12.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଆସିଛନ୍ତି ତୁମ୍ଭମାନଙ୍କୁ ପହଁରା ଶିଖାଇବା ପାଇଁ, ଯାହା ଦ୍ୱାରା ତୁମେ ଏହି ଦୁନିଆରୁ ପାରି ହୋଇଯାଉଛ, ତୁମ ପାଇଁ ଦୁନିଆ ମଧ୍ୟ ବଦଳି ଯାଉଛି ।

ପ୍ରଶ୍ନ:-
ଯେଉଁମାନେ ବାବାଙ୍କର ସହଯୋଗୀ ହୁଅନ୍ତି, ସେମାନଙ୍କୁ ସହଯୋଗର ପ୍ରତିଦାନରେ କଣ ମିଳିଥାଏ ?

ଉତ୍ତର:-
ଯେଉଁ ସନ୍ତାନମାନେ ବର୍ତ୍ତମାନ ବାବାଙ୍କର ସହଯୋଗୀ ହେଉଛନ୍ତି, ସେମାନଙ୍କୁ ବାବା ଏପରି କରିଦେଉଛନ୍ତି ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ସେମାନଙ୍କୁ କାହାର ସାହାଯ୍ୟ ବା ମତ ନେବାର ଦରକାର ପଡୁ ନାହିଁ । ସର୍ବୋଚ୍ଚ ପିତା କହୁଛନ୍ତି ପିଲାମାନେ, ଯଦି ତୁମେମାନେ ମୋର ସହଯୋଗୀ ନ ହୋଇଥାନ୍ତ ତେବେ ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥାନ୍ତି ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ତ ବୁଝାଉଛନ୍ତି ପିଲାମାନେ ତାହାକୁ କ୍ରମାନୁଯାୟୀ ବୁଝୁଛନ୍ତି କାହିଁକିନା ବହୁତ ସନ୍ତାନମାନେ ବୁଦ୍ଧିହୀନ ହୋଇଯାଇଛନ୍ତି । ରାବଣ ବହୁତ ବୁଦ୍ଧିହୀନ କରିଦେଇଛି । ଏବେ ବାବା ଆମକୁ କେତେ ବୁଦ୍ଧିମାନ କରୁଛନ୍ତି । ଯଦି କେହି ଆଇ.ସି. ଏସ୍ ପରୀକ୍ଷା ପାସ୍ କଲେ ଭାବନ୍ତି ଯେ ବହୁତ ବଡ ପରୀକ୍ଷା ପାସ୍ କରିଛି । ବର୍ତ୍ତମାନ ତୁମେ ଦେଖ କେତେ ବଡ ପରୀକ୍ଷା ପାସ କରୁଛ । ଆଚ୍ଛା ଟିକିଏ ଚିନ୍ତା କରି ଦେଖ ଯେ କିଏ ପଢାଉଛନ୍ତି! କିଏ ପଢୁଛନ୍ତି ! ଏହି ନିଶ୍ଚୟ ମଧ୍ୟ ଅଛି ଯେ ଆମେ କଳ୍ପ-କଳ୍ପ ପ୍ରତି ୫ ହଜାର ବର୍ଷ ପରେ ବାପା, ଶିକ୍ଷକ, ସତ୍ଗୁରୁଙ୍କ ସହିତ ଆସି ମିଶୁଛେ । କେବଳ ତୁମେମାନେ ହିଁ ଜାଣିଛ, ଆମେ ସର୍ବୋଚ୍ଚ ବାବାଙ୍କ ଦ୍ୱାରା ସର୍ବୋଚ୍ଚ ସମ୍ପତ୍ତି ପାଉଛୁ । ଶିକ୍ଷକ ମଧ୍ୟ ପାଠ ପଢାଇ ସମ୍ପତ୍ତି ଦିଅନ୍ତି ନା । ନୂଆ ଦୁନିଆରେ ରାଜ୍ୟ କରିବା ପାଇଁ, ତୁମକୁ ମଧ୍ୟ ପାଠ ପଢାଇ, ତୁମ ପାଇଁ ଦୁନିଆକୁ ହିଁ ବଦଳାଇ ଦେଉଛନ୍ତି । ଭକ୍ତିମାର୍ଗରେ କେତେ ମହିମା ଗାନ କରୁଛନ୍ତି । ତୁମେ ବାବାଙ୍କ ଦ୍ୱାରା ନିଜର ସମ୍ପତ୍ତି ପାଉଛ । ଏହା ମଧ୍ୟ ତୁମେମାନେ ଜାଣୁଛ ଯେ ପୁରୁଣା ଦୁନିଆ ବଦଳୁଛି । ତୁମେ କହୁଛ ଆମେ ସବୁ ଶିବବାବାଙ୍କର ସନ୍ତାନ ଅଟୁ । ପୁରୁଣା ଦୁନିଆକୁ ନୂଆ କରି ଗଢିବା ପାଇଁ ବାବାଙ୍କୁ ମଧ୍ୟ ଆସିବାକୁ ପଡୁଛି । ତ୍ରିମୂର୍ତ୍ତି ଚିତ୍ରରେ ମଧ୍ୟ ଦର୍ଶାଯାଇଛି ଯେ ବ୍ରହ୍ମା ଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ । ତେଣୁ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ-ବ୍ରାହ୍ମଣୀ ନିଶ୍ଚୟ ଆବଶ୍ୟକ । ବ୍ରହ୍ମା ତ ନୂଆ ଦୁନିଆ ସ୍ଥାପନା କରନ୍ତି ନାହିଁ । ବାବା ହିଁ ରଚୟିତା ଅଟନ୍ତି । ବାବା କହୁଛନ୍ତି ମୁଁ ଆସି ନିୟମ ପ୍ରମାଣ ପୁରୁଣା ଦୁନିଆକୁ ବିନାଶ କରି ନୂଆ ଦୁନିଆ ତିଆରି କରୁଛି । ନୂଆ ଦୁନିଆରେ ବହୁତ ଅଳ୍ପ ଅଧିବାସୀ ରହିବେ । ବର୍ତ୍ତମାନ ଜନସଂଖ୍ୟା କମ୍ କରିବା ପାଇଁ ସରକାରଙ୍କର ଚେଷ୍ଟା ଜାରି ରହିଛି । କିନ୍ତୁ ଏହା କମ୍ ହେବ ହିଁ ନାହିଁ । ଲଢେଇରେ କୋଟି-କୋଟି ମନୁଷ୍ୟ ମରୁଛନ୍ତି, ତଥାପି କଣ ମନୁଷ୍ୟ କମୁଛନ୍ତି, ପୁଣି ଜନସଂଖ୍ୟା ବଢି ଚାଲିଛି । ଏହା ମଧ୍ୟ ତୁମେ ଜାଣୁଛ । ତୁମ ବୁଦ୍ଧିରେ ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି । ତୁମେ ନିଜକୁ ମଧ୍ୟ ଛାତ୍ର ବୋଲି ଭାବୁଛ । ପହଁରିବା ମଧ୍ୟ ଶିଖୁଛ । କହିଥାନ୍ତି ନା ମୋର ନୌକା ପାରି କରିଦିଅ । ଯିଏ ପହଁରିବା ଶିଖନ୍ତି ସିଏ ବହୁତ ନାମି-ଗ୍ରାମି ହୋଇଯାନ୍ତି । ଦେଖ ଏବେ ତୁମର ପହିଁରିବା କିପରି ହେଉଛି । ଏକଦମ୍ ଉପରକୁ ପରମଧାମ ଚାଲି ଯାଉଛ, ପୁଣି ସ୍ଥୁଳ ଦୁନିଆକୁ ଚାଲିଆସୁଛ । ଲୋକମାନେ ଦେଖାନ୍ତି ଯେ ଏତିକି ମାଇଲ୍ ଉପରକୁ ଗଲୁ । ତୁମେ ଆତ୍ମାମାନେ କେତେ ମାଇଲ ଉପରକୁ ଯାଉଛ । ତାହା ସ୍ଥୂଳ ବସ୍ତୁ ଅଟେ ଯାହାକି ଗଣତି କରାଯାଇ ପାରିବ, ତୁମର ତ ହେଉଛି ଅଗଣିତ । ତୁମେ ଜାଣିଛ ଯେ ଆମେ ଆତ୍ମାସବୁ ନିଜର ଘରକୁ ଚାଲିଯିବା ଯେଉଁଠି ସୂର୍ଯ୍ୟ, ଚନ୍ଦ୍ର ଆଦି ମଧ୍ୟ ନ ଥାନ୍ତି । ତୁମେ ଖୁସି ହେଉଛ ଯେ ତାହା ଆମର ଘର ଅଟେ । ଆମେ ହେଉଛୁ ସେଠିକାର ବାସିନ୍ଦା । ମନୁଷ୍ୟ ଭକ୍ତି କରନ୍ତି, ମୁକ୍ତି ଧାମକୁ ଯିବା ପାଇଁ ପୁରୁଷାର୍ଥ କରନ୍ତି । କିନ୍ତୁ କେହି ଯାଇ ପାରନ୍ତି ନାହିଁ । ମୁକ୍ତିଧାମରେ ଭଗବାନଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ ପ୍ରକାର ଚେଷ୍ଟା କରନ୍ତି । କେହି କେହି କହନ୍ତି ଆମେ ଜ୍ୟୋତି, ଜ୍ୟୋତି ସହିତ ମିଶିଯିବୁ । କେହି କହନ୍ତି ମୁକ୍ତିଧାମ ଯିବା । ମୁକ୍ତିଧାମ ବିଷୟରେ କାହାକୁ ଜଣା ନାହିଁ । ତୁମ୍ଭେମାନେ ଜାଣିଛ ଯେ ବାବା ଆସିଛନ୍ତି ନିଜ ଘରକୁ ନେଇଯିବା ପାଇଁ । ପ୍ରେମମୟ ବାବା ଆସି ଆମକୁ ଘରକୁ ନେବା ପାଇଁ ଯୋଗ୍ୟ କରୁଛନ୍ତି । ଅଧାକଳ୍ପ ପୁରୁଷାର୍ଥ କରି ମଧ୍ୟ ଯୋଗ୍ୟ ହୋଇପାରି ନାହୁଁ । ନା କେହି ଜ୍ୟୋତିରେ ମିଶିପାରିଛନ୍ତି, ନା କେହି ମୁକ୍ତିଧାମ ଯାଇ ପାରଛନ୍ତି, ନା ମୋକ୍ଷକୁ ପାଇପାରିଛନ୍ତି । ଯାହା କିଛି ପୁରୁଷାର୍ଥ କରିଲ, ତାହା ସବୁ ବ୍ୟର୍ଥ ହେଲା । ଏବେ ତୁମ ବ୍ରାହ୍ମଣ କୁଳ ଭୂଷଣ ସନ୍ତାନମାନଙ୍କର ପୁରୁଷାର୍ଥ ସତ୍ୟ ପ୍ରମାଣିତ ହେଉଛି । ଏହି ଖେଳ କିପରି ତିଆରି ହୋଇଛି । ତୁମକୁ ଏବେ ଆସ୍ତିକ କୁହାଯାଉଛି । ବାବାଙ୍କୁ ତୁମେ ଭଲ ଭାବରେ ଜାଣିଛ ଏବଂ ବାବାଙ୍କ ଦ୍ୱାରା ସୃଷ୍ଟି ଚକ୍ରକୁ ମଧ୍ୟ ଜାଣିଗଲ । ବାବା କହୁଛନ୍ତି, ମୁକ୍ତି ଏବଂ ଜୀବନମୁକ୍ତିର ଜ୍ଞାନ କାହା ମଧ୍ୟରେ ବି ନାହିଁ । ଦେବତାମାନଙ୍କ ଠାରେ ମଧ୍ୟ ନାହିଁ । ବାବାଙ୍କୁ କେହି ମଧ୍ୟ ଜାଣି ନାହାନ୍ତି, ତେବେ ବାବା କାହାକୁ ପୁଣି କିପରି ଘରକୁ ନେଇଯିବେ । ଅନେକ ଗୁରୁ ଅଛନ୍ତି, ତାଙ୍କର କେତେ ଅନୁଗାମୀ ରହିଛନ୍ତି । ଶିବବାବା ହେଉଛନ୍ତି ସତ୍ୟ ସତଗୁରୁ । ବାବାଙ୍କର ତ ଚରଣ ନାହିଁ । କହୁଛନ୍ତି ମୋର ତ ଚରଣ ନାହିଁ । ମୁଁ କିପରି ନିଜର ପୂଜା କରାଇବି । ମୋର ସନ୍ତାନମାନେ ବିଶ୍ୱର ମାଲିକ ହେଉଛନ୍ତି, ତାଙ୍କ ଦ୍ୱାରା କଣ ମୁଁ ନିଜର ପୂଜା କରାଇବି । ଭକ୍ତି ମାର୍ଗରେ ପିଲାମାନେ ବାପାଙ୍କ ପାଦ ତଳେ ପଡନ୍ତି । ବାସ୍ତବରେ ତ ବାପାଙ୍କର ସମ୍ପତ୍ତିର ମାଲିକ ପିଲାମାନେ ହିଁ ହୋଇଥାନ୍ତି । କିନ୍ତୁ ପିଲାମାନେ ନମ୍ରତା ଦେଖାଇଥାନ୍ତି । ଛୋଟ ପିଲାମାନେ ପିତାମାତାଙ୍କ ପାଦ ତଳେ ପଡନ୍ତି । ଏଇଠି ବାବା କହୁଛନ୍ତି ଯେ ତୁମକୁ ପାଦ ତଳେ ପଡିବାରୁ ମଧ୍ୟ ମୁକ୍ତ କରିଦେଉଛି । ବାବା କେତେ ମହାନ ଅଟନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ ହେଉଛ ମୋର ସାହାଯ୍ୟକାରୀ । ତୁମେ ସାହାଯ୍ୟକାରୀ ନ ହେଲେ, ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥାନ୍ତି । ବାବା ବୁଝାଉଛନ୍ତି ପିଲାମାନେ, ଏବେ ତୁମେ ମୋର ସାହାଯ୍ୟକାରୀ ହୁଅ, ପୁଣି ମୁଁ ତୁମକୁ ଯୋଗ୍ୟ ଏପରି ଯୋଗ୍ୟ କରୁଛି ଯାହାକି ଭବିଷ୍ୟତରେ କାହାର ବି ସାହାଯ୍ୟ ନେବା ଆବଶ୍ୟକ ହେବ ନାହିଁ । ତୁମକୁ କାହାର ମତ ନେବା ମଧ୍ୟ ଦରକାର ହେବ ନାହିଁ । ଏଇଠି ବାବା ପିଲାମାନଙ୍କର ସାହାଯ୍ୟ ନେଉଛନ୍ତି । କହୁଛନ୍ତି ପିଲାମାନେ ଏବେ ଛି-ଛି ପତିତ ହୁଅ ନାହିଁ । ମାୟାଠାରୁ ହାର ନାହିଁ । କେହି କେହି ନାମ ବଦନାମ କରିଦେଉଛନ୍ତି । ବକ୍ସିଙ୍ଗ୍ ପ୍ରତିଯୋଗିତା ହୁଏ, ସେଥିରେ ଯଦି କେହି ବିଜୟୀ ହୁଅନ୍ତି, ତେବେ ବାଃ ବାଃ ମିଳେ । ଯେଉଁମାନେ ହାରିଯାନ୍ତି ସେମାନଙ୍କର ମୁହଁ ଫିକା ହୋଇଯାଏ । ଏଠାରେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି । କାମଗ୍ରସ୍ତ ଆତ୍ମାଙ୍କୁ କୁହାଯାଏ କଳା ମୁହଁ କରିଦେଲା । ଏଠାକୁ ଆସିଛନ୍ତି ଗୋରା ହେବା ପାଇଁ ପୁଣି କଣ କରିଦିଅନ୍ତି । କରିଥିବା ସମସ୍ତ ରୋଜଗାର ସମାପ୍ତ ହୋଇଯାଏ । ପୁଣି ରୋଜଗାର ମୂଳରୁ ଆରମ୍ଭ କରିବାକୁ ହୁଏ । ବାବାଙ୍କ ସାହାଯ୍ୟକାରୀ ହୋଇ ପୁଣି ହାରିଯାଇ ନାମ ବଦନାମ କରିଦିଅନ୍ତି । ଦୁଇଟି ଦଳ ଅଛନ୍ତି । ଦଳେ ହେଲେ ମାୟାର ଅନୁଗାମୀ ଆଉ ଦଳେ ହେଲେ ଈଶ୍ୱରଙ୍କର ଅନୁଗାମୀ । ତୁମେ ବାବାଙ୍କୁ ଭଲ ପାଉଛ । ଗାୟନ ମଧ୍ୟ ଅଛି ଯେ ବିନାଶ ସମୟରେ ବିପରୀତ ବୁଦ୍ଧି । ତୁମର ହେଉଛି ପ୍ରୀତି ବୁଦ୍ଧି । ତେବେ ତୁମକୁ କଣ ବାବାଙ୍କର ନାମ ବଦନାମ କରିବାର ଅଛି କି ? ତୁମର ତ ପ୍ରୀତି ବୁଦ୍ଧି, ପୁଣି ମାୟା ଠାରୁ କାହିଁକି ହାରିଯାଉଛ । ହାରି ଯାଇଥିବା ବ୍ୟକ୍ତିଙ୍କୁ ଦୁଃଖ ଲାଗେ । ବିଜୟୀ ଆତ୍ମାଙ୍କ ପାଇଁ ତାଳି ବଜାଇ ବାଃ-ବାଃ କରନ୍ତି । ତୁମ୍ଭେମାନେ ଚିନ୍ତା କର ଯେ ଆମେ ହେଉଛୁ ପହିଲ୍ବାନ । ଏବେ ମାୟାକୁ ନିଶ୍ଚୟ ଜିତିବାର ଅଛି । ବର୍ତ୍ତମାନ ବାବା କହୁଛନ୍ତି, ଦେହ ସହିତ ଯାହା କିଛି ଦେଖୁଛ, ତାହା ସବୁ ଭୂଲି ଯାଅ । କେବଳ ମୋତେ ସର୍ବଦା ମନେପକାଅ । ମାୟା ତୁମକୁ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ କରିଦେଇଛି । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାର ଅଛି । ମାୟାଜୀତ୍ ହୋଇ ଜଗତଜୀତ ହେବାର ଅଛି । ଏହା ହେଉଛି ହାରିବା ଆଉ ଜୀତିବା, ସୁଖ ଆଉ ଦୁଃଖର ଖେଳ । ରାବଣ ରାଜ୍ୟରେ ହାରି ଯାଆନ୍ତି । ଏବେ ବାବା ପୁଣି ମୂଲ୍ୟବାନ କରୁଛନ୍ତି । ବାବା ବୁଝାଉଛନ୍ତି ଯେ ଏକମାତ୍ର ଶିବବାବାଙ୍କ ଜୟନ୍ତୀ ହେଉଛି ମୂଲ୍ୟବାନ । ବର୍ତ୍ତମାନ ତୁମମାନଙ୍କୁ ଲକ୍ଷ୍ମୀ-ନାରାୟଣ ପରି ହେବାର ଅଛି । ସେଠାରେ ପ୍ରତି ଘରେ ଘରେ ଦୀପ ମାଳା ରହିଥାଏ, ସମସ୍ତଙ୍କର ଜ୍ୟୋତି ଜଳୁଥାଏ । ମୁଖ୍ୟ ଶକ୍ତି ଦ୍ୱାରା ଜ୍ୟୋତି ଜଳିଥାଏ । ବାବା କେତେ ସହଜ ଉପାୟରେ ବୁଝାଉଛନ୍ତି । ବାବାଙ୍କ ବିନା ମଧୁର ଅତି ସ୍ନେହୀ ସନ୍ତାନ କିଏ ସମ୍ବୋଧନ କରିପାରିବ । ଆତ୍ମିକ ପିତା ହିଁ କହନ୍ତି ଯେ ହେ ମୋର ମଧୁର ସ୍ନେହର ସନ୍ତାନମାନେ, ତୁମେ ଅଧାକଳ୍ପରୁ ଭକ୍ତି କରି ଆସିଛ । କେହି ଜଣେ ମଧ୍ୟ ଘରକୁ ଫେରି ପାରିବେ ନାହିଁ । ବାବା ହିଁ ଆସି ସମସ୍ତଙ୍କୁ ନେଇ ଯାଆନ୍ତି ।

