13.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି ତୁମେ ବ୍ରାହ୍ମଣମାନେ ହିଁ ଏହି ଯଜ୍ଞକୁ ଚଳାଇବାର ଦାୟିତ୍ୱ
ନେଉଛ ସେଥିପାଇଁ ତୁମମାନଙ୍କୁ ନିଶ୍ଚିତ ପବିତ୍ର ରହିବାକୁ ପଡିବ ।”
ପ୍ରଶ୍ନ:-
ଅନ୍ତିମ ସମୟରେ
ବାବା କେଉଁ ପିଲାମାନଙ୍କୁ ସହାୟତା ଦେଇଥା’ନ୍ତି?
ଉତ୍ତର:-
ଯେଉଁମାନେ ଭଲ ଭାବରେ ସେବା କରିଥା’ନ୍ତି, ଅନ୍ତିମ ସମୟରେ ଯେତେବେଳେ କି ବହୁତ ବିପଦ ଆସିବ ସେହି
ସମୟରେ ସେମାନଙ୍କୁ ସହାୟତା ମିଳିବ । ବର୍ତ୍ତମାନ ଯେଉଁମାନେ ବାବାଙ୍କର ସହଯୋଗୀ ହେବେ, ନିଶ୍ଚିତ
ଭାବରେ ବାବା ସେମାନଙ୍କୁ ସାହାଯ୍ୟ କରିବେ ।
ପ୍ରଶ୍ନ:-
ସବୁଠାରୁ
ଆଶ୍ଚର୍ଯ୍ୟଜନକ ମୁଖ କେଉଁଟି ଅଟେ? ତାର ସ୍ମୃତିଚିହ୍ନ କେଉଁ ରୂପରେ ରହିଛି?
ଉତ୍ତର:-
ଶିବବାବା ଯାହାଙ୍କର ନିଜର ମୁଖ ନାହିଁ, ସିଏ ଯେତେବେଳେ ଏହି ମୁଖର ଆଧାର ନେଇଥା’ନ୍ତି ସେତେବେଳେ
ଏହା ଆଶ୍ଚର୍ଯ୍ୟଜନକ ମୁଖ ହୋଇଯାଏ । ସେଥିପାଇଁ ତୁମେମାନେ ଏହି ମୁଖକୁ ଦେଖିବା ପାଇଁ ସମ୍ମୁଖକୁ
ଆସୁଛ । ଏହାର ସ୍ମାରକୀ ରୁଣ୍ଡମାଳା ଅର୍ଥାତ୍ ବିଷ୍ଣୁମାଳାରେ ମୁଖର ଚିତ୍ର ଦେଖାଯାଇଛି ।
ଗୀତ:-
କିତନା ମିଠା
କିତନା ପ୍ୟାରା...
ଓମ୍ ଶାନ୍ତି ।
ବେହଦର ବାବା
କହୁଛନ୍ତି ମୁଁ ୫ ହଜାର ବର୍ଷ ପରେ ଥରେ ମାତ୍ର ପିଲାମାନଙ୍କର ମୁଖକୁ ଦେଖୁଛି । ବାବାଙ୍କର ନିଜର
ମୁଖ ତ ନାହିଁ । ଶିବବାବା ମଧ୍ୟ ପୁରୁଣା ଶରୀରର ଉଧାର ନେଉଛନ୍ତି । ତେଣୁ ତୁମେମାନେ ବାପଦାଦା
ଉଭୟଙ୍କର ମୁଖକୁ ଦେଖୁଛ । ସେଥିପାଇଁ କହୁଛନ୍ତି ବାପଦାଦାଙ୍କର ସ୍ନେହସମ୍ପନ୍ନ ସ୍ମୃତି ସ୍ୱୀକାର
କର । ତେବେ ବିଷ୍ଣୁମାଳା ତ ପିଲାମାନେ ଦେଖିଛନ୍ତି, ସେଥିରେ ଅନେକ ମୁଖ ଦେଖାଇଥାନ୍ତି । ଯେତେବେଳେ
ବିଷ୍ଣୁ ମାଳା ତିଆରି କରିଥାଆନ୍ତି ସେଥିରେ ଶିବବାବାଙ୍କୁ ମଧ୍ୟ ମୁଖ ଆକୃତିରେ ଦେଖାଇଥାଆନ୍ତି ।
ଶିବବାବା ମଧ୍ୟ ଆସି ବ୍ରହ୍ମାଙ୍କର ଶରୀରକୁ ଉଧାର ନେଉଛନ୍ତି ଏକଥା କେହି ଜାଣିନାହାଁନ୍ତି ।
ଶିବବାବା ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି । ତେଣୁ ଏହା ତାଙ୍କର ମୁଖ
ହୋଇଗଲା ନା । ସାରା କଳ୍ପ ଭିତରେ ଥରେ ମାତ୍ର ବାବା ଆସି ପିଲାମାନଙ୍କର ମୁଖ ଦେଖୁଛନ୍ତି ।
ପିଲାମାନେ ଜାଣିଛନ୍ତି ଯେ, ଶିବବାବା ଏହି ମୁଖ, ଧାର ସୂତ୍ରରେ ନେଇଛନ୍ତି । ଏପରି ବାବାଙ୍କୁ
ନିଜର ଶରୀର ରୂପୀ ଘରକୁ ଭଡା ସୂତ୍ରରେ ଦେବା ଦ୍ୱାରା କେତେ ଲାଭ ହୋଇଥାଏ । ପ୍ରଥମେ-ପ୍ରଥମେ
ତାଙ୍କର କାନ ଶୁଣିଥାଏ । ଯଦିଓ ତୁମେମାନେ ମଧ୍ୟ ତୁରନ୍ତ ଶୁଣୁଛ କିନ୍ତୁ ସବୁଠାରୁ ପାଖରେ
ଏହାଙ୍କର କାନ ରହିଛି । ତୁମର ଆତ୍ମା ତ ଦୂରରେ ବସିଛି ନା । ଆତ୍ମା ଯଦି କାନ ଦ୍ୱାରା ଶୁଣିବ ତେବେ
ଟିକିଏ ଫରକ ରହିବ । ତୁମେମାନେ ଏଠାକୁ ସମ୍ମୁଖରେ ମୁଖ ଦେଖିବା ପାଇଁ ଆସୁଛ । ଏହା ହେଉଛି ସବୁଠାରୁ
ଆଶ୍ଚର୍ଯ୍ୟଜନକ ମୁଖ । ଶିବରାତ୍ରୀ ପାଳନ କରୁଛନ୍ତି ତେବେ ନିଶ୍ଚିତ ଶିବବାବା ଯିଏକି ନିରାକାର
ସିଏ ଏଠାକୁ ଆସି ପ୍ରବେଶ କରନ୍ତି ତେବେ ତାଙ୍କର ଜନ୍ମସ୍ଥାନ ମଧ୍ୟ ଏହି ଭାରତ ଦେଶ ହେଲା । ତେଣୁ
ଭାରତ ଅବିନାଶୀ ପରମପିତା ପରମାତ୍ମାଙ୍କର ଜନ୍ମସ୍ଥାନ । କିନ୍ତୁ ତାଙ୍କର ଜନ୍ମ ଅନ୍ୟ ମନୁଷ୍ୟ
ସଦୃଶ ହେଉନାହିଁ । ବାବା ନିଜେ କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି ପୁଣି
ପିଲାମାନଙ୍କୁ ଜ୍ଞାନ ଶୁଣାଉଛି । ଅନ୍ୟ ସବୁ ଆତ୍ମାମାନଙ୍କର ନିଜ-ନିଜର ଶରୀର ଅଛି । ମୋର କୌଣସି
ଶରୀର ନାହିଁ । ଶିବଙ୍କର ସର୍ବଦା ଲିଙ୍ଗ ରୂପ ଦେଖାଇଥା’ନ୍ତି । ଯେତେବେଳେ ରୁଦ୍ର ଯଜ୍ଞ ରଚନା
କରିଥା’ନ୍ତି ମାଟିର ଗୋଲ-ଗୋଲ ଲିଙ୍ଗ ତିଆରି କରନ୍ତି । ଶାଳଗ୍ରାମ ଛୋଟ-ଛୋଟ କରିଥା’ନ୍ତି ଏବଂ
ଶିବଲିଙ୍ଗକୁ ବଡ କରିଥା’ନ୍ତି । ବାସ୍ତବରେ ଏହା ଛୋଟ ବଡ ହୋଇ ନଥାଏ । କେବଳ ଦେଖାଇବା ପାଇଁ
କରିଥା’ନ୍ତି ଯେ, ଇଏ ପିତା ଏବଂ ଏମାନେ ତାଙ୍କର ସନ୍ତାନ । ପୂଜା ମଧ୍ୟ ଉଭୟଙ୍କର ଅଲଗା-ଅଲଗା
କରିଥା’ନ୍ତି । ଏକଥା ମଧ୍ୟ ଜାଣିଛନ୍ତି ଯେ, ସିଏ ଶିବ, ଆଉ ସେମାନେ ଶାଳଗ୍ରାମ ଅଟନ୍ତି । ସେଠାରେ
ତ ଏପରି କହୁ ନାହାନ୍ତି ଯେ, ସମସ୍ତେ ଶିବ ହିଁ ଶିବ ଅଟନ୍ତି । ନା । ଶିବଲିଙ୍ଗକୁ ବଡ କରିଥା’ନ୍ତି
ଏବଂ ଶାଳଗ୍ରାମକୁ ଛୋଟ-ଛୋଟ ତିଆରି କରିଥା’ନ୍ତି । ତେବେ ଏହି ସବୁ ପିଲାମାନେ ତାଙ୍କ ସାଥିରେ
ଅଛନ୍ତି । ବାବା ବୁଝାଉଛନ୍ତି ଯେ, ଏହି ଶାଳଗ୍ରାମର ପୂଜା କାହିଁକି କରୁଛନ୍ତି? କାରଣ ତୁମେ
ସମସ୍ତେ ଆତ୍ମା ଅଟ ନା । ତୁମେ ଏହି ଶରୀର ଆଧାରରେ ଭାରତକୁ ଶ୍ରେଷ୍ଠାଚାରୀ କରୁଛ । ଶିବବାବାଙ୍କର
ଶ୍ରୀମତ ଶାଳଗ୍ରାମମାନେ ନେଉଛନ୍ତି । ରୁଦ୍ର ଶିବବାବାଙ୍କର ଏହା ମଧ୍ୟ ଏକ ଜ୍ଞାନ ଯଜ୍ଞ ରଚନା
ହୋଇଛି । ଶିବବାବା ମଧ୍ୟ କଥା ହେଉଛନ୍ତି, ଶାଳଗ୍ରାମମାନେ ମଧ୍ୟ କଥା ହେଉଛନ୍ତି । ଏହା ଅମରକଥା,
