13.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ହେଉଛି ନରରୁ ନାରାୟଣ ହେବାର ପାଠଶାଳା, ଏଠାରେ ସ୍ୱୟଂ ସତ୍ୟପିତା, ସତ୍ ଶିକ୍ଷକ ଏବଂ ସତ୍ଗୁରୁ
ହିଁ ପାଠପଢାଉଛନ୍ତି, ତୁମକୁ ଏହି ନିଶ୍ଚୟରେ ମଜବୁତ ରହିବାକୁ ହେବ ।”
ପ୍ରଶ୍ନ:-
ତୁମମାନଙ୍କୁ
କେଉଁ କଥାରେ ଟିକିଏ ବି ଚିନ୍ତା କରିବା ଦରକାର ନାହିଁ, କାହିଁକି?
ଉତ୍ତର:-
ଚାଲୁ-ଚାଲୁ ଯଦି କାହାର ହାର୍ଟ ଫେଲ୍ ହୋଇଯାଉଛି, ଶରୀର ଛାଡି ଦେଉଛନ୍ତି ତେବେ ସେଥିରେ ତୁମକୁ
ଚିନ୍ତା କରିବା ଦରକାର ନାହିଁ କାହିଁକି ନା ତୁମେ ଜାଣିଛ ଯେ ପ୍ରତ୍ୟେକଙ୍କୁ ନିଜର ଅଭିନୟ କରିବାକୁ
ହେବ । ବରଂ ତୁମେ ଖୁସି ହେବା ଦରକାର ଯେ ଆତ୍ମା, ଜ୍ଞାନ ଏବଂ ଯୋଗର ସଂସ୍କାର ସାଥୀରେ ନେଇଯାଇଛି
ତେଣୁ ସିଏ ଭାରତର ଆହୁରି ଭଲ ସେବା କରିବ । ଏଥିରେ ଚିନ୍ତାର କୌଣସି କଥା ନାହିଁ । ଏହା ତ
ଡ୍ରାମାର ନିଧାର୍ଯ୍ୟ ଅଟେ ।
ଗୀତ:
ତୁହ୍ମି ହୋ ମାତା
ପିତା.....
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ଜାଣିଛନ୍ତି ଯେ ବାବା ମଧ୍ୟ ବଚ୍ଚେ ବୋଲି ସମ୍ବୋଧନ
କରୁଛନ୍ତି ଏବଂ ଏହି ବାପଦାଦା ଉଭୟ ଏକତ୍ର ଅଛନ୍ତି । ପ୍ରଥମେ ଅଛନ୍ତି ବାପଦାଦା ପୁଣି ରହିଛନ୍ତି
ପିଲାମାନେ, ତେବେ ଏହା ନୂଆ ରଚନା ହେଲା ନା ଏବଂ ବାବା ଆମକୁ ରାଜଯୋଗ ମଧ୍ୟ ଶିଖାଉଛନ୍ତି । ଠିକ୍
୫ ହଜାର ବର୍ଷ ପୂର୍ବ ଭଳି ପୁଣି ଥରେ ରାଜଯୋଗ ଶିଖାଉଛନ୍ତି । ଭକ୍ତି ମାର୍ଗରେ ତାଙ୍କର ପୁସ୍ତକ
ତିଆରି କରି ତାକୁ ଗୀତାର ନାମ ଦେଇଛନ୍ତି । କିନ୍ତୁ ଏହି ସମୟରେ ଗୀତାର କୌଣସି କଥା ନାହିଁ । ପଛରେ
ଏହାର ଶାସ୍ତ୍ର ତିଆରି କରି କହିଦେଇଛନ୍ତି ଶ୍ରୀମଦ୍ ଭଗବତ୍ ଗୀତା, ସହଜ ରାଜଯୋଗର ପୁସ୍ତକ ।
ଭକ୍ତିମାର୍ଗରେ ପୁସ୍ତକ ପଢିବା ଦ୍ୱାରା କୌଣସି ଫାଇଦା ହେବ ନାହିଁ । ସେହିପରି ଶିବଙ୍କୁ ନ ଜାଣି
ତାଙ୍କୁ ସ୍ମରଣ କରିବା ଦ୍ୱାରା କୌଣସି ବର୍ସା ମିଳିପାରିବ ନାହିଁ । ବର୍ସା କେବଳ ଏହି ସଂଗମରେ
ହିଁ ମିଳିପାରିବ । ବାବା ହେଉଛନ୍ତି ବେହଦର ବର୍ସା ଦେଲାବାଲା ଏବଂ ବର୍ସା ମଧ୍ୟ ଏହି ସଂଗମରେ ହିଁ
ଦେବେ । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ସନ୍ନ୍ୟାସୀ ଆଦି ଅନ୍ୟ ଯାହା ସବୁ ଶିଖାଉଛନ୍ତି
