12.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସର୍ବଦା ଏହି ସ୍ମୃତି ରହୁ ଯେ ଆମେ ଶ୍ରୀମତ ଆଧାରରେ ନିଜର ସତ୍ୟଯୁଗୀ ରାଜଧାନୀ ସ୍ଥାପନ କରୁଛୁ, ତେବେ ମନ ଭିତରେ ଅପାର ଖୁସୀ ରହିବ ।

ପ୍ରଶ୍ନ:-
ଏହି ଜ୍ଞାନ ରୂପକ ଭୋଜନ କେଉଁ ପିଲାମାନଙ୍କର ହଜମ ହୋଇ ପାରିବ ନାହିଁ ?

ଉତ୍ତର:-
ଯେଉଁମାନେ ଭୁଲ୍ କର୍ମ କରି, ଛି, ଛି ଅର୍ଥାତ୍ ପତିତ ବିକାରୀ ହୋଇ ପୁଣି ଶ୍ରେଣୀରେ ଆସି ବସୁଛନ୍ତି, ସେମାନଙ୍କର ଜ୍ଞାନ ହଜମ ହୋଇପାରିବ ନାହିଁ । ସେମାନେ ମୁଖରେ କଦାପି କହିପାରିବେ ନାହିଁ ଯେ ଭଗବାନୁବାଚ କାମ ବିକାର ମହାଶତ୍ରୁ ଅଟେ । ସେମାନଙ୍କର ହୃଦୟ ଭିତରେ ଭିତରେ ଆନ୍ଦୋଳିତ ହେଉଥାଏ । ସେମାନେ ଆସୁରୀ ସମ୍ପ୍ରଦାୟର ହୋଇଯାଆନ୍ତି ।

ଓମ୍ ଶାନ୍ତି ।
ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ସେ କେତେ ଶ୍ରେଷ୍ଠ ପିତା ଅଟନ୍ତି, ସେହି ବାବାଙ୍କର ମହିମା ତୁମେ ପିଲାମାନେ କରିବା ଦରକାର । ଗାୟନ ମଧ୍ୟ କରାଯାଉଛି ସତ୍ ଶିବବାବା, ସତ୍ ଶିବ ଟୀଚର, ସତ୍ ଶିବ ଗୁରୁ । ସେ ତ ସତ୍ୟ ଅଟନ୍ତି ନା । ତୁମେମାନେ ଜାଣିଛ ଯେ ଆମକୁ ସତ୍ୟ ଶିବବାବା ମିଳିଛନ୍ତି । ଆମେ ପିଲାମାନେ ବର୍ତ୍ତମାନ ଶ୍ରୀମତ ଆଧାରରେ ଏକମତ ହେଉଛୁ । ତେଣୁ ଶ୍ରୀମତ ଆଧାରରେ ଚାଲିବା ଦରକାର ନା । ବାବା କହୁଛନ୍ତି ପ୍ରଥମେ ଦେହୀ ଅଭିମାନୀ ହୁଅ ଏବଂ ବାବାଙ୍କୁ ମନେ ପକାଅ । ତୁମେ ତାଙ୍କୁ ଯେତେ ମନେ ପକାଇବ, ତୁମର ସେତେ କଲ୍ୟାଣ ହେବ । ତୁମେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛ । ପୂର୍ବରୁ ମଧ୍ୟ ଆମର ରାଜଧାନୀ ଥିଲା । ଆମେ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ ୮୪ ଜନ୍ମ ଭୋଗ କରି ଅନ୍ତିମ ଜନ୍ମରେ ଏବେ ସଂଗମଯୁଗରେ ଅଛୁ । ଏହି ପୁରୁଷୋତ୍ତମ ସଂଗମଯୁଗ ବିଷୟରେ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ହେଲେ ଜଣା ନାହିଁ । ବାବା କେତେ ପଏଣ୍ଟସ୍ ଦେଉଛନ୍ତି ଯେ ହେ ସନ୍ତାନଗଣ, ଯଦି ଭଲ ଭାବରେ ମୋତେ ମନେ ପକାଇବ ତେବେ ବହୁତ ଖୁସିରେ ରହିବ । କିନ୍ତୁ ପିଲାମାନେ ବାବାଙ୍କୁ ମନେ ପକାଇବା ବଦଳରେ ଏହି