ସତ୍ୟନାରାୟଣଙ୍କର କଥା ଅଟେ । ଯାହାକି ମନୁଷ୍ୟମାନଙ୍କୁ ନରରୁ ନାରାୟଣ କରୁଛି । ତେଣୁ ସବୁଠାରୁ
ଶ୍ରେଷ୍ଠ ପୂଜା ତାଙ୍କର ହିଁ ହେଉଛି ନା । ଆତ୍ମା କୌଣସି ବହୁତ ବଡ ନୁହେଁ । ବିଲକୁଲ୍ ବିନ୍ଦୁ
ସଦୃଶ ଅଟେ । ସେଥିରେ କେତେ ଜ୍ଞାନ ଅଛି, କେତେ ଅଭିନୟ ଭରି ହୋଇ ରହିଛି । ଏତେ ଛୋଟ ଆତ୍ମା କହୁଛି
ଯେ ମୁଁ ଶରୀରରେ ପ୍ରବେଶ କରି ଅଭିନୟ କରୁଛି । ଏହି ଶରୀର କେତେ ବଡ । ଶରୀରରେ ଆତ୍ମା ପ୍ରବେଶ
ହେବା ଦ୍ୱାରା ଛୋଟ ବେଳୁ ହିଁ ଅଭିନୟ କରିବାରେ ଲାଗିପଡିଥାଏ । ଆତ୍ମାକୁ ଅନାଦି ଅବିନାଶୀ ଅଭିନୟ
ମିଳୁଛି । ଶରୀର ଜଡ । କିନ୍ତୁ ସେଥିରେ ଯେତେବେଳେ ଚୈତନ୍ୟ ଆତ୍ମା ପ୍ରବେଶ କରିଥାଏ, ସେତେବେଳେ
ଗର୍ଭରେ ଦଣ୍ଡ ଭୋଗ କରିବାରେ ଲାଗେ । ଦଣ୍ଡ ମଧ୍ୟ କିପରି ଭୋଗ କରିଥାଏ । ଭିନ୍ନ-ଭିନ୍ନ ଶରୀର
ଧାରଣ କରି, ଯାହାକୁ-ଯାହାକୁ ଯେଉଁ ରୂପରେ ଦୁଃଖ ଦେଇଛି ତା’ର ସାକ୍ଷାତ୍କାର କରିଚାଲେ ଏବଂ ଦଣ୍ଡ
ମିଳିଥାଏ । ଆତ୍ମା ତ୍ରାହି-ତ୍ରାହି କରେ, ସେଥିପାଇଁ ଏହାକୁ ଗର୍ଭଜେଲ ବୋଲି କହୁଛନ୍ତି । ଦେଖ
ଡ୍ରାମା କିପରି ସୁନ୍ଦର ଭାବରେ କରାଯାଇଛି, କେତେ ପାର୍ଟ ଚାଲିଛି । ଆତ୍ମା ପ୍ରତିଜ୍ଞା କରିଥାଏ ।
ମୁଁ କେବେ ପାପ କରିବି ନାହିଁ । ଏତେ ଛୋଟ ଆତ୍ମାକୁ କେତେ ଅବିନାଶୀ ପାର୍ଟ ମିଳିଛି । ଆତ୍ମା ୮୪
ଜନ୍ମର ଅଭିନୟ କରି ପୁଣି ପୁନରାବୃତ୍ତି କରେ । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ଏକଥା ବାବା ବସି
ବୁଝାଉଛନ୍ତି? ପିଲାମାନେ ମଧ୍ୟ ଜାଣୁଛନ୍ତି, ଏହା ତ ଯଥାର୍ଥ କଥା । ଏତେ ଛୋଟ ବିନ୍ଦୁରେ କେତେ
ଅଭିନୟ ରହିଛି । ବହୁତଙ୍କୁ ଆତ୍ମାର ସାକ୍ଷାତ୍କାର ହୋଇଥାଏ । ଗାୟନ ମଧ୍ୟ କରିଥାନ୍ତି ଯେ, ଆତ୍ମା
ଏକ ତାରକା ଅଟେ ଯାହାକି ଏହି ଭ୍ରୁକୁଟୀ ମଧ୍ୟରେ ରହିଥାଏ । କେତେ ପାର୍ଟ ବଜାଇଥାଏ, ଏହାକୁ
ପ୍ରାକୃତିକ ବୋଲି କୁହାଯାଏ । ତୁମେ ତ ଜାଣିଛ ଯେ, ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ
। କେତେ ପାର୍ଟ କରିଥାଏ । ଆମକୁ ବାବା ଆସି ବୁଝାଉଛନ୍ତି । ଏହା କେତେ ଉଚ୍ଚ ଜ୍ଞାନ ଅଟେ ।
ଦୁନିଆରେ କାହା ପାଖରେ ଏହି ଜ୍ଞାନ ନାହିଁ । ଇଏ (ବ୍ରହ୍ମା) ମଧ୍ୟ ମନୁଷ୍ୟ ଥିଲେ ନା, ଯାହାଙ୍କ
ଶରୀରରେ ଏବେ ବାବା ପ୍ରବେଶ କରିଛନ୍ତି । ଏପରି ନୁହେଁ ଯେ, ସିଏ କୌଣସି ଗୁରୁ ଗୋସାଇଁଙ୍କର ଚେଲା
