13.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଯୋଗବଳ ଦ୍ୱାରା ଏହି ଲବଣାକ୍ତ ଜଳପଥକୁ ଅର୍ଥାତ୍ ନର୍କ ଦୁନିଆକୁ ଅତିକ୍ରମ କରି ଘରକୁ ଯିବାକୁ ହେବ, ସେଥିପାଇଁ ଯେଉଁ ସ୍ଥାନକୁ ଯିବାକୁ ଅଛି ତାକୁ ମନେ ପକାଅ, ଏହି ଖୁସିରେ ରୁହ ଯେ ଆମେ ବର୍ତ୍ତମାନ ଫକୀରରୁ ଅମୀର୍ ଅର୍ଥାତ୍ ଦରିଦ୍ରରୁ ଧନବାନ ହେଉଛୁ ।

ପ୍ରଶ୍ନ:-
ଦୈବୀଗୁଣର ବିଷୟ ଅର୍ଥାତ୍ ସବଜେକ୍ଟ ଉପରେ ଯେଉଁ ସନ୍ତାନମାନଙ୍କର ଧ୍ୟାନ ଅଛି, ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ଥିବ ଯେପରି କର୍ମ ଆମେ କରିବୁ ଆମକୁ ଦେଖି ଅନ୍ୟମାନେ କରିବେ । ସେମାନେ କେବେ କାହାକୁ ଦୁଃଖୀ କରିବେ ନାହିଁ । ସେମାନଙ୍କ ମୁଖରୁ କେବେ ଓଲଟା ସିଧା କଥା ବାହାରିବ ନାହିଁ । ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବେ ନାହିଁ । ଯଦି ବାବାଙ୍କ ଭଳି ସମସ୍ତଙ୍କୁ ସୁଖ ଦେବାର ଲକ୍ଷ୍ୟ ରହିଛି ତେବେ କୁହାଯିବ ଦୈବୀଗୁଣର ସବଜେକ୍ଟ ଉପରେ ଧ୍ୟାନ ଅଛି ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବୁଝାଉଛନ୍ତି । ୟାଦର ଯାତ୍ରା ବି ଶିଖାଉଛନ୍ତି । ୟାଦର ଯାତ୍ରା ଏହାର ଅର୍ଥ ମଧ୍ୟ ପିଲାମାନେ ବୁଝିଛନ୍ତି । ଭକ୍ତିମାର୍ଗରେ ବି ସମସ୍ତ ଦେବତା ଏବଂ ଶିବବାବାଙ୍କୁ ୟାଦ କରିଥାନ୍ତି । କିନ୍ତୁ ଏକଥା ଜଣାନଥିଲା ଯେ ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ପିଲାମାନେ ଜାଣିଛନ୍ତି ଯେ ବାବା ହେଉଛନ୍ତି ପତିତପାବନ, ସେ ହିଁ ପବିତ୍ର ହେବାର ଉପାୟ ବତାଉଛନ୍ତି । ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ, କାରଣ ଆତ୍ମା ହିଁ ପତିତ ହୋଇଛି । ପିଲାମାନେ ଜାଣିଛନ୍ତି ବାବା ଭାରତକୁ ଆସି ୟାଦର ଯାତ୍ରା ଶିଖାଉଛନ୍ତି ଏହା ଅନ୍ୟ କେଉଁଠି ଶିଖାଇ ପାରିବେ ନାହିଁ । ଶାରୀରିକ ଯାତ୍ରା ତ ପିଲାମାନେ ବହୁତ କରିଛନ୍ତି, ଏହି ଯାତ୍ରା କେବଳ ଏକ ବାବା ହିଁ ଶିଖାଇ ପାରିବେ । ତୁମମାନଙ୍କୁ ବାବା ଏବେ ବୁଝାଉଛନ୍ତି ଯେ ମାୟା ଯୋଗୁଁ ହିଁ ସମସ୍ତଙ୍କର ବୁଦ୍ଧିରେ ଅଜ୍ଞାନର ତାଲା ଲାଗିଛି । ଏବେ ବାବାଙ୍କ ଦ୍ୱାରା