12.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଏବେ ଶିକ୍ଷକ ହୋଇ ସମସ୍ତଙ୍କୁ ମନ ବଶୀକରଣ ମନ୍ତ୍ର ଶୁଣାଇବାକୁ ହେବ, ଏହା ତୁମମାନଙ୍କର କର୍ତ୍ତବ୍ୟ ଅଟେ ।
 

ପ୍ରଶ୍ନ:-
ବାବା କେଉଁ ସନ୍ତାନମାନଙ୍କର କିଛି ବି ସ୍ୱୀକାର କରନ୍ତି ନାହିଁ ?

ଉତ୍ତର:-
ଯାହାଙ୍କ ଭିତରେ ଅହଂକାର ଥାଏ ଯେ ମୁଁ ଏତେ ଦେଉଛି; ମୁଁ ଏତିକି ସାହାଯ୍ୟ କରିପାରିବି, ବାବା ସେମାନଙ୍କର କିଛି ବି ସ୍ୱୀକାର କରନ୍ତି ନାହିଁ! ବାବା କହୁଛନ୍ତି ମୋ ହାତରେ ଚାବି ଅଛି, ଇଚ୍ଛା କଲେ ମୁଁ କାହାକୁ ଗରୀବ କରିପାରିବି କିମ୍ବା ସାହୁକାର କରିପାରିବି! ଏହି ରହସ୍ୟ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେଉଁମାନଙ୍କର ଆଜି ଧନବାନ ହେବାର ଗର୍ବ ରହିଛି ସେମାନେ କାଲି ଗରୀବ ହୋଇଯିବେ ଏବଂ ଗରୀବ ସନ୍ତାନମାନେ ବାବାଙ୍କ କାର୍ଯ୍ୟରେ ନିଜର ଗୋଟିଏ, ଗୋଟିଏ ପଇସା ସଫଳ କରି ଧନବାନ ହୋଇଯିବେ ।

ଓମ୍ ଶାନ୍ତି ।
ଏହା ତ ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ବାବା ଆସିଛନ୍ତି ଆମକୁ ନୂଆ ଦୁନିଆର ସମ୍ପତ୍ତି ଦେବା ପାଇଁ । ପିଲାମାନଙ୍କର ମଧ୍ୟ ଏହି ନିଶ୍ଚୟ ପକ୍କା ରହିଛି ଯେ ଯେତେ ଆମେ ବାବାଙ୍କୁ ସ୍ମରଣ କରିବା ସେତେ ପବିତ୍ର ହେବା । ଯେତେ ଆମେ ଭଲ ଶିକ୍ଷକ ହେବା ସେତେ ଉଚ୍ଚପଦ ପାଇବା । ବାବା ତୁମକୁ ଶିକ୍ଷକ ରୂପରେ ପଢ଼ାଇବା ଶିଖାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ଶିଖାଇବାକୁ ହେବ । ତୁମେ ଶିକ୍ଷାଦାତା ଶିକ୍ଷକ ନିଶ୍ଚୟ ହେଉଛ ବାକି ତୁମେ କାହାର ଗୁରୁ ହୋଇପାରିବ ନାହିଁ, କେବଳ ଶିକ୍ଷକ ହୋଇ ପାରିବ । ଗୁରୁ ତ ଏକମାତ୍ର ସଦଗୁରୁ ହିଁ ଅଟନ୍ତି, ସେ ହିଁ ଶିଖାଉଛନ୍ତି । ସମସ୍ତଙ୍କର ସତଗୁରୁ ଜଣେ ହିଁ ଅଟନ୍ତି । ସେ ଆମକୁ ତାଙ୍କ ଭଳି ଶିକ୍ଷକ କରୁଛନ୍ତି । ତୁମେ ସମସ୍ତଙ୍କୁ ଶିକ୍ଷା ଦେଇ ମନମନାଭବର ରାସ୍ତା ବତାଉଛ । ବାବା ତୁମକୁ ଏହି କର୍ତ୍ତବ୍ୟ କରିବାକୁ ଦେଇଛନ୍ତି ଯେ ମୋତେ ମନେପକାଅ ଏବଂ ଅନ୍ୟମାନଙ୍କର ଶିକ୍ଷକ ମଧ୍ୟ ହୁଅ । ତୁମେ ଯଦି କାହାକୁ ବାବାଙ୍କ ପରିଚୟ ଦେଲ ତେବେ ତାଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ ବାବାଙ୍କୁ ୟାଦ କରିବା । ଶିକ୍ଷକ ରୂପରେ ସୃଷ୍ଟି ଚକ୍ରର ଜ୍ଞାନ ଦେବାକୁ ପଡ଼ୁଛି । