12.07.20    Avyakt Bapdada     Odia Murli     22.02.86     Om Shanti     Madhuban


ଆତ୍ମିକ ସେବା ନିଃସ୍ୱାର୍ଥ ସେବା


ଆଜି ସର୍ବ ଆତ୍ମାଙ୍କର ବିଶ୍ୱ କଲ୍ୟାଣକାରୀ ପିତା ନିଜର ସେବାଧାରୀ ସେବା ସାଥୀ ପିଲାମାନଙ୍କୁ ଦେଖୁଛନ୍ତି । ଆଦି ସମୟରୁ ବାପଦାଦାଙ୍କ ସହିତ ସେବାଧାରୀ ପିଲାମାନେ ସାଥୀ ହୋଇଛନ୍ତି ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ବାପଦାଦା ଗୁପ୍ତ ରୂପରେ ଏବଂ ପ୍ରତ୍ୟକ୍ଷ ରୂପରେ ପିଲାମାନଙ୍କୁ ବିଶ୍ୱ ସେବାର ନିମିତ୍ତ କରିଛନ୍ତି । ଆଦି ସମୟରେ ବ୍ରହ୍ମାବାବା ଏବଂ ବ୍ରାହ୍ମଣ ପିଲାମାନେ ଗୁପ୍ତ ରୂପରେ ସେବାର ନିମିତ୍ତ ହେଲେ । ଏବେ ସେବାଧାରୀ ପିଲାମାନେ ଅର୍ଥାତ୍ ଶକ୍ତି ସେନା ଏବଂ ପାଣ୍ଡବ ସେନା ଉଭୟ ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ ରୂପରେ କାର୍ଯ୍ୟ କରୁଛନ୍ତି । ସେବାର ଉମଙ୍ଗ-ଉତ୍ସାହ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ବହୁତ ଭଲ ରହିଛି । ସେବାର ଲଗନ ମଧ୍ୟ ଆରମ୍ଭ ସମୟରୁ ରହିଆସିଛି ଏବଂ ଅନ୍ତ ପର୍ଯ୍ୟନ୍ତ ମଧ୍ୟ ରହିବ କାରଣ ବ୍ରାହ୍ମଣ ଜୀବନ ହିଁ ସେବାର ଜୀବନ । ବ୍ରାହ୍ମଣ ଆତ୍ମାମାନେ ସେବା ବିନା ବଞ୍ଚି ପାରିବେ ନାହିଁ । ମାୟାଠାରୁ ସୁରକ୍ଷିତ ରଖିବାର ଶ୍ରେଷ୍ଠ ସାଧନ ହେଲା ସେବା । ସେବା ଯୋଗଯୁକ୍ତ ମଧ୍ୟ କରିଦେଇଥାଏ । କିନ୍ତୁ କେଉଁ ସେବା? ଗୋଟିଏ ହେଲା କେବଳ ମୁଖର ସେବା ଅର୍ଥାତ୍ ଯାହା ଶୁଣିଛ ତାହା ଶୁଣାଇବାର ସେବା । ଦ୍ୱିତୀୟଟି ହେଲା ଅନ୍ତରର ସହିତ ମୁଖର ସେବ । ଶୁଣିଥିବା ମଧୁର ବାଣୀର ସ୍ୱରୂପ ହୋଇ, ସ୍ୱରୂପ ଦ୍ୱାରା ସେବା ଏବଂ ନିଃସ୍ୱାର୍ଥ ସେବା । ତ୍ୟାଗ ଏବଂ ତପସ୍ୟା ସ୍ୱରୂପ ଦ୍ୱାରା ସେବା । ବିନାଶୀ କାମନା ଗୁଡିକଠାରୁ ଉର୍ଦ୍ଧ୍ୱରେ ରହି କରୁଥିବା ନିଷ୍କାମ ସେବା । ଏହାକୁ ହିଁ କୁହାଯାଏ ଈଶ୍ୱରୀୟ ସେବା ବା ଆତ୍ମିକ ସେବା । କେବଳ ମୁଖର ସେବା ହେଉଛି ନିଜକୁ ଖୁସି କରିବାର ସେବା । କିନ୍ତୁ ସମସ୍ତଙ୍କୁ ଖୁସି କରିବାର ସେବାରେ ମୁଖ ସହିତ ମନର ସେବା ମଧ୍ୟ ଏକାଠି ହୋଇଥାଏ । ମନ ଦ୍ୱାରା ସେବା ଅର୍ଥାତ୍ ମନମନାଭବ ସ୍ଥିତିରେ ରହି ଦ୍ୱାରା ମୁଖର ସେବା କରିବା ।

ବାପଦାଦା ଆଜି ନିଜର ରାଇଣ୍ଡ ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣ ହସ୍ତ ସେବାଧାରୀ ଏବଂ ଲେଫ୍ଟ ହ୍ୟାଣ୍ଡ ଅର୍ଥାତ୍ ବାମ ହସ୍ତ ସେବାଧାରୀ ଉଭୟଙ୍କୁ ଦେଖୁଥିଲେ । ସେବାଧାରୀ ତ ଉଭୟ ଅଟନ୍ତି କିନ୍ତୁ ରାଇଟ୍ ହ୍ୟାଣ୍ଡ ଏବଂ ଲେଫ୍ଟ ହ୍ୟାଣ୍ଡ ଭିତରେ ଅନ୍ତର ତ ରହିଛି ନା । ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ନିଷ୍କାମ ସେବାଧାରୀ, ଲେଫ୍ଟ ହ୍ୟାଣ୍ଡ ସେବାଧାରୀ ସେବାର କୌଣସି ନା କୌଣସି ବିନାଶୀ ଫଳ ଏହି ଜନ୍ମରେ ହିଁ ସ୍ୱୀକାର କରିବାର ଇଚ୍ଛା ରଖି ସେବାରେ ନିମିତ୍ତ ହୋଇଥାନ୍ତି । ସେମାନେ ହେଲେ ଗୁପ୍ତ ସେବାଧାରୀ ଏବଂ ଏମାନେ ହେଲେ ନାମଧାରୀ ସେବାଧାରୀ । ଏବେ-ଏବେ ସେବା କରିଲୁ ଏବେ-ଏବେ ନାମ ବିଖ୍ୟାତ ହେଲା ବହୁତ ଭଲ ବହୁତ ଭଲ ଶୁଣିବାକୁ ମିଳିଲା । କିନ୍ତୁ ଏବେ କରିଲେ ଏବେ ଖାଇଦେଲେ । ଭବିଷ୍ୟତ ପାଇଁ ଜମା ହେଲା ନାହିଁ । ଗୁପ୍ତ ସେବାଧାରୀ ଅର୍ଥାତ୍ ନିଷ୍କାମ ସେବାଧାରୀ । ତେବେ ଗୋଟିଏ ହେଲା ନିଷ୍କାମ ସେବାଧାରୀ, ଅନ୍ୟଟି ନାମଧାରୀ ସେବାଧାରୀ । ହୁଏତ ଗୁପ୍ତ ସେବାଧାରୀର ନାମ ବର୍ତ୍ତମାନ ଗୁପ୍ତରେ ରହିପାରେ କିନ୍ତୁ ଗୁପ୍ତ ସେବାଧାରୀ ସଫଳତାର ଖୁସିରେ ସର୍ବଦା ଭରପୁର ରହିଥାଏ । କାହାକୁ କାହାକୁ ସଂକଳ୍ପ ମଧ୍ୟ ଆସୁଛି ଯେ ମୁଁ ତ ବହୁତ କରୁଛି କିନ୍ତୁ ମୋର ନାମ କେହି ଜାଣୁ ନାହାଁନ୍ତି । କିନ୍ତୁ ଯେଉଁମାନେ ବାହାରେ ବାହାରେ ନାମଧାରୀ ହୋଇ ସେବା କରିବାର ଶୋ ଦେଖାଉଛନ୍ତି ସେମାନଙ୍କର ନାମ ଅଧିକ ବିଖ୍ୟାତ ହେଉଛି । କିନ୍ତୁ ଏପରି ନୁହେଁ । ଯେଉଁମାନେ ନିଷ୍କାମ ଏବଂ ଅବିନାଶୀ ନାମ ବିଖ୍ୟାତ କରୁଥିବା ସେବାଧାରୀ ସେମାନଙ୍କର ହୃଦୟର ଭାଷା ଅନ୍ୟମାନଙ୍କର ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ । ସେମାନେ କେବେହେଲେ ଲୁଚି ରହିପାରିବେ ନାହିଁ । ସେମାନଙ୍କର ଚେହେରାରେ, ମୂର୍ତ୍ତିରେ, ସଚ୍ଚା ସେବାଧାରୀ ଚମକର ନିଶ୍ଚିତ ଭାବରେ ଦେଖାଯାଇଥାଏ । ଯଦି କେହି ନାମଧାରୀ ସେବାଧାରୀ ଏହିଠାରେ ହିଁ ନିଜର ନାମକୁ ବିଖ୍ୟାତ କରିନେଲେ ତେବେ ଭବିଷ୍ୟତ ପାଇଁ କରିଥିବା ଜମାକୁ ଖାଇ ଦେଲେ ଏବଂ ସମାପ୍ତ କରିଦେଲେ, ଭବିଷ୍ୟତ ଶ୍ରେଷ୍ଠ ହେଲା ନାହିଁ, ଅବିନାଶୀ ହେଲା ନାହିଁ, ସେଥିପାଇଁ ବାପଦାଦାଙ୍କ ନିକଟରେ ସବୁ ସେବାଧାରୀଙ୍କର ପୁରା ରେକର୍ଡ ରହିଛି । ତେଣୁ ସେବା କରିଚାଲ, ମୋର ନାମ ବିଖ୍ୟାତ ହେଉ ଏଭଳି ସଂକଳ୍ପ କର ନାହିଁ । କିପରି ଭବିଷ୍ୟତ ପାଇଁ ଜମା ହେବ, ଏକଥା ଚିନ୍ତା କର । ଅବିନାଶୀ ଫଳର ଅଧିକାରୀ ହୁଅ । ଅବିନାଶୀ ସମ୍ପତ୍ତି ନେବା ପାଇଁ ଆସିଛ । ସେବାର ଫଳକୁ ଯଦି ବିନାଶୀ ସମୟ ପାଇଁ ସ୍ୱୀକାର କରିନେବ ତେବେ ଅବିନାଶୀ ସମ୍ପତ୍ତିର ଅଧିକାର କମ୍ ହୋଇଯିବ ସେଥିପାଇଁ ସର୍ବଦା ବିନାଶୀ କାମନାଠାରୁ ମୁକ୍ତ ନିଷ୍କାମ ସେବାଧାରୀ, ରାଇଟ୍ ହ୍ୟାଣ୍ଡ ସେବାଧାରୀ ହୋଇ ସେବାରେ ଆଗକୁ ବଢିଚାଲ । ଗୁପ୍ତ ଦାନର ମହତ୍ୱ, ଗୁପ୍ତ ସେବାର ମହତ୍ୱ ଅଧିକ ହୋଇଥାଏ । ସେହି ଆତ୍ମା ସର୍ବଦା ନିଜ ଭିତରେ ଭରପୁରତାର ଅନୁଭବ କରିଥାଏ । ଚିନ୍ତାମୁକ୍ତ ରାଜା ଭଳି ହୋଇଥାଏ । ନାମ ବା ପ୍ରତିଷ୍ଠାକୁ ଖାତିରି କରିନଥାଏ, ଏଥିରେ ବେପରୁଆ ରାଜା ଅର୍ଥାତ୍ ସ୍ୱମାନରୂପୀ ସିଂହାସନ ଅଧିକାରୀ । ବିନାଶୀ ସମ୍ମାନର ଅଧିକାରୀ ନୁହେଁ । ସ୍ୱମାନର ଆସନ ଅଧିକାରୀ, ଅବିନାଶୀ ଆସନ ଅଧିକାରୀ । ଅଟଳ ଅଖଣ୍ଡ ପ୍ରାପ୍ତିର ଆସନ ଅଧିକାରୀ । ଏହାକୁ ହିଁ କୁହାଯାଏ ବିଶ୍ୱ କଲ୍ୟାଣକାରୀ ସେବାଧାରୀ । କେବେ ବି ସାଧାରଣ ସଂକଳ୍ପ କରି ବିଶ୍ୱ ସେବାର ଶ୍ରେଷ୍ଠ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାରେ ପଛକୁ ହଟିବାର ନାହିଁ । ତ୍ୟାଗ ଏବଂ ତପସ୍ୟା ଆଧାରରେ ସର୍ବଦା ସଫଳତାକୁ ପ୍ରାପ୍ତ କରି ଆଗକୁ ଆଗକୁ ବଢିଚାଲ । ବୁଝିଲ ?

