12.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: - ମହାବୀର ହୁଅ, ମାୟାର ତୋଫାନ ସହିତ ଲଢିବା ପରିବର୍ତ୍ତେ ଅଚଳ-ଅଟଳ ହୁଅ ।

ପ୍ରଶ୍ନ:-
ବ୍ରହ୍ମାବାବାଙ୍କ ସମ୍ମୁଖରେ ଅନେକ ପ୍ରକାରର ଗଣ୍ଡଗୋଳ ହେଉଥିଲେ ମଧ୍ୟ ସେ କେବେ ବିରକ୍ତ ହେଉନଥିଲେ - କାହିଁକି?

ଉତ୍ତର:-
କାହିଁକି ନା ବାବାଙ୍କର ନିଶା ରହିଥିଲା ଯେ ମୋତେ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଏସବୁ ତ କଳ୍ପ ପୂର୍ବ ଭଳି ହେଉଛି ତେଣୁ ଏହା କିଛି ନୂଆ କଥା ନୁହେଁ । ସବୁଠାରୁ ଅଧିକ ଗାଳି ତ ବାବାଙ୍କୁ ହିଁ ମିଳିଛି । କୃଷ୍ଣଙ୍କୁ ମଧ୍ୟ ଗାଳି ଦେଉଛନ୍ତି । ଯଦି ମୋତେ ବି ଗାଳି ଖାଇବାକୁ ପଡୁଛି ତେବେ ଏଥିରେ କଣ ବଡ କଥା ଅଛି । ଦୁନିଆରେ ଆମ କଥାକୁ ତ କେହି ଜାଣିନାହାଁନ୍ତି ତେବେ ନିଶ୍ଚିତ ଗାଳି ଦେବେ, ସେଥିପାଇଁ ସେ କେବେ କୌଣସି କଥାରେ ବିରକ୍ତ ହୋଇନାହାଁନ୍ତି । ତେଣୁ ସେହିପରି ବ୍ରହ୍ମାବାବାଙ୍କୁ ଅନୁକରଣ କରିବାକୁ ହେବ ।

ଗୀତ:-
ଭୋଲୋନାଥ ସେ ନିରାଲା...

ଓମ୍ ଶାନ୍ତି ।
ଏହା ଭକ୍ତମାନଙ୍କର ଗୀତ ଅଟେ । ଜ୍ଞାନ ମାର୍ଗରେ ଗୀତ ଆଦି ଗାୟନ କରାଯାଏ ନାହିଁ, ନା ଗୀତ ରଚନା କରାଯାଇଥାଏ, ନା ଏହାର ଆବଶ୍ୟକତା ଅଛି କାହିଁକି ନା ଗାୟନ ରହିଛି - ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ମିଳୁଛି । ଏଥିରେ ଗୀତ ଆଦି ଗାନ କରିବାର କୌଣସି କଥା ହିଁ ନାହିଁ । ତୁମେମାନେ ଜାଣିଛ ଯେ ଆମକୁ ବେହଦର ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । ଯାହା ଭକ୍ତିମାର୍ଗରେ ରୀତି-ନୀତି ରହିଛି, ସେସବୁ ଏଠାରେ ଆବଶ୍ୟକତା ନାହିଁ । ପିଲାମାନେ କବିତା ଆଦି ରଚନା କରିଥାନ୍ତି, ଅନ୍ୟମାନଙ୍କୁ ଶୁଣାଇବା ପାଇଁ । ତାହା ମଧ୍ୟ ଯେପର୍ଯ୍ୟନ୍ତ ତୁମେ ସେମାନଙ୍କୁ ନ ବୁଝାଇଛ ସେ ପର୍ଯ୍ୟନ୍ତ କେହି ବୁଝିପାରିବେ ନାହିଁ । ଏବେ ତୁମ ପିଲାମାନଙ୍କୁ ବାବା ମିଳିଛନ୍ତି ତେଣୁ ଖୁସିର ନିଶା ଚଢିବା ଦରକାର । ବାବା ତୁମ୍ଭମାନଙ୍କୁ ୮୪ ଜନ୍ମର ସୃଷ୍ଟିଚକ୍ରର ଜ୍ଞାନ ମଧ୍ୟ ଶୁଣାଇଛନ୍ତି । ତୁମ୍ଭେମାନେ ଖୁସି ହେବା ଆବଶ୍ୟକ ଯେ ଏବେ ଆମ୍ଭେମାନେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛୁ । ବାବାଙ୍କଠାରୁ ବିଷ୍ଣୁପୁରୀର ମାଲିକ ହେଉଛୁ । ନିଶ୍ଚୟ ବୁଦ୍ଧି ହିଁ ବିଜୟୀ ହୋଇଥାନ୍ତି । ଯେଉଁମାନଙ୍କର ଏଥିରେ ନିଶ୍ଚୟ ହେଉଛି, ସେମାନେ ସତ୍ୟଯୁଗକୁ ସୁନିଶ୍ଚିତ ଯିବେ । ତେବେ ପିଲାମାନଙ୍କୁ ସର୍ବଦା ଖୁସିରେ ରହିବା ଦରକାର । ତେଣୁ ପିତାଙ୍କୁ ଅନୁକରଣ କର । ପିଲାମାନେ ଜାଣିଛନ୍ତି ଯେ ନିରାକାର ବାବା ପ୍ରଥମେ ଯେତେବେଳେ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଥିଲେ ସେତେବେଳେ ଏହାଙ୍କ ନିକଟରେ ବହୁତ ଗୋଳମାଳର ସମସ୍ୟା ହୋଇଥିଲା । ଭାଇ ଭାଇ ଭିତରେ ଝଗଡା, ସହରରେ ଝଗଡା, ସାରା ସିନ୍ଧ ଅଞ୍ଚଳରେ ଝଗଡା ଚାଲିଥିଲା । ପିଲାମାନେ ବଡ ହେଲେ କହିବେ, ଜଲ୍‌ଦି ବିବାହ କର । ବିବାହ କରିବା ବିନା କାମ କିପରି ଚାଲିବ । ବ୍ରହ୍ମାବାବାଙ୍କର ଗୀତା ପଢିବା କେବେ ବନ୍ଦ ନଥିଲା, ଯେତେବେଳେ ଜାଣିଲେ ଯେ ଗୀତାର ଭଗବାନ ଶିବ ଅଟନ୍ତି ତେବେ ଗୀତା ପଢିବା ମଧ୍ୟ ବନ୍ଦ କରିଦେଲେ । ପୁଣି ତାଙ୍କର ନିଶା ବା ଉଲ୍ଲାସ ଚଢିଗଲା ଯେ ମୁଁ ତ ବିଶ୍ୱର ମାଲିକ ହେବି । ଏହା ତ ଶିବ ଭଗବାନୁବାଚ ଅଟେ ତେଣୁ ସେ ସେହି ଗୀତାକୁ ଛାଡି ଦେଲେ ପୁଣି ପବିତ୍ରତା ପାଇଁ ବହୁତ ଗଣ୍ଡଗୋଳ ହେଲା । ଭାଇ, କାକା, ଚାଚା ଆଦି କେତେ ଥିଲେ । ଏଥିରେ ବାହାଦୂରୀ ଦେଖାଇବା ଆବଶ୍ୟକ । ତୁମ୍ଭେମାନେ ହେଉଛ ମହାବୀର ମହାବୀରନୀ । କେବଳ ଜଣଙ୍କ ବ୍ୟତୀତ ଆଉ କାହାର ହେଲେ ମଧ୍ୟ ଚିନ୍ତା ନାହିଁ । ପୁରୁଷମାନେ ହେଲେ ରଚୟିତା । ରଚୟିତା ନିଜେ ପବିତ୍ର ହେଉଥିବାରୁ ରଚନାକୁ ମଧ୍ୟ ପବିତ୍ର କରାଇବାକୁ ହେବ । ପବିତ୍ର ହଂସ ଏବଂ ଅପବିତ୍ର ବଗୁଲା, ଏକତ୍ର କିପରି ରହିପାରିବେ । ରଚୟିତା ତ ତୁରନ୍ତ ହୁକୁମ୍ କରିବେ ଆମର ମତରେ ଚାଲିବାର ଅଛି ତ ଚାଲ, ନଚେତ୍ ଏଠାରୁ ଚାଲିଯାଅ । ତୁମ୍ଭେମାନେ ଜାଣିଛ ଯେ ବ୍ରହ୍ମାବାବାଙ୍କର ଲୌକିକ କନ୍ୟା ବିବାହ କରିଥିଲେ । ତାଙ୍କୁ ଜ୍ଞାନ ମିଳିବାରୁ କହିଲେ, ବାବା କହୁଛନ୍ତି ପବିତ୍ର ହୁଅ ତେବେ ମୁଁ କାହିଁକି ପବିତ୍ର ନହେବି । ତେବେ ତାଙ୍କର ସ୍ୱାମୀଙ୍କୁ ଜବାବ ଦେଇ ଦେଲେ ଯେ ମୁଁ ବିକାର ରୂପକ ବିଷ ଦେଇପାରିବି ନାହିଁ । ବାସ୍ ଏହି କଥାରେ ହିଁ ଅନେକଙ୍କର ଝଗଡା ଚାଲିଲା । ବଡ-ବଡ ଘରମାନଙ୍କର କନ୍ୟାମାନେ ଚାଲିଆସିଲେ, କୌଣସି ବି ଚିନ୍ତା କଲେ ନାହିଁ । ଯେଉଁମାନଙ୍କର ଭାଗ୍ୟରେ ନାହିଁ ସେମାନେ ଏହି କଥାକୁ ମଧ୍ୟ ବୁଝିପାରିବେ ନାହିଁ । ଯଦି ପବିତ୍ର ରହିବାର ଅଛି ତ ରୁହ, ନଚେତ୍ ଯାଇ ନିଜର ପ୍ରବନ୍ଧ ନିଜେ କର । ଏଥିରେ ସାହାସ ମଧ୍ୟ ରହିବା ଦରକାର ନା । ବାବାଙ୍କ ସମ୍ମୁଖରେ କେତେ ଗଣ୍ଡଗୋଳ ହୋଇଥିଲା । ସେଥିପାଇଁ ବାବାଙ୍କୁ କେବେ ବିରକ୍ତ ହେବାର ଦେଖିଛ? ଆମେରିକାର ଖବରକାଗଜରେ ମଧ୍ୟ ଏହିକଥା ବାହାରିଲା । ଏହା କିଛି ନୂଆ କଥା ନୁହେଁ । ଏହା ତ କଳ୍ପ ପୂର୍ବ ଭଳି ହେଉଛି, ଏଥିରେ ଡରିବାର କଣ ଅଛି । ଆମକୁ ତ ନିଜର ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ନିଜର ରଚନାକୁ ରକ୍ଷା କରିବାର ଅଛି । ବାବା ଜାଣିଛନ୍ତି