ସେମାନଙ୍କ ଶିଖାଇବାରେ ଏବଂ ବାବାଙ୍କ ଶିଖାଇବାରେ ରାତି-ଦିନର ଫରକ ରହିଛି । ସେମାନଙ୍କ ବୁଦ୍ଧିରେ
ଗୀତା ରହିଥାଏ ଏବଂ ଭାବନ୍ତି କୃଷ୍ଣ ଗୀତା ଶୁଣାଇଥିଲେ । ବ୍ୟାସ ଲେଖିଥିଲେ । କିନ୍ତୁ ଗୀତା ନା
କୃଷ୍ଣ ଶୁଣାଇଥିଲେ, ନା ସେ ସମୟ ଥିଲା । ନା କୃଷ୍ଣଙ୍କର ରୂପ ଭଗବାନଙ୍କ ପରି ହୋଇପାରିବ । ବାବା
ସବୁ କଥା ସ୍ପଷ୍ଟ ଭାବରେ ବୁଝାଉଛନ୍ତି ଏବଂ କହୁଛନ୍ତି ଏବେ ତୁମେ ନିର୍ଣ୍ଣୟ କର । ତାଙ୍କର ନାମ
ମଧ୍ୟ ବହୁତ ପ୍ରସିଦ୍ଧ ଅଟେ । ସତ୍ୟ କହିଲାବାଲା ହିଁ ନରରୁ ନାରାୟଣ କରିପାରିବେ । ତୁମେମାନେ
ଜାଣିଛ ଯେ ଆମେ ନରରୁ ନାରାୟଣ ହେବା ପାଇଁ ଏହି ପାଠଶାଳା ବା ରୁଦ୍ର ଜ୍ଞାନ ଯଜ୍ଞରେ ବସିଛୁ ।
ଶିବବାବା ଅକ୍ଷର ଭଲ ଲାଗିଥାଏ । ବାସ୍ତବରେ ବାବା ଏବଂ ଦାଦା ନିଶ୍ଚିତ ଅଛନ୍ତି । ଏହି ନିଶ୍ଚୟର
ସହିତ ତୁମେ ଏଠାକୁ ଆସିଛ । ବାବା ବ୍ରହ୍ମାଙ୍କ ଦ୍ୱାରା ସବୁ ବେଦଶାସ୍ତ୍ରର ସାର ବୁଝାଉଛନ୍ତି ଏବଂ
ବୁଝାଉଛନ୍ତି ଯେ ମୁଁ ତୁମକୁ ତ୍ରିକାଳଦର୍ଶୀ କରୁଛି । ଏହିପରି ନୁହେଁ ଯେ ତୁମେ ତ୍ରିଲୋକୀନାଥ
ହେଉଛ । ନାଁ, ତୁମେ କେବଳ ଏକମାତ୍ର ଶିବପୁରୀର ନାଥ ହେଉଛ । ତାକୁ ଲୋକ ବୋଲି କୁହାଯିବ ନାହିଁ ।
ମନୁଷ୍ୟ ସୃଷ୍ଟିକୁ ଲୋକ ବୋଲି କୁହାଯାଏ । ମନୁଷ୍ୟ ଲୋକ, ଚୈତନ୍ୟ ଲୋକ, ତାହା ହେଉଛି ନିରାକାରୀ
ଲୋକ । ତୁମକୁ କେବଳ ତ୍ରିଲୋକୀର ଜ୍ଞାନ ଶୁଣାଉଛନ୍ତି । ତ୍ରିଲୋକୀର ନାଥ କରୁନାହାଁନ୍ତି । ତୁମକୁ
ତିନିଲୋକର ଜ୍ଞାନ ମିଳିଛି ସେଥିପାଇଁ ତ୍ରିଲୋକଦର୍ଶୀ କୁହାଯାଉଛି । ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ
ତ୍ରିଲୋକୀନାଥ ବୋଲି କହିବା ନାହିଁ । ବିଷ୍ଣୁଙ୍କୁ ମଧ୍ୟ ତ୍ରିଲୋକୀନାଥ କହିପାରିବା ନାହିଁ ।
ତାଙ୍କ ପାଖରେ ତ ତିନିଲୋକର ଜ୍ଞାନ ହିଁ ନାହିଁ । ଲକ୍ଷ୍ମୀ-ନାରାୟଣ ଯିଏକି ପିଲାଦିନେ
ରାଧା-କୃଷ୍ଣ ଥିଲେ, ତାଙ୍କ ପାଖରେ ତ୍ରିଲୋକୀର ଜ୍ଞାନ ନାହିଁ । ବର୍ତ୍ତମାନ ତୁମକୁ ତ୍ରିକାଳଦର୍ଶୀ
ହେବାକୁ ପଡିବ । ଜ୍ଞାନ ନେବାକୁ ପଡିବ । ବାକି କୃଷ୍ଣଙ୍କ ପାଇଁ କହୁଛନ୍ତି - ସିଏ ତ୍ରିଲୋକୀନାଥ
ଥିଲେ, କିନ୍ତୁ ନା । ତିନିଲୋକର ନାଥ ତ ତାଙ୍କୁ କହିବା ଯିଏ ରାଜ୍ୟ କରିବେ । ସିଏ ତ କେବଳ
ବୈକୁଣ୍ଠନାଥ ହେଉଛନ୍ତି, ସତ୍ୟଯୁଗକୁ ବୈକୁଣ୍ଠ ବୋଲି କୁହାଯାଇଥାଏ । ତ୍ରେତାକୁ ବୈକୁଣ୍ଠ ବୋଲି