ହୋଇଥିବେ । ତାଙ୍କଠାରୁ ରିଦ୍ଧି ସିଦ୍ଧି ଶିଖିଥିବେ । କେହି-କେହି ଭାବନ୍ତି ଯେ, ଗୁରୁଙ୍କର
ବରଦାନ ଅଥବା ଗୁରୁଙ୍କର ଶକ୍ତି ମିଳିଛି । ଏକଥା ତ ଅଲଗା । ସମ୍ମୁଖରେ ଶୁଣିଲେ ତୁମକୁ ବହୁତ ମଜା
ଆସିଥାଏ । ତୁମେମାନେ ଜାଣିଛ ଯେ, ବାବା ଆମକୁ ସମ୍ମୁଖରେ ବୁଝାଉଛନ୍ତି । ବାବା ମଧ୍ୟ କେତେ ଛୋଟ
ଯେତିକି ଆମର ଆତ୍ମା ଛୋଟ । ତାଙ୍କୁ ପରମପିତା ପରମାତ୍ମା ବୋଲି କୁହାଯାଇଥାଏ, ପରମ ଅର୍ଥାତ୍
ସୁପ୍ରିମ । ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱ ପରମଧାମର ନିବାସୀ । ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱରେ ତୁମେମାନେ
ମଧ୍ୟ ରହୁଛ । ବାବା କେତେ ସୂକ୍ଷ୍ମକଥା ଶୁଣାଉଛନ୍ତି । ଆରମ୍ଭରୁ ଏସବୁ ବୁଝାଉନଥିଲେ । ଦିନକୁ
ଦିନ ତୁମମାନଙ୍କୁ କେତେ ଗମ୍ଭୀର ଜ୍ଞାନ ମିଳିଚାଲିଛି । କିଏ ଦେଉଛନ୍ତି? ଉଚ୍ଚରୁ ଉଚ୍ଚ ଭଗବାନ ।
ସିଏ ଆସି କହୁଛନ୍ତି ପିଲାମାନେ ଆତ୍ମା କିପରି କର୍ମେନ୍ଦ୍ରିୟ ଦ୍ୱାରା କଥା ହେଉଛି । ଏକଥା ମଧ୍ୟ
କହୁଛନ୍ତି ଯେ, ତାହା ଭ୍ରୁକୁଟୀ ମଧ୍ୟରେ ଚମକିଥାଏ । କିନ୍ତୁ କେବଳ କଥାକୁ ମାତ୍ର କହୁଛନ୍ତି,
ଏକଥା କାହା ବୁଦ୍ଧିରେ ଆସୁନାହିଁ । କାହା ପାଖରେ ଏହି ଜ୍ଞାନ ନାହିଁ ଯାହାକି ବୁଝାଇବେ ।
ତୁମମାନଙ୍କ ଭିତରୁ ମଧ୍ୟ ଏହି କଥାକୁ ବହୁତ କମ ବୁଝୁଛନ୍ତି । ଯେଉଁମାନେ ବୁଝୁଛନ୍ତି ସେମାନେ ଭଲ
ଭାବରେ ଧାରଣ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଧାରଣ କରାଉଛନ୍ତି ଅର୍ଥାତ୍ ବର୍ଣ୍ଣନା କରୁଛନ୍ତି
। ଯଦି ପରମପିତା ପରମାତ୍ମା ବୋଲି କହୁଛ ତେବେ ପିତାଙ୍କଠାରୁ ନିଶ୍ଚିତ ବର୍ସା ମିଳିବା ଦରକାର ନା
। ସ୍ୱର୍ଗର ମାଲିକ ହେବା ଦରକାର । ସେମାନଙ୍କୁ ନିଶ୍ଚିତ ବାବାଙ୍କଠାରୁ ସ୍ୱର୍ଗର ବର୍ସା ମିଳିଥିବ
। କେଉଁଠି ବର୍ସା ଦେଇଥିଲେ? କ’ଣ ସତ୍ୟଯୁଗରେ ଦେଇଥିଲେ? ଏସବୁ ନିଶ୍ଚିତ ପୂର୍ବ କର୍ମର ଫଳ । ଏବେ
ତୁମେମାନେ କର୍ମର ସିଦ୍ଧାନ୍ତକୁ ବୁଝୁଛ । ତୁମକୁ ବାବା ଏପରି କର୍ମ ଶିଖାଉଛନ୍ତି ଯାହା ଦ୍ୱାରା
ତୁମେ ଏପରି ହୋଇପାରିବ । ଯେବେଠାରୁ ତୁମେ ବ୍ରହ୍ମା ମୁଖ ବଂଶାବଳୀ ହୋଇଛ ସେବେଠାରୁ ଶିବବାବା
ବ୍ରହ୍ମା ମୁଖ ଦ୍ୱାରା ତୁମକୁ ଏହି ଜ୍ଞାନ ଶୁଣାଉଛନ୍ତି । ଏଥିରେ କେତେ ରାତି-ଦିନର ଫରକ ରହିଛି ।
