13.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେତିକି ସମୟ ମିଳୁଛି ଅନ୍ତର୍ମୁଖୀ ରହିବାର ପୁରୁଷାର୍ଥ କର, ବାହ୍ୟମୁଖୀ ହୁଅ ନାହିଁ, ତେବେ ଯାଇ ପାପ କଟିବ ।

ପ୍ରଶ୍ନ:-
ଆତ୍ମାର କଳା ବୃଦ୍ଧି ହେବାର ପୁରୁଷାର୍ଥ କଣ ଯାହାକି ବାବା ପ୍ରତ୍ୟେକ ପିଲାଙ୍କୁ ଶିଖାଉଛନ୍ତି ?

ଉତ୍ତର:-
(୧) ପିଲାମାନେ କଳାର ବୃଦ୍ଧି କରିବା ପାଇଁ ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଅ । ଅମୁକ ଏପରି, ଇଏ ଏପରି କରୁଛି, ଏହାଙ୍କ ଭିତରେ ଏହି ଅବଗୁଣ ରହିଛିଏହିସବୁ କଥାରେ ଯିବା ଦରକାର ନାହିଁ । କାହାର ଅବଗୁଣ ଦେଖିବାର ନାହିଁ । (୨) କେବେ ବି ପାଠପଢାରେ ଋଷିଯାଅ ନାହିଁ । ମୁରଲୀରେ ଯାହା ଭଲ ଭଲ ପଏଣ୍ଟସ୍ ରହିଛି, ସେଗୁଡିକୁ ଧାରଣ କରିଚାଲ, ତେବେ ଯାଇ କଳାର ବୃଦ୍ଧି ହୋଇପାରିବ ।

ଓମ୍ ଶାନ୍ତି ।
ଏହା ହେଉଛି ଜ୍ଞାନର କ୍ଲାସ ଏବଂ ପ୍ରାତଃ ସମୟରୁ ଯୋଗର କ୍ଳାସ୍ । କେଉଁ ଯୋଗ ? ଏହା ବହୁତ ଭଲ ଭାବରେ ବୁଝାଇବାକୁ ହେବ କାରଣ ବହୁତ ମନୁଷ୍ୟ ହଠଯୋଗରେ ବୁଡି ରହିଛନ୍ତି । ଯେଉଁ ହଠଯୋଗ ମନୁଷ୍ୟ ଶିଖାଉଛନ୍ତି । ଏହା ହେଉଛି ରାଜଯୋଗ, ଯାହା ପରମାତ୍ମା ଶିଖାଉଛନ୍ତି କାରଣ ରାଜଯୋଗ ଶିଖାଇବାକୁ ତ କେହି ରାଜା ନାହାଁନ୍ତି । ଏହି ଲକ୍ଷ୍ମୀ-ନାରାୟଣ ଭଗବତୀ-ଭଗବାନ ଅଟନ୍ତି, ରାଜଯୋଗ ଶିଖିଲେ ଯାଇ ଭବିଷ୍ୟରେ ଭଗବତୀ ଭଗବାନ ହେବେ । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗର ଜ୍ଞାନ । ଏହାକୁ କୁହାଯାଉଛି ପୁରୁଷୋତ୍ତମ । ପୁରୁଣା ଏବଂ ନୂଆ ଦୁନିଆର ମିଳନ । ପୁରୁଣା ଦୁନିଆରେ ମନୁଷ୍ୟ ଏବଂ ନୂଆ ଦୁନିଆରେ ଦେବତାମାନେ । ଏହି ସମୟରେ ସମସ୍ତ ମନୁଷ୍ୟ ପୁରୁଣା ହୋଇଯାଇଛନ୍ତି । ନୂଆ ଦୁନିଆରେ ନୂଆ ଆତ୍ମା, ଦେବତାମାନେ ରହନ୍ତି । ସେଠାରେ ସେମାନଙ୍କୁ ମନୁଷ୍ୟ କୁହାଯିବ ନାହିଁ । ଯଦିଓ ମନୁଷ୍ୟ ଅଟନ୍ତି କିନ୍ତୁ ଦୈବୀଗୁଣଧାରୀ ଅଟନ୍ତି, ତେଣୁ ଦେବୀ-ଦେବତା କୁହାଯାଉଛି । ପବିତ୍ର ରହିବେ । ବାବା ପିଲାମାନଙ୍କୁ ବୁଝାଉଛନ୍ତି କାମ ମହାଶତ୍ରୁ । ଏହା ରାବଣର ପ୍ରଥମ ନମ୍ବର ଭୂତ । କେହି ବହୁତ କ୍ରୋଧ କଲେ କୁହାଯିବ ଭୋଁ ଭୋଁ କାହିଁକି କରୁଛ । ଏହି ଦୁଇ ବିକାର ସବୁଠାରୁ ବଡ ଶତ୍ରୁ । ଲୋଭ-ମୋହ ପାଇଁ ଭୋଁ-ଭୋଁ ଶବ୍ଦ କୁହାଯିବ ନାହିଁ । ମନୁଷ୍ୟ ଭିତରେ ବିଜ୍ଞାନର ଅହଂକାର କାରଣରୁ କେତେ କ୍ରୋଧ ରହିଛିଏହା ବହୁତ କ୍ଷତିକାରକ । କାମର ଭୂତ ଆଦି, ମଧ୍ୟ, ଅନ୍ତ ଦୁଃଖ ଦେଇଥାଏ । ଜଣେ-ଅନ୍ୟ ଜଣଙ୍କ ଉପରେ କାମ କଟୁରୀରେ ପ୍ରହାର କରୁଛନ୍ତି । ଏହି ସବୁ କଥା ବୁଝି ପୁଣି ଅନ୍ୟକୁ ବୁଝାଇବାକୁ ହେବ । ତୁମ ବ୍ୟତୀତ ବାବାଙ୍କଠାରୁ ସମ୍ପତ୍ତି ନେବାର ପ୍ରକୃତ ରାସ୍ତା କେହି କହିପାରିବେ ନାହିଁ । ତୁମେ ପିଲାମାନେ ହିଁ କହିପାରିବ । ବେହଦର ବାବାଙ୍କଠାରୁ ଏତେ ବଡ ସମ୍ପତ୍ତି କିପରି ମିଳିବ! ଯିଏ ଅନ୍ୟକୁ ବୁଝାଇପାରିବେ ନାହିଁ ତେବେ ନିଶ୍ଚୟ ତାଙ୍କର ପାଠପଢା ପ୍ରତି ଧ୍ୟାନ ନାହିଁ । ବୁଦ୍ଧିଯୋଗ କେଉଁଠି ନା କେଉଁଠି ଭଟକୁଛି । ଏହା ଯୁଦ୍ଧସ୍ଥଳ ଅଟେ । ଏପରି କେହି ଭାବ ନାହିଁ ଏହା ସହଜ କଥା ଅଟେ । ମନର ତୋଫାନ କିମ୍ବା ବିକଳ୍ପ ନ ଚାହିଁଲେ ମଧ୍ୟ ବହୁତ ଆସିବ, ଏଥିରେ ଦ୍ୱନ୍ଦରେ ପଡ ନାହିଁ । ଯୋଗବଳରେ ମାୟା ଚାଲିଯିବ, ଏଥିପାଇଁ ପୁରୁଷାର୍ଥ ବହୁତ କରିବାକୁ ହେବ । ଗୋରଖ ଧନ୍ଦାରେ ବହୁତ ଥକି ଯାଇଥାନ୍ତି କାରଣ ଦେହ-ଅଭିମାନରେ ରହନ୍ତି । ଦେହ-ଅଭିମାନ କାରଣରୁ ବହୁତ କଥାବାର୍ତ୍ତା କରିବାକୁ ପଡେ । ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ଦେହୀ-ଅଭିମାନୀ ହେବା ଦ୍ୱାରା ବାବା ଯାହା ବୁଝାଉଛନ୍ତି ତାହା ଅନ୍ୟକୁ ବୁଝାଇପାରିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା ହିଁ ଶିକ୍ଷା ଦେଉଛନ୍ତି ପିଲାମାନେ ବାହ୍ୟମୁଖୀ ହେବା ଅନୁଚିତ୍ । ଅନ୍ତର୍ମୂଖୀ ହୁଅ । ଯଦିଓ କେଉଁଠି ବାହ୍ୟମୁଖୀ ହେବାକୁ ପଡୁଛି, ପୁଣି ଯେତିକି ସମୟ ମିଳୁଛି ଚେଷ୍ଟା କରି ଅନ୍ତର୍ମୂଖୀ ରହିବା ଉଚିତ୍ । ତେବେ ପାପ କଟିବ । ନହେଲେ ପାପ କଟିବ ନାହିଁ, କିମ୍ବା ଉଚ୍ଚ ପଦ ପାଇବ ନାହିଁ । ଜନ୍ମ-ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ରହିଛି । ସବୁଠାରୁ ଅଧିକ ପାପ ବ୍ରାହ୍ମଣଙ୍କର ଅଛି, ସେଥିରେ ମଧ୍ୟ କ୍ରମାନୁସାରେ ଅଛନ୍ତି । ଯିଏ ବହୁତ ଉଚ୍ଚ ହେଉଛନ୍ତି, ସେ ହିଁ ବିଲକୁଲ୍ ତଳକୁ ମଧ୍ୟ ଆସୁଛନ୍ତି । ଯିଏ ରାଜକୁମାର ହେଉଛନ୍ତି ତାଙ୍କୁ ହିଁ ପୁଣି ଭିକାରୀ ମଧ୍ୟ ହେବାକୁ ପଡୁଛି । ଡ୍ରାମାକୁ ଭଲ ରୂପେ ବୁଝିବାକୁ ହେବ, ଯେଉଁମାନେ ପ୍ରଥମେ ଜ୍ଞାନରେ ଆସି ଛାଡି ଚାଲିଯାଇଛନ୍ତି ସେମାନେ ପୁଣି ବି ଶେଷରେ ଆସିବେ । ଯିଏ ପ୍ରଥମେ ପବିତ୍ର ହେଉଛନ୍ତି ସେମାନେ ପୁଣି ପ୍ରଥମେ ପତିତ ହେବେ । ବାବା କହୁଛନ୍ତି ମୁଁ ଆସିଛି ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ, ତାହା ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ । ବର୍ତ୍ତମାନ ଛୋଟ-ବଡ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ବାବାଙ୍କ ନିମନ୍ତେ ଗାୟନ ରହିଛି ସମସ୍ତଙ୍କର ସଦଗତି ଦାତା । ତାହା ପୁରୁଷୋତ୍ତମ ସଂଗମଯୁଗରେ ହେଉଛି । ଏହି ପୁରୁଷୋତ୍ତମ ସଂଗମଯୁଗ ମଧ୍ୟ ମନେ ରଖିବା ଉଚିତ୍ । ଯେପରି ମନୁଷ୍ୟଙ୍କୁ କଳିଯୁଗ ମନେ ରହୁଛି, କେବଳ ତୁମକୁ ହିଁ ସଂଗମଯୁଗ ମନେ ରହୁଛି । ତୁମମାନଙ୍କ ମଧ୍ୟରେ କ୍ରମାନୁସାରେ ରହିଛନ୍ତି । ଅନେକଙ୍କୁ ନିଜର କାମଧନ୍ଦା ହିଁ ମନେ ରହିଥାଏ । ବାହ୍ୟ କଥାରୁ ମୁହଁ ମୋଡିଲେ ହିଁ ଧାରଣା ହେବ । ଗୋଟିଏ ଢଗ ରହିଛିଅନ୍ତକାଳେ ଯିଏ ସ୍ତ୍ରୀକୁ ସ୍ମରଣ କରେ... ଯେଉଁ ସବୁ ଜ୍ଞାନ ସମ୍ବନ୍ଧୀତ ଭଲ ଭଲ ଗୀତ ଓ ଶ୍ଲୋକ ରହିଛି, ତାହା ରଖିବା ଉଚିତ୍ । ଯେପରି ଗୀତ ରହିଛି ଛି-ଛି ଦୁନିଆରୁ ଯିବାକୁ ହିଁ ପଡିବ । ଅନ୍ୟଟି ହେଲା ଅନ୍ଧକୁ ରାସ୍ତା ଦେଖାଅ...(ନୟନ ହୀନ କୋ ରାହ ଦିଖାଓ) ଏପରି ଗୀତ ନିଜ ପାଖରେ ରଖିବା ଦରକାର । ଏହି ମନୁଷ୍ୟ ତ ତିଆରି କରିଛନ୍ତି, ଯାହାଙ୍କୁ ଏହି ସଂଗମଯୁଗ ବିଷୟରେ ଜଣାନାହିଁ । ବର୍ତ୍ତମାନ ସମସ୍ତେ ଜ୍ଞାନର ନୟନହୀନ ଅଟନ୍ତି । ଯେବେ ପରମାତ୍ମା ଆସିବେ ତେବେ ରାସ୍ତା ଦେଖାଇବେ । ଏକୁଟିଆ ଜଣଙ୍କୁ ତ ଦେଖାଇବେ ନାହିଁ । ଏମାନେ ତାଙ୍କର ଶିବଶକ୍ତି ସେନା । ଶକ୍ତି ସେନା କଣ କରୁଛନ୍ତି ? ଶ୍ରୀମତ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ତୁମେ ମଧ୍ୟ ରାଜଯୋଗ ଶିଖୁଛ ଯାହାକି ଭଗବାନଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ । ଭଗବାନ ତ ନିରାକାର, ତାଙ୍କର ନିଜର ଶରୀର ନାହିଁ, ବାକି ଅନ୍ୟ ସମସ୍ତେ ଶରୀରଧାରୀ । ବାବା ହେଉଛନ୍ତି ଉଚ୍ଚରୁ ଉଚ୍ଚ ଯିଏ, ତୁମକୁ ପଢାଉଛନ୍ତି । ଏହା ତୁମେ ହିଁ ଜାଣିଛ । ତୁମ ମଧ୍ୟରେ କ୍ରମାନୁସାରେ ଅଛନ୍ତି ତେଣୁ ତୁମକୁ ଚେତାବନୀ ଦେବା ଉଚିତ୍ । ବଡ ବଡ ଖବରକାଗଜରେ ଲେଖିବା ଦରକାର । ମନୁଷ୍ୟ ଯେଉଁ ଯୋଗ ଶିଖାଉଛନ୍ତି, ତାହା ହଠଯୋଗ । ପରମପିତା ପରମାତ୍ମା ବାବା ହିଁ ରାଜଯୋଗ ଶିଖାଉଛନ୍ତି । ଯଦ୍ୱାରା ମୁକ୍ତି-ଜୀବନମୁକ୍ତି ମିଳୁଛି । ହଠଯୋଗ ଦ୍ୱାରା ଏଥିମଧ୍ୟରୁ କୌଣସିଟି ମଧ୍ୟ ମିଳିନଥାଏ । ତାହା ହେଉଛି ହଠଯୋଗ ଯାହାକି ପରମ୍ପରାରୁ ଚାଲି ଆସିଛି, ପୁରୁଣା ଅଟେ । ରାଜଯୋଗ କେବଳ ସଂଗମଯୁଗରେ ବାବା ହିଁ ଶିଖାଉଛନ୍ତି ।

ବାବା ବୁଝାଉଛନ୍ତି ଯେବେ ଭାଷଣ କରୁଛ ତେବେ ଟପିକ୍ସ୍ ବାହାର କରିବା ଦରକାର । କିନ୍ତୁ କରୁ ନାହାଁନ୍ତି । ଶ୍ରୀମତକୁ ପାଳନ କରୁଥିବା ଆତ୍ମା ବହୁତ କମ୍ । ପ୍ରଥମେ ଭାଷଣ ଲେଖ ପୁଣି ପକ୍କା କର ତେବେ ମନେ ପଡିବ । ତୁମକୁ ତ ମୌଖିକ(ଓରଲୀ) ଭାଷଣ କରିବାକୁ ହେବ । ତୁମମାନଙ୍କୁ ପଢି ଶୁଣାଇବାର ନାହିଁ । ବିଚାର ସାଗର ମନ୍ଥନ କରି ଭାଷଣ କରିବାର ଶକ୍ତି ତାଙ୍କଠାରେ ରହିଥାଏ ଯେଉଁମାନେ ନିଜକୁ ଆତ୍ମା ଭାବି ପୁଣି କୁହନ୍ତି ଆମେ ଆତ୍ମା ଭାଇମାନଙ୍କୁ ଶୁଣାଉଛୁ, ଏପରି ଅଭ୍ୟାସ ଦ୍ୱାରା ଶକ୍ତି ଆସିବ । ଏହା ବହୁତ ଉଚ୍ଚ ଲକ୍ଷ୍ୟ । ପାନର ବିଡା (ଦାୟିତ୍ୱ) ଉଠାଇବା ମାଉସୀ ଘର କଥା ନୁହେଁ । ଯେତିକି ତୁମେ ଶକ୍ତିଶାଳୀ ହେବ, ସେତିକି ମାୟା ମଧ୍ୟ ଆକ୍ରମଣ କରିବ । ଅଙ୍ଗଦ ବା ମହାବୀର ମଧ୍ୟ ଶକ୍ତିଶାଳୀ ଥିଲେ, ତେଣୁ କହିଲେ ରାବଣ ମଧ୍ୟ ଆମକୁ ହଲାଇ ଦେଖାଉ । ଏହା ସ୍ଥୂଳ କଥା ନୁହେଁ । ଶାସ୍ତ୍ରରେ ଏହା ହେଉଛି ମନ ଗଢଣ କଥା । ଏହି କାନ ଯାହା ଦିନେ ପରମାତ୍ମା ବାବାଙ୍କର ମଧୁର ଜ୍ଞାନ ଶୁଣୁଥିଲା ସେ କାନ ଶାସ୍ତ୍ରର ମନଗଢଣ କଥାଗୁଡିକ ଶୁଣି ଶୁଣି ଏକଦମ୍ ପଥର ହୋଇଯାଇଛି । ଭକ୍ତିମାର୍ଗରେ ମଥା ପିଟି ପଇସା ମଧ୍ୟ ହରାଇଲେ । ସିଢିରେ ତଳକୁ ଖସି ଖସି ଆସିଲେ । ୮୪ ଜନ୍ମର କାହାଣୀ । ଯିଏ ବି ଭକ୍ତି କରିଛନ୍ତି ସେ ତଳକୁ ଖସିଛନ୍ତି । ଏବେ ବାବା ଉପରକୁ ଚଢିବା ଶିଖାଉଛନ୍ତି । ବର୍ତ୍ତମାନ ତୁମର ଉତ୍ଥାନ (ଚଢତି) କଳା । ଯଦି ବୁଦ୍ଧିଯୋଗ ବାବାଙ୍କ ସହିତ ନ ଲଗାଇବ ତେବେ ନିଶ୍ଚିତ ତଳକୁ ଖସିବ । ବାବାଙ୍କୁ ୟାଦ କରୁଛ ତେବେ ଉପରକୁ ଚଢୁଛ । ବହୁତ କଷ୍ଟ, ପରନ୍ତୁ ପିଲାମାନେ ବହୁତ ଭଲ କରୁଛନ୍ତି । କାମଧନ୍ଦାରେ ବାବାଙ୍କୁ ଏବଂ ଶିକ୍ଷାକୁ ଭୁଲିଯାଉଛନ୍ତି । ମାୟା ତୋଫାନ ଆଣୁଛିଅମୁକ ଏପରି, ଏପରି କରୁଛି, ଏହି ବ୍ରାହ୍ମଣୀ ଏପରି ଅଟେ, ଏହାଙ୍କଠାରେ ଏହି ଅବଗୁଣ ରହିଛି । ଆରେ, ଏଥିରେ ତୁମର କଣ ଯାଉଛି! ସର୍ବଗୁଣ ସମ୍ପନ୍ନ ତ କେହି ହୋଇନାହାଁନ୍ତି । କାହାର ଅବଗୁଣ ନଦେଖି ଗୁଣ ଗ୍ରହଣ କରିବାକୁ ହେବ । ଅବଗୁଣ ଦେଖିଲେ ମୁହଁ ବୁଲାଇଦିଅ । ମୁରଲୀ ତ ମିଳୁଛି ତାକୁ ଶୁଣି ଧାରଣ କର । ବୁଦ୍ଧିରେ ବୁଝୁଛ ଯେ ବାବାଙ୍କ କଥା ଏକଦମ୍ ଠିକ୍ । ଯାହା ଠିକ୍ ନ ଲାଗୁଛି ତାକୁ ଛାଡିଦିଅ । ପାଠପଢାରେ କେବେ ଋଷ ନାହିଁ । ବ୍ରାହ୍ମଣୀଙ୍କଠାରେ କିମ୍ବା ପାଠପଢାରେ ଋଷିଲ ଅର୍ଥ ବାବାଙ୍କଠାରୁ ଋଷିଲ । ଏପରି ବହୁତ ପିଲା ଅଛନ୍ତି, ଯିଏକି ସେଣ୍ଟରକୁ ଆସୁନାହାଁନ୍ତି । କେହି କିପରି ବି ହୁଅନ୍ତୁ ତୁମର କାମ ମୁରଲୀରେ, ମୁରଲୀରୁ ଯାହା ଶୁଣୁଛ ସେଥିରୁ ଭଲ ଭଲ ପଏଣ୍ଟ ଧାରଣ କର । ଯଦି କାହା ସହିତ କଥା ହେବାରେ ମଜା ଆସୁନି ତେବେ ଶାନ୍ତ ହୋଇ ମୁରଲୀ ଶୁଣି ଚାଲିଯିବା ଉଚିତ୍ । ଆମେ ଏଠାକୁ ଆସିବୁ ନାହିଁ ଏଭଳି ଋଷିବା ଅନୁଚିତ୍ । କ୍ରମାନୁସାରେ ଅଟନ୍ତି । ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବା ହିଁ ବହୁତ ଭଲ । ବାବା ଆସି ସର୍ଚ୍ଚ ଲାଇଟ୍ ଦେଉଛନ୍ତି । ବାବା ଅନୁଭବ ଶୁଣାଉଛନ୍ତି ବସିବା ସମୟରେ ଯିଏ ଅନନ୍ୟ ପିଲା ଅଟନ୍ତି ସେ ହିଁ ପ୍ରଥମେ ମନେ ପଡୁଛନ୍ତି । ବିଲାତରେ ରୁହନ୍ତୁ ବା କଲକତାରେ ରୁହନ୍ତୁ, ପ୍ରଥମେ ଅନନ୍ୟମାନଙ୍କୁ ସ୍ମୃତିରେ ଆଣି ସର୍ଚ୍ଚଲାଇଟ୍ ଦିଅନ୍ତି । ଯଦିଓ ପିଲା ଅନେକ ଏଠାରେ ବସିଛନ୍ତି କିନ୍ତୁ ଯିଏ ସେବା କରୁଛନ୍ତି ବାବା ତାଙ୍କୁ ମନେ ପକାନ୍ତି । ଯେପରି ଭଲ ଭଲ ପିଲାମାନେ ଶରୀର ଛାଡି ଯାଇଛନ୍ତି ତାଙ୍କର ଆତ୍ମାକୁ ମଧ୍ୟ ମନେ ପକାଉଛନ୍ତି କାହିଁକି ନା ବହୁତ ସେବା କରିଯାଇଛନ୍ତି । ନିଶ୍ଚିତ ପାଖାପାଖି କାହାର ଘରେ ଜନ୍ମ ନେଇଥିବେ । ତାଙ୍କୁ ମଧ୍ୟ ବାବା ମନେ ପକାଇ ସର୍ଚ୍ଚଲାଇଟ୍ ଦେଉଛନ୍ତି । ସମସ୍ତେ ବାବାଙ୍କ ସନ୍ତାନ । ପରନ୍ତୁ କିଏ-କିଏ ଭଲ ସେବା କରୁଛନ୍ତି, ଏହା ତ ସମସ୍ତେ ଜାଣନ୍ତି । ଶିବବାବା କହିଲେଏଠାରେ ସର୍ଚ୍ଚଲାଇଟ୍ ଦିଅ, ତେଣୁ (ବ୍ରହ୍ମାବାବା) ଦେଉଛନ୍ତି । ଦୁଇଟି ଇଞ୍ଜିନ୍ ଅଟେ ନା । ଇଏ ମଧ୍ୟ ଏତେ ଉଚ୍ଚ ପଦ ପାଉଛନ୍ତି ତେବେ ନିଶ୍ଚିତ ଶକ୍ତି ଅଛି । ବାବା କହୁଛନ୍ତି ସର୍ବଦା ଏହିପରି ଭାବ ଯେ ଶିବବାବା ପଢାଉଛନ୍ତି ତେବେ ହିଁ ମନେ ରହିବ । ବାକି ଏକଥା ତ ବୁଝୁଛ ଯେ ଏଠାରେ ତ ଦୁଇଟି ବତୀ ରହିଛି । ଅନ୍ୟ କାହାର ଦୁଇଟି ବତୀ ନାହିଁ ତେଣୁ ଏଠାକୁ ଦୁଇଟି ବତୀର ସମ୍ମୁଖକୁ ଆସୁଛନ୍ତି ତେଣୁ ଭଲ ଭାବରେ ରିଫ୍ରେସ୍ ହେଉଛନ୍ତି । ସକାଳର ସମୟ ବହୁତ ଭଲ । ସ୍ନାନ କରି ଛାତକୁ ଏକାନ୍ତରେ ଚାଲିଯିବା ଉଚିତ୍ । ତେଣୁ ବାବା ବଡ-ବଡ ଛାତ ତିଆରି କରିଛନ୍ତି । ପାଦ୍ରୀମାନେ ଏକଦମ୍ ନୀରବରେ ଯାଆନ୍ତି, ନିଶ୍ଚିତ କ୍ରାଇଷ୍ଟଙ୍କୁ ମନେ ପକାଉଥିବେ । ଭଗବାନଙ୍କୁ ଜାଣନ୍ତି ନାହିଁ । ଯଦି ଭଗବାନଙ୍କୁ ମନେପକାଉଥିବେ ତେବେ ବୁଦ୍ଧିରେ ଶିବଲିଙ୍ଗ ଆସିବ । ନିଜ ମସ୍ତିରେ ଯାଉଛନ୍ତି, ତାଙ୍କଠାରୁ ଗୁଣ ଧାରଣ କର । ଦତ୍ତାତ୍ରେୟଙ୍କ ପାଇଁ କୁହନ୍ତି ସେ ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରୁଥିଲେ । ତୁମେ ପିଲାମାନେ ମଧ୍ୟ କ୍ରମାନୁସାରେ ଦତ୍ତାତ୍ରେୟ ଅଟ । ଏଠାରେ ଏକାନ୍ତ ବହୁତ ଭଲ । ଯେତେ ଚାହିଁବ ରୋଜଗାର କରିପାରିବ । ବାହାରେ ତ କାମଧନ୍ଦା ମନେ ପଡିବ । ୪ଟା ବେଳର ସମୟ ବହୁତ ଭଲ । ବାହାରକୁ ଯିବାର ଆବଶ୍ୟକତା ନାହିଁ । ଘରେ ବି ବସିଛ, ଜଗୁଆଳି ବି ଅଛି । ଯଜ୍ଞରେ ଜଗୁଆଳି ବି ରଖିବାକୁ ପଡିଥାଏ । ଯଜ୍ଞର ପ୍ରତ୍ୟେକ ବସ୍ତୁକୁ ସମ୍ଭାଳିବାକୁ ପଡିଥାଏ କାରଣ ଯଜ୍ଞର ଗୋଟିଏ-ଗୋଟିଏ ଜିନିଷ ବହୁତ ମୂଲ୍ୟବାନ, ତେଣୁ ପ୍ରଥମ ହେଉଛି ସୁରକ୍ଷା । ଏଠାକୁ କେହି ଆସିବେ ନାହିଁ । ଜାଣିଛନ୍ତି ଏଠାରେ ସୁନା ଆଦି କିଛି ନାହିଁ । ମନ୍ଦିର ବି ନାହିଁ । ଆଜିକାଲି ଚୋରି ସବୁ ଜାଗାରେ ହେଉଛି । ବିଲାତରୁ ପୁରୁଣା ଜିନିଷ ଚୋରି କରି ନେଇ ଆସୁଛନ୍ତି । ଦୁନିଆ ବହୁତ ଖରାପ, କାମ ମହାଶତ୍ରୁ ଅଟେ । ସେ ସବୁ କିଛି ଭୁଲାଇ ଦେଉଛି ।

ତୁମର ସକାଳୁ ଗୋଟିଏ କ୍ଲାସ୍ ହେଉଛି ସଦାସୁସ୍ଥ ହେବା ପାଇଁ ପୁଣି ଅନ୍ୟଟି ସଦା ସମ୍ପତ୍ତିବାନ ହେବା ପାଇଁ । ବାବାଙ୍କୁ ମନେ ପକାଇବାକୁ ହେବ ତେଣୁ ବିଚାର ସାଗର ମନ୍ଥନ କରିବାକୁ ହେବ । ବାବାଙ୍କୁ ୟାଦ କରିଲେ ବର୍ସା ମଧ୍ୟ ମନେ ପଡିବ । ଏହି ଉପାୟ ବହୁତ ସହଜ । ଯେପରି ବାବା ବୀଜରୂପ ଅଟନ୍ତି । ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ତୁମର ମଧ୍ୟ ଏହି ଧନ୍ଦା ଅଟେ । ବୀଜକୁ ୟାଦ କରିଲେ ପବିତ୍ର ହେବ । ଚକ୍ରକୁ ମନେ ପକାଇଲେ ଚକ୍ରବର୍ତ୍ତୀ ରାଜା ହେବା ଅର୍ଥାତ୍ ଧନ ମିଳିବ । ରାଜା ବିକର୍ମ ଏବଂ ରାଜା ବିକର୍ମାଜିତ୍ ଦୁଇଟି ସଂବତ ମିଶାଇ ଦେଇଛନ୍ତି । ରାବଣ ଆସିଲା ତ ବିକର୍ମ ସଂବତ ଆରମ୍ଭ ହେଲା, ତାରିଖ ବଦଳି ଗଲା । ଗୋଟିଏ ଚାଲୁଛି ୧ରୁ ୨୫୦୦ ବର୍ଷ, ପୁଣି ୨୫୦୦ରୁ ୫୦୦୦ ପର୍ଯ୍ୟନ୍ତ । ହିନ୍ଦୁମାନଙ୍କୁ ତ ନିଜର ଧର୍ମ ବିଷୟରେ ଜଣା ନାହିଁ । ଏହା ଗୋଟିଏ ଧର୍ମ ଯାହାକି ନିଜ ଅସଲି ଧର୍ମକୁ ଭୁଲି ବିଧର୍ମୀ ହୋଇଛନ୍ତି । ଧର୍ମସ୍ଥାପକକୁ ଭୁଲିଯାଇଛନ୍ତି । ତୁମେ ବୁଝାଇ ପାରିବ ଆର୍ଯ୍ୟ ସମାଜ କେବେ ଆରମ୍ଭ ହେଲା । ଆର୍ଯ୍ୟ (ସୁଧରିଥିବା) ସତ୍ୟଯୁଗରେ ଥିଲେ । ବର୍ତ୍ତମାନ ଅନାର୍ଯ୍ୟ । ଏବେ ବାବା ଆସି ତୁମକୁ ସୁଧାରୁଛନ୍ତି । ତୁମର ବୁଦ୍ଧିରେ ସାରା ଚକ୍ର ରହିଛି । ଯିଏ ଭଲ ପୁରୁଷାର୍ଥୀ ସେ ନିଜେ ଜାଣିଥାନ୍ତି, ଅନ୍ୟମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଇଥାନ୍ତି । ବାବା ହେଉଛନ୍ତି ଗରିବର ବନ୍ଧୁ । ଗ୍ରାମବାସୀଙ୍କୁ ସନ୍ଦେଶ ଦିଅ । ୬ଟି ଚିତ୍ର ଯଥେଷ୍ଟ । ୮୪ଜନ୍ମ ଚକ୍ରର ଚିତ୍ର ବହୁତ ଭଲ । ତାଉପରେ ଭଲ ଭାବରେ ବୁଝାଅ । ପରନ୍ତୁ ମାୟା ଏତେ ପ୍ରବଳ ଯେ ସବୁକିଛି ଭୁଲାଇ ଦେଉଛି । ଏଠାରେ ଉଭୟ ଲାଇଟ୍ ଏକାଠି ରହିଛି । ଗୋଟିଏ ବାବାଙ୍କର, ଅନ୍ୟଟି ଏହାଙ୍କର (ବ୍ରହ୍ମାଙ୍କର) । ଉଭୟ ଜବରଦସ୍ତ ଅଟନ୍ତି । ବ୍ରହ୍ମାବାବା କହୁଛନ୍ତି ତୁମେ ଗୋଟିଏ ଜବରଦସ୍ତ ଲାଇଟକୁ ଧର (ଶିବବାବାଙ୍କୁ) । ସବୁ ପିଲାମାନେ ଏଠାକୁ ଆସୁଛନ୍ତି । ବୁଝୁଛନ୍ତି ଇଏ ଡବଲ ଲାଇଟ୍ ଅଟନ୍ତି । ବାବା ସମ୍ମୁଖରେ ଶୁଣାଉଛନ୍ତି । ଗାୟନ ରହିଛି ତୁମଠାରୁ ଶୁଣିବି, ତୁମକୁ କହିବି... କିନ୍ତୁ ଏପରି ନୁହେଁ, ଏଠାରେ ବସିଯାଅ । ୮ ଦିନ ଯଥେଷ୍ଟ । ଯଦି ଏଠାରେ ସମସ୍ତଙ୍କୁ ବସାଇ ଦିଆଯିବ ତେବେ ବହୁତ ହୋଇଯିବେ ।

ଡ୍ରାମା ଅନୁସାରେ ସବୁ କିଛି ଚାଲୁଛି । ତୁମକୁ ଆନ୍ତରିକ ଖୁସି ବହୁତ ରହିବା ଦରକାର । ସେମାନେ ଖୁସି ହୋଇଥାନ୍ତି, ଯିଏ ନିଜ ସମାନ କରିଥାନ୍ତି । ପ୍ରଜା ତିଆରି କଲେ ତେବେ ଯାଇ ରାଜା ହେବେ । ପାସ୍ ପୋଟ୍ ମଧ୍ୟ ଦରକାର । ବାବାଙ୍କୁ କେହି ପଚାରିଲେ ବାବା ତୁରନ୍ତ କହିଥାନ୍ତି ନିଜକୁ ଦେଖମୋଠାରେ କଣ ଅବଗୁଣ ରହିଛି ? ସ୍ତୁତି-ନିନ୍ଦା ସବୁ ସହନ କରିବାକୁ ପଡିବ । ଯାହା ଯଜ୍ଞରୁ ମିଳୁଛି ସେଥିରେ ଖୁସି ରୁହ । ଯଜ୍ଞର ଭୋଜନକୁ ବହୁତ ଆଦରରେ ସ୍ୱୀକାର କରିବା ଉଚିତ୍ । ସନ୍ନ୍ୟାସୀ ଥାଳି ଧୋଇ ପିଇଥାନ୍ତି କାରଣ ତାଙ୍କୁ ଭୋଜନର ମହତ୍ୱ ଜଣାଥାଏ । ସମୟ ଏପରି ଆସୁଛି ଯେବେ ଶସ୍ୟ ଆଦି ମିଳିବ ନାହିଁ । ସବୁ କିଛି ସହନ କରିବାକୁ ପଡିବ, ତେବେ ପାସ୍ ହୋଇପାରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଯଦି କାହା ଭିତରେ କୌଣସି ଅବଗୁଣ ଦେଖାଯାଉଛି ତେବେ ସେଆଡୁ ନିଜର ମୁହଁ ମୋଡି ନେବାକୁ ହେବ । ପାଠପଢାରେ କେବେ ଋଷିବାର ନାହିଁ । ଦତ୍ତାତ୍ରେୟାଙ୍କ ପରି ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରିବାର ଅଛି ।

(୨) ବାହ୍ୟ ଜଗତରୁ ବୁଦ୍ଧି ଫେରାଇ ଆଣି ଅନ୍ତର୍ମୂଖୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । କର୍ମଧନ୍ଦା ଭିତରେ ରହି ଦେହୀ-ଅଭିମାନୀ ହେବାକୁ ପଡିବ । ବହୁତ କଥାବାର୍ତ୍ତା କରିବାର ନାହିଁ ।


ବରଦାନ:-
ସୁଖ ସ୍ୱରୂପ ହୋଇ ପ୍ରତ୍ୟେକ ଆତ୍ମାକୁ ସୁଖ ଦେଉଥିବା ମାଷ୍ଟର ସୁଖଦାତା ହୁଅ ।

ଯେଉଁ ପିଲାମାନେ ସର୍ବଦା ଯଥାର୍ଥ କର୍ମ କରିଥାନ୍ତି ସେମାନଙ୍କୁ ସେହି କର୍ମର ପ୍ରତ୍ୟକ୍ଷ ଫଳ ଖୁସି ଏବଂ ଶକ୍ତି ପ୍ରାପ୍ତ ହୋଇଥାଏ । ସେମାନଙ୍କର ମନ ସଦା ସର୍ବଦା ଖୁସି ରହିଥାଏ, ସେମାନଙ୍କ ନିକଟକୁ ସଂକଳ୍ପ ମାତ୍ର ବି ଦୁଃଖର ଲହରୀ ଆସିପାରେ ନାହିଁ । ସଂଗମଯୁଗୀ ବ୍ରାହ୍ମଣ ଅର୍ଥାତ୍ ଦୁଃଖର ନାମ ଗନ୍ଧ ନଥିବ କାରଣ ସୁଖଦାତାଙ୍କର ସନ୍ତାନ ଅଟନ୍ତି । ଏହିଭଳି ସୁଖଦାତାଙ୍କର ସନ୍ତାନ ନିଜେ ମଧ୍ୟ ମାଷ୍ଟର ସୁଖଦାତା ହୋଇଥାନ୍ତି । ସେମାନେ ପ୍ରତ୍ୟେକ ଆତ୍ମାକୁ ସର୍ବଦା ସୁଖ ଦେଇଥାନ୍ତି । ସେମାନେ ନା କାହାକୁ ଦୁଃଖ ଦେବେ ନା ଦୁଃଖ ନେବେ ।

ସ୍ଲୋଗାନ:-
ମାଷ୍ଟର ଦାତା ହୋଇ ସହଯୋଗ, ସ୍ନେହ ଏବଂ ସଦାନୁଭୂତି ଦେବାଏହା ହିଁ ଦୟାଶୀଳ ଆତ୍ମାର ଚିହ୍ନ ।