ସେବାଧାରୀ କାହାକୁ କୁହାଯାଏ । ତେବେ ସମସ୍ତେ ସେବାଧାରୀ ଅଟ ନା ? ଯଦି ସେବା ସ୍ଥିତିକୁ ହଲଚଲ୍ କରୁଛି ତେବେ ତାହା ସେବା ନୁହେଁ । କେହି କେହି ଭାବୁଛନ୍ତି ସେବାରେ ହଲଚଲ୍ ପରିସ୍ଥିତି ତ ନିଶ୍ଚିତ ଆସିବ । ବିଘ୍ନ ମଧ୍ୟ ସେବାରେ ହିଁ ଆସିବ ଏବଂ ସେବା ହିଁ ନିର୍ବିଘ୍ନ କରିବ । କିନ୍ତୁ ଯେଉଁ ସେବା ବିଘ୍ନ ରୂପ ହେଉଛି ତାହା ସେବା ନୁହେଁ । ତାକୁ ସଚ୍ଚା ସେବା କୁହାଯିବ ନାହିଁ । ନାମଧାରୀ ସେବା କୁହାଯିବ । ସଚ୍ଚା ସେବା ସଚ୍ଚା ହୀରା ସହିତ ସମାନ । ଯେପରି ସଚ୍ଚା ହୀରାର ଚମକ କେବେ ଲୁଚି ପାରିବ ନାହିଁ, ସେହିପରି ସଚ୍ଚା ସେବାଧାରୀ ମଧ୍ୟ ସଚ୍ଚା ହୀରା ସଦୃଶ କେବେ ବି ଲୁଚି ପାରିବେ ନାହିଁ । ନକଲୀ ହୀରାର ଚମକ କେତେ ବି ଭଲ ହୋଇଥାଉ କିନ୍ତୁ ମୂଲ୍ୟବାନ କିଏ ? ମୂଲ୍ୟ ତ ସଚ୍ଚାର ହୋଇଥାଏ ନା । ନକଲୀ ତ କେବେ ମୂଲ୍ୟବାନ ହୋଇପାରିବ ନାହିଁ । ତେଣୁ ସଚ୍ଚା ସେବାଧାରୀ ଅମୂଲ୍ୟ ରତ୍ନ ସମାନ ଅଟନ୍ତି । ସଚ୍ଚା ସେବାଧାରୀ ଅନେକ ଜନ୍ମ ପର୍ଯ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଅଳ୍ପକାଳର ଚମକର ଶୋ ହେଉଛି ନାମଧାରୀ ସେବା, ସେଥିପାଇଁ ସର୍ବଦା ସଚ୍ଚା ସେବାଧାରୀ ହୋଇ ସେବା ଆଧାରରେ ବିଶ୍ୱର କଲ୍ୟାଣ କରିଚାଲ । ବୁଝିଲ ସେବାର ମହତ୍ୱ କଣ ? କିଛି କମ୍ ମହତ୍ୱ ନୁହେଁ । ଏଠାରେ ପ୍ରତ୍ୟେକ ସେବାଧାରୀ ନିଜ ନିଜ ବିଶେଷତା ହିସାବରେ ବିଶେଷ ଅଟନ୍ତି । ନିଜକୁ କମ୍ ଭାବ ନାହିଁ କିମ୍ବା ସେବା କରି ନାମ ବିଖ୍ୟାତ କରିବାର ଇଚ୍ଛା ମଧ୍ୟ ରଖ ନାହିଁ । ସେବାକୁ ବିଶ୍ୱ କଲ୍ୟାଣ ପ୍ରତି ଅର୍ପଣ କରିଚାଲ । ଏମିତି ବି ଭକ୍ତିମାର୍ଗରେ ମଧ୍ୟ ଯେଉଁମାନେ ଗୁପ୍ତଦାନୀ ପୂଣ୍ୟ ଆତ୍ମାମାନେ ଅଛନ୍ତି ସେମାନେ ଏହି ସଂକଳ୍ପ କରିଥାନ୍ତି ଯେ ସମସ୍ତଙ୍କର ମଙ୍ଗଳ କାର୍ଯ୍ୟରେ ଲାଗୁ । ମୋର ମଙ୍ଗଳ ହେଉ ବା ମୋତେ ଫଳ ମିଳୁ, ତାହା ନୁହେଁ, ସମସ୍ତଙ୍କୁ ଫଳ ମିଳୁ । ସମସ୍ତଙ୍କ ସେବାରେ ଲାଗୁ । କେବେ ବି ନିଜର ସ୍ୱାର୍ଥ ପାଇଁ କାମନା କରିନଥାନ୍ତି । ସେହିପରି ତୁମେମାନେ ମଧ୍ୟ ସମସ୍ତଙ୍କର କଲ୍ୟାଣ ପାଇଁ ସେବା କର । ସମସ୍ତଙ୍କର କଲ୍ୟାଣ ହେବାର ବ୍ୟାଙ୍କରେ ଜମା କରିଚାଲ । ତେବେ ସମସ୍ତେ କଣ ହୋଇଯିବ ? ନିଷ୍କାମ ସେବାଧାରୀ । ଏବେ ଯଦି କେହି ତୁମକୁ ପଚାରୁ ନାହାଁନ୍ତି ତେବେ ୨୫୦୦ ବର୍ଷ ପର୍ଯ୍ୟନ୍ତ ପଚାରିବେ ଅର୍ଥାତ୍ ସମ୍ମାନ ଦେବେ । ତେବେ ଗୋଟିଏ ଜନ୍ମ ପଚାରିବେ କିମ୍ବା ୨୫୦୦ ବର୍ଷ ପଚାରିବେ, ଅଧିକ କିଏ ହେଲା! ୨୫୦୦ ବର୍ଷ ଅଧିକ ହେଲା ନା । ତେଣୁ ବିନାଶୀ ଇଚ୍ଛାର ସଂକଳ୍ପରୁ ଉର୍ଦ୍ଧ୍ୱରେ ରହି ବେହଦର ସେବାଧାରୀ ହୋଇ, ବାବାଙ୍କର ହୃଦୟ ସିଂହାସନ ଅଧିକାରୀ ଚିନ୍ତାମୁକ୍ତ ରାଜା ହୋଇ ସଂଗମଯୁଗର ଖୁସି ମଉଜକୁ ଉପଭୋଗ କରିଚାଲ । କେବେ ବି ଯଦି କୌଣସି ସେବା ଉଦାସ ବା ଦୁଃଖୀ କରୁଛି ତେବେ ଭାବି ନିଅ ତାହା ସେବା ନୁହେଁ । ଯଦି ମନକୁ ହଲ୍ଚଲ୍ କରୁଛି ବା ସ୍ଥିତିକୁ ଟଳମଳ କରୁଛି ତେବେ ତାହା ସେବା ନୁହେଁ । ସେବା ତ ଉଡିବାର ଅନୁଭବ କରାଇବ । ସେବା ବେଗମପୁରର ବାଦଶାହ କରିଦେବ ଅର୍ଥାତ୍ ଦୁଃଖମୁକ୍ତ ଦୁନିଆର ରାଜା କରିଦେବ । ଏହିଭଳି