12.11.23 Avyakt Bapdada Odia Murli 22.03.96 Om Shanti Madhuban
“ବ୍ରାହ୍ମଣ ଜୀବନର
ବ୍ୟକ୍ତିତ୍ୱ ହେଲା ସବୁ ପ୍ରକାରର ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହି ସର୍ବଦା ପ୍ରସନ୍ନଚିତ୍ତ ରହିବା”
ଆଜି ସର୍ବ ପ୍ରାପ୍ତିର
ଦାତା ବାପଦାଦା ନିଜର ସର୍ବ ପ୍ରାପ୍ତି ସ୍ୱରୂପ ପିଲାମାନଙ୍କୁ ଦେଖୁଛନ୍ତି । ବାପଦାଦାଙ୍କ ଦ୍ୱାରା
ପିଲାମାନଙ୍କୁ ପ୍ରାପ୍ତି ତ ଅନେକ ପ୍ରକାରର ମିଳିଛି ଯାହାକୁ ବର୍ଣ୍ଣନା କରିବାକୁ ଗଲେ ବହୁତ
ହୋଇଯିବ କିନ୍ତୁ ଏତେ ଲମ୍ବା ତାଲିକା ଶୁଣାଇବା ପରିବର୍ତ୍ତେ କେବଳ ଏତିକି ବର୍ଣ୍ଣନା କରୁଛ ଯେ
“ଏହି ବ୍ରାହ୍ମଣ ଜୀବନରେ କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ” । ତେବେ ବାପଦାଦା ଦେଖୁଛନ୍ତି ଯେ
ପ୍ରାପ୍ତି ତ ବହୁତ ହୋଇଛି ଯାହାର ଲିଷ୍ଟ ବହୁତ ଲମ୍ବା ଅଟେ, ତେବେ ଯାହା ପାଖରେ ସର୍ବ ପ୍ରାପ୍ତି
ଅଛି ତା’ ଜୀବନରେ ପ୍ରତ୍ୟକ୍ଷ ରୂପରେ କେଉଁ ଲକ୍ଷଣ ଦେଖାଯାଉଥିବ - ତାହା ତ ଜାଣିଛ ନା?
ସର୍ବପ୍ରାପ୍ତିର ଲକ୍ଷଣ ହେଲା - ତାଙ୍କ ମୁଖ ମଣ୍ଡଳରେ ଏବଂ ଚାଲିଚଳନରେ ସର୍ବଦା ପ୍ରସନ୍ନତାର
ବ୍ୟକ୍ତିତ୍ୱ ଦେଖାଯାଉଥିବ । ତେଣୁ ବ୍ୟକ୍ତିର ବ୍ୟକ୍ତିତ୍ୱ ହିଁ ସମସ୍ତଙ୍କୁ ଆକର୍ଷିତ କରିଥାଏ ।
ତେଣୁ ସର୍ବ ପ୍ରାପ୍ତିର ଲକ୍ଷଣ ହେଲା - ପ୍ରସନ୍ନତାର ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱ ଯାହାକୁ
ସନ୍ତୁଷ୍ଟତା ମଧ୍ୟ କୁହାଯାଉଛି । କିନ୍ତୁ ଆଜିକାଲି ପିଲାମାନଙ୍କ ମୁଖମଣ୍ଡଳରେ ଯେଉଁଭଳି ସଦା
ପ୍ରସନ୍ନତାର ଝଲକ ଦେଖାଯିବା କଥା ତାହା ଦେଖାଯାଉନାହିଁ । କେବେ ପ୍ରସନ୍ନଚିତ୍ତ ଏବଂ କେବେ
ପ୍ରଶ୍ନଚିତ୍ତ, ଚେହେରା ଦେଖିବାକୁ ମିଳୁଛି । ଦୁଇ ପ୍ରକାରର ରହିଛି, ଗୋଟିଏ ହେଲା ଟିକିଏ ବି ଯଦି
କୌଣସି ପରିସ୍ଥିତି ଆସିଲା ତେବେ ପ୍ରଶ୍ନଚିତ୍ତ ହୋଇଯିବେ - କାହିଁକି, କ’ଣ, କିପରି, କେବେ....
ଏସବୁ ହେଲା ପ୍ରଶ୍ନଚିତ୍ତର ଲକ୍ଷଣ ଏବଂ ପ୍ରାପ୍ତି ସ୍ୱରୂପ ଆତ୍ମା ସର୍ବଦା ପ୍ରସନ୍ନଚିତ୍ତ
ସ୍ଥିତିରେ ରହିବେ । ତାଙ୍କ ଭିତରେ କେବେ ବି କୌଣସି କଥାରେ ପ୍ରଶ୍ନ ଆସିବ ନାହିଁ କାହିଁକି ନା ସେ
ସର୍ବପ୍ରାପ୍ତିରେ ସମ୍ପନ୍ନ ଅଟନ୍ତି । ତେବେ ଏହି କାହିଁକି, କ’ଣ କିପରି.... ଏଗୁଡିକ ହେଲା ହଲଚଲ୍ର
ଶବ୍ଦ, କିନ୍ତୁ ଯିଏ ସମ୍ପନ୍ନ ହୋଇଥାଏ ତାଙ୍କ ଭିତରେ କେବେ ହଲଚଲ୍ ହୋଇନଥାଏ । ଯିଏ ଖାଲିଥାଏ ତା
ଭିତରେ ହଲଚଲ୍ ହୋଇଥାଏ । ତେଣୁ ନିଜେ ନିଜକୁ ପଚାର ଯେ ମୁଁ ସର୍ବଦା ପ୍ରସନ୍ନଚିତ୍ତ ରହୁଛି ତ?