କହିବା ନାହିଁ । ଏହି ଲୋକର ନାଥ ମଧ୍ୟ ଆମେ ହୋଇପାରିବା ନାହିଁ । ବାବା ମଧ୍ୟ କେବଳ ବ୍ରହ୍ମ
ମହତତ୍ତ୍ୱର ନାଥ ଅଟନ୍ତି । ବ୍ରହ୍ମାଣ୍ଡ, ଯେଉଁଠାରେ ଆମେ ଆତ୍ମାମାନେ ଅଣ୍ଡା ସଦୃଶ ରହିଥାଉ,
ତା’ର ହିଁ ମାଲିକ ଅଟନ୍ତି । ବ୍ରହ୍ମା, ବିଷ୍ଣୁ ବା ଶଙ୍କର ସୂକ୍ଷ୍ମବତନରେ ରହିଲାବାଲା ଅଟନ୍ତି
ତେବେ ସେମାନଙ୍କୁ ସେଠାକାର ମାଲିକ କହିବା । ତୁମେ ବୈକୁଣ୍ଠର ନାଥ ହେଉଛ । ତାହା ସୂକ୍ଷ୍ମବତନର
କଥା ଏବଂ ଏହା ମୂଳବତନର କଥା । କେବଳ ତୁମେ ହିଁ ତ୍ରିକାଳଦର୍ଶୀ ହୋଇପାରିବ । ତୁମର ଏବେ ତୃତୀୟ
ନେତ୍ର ଖୋଲିଛି । ଦେଖାନ୍ତି ମଧ୍ୟ ଯେ ଭ୍ରୁକୁଟୀ ମଧ୍ୟରେ ତୃତୀୟ ନେତ୍ର ରହିଛି, ସେଥିପାଇଁ
ତ୍ରିନେତ୍ରୀ କହୁଛନ୍ତି । କିନ୍ତୁ ଏହି ଚିହ୍ନ ଦେବତାମାନଙ୍କୁ ଦେଉଛନ୍ତି କାହିଁକି ନା ତୁମର ଯେବେ
କର୍ମାତୀତ ଅବସ୍ଥା ହୋଇଯାଉଛି ତେବେ ତୁମେ ତ୍ରିନେତ୍ରୀ ହୋଇଯାଉଛ, ତାହା ତ ଏହି ସମୟର କଥା ଅଟେ ।
ବାକି ସେମାନେ ତ ଜ୍ଞାନର ଶଙ୍ଖ ବଜାଉ ନାହାଁନ୍ତି । ସେମାନେ ପୁଣି ସେହି ସ୍ଥୂଳ ଶଙ୍ଖ ଲେଖି
ଦେଇଛନ୍ତି । ଏହା ମୁଖ ରୂପୀ ଶଙ୍ଖ ଅଟେ । ଏହା ଦ୍ୱାରା ତୁମେ ଜ୍ଞାନ ଶଙ୍ଖ ବଜାଉଛ । ଏହି ଜ୍ଞାନକୁ
ପଢୁଛ । ଯେପରି ବଡ-ବଡ ବିଶ୍ୱ ବିଦ୍ୟାଳୟରେ ପାଠ ପଢିଥାନ୍ତି । ସେହିପରି ଏହା ହେଉଛି ପତିତ-ପାବନ
ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ । ତୁମେ କେତେ ବଡ ବିଶ୍ୱବିଦ୍ୟାଳୟର ଛାତ୍ର ଅଟ । ତା’ ସହିତ
ଏକଥା ବି ଜାଣିଛ ଯେ ଆମର ବାବା, ବାବା ଅଟନ୍ତି, ଶିକ୍ଷକ ଅଟନ୍ତି, ସତଗୁରୁ ମଧ୍ୟ ଅଟନ୍ତି । ସବୁ
କିଛି ଅଟନ୍ତି । ଏହି ମାତା-ପିତା ଯେକୌଣସି ପରିସ୍ଥିତିରେ ସୁଖ ଦେଲାବାଲା ଅଟନ୍ତି ସେଥିପାଇଁ
କହୁଛନ୍ତି ତୁମେ ମାତା ପିତା... । ଇଏ ହେଉଛନ୍ତି ସାକାରିନ୍, ବହୁତ ମିଠା ଅଟନ୍ତି ।
ଦେବତାମାନଙ୍କ ପରି ମିଠା କେବେ କେହି ହୋଇପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ଯେ ଭାରତ ବହୁତ
ସୁଖୀ, ବହୁତ ସୁସ୍ଥ, ବହୁତ ଧନବାନ୍ ଥିଲା । ବିଲ୍କୁଲ୍ ପବିତ୍ର ଥିଲା । ସେଥିପାଇଁ ନିର୍ବିକାରୀ
ଭାରତ ବୋଲି କୁହାଯାଏ । ଏବେ ତ କୁହାଯିବ ନାହିଁ । ଏବେ ତ ଏହାକୁ ବିକାରୀ ପତିତ ବୋଲି କହିବା ।
