିଲା ଏବଂ ଛୋଟ ପିଲା ମହାତ୍ମାଙ୍କଠାରୁ ମଧ୍ୟ ଉଚ୍ଚ ବୋଲି ଗାୟନ ରହିଛି । ଏହି ବ୍ରହ୍ମା ପରେ ସନ୍ନ୍ୟାସ କରୁଛନ୍ତି, ସିଏ ତ ଛୋଟ ପିଲା ତେଣୁ ସିଏ ପବିତ୍ର ଅଟନ୍ତି, ପାପ ଇତ୍ୟାଦିକୁ ଜାଣି ହିଁ ନାହାଁନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବବାବା, କିନ୍ତୁ ବିଚରାଙ୍କୁ ଜଣା ନାହିଁ ଯେ ପ୍ରଜାପିତା ବ୍ରହ୍ମା ବାସ୍ତବରେ କେଉଁଠି ରହିବା ଉଚିତ୍ । ପ୍ରଜାପିତା ବ୍ରହ୍ମାଙ୍କୁ ଶରୀରଧାରୀ ମଧ୍ୟ ଦେଖାଉଛନ୍ତି । ଆଜମେର (ପୁଷ୍କର)ରେ ତାଙ୍କର ମନ୍ଦିର ମଧ୍ୟ ଅଛି । ବ୍ରହ୍ମାଙ୍କର ଦାଢୀ ନିଶ ଦେଖାଉଛନ୍ତି, ଶଙ୍କର ଅଥବା ବିଷ୍ଣୁଙ୍କର ଦେଖାଉ ନାହାଁନ୍ତି । ତେବେ ଏସବୁ ବୁଦ୍ଧିର କଥା । ପ୍ରଜାପିତା ବ୍ରହ୍ମା ସୂକ୍ଷ୍ମଲୋକରେ କିପରି ରହିବେ! ସିଏ ତ ଏଠାରେ ରହିବା ଉଚିତ୍ । ବର୍ତ୍ତମାନ ବ୍ରହ୍ମାଙ୍କର କେତେ ସନ୍ତାନ ରହିଛନ୍ତି ? ଲେଖାଯାଇଛି ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଏତେ ସଂଖ୍ୟକ ଅଛନ୍ତି ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମା ମଧ୍ୟ ଥିବେ ଏବଂ ସିଏ ଚୈତନ୍ୟ ହୋଇଥିବାରୁ ନିଶ୍ଚିତ କିଛି କର୍ମ ମଧ୍ୟ କରୁଥିବେ । କଣ ପ୍ରଜାପିତା ବ୍ରହ୍ମା କେବଳ ସନ୍ତାନ ସୃଷ୍ଟି କରୁଛନ୍ତି ନା ଆଉ କିଛି ମଧ୍ୟ କରୁଛନ୍ତି । ଆଦିଦେବ ବ୍ରହ୍ମା ଏବଂ ଆଦି ଦେବୀ ସରସ୍ୱତୀ ବୋଲି କହୁଛନ୍ତି, କିନ୍ତୁ ତାଙ୍କର ପାର୍ଟ କଣ, ଏକଥା କାହାକୁ ଜଣା ନାହିଁ । ଯେହେତୁ ସିଏ ରଚୟିତା ତେବେ ନିଶ୍ଚିତ ଏଠାକୁ ଆସି ରଚନା କରି ଯାଇଛନ୍ତି । ନିଶ୍ଚିତ ଭାବରେ ବ୍ରାହ୍ମଣମାନଙ୍କୁ ଶିବବାବା ଆଡପ୍ଟ ଅର୍ଥାତ୍ ପୋଷ୍ୟ କରିଥିବେ । ନଚେତ୍ ବ୍ରହ୍ମା କେଉଁଠାରୁ ଆସିଲେ ? ଏହା ନୂଆ କଥା ଅଟେ ନା । ଯେପର୍ଯ୍ୟନ୍ତ ବାବା ନ ଆସିଛନ୍ତି ସେପର୍ଯ୍ୟନ୍ତ କେହି ଏକଥାକୁ ଜାଣିପାରିବେ ନାହିଁ । ଯାହାଙ୍କର ଯେଉଁ ପାର୍ଟ ରହିଛି ତାହା ହିଁ କରୁଛନ୍ତି । ବୁଦ୍ଧଦେବ କଣ ପାର୍ଟ କରିଲେ, କେବେ ଆସିଲେ, ଏଠାରେ ଆସି କଣ କରିଲେ... କେହି ବି ଜାଣି ନାହାଁନ୍ତି । ତୁମେ ଏବେ ଜାଣୁଛ ଯେ ସିଏ କଣ ? ସେ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି କି ? ନାଁ । ସିଏ ସମସ୍ତଙ୍କୁ ସଦ୍ଗତି ଦେଇପାରିବେ ନାହିଁ । ସେ କେବଳ ନିଜର ଧର୍ମର ରଚୟିତା ଅଟନ୍ତି, ଗୁରୁ ନୁହଁନ୍ତି । ବାବା ସନ୍ତାନମାନଙ୍କୁ ରଚନା କରୁଛନ୍ତି । ପୁଣି ପାଠ ମଧ୍ୟ ପଢାଉଛନ୍ତି । ତେଣୁ ସିଏ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ଅନ୍ୟ କାହାକୁ କୁହାଯାଇପାରିବ ନାହିଁ ଯେ ତୁମେ ପାଠ ପଢାଅ । ଆଉ କାହା ପାଖରେ ଏହି ଜ୍ଞାନ ହିଁ ନାହିଁ । ଏକମାତ୍ର ବେହଦର ବାବା ହିଁ ଜ୍ଞାନର ସାଗର ଅଟନ୍ତି । ତେବେ ନିଶ୍ଚିତ ସିଏ ଜ୍ଞାନ ଶୁଣାଇବେ । ତେବେ ବାବା ହିଁ ସ୍ୱର୍ଗର ରାଜ୍ୟ-ଭାଗ୍ୟ ଦେଇଥିଲେ । ଏବେ ପୁଣି ଥରେ ଦେଉଛନ୍ତି । ବାବା କହୁଛନ୍ତି ତୁମେ ପୁଣି ଥରେ ୫ ହଜାର ବର୍ଷ ପରେ ଆସି ମୋ ସହିତ ମିଳନ କରୁଛ । ପିଲାମାନେ ଭିତରେ ଭିତରେ କେତେ ଖୁସି ହେଉଛନ୍ତି ଯେ ଯାହାକୁ ସାରା ଦୁନିଆ ଖୋଜୁଛି, ସେ ଆମକୁ ମିଳିଗଲେ । ବାବା କହୁଛନ୍ତି ପିଲାମାନେ ତୁମେ ପୁଣି ୫ ହଜାର ବର୍ଷ ପରେ ପୁନର୍ବାର ଆସି ମୋ ସହିତ ମିଳନ କରୁଛ । ପିଲାମାନେ କହୁଛନ୍ତି ହଁ ବାବା, ଆମେ ଆପଣଙ୍କ ସହିତ ଅନେକ ଥର ଆସି ମିଶିଛୁ । କେହି ଯେତେ ମାରିଲେ - ପିଟିଲେ ମଧ୍ୟ ତୁମମାନଙ୍କ ଭିତରେ ଏହି ଖୁସି ରହୁଛି ନା । ଶିବବାବାଙ୍କ ସହିତ ମିଶିବାର ସ୍ମୃତି ତ ଅଛି ନା । ଯୋଗବଳ ଦ୍ୱାରା ହିଁ ଅନେକ ପାପ କଟୁଛି । ଅବଳା ତଥା ବନ୍ଧନରେ ଥିବା ଆତ୍ମାମାନଙ୍କର ଆହୁରି ଅଧିକ ପାପ କଟୁଛି କାହିଁକି ନା ସେମାନେ ଅଧିକ ଶିବବାବାଙ୍କୁ ସ୍ମରଣ କରୁଛନ୍ତି । ସେମାନଙ୍କ ଉପରେ ଅତ୍ୟାଚାର ହେଉଛି ତେଣୁ ସେମାନଙ୍କର ବୁଦ୍ଧି ଶିବବାବାଙ୍କ ଆଡକୁ ଚାଲିଯାଉଛି । ଶିବବାବା ରକ୍ଷା କର । ତେବେ ବାବାଙ୍କୁ ମନେ ପକାଇବା ତ ଭଲ କଥା ନା । ପ୍ରତିଦିନ ପଛକେ ମାଡଖାଅ କିନ୍ତୁ ଶିବବାବାଙ୍କୁ ମନେ ପକାଇବାରେ ତ କଲ୍ୟାଣ ଅଛି ନା । ଏହିଭଳି ମାଡକୁ ତ ଆଦରି ନେବା ଦରକାର । ମାଡ ଖାଇଲେ ବାବା ମନେ ପଡୁଛନ୍ତି । ଭକ୍ତିରେ କହୁଛନ୍ତି ମୁଖରେ ଗଙ୍ଗା ଜଳ ରହୁ, ଗଙ୍ଗା କୂଳରେ ଥାଉ, ତେବେ ଶରୀରରୁ ପ୍ରାଣ ବାହାରିଯାଉ । ତୁମମାନଙ୍କ ଉପରେ ଯେତେବେଳେ ଅତ୍ୟାଚାର ହେଉଛି ସେତେବେଳେ ବୁଦ୍ଧିରେ ବାବା ଏବଂ ବାଦଶାହୀ ବୁଦ୍ଧିରେ ରହୁ । ବାସ୍, ବାବା ବାବା କହିବା ଦ୍ୱାରା ବର୍ସା ଅର୍ଥାତ୍ ସମ୍ପତ୍ତି ନିଶ୍ଚିତ ମନେ ପଡିବ । ଏପରି କେହି ବି ନଥିବେ, ଯାହାଙ୍କର ବାବା ବାବା କହିବା ଦ୍ୱାରା ବର୍ସା ମନେ ନ ପଡିବ । ବାବା ମନେ ପଡିବା ସହିତ ସମ୍ପତ୍ତି ମଧ୍ୟ ନିଶ୍ଚୟ ମନେ ପଡିବ । ତୁମକୁ ମଧ୍ୟ ଶିବବାବାଙ୍କ ସହିତ ବର୍ସା ମଧ୍ୟ ନିଶ୍ଚୟ ମନେ ପଡିବ । ସେମାନେ ତୁମକୁ ବିକାର ପାଇଁ ମାଡ ଦେଇ ଶିବବାବାଙ୍କର ସ୍ମରଣ କରାଇ ଦେଉଛନ୍ତି । ତୁମେ ବାବାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛ ତୁମର ପାପ କଟିଯାଉଛି, ଏଥିରେ ମଧ୍ୟ ଡ୍ରାମାରେ ତୁମ ପାଇଁ ଗୁପ୍ତ କଲ୍ୟାଣ ରହିଛି । ଯେପରି କୁହାଯାଉଛି ମହାଭାରୀ ଲଢେଇ କଲ୍ୟାଣକାରୀ ଅଟେ ସେହିପରି ଏହି ମାଡ ମଧ୍ୟ ତୁମ ପାଇଁ ଭଲ ନା ।

ଆଜିକାଲି ପିଲାମାନଙ୍କର ପ୍ରଦର୍ଶନୀ ଏବଂ ମେଳାର ସେବା କରିବାରେ ବହୁତ ଉମଙ୍ଗ-ଉତ୍ସାହ ରହିଛି । ବିଶ୍ୱ ନବ ନିର୍ମାଣ ପ୍ରଦର୍ଶନୀ ଲେଖା ସହିତ ଲେଖିଦିଅ ଗେଟ୍ ୱେ ଟୁ ହେଭେନ୍ ଅର୍ଥାତ୍ ସ୍ୱର୍ଗକୁ ଯିବାର ରାସ୍ତା । ସେଥିରେ ଉଭୟ ଶବ୍ଦ ରହିବା ଉଚିତ୍ । ନୂଆ ଦୁନିଆ କିପରି ସ୍ଥାପନ ହେଉଛି, ତାର ପ୍ରଦର୍ଶନୀ ଲାଗିଛି ତେବେ ମନୁଷ୍ୟମାନେ ଶୁଣି ଖୁସି ହେବେ । ନୂଆ ଦୁନିଆର ସ୍ଥାପନା କିପରି ହେଉଛି, ସେଥିପାଇଁ ଏହି ଚିତ୍ର ତିଆରି କରିଛନ୍ତି । ଆସି ଦେଖ । ଗେଟ୍ ୱେ ଟୁ ନ୍ୟୁ ୱାଲ୍ଡ, ଏହି ଶବ୍ଦ ଲେଖିଲେ ମଧ୍ୟ ଠିକ୍ ହେବ । ଏହି ଲଢେଇ ଦ୍ୱାରା ଗେଟ୍ ଖୋଲୁଛି । ଗୀତାରେ ମଧ୍ୟ ଅଛି ଭଗବାନ ଆସିଥିଲେ, ଆସି ରାଜଯୋଗ ଶିଖାଇଥିଲେ । ମନୁଷ୍ୟରୁ ଦେବତା କରିଲେ ତେବେ ନିଶ୍ଚିତ ନୂଆ ଦୁନିଆର ସ୍ଥାପନା ହୋଇଥିବ । ମନୁଷ୍ୟ ଚନ୍ଦ୍ରକୁ ଯିବା ପାଇଁ କେତେ ଚେଷ୍ଟା କରୁଛନ୍ତି, ସେଠାରେ ଯାଇ ଦେଖୁଛନ୍ତି ଚାରିଆଡେ କେବଳ ଧରିତ୍ରୀ ହିଁ ଧରିତ୍ରୀ ଖାଲିସ୍ଥାନ ରହିଛି । କୌଣସି ମନୁଷ୍ୟ ଦେଖିବାକୁ ମିଳୁନାହାଁନ୍ତି । ଏତିକି ହିଁ ଶୁଣାଉଛନ୍ତି । ଏଥିରେ ଫାଇଦା କଣ! ଏବେ ତୁମେ ପ୍ରକୃତ ସାଇଲେନ୍ସ ଅର୍ଥାତ୍ ଶାନ୍ତିକୁ ପ୍ରାପ୍ତ କରୁଛ ନା । ତୁମେମାନେ ଅଶରୀରୀ ହୋଇଯାଉଛ । ତାହା ହେଉଛି ସାଇଲେନ୍ସ ୱାଲ୍ଡ ଅର୍ଥାତ୍ ଶାନ୍ତିଧାମ । ଏବେ ତୁମେମାନେ ମୃତ୍ୟୁ ଚାହୁଁଛ । ଏଠାରେ ଶରୀର ତ୍ୟାଗ କରି ଯିବାକୁ ଚାହୁଁଛ । ବାବାଙ୍କୁ ମଧ୍ୟ ତୁମେମାନେ ମୃତ୍ୟୁ ପାଇଁ ହିଁ ଡାକୁଛ । ଏଠାକୁ ଆସ, ଆସି ନିଜ ସାଥିରେ ଆମମାନଙ୍କୁ ମୁକ୍ତି-ଜୀବନମୁକ୍ତିକୁ ନେଇଯାଅ । କିନ୍ତୁ ବୁଝିପାରୁ ନାହାଁନ୍ତି, ଯେ ପତିତ-ପାବନ ଆସିବେ ଅର୍ଥାତ୍ ଆମେ କାଳର କାଳଙ୍କୁ ଡାକୁଛୁ । ଏବେ ତୁମେ ଜାଣୁଛ ବାବା ଆସିଛନ୍ତି, କହୁଛନ୍ତି ଘରକୁ ଚାଲ ଏବଂ ଆମେ ଘରକୁ ଯାଉଛୁ । ବୁଦ୍ଧି ତ କାମ କରୁଛି ନା । କିନ୍ତୁ କେତେକ ସନ୍ତାନ ଅଛନ୍ତି ଯାହାଙ୍କର ବୁଦ୍ଧି ଧନ୍ଦା ଆଡକୁ ଦୌଡୁଛି । ଅମୁକ ବିମାର ଅଛି, ତାର କଣ ହୋଇଥିବ । ଅନେକ ପ୍ରକାରର ସଂକଳ୍ପ ବିକଳ୍ପ ଆସିଯାଉଛି । ବାବା କହୁଛନ୍ତି ତୁମେମାନେ ଏଠାରେ ବସିଛ, କିନ୍ତୁ ତୁମମାନଙ୍କର ବୁଦ୍ଧି ବାବା ଏବଂ ବର୍ସା ଆଡକୁ ରହୁ । ତେବେ ଏସବୁ ଆତ୍ମା ହିଁ ସ୍ମରଣ କରୁଛି ନା । ଧରିନିଅ କାହାର ସନ୍ତାନ ଲଣ୍ଡନରେ ଅଛି, ସମାଚାର ଆସିଲା ବିମାର ଅଛି । ବାସ୍, ବୁଦ୍ଧି ସେଠାକୁ ଦୌଡିବ । ପୁଣି ଜ୍ଞାନ ବୁଦ୍ଧିରେ ରହିପାରିବ ନାହିଁ । ଏଠାରେ ଥାଇ ମଧ୍ୟ ବୁଦ୍ଧିରେ ତାର ସ୍ମୃତି ଆସିବ । କାହାର ସ୍ୱାମୀ, ବେମାର ହେଲେ ସ୍ତ୍ରୀ ମନ ଆନ୍ଦୋଳିତ ହୋଇଥାଏ । ତେବେ ବୁଦ୍ଧି ତ ଯାଉଛି ନା । ସେହିପରି ତୁମେମାନେ ମଧ୍ୟ ଏଠାରେ ଥାଇ ସବୁକିଛି କରି ମଧ୍ୟ ଶିବବାବାଙ୍କୁ ମନେ ପକାଅ । ତେବେ ମଧ୍ୟ ଅହୋ ସୌଭାଗ୍ୟ । ଯେପରି ସେମାନେ ପତିକୁ ଅଥବା ଗୁରୁଙ୍କୁ ମନେ ପକାଉଛନ୍ତି, ସେହିପରି ତୁମେମାନେ ବାବାଙ୍କୁ ମନେ ପକାଅ । ତୁମେମାନେ ନିଜର ଗୋଟିଏ ମିନିଟ୍ ମଧ୍ୟ ନଷ୍ଟ କରିବା ଉଚିତ୍ ନୁହେଁ । ବାବାଙ୍କୁ ଯେତେ ସ୍ମରଣ କରିବ, ସେବା କରିଲେ ମଧ୍ୟ ବାବାଙ୍କ ସ୍ମୃତି ଆସିବ । ବାବା କହୁଛନ୍ତି ମୋର ଭକ୍ତମାନଙ୍କୁ ବୁଝାଅ । ଏକଥା କିଏ କହୁଛନ୍ତି ? ଶିବବାବା । କୃଷ୍ଣଙ୍କ ଭକ୍ତମାନଙ୍କୁ କଣ ବୁଝାଇବ! ତାଙ୍କୁ କୁହ କୃଷ୍ଣ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ମାନିବେ ? କ୍ରିଏଟର୍ ହେଉଛନ୍ତି ଗଡ୍ ଫାଦର, ଶ୍ରୀକୃଷ୍ଣ ନୁହଁନ୍ତି । ପରମପିତା ପରମାତ୍ମା ହିଁ ପୁରୁଣା ଦୁନିଆକୁ ନୂଆ କରୁଛନ୍ତି, ଏକଥାକୁ ସେମାନେ ମାନିବେ । ଦୁନିଆ ନୂଆରୁ ପୁରୁଣା, ପୁରୁଣାରୁ ପୁଣି ନୂଆ ହେଉଛି । କେବଳ ଯୁଗର ସମୟ ଅଧିକ ଲେଖି ଦେଇଛନ୍ତି କାରଣ ମନୁଷ୍ୟମାନେ ଅଜ୍ଞାନତା ରୂପି ଘୋର ଅନ୍ଧାକାର ଭିତରେ ଅଛନ୍ତି । ତୁମ ପାଇଁ ଏବେ ହାତ ପାଖରେ ସ୍ୱର୍ଗ ରହିଛି । ବାବା କହୁଛନ୍ତି ମୁଁ ତୁମକୁ ସେହି ସ୍ୱର୍ଗର ମାଲିକ କରିବାକୁ ଆସିଛି । ହେବ ? କହୁଛନ୍ତି ବାହା, କାହିଁକି ହେବୁ ନାହିଁ । ଆଚ୍ଛା, ତେବେ ମୋତେ ମନେ ପକାଅ, ପବିତ୍ର ହୁଅ । ଯୋଗବଳ ଦ୍ୱାରା ହିଁ ପାପ ଭସ୍ମ ହେବ । ତୁମେ ଜାଣିଛ ବିକର୍ମର ବୋଝ, ତୁମ ଆତ୍ମାରେ ଅଛି, ଶରୀରରେ ନୁହେଁ । ଯଦି ଶରୀରରେ ବୋଝ ଥାନ୍ତା ତେବେ ଯେତେବେଳେ ଶରୀରକୁ ନିଆଁରେ ଜଳାଉଛନ୍ତି ସେତେବେଳେ ପାପ ମଧ୍ୟ ଜଳିଯାଇଥାନ୍ତା । ଆତ୍ମା ଅବିନାଶୀ, କେବଳ ଏଥିରେ ହିଁ ଖାଦ ପଡୁଛି । ଯାହାକୁ ବାହାର କରିବା ପାଇଁ ବାବା ଏକମାତ୍ର ଉପାୟ ବତାଉଛନ୍ତି ଯେ ମୋତେ ମନେ ପକାଅ । ତେବେ ପତିତରୁ ପାବନ ହେବାର