13.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯଦି ଶାନ୍ତିରେ ରହିବାକୁ ଚାହୁଁଛ ତେବେ ଅଶରୀରୀ ହୁଅ, ଏହି ଦେହର ସ୍ମୃତିରେ ଆସିବା ଦ୍ୱାରା ହିଁ ଅଶାନ୍ତି ସୃଷ୍ଟି ହେଉଛି, ସେଥିପାଇଁ ନିଜର ସ୍ୱଧର୍ମରେ ସ୍ଥିତ ରୁହ ।

ପ୍ରଶ୍ନ:-
ଯଥାର୍ଥ ଯୋଗ କଣ ? ଏବଂ ଯୋଗ ସମୟରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ?

ଉତ୍ତର:-
ନିଜକୁ ଏହି ଦେହଠାରୁ ଅଲଗା ଏକ ଚୈତନ୍ୟ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ ଏହାହିଁ ହେଉଛି ଯଥାର୍ଥ ଯୋଗ । କାହାର ବି ଦେହ ମନେ ନ ପଡ଼ୁ, ଏଥିପ୍ରତି ଧ୍ୟାନ ଦେବା ବହୁତ ଜରୁରୀ । ସଦାସର୍ବଦା ଯୋଗଯୁକ୍ତ ହୋଇ ରହିବା ପାଇଁ ଜ୍ଞାନର ନିଶା ଚଢ଼ି ରହିବା ଦରକାର, ବୁଦ୍ଧିରେ ରହୁ ଯେ ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି, ଆମେ ସାରା ସମୁଦ୍ର, ସହିତ ସମଗ୍ର ଧରାପୃଷ୍ଠର ମାଲିକ ହେଉଛୁ ।

ଗୀତ:-
ତୁହ୍ମେ ପା କେ ହମନେ ...

ଓମ୍ ଶାନ୍ତି ।
ଓମ୍ ର ଅର୍ଥ ହିଁ ହେଉଛି ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମା । ମନୁଷ୍ୟ ପୁଣି ଭାବୁଛନ୍ତି ଓମ୍ ଅର୍ଥ ଭଗବାନ, କିନ୍ତୁ ବାସ୍ତବରେ ତାହା ନୁହେଁ । ଓମ୍ ଅର୍ଥ ମୁଁ ଆତ୍ମା, ଏହା ମୋର ଶରୀର । କହିଥାନ୍ତି ନା ଓମ୍ ଶାନ୍ତି ଅର୍ଥାତ୍ ଅହମ୍ ଆତ୍ମା । ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି । ଆତ୍ମା ନିଜର ପରିଚୟ ଦେଇଥାଏ । ମନୁଷ୍ୟ ଯଦିଓ ଓମ୍ ଶାନ୍ତି କହନ୍ତି କିନ୍ତୁ ଓମ୍ର ଅର୍ଥ କେହି ବି ବୁଝନ୍ତି ନାହିଁ । ଓଁ ଶାନ୍ତି ଶବ୍ଦ ବହୁତ ଭଲ । ମୁଁ ଆତ୍ମା, ମୋର ସ୍ୱଧର୍ମ ହେଉଛି ଶାନ୍ତ । ମୁଁ ଆତ୍ମା ଶାନ୍ତିଧାମର ନିବାସୀ । ଏହାର ଅର୍ଥ କେତେ ସରଳ । କୌଣସି ଲମ୍ବା-ଚଉଡ଼ା ଗପ ନୁହେଁ । ବର୍ତ୍ତମାନର ମନୁଷ୍ୟ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ଏହା ନୂଆ ଦୁନିଆ ନା ପୁରୁଣା ଦୁନିଆ । ନୂଆ ଦୁନିଆ ପୁଣି ପୁରୁଣା କେବେ ହେଉଛି, ପୁରୁଣାରୁ ପୁଣି ନୂଆ କେବେ ହେଉଛି - ଏକଥା କେହି ହେଲେ ଜାଣି ନାହାଁନ୍ତି । ଯଦି କାହାକୁ ବି ପଚରାଯାଏ ଦୁନିଆ ନୂଆ କେବେ ହେଉଛି ଏବଂ ପୁଣି ପୁରୁଣା କିପରି ହେଉଛି ? ତେବେ କେହି ହେଲେ କହିପାରିବେ ନାହିଁ । ଏହା ତ କଳିଯୁଗ, ପୁରୁଣା ଦୁନିଆ । ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଏ । ଆଚ୍ଛା, ନୂଆ ଦୁନିଆ ପୁଣି ପୁରୁଣା ହେବା ପାଇଁ କେତେ ବର୍ଷ ଲାଗୁଛି ? ଏହା ମଧ୍ୟ କେହି ଜାଣିନାହାଁନ୍ତି । ମନୁଷ୍ୟ ହୋଇ ମଧ୍ୟ ଏକଥା ଜାଣିନାହାଁନ୍ତି । ସେଥିପାଇଁ ଏମାନଙ୍କୁ ଜୀବଜନ୍ତୁଙ୍କଠାରୁ ମଧ୍ୟ ହୀନ ବୋଲି କୁହାଯାଏ । ଜୀବଜନ୍ତୁ ତ ଏଭଳି କହନ୍ତି ନାହିଁ । ମନୁଷ୍ୟମାନେ କହନ୍ତି ଯେ, ଆମେ ପତିତ, ହେ ପତିତ-ପାବନ ଆସ । କିନ୍ତୁ ତାଙ୍କୁ ବିଲ୍କୁଲ୍ ଜାଣିନାହାଁନ୍ତି । ପାବନ ଶବ୍ଦ କେତେ ସୁନ୍ଦର । ପାବନ ଦୁନିଆ ସ୍ୱର୍ଗ ନୂଆ ଦୁନିଆକୁ ହିଁ କୁହାଯିବ । ଚିତ୍ର ମଧ୍ୟ ଦେବତାମାନଙ୍କର ରହିଛି କିନ୍ତୁ କେହି ହେଲେ ବୁଝିପାରୁ ନାହାଁନ୍ତି, ଏହି ଲକ୍ଷ୍ମୀ-ନାରାୟଣ ନୂଆ ପାବନ ଦୁନିଆର ମାଲିକ ଥିଲେ । ଏସବୁ କଥା ବେହଦର ବାବା ହିଁ ବସି ପିଲାମାନଙ୍କୁ ବୁଝାଉଛନ୍ତି । ନୂଆ ଦୁନିଆ ସ୍ୱର୍ଗକୁ କୁହାଯାଉଛି । ଦେବତାମାନଙ୍କୁ କୁହାଯାଏ ସ୍ୱର୍ଗବାସୀ । ଏବେ ତ ହେଉଛି ପୁରୁଣା ଦୁନିଆ, ନର୍କ । ଏଠାରେ ମନୁଷ୍ୟ ନର୍କବାସୀ ଅଟନ୍ତି । ଯଦି କେହି ମରିଯାଆନ୍ତି ତେବେ କହିଥାନ୍ତି ଯେ ଇଏ ସ୍ୱର୍ଗବାସୀ ହେଲେ ତେବେ ଏହା ନିଶ୍ଚିତ ନର୍କ ଦୁନିଆ ଅଟେ, ତୁମେ ଏକଥା ହିସାବ କରି ମଧ୍ୟ କହିଦେଇପାରିବ । ବାସ୍ତବରେ ଏହା ହେଉଛି ନର୍କ କିନ୍ତୁ ଯଦି ତୁମେ ନର୍କବାସୀ କହିବ ତେବେ ବିଗିଡିଯିବେ । ବାବା ବୁଝାଉଛନ୍ତି ଦେଖିବାକୁ ଯଦିଓ ଚେହେରା ମନୁଷ୍ୟ ସଦୃଶ କିନ୍ତୁ ଚରିତ୍ର ହେଉଛି ମାଙ୍କଡ଼ ସଦୃଶ । ଏହା ମଧ୍ୟ ଗାୟନ ରହିଛି ନା । ନିଜେ ମନ୍ଦିରକୁ ଯାଇ ଦେବତାମାନଙ୍କ ଆଗରେ ଗାୟନ କରିଥାନ୍ତି ଯେ ଆପଣ ସର୍ବଗୁଣ ସମ୍ପନ୍ନ ... କିନ୍ତୁ ନିଜ ପାଇଁ କଣ କହିବେ ? ମୁଁ ପାପୀ ନୀଚ । କିନ୍ତୁ ସିଧା ଯଦି କହିବ ଯେ ତୁମେ ବିକାରୀ ତେବେ ବିଗିଡ଼ିଯିବେ ସେଥିପାଇଁ ବାବା କେବଳ ପିଲାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ଏବଂ ତୁମମାନଙ୍କୁ ହିଁ ବୁଝାଉଛନ୍ତି । ବାବା ବାହାର ଲୋକଙ୍କ ସହିତ କଥାବାର୍ତ୍ତା ହେଉ ନାହାଁନ୍ତି କାହିଁକିନା କଳିଯୁଗୀ ମନୁଷ୍ୟ ହେଲେ ନର୍କବାସୀ । ଏବେ ତୁମେ ହେଉଛ ସଙ୍ଗମଯୁଗ ନିବାସୀ । ତୁମେ ଏବେ ପବିତ୍ର ହେଉଛ । ତୁମେ ଜାଣିଛ ଆମ ବ୍ରାହ୍ମଣମାନଙ୍କୁ ଶିବବାବା ପାଠ ପଢ଼ାଉଛନ୍ତି । ସେ ହେଉଛନ୍ତି ପତିତ-ପାବନ । ଆମ ସମସ୍ତ ଆତ୍ମାମାନଙ୍କୁ ନେଇଯିବା ପାଇଁ ବାବା ଆସିଛନ୍ତି । ଏହା କେତେ ସରଳ କଥା । ବାବା କହୁଛନ୍ତି ପିଲାମାନେ, ତୁମେମାନେ ଶାନ୍ତିଧାମରୁ ଏଠାକୁ ପାର୍ଟ କରିବା ପାଇଁ ଆସୁଛ । ଏହି ଦୁଃଖଧାମରେ ସମସ୍ତେ ଦୁଃଖୀ ସେଥିପାଇଁ କହୁଛନ୍ତି ମନକୁ କିପରି ଶାନ୍ତି ମିଳିବ ? ଏପରି କହୁନାହାଁନ୍ତି ଆତ୍ମାକୁ କିପରି ଶାନ୍ତି ମିଳିବ ? ଆରେ ତୁମେ କହୁଛ ନା ଓମ୍ ଶାନ୍ତି । ମୋର ସ୍ୱଧର୍ମ ହେଉଛି ଶାନ୍ତି । ପୁଣି ଶାନ୍ତି କାହିଁକି ମାଗୁଛ ? ନିଜ ଆତ୍ମାକୁ ଭୁଲି ଦେହ-ଅଭିମାନରେ ଆସିଯାଉଛ । ଆତ୍ମାମାନେ ତ ଶାନ୍ତିଧାମର ବାସିନ୍ଦା ଅଟନ୍ତି । ତେବେ ଏଠାରେ ଶାନ୍ତି କେଉଁଠାରୁ ମିଳିବ ? ଅଶରୀରୀ ହେଲେ ହିଁ ଶାନ୍ତି ମିଳିବ । ଶରୀର ଭିତରେ ଆତ୍ମା ଅଛି, ତେଣୁ ତାକୁ ନିଶ୍ଚିତ ଚଲାବୁଲା ତ କରିବାକୁ ପଡ଼ୁଛି । ମୁଁ ଆତ୍ମା ଶାନ୍ତିଧାମରୁ ଏଠାକୁ ପାର୍ଟ କରିବାକୁ ଆସିଛି । ଏକଥା ମଧ୍ୟ କେହି ବୁଝିପାରୁନାହାଁନ୍ତି ଯେ ରାବଣ ହିଁ ଆମର ଶତ୍ରୁ । କେବେଠାରୁ ଏହି ରାବଣ ତୁମର ଶତ୍ରୁ ହୋଇଛି ? ଏହା ମଧ୍ୟ କେହି ଜାଣି ନାହାଁନ୍ତି । ବଡ଼-ବଡ଼ ବିଦ୍ୱାନ, ପଣ୍ଡିତମାନେ ମଧ୍ୟ ଜାଣି ନାହାଁନ୍ତି ଯେ ରାବଣ କିଏ, ଯାହାର ଆମେ ପିତୁଳା ତିଆରି କରି ଜଳାଉଛୁ । ଯାହାକୁ ଜନ୍ମ-ଜନ୍ମାନ୍ତର ଜଳାଇ ଆସୁଛୁ, କିଛି ହେଲେ ଜାଣିନାହାଁନ୍ତି । ଯଦି କାହାକୁ ବି ପଚାରାଯାଏ ରାବଣ କିଏ ? ତେବେ କହିବେ ଏସବୁ ତ କଳ୍ପନା । ଏହିପରି ବହୁତ କହିଥାନ୍ତି । ବାସ୍ତବରେ କଳ୍ପନାର ଅର୍ଥ କଣ ? କହନ୍ତି ଏହା ସଂକଳ୍ପର ଦୁନିଆ । ଯିଏ ଯେପରି ସଂକଳ୍ପ କରିଥାଏ ତାହା ହୋଇଯାଏ । ଅର୍ଥ କିଛି ବି ବୁଝନ୍ତି ନାହିଁ । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । କେହି ତ ଭଲ ଭାବରେ ବୁଝିଯାଉଛନ୍ତି, କେହି ପୁଣି ବୁଝୁ ହିଁ ନାହାଁନ୍ତି । ଯିଏ ଭଲ ଭାବରେ ବୁଝୁଛନ୍ତି ତାଙ୍କୁ ସୁପୁତ୍ର ବୋଲି କୁହାଯାଏ ଏବଂ ଯିଏ ବୁଝୁନାହାଁନ୍ତି ସିଏ ଲଗେ ଅର୍ଥାତ୍ ସାବତ ସନ୍ତାନ ଅଟନ୍ତି । ସାବତ ସନ୍ତାନ କଣ ଉତ୍ତରାଧିକାରୀ ହୋଇପାରିବ କି! ବାବାଙ୍କ ପାଖରେ ମାତେଲେ ମଧ୍ୟ ଅଛନ୍ତି ଏବଂ ସୌତେଲେ (ସାବତ ସନ୍ତାନ) ମଧ୍ୟ ଅଛନ୍ତି । ମାତେଲେ ସନ୍ତାନମାନେ ତ ପୂରା ବାବାଙ୍କ ଶ୍ରୀମତରେ ଚାଲିଥାନ୍ତି । ସୌତେଲେ ଚାଲିବେ ନାହିଁ । ବାବା କହି ଦିଅନ୍ତି, ଇଏ ମୋ ମତରେ ଚାଲୁନାହାଁନ୍ତି । ରାବଣର ମତରେ ଚାଲୁଛନ୍ତି । ରାମ ଏବଂ ରାବଣ ଦୁଇଟି ଅକ୍ଷର ରହିଛି । ରାମରାଜ୍ୟ ଏବଂ ରାବଣ ରାଜ୍ୟ । ଏହା ହେଉଛି ସଙ୍ଗମ । ବାବା ବୁଝାଉଛନ୍ତି ଏମାନେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଯେଉଁମାନେ ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି । ତୁମେ ନେବ ? ଶ୍ରୀମତରେ ଚାଲିବ ? ତେବେ କହନ୍ତି କେଉଁ ମତ ? ବାବା ଶ୍ରୀମତ ଦେଉଛନ୍ତି ଯେ ପବିତ୍ର ହୁଅ । କହନ୍ତି ମୁଁ ପବିତ୍ର ରହିବି ପୁଣି ଯଦି ମୋ ସ୍ୱାମୀ ନ ମାନିବେ ତେବେ ମୁଁ କାହା କଥା ମାନିବି ? ସେ ତ ମୋର ପତି ପରମେଶ୍ୱର କାରଣ ଭାରତର ଏହି କଥା ଶିଖାଯାଇଥାଏ ଯେ ପତି ହେଉଛନ୍ତି ତୁମର ଗୁରୁ, ଈଶ୍ୱର ସବୁ କିଛି । କିନ୍ତୁ ବାସ୍ତବରେ ଏପରି କେହି ଭାବୁ ନାହାଁନ୍ତି । ସେ ସମୟରେ ହଁ କରି ଦିଅନ୍ତି କିନ୍ତୁ କିଛି ବି ମାନନ୍ତି ନାହିଁ । ତଥାପି ମଧ୍ୟ ଗୁରୁମାନଙ୍କ ପାଖକୁ, ମନ୍ଦିରକୁ ଇତ୍ୟାଦିକୁ ଯାଆନ୍ତି । ସ୍ୱାମୀ କହନ୍ତି ତୁମେ ବାହାରକୁ ଯାଅ ନାହିଁ । ମୁଁ ରାମଙ୍କର ମୂର୍ତ୍ତି ତୁମକୁ ଘରେ ଆଣି ଦେବି ପୁଣି ତୁମେ ଅଯୋଧ୍ୟା ଆଦି ସ୍ଥାନରେ କାହିଁକି ବୁଲୁଛ ? କିନ୍ତୁ କେହି ମାନନ୍ତି ନାହିଁ । ଏହା ହେଉଛି ଭକ୍ତିମାର୍ଗର ଧକ୍କା । ତାହା ତ ନିଶ୍ଚିତ ଖାଇବେ । କେବେ ବି କେହି ମାନିବେ ନାହିଁ । ଭାବନ୍ତି ତାହା ତ ତାଙ୍କର ମନ୍ଦିର ଅଟେ । ଆରେ ତୁମେ ରାମଙ୍କୁ ମନେ ପକାଇବ ନା ମନ୍ଦିରକୁ ? କିନ୍ତୁ ବୁଝନ୍ତି ନାହିଁ । ତେଣୁ ବାବା ବୁଝାଉଛନ୍ତି ଭକ୍ତିମାର୍ଗରେ ମଧ୍ୟ କହୁଛ ହେ ଭଗବାନ ଆସ, ଏଠାକୁ ଆସି ଆମର ସଦ୍ଗତି କର କାରଣ ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ସିଏ ହିଁ ଅଟନ୍ତି । ଆଚ୍ଛା ସେ କେବେ ଆସନ୍ତି ଏକଥା ମଧ୍ୟ କେହି ଜାଣିନାହାଁନ୍ତି ।