ବାବା କେତେ ସହଜ କରି ବୁଝାଉଛନ୍ତି । ଆମେ ବାବା ଏବଂ ବର୍ସାକୁ ଜାଣିଯାଇଛୁ ବାବା ଆମକୁ କେତେ ମିଠା
କରୁଛନ୍ତି । ତୁମେ ମଧ୍ୟ ଅନୁଭବ କରୁଛ ଯେ ଆମକୁ ଶ୍ରୀମତ ଆଧାରରେ ପାଠପଢିବାକୁ ହେବ ଏବଂ ପଢାଇବାକୁ
ହେବ । ଏହା ହିଁ ଆମର ଧନ୍ଦା ଅଟେ । ବାକି କର୍ମଭୋଗ ତ ଜନ୍ମ-ଜନ୍ମାନ୍ତରର ବହୁତ ଅଛି ନା ।
ଧରିନିଅ କେହି ରୋଗରେ ପଡୁଛନ୍ତି, ଯଦି କାଲି କାହାର ହାର୍ଟ ଫେଲ୍ ହୋଇଯାଏ ତେବେ ବୁଝାଯାଏ ଯେ ଏହା
ଡ୍ରାମାରେ ନିର୍ଦ୍ଧାରିତ ଅଛି । ତାଙ୍କର ବୋଧ ହୁଏ ଅନ୍ୟ ଅଭିନୟ କରିବାକୁ ହେବ, ତେଣୁ ଏଥିରେ
ଦୁଃଖର କୌଣସି କଥା ନାହିଁ । ଡ୍ରାମା ଅଟଳ ନିଶ୍ଚୟ । ତାଙ୍କୁ ତ ଅଲଗା ଅଭିନୟ କରିବାର ଅଛି, ତେଣୁ
ଚିନ୍ତାର କ’ଣ କଥା ଅଛି । ଆହୁରି ସିଏ ଭଲ ଭାବରେ ଭାରତର ସେବା କରିବେ କାହିଁକି ନା କାହାର
କଲ୍ୟାଣ କରିବା ପାଇଁ ଏହିପରି ସଂସ୍କାର ନେଇକରି ଯାଇଥାନ୍ତି । ତେବେ ଖୁସି ହେବା ଦରକାର ନା ।
ସେଥିପାଇଁ ବୁଝାଉଛନ୍ତି ମାଆ ମଲେ ବି ହାଲୁଆ ଖାଅ... ଏଥିରେ ବୁଦ୍ଧି ଥିବା ଦରକାର । ତୁମେ ଜାଣିଛ
ଯେ ଆମେ ଅଭିନେତା ଅଟୁ । ପ୍ରତ୍ୟେକଙ୍କୁ ନିଜର ଅଭିନୟ କରିବାକୁ ହେବ । ଏହା ଡ୍ରାମାରେ
ନିର୍ଦ୍ଧାରିତ ଅଛି । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଅଭିନୟ କରିବାକୁ ହେବ । ଏଠାରୁ ଯେଉଁ
ସଂସ୍କାର ନେଇଯିବେ ସେଠାରେ ଗୁପ୍ତରେ ମଧ୍ୟ ସେବା ହିଁ କରିବେ । ଆତ୍ମାରେ ତ ସଂସ୍କାର ରହିଥାଏ ନା
। ଯେଉଁମାନେ ମୁଖ୍ୟ ସେବା ଯୋଗ୍ୟ ସନ୍ତାନ ଅଟନ୍ତି, ତାଙ୍କର ମାନ ଅଧିକ ହୋଇଥାଏ । ସେବା
କରିଲାବାଲା, ଭାରତର କଲ୍ୟାଣ କରିଲାବାଲା କେବଳ ତୁମେ ପିଲାମାନେ ଅଟ । ବାକି ଅନ୍ୟ ସମସ୍ତେ
ଅକଲ୍ୟାଣ ହିଁ କରୁଛନ୍ତି । ପତିତ କରାଉଛନ୍ତି । ଧରିନିଅ ଯଦି କେହି ପ୍ରସିଦ୍ଧ ସନ୍ନ୍ୟାସୀ
ମରୁଛନ୍ତି, ସିଏ ଏପରି ବସୁଛନ୍ତି ଯେପରିକି ଶରୀର ଛାଡି ଯାଇ ବ୍ରହ୍ମରେ ଲୀନ ହୋଇଥାନ୍ତି । ସିଏ
ଯାଇ କାହାର କଲ୍ୟାଣ କରିପାରିବେ ନାହିଁ କାହିଁକି ନା ସିଏ କୌଣସି କଲ୍ୟାଣକାରୀ ବାବାଙ୍କର ସନ୍ତାନ
ନୁହଁନ୍ତି । ତୁମେ କଲ୍ୟାଣକାରୀ ବାବାଙ୍କର ସନ୍ତାନ ଅଟ । ତୁମେ କାହାର ଅକଲ୍ୟାଣ କରିପାରିବ ନାହିଁ
। ତୁମେ ତ କଲ୍ୟାଣ ଅର୍ଥରେ ହିଁ ଯିବ । ଏହା ହେଉଛି ପତିତ ଦୁନିଆ । ବାବାଙ୍କର ନିର୍ଦ୍ଦେଶ ଯେ