ଏବେ ଦୁନିଆରେ କେତେ ଘୋର ଅନ୍ଧକାର ହୋଇଯାଇଛି । କେହି ବି ବାବାଙ୍କୁ ଜାଣିନାହାଁନ୍ତି
ଯାହାଙ୍କଠାରୁ ଆଲୋକ ମିଳିବ । କହୁଛନ୍ତି - ଆମେ ଅଭିନେତା ଏହି କର୍ମକ୍ଷେତ୍ରକୁ ଅଭିନୟ କରିବାକୁ
ଆସିଛୁ, କିନ୍ତୁ ଆମେ କିଏ, ଆମର ବାବା କିଏ କିଛି ବି ଜାଣିନାହାଁନ୍ତି । ସୃଷ୍ଟିଚକ୍ର କିପରି
ଘୂରୁଛି, କିଛି ବି ଜାଣିନାହାଁନ୍ତି । ଗାୟନ ମଧ୍ୟ ରହିଛି ଯେ ଅହଲ୍ୟା, କୁବ୍ଜା, ଗଣିକା ଯିଏବି
ଅଛନ୍ତି ସେମାନଙ୍କୁ ଆସି ପାଠ ପଢାଉଛନ୍ତି । ପ୍ରଦର୍ଶନୀକୁ ବହୁତ ବଡ-ବଡ ଲୋକ ମଧ୍ୟ ଆସିଥାନ୍ତି ।
କିନ୍ତୁ ସେମାନଙ୍କର ଭାଗ୍ୟରେ ନାହିଁ । ବାବା ହେଉଛନ୍ତି ଗରୀବମାନଙ୍କର ବନ୍ଧୁ । ୧୦୦ ଜଣଙ୍କ
ମଧ୍ୟରୁ ମୁସ୍କିଲ୍ରେ କେହି ଜଣେ ସାହୁକାର ବାହାରିବେ । ସେମାନଙ୍କ ଭିତରୁ ମଧ୍ୟ ଉଚ୍ଚ ପଦ ପାଇବା
ପାଇଁ କୋଚିତ୍ କେହି ପୁରୁଷାର୍ଥ କରିଥା’ନ୍ତି । ତୁମେମାନେ ଗରିବ । ମାତାମାନଙ୍କ ପାଖରେ ଅଧିକ
ପଇସା ନଥାଏ । ତେବେ କନ୍ୟାମାନଙ୍କ ପାଖରେ କେଉଁଠୁ ଆସିବ ତଥାପି ସେମାନେ ହାଫ ପାର୍ଟନର ଅଟନ୍ତି ।
କନ୍ୟାମାନଙ୍କୁ ତ କିଛି ବି ମିଳିନଥାଏ । କନ୍ୟାମାନେ ଶାଶୂଘରକୁ ଯାଇ ଅଧା ଭାଗୀଦାର ହୋଇଥାନ୍ତି;
କିନ୍ତୁ ସମ୍ପତ୍ତି ନେଇପାରନ୍ତି ନାହିଁ । ପିଲାମାନେ ତ ସମ୍ପୂର୍ଣ୍ଣ ମାଲିକ ହୋଇଯାଆନ୍ତି । ତେଣୁ
ଏପରି କନ୍ୟାମାନଙ୍କୁ ହିଁ ପ୍ରଥମେ-ପ୍ରଥମେ ବାବା ନିଜର କରୁଛନ୍ତି । ପ୍ରଥମତଃ ପାଠପଢା ସମୟ ହିଁ
ବ୍ରହ୍ମଚାରୀ ଜୀବନ ଅଟେ, ଏମାନେ ଗରିବ କିନ୍ତୁ, ପବିତ୍ର ଅଟନ୍ତି, ତେଣୁ ଏହିମାନଙ୍କର ହିଁ ପୂଜା
ହୋଇଥାଏ । ଏସବୁ ବର୍ତ୍ତମାନ ସମୟର ହିଁ କଥା ଅଟେ । ବର୍ତ୍ତମାନ ସମୟରେ ତୁମର ଅଭିନୟ ଚାଲୁଛି ପୁଣି
ପରେ ତୁମେ ପୂଜା ପାଇବ । ଶିବଜୟନ୍ତୀ ବିନା କୃଷ୍ଣ ଜୟନ୍ତୀ ହୋଇପାରିବ ନାହିଁ । ତୁମେମାନେ ଜାଣିଛ
- ଶିବ ଜୟନ୍ତୀ ପରେ କୃଷ୍ଣ ଜୟନ୍ତୀ, ପୁଣି ରାମଙ୍କର ଜୟନ୍ତୀ ହୋଇଥାଏ । ଶିବଜୟନ୍ତୀରୁ ଜଗତଅମ୍ବା,
ଜଗତ ପିତାଙ୍କର ମଧ୍ୟ ଜନ୍ମ ହୋଇଥାଏ । ତେବେ ନିଶ୍ଚିତ ଜଗତର ହିଁ ବର୍ସା ମିଳିବ । ତେଣୁ ତୁମେମାନେ
ସାରା ଜଗତର ମାଲିକ ହେଉଛ । ଜଗତମାତା ହେଉଛନ୍ତି ଜଗତର ମାଲିକ । ଜଗତଅମ୍ବାଙ୍କର ବହୁତ ମେଳା
ଲାଗିଥାଏ ବ୍ରହ୍ମାଙ୍କୁ ଏତେ ପୂଜା କରାଯାଇନଥାଏ । ତେଣୁ ବାବା ମାତାମାନଙ୍କୁ ଆଗରେ ରଖୁଛନ୍ତି ।
ଶିବଶକ୍ତି ମାତାମାନଙ୍କୁ ଆଜି ପର୍ଯ୍ୟନ୍ତ ସମସ୍ତେ ପଦାଘାତ କରି ଆସିଛନ୍ତି, ବିଶେଷ କରି