ବାବା ବୁଝାଉଛନ୍ତି ରାବଣ ହିଁ ତୁମର ଶତ୍ରୁ ଅଟେ । ରାବଣର କଥା ତ ବହୁତ ଆଶ୍ଚର୍ଯ୍ୟଜନକ, ଯାହାକୁ ବର୍ଷ ବର୍ଷ ହେବ ଜଳାଇ ଆସୁଛନ୍ତି କିନ୍ତୁ ସିଏ ମରୁନାହିଁ । ରାବଣ କଣ ଜିନିଷ ଏକଥା କେହି ହେଲେ ଜାଣିନାହାଁନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଆମକୁ ବେହଦର ବାବାଙ୍କଠାରୁ ବର୍ସା ମିଳୁଛି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଶିବଙ୍କୁ କେହି ହେଲେ ମଧ୍ୟ ଜାଣିନାହାଁନ୍ତି । ଗଭର୍ଣ୍ଣମେଣ୍ଟକୁ ମଧ୍ୟ ତୁମେ ବୁଝାଉଛ । ଶିବ ତ ହେଉଛନ୍ତି ଭଗବାନ ସେ ହିଁ କଳ୍ପ-କଳ୍ପ ଆସି ଭାରତକୁ ନର୍କରୁ ସ୍ୱର୍ଗ ଭିକାରୀରୁ ରାଜକୁମାର କରୁଛନ୍ତି । ପତିତକୁ ପାବନ କରୁଛନ୍ତି । ସେ ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଏହି ସମୟରେ ସବୁ ମନୁଷ୍ୟ ମାତ୍ର ଏଠାରେ ଅଛନ୍ତି । ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ କୌଣସି ନା କୌଣସି ଜନ୍ମ ନେଇ ଏଠାରେ ଅଛନ୍ତି । ମଝିରେ କେହି ହେଲେ ବି ଘରକୁ ଫେରି ଯାଇପାରିବେ ନାହିଁ । ସମସ୍ତଙ୍କର ସଦ୍ଗତିଦାତା ହେଉଛନ୍ତି ଏକମାତ୍ର ବଡ଼ ବାପା । ଆସନ୍ତି ମଧ୍ୟ ସେ ଭାରତକୁ । ବାସ୍ତବରେ ଭକ୍ତି ମଧ୍ୟ ତାଙ୍କୁ ହିଁ କରିବା ଉଚିତ୍ ଯିଏକି ସମସ୍ତଙ୍କୁ ସଦ୍ଗତି ଦେଇଥାନ୍ତି । ସେହି ନିରାକାର ବାବା ଏଠାରେ ତ ନାହାଁନ୍ତି । ତାଙ୍କୁ ସର୍ବଦା ଉପରେ ଅଛନ୍ତି ଭାବି ମନେପକାଇଥାନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଉପରେ ଅଛନ୍ତି ବୋଲି କେହି ହେଲେ ଭାବନ୍ତି ନାହିଁ । ଅନ୍ୟ ସମସ୍ତଙ୍କୁ ତଳେ ଅର୍ଥାତ୍ ଏହିଠାରେ ହିଁ ମନେ ପକାଇଥାନ୍ତି । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଏହିଠାରେ ହିଁ ମନେ ପକାଇଥାନ୍ତି । ତୁମ ପିଲାମାନଙ୍କର ମନେ ପକାଇବା ଯଥାର୍ଥ ଅଟେ । ତୁମେ ନିଜକୁ ଏହି ଦେହରୁ ଅଲଗା, ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଉଛ । ବାବା କହୁଛନ୍ତି ତୁମକୁ କାହାର ବି ଦେହ ମନେ ପଡିବା ଉଚିତ୍ ନୁହେଁ । ଏହା ଧ୍ୟାନ ରଖିବା ବହୁତ ଜରୁରୀ । ତୁମେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି । ସାରା ସମୁଦ୍ର, ସାରା ଧରଣୀ, ସାରା ଆକାଶର ମାଲିକ କରୁଛନ୍ତି । ଏବେ ତ କେତେ ଟୁକୁଡ଼ା-ଟୁକୁଡ଼ା ହୋଇଯାଇଛି । ଜଣକୁ ଅନ୍ୟ ଜଣେ ତାର ସୀମାକୁ ଆସିବାକୁ ଦେଉନାହାଁନ୍ତି । ସେଠାରେ ଏଭଳି କଥା ହୁଏ ନାହିଁ । ଭଗବାନ ତ ହେଉଛନ୍ତି ହିଁ ଏକମାତ୍ର ବାବା । ଏପରି ନୁହେଁ ଯେ ସମସ୍ତେ ବାପ ହିଁ ବାପା ଅଟନ୍ତି । ଏଭଳି ମଧ୍ୟ କହିଥାନ୍ତି, ହିନ୍ଦୁ-ଚିନି ଭାଇ-ଭାଇ, ହିନ୍ଦୁ-ମୁସଲମାନ ଭାଇ-ଭାଇ କିନ୍ତୁ ଏହାର ବାସ୍ତବ ଅର୍ଥକୁ ବୁଝି ନାହାଁନ୍ତି । ଏପରି କେବେ କହିବେ ନାହିଁ ଯେ ହିନ୍ଦୁ-ମୁସଲମାନ ଭଉଣୀ-ଭାଇ । ନାଁ । ଆତ୍ମାମାନେ ହେଉଛନ୍ତି ପରସ୍ପର ଭାଇ-ଭାଇ । କିନ୍ତୁ ଏହି କଥାକୁ ଜାଣିନାହାଁନ୍ତି । କେବଳ ଶାସ୍ତ୍ର ଆଦି ଶୁଣି ସତ୍ସତ୍ କରିଥାନ୍ତି । କିନ୍ତୁ ଏହାର ଅର୍ଥ କିଛି ନାହିଁ । ବାସ୍ତବରେ ଏହା ହେଉଛି ଅସତ୍ୟ, ମିଥ୍ୟା । ସତ୍ୟଖଣ୍ଡରେ ସତ୍ ହିଁ ସତ୍ କହିଥାନ୍ତି । ଏଠାରେ ମିଥ୍ୟା ହିଁ ମିଥ୍ୟା ରହିଛି । କାହାକୁ ଯଦି କହିବ ଯେ ତୁମେ ମିଛ କହୁଛ ତେବେ ବିଗିଡ଼ିଯିବେ । ତୁମେ ସତ୍ୟ କଥା କହୁଛ ତଥାପି ମଧ୍ୟ କେହି କେହି ଗାଳି ଦେବାକୁ ଲାଗି ପଡନ୍ତି । ଏବେ ବାବାଙ୍କୁ ତ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ତୁମେ ପିଲାମାନେ ଏବେ ଦୈବୀଗୁଣ ଧାରଣ କରୁଛ । ତୁମେ ଜାଣିଛ ଏବେ ୫ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ହୋଇଯାଇଛି । ଆଜି କାଲି ମନୁଷ୍ୟ ଭୂତମାନଙ୍କର ମଧ୍ୟ ପୂଜା କରୁଛନ୍ତି । ସେମାନଙ୍କୁ କେବଳ ଭୂତର ହିଁ ସ୍ମୃତି ରହିଥାଏ । ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ୟାଦ କର । ଭୂତମାନଙ୍କୁ ମନେ ପକାଅ ନାହିଁ । ଗୃହସ୍ଥ ବ୍ୟବହାରରେ ରହି ବୁଦ୍ଧିର ଯୋଗ ବାବାଙ୍କ ସାଥିରେ ରଖ । ଏବେ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ଯେତେ ବାବାଙ୍କୁ ମନେ ପକାଇବ ସେତେ ବିକର୍ମ ବିନାଶ ହେବ । ଜ୍ଞାନର ତୃତୀୟ ନେତ୍ର ତୁମକୁ ମିଳୁଛି ।