ତୁମେ ଜାଣୁଛ ଆମେ କେତେ ବୁଦ୍ଧିବାନ, ଧନବାନ୍ ଓ ପବିତ୍ର ଥିଲୁ । ଆମେ ସାରା ବିଶ୍ୱର ମାଲିକ ଥିଲୁ । ଏବେ ପୁନର୍ବାର ବିଶ୍ୱର ମାଲିକ ହେଉଛୁ । ବାବା କେତେ ଶ୍ରେଷ୍ଠ ଅବିନାଶୀ ବାଦଶାହୀ ଦେଉଛନ୍ତି । ଲୌକିକ ପିତା ଅଧିକରୁ ଅଧିକ ଲକ୍ଷେ କିମ୍ବା କୋଟିଏ ଟଙ୍କାର ସମ୍ପତ୍ତି ଦେବେ । ଏଠାକୁ ତ ମିଠା ବେହଦର ବାବା ବେହଦର ବାଦଶାହୀ ଦେବାକୁ ଆସିଛନ୍ତି । ସେଥିପାଇଁ ତୁମେ ଏଠାକୁ ପଢିବା ପାଇଁ ଆସିଛ । କାହା ପାଖକୁ ? ବେହଦ ବାବାଙ୍କ ପାଖକୁ । ବାବା ଅକ୍ଷର ମମ୍ମାଠାରୁ ମଧ୍ୟ ମଧୁର । ମମ୍ମା ପାଳନା କଲେ ମଧ୍ୟ ବାବା ତ ବାବା ହିଁ ଅଟନ୍ତି ନା ଯାହାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । ତୁମେ ସଦା ସୁଖୀ ଏବଂ ସଦା ସୁହାଗିନୀ ହେଉଛ । ବାବା ଆମକୁ ପୁନର୍ବାର କେଉଁଭଳି କରାଉଛନ୍ତି! ଏହା କୌଣସି ନୂଆ କଥା ନୁହେଁ । ଗାୟନ ମଧ୍ୟ ରହିଛି ସକାଳେ ଅମୀର ଅର୍ଥାତ୍ ଧନବାନ ଥିଲା, ରାତିରେ ଫକୀର ଅର୍ଥାତ୍ ଗରିବ ହୋଇଗଲା । ତୁମେ ମଧ୍ୟ ସକାଳୁ ଅର୍ଥାତ୍ ସତ୍ୟଯୁଗରେ ଅମୀର ଏବଂ ବେହଦ ରାତିରେ ଅର୍ଥାତ୍ ଦ୍ୱାପର କଳିଯୁଗରେ ଫକୀର ହୋଇଯାଇଛ । ବାବା ପ୍ରତ୍ୟହ ସ୍ମୃତି ଦେଉଛନ୍ତି ପିଲାମାନେ, କାଲି ତୁମେ ବିଶ୍ୱର ମାଲିକ ଅମୀର ଥିଲ, ଆଜି ତୁମେ ଫକୀର ହୋଇଯାଇଛ । ଏବେ ସକାଳ ଅର୍ଥାତ୍ ସତ୍ୟଯୁଗ ଆସୁଥିବାରୁ ତୁମେ ଅମୀର ହେବାକୁ ଯାଉଛ । କେତେ ସହଜ କଥା । ତୁମେ ଅମୀର ହେଉଥିବାରୁ ବହୁତ ଖୁସି ହେବା ଦରକାର । ବ୍ରାହ୍ମଣମାନଙ୍କର ହିଁ ଦିନ ଏବଂ ବ୍ରାହ୍ମଣମାନଙ୍କ ହିଁ ରାତି ହୋଇଥାଏ । ଏବେ ଦିନରେ ତୁମେ ଅମୀର ହେଉଛ ଏବଂ ଏହା ହେବା ମଧ୍ୟ ନିଶ୍ଚିତ । କିନ୍ତୁ ପୁରୁଷାର୍ଥର କ୍ରମଅନୁସାରେ, ବାବା କହୁଛନ୍ତି ଏହା ଲବଣାକ୍ତ ଜଳପଥ ଅର୍ଥାତ୍ କଳିଯୁଗ ନର୍କ ଦୁନିଆ ଅଟେ, ଯାହାକୁ ତୁମେ ଯୋଗବଳ ଦ୍ୱାରା ଅତିକ୍ରମ କରୁଛ । ଯେଉଁ ସ୍ଥାନକୁ ଯିବାର ଅଛି ସେହିସ୍ଥାନ ମନେ ରହିବା ଉଚିତ୍ । ଆମକୁ ଏବେ ଘରକୁ ଯିବାକୁ ହେବ । ବାବା ନିଜେ ଆସିଛନ୍ତି ଆମକୁ ସାଥୀରେ ନେବା ପାଇଁ । ବହୁତ ସ୍ନେହର ସହିତ ବୁଝାଉଛନ୍ତି ମଧୁର ସନ୍ତାନମାନେ, ତୁମେ ହିଁ ପବିତ୍ର ଥିଲ, ୮୪ ଜନ୍ମ ନେଇ ପତିତ ହୋଇଯାଇଛ, ତୁମେ ପୁଣି ପବିତ୍ର ହେବ । ପବିତ୍ର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ ତୁମେ ଜାଣିଛ ପତିତପାବନ ଆସିଛନ୍ତି ଏବଂ ତୁମେ ତାଙ୍କ ଶ୍ରୀମତକୁ ପାଳନ କରି ପବିତ୍ର ହେଉଛ । ତୁମେ ବହୁତ ଖୁସି ହେବା ଉଚିତ୍ ଯେ ଆମେ ଏହି ଶ୍ରେଷ୍ଠ ପଦ ପାଇବୁ । ବାବା କହୁଛନ୍ତି ତୁମେ ୨୧ ଜନ୍ମ ପାଇଁ ସଦା ସୁଖୀ ହେଉଛ । ବାବା ସୁଖଧାମର, ରାବଣ ଦୁଃଖଧାମର ସମ୍ପତ୍ତି ଦେଉଛି । ତୁମେ ବର୍ତ୍ତମାନ ଜାଣୁଛ, ରାବଣ ତୁମର ପୁରୁଣା ଶତ୍ରୁ, ଯିଏ ତୁମକୁ ୫ ବିକାର ରୂପୀ ପିଞ୍ଜରାରେ ବନ୍ଦୀ କରିଛି । ବାବା ଆସି ମୁକ୍ତ କରୁଛନ୍ତି । ବାବାଙ୍କୁ ଯିଏ ଯେତେ ୟାଦ କରୁଛନ୍ତି, ଅନ୍ୟମାନଙ୍କୁ ପରିଚୟ ମଧ୍ୟ ସେହି ଅନୁପାତରେ ଦେଉଛନ୍ତି । ବାବାଙ୍କୁ ମନେ ପକାଉ ନାହାଁନ୍ତି ଅର୍ଥାତ୍ ଦେହ ଅଭିମାନରେ ଅଛନ୍ତି । ସେ ବାବାଙ୍କୁ ୟାଦ କରିପାରିବେ ନାହିଁ କିମ୍ବା କାହାକୁ ପରିଚୟ ମଧ୍ୟ ଦେଇପାରିବେ ନାହିଁ । ଆମେ ଆତ୍ମା ଭାଇ ଭାଇ, ଭିନ୍ନ ଭିନ୍ନ ଅଭିନୟ କରିବା ପାଇଁ ପରମଧାମ ଘରୁ ଏଠାକୁ ଆସିଛୁ । ପୂରା ଅଭିନୟ କିପରି ଚାଲିଛି, ଏହା ମଧ୍ୟ ତୁମର ବୁଦ୍ଧିରେ ରହିଛି । ଯାହାଙ୍କ ମଧ୍ୟରେ ଦୃଢ ନିଶ୍ଚୟ ଅଛି, ସେ ଆସି ଏଠାରେ ରିଫ୍ରେସ୍ ଅର୍ଥାତ୍ ନିଜକୁ ସତେଜ କରୁଛନ୍ତି । ଏହି ପାଠପଢା ଏପରି ନୁହେଁ ଯେ ତୁମକୁ ଶିକ୍ଷକଙ୍କ ସହିତ ରହିବାକୁ ହେବ । ନାଁ, ନିଜ ଘରେ ରହି ମଧ୍ୟ ପାଠ ପଢିପାରିବ । କେବଳ ଗୋଟିଏ ସପ୍ତାହ ଭଲ ଭାବରେ ବୁଝ । ପୁଣି ବ୍ରାହ୍ମଣୀମାନେ କାହାକୁ ଏକମାସରେ, କାହାକୁ ୬ ମାସ କିମ୍ବା କାହାକୁ ୧୨ ମାସରେ ଏଠାକୁ ନେଇ ଆସିଥାନ୍ତି । ବାବା କହୁଛନ୍ତି ନିଶ୍ଚୟ ହେଲା ଏବଂ ଦୌଡିଲେ ।

ଆମେ କେବେହେଲେ ବିକାରଗ୍ରସ୍ତ ହେବୁ ନାହିଁ ଏଥିପାଇଁ ରାଖି ମଧ୍ୟ ବାନ୍ଧିବାକୁ ହେବ । ଆମେ ଶିବବାବାଙ୍କ ସହିତ ପ୍ରତିଜ୍ଞା କରୁଛୁ । ଶିବବାବା ହିଁ କହୁଛନ୍ତି ତୁମକୁ ନିର୍ବିକାରୀ ନିଶ୍ଚିତ ହେବାକୁ ପଡିବ । ଯଦି ବିକାରୀ ହେଲ ତେବେ କରିଥିବା ରୋଜଗାର ନଷ୍ଟ ହୋଇ, ଶହେଗୁଣା ଦଣ୍ଡ ମିଳିବ । ୬୩ ଜନ୍ମ ତୁମେ ବିକାରଗ୍ରସ୍ତ ହୋଇଛ । ଏବେ କହୁଛନ୍ତି ପବିତ୍ର