କେବେ କେବେ ନୁହେଁ ସଦା? ୧୦ ବର୍ଷବାଲା ତ ସର୍ବଦା ପ୍ରସନ୍ନ ରହୁଥିବେ ନା, ନା ନାହିଁ? ହଁ
କହୁନାହାଁନ୍ତି, ଭାବୁଛନ୍ତି । ତେଣୁ ଯଦି ପ୍ରସନ୍ନତାରେ କମୀ ଅଛି ତେବେ ପ୍ରାପ୍ତିରେ କମୀ ଅଛି
ଏବଂ ପ୍ରାପ୍ତି କମ୍ ହେବାର କାରଣ ହେଲା କୌଣସି ନା କୌଣସି ଇଚ୍ଛା ରହିଛି । କେବେ ଇଚ୍ଛାର ମଧ୍ୟ
ମୂଳଦୁଆ ବା ଆଧାର ହେଲା ଈର୍ଷା ଏବଂ ଅପ୍ରାପ୍ତି । ବହୁତ ସୂକ୍ଷ୍ମ ଇଚ୍ଛା ମଧ୍ୟ ଅପ୍ରାପ୍ତି ଆଡକୁ
ଟାଣି ନେଇଥାଏ, ତା’ପରେ ସେମାନେ ରାଜକୀୟ ରୂପରେ ଏହିଭଳି କହିଥାଆନ୍ତି ଯେ ମୋ’ର ଇଚ୍ଛା ତ ନାହିଁ
କିନ୍ତୁ ମିଳିଗଲେ ଭଲ ହୁଅନ୍ତା । କିନ୍ତ ଯେଉଁଠି ଅଳ୍ପକାଳର ଇଚ୍ଛା ରହିଛି ସେଠାରେ ଆଚ୍ଛା
ଅର୍ଥାତ୍ ଭଲ ହୋଇପାରିବ ନାହିଁ । ତେଣୁ ଚେକ୍ କର ଚାହେଁ ଜ୍ଞାନୀ ଜୀବନରେ ମଧ୍ୟ ଜ୍ଞାନର ରାଜକୀୟ
ରୂପର ଇଚ୍ଛା ଅର୍ଥାତ୍ ସୂକ୍ଷ୍ମ ଇଚ୍ଛା, ଚାହେଁ ମୋଟା ରୂପର ଇଚ୍ଛା, ନିଜ ଆଡକୁ ଆକର୍ଷିତ କରୁ
ନାହିଁ ତ କିନ୍ତୁ ଏବେ ଦେଖାଯାଉଛି ଯେ ମୋଟା ମୋଟା ଇଚ୍ଛା ଗୁଡିକ ଏବେ ସମାପ୍ତ ହୋଇଗଲାଣି କିନ୍ତୁ
ସୂକ୍ଷ୍ମ ରାଜକୀୟ ଇଚ୍ଛା ଗୁଡିକ ଏବେ ବି ପିଲାମାନଙ୍କ ଭିତରେ ବଞ୍ଚି ରହିଛି, ତେଣୁ ତାକୁ ଚେକ୍
କର କାହିଁକି ନା ବାପଦାଦା ଏବେ ସବୁ ପିଲାଙ୍କୁ ବାପ୍ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କରିବା
ପାଇଁ ଚାହୁଁଛନ୍ତି । ତେବେ ଯାହା ପ୍ରତି ସ୍ନେହ ଥାଏ ତାଙ୍କ ସମାନ ହେବା କୌଣସି କଷ୍ଟକର କଥା ନୁହେଁ
।
ତେବେ ବାପଦାଦାଙ୍କ ସହିତ
ସମସ୍ତଙ୍କର ବହୁତ ସ୍ନେହ ଅଛି, ନା କେବଳ ସ୍ନେହ ଅଛି? (ବହୁତ ସ୍ନେହ ଅଛି) ପକ୍କା? ତେବେ ସ୍ନେହ
ବଦଳରେ କିଛି ତ୍ୟାଗ କରିବା ବା ନିଜକୁ ପରିବର୍ତ୍ତନ କରିବା କ’ଣ ବଡ କଥା? (ନା) । ତେବେ ପୂରା
ପୂରି ତ୍ୟାଗ କରିଦେଇଛ? ଯାହା ବାବା କହୁଛନ୍ତି, ଯାହା ବାବା ଚାହୁଁଛନ୍ତି ତାହା କରିଛ? ସଦାକାଳ
ପାଇଁ କରିଛ? କେବେ କେବେରେ କାମ ଚଳିବ ନାହିଁ । ସଦାକାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବାକୁ
ଚାହୁଁଛ, ନା କେବେ କେବେ ହେଲେ ଚଳିବ? ସଦାକାଳର ଦରକାର ନା, ତେଣୁ ସଦା ପ୍ରସନ୍ନତାର ସ୍ଥିତି,
ଅନ୍ୟ କୌଣସି ବି ଲକ୍ଷଣ ଚେହେରାରେ ବା ଚାଲିଚଳନରେ ଦେଖାଯିବା ଉଚିତ୍ ନୁହେଁ । କେବେ କେବେ
କୁହନ୍ତି ନା ଆଜି ଅମୁକ ଭାଇଙ୍କର ବା ଭଉଣୀଙ୍କର ମୁଡ୍ ଅଲଗା ପ୍ରକାରର ଅଛି ତୁମେମାନେ ମଧ୍ୟ କହୁଛ
ଆଜି ମୋ’ର ମୁଡ୍ ଟିକିଏ ଅଲଗା ପ୍ରକାରର ଅଛି । ତେବେ ଏହାକୁ ମଧ୍ୟ ଚେକ୍ କର ଯେ ମୋ’ର ପ୍ରସନ୍ନତା
ପ୍ରଂଶସା ଆଧାରରେ ନୁହେଁ ତ? ଯେମିତି ଆଜିକାଲି ଘର ତିଆରି କରିବା ବେଳେ ସିମେଣ୍ଟ ସହିତ ବାଲିର
ମାତ୍ରା ଟିକିଏ ଅଧିକ କରିଦେଉଛନ୍ତି, ମିଶାଇ ଦେଉଛନ୍ତି । ତେବେ ଏହା ମଧ୍ୟ ସେହିପରି ଅଟେ ଯେଉଁ
ମୂଳଦୁଆ ମଜବୁତ୍ ନୁହେଁ, ଯଥାର୍ଥ ନୁହେଁ, ଯଦି ଟିକିଏ ବି କୌଣସି ପ୍ରକାରର ତୋଫାନ ବା ହଲଚଲ୍
ଆସିଲା ତେବେ ପ୍ରସନ୍ନତାକୁ ସମାପ୍ତ କରିଦେଉଛି । ତେଣୁ ତୁମମାନଙ୍କର ପ୍ରସନ୍ନତାର ମୂଳଦୁଆ ଏହିଭଳି
ନୁହେଁ ତ?