ବର୍ତ୍ତମାନ ଏହି ଭୋଗବଳର ରଚନାର ଆବଶ୍ୟକତା ନାହିଁ । ଏହା ତମୋପ୍ରଧାନ ଅଟେ । ଅଧାକଳ୍ପରୁ ତୁମେ
ପରସ୍ପରକୁ କାମ ବିକାରର ଦୁଃଖ ଦେଇ ଆସିଛ । ଏହା ରାବଣର ୫ ଭୂତ ଯାହାକି ତୁମକୁ ଦୁଃଖ ଦେଉଛି । ଇଏ
ତୁମର ବଡ ଶତ୍ରୁ ଅଟେ । ବାକି କୌଣସି ସୁନାର ଲଙ୍କା ଆଦି ନଥିଲା । ଏହି ସବୁ କର୍ଣ୍ଣରସର କଥା ବସି
ରଚନା କରିଛନ୍ତି । ବାବା କହୁଛନ୍ତି ଏହା ବେହଦର କଥା । ସାରା ମନୁଷ୍ୟ ସୃଷ୍ଟି ଏହି ସମୟରେ ରାବଣର
ଜଞ୍ଜିରରେ ବନ୍ଧା ହୋଇଛନ୍ତି । ପତ୍ରିକାରେ ମଧ୍ୟ ଭଲ ଚିତ୍ର ବାହାରିଛି - ସମସ୍ତେ ରାବଣର
ପିଞ୍ଜରାରେ ପଡିଛନ୍ତି, ସମସ୍ତେ ଶୋକ ବାଟିକାରେ ଅଛନ୍ତି । ଅଶୋକ ବାଟିକା ନୁହେଁ । ଅଶୋକା ହୋଟେଲ
ନୁହେଁ । ଏହା ତ ସବୁ ଶୋକର ହୋଟେଲ, ବହୁତ ଅପରିଷ୍କାର କରୁଛନ୍ତି । ତୁମେମାନେ ଜାଣିଛ ସ୍ୱଚ୍ଛ
କିଏ, ଅସ୍ୱଚ୍ଛ କିଏ? ଏବେ ତୁମେ ଫୁଲ ହେବାକୁ ଯାଉଛ ।
ତୁମେ ପିଲାମାନେ ଜାଣିଛ
ଯେ ଆତ୍ମାର ରେକର୍ଡରେ କେତେ ବଡ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ଏହା ବହୁତ ଆଶ୍ଚର୍ଯ୍ୟଜନକ
କଥା ଏହି ଛୋଟ ଆତ୍ମାରେ ୮୪ ଜନ୍ମର ଅବିନାଶୀ ପାର୍ଟ ଭରି ହୋଇ ରହିଛି । କହୁଛନ୍ତି ମଧ୍ୟ ଆମେ
ପତିତ ତମୋପ୍ରଧାନ ଅଟୁ । ବର୍ତ୍ତମାନ ଏହାର ଅନ୍ତ ହେଉଛି । ଏହା ରକ୍ତର ଖେଳ ଅଟେ ନା । ଗୋଟିଏ ବମ୍
ପଡିବା ଦ୍ୱାରା କେତେ ମରିଯାଉଛନ୍ତି । ତୁମେ ଜାଣିଛ ଯେ ଏବେ ପୁରୁଣା ଦୁନିଆ ରହିବାର ନାହିଁ । ଏହା
ପୁରୁଣା ଦୁନିଆ, ପୁରୁଣା ଶରୀର ଅଟେ । ଆମକୁ ନୂଆ ଦୁନିଆରେ ନୂଆ ଶରୀର ମିଳିବାର ଅଛି । ସେଥିପାଇଁ
ଶ୍ରୀମତ ଆଧାରରେ ପୁରୁଷାର୍ଥ କରୁଛୁ । ନିଶ୍ଚିତ ଏହି ସବୁ ପିଲାମାନେ ତାଙ୍କର ସହଯୋଗୀ ଅଟନ୍ତି ।
ଶ୍ରୀ ଶ୍ରୀ ଶ୍ରୀମତ ଅନୁସାରେ ଆମେ ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ ହେଉଛୁ । ଉପରାଷ୍ଟ୍ରପତିଙ୍କୁ
ରାଷ୍ଟ୍ରପତି ବୋଲି କହିପାରିବା ନାହିଁ । ଏହା ତ ହୋଇପାରିବ ନାହିଁ । ତେବେ ପଥର ଭିତରୁ ଭଗବାନ
ଅବତାର କିପରି ନେବେ । ତାଙ୍କ ପାଇଁ ଗାୟନ କରୁଛନ୍ତି ୟଦା ୟଦା ହିଁ... ଯେବେ ବିଲକୁଲ ପତିତ
ହୋଇଯାଉଛନ୍ତି, କଳିଯୁଗର ଅନ୍ତ ନିକଟତର ହୋଇଯାଉଛି ତେବେ ମୋତେ ଆସିବାକୁ ପଡୁଛି । ଏବେ ତୁମେ ମୋତେ
ମନେ ପକାଅ । ବାବା ପଚାରୁଛନ୍ତି - ବାବାଙ୍କ ସ୍ମୃତି ରହୁଛି? କହୁଛନ୍ତି ବାବା ମୁହୂର୍ତ୍ତକୁ
ମୁହୂର୍ତ୍ତ ଭୁଲିଯାଉଛୁ । କାହିଁକି? ଲୌକିକ ପିତାଙ୍କୁ ତ କେବେ ଭୁଲିଯାଉ ନାହଁ । ଏହି କଥା
ବିଲ୍କୁଲ୍ ନୂଆ ଅଟେ । ବାବା ନିରାକାର ବିନ୍ଦୁ ଅଟନ୍ତି । ଏହି ଅଭ୍ୟାସ ନାହିଁ । କହିଥାନ୍ତି ନା
- ଆମେ ନା ଏଭଳି କେବେ ଶୁଣିଛୁ, ନା ତାଙ୍କୁ ଏପରି ମନେ ପକାଉଛୁ । ଦେବତାମାନଙ୍କର ମଧ୍ୟ ଏହି
ଜ୍ଞାନ ରହିନଥାଏ । ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ । ତାଙ୍କୁ ସ୍ୱଦର୍ଶନ ଚକ୍ରଧାରୀ ବୋଲି
ମଧ୍ୟ କହିପାରିବା ନାହିଁ । ଯଦିଓ କହୁଛନ୍ତି ଯେ ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ
ହେଉଛନ୍ତି । ପ୍ରବୃତ୍ତି ମାର୍ଗ ପାଇଁ ଦୁଇଟି ରୂପ ଦେଖାଉଛନ୍ତି । ବ୍ରହ୍ମା-ସରସ୍ୱତୀ,
ଶଙ୍କର-ପାର୍ବତୀ, ଲକ୍ଷ୍ମୀ-ନାରାୟଣ । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଜଣେ, ପୁଣି ଅଛନ୍ତି ଦ୍ୱିତୀୟ,
ତୃତୀୟ.... ଏବେ ବାବା କହୁଛନ୍ତି ବଚ୍ଚେ ଦେହ ସହିତ ଦେହର ସମସ୍ତ ଧର୍ମକୁ ଛାଡ, ନିଜକୁ ଆତ୍ମା
ବୋଲି ଭାବ । ମୁଁ ଆତ୍ମା ବାବାଙ୍କର ସନ୍ତାନ ଅଟେ । ମୁଁ ସନ୍ନ୍ୟାସୀ ନୁହେଁ । ବାବାଙ୍କୁ ମନେ
ପକାଅ, ଏହି ଦେହର ଧର୍ମକୁ ଭୁଲିଯାଅ । ଏହା ବହୁତ ସହଜ । ଏବେ ତୁମେ ବାବାଙ୍କ ସାଥିରେ ବସିଛ ।
ବାବା ବ୍ରହ୍ମାଙ୍କ ଦ୍ୱାରା ବସି କହୁଛନ୍ତି । ବାପଦାଦା ଉଭୟ ଏକତ୍ର ରହିଛନ୍ତି । ଯେପରି ଯାଆଁଳା
ପିଲା ଏକତ୍ର ଜନ୍ମ ହୋଇଥାନ୍ତି ନା, ଏଠାରେ ମଧ୍ୟ ଦୁଇଜଣଙ୍କର ଅଭିନୟ ଏକତ୍ର ଚାଲୁଛି ।
ପିଲାମାନଙ୍କୁ ବୁଝାଯାଇଛି ଯେ ତୁମର ଅନ୍ତିମ ସ୍ମୃତି ଅନୁସାରେ ଗତି ହେବ । ଯେବେ ଶରୀର ଛାଡୁଛନ୍ତି,
ଯଦି ସେହି ସମୟରେ ବୁଦ୍ଧି କୁଆଡେ ଚାଲିଗଲା ତେବେ ସେଠାରେ ଯାଇ ଜନ୍ମ ନେବାକୁ ପଡିବ । ଯଦି
ଅନ୍ତିମ ସମୟରେ ସ୍ୱାମୀର ମୁହଁ ଦେଖିଥାନ୍ତି ତେବେ ବୁଦ୍ଧି ସେଠାକୁ ଚାଲିଯାଇଥାଏ । ଅନ୍ତିମ ସମୟରେ
ଯିଏ ଯେପରି ସ୍ମୃତିରେ ରହିଥାନ୍ତି, ସେହି ସମୟର ପ୍ରଭାବ ବହୁତ ପଡିଥାଏ । ଯଦି ସେହି ସମୟରେ
ସ୍ମୃତି ରହିବ ଯେ କୃଷ୍ଣଙ୍କ ପରି ହେବି ତାହେଲେ ତ ବହୁତ ଭଲ କଥା । ତେବେ ବହୁତ ସୁନ୍ଦର ପିଲା