ହୁଅ । ମୋତେ ୟାଦ କର ତେବେ ତୁମର ପାପ ଭସ୍ମ ହୋଇଯିବ । ଆମେ ଆତ୍ମା ଭାଇ ଭାଇ ଅଟୁ । କାହାର ନାମ ରୂପ ପ୍ରତି ଆକର୍ଷିତ ହୁଅ ନାହିଁ । ଯଦି କେହି ରୋଗୁଲାର (ନିୟମିତ) ନ ପଢୁଛନ୍ତି ତେବେ ତାଙ୍କୁ ତୁରନ୍ତ ମଧୁବନ ଆଣିବା ଅନୁଚିତ୍ । ଯଦିଓ ବାବା କହୁଛନ୍ତି ଗୋଟିଏ ଦିନରେ ମଧ୍ୟ ତୀର ଲାଗିପାରିବ କିନ୍ତୁ ବୁଦ୍ଧିର ସହିତ କାମ ନିଅ । ତୁମେ ବ୍ରାହ୍ମଣ ହେଲ ସବୁଠାରୁ ଉତ୍ତମ । ତୁମର ଏହି କୂଳ ବହୁତ ଶ୍ରେଷ୍ଠ । ସେଠାରେ କୌଣସି ସତସଙ୍ଗ ଆଦି ହୁଏ ନାହିଁ । ସତସଙ୍ଗ ଭକ୍ତିମାର୍ଗରେ ହୋଇଥାଏ । ତୁମେ ଜାଣିଛ ସତ୍ୟର ସଙ୍ଗ ଉଦ୍ଧାର କରେ, ସତ୍ୟର ସଙ୍ଗ ସେତେବେଳେ ମିଳିଥାଏ ଯେତେବେଳେ ସତ୍ୟଯୁଗ ସ୍ଥାପନ ହେବାର ସମୟ ହୁଏ । ଏହା କାହାରି ବୁଦ୍ଧିରେ ରହୁନାହିଁ କାହିଁକି ନା ବୁଦ୍ଧିରେ ତାଲା ଲାଗିଛି । ଏବେ ସତ୍ୟଯୁଗକୁ ଯିବାକୁ ହେବ । ପୁରୁଷୋତ୍ତମ ସଂଗମଯୁଗରେ ସତର ସଙ୍ଗ ମିଳୁଛି । ସେହି ଗୁରୁମାନେ ସଂଗମଯୁଗୀ ନୁହଁନ୍ତି । ବାବା ଆସିବା ପରେ ଆତ୍ମାମାନଙ୍କୁ ପୁଅ ପୁଅ କହି ଡାକୁଛନ୍ତି । ସେହି ଗୁରୁମାନଙ୍କୁ ତୁମେ କଣ ବାବା କହିପାରିବ କି । ବୁଦ୍ଧିରେ ଏକଦମ୍ ଗଡରେଜର ତାଲା ଲାଗିଛି । ବାବା ଆସି ତାଲା ଖୋଲୁଛନ୍ତି । ମନୁଷ୍ୟମାନଙ୍କର ହୀରା ତୁଲ୍ୟ ଜୀବନ ଗଢିବା ପାଇଁ ବାବା ଆସି କେତେ ଉପାୟ ରଚନା କରୁଛନ୍ତି । ମାଗାଜିନ୍ ବହି ଆଦି ଛପାଉଛନ୍ତି । ଅନେକଙ୍କର କଲ୍ୟାଣ କଲେ ଅନେକଙ୍କର ଆଶୀର୍ବାଦ ମଧ୍ୟ ମିଳିବ । ପ୍ରଜା ଗଢିବାର ପୁରୁଷାର୍ଥ କରିବା ଉଚିତ୍ । ନିଜକୁ ବନ୍ଧନରୁ ମୁକ୍ତ କରିବା ଦରକାର । ଶରୀର ନିର୍ବାହ ପାଇଁ ସେବା ନିଶ୍ଚିତ କରିବାକୁ ହେବ । ଈଶ୍ୱରୀୟ ସେବା ତ କେବଳ ସକାଳେ ଏବଂ ସନ୍ଧ୍ୟାରେ ହୋଇଥାଏ । ସେହି ସମୟରେ ସମସ୍ତଙ୍କୁ ଫୁରସତ୍ ଥାଏ । ଯାହାଙ୍କ ସହିତ ତୁମେ ଲୌକିକ ସେବା କରୁଛ, ତାଙ୍କୁ ମଧ୍ୟ ପରିଚୟ ଦେବା ଉଚିତ୍ ଯେ ତୁମର ଦୁଇଟି ପିତା । ଲୌକିକ ପିତା ସମସ୍ତଙ୍କର ଅଲଗା, କିନ୍ତୁ ପାରଲୌକିକ ପିତା ଏକ । ସେ ହେଉଛନ୍ତି ସୁପ୍ରିମ (ପରମ) । ବାବା କହୁଛନ୍ତି ମୋର ମଧ୍ୟ ପାର୍ଟ ରହିଛି । ଏବେ ତୁମେ ମୋର ପରିଚୟ ଜାଣିଗଲ । ଆତ୍ମାକୁ ମଧ୍ୟ ଜାଣିଗଲ । ଆତ୍ମା ନିମନ୍ତେ କୁହାଯାଏ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଗୋଟିଏ ଅଜବ ତାରକା... । ଏହା ଅକାଳ ସିଂହାସନ ମଧ୍ୟ ଅଟେ । ଆତ୍ମା କେବେ କାଳର ବଶୀଭୂତ ହୁଏ ନାହିଁ । ଆତ୍ମା କେବଳ ମଇଳା ଏବଂ ସଫା ହେଉଛି ଅର୍ଥାତ୍ ଶୁଦ୍ଧ ଓ ଅଶୁଦ୍ଧ ହେଉଛି । ଆତ୍ମାର ସିଂହାସନ ଭ୍ରୁକୁଟୀ ମଧ୍ୟରେ ଶୋଭା ପାଉଛି । ତିଳକ ମଧ୍ୟ ଏଠାରେ (ଭ୍ରୁକୁଟୀରେ) ଦେଇଥାନ୍ତି । ବାବା କହୁଛନ୍ତି ତୁମେ ନିଜେ ନିଜକୁ ରାଜତିଳକ ଦେବାର ଯୋଗ୍ୟ କରାଅ । ଏପରି ନୁହେଁ ଯେ ମୁଁ ସମସ୍ତଙ୍କୁ ରାଜତିଳକ ଦେବି । ତୁମେ ନିଜକୁ ରାଜତିଳକ ଦିଅ । ବାବା ଜାଣିଛନ୍ତି କିଏ ବହୁତ ସେବା କରୁଛନ୍ତି । ମାଗାଜିନରେ (ପତ୍ରିକା) ମଧ୍ୟ ବହୁତ ଭଲ ଭଲ ଲେଖା ଆସୁଛି । ତା ସହିତ ଯୋଗର ମେହନତ ମଧ୍ୟ କରିବାକୁ ହେବ । ଏହା ଦ୍ୱାରା ବିକର୍ମ ବିନାଶ ହେବ । ଦିନକୁ ଦିନ ତୁମେ ପକ୍କା ରାଜଯୋଗୀ ହୋଇଯିବ । ଅନୁଭବ ହେବ ଯେପରି ଆମେ ଏବେ ଶରୀର ଛାଡୁଛୁ । ଆମେ ଘରକୁ ଯାଉଛୁ । ସୂକ୍ଷ୍ମବତନ ପର୍ଯ୍ୟନ୍ତ ପିଲାମାନେ ଆସୁଛନ୍ତି, ମୂଳବତନକୁ ଭଲ ଭାବରେ ଜାଣିଛନ୍ତି ଯେ ଏହା ଆମ ଆତ୍ମାମାନଙ୍କର ଘର । ମନୁଷ୍ୟ ଶାନ୍ତିଧାମ ଯିବା ପାଇଁ ଭକ୍ତି କରୁଛନ୍ତି । ସୁଖଧାମ ବିଷୟରେ ତ ତାଙ୍କୁ ଜଣାନାହିଁ । ବାବାଙ୍କ ବିନା ସ୍ୱର୍ଗକୁ ଯିବାର ଶିକ୍ଷା କେହି ଦେଇପାରିବେ ନାହିଁ । ଏହା ହେଉଛି ପ୍ରବୃତ୍ତିମାର୍ଗ । ଉଭୟଙ୍କୁ ମୁକ୍ତିଧାମ ଯିବାକୁ ହେବ । ସେମାନେ ତ ଓଲଟା ରାସ୍ତା ବତାଉଛନ୍ତି । କେହି ହେଲେ ମୁକ୍ତିଧାମ ଯାଉନାହାଁନ୍ତି । ଅନ୍ତିମ ସମୟରେ ସମସ୍ତଙ୍କୁ ବାବା ହିଁ ଆସି ନେଇଯିବେ । ଏହା ତାଙ୍କର କର୍ତ୍ତବ୍ୟ । କେହି ଭଲ ଭାବରେ ପାଠପଢି ରାଜ୍ୟ ଭାଗ୍ୟ ନେଉଛନ୍ତି । ବାକି ସମସ୍ତେ କିପରି ପଢିବେ । ସେମାନେ ଯେପରି କ୍ରମାନୁସାରେ ଆସୁଛନ୍ତି, ସେପରି କ୍ରମାନୁସାରେ ଯିବେ । ଏହି କଥାରେ ଅଧିକ ସମୟ ନଷ୍ଟ କର ନାହିଁ ।

କହୁଛ ବାବାଙ୍କୁ ୟାଦ କରିବା ପାଇଁ ଫୁରସତ୍ ମିଳୁନାହିଁ । ପୁଣି ଏସବୁ କଥାରେ କାହିଁକି ସମୟ ନଷ୍ଟ କରୁଛ । ଏହା ତ ନିଶ୍ଚୟ ଅଛି ଯେ ଇଏ ବେହଦର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ପୁଣି ଅନ୍ୟ କାହାକୁ ୟାଦ କରିବାର ଆବଶ୍ୟକତା ନାହିଁ । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ଶ୍ରୀମତ ଆଧାରରେ ଚାଲି ପବିତ୍ର ହୋଇଥିଲୁ । ଘଡି ଘଡି ଚକ୍ରକୁ ମଧ୍ୟ ବୁଦ୍ଧିରେ ଘୂରାଅ । ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ । ଜ୍ଞାନ ସାଗରଙ୍କଠାରୁ ତୁମକୁ ଭରପୁର ହେବାରେ ସମୟ ଲାଗୁନାହିଁ, ଖାଲି ହେବାରେ ସମୟ ଲାଗୁଛି । (ପାଣି ବାଲ୍ଟି ଭର୍ତ୍ତି ଏବଂ ଖାଲି ହେବାର ଉଦାହରଣ) । ତୁମେ ହେଉଛ ହଜିଯାଇ ମିଳିଥିବା (ମଧୁର) ସନ୍ତାନ କାହିଁକି ନା କଳ୍ପ ପରେ ଆସି ମିଶିଛ । ଏହି ନିଶ୍ଚୟ ପକ୍କା ହେବା ଦରକାର । ୮୪ ଜନ୍ମ ପରେ ଆମେ ପୁନର୍ବାର ଆସି ବାବାଙ୍କ ସହିତ ମିଶୁଛୁ । ବାବା କହୁଛନ୍ତି ଯିଏ ପ୍ରଥମେ ଭକ୍ତି କରିଥିଲେ ସେ ପ୍ରଥମେ ଜ୍ଞାନ ନେବାର ଯୋଗ୍ୟ ହେଉଛନ୍ତି କାହିଁକି ନା ଭକ୍ତିର ଫଳ ମଧ୍ୟ ଦରକାର ନା । ତେଣୁ ସର୍ବଦା ନିଜର ଫଳ ଅଥବା ସମ୍ପତ୍ତିକୁ ୟାଦ କରୁଥାଅ । ଫଳ ଅକ୍ଷର ହେଉଛି ଭକ୍ତିମାର୍ଗର । ସମ୍ପତ୍ତି ଅକ୍ଷର ଯଥାର୍ଥ ଅଟେ । ବେହଦ ବାବାଙ୍କୁ ୟାଦ କଲେ ସମ୍ପତ୍ତି ମିଳିଥାଏ । ଏହା ଛଡା ଅନ୍ୟ କୌଣସି ଉପାୟ ନାହିଁ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ସେମାନେ ଭାବୁଛନ୍ତି ଆମେ ଭାରତର ପ୍ରାଚୀନ ଯୋଗ ଶିଖୁଛୁ । ବାବା ବୁଝାଉଛନ୍ତି ସେମାନେ ଡ୍ରାମା ଅନୁସାରେ ହଠଯୋଗୀ ହୋଇଯାଉଛନ୍ତି । ତୁମେ ଏବେ ରାଜଯୋଗ ଶିଖୁଛ କାହିଁକି ନା ବର୍ତ୍ତମାନ ହେଉଛି ସଂଗମଯୁଗ । ତାଙ୍କର ଧର୍ମ ଅଲଗା । ବାସ୍ତବରେ ତାଙ୍କୁ ଗୁରୁ କରିବା ଅନୁଚିତ୍ । କିନ୍ତୁ ଡ୍ରାମା ଅନୁସାରେ ପୁନର୍ବାର ଗୁରୁ କରିବେ ନିଶ୍ଚିତ । ତୁମକୁ ଏବେ ନିର୍ବିକାରୀ ହେବାକୁ ପଡିବ । ଧର୍ମରେ ମଧ୍ୟ ଶକ୍ତି ରହିଛି । ତୁମକୁ ମୁଁ ଦେବୀ ଦେବତା କରାଉଛି, ଏହି ଧର୍ମ ବହୁତ ସୁଖଦାୟୀ । ମୋ ସହିତ ଯିଏ ଯୋଗଯୁକ୍ତ ହେଉଛନ୍ତି ତାଙ୍କୁ ମୋର ଶକ୍ତି ମଧ୍ୟ ମିଳୁଛି । ବାବା ସ୍ୱୟଂ ଧର୍ମ ସ୍ଥାପନ କରୁଥିବାରୁ ତାଙ୍କ ପାଖରେ ସର୍ବୋଚ୍ଚ ଶକ୍ତି ରହିଛି । ତୁମେ ସମଗ୍ର ବିଶ୍ୱର ମାଲିକ ହେଉଛ । ବାବା