ବାପଦାଦା ତ ପୂର୍ବରୁ
ମଧ୍ୟ ଶୁଣାଇ ଦେଇଛନ୍ତି, ଏବେ ପୁନର୍ବାର ତା’କୁ ଅଧିକ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ରାଜକୀୟ
ରୂପର ଇଚ୍ଛାର ସ୍ୱରୂପ ହେଲା ନାମ, ମାନ-ସମ୍ମାନ ଏବଂ ଶାନ ଅର୍ଥାତ୍ ପ୍ରତିଷ୍ଠା ପ୍ରାପ୍ତ କରିବା
। ଏଥିପାଇଁ ସେବାକୁ ହିଁ ଆଧାର କରିଥାଆନ୍ତି, ସେବା ଆଧାରରେ ମୋ’ର ନାମ ବିଖ୍ୟାତ ହେଉ । କିନ୍ତୁ
ଯେଉଁମାନେ ନିଜର ନାମ ବିଖ୍ୟାତ କରିବା ପାଇଁ ସେବା କରିଥାଆନ୍ତି ସେମାନଙ୍କର ନାମ ଅଳ୍ପକାଳ ପାଇଁ
ତ ବିଖ୍ୟାତ ହୋଇଯାଏ, ସମସ୍ତେ କୁହନ୍ତି ବହୁତ ଭଲ ସେବାଧାରୀ ଅଟନ୍ତି, ବହୁତ ଭଲ ଆକର୍ଷଣ
କରିବାବାଲା ଅଟନ୍ତି କିନ୍ତୁ ନାମ ପ୍ରାପ୍ତ କରିବା ଆଧାରରେ ସେବା କରୁଥିବା ସେବାଧାରୀଙ୍କର ନାମ
ଉଚ୍ଚ ପଦ ପାଇବାରେ ପଛରେ ରହିଯାଏ କାହିଁକି ନା କଞ୍ଚାଫଳ ଖାଇ ଦେଲେ, ପାଚିବାକୁ ଦେଲେ ନାହିଁ ।
ତେଣୁ ପାଚିଲା ଫଳ ଅର୍ଥାତ୍ ସ୍ୱର୍ଗ ଦୁନିଆରେ ଉଚ୍ଚ ପଦ କେଉଁଠୁ ପାଇବେ, କଞ୍ଚା ବେଳରୁ ହିଁ ଖାଇ
ଦେଇଛନ୍ତି । ଏବେ ଏବେ ସେବା କରିଲେ ଏବଂ ଏବେ ଏବେ ନାମର ପ୍ରଂଶସା ହେଲା, ତେଣୁ ଏହା ହେଲା
କଞ୍ଚାଫଳ, ବା ଇଚ୍ଛା ରଖିଥାଆନ୍ତି ସେବା ତ ମୁଁ ବହୁତ କରିଲି, ସବୁଠାରୁ ଅଧିକ ସେବାର ନିମିତ୍ତ
ମୁଁ ହିଁ ଅଟେ, ଏହା ହେଲା ନାମ ପ୍ରାପ୍ତ କରିବା ଆଧାରରେ ସେବା କରିବା - ଏମାନଙ୍କୁ କୁହାଯିବ
କଞ୍ଚା ଫଳ ଖାଇବାବାଲା ସେବାଧାରୀ । ତେବେ କଞ୍ଚା ଫଳରେ କ’ଣ ଏତେ ଶକ୍ତି ଥାଏ କି? ବା ସେବା ତ
କରିଲି କିନ୍ତୁ ସେବାର ଫଳ ସ୍ୱରୂପ ମୋତେ ସମ୍ମାନ ମିଳିବା ଉଚିତ୍, କିନ୍ତୁ ପ୍ରକୃତରେ ଏହା
ସମ୍ମାନ ନୁହେଁ ଅଭିମାନ ଅଟେ ଏବଂ ଯେଉଁଠି ଅଭିମାନ ଅଛି ସେଠାରେ ପ୍ରସନ୍ନତା ରହିପାରିବ ନାହିଁ ।
ତେବେ ସବୁଠାରୁ ବଡ ଶାନ ଅର୍ଥାତ୍ ଉଚ୍ଚ ଆସନ ହେଲା ବାପଦାଦାଙ୍କର ଦିଲ୍ରେ ଉଚ୍ଚ ଆସନ ପ୍ରାପ୍ତ
କର । ଆତ୍ମାମାନଙ୍କ ଦିଲ୍ରେ ଯଦି ବି ଉଚ୍ଚ ଆସନ ମିଳିଗଲା ତେବେ ଆତ୍ମା ନିଜେ ତ ନେବାବାଲା ଅଟେ,
ମାଷ୍ଟର ଦାତା ଅଟେ, ଦାତା ନୁହେଁ । ତେଣୁ ଯଦି ଶାନ ପ୍ରାପ୍ତି କରିବା ଦରକାର ତେବେ ବାପଦାଦାଙ୍କର
ଦିଲ୍ରେ ନିଜର ଶାନ୍ ପ୍ରାପ୍ତ କର । ତେବେ ଏହି ସବୁ ରାଜକୀୟ ଇଚ୍ଛା ଗୁଡିକ ହିଁ ପ୍ରାପ୍ତ
ସ୍ୱରୂପ ହେବା ପାଇଁ ଦେଉନାହାଁନ୍ତି, ସେଥିପାଇଁ ପ୍ରସନ୍ନତାର ବ୍ୟକିତ୍ୱ ବା ପର୍ସନାଲିଟୀ ସର୍ବଦା
ଚେହେରାରେ ଚାଲି ଚଲନରେ ଦେଖାଯାଉନାହିଁ । ଯଦି କୌଣସି ବି ପରିସ୍ଥିତିରେ ତୁମର ମୁଡ୍ ଅର୍ଥାତ୍
ମନର ଅବସ୍ଥା ପରିବର୍ତ୍ତନ ହେଉଛି ତେବେ ସଦାକାଳର ପ୍ରସନ୍ନତା କୁହାଯିବ ନାହିଁ । ତେଣୁ ବ୍ରାହ୍ମଣ
ଜୀବନରେ ମୁଡ ସର୍ବଦା ଚିୟରଫୁଲ୍ ଅର୍ଥାତ୍ ପ୍ରଫୁଲ୍ଲିତ ଏବଂ କେୟାରଫୁଲ୍ ଅର୍ଥାତ୍ ସଜାଗ ରହିବା
ଉଚିତ୍ । ମୁଡ୍ ବଦଳିବା ଉଚିତ୍ ନୁହେଁ । ପୁଣି ରାଜକୀୟ ଭାଷାରେ କହିଥା’ନ୍ତି ଆଜି ମୋତେ ଟିକିଏ
ଏକାନ୍ତ ଦରକାର? କ’ଣ ପାଇଁ ଦରକାର? କାହିଁକି ନା ସେବାଠାରୁ ବା ପରିବାରଠାରୁ ଦୂରେଇ ରହିବାକୁ
ଚାହୁଁଛନ୍ତି । ଆହୁରି ମଧ୍ୟ କହିବେ ମୋତେ ଶାନ୍ତି ଦରକାର, ନିରୋଳା ଦରକାର । ଆଜି ମୋ’ର ମୁଡ୍
ଏହିଭଳି ଅଛି । ତେଣୁ ମୁଡ୍କୁ ବଦଳାଅ ନାହିଁ । କାରଣ ଯାହାବି ହୋଇଥାଉ କିନ୍ତୁ ତୁମେ କାରଣରୁ
ନିବାରଣ କରିବାବାଲା ଅଟ, ନା କାରଣ ପଛରେ ଧାଇଁବାବାଲା ଅଟ? ନା, ନିବାରଣ କରିବାବାଲା ଅଟ । ଠିକା
କ’ଣ ନେଇଛ? କଣ୍ଟ୍ରାକ୍ଟର ଅର୍ଥାତ୍ ଠିକାଦାର ଅଟ ନା? ତେବେ କେଉଁ କଣ୍ଟ୍ରାକ୍ଟ ନେଇଛ? ପ୍ରକୃତିର
ମୁଡ୍କୁ ମଧ୍ୟ ପରିବର୍ତ୍ତନ କରିବୁ । ପ୍ରକୃତିକୁ ମଧ୍ୟ ପରିବର୍ତ୍ତନ କରିବାର ଅଛି ନା? ତେବେ
ପ୍ରକୃତିକୁ ପରିବର୍ତ୍ତନ କରିବାବାଲା କ’ଣ ନିଜର ମୁଡ୍କୁ ପରିବର୍ତ୍ତନ କରିପାରିବେ ନାହିଁ । ତେବେ
ତୁମର ମୁଡ୍ ବଦଳୁଛି ନା ନାହିଁ? ନା, କେବେ-କେବେ ବଦଳୁଛି? ପୁଣି କହିବେ ଟିକିଏ ସାଗର କୂଳରେ ଯାଇ
ବସିବା, ଜ୍ଞାନ ସାଗର ନୁହେଁ, ସ୍ଥୁଳ ସାଗର କୁଳରେ । ବିଦେଶୀମାନେ ଏହିଭଳି କରନ୍ତି ନା? ନଚେତ୍
କହିବେ ମୁଁ ଜାଣିପାରୁନି ଆଜି କାହିଁକି ଏକା ଏକା ଲାଗୁଛି । ତାହା ହେଲେ ବାବାଙ୍କର ଯୁଗଳ ରୂପ
କୁଆଡେ ଗଲା? କ’ଣ ତାଙ୍କୁ ଅଲଗା କରିଦେଲ କି? ଯୁଗଳ ଅବସ୍ଥାରୁ ଏକୁଟିଆ ହୋଇଗଲ! କ’ଣ ଏହାକୁ
ସ୍ନେହ କୁହାଯାଏ? ତେବେ ଯେକୌଣସି ପ୍ରକାରର ମୁଡ୍, ଗୋଟିଏ ହେଲା ମୁଡ୍ ଅଫ୍ ହେବା, ତାହା ହେଲା
ଟିକିଏ ବଡ କଥା, କିନ୍ତୁ ମୁଡ୍ ପରିବର୍ତ୍ତନ ହେବା ମଧ୍ୟ ଠିକ୍ ନୁହେଁ । ମୁଡ୍ ଅଫ୍ ବାଲା ତ ବହୁତ
ଭିନ୍ନ ଭିନ୍ନ ପ୍ରକାରର ଖେଳ ଦେଖାଇଥାଆନ୍ତି । ବାପଦାଦା ଦେଖୁଛନ୍ତି ସେମାନେ ବଡମାନଙ୍କୁ ବହୁତ
ଖେଳ ଦେଖାଉଛନ୍ତି ବା ନିଜର ସାଥୀମାନଙ୍କୁ ମଧ୍ୟ ବହୁତ ଖେଳ ଦେଖାଉଛନ୍ତି । ତେଣୁ ଏଭଳି ଖେଳ କର
ନାହିଁ, କାହିଁକି ନା ବାପଦାଦାଙ୍କର ସବୁ ପିଲାଙ୍କ ପ୍ରତି ବହୁତ ସ୍ନେହ ରହିଛି । ବାପଦାଦା ଏହା
ଚାହୁଁ ନାହାଁନ୍ତି ଯେ ଯେଉଁମାନେ ବିଶେଷ ନିମିତ୍ତ ଅଟନ୍ତି ସେହିମାନେ କେବଳ ବାପ ସମାନ
ହୋଇଯାଆନ୍ତୁ, ବାକି ଆଉ ଯେଉଁମାନେ ରହିଲେ ସେମାନେ ହୁଅନ୍ତୁ କି ନ ହୁଅନ୍ତୁ ସେଥିରେ କୌଣସି
ଆପତ୍ତି ନାହିଁ, ନା । ସମସ୍ତଙ୍କୁ ସମାନ ହେବାକୁ ହିଁ ପଡିବ, ଏହା ହିଁ ହେଉଛି ବାପଦାଦାଙ୍କର
