13.09.20    Avyakt Bapdada     Odia Murli     22.03.86     Om Shanti     Madhuban


ସୁଖ, ଶାନ୍ତି ଏବଂ ଖୁସିର ଆଧାର - ପବିତ୍ରତା


ଆଜି ବାପଦାଦା ନିଜର ଚାରିଆଡର ସମସ୍ତ ପବିତ୍ର ଏବଂ ସୁଖୀ ପିଲାମାନଙ୍କୁ ଦେଖୁଛନ୍ତି । ଏଭଳି ସୁଖୀ ଏବଂ ପବିତ୍ର ଆତ୍ମାମାନଙ୍କର ଏତେ ବଡ ସଂଗଠନ ବା ସଭା ସାରା ଡ୍ରାମା ଭିତରେ ଆଉ କେବେ ବି ହୋଇପାରିବ ନାହିଁ । ଆଜିକାଲି ଯଦିଓ କାହାକୁ କାହାକୁ ହୋଲୀନେସ୍ ବା ହାଇନେସ୍ର ଉପାଧି ମଧ୍ୟ ଦେଉଛନ୍ତି କିନ୍ତୁ ପ୍ରତ୍ୟକ୍ଷ ପ୍ରମାଣ ରୂପରେ ଦେଖିଲେ ସେହିଭଳି ପବିତ୍ରତା ଏବଂ ମହାନତା ସେମାନଙ୍କ ଭିତରେ ଦେଖିବାକୁ ମିଳିବ ନାହିଁ । ତେଣୁ ବାପଦାଦା ଦେଖୁଥିଲେ ଏତେ ସବୁ ମହାନ ଏବଂ ପବିତ୍ର ଆତ୍ମାମାନଙ୍କର ସଂଗଠନ ଆଉ କେଉଁଠି ମିଳିବ! ତେବେ ପ୍ରତ୍ୟେକ ସନ୍ତାନ ଭିତରେ ଏହି ଦୃଢ ସଂକଳ୍ପ ରହିଛି ଯେ କେବଳ କର୍ମରେ ନୁହେଁ କିନ୍ତୁ ମନ-ବାଣୀ-କର୍ମ ତିନୋଟି ଯାକରେ ପବିତ୍ର ନିଶ୍ଚିତ ହେବୁ । ତେଣୁ ଏହିଭଳି ପବିତ୍ର ହେବାର ଦୃଢ ସଂକଳ୍ପ ଆଉ କାହା ଭିତରେ ବି ନଥିବ ଏବଂ ଏତେ ସହଜରେ ଏଭଳି ଅବିନାଶୀ ପବିତ୍ରତା ଆଉ କେଉଁଠି ବି ପ୍ରାପ୍ତ ହୋଇପାରିବ ନାହିଁ, କିନ୍ତୁ ତୁମେମାନେ ପବିତ୍ରତାକୁ ଧାରଣ କରିବା କେତେ ସହଜ ମନେ କରୁଛ କାହିଁକି ନା ବାପଦାଦାଙ୍କ ଦ୍ୱାରା ଜ୍ଞାନ ମିଳିଗଲା ଏବଂ ଜ୍ଞାନର ଶକ୍ତି ଦ୍ୱାରା ଜାଣିପାରିଲ ଯେ ମୁଁ