ଯେ ସାରା ସୃଷ୍ଟି ଏହି ସମୟରେ ପତିତ ହୋଇଯାଇଛି । ମୋତେ ହିଁ ସମସ୍ତଙ୍କୁ ପବିତ୍ର କରିବାର ଅଛି । ବାବାଙ୍କୁ ହିଁ ସମସ୍ତେ କହୁଛନ୍ତି ହେ ପତିତ-ପାବନ, ମୁକ୍ତିଦାତା ଆସ । ତେଣୁ ବାବାଙ୍କୁ ହିଁ ଦୟା ଆସୁଛି । ବାବା ଦୟାର ସାଗର ଅଟନ୍ତି ନା । ତେବେ ବାବା ବୁଝାଉଛନ୍ତି ପିଲାମାନେ କୌଣସି କଥାରେ ଡରିଯାଅ ନାହିଁ । ଡରିଗଲେ ଏତେ ଉଚ୍ଚପଦ ପାଇପାରିବ ନାହିଁ । ମାତାମାନଙ୍କ ଉପରେ ହିଁ ଅତ୍ୟାଚାର ହୋଇଥାଏ । ଏହାର ମଧ୍ୟ ଉଦାହରଣ ରହିଛି । ଦ୍ରୈାପଦୀଙ୍କୁ ନଗ୍ନ କରିଥିଲେ । ବାବା ୨୧ ଜନ୍ମ ପାଇଁ ନଗ୍ନ ହେବାରୁ ବଞ୍ଚାଉଛନ୍ତି । ଦୁନିଆରେ ଏହି ସବୁ କଥାକୁ କେହି ଜାଣି ନାହାଁନ୍ତି । ମୁଁ ତ ସଦ୍‌ଗତି ଦାତା ଅଟେ ନା । ଯେପର୍ଯ୍ୟନ୍ତ ମନୁଷ୍ୟମାନଙ୍କର ଦୁର୍ଗତି ନ ହୋଇଛି, ସେପର୍ଯ୍ୟନ୍ତ ମୁଁ କିପରି ଆସି ସଦ୍‌ଗତି ଦେବି । ସୃଷ୍ଟିକୁ ପତିତ ଓ ତମୋପ୍ରଧାନ ହେବାର ଅଛି । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ନିଶ୍ଚିତ ହୋଇଥାଏ । ସେଥିପାଇଁ ପୁରୁଣା ଘରକୁ ଛାଡିବାକୁ ହିଁ ପଡିଥାଏ । ନୂଆ ଦୁନିଆ ସୁବର୍ଣ୍ଣଯୁଗ, ପୁରୁଣା ଦୁନିଆ ଲୌହଯୁଗ ଅଟେ । ସର୍ବଦା ତ ନୂଆ ରହିପାରିବ ନାହିଁ । ତୁମେ ପିଲାମାନେ ଜାଣିଛ ଯେ ଏହା ସୃଷ୍ଟିର ଚକ୍ର ଅଟେ । ଏଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ପୁନର୍ବାର ସ୍ଥାପନ ହେଉଛି । ବାବା କହୁଛନ୍ତି ମୁଁ ପୁନର୍ବାର ତୁମକୁ ଗୀତା ଜ୍ଞାନ ଶୁଣାଉଛି । ଏହି ରାବଣ ରାଜ୍ୟରେ ଦୁଃଖ ରହିଛି । ରାମରାଜ୍ୟ କାହାକୁ କୁହାଯାଉଛି, ଏକଥା ତ କେହି ଜାଣିନାହାଁନ୍ତି ଏବଂ ବୁଝି ମଧ୍ୟ ପାରୁ ନାହାଁନ୍ତି । ବାବା କହୁଛନ୍ତି ମୁଁ ସ୍ୱର୍ଗ ଅଥବା ରାମରାଜ୍ୟର ସ୍ଥାପନ କରିବାକୁ ଆସିଛି । ତୁମେ ପିଲାମାନେ ଅନେକ ଥର ରାଜ୍ୟ ନେଇଛ ପୁଣି ହରାଇଛ । ଏହି କଥା ସମସ୍ତଙ୍କ ବୁଦ୍ଧିରେ ଅଛି । ୨୧ ଜନ୍ମ ସତ୍ୟଯୁଗରେ ରହିଥାନ୍ତି, ଏହାକୁ କୁହାଯାଏ ୨୧ ପିଢି ଅର୍ଥାତ୍ ଯେବେ ବୁଢା ହୋଇଥାନ୍ତି ତେବେ ଯାଇ ଶରୀର ଛାଡିଥାନ୍ତି । ସେଠାରେ କେବେ ଅକାଳମୃତ୍ୟୁ ହୋଇନଥାଏ । ଏବେ ତୁମେ ତ୍ରିକାଳଦର୍ଶୀ ହୋଇଯାଇଛ । ଏବେ ତୁମେ ଜାଣୁଛ ଯେ ଆମେ ଜନ୍ମ-ଜନ୍ମାନ୍ତର ଭକ୍ତି କରୁଛୁ । ରାବଣ ରାଜ୍ୟରେ ମଧ୍ୟ କେତେ ଆଡମ୍ବର ରହିଛି ଦେଖ । ଏହା ହେଉଛି ଅନ୍ତିମ ସମୟର ଆଡମ୍ବର । ସତ୍ୟଯୁଗରେ ରାମରାଜ୍ୟ ହେବ - ସେଠାରେ ଏହି ବିମାନ ଆଦି ସବୁ ଥିଲା, ପୁଣି ଏସବୁ ଗୁପ୍ତ ହୋଇଗଲା । ବର୍ତ୍ତମାନ ପୁଣି ଏସବୁ ବାହାରିଛି । ଏବେ ଏସବୁ ତିଆରି କରିବା ଶିଖୁଛନ୍ତି । ଯେଉଁମାନେ ବିମାନ ତିଆରି କରୁଛନ୍ତି ସେମାନେ ସଂସ୍କାର ନେଇଯିବେ । ପୁଣି ଏଠାକୁ ଆସି ବିମାନ ତିଆରି କରିବେ । ଏହିମାନେ ହିଁ ତୁମ୍ଭମାନଙ୍କୁ ଭବିଷ୍ୟତରେ ସୁଖ ଦେବେ । ଏହି ବିମାନ ଆଦି ଭାରତବାସୀ ମଧ୍ୟ ତିଆରି କରିପାରିବେ । ଏହା କୌଣସି ନୂଆ କଥା ନୁହେଁ, ଭାରତବାସୀ ବୁଦ୍ଧିମାନ ତ ଅଟନ୍ତି ନା । ଏହି ବିଜ୍ଞାନ ତୁମର କାମରେ ଆସିବ । ବର୍ତ୍ତମାନ ଏହି ବିଜ୍ଞାନ ଦୁଃଖ ଦେବା ପାଇଁ ରହିଛି, ପୁଣି ସେଠାରେ ଅର୍ଥାତ୍ ସତ୍ୟଯୁଗରେ ସୁଖ ଦେବା ପାଇଁ ରହିବ । ସେଠାରେ ତ ପ୍ରତ୍ୟେକ ଜିନିଷ ନୂଆ ହେବ । ଏବେ ତ ନୂଆ ଦୁନିଆର ସ୍ଥାପନା ହେଉଛି । ବାବା ହିଁ ନୂଆ ଦୁନିଆର ରାଜଧାନୀ ସ୍ଥାପନ କରୁଛନ୍ତି । ତେବେ ପିଲାମାନଙ୍କୁ ମହାବୀର ହେବାକୁ ପଡିବ । ଦୁନିଆରେ ଏହି କଥା କେହି ହେଲେ ଜାଣିନାହାଁନ୍ତି ଯେ ଭଗବାନ ଆସିଛନ୍ତି ।

ବାବା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ପବିତ୍ର ରୁହ । ଏଥିରେ ଭୟର କୌଣସି କଥା ନାହିଁ, ଅଧିକରୁ ଅଧିକ ସେମାନେ ଗାଳି ହିଁ ଦେଇପାରିବ । ବ୍ରହ୍ମାବାବାଙ୍କୁ ମଧ୍ୟ ବହୁତ ଗାଳି ଦେଇଥିଲେ । କୃଷ୍ଣ ମଧ୍ୟ ଗାଳି ଖାଇଥିଲେ, ଏହିଭଳି ଦେଖାଇଥାନ୍ତି । କୃଷ୍ଣ ତ କେବେ ଗାଳି ଖାଇପାରିବ ନାହିଁ । ଗାଳି ତ କଳିଯୁଗରେ ହିଁ ଖାଉଛନ୍ତି । ବର୍ତ୍ତମାନ ତୁମମାନଙ୍କର ଯେଉଁ ରୂପ ଅଛି ପୁଣି ଗୋଟିଏ କଳ୍ପ ପରେ ଏହି ସମୟରେ ସେହି ରୂପ ହେବ । କଳ୍ପ ମଝିରେ ସେହିଭଳି ଚେହେରା ହୋଇପାରିବ ନାହିଁ । ଜନ୍ମ ପରେ ଜନ୍ମ ଚେହେରା ବଦଳି ଯାଇଥାଏ । ଗୋଟିଏ ଆତ୍ମାକୁ ୮୪ ଜନ୍ମରେ ଏକାଭଳି ଚେହେରା ମିଳିପାରିବ ନାହିଁ । ଆତ୍ମାମାନେ ସତ୍ତ୍ୱ, ରଜୋ, ତମୋ ରୂପରେ ଆସିଥାନ୍ତି, ସେଥିପାଇଁ ତାଙ୍କର ଚେହେରା ବଦଳିଯାଇଥାଏ । ଏହିପରି ଡ୍ରାମା ତିଆରି ହୋଇଛି । ୮୪ ଜନ୍ମରେ ଯେଉଁ ସବୁ ରୂପ ନେଇ ଜନ୍ମ ହୋଇଥିଲ, ତାହା ହିଁ ନେବ । ଏବେ ତୁମ୍ଭେମାନେ ଜାଣୁଛ ଯେ ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ରୂପ ବଦଳି ପରବର୍ତ୍ତୀ ଜନ୍ମରେ ଇଏ ଲକ୍ଷ୍ମୀ-ନାରାୟଣ ହୋଇଯିବେ । ଏବେ ତୁମ୍ଭମାନଙ୍କର ବୁଦ୍ଧିର ତାଲା ଖୋଲିଛି । ବର୍ତ୍ତମାନ ଏହା ହେଉଛି ନୂଆ କଥା । ବାବା ମଧ୍ୟ ବର୍ତ୍ତମାନ ନୂତନ ଅଟନ୍ତି, ଏହି କଥା ମଧ୍ୟ ନୂଆ ଅଟେ । ଏହି କଥା କାହାରି ବୁଦ୍ଧିରେ ତୁରନ୍ତ ଆସିପାରିବ ନାହିଁ । ଯେବେ ଭାଗ୍ୟରେ ଥିବ ତେବେ ଯାଇ କିଛି ବୁଝିପାରିବେ । ମହାବୀରମାନେ କୌଣସି ତୋଫାନକୁ ଡରିନଥାନ୍ତି । ଏହି ଅବସ୍ଥା ଅନ୍ତିମ ସମୟରେ ହେବ, ସେଥିପାଇଁ ଗାୟନ ରହିଛି ଯେ ଯଦି ଅତିନ୍ଦ୍ରିୟ ସୁଖ ବିଷୟରେ ପଚାରିବାର ଅଛି ତ ଗୋପ, ଗୋପୀମାନଙ୍କୁ ପଚାର । ବାବା ଆସିଛନ୍ତି ହିଁ ତୁମ ପିଲାମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରାଇବାକୁ । କଳ୍ପ ପୂର୍ବ ଭଳି ନର୍କର ବିନାଶ ତ ନିଶ୍ଚିତ ହିଁ ହେବ । ସତ୍ୟଯୁଗରେ ତ ଗୋଟିଏ ହିଁ ଧର୍ମ ରହିବ । ସମସ୍ତେ ଚାହୁଁଛନ୍ତି ମଧ୍ୟ ସବୁଥିରେ ଏକତା ରହୁ । ଗୋଟିଏ ହିଁ ଧର୍ମ ରହିବା ଦରକାର । ଏହି କଥା ବି କେହି ଜାଣିନାହାଁନ୍ତି ଯେ ରାମରାଜ୍ୟ, ରାବଣରାଜ୍ୟ ଅଲଗା-ଅଲଗା ଅଟେ, ଏଠାରେ ବିକାର ବିନା ସନ୍ତାନ ଜନ୍ମ ହୋଇପାରିବ ନାହିଁ । ସମସ୍ତେ ବିକାରଯୁକ୍ତ ଅଟନ୍ତି ନା । ଯଦି ବାବାଙ୍କ ପ୍ରତି ନିଶ୍ଚୟ ଅଛି, ତେବେ ସଂପୂର୍ଣ୍ଣ ରୂପେ ଶ୍ରୀମତରେ ଚାଲିବାକୁ ପଡିବ ନା । ପ୍ରତ୍ୟେକଙ୍କର ନାଡିର ସ୍ପନ୍ଦନ ମଧ୍ୟ ଦେଖାଯାଇଥାଏ । ସେହି ଅନୁସାରେ ରାୟ ମଧ୍ୟ, ଦିଆଯାଇଥାଏ । ବାବା ମଧ୍ୟ ପିଲାମାନଙ୍କୁ କହିଛନ୍ତି ଯେ ଯଦି ବିବାହ କରିବାର ଅଛି ତେବେ ଯାଇ କର । ବହୁତ ମିତ୍ର-ସମ୍ବନ୍ଧୀ ଆଦି ବସିଛନ୍ତି, ତାଙ୍କର ବିବାହ କରାଇଦେବେ । ତେବେ ଏଠାରେ ପ୍ରତ୍ୟେକଙ୍କର ନାଡିକୁ ଅର୍ଥାତ୍ ସ୍ଥିତିକୁ ଦେଖାଯାଇଥାଏ । ପଚାରୁଛନ୍ତି ବାବା, ମୁଁ ଏହିପରି ଅବସ୍ଥାରେ ଅଛି, ପବିତ୍ର ରହିବାକୁ ଚାହୁଁଛି, ମୋର ମିତ୍ର ସମ୍ବନ୍ଧୀମାନେ ମୋତେ ଘରୁ ବାହାର କରିଦେବାକୁ ଚାହୁଁଛନ୍ତି । ଏବେ କଣ କରିବାକୁ ହେବ? ଏହି କଥା ପଚାରୁଛ ଯେ, ପବିତ୍ର ରହିବାକୁ ହେବ । ଯଦି ନ ରହିପାରିବ ତେବେ ଯାଇ ବିବାହ କର । ଧରିନିଅ କାହାର ନିର୍ବନ୍ଧ ହୋଇଛି । ତାଙ୍କୁ ରାଜି କରିବାକୁ ହେବ । ଏଥିରେ କୌଣସି ଅସୁବିଧା ନାହିଁ । ଯେତେବେଳେ ହସ୍ତଗଣ୍ଠି ପକାଇଥାନ୍ତି, ତେବେ ମଧ୍ୟ କହିଥାନ୍ତି - ଇଏ ତୁମର ପତି, ଗୁରୁ ଅଟନ୍ତି । ସେହି ସମୟରେ ତୁମେ ତାଙ୍କଠାରୁ ଲେଖାଇ ନିଅ - ଯଦି ମାନୁଛ ଯେ ମୁଁ ତୁମର ଗୁରୁ ଈଶ୍ୱର ଅଟେ, ତେବେ ଲେଖ । ଏବେ ମୁଁ ତୁମକୁ ହୁକୁମ୍ ଦେଉଛି, ପବିତ୍ର ରହିବାକୁ ହେବ । ସେଥିପାଇଁ ସାହାସ ଥିବା ଆବଶ୍ୟକ ନା । ଏହି ଲକ୍ଷ୍ୟ ବହୁତ ଶ୍ରେଷ୍ଠ । ଉଭୟ କିପରି ପବିତ୍ର ହୋଇ ଏକତ୍ର ରହୁଛନ୍ତି, ଏହା ସମସ୍ତଙ୍କୁ ଦେଖାଇବାକୁ ହେବ । ଏଥିରେ ବହୁତ ଜବରଦସ୍ତ ପ୍ରାପ୍ତି ରହିଛି । ବିକାର ରୂପୀ ନିଆଁ ସେତେବେଳେ ଲାଗିଥାଏ ଯେତେବେଳେ ପ୍ରାପ୍ତି ବିଷୟରେ ଜାଣିନଥାନ୍ତି । ବାବା କହୁଛନ୍ତି - ଏବେ ବଡ ପ୍ରାପ୍ତି ହେଉଥିବାରୁ ଗୋଟିଏ ଜନ୍ମ ପବିତ୍ର ରୁହ, ଏହା କିଛି ବଡ କଥା ନୁହେଁ । ମୁଁ ତୁମର ସ୍ୱାମୀ ଈଶ୍ୱର ଅଟେ । ମୋର ଆଜ୍ଞା ଅନୁସାରେ ତୁମକୁ ପବିତ୍ର ରହିବାକୁ ପଡିବ । ବାବା ଯୁକ୍ତି ସବୁ ବତାଇ ଦେଉଛନ୍ତି । ଭାରତରେ ଏହି ନିୟମ ରହିଛି, ସ୍ତ୍ରୀକୁ କହିଥାନ୍ତି ଯେ ତୁମର ସ୍ୱାମୀ ଈଶ୍ୱର ଅଟନ୍ତି, ତାଙ୍କର ଆଜ୍ଞା ଅନୁସାରେ ଚାଲିବାକୁ ପଡିବ । ସ୍ୱାମୀଙ୍କର ପାଦ ସେବା କରିବାକୁ ହେବ, କାହିଁକି ନା ସେମାନେ ଭାବୁଛନ୍ତି ଯେ ଲକ୍ଷ୍ମୀ ନାରାୟଣଙ୍କର ଗୋଡ ମୋଡୁଥିଲେ । ଏହି ପ୍ରଥା କେଉଁଠାରୁ ଆରମ୍ଭ ହୋଇଛି । ଏହି ମିଛ ଚିତ୍ରରୁ । ସତ୍ୟଯୁଗରେ ତ ଏଭଳି କଥା ହୁଏ ନାହିଁ । ନାରାୟଣ କଣ କେବେ ଥକିଯାଉଥିଲେ ଯେ ଲକ୍ଷ୍ମୀ ବସି ତାଙ୍କର ପାଦ ମର୍ଦ୍ଦନ କରୁଥିଲେ? ସେଠାରେ ଥକିଯିବାର କୌଣସି କଥା ହିଁ ନାହିଁ । ତେବେ ଏହା ତ ଦୁଃଖର କଥା ହୋଇଯାଉଛି । ସେଠାରେ ଦୁଃଖ କେଉଁଠାରୁ ଆସିବ । ଏହିଭଳି କେତେ ମିଛ କଥା ଲେଖିଦେଇଛନ୍ତି । ବ୍ରହ୍ମାବାବାଙ୍କର ପିଲାଦିନରୁ ହିଁ ବୈରାଗ୍ୟ ରହିଥିଲା, ସେଥିପାଇଁ ଭକ୍ତି କରୁଥିଲେ ।

ବାବା ପିଲାମାନଙ୍କୁ ବହୁତ ଭଲ ଉପାୟ ବତାଉଛନ୍ତି । କେତେକ ପିଲାମାନଙ୍କୁ ସମ୍ବନ୍ଧୀମାନେ ହଇରାଣ କରୁଛନ୍ତି, ତାହାହେଲେ ବିବାହ କରିନିଅ । ସ୍ତ୍ରୀ ତୁମର ହୋଇଗଲା । ପୁଣି ଆଉ କେହି କିଛି କରିପାରିବେ ନାହିଁ । ତୁମେ ପରସ୍ପର ସହିତ କଥା ହୋଇ ପବିତ୍ର ରୁହ, ତେବେ ସିଏ ତୁମର ସାଥୀ ହୋଇଯିବେ । ବିଦେଶରେ ବୁଢା ହୋଇଗଲେ ଦାୟିତ୍ୱ ନେବା ପାଇଁ ଜଣେ ସହଯୋଗୀ ରଖିଦେଇଥାନ୍ତି । ସେମାନେ ସିଭିଲ୍ ମ୍ୟାରେଜ୍ ଅର୍ଥାତ୍ ପବିତ୍ର ବିବାହ କରିଥାନ୍ତି । ସେମାନେ ବିକାରରେ ବଶବର୍ତ୍ତୀ ହୋଇ ନଥାନ୍ତି । ଏବେ ତୁମ୍ଭେମାନେ ଜାଣୁଛ ଯେ ଆମେ ଏକପିତାଙ୍କର ସନ୍ତାନ ଅଟୁ, ତେଣୁ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଗଲୁ । ଆମ୍ଭେମାନେ ଦାଦାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ । ବାବାଙ୍କୁ ମଧ୍ୟ ଏହି ପତିତ ଦୁନିଆକୁ ହିଁ ଡାକୁଛନ୍ତି । କହୁଛନ୍ତି ହେ ପତିତ-ପାବନ, ସବୁ ସୀତାମାନଙ୍କର ରାମ । ମନୁଷ୍ୟମାନେ ରାମ-ରାମ ଜପିଥାନ୍ତି, ତେବେ ସୀତାଙ୍କୁ ସ୍ମରଣ କରିନଥାନ୍ତି । ସୀତାଙ୍କଠାରୁ ବଡ ତ ଲକ୍ଷ୍ମୀ ଅଟନ୍ତି । କିନ୍ତୁ ସ୍ମରଣ ତ ଏକମାତ୍ର ବାବାଙ୍କୁ କରୁଛନ୍ତି । ତଥାପି ଲକ୍ଷ୍ମୀ-ନାରାୟଣଙ୍କୁ ସମସ୍ତେ ଜାଣିଛନ୍ତି, ଶିବଙ୍କୁ ତ କେହି ଜାଣିନାହାଁନ୍ତି । ଆତ୍ମା ବିନ୍ଦୁ ଅଟେ ତେବେ ଆତ୍ମାମାନଙ୍କର ପିତା ମଧ୍ୟ ବିନ୍ଦୁ ହେବେ ନା । ସେହି ଆତ୍ମା ଭିତରେ ସମସ୍ତ ଜ୍ଞାନ ରହିଛି । ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ତୁମେ ଆତ୍ମାମାନେ ମଧ୍ୟ ଜ୍ଞାନର ସାଗର ହେଉଛ । ଜ୍ଞାନର ସାଗର ବସି ତୁମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆତ୍ମା ଚୈତନ୍ୟ ଅଟେ । ତୁମମାନଙ୍କର ଆତ୍ମା ଏବେ ଜ୍ଞାନର ସାଗର ହେବାକୁ ଯାଉଛି । ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତୁମ ପାଖରେ ଅଛି । ମିଠା ପିଲାମାନଙ୍କର ସାହାସ ରହିବା ଦରକାର । ଆମେମାନେ ବାବାଙ୍କର ଶ୍ରୀମତରେ ଚାଲିବା ଉଚିତ୍ ନା । ଅବିନାଶୀ ପିତା ଅବିନାଶୀ ପିଲାମାନଙ୍କୁ ସ୍ୱର୍ଗର ମାଲିକ କରାଉଛନ୍ତି, ତେବେ ବାବା କହୁଛନ୍ତି ତୁମ୍ଭେମାନେ ମଧ୍ୟ ନିଜର ରଚନାକୁ ହାତରେ ରଖ । ଯଦି ସନ୍ତାନ ତୁମର ଆଜ୍ଞା ମାନୁନାହିଁ ତେବେ ସେହି ସନ୍ତାନ, ସନ୍ତାନ ନୁହେଁ । ସିଏ ତ କୁପୁତ୍ର ଅଟେ । ଯଦି ଆଜ୍ଞାବହ, ଆଦେଶ ପାଳନକାରୀ ସନ୍ତାନ ହୋଇଥିବେ ତେବେ ସମ୍ପତ୍ତିର ଅଧିକାର ହୋଇପାରିବେ । ଅବିନାଶୀ ବାବା ମଧ୍ୟ କହୁଛନ୍ତି ମୋର ଶ୍ରୀମତରେ ଚାଲିବ ତ ତୁମେମାନେ ଏହିପରି ଶ୍ରେଷ୍ଠ ହୋଇଯିବ । ନଚେତ୍ ପ୍ରଜା ହେବ । ବାବା ତୁମମାନଙ୍କୁ ନରରୁ ନାରାୟଣ କରାଇବା ପାଇଁ ଆସିଛନ୍ତି । ଏହା ହେଉଛି ସଚ୍ଚା ସତ୍ୟ ନାରାୟଣଙ୍କର କଥା । ତୁମେମାନେ ରାଜପଦ ପାଇବାକୁ ଆସିଛ । ମମ୍ମା ବାବା ରାଜା ରାଣୀ ହେଉଛନ୍ତି ତେବେ ତୁମେମାନେ ବି ରାଜା ରାଣୀ ହେବା ପାଇଁ ସାହାସ ରଖ । ବାବା ତ ନିଶ୍ଚିତ ନିଜ ଭଳି କରାଇବେ ନା । ପ୍ରଜା ହେବା ପାଇଁ ରାଜି ହୋଇଯିବା ଉଚିତ୍ ନୁହେଁ । ଆମକୁ ପୁରୁଷାର୍ଥ କରିବାକୁ ହେବ ଯେ ଆମେ ବାବାଙ୍କଠାରୁ ସଂପୂର୍ଣ୍ଣ ସମ୍ପତ୍ତିର ଅଧିକାର ନେବୁ, ବାବାଙ୍କ ପାଖରେ ସମର୍ପଣ ହୋଇଯିବୁ । ଯଦି ତୁମେମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରିବ ତେବେ ସିଏ ତୁମକୁ ୨୧ ଜନ୍ମ ପାଇଁ ସମ୍ପତ୍ତି ଦେବେ । ବାବା ପିଲାମାନଙ୍କ ପାଖରେ ସମର୍ପିତ ହେଉଛନ୍ତି । ପିଲାମାନେ କହୁଛନ୍ତି ବାବା ଏହି ଶରୀର-ମନ-ଧନ ସବୁ କିଛି ଆପଣଙ୍କର ଅଟେ । ଆପଣ ଆମର ପିତା ଅଟନ୍ତି ଓ ସନ୍ତାନ ମଧ୍ୟ ଅଟନ୍ତି । ତ୍ୱମେବ ମାତାଶ୍ଚ ପିତା ତ୍ୱମେବ । ଏକମାତ୍ର ବାବାଙ୍କର ହିଁ ମହିମା କେତେ ଶ୍ରେଷ୍ଠ ଅଟେ । ଦୁନିଆରେ ଏହି ସବୁ କଥାକୁ କେହି ଜାଣିନାହାଁନ୍ତି । ଏସବୁ ଭାରତର ହିଁ କଥା । ତୁମ୍ଭେମାନେ ଜାଣିଛ ଯେ ଏହା ସେହି ୫ ହଜାର ବର୍ଷ ପୂର୍ବର ଲଢେଇ । ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି । ତେଣୁ ପିଲାମାନେ ସର୍ବଦା ବହୁତ ଖୁସିରେ ରହିବା ଉଚିତ୍ । ଭଗବାନ ତୁମକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ତେବେ ତୁମ୍ଭେମାନେ ବହୁତ ଖୁସି ହେବା ଆବଶ୍ୟକ । ପୁଣି ତୁମମାନଙ୍କର ବାବା ଶୃଙ୍ଗାର କରୁଛନ୍ତି । ପାଠ ମଧ୍ୟ ପଢାଉଛନ୍ତି - ବେହଦର ବାବା, ଜ୍ଞାନର ସାଗର ଅଟନ୍ତି । ବାବା ସମସ୍ତଙ୍କୁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି । ଯେଉଁମାନେ ବାବାଙ୍କୁ ହିଁ ଜାଣିନାହାଁନ୍ତି, ସେମାନେ ହେଉଛନ୍ତି ନାସ୍ତିକ । ତୁମ୍ଭେମାନେ ବାବା ଏବଂ ତାଙ୍କର ରଚନାକୁ ଜାଣିଛ, ତେଣୁ ତୁମେ ଆସ୍ତିକ ଅଟ । ଲକ୍ଷ୍ମୀ-ନାରାୟଣ ଆସ୍ତିକ ଅଟନ୍ତି ନା ନାସ୍ତିକ? ତୁମେ କଣ କହିବ? ତୁମେମାନେ ନିଜେ କହୁଛ ଯେ ସତ୍ୟଯୁଗରେ ପରମାତ୍ମାଙ୍କୁ କେହି ସ୍ମରଣ କରିନଥାନ୍ତି । ସେଠାରେ ସୁଖ ରହିଛି, ତେବେ ସୁଖରେ ପରମାତ୍ମାଙ୍କୁ ସ୍ମରଣ କରିନଥାନ୍ତି, କାହିଁକି ନା ପରମାତ୍ମାଙ୍କୁ ଜାଣିନଥାନ୍ତି । ବର୍ତ୍ତମାନ ସମୟରେ ତୁମେମାନେ ଆସ୍ତିକ ହୋଇ ବାବାଙ୍କଠାରୁ ସମ୍ପତ୍ତି ପାଉଛ । ପୁଣି ସେଠାରେ ବାବାଙ୍କୁ ହିଁ ମନେ ପକାଇବ ନାହିଁ । ଏଠାରେ ମନେ ପକାଉଛନ୍ତି, କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି, ସେଥିପାଇଁ ନାସ୍ତିକ କୁହାଯାଉଛି । ସେଠାରେ ବାବାଙ୍କୁ ଜାଣି ନଥାନ୍ତି, ତେବେ ସ୍ମରଣ ମଧ୍ୟ କରିନଥାନ୍ତି । ସେମାନଙ୍କୁ ଏହି କଥା ଜଣା ନଥିବ ଯେ ଏହି ସମ୍ପତ୍ତି ଆମକୁ ଶିବବାବାଙ୍କଠାରୁ ମିଳିଛି । କିନ୍ତୁ ସେମାନଙ୍କୁ ନାସ୍ତିକ କୁହାଯିବ ନାହିଁ କାରଣ ସେମାନେ ପବିତ୍ର ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତକୁ ପାଳନ କରିବା ପାଇଁ ପୂରା-ପୂରା ସାହସ ରଖିବାକୁ ହେବ । କୌଣସି କଥାରେ ଭୟ କରିବାର ନାହିଁ ବା ବିରକ୍ତ ହେବାର ନାହିଁ ।

(୨) ନିଜର ରଚନାଙ୍କୁ ଅର୍ଥାତ୍ ପିଲାମାନଙ୍କୁ ନିଜ ହାତରେ ରଖିବାକୁ ହେବ । ସେମାନଙ୍କୁ ବିକାରଠାରୁ ଦୂରେଇ ରଖିବାକୁ ହେବ । ପବିତ୍ର ହେବାର ପରାମର୍ଶ ଦେବାକୁ ହେବ ।

ବରଦାନ:-
ଶରୀରକୁ ଈଶ୍ୱରୀୟ ସେବା କରିବା ପାଇଁ ଅମାନତ ଅର୍ଥାତ୍ ଈଶ୍ୱରଙ୍କର ସମ୍ପତ୍ତି ମନେ କରି କାର୍ଯ୍ୟରେ ଲଗାଉଥିବା ନଷ୍ଟୋମୋହା ହୁଅ ।

ଯେପରି ଅନ୍ୟ କାହାର ବସ୍ତ୍ର ଉପରେ କୌଣସି ନିଜର ପଣିଆ ନଥାଏ କିମ୍ବା ମମତ୍ୱ ନଥାଏ, ସେହିପରି ଏହି ଶରୀର ମଧ୍ୟ ଈଶ୍ୱରଙ୍କର ଅମାନତ ଅଟେ, ଯାହାକି ଈଶ୍ୱରୀୟ ସେବା କରିବା ପାଇଁ ହିଁ ମିଳିଛି । ଏହି ଅମାନତ ଆମକୁ ଆତ୍ମିକ ପିତା ପରମାତ୍ମା ହିଁ ଦେଇଛନ୍ତି । ତେଣୁ ଏହିଭଳି ମନେ କରିବା ଦ୍ୱାରା ନିଶ୍ଚିତ ଭାବରେ ସେହି ଆତ୍ମିକ ପିତାଙ୍କର ସ୍ମୃତି ରହିବ । ଅମାନତ ମନେ କରିବା ଦ୍ୱାରା ନିଜ ଭିତରେ ରୁହାନିୟତ ଆସିବ ଅର୍ଥାତ୍ ଆତ୍ମ-ଅଭିମାନ ଜାଗ୍ରତ ହେବ, ନିଜର ପଣିଆର ମମତ୍ୱ ରହିବ ନାହିଁ । ଏହା ହିଁ ହେଉଛି ନଷ୍ଟୋମୋହା, ନିରନ୍ତର ଯୋଗୀ ହେବାର ସହଜ ଉପାୟ ।

ସ୍ଲୋଗାନ:-
ଯଦି ବାନପ୍ରସ୍ଥି ସ୍ଥିତିକୁ ଅର୍ଥାତ୍ ବାଣୀଠାରୁ ଉର୍ଦ୍ଧ୍ୱ ସ୍ଥିତିକୁ ଯିବାକୁ ଚାହୁଁଛ ତେବେ ନିଜର ଦୃଷ୍ଟି ଏବଂ ବୃତ୍ତିରେ ମଧ୍ୟ ପବିତ୍ରତା ପ୍ରତି ବିଶେଷ ଧ୍ୟାନ ଦିଅ ।