ସ୍ନେହର ପ୍ରତୀକ । ତେବେ ସ୍ନେହର ପ୍ରତିଦାନ ଦେବା ଜଣା ଅଛି, ନା ଭିନ୍ନ ଭିନ୍ନ ପ୍ରକାରର ନଖରାମୀ
ଅର୍ଥାତ୍ ଭେଳିକି ମାଧ୍ୟମରେ ପ୍ରତିଦାନ ଦେବ? ତେଣୁ କେବେ ତ ନଖରାମୀ ଦେଖାଉଛ, ଆଉ କେବେ ସମାନ
ହୋଇ ମଧ୍ୟ ଦେଖାଉଛ । କିନ୍ତୁ ଏବେ ସେ ସମୟ ସମାପ୍ତ ହୋଇଯାଇଛି ।
ଏବେ ତ ଡାଇମଣ୍ଡ ଜୁବଲୀ
ପାଳନ କରୁଛ ନା? ତେବେ ୬୦ ବର୍ଷ ପରେ ଏମିତି ବି ବାନପ୍ରସ୍ଥ ଅବସ୍ଥା ଆରମ୍ଭ ହୋଇଯାଏ । ତେଣୁ ଏବେ
ଆଉ ତୁମେ ଛୋଟ ପିଲା ନୁହେଁ, ଏବେ ତୁମେମାନେ ବାନପ୍ରସ୍ଥୀ ଅଟ ଅର୍ଥାତ୍ ସବୁ ଜାଣିବାବାଲା, ଅନୁଭବୀ
ଆତ୍ମା ଅଟ, ନଲେଜଫୁଲ୍ ଅର୍ଥାତ୍ ଜ୍ଞାନୀ ଅଟ, ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ଅଟ ଏବଂ ସକ୍ସେସ୍ଫୁଲ୍
ଅର୍ଥାତ୍ ସଫଳତାମୂରତ ମଧ୍ୟ ଅଟ । ତେଣୁ ଯେପରି ସର୍ବଦା ନଲେଜଫୁଲ୍ ଅଟ, ସେହିପରି ପାୱାରଫୁଲ୍ ଏବଂ
ସକ୍ସେସ୍ଫୁଲ ମଧ୍ୟ ଅଟ ତ? ପୁଣି କେବେ କେବେ ସକ୍ସେସ୍ଫୁଲ୍ କାହିଁକି ହେଉ ନାହିଁ, ତା’ର
କାରଣ କ’ଣ? ଏମିତି ତ ସଫଳତା ତୁମର ଜନ୍ମସିଦ୍ଧ ଅଧିକାର ବୋଲି କହୁଛ, ନା କେବଳ କହିବା ହିସାବରେ
କହିଦେଉଛ? ନା ତା’କୁ ସ୍ୱୀକାର ମଧ୍ୟ କରୁଛ? ତାହାହେଲେ ସଫଳତା କାହିଁକି ମିଳୁ ନାହିଁ । ଏହାର
କାରଣ କ’ଣ? ଯେବେକି ସଫଳତା ତୁମର ଜନ୍ମସିଦ୍ଧ ଅଧିକାର ତେବେ ଅଧିକାର ପ୍ରାପ୍ତ ହେବାରେ ବା ଅନୁଭବ
ହେବାରେ କମୀ କାହିଁକି ରହୁଛି? ବାପଦାଦା ଦେଖୁଛନ୍ତି - ଅଧିକାଂଶ ପିଲା ନିଜର ଦୁର୍ବଳ ସଂକଳ୍ପକୁ
ପ୍ରଥମେ ଉତ୍ପନ୍ନ କରିଦେଉଛନ୍ତି, କିଏ ଜାଣେ ହେବ କି ନ ହେବ! ତେଣୁ ନିଜର ଏହି ଦୁର୍ବଳ ସଂକଳ୍ପ
ହିଁ ପ୍ରସନ୍ନଚିତ୍ତ କରିବା ପରିବର୍ତ୍ତେ ପ୍ରଶ୍ନଚିତ୍ତ କରିଦେଉଛି । ହେବ, କି ନହେବ? କ’ଣ ହେବ!
କିଏ ଜାଣେ.... ଏହିଭଳି ସଂକଳ୍ପ ପାଚେରୀ ଭଳି କାର୍ଯ୍ୟ କରୁଛି ଏବଂ ସଫଳତା ସେହି ପାଚେରୀ ପଛ ପଟେ
ଲୁଚିଯାଉଛି । ନିଶ୍ଚୟବୁଦ୍ଧି ବିଜୟୀ - ଏହା ତୁମର ସ୍ଳୋଗାନ ଅଟେ ନା! ଯେବେକି ଏହି ସ୍ଳୋଗାନ
ବର୍ତ୍ତମାନର ଅଟେ, ଭବିଷ୍ୟତର ନୁହେଁ । ତେବେ ସର୍ବଦା ପ୍ରସନ୍ନଚିତ୍ତ ରହିବା ଉଚିତ୍ ନା
ପ୍ରଶ୍ନଚିତ୍ତ ରହିବା ଉଚିତ୍? ତେଣୁ ମାୟା ତୁମ ନିଜର ହିଁ ଦୁର୍ବଳ ସଂକଳ୍ପର ଜାଲ ବିଛାଇ ଦେଉଛି
ଏବଂ ତୁମେମାନେ ନିଜ ଜାଲରେ ନିଜେ ଛନ୍ଦି ହୋଇଯାଉଛ । ତେଣୁ ମୁଁ ବିଜୟୀ ହିଁ ଅଟେ... ଏହିଭଳି
ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସେହି ଦୁର୍ବଳ ସଂକଳ୍ପର ଜାଲକୁ ସମାପ୍ତ କର । ସେଥିରେ ଛନ୍ଦି ହୁଅ
ନାହିଁ କିନ୍ତୁ ତାକୁ ସମାପ୍ତ କର । ତେବେ ସମାପ୍ତ କରିବାର ଶକ୍ତି ଅଛି ତ? ଧୀରେ ଧୀରେ କର ନାହିଁ,
