13.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ତୁମେମାନେ ନିଜର ସୁପ୍ତ
ଭାଗ୍ୟକୁ ଜାଗ୍ରତ କରିବା ପାଇଁ ବାବାଙ୍କ ପାଖକୁ ଆସିଛ, ଭାଗ୍ୟକୁ ଜାଗ୍ରତ କରିବା ଅର୍ଥ ବିଶ୍ୱର
ମାଲିକ ହେବା ।”
ପ୍ରଶ୍ନ:-
କେଉଁ ଭୋଜନ
ତୁମମାନଙ୍କୁ ବାବାଙ୍କ ସମାନ ବୁଦ୍ଧିମାନ କରିଦେଉଛି?
ଉତ୍ତର:-
ଏହି ପାଠପଢା ହିଁ ହେଉଛି ତୁମମାନଙ୍କର ବୁଦ୍ଧିର ଭୋଜନ । ଯେଉଁମାନେ ପ୍ରତ୍ୟହ ପାଠ ପଢିଥାନ୍ତି
ଅର୍ଥାତ୍ ଏହି ଭୋଜନ ଗ୍ରହଣ କରିଥା’ନ୍ତି ସେମାନଙ୍କର ବୁଦ୍ଧି ପାରସମଣି ସଦୃଶ ହୋଇଯାଏ । ପାରସନାଥ
ବାବା ଯିଏକି ବୁଦ୍ଧିମାନମାନଙ୍କର ବୁଦ୍ଧି ଅଟନ୍ତି ସେ ହିଁ ତୁମମାନଙ୍କୁ ନିଜ ସମାନ ପାରସବୁଦ୍ଧି
କରୁଛନ୍ତି ।
ଗୀତ:-
ତକଦୀର ଜଗାକର
ଆୟୁ ହୁଁ...
ଓମ୍ ଶାନ୍ତି ।
ଏହି ଗୀତର
ଗୋଟିଏ ଧାଡି ଶୁଣିଲେ ମଧ୍ୟ ସ୍ନେହରେ ପିଲାମାନଙ୍କର ରୁମ ଟାଙ୍କୁରି ଉଠିବା ଉଚିତ୍ । ଏହା ଏକ
ସାଧାରଣ ଗୀତ ଅଟେ କିନ୍ତୁ ଏହାର ମର୍ମ ଆଉ କେହି ଜାଣିନାହାଁନ୍ତି । ବାବା ହିଁ ଆସି ଗୀତ,
ଶାସ୍ତ୍ର ଆଦିର ଅର୍ଥ ବୁଝାଉଛନ୍ତି । ମଧୁର ସନ୍ତାନଗଣ ଏକଥା ମଧ୍ୟ ଜାଣିଛନ୍ତି ଯେ କଳିଯୁଗରେ
ସମସ୍ତଙ୍କର ଭାଗ୍ୟ ସୁପ୍ତ ହୋଇଯାଇଛି । ସତ୍ୟଯୁଗରେ ସମସ୍ତଙ୍କର ଭାଗ୍ୟ ଜାଗ୍ରତ ହେବ । ସୁପ୍ତ
ଭାଗ୍ୟକୁ ଜାଗ୍ରତ କରିବା ପାଇଁ ଶ୍ରୀମତ ଦେଲାବାଲା ଅର୍ଥାତ୍ ପୁରୁଷାର୍ଥ କରାଇଲାବାଲା ଏକମାତ୍ର
ବାବା ହିଁ ଅଟନ୍ତି । ସେ ହିଁ ଆସି ପିଲାମାନଙ୍କର ଭାଗ୍ୟକୁ ଜାଗ୍ରତ କରାଉଛନ୍ତି । ଯେପରି ପିଲା
ଜନ୍ମ ହେଲା ପରେ ତାର ଭାଗ୍ୟ ଉଦୟ ହୋଇଥାଏ । ପିଲା ଜନ୍ମ ହେବା ପରେ ପୁଣି ସେ ଜାଣିଯାଏ ଯେ ମୁଁ
ଉତ୍ତରାଧିକାରୀ ଅଟେ । ସେହିପରି ଏହା ବେହଦର କଥା । ପିଲାମାନେ ଜାଣିଛନ୍ତି କଳ୍ପ-କଳ୍ପ ଆମର
ଭାଗ୍ୟ ଜାଗ୍ରତ ହେଉଛି ପୁଣି ସୁପ୍ତ ହୋଇଯାଉଛି । ଆମେ ପବିତ୍ର ହେଉଛୁ ତେଣୁ ଆମର ଭାଗ୍ୟ ଜାଗ୍ରତ
ହେଉଛି । ପବିତ୍ର ଗୃହସ୍ଥ ଆଶ୍ରମ ବୋଲି କୁହାଯାଇଥାଏ । ଆଶ୍ରମ ଅକ୍ଷର ପବିତ୍ର ଅଟେ । ପବିତ୍ର
ଗୃହସ୍ଥ ଆଶ୍ରମ, ତାର ବିପରୀତ ହେଉଛି ଅପବିତ୍ର ପତିତ ଗୃହସ୍ଥ ଧର୍ମ ପତିତ ଗୃହସ୍ଥକୁ ଆଶ୍ରମ
କୁହାଯିବ ନାହିଁ । ଗୃହସ୍ଥ ଧର୍ମ ତ ସମସ୍ତଙ୍କର କୁହାଯିବ । ଜୀବଜନ୍ତୁମାନଙ୍କର ମଧ୍ୟ ଗୃହସ୍ଥ
ଧର୍ମ କୁହାଯିବ । ସମସ୍ତେ ତ ସନ୍ତାନ ଜନ୍ମ କରୁଛନ୍ତି । ଜୀବଜନ୍ତୁଙ୍କୁ ମଧ୍ୟ କୁହାଯିବ ଯେ
ଗୃହସ୍ଥ ଧର୍ମରେ ଅଛନ୍ତି । ଏବେ ପିଲାମାନେ ଜାଣୁଛନ୍ତି - ଆମେ ସ୍ୱର୍ଗରେ ପବିତ୍ର ଗୃହସ୍ଥ
ଆଶ୍ରମରେ ଥିଲୁ, ଦେବୀ-ଦେବତା ଥିଲୁ । ତାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି ସର୍ବଗୁଣ ସମ୍ପନ୍ନ,
୧୬ କଳା ସଂପୂର୍ଣ୍ଣ... ତୁମେ ନିଜେ ମଧ୍ୟ ଗାନ କରୁଛ । ଏବେ ଜାଣୁଛ ଯେ ଆମେ ପୁନଃ ମନୁଷ୍ୟରୁ
ଦେବତା ହେଉଛୁ । ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା... । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ
ଦେବତା କହୁଛନ୍ତି । ବ୍ରହ୍ମା ଦେବତାୟ ନମଃ ପୁଣି କହୁଛନ୍ତି ଶିବ ପରମାତ୍ମାୟେ ନମଃ । ଏବେ ଏହାର
ଅର୍ଥ ମଧ୍ୟ ତୁମେ ଜାଣିଛ । ସେମାନେ ତ ଅନ୍ଧଶ୍ରଦ୍ଧା ଦ୍ୱାରା କେବଳ କହିଦେଉଛନ୍ତି । ତେବେ ଶଙ୍କର
ଦେବତାୟ ନମଃ କହୁଛନ୍ତି । ଶିବଙ୍କ ପାଇଁ କହୁଛନ୍ତି ଶିବ ପରମାତ୍ମାୟେ ନମଃ ତେବେ ଫରକ ହୋଇଗଲା ନା
। ସିଏ ଦେବତା ହୋଇଗଲେ, ଇଏ ପରମାତ୍ମା ହୋଇଗଲେ । ଶିବ ଓ ଶଙ୍କରଙ୍କୁ ଜଣେ ତ କୁହାଯିବ ନାହିଁ ।
ତୁମେ ଜାଣିଛ ଯେ ବାସ୍ତବରେ ଆମେ ପଥରବୁଦ୍ଧି ଥିଲୁ, ଏବେ ପାରସବୁଦ୍ଧି ହେଉଛୁ । ଦେବତାମାନଙ୍କୁ ତ
ପଥରବୁଦ୍ଧି ବୋଲି କୁହାଯିବ ନାହିଁ । ପୁଣି ଡ୍ରାମା ଅନୁସାରେ ରାବଣ ରାଜ୍ୟରେ ସିଢି ଓହ୍ଲାଇବାକୁ
ପଡିବ । ପାରସବୁଦ୍ଧିରୁ ପଥରବୁଦ୍ଧି ହେବାକୁ ପଡିବ । ସବୁଠାରୁ ବୁଦ୍ଧିମାନ ତ ଏକମାତ୍ର ବାବା ହିଁ
ଅଟନ୍ତି । ଏବେ ତୁମ ବୁଦ୍ଧିରେ ଆଉ ଦିବ୍ୟତା ନାହିଁ । ବାବା ଆସି ତୁମ ବୁଦ୍ଧିକୁ ପାରସବୁଦ୍ଧି
କରାଉଛନ୍ତି । ତୁମେ ଏଠାକୁ ପାରସବୁଦ୍ଧି ହେବା ପାଇଁ ଆସୁଛ । ପାରସନାଥଙ୍କର ମଧ୍ୟ ମନ୍ଦିର ରହିଛି
। ସେଠାରେ ମେଳା ମଧ୍ୟ ଲାଗିଥାଏ । କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ପାରସନାଥ କିଏ ।
ବାସ୍ତବରେ ପାରସ କରାଇଲାବାଲା ତ ବାବା ହିଁ ଅଟନ୍ତି । ସେ ହେଉଛନ୍ତି ବୁଦ୍ଧିବାନଙ୍କର ବୁଦ୍ଧି ।
ଏହି ଜ୍ଞାନ ହେଉଛି ତୁମମାନଙ୍କ ବୁଦ୍ଧିର ଭୋଜନ, ଏହାଦ୍ୱାରା ବୁଦ୍ଧି କେତେ ବଦଳିଯାଉଛି । ଏହି
ଦୁନିଆ ହେଉଛି କଣ୍ଟାର ଜଙ୍ଗଲ । କେତେ ପରସ୍ପରକୁ ଦୁଃଖ ଦେଉଛନ୍ତି । ବର୍ତ୍ତମାନ ତ ତମୋପ୍ରଧାନ
ରୌରବ ନର୍କ ଅଟେ । ଗରୁଡ ପୁରାଣରେ ତ ଏହା ବିଷୟରେ ବହୁତ କୌତୁହଳଜନକ କଥା ଲେଖିଦେଇଛନ୍ତି ।
ଏବେ ତୁମମାନଙ୍କ ବୁଦ୍ଧିକୁ ଭୋଜନ ମିଳୁଛି । ବେହଦର ବାବା ଭୋଜନ ଦେଉଛନ୍ତି । ଏହା ହେଉଛି ପାଠପଢା
। ଏହାକୁ ଜ୍ଞାନ ଅମୃତ ମଧ୍ୟ କୁହାଯାଉଛି । ଏଠାରେ କୌଣସି ପାଣି ଆଦି ନାହିଁ । ଆଜିକାଲି ସବୁ
ଜିନିଷକୁ ଅମୃତ ବୋଲି କହିଦେଉଛନ୍ତି । ଗଙ୍ଗା ଜଳକୁ ମଧ୍ୟ ଅମୃତ କହିଦେଉଛନ୍ତି । ଦେବତାମାନଙ୍କର
ପାଦ ଧୋଇ ପାଣି ରଖିଛନ୍ତି, ତାକୁ ମଧ୍ୟ ଅମୃତ ବୋଲି କହିଦେଉଛନ୍ତି । ଏହା ମଧ୍ୟ ବୁଦ୍ଧି ଦ୍ୱାରା
ବୁଝିବାର କଥା ନା । ଏହି ପାଦୁକର ଆଞୁଳି ଅମୃତ ଅଟେ ନା ପତିତ-ପାବନୀ ଗଙ୍ଗାର ଜଳ ଅମୃତ ଅଟେ?
ଯେଉଁମାନେ ସେହି ପାଦୁକ ଦେଉଛନ୍ତି ସେମାନେ ଏପରି କହୁନାହାଁନ୍ତି ଯେ ଏହା ପତିତଙ୍କୁ ପାବନ
କରିଲାବାଲା ପାଦୁକ ଅଟେ । ଗଙ୍ଗାଜଳ ପାଇଁ କହିଥାନ୍ତି ଏହା ପତିତ-ପାବନୀ ଅଟେ । କହନ୍ତି ମଧ୍ୟ
ମନୁଷ୍ୟର ମୃତ୍ୟୁ ସମୟରେ ଗଙ୍ଗାଜଳ ମୁଖରେ ଥାଉ । ଦେଖାଇଛନ୍ତି ଅର୍ଜ୍ଜୁନ ବାଣ ମାରି ଭୀଷ୍ମଙ୍କୁ
ଗଙ୍ଗାଜଳ ପିଆଇଲେ । ତୁମେମାନେ କୌଣସି ବାଣ ଆଦି ମାରିନାହଁ, ଗୋଟିଏ ଗାଁ ଅଛି ଯେଉଁଠି ତୀର ଦ୍ୱାରା
ଲଢେଇ କରିଥାନ୍ତି । ସେଠାକାର ରାଜାଙ୍କୁ ଈଶ୍ୱରଙ୍କର ଅବତାର ବୋଲି କହିଥା’ନ୍ତି । ଈଶ୍ୱରଙ୍କର
ଅବତାର ତ କେହି ମନୁଷ୍ୟ ହୋଇପାରିବେ ନାହିଁ । ବାସ୍ତବରେ ସଚ୍ଚା-ସଚ୍ଚା ସତଗୁରୁ ତ ଜଣେ ହିଁ
ଅଟନ୍ତି, ଯିଏ ସମସ୍ତଙ୍କର ସଦ୍ଗତି ଦାତା । ଯିଏ ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ ।
ବାବାଙ୍କ ବିନା ସାଥୀରେ ଘରକୁ କେହି ନେଇଯାଇ ପାରିବେ ନାହିଁ । ବ୍ରହ୍ମରେ ଲୀନ ହୋଇଯିବାର ମଧ୍ୟ
କଥା ନାହିଁ । ଏହିଭଳି ସୃଷ୍ଟିର ନାଟକ ତିଆରି ହୋଇଛି । ସୃଷ୍ଟିର ଚକ୍ର ତ ଅନାଦି କାଳରୁ ଘୂରି
ଚାଲିଛି । ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତି ହେଉଛି,ଏକଥା ଏବେ ତୁମେ ଜାଣୁଛ ଆଉ କେହି
ଜାଣିନାହାଁନ୍ତି । ମନୁଷ୍ୟ ଅର୍ଥାତ୍ ଆତ୍ମାମାନେ ଯାହାଙ୍କୁ ଈଶ୍ୱର ପିତା କହି ସ୍ମରଣ କରୁଛନ୍ତି
ସେହି ରଚୟିତା ପିତାଙ୍କୁ ମଧ୍ୟ ଜାଣି ନାହାଁନ୍ତି, ଲୌକିକ ପିତାଙ୍କୁ କେବେ ଈଶ୍ୱର ପିତା ବୋଲି
କେହି କହିବେ ନାହିଁ । ଈଶ୍ୱର ପିତା ଶବ୍ଦ ତ ବହୁତ ସମ୍ମାନର ସହିତ କହୁଛନ୍ତି । ତାଙ୍କ ପାଇଁ ହିଁ
ଗାନ କରୁଛନ୍ତି ହେ ପତିତ-ପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା । ଗୋଟିଏ ପଟେ କହୁଛନ୍ତି ସେ
ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ଏବଂ ଯେବେ କୌଣସି ଦୁଃଖ ହେଉଛି ଅଥବା ସନ୍ତାନ ଆଦି
ମରିଯାଉଛନ୍ତି ତେବେ କହି ଦେଉଛନ୍ତି ଈଶ୍ୱର ହିଁ ଦୁଃଖ-ସୁଖ ଦେଉଛନ୍ତି । ଈଶ୍ୱର ଆମର ପିଲାକୁ
ନେଇଗଲେ । ଭଗବାନ ଏହା କ’ଣ କଲ? ମହିମା କରୁଛନ୍ତି ପୁଣି ଯଦି କିଛି ହୋଇଗଲା ତେବେ ଈଶ୍ୱରଙ୍କୁ
ଗାଳି ମଧ୍ୟ ଦେଉଛନ୍ତି । କହୁଛନ୍ତି ଈଶ୍ୱର ସନ୍ତାନ ଦେଇଛନ୍ତି, ପୁଣି ଯଦି ସିଏ ନେଇଗଲେ ତେବେ
ତୁମେ କାନ୍ଦୁଛ କାହିଁକି? ଈଶ୍ୱରଙ୍କ ପାଖକୁ ଗଲା ନା । ସତ୍ୟଯୁଗରେ କେବେ କେହି କାନ୍ଦିବେ ନାହିଁ
। ବାବା ବୁଝାଉଛନ୍ତି କାନ୍ଦିବାର କୌଣସି ଆବଶ୍ୟକତା ନାହିଁ । ଆତ୍ମାକୁ ନିଜର ହିସାବ-କିତାବ
ଅନୁସାରେ ଯାଇ ଅନ୍ୟ ଏକ ଅଭିନୟ କରିବାକୁ ପଡିବ । ଜ୍ଞାନ ନଥିବା ଯୋଗୁଁ ମନୁଷ୍ୟ କେତେ
କାନ୍ଦୁଛନ୍ତି, ଯେପରି ପାଗଳ ହୋଇଯାଉଛନ୍ତି । ଏଠାରେ ତ ବାବା ବୁଝାଉଛନ୍ତି - ଆମ୍ମା ମରେ ତୋ
ହାଲୁଆ ଖାନା ଅର୍ଥାତ୍ କିଏ ବି ମରୁ ତୁମେ ଖୁସିରେ ରୁହ । ନଷ୍ଟମୋହା ହେବାକୁ ପଡିବ । ମୋର ତ ଏକା
ବେହଦର ବାବା ହିଁ ଅଛନ୍ତି, ଦ୍ୱିତୀୟ କେହି ନାହାଁନ୍ତି । ଏହିପରି ଅବସ୍ଥା ପିଲାମାନଙ୍କର ହେବା
ଉଚିତ୍ । ମୋହଜିତ୍ ରାଜାର କଥା ମଧ୍ୟ ଶୁଣିଛ ନା । ଏସବୁ ହେଉଛି ଦନ୍ତ କଥା ଅର୍ଥାତ୍ ମନଗଢାକଥା ।
ସତ୍ୟଯୁଗରେ କେବେ ଦୁଃଖର କଥା ରହିବ ନାହିଁ । ନା କେବେ ଅକାଳମୃତ୍ୟୁ ହେବ । ପିଲାମାନେ ଜାଣିଛନ୍ତି
ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ, ବାବାଙ୍କୁ ମହାକାଳ ମଧ୍ୟ କହୁଛନ୍ତି, କାଳର କାଳ ତୁମକୁ
କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି ଅର୍ଥାତ୍ କାଳ କେବେ ଖାଉନାହିଁ, କାଳ ଆତ୍ମାକୁ ତ
ଖାଇପାରିବ ନାହିଁ । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ, ଏହାକୁ କହୁଛନ୍ତି କାଳ ଖାଇଗଲା
। ବାକି କାଳ ଅନ୍ୟ କୌଣସି ଜିନିଷ ନୁହେଁ । ମନୁଷ୍ୟ ମହିମା ଗାନ କରୁଛନ୍ତି, କିଛି ବି
ବୁଝିନାହାଁନ୍ତି । ଗାଉଛନ୍ତି ଅଚୁତମ୍ କେଶବମ୍... ଅର୍ଥ କିଛି ବି ବୁଝିନାହାଁନ୍ତି । ମନୁଷ୍ୟ
ବିଲ୍କୁଲ୍ ଜ୍ଞାନ ବାହାରକୁ ଚାଲିଗଲେଣି । ବାବା ବୁଝାଉଛନ୍ତି ଏହି ୫ ବିକାର ତୁମର ବୁଦ୍ଧିକୁ
କେତେ ଖରାପ କରିଦେଉଛି । ଅନେକ ମନୁଷ୍ୟ ବଦ୍ରୀନାଥ ଆଦି ଯାଉଛନ୍ତି । ଆଜି ୨ ଲକ୍ଷ ଗଲେ, ୪ ଲକ୍ଷ
ଗଲେ... ବଡ ବଡ ଅଫିସରମାନେ ମଧ୍ୟ ତୀର୍ଥ କରିବାକୁ ଯାଉଛନ୍ତି । ତୁମେ ତ ଯାଉନାହଁ ତେଣୁ ସେମାନେ
କହୁଛନ୍ତି ଏହି ବି.କେ.ମାନେ ତ ନାସ୍ତିକ ଅଟନ୍ତି କାହିଁକି ନା ଭକ୍ତି କରୁନାହାଁନ୍ତି । ତୁମେ
ପୁଣି କହୁଛ ଯିଏ ଭଗବାନଙ୍କୁ ଜାଣିନାହାଁନ୍ତି ସେମାନେ ନାସ୍ତିକ । ବାବାଙ୍କୁ ତ କେହି ବି
ଜାଣିନାହାଁନ୍ତି ସେଥିପାଇଁ ଏହାକୁ ଅନାଥମାନଙ୍କର ଦୁନିଆ କୁହାଯାଉଛି, ପରସ୍ପର ସହିତ କେତେ
ଲଢେଇ-ଝଗଡା କରୁଛନ୍ତି । ସାରା ଦୁନିଆ ବାବାଙ୍କର ଘର ଅଟେ ନା । ବାବା ସାରା ଦୁନିଆର ପିଲାମାନଙ୍କୁ
ପତିତରୁ ପବିତ୍ର କରାଇବା ପାଇଁ ଆସୁଛନ୍ତି । ଅଧାକଳ୍ପ ବାସ୍ତବରେ ପବିତ୍ର ଦୁନିଆ ଥିଲା ନା । ଗାନ
ମଧ୍ୟ କରୁଛନ୍ତି ରାମ ରାଜା ରାମ ପ୍ରଜା, ରାମ ସାହୁକାର... ସେଠାରେ ପୁଣି ଅଧର୍ମର କଥା କିପରି
ହୋଇପାରିବ । କହିଥାନ୍ତି ମଧ୍ୟ ସେଠାରେ ଛେଳି-ବାଘ ଏକତ୍ର ପାଣି ପିଇବେ ପୁଣି ସେଠାରେ ରାବଣ ବା
ଅନ୍ୟ ରାକ୍ଷସ କେଉଁଠୁ ଆସିଲେ? କିଛି ବି ବୁଝିପାରୁ ନାହାଁନ୍ତି । ଅନ୍ୟ ଧର୍ମର ଲୋକେ ତ ଏଭଳି କଥା
ଶୁଣି ହସୁଛନ୍ତି ।
ତୁମେମାନେ ଜାଣିଛ - ଏବେ ଜ୍ଞାନର ସାଗର ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି । ଏହା ପତିତ ଦୁନିଆ
ଅଟେ ନା । ତେବେ କ’ଣ ପ୍ରେରଣା ଦ୍ୱାରା ପତିତଙ୍କୁ ପାବନ କରିବେ? ଡାକୁଛନ୍ତି ହେ ପତିତ-ପାବନ
ଏଠାକୁ ଆସି, ଆମକୁ ପବିତ୍ର କର ତେବେ ନିଶ୍ଚିତ ଭାରତକୁ ହିଁ ଆସିଥିଲେ । ଏବେ ମଧ୍ୟ କହୁଛନ୍ତି
ମୁଁ ଜ୍ଞାନର ସାଗର ଆସିଛି । ତୁମେମାନେ ଜାଣିଛ ଶିବବାବାଙ୍କ ପାଖରେ ହିଁ ସାରା ଜ୍ଞାନ ରହିଛି,
ସେହି ବାବା ବସି ପିଲାମାନଙ୍କୁ ଏହି ସବୁ କଥା ବୁଝାଉଛନ୍ତି, ଶାସ୍ତ୍ରରେ ତ ସବୁ କାହାଣୀ ରହିଛି ।
ନାମ ରଖି ଦେଇଛନ୍ତି - ବ୍ୟାସ ଭଗବାନ ଶାସ୍ତ୍ର ରଚନା କରିଥିଲେ । ସେହି ବ୍ୟାସ ତ ଭକ୍ତିମାର୍ଗର
ଥିଲେ । ଶିବବାବା ହେଉଛନ୍ତି ପ୍ରକୃତ ବ୍ୟାସ ଦେବ, ତାଙ୍କର ସନ୍ତାନ ତୁମେ ସବୁ ସୁଖ ଦେବ ଅଟ । ଏବେ
ତୁମେ ସୁଖର ଦେବତା ହେଉଛ । ସୁଖର ସମ୍ପତ୍ତି ନେଉଛ ବ୍ୟାସଙ୍କଠାରୁ, ଶିବାଚାର୍ଯ୍ୟଙ୍କଠାରୁ । ତୁମେ
ବ୍ୟାସଙ୍କର ସନ୍ତାନ ଅଟ । କିନ୍ତୁ ମନୁଷ୍ୟ ଦ୍ୱନ୍ଦରେ ନ ପଡିବା ପାଇଁ କୁହାଯାଉଛି ଶିବଙ୍କର
ସନ୍ତାନ ଅଟନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଶିବ । ତେଣୁ ଏବେ ବାବା କହୁଛନ୍ତି - କୌଣସି
ଦେହଧାରୀଙ୍କୁ ଦେଖ ନାହିଁ । ଯେବେକି ଶିବବାବା ସମ୍ମୁଖରେ ଅଛନ୍ତି । ଆତ୍ମାକୁ ଅନୁଭବ କରିବାକୁ
ପଡିଥାଏ, ପରମାତ୍ମାଙ୍କୁ ମଧ୍ୟ ଅନୁଭବ କରାଯାଇଥାଏ । ଇଏ ହେଉଛନ୍ତି ପରମପିତା ପରମାତ୍ମା ଶିବ ।
ଯିଏକି ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି । କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କର ପିତା
। ଆତ୍ମାକୁ ଅନୁଭବ କରାଯାଇଥାଏ, ଦେଖାଯାଇନଥାଏ । ବାବା ପଚାରୁଛନ୍ତି ଏବେ ତୁମେ ନିଜର ଆତ୍ମାକୁ
ଅନୁଭବ କରୁଛ? ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ନିର୍ଦ୍ଧାରିତ ହୋଇଛି । ଯେପରି ଏକ କ୍ୟାସେଟ
ଅଟେ । ତୁମେ ଜାଣିଛ ଆମେ ଆତ୍ମା ହିଁ ଶରୀର ଧାରଣ କରୁଛୁ । ପ୍ରଥମେ ତୁମେ ଦେହୀ-ଅଭିମାନୀ ଥିଲ,
ଏବେ ଦେହ-ଅଭିମାନୀ ହୋଇଯାଇଛ । ତୁମେ ଜାଣିଛ ଆମେ ଆତ୍ମା ୮୪ ଜନ୍ମ ନେଉଛୁ । ଏହାର ଅନ୍ତ ହେଉନାହିଁ
। କେହି-କେହି ପଚାରୁଛନ୍ତି ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା? କିନ୍ତୁ ଏହା ତ ଅନାଦି ଅଟେ,
କେବେ ବିନାଶ ହେଉନାହିଁ । ଏହାକୁ କୁହାଯାଉଛି ପୂର୍ବ-ପ୍ରସ୍ତୁତ ଅବିନାଶୀ ବିଶ୍ୱ ନାଟକ । ତେଣୁ
ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଯେପରି ଅପାଠୁଆ ପିଲାଙ୍କୁ ପାଠପଢା ଯାଇଥାଏ । ଆତ୍ମା ହିଁ
ଶରୀରରେ ରହିଥାଏ । ଏହା ହେଉଛି ପଥରବୁଦ୍ଧିଙ୍କ ପାଇଁ ଭୋଜନ, ବୁଦ୍ଧିକୁ ଜ୍ଞାନ ମିଳୁଛି । ତୁମ
ପାଇଁ ବାବା ଚିତ୍ର ତିଆରି କରାଇଛନ୍ତି । ଏହା ବହୁତ ସହଜ ମଧ୍ୟ ଅଟେ । ଇଏ ହେଉଛନ୍ତି
ତ୍ରିମୂର୍ତ୍ତି ବ୍ରହ୍ମା-ବିଷ୍ଣୁ-ଶଙ୍କର । ତେବେ ବ୍ରହ୍ମାଙ୍କୁ ମଧ୍ୟ ତ୍ରିମୂର୍ତ୍ତି କାହିଁକି
କହୁଛନ୍ତି? ଦେବ-ଦେବ ମହାଦେବ କହୁଛନ୍ତି । ଜଣଙ୍କଠାରୁ ଆଉ ଜଣଙ୍କୁ ଶ୍ରେଷ୍ଠ କରି ଦେଇଛନ୍ତି,
ଅର୍ଥ କିଛି ବି ଜାଣିନାହାଁନ୍ତି । ତେବେ ବ୍ରହ୍ମା ଦେବତା କିପରି ହୋଇପାରିବେ । ପ୍ରଜାପିତା
ବ୍ରହ୍ମା ତ ଏହି ସମୟର ହେବା ଉଚିତ୍ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି
ମୁଁ ଏହି ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ବୁଝାଉଛି । ପ୍ରଥମେ ଏହାଙ୍କୁ ନିଜର କରୁଛି
। ଏହାଙ୍କର ବହୁତ ଜନ୍ମର ଅନ୍ତରେ ମୁଁ ଆସୁଛି । ଇଏ ମଧ୍ୟ ୫ ବିକାରର ସନ୍ନ୍ୟାସ କରୁଛନ୍ତି ।
ସନ୍ନ୍ୟାସକାରୀଙ୍କୁ ଯୋଗୀ, ଋଷି କୁହାଯାଏ । ଏବେ ତୁମେ ରାଜଋଷି ହୋଇଛ । ତୁମେ ୫ ବିକାରର
ସନ୍ନ୍ୟାସ କରିଛ ତେଣୁ ତୁମର ନାମ ବଦଳୁଛି । ତୁମେ ତ ରାଜଯୋଗୀ ହେଉଛ । ତୁମେ ପ୍ରତିଜ୍ଞା କରୁଛ ।
ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି ଚାଲିଯାଉଛନ୍ତି । ଏଠାରେ ତ ସ୍ତ୍ରୀ-ପୁରୁଷ ଏକତ୍ର
ରହୁଛନ୍ତି, ପ୍ରତିଜ୍ଞା କରୁଛନ୍ତି ଆମେ କେବେହେଲେ ବିକାରଗ୍ରସ୍ତ ହେବୁ ନାହିଁ । କାମ ବିକାର ହିଁ
ମୂଳଦୁଆ ଅଟେ ।
ତୁମେମାନେ ଜାଣିଛ ଶିବବାବା ରଚୟିତା ଅଟନ୍ତି । ସିଏ ଆସି ନୂଆ ଦୁନିଆ ରଚନା କରୁଛନ୍ତି । ସିଏ
ବୀଜରୂପ, ସତ୍ଚିତ୍ ଆନନ୍ଦ ସାଗର, ଜ୍ଞାନର ସାଗର ଅଟନ୍ତି । ସ୍ଥାପନା, ବିନାଶ, ପାଳନା କିପରି
କରୁଛନ୍ତି - ତାହା ବାବା ଜାଣିଛନ୍ତି, ମନୁଷ୍ୟମାନେ ଜାଣିନାହାଁନ୍ତି । ତୁରନ୍ତ କହି ଦେଉଛନ୍ତି
ତୁମେ ବି.କେ.ମାନେ ତ ଦୁନିଆର ବିନାଶ କରିବ । ଆଚ୍ଛା, ତୁମ ମୁଖରେ ଗୋଲାପ । କହୁଛନ୍ତି ଇଏ ତ
ବିନାଶ ପାଇଁ ନିମିତ୍ତ ହୋଇଛନ୍ତି । ନା ଶାସ୍ତ୍ରକୁ , ନା ଭକ୍ତିକୁ, ନା ଗୁରୁମାନଙ୍କୁ ମାନୁଛନ୍ତି,
କେବଳ ତାଙ୍କର ଦାଦାଙ୍କୁ ହିଁ ମାନୁଛନ୍ତି । କିନ୍ତୁ ବାବା ତ ନିଜେ କହୁଛନ୍ତି ଏହା ପତିତ ଶରୀର
ଅଟେ, ମୁଁ ଏହି ବ୍ରହ୍ମାଙ୍କ ଶରୀରର ପ୍ରବେଶ କରିଛି । ପତିତ ଦୁନିଆରେ ତ କେହି ପବିତ୍ର ନଥାନ୍ତି
। ମନୁଷ୍ୟ ତ ଯାହା ଶୁଣା-ଶୁଣି କଥା ଶୁଣୁଛନ୍ତି ତାହା କହି ଦେଉଛନ୍ତି । ଏହିଭଳି ଶୁଣା-ଶୁଣି କଥା
ଦ୍ୱାରା ତ ଭାରତ ଦୁର୍ଗତିକୁ ପ୍ରାପ୍ତ କରିଛି, ସେଥିପାଇଁ ବାବା ଆସି ସତ୍ୟ କଥା ଶୁଣାଇ
ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ସୁଖର ସମ୍ପତ୍ତି ନେଇ ତୁମକୁ ସୁଖର ଦେବତା ହେବାକୁ ପଡିବ ଏବଂ ସମସ୍ତଙ୍କୁ ସୁଖ
ଦେବାକୁ ହେବ । ରାଜଋଷି ହେବା ପାଇଁ ସର୍ବ ବିକାରଗୁଡିକର ସନ୍ନ୍ୟାସ କରିବାକୁ ହେବ ।
(୨) ଏହି ପାଠପଢା ହିଁ ତୁମର ପ୍ରକୃତ ଭୋଜନ ବା ସଚ୍ଚା ଖୋରାକ ଅଟେ । ସଦ୍ଗତିକୁ ପ୍ରାପ୍ତ କରିବା
ପାଇଁ ଶୁଣା-ଶୁଣି କଥାକୁ ଛାଡି ଶ୍ରୀମତରେ ଚାଲିବାକୁ ହେବ । ଏକମାତ୍ର ବାବାଙ୍କଠାରୁ ହିଁ
ଶୁଣିବାକୁ ହେବ ଏବଂ ମୋହଜିତ୍ ହେବାକୁ ପଡିବ ।
ବରଦାନ:-
ସର୍ବଦା ନିଜର
ସ୍ୱମାନରେ ସ୍ଥିତ ରହି ନିର୍ମାନ ସ୍ଥିତି ଦ୍ୱାରା ସମସ୍ତଙ୍କୁ ସମ୍ମାନ ଦେଉଥିବା ମାନନୀୟ, ପୂଜନୀୟ
ହୁଅ ।
ଯାହା ସବୁ ବାବାଙ୍କର
ମହିମା, ସେଗୁଡିକ ତୁମମାନଙ୍କର ସ୍ୱମାନ, ଯଦି ସର୍ବଦା ସ୍ୱମାନରେ ସ୍ଥିତ ରହିବ ତେବେ ନିର୍ମାନ
ଅର୍ଥାତ୍ ନିରହଂକାରୀ ହୋଇଯିବ, ତା’ ପରେ ସମସ୍ତଙ୍କ ଦ୍ୱାରା ଆପେ ଆପେ ସମ୍ମାନ ମିଳିବାକୁ ଲାଗିବ
। ତେଣୁ ମାନ-ସମ୍ମାନ ମାଗିବା ଦ୍ୱାରା ମିଳିନଥାଏ ବରଂ ଅନ୍ୟକୁ ସମ୍ମାନ ଦେବା ଦ୍ୱାରା, ନିଜେ
ସ୍ୱମାନରେ ସ୍ଥିତ ରହିବା ଦ୍ୱାରା, ନିଜର ମାନ-ସମ୍ମାନକୁ ତ୍ୟାଗ କରିବା ଦ୍ୱାରା ସମସ୍ତଙ୍କର
ମାନନୀୟ ବା ପୂଜନୀୟ ହେବାର ଭାଗ୍ୟ ପ୍ରାପ୍ତ ହୋଇଯାଏ, କାହିଁକି ନା କାହାକୁ ବି ସମ୍ମାନ ଦେବା
ଅର୍ଥାତ୍ ନିଜେ ସମ୍ମାନ ପ୍ରାପ୍ତ କରିବା ।
ସ୍ଲୋଗାନ:-
ଜ୍ଞାନୀ ହେବା
ସହିତ କର୍ମକର୍ତ୍ତା ଅର୍ଥାତ୍ ସେବାଧାରୀ ହୋଇ ଅସମର୍ଥ ଆତ୍ମାମାନଙ୍କୁ ଅନୁଭୂତିର ପ୍ରସାଦ
ବାଣ୍ଟିଚାଲ ।