13.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ତୁମମାନଙ୍କର ଜୀବନ ରୂପୀ ନୌକାକୁ ପାରି କରିବା ପାଇଁ ବାବା ନାଉରୀଆ ରୂପରେ ଆସିଛନ୍ତି ତେଣୁ ତାଙ୍କ ସହିତ ବିଶ୍ୱସ୍ଥ ହୋଇ ରୁହ ତେବେ ନୌକା ହଲଚଲ ହେବ କିନ୍ତୁ ବୁଡି ପାରିବ ନାହିଁ ।

ପ୍ରଶ୍ନ:-
ବାବାଙ୍କର ସ୍ମୃତି ପିଲାମାନଙ୍କ ଭିତରେ ଯଥାର୍ଥ ଭାବରେ ନ ରହିବାର ମୁଖ୍ୟ କାରଣ କଣ ?

ଉତ୍ତର:-
ସାକାର ଦେହଧାରୀ ଅବସ୍ଥାରେ ରହି-ରହି, ପିଲାମାନେ ଭୁଲିଯାଇଛନ୍ତି ଯେ ଆମେ ଆତ୍ମାମାନେ ନିରାକାର ଅଟୁ ଏବଂ ଆମର ପିତା ମଧ୍ୟ ନିରାକାର ଅଟନ୍ତି । ସାକାର ଅବସ୍ଥାରେ ରହିବା କାରଣରୁ ସାକାର ଦେହଧାରୀଙ୍କର ସ୍ମୃତି ସହଜରେ ଆସିଯାଉଛି । ତେଣୁ ଦେହୀ-ଅଭିମାନୀ ହୋଇ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା ପାଇଁ ପରିଶ୍ରମ କରିବାକୁ ପଡୁଛି ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ୟାଙ୍କର ନାମ ତ ଶିବ ନୁହେଁ ନା । ଏହାଙ୍କର ନାମ ବ୍ରହ୍ମା, ଶିବବାବା ଏହାଙ୍କ ଦ୍ୱାରା କଥାବାର୍ତ୍ତା କରୁଛନ୍ତି ତେଣୁ ଶିବ ଭଗବାନୁବାଚ କୁହାଯାଉଛି । ଏକଥା ତ ବହୁତ ଥର ବୁଝାଯାଇଛି ଯେକୌଣସି ମନୁଷ୍ୟକୁ, ଦେବତାକୁ ଅଥବା ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଭଗବାନ କୁହାଯିବ ନାହିଁ । ଯାହାଙ୍କର କୌଣସି ଆକାରୀ ବା ସାକାରୀ ଚିତ୍ର (ଶରୀର) ଅଛି ତାଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ଭଗବାନ୍ ବେହଦର ବାବାଙ୍କୁ ହିଁ କୁହାଯାଏ । ଭଗବାନ କିଏ, ଏକଥା କାହାକୁ ମଧ୍ୟ ଜଣା ନାହିଁ । ସେଥିପାଇଁ ନେତି-ନେତି କହୁଛନ୍ତି ଅର୍ଥାତ୍ ଆମେ ଜାଣି ନାହୁଁ । ତୁମମାନଙ୍କ ଭିତରେ ମଧ୍ୟ ବହୁତ ଅଳ୍ପ ଅଛନ୍ତି ଯିଏକି ଯଥାର୍ଥ ଭାବରେ ଜାଣିଛନ୍ତି । ଆତ୍ମା କହୁଛି - ହେ ଭଗବାନ । ଏବେ ଆତ୍ମା ତ ବିନ୍ଦୁ ସ୍ୱରୂପ ଅଟେ । ତେବେ ବାବା ମଧ୍ୟ ବିନ୍ଦୁ ହିଁ ହୋଇଥିବେ । ଏବେ ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି । ବାବାଙ୍କ ପାଖରେ ମଧ୍ୟ ୩୦-୩୫ ବର୍ଷର ପିଲା ଅଛନ୍ତି କିନ୍ତୁ ସେମାନେ ମଧ୍ୟ ଆମେ ଆତ୍ମା କିପରି ବିନ୍ଦୁ ରୂପ ଅଟୁ, ଏକଥା ବୁଝି ନାହାଁନ୍ତି । କେହି କେହି ତ ଭଲ ଭାବରେ ବୁଝିଛନ୍ତି ଏବଂ ବାବାଙ୍କୁ ମନେ ପକାଉଛନ୍ତି । ବେହଦର ବାବା ସଚ୍ଚା ହୀରା ଅଟନ୍ତି । ହୀରାକୁ ବହୁତ ଭଲ ଡବାରେ ରଖାଯାଏ ନା । କାହା ପାଖରେ ଯଦି ଭଲ ହୀରା ଥାଏ ଏବଂ କାହାକୁ ଦେଖାଇବାକୁ ହୁଏ ତେବେ ତାହା ସୁନା ବା ଚାନ୍ଦିର ଡବାରେ ରଖି ଦେଖାଇଥାନ୍ତି । ହୀରାକୁ ହୀରା ବ୍ୟବସାୟୀ ହିଁ ଜାଣିପାରିବେ ଅନ୍ୟ କେହି ଜାଣିପାରିବେ ନାହିଁ । ନକଲି ହୀରା ଦେଖାଇଲେ ମଧ୍ୟ କାହାକୁ ଜଣା ପଡ଼ିବ ନାହିଁ । ଏପରି ବହୁତ ଠକି ହୋଇଯାନ୍ତି । ଏବେ ସଚ୍ଚା ବାବା ଆସିଛନ୍ତି କିନ୍ତୁ ନିଜକୁ ଭଗବାନ କହୁଥିବା ମିଥ୍ୟାବାଦୀ ମଧ୍ୟ ଏପରି ଅଛନ୍ତି ଯାହାଙ୍କୁ ମନୁଷ୍ୟମାନେ କିଛି ବି ଜାଣି ପାରୁ ନାହାଁନ୍ତି । ଗାୟନ ମଧ୍ୟ କରାଯାଏ ସତ୍ୟର ନୌକା ହଲିବ କିନ୍ତୁ ବୁଡ଼ିବ ନାହିଁ । କିନ୍ତୁ ମିଛର ନୌକା ହଲଚଲ ହୋଇନଥାଏ । ଏହାକୁ କେତେ ହଲାଇଥାନ୍ତି । ଯିଏ ଏଠାରେ ଏହି ନୌକାରେ ବସିଛନ୍ତି ସେମାନେ ମଧ୍ୟ ହଲାଇବାକୁ ଚେଷ୍ଟା କରୁଛନ୍ତି । ଟ୍ରେଟର (ବିଶ୍ୱାସଘାତକ)ମାନଙ୍କର ମଧ୍ୟ ଗାୟନ ରହିଛି ନା । ଏବେ ତୁମେ ପିଲାମାନେ ଜାଣିଛ ନାଉରିଆ ବାବା ଆସିଛନ୍ତି । ସିଏ ବଗିଚାର ମାଲିକ ମଧ୍ୟ ଅଟନ୍ତି । ବାବା ବୁଝାଉଛନ୍ତି ଏହା କଣ୍ଟାର ଜଙ୍ଗଲ ଅଟେ । ଏଠାରେ ସମସ୍ତେ ପତିତ ଅଟନ୍ତି ନା । କେତେ ମିଛ ରହିଛି । ସତ୍ୟବାବାଙ୍କୁ କୋଚିତ କେହି କେହି ହିଁ ଜାଣିଛନ୍ତି ଯେଉଁମାନେ ଏଠାରେ (ବାବାଙ୍କ ଘରେ) ରହୁଛନ୍ତି ସେମାନେ ମଧ୍ୟ କେହି କେହି ପୂରା ଜାଣିନାହାଁନ୍ତି । କାରଣ ବାବା ଗୁପ୍ତ ଅଟନ୍ତି ନା । ଭଗବାନଙ୍କୁ ସ୍ମରଣ ତ ସମସ୍ତେ କରୁଛନ୍ତି । ଏକଥା ମଧ୍ୟ ଜାଣିଛନ୍ତି କି ସିଏ ନିରାକାର ଅଟନ୍ତି । ପରମଧାମରେ ରୁହନ୍ତି । ଆମେ ମଧ୍ୟ ନିରାକାର ଆତ୍ମା ଏକଥା କେହି ବି ଜାଣିନାହାଁନ୍ତି । ସାକାର ଶରୀରର ଆଧାର ନେଇ ନେଇ ଆତ୍ମା ତାହା ଭୁଲିଯାଇଛି । ସାକାର ଶରୀରରେ ରହି ରହି ସାକାରର ସ୍ମୃତି ହିଁ ଆସିଯାଉଛି । ତୁମେ ପିଲାମାନେ ଏବେ ଦେହୀ-ଅଭିମାନୀ ହେଉଛ । ଭଗବାନଙ୍କୁ କୁହାଯାଏ ପରମପିତା ପରମାତ୍ମା । ଏକଥା ବୁଝିବା ତ ବିଲ୍କୁଲ୍ ସହଜ । ପରମପିତା ଅର୍ଥାତ୍ ପରରୁ ପରେ (ବହୁ ଦୂରରେ) ରହିଲାବାଲା ପରମ ଆତ୍ମା । ତୁମକୁ କୁହାଯାଏ ଆତ୍ମା । ତୁମକୁ ପରମ କୁହାଯିବ ନାହିଁ । ତୁମେ ତ ପୁନର୍ଜନ୍ମ ନେଉଛ ନା । ଏହି କଥା କେହି ଜାଣିନାହାଁନ୍ତି । ଭଗବାନଙ୍କୁ ମଧ୍ୟ ସର୍ବବ୍ୟାପୀ କହି ଦେଇଥାନ୍ତି । ଭକ୍ତ ଭଗବାନଙ୍କୁ ଖୋଜୁଛନ୍ତି, ପାହାଡ଼ ଉପରେ ତୀର୍ଥରେ, ନଦୀମାନଙ୍କୁ ମଧ୍ୟ ଯାଇଥାନ୍ତି । ଭାବୁଛନ୍ତି ନଦୀ ପତିତ ପାବନୀ ଅଟେ, ସେଥିରେ ସ୍ନାନ କରି ଆମେ ପବିତ୍ର ହୋଇଯିବୁ । ଭକ୍ତିମାର୍ଗରେ ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ଆମକୁ କଣ ଦରକାର । କେବଳ କୁହନ୍ତି ମୁକ୍ତି ଦରକାର, ମୋକ୍ଷ ଦରକାର କାହିଁକି ନା ଏଠାରେ ଦୁଃଖ ଭୋଗ କରି କରି ଥକିଗଲେଣି । ସତ୍ୟଯୁଗରେ ତ କେହି ମୋକ୍ଷ ବା ମୁକ୍ତି ମାଗନ୍ତି ନାହିଁ । ସେଠାରେ ଭଗବାନଙ୍କୁ କେହି ଡ଼ାକନ୍ତି ନାହିଁ । ଏଠାରେ ଦୁଃଖୀ ହେବା କରଣରୁ ଡ଼ାକୁଛନ୍ତି । ବାବା କହୁଛନ୍ତି, ଭକ୍ତି ଦ୍ୱାରା ମୁଁ କାହାର ଦୁଃଖ ଦୂର କରିପାରିବି ନାହିଁ । ଯଦି କେହି ସାରାଦିନ ବସି ରାମ ରାମ ଜପିବ, ତଥାପି ମଧ୍ୟ ଦୁଃଖ ଦୂର କରିପାରିବି ନାହିଁ । କାରଣ ଏହା ରାବଣ ରାଜ୍ୟ ଅଟେ । ଦୁଃଖ ତ ଯେପରି ଗଳାରେ ବନ୍ଧା ହୋଇଛି । ଗାୟନ କରାଯାଏ ଦୁଃଖରେ ସ୍ମରଣ ସମସ୍ତେ କରନ୍ତି ସୁଖରେ କେହି କରନ୍ତି ନାହିଁ । ଏହାର ଅର୍ଥ ହେଲା ଦିନେ ନିଶ୍ଚିତ ସୁଖ ଥିଲା ଏବେ ଦୁଃଖ ଅଛି । ତେବେ ସତ୍ୟଯୁଗରେ ସୁଖଥିଲା ଏବେ କଳିଯୁଗରେ ଦୁଃଖ ରହିଛି ତେଣୁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ପ୍ରଥମ ନମ୍ବର କଣ୍ଟା ହେଲା ଦେହ-ଅଭିମାନର କଣ୍ଟା । ପୁଣି କାମ ବିକାରର କଣ୍ଟା ।

ଏବେ ବାବା ବୁଝାଉଛନ୍ତି ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ବିନାଶ ନିଶ୍ଚୟ ହେବ । ଏବେ ତୁମକୁ ଶାନ୍ତିଧାମକୁ ଯିବାକୁ ହେବ । ସେଥିପାଇଁ ନିଜ ଘରକୁ ଏବଂ ରାଜଧାନୀକୁ ମନେ ପକାଅ । ଘରର ସ୍ମୃତି ସହିତ ବାବାଙ୍କର ସ୍ମୃତି ମଧ୍ୟ ଜରୁରୀ କାରଣ ଘର କୌଣସି ପତିତ-ପାବନ ନୁହେଁ । ତୁମେ ପତୀତ ପାବନ ବାବାଙ୍କୁ କହୁଛ । ତେଣୁ ବାବାଙ୍କୁ ହିଁ ମନେ ପକାଇବାକୁ ପଡ଼ିବ । ସେ କହୁଛନ୍ତି କେବଳ ମୋତେ ମନେ ପକାଅ । ମତେ ହିଁ ଡ଼ାକୁଛ ନା ବାବା ଏଠାକୁ ଆସି ଆମକୁ ପବିତ୍ର କର । ସିଏ ଜ୍ଞାନର ସାଗର ତେଣୁ ନିଶ୍ଚିତ ମୁଖ ଦ୍ୱାରା ହିଁ ଜ୍ଞାନ ବୁଝାଇବେ ନା । ପ୍ରେରଣା ଦ୍ୱାରା ତ କିଛି କରି ପାରିବେ ନାହିଁ । ଗୋଟିଏ ପଟେ ଶିବଜୟନ୍ତୀ ପାଳନ କରୁଛନ୍ତି ଅନ୍ୟ ପଟେ କହୁଛନ୍ତି ସେ ନାମ-ରୂପରୁ ଅଲଗା । ନାମ-ରୂପରୁ ଅଲଗା ଏପରି କିଛି ବସ୍ତୁ ତ ନଥାଏ । ପୁଣି ଏକଥା ମଧ୍ୟ କୁହନ୍ତି ଯେ କାଠ-ପଥର ଇତ୍ୟାଦି ସବୁଥିରେ ଭଗବାନ ଅଛନ୍ତି । ଅନେକ ମତ ଅଛି ନା । ଏବେ ବାବା ବୁଝାଉଛନ୍ତି ତୁମକୁ ୫ ବିକାର ରୂପି ରାବଣ ତୁଚ୍ଛ ବୁଦ୍ଧି କରିଦେଇଛି । ସେଥିପାଇଁ ଦେବତାମାନଙ୍କ ଆଗରେ ଯାଇ ନମସ୍କାର କରୁଛ । କେହି କେହି ତ ବହୁତ ନାସ୍ତିକ ମଧ୍ୟ ଥାଆନ୍ତି, ସେମାନେ କାହାକୁ ବି ମାନନ୍ତି