ଏବେ ତୁମକୁ ବିକର୍ମାଜିତ୍ ହେବାକୁ ପଡ଼ିବ । ତାହା ହେଉଛି ବିକର୍ମାଜିତ୍ ସଂବତ । ଏହା ହେଲା ବିକର୍ମୀ ସଂବତ । ତୁମେ ଯୋଗବଳ ଦ୍ୱାରା ବିକର୍ମ ଉପରେ ବିଜୟ ପ୍ରାପ୍ତ କରୁଛ । ଭାରତର ଯୋଗ ତ ପ୍ରସିଦ୍ଧ । କିନ୍ତୁ ମନୁଷ୍ୟ ଜାଣି ନାହଁନ୍ତି । ସନ୍ନ୍ୟାସୀମାନେ ବାହାରେ ଯାଇ କହନ୍ତି ଯେ ଆମେ ଭାରତର ଯୋଗ ଶିଖାଇବାକୁ ଆସିଛୁ, ସେମାନେ ଜାଣିନାହାଁନ୍ତି ଯେ ଏମାନେ ହେଉଛନ୍ତି ହଠଯୋଗୀ । ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ । ତୁମେ ହେଉଛ ରାଜଋଷି । ସେମାନେ ହେଲେ ହଦର ସନ୍ନ୍ୟାସୀ ତୁମେ ହେଲ ବେହଦର ସନ୍ନ୍ୟାସୀ । ଏମାନଙ୍କ ଭିତରେ ରାତି-ଦିନର ଫରକ ରହିଛି । ତୁମ ବ୍ରାହ୍ମଣମାନଙ୍କ ବିନା ଆଉ କେହି ମଧ୍ୟ ରାଜଯୋଗ ଶିଖାଇ ପାରିବେ ନାହିଁ । ଏହା ହେଉଛି ନୂଆ କଥା । ତେଣୁ ନୂଆମାନେ କିଛି ବି ବୁଝିପାରିବେ ନାହିଁ, ସେଥିପାଇଁ ନୂଆମାନଙ୍କୁ କେବେ ଅନୁମତି ଦିଆଯାଏ ନାହିଁ । ଏହା ଇନ୍ଦ୍ରସଭା ଅଟେ ନା । ଏହି ସମୟରେ ସମସ୍ତେ ହେଉଛନ୍ତି ପଥରବୁଦ୍ଧି । ସତ୍ୟଯୁଗରେ ତୁମର ପାରସବୁଦ୍ଧି ରହୁଛି । ଏହା ହେଲା ସଙ୍ଗମ । ଏକମାତ୍ର ବାବାଙ୍କ ବିନା ପଥରରୁ ପାରସ କେହି କରିପାରିବେ ନାହିଁ । ତୁମେ ଏଠାକୁ ଆସିଛ ପାରସବୁଦ୍ଧି ହେବାପାଇଁ । ବାସ୍ତବରେ ଭାରତ ସୁନାର ଚଢ଼େଇ ଥିଲା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ଏମାନେ କେବେ ରାଜ୍ୟ କରୁଥିଲେ, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ଏମାନଙ୍କର ରାଜ୍ୟ ଥିଲା । ପୁଣି ଏମାନେ କୁଆଡ଼େ ଗଲେ । ତୁମେ କହିପାରିବ ଏମାନେ ୮୪ ଜନ୍ମ ଭୋଗ କରିଛନ୍ତି । ଏବେ ତମୋପ୍ରଧାନ ହୋଇଯାଇଛନ୍ତି, ପୁଣି ବାବାଙ୍କ ଦ୍ୱାରା ସତ୍ତ୍ୱପ୍ରଧାନ ହେଉଛନ୍ତି । ତତ୍ତ୍ତ୍ୱମ୍ । ଏହି ଜ୍ଞାନ ବାବାଙ୍କ ବିନା କୌଣସି ସାଧୁ-ସନ୍ଥ ଆଦି କେହି ବି ଦେଇ ପାରିବେ ନାହିଁ । ତାହା ଭକ୍ତିମାର୍ଗ, ଏହା ହେଲା ଜ୍ଞାନ ମାର୍ଗ । ତୁମମାନଙ୍କ ପାଖରେ ଯେଉଁ ଭଲ ଭଲ ଗୀତ ଅଛି ତାକୁ ଶୁଣିଲେ ତୁମର ଲୋମ ଟାଙ୍କୁରି ଉଠିବ । ଖୁସିର