ହୋଇ ଜନ୍ମ ନେଇଥାନ୍ତି । ଏବେ ତ ଅନ୍ତିମ ସମୟରେ ଏକମାତ୍ର ଲଗନ ରଖିବାକୁ ହେବ ନା । ବର୍ତ୍ତମାନ
ସମୟରେ ତୁମେ କ’ଣ କରୁଛ! ଜାଣିଛ ଯେ ଆମେ ଶିବବାବାଙ୍କୁ ମନେ ପକାଉଛୁ । ସମସ୍ତଙ୍କୁ ସାକ୍ଷାତ୍କାର
ତ ହୋଇଥାଏ ନିଶ୍ଚିତ । ମୁକୁଟଧାରୀ ତ କୃଷ୍ଣ ବି ଅଟନ୍ତି ଏବଂ ରାଧା ମଧ୍ୟ ଅଟନ୍ତି ।
ରାଜକୁମାର-ରାଜକୁମାରୀ ତ ହେବେ କିନ୍ତୁ କେବେ? ସତ୍ୟଯୁଗରେ ନା ତ୍ରେତାରେ? ତାହା ତ ପୁରୁଷାର୍ଥ
ଉପରେ ନିର୍ଭର କରେ । ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ତୁମେ କହୁଛ ଆମେ ତ ୨୧
ଜନ୍ମ ପାଇଁ ରାଜତ୍ୱ ନେବୁ । ମମ୍ମା ବାବା ନେଉଛନ୍ତି ତେବେ ଆମେ କାହିଁକି ଅନୁକରଣ ନ କରିବୁ । ଏହି
ଜ୍ଞାନକୁ ଧାରଣ କରି ପୁଣି କରାଇବାକୁ ହେବ, ଏତିକି ସେବା କରିବାକୁ ହେବ ତେବେ ଯାଇ ୨୧ ଜନ୍ମ ପାଇଁ
ପ୍ରାଲବ୍ଧ ମିଳିବ । ସ୍କୁଲରେ ଯିଏ ଭଲ ଭାବରେ ପୁରୁଷାର୍ଥ କରିନଥାନ୍ତି ସିଏ କମ୍ ନମ୍ବର
ଆଣିଥାନ୍ତି । ତୁମେ ଏବେ ୫ ବିକାର ରୂପୀ ମାୟା ରାବଣ ଉପରେ ବିଜୟୀ ହେଉଛ । ତୁମମାନଙ୍କର ହେଲା
ଅହିଂସକ ଯୁଦ୍ଧ । ଯଦି ରାମଙ୍କ ହାତରେ ଧନୁ ନଦେବା ତେବେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କିପରି
କୁହାଯିବ । ତେଣୁ ବାବା କହୁଛନ୍ତି ତୁମେ ଯେତେ ପୁରୁଷାର୍ଥ କରିବ, ଅନ୍ତିମ ମତି ଅନୁସାରେ ତୁମର
ଗତି ସେତେ ହେବ । ଦେହର ମଧ୍ୟ ଖିଆଲ ନ ଆସୁ, ସମସ୍ତଙ୍କୁ ଭୁଲିବାକୁ ହେବ । ବାବା କହୁଛନ୍ତି ତୁମେ
ଅଶରୀରୀ ଆସିଥିଲ ପୁଣି ଅଶରୀରୀ ହୋଇ ଯିବାକୁ ପଡିବ । ତୁମେ ଏତେ ଛୋଟ ବିନ୍ଦୁ ଏହି କାନ ଦ୍ୱାରା
ଶୁଣୁଛ, ମୁଖ ଦ୍ୱାରା କହୁଛ । ଆମେ ଆତ୍ମା ଗୋଟିଏ ଶରୀର ଛାଡି ପୁଣି ଆଉ ଗୋଟିଏ ଶରୀରକୁ ଯାଉଛୁ ।
ଏବେ ଆମେ ଆତ୍ମା ଘରକୁ ଯାଉଛୁ । ବାବା ଆମର ବହୁତ ଶୃଙ୍ଗାର କରୁଛନ୍ତି, ଯାହା ଦ୍ୱାରା ଆମେ
ମନୁଷ୍ୟରୁ ଦେବତା ହୋଇଯାଉଛୁ । ତୁମେ ଜାଣିଛ ଯେ ଶିବବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ଏହିପରି
ହୋଇଛୁ । ଗୀତାରେ ମଧ୍ୟ ଅଛି ଯେ ମୋତେ ଏବଂ ବର୍ସାକୁ ମନେ ପକାଅ ତେବେ ତୁମେ ସ୍ୱର୍ଗର ମାଲିକ ହେବ
। ଏହା ବିଲକୁଲ ସହଜ ଅଟେ । ବୁଝୁଛନ୍ତି ମଧ୍ୟ ଯେ ବାସ୍ତବରେ ଆମେ କଳ୍ପ-କଳ୍ପ ଆପଣଙ୍କ ଠାରୁ
ବ୍ରହ୍ମାଙ୍କ ଦ୍ୱାରା ବର୍ସା ପାଉଛୁ । ଗାୟନ ମଧ୍ୟ କରୁଛନ୍ତି ନା - ବ୍ରହ୍ମାଙ୍କ ଦ୍ୱାରା ଦେବତା
ଧର୍ମର ସ୍ଥାପନା । ଫେଲ୍ ହେବା ଦ୍ୱାରା ପୁଣି କ୍ଷତ୍ରୀୟ ଧର୍ମକୁ ଚାଲିଯାଉଛନ୍ତି । ବ୍ରହ୍ମାଙ୍କ
ଦ୍ୱାରା ବ୍ରାହ୍ମଣ, ଦେବତା, କ୍ଷତ୍ରୀୟ..... ଏହି ତିନି ଧର୍ମର ସ୍ଥାପନା ହୋଇଥାଏ । ସତ୍ୟଯୁଗରେ
ଆଉ କୌଣସି ଧର୍ମ ନଥାଏ, ସମସ୍ତେ ପରେ ଆସୁଛନ୍ତି । ତାଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ ।
ଭାରତବାସୀ ଏକଥା ଭୁଲିଯାଇଛନ୍ତି ଯେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଅଟୁ । ଡ୍ରାମାର ପାର୍ଟ
ମଧ୍ୟ ଏହିପରି ତିଆରି କରାଯାଇଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତ
ଅନୁସାରେ ନିଜେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାର କର୍ତ୍ତବ୍ୟ ମଧ୍ୟ କରିବାକୁ ହେବ । ଡ୍ରାମାରେ
ଯାହା ନିଧାର୍ଯ୍ୟ ଅଛି ସେଥିରେ ଅଟଳ ରହିବାକୁ ହେବ । କୌଣସି କଥାର ଚିନ୍ତା କରିବାର ନାହିଁ ।
(୨) ଅନ୍ତିମ ସମୟରେ
ଏକମାତ୍ର ବାବାଙ୍କ ବିନା ଆଉ କେହି ବି ମନେ ନ ପଡନ୍ତୁ, ସେଥିପାଇଁ ଏହି ଦେହକୁ ମଧ୍ୟ ଭୁଲିବାର
ଅଭ୍ୟାସ କରିବାକୁ ହେବ । ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ ।
ବରଦାନ:-
ମନ-ବୁଦ୍ଧି
ଦ୍ୱାରା କୌଣସି ପ୍ରକାରର ଖରାପ ସଂକଳ୍ପକୁ ସ୍ପର୍ଶ କରୁନଥିବା ସମ୍ପୂର୍ଣ୍ଣ ବୈଷ୍ଣବ ବା ସଫଳ ତପସ୍ୱୀ
ହୁଅ ।
ପବିତ୍ରତାର ବ୍ୟକ୍ତିତ୍ୱ
ସମ୍ପନ୍ନ ବା ସଭ୍ୟତା ସମ୍ପନ୍ନ ଆତ୍ମାମାନେ ନିଜର ମନ-ବୁଦ୍ଧି ଦ୍ୱାରା କୌଣସି ପ୍ରକାରର ଖରାପ
ସଂକଳ୍ପକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ଯେପରି ବ୍ରାହ୍ମଣ ଜୀବନରେ ଶାରୀରିକ ଆକର୍ଷଣ ବା
ଶରୀର ଦ୍ୱାରା କାହାକୁ ସ୍ପର୍ଶ କରିବା ଅପବିତ୍ରତା ଅଟେ, ସେହିପରି ମନ ବୁଦ୍ଧି ଦ୍ୱାରା କୌଣସି
ପ୍ରକାରର ବିକାର ପ୍ରତି ସଂକଳ୍ପ ମାତ୍ରରେ ଆକର୍ଷିତ ହେବା ବା ସ୍ପର୍ଶ କରିବା ମଧ୍ୟ ଅପବିତ୍ରତା
ଅଟେ । ତେଣୁ କୌଣସି ପ୍ରକାରର ଖରାପ କଥାକୁ ସଂକଳ୍ପରେ ମଧ୍ୟ ସ୍ପର୍ଶ ନ କରିବା ହିଁ ସମ୍ପୂର୍ଣ୍ଣ
ବୈଷ୍ଣବ ବା ସଫଳ ତପସ୍ୱୀ ହେବାର ଲକ୍ଷଣ ।
ସ୍ଲୋଗାନ:-
ନିଜର ମାନସିକ
ଦ୍ୱନ୍ଦ୍ୱ ଗୁଡିକୁ ସମାପ୍ତ କରି ବର୍ତ୍ତମାନ ଏବଂ ଭବିଷ୍ୟତକୁ ଉଜ୍ୱଳ କର ।