ଦୁନିଆର ପ୍ରଭାବରେ ଆସି ଯାଉଛନ୍ତି । ଏହା ସ୍ମୃତିରେ ରହିବା ଦରକାର ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ । ଗାୟନ ମଧ୍ୟ କରାଯାଇଛି ସର୍ବୋଚ୍ଚ ଭଗବାନ, ତାଙ୍କର ହିଁ ଶ୍ରୀମତ ସର୍ବୋଚ୍ଚ ଅଟେ । ଶ୍ରୀମତ କଣ ଶିଖାଇଥାଏ ? ସହଜ ରାଜଯୋଗ । ବାବା ରାଜପଦ ପାଇଁ ଆମକୁ ପଢାଉଛନ୍ତି । ତେଣୁ ନିଜର ପିତାଙ୍କ ଦ୍ୱାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣି ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିବାର ଅଛି । ବାବାଙ୍କ ସହିତ କୌଣସି କଥାର ସମ୍ମୁଖୀନ ହେବା ଉଚିତ୍ ନୁହେଁ । ବହୁତ ସନ୍ତାନ ନିଜକୁ ସେବାଧାରୀ ଭାବି ଅହଂକାରୀ ହୋଇଯାନ୍ତି । ଏହିଭଳି ବହୁତ ଅଛନ୍ତି । ପୁଣି କେଉଁଠି କେଉଁଠି ହାରିଗଲେ ନିଶା ଛାଡିଯାଇଥାଏ । ତୁମେ ମାତାମାନେ ତ କିଛି ପଢ଼ିନାହଁ । ପଢିଥିଲେ ତ ଚତ୍ମକାର କରି ଦେଖାଇଥାଆନ୍ତ । ପୁରୁଷଙ୍କ ଭିତରେ ପାଠୁଆ କିଛି ଅଛନ୍ତି । ତୁମେ କୁମାରୀମାନେ କେତେ ନାଁ କରିବା ଦରକାର । ତୁମେ ଶ୍ରୀମତ ଆଧାରରେ ରାଜଧାନୀ ସ୍ଥାପନ କରିଥିଲ । ନାରୀରୁ ଲକ୍ଷ୍ମୀ ହୋଇଥିଲ ତେଣୁ କେତେ ଖୁସୀରେ ରହିବା ଦରକାର । ଏଠାରେ ତ ଦେଖ ପାଇ ପଇସାର ପାଠପଢାରେ ଜୀବନ ବି ସମର୍ପିତ କରି ଦେଉଛନ୍ତି । ଆରେ ତୁମେ ଗୋରା ହେଉଛ ପୁଣି କଳା ତମୋପ୍ରଧାନ ଦୁନିଆରେ କାହିଁକି ମନ ଲଗାଉଛ । ଏହି ଶ୍ମଶାନ ରୂପୀ ଦୁନିଆରେ ମନ ଲଗାଇବା ଉଚିତ୍ ନୁହେଁ । ଆମେ ତ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ପୁରୁଣା ଦୁନିଆରେ ମନ ଲଗାଇବା ଅର୍ଥାତ୍ ନର୍କକୁ ଯିବା । ବାବା ଆସି ନର୍କରୁ ରକ୍ଷା କରୁଛନ୍ତି ତଥାପି ମୁହଁ ନର୍କ ଆଡକୁ କାହିଁକି କରି ଦେଉଛ । ତୁମର ଏହି ପାଠପଢା କେତେ ସହଜ ଅଟେ । ଏହାକୁ କୌଣସି ୠଷି-ମୁନି ଜାଣି ନାହାଁନ୍ତି । ନା କୌଣସି ଶିକ୍ଷକ, ନା ଋଷି-ମୁନି ଏହି ଜ୍ଞାନକୁ ବୁଝାଇପାରିବେ । ବାବା ତ ପିତା-ଶିକ୍ଷକ ସତ୍ଗୁରୁ ଅଟନ୍ତି । ଦୁନିଆର ଗୁରୁମାନେ ଲୋକ ଶାସ୍ତ୍ର ଆଦି ଶୁଣାଇଥାନ୍ତି । ସେମାନଙ୍କୁ ଶିକ୍ଷକ ବୋଲି କୁହାଯିବ ନାହିଁ କାରଣ ସେମାନେ ଏପରି କୌଣସି କଥା କହୁ ନାହାଁନ୍ତି ଯେ ଆମେ ଦୁନିଆର ଇତିହାସ-ଭୂଗୋଳ ଶୁଣାଉଛୁ । ସେମାନେ ତ ଶାସ୍ତ୍ରର କଥା ହିଁ ଶୁଣାଇବେ । ବାବା ତୁମକୁ ଶାସ୍ତ୍ରର ସାର ବୁଝାଉଛନ୍ତି ଏବଂ ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ବତାଉଛନ୍ତି । ବର୍ତ୍ତମାନ ଏହି ଶିକ୍ଷକ ଭଲ ନା ସେ ଶିକ୍ଷକ ଭଲ ? ସେ ଶିକ୍ଷକଙ୍କ ଠାରୁ ତୁମେ କେତେ ବି ପାଠ ପଢ, କେତେ ରୋଜଗାର କରିବ ? ତାହା ମଧ୍ୟ ଭାଗ୍ୟରେ ଥିଲେ । ପାଠ ପଢିବା ସମୟ ଭିତରେ ଯଦି କାହାର ଦୁର୍ଘଟଣା ହୋଇଯାଉଛି, ମରିଯାଉଛି ତେବେ ତାର ପାଠପଢା ଶେଷ ହୋଇଯାଉଛି ନା । ଏଠାରେ ତୁମେ ଏହି ପାଠପଢା ଯେତେ ବି ପଢିବ, ତାହା ବ୍ୟର୍ଥରେ ଯିବ ନାହିଁ । ହଁ ଶ୍ରୀମତ ଆଧାରରେ ନ ଚାଲି କିଛି ଓଲଟା କାମ କରିଦେଲ କିମ୍ବା ତଳକୁ ଖସିଗଲ ତେବେ ଯାହା ପଢିଥିବ ତାହା ନଷ୍ଟ ହୋଇଯିବ ନାହିଁ, ଏହି ପାଠପଢା ୨୧ ଜନ୍ମ ପାଇଁ ଅଟେ । କିନ୍ତୁ ତଳକୁ ଖସିଗଲେ କଳ୍ପ-କଳ୍ପାନ୍ତର ପାଇଁ କ୍ଷତି ହୋଇଯାଏ । ବାବା କହୁଛନ୍ତି ପିଲାମାନେ କଳା ମୁହଁ କର ନାହିଁ । ଏଭଳି ବହୁତ ଅଛନ୍ତି ଯେଉଁମାନେ କଳାମୁହଁ କରି ପୁଣି ଆସି ବସି ଯାଇଥାନ୍ତି । ତାଙ୍କର କେବେହେଲେ ଏହି ଜ୍ଞାନ ହଜମ ହେବ ନାହିଁ । ଅଜୀର୍ଣ୍ଣ ହୋଇଯିବ । ଯାହା ଶୁଣିବ ତାର ଅଜୀର୍ଣ୍ଣ ହୋଇଯିବ, ପୁଣି ମୁଖରେ କାହାକୁ କିଛି କହିପାରିବେ ନାହିଁ ଯେ ଭଗବାନୁବାଚ କାମ ବିକାର ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାର ଅଛି । ନିଜେ ହିଁ ବିଜୟ ପ୍ରାପ୍ତ କରିପାରୁ ନାହାଁନ୍ତି ତେଣୁ ଅନ୍ୟକୁ କିପରି କହିବେ । ନିଜ ମନ ଆନ୍ଦୋଳିତ ହେବ ନା । ତାଙ୍କୁ କୁହାଯାଏ ଆସୁରୀ ସମ୍ପ୍ରଦାୟ, ଅମୃତ ପିଉ-ପିଉ ବିଷ ଖାଇଦେଉଛନ୍ତି ତେଣୁ ଶହେଗୁଣା ପତିତ ହୋଇଯାଉଛନ୍ତି । ତାଙ୍କର ହାଡ ଗୋଡ ଭାଙ୍ଗି ଯାଉଛି ଅର୍ଥାତ୍ ସମ୍ପୂର୍ଣ୍ଣ ବିକାରୀ ହୋଇଯାଉଛନ୍ତି ।

ତୁମେ ମାତାମାନଙ୍କର ସଂଗଠନ ବହୁତ ମଜବୁତ ହେବା ଦରକାର । ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ତ ସାମ୍ନାରେ ଅଛି । ତୁମେ ଜାଣିଛ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ଏକମାତ୍ର ଦେବୀ-ଦେବତା ଧର୍ମ ଥିଲା । ଗୋଟିଏ ରାଜ୍ୟ, ଗୋଟିଏ ଭାଷା, ଶହେ ଭାଗ ସମ୍ପୂର୍ଣ୍ଣ ପବିତ୍ରତା, ଶାନ୍ତି, ସୁଖ ଥିଲା । ସେହି ଗୋଟିଏ ରାଜ୍ୟ ହିଁ ବାବା ବର୍ତ୍ତମାନ ସ୍ଥାପନା କରୁଛନ୍ତି । ଏହା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଶହେ ଶତକଡା ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତିର ସ୍ଥାପନା ଏବେ ହେଉଛି । ତୁମେ ଦେଖାଉଛ ଯେ ବିନାଶ ପରେ ଶ୍ରୀକୃଷ୍ଣ ଆସୁଛନ୍ତି । ଏହାକୁ ସ୍ପଷ୍ଟ ଭାବରେ ଲେଖିବା ଦରକାର । ବର୍ତ୍ତମାନ ସତ୍ୟଯୁଗ ଦେବୀ-ଦେବତାଙ୍କର ରାଜ୍ୟ, ଏକ ଧର୍ମ, ଏକ ଭାଷା, ପବିତ୍ରତା, ସୁଖ, ଶାନ୍ତି ପୁନଃ ସ୍ଥାପନା ହେଉଛି । ସରକାର ମଧ୍ୟ ଏହା ଚାହୁଁଛି ନା । ସ୍ୱର୍ଗ ହୋଇଥାଏ ସତ୍ୟଯୁଗ-ତ୍ରେତୟା ଯୁଗରେ । କିନ୍ତୁ ମନୁଷ୍ୟ ନିଜକୁ କଣ ନର୍କବାସୀ ବୁଝୁଛନ୍ତି । ତୁମେ ଲେଖିପାରିବ ଯେ ଦ୍ୱାପର-କଳିଯୁଗରେ ସବୁ ନର୍କବାସୀ ଅଟନ୍ତି । ଏବେ ତୁମେ ସଂଗମଯୁଗୀ ଅଟ । ପୂର୍ବେ ତୁମେ ମଧ୍ୟ କଳିଯୁଗୀ ନର୍କବାସୀ ଥିଲ,ଏବେ ତୁମେ ସ୍ୱର୍ଗବାସୀ ହେଉଛ । ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ । କିନ୍ତୁ ସେହିଭଳି ସାହାସ, ସଂଗଠନର ଆବଶ୍ୟକତା ରହିଛି । ଭ୍ରମଣ କରିଯିବା ସମୟରେ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ନେଇଯିବାକୁ ହେବ । ଏହା ବହୁତ ଭଲ । ଏଥିରେ ଲେଖି ଦିଅ ଯେ ତ୍ରିମୂର୍ତ୍ତୀ ଶିବବାବାଙ୍କ ଶ୍ରୀମତ ଆଧାରରେ ଆଦି ସନାତନ ଦେବୀ-ଦେବତା ଧର୍ମ, ସୁଖ-ଶାନ୍ତିର ରାଜ୍ୟ ସ୍ଥାପନ ହେଉଛି । ଏପରି-ଏପରି ବଡ-ବଡ ଅକ୍ଷରରେ ବଡ-ବଡ ଚିତ୍ର ହେଉ । ଛୋଟ ପିଲାମାନେ ଛୋଟ ଚିତ୍ର ପସନ୍ଦ କରନ୍ତି । ଚିତ୍ର ତ ଯେତେ ବଡ ହେବ ସେତେ ଭଲ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତ ବହୁତ ଭଲ । ଏଥିରେ କେବଳ ଲେଖିଦିଅ ଯେ ଜଣେ ହିଁ ସତ୍ୟ ତ୍ରିମୂର୍ତ୍ତି ଶିବବାବା, ସତ୍ୟ ତ୍ରିମୂର୍ତ୍ତି ଶିବ ଶିକ୍ଷକ, ସତ୍ୟ ତ୍ରିମୂର୍ତ୍ତି ଶିବଗୁରୁ ଅଟନ୍ତି । ଯଦି ତ୍ରିମୂର୍ତ୍ତି ଅକ୍ଷର ଲେଖିବ ନାହିଁ ତେବେ ବୁଝିବେ ପରମାତ୍ମା ତ ନିରାକାର ଅଟନ୍ତି, ସେ ଟିଚର କିପରି ହୋଇପାରିବେ । ଜ୍ଞାନ ତ ନାହିଁ ନା । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଟିଣ ସିଟ୍ ଉପରେ ତିଆରି କରି ପ୍ରତ୍ୟେକ ଜାଗାରେ ଲଗାଇବା ଉଚିତ୍ । ସେଥିରେ ଲେଖାଥିବା ଦରକାର ଯେ ଏହାର ସ୍ଥାପନା ହେଉଛି । ବାବା ଆସିଛନ୍ତି ବ୍ରହ୍ମା ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା କରି ବାକି ସବୁ ଧର୍ମର ବିନାଶ କରିବା ପାଇଁ । ଏହା ପିଲାମାନଙ୍କର ସର୍ବଦା ନିଶା ରହିବା ଦରକାର । ଛୋଟ-ଛୋଟ କଥାରେ ଜଣଙ୍କର ମତ ଆଉ ଜଣଙ୍କ ମତ ସହିତ ମିଶି ନଥାଏ ତେଣୁ ଶୀଘ୍ର ବିଗିଡି ଯାଇଥାନ୍ତି । ଏପରି ତ ହୋଇଥାଏ । କିଏ କେଉଁ ଆଡକୁ କିଏ କେଉଁ ଆଡକୁ, ପୁଣି ସଂଖ୍ୟା ଗରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଏଥିରେ ବିରକ୍ତି ବା ନାରାଜ ହେବାର କିଛି କଥା ନାହିଁ । ପିଲାମାନେ ଋଷିଯାଆନ୍ତି । କୁହନ୍ତି ଆମ କଥା ମାନିଲେ ନାହିଁ । ଆରେ, ଏଥିରେ ଋଷିବାର କଣ ଅଛି । ବାବା ତ ସମସ୍ତଙ୍କୁ ରାଜି ଖୁସି କରିଥାନ୍ତି । ମାୟାର ବଶବର୍ତ୍ତି ହୋଇ ସମସ୍ତେ ରୁଷୁଛନ୍ତି, ସମସ୍ତେ ବାବାଙ୍କ ଉପରେ ରାଗୁଛନ୍ତି, ଋଷିବେ ବା କଣ ବାବାଙ୍କୁ ଜାଣନ୍ତି ହିଁ ନାହିଁ । ଯେଉଁ ପିତା ସ୍ୱର୍ଗର ରାଜତ୍ୱ ଦେଉଛନ୍ତି ତାଙ୍କୁ ଜାଣନ୍ତି ନାହିଁ । ବାବା କହୁଛନ୍ତି ମୁଁ ତୁମର ଉପକାର କରୁଛି । ତୁମେ ପୁଣି ମୋର ଅପକାର କରୁଛ । ଭାରତର ଅବସ୍ଥା ଦେଖ କଣ ହୋଇଛି । ତୁମ ମଧ୍ୟରେ ବହୁତ କମ୍ ଅଛନ୍ତି ଯେଉଁମାନଙ୍କର ନିଶା ରହିଥାଏ । ଏହା ନାରାୟଣୀ ନିଶା ଅଟେ । ଏଭଳି କଣ କହିବା ଆବଶ୍ୟକ କି ଆମେ ତ ରାମ-ସୀତା ହେବୁ । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା ନରରୁ ନାରାୟଣ ହେବା । ତୁମେ ପୁଣି ରାମ ସୀତା ହେବା ପାଇଁ ଖୁସି ହୋଇଯାଉଛ,ସାହାସ ଦେଖାଇବାର ଅଛି ନା । ପୁରୁଣା ଦୁନିଆରେ ବିଲ୍କୁଲ୍ ମନ ଲଗାଇବା ଉଚିତ୍ ନୁହେଁ । ଯଦି କାହା ସହିତ ମନ ଲଗାଇଲ ତେବେ ମଲ । ଜନ୍ମ-ଜନ୍ମାନ୍ତର ପାଇଁ ଘାଟା ହୋଇଯିବ । ବାବାଙ୍କଠାରୁ ତ ସ୍ୱର୍ଗର ସୁଖ ମିଳୁଛି ତେଣୁ ଆମେ ନର୍କରେ କାହିଁକି ରହିବୁ । ବାବା କହୁଛନ୍ତି ତୁମେ ଯେତେବେଳେ ସ୍ୱର୍ଗରେ ଥିଲ ସେତେବେଳେ ଆଉ କୌଣସି ଧର୍ମ ନଥିଲା । ଏବେ ଡ୍ରାମାନୁସାରେ ତୁମର ଧର୍ମ ନାହିଁ । କେହି ମଧ୍ୟ ନିଜକୁ ଦେବତା ଧର୍ମର ଭାବୁ ନାହାଁନ୍ତି । ମନୁଷ୍ୟ ହୋଇ ନିଜ ଧର୍ମକୁ ନ ଜାଣିଲେ ତେବେ କଣ କୁହାଯିବ । ହିନ୍ଦୁ କୌଣସି ଧର୍ମ ନୁହେଁ । କିଏ ସ୍ଥାପନ କରିଛନ୍ତି, ଏହା ମଧ୍ୟ ଜାଣି ନାହାଁନ୍ତି । ତୁମ ପିଲାମାନଙ୍କୁ କେତେ ବୁଝାଯାଉଛି । ବାବା କହୁଛନ୍ତି ମୁଁ କାଳର କାଳ ଏବେ ଆସିଛି ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ । ବାକି ଯିଏ ଭଲ ଭାବରେ ପାଠପଢିବେ ସେ ବିଶ୍ୱର ମାଲିକ ହେବେ । ଏବେ ଘରକୁ ଚାଲ । ଏଠାରେ ରହିବା ଯୋଗ୍ୟ ସ୍ଥାନ ନାହିଁ, ଆସୁରୀ ମତରେ ଚାଲି ବହୁତ ଆବର୍ଜନାପୂର୍ଣ୍ଣ କରି ଦେଇଛନ୍ତି । ବାବା ତ ଏହିପରି କହିବେ ନା । ତୁମେ ଭାରତବାସୀ ଯିଏ ବିଶ୍ୱର ମାଲିକ ଥିଲ, ଏବେ କେତେ ଧକ୍କା ଖାଉଛ । ଲଜ୍ଜ୍ୟା ଆସୁ ନାହିଁ । ତୁମମାନଙ୍କ ମଧ୍ୟରେ କେହି କେହି ଅଛନ୍ତି ଯିଏ ଭଲ ଭାବରେ ବୁଝୁଛନ୍ତି । କ୍ରମାନୁସାରେ ରହିଛନ୍ତି ନା । ବହୁତ ସନ୍ତାନ ତ ନିଦରେ ଶୋଇଯାଉଛନ୍ତି । ସେମାନଙ୍କର ଖୁସୀର ପାରଦ ଚଢିନଥାଏ । ବାବା ଆମକୁ ପୁଣି ଥରେ ରାଜଧାନୀ ଦେଉଛନ୍ତି । ବାବା କହୁଛନ୍ତି -- ଏହି ସାଧୁମାନଙ୍କୁ ମଧ୍ୟ ମୁଁ ଉଦ୍ଧାର କରୁଛି । ସେମାନେ ନିଜକୁ, ନା ଅନ୍ୟମାନଙ୍କୁ ମୁକ୍ତି ଦେଇ ପାରିବେ । ସତ୍ୟଗୁରୁ ତ ଏକମାତ୍ର ସତଗୁରୁ ଅଟନ୍ତି, ଯିଏ ସଂଗମଯୁଗରେ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା କହୁଛନ୍ତି ଯେ ମୁଁ କଳ୍ପର ସଂଗମ ଯୁଗରେ ଆସିଥାଏ, ଯେତେବେଳେ କି ମୋତେ ସମଗ୍ର ବିଶ୍ୱକୁ ପବିତ୍ର କରିବାର ଅଛି । ମନୁଷ୍ୟ ବୁଝିଥାନ୍ତି ଯେ ବାବା ସର୍ବଶକ୍ତିମାନ ଅଟନ୍ତି, ସେ କଣ କରିପାରିବେ ନାହିଁ । ଆରେ ମୋତେ ଡାକୁଛ ଯେ ପତିତ ଆତ୍ମାମାନଙ୍କୁ ପବିତ୍ର କର ତେଣୁ ମୁଁ ଆସି ପବିତ୍ର କରୁଛି ବାକି ଆଉ କଣ କରିବି । ବାକି ତ ରିଦ୍ଧି ସିଦ୍ଧି କରୁଥିବା ଲୋକ ବହୁତ ଅଛନ୍ତି, ମୋର କାମ ହେଲା ନର୍କକୁ ସ୍ୱର୍ଗରେ ପରିଣତ କରିବା । ତାହା ତ ପ୍ରତି ୫ ହଜାର ବର୍ଷ ପରେ ହୋଇଥାଏ । ଏହା ତୁମେ ହିଁ ଜାଣୁଛ । ଆଦି ସନାତନ ହେଉଛି ଦେବୀ-ଦେବତା ଧର୍ମ । ବାକି ସବୁ ପରେ ପରେ ଆସିଛି । ଅରବିନ୍ଦ ଘୋଷ ତ ଏବେ ଆସିଛନ୍ତି ତଥାପି ଦେଖ ତାଙ୍କର କେତେ ଆଶ୍ରମ ତିଆରି ହୋଇଛି । ସେଠାରେ ନିର୍ବିକାରୀ ହେବାର କଣ କଥା ଅଛି । ସେମାନେ ତ ବୁଝିଥାନ୍ତି ଯେ ଘରଗୃହସ୍ଥରେ ରହି ପବିତ୍ର କେହି ରହିପାରିବେ ନାହିଁ । ବାବା କହୁଛନ୍ତି ଯେ ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କେବଳ ଗୋଟିଏ ଜନ୍ମ ପବିତ୍ର ରୁହ । ତୁମେ ଜନ୍ମ-ଜନ୍ମାନ୍ତର ତ ପତିତ ହୋଇ ଆସିଛ । ଏବେ ମୁଁ ଆସିଛି ତୁମକୁ ପବିତ୍ର କରିବା ପାଇଁ । ତେଣୁ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ସତ୍ୟଯୁଗ-ତ୍ରେତାଯୁଗରେ ତ ବିକାର ନଥାଏ ।

ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଏବଂ ସିଢିର ଚିତ୍ର ବହୁତ ସୁନ୍ଦର ଅଟେ । ଏଥିରେ ଲେଖା ହୋଇଛି ଯେ ସତ୍ୟଯୁଗରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ଥିଲା । ତେଣୁ ଏହାକୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର । ବୁଢୀମାତାମାନଙ୍କୁ ମଧ୍ୟ ଶିଖାଇ ପ୍ରସ୍ତୁତ କରିବା ଦରକାର, ଯିଏକି ପ୍ରଦର୍ଶନୀରେ କିଛି ବୁଝାଇ ପାରିବେ । କାହାକୁ ମଧ୍ୟ ଏହି ଚିତ୍ର ଆଦି ଦେଖାଇ କୁହ ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ବର୍ତ୍ତମାନ ତ ନାହିଁ । ବାବା କହୁଛନ୍ତି ଯେ ଏବେ ତୁମେ ମୋତେ ମନେ ପକାଅ ତେବେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏବେ ପବିତ୍ର ଦୁନିଆ ସ୍ଥାପନ ହେଉଛି । ଏସବୁ ବୁଝାଇବା କେତେ ସହଜ ଅଟେ । ବୁଢୀ ମାତାମାନେ ବସି ପ୍ରଦର୍ଶନୀ ବୁଝାଇଲେ କେତେ ନାଁ ହୋଇଯିବ । କୃଷ୍ଣଙ୍କର ଚିତ୍ରରେ ମଧ୍ୟ ଲେଖା ବହୁତ ସୁନ୍ଦର ରହିଛି । କହିବା ଦରକାର ଯେ ଏହି ଲେଖାକୁ ନିଶ୍ଚିତ ପଢ । ଏହାକୁ ପଢିବା ଦ୍ୱାରା ତୁମକୁ ନାରାୟଣୀ ନିଶା ଅଥବା ବିଶ୍ୱର ମାଲିକ ହେବାର ନିଶା ଚଢିବ ।