ଏହି ଧର୍ମର ମହିମା କରୁଛନ୍ତି ଯେ ଏଥିରେ ବହୁତ ଶକ୍ତି ରହିଛି । ସର୍ବଶକ୍ତିମାନ୍ ବାବାଙ୍କଠାରୁ ଅନେକଙ୍କୁ ଶକ୍ତି ମିଳୁଛି । ବାସ୍ତବରେ ସମସ୍ତଙ୍କୁ ଶକ୍ତି ମିଳୁଛି କିନ୍ତୁ କ୍ରମାନ୍ୱୟରେ । ତୁମର ଯେତେ ଶକ୍ତି ଦରକାର ବାବାଙ୍କଠାରୁ ନିଅ କିନ୍ତୁ ଦୈବୀଗୁଣ ମଧ୍ୟ ଧାରଣ ହେବା ଦରକାର । କାହାକୁ ହଇରାଣ କର ନାହିଁ କିମ୍ବା ଦୁଃଖ ଦିଅ ନାହିଁ । ଇଏ କେବେ କାହାକୁ ଓଲଟା ସିଧା ଶବ୍ଦ କହନ୍ତି ନାହିଁ । ଜାଣିଛନ୍ତି ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ କରିବେ । ଆସୁରୀ ଗୁଣଧାରୀରୁ ଦୈବୀଗୁଣଧାରୀ ହେବାକୁ ପଡିବ । ଦେଖିବାକୁ ହେବ ଆମେ କାହାକୁ ଦୁଃଖ ଦେଉନାହୁଁ ତ ? ଏପରି କେହି ନାହାଁନ୍ତି ଯିଏ କାହାକୁ ଦୁଃଖ ଦେଉନଥିବେ । କିଛି ନା କିଛି ଭୁଲ୍ ନିଶ୍ଚିତ ହେଉଛି । ସେହି ଅବସ୍ଥା ଅନ୍ତିମ ସମୟରେ ହେବ, ଯେଉଁ ସମୟରେ ମନ-ବଚନ-କର୍ମରେ ତୁମେ କାହାକୁ ଦୁଃଖ ଦେବ ନାହିଁ । ବର୍ତ୍ତମାନ ଆମେ ପୁରୁଷାର୍ଥୀ ଅବସ୍ଥାରେ ଅଛୁ । ପ୍ରତ୍ୟେକ କଥା ପୁରୁଷାର୍ଥର କ୍ରମାନୁସାରେ ହେଉଛି । ସମସ୍ତେ ସୁଖ ପାଇଁ ପୁରୁଷାର୍ଥ କରୁଛନ୍ତି । କିନ୍ତୁ ବାବାଙ୍କ ବିନା କେହି ସୁଖ ଦେଇପାରିବେ ନାହିଁ । ଆମେ ଜାଣିଛେ ସୋମନାଥ ମନ୍ଦିରରେ କେତେ ହୀରା ନୀଳା ଥିଲା । ସେସବୁ କେଉଁଠାରୁ ଆସିଲା, କିପରି ସାହୁକାର ହେଲେ । ସାରାଦିନ ଏହି ପାଠର ଚିନ୍ତନରେ ରହିବା ଉଚିତ୍ । ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡିବ । ତୁମେ ଏଭଳି ପୁରୁଷାର୍ଥ କରିବାରୁ ମାଳା ତିଆରି ହୋଇଛି । କଳ୍ପ କଳ୍ପ ମାଳା ତିଆରି ହେଉଛି । ମାଳା କାହାର ସ୍ମୃତିଚିହ୍ନ ଏକଥା ମଧ୍ୟ ତୁମେ ଜାଣିଛ । ସେମାନେ ମାଳାର ସ୍ମରଣ କରି ବହୁତ ମସ୍ତ ହୋଇଯାଉଛନ୍ତି । ଭକ୍ତିରେ କଣ ହେଉଛି ଏବଂ ଜ୍ଞାନରେ କଣ ହେଉଛି ଏକଥା ମଧ୍ୟ ତୁମେ ଜାଣିଛ । ତୁମେ ସମସ୍ତଙ୍କୁ ବୁଝାଇପାରିବ । ପୁରୁଷାର୍ଥ କରି କରି ଶେଷରେ ପଛକୁ କଳ୍ପ ପୂର୍ବଭଳି ତୁମର ରେଜଲ୍ଟ ବାହାରିବ । ପ୍ରତ୍ୟେକ ନିଜର ଯାଞ୍ଚ କରିବା ଉଚିତ୍ । ତୁମେ ଜାଣିଛ ଆମକୁ ଏହିପରି ହେବାକୁ ପଡିବ । ପୁରୁଷାର୍ଥର ମାର୍ଜିନ୍ ଅର୍ଥାତ୍ ସୁଯୋଗ ମିଳିଛି । ପୁରୁଷାର୍ଥର କ୍ରମ ଅନୁସାରେ ବାବା ମଧ୍ୟ ତୁମର ସ୍ୱାଗତ କରୁଛନ୍ତି । ତୁମେ ବାବାଙ୍କର ଯେଉଁଭଳି ସ୍ୱାଗତ କରୁଛ, ତୁମଠାରୁ ଅଧିକ ବାବା ତୁମର ସ୍ୱାଗତ କରୁଛନ୍ତି । ବାବାଙ୍କର ଧନ୍ଦା ହେଉଛି ତୁମର ସ୍ୱାଗତ କରିବା । ସ୍ୱାଗତ୍ ଅର୍ଥାତ୍ ସଦଗତି । ଏହା ସବୁଠାରୁ ଉଚ୍ଚ ସ୍ୱାଗତ । ତୁମ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ବାବା ଆସିଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଅନେକଙ୍କର ଆଶୀର୍ବାଦ ନେବା ପାଇଁ କଲ୍ୟାଣକାରୀ ହେବାକୁ ପଡିବ । ଶରୀର ନିର୍ବାହ ପାଇଁ କର୍ମ କରି ମଧ୍ୟ ନିଜକୁ ବନ୍ଧନରୁ ମୁକ୍ତ କରି ସକାଳେ ଏବଂ ସନ୍ଧ୍ୟାରେ ଈଶ୍ୱରୀୟ ସେବା ନିଶ୍ଚିତ କରିବାକୁ ହେବ ।

(୨) ଅନ୍ୟ କଥାରେ ନିଜର ସମୟ ନଷ୍ଟ ନକରି ବାବାଙ୍କୁ ମନେ ପକାଇ ଶକ୍ତି ନେବାକୁ ହେବ । ସତ୍ୟ ପିତାଙ୍କ ସଙ୍ଗରେ ହିଁ ରହିବାକୁ ହେବ । ମନ-ବଚନ-କର୍ମରେ ସମସ୍ତଙ୍କୁ ସୁଖ ଦେବାର ହିଁ ପୁରୁଷାର୍ଥ କରିବାକୁ ପଡିବ ।


ବରଦାନ:-
ବିନାଶୀ ଇଚ୍ଛାକୁ ତ୍ୟାଗ କରି ଆଚ୍ଛା ଅର୍ଥାତ୍ ଉତ୍ତମ ଆତ୍ମା ହେଉଥିବା ଇଚ୍ଛା ମାତ୍ରମ୍ ଅବିଦ୍ୟା ହୁଅ ।

ଯଦି ମନ ଭିତରେ କୌଣସି ବି ଇଚ୍ଛା ଥିବ ତେବେ ତାହା ଆମକୁ ଭଲ ମଣିଷ ହେବାକୁ ଦେବ ନାହିଁ । ଯେପରି ଖରାରେ ଚାଲିବା ଦ୍ୱାରା ନିଜର ଛାଇ ଆଗେ ଆଗେ ଚାଲିଥାଏ, ତାକୁ ଯଦି ଧରିବା ପାଇଁ ଚେଷ୍ଟା କରିବ ତେବେ ଧରିପାରିବ ନାହିଁ । ଯଦି ତୁମେ ତାକୁ ପଛ କରି ଚାଲିବ ତେବେ ସେ ତୁମ ପଛେ ପଛେ ଚାଲିବ । ସେହିଭଳି ଇଚ୍ଛା ମଧ୍ୟ ଆକର୍ଷିତ କରିଥାଏ ଏବଂ କନ୍ଦାଇଥାଏ, ତାକୁ ଛାଡିଦିଅ ତେବେ ସେ ମଧ୍ୟ ତୁମ ପଛେ ପଛେ ଆସିବ । ମାଗୁଥିବା ବ୍ୟକ୍ତି କେବେ ବି ସମ୍ପନ୍ନ ହୋଇପାରେ ନାହିଁ । କୌଣସି ବି ଇଚ୍ଛା ପଛରେ ଧାଇଁବା ଏଭଳି ଅଟେ ଯେଭଳି ମରିଚିକା ପଛରେ ମୃଗ ଧାଇଁଥାଏ । ଏହାଠାରୁ ସଦାସର୍ବଦା ଦୂରେଇ ରୁହ ତେବେ ଇଚ୍ଛା ମାତ୍ରର ଅବିଦ୍ୟା ହୋଇଯିବ ।

ସ୍ଲୋଗାନ:-
ନିଜର ଶ୍ରେଷ୍ଠ କର୍ମ ବା ଶ୍ରେଷ୍ଠ ଚଳଣୀ ଦ୍ୱାରା ଆଶୀର୍ବାଦ ଜମା କରିନିଅ ତେବେ ପାହାଡ ଭଳି ସମସ୍ୟା ମଧ୍ୟ ତୁଳା ଭଳି ଅନୁଭବ ହେବ ।