13.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି ଏବଂ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନା କରିବା ପାଇଁ ହିଁ ବାବା ଆସିଛନ୍ତି ।

ପ୍ରଶ୍ନ:-
ତୁମମାନଙ୍କୁ ବାରମ୍ବାର ଯୋଗଯୁକ୍ତ ରହିବାର ନିର୍ଦ୍ଦେଶ କାହିଁକି ଦିଆଯାଉଛି ?

ଉତ୍ତର:-
କାହିଁକି ନା ଏଭର ହେଲ୍ଦି ଅର୍ଥାତ୍ ସଦା ସୁସ୍ଥ ଏବଂ ସଦା ପବିତ୍ର ରହିବା ପାଇଁ ହିଁ ଯୋଗଯୁକ୍ତ ସ୍ଥିତିରେ ରହିବା ଆବଶ୍ୟକ ସେଥିପାଇଁ ଯେତେବେଳେ ବି ସମୟ ମିଳୁଛି ବାବାଙ୍କ ସ୍ମୃତିରେ ରୁହ । ସକାଳୁ-ସକାଳୁ ସ୍ନାନ ଇତ୍ୟାଦି କରି ଏକାନ୍ତରେ ଭ୍ରମଣ କର ଅଥବା ବସିଯାଅ । ଏଠାରେ ତ ରୋଜଗାର ହିଁ ରୋଜଗାର ରହିଛି । ଯୋଗଯୁକ୍ତ ସ୍ଥିତିରେ ରହିବା ଦ୍ୱାରା ହିଁ ବିଶ୍ୱର ମାଲିକ ହୋଇଯିବ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି । ସମସ୍ତଙ୍କ ମୁଖରୁ ଏହି କଥା ଶୁଣିବାକୁ ମିଳୁଛି ଯେ ବିଶ୍ୱରେ ଶାନ୍ତି କିପରି ହେବ ? କିନ୍ତୁ ବିଶ୍ୱରେ ଶାନ୍ତି କେବେ ଥିଲା ଯେଉଁ ଶାନ୍ତିକୁ ପୁଣି ଏବେ ଚାହୁଁଛ ଏକଥା କେହି ଜାଣି ନାହାଁନ୍ତି । ତୁମେ ପିଲାମାନେ ହିଁ ଜାଣିଛ ଯେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ବେଳେ ବିଶ୍ୱରେ ଶାନ୍ତି ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି । ତୁମେ କାହାକୁ ମଧ୍ୟ କହିପାରିବ ଯେ ବିଶ୍ୱରେ ଶାନ୍ତି ୫ ହଜାର ବର୍ଷ ପୂର୍ବରୁ ଥିଲା, ଏବେ ପୁନର୍ବାର ସ୍ଥାପନ ହେଉଛି । କିଏ ସ୍ଥାପନ କରୁଛନ୍ତି ? ଏକଥା ମନୁଷ୍ୟ ଜାଣି ନାହାଁନ୍ତି । ତୁମମାନଙ୍କୁ ବାବା ବୁଝାଉଛନ୍ତି, ତୁମେ ପୁଣି କାହାକୁ ହେଲେ ମଧ୍ୟ ବୁଝାଇପାରିବ । ତୁମେ ଲେଖିପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ କାହାର ବି ସାହାସ ନାହିଁ ଯେ ଏକଥା କାହାକୁ ଲେଖିପାରିବେ । ଖବରକାଗଜରେ ପଢୁଛନ୍ତି ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ । ଲଢେଇ ଆଦି ହେଲେ ମନୁଷ୍ୟ ବିଶ୍ୱରେ ଶାନ୍ତି ପାଇଁ ଯଜ୍ଞ ରଚନା କରିଥାନ୍ତି । କେଉଁ ଯଜ୍ଞ ? ରୁଦ୍ର ଜ୍ଞାନ ଯଜ୍ଞ ରଚିବେ । ଏବେ ପିଲାମାନେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ବାବାଙ୍କୁ ହିଁ ରୁଦ୍ର ବା ଶିବ ମଧ୍ୟ କୁହାଯାଉଛି, ସେ ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ବିଶ୍ୱରେ ଶାନ୍ତି ଏବେ ସ୍ଥାପନ ହେଉଛି । ସତ୍ୟଯୁଗ ନୂଆ ଦୁନିଆରେ ଯେଉଁଠି ଶାନ୍ତି ଥିଲା, ନିଶ୍ଚୟ ସେଠାରେ କେହି ରାଜ୍ୟ କରୁଥିବେ । ନିରାକାରୀ ଦୁନିଆ ପାଇଁ ଏକଥା କୁହାଯିବ ନାହିଁ ଯେ ବିଶ୍ୱରେ ଶାନ୍ତି ହେଉ । ସେଠାରେ ତ ଶାନ୍ତି ହିଁ ଥାଏ । ବିଶ୍ୱ ମନୁଷ୍ୟମାନଙ୍କର ଅଟେ । ନିରାକାରୀ ଦୁନିଆକୁ ବିଶ୍ୱ କୁହାଯିବ ନାହିଁ । ତାହା ହେଉଛି ଶାନ୍ତିଧାମ । ବାବା ବାରମ୍ବାର ବୁଝାଉଛନ୍ତି ତଥାପି ମଧ୍ୟ କେହି କେହି ଭୁଲିଯାଉଛନ୍ତି, ଯେଉଁ ପିଲାମାନଙ୍କ ବୁଦ୍ଧିରେ ରହିଛି ସେମାନେ ବୁଝାଇ ପାରିବେ । ବିଶ୍ୱରେ ଶାନ୍ତି କିପରି ଥିଲା, ଏବେ ପୁଣି କିପରି ସ୍ଥାପନ ହେଉଛି ଏହା କାହାକୁ ବୁଝାଇବା ବହୁତ ସହଜ ଅଟେ । ଭାରତରେ ଆଦି ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ଥିବା ସମୟରେ ଏକ ଧର୍ମ ଥିଲା । ବିଶ୍ୱରେ ଶାନ୍ତି ଥିଲା, ଏହା ବହୁତ ସହଜ ବୁଝାଇବା ଏବଂ ଲେଖିବାର କଥା ଅଟେ । ବଡ-ବଡ ମନ୍ଦିର ତିଆରି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ତୁମେ ଚିଠି ଲେଖିପାରିବ ବିଶ୍ୱରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଶାନ୍ତି ଥିଲା, ସେ ସମୟରେ ଏମାନଙ୍କର ରାଜ୍ୟ ଥିଲା, ଯାହାଙ୍କର ହିଁ ତୁମେ ମନ୍ଦିର ତିଆରି କରୁଛ । ଭାରତରେ ହିଁ ଏମାନଙ୍କର ରାଜ୍ୟ ଥିଲା ଆଉ କୌଣସି ଧର୍ମ ନଥିଲା । ଏହା ତ ବହୁତ ସହଜ ଏବଂ ବୁଦ୍ଧିର କଥା ଅଟେ । ଡ୍ରାମା ଅନୁସାରେ ଆଗକୁ ଗଲେ ସବୁ ବୁଝିଯିବ । ତୁମେ ଏହି ଖୁସି ଖବର ସମସ୍ତଙ୍କୁ ଶୁଣାଇ ପାରିବ, ସୁନ୍ଦର କାର୍ଡ ଉପରେ ମଧ୍ୟ ଛପାଇ ପାରିବ । ବିଶ୍ୱରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଶାନ୍ତି ଥିଲା, ଯେବେ ନୂଆ ଦୁନିଆ, ନୂଆ ଭାରତ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି । ଏହି କଥା ସ୍ମରଣ କରି ତୁମକୁ ବହୁତ ଖୁସି ହେବା ଉଚିତ୍ । ତୁମେ ଜାଣିଛ ବାବାଙ୍କୁ ୟାଦ କରିବା ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ । ସମସ୍ତ ଆଧାର ତୁମମାନଙ୍କ ପୁରୁଷାର୍ଥ ଉପରେ । ବାବା ବୁଝାଉଛନ୍ତି ଯେତିକି ବି ସମୟ ମିଳୁଛି, ବାବାଙ୍କୁ ମନେ ପକାଅ । ସକାଳୁ ସକାଳୁ ସ୍ନାନ କରି ପୁଣି ଏକାନ୍ତରେ ଚକ୍ର ଲଗାଅ ଅଥବା ଯୋଗଯୁକ୍ତ ହୋଇ ବସିଯାଅ । ଏଠାରେ ତ ରୋଜଗାର ହିଁ ରୋଜଗାର କରିବାକୁ ହେବ । ସଦା ସୁସ୍ଥ ଏବଂ ସଦା ପବିତ୍ର ହେବା ପାଇଁ ହିଁ ଯୋଗ ଆବଶ୍ୟକ । ଏଠାରେ ସନ୍ନ୍ୟାସୀମାନେ ପବିତ୍ର ହେଲେ ମଧ୍ୟ, ବେମାର ନିଶ୍ଚୟ ହେଉଛନ୍ତି । ଏହା ହେଉଛି ରୋଗୀ ଦୁନିଆ । ସତ୍ୟଯୁଗ ହେଲା ନିରୋଗୀ ଦୁନିଆ । ଏକଥା ମଧ୍ୟ ତୁମେ ଜାଣିଛ । ଦୁନିଆରେ କାହାକୁ କଣ ଜଣା ଅଛି ଯେ ସ୍ୱର୍ଗରେ ସମସ୍ତେ ନିରୋଗୀ ଥାନ୍ତି । ସ୍ୱର୍ଗ କାହାକୁ କୁହାଯାଉଛି, କାହାକୁ ଜଣାନାହିଁ । ତୁମେ ଏବେ ଜାଣୁଛ । ବାବା କହୁଛନ୍ତି କେହି ବି ମିଳିଲେ ତୁମେ ବୁଝାଇପାରିବ । ଧରିନିଅ କେହି ନିଜକୁ ରାଜା-ରାଣୀ ବୋଲାଉଛନ୍ତି, କିନ୍ତୁ ଏବେ ରାଜା ରାଣୀ ତ କେହି ନାହାଁନ୍ତି । କୁହ ତୁମେ ଏବେ ରାଜା ରାଣୀ ତ ନୁହେଁ । ଏକଥା ବୁଦ୍ଧିରୁ ମଧ୍ୟ ବାହାର କରିବାକୁ ପଡିବ, ମହାରାଜା-ମହାରାଣୀ ଶ୍ରୀ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଏବେ ସ୍ଥାପନ ହେଉଛି । ତେଣୁ ନିଶ୍ଚୟ ଏଠାରେ କୌଣସି ରାଜା-ରାଣୀ ନଥିବେ । ଆମେ ରାଜା-ରାଣୀ ଅଟୁ ଏକଥା ମଧ୍ୟ ଭୁଲିଯାଅ । ସାଧାରଣ ମନୁଷ୍ୟ ସଦୃଶ ଜୀବନ ଯାପନ କର । ଏମାନଙ୍କ ପାଖରେ ମଧ୍ୟ ପଇସା ସୁନା ଆଦି ରହିଥାଏ ନା । ଏବେ ଆଇନ୍ ଲାଗୁ ହେଉଛି, ରାଜା ରାଣୀଙ୍କ ପାଖରୁ ଏସବୁ ନେଇଯିବେ । ପୁଣି ସାଧାରଣ ମନୁଷ୍ୟ ସଦୃଶ ହୋଇ ଯିବେ । ଏହି ଯୁକ୍ତି ମଧ୍ୟ ରଚନା କରାଯାଉଛି । ଗାୟନ ମଧ୍ୟ ରହିଛି ନା, କାହାର ଧୂଳିରେ ଦବି ଯିବ, କାହାର ରାଜା ଖାଇବେ... କିନ୍ତୁ ରାଜା କାହାର ଖାଆନ୍ତି ନାହିଁ । ଏବେ ରାଜାମାନେ ତ ନାହାଁନ୍ତି । ପ୍ରଜା ହିଁ ପ୍ରଜାଙ୍କର ଖାଉଛନ୍ତି । ଆଜିକାଲିର ରାଜ୍ୟ ବହୁତ ଚମତ୍କାର । ଯେତେବେଳେ ବିଲ୍କୁଲ୍ ରାଜାମାନଙ୍କର ନାମ ରହିବ ନାହିଁ ତେବେ ପୁଣି ରାଜଧାନୀ ସ୍ଥାପନ ହେବ । ଏବେ ତୁମେ ଜାଣିଛ ଆମେ ସେଠାକୁ ଯାଉଛୁ ଯେଉଁଠି ବିଶ୍ୱରେ ଶାନ୍ତି ଥିଲା । ତାହା ତ ସୁଖଧାମ, ସତ୍ତ୍ୱପ୍ରଧାନ ଦୁନିଆ ଅଟେ । ଆମେ ସେଠାକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ । କନ୍ୟାମାନେ ଆଡମ୍ବରର ସହିତ ବସି ବୁଝାନ୍ତୁ, କିନ୍ତୁ କେବଳ ବାହାରର କୃତ୍ରିମ ଆଡମ୍ବର ନୁହେଁ । ଆଜିକାଲି ବହୁତ ମିଥ୍ୟା ଜ୍ଞାନୀ ବାହାରିଛନ୍ତି । କିନ୍ତୁ ଏଠାରେ ତ ପକ୍କା ବ୍ରହ୍ମାକୁମାର-କୁମାରୀମାନେ ଆବଶ୍ୟକ ।