ନାହିଁ । ଏଠାରେ ବାବାଙ୍କ ପାଖକୁ ତ କେବଳ ବ୍ରାହ୍ମଣମାନେ ହିଁ ଆସନ୍ତି, ଯାହାଙ୍କୁ ୫ହଜାର ବର୍ଷ ପୂର୍ବରୁ ମଧ୍ୟ ବୁଝାଇଥିଲି । ଲେଖା ମଧ୍ୟ ଯାଇଛି ପରିମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱରା ସ୍ଥାପନା କରୁଛନ୍ତି ତେଣୁ ବ୍ରହ୍ମାଙ୍କର ସନ୍ତାନ ହେଲେ ବ୍ରାହ୍ମଣ । ପ୍ରଜାପିତା ବ୍ରହ୍ମା ତ ପ୍ରସିଦ୍ଧ ଅଟନ୍ତି । ତେବେ ନିଶ୍ଚିତ ବ୍ରାହ୍ମଣ, ବ୍ରାହ୍ମଣୀ ମଧ୍ୟ ଥିବେ । ଏବେ ତୁମେ ଶୁଦ୍ରଧର୍ମରୁ ବାହାରି ବ୍ରହ୍ମାଣ ଧର୍ମକୁ ଆସିଛ । ବାସ୍ତବରେ ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ନିଜ ପ୍ରକୃତ ଧର୍ମକୁ ଜାଣିନାହଁନ୍ତି । ତେଣୁ ସେମାନେ କେବେ କାହାପାଖକୁ ଯିବେ ତ ଆଉ କେବେ କାହା ପାଖକୁ । ବହୁତଙ୍କ ପାଖକୁ ଯାଉଥିବେ । ଖ୍ରୀଷ୍ଟିୟାନ୍ମାନେ କେବେ କାହା ପାଖକୁ ଯାଆନ୍ତି ନାହିଁ । ଏବେ ତୁମେ ସିଦ୍ଧକରି କହିପାରିବ ଭଗବାନ୍ ବାବା କହୁଛନ୍ତି ମୋତେ ମନେ ପକାଅ । ଦିନେ ଖବର କାଗଜରେ ମଧ୍ୟ ବାହାରିବ ଯେ ଭଗବାନ୍ କହୁଛନ୍ତି ମୋତେ ମନେ ପକାଇଲେ ହିଁ ତୁମେ ପତିତରୁ ପବିତ୍ର ହୋଇପାରିବ । ଯେତେବେଳେ ବିନାଶ ନିକଟ ହୋଇ ଆସିବ ସେତେବେଳେ ଖବରକାଗଜ ଦ୍ୱାରା ମଧ୍ୟ ଏହି କଥା କାନରେ ପଡିବ । ଖବରକାଗଜରେ ତ କେତେ ଆଡର ଖବର ବାହାରି ଥାଏ ନା । ଏବେ ମଧ୍ୟ ତୁମେମାନେ ବାହାର କରି ପାରିବ । ଭଗବାନୁବାଚ ପରମପିତା ପରମାତ୍ମା ଶିବ କହୁଛନ୍ତି ମୁଁ ପତିତ ପାବନ ଅଟେ । ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ଏହି ପତିତ ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ତେବେ ବିନାଶ ତ ନିଶ୍ଚିତ ହେବ, ଏହା ମଧ୍ୟ ସମସ୍ତଙ୍କୁ ନିଶ୍ଚୟ ହୋଇଯିବ । ବିନାଶର ପ୍ରୟାସ ମଧ୍ୟ ହୋଇଚାଲିବ । ତୁମେମାନେ ଜାଣିଛ ଯେ ପର୍ଯ୍ୟନ୍ତ ରାଜଧାନୀ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ବିନାଶ ହୋଇ ପାରିବ ନାହିଁ । ଆଗକୁ ଭୂମିକମ୍ପ ଆଦି ମଧ୍ୟ ହେବାର ଅଛି ନା । ଗୋଟଏ ପାର୍ଶ୍ଵରେ ବୋମା ଫୁଟିବ ଅନ୍ୟ ପାର୍ଶ୍ଵରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ଅନ୍ନ ଆଦି ମିଳିବ ନାହିଁ । ଷ୍ଟିମର (ଜାହାଜ)ଆସିବ ନାହିଁ । ମରୁଡ଼ୀ ପଡ଼ିଯିବ । ଭୋକରେ ମରି-ମରି ସମାପ୍ତ ହୋଇଯିବେ । ଭୋକ ଅନ୍ଦୋଳନ ଆଦି ଯିଏ କରିନ୍ତି ସିଏ ପୁଣି କିଛିନା କିଛି ଜଳ ଅଥବା ମହୁ ଆଦି ଗ୍ରହଣ କରିଥାନ୍ତି । ଓଜନରେ ହାଲୁକା ହୋଇଯାନ୍ତି । ଏଠାରେ ତ ବସୁ ବସୁ ହଠାତ୍ ଭୂମିକମ୍ପ ହେବ, ସମସ୍ତେ ମରିଯିବେ । ବିନାଶ ତ ନିଶ୍ଚିତ ହେବ । ସେତେବେଳେ ସାଧୁ ସନ୍ଥ ଆଦି ଏପରି କହିବେ ନାହିଁ ଯେ ବିନାଶ ହେବ ତେଣୁ ରାମରାମ କୁହ । ମନୁଷ୍ୟ ତ ଭଗବାନଙ୍କୁ ହିଁ ଜାଣିନାହାଁନ୍ତି । ଭଗବାନ ତ ନିଜେ ନିଜକୁ ଜାଣିଛନ୍ତି, ଅନ୍ୟ କେହି ବି ତାଙ୍କ ବିଷୟରେ ଜାଣିନାହାଁନ୍ତି । ତାଙ୍କର ମଧ୍ୟ ଆସିବାର ସମୟ ନିର୍ଦ୍ଧାରିତ ଅଛି । ଯିଏକି ପୁଣି ଏହି ବୃଦ୍ଧ ଶରୀରରେ ଆସି ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତୁମେମାନେ ଜାଣିଛ ଏବେ ଘରକୁ ଫେରି ଯିବାକୁ ହେବ । ଏଥିରେ ତ ଖୁସି ହେବା ଦରକାର ଆମେ ଶାନ୍ତିଧାମକୁ ଯାଉଛୁ । ମନୁଷ୍ୟମାନେ ତ କେବଳ ଶାନ୍ତି ଚାହୁଁଛନ୍ତି କିନ୍ତୁ ଶାନ୍ତି କିଏ ଦେବେ ? ଏପରି ମଧ୍ୟ କହୁଛନ୍ତି ନା ଶାନ୍ତିଦେବା । ଏବେ ଦେବଙ୍କର ଦେବ ତ ଏକ, ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି । ସିଏ କହୁଛନ୍ତି ମୁଁ ତୁମ ସମସ୍ତଙ୍କୁ ପବିତ୍ର କରି ନେଇଯିବି । ଜଣକୁ ମଧ୍ୟ ଛାଡ଼ିବି ନାହିଁ । ଡ଼୍ରାମାନୁସାରେ ସମସ୍ତଙ୍କୁ ଯିବାର ହିଁ ଅଛି । ଗାୟନ ମଧ୍ୟ ରହିଛି ମାଶା ଭଳି ସବୁ ଆତ୍ମାମାନେ ଚାଲିଯାଆନ୍ତି । ଏକଥା ମଧ୍ୟ ଜାଣିଛନ୍ତି ସତ୍ୟଯୁଗରେ ବହୁତ ଅଳ୍ପ ମନୁଷ୍ୟ ଥାନ୍ତି । ଏବେ କଳିଯୁଗର ଶେଷ ସମୟ, ଏଠାରେ କେତେ ଅଧିକ ମନୁଷ୍ୟ ଅଛନ୍ତି ପୁଣି ଅଳ୍ପ କିପରି ହେବେ ? ଏବେ ସଙ୍ଗମ ଅଟେ । ଏହି ସଂଗମ ସମୟରେ ତୁମେ ସତ୍ୟଯୁଗକୁ ଯିବା ପାଇଁ ପରୁଷାର୍ଥ କରୁଛ । ଜାଣିଛ ଏହି ଦୁନିଆର ବିନାଶ ହେବ । ମଶାଭଳି ଆତ୍ମାମାନେ ଘରକୁ ଚାଲିଯିବେ । ସାରା ଆତ୍ମାମାନଙ୍କର ଦଳ ଚାଲିଯିବ । ସତ୍ୟଯୁଗରେ ବହୁତ ଅଳ୍ପ ରହିବେ ।

ବାବା କହୁଛନ୍ତି କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ, ଦେଖୁ ଥାଇ ମଧ୍ୟ ଯେପରି ଆମେ ଦେଖୁନାହୁଁ । ଆମେ ଆତ୍ମା, ଏବେ ଆମେ ଆମ ଘରକୁ ଫେରିଯିବୁ । ତେଣୁ ଖୁସି ଖୁସିରେ ପୁରୁଣା ଶରୀରକୁ ଛାଡ଼ି ଦେବାକୁ ହେବ । ନିଜର ଶାନ୍ତିଧାମ ଘରକୁ ମନେ ପକାଇଲେ ହିଁ ଅନ୍ତମତି ସୋ ଗତି (ଆତ୍ମା ଶରୀର ତ୍ୟାଗ କରିବା ସମୟର ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ ନେଇଥାଏ) ହୋଇଯିବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବା, ଏଇଥିରେ ହିଁ ପରିଶ୍ରମ ରହିଛି । ବିନା ପରିଶ୍ରମରେ କଣ ଉଚ୍ଚପଦ ମିଳିପାରିବ । ବାବା