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ । ବାବାଙ୍କ ୟାଦ ଦ୍ୱାରା ହିଁ ପାପ କଟିଯିବ । ପିଲାମାନେ ଜାଣିଛନ୍ତି ଯେ ଆମେ ହେଉଛୁ ପାପ ଆତ୍ମା, ସେଥିପାଇଁ ବାବା ସମସ୍ତଙ୍କୁ କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ପାପ କଟିଯିବ । ବାବା ହିଁ ପତିତ-ପାବନ ଅଟନ୍ତି । ଉପାୟ ବତାଉଛନ୍ତି ମଧୁର ସନ୍ତାନମାନେ, ତୁମର ଆତ୍ମା ପତିତ ହୋଇଯାଇଛି, ଯେଉଁ କାରଣରୁ ଶରୀର ମଧ୍ୟ ପତିତ ହୋଇଯାଇଛି । ପ୍ରଥମେ ତୁମେ ପବିତ୍ର ଥିଲ, ଏବେ ତୁମେ ଅପବିତ୍ର ହୋଇଯାଇଛ । ବାବା ପତିତରୁ ପବିତ୍ର ହେବାର ବହୁତ ସହଜ ଉପାୟ ବତାଉଛନ୍ତି । ବାବାଙ୍କୁ ୟାଦ କଲେ ତୁମେ ପବିତ୍ର ହୋଇଯିବ । ଉଠିବା, ବସିବା, ଚାଲିବା ସମୟରେ ବାବାଙ୍କୁ ୟାଦ କର । ଲୋକମାନେ ଗଙ୍ଗା ସ୍ନାନ କରୁଥିବାରୁ ଗଙ୍ଗାକୁ ମନେପକାଇଥାନ୍ତି । ଭାବୁଛନ୍ତି ଗଙ୍ଗା ପତିତପାବନୀ ଅଟେ । ଗଙ୍ଗାରେ ସ୍ନାନ କରି ପବିତ୍ର ହୋଇଯିବୁ । କିନ୍ତୁ ବାବା କହୁଛନ୍ତି ଏହା ଦ୍ୱାରା କେହି ବି ପବିତ୍ର ହୋଇପାରିବେ ନାହିଁ । ପାଣି ଦ୍ୱାରା କିପରି ପବିତ୍ର ହେବେ । ବାବା କହୁଛନ୍ତି ମୁଁ ହେଉଛି ପତିତ-ପାବନ । ହେ ସନ୍ତାନମାନେ, ଦେହ ସହିତ ଦେହର ସବୁ ଧର୍ମ ଛାଡ଼ି ମୋତେ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ହୋଇ ନିଜର ଘର ମୁକ୍ତିଧାମ ଚାଲିଯିବ । ସାରା କଳ୍ପ ଘରକୁ ଭୁଲିଯାଇଥିଲ । ପୁରା କଳ୍ପରେ ବାବାଙ୍କୁ କେହି ମଧ୍ୟ ଜାଣିଥାନ୍ତି । ଏହି ମୁଖ ଦ୍ୱାରା ଥରେ ମାତ୍ର ବାବା ନିଜେ ଆସି ନିଜର ପରିଚୟ ଦେଉଛନ୍ତି । ଏହି ମୁଖର କେତେ ମହିମା ରହିଛି । ଗୌମୁଖ କହୁଛନ୍ତି ନା । ଗାଈ ତ ହେଉଛି ପଶୁ, ବାସ୍ତବରେ ଏହା ହେଉଛି ମନୁଷ୍ୟର କଥା ।

ତୁମେ ଜାଣିଛ ଇଏ ବ୍ରହ୍ମା ହେଉଛନ୍ତି ବଡ଼ ମାତା । ଯେଉଁ ମାତା ଦ୍ୱାରା ଶିବବାବା ତୁମ ସନ୍ତାନଙ୍କୁ ପୋଷ୍ୟ କରୁଛନ୍ତି । ତୁମେ ଏବେ ବାବା-ବାବା କହିବାରେ ଲାଗିଛ । ବାବା ମଧ୍ୟ କହୁଛନ୍ତି ଏହି ୟାଦର ଯାତ୍ରା ଦ୍ୱାରା ତୁମର ପାପ କଟିବ । ପିଲାକୁ ନିଜର ବାପା କଥା ମନେ ପଡ଼ିଥାଏ ନା । ତାଙ୍କର ଚେହେରା ଆଦି ମନରେ ରହିଯାଏ । ତୁମେ ସନ୍ତାନମାନେ ଜାଣିଛ ଯେପରି ଆମେ ଆତ୍ମା ସେହିପରି ସେ ପରମାତ୍ମା ଅଟନ୍ତି । ରୂପରେ ଆଉ କୌଣସି ଫରକ ନାହିଁ । ଶରୀରର ସମ୍ବନ୍ଧରେ ଚେହେରା ଆଦି ଅଲଗା ହୋଇଥାଏ, ବାକି