12.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ବର୍ତ୍ତମାନ ସମୟରେ ବୁଢା, ପିଲା, ଯବାନ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା କାହିଁକି ନା ସମସ୍ତଙ୍କୁ ବାଣୀରୁ ଊର୍ଦ୍ଧ୍ୱ ମୁକ୍ତିଧାମକୁ ଯିବାକୁ ହେବ, ତୁମେ ସେମାନଙ୍କୁ ଘରର ରାସ୍ତା ବତାଅ ।

ପ୍ରଶ୍ନ:-
ବାବାଙ୍କର ଶ୍ରୀମତ ପ୍ରତ୍ୟେକଙ୍କ ପ୍ରତି ଅଲଗା-ଅଲଗା, ଏକାପରି ନୁହେଁ - କାହିଁକି?

ଉତ୍ତର:-
କାହିଁକି ନା ବାବା ପ୍ରତ୍ୟେକ ପିଲାର ନାଡି ଦେଖି, ପରିସ୍ଥିତିକୁ ଦେଖି ଶ୍ରୀମତ ଦେଇଥାନ୍ତି । ଧରିନିଅ କେହି ନିର୍ବନ୍ଧନ ବୁଢା ଅଥବା କୁମାରୀ ଅଟନ୍ତି, ଯୋଗ୍ୟ ସେବାଧାରୀ ଅଟନ୍ତି ତେବେ ବାବା ରାୟ ଦେବେ ଯେ ଏହି ସେବାରେ ସଂପୂର୍ଣ୍ଣ ରୂପରେ ଲାଗିଯାଅ । ବାକି ସମସ୍ତଙ୍କୁ ତ ଏଠାକୁ ଆଣି ବସାଇ ଦେବେ ନାହିଁ । ଯାହା ପ୍ରତି ବାବାଙ୍କର ଯେଉଁ ଶ୍ରୀମତ ମିଳିଥାଏ ସେଥିରେ କଲ୍ୟାଣ ରହିଥାଏ । ଯେପରି ମମ୍ମା, ବାବା, ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି ସେହିପରି ଅନୁକରଣ କରି ତାଙ୍କ ସଦୃଶ ସେବା କରି ବର୍ସା ନେବାକୁ ହେବ ।

ଗୀତ:-
ଭୋଲେନାଥ ସେ ନିରାଲା...

ଓମ୍ ଶାନ୍ତି ।
ମିଠା ମିଠା ସିକିଲଧେ ପିଲାମାନେ ଗୀତ ଶୁଣିଲେ । ଶିବଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହାଯାଏ । ବାକି ଯିଏ ଡମ୍ବରୁ ବଜାଉଛନ୍ତି ତାଙ୍କୁ ଶଙ୍କର ବୋଲି କହିଦେଉଛନ୍ତି । ଏଠାରେ ବହୁତ ଆଶ୍ରମ ରହିଛି, ଯେଉଁଠାରେ ବେଦ, ଶାସ୍ତ୍ର, ଉପନିଷେଦ ଆଦି ଶୁଣାଉଛନ୍ତି, ତେବେ ତାହା ମଧ୍ୟ ଯେପରି ଡମ୍ବରୁ ବଜାଉଛନ୍ତି । କେତେକ ଆଶ୍ରମ ଅଛି ଯେଉଁଠାରେ ମନୁଷ୍ୟମାନେ ଯାଇ ରହିଥାଆନ୍ତି । କିନ୍ତୁ ସେମାନଙ୍କର କୌଣସି ପ୍ରକାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନଥାଏ । ସେମାନେ ଭାବନ୍ତି ଯେ ଗୁରୁ ଆମକୁ ବାଣୀରୁ ଊର୍ଦ୍ଧ୍ୱ ଶାନ୍ତିଧାମକୁ ନେଇଯିବେ । ଏହି ଭାବନାରେ ଯାଇ ରହିଥାନ୍ତି ଯେ, ଏହିଠାରେ ହିଁ ପ୍ରାଣ ତ୍ୟାଗ କରିବୁ; କିନ୍ତୁ ବାସ୍ତବରେ ଘରକୁ ତ କେହି ବି ଯାଇପାରିବେ ନାହିଁ । ସେମାନେ ତ ନିଜ-ନିଜର ଭକ୍ତି ଆଦି ଶିଖାଇଥାନ୍ତି । ଏଠାରେ ତ ପିଲାମାନେ ଜାଣିଛନ୍ତି ଯେ, ଏହା ହେଉଛି ସଚ୍ଚା-ସଚ୍ଚା ବାନପ୍ରସ୍ଥ । ପିଲା, ବୁଢା, ଯବାନ ସମସ୍ତେ ବାନପ୍ରସ୍ଥୀ ଅଟନ୍ତି । ସମସ୍ତେ ମୁକ୍ତିଧାମକୁ ଯିବା ପାଇଁ ପୁରୁଷାର୍ଥ କରାଉଛନ୍ତି । ଏପରି ଆଉ କେହି ନଥିବେ ଯିଏକି ସଦ୍ଗତି ଅଥବା ବାଣୀରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ରାସ୍ତା ବତାଇବେ । ଗତି ସଦଗତି ଦାତା କେବଳ ଜଣେ । ବାବା ଏପରି କହୁନାହାଁନ୍ତି ଯେ, ଗୃହସ୍ଥ ବ୍ୟବହାରକୁ ଛାଡି ଏଠାରେ ଆସି ବସିଯାଅ । ହଁ, ଯେଉଁମାନେ ଯୋଗ୍ୟ ସେବାଧାରୀ ସେମାନଙ୍କୁ ରଖାଯାଇ ପାରିବ । ଅନ୍ୟମାନଙ୍କୁ ମଧ୍ୟ ବାନପ୍ରସ୍ଥର ରାସ୍ତା ବତାଇବାକୁ ହେବ କାହିଁକି ନା ଏବେ ସମସ୍ତଙ୍କର ବାଣୀରୁ ଊର୍ଦ୍ଧ୍ୱକୁ ଯିବାର ସମୟ ଆସିଛି । ଏକମାତ୍ର ହିଁ ବାବା ବାନପ୍ରସ୍ଥ ଅଥବା ମୁକ୍ତିଧାମକୁ ନେଇଯିବେ । ଯେଉଁ ବାବାଙ୍କ ସମ୍ମୁଖରେ ତୁମେମାନେ ବସିଛ । ସେମାନେ ଯଦିଓ ବାନପ୍ରସ୍ଥ ନେଉଛନ୍ତି; କିନ୍ତୁ ଘରକୁ ତ କେହି ଯାଇପାରିବେ ନାହିଁ । ତେଣୁ ବାନପ୍ରସ୍ଥ ଅବସ୍ଥାକୁ ଏକମାତ୍ର ବାବା ହିଁ ନେଇଯାଆନ୍ତି ସେଥିପାଇଁ ସିଏ ହିଁ ଭଲ ମତ ଦେଇଥାନ୍ତି । କେହି ଯଦି କହିବେ ଯେ ବାବା ଆମର ଘର ପରିବାର ସବୁ ଏଠାରେ ଆସି ରହିବୁ । କିନ୍ତୁ ନାଁ ଦେଖିବାକୁ ହେବ ଯେ ଇଏ ଯୋଗ୍ୟ ସେବାଧାରୀ ଅଟନ୍ତି ନା ନାହିଁ । କେହି ଯଦି ବନ୍ଧନମୁକ୍ତ, ବୟୋଜ୍ୟେଷ୍ଠ ଏବଂ ଯୋଗ୍ୟ ସେବାଧାରୀ ଅଟନ୍ତି ତେବେ ତାଙ୍କୁ ଶ୍ରୀମତ ଦିଆଯାଇଥାଏ । ଯେପରି ପିଲାମାନେ କହୁଛନ୍ତି ଯେ, ସେମିନାର କରାଯାଉ ତେବେ ସେବାର ଯୁକ୍ତି ସବୁ ଶିଖିପାରିବୁ । କନ୍ୟାମାନଙ୍କ ସହିତ ମାତାମାନେ, ପୁରୁଷମାନେ ମଧ୍ୟ ଶିଖିପାରିବେ । ତେବେ ଏହା ମଧ୍ୟ ସେମିନାର ଅଟେ ନା । ବାବା ପ୍ରତିଦିନ ଶିକ୍ଷା ଦେଇଚାଲିଛନ୍ତି - କିପରି କାହାକୁ ବୁଝାଇବାକୁ ହେବ । ସେଥିପାଇଁ ବାବା ରାୟ ଦେଉଛନ୍ତି । ପ୍ରଥମେ ତ ଗୋଟିଏ କଥା ବୁଝାଅ । ପରମପିତା ପରମାତ୍ମା ଯାହାଙ୍କୁ ବି ତୁମେମାନେ ଏତେ ସ୍ମରଣ କରୁଛ ସିଏ ତୁମର କଣ ହେବେ! ଯଦି ସିଏ ସମସ୍ତଙ୍କର ପିତା ଅଟନ୍ତି ତେବେ ପିତାଙ୍କଠାରୁ ତ ବର୍ସା ମିଳିବା ଦରକାର । କିନ୍ତୁ ତୁମେମାନେ ତ ବାବାଙ୍କୁ ଜାଣି ନାହଁ । କହିଦେଉଛ ଯେ, ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି । କୋଣ-କୋଣରେ ଭଗବାନ ଅଛନ୍ତି ତେବେ ତୁମର କଣ ଅବସ୍ଥା ହେବ! ଏବେ ତୁମେମାନେ ଜାଣୁଛ ଯେ, ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବା ଆମକୁ ଯୋଗ୍ୟ କରି, କଣ୍ଟାରୁ ଫୁଲ କରି ସାଥିରେ ନେଇଯିବେ ବାକି ଅନ୍ୟମାନେ ତ ଜଙ୍ଗଲକୁ ଯିବାର ରାସ୍ତା ହିଁ ବତାଉଛନ୍ତି । ବାବା ତ କେତେ ସହଜ ରାସ୍ତା ବତାଉଛନ୍ତି । ସେଥିପାଇଁ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି ବୋଲି ଗାୟନ ରହିଛି । ତେବେ ଏହା କଣ ମିଛ କଥା । ବାବା କହିଲ ଅର୍ଥାତ୍ ତୁମେମାନେ ଜୀବନମୁକ୍ତ ହୋଇଗଲ । ବାବା ପ୍ରଥମେ-ପ୍ରଥମେ ଆମକୁ ନିଜ ଘରକୁ ନେଇଯାଉଛନ୍ତି । ତୁମେମାନେ ନିଜର ଘରକୁ ଭୁଲି ଯାଇଛ ନା! ଏକଥା କହୁଛନ୍ତି ଯେ, ଈଶ୍ୱର ପିତା ସମସ୍ତ ସନ୍ଦେଶବାହକମାନଙ୍କୁ ଧର୍ମ ସ୍ଥାପନ କରିବା ପାଇଁ ଏଠାକୁ ପଠାଇ ଦେଉଛନ୍ତି, ତେବେ ତାଙ୍କୁ ସର୍ବବ୍ୟାପୀ ବୋଲି କାହିଁକି କହିଦେଉଛ? ସିଏ ତ ଉପରୁ ସେମାନଙ୍କୁ ଏଠାକୁ ପଠାଇ ଦେଉଛନ୍ତି ନା! କହୁଛନ୍ତି, କିନ୍ତୁ ମାନୁ ନାହାଁନ୍ତି । ବାବା ସେମାନଙ୍କୁ ଧର୍ମ ସ୍ଥାପନ ଅର୍ଥେ ପଠାଇ ଦେଉଛନ୍ତି ତେଣୁ ତାଙ୍କର ସଂସ୍ଥା ମଧ୍ୟ ତାଙ୍କ ପଛରେ ଆସିବାକୁ ଲାଗିବେ । ପ୍ରଥମେ-ପ୍ରଥମେ ଦେବୀ-ଦେବତାମାନଙ୍କର ସଂସ୍ଥା ରହିଛି । ପ୍ରଥମେ-ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମର ଲକ୍ଷ୍ମୀ-ନାରାୟଣ ନିଜର ପ୍ରଜାମାନଙ୍କ ସହିତ ଆସିବେ, ଆଉ କେହି ପ୍ରଜା ସହିତ ଆସୁନାହାଁନ୍ତି । ସିଏ ପ୍ରଥମେ ଜଣେ ଆସିବେ, ପୁଣି ଦ୍ୱିତୀୟ, ତୃତୀୟ ଆସିବେ । ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଏଠାରେ ତୁମେ ସବୁ ପ୍ରସ୍ତୁତ ହେଉଛ । ଏହା ଏକ ସ୍କୁଲ ଅଟେ । ଘରେ ରହି ମଧ୍ୟ ଗୋଟିଏ ଘଡି, ଅଧା ଘଡି... ଅଧାର ପୁଣି ଅଧା । ଗୋଟିଏ ସେକେଣ୍ଡରେ ତୁମମାନଙ୍କୁ କେବଳ ଏକଥା କହୁଛନ୍ତି ଯେ, ପରମପିତା ପରମାତ୍ମାଙ୍କ ସହିତ ତୁମର କଣ ସମ୍ବନ୍ଧ ରହିଛି । ମୁଖ ଦ୍ୱାରା କହୁଛନ୍ତି ମଧ୍ୟ ହେ ପରମପିତା କାରଣ ସିଏ ତ ସମସ୍ତଙ୍କର ପିତା, ସୃଷ୍ଟିକର୍ତ୍ତା ତଥାପି ଯଦି ପିତା ବୋଲି ନ ବୁଝିବେ ତେବେ କଣ କୁହାଯିବ! ବାବା ସ୍ୱର୍ଗର ରଚୟିତା ତେବେ ନିଶ୍ଚିତ ସ୍ୱର୍ଗର ରାଜତ୍ୱ ଦେବେ ଏବଂ ଏହି ଭାରତକୁ ହିଁ ରାଜତ୍ୱ ଦେଇଥିଲେ ନା । ନରରୁ ନାରାୟଣ କରୁଥିବା ରାଜଯୋଗ ପ୍ରସିଦ୍ଧ ଅଟେ । ଏହାକୁ ସତ୍ୟ ନାରାୟଣଙ୍କର କଥା, ଅମରକଥା, ତିଜରୀ ଅର୍ଥାତ୍ ତୃତୀୟ ନେତ୍ର ମିଳିବାର କଥା ମଧ୍ୟ କୁହାଯାଏ । ତୁମେମାନେ ଜାଣିଛ ଯେ, ବାବା ଆମକୁ ସମ୍ପତ୍ତି ଦେଉଛନ୍ତି ଏବଂ ସେଥିପାଇଁ ବାବା ଶ୍ରୀମତ ମଧ୍ୟ ଦେଉଛନ୍ତି । ଯାହାଦ୍ୱାରା ନିଶ୍ଚିତ କଲ୍ୟାଣ ହିଁ ହେବ । ବାବା ପ୍ରତ୍ୟେକଙ୍କର ନାଡିକୁ ଦେଖୁଛନ୍ତି । ଯଦି କାହାର କୌଣସି ବନ୍ଧନ ନାହିଁ, ତେବେ ସିଏ ସେବା କରିପାରିବେ । ବାବା ଯୋଗ୍ୟତା ଦେଖି ପୁଣି ନିର୍ଦ୍ଦେଶ ଦେଇଥାନ୍ତି । ପରିବେଶ ଦେଖି କୁହାଯାଏ - ତୁମେ ଏଠାରେ ରହିପାରିବ, ସେବା ବି କରିପାରିବ । ଯେଉଁଠି-ଯେଉଁଠି ଆବଶ୍ୟକତା ପଡିବ, ପ୍ରଦର୍ଶନୀରେ ତ ବହୁତଙ୍କର ଦରକାର ପଡିଥାଏ । ବୟସ୍କ ମଧ୍ୟ ଦରକାର, କନ୍ୟା ମଧ୍ୟ ଦରକାର । ତେଣୁ ସମସ୍ତଙ୍କୁ ଶିକ୍ଷା ମିଳି ଚାଲିଛି । ଏହା ହେଉଛି ପାଠପଢା । ଭଗବାନୁବାଚ, ଭଗବାନ ନିରାକାରଙ୍କୁ କୁହାଯାଉଛି । ତୁମେ ଆତ୍ମାମାନେ ତାଙ୍କର ସନ୍ତାନ । କହୁଛ ଯେ, ହେ ଈଶ୍ୱର ପିତା ତେବେ ତାଙ୍କୁ କଣ ସର୍ବବ୍ୟାପୀ କୁହାଯିବ । ଲୌକିକ ପିତା କଣ ସର୍ବବ୍ୟାପୀ ଅଟନ୍ତି କି! ନା, ତୁମେମାନେ ତାଙ୍କୁ ପିତା ବୋଲି କହୁଛ ଏବଂ ଗାୟନ ମଧ୍ୟ କରୁଛ ଯେ, ସିଏ ପତିତ-ପାବନ ବାବା ଅଟନ୍ତି ତେବେ ନିଶ୍ଚିତ ଏଠାକୁ ଆସି ପବିତ୍ର କରିବେ । ଏବେ ତୁମେମାନେ ଜାଣିଛ ଯେ ଆମେମାନେ ପତିତରୁ ପାବନ ହେଉଛୁ ।

ବାବା କହୁଛନ୍ତି - ୫ ହଜାର ବର୍ଷ ପରେ ପୁଣି ଥରେ ଆସିଥିବା ମୋର ପିଲାମାନେ, ତୁମେମାନେ ପୁଣି ଥରେ ସମ୍ପତ୍ତି ନେବାକୁ ଆସିଛ । ତୁମେମାନେ ଜାଣିଛ ଯେ ରାଜଧାନୀ ସ୍ଥାପନ ହେଉଛି । ଯେପରି ମମ୍ମା ବାବା ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି, ସେହିପରି ଆମେମାନେ ମଧ୍ୟ ତାଙ୍କଠାରୁ ନେଉଛୁ, ତେଣୁ ତାଙ୍କୁ ଅନୁକରଣ କରିବାକୁ ହେବ । ମମ୍ମା ବାବାଙ୍କ ସଦୃଶ ସେବା ମଧ୍ୟ କରିବାକୁ ହେବ । ମମ୍ମା ବାବା ନରରୁ ନାରାୟଣ ହେବାର କଥା ଶୁଣାଉଛନ୍ତି । ତେବେ ଆମେମାନେ କମ୍ କାହିଁକି ଶୁଣିବା! ଏକଥା ଜାଣିଛ ଯେ, ସେ ହିଁ ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ ମଧ୍ୟ ହେବେ । ପ୍ରଥମେ ତ ସୂର୍ଯ୍ୟବଂଶରେ ଯିବାକୁ ପଡିବ । ଏକଥା ତ ଜାଣିଛ ନା । ଯଦି କିଛି ବୁଝିପାରିବେ ନାହିଁ ତେବେ ସ୍କୁଲରେ ବସିପାରିବେ ନାହିଁ । ବାବା ଶ୍ରୀମତ ଦେଉଛନ୍ତି । ଆମେ ସମସ୍ତେ ଜାଣିଛୁ ଯେ, ଏହାଙ୍କ ଶରୀରରେ ବାବାଙ୍କର ପ୍ରବେଶତା ହୋଇଛି । ନଚେତ୍ ପ୍ରଜାପିତା କେଉଁଠାରୁ ଆସିଲେ । ବ୍ରହ୍ମା ତ ସୂକ୍ଷ୍ମଲୋକ ନିବାସୀ ଅଟନ୍ତି । ତେଣୁ ପ୍ରଜାପିତା ତ ଏଠାରେ ରହିବା ଦରକାର ନା । ବାବା କହୁଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ମୁଁ ସ୍ଥାପନା କରୁଛି । କାହାର? ବ୍ରାହ୍ମଣମାନଙ୍କର । ମୁଁ ଏହି ବ୍ରହ୍ମାଙ୍କର ଶରୀରରେ ପ୍ରବେଶ କରୁଛି । ତୁମେ ଆତ୍ମାମାନେ ମଧ୍ୟ ଶରୀରରେ ପ୍ରବେଶ କରୁଛ ନା । ମୋତେ ଜ୍ଞାନର ସାଗର ବୋଲି କହୁଛନ୍ତି । ମୁଁ ତ ନିରାକାର, ତେବେ ଜ୍ଞାନ କିପରି ଶୁଣାଇବି । କୃଷ୍ଣଙ୍କୁ ତ ଜ୍ଞାନର ସାଗର ବୋଲି କୁହାଯିବ ନାହିଁ । କୃଷ୍ଣଙ୍କର ଆତ୍ମା ଏବେ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଏହି ଜ୍ଞାନକୁ ଧାରଣ କରି ପୁଣି କୃଷ୍ଣ ହୋଇଛନ୍ତି, ଏବେ ସିଏ ନାହାଁନ୍ତି । ଏକଥା ତୁମେମାନେ ଜାଣିଛ ଯେ ଭଗବାନଙ୍କ ଦ୍ୱାରା ରାଜଯୋଗ ଶିଖି ଦେବୀ-ଦେବତା ସ୍ୱର୍ଗର ମାଲିକ ହୋଇଛନ୍ତି । ବାବା କହୁଛନ୍ତି - ମୁଁ କଳ୍ପ-କଳ୍ପ ତୁମକୁ ରାଜଯୋଗ ଶିଖାଉଛି । ପାଠପଢା ଦ୍ୱାରା ହିଁ ରାଜତ୍ୱ ମିଳିଥାଏ । ତୁମେମାନେ ରାଜାମାନଙ୍କର ରାଜା ହୋଇଯିବ । ଏହା ହିଁ ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତୁମେମାନେ ପୁଣି ସୂର୍ଯ୍ୟବଂଶୀ ଦେବୀ-ଦେବତା ହେବା ପାଇଁ ଆସିଛ । ବର୍ତ୍ତମାନ ଏକମାତ୍ର ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଏବେ ତ ଅନେକ ଧର୍ମ ରହିଛି । ଅନେକ ଗୁରୁମାନେ ମଧ୍ୟ ଅଛନ୍ତି । ସେମାନେ ସମସ୍ତେ ସମାପ୍ତ ହୋଇଯିବେ । ଏହି ସବୁ ଗୁରୁମାନଙ୍କର ଗୁରୁ ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି । ବାବା କହୁଛନ୍ତି, ମୁଁ ସାଧୁମାନଙ୍କର ମଧ୍ୟ ସଦ୍ଗତି କରିବାକୁ ଆସିଛି । ଆଗକୁ ସେମାନେ ମଧ୍ୟ କଳ୍ପ ପୂର୍ବ ସଦୃଶ ତୁମମାନଙ୍କ ଆଗରେ ମୁଣ୍ଡ ନୁଆଁଇବେ ।

ତୁମମାନଙ୍କ ବୁଦ୍ଧିରେ ଏବେ ଡ୍ରାମାର ସମସ୍ତ ରହସ୍ୟ ରହିଛି । ଏକଥା ତୁମେମାନେ ଜାଣିଛ ଯେ, ସୂକ୍ଷ୍ମଲୋକରେ ବ୍ରହ୍ମା, ବିଷ୍ଣୁ, ଶଙ୍କର ଅଛନ୍ତି, କିନ୍ତୁ ଇଏ ହେଉଛନ୍ତି ପ୍ରଜାପିତା । ବାବା କହୁଛନ୍ତି - ମୁଁ ବ୍ରହ୍ମାଙ୍କର ବୃଦ୍ଧ ଶରୀରରେ ପ୍ରବେଶ କରୁଛି । କହୁଛନ୍ତି ଯେ, ହେ ପିଲାମାନେ, ତୁମେ ସମସ୍ତେ ବ୍ରାହ୍ମଣ ମୁଁ ତୁମମାନଙ୍କ ଉପରେ ଜ୍ଞାନର କଳସ ରଖୁଛି । ତୁମେମାନେ ଏତେ ଜନ୍ମ ନେଇଛ । ବର୍ତ୍ତମାନ ଦୁନିଆ ଘୋର ନର୍କ ହୋଇଯାଇଛି, ବାକି ଏମିତି ତ କୌଣସି ନଦୀ ନାହିଁ ଯାହାକୁ ନର୍କ ବୋଲି କୁହାଯିବ । ଗରୁଡ ପୁରାଣରେ ବହୁତ କଥା ଲେଖିଦେଇଛନ୍ତି । ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଏକଥା ମଧ୍ୟ ତୁମେମାନେ ତ ପଢିଛ ନା । ଏବେ ଭୋଳାନାଥ ବାବା ତୁମ ଭୋଳା ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି । ଗରିବ ଭୋଳା ପିଲାମାନଙ୍କୁ ଉଚ୍ଚରୁ ଉଚ୍ଚ ସାହୁକାର କରୁଛନ୍ତି । ତୁମେମାନେ ଜାଣିଛ ଯେ, ଆମେମାନେ ସୂର୍ଯ୍ୟବଂଶୀର ମାଲିକ ହେବାକୁ ଯାଉଛୁ । ପୁଣି ଧୀରେ ଧୀରେ ତଳକୁ ଖସି ଖସି ଏବେ କଣ ହୋଇଯାଇଛୁ । ଏହା କେତେ ବିଚିତ୍ର ଖେଳ ଅଟେ । ସ୍ୱର୍ଗରେ ଆମେ କେତେ ମାଲାମାଲ ଥିଲୁ । ଏବେ ମଧ୍ୟ ରାଜାମାନଙ୍କର ବହୁତ ବଡ ବଡ ମହଲ ରହିଛି । ଜୟପୁରରେ ମଧ୍ୟ ରହିଛି । ଯଦି ଏବେ ମଧ୍ୟ ଏହିଭଳି ମହଲ ଅଛି ତେବେ ପୂର୍ବରୁ କିଭଳି ମହଲ ନ ଥିବ । ଗଭର୍ଣ୍ଣମେଣ୍ଟ ହାଉସ୍ ଅର୍ଥାତ୍ ସରକାରୀ ଗୃହଗୁଡିକ ଏପରି ତିଆରି ହୋଇନଥାଏ । ରାଜାମାନଙ୍କର ମହଲ ତିଆରି କରିବାର ଆକର୍ଷଣ ହିଁ ଅଲଗା । ଆଚ୍ଛା ଯଦି ସ୍ୱର୍ଗର ମଡେଲ ଦେଖିବାର ଅଛି ତେବେ ଆଜମେରକୁ ଯାଅ । ଗୋଟିଏ ମଡେଲ ତିଆରି କରିବାରେ ମଧ୍ୟ କେତେ ପରିଶ୍ରମ କରିଛନ୍ତି । ତାକୁ ଦେଖିଲେ ତୁମମାନଙ୍କୁ ବହୁତ ଖୁସି ଆସିବ । ଏଠାରେ ତ ବାବା ତୁରନ୍ତ ସାକ୍ଷାତ୍କାର କରାଇ ଦେଇଛନ୍ତି । ଯାହା ତୁମେମାନେ ଦିବ୍ୟ ଦୃଷ୍ଟିଦ୍ୱାରା ଦେଖୁଛ ତାକୁ ପୁଣି ବାସ୍ତବରେ ଦେଖିବ । ଭକ୍ତିମାର୍ଗରେ ଯଦିଓ ଭକ୍ତମାନଙ୍କୁ ସାକ୍ଷାତ୍କାର ହୋଇଥାଏ; କିନ୍ତୁ ସେମାନେ କୌଣସି ବୈକୁଣ୍ଠର ମାଲିକ ହୋଇନଥିଲେ । ତୁମେ ତ ବାସ୍ତବରେ ମାଲିକ ହେଉଛ । ବର୍ତ୍ତମାନ ତ ନର୍କ ଦୁନିଆ । ପରସ୍ପରକୁ କାଟି ଦେଉଛନ୍ତି, ଲଢେଇ ଆଦି କରିଚାଲିଛନ୍ତି । ପିଲାମାନେ ବାପା ଭାଇକୁ ମଧ୍ୟ ହତ୍ୟା କରିବାରେ କୁଣ୍ଠାବୋଧ କରୁନାହାଁନ୍ତି । ସତ୍ୟଯୁଗରେ ଲଢେଇ ଆଦିର ତ କୌଣସି କଥା ହିଁ ରହିବ ନାହିଁ । ବର୍ତ୍ତମାନର ରୋଜଗାର ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ପଦ ପାଉଛ । ତେଣୁ କେତେ ଖୁସି ହେବା ଦରକାର । ପ୍ରଥମ କଥା ହେଲା ଯଦି ବାବାଙ୍କର ପରିଚୟ ଏବଂ ଜୀବନକାହାଣୀକୁ ନ ଜାଣିଲ ତେବେ ବାବା ବୋଲି କହିବାରେ ଲାଭ କଣ ଅଛି, ଏତେ ଦାନପୁଣ୍ୟ କରି ମଧ୍ୟ ଭାରତର ଏମିତି ଅବସ୍ଥା ହୋଇଯାଇଛି । କିନ୍ତୁ ଏକଥା କେହି ବୁଝୁନାହାଁନ୍ତି । କହୁଛନ୍ତି ଭକ୍ତି ପରେ ଭଗବାନ ମିଳିବେ । କିନ୍ତୁ କେବେ ଏବଂ କାହାକୁ ମିଳିବେ! ଭକ୍ତି ତ ସମସ୍ତେ କରୁଛନ୍ତି କିନ୍ତୁ ସମସ୍ତଙ୍କୁ ରାଜତ୍ୱ ମିଳିବ ନାହିଁ । ଏସବୁ କେତେ ବୁଝିବାର କଥା । ତୁମେ କାହାକୁ ବି କହିପାରିବ ଯେ, ଏହି ଶାସ୍ତ୍ର ଆଦି ସବୁ ଭୁଲ, ଜୀଇଁ ଥାଉ ଥାଉ ମରିଯାଅ । ବ୍ରହ୍ମତତ୍ତ୍ୱ ତ ସମ୍ପତ୍ତି ଦେଇପାରିବ ନାହିଁ । ବର୍ସା ତ ବାବାଙ୍କଠାରୁ ହିଁ ମିଳିଥାଏ । କଳ୍ପ କଳ୍ପ ଆମେ ତାଙ୍କଠାରୁ ସମ୍ପତ୍ତି ନେଇଥାଉ । ଏହା କୌଣସି ନୂଆ କଥା ନୁହେଁ । ଏବେ ନାଟକ ପୂରା ହେବାକୁ ଯାଉଛି । ଆମକୁ ଶରୀର ଛାଡି ଘରକୁ ଫେରିବାକୁ ହେବ । ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଅନ୍ତିମ ମତି ଅନୁସାରେ ଗତି ହୋଇଯିବ । ଏହାକୁ ବିନାଶର ସମୟ କୁହାଯାଉଛି । ପାପ ଆତ୍ମାମାନଙ୍କର ହିସାବ-କିତାବ ଚୁକ୍ତ ହେବାର ଅଛି । ଏବେ ଯୋଗବଳ ଦ୍ୱାରା ପୁଣ୍ୟ ଆତ୍ମା ହେବାକୁ ପଡିବ । ଏହି ସଂସାରରେ ନିଆଁ ଲାଗିଯିବ । ଆତ୍ମାମାନେ ନିଜ ନିଜର ଘରକୁ ଫେରିଯିବେ । ଯେତେବେଳେ ଗୋଟିଏ ଧର୍ମର ସ୍ଥାପନା ହୋଇଯାଏ, ସେତେବେଳେ ଅନେକ ଧର୍ମର ଆତ୍ମାମାନେ ନିଶ୍ଚିତ ଘରକୁ ଚାଲିଯିବେ । ସେମାନେ କଣ ଶରୀରକୁ ସାଥିରେ ନେଇ ଯାଇପାରିବେ ।

କେହି-କେହି କହୁଛନ୍ତି ଯେ, ମୋକ୍ଷ ମିଳିଯାଉ । କିନ୍ତୁ ଏହା କିପରି ହୋଇପାରିବ, ଯେବେକି ଡ୍ରାମା ପୂର୍ବ ନିର୍ଦ୍ଧାରିତ, ଯାହାକି ସର୍ବଦା ଚାଲି ଆସୁଛି । ଏହାର ଶେଷ କେବେ ହେଉ ନାହିଁ । ଅନାଦି ଚକ୍ର କିପରି ଘୂରୁଛି ଏହି ରହସ୍ୟ ଏବେ ବାବା ବସି ବୁଝାଉଛନ୍ତି । ଏହି ସବୁ କଥାକୁ ବୁଝାଇବାକୁ ହେବ । ଯେତେବେଳେ ଭଲ ଭାବରେ ବୁଝିଯିବେ ସେତେବେଳେ ବୃଦ୍ଧି ହୋଇ ଚାଲିବ । ଏହା ତୁମର ବହୁତ ଉଚ୍ଚ ଧର୍ମ ଯାହାକୁ ମାୟା ରୂପୀ ଚଢେଇ ଖାଇଯାଉଛି ଆଉ କୌଣସି ଧର୍ମକୁ ଖାଉ ନାହିଁ । ତୁମମାନଙ୍କର ଏହି ଦୁନିଆ ପ୍ରତି କୌଣସି ସଉକ ରହିବା ଉଚିତ୍ ନୁହେଁ କାହିଁକି ନା ଏହା ଶ୍ମଶାନ ଘାଟ ହୋଇଯିବ । ପୁରୁଣା ଦୁନିଆ ପ୍ରତି କଣ ଆକର୍ଷଣ ରଖିବ । ଆମେରିକାରେ ଯେଉଁ ଜ୍ଞାନୀମାନେ ଅଛନ୍ତି ସେମାନେ ଭାବୁଛନ୍ତି ଯେ, ଆମକୁ କେହି ପ୍ରେରଣା ଦେଉଛି । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି । ବିନାଶ ତ ନିଶ୍ଚିତ ହେବ । ସମସ୍ତଙ୍କ ମନରେ ତ ଆଶଙ୍କା ରହିଛି । ଡ୍ରାମା ମଧ୍ୟ ଏହିପରି ତିଆରି ହୋଇଛି । ଶିବବାବା ତ ଦାତା ଅଟନ୍ତି, ତେଣୁ ତାଙ୍କର ତ କୌଣସି ଆସକ୍ତି ନାହିଁ । ସିଏ ନିରାକାର । ଯାହା କିଛି ବି ଅଛି ସବୁ ତ ପିଲାମାନଙ୍କର । ନୂଆ ଦୁନିଆ ମଧ୍ୟ ପିଲାମାନଙ୍କର ହିଁ ଅଟେ । ବିଶ୍ୱର ବାଦଶାହୀ ଆମେ ସ୍ଥାପନ କରୁଛୁ ତେଣୁ ଆମେ ହିଁ ରାଜ୍ୟ କରିବୁ । ବାବା କେତେ ନିଷ୍କାମୀ । ଯେତେବେଳେ ତୁମେମାନେ ବାବାଙ୍କୁ ସ୍ମରଣ କରିବ ସେତେବେଳେ ଯାଇ ତୁମର ବୁଦ୍ଧିର ତାଲା ଖୋଲିବ । ତୁମେ ଡବଲ୍ ମହାଦାନୀ ଅଟ । ତୁମେ ତନ-ମନ-ଧନ ଦେଉଛ, ଅବିନାଶୀ ଜ୍ଞାନ ରତ୍ନ ମଧ୍ୟ ଦେଉଛ । ଶିବବାବାଙ୍କୁ ତୁମେ କଣ ଦେଉଛ? ସବୁ କିଛି ଦାନ ନେଉଥିବା ବ୍ରାହ୍ମଣଙ୍କୁ ଦେଉଛ ନା । ଈଶ୍ୱର ସମର୍ପଣମ୍ ବୋଲି କହୁଛ, ତେବେ ଈଶ୍ୱର କଣ ଭୋକରେ ଅଛନ୍ତି କି? ଅଥବା କୃଷ୍ଣ ଅର୍ପଣମ୍ କରୁଛ । ଉଭୟଙ୍କୁ ଭିକାରି କରିଦେଇଛ । ସିଏ ତ ଦାତା ଅଟନ୍ତି । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପୁରୁଣା ଦୁନିଆର କୌଣସି ବି ଜିନିଷ ପ୍ରତି ମୋହ ରଖିବା ଉଚିତ୍ ନୁହେଁ । ଏହି ଦୁନିଆରେ କୌଣସି କଥାର ସଉକ ରଖିବା ଉଚିତ୍ ନୁହେଁ କାହିଁକି ନା ଏହା ଶ୍ମଶାନଘାଟ ହେବାକୁ ଯାଉଛି ।

(୨) ଏବେ ନାଟକ ଶେଷ ହେବାକୁ ଯାଉଛି, ତେଣୁ ହିସାବ-କିତାବ ଚୁକ୍ତ କରି ଘରକୁ ଯିବାକୁ ହେବ ସେଥିପାଇଁ ଯୋଗବଳ ଦ୍ୱାରା ପାପରୁ ମୁକ୍ତ ହୋଇ ପୁଣ୍ୟ ଆତ୍ମା ହେବାକୁ ପଡିବ । ଡବଲ ଦାନୀ ହେବାକୁ ପଡିବ ।

ବରଦାନ:-
ଖୁସି ରୂପକ ଭୋଜନ ଦ୍ୱାରା ମନ ଏବଂ ବୁଦ୍ଧିକୁ ଶକ୍ତିଶାଳୀ କରୁଥିବା ଅଚଳ ଅଟଳ ହୁଅ ।

ବାଃ ବାବା ବାଃ ଏବଂ ବାଃ ମୋର ଭାଗ୍ୟ ବାଃ! ସର୍ବଦା ଏହିଭଳି ଖୁସିର ଗୀତ ଗାଉଥାଅ । ଖୁସି ହିଁ ସବୁଠାରୁ ଉତ୍ତମ ଭୋଜନ, ଖୁସି ଭଳି ଅନ୍ୟ କୌଣସି ଭୋଜନ ନାହିଁ । ଯେଉଁମାନେ ପ୍ରତିଦିନ ଖୁସି ରୂପକ ଭୋଜନ ସ୍ୱୀକାର କରିଥାନ୍ତି ସେମାନେ ସର୍ବଦା ସୁସ୍ଥ ରହିଥାଆନ୍ତି, କେବେ ବି ଦୁର୍ବଳ ହୁଅନ୍ତି ନାହିଁ । ସେଥିପାଇଁ ଖୁସି ରୂପକ ଭୋଜନ ଦ୍ୱାରା ମନ ଏବଂ ବୁଦ୍ଧିକୁ ଶକ୍ତିଶାଳୀ କର ତେବେ ସ୍ଥିତି ମଧ୍ୟ ଶକ୍ତିଶାଳୀ ହୋଇଯିବ । ଏହିଭଳି ଶକ୍ତିଶାଳୀ ସ୍ଥିତି ସମ୍ପନ୍ନ ଆତ୍ମାମାନେ ହିଁ ସର୍ବଦା ଅଚଳ ଅଟଳ ସ୍ଥିତିରେ ରହିପାରିବେ ।

ସ୍ଲୋଗାନ:-
ଯଦି ମନ ଏବଂ ବୁଦ୍ଧିକୁ ଅନୁଭବ ରୂପୀ ଆସନ ଉପରେ ବସାଇ ଦେବ ତେବେ କେବେ ବି ଦୁଃଖୀ ହେବ ନାହିଁ ।