ପାରଦ ଏକଦମ୍ ଚଢ଼ିଯିବ । ପୁଣି ସେ ନିଶା ସ୍ଥାୟୀ ମଧ୍ୟ ରହିବା ଦରକାର । ଏହା ହେଉଛି ଜ୍ଞାନ ଅମୃତ । ସେମାନେ ମଦ ପିଇଲେ ତାଙ୍କୁ ନିଶା ଚଢ଼ିଥାଏ, ଏଠାରେ ଏହା ହେଉଛି ଜ୍ଞାନ ଅମୃତ । ତୁମର ଏହି ନିଶା ଛାଡ଼ିବାର ନୁହେଁ । ସର୍ବଦା ଚଢ଼ି ରହିବା ଉଚିତ୍ । ତୁମେ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖି କେତେ ଖୁସି ହେଉଛ । ଜାଣିଛ ଆମେ ଶ୍ରୀମତ ଆଧାରରେ ପୁନର୍ବାର ଶ୍ରେଷ୍ଠାଚାରୀ ହେଉଛୁ । ଏଠାରେ ସବୁ କିଛି ଦେଖୁଥିଲେ ମଧ୍ୟ ବୁଦ୍ଧିଯୋଗ ବାବା ଏବଂ ବର୍ସା ସହିତ ଲାଗିରହୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବିକର୍ମ ପାଇଁ ଯୋଗବଳ ଦ୍ୱାରା ବିକର୍ମ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏଠାରେ ସବୁ କିଛି ଦେଖୁଥିଲେ ମଧ୍ୟ ବୁଦ୍ଧିଯୋଗ ବାବା ଏବଂ ତାଙ୍କର ସମ୍ପତ୍ତି ସହିତ ଲାଗିରହୁ ।

(୨) ବାବାଙ୍କର ସମ୍ପତ୍ତିର ପୂରା ଅଧିକାର ପ୍ରାପ୍ତ କରିବା ପାଇଁ ବାବାଙ୍କର ପ୍ରକୃତ ସନ୍ତାନ ହେବାକୁ ପଡ଼ିବ । ଏକମାତ୍ର ବାବାଙ୍କର ହିଁ ଶ୍ରୀମତରେ ଚାଲିବାକୁ ପଡ଼ିବ । ବାବା ଯାହା ବୁଝାଉଛନ୍ତି ତାକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ ।

ବରଦାନ:-
ସମ୍ପୂର୍ଣ୍ଣତାର ଆଲୋକ ଦ୍ୱାରା ଅଜ୍ଞାନରୂପୀ ପରଦାକୁ ଖୋଲୁଥିବା ସର୍ଚ୍ଚଲାଇଟ୍ ହୁଅ ।

ବର୍ତ୍ତମାନ ପ୍ରତ୍ୟକ୍ଷତାର ସମୟ ପାଖେଇ ଆସୁଛି ସେଥିପାଇଁ ଅନ୍ତମୁର୍ଖୀ ହୋଇ ଗୁହ୍ୟ ଅର୍ଥାତ୍ ଗହନ ଅନୁଭବ ରୂପୀ ରତ୍ନରେ ନିଜକୁ ଭରପୁର କର, ଏଭଳି ସର୍ଚ୍ଚଲାଇଟ୍ ଅର୍ଥାତ୍ ଶକ୍ତିଶାଳୀ ଲାଇଟ୍ ହୁଅ ଯାହାକି ତୁମର ସମ୍ପୂର୍ଣ୍ଣତାର ଆଲୋକ ଦ୍ୱାରା ଅଜ୍ଞାନର ପରଦା ଖୋଲିଯିବ, କାହିଁକି ନା ତୁମମାନଙ୍କ ଭଳି ଧରାପୃଷ୍ଠର ତାରକାମାନେ ହିଁ ଏହି ବିଶ୍ୱକୁ ହଲଚଲ୍ରୁ ମୁକ୍ତ କରି ସୁଖୀ ସଂସାର, ସ୍ୱର୍ଣ୍ଣିମ ସଂସାରରେ ପରିଣତ କରିବ । ତୁମେ ପୁରୁଷୋତ୍ତମ ଆତ୍ମାମାନେ ହିଁ ବିଶ୍ୱକୁ ସୁଖ-ଶାନ୍ତିର ନିଶ୍ୱାସ-ପ୍ରଶ୍ୱାସ ପ୍ରଦାନ କରିବାର ନିମିତ୍ତ ଅଟ ।

ସ୍ଲୋଗାନ:-
ମାୟା ଏବଂ ପ୍ରକୃତିର ଆକର୍ଷଣଠାରୁ ଦୂରରେ ରୁହ, ତେବେ ସର୍ବଦା ହର୍ଷିତ ରହିବ ।