ଆତ୍ମା ତ ଏକାପରି ହିଁ ଅଟେ । ଯେପରି ଆମେ ଆତ୍ମା ଅଟୁ, ସେହିପରି ବାବା ମଧ୍ୟ ପରମାତ୍ମା ଅଟନ୍ତି । ତୁମେ ଜାଣିଛ ବାବା ପରମଧାମରେ ରୁହନ୍ତି, ଆମେ ଆତ୍ମାମାନେ ମଧ୍ୟ ପରମଧାମରେ ରହୁଥିଲୁ । ବାବାଙ୍କ ଆତ୍ମା ଏବଂ ଆମ ଆତ୍ମା ମଧ୍ୟରେ ଆଉ କୌଣସି ଫରକ ନାହିଁ । ବାବା ଯେପରି ବିନ୍ଦୁ ଅଟନ୍ତି ସେହିପରି ଆମେ ମଧ୍ୟ ବିନ୍ଦୁ ଅଟୁ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମକୁ ହିଁ ବାବା ବତାଇଛନ୍ତି । ବାବାଙ୍କ ବିଷୟରେ ମଧ୍ୟ କଣ କଣ ସବୁ କହିଦେଉଛନ୍ତି । ସର୍ବବ୍ୟାପୀ ଅଟନ୍ତି, ପଥର ଗୋଡ଼ି ଭିତରେ ଅଛନ୍ତି, ଯାହାକୁ ଯାହା ଆସୁଛି କହିଦେଉଛନ୍ତି । ଡ୍ରାମାଅନୁସାରେ ଭକ୍ତିମାର୍ଗରେ ବାବାଙ୍କ ନାମ, ରୂପ, ଦେଶ, କାଳକୁ ଭୁଲି ଯାଇଛନ୍ତି । ତୁମେ ମଧ୍ୟ ଭୁଲିଯାଉଛ । ଆତ୍ମା ନିଜର ପିତାକୁ ଭୁଲିଯାଉଛି । ପିଲା ଯଦି ବାପକୁ ଭୁଲିଗଲା ତେବେ ବାକି କଣ ଜାଣିବ ଅର୍ଥାତ୍ ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ଅନାଥ ହୋଇପଡ଼ିଛନ୍ତି । ବାପାକୁ ମନେପକାଉନାହାଁନ୍ତି । ପିତାଙ୍କର ଅଭିନୟକୁ ମଧ୍ୟ ଜାଣିନାହାଁନ୍ତି । ନିଜକୁ ମଧ୍ୟ ଭୁଲିଯାଉଛନ୍ତି । ତୁମେ ଭଲ ଭାବରେ ଜାଣିଛ, ବାସ୍ତବରେ ଆମେ ଭୁଲି ଯାଇଥିଲୁ । ଆମେ ପୂର୍ବରୁ ଏହିଭଳି ଦେବୀ-ଦେବତା ଥିଲୁ । ଏବେ ଜୀବଜନ୍ତୁଠାରୁ ମଧ୍ୟ ହୀନ ହୋଇଗଲୁଣି । ମୁଖ୍ୟ କଥା ହେଲା ଆମେ ନିଜର ଆତ୍ମାକୁ ହିଁ ଭୁଲିଯାଇଛୁ । ଏବେ ହୃଦୟଙ୍ଗମ କିଏ କରାଇବ । କୌଣସି ଜୀବଆତ୍ମା ଏକଥା ଜାଣିନଥିବେ ଯେ ଆତ୍ମା କଣ, କିପରି ସମସ୍ତ ପାର୍ଟ ବଜାଉଛୁ ? ଆମେ ସମସ୍ତେ ଭାଇ, ଭାଇ ଅଟୁ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ବର୍ତ୍ତମାନ ସମଗ୍ର ସୃଷ୍ଟି ହିଁ ତମୋପ୍ରଧାନ ହୋଇଗଲାଣି । ଜ୍ଞାନ ନାହିଁ । ତୁମ ପାଖରେ ଏବେ ଜ୍ଞାନ ଅଛି, ବୁଦ୍ଧିରେ ଆସୁଛି ଆମେ ଆତ୍ମା ଏତେ ସମୟ ନିଜର ପିତାଙ୍କର ଗ୍ଲାନି କରିଆସିଛୁ । ଗ୍ଲାନି କରିବା ଦ୍ୱାରା ବାବାଙ୍କଠାରୁ ଦୂର ହୋଇଯାଇଛୁ । ଡ୍ରାମାର ପ୍ଲାନ ଅନୁସାରେ ସିଡ଼ି ତଳକୁ ଓହ୍ଲାଇ ଚାଲିଛନ୍ତି । ମୂଳ କଥା ହେଉଛି ବାବାଙ୍କୁ ୟାଦ କରିବା । ବାବା ଆଉ କୌଣସି କଷ୍ଟ ଦେଉନାହାଁନ୍ତି । ପିଲାମାନଙ୍କୁ କେବଳ ବାବାଙ୍କୁ ୟାଦ କରିବାର କଷ୍ଟ ଦେଉଛନ୍ତି । ବାପ କଣ କେବେ ପିଲାଙ୍କୁ କଷ୍ଟ ଦେଇପାରିବେ! ଏହା ତ ନିୟମ କହୁନାହିଁ । ବାବା କହୁଛନ୍ତି ମୁଁ କୌଣସି କଷ୍ଟ ଦେଉନାହିଁ । କୌଣସି ପିଲା କିଛି ପ୍ରଶ୍ନ ଆଦି ପରାରିଲେ ମୁଁ କହୁଛି, ଏହି କଥାରେ ସମୟ ନଷ୍ଟ କାହିଁକି କରୁଛ ? ବାବାଙ୍କୁ ମନେପକାଅ । ମୁଁ କେବଳ ଆସିଛି ତୁମକୁ ସାଥିରେ ନେଇଯିବା ପାଇଁ ସେଥିପାଇଁ ତୁମକୁ ୟାଦର ଯାତ୍ରା ଦ୍ୱାରା ପବିତ୍ର ହେବାକୁ ପଡ଼ିବ । ବାସ୍ ମୁଁ ହିଁ ତୁମର ପତିତପାବନ ପିତା ଅଟେ । ବାବା ଉପାୟ ବତାଉଛନ୍ତି ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ବାବାଙ୍କୁ ୟାଦ କରିବାକୁ ହେବ । ୮୪ ଜନ୍ମର ଚକ୍ରର ରହସ୍ୟ ମଧ୍ୟ ବାବା ବୁଝାଇ ଦେଇଛନ୍ତି । ଏବେ ନିଜକୁ ଯାଞ୍ଚ କରିବାକୁ ହେବ କେତେ ଦୂର ଆମେ ବାବାଙ୍କୁ ୟାଦ କରୁଛୁ । ବାସ୍ ଆଉ କୌଣସି ବିଚାର କରିବା ଅନୁଚିତ୍ । ଏହା ତ ବହୁତ ସହଜ ଅଟେ । ବାବାଙ୍କୁ ୟାଦ କରିବାକୁ ହେବ । ପିଲା ଟିକେ ବଡ଼ ହେଲେ ସ୍ୱତଃ ମାତା, ପିତାଙ୍କୁ ମନେ ପକାଇଥାଏ । ତୁମେ ମଧ୍ୟ ଭାବ ଆମେ ଆତ୍ମା ବାବାଙ୍କର ସନ୍ତାନ, କଷ୍ଟ କରି ୟାଦ କାହିଁକି କରିବାକୁ ପଡ଼ୁଛି! କାହିଁକିନା ଆମ ଉପରେ ଯେଉଁ ପାପ ଚଢ଼ି ରହିଛି, ତାହା ଏହି ୟାଦ ଦ୍ୱାରା ହିଁ ଭସ୍ମ ହେବ । ସେଥିପାଇଁ ଗାୟନ ମଧ୍ୟ ରହିଛି ଏକ ସେକେଣ୍ଡରେ ଜୀବନମୁକ୍ତି । ଜୀବନମୁକ୍ତିର ଆଧାର ପାଠପଢ଼ା ଉପରେ ନିର୍ଭର କରେ ଏବଂ ମୁକ୍ତିର ଆଧାର ୟାଦ ଉପରେ ରହିଛି । ଯେତେ ତୁମେ ବାବାଙ୍କୁ ୟାଦ କରିବ ଏବଂ ପାଠପଢ଼ା ପ୍ରତି ଧ୍ୟାନ ଦେବ ସେତେ ଉଚ୍ଚ ନମ୍ବରରେ ପଦ ପାଇବ । ନିଜର କାମଧନ୍ଦା ମଧ୍ୟ କର, ବାବା କୌଣସି ମନା କରୁନାହାଁନ୍ତି । ଧନ୍ଦା ଆଦି ଯାହା ତୁମେ କରୁଛ ତାହା ତୁମର ଦିନ ରାତି ମନେ ରହୁଛି ନା । ତେଣୁ ଏବେ ବାବା ଏହି ରୁହାନୀ ଧନ୍ଦା ଦେଉଛନ୍ତି କି ନିଜକୁ ଆତ୍ମା ଭାବି ମୋତେ ମନେପକାଅ ଏବଂ ୮୪ର ଚକ୍ରକୁ ୟାଦ କର । ମୋତେ ୟାଦ କରିବା ଦ୍ୱାରା ହିଁ ତୁମେ ସତ୍ତ୍ୱପ୍ରଧାନ ହେବ । ଏକଥା ମଧ୍ୟ ବୁଝୁଛ ଯେ, ଏବେ ଶରୀର ପୁରୁଣା ହୋଇଯାଇଛି ପୁଣି ସତ୍ତ୍ୱପ୍ରଧାନ ନୂଆ ଶରୀର ମିଳିବ । ନିଜ ବୁଦ୍ଧିରେ ଏହି ସାରାଂଶକୁ ମନେ ରଖିବାକୁ ହେବ, ଯାହା ଦ୍ୱାରା ବହୁତ ଫାଇଦା ହେବ । ଯେପରି ସ୍କୁଲରେ ବହୁତ ବିଷୟ ଥିଲେ ମଧ୍ୟ ଇଂରାଜୀରେ ଭଲ ନମ୍ବର ରହିଥାଏ, କାହିଁକିନା ଇଂରାଜୀ ହେଉଛି ମୁଖ୍ୟ ଭାଷା । ପୂର୍ବରୁ ଇଂରେଜମାନଙ୍କର ଶାସନ ଥିଲା