ସେମାନଙ୍କର ସ୍ୱାମୀମାନେ । କିନ୍ତୁ ଇଏ ତ ପତିମାନଙ୍କର ପତି ଅଟନ୍ତି । ବାବା କନ୍ୟାମାନଙ୍କୁ
ବୁଝାଉଛନ୍ତି, ଏହି ଜଗତଅମ୍ବାଙ୍କର କନ୍ୟାମାନେ ମାଷ୍ଟର ଜଗତଅମ୍ବା ଅଟ ନା । ଏହି କନ୍ୟା ମଧ୍ୟ
ମାଆଙ୍କ ସଦୃଶ କାର୍ଯ୍ୟ କରୁଛନ୍ତି ।
ମମ୍ମାଙ୍କ ସଦୃଶ
ତୁମେମାନେ ମଧ୍ୟ ତ୍ରିକାଳଦର୍ଶୀ ଅଟ । ଏଠାରେ ପୁରୁଷ ସ୍ତ୍ରୀ ଉଭୟ ରହିଛନ୍ତି । କାରଣ ଏହା
ପ୍ରବୃତ୍ତି ମାର୍ଗ ଅଟେ । ଅଧିକାଂଶ ମାତାମାନେ ଅଛନ୍ତି । ଏମାନଙ୍କର ନାମ ମଧ୍ୟ ପ୍ରସିଦ୍ଧ ଅଟେ ।
ବ୍ରହ୍ମାଙ୍କର ନାମ ଏତେ ପ୍ରସିଦ୍ଧ ନୁହେଁ । ସାରସିଦ୍ଧ ବ୍ରାହ୍ମଣ ବ୍ରହ୍ମାଙ୍କୁ ପୂଜା କରଥା’ନ୍ତି
। ଦୁଇ ପ୍ରକାରର ବ୍ରାହ୍ମଣ ଥା’ନ୍ତି - ସାରସିଦ୍ଧ ଏବଂ ପୁଷ୍କରଣୀ । ଶାସ୍ତ୍ର ଶୁଣିଲାବାଲା ତ
ଅଲଗା ଥା’ନ୍ତି । ଏସବୁ କଥା ବାବା ବୁଝାଉଛନ୍ତି, କିପରି ଏହି ଚକ୍ର ଘୂରୁଛି । କିପରି ମୁଁ ଏଠାକୁ
ଆସୁଛି । ପ୍ରତିଜ୍ଞା ତ କରିଛନ୍ତି ନା, ମୁଁ ପୁଣି ଥରେ ୫ ହଜାର ବର୍ଷ ପରେ ଆସି ଜ୍ଞାନ ଶୁଣାଇବି
। ଗୀତାରେ ମଧ୍ୟ ଏକଥା ଅଛି ନା । ଯାହା ବିତିଯାଉଛି ତାହା ପୁଣି ଭକ୍ତିମାର୍ଗରେ ଗାୟନ କରାଯାଉଛି
। ଏହି ଡ୍ରାମା ତ ଅନାଦି । ଯାହାର କେବେ ଶୁଟ୍ ହେଉନାହିଁ । ଏହାର କୌଣସି ଆଦି-ମଧ୍ୟ-ଅନ୍ତ ନାହିଁ
। ଯାହାକି ଅନାଦି ଚାଲି ଆସୁଛି । ବାବା ଆସି ବୁଝାଉଛନ୍ତି - ଏହି ଡ୍ରାମା କିପରି ଚାଲିଛି । ୮୪
ଜନ୍ମ ତୁମକୁ ହିଁ ଭୋଗିବାକୁ ପଡିଥାଏ । ତୁମେମାନେ ହିଁ ବ୍ରାହ୍ମଣ, ଦେବତା, କ୍ଷତ୍ରୀୟ ଆଦି
ବର୍ଣ୍ଣରେ ଆସୁଛ । ଏଥିରେ ଶିବବାବା ଏବଂ ବ୍ରାହ୍ମଣ ଉଭୟଙ୍କୁ ଗୁପ୍ତ କରି ଦେଇଛନ୍ତି ।
ବ୍ରହ୍ମାଙ୍କ ଦ୍ୱାରା ତୁମେ ବ୍ରାହ୍ମଣ ହେଉଛ । ବ୍ରାହ୍ମଣ ହିଁ ଯଜ୍ଞର ଦାୟିତ୍ୱ ନେଉଛନ୍ତି ।
ପତିତମାନେ ତ ଯଜ୍ଞର ଦାୟିତ୍ୱ ନେଇପାରିବେ ନାହିଁ । ଯେତେବେଳେ ଯଜ୍ଞ ରଚନା କରିଥା’ନ୍ତି ସେତେବେଳେ
ବିକାରରେ ଯାଇନଥା’ନ୍ତି । ଯାତ୍ରା କରିବା ସମୟରେ ମଧ୍ୟ ବିକାରରେ ଯାଆନ୍ତି ନାହିଁ । ତୁମେମାନେ
ମଧ୍ୟ ଏବେ ଯାତ୍ରାରେ ଅଛ, ତେଣୁ ବିକାରରେ ଯାଇପାରିବ ନାହିଁ । ନଚେତ୍ ବିଘ୍ନ ପଡିଯିବ । ତୁମର ଏହା
ରୁହାନୀ ଯାତ୍ରା ଅଟେ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ନେଇଯିବା ପାଇଁ ଆସୁଛି । ମଶା ସଦୃଶ
ସମସ୍ତଙ୍କୁ ନେଇଯିବି । ସେଠାରେ ଆମେ ଆତ୍ମାମାନେ ରହିଥାଉ । ତାହା ହେଉଛି ପରମଧାମ, ଯେଉଁଠାରେ
ଆତ୍ମାମାନେ ନିବାସ କରିଥା’ନ୍ତି । ପୁଣି ଆମେ ଆସି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛୁ ।
ଏବେ ପୁଣି ବ୍ରାହ୍ମଣ ହୋଇଛୁ । ଯିଏ ବ୍ରାହ୍ମଣ ହେବ ସିଏ ହିଁ ସ୍ୱର୍ଗକୁ ଯିବ । ସେଠାରେ ମଧ୍ୟ
ଦୋଳିରେ ଝୁଲିଥା’ନ୍ତି ନା । ସେଠାରେ ତ ତୁମେମାନେ ରତ୍ନ-ଜଡିତ ଦୋଳିରେ ଝୁଲିବ । ଶ୍ରୀକୃଷ୍ଣଙ୍କର
ଦୋଳିକୁ କେତେ ଭଲ ଭାବରେ ସଜାଇଥା’ନ୍ତି । ତାଙ୍କ ସହିତ ସମସ୍ତଙ୍କର ସ୍ନେହ ରହିଥାଏ । ଗୀତ
ଗାଉଛନ୍ତି ନା - ଭଜ ରାଧେ ଗୋବିନ୍ଦ ଚଲୋ ବୃନ୍ଦାବନ... ଏବେ ତୁମେମାନେ ବାସ୍ତବରେ ସେଠାକୁ ଯିବା
ପାଇଁ ପ୍ରସ୍ତୁତ ହେଉଛ । ଜାଣିଛ ଯେ, ଆମର ମନୋକାମନା ପୂର୍ଣ୍ଣ ହେଉଛି । ଏବେ ତୁମେମାନେ ଈଶ୍ୱରୀୟ
ପୁରୀକୁ ଯାଉଛ । ଜାଣିଛ ଯେ, ବାବା ଆମକୁ କିପରି ନେଇଯାଉଛନ୍ତି । ଯେପରି ଲହୁଣୀରୁ ଚୁଟି ବାହାର
କରିବା ସଦୃଶ ନେଇଯାଉଛନ୍ତି । ବାବା ତୁମକୁ କୌଣସି କଷ୍ଟ ଦେଉନାହାଁନ୍ତି । ଆମକୁ କିପରି ସହଜରେ
ବାଦଶାହୀ ଦେଉଛନ୍ତି । ବାବା କହୁଛନ୍ତି ଯେଉଁ ସ୍ଥାନକୁ ଯିବାର ଅଛି ସେହି କୃଷ୍ଣପୁରୀକୁ ମନେ
ପକାଅ । ବାବା ତୁମମାନଙ୍କୁ ପ୍ରଥମେ-ପ୍ରଥମେ ନିଶ୍ଚିତ ଘରକୁ ନେଇଯିବେ । ପୁଣି ସେଠାରୁ ସ୍ୱର୍ଗକୁ
ପଠାଇଦେବେ । ଏବେ ତୁମେମାନେ ଶ୍ରୀକୃଷ୍ଣପୁରୀକୁ ଯାଉଛ ଭାୟା ଶାନ୍ତିଧାମ ଦେଇ । ଯେପରି ଭାୟା
ଦିଲ୍ଲୀ ଯିବାକୁ ହୋଇଥାଏ । ତୁମେମାନେ ଏବେ ଜାଣୁଛ ଯେ, ଆମେ ଘରକୁ ଯାଉଛୁ ପୁଣି କୃଷ୍ଣପୁରୀକୁ
ଆସିବୁ । ଆମେ ଶ୍ରୀମତରେ ଚାଲୁଛୁ ତେଣୁ ବାବାଙ୍କୁ ସ୍ମରଣ କରିବାକୁ ହେବ, ପବିତ୍ର ରହିବାକୁ ହେବ
। ଯାତ୍ରା କରିବା ସମୟରେ - ସର୍ବଦା ପବିତ୍ର ରହିଥା’ନ୍ତି । ବ୍ରହ୍ମଚର୍ଯ୍ୟରେ ରହି ପାଠ ମଧ୍ୟ
ପଢିଥା’ନ୍ତି । ତେଣୁ ପବିତ୍ରତା ନିଶ୍ଚିତ ଦରକାର । ତଥାପି ବାବା ପିଲାମାନଙ୍କୁ ପୁରୁଷାର୍ଥ
କରାଉଛନ୍ତି, ବର୍ତ୍ତମାନ ସମୟର ପୁରୁଷାର୍ଥ ତୁମର କଳ୍ପ-କଳ୍ପ ପାଇଁ ନିର୍ଦ୍ଧାରିତ ହୋଇଯିବ ।
ପୁରୁଷାର୍ଥ ତ କରିବା ଦରକାର ନା । ଏହି ସ୍କୁଲ ବହୁତ ବଡ, ତେଣୁ ନିଶ୍ଚିତ ପଢିବା ଦରକାର । ଏଠାରେ
ଭଗବାନ ନିଜେ ପାଠ ପଢାଉଛନ୍ତି । ତେଣୁ ଗୋଟିଏ ଦିନ ମଧ୍ୟ ବନ୍ଦ କରିବା ଉଚିତ୍ ନୁହେଁ । ଏହି
ପାଠପଢା ବହୁତ ମୂଲ୍ୟବାନ ଅଟେ । ଏହି ବାବା ମଧ୍ୟ କେବେ ମିସ୍ କରୁନଥିଲେ । ଏଠାରେ ତୁମେମାନେ