ତୁରନ୍ତ ଗୋଟିଏ ସେକେଣ୍ଡ ଭିତରେ ସମାପ୍ତ କର, ଏହି ଜାଲକୁ ବଢିବାକୁ ଦିଅ ନାହିଁ । ଯଦି ଥରେ
ମାତ୍ର ବି ଏହି ଜାଲରେ ଛନ୍ଦି ହୋଇଗଲ ତେବେ ସେଥିରୁ ବାହାରିବା କଷ୍ଟକର ଅଟେ । ବିଜୟ ମୋ’ର ଜନ୍ମ
ସିଦ୍ଧ ଅଧିକାର, ସଫଳତା ମୋ’ର ଜନ୍ମସିଦ୍ଧ ଅଧିକାର । ଏହି ଅଧିକାର ପରମାତ୍ମାଙ୍କଠାରୁ ପ୍ରାପ୍ତ
ହୋଇଥିବା ଜନ୍ମସିଦ୍ଧ ଅଧିକାର ଅଟେ, ଏହାକୁ କେହି ଛଡାଇ ନେଇପାରିବ ନାହିଁ । ଏହିଭଳି ନିଶ୍ଚୟ
ବୁଦ୍ଧି ଆତ୍ମା ସହଜରେ ଏବଂ ସ୍ୱତଃ ଭାବରେ ପ୍ରସନ୍ନଚିତ୍ତ ରହିବ । ତା’କୁ ପରିଶ୍ରମ କରିବାର ମଧ୍ୟ
ଆବଶ୍ୟକତା ପଡିବ ନାହିଁ ।
ତେବେ ଅସଫଳତାର ଦ୍ୱିତୀୟ
କାରଣଟି କ’ଣ? ତୁମେମାନେ ଅନ୍ୟମାନଙ୍କୁ ମଧ୍ୟ କହୁଛ ଯେ ସମୟ, ସଂକଳ୍ପ, ସମ୍ପତ୍ତି ସବୁକିଛି ସଫଳ
କର । ତେବେ ସଫଳ କରିବା ଅର୍ଥ ସଫଳତା ପ୍ରାପ୍ତ କରିବା । ସଫଳ କରିବା ହିଁ ସଫଳତାର ଆଧାର ଯଦି
ସଫଳତା ମିଳୁ ନାହିଁ ତେବେ ନିଶ୍ଚିତ ଭାବରେ କୌଣସି ନା କୌଣସି ସମ୍ପତ୍ତିକୁ ସଫଳ କରିନାହଁ,
ସେଥିପାଇଁ ସଫଳତା ମିଳିଲା ନାହିଁ । ସମ୍ପତ୍ତିଗୁଡିକର ତାଲିକାକୁ ତ ଜାଣିଛ ନା ତେଣୁ ଚେକ୍ କର
କେଉଁ ସମ୍ପତ୍ତିକୁ ସଫଳ କରିନାହଁ, ବା ବ୍ୟର୍ଥରେ ନଷ୍ଟ କରୁଛି? ତେବେ ସ୍ୱତଃ ହିଁ ସଫଳତା
ପ୍ରାପ୍ତ ହୋଇଯିବ । ତେବେ ଏହା ସମ୍ପତ୍ତି ମଧ୍ୟ ଅଟେ ଏବଂ ବରଦାନ ମଧ୍ୟ ଅଟେ । ସଫଳ କର ଏବଂ ସଫଳତା
ପାଅ । ତେଣୁ ସଫଳତା ମିଳିବା ଅର୍ଥ ଫଳ ପାଇବା । ଯଦି ବୀଜ ଭଲ ହୋଇଥିବ ତେବେ ଫଳ ନ ମିଳିବ, ଏହା
ହୋଇପାରିବ ନାହିଁ । ଯଦି ସଫଳ କରିବାର ବୀଜରେ କିଛି କମୀ ରହିଥିବ ତେବେ ସଫଳତାରୂପୀ ଫଳ ମିଳିବ
ନାହିଁ । ତେଣୁ ଏବେ କ’ଣ କରିବ? ସର୍ବଦା ପ୍ରସନ୍ନତା ରୂପୀ ପର୍ସନାଲିଟୀରେ ରୁହ । ସର୍ବଦା
ପ୍ରସନ୍ନଚିତ୍ତ ସ୍ଥିତିରେ ରହିଲେ ବହୁତ ଭଲ ଭଲ ଅନୁଭବ କରିପାରିବ । ଏମିତି ବି କାହାକୁ ଯଦି
ଖୁସିଥିବାର ଦେଖୁଛ ତେବେ ତୁମକୁ କେତେ ଭଲ ଲାଗୁଛି! ତା’ ସାଙ୍ଗରେ ରହିବାକୁ, ତା’ ସହିତ କଥା ହେବା,
ବସିବାକୁ କେତେ ଭଲ ଲାଗେ! ଆଉ ଯଦି କେହି ପ୍ରଶ୍ନଚିତ୍ତ ସ୍ଥିତିବାଲା ଆସିଯାଉଛି ତେବେ କିପରି
ବିରକ୍ତ ହୋଇଯାଉଛ । ତେଣୁ ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ କ’ଣ ହେବାର ଅଛି? ପ୍ରଶ୍ନଚିତ୍ତ
ନୁହେଁ, ପ୍ରସନ୍ନଚିତ୍ତ ।
ଆଜି ବାବାଙ୍କ ସହିତ
ମିଳନ କରିବାର ଏହି ସିଜିନ୍ର ଶେଷ ଦିନ, ତେଣୁ ଶେଷ ଦିନରେ କ’ଣ କରାଯାଏ? ଯଦି କେହି ଯଜ୍ଞ ରଚନା
କରିଥାଆନ୍ତି ତେବେ ଶେଷରେ କ’ଣ କରନ୍ତି? ସ୍ୱାହା କରନ୍ତି । ତେଣୁ ତୁମେମାନେ କ’ଣ ସ୍ୱାହା କରିବ?