ସେଥିପାଇଁ ଏହି ଭାଷା ମଧ୍ୟ ଅଧିକ ପ୍ରଚଳିତ । ଏବେ ମଧ୍ୟ ଭାରତ ବାସୀ ଧାରୁଆ ଅଟନ୍ତି । ଏଠାରେ କେହି କେତେ ବି ଧନବାନ୍ ହୋଇଥାନ୍ତୁ କିନ୍ତୁ ବୁଦ୍ଧିରେ ଏକଥା ଅଛି ଯେ ଆମ ରାଜ୍ୟର ମୁଖ୍ୟମାନେ କରଜଦାର ଅଟନ୍ତି । ଅର୍ଥାତ୍ ଆମେ ଭାରତବାସୀ ଋଣଗ୍ରସ୍ତ ଅଟୁ । ପ୍ରଜା ମଧ୍ୟ ନିଶ୍ଚୟ କହିବ ନା ଆମେ କରଜଦାର ଅଟୁ । ଏକଥା ମଧ୍ୟ ବୁଝିବା ଦରକାର । ଯେତେବେଳେ କି ତୁମେ ରାଜତ୍ତ୍ୱ ସ୍ଥାପନ କରୁଛ । ତୁମେ ଜାଣିଛ ଆମେ ଏହି ସବୁ କରଜରୁ ମୁକ୍ତ ହୋଇ ସାଲବେଣ୍ଟ ଅର୍ଥାତ୍ ଧନବାନ ହେଉଛୁ ପୁଣି ଅଧାକଳ୍ପ ଆମେ କାହାଠାରୁ କରଜ କରିବୁ ନାହିଁ । କରଜଦାର ପତିତ ଦୁନିଆର ମାଲିକ ଅଟନ୍ତି । ଏବେ ମଧ୍ୟ ଆମେ କରଜଦାର ଅଟୁ ଆଉ ପତିତ ଦୁନିଆର ମାଲିକ ମଧ୍ୟ ଅଟୁ । କହୁଛନ୍ତି, ନା ଆମ ଭାରତ ବର୍ତ୍ତମାନ ଏପରି ଅଟେ ।

ତୁମେ ଜାଣିଛ ଆମେ ବହୁତ ସାହୁକାର ଥିଲୁ ପରି ରାଜକୁମାର, ରାଜକୁମାରୀ ଥିଲୁ । ଏକଥା ମନରେ ଅଛି । ଆମେ ଏପରି ବିଶ୍ୱର ମାଲିକ୍ ଥିଲୁ । ଏବେ ବିଲକୁଲ୍ କରଜଦାର ଏବଂ ପତିତ ହୋଇପଡ଼ିଛୁ । ଏହି ଖେଳର ଫଳାଫଳ ବାବା ବତାଉଛନ୍ତି । ଫଳାଫଳ କଣ ହେଲା । ଏହା ତୁମ ପିଲାମାନଙ୍କର ସ୍ମୃତି ଆସୁଛି । ସତ୍ୟଯୁଗରେ ଆମେ କେତେ ସାହୁକାର ଥିଲୁ, କିଏ ତୁମକୁ ସାହୁକାର କରାଇଥିଲେ ? ପିଲାମାନେ କହୁଛନ୍ତି ବାବା, ଆପଣ ଆମକୁ କେତେ ସାହୁକାର କରାଇଥିଲେ । ଏକମାତ୍ର ବାବା ହିଁ ସାହୁକାର କରିଥାନ୍ତି । ଦୁନିଆ ଏହି କଥାକୁ କିଛି ଜାଣିନାହିଁ । ଲକ୍ଷ ଲକ୍ଷ ବର୍ଷ କହିଦେବାରୁ ସବୁ ଭୁଲିଯାଇଛନ୍ତି, କିଛି ହେଲେ ଜାଣିନାହାଁନ୍ତି । ତୁମେ ଏବେ ସବୁ କିଛି ଜାଣିଗଲଣି । ଆମେ ପଦମାପଦମ ସାହୁକାର ଥିଲୁ । ବହୁତ ପବିତ୍ର, ସୁଖୀ ଥିଲୁ । ସେଠାରେ ମିଛ ପାପ ଆଦି କିଛି ନଥାଏ । ସମଗ୍ର ବିଶ୍ୱ ଉପରେ ତୁମେ ବିଜୟୀ ଥିଲ । ଗାୟନ ମଧ୍ୟ ରହିଛି ଯେ ଶିବବାବା ଆପଣ ଯାହା ଦେଉଛନ୍ତି ତାହା କେହି ଦେଇପାରିବେ ନାହିଁ । ଅନ୍ୟ କାହାର ଶକ୍ତି ନାହିଁ ଯେ ଅଧାକଳ୍ପ ପାଇଁ ସୁଖ ଦେଇପାରିବେ । ବାବା କହୁଛନ୍ତି ଭକ୍ତିମାର୍ଗରେ ମଧ୍ୟ ତୁମକୁ ବହୁତ ସୁଖ ଅସରନ୍ତି ଧନ ରହିଥିଲା । କେତେ ହୀରା ଲୀଳା ଥିଲା ଯାହା ପୁଣି ପରବର୍ତ୍ତୀ ସମୟର ଲୋକମାନଙ୍କ ହାତକୁ ଆସୁଛି । ଏବେ ତ ସେହି ଜିନିଷ ସବୁ ଦେଖିବାକୁ ମଧ୍ୟ ମିଳୁନାହିଁ । ତୁମେ ଫରକ ଦେଖୁଛ ନା । ତୁମେ ହିଁ ପୂଜ୍ୟ ଦେବୀ, ଦେବତା ଥିଲ ପୁଣି ତୁମେ ହିଁ ପୂଜାରୀ ହେଉଛ । ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ । ବାବା କୌଣସି ପୂଜାରୀ, ହେଉନାହାଁନ୍ତି କିନ୍ତୁ ପୂଜାରୀମାନଙ୍କ ଦୁନିଆକୁ ଆସୁଛନ୍ତି ନା । ବାବା ତ ସଦା ପୂଜ୍ୟ ଅଟନ୍ତି । ବାବା କେବେ ପୂଜାରୀ ହେଉନାହାଁନ୍ତି, ତାଙ୍କର ଧନ୍ଦା ହେଉଛି ପୂଜାରୀରୁ ପୂଜ୍ୟ କରିବା । ରାବଣର କାମ ହେଉଛି ତୁମକୁ ପୂଜାରୀ କରିବା । ଏକଥା ଦୁନିଆରେ କାହାକୁ ଜଣାନାହିଁ । ତୁମେ ମଧ୍ୟ ଭୁଲିଯାଇଥିଲ । ପ୍ରତ୍ୟହ ବାବା ବୁଝାଉଛନ୍ତି । ବାବାଙ୍କ ହାତରେ ଅଛି ଇଚ୍ଛା କଲେ କାହାକୁ ସାହୁକାର କରିପାରିବେ କାହାକୁ ଗରୀବ କରିପାରିବେ । ବାବା କହୁଛନ୍ତି ଯିଏ ସାହୁକାର ଅଛନ୍ତି ତାଙ୍କୁ ଗରୀବ ନିଶ୍ଚୟ ହେବାକୁ ପଡ଼ିବ, ହେବେ ମଧ୍ୟ । ତାଙ୍କର ଏହିପରି ପାର୍ଟ ରହିଛି । ସେମାନେ କେବେ ଏଠାରେ ରହିପାରିବେ ନାହିଁ । ଧନବାନଙ୍କର ବହୁତ ଅହଂକାର ରହିଥାଏ ନା, ମୁଁ ଅମୁକ ଅଟେ, ଏସବୁ ମୋ ପାଖରେ ଅଛି । ଗର୍ବ ଭାଙ୍ଗିବା ପାଇଁ ବାବା କହୁଛନ୍ତି ଏମାନେ ଦେବାକୁ ଆସିଲେ ବାବା କହିବେ ଦରକାର ନାହିଁ । ଏସବୁ ତୁମେ ନିଜ ପାଖରେ ରଖ । ଆବଶ୍ୟକ ହେଲେ ନେବୁ କାହିଁକି ନା ଦେଖନ୍ତି ଏ ଆତ୍ମା କୌଣସି କାମର ନୁହେଁ, ନିଜ ମଧ୍ୟରେ ଗର୍ବ ରହିଛି । ତେଣୁ ନେବା ଅଥବା ନ ନେବା ଏସବୁ ବାବାଙ୍କ ହାତରେ ଅଛି ନା । ବାବା ପଇସା କଣ କରିବେ, ଦରକାର ନାହିଁ । ଏସବୁ ଘର ତ ତୁମ ପାଇଁ ତିଆରି ହେଉଛି, ତୁମକୁ ତ ଆସି ବାବାଙ୍କୁ ଦେଖା କରି ପୁଣି ନିଜ ସେବାସ୍ଥାନକୁ ଫେରିଯିବାର ଅଛି । ସର୍ବଦା ତ ରହିବାର ନାହିଁ । ପଇସାର କଣ ଦରକାର । ଏଠାରେ କୌଣସି ସେନାବାହିନୀ ଅଥବା ତୋପ ଆଦିର ତ ଆବଶ୍ୟକତା ନାହିଁ । ତୁମେ ବିଶ୍ୱର ମାଲିକ ହେଉଛ । ତୁମେ ଏବେ ଯୁଦ୍ଧ ଭୂମିରେ ଅଛ, ବାବାଙ୍କୁ ୟାଦ କରିବା ବିନା ତୁମେ ଆଉ କିଛି ହେଲେ କରୁନାହଁ । ବାବା ନିର୍ଦ୍ଦେଶ ଦେଉଛନ୍ତି ମୋତେ ୟାଦ କଲେ ଯାଇ ଏତେ ଶକ୍ତି ମିଳିବ । ତୁମର ଏହି ଧର୍ମ ବହୁତ ସୁଖଦାୟୀ ଅଟେ । ବାବା ହେଉଛନ୍ତି ସର୍ବଶକ୍ତିମାନ୍ । ତୁମେ ତାଙ୍କର ସନ୍ତାନ ହୋଇଛ । ୟାଦର ଯାତ୍ରା ଉପରେ ହିଁ ସବୁ ନିର୍ଭର କରୁଛି । ଏଠାରେ ତୁମେ ଶୁଣୁଛ ପୁଣି ତା ଉପରେ ମନ୍ଥନ ଚାଲୁଛି । ଯେପରି ଗାଈ ଖାଦ୍ୟ ଖାଇ ପୁଣି ପାକୁଳି କରିଥାଏ । ତାର ପାଟି ସବୁବେଳେ ଚାଲୁଥାଏ । ତୁମକୁ ମଧ୍ୟ କହୁଛନ୍ତି ଜ୍ଞାନର କଥା ଉପରେ ଖୁବ୍ ବିଚାର କର । ବାବାଙ୍କୁ ଆମେ କଣ ପଚାରିବା । ବାବା ତ କହୁଛନ୍ତି ମନମନାଭବ, ଯାହା ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହେଉଛ, ଏହି ଲକ୍ଷ୍ୟ ସମ୍ମୁଖରେ ରହିଛି ।