ତୁମେ ସଙ୍ଗମଯୁଗ ସମ୍ବନ୍ଧରେ ଭଲ ଭାବରେ ବୁଝାଇ ପାରିବ । ବାବା କିପରି ଆସି ସବୁ ଆତ୍ମାମାନଙ୍କୁ ନେଇ ଯାଆନ୍ତି । ଏହି ଅବିନାଶୀ ନାଟକ ବିଷୟରେ ଦୁନିଆରେ କାହାକୁ ହେଲେ ଜଣା ନାହିଁ । ଏହା ହେଉଛି ଅବିନାଶୀ ନାଟକ । ଏହା ମଧ୍ୟ ତୁମେ ବୁଝୁଛ, ଆଉ କେହି କହି ପାରିବେ ନାହିଁ । ଯଦି କହିବେ ଯେ ଅବିନାଶୀ ନାଟକ, ତେବେ ପୁଣି ଡ୍ରାମାର ବର୍ଣ୍ଣନା କିପରି କରିବେ । ଏଇଠି ତୁମେ ୮୪ ଜନ୍ମର ଚକ୍ରକୁ ଜାଣୁଛ । ତୁମେ ପିଲାମାନେ ହିଁ ଜାଣିଛ, ତୁମକୁ ହିଁ ମନେପକାଇବାର ଅଛି । ବାବା କେତେ ସହଜ ଭାବେ ବୁଝାଉଛନ୍ତି । ତୁମେ ଭକ୍ତିମାର୍ଗରେ କେତେ ଭ୍ରମିତ ହେଉଥିଲ । ତୁମେ ସ୍ନାନ କରିବା ପାଇଁ କେତେ ଦୂର ସ୍ଥାନକୁ ଯାଉଥିଲ । କୁହନ୍ତି ଯେ ଗୋଟିଏ ହ୍ରଦ ଅଛି, ଯେଉଁଠି ବୁଡ ପକାଇଲେ ପରି ହୋଇଯାଆନ୍ତି । ଏବେ ତୁମେ ଜ୍ଞାନ ସାଗରରେ ବୁଡ ପକାଇ ପରିଜାଦା ଅର୍ଥାତ୍ ପରିରାଜ କୁମାର ହୋଇଯାଉଛ । କେହି ଭଲ ଫେସନ କରିଥିଲେ କହନ୍ତି, ଇଏ ତ ଯେପରି ପରି ଭଳି ଦିଶୁଛନ୍ତି । ଏବେ ତୁମେ ମଧ୍ୟ ରତ୍ନ ହେଉଛ । ମନୁଷ୍ୟର ତ ଉଡିବାର ଡେଣା ଆଦି ନଥାଏ । ଏପରି କେହି ଉଡିପାରିବେ ନାହିଁ । ଉଡିଲାବାଲା ହେଉଛି ଆତ୍ମା । ଆତ୍ମାକୁ ରକେଟ୍ ମଧ୍ୟ କହନ୍ତି, ଆତ୍ମା କେତେ ଛୋଟ ଅଟେ । ଯେତେବେଳେ ଆତ୍ମା ସବୁ ଯିବେ, ତେବେ ତୁମ୍ଭମାନଙ୍କୁ ସାକ୍ଷାତ୍କାର ମଧ୍ୟ ହୋଇପାରେ । ବୁଦ୍ଧିରେ ବୁଝିପାରିବ ତୁମେ ଏଠାରେ ବର୍ଣ୍ଣନା କରିପାରିବ, ଏହିପରି ହୋଇପାରେ ଯେ, ଯେପରି ବିନାଶକୁ ଦେଖିବ ସେହିପରି ଆତ୍ମାମାନେ ଦଳ-ଦଳ ହୋଇ କିପରି ଯାଉଛନ୍ତି, ତାହା ଅନୁଭବ କରିପାରିବ । ହନୁମାନ, ଗଣେଶ ଆଦି ତ ସାକାରରେ ନାହାଁନ୍ତି । କିନ୍ତୁ ସେମାନଙ୍କୁ ଭାବନା ଅନୁସାରେ ସାକ୍ଷାତ୍କାର ହୋଇଯାଏ । ବାବା ତ ବିନ୍ଦୁ ସଦୃଶ ଅଟନ୍ତି, ତାଙ୍କର କଣ ବର୍ଣ୍ଣନା କରିବା । କହନ୍ତି ମଧ୍ୟ ଏହା ଛୋଟ ତାରା ପରି ଅଟେ, ଯାହାକୁ ଏଇ ଆଖିରେ ଦେଖି ପାରିବ ନାହିଁ । ଶରୀର କେତେ ବଡ ଅଟେ, ଯାହା ଦ୍ୱାରା କର୍ମ କରିବାର ଅଛି । ଆତ୍ମା କେତେ ଛୋଟ, ସେଥିରେ ୮୪ ଜନ୍ମର ଅଭିନୟ ଚକ୍ର ନିଧାର୍ଯ୍ୟ ହୋଇଛି । ଜଣେ ମଧ୍ୟ ଏହିପରି ମନୁଷ୍ୟ ନ ଥିବେ, ଯାହାର ବୁଦ୍ଧିରେ ଥିବ ଯେ ଆମେ ୮୪ ଜନ୍ମ କିପରି ନେଉଛୁ ଓ ଆତ୍ମା ମଧ୍ୟରେ କିପରି ଅଭିନୟ ଭରା ହୋଇଛି । ଏହା ହେଉଛି ଚମତ୍କାର । ଆତ୍ମା ହିଁ ଶରୀର ନେଇ ଅଭିନୟ କରୁଛି । ତାହା ହେଉଛି ହଦର ନାଟକ, ଏହା ହେଉଛି ବେହଦର ନାଟକ । ବେହଦର ପିତା ନିଜେ ଆସି ନିଜର ପରିଚୟ ଦେଉଛନ୍ତି । ଉତ୍ତମ ସେବାଧାରୀ ସନ୍ତାନମାନେ ବିଚାର ସାଗର ମନ୍ଥନ କରୁଥାନ୍ତି ଯେ କାହାକୁ କିପରି ବୁଝାଇବି । ତୁମେ ଜଣ-ଜଣଙ୍କ ପାଇଁ କେତେ ମୁଣ୍ଡ ପିଟୁଛ ଅର୍ଥାତ୍ ପରିଶ୍ରମ କରୁଛ । ତଥାପି ସେମାନେ କହନ୍ତି ଯେ ବାବା ଆମେ ବୁଝିପାରୁ ନାହୁଁ । ଯଦି କେହି ପଢନ୍ତି ନାହିଁ, ତେବେ ତାଙ୍କୁ ପଥର ବୁଦ୍ଧି ବୋଲି କୁହାଯାଏ । ତୁମେ ଦେଖୁଛ ଯେ ଏଇଠି ମଧ୍ୟ କେହି ୭ ଦିନ ରେ ହିଁ ବହୁତ ଖୁସିରେ ଆସି କହନ୍ତି ଯେ ବାବାଙ୍କ ପାଖକୁ ଯିବା । କେହି ତ କିଛି ବି ବୁଝନ୍ତି ନାହିଁ । ମନୁଷ୍ୟ କେବଳ କହି ଦିଅନ୍ତି, ପଥର ବୁଦ୍ଧି, ପାରସ ବୁଦ୍ଧି, ଅର୍ଥ କିନ୍ତୁ ଜାଣନ୍ତି ନାହିଁ । ଆତ୍ମା ପବିତ୍ର ହେଲେ, ପାରସନାଥ ହୋଇଯାଏ । ପାରସନାଥଙ୍କର ମନ୍ଦିର ମଧ୍ୟ ଅଛି । ସାରା ମନ୍ଦିର ସୁନାରେ ତିଆରି ହୁଏ ନାହିଁ । ଉପରେ କିଛି ସୁନା ଲଗାଇ ଦିଅନ୍ତି । ତୁମ୍ଭେମାନେ ଜାଣ ଯେ ଆମକୁ ଭଗବାନ ମିଳିଛନ୍ତି, କଣ୍ଟାରୁ ଫୁଲ ହେବା ପାଇଁ ଉପାୟ ବତାଉଛନ୍ତି । ଗାୟନ ମଧ୍ୟ ଅଛି ନା ଆହ୍ଲାଙ୍କ ବଗିଚା । ଆରମ୍ଭରେ ତୁମ ପାଖରେ ଜଣେ ମୁସଲମାନ ଥିଲେ ସେ ଧ୍ୟାନରେ ଯାଉଥିଲେ କହୁଥିଲେ, ମୋତେ ଖୁଦା ଫୁଲ ଦେଲେ । ଠିଆ ହୋଇ-ହୋଇ ପଡି ଯାଉଥିଲେ । ଖୁଦାଙ୍କ ବଗିଚା ସାକ୍ଷାତ୍କାର ହେଉଥିଲା । ତେବେ ଖୁଦାଙ୍କ ବଗିଚା ଖୁଦା ହିଁ ଦେଖାଇ ପାରିବେ ନା । ଆଉ କେହି କିପରି ଦେଖାଇବେ । ତୁମଙ୍କୁ ବୈକୁଣ୍ଠର ସାକ୍ଷାତକାର କରାଉଛନ୍ତି । ଖୁଦା ହିଁ ସେଠାକୁ ନେଇଯାଆନ୍ତି । ନିଜେ ସେଠାରେ ରହନ୍ତି ନାହିଁ । ଖୁଦା ତ ଶାନ୍ତିଧାମରେ ରହନ୍ତି । ତୁମକୁ ବୈକୁଣ୍ଠର ମାଲିକ କରାଉଛନ୍ତି । କେତେ ଭଲ-ଭଲ କଥା ତୁମେ ଜାଣୁଛ ଶୁଣି ଖୁସି ଲାଗୁଛି । ମନ ମଧ୍ୟରେ ବହୁତ ଖୁସି ହେବା ଦରକାର ଯେ ଆମେ ସୁଖଧାମକୁ ଯାଉଛୁ । ସେଠାରେ ଦୁଃଖର କୌଣସି କଥା ନ ଥାଏ । ବାବା କହୁଛନ୍ତି ସୁଖଧାମ, ଶାନ୍ତିଧାମକୁ ମନେପକାଅ । ଘରକୁ କାହିଁକି