ପ୍ରଶ୍ନଚିତ୍ତ ସ୍ଥିତିକୁ ସ୍ୱାହା କର । ଏହା କାହିଁକି ହେଉଛି? କ’ଣ ହେଉଛି?..... ନା । ଜ୍ଞାନୀ
ଆତ୍ମା ଅଟ ନା ତେଣୁ କାହିଁକି, କ’ଣ କୁହ ନାହିଁ । ତେବେ ଆଜିଠାରୁ ଏହି ସବୁ ବ୍ୟର୍ଥ ପ୍ରଶ୍ନ
ସ୍ୱାହା । ତୁମର ମଧ୍ୟ ସମୟ ବଞ୍ଚିବ ଏବଂ ଅନ୍ୟମାନଙ୍କର ମଧ୍ୟ ସମୟ ବଞ୍ଚିବ । ଦାଦିମାନଙ୍କର ମଧ୍ୟ
ଏଥିରେ ସମୟ ନଷ୍ଟ ହେଉଛି, ଏହା କ’ଣ, ଏହା କାହିଁକି, ଏହା କିପରି! ତେଣୁ ଏହି ସମୟକୁ ବଞ୍ଚାଅ,
ନିଜର ମଧ୍ୟ ଏବଂ ଅନ୍ୟମାନଙ୍କର ମଧ୍ୟ । ଏବେ ସଞ୍ଚୟ ଖାତା ଜମା କର । ତା’ପରେ ୨୧ ଜନ୍ମ
ପର୍ଯ୍ୟନ୍ତ ଆରାମରେ ଖାଅ, ପିଅ ମୌଜ କର, ସେଠାରେ ଆଉ ଜମା କରିବାକୁ ପଡିବ ନାହିଁ । ତେଣୁ ସମସ୍ତେ
ସ୍ୱାହା କରିଦେଲ, ନା ଭାବିବ? ଯଦି ଭାବିବାର ଅଛି ତେବେ ଭାବିନିଅ । ନିଜେ ନିଜକୁ ପଚାର ଏହା କିପରି
ହେବ, ମୁଁ କରିପାରିବି, ନା ନାହିଁ? ଗୋଟିଏ ମିନିଟ୍ ଭିତରେ ଭାବିନିଅ, ମଜବୁତ କାମ କରିନିଅ ।
ନିଜକୁ ଯେତେ ବି ପ୍ରଶ୍ନ ପଚାରିବାର ଅଛି ଗୋଟିଏ ମିନିଟ୍ ଭିତରେ ପଚାରି ଦିଅ । ପଚାରିଲ? ସ୍ୱାହା
ମଧ୍ୟ କରିଦେଲ, ନା କେବଳ ପ୍ରଶ୍ନ ପଚାରିଲ? ଭବିଷ୍ୟତକୁ ଆଉ ପ୍ରଶ୍ନ ରହିବା ଉଚିତ୍ ନୁହେଁ । (ଗୋଟିଏ
ମିନିଟ୍ ନିରବତା ପରେ) ସମାପ୍ତ କରିଦେଲ? (ହାଁ ଜୀ) ମିଛଟାରେ ହାଁ ଜୀ କର ନାହିଁ । ଯେହେତୁ ବହୁତ
ସମୟର ଅନୁଭବ ଅଛି ଯେ ପ୍ରଶ୍ନଚିତ୍ତ ହେବା ଅର୍ଥାତ୍ ନିଜେ ଦୁଃଖୀ ହେବା ଏବଂ ଅନ୍ୟମାନଙ୍କୁ ଦୁଃଖୀ
କରିବା । ଭଲ ଭାବରେ ଅନୁଭବ ଅଛି ନା? ତେଣୁ ନିଜର ନିଶ୍ଚୟ ଏବଂ ଜନ୍ମସିଦ୍ଧ ଅଧିକାରର ଅଭିମାନରେ
ରୁହ ତେବେ ପରେଶାନ ଅର୍ଥାତ୍, ଦୁଃଖୀ ହେବ ନାହିଁ । ଯେତେବେଳେ ଏହି ଶାନ୍ରୁ ଅଲଗା ହୋଇଯାଉଛ
ସେତେବେଳେ ହିଁ ଦୁଃଖୀ ହେଉଛ । ବୁଝିପାରିଲ? ଭଲ ଭାବରେ ବୁଝିଲ, ନା ଏବେ କହିବ ହଁ ବୁଝିଲୁ ପୁଣି
ବିଦେଶକୁ ଯାଇ କହିବ ବହୁତ କଷ୍ଟକର କଥା । ଏମିତି କହିବ ନାହିଁ ତ? ଆଚ୍ଛା!
ଗୋଟିଏ ସେକେଣ୍ଡରେ
ଅଶରୀରୀ ହେବାର ପାଠ ପକ୍କା ଅଛି ତ? ଏବେ ଏବେ ବିସ୍ତାର, ଏବେ ଏବେ ସାର ସ୍ୱରୂପରେ ସ୍ଥିତ ହୋଇଯାଅ
(ବାପଦାଦା ଡ୍ରିଲ୍ କରାଇଲେ) ଆଚ୍ଛା - ଏହି ଅଭ୍ୟାସକୁ ସବୁବେଳେ ସାଥୀରେ ରଖିଥାଅ । ଚାରିଆଡର
ସମସ୍ତ ପ୍ରଶ୍ନଚିତ୍ତରୁ ପ୍ରସନ୍ନଚିତ୍ତ ହେଉଥିବା, ସର୍ବଦା ପ୍ରସନ୍ନଚିତ୍ତ ସ୍ଥିତିର
ପର୍ସନାଲିଟୀରେ ରହୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଜର ବିଜୟ ଏବଂ ଜନ୍ମସିଦ୍ଧ
ଅଧିକାରର ସ୍ମୃତିରେ ରହୁଥିବା ସ୍ମୃତି ସ୍ୱରୂପ ବିଶେଷ ଆତ୍ମାମାନଙ୍କୁ, ସର୍ବଦା ସଫଳ କରିବା
ଦ୍ୱାରା ସହଜରେ ସଫଳତାର ଅନୁଭବ କରୁଥିବା, ବାବାଙ୍କର ସମୀପରେ ରହୁଥିବା ଆତ୍ମାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ । ଯେଉଁମାନେ ଡବଲ ବିଦେଶର ଚାରିଆଡୁ
ଆସିଥିବା ୧୦ ବର୍ଷ ବାଲା ପିଲାମାନେ ଅଛନ୍ତି ସେମାନଙ୍କୁ ବିଶେଷ ଅଭିନନ୍ଦନ ଏବଂ ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ।