ତୁମେ ବ୍ରାହ୍ମଣମାନେ ବ୍ରହ୍ମାବାବାଙ୍କ ସହିତ ବିଶ୍ୱରେ ଶାନ୍ତି ସ୍ଥାପନାର କାର୍ଯ୍ୟ କରୁଛ । ଏପରି ଶାନ୍ତି ସ୍ଥାପନ କରୁଥିବା ସନ୍ତାନମାନେ ବହୁତ, ଶାନ୍ତଚିତ୍ତ ଏବଂ ମଧୁର ହେବା ଦରକାର କାହିଁକି ନା ଜାଣିଛନ୍ତି ଆମେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ନିମିତ୍ତ ହୋଇଛୁ । ତେଣୁ ପ୍ରଥମେ ଆମ ପାଖରେ ହିଁ ବହୁତ ଶାନ୍ତି ରହିବା ଦରକାର । କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଧୀରେ ରାଜକୀୟ ଭାବେ କରିବା ଉଚିତ୍ । ତୁମେ ବିଲ୍କୁଲ୍ ଗୁପ୍ତ ଅଟ । ତୁମ ବୁଦ୍ଧିରେ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଭରି ରହିଛି । ବାବାଙ୍କର ତୁମେ ଉତ୍ତରାଧିକାରୀ ଅଟ ନା । ବାବାଙ୍କ ପାଖରେ ଯେଉଁ ଯେଉଁ ସମ୍ପତ୍ତି ଅଛି, ତାହା ତୁମ ମଧ୍ୟରେ ପୂରା ଭରିବା ଦରକାର । ସାରା ସମ୍ପତ୍ତି ତ ତୁମର, କିନ୍ତୁ ନିଜ ଭିତରେ ସେହିଭଳି ସାହାସ ନଥିବାରୁ, ନେଇପାରୁ ନାହାଁନ୍ତି । ନେଲାବାଲା ହିଁ ଉଚ୍ଚ ପଦ ପାଇବେ । କାହାକୁ ବୁଝାଇବା ପାଇଁ ବହୁତ ସଉକ ରହିବା ଉଚିତ୍ । ଆମକୁ ଭାରତକୁ ପୁନର୍ବାର ସ୍ୱର୍ଗ କରିବାକୁ ହେବ । କର୍ମଧନ୍ଦା କରି ମଧ୍ୟ ତା ସହିତ ଏହି ସେବା କରିବାକୁ ହେବ । ସେଥିପାଇଁ ବାବା ପିଲାମାନଙ୍କୁ ଶୀଘ୍ର ଧାରଣା କରିବା ପାଇଁ କହୁଛନ୍ତି । ତଥାପି ଡ୍ରାମା ଅନୁସାରେ ହେଉଛି । ପ୍ରତ୍ୟେକ ନିଜର ସମୟ ଅନୁସାରେ ଅଗ୍ରଗତି କରୁଛନ୍ତି, ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି । ପିଲାମାନଙ୍କର ନିଶ୍ଚୟ ଅଛି ଯେ ଏବେ ବାକି ଅଳ୍ପ ସମୟ ରହିଛି । ଏହା ଆମର ଅନ୍ତିମ ଜନ୍ମ ଅଟେ, ପୁଣି ଆମେ ସ୍ୱର୍ଗରେ ରହିବା । ଏହା ଦୁଃଖଧାମ ଅଟେ ପୁଣି ସୁଖଧାମ ହୋଇଯିବ । ସୁଖଧାମ ହେବା ପାଇଁ ସମୟ ତ ଲାଗୁଛି ନା । ଏହି ବିନାଶ ଛୋଟ କଥା ନୁହେଁ । ଯେପରି ନୂଆ ଘର ତିଆରି ହେଲେ, ନୂଆ ଘର କଥା ହିଁ ମନେ ପଡେ । ତାହା ତ ହେଲା ହଦର କଥା, ଏଥିରେ କୌଣସି ସମ୍ବନ୍ଧ ଆଦି ବଦଳିବ ନାହିଁ । ଏବେ ତ ପୁରୁଣା ଦୁନିଆ ହିଁ ବଦଳିଯିବ । ପୁଣି ଯେଉଁମାନେ ଭଲ ଭାବରେ ପାଠ ପଢିବେ ସେମାନେ ରାଜ କୁଳରେ ଜନ୍ମ ନେବେ । ନଚେତ୍ ପ୍ରଜାକୁ ଚାଲିଯିବେ । ପିଲାମାନେ ବହୁତ ଖୁସି ହେବା ଉଚିତ୍ । ବାବା ବୁଝାଇଛନ୍ତି ୫୦-୬୦ ଜନ୍ମ ତୁମେ ସୁଖ ପାଉଛ । ଦ୍ୱାପରରେ ମଧ୍ୟ ତୁମ ପାଖରେ ବହୁତ ଧନ ରହିବ । ଦୁଃଖ ତ ପରେ ଆରମ୍ଭ ହେବ । ଯେତେବେଳେ ରାଜାମାନେ ପରସ୍ପର ମଧ୍ୟରେ ଲଢିବେ ବିଭେଦ ସୃଷ୍ଟି ହେବ ସେତେବେଳେ ଦୁଃଖ ଆରମ୍ଭ ହେବ । ପୂର୍ବରୁ ତ ଶସ୍ୟ ମଧ୍ୟ ବହୁତ ଶସ୍ତା ଥିଲା । ଅକାଳ ମରୁଡି ପ୍ରଭୃତି ବହୁତ ଡେରିରେ ହୁଏ । ତୁମ ପାଖରେ ବହୁତ ଧନ ରହିବ । ସତ୍ତ୍ୱପ୍ରଧାନରୁ ତମୋପ୍ରଧାନକୁ ଧୀରେ ଧୀରେ ଆସିଥାଅ । ତେଣୁ ତୁମମାନଙ୍କ ଭିତରେ ବହୁତ ଖୁସି ରହିବା ଉଚିତ୍ । ନିଜ ଭିତରେ ଖୁସି ଏବଂ ଶାନ୍ତି ନଥିଲେ, ସେ ବିଶ୍ୱରେ କଣ ଶାନ୍ତି ସ୍ଥାପନ କରିବେ! ବହୁତଙ୍କ ବୁଦ୍ଧିରେ ଅଶାନ୍ତି ରହୁଛି । ବାବା ଆସୁଛନ୍ତି, ଶାନ୍ତିର ବରଦାନ ଦେବା ପାଇଁ । ତମୋପ୍ରଧାନ ହେବା କାରଣରୁ ଆତ୍ମା ଯେଉଁଭଳି ଅଶାନ୍ତ ହୋଇପଡିଛି ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ସତ୍ତ୍ୱପ୍ରଧାନ ଶାନ୍ତ ହୋଇଯିବ । କିନ୍ତୁ ପିଲାମାନଙ୍କ ଦ୍ୱାରା ୟାଦର ମେହନତ ହୋଇପାରୁନାହିଁ, ୟାଦରେ ନ ରହିବା କାରଣରୁ ହିଁ ମାୟାର ତୋଫାନ ଆସୁଛି । ୟାଦରେ ରହି ସଂପୂର୍ଣ୍ଣ ପବିତ୍ର ନ ହେଲେ ଦଣ୍ଡ ଭୋଗ କରିବାକୁ ପଡିବ । ପଦ ମଧ୍ୟ ଭ୍ରଷ୍ଟ ହେବ । ଏପରି ଭାବିବା ଅନୁଚିତ୍ ଯେ ସ୍ୱର୍ଗକୁ ତ ଯିବୁ ନା । ଆରେ, ଦଣ୍ଡଭୋଗ କରି ପଇସାକର ସୁଖ ଅର୍ଥାତ୍ ଛୋଟ ପଦ ପାଇବା କଣ ଭଲ ? ମନୁଷ୍ୟ ଉଚ୍ଚ ପଦ ପାଇବା ପାଇଁ କେତେ ପୁରୁଷାର୍ଥ କରୁଛନ୍ତି । ଏପରି ନୁହେଁ, ଯେ ଯାହା ମିଳିଲା ତାହା ଭଲ । ଏପରି କେହି ନଥିବେ ଯେ ପୁରୁଷାର୍ଥ କରୁନଥିବେ । ଭିକ ମାଗୁଥିବା ଫକୀରମାନେ ମଧ୍ୟ ନିଜ ପାଖରେ ପଇସା ଏକତ୍ର କରିଥାନ୍ତି କାରଣ ଟଙ୍କାର ଲୋଭ ସମସ୍ତଙ୍କୁ ରହିଛି । ପଇସା ଦ୍ୱାରା ସବୁ ପ୍ରକାରର ସୁଖ ମିଳିଥାଏ । ତୁମେ ପିଲାମାନେ ଜାଣିଛ ଆମେ ବାବାଙ୍କଠାରୁ ଅସରନ୍ତି ଧନ ନେଉଛୁ । କମ୍ ପୁରୁଷାର୍ଥ କଲେ କମ୍ ଧନ ମିଳିବ । ବାବା ଧନ ଦେଉଛନ୍ତି ନା । କହୁଛନ୍ତି ମଧ୍ୟ ଧନ ଥିଲେ ଆମେରିକା ଇତ୍ୟାଦି ଭ୍ରମଣ କରି ଆସ । ଯେତେ ବାବାଙ୍କୁ ୟାଦ କରିବ ଏବଂ ସେବା କରିବ ସେତେ ସୁଖ ପାଇବ । ବାବା ପ୍ରତ୍ୟେକ କଥାରେ ପୁରୁଷାର୍ଥ କରାଇ, ଉଚ୍ଚକୁ ଉଠାଉଛନ୍ତି । ଭାବୁଛନ୍ତି, ପିଲାମାନେ ମୋ କୁଳର ସୁନାମ କରିବେ । ତୁମକୁ ମଧ୍ୟ ଈଶ୍ୱରୀୟ କୁଳର, ବାବାଙ୍କର ନାମ ବିଖ୍ୟାତ କରିବାକୁ ହେବ । ଇଏ ତ ସତ୍ ବାପ, ସତ୍ ଶିକ୍ଷକ, ସତ୍ଗୁରୁ ଅଟନ୍ତି । ସର୍ବୋଚ୍ଚ ପିତା, ସର୍ବୋଚ୍ଚ ସତଗୁରୁ ମଧ୍ୟ ଅଟନ୍ତି । ଏକଥା ମଧ୍ୟ ବୁଝାଯାଇଛି ଯେ ଗୁରୁ ଜଣେ ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାଁନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଜଣେ । ଏକଥା ମଧ୍ୟ ତୁମେ ଜାଣିଛ । ଏବେ ତୁମର ବୁଦ୍ଧି ପାରସବୁଦ୍ଧି ହେଉଛି । ପାରସପୁରୀର ପାରସନାଥ ରାଜା-ରାଣୀ ହେଉଛ । କେତେ ସହଜ କଥା ଅଟେ । ଭାରତ ସୁନାର ଯୁଗ ଥିଲା, ବିଶ୍ୱରେ ଶାନ୍ତି କିପରି ଥିଲା ଏକଥା ତୁମେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଦ୍ୱାରା ବୁଝାଇପାରିବ । ସ୍ୱର୍ଗରେ ଶାନ୍ତି ଥିଲା । ବର୍ତ୍ତମାନ ହେଉଛି ନର୍କ । ଏଠାରେ ତ ଅଶାନ୍ତି ରହିଛି । ସ୍ୱର୍ଗରେ ଏହି ଲକ୍ଷ୍ମୀ-ନାରାୟଣ ଥାନ୍ତି ନା । କୃଷ୍ଣଙ୍କୁ ଲର୍ଡ କୃଷ୍ଣ ମଧ୍ୟ କୁହାଯାଇଥାଏ । କୃଷ୍ଣ ଭଗବାନ ମଧ୍ୟ କହିଥାନ୍ତି । ବର୍ତ୍ତମାନ ଲର୍ଡ ତ ବହୁତ ଅଛନ୍ତି । ଯାହାଙ୍କ ପାଖରେ ଅଧିକ ଭୂସମ୍ପତ୍ତି ଅଛି ତାଙ୍କୁ ମଧ୍ୟ ଲ୍ୟାଣ୍ଡଲର୍ଡ କୁହାଯାଏ । ଯେଉଁ ବିଶ୍ୱରେ ଶାନ୍ତି ଥିଲା କୃଷ୍ଣ ସେହି ବିଶ୍ୱର ରାଜକୁମାର ଥିଲେ । ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ।

ତୁମକୁ ଲୋକମାନେ କେତେ କଥା କହୁଛନ୍ତି, ହଙ୍ଗାମା କରୁଛନ୍ତି, କହୁଛନ୍ତି ପତି ପତ୍ନୀକୁ ଏମାନେ ତ ଭାଇ-ଭଉଣୀ କରାଉଛନ୍ତି । ବୁଝାଯାଉଛି ଯେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ, ଯାହାଙ୍କ ନିମନ୍ତେ ଗାୟନ ରହିଛି ବ୍ରାହ୍ମଣ ଦେବୀ-ଦେବତାୟ ନମଃ । ବ୍ରାହ୍ମଣ ମଧ୍ୟ ସେମାନଙ୍କୁ ନମସ୍କାର କରୁଛନ୍ତି । କାହିଁକି ନା ସେମାନେ ବାସ୍ତବରେ ଭାଇ-ଭଉଣୀ ଅଟନ୍ତି । ପବିତ୍ର ରହୁଛନ୍ତି । ତେବେ ପବିତ୍ର ଆତ୍ମାଙ୍କୁ କାହିଁକି ସମ୍ମାନ ନ କରିବେ । କନ୍ୟା ପବିତ୍ର ଅଟେ, ତେଣୁ ତାର ପାଦ ତଳେ ମଧ୍ୟ ପଡିଥାନ୍ତି ଯଦି ବାହାରୁ ଅତିଥି ଆସନ୍ତି ତେବେ ସେ ମଧ୍ୟ କନ୍ୟାକୁ ନମସ୍କାର କରିବ । ବର୍ତ୍ତମାନ ସମୟରେ କନ୍ୟାର ଏତେ ସମ୍ମାନ କାହିଁକି ରହିଛି ? କାହିଁକି ନା ତୁମେ ବ୍ରହ୍ମାକୁମାର-କୁମାରୀ ଅଟ ନା । କନ୍ୟାମାନଙ୍କର ସଂଖ୍ୟା ଅଧିକ ଅଟେ । ଶିବଶକ୍ତି ପାଣ୍ଡବ ସେନା ଗାୟନ ରହିଛି । ଏଥିରେ ପୁରୁଷ ମଧ୍ୟ ଅଛନ୍ତି କିନ୍ତୁ ସଂଖ୍ୟାଧିକ ମାତାମାନେ ରହିଛନ୍ତି । ସେଥିପାଇଁ ଗାନ କରାଯାଉଛି । ତେଣୁ ଯିଏ ଭଲ ଭାବରେ ପଢୁଛନ୍ତି, ସେମାନେ ଉଚ୍ଚ ପଦ ପାଇବେ । ଏବେ ତୁମେ ସମଗ୍ର ବିଶ୍ୱର ଇତିହାସ-ଭୂଗୋଳ ଜାଣି ଗଲଣି । ଚକ୍ର ସମ୍ବନ୍ଧରେ ବୁଝାଇବା ମଧ୍ୟ ବହୁତ ସହଜ । ଭାରତ ପାରସପୁରୀ ଥିଲା, ଏବେ ପଥରପୁରୀ ହୋଇ ଯାଇଛି । ତେଣୁ ସମସ୍ତେ ପଥରନାଥ ହେଲେ ନା । ତୁମେ ପିଲାମାନେ ଏହି ୮୪ ଜନ୍ମର ଚକ୍ରକୁ ମଧ୍ୟ ଜାଣିଛ । ଏବେ ଘରକୁ ଯିବାକୁ ହେବ ତେଣୁ ବାବାଙ୍କୁ ମଧ୍ୟ ୟାଦ କରିବାକୁ ହେବ, ଯାହା