ବାବା କହୁଛନ୍ତି ମୁଁ ତୁମକୁ ଏହିପରି ଲକ୍ଷ୍ମୀ-ନାରାୟଣ କରୁଛି ତେଣୁ ତୁମେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଦୟାଳୁ ହେବା ଦରକାର । ତେବେ ନିଜ ଉପରେ କଲ୍ୟାଣ ସେତେବେଳେ କରିପାରିବ ଯେତେବେଳେ ଅନ୍ୟ ଉପରେ କଲ୍ୟାଣ କରିବ । ବୁଢୀମାନଙ୍କୁ ଏଭଳି ଶିକ୍ଷା ଦେଇ ଯୋଗ୍ୟ କର ଯାହାକି ପ୍ରଦର୍ଶନୀ ସେବା ପାଇଁ ଯଦି ବାବା କହିବେ ଯେ ୮-୧୦ ଜଣ ବୁଢୀ ମାତାଙ୍କୁ ପଠାଅ ତେବେ ଶୀଘ୍ର ଆସିଯିବେ । ଯିଏ କରିବ ସିଏ ପାଇବ । ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ଦେଖି ଖୁସୀ ଲାଗିଥାଏ । ମୁଁ ଏହି ଶରୀର ଛାଡି ଯାଇ ବିଶ୍ୱର ମାଲିକ ହେବି । ତେଣୁ ଯେତେ ସ୍ମୃତିରେ ରହିବ ସେତେ ପାପ କଟିବ । ଦେଖ ଲଫାପା ଉପରେ ଛପା ହୋଇଛି ଏକ ଧର୍ମ, ଏକ ଦୈବୀ ରାଜଧାନୀ, ଏକ ଭାଷା... ତାହା ଜଲ୍ଦି ସ୍ଥାପନ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କେବେ ବି ପରସ୍ପର ମଧ୍ୟରେ କିମ୍ବା ବାବାଙ୍କ ଉପରେ ଋଷିବାର ନାହିଁ, ବାବା ଆମକୁ ଖୁସି କରିବା ପାଇଁ ଆସିଛନ୍ତି ତେଣୁ କେବେ ବି ନାରାଜ ହେବାର ନାହିଁ । ବାବାଙ୍କ ସହିତ ମତଭେଦ ହେବା ଉଚିତ୍ ନୁହେଁ ।

(୨) ପୁରୁଣା ଦୁନିଆ ସହିତ, ପୁରୁଣା ଦେହ ସହିତ ମନ ଲଗାଇବାର ନାହିଁ । ସତ୍ୟ ପିତା, ସତ୍ୟ ଶିକ୍ଷକ ଏବଂ ସତ୍ଗୁରୁଙ୍କ ସହିତ ସର୍ବଦା ସଚ୍ଚୋଟ ରହିବାକୁ ହେବ । ସର୍ବଦା ଏକମାତ୍ର ବାବାଙ୍କର ଶ୍ରୀମତ ଆଧାରରେ ଚାଲି ଦେହୀ-ଅଭିମାନୀ ହେବାକୁ ପଡିବ ।

ବରଦାନ:-
ଆଦି ରତ୍ନର ସ୍ମୃତି ଦ୍ୱାରା ନିଜର ଜୀବନର ମୂଲ୍ୟକୁ ବୁଝି ସର୍ବଦା ସମର୍ଥ ଆତ୍ମା ହୁଅ ।

ଯେପରି ବ୍ରହ୍ମାବାବା ଆଦିଦେବ ଅଟନ୍ତି, ସେହିପରି ବ୍ରହ୍ମାକୁମାର, କୁମାରୀମାନେ ମଧ୍ୟ ଆଦି ରତ୍ନ ଅଟନ୍ତି । ଆଦିଦେବଙ୍କର ସନ୍ତାନ ମାଷ୍ଟର ଆଦିଦେବ ଅଟନ୍ତି । ନିଜକୁ ଆଦିରତ୍ନ ଭାବିବା ଦ୍ୱାରା ହିଁ ନିଜର ଜୀବନର ମୂଲ୍ୟକୁ ଜାଣିପାରିବ କାରଣ ଆଦିରତ୍ନ ଅର୍ଥାତ୍ ପ୍ରଭୁଙ୍କର ରତ୍ନ, ଈଶ୍ୱରୀୟ ରତ୍ନ ତେବେ କେତେ ମୂଲ୍ୟବାନ ଅଟ, ସେଥିପାଇଁ ସର୍ବଦା ନିଜକୁ ଆଦିଦେବଙ୍କର ସନ୍ତାନ ମାଷ୍ଟର ଆଦିଦେବ, ଆଦିରତ୍ନ ମନେ କରି ସବୁ କାର୍ଯ୍ୟ କର ତେବେ ସମର୍ଥ ଭବର ବରଦାନ ମିଳିଯିବ, କିଛି ବି ବ୍ୟର୍ଥରେ ଯିବ ନାହିଁ ।

ସ୍ଲୋଗାନ:-
ଜ୍ଞାନୀ ତୁ ଆତ୍ମା ତାଙ୍କୁ କୁହାଯିବ ଯିଏ ଧୋକା ଖାଇବା ପୂର୍ବରୁ ପରିସ୍ଥିତିକୁ ପରଖି ନେଇ ନିଜକୁ ସୁରକ୍ଷିତ କରିନିଅନ୍ତି ।