ସମ୍ମୁଖରେ ସମ୍ପତ୍ତି ଦ୍ୱାରା ଝୁଲା ଭରିପାରିବ । ଯେତେ ପଢିବ ସେତେ ନିଶା ଚଢିବ । ଯଦି ବନ୍ଧନ
ନାହିଁ ତେବେ ଏଠାରେ ରହିପାରିବ; କିନ୍ତୁ ମାୟା ଏପରି ଯିଏକି ବନ୍ଧନରେ ବାନ୍ଧି ଦେଉଛି । ଏପରି
ବହୁତ ଅଛନ୍ତି ଯାହାଙ୍କୁ ବନ୍ଧନରୁ ଛୁଟି ମଧ୍ୟ ମିଳିଯାଏ । ବାବା କହୁଛନ୍ତି ପୂରା ରିଫ୍ରେସ୍
ହୋଇଯାଅ । ବାହାରକୁ ଗଲେ ଏହି ନିଶା ରହେ ନାହିଁ । ଅନେକଙ୍କୁ କେବଳ ମୁରଲୀ ପଢିବା ସମୟରେ ହିଁ
ନିଶା ରହିଥାଏ । ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଆସିବ । ସାହାଯ୍ୟ ସେମାନଙ୍କୁ ମିଳିବ ଯେଉଁମାନେ
ବାବାଙ୍କ ସହଯୋଗୀ ହୋଇଥିବେ, ଭଲ ଭାବେ ସେବା କରିଥିବେ । ତେବେ ସେମାନଙ୍କୁ ଅନ୍ତିମ ସମୟରେ ସହାୟତା
ମିଳିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପାଠପଢା
ବହୁତ ମୂଲ୍ୟବାନ । ସ୍ୱୟଂ ଭଗବାନ ପଢାଉଛନ୍ତି ତେଣୁ ଗୋଟଏ ଦିନ ମଧ୍ୟ ମିସ୍ କରିବା ଉଚିତ୍ ନୁହେଁ
। ଜ୍ଞାନ ଧନରେ ପ୍ରତିଦିନ ବୁଦ୍ଧି ରୂପୀ ମୁଣିକୁ ଭରପୂର କରିବାକୁ ପଡିବ ।
(୨) ଏହା ପାଠ ପଢିବାର
ସମୟ, ଆମେ ଯାତ୍ରା ପଥରେ ଚାଲୁଛେ । ଆମକୁ ରୁଦ୍ର ଯଜ୍ଞର ଦାୟିତ୍ୱ ନେବାକୁ ପଡିବ, ତେଣୁ ପବିତ୍ର
ନିଶ୍ଚିତ ରହିବାକୁ ହେବ । କୌଣସି ବି ବିକାରର ବଶବର୍ତ୍ତୀ ହୋଇ ବିଘ୍ନ ପକାଇବା ଉଚିତ୍ ନୁହେଁ ।
ବରଦାନ:-
ଭାଗ୍ୟବିଧାତା
ବାବାଙ୍କ ଦ୍ୱାରା ମିଳିଥିବା ଭାଗ୍ୟକୁ ବାଣ୍ଟୁଥିବା ଏବଂ ବୃଦ୍ଧି କରୁଥିବା ସୌଭାଗ୍ୟଶାଳୀ ଆତ୍ମା
ହୁଅ ।
ସବୁଠାରୁ ବଡ ସୌଭାଗ୍ୟ
ହେଲା ଭାଗ୍ୟବିଧାତା ବାବା ନିଜର କରିନେଇଛନ୍ତି । ଦୁନିଆର ଲୋକମାନେ ତ ବିକଳ ହେଉଛନ୍ତି ଯାହାକି
ଭଗବାନଙ୍କର ଗୋଟିଏ ସେକେଣ୍ଡର ଦୃଷ୍ଟି ମିଳିଯାଉ କିନ୍ତୁ ତୁମେମାନେ ସର୍ବଦା ବାବାଙ୍କର ନୟନରେ
ସମାହିତ ହୋଇ ରହିଛ । ଏହାକୁ ହିଁ କୁହାଯାଉଛି ସୌଭାଗ୍ୟଶାଳୀ ହେବା । ଭାଗ୍ୟ ତୁମମାନଙ୍କର ପୈତୃକ
ସମ୍ପତ୍ତି ଅଟେ । ସାରା କଳ୍ପ ଭିତରେ ଏଭଳି ଭାଗ୍ୟ କେବଳ ଏବେ ହିଁ ମିଳୁଛି । ତେଣୁ ଏହି ଭାଗ୍ୟକୁ
ବୃଦ୍ଧି କରିଚାଲ ଏବଂ ଏହାକୁ ବୃଦ୍ଧି କରାଇବାର ଆଧାର ହେଲା ବାଣ୍ଟିବା । ଯେତେଯେତେ ଅନ୍ୟମାନଙ୍କୁ
ବାଣ୍ଟିବ ଅର୍ଥାତ୍ ଭାଗ୍ୟବାନ କରିବ ସେତେ ସେତେ ତୁମର ଭାଗ୍ୟ ବଢି ବଢି ଚାଲିବ ।
ସ୍ଲୋଗାନ:-
ଯଦି ନିର୍ବିଘ୍ନ
ଏବଂ ଏକରସ ସ୍ଥିତିର ଅନୁଭବ କରିବାକୁ ଚାହୁଁଛ ତେବେ ଏକାଗ୍ରତାର ଅଭ୍ୟାସକୁ ବଢାଅ ।