ମନେ ନ ପକାଇବ । ଆତ୍ମା ନିଜ ଘରକୁ ଯିବା ପାଇଁ କେତେ ଚେଷ୍ଟା କରୁଛି । ଜପ-ତପ ଆଦି ବହୁତ ମେହେନତ କରୁଛନ୍ତି କିନ୍ତୁ କେହି ଯାଇପାରନ୍ତି ନାହିଁ । ସୃଷ୍ଟି ରୂପି ବୃକ୍ଷରୁ ଆତ୍ମା ସବୁ କ୍ରମାନୁସାରେ ଆସୁଥାନ୍ତି, ପୁଣି ମଝିରେ କିପରି ଯାଇ ପାରିବେ । ଯେହେତୁ ବାବା ନିଜେ ଏଇଠି ଅଛନ୍ତି । ସନ୍ତାନମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି, ଶାନ୍ତିଧାମ ଆଉ ସୁଖଧାମକୁ ମନେପକାଅ । ବାବାଙ୍କୁ ଭୂଲିଯିବା କାରଣରୁ ପୁନର୍ବାର ଦୁଃଖି ହୋଇଯାଆନ୍ତି । ମାୟାର ଦଣ୍ଡ ଭୋଗିବାକୁ ପଡିଥାଏ । ଏବେ ତ ଟିକେ ବି ଦଣ୍ଡଭୋଗ କରିବାର ନାହିଁ । ସବୁର ମୂଳ ହେଉଛି ଦେହ-ଅଭିମାନ ।

ତୁମେ ଏବେ ପର୍ଯ୍ୟନ୍ତ ଯେଉଁ ପିତାଙ୍କୁ ମନେ ପକାଉଥିଲ ଯେ, ହେ ପତିତ-ପାବନ ଆସ, ସେହି ପିତାଙ୍କ ଦ୍ୱାରା ତୁମେ ବର୍ତ୍ତମାନ ପାଠ ପଢୁଛ । ବାବା ତୁମର ଆଜ୍ଞାକାରୀ ସେବକ ସହ ଶିକ୍ଷକ ମଧ୍ୟ ଅଟନ୍ତି । ଆଜ୍ଞାକାରୀ ସେବକ ସହ ପିତା ମଧ୍ୟ ଅଟନ୍ତି । ବଡ ଲୋକମାନେ ସର୍ବଦା ତଳେ ଦସ୍ତଖତ କଲାବେଳେ ଲେଖନ୍ତି, ଆଜ୍ଞାକାରୀ ସେବକ । ବାବା କହୁଛନ୍ତି, ଦେଖ ମୁଁ କିପରି ତୁମ୍ଭମାନଙ୍କୁ ବସି ବୁଝାଉଛି । ସୁପୁତ୍ରମାନଙ୍କ ପ୍ରତି ବାବାଙ୍କ ସ୍ନେହ ଥାଏ, ଯିଏ କୁପୁତ୍ର ହୁଅନ୍ତି ଅର୍ଥାତ୍ ବାବାଙ୍କର ହୋଇ ପୁଣି ବିଶ୍ୱାସଘାତକ ହୋଇଯାଆନ୍ତି, ବିକାରୀ ହୋଇଯାଆନ୍ତି, ବାବା କହୁଛନ୍ତି ଏପରି ସନ୍ତାନ ତ ଜନ୍ମ ହୋଇ ନ ଥିଲେ, ଭଲ ହୋଇଥାଆନ୍ତା । ଜଣଙ୍କ କାରଣରୁ କେତେ ଜଣଙ୍କର ନାମ ବଦନାମ ହୋଇଯାଏ । ବହୁତଙ୍କୁ ଅସୁବିଧା ହୁଏ । ସଂଗମରେ ତୁମେ କେତେ ଶ୍ରେଷ୍ଠ କର୍ମ କରୁଛ । ବିଶ୍ୱର ଉଦ୍ଧାର କରୁଛ, କିନ୍ତୁ ତୁମକୁ ୩ ପାଦ ପୃଥିବୀ ମଧ୍ୟ ମିଳୁ ନାହିଁ । ତୁମେମାନେ ତ କାହାକୁ ଘରଦ୍ୱାର ଛଡାଉନାହଁ । ତୁମ୍ଭେମାନେ ରାଜାମାନଙ୍କୁ ମଧ୍ୟ କହୁଛ ଯେ ତୁମେ ପୂଜ୍ୟ ଡବଲ ମୁକୁଟଧାରୀ ଥିଲ, ଏବେ ପୂଜାରୀ ହୋଇ ଯାଇଛ । ଏବେ ବାବା ପୁନର୍ବାର ପୂଜ୍ୟ କରାଉଛନ୍ତି, ତେଣୁ ପୁରୁଷାର୍ଥ କରି ପୂଜ୍ୟ ହେବା ଉଚିତ୍ ନା । ଆଉ ଅଳ୍ପ ସମୟ ଅଛି । ଆମେ ଏଇଠି କାହା ଠାରୁ ଲକ୍ଷେ ଟଙ୍କା ନେଇ କଣ କରିବୁ । ଗରିବମାନଙ୍କୁ ରାଜ୍ୟ ପଦ ମିଳିବାର ଅଛି ବାବା ତ ଗରିବର ବନ୍ଧୁ ଅଟନ୍ତି ନା । ବାବାଙ୍କୁ ଗରିବର ବନ୍ଧୁ କାହିଁକି କହନ୍ତି, ତାହା ତୁମେ ଅର୍ଥ ସହିତ ଜାଣୁଛ । ଭାରତ ମଧ୍ୟ କେତେ ଗରିବ ଅଟେ, ସେଥିରେ ମଧ୍ୟ ତୁମେ ମାତାମାନେ ଅଧିକ ଗରିବ ଅଟ । ସାହୁକାରମାନେ ଏହି ଜ୍ଞାନକୁ ଧାରଣ କରି ପାରିବେ ନାହିଁ । ଗରିବ ଅବଳାମାନଙ୍କ ଉପରେ ଅତ୍ୟାଚାର ହୁଏ । ବାବା କହୁଛନ୍ତି, ମାତାମାନଙ୍କୁ ଆଗରେ ରଖିବାର ଅଛି । ପ୍ରଭାତ ଫେରିରେ ମଧ୍ୟ ଆଗରେ ମାତାମାନେ ରୁହନ୍ତୁ । ତୁମର ବ୍ୟାଚ୍ ମଧ୍ୟ ଫାଷ୍ଟକ୍ଲାସ୍ ଅଟେ । ଏହି ଟ୍ରାନ୍ସଲାଇଟର ଚିତ୍ର ସମ୍ମୁଖରେ ରହିବା ଦରକାର । ସମସ୍ତଙ୍କୁ ଶୁଣାଅ ଯେ ଦୁନିଆ ବଦଳିବାକୁ ଯାଉଛି । କଳ୍ପପୂର୍ବ ସଦୃଶ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି । ସେବା କିପରି ଠିକ୍ ରୂପେ ହୋଇପାରିବ ପିଲାମାନଙ୍କୁ ଏ ବିଷୟରେ ବିଚାର ସାଗର ମନ୍ଥନ କରିବାର ଅଛି । ସମୟ ତ ଲାଗିବ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କ ସହିତ ସମ୍ପୂର୍ଣ୍ଣ ସ୍ନେହ ରଖି ସହଯୋଗୀ ହେବାର ଅଛି । ମାୟାଠାରୁ ହାରି ଯାଇ କେବେ ବି ବାବାଙ୍କର ନାମକୁ ବଦନାମ କରିବାର ନାହିଁ । ପୁରୁଷାର୍ଥ କରି ଦେହ ସହିତ ଯାହା କିଛି ଆଖିକୁ ଦେଖାଯାଉଛି, ସେଗୁଡିକୁ ଭୁଲି ଯିବାର ଅଛି ।

(୨) ମନ ଭିତରେ ଖୁସି ରହୁ ଯେ ଏବେ ଆମେ ଶାନ୍ତିଧାମ, ସୁଖଧାମକୁ ଯାଉଛୁ । ବାବା ଆମର ଆଜ୍ଞାକାରୀ ଶିକ୍ଷକ ହୋଇ ଆମକୁ ଘରକୁ ନେଇ ଯିବା ପାଇଁ ଯୋଗ୍ୟ କରୁଛନ୍ତି ତେଣୁ ଆମକୁ ଯୋଗ୍ୟ, ସୁପୁତ୍ର ହେବାର ଅଛି, କୁପୁତ୍ର ନୁହେଁ ।

ବରଦାନ:-
ତ୍ରି-ସ୍ମୃତି ସ୍ୱରୂପର ତିଳକକୁ ଧାରଣ କରି ସମ୍ପୂର୍ଣ୍ଣ ବିଜୟୀ ହୁଅ ।

ନିଜର ସ୍ମୃତି, ବାବାଙ୍କର ସୃତି ଏବଂ ଡ୍ରାମା ଜ୍ଞାନର ସ୍ମୃତି -- ଏହି ତିନୋଟି ସ୍ମୃତି ଭିତରେ ସାରା ଜ୍ଞାନର ବିସ୍ତାର ଅନ୍ତର୍ନିହିତ । ଜ୍ଞାନରୂପୀ ବୃକ୍ଷର ଶାଖା ହେଉଛି ଏହି ତିନୋଟି ସ୍ମୃତି । ଯେପରି ପ୍ରଥମେ ବୃକ୍ଷର ମଞ୍ଜିଟିଏ ଥାଏ ତାପରେ ସେହି ବୀଜରୁ ଦୁଇଟି ପତ୍ର ବାହାରେ, ତାପରେ ବୃକ୍ଷର ବିସ୍ତାର ହୁଏ, ସେହିପରି ପ୍ରଥମେ ମୁଖ୍ୟ ହେଲା ବୀଜରୂପୀ ବାବାଙ୍କର ସ୍ମୃତି, ତାପରେ ଦୁଇଟି ପତ୍ର ଅର୍ଥାତ୍ ଆତ୍ମା ଏବଂ ଡ୍ରାମାର ସାରା ଜ୍ଞାନ । ଏହି ତିନୋଟି ଯାକ ସ୍ମୃତିକୁ ଧାରଣ କରୁଥିବା ଆତ୍ମା ସ୍ମୃତି ସ୍ୱରୂପ ଭବ ବା ସମ୍ପୂର୍ଣ୍ଣ ବିଜୟୀ ଭବର ବରଦାନୀ ହୋଇଯାଆନ୍ତି ।

ସ୍ଲୋଗାନ:-
ପ୍ରାପ୍ତି ଗୁଡିକୁ ସର୍ବଦା ସମ୍ମୁଖରେ ରଖ ତେବେ ଦୁର୍ବଳତାଗୁଡିକ ସହଜରେ ସମାପ୍ତ ହୋଇଯିବ ।