ଦ୍ୱାରା ପାପ କଟିବ । କିନ୍ତୁ ପିଲାମାନଙ୍କ ଦ୍ୱାରା ଯୋଗଯୁକ୍ତ ହେବାର ମେହନତ ହୋଇପାରୁ କାହିଁକି ନା ଆଳସ୍ୟ ରହିଛି । ସକାଳୁ ଉଠୁନାହାଁନ୍ତି । ଉଠିଲେ ମଧ୍ୟ, ମଜା ଲାଗୁ ନାହିଁ । ନିଦ ଆସୁଛି ପୁଣି ଶୋଇ ଯାଉଛନ୍ତି । ନିରାଶ ହୋଇଯାଉଛନ୍ତି । ବାବା କହୁଛନ୍ତି ପିଲାମାନେ ଏହା ଯୁଦ୍ଧକ୍ଷେତ୍ର ଅଟେ ନା । ଏଠାରେ ନିରାଶ ହେବା ଅନୁଚିତ୍ । ଯୋଗବଳ ଦ୍ୱାରା ହିଁ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏଥିରେ ମେହନତ କରିବାକୁ ହେବ । ବହୁତ ଭଲ-ଭଲ ସନ୍ତାନ ଯିଏକି ଯଥାର୍ଥ ଭାବେ ୟାଦ କରୁନାହାଁନ୍ତି, ଚାର୍ଟ ରଖିବା ଦ୍ୱାରା ଉଚ୍ଚ ନିଚ୍ଚ ଅବସ୍ଥା ଜଣା ପଡିଥାଏ । କହୁଛନ୍ତି ଚାର୍ଟ ହିଁ ମୋର ସ୍ଥିତିରେ କମାଲ କରିଦେଲା । ଏପରି ବିରଳ କେହି ଚାର୍ଟ ରଖୁଛନ୍ତି । ଏହା ମଧ୍ୟ ବହୁତ ମେହନତ ଅଟେ । ବହୁତ ସେଣ୍ଟରରେ ମିଥ୍ୟାବାଦୀ ମଧ୍ୟ ଯାଇ ବସୁଛନ୍ତି । ବିକର୍ମ ମଧ୍ୟ କରୁଛନ୍ତି । ବାବାଙ୍କ ନିର୍ଦ୍ଦେଶର, ପାଳନ ନ କରିବା ଦ୍ୱାରା ବହୁତ କ୍ଷତି କରିଦେଉଛନ୍ତି । ପିଲାମାନଙ୍କୁ ଜଣା ପଡୁନାହିଁ ଯେ ନିରାକାର କହୁଛନ୍ତି ନା ସାକାର ? ପିଲାମାନଙ୍କୁ ବାରମ୍ବାର ବୁଝାଯାଉଛି ସର୍ବଦା ଭାବ, ଶିବବାବା ନିର୍ଦ୍ଦେଶ ଦେଉଛନ୍ତି । ତେବେ ତୁମର ବୁଦ୍ଧି ଶିବବାବାଙ୍କ ଠାରେ ଲାଗି ରହିବ ।

ଆଜିକାଲି ନିର୍ବନ୍ଧ ହେଲେ ଫଟୋ ଉଠାଉଛନ୍ତି, ବିବାହ ପୂର୍ବରୁ ଖବରକାଗଜରେ ମଧ୍ୟ ବାହାର କରୁଛନ୍ତି ଯେ ଏହାଙ୍କ ନିମନ୍ତେ ଏପରି ଭଲ ଘରର ପ୍ରସ୍ଥାବ ଦରକାର । ଦୁନିଆର ଅବସ୍ଥା କଣ ହେଲାଣି । ଆଉ କଣ ହେବାକୁ ଯାଉଛି! ତୁମେ ଜାଣିଛ ଯେ ଅନେକ ପ୍ରକାରର ମତ ରହିଛି, ତୁମ ବ୍ରାହ୍ମଣମାନଙ୍କର ହେଉଛି ଏକ ମତ । ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ମତ । ତୁମେ ଶ୍ରୀମତ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନ କରୁଛ ତେଣୁ ପିଲାମାନଙ୍କୁ ମଧ୍ୟ ଶାନ୍ତିରେ ରହିବାକୁ ହେବ । ଯେପରି କରିବ ସେପରି ପାଇବ । ନଚେତ୍ ବହୁତ କ୍ଷତି ହେବ । ଜନ୍ମ-ଜନ୍ମାନ୍ତରର କ୍ଷତି ରହିଛି । ପିଲାମାନଙ୍କୁ କହୁଛନ୍ତି ନିଜର କ୍ଷତି ଏବଂ ଲାଭର ଧ୍ୟାନ ରଖ । ଚାର୍ଟ ଦେଖ ମୁଁ କାହାକୁ ଦୁଃଖ ଦେଇନାହିଁ ତ ? ବାବା କହୁଛନ୍ତି ତୁମର ଏହି ସମୟର ଏକ-ଏକ ସେକେଣ୍ଡ ବହୁତ ମୂଲ୍ୟବାନ ଅଟେ, ଦଣ୍ଡ ଭୋଗ କରି ଛୋଟ ପଦ ପାଇବା ତାହା କଣ ବଡ କଥା । ତୁମେ ବହୁତ ଧନବାନ ହେବାକୁ ଚାହୁଁଛ ନା । ପ୍ରଥମେ ଯିଏ ପୂଜ୍ୟ ହେଉଛନ୍ତି ତାଙ୍କୁ ହିଁ ପୂଜାରୀ ହେବାକୁ ପଡୁଛି । ଏତେ ପରିମାଣର ଧନ ଥିବାରୁ ତ ସୋମନାଥଙ୍କର ମନ୍ଦିର ତିଆରି କରି ପୂଜା କରିଲେ । ଏହାର ମଧ୍ୟ ହିସାବ ରହିଛି । ତଥାପି ପିଲାମାନଙ୍କୁ ବୁଝାଉଛନ୍ତି ଚାର୍ଟ ରଖ ତେବେ ବହୁତ ଫାଇଦା ହେବ । ନୋଟ୍ କରିବା ଉଚିତ୍ । ସମସ୍ତଙ୍କୁ ସନ୍ଦେଶ ଦେଇଚାଲ, ଚୁପ୍ ହୋଇ ବସ ନାହିଁ । ଟ୍ରେନ୍ରେ ମଧ୍ୟ ତୁମେ ଜ୍ଞାନ ବୁଝାଇ ପୁସ୍ତକ ଦେଇଦିଅ । କୁହ, ଏହି ପୁସ୍ତକ କୋଟି-କୋଟି ଟଙ୍କାର ସମ୍ପତ୍ତି ଅଟେ । ଭାରତରେ ଯେବେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ତେବେ ବିଶ୍ୱରେ ଶାନ୍ତି ଥିଲା । ଏବେ ବାବା ପୁନର୍ବାର ସେହି ରାଜଧାନୀ ସ୍ଥାପନ କରିବାକୁ ଆସିଛନ୍ତି, ତୁମେ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ ଏବଂ ବିଶ୍ୱରେ ଶାନ୍ତି ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ବ୍ରାହ୍ମଣମାନେ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ନିମିତ୍ତ ଅଟୁ, ଆମକୁ ବହୁତ-ବହୁତ ଶାନ୍ତଚିତ୍ତ ରହିବାକୁ ହେବ, କଥାବାର୍ତ୍ତା ବହୁତ ଧୀରେ ଧୀରେ ବା ରାଜକୀୟ ଶୈଳୀରେ କରିବାକୁ ହେବ ।

(୨) ଅଳସୁଆମି ଛାଡି ଯୋଗ କରିବାର ମେହନତ କରିବାକୁ ହେବ । କେବେ ହେଲେ ହୋପ୍ଲେସ୍ ଅର୍ଥାତ୍ ନିରାଶ ହେବା ଅନୁଚିତ୍ ।

ବରଦାନ:-
ବିକାରୀ ରୂପୀ ସାପକୁ ମଧ୍ୟ ନିଜର ଶଯ୍ୟାରେ ପରିଣତ କରୁଥିବା ବିଷ୍ଣୁ ସମାନ ସଦା ବିଜୟୀ ଏବଂ ସଦା ନିଶ୍ଚିନ୍ତ ହୁଅ ।

ଭକ୍ତିମାର୍ଗରେ ବିଷ୍ଣୁଙ୍କର ଯେଉଁ ଶେଷ ନାଗର ଶଯ୍ୟା ଦେଖାଯାଇଛି ତାହା ହେଉଛି ତୁମେ ବିଜୟୀ ପିଲାମାନଙ୍କର ସହଜଯୋଗୀ ଜୀବନର ସ୍ମାରକୀ । ସହଜଯୋଗ ଦ୍ୱାରା ବିକାର ରୂପୀ ସାପ ଗୁଡିକ ମଧ୍ୟ ଅଧୀନ ହୋଇଯାନ୍ତି । ଯେଉଁ ପିଲାମାନେ ବିକାର ରୂପୀ ସାପ ଉପରେ ବିଜୟ ପ୍ରାପ୍ତ କରି ସେଗୁଡିକୁ ଆରାମଦାୟକ ଶଯ୍ୟାରେ ପରିଣତ କରି ଦିଅନ୍ତି ସେମାନେ ସର୍ବଦା ବିଷ୍ଣୁଙ୍କ ଭଳି ସଦା ହର୍ଷିତ ଏବଂ ସଦା ନିଶ୍ଚିନ୍ତ ରହିଥାନ୍ତି । ତେଣୁ ସର୍ବଦା ଏହି ଚିତ୍ରକୁ ନିଜ ସମ୍ମୁଖରେ ଦେଖ ଯେ ମୁଁ ବିକାର ଗୁଡିକୁ ଅଧୀନ କରିଥିବା ଅଧିକାରୀ ଆତ୍ମା ଅଟେ ତ! ମୁଁ ଆତ୍ମା ସର୍ବଦା ଆରାମ ସ୍ଥିତିରେ ନିଶ୍ଚିନ୍ତରେ ରହୁଛି!

ସ୍ଲୋଗାନ:-
ବାଳକ ଏବଂ ମାଲିକ ପଣିଆର ସନ୍ତୁଳନ ଦ୍ୱାରା ସବୁ ଯୋଜନା ଗୁଡିକୁ ବାସ୍ତବରେ ପରିଣତ କର ।