ଦାଦିମାନଙ୍କ ସହିତ:-
ବାପଦାଦାଙ୍କୁ ତୁମ ଭଳି ପରିବାରର ମଉଡମଣୀ ନିମିତ୍ତ ଆତ୍ମାମାନଙ୍କ ପାଇଁ ସର୍ବଦା ଏହି ସଂକଳ୍ପ
ରହୁଛି ଯେ “ସର୍ବଦା ବଞ୍ଚି ରହିଥାଅ, ନିଜେ ଉଡୁଥାଅ ଏବଂ ଅନ୍ୟମାନଙ୍କୁ ଉଡାଉଥାଅ” । ନିଜର ଯୋଗ
ତପସ୍ୟାର ଶକ୍ତି ଦ୍ୱାରା ଶରୀରକୁ ତ ଚଲାଉଛ କିନ୍ତୁ ତୁମଠାରୁ ଅଧିକ ଚିନ୍ତା ତୁମମାନଙ୍କ ପାଇଁ
ବାପଦାଦାଙ୍କର ରହୁଛି, ତେଣୁ ସମୟକୁ ଦୃଷ୍ଟିରେ ରଖି ଏତେ ଶୀଘ୍ର ଶୀଘ୍ର ସେବାର ଚକ୍ର ଲଗାଅ ନାହିଁ
। ଆରାମରେ ଯାଅ ଏବଂ ଆରାମରେ ଆସ କାହିଁକି ନା ଦୁନିଆର ପରିସ୍ଥିତି ମଧ୍ୟ ଦ୍ରୃତ ଗତିରେ
ପରିବର୍ତ୍ତନ ହେବାରେ ଲାଗିଛି, ସେଥିପାଇଁ ବାପଦାଦା ସେବା କରିବାକୁ ମନା କରୁନାହାଁନ୍ତି କିନ୍ତୁ
ସନ୍ତୁଳନ ରଖି ସେବା କର । ସମସ୍ତଙ୍କ ପ୍ରାଣ ତୁମମାନଙ୍କ ଶରୀରରେ ରହିଛି, ଯଦି ଶରୀର ଠିକ୍ ରହିବ
ତେବେ ସେବା ମଧ୍ୟ ଭଲରେ ହୋଇ ଚାଲିଥିବ ସେଥିପାଇଁ ସେବା ଖୁବ୍ କର କିନ୍ତୁ ଶରୀରକୁ ଅଧିକ ଧକ୍କା
ଲଗାଅ ନାହିଁ, ଅଳ୍ପ ଅଳ୍ପ ଧକ୍କା ଲଗାଅ । ଅଧିକ ଧକ୍କା ଲଗାଇବା ଦ୍ୱାରା ବ୍ୟାଟେରୀ ଧୀମା ହୋଇଯାଏ
ସେଥିପାଇଁ ଏବେଠାରୁ ସନ୍ତୁଳନ ରଖିବା ଆବଶ୍ୟକ । ଏମିତି ଭାବ ନାହିଁ ଯେ ଏହି ବର୍ଷଟା ତ ସେବା
କରିନିଏ, ଆର ବର୍ଷକୁ କିଏ ଜାଣେ କ’ଣ ହେବ? ନା । ବଞ୍ଚି ରହିବାକୁ ହେବ ଏବଂ ଉଡିବାକୁ ହେବ । ଏବେ
ତ ତୁମର ପାର୍ଟ ନା? ତେଣୁ ନିଜର ପାର୍ଟକୁ ବୁଝି ଧକ୍କା ଲଗାଅ କିନ୍ତୁ ସନ୍ତୁଳନ ରଖି ଧକ୍କା ଲଗାଅ
। ଠିକ୍ ଅଛି ନା ତୀବ୍ରଗତିରେ ସେବା କରିବାର ଯୋଜନା କର ନାହିଁ । ଦୁଇ ଦିନ ଯଦି ଏଠାରେ ଅଛ ତେବେ
ତୃତୀୟ ଦିନକୁ ଆଉ କେଉଁଠି ଥିବ, ନା । ଏବେ ସେଭଳି ସମୟ ନାହିଁ । ଯେତେବେଳେ ସେହିଭଳି ସମୟ ଆସିବ
ତେବେ ଗୋଟିଏ ଦିନରେ ଚାରି ଚାରିଟି ସ୍ଥାନକୁ ମଧ୍ୟ ଯିବାକୁ ପଡିବ କିନ୍ତୁ ଏବେ ନୁହେଁ । ଆଚ୍ଛା!
ବରଦାନ:-
ଦିବ୍ୟଗୁଣ
ଗୁଡିକର ଆବାହନ ଦ୍ୱାରା ସର୍ବ ଅବଗୁଣ ଗୁଡିକୁ ଆହୁତି ଦେଉଥିବା ସନ୍ତୁଷ୍ଟ ଆତ୍ମା ହୁଅ ।
ଯେପରି ଦୀପାବଳୀ ଦିନ
ବିଶେଷ କରି ସଫା ସୁତୁରା କରିବା ଏବଂ ରୋଜଗାର କରିବା ପ୍ରତି ଧ୍ୟାନ ଦେଇଥାଆନ୍ତି ସେହିଭଳି
ତୁମେମାନେ ମଧ୍ୟ ସବୁ ପ୍ରକାରର ସଫାଇ ଏବଂ କମାଇ କରିବାର ଲକ୍ଷ୍ୟ ରଖି ସନ୍ତୁଷ୍ଟ ଆତ୍ମା ହୁଅ ।
ସନ୍ତୁଷ୍ଟତା ଦ୍ୱାରା ହିଁ ସର୍ବଦିବ୍ୟଗୁଣ ଗୁଡିକର ଆବାହନ କରିପାରିବ ଯାହାଦ୍ୱାରା ଅବଗୁଣଗୁଡିକର
ଆହୁତି ସ୍ୱତଃ ହିଁ ହୋଇଯିବ । ନିଜ ଭିତରେ ଯେଉଁ ସବୁ ଦୁର୍ବଳତା, କୋମଳତା, ନିର୍ବଳତା ଆଦି ଅବଗୁଣ
ଲୁଚି ରହିଛି ସେଗୁଡିକୁ ସମାପ୍ତ କରି ଏବେ ନୂତନ ଖାତା ଆରମ୍ଭ କର ଏବଂ ନୂଆ ସଂସ୍କାର ରୂପୀ ନୂଆ
ବସ୍ତ୍ର ଧାରଣ କରି ସଚ୍ଚା ଦୀପାବଳୀ ପାଳନ କର ।
ସ୍ଲୋଗାନ:-
ଯଦି ବାବାଙ୍କର
ଆଜ୍ଞାକାରୀ ହୋଇ ରହିବ ତେବେ ସମୟ ଅନୁସାରେ ଗୁପ୍ତ ଆଶୀର୍ବାଦ ସହଯୋଗ ଦେଇ ଚାଲିଥିବ ।