ଉପାୟ କେତେ ଭଲ । ମନ୍ଦିରର ନିର୍ମାତା ଶିବଙ୍କର ପୂଜାରୀ ମଧ୍ୟ ଭକ୍ତ ଅଟନ୍ତି ନା । ପୂଜାରୀମାନଙ୍କୁ ପୂଜ୍ୟ କୁହାଯାଇ ପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯାହାଙ୍କୁ ସାରା ଦୁନିଆ ଖୋଜୁଛି, ସେହି ବାବା ଆମକୁ ମିଳି ଯାଇଛନ୍ତି -- ଏହି ଖୁସିରେ ରହିବାକୁ ହେବ । ଯୋଗ ଦ୍ୱାରା ହିଁ ପାପ କଟିଥାଏ ସେଥିପାଇଁ ଯେକୌଣସି ପରିସ୍ଥିତିରେ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାକୁ ହେବ । ଗୋଟିଏ ମିନିଟ୍ ମଧ୍ୟ ନିଜର ସମୟକୁ ନଷ୍ଟ କରିବା ଉଚିତ୍ ନୁହେଁ ।

(୨) ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଲଙ୍ଗର ଉଠାଇ ଦେବାକୁ ହେବ । ବାବା ଆମ ପାଇଁ ନୂଆ ଘର ତିଆରି କରୁଛନ୍ତି । ଏହା ହେଉଛି ରୌରବ ନର୍କ ବା କଂସପୁରୀ, ଆମେ ବୈକୁଣ୍ଠ ପୁରୀକୁ ଯାଉଛୁ । ସର୍ବଦା ଏହି ସ୍ମୃତିରେ ରହିବାକୁ ହେବ ।

ବରଦାନ:-
ଚାଲିବା ବୁଲିବା ସମୟରେ ଫରିସ୍ତା ସ୍ୱରୂପର ସାକ୍ଷାତ୍କାର କରାଉଥିବା ସାକ୍ଷାତ୍କାରମୂରତ ହୁଅ ।

ଯେପରି ଆରମ୍ଭ ସମୟରେ ବ୍ରହ୍ମାବାବାଙ୍କର ରୂପ ବେଳେ ବେଳେ ଅର୍ନ୍ତଧ୍ୟାନ ହୋଇଯାଉଥିଲା ଏବଂ ଶ୍ରୀକୃଷ୍ଣଙ୍କର ରୂପ ଦେଖାଯାଉଥିଲା ଏବଂ ଏହି ସାକ୍ଷାତ୍କାର ହିଁ ସମସ୍ତଙ୍କୁ ସବୁକିଛି ତ୍ୟାଗ କରାଇଦେଲା । ସେହିଭଳି ବର୍ତ୍ତମାନ ମଧ୍ୟ ସାକ୍ଷାତ୍କାର ଦ୍ୱାରା ସେବା ହେବା ଆବଶ୍ୟକ । ଯେତେବେଳେ ସାକ୍ଷାତ୍କାର ଦ୍ୱାରା ପ୍ରାପ୍ତିର ଅନୁଭୂତି କରିବେ ସେତେବେଳେ ବାବାଙ୍କର ନ ହୋଇ ରହିପାରିବେ ନାହିଁ । ସେଥିପାଇଁ ଚାଲିବା-ବୁଲିବା ସମୟରେ ନିଜର ଫରିସ୍ତା ସ୍ୱରୂପର ସାକ୍ଷାତ୍କାର କରାଅ । ଭାଷଣ କରିବାବାଲା ବହୁତ ଅଛନ୍ତି କିନ୍ତୁ ତୁମେ ଅନୁଭୂତି କରାଇଲାବାଲା ହୁଅ -- ତେବେ ଜାଣିବେ ଯେ ଏମାନେ ଆଲ୍ଲାଙ୍କର ସନ୍ତାନ ।

ସ୍ଲୋଗାନ:-
ସର୍ବଦା ଆତ୍ମିକ ମଉଜର ଅନୁଭବ କରୁଥାଅ ତେବେ କେବେ ବି ଦ୍ୱନ୍ଦ୍ୱରେ ପଡିବ ନାହିଁ ।