ତୁମେ ଜାଣିଛ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ହେବାକୁ ପଡ଼ିବ । ଏହା ସ୍ୱତଃ ପ୍ରବୃତ୍ତ ଭାବରେ ମନ ଭିତରେ ରହିବା ଦରକାର । କାହାର ଗ୍ଲାନି କରନାହିଁ ଅଥବା ପାପକର୍ମ ଆଦି କିଛି ବି ନ ହେଉ । ତୁମକୁ କୌଣସି ଓଲଟା କର୍ମ କରିବା ଅନୁଚିତ୍ । ଦେବୀ-ଦେବତାମାନେ ହେଉଛନ୍ତି ନମ୍ବରୱାନ । ପୁରୁଷାର୍ଥ ଦ୍ୱାରା ଏତେ ଉଚ୍ଚପଦ ପାଇଛନ୍ତି ନା । ତାଙ୍କ ନିମନ୍ତେ ଗାୟନ କରାଯାଏ ଅହିଂସା ପରମୋ ଦେବୀ-ଦେବତା ଧର୍ମ । କାହାକୁ ମାରିବା ଏହା ହିଂସା ହେଲା ନା । ବାବା ବୁଝାଉଥିବାରୁ ପିଲାମାନେ ମଧ୍ୟ ନିଜକୁ ଅନ୍ତର୍ମୁଖୀ ହୋଇ ଦେଖିବା ଉଚିତ୍, ଆମର ସ୍ମୃତି କିପରି ? ବାବାଙ୍କୁ ଆମେ ୟାଦ କରୁଛୁ ? କେତେ ସମୟ ୟାଦ କରୁଛୁ ? ମନ ଏତେ ଲାଗିରହୁ ଯେ ବାବାଙ୍କ ସ୍ମୃତି କେବେ ବିସ୍ମୃତି ନହେଉ । ଏବେ ବେହଦର ବାବା କହୁଛନ୍ତି ତୁମେ ଆତ୍ମାମାନେ ମୋର ସନ୍ତାନ ଅଟ । ତାହା ପୁଣି ଅନାଦି ସନ୍ତାନ ଅଟ । ପ୍ରେମିକ, ପ୍ରେମିକାଙ୍କର ୟାଦ ହେଉଛି ଶାରୀରିକ । ଯେପରି ସାକ୍ଷାତ୍କାର ହୋଇଥାଏ, ପୁଣି ଉଭେଇ ଯାଆନ୍ତି ସେହିପରି ସେମାନେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ସମ୍ମୁଖକୁ ଆସିଯାନ୍ତି । ସେହି ଖୁସୀରେ ହିଁ ସେମାନେ ଖାଉଥାନ୍ତି ପିଉଥାନ୍ତି ୟାଦ କରୁଥାନ୍ତି । ତୁମର ଏହି ୟାଦରେ ତ ବହୁତ ବଳ ଅଛି । ଏକମାତ୍ର ବାବାଙ୍କୁ ୟାଦ କରୁଥାଅ ତେବେ ତୁମକୁ ପୁଣି ନିଜର ଭବିଷ୍ୟ ମଧ୍ୟ ମନେ ପଡ଼ିବ । ବିନାଶର ସାକ୍ଷାତ୍କାର ମଧ୍ୟ ହେବ । ଆଗକୁ ଗଲେ ଜଲ୍ଦି, ଜଲ୍ଦି ବିନାଶର ସାକ୍ଷାତ୍କାର ହେବ । ପୁଣି ତୁମେ କହିପାରିବ ଯେ ଏବେ ବିନାଶ ନିଶ୍ଚିତ ହେବ । ବାବାଙ୍କୁ ମନେପକାଅ । ବାବା ସବୁ କିଛି ତ୍ୟାଗ କରିଦେଲେ ନା । କିଛି ହେଲେ ମନେ ପଡ଼ିବ ନାହିଁ । ଏବେ ଆମେ ନିଜର ରାଜଧାନୀକୁ ଯିବୁ । ନୂଆ ଦୁନିଆକୁ ନିଶ୍ଚୟ ଯିବୁ । ଯୋଗବଳ ଦ୍ୱାରା ସବୁ ପାପକୁ ଭସ୍ମ କରିବାକୁ ପଡ଼ିବ, ଏଥିରେ ହିଁ ବହୁତ ମେହନତ କରିବାକୁ ପଡ଼ିବ । ଘଡ଼ି ଘଡ଼ି ବାବାଙ୍କୁ ଭୁଲିଯାଉଛନ୍ତି କାହିଁକିନା ଏହା ବହୁତ ସୂକ୍ଷ୍ମ ଜିନିଷ । ସର୍ପ ଏବଂ ଭ୍ରମରୀର ଯାହାକିଛି ଉଦାହରଣ ଦେଉଛନ୍ତି, ସେ ସବୁ ବର୍ତ୍ତମାନ ସମୟର କଥା । ଭ୍ରମରୀ ଚମତ୍କାର କରିଥାଏ ନା । ତା ଠାରୁ ତୁମର ଚମତ୍କାର ଅଧିକ । ବାବା ଲେଖୁଛନ୍ତି ନା - ଜ୍ଞାନର ଭୁଁ - ଭୁଁ କରିଚାଲ । ଶେଷରେ ଜାଗ୍ରତ ହୋଇଯିବେ । ଯିବେ କୁଆଡ଼େ । ତୁମ ପାଖକୁ ହିଁ ଆସିବେ, ସମ୍ମିଳିତ ହେବେ । ତୁମର ନାମ ବିଖ୍ୟାତ ହେବ । ଏବେ ତ ତୁମେ ଅଳ୍ପ ସଂଖ୍ୟାରେ ଅଛ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନର ଖୁବ୍ ବିଚାର ସାଗର ମନ୍ଥନ କରିବାକୁ ହେବ । ଯାହା ସବୁ ଶୁଣୁଛ ତାକୁ ଚିନ୍ତନ ମନ୍ଥନ କରିବାକୁ ହେବ । ଅନ୍ତର୍ମୁଖୀ ହୋଇ ନିଜକୁ ଦେଖିବାକୁ ହେବ ଯେ ବାବାଙ୍କ ସହିତ ମୋର ମନପ୍ରାଣ ଏମିତି ଲାଗିଯାଇଛି ଯାହା କେବେ ବି ଭୁଲି ହେବ ନାହିଁ ।

(୨) କୌଣସି ପ୍ରକାରର ପ୍ରଶ୍ନ ଆଦି ପଚାରିବାରେ ନିଜର ସମୟ ନଷ୍ଟ ନକରି ଯୋଗର ଯାତ୍ରା ଦ୍ୱାରା ନିଜକୁ ପବିତ୍ର କରିବାକୁ ହେବ । ଅନ୍ତିମ ସମୟରେ ଏକମାତ୍ର ବାବାଙ୍କର ସ୍ମୃତି ବିନା ଆଉ କୌଣସି ବିଚାର ନଆସୁ ଏହାର ଅଭ୍ୟାସ ଏବେଠାରୁ ହିଁ କରିବାକୁ ହେବ ।

ବରଦାନ:-
ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମାଙ୍କ ସହିତ ସାଥୀ ହୋଇ ରାତିକୁ ଦିନ କରୁଥିବା ଆତ୍ମିକ ଜ୍ଞାନ ତାରକା ହୁଅ ।

ଯେପରି କେହି ତାରାମାନେ ରାତି ସମୟରେ ପ୍ରକଟ ହୋଇଥାନ୍ତି ସେହିଭଳି ତୁମେ ଆତ୍ମିକ ଜ୍ଞାନ ତାରକାମାନେ, ଚମକୁଥିବା ତାରକାମାନେ ଡ୍ରାମାର ରାତି ସମୟରେ ହିଁ ପ୍ରକଟ ହେଉଛ । ସେହି ତାରାମାନେ ରାତିକୁ ଦିନ କରୁନାହାଁନ୍ତି କିନ୍ତୁ ତୁମେମାନେ ଜ୍ଞାନସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମାଙ୍କ ସହିତ ସୀଥୀ ହୋଇ ରାତିକୁ ଦିନ କରୁଛ । ସେମାନେ ହେଲେ ଆକାଶର ତାରା କିନ୍ତୁ ତୁମେମାନେ ହେଉଛ ଧରଣୀର ତାରା । ସେମାନେ ପ୍ରକୃତିର ସତ୍ତା ଅଟନ୍ତି କିନ୍ତୁ ତୁମେମାନେ ପରମାତ୍ମ ତାରକା ଅଟ । ଯେପରି ପ୍ରକୃତିର ତାରାମଣ୍ଡଳରେ ଅନେକ ପ୍ରକାରର ତାରାମାନେ ଚମକୁଥିବାର ଦେଖାଯାଆନ୍ତି, ସେହିଭଳି ତୁମେମାନେ ମଧ୍ୟ ପରମାତ୍ମ ତାରା ମଣ୍ଡଳରେ ଚମକୁଥିବା ଆତ୍ମିକ ତାରା ଅଟ ।

ସ୍ଲୋଗାନ:-
ସେବାର ସୁଯୋଗ ମିଳିବା ଅର୍ଥ ଆଶୀର୍ବାଦ ଦ୍ୱାରା ନିଜର ଅଣ୍ଟି ଭରିବା ।