ସେବାଧାରୀ ଅଟ ନା ? ଚିନ୍ତାମୁକ୍ତ ରାଜା, ଦୁଃଖମୁକ୍ତ ଦୁନିଆର ରାଜା, ଯାହାଙ୍କ ପଛରେ ସଫଳତା ଆପେ ଆପେ ଆସିଥାଏ । ସଫଳତା ପଛରେ ସେମାନେ ଧାଇଁ ନଥାନ୍ତି । ସଫଳତା ତାଙ୍କ ପଛେ ପଛେ ଥାଏ । ଆଚ୍ଛା ବେହଦ ସେବାର ଯୋଜନା କରୁଛ ନା । ବେହଦର ସ୍ଥିତି ଆଧାରରେ ବେହଦ ସେବାର ଯୋଜନା ଗୁଡିକ ସହଜରେ ସଫଳ ହୋଇଯାଏ । (ଡବଲ ବିଦେଶୀ ଭାଇ ଭଉଣୀ ମାନେ ଗୋଟିଏ ଯୋଜନା କରିଛନ୍ତି ଯେଉଁଥିରେ ସବୁ ଆତ୍ମାଙ୍କଠାରୁ କିଛି କିଛି ମିନିଟ୍ ଶାନ୍ତିର ଦାନ ନିଆଯିବ)

ଏହା ମଧ୍ୟ ବିଶ୍ୱକୁ ମହାଦାନୀ କରିବାର ବହୁତ ଭଲ ଯୋଜନା କରିଛ । ଅଳ୍ପ ସମୟ ପାଇଁ ଶାନ୍ତିର ସଂସ୍କାରକୁ ଖୁସି ଖୁସିରେ ହେଉ ବା ବାଧ୍ୟତାମୂଳକ ଭାବରେ ହେଉ ମନ ଭିତରେ ତ ଜାଗ୍ରତ କରିବେ ନା । କାର୍ଯ୍ୟକ୍ରମ ଅନୁସାରେ କରନ୍ତୁ ପଛକେ କିନ୍ତୁ ଯେତେବେଳେ ଆତ୍ମା ଭିତରେ ଶାନ୍ତିର ସଂସ୍କାର ଜାଗ୍ରତ ହେବ, ତେବେ ଶାନ୍ତି ତ ଆତ୍ମାର ସ୍ୱଧର୍ମ ହିଁ ଅଟେ, ଆତ୍ମା ଶାନ୍ତିଧାମର ନିବାସୀ ମଧ୍ୟ ଅଟେ, ତେଣୁ କାର୍ଯ୍ୟକ୍ରମ ଅନୁସାରେ ମଧ୍ୟ ଶାନ୍ତିର ସଂସ୍କାର ଯଦି ଜାଗ୍ରତ ହୁଏ ତେବେ ସେହି ଶାନ୍ତିର ଶକ୍ତି ବାରମ୍ବାର ସେମାନଙ୍କୁ ଆକର୍ଷିତ କରିବାକୁ ଲାଗିବ । କଥାରେ ଅଛି ନା ଥରେ ବି ଯିଏ ମିଠା ଚାଖି ଦେବ, ପରେ ପୁଣି ମିଳୁ କି ନ ମିଳୁ କିନ୍ତୁ ସେହି ଚାଖି ଥିବା ମିଠା ତାକୁ ବାରମ୍ବାର ଆକର୍ଷିତ କରିବ । ତେବେ ଏହା ମଧ୍ୟ ଯେପରି ଶାନ୍ତି ରୂପକ ମହୁ ଚାଖିବା ଅଟେ । ତେବେ ସେହି ଶାନ୍ତିର ସଂସ୍କାର ତାଙ୍କୁ ଆପେ ଆପେ ସ୍ମରଣ କରାଇ ଚାଲିବ । ସେଥିପାଇଁ ଧୀରେ ଧୀରେ ଶାନ୍ତିର ଜାଗୃତି ସୃଷ୍ଟି ହେଉ, ଏହା ମଧ୍ୟ ତୁମେମାନେ ନିଜେ ପ୍ରଥମେ ଶାନ୍ତିର ଦାନ ଦେଇ ସେମାନଙ୍କୁ ମଧ୍ୟ ଶାନ୍ତିର ଦାନୀ କରୁଛ । ତୁମମାନଙ୍କର ଶୁଭ ସଂକଳ୍ପ ହେଲା କୌଣସି ପ୍ରକାରରେ ଆତ୍ମାମାନେ ଶାନ୍ତିର ଅନୁଭୂତି କରନ୍ତୁ । ବିଶ୍ୱ ଶାନ୍ତି ମଧ୍ୟ ଆତ୍ମିକ ଶାନ୍ତି ଆଧାରରେ ହେବ । ପ୍ରକୃତି ମଧ୍ୟ ପୁରୁଷ ଅର୍ଥାତ୍ ଆତ୍ମା ଆଧାରରେ ଚାଲୁଛି । ଏହି ସ୍ଥୂଳ ପ୍ରକୃତି ମଧ୍ୟ ସେତେବେଳେ ଶାନ୍ତ ହେବ ଯେତେବେଳେ ଆତ୍ମାମାନଙ୍କ ଭିତରେ ଶାନ୍ତିର ସ୍ମୃତି ଆସିବ । ଚାହେଁ ଯେଉଁ ବିଧିରେ ହେଉ ନା କାହିଁକି କିନ୍ତୁ ଅଶାନ୍ତିଠାରୁ ତ ଉର୍ଦ୍ଧ୍ୱକୁ ଗଲେ ନା ଏବଂ ଏହି ଗୋଟିଏ ମିନିଟ୍ର ଶାନ୍ତିର ଅନୁଭୂତି ମଧ୍ୟ ସେମାନଙ୍କୁ ଅନେକ ସମୟ ପାଇଁ ଆକର୍ଷିତ କରିଚାଲିବ । ତେବେ ବହୁତ ଭଲ ଯୋଜନା କରିଛ । ଏହା ମଧ୍ୟ ଯେପରି କାହାକୁ ଟିକିଏ ଅକ୍ସିଜେନ ଦେଇ ଶାନ୍ତିରୂପୀ ଶ୍ୱାସକ୍ରିୟାକୁ ସକ୍ରିୟ କରିବାର ସାଧନ ଅଟେ । କାରଣ ସମସ୍ତେ ବାସ୍ତବରେ ଶାନ୍ତିର ଶ୍ୱାସ ବିହୁନେ ବେହୋଶ ହୋଇ ପଡିଛନ୍ତି । ତେଣୁ ଏହି ସାଧନ ଯେପରି ଅକ୍ସିଜେନ୍ ଅଟେ ଏହା ଦ୍ୱାରା ଟିକିଏ ନିଶ୍ୱାସ-ପ୍ରଶ୍ୱାସ ଚାଲିବା ଆରମ୍ଭ ହେବ । କେତେକଙ୍କର ନିଶ୍ୱାସ-ପ୍ରଶ୍ୱାସ ମଧ୍ୟ ଅକ୍ସିଜେନ୍ ଦ୍ୱାରା ଚାଲୁ ଚାଲୁ ଠିକ୍ ମଧ୍ୟ ହୋଇଯାଏ । ତେବେ ସମସ୍ତେ ପ୍ରଥମେ ଉମଙ୍ଗ-ଉତ୍ସାହର ସହିତ ନିଜେ ପୁରା ସମୟ ଶାନ୍ତିର କେନ୍ଦ୍ର ହୋଇ ସମସ୍ତଙ୍କୁ ଶାନ୍ତିର କିରଣ ଦିଅ, ତେବେ ଯାଇ ତୁମମାନଙ୍କର ଶାନ୍ତିର କିରଣର ସହଯୋଗରେ, ତୁମମାନଙ୍କର ଶାନ୍ତିର ସଂକଳ୍ପରେ ସେମାନଙ୍କ ଭିତରେ ମଧ୍ୟ ସଂକଳ୍ପ ଜାଗ୍ରତ ହେବ ଏବଂ ଯେଉଁ ବିଧିରେ ହେଉ ପଛକେ କିଛି କରିବେ ଏବଂ ତୁମମାନଙ୍କର ଶାନ୍ତିର ତରଙ୍ଗ ସେମାନଙ୍କୁ ପ୍ରକୃତ ବିଧି ପର୍ଯ୍ୟନ୍ତ ଟାଣି ଆଣିବ । ଏହା ମଧ୍ୟ କୌଣସି ନିରାଶ ଆତ୍ମାକୁ ଆଶାର ଝଲକ ଦେଖାଇବାର ସାଧନ ଅଟେ । ଯେତେ ଦୂର ସମ୍ଭବ ସେତେ ପର୍ଯ୍ୟନ୍ତ ଯିଏବି ତୁମ ସମ୍ପର୍କରେ ଆସିବ ବା ତୁମେମାନେ ଯାହାଙ୍କ ସମ୍ପର୍କରେ ଆସିବ ତାଙ୍କୁ ଦୁଇ ପଦରେ ଆତ୍ମିକ ଶାନ୍ତି, ମନର ଶାନ୍ତିର ପରିଚୟ ଦେବାର ଚେଷ୍ଟା ନିଶ୍ଚିତ କରିବ କାହିଁକି ନା ପ୍ରତ୍ୟେକ ନିଜ ନିଜର ନାମ ତ ନିଶ୍ଚିତ ଯୋଡିବେ ନା । ଚାହେଁ ପତ୍ର ବ୍ୟବହାର ଦ୍ୱାରା ମଧ୍ୟ କରନ୍ତୁ କିନ୍ତୁ ସମ୍ପର୍କରେ ତ ଆସିବେ ନା । ଲିଷ୍ଟରେ ତ ଆସିବେ ନା । ତେଣୁ ଯେତେ ଦୂର ସମ୍ଭବ ଶାନ୍ତିର ଅର୍ଥ କଣ, ତାହା ଦୁଇଟି ଶବ୍ଦରେ ମଧ୍ୟ ସ୍ପଷ୍ଟ କରିବା ପାଇଁ ଚେଷ୍ଟା କରିବ । ଗୋଟିଏ ମିନିଟ୍ରେ ମଧ୍ୟ ଆତ୍ମା ଭିତରେ ଜାଗ୍ରୃତି ଆସିପାରିବ । ବୁଝିଲ! ଯୋଜନା ତ ତୁମ ସମସ୍ତଙ୍କୁ ପସନ୍ଦ ନା । ଅନ୍ୟମାନେ ତ ଯେମିତି ବି ହେଉ କାମ ଶେଷ କରି ଦିଅନ୍ତି କିନ୍ତୁ ତୁମେମାନେ ଅନ୍ତରର ସହିତ କାମ କରୁଛ । ଯେବେକି ତୁମେମାନେ ଶାନ୍ତିର ଦୂତ ଅଟ ତେଣୁ ଚତୁଃର୍ଦ୍ଦିଗରେ ଶାନ୍ତି ଦୂତମାନଙ୍କର ଏହି ବାଣୀ ଗୁଞ୍ଜରିତ ହେବ ଏବଂ ଶାନ୍ତିର ଫରିସ୍ତାମାନେ ପ୍ରତ୍ୟକ୍ଷ ହେବାକୁ ଲାଗିବେ । କେବଳ ପରସ୍ପର ଭିତରେ ଏହି ବିଚାର କରିବ ଯେ ଶାନ୍ତି ପୂର୍ବରୁ ଏଭଳି କୌଣସି ଶବ୍ଦ ସଂଲଗ୍ନ ହେଉ ଯାହାକି ଦୁନିଆଠାରୁ ଟିକିଏ ଭିନ୍ନ ଅନୁଭବ ହେଉଥିବ । ଶାନ୍ତିର ଶୋଭାଯାତ୍ରା ବା ପିସ୍ ଶବ୍ଦ ତ ଦୁନିଆ ମଧ୍ୟ ବ୍ୟବହାର କରୁଛି । ତେବେ ଶାନ୍ତି ଶବ୍ଦ ସହିତ କୌଣସି ଏକ ବିଶେଷ ଶବ୍ଦ ଲାଗୁ ଯାହାକି ସାର୍ବଜନୀନ (ୟୁନିଭରର୍ସାଲ) ମଧ୍ୟ ହୋଇଥିବ ଏବଂ ଶୁଣିଲେ କିଛି ଟା ଅଲଗା ଲାଗୁଥିବ । ତେବେ ଏହିଭଳି କୌଣସି ଶବ୍ଦ ଉଦ୍ଭାବନ କର । ବାକି ଆଉ ସବୁ ତ ବହୁତ ଭଲ କିନ୍ତୁ କମ୍ସେ କମ୍ ଯେତିକି ସମୟ ଏହି କାର୍ଯ୍ୟକ୍ରମ ଚାଲିବ ସେତିକି ସମୟ କିଛି ବି ହୋଇଯାଉ ନା ନିଜେ ଅଶାନ୍ତ ହେବାର ଅଛି, ନା କାହାକୁ ଅଶାନ୍ତି କରିବାର ଅଛି । ଶାନ୍ତିକୁ ଛାଡିବାର ନାହିଁ । ପ୍ରଥମେ ତ ବ୍ରାହ୍ମଣମାନେ ଏହି ପ୍ରତିଜ୍ଞାର କଙ୍କଣ ପିନ୍ଦିବେ ନା! ଯେବେକି ସେମାନଙ୍କୁ ମଧ୍ୟ ପ୍ରତିଜ୍ଞାର କଙ୍କଣ ପିନ୍ଧାଉଛ ତେଣୁ ବ୍ରାହ୍ମଣମାନେ ଯେତେବେଳେ ପ୍ରଥମେ ନିଜ ହାତରେ ଏହି କଙ୍କଣ ପିନ୍ଧିବେ ତେବେ ଯାଇ ଅନ୍ୟମାନଙ୍କୁ ପିନ୍ଧାଇ ପାରିବେ । ଯେପରି ଗୋଲ୍ଡେନ୍ ଜୁବଲୀରେ ସମସ୍ତେ କଣ ସଂକଳ୍ପ କରିଛ ? ଆମେ କେବେ ହେଲେ ସମସ୍ୟା ସ୍ୱରୂପ ହେବୁ ନାହିଁ, ଏହି ସଂକଳ୍ପ କରିଛ ନା । ତେଣୁ ଏହାକୁ ହିଁ ବାରମ୍ବାର ବୁଦ୍ଧିରେ ଦୋହାରାଉ ଥାଅ । ଏମିତି ନୁହେଁ ଯେ ନିଜେ ସମସ୍ୟା ସ୍ୱରୂପ ହୋଇଥିବ କିନ୍ତୁ ମୁଖରେ କହୁଥିବ ମୁଁ ସମସ୍ୟା ସ୍ୱରୂପ ହେବି ନାହିଁ । ତେବେ ଏହି କଙ୍କଣ ପିନ୍ଧିବାକୁ ପସନ୍ଦ କରୁଛ ନା । ପ୍ରଥମେ ସ୍ୱ, ପରେ ବିଶ୍ୱ । କାରଣ ସ୍ୱର ପ୍ରଭାବ ବିଶ୍ୱ ଉପରେ ପଡିଥାଏ । ଆଚ୍ଛା!

ଆଜି ୟୁରୋପର ପାଳି । ୟୁରୋପ ମଧ୍ୟ ବହୁତ ବଡ ନା । ତେବେ ୟୁରୋପ ଆୟତନରେ ଯେତିକି ବଡ ସେତିକି ବିଶାଳ ହୃଦୟ ବାଲା ଅଟ ନା । ଯେପରି ୟୁରୋପର ବିସ୍ତାର ଅଧିକ, ସେହିପରି ବିସ୍ତାର ଅନୁସାରେ ସେବାରେ ମଧ୍ୟ ଆଗୁଆ । ତେବେ ବିନାଶର ଅଗ୍ନି କଣିକା ବା ଜ୍ୱାଳା କେଉଁଠୁ ଉତ୍ପନ୍ନ ହୋଇଛି ? ୟୁରୋପରୁ ବାହାରିଛି ନା! ବିନାଶର ସାଧନ (ପରମାଣୁ ବୋମା) ଯେପରି ୟୁରୋପରୁ ବାହାରିଛି ସେହିପରି ସ୍ଥାପନାର କାର୍ଯ୍ୟରେ ମଧ୍ୟ ବିଶେଷ ଭାବରେ ୟୁରୋପ ଠାରୁ ଆତ୍ମାମାନେ ପ୍ରଖ୍ୟାତ ନିଶ୍ଚିତ ହେବେ । ପରମାଣୁ ବୋମା ଯେପରି ପ୍ରଥମେ ଅଣ୍ଡର ଗ୍ରାଉଣ୍ଡରେ ଅର୍ଥାତ୍ ଗୁପ୍ତ ରୂପରେ ତିଆରି ହୋଇଛି, ପରେ ସେଗୁଡିକୁ କାର୍ଯ୍ୟରେ ଲଗାଯାଇଛି, ସେହିଭଳି ଏହି ଆତ୍ମାମାନେ ମଧ୍ୟ ଗୁପ୍ତ ରୂପରେ ପ୍ରସ୍ତୁତ ହେଉଛନ୍ତି କିନ୍ତୁ ଏବେ ବି ପ୍ରଖ୍ୟାତ ହେଉଛନ୍ତି ଏବଂ ଆଗକୁ ମଧ୍ୟ ଅଧିକ ପ୍ରଖ୍ୟାତ ହେବାକୁ ଲାଗିବେ । ଯେପରି ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ବିଶେଷତା ରହିଛି ନା, ସେହିପରି ଏଠାରେ ମଧ୍ୟ ପ୍ରତ୍ୟେକ ସ୍ଥାନର ସ୍ୱତନ୍ତ୍ର ବିଶେଷତା ରହିଛି । ତେବେ ବିଖ୍ୟାତ ହେବା ପାଇଁ ମଧ୍ୟ ୟୁରୋପର ଯନ୍ତ୍ର କାମରେ ଆସିବ । ଯେପରି ବିଜ୍ଞାନର ଯନ୍ତ୍ର କାମରେ ଲାଗିଲା, ସେହିପରି ଯୋର୍ ସୋର୍ରେ ପ୍ରଚାର କରିବା ପାଇଁ ମଧ୍ୟ ୟୁରୋପରୁ ଯନ୍ତ୍ର ଅର୍ଥାତ୍ ବିଶେଷ ଆତ୍ମାମାନେ ନିମିତ୍ତ ହେବେ । ନୂତନ ବିଶ୍ୱର ନିର୍ମାଣ କରିବା ପାଇଁ ୟୁରୋପ ହିଁ ତୁମର ସହଯୋଗୀ ହେବ, କାରଣ ୟୁରୋପର ଜିନିଷ ଗୁଡିକ ବହୁତ ମଜବୁତ । ଜର୍ମାନୀର ଜିନିଷକୁ ସମସ୍ତେ ମହତ୍ୱ ଦିଅନ୍ତି । ସେହିପରି ସେବାର ନିମିତ୍ତ ହେଉଥିବା ମହତ୍ୱ ପୂର୍ଣ୍ଣ ଆତ୍ମାମାନେ ମଧ୍ୟ ପ୍ରତ୍ୟକ୍ଷ ହେବାକୁ ଲାଗିବେ । ବୁଝିଲ! ୟୁରୋପ ମଧ୍ୟ କମ୍ ନୁହେଁ । ଏବେ ପ୍ରତ୍ୟକ୍ଷତାର ପରଦା ଖୋଲିବା ଆରମ୍ଭ ହେଉଛି । ସମୟ ଅନୁସାରେ ସବୁ କିଛି ଜଣାପଡିଯିବ । ବହୁତ ଭଲ, ଅଳ୍ପ ସମୟ ଭିତରେ ଚାରିଆଡେ ବହୁତ ଭଲ ବିସ୍ତାର କରିଛନ୍ତି, ବହୁତ ଭଲ ରଚନା ପ୍ରସ୍ତୁତ କରିଛନ୍ତି ଏବେ ସେହି ରଚନାକୁ ପାଳନା ରୂପୀ ପାଣିଦେଇ ମଜବୁତ କରୁଛନ୍ତି । ଯେପରି ୟୁରୋପର ସ୍ଥୂଳ ଜିନିଷ ଗୁଡିକ ମଜବୁତ ହୋଇଥାଏ ସେହିପରି ଆତ୍ମାମାନେ ମଧ୍ୟ ବିଶେଷ ଭାବରେ ଅଚଳ ଅଟଳ ଏବଂ ମଜବୁତ ଅଟନ୍ତି । ବାବାଙ୍କର ସ୍ନେହ ଆଧାରରେ ମେହନତ କରୁଛ ତେଣୁ ମେହନତର ଅନୁଭବ ହେଉନାହିଁ କିନ୍ତୁ ସେବାର ଲଗନ ବହୁତ ଭଲ ଅଛି । ଯେଉଁଠାରେ ଲଗନ ଅଛି ସେଠାରେ ବିଘ୍ନ ଆସିଲେ ମଧ୍ୟ ସମାପ୍ତ ହୋଇଯିବ ଏବଂ ସଫଳତା ମିଳି ଚାଲିଥିବ । ଏମିତି ବି ପୂରା ୟୁରୋପର ଆତ୍ମାମାନଙ୍କର ଅବସ୍ଥାକୁ ଦେଖିଲେ ବହୁତ ଭଲ ଅନୁଭବ ହେବ । ବ୍ରାହ୍ମଣ ମଧ୍ୟ ଅଟନ୍ତି ଏବଂ ଭି.ଆଇ.ପି. ମଧ୍ୟ ଅଟନ୍ତି । ଏମିତି ତ ଭି.ଆଇ.ପି. ହିଁ ଅଟନ୍ତି ସେଥିପାଇଁ ୟୁରୋପର ନିମିତ୍ତ ସେବାଧାରୀମାନଙ୍କୁ ଆହୁରି ଅଧିକ ସ୍ନେହଭରା ଶ୍ରେଷ୍ଠ ପାଳନା ଦ୍ୱାରା ସେମାନଙ୍କୁ ଅଧିକ ମଜବୁତ କରି ବିଶେଷ ସେବାରେ ସହଯୋଗୀ କରିଚାଲ, ଏହା ଛଡା ୟୁରୋପର ଧରଣୀ ମଧ୍ୟ ଫଳଦାୟକ ଅଟେ । ଆଚ୍ଛା । ସେମାନଙ୍କର ଏତିକି ବିଶେଷତା ଅଛି ଯାହାକି ବାବାଙ୍କର ହେବା ମାତ୍ରକେ ଅନ୍ୟମାନଙ୍କୁ ବାବାଙ୍କର କରିବାରେ ଲାଗିଯାଉଛନ୍ତି । ବହୁତ ଭଲ ସାହାସ ରଖିଛନ୍ତି ତେଣୁ ସେହି ସାହସ ବା ଉତ୍ସାହ ଥିବା କାରଣରୁ ହିଁ ଏହି ଗିଫ୍ଟ ମିଳିଛି, ଯାହାକି ସେମାନଙ୍କର ସେବାକେନ୍ଦ୍ରର ସଂଖ୍ୟା ବଢି ବଢି ଚାଲିଛି । ତେବେ କ୍ୱାଲିଟୀ ଅର୍ଥାତ୍ ବିଶେଷ ଆତ୍ମାଙ୍କ ସଂଖ୍ୟା ବି ବଢାଅ ଏବଂ କ୍ୱାଣ୍ଟିଟୀ ଅର୍ଥାତ୍ ପ୍ରଜା ଆତ୍ମାଙ୍କର ସଂଖ୍ୟା ବି ବଢାଅ । ଉଭୟଙ୍କର ସନ୍ତୁଳନ ରହିଥାଉ । କାରଣ କ୍ୱାଲିଟୀର ଶୋଭା ମଧ୍ୟ ସ୍ୱତନ୍ତ୍ର ଏବଂ କ୍ୱାଣ୍ଟିଟୀର ଶୋଭା ମଧ୍ୟ ସ୍ୱତନ୍ତ୍ର । ତେବେ ଦୁଇଟି ଯାକ ଆବଶ୍ୟକ । କେବଳ କ୍ୱାଲିଟୀ ଥିବ କିନ୍ତୁ କ୍ୱାଣ୍ଟିଟୀ ନଥିବ ତେବେ ସେବାଧାରୀମାନେ ସେବା କରି କରି ଥକି ଯିବେ ସେଥିପାଇଁ ଉଭୟ ନିଜ ନିଜର ବିଶେଷତା ଅନୁସାରେ ଜରୁରୀ ଅଟନ୍ତି । ଉଭୟଙ୍କର ସେବା ମଧ୍ୟ ଜରୁରୀ ଅଟେ କାହିଁକି ନା ୯ ଲକ୍ଷ ତ ହେବା ଦରକାର ନା । ଏବେ ୯ ଲକ୍ଷ ଭିତରୁ ବିଦେଶରୁ କେତେ ଜଣ ବାହାରିଛନ୍ତି ? (୫ ହଜାର) ଆଚ୍ଛା - ଗୋଟିଏ କଳ୍ପର ଚକ୍ର ତ ପୂରଣ କରିଛ ନା । ବିଦେଶକୁ ଲାଷ୍ଟ ସୋ ଫାଷ୍ଟର ବରଦାନ ମିଳିଛି ତେଣୁ ଭାରତଠାରୁ ମଧ୍ୟ ଫାଷ୍ଟ ଅର୍ଥାତ୍ ଦୃଢ ଗତିରେ ପୁରୁଷାର୍ଥରେ ଆଗକୁ ବଢିବେ କାହିଁକି ନା ଭାରତବାସୀଙ୍କୁ ଧରଣୀ ପ୍ରସ୍ତୁତି କରିବା ପାଇଁ ମେହନତ କରିବାକୁ ପଡୁଛି । ବିଦେଶରେ କିନ୍ତୁ ଟାଙ୍ଗରା ଧରଣୀ ନାହିଁ ଅର୍ଥାତ୍ ଜ୍ଞାନର ବୀଜ ଲଗାଇବା ସହଜ । ଏଠାରେ (ଭାରତରେ) ତ ପ୍ରଥମେ ଖରାପକୁ ଭଲ କରିବାକୁ ପଡୁଛି । ସେଠାରେ କିନ୍ତୁ କୌଣସି ଭୁଲ୍ କଥା ଅର୍ଥାତ୍ ଶାସ୍ତ୍ର ପୁରାଣର ଓଲଟା ଜ୍ଞାନ ଶୁଣି ହିଁ ନାହାଁନ୍ତି ତେଣୁ ସେମାନଙ୍କର ବୁଦ୍ଧି ସ୍ୱଚ୍ଛ ରହିଛି । କିନ୍ତୁ ଭାରତର ସେବାଧାରୀମାନଙ୍କୁ ପ୍ରଥମେ ଆତ୍ମାମାନଙ୍କର ବୁଦ୍ଧି ରୂପୀ ସ୍ଲେଟ୍କୁ ପରିଷ୍କାର କରି ତାପରେ ଲେଖିବାକୁ ପଡୁଛି । ବିଦେଶକୁ ତ ସମୟ ଅନୁସାରେ ଶେଷରେ ଆସି ତୀବ୍ରଗତିରେ ଆଗକୁ ବଢିବାର ବରଦାନ ମିଳିଛି ସେଥିପାଇଁ ୟୁରୋପ କେତେ ଲକ୍ଷ ଆତ୍ମାଙ୍କୁ ପ୍ରସ୍ତୁତ କରିବ ? ଯେପରି ମିଲିୟନ୍ ମିନିଟ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛ, ସେହିପରି ପ୍ରଜା ବାହାର କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କର । ପ୍ରଜା ତ ତିଆରି ହୋଇ ପାରିବେ ନା । ଯଦି ମିଲିୟନ ମିନିଟ୍ ଶାନ୍ତି ପାଇଁ ଏକତ୍ରିକ କରିପାରିବ ତେବେ ମିଲିୟନ୍ ଅର୍ଥାତ୍ ଦଶ ଲକ୍ଷ ବା ଏକ ନିୟୁତ ପ୍ରଜା ବାହାର କରି ପାରିବ ନାହିଁ! ଆହୁରି ତ ସେଥିରୁ ଏକ ଲକ୍ଷ କମ୍ କରି ୯ ଲକ୍ଷ ହିଁ କୁହାଯାଇଛି । ବୁଝିଲ! ୟୁରୋପବାଲାଙ୍କୁ କଣ କରିବାର ଅଛି । ଜୋର୍ ଶୋର୍ରେ ପ୍ରସ୍ତୁତି କର । ଆଚ୍ଛା - ଡବଲ ବିଦେଶୀମାନଙ୍କର ଡବଲ ଭାଗ୍ୟ, ଏମିତିରେ ସମସ୍ତଙ୍କୁ ଦୁଇଥର ବାବା ମିଳନ ଦ୍ୱାରା ଦୁଇଟି ମୁରଲୀ ଶୁଣିବାକୁ ମିଳୁଛି କିନ୍ତୁ ତୁମମାନଙ୍କୁ ଡବଲ ସୁଯୋଗ ମିଳିଗଲା । ଗୋଲ୍ଡେନ୍ ଜୁବଲୀ ଉତ୍ସବ ମଧ୍ୟ ଦେଖିଲ, ସମ୍ମିଳନୀ ମଧ୍ୟ ଦେଖିଲ । ବଡ ବଡ ଦାଦୀମାନଙ୍କୁ ମଧ୍ୟ ଦେଖିଲ । ଗଙ୍ଗା, ଯମୁନା, ଗୋଦାବରୀ, ବ୍ରହ୍ମପୁତ୍ର ଇତ୍ୟାଦି ନଦୀମାନଙ୍କୁ ଦେଖିଲ ଅର୍ଥାତ୍ ସବୁ ବଡ ବଡ ଦାଦୀମାନଙ୍କୁ ଦେଖିଲ ନା! ତେବେ ଜଣେ ଜଣେ ଦାଦୀଙ୍କଠାରୁ ଗୋଟିଏ ଗୋଟିଏ ବିଶେଷତା ଉପହାର ରୂପରେ ସାଥୀରେ ନେଇଯାଅ । ତାହା ହେଲେ ସମସ୍ତଙ୍କର ବିଶେଷତା ତୁମକୁ ମିଳିଯିବ । ବିଶେଷତା ରୂପୀ ଉପହାରରେ ଅଣ୍ଟି ଭରପୁର କରିଯାଅ । ଏହାକୁ ତ କଷ୍ଟମବାଲା ଅର୍ଥାତ୍ ସୀମା ଶୁଳ୍କ ଆଦାୟକାରୀ କର୍ମଚାରୀ ଅଟକାଇବେ ନାହିଁ । ଆଚ୍ଛା । ସର୍ବଦା ବିଶ୍ୱ କଲ୍ୟାଣକାରୀ ହୋଇ ବିଶ୍ୱ ସେବାର ନିମିତ୍ତ ସଚ୍ଚା ସେବାଧାରୀ ଶ୍ରେଷ୍ଠ ଆତ୍ମାମାନେ, ସର୍ବଦା ସଫଳତା ରୂପୀ ଜନ୍ମସିଦ୍ଧ ଅଧିକାରକୁ ପ୍ରାପ୍ତ କରୁଥିବା ବିଶେଷ ଆତ୍ମାମାନେ, ସର୍ଦବା ସ୍ୱ ଅର୍ଥାତ୍ ନିଜର ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ନିଜର ସ୍ୱରୂପର ସ୍ମୃତି ପ୍ରଦାନ କରୁଥିବା ନିକଟତମ ଆତ୍ମାମାନେ, ସର୍ବଦା ବେହଦର ନିଷ୍କାମ ସେବାଧାରୀ ହୋଇ ଉଡିବାର କଳାରେ ଉଡୁଥିବା ଡବଲ ଲାଇଟ୍ ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ରଦାନ:-
ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଗତି-ସଦ୍ଗତିର ପ୍ରସାଦ ବାଣ୍ଟୁଥିବା ମାଷ୍ଟର ଗତି-ସଦ୍ଗତି ଦାତା ହୁଅ ।

ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଆତ୍ମା ପରିସ୍ଥିତିର ବଶୀଭୂତ ହୋଇ ଚିତ୍କାର କରୁଛନ୍ତି, କେହି ମହଙ୍ଗା ପରିସ୍ଥିତି କାରଣରୁ, କେହି ଭୋକ କାରଣରୁ, କେହି ଶାରୀରିକ ରୋଗ କାରଣରୁ, କେହି ମାନସିକ ଅଶାନ୍ତି କାରଣରୁ... ତେବେ ସମସ୍ତଙ୍କର ଦୃଷ୍ଟି ଶାନ୍ତିର ସ୍ତମ୍ଭ ଆଡକୁ ଯାଉଛି । ସମସ୍ତେ ଦେଖୁଛନ୍ତି ହାହାକାର ପରେ ଜୟଜୟକାର କେବେ ହେଉଛି । ତେଣୁ ଏବେ ନିଜର ଆକାରୀ ଫରିସ୍ତା ସ୍ୱରୂପ ଦ୍ୱାରା ବିଶ୍ୱର ଦୁଃଖ ଦୂର କର, ମାଷ୍ଟର ଗତି-ସଦ୍ଗତି ଦାତା ହୋଇ ଭକ୍ତମାନଙ୍କୁ ଗତି ଏବଂ ସଦ୍ଗତିର ପ୍ରସାଦ ବାଣ୍ଟ ।

ସ୍ଲୋଗାନ:-
ଯଦି ତୁମେ ସାହସର ଗୋଟିଏ ପାଦ ଆଗକୁ ବଢାଇବ ତେବେ ବାବା ସହଯୋଗର ହଜାର ପାଦ ଆଗକୁ ବଢାଇବେ ।