ଆସୁଛନ୍ତି ତୁମକୁ ନରରୁ ନାରାୟଣ କରିବା ପାଇଁ । ଏବେ ଏହି ପୁରୁଣା ଦୁନିଆରେ କୌଣସି ଶାନ୍ତିନାହିଁ । ଶାନ୍ତି ତ କେବଳ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ଅଛି । ଏଠାରେ ତ ଘରେ ଘରେ ଅଶାନ୍ତି ରହିଛି । ମାଡ଼ପିଟ୍ ଚାଲିଛି । ବାବା କହୁଛନ୍ତି ଏବେ ଏହି ଛି ଛି (ନର୍କ) ଦୁନିଆକୁ ଭୂଲିଯାଅ । ମିଠା ମିଠା ପିଲାମାନେ, ମୁଁ ତୁମ ପାଇଁ ସ୍ୱର୍ଗର ସ୍ଥାପନା କରିବାକୁ ଆସିଛି । ଏହି ନିର୍କରେ ତୁମେ ପତିତ ହୋଇଯାଇଛ । ଏବେ ସ୍ୱର୍ଗକୁ ଯିବାକୁ ହେବ । ଏବେ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ ତେବେ ଅନ୍ତ ମତି ସୋ ଗତି ହୋଇଯିବ । ଆବଶ୍ୟକ ଥିଲେ ବାହାଘର ଇତ୍ୟାଦିକୁ ମଧ୍ୟ ଯାଅ କିନ୍ତୁ ବାବଙ୍କୁ ମନେ ପକାଅ । ସବୁର ଜ୍ଞାନ ତୁମ ବୁଦ୍ଧିରେ ରହିବା ଆବଶ୍ୟକ । ଘରେ ରୁହ, ପିଲାମାନଙ୍କର ଦାୟିତ୍ୱ ନିଅ କିନ୍ତୁ ବୁଦ୍ଧିରେ ରହୁ ଯେ, ବାବାଙ୍କର ନିର୍ଦ୍ଦେଶ ହେଉଛି ମତେ ମନେ ପକାଅ । ଘର ଛାଡ଼ିବାର ନାହିଁ, ନଚେତ୍ ପିଲାମାନଙ୍କର ଯତ୍ନ କିଏ ନେବ ? ଭକ୍ତମାନେ ମଧ୍ୟ ଘରେ ରୁହନ୍ତି, ଗୃହସ୍ଥ ବ୍ୟବହାରରେ ରୁହନ୍ତି କିନ୍ତୁ ତାଙ୍କୁ ଭକ୍ତ କୁହାଯାଏ କାରଣ ସେମାନେ ଭକ୍ତି କରନ୍ତି ଏବଂ ଗୃହସ୍ଥର ଦାୟିତ୍ୱ ମଧ୍ୟ ନିଅନ୍ତି । ସେମାନେ ବିକାରୀ ହେଲେ ମଧ୍ୟ ଗୁରୁମାନେ କୁହନ୍ତି ଶ୍ରୀକୃଷ୍ଣଙ୍କୁ ସ୍ମରଣ କର ତେବେ ତାଙ୍କ ଭଳି ସନ୍ତାନ ହେବ । ଏବେ ଏହିସବୁ କଥାରେ ତୁମକୁ ଯିବାର ନାହିଁ । କାରଣ ତୁମକୁ ତ ଏବେ ସତ୍ୟଯୁଗକୁ ଯିବାର କଥା ଣୁଣାଯାଉଛି, ଯେଉଁ ଦୁନିଆର ସ୍ଥାପନା ଏବେ ହେଉଛି । ଶ୍ରୀକୃଷ୍ଣ ବୈକୁଣ୍ଠର ସ୍ଥାପନା କରନ୍ତି ନାହିଁ, ଶ୍ରୀକୃଷ୍ଣ ତ ସେହି ଦୁନିଆର ମାଲିକ ହୁଅନ୍ତି । ବାବାଙ୍କଠାରୁ ସେହି ସମ୍ପତ୍ତି ନେଇଛନ୍ତି । ତେବେ ସଙ୍ଗମଯୁଗରେ ହିଁ ଗୀତାର ଭଗବାନ୍ ଆସନ୍ତି । ଶ୍ରୀକୃଷ୍ଣଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ସିଏ ତ ଏବେ ପାଠପଢୁଛନ୍ତି ନା । ଗୀତା ତ ବାବା ହିଁ ଶୁଣାଇଲେ ଏବଂ ସିଏ ଶୁଣିଲେ । ଭକ୍ତିମାର୍ଗରେ ବାବାଙ୍କ ପରିବର୍ତ୍ତେ ତାଙ୍କର ନାମ ଲେଖି ଦେଇଛନ୍ତି । ବାବାଙ୍କୁ ଭୂଲି ଗଲେ ତେଣୁ ଗୀତା ମଧ୍ୟ ଖଣ୍ଡନ ହୋଇଗଲା । ସେହି ଖଣ୍ଡିତ ଗୀତା ପଢିଲେ କଣ ହେବ । ବାବା ତ ରାଜଯୋଗ ଶିଖାଇଯାଇଥିଲେ । ତା ଦ୍ୱାରା ଶ୍ରୀକୃଷ୍ଣ ସତ୍ୟଯୁଗର ମାଲିକ ହେଲେ । ଭକ୍ତି ମାର୍ଗର ସତ୍ୟନାରାୟଣଙ୍କ କଥା ଶୁଣିଲେ କେହି କଣ ସ୍ୱର୍ଗର ମାଲିକ ହେବ ? ନା । କେହି କେହି ଏଭଳି ଭାବି ଶୁଣୁଛନ୍ତି, ସେଥିରେ ଫାଇଦା କିଛି ହୁଏ ନାହିଁ । ସାଧୁ ସନ୍ଥମାନେ ମଧ୍ୟ ନିଜେ ନିଜର ମନ୍ତ୍ର ଦିଅନ୍ତି, ଫଟୋ ଇତ୍ୟାଦି ଦିଅନ୍ତି । ଏଠାରେ ଏପରି କୌଣସି କଥା ନାହିଁ । ଅନ୍ୟ ସତ୍ସଙ୍ଗକୁ ଗଲେ କହିବେ ଅମୁକ ସ୍ୱାମୀଙ୍କର ପ୍ରବଚନ । କେଉଁ ବିଷୟରେ ? ବେଦାନ୍ତର କଥା(ଜ୍ଞାନ), ଗୀତାର କଥା, ଭାଗବତର କଥା । ଏବେ ତୁମେ ପିଲାମାନେ ଜାଣିଛ ଆମର ଶିକ୍ଷାଦାତା କୌଣସି ଦେହଧାରୀ ନୁହଁନ୍ତି, ନା ସେ କୌଣସି ଶାସ୍ତ୍ର ଆଦି ପଢିଛନ୍ତି । ଶିବବାବା କଣ କୌଣସି ଶାସ୍ତ୍ର ପଢିଛନ୍ତି ! ଶାସ୍ତ୍ର ତ ମନୁଷ୍ୟମାନେ ପଢନ୍ତି । ଶିବବାବା କହୁଛନ୍ତି ମୁଁ ଗୀତା ଆଦି କିଛି ପଢି ନାହିଁ । ଏହି ରଥ ଯେଉଁଥିରେ ମୁଁ ବସିଛି, ସିଏ ଗୀତା ପଢିଛି, ମୁଁ ପଢିନାହିଁ । ମୋ ପାଖରେ ତ ସାରା ସୃଷ୍ଟି ଚକ୍ରର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଅଛି । ଇଏ ପ୍ରତ୍ୟେକ ଦିନ ଗୀତା ପଢୁଥିଲେ । ଶୁଆ ପରି ମୁଖସ୍ଥ କରିଦେଉଥିଲେ, ଯେତେବେଳେ ବାବା ପ୍ରବେଶ କରିଲେ ତେବେ ତୁରନ୍ତ ଗୀତା ଛାଡିଦେଲେ କାହିଁକି ନା ବୁଦ୍ଧିରେ ଆସିଗଲା ଏହା ତ ଶିବବାବା ଶୁଣାଉଛନ୍ତି ।

ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ବାଦଶାହୀ ଦେଉଛି ତେଣୁ ତୁମେମାନେ ଏହି ପୁରୁଣା ଦୁନିଆରୁ ମମତା ତୁଟାଇ ଦିଅ । କେବଳ ମୋତେ ମନେପକାଅ । ତୁମମାନଙ୍କୁ ଏହି ପରିଶ୍ରମ କରିବାକୁ ହେବ । ସଚ୍ଚା ପ୍ରେମିକାକୁ ବାରମ୍ବାର ପ୍ରେମିକର କଥା ମନେ ପଡ଼ିଥାଏ ନା । ସେହିପରି ଏବେ ବାବାଙ୍କର ସ୍ମୃତି ମଧ୍ୟ ପକ୍କା ରହିବା ଉଚିତ୍ । ପାରଲୌକିକ ପିତା କହୁଛନ୍ତି ପିଲାମାନେ, ମୋତେ ମନେପକାଅ ଏବଂ ସ୍ୱର୍ଗର ବର୍ସାକୁ ମନେପକାଅ । ଏଥିରେ ଆଉ କୌଣସି ଶଦ୍ଦ କରିବା କିମ୍ବା ଝାଞ୍ଜ ଆଦି ବଜାଇବାର କୌଣସି ଦରକାର ନାହିଁ । କିଛି ଗୀତ ମଧ୍ୟ ବହୁତ ଭଲ ଭଲ ଆସୁଛି ଯାହାକୁ ବଜାଇ ତାର ଅର୍ଥ ମଧ୍ୟ ତୁମକୁ ବୁଝାଯାଉଛି । ତେବେ ଯେଉଁମାନେ ଗୀତ ରଚନା କରୁଛନ୍ତି ସେମାନେ ମଧ୍ୟ ଅର୍ଥ କିଛି ଜାଣିନାହାଁନ୍ତି । ମୀରା ଭକ୍ତିନୀ ଥିଲା, ତୁମେତ ଏବେ ଜ୍ଞାନୀ ଅଟ । ପିଲାମାନଙ୍କ ଦ୍ୱାରା ଯେତେବେଳେ କୌଣସି କାମ ଠିକ୍ ଭାବରେ ହୋଇନଥାଏ ତେବେ ବାବା କୁହନ୍ତି ତୁମେ ତ ଯେପରି ଭକ୍ତ ଅଟ । ତେଣୁ ସେ ବୁଝିଯାଆନ୍ତି ବାବା ଏପରି କାହିଁକି କହିଲେ ? ବାବା ବୁଝାଉଛନ୍ତି ପିଲାମାନେ, ଏବେ ବାବାଙ୍କୁ ମନେପକାଅ, ସନ୍ଦେଶବାହକ ହୁଅ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ, ବାବା ଏବଂ ବର୍ସାକୁ ମନେ ପକାଅ ତେବେ ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ଏବେ ଘରକୁ ଫେରିବାର ସମୟ । ଭଗବାନ୍ ଏକମାତ୍ର ନିରାକାର ଅଟନ୍ତି, ତାଙ୍କର ନିଜର ଦେହ ନାହିଁ । ବାବା ହିଁ ଆସି ନିଜେ ନିଜର ପରିଚୟ ଦେଉଛନ୍ତି । ମନମନାଭବର ମନ୍ତ୍ର ଦେଉଛନ୍ତି । ସାଧୁ ସନ୍ନ୍ୟାସୀ ଇତ୍ୟାଦି ଏପରି କେବେ କହିବେ ନାହିଁ ଯେ ଏବେ ବିନାଶ ହେବ, ତେଣୁ ବାବାଙ୍କୁ ମନେପକାଅ । ବାବା ହିଁ ବ୍ରାହ୍ମଣ ପିଲାମାନଙ୍କୁ ମନେପକାଇ ଦେଉଛନ୍ତି । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପାଠପଢା ଦ୍ୱାରା ସମ୍ପତ୍ତି ମିଳିବ । ତୁମେ କାଳ (ମୃତ୍ୟୁ) ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ । ଦେବତାମାନେ କାଳ ଉପରେ ବିଜୟ ପ୍ରାପ୍ତ କରିଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏପରି କୌଣସି କର୍ମ କରିବାର ନାହିଁ ଯେପରି ବାବାଙ୍କ ଦ୍ୱାରା ଭକ୍ତର ଉପାଧି ମିଳିବ । ଈଶ୍ୱରୀୟ ସନ୍ଦେଶ ବାହାକ ହୋଇ ସମସ୍ତଙ୍କୁ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାର ସନ୍ଦେଶ ଦେବାକୁ ହେବ ।

(୨) ଏହି ପୁରୁଣା ଦୁନିଆରେ କୌଣସି ସୁଖ-ଶାନ୍ତି ନାହିଁ, ସେଥିପାଇଁ ଏହି ଛି ଛି ଦୁନିଆକୁ ଭୁଲିଯିବାକୁ ହେବ । ଘରକୁ ମନେପକାଇବା ସହିତ ପବିତ୍ର ହେବା ପାଇଁ ବାବାଙ୍କୁ ମଧ୍ୟ ନିଶ୍ଚିତ ଭାବରେ ମନେ ପକାଇବାକୁ ହେବ ।

ବରଦାନ:-
ତ୍ୟାଗ, ତପସ୍ୟା ଏବଂ ସେବାର ଭାବନା ରୂପକ ବିଧି ଦ୍ୱାରା ସଦା ସଫଳତା ସ୍ୱରୂପ ହୁଅ ।

ତ୍ୟାଗ ଏବଂ ତପସ୍ୟା ହିଁ ସଫଳତାର ଆଧାର । ତ୍ୟାଗର ଭାବନା ଥିବା ଆତ୍ମାମାନେ ହିଁ ସଚ୍ଚା ସେବାଧାରୀ ହୋଇପାରିବେ । ତ୍ୟାଗ ଆଧାରରେ ହିଁ ନିଜର ଏବଂ ଅନ୍ୟମାନଙ୍କର ଭାଗ୍ୟ ନିର୍ମାଣ ହୋଇଥାଏ ଏବଂ ଦୃଢ ସଂକଳ୍ପ କରିବା ହିଁ ତପସ୍ୟା ଅଟେ । ତେବେ ତ୍ୟାଗ, ତପସ୍ୟା ଏବଂ ସେବାର ଭାବନା ଦ୍ୱାରା ଅନେକ ପ୍ରକାରର ବିନାଶୀ ଏବଂ ସଂକୀର୍ଣ୍ଣ ଭାବନା ସମାପ୍ତ ହୋଇଯାଏ । ସଂଗଠନ ଶକ୍ତିଶାଳୀ ହୋଇଯାଏ । ଜଣେ କହିଲା, ଆଉ ଜଣେ କରିଦେଲା, କେବେ ବି ତୁ-ମୁଁ, ତୋର-ମୋରର ଭାବନା ନ ଆସୁ ତେବେ ସଫଳତା ସ୍ୱରୂପ ଏବଂ ନିର୍ବିଘ୍ନ ହୋଇଯିବ ।

ସ୍ଲୋଗାନ:-
ସଂକଳ୍ପ ଦ୍ୱାରା ମଧ୍ୟ କାହାକୁ ଦୁଃଖ ନ ଦେବା ଏହା ହିଁ ସମ୍ପୂର୍ଣ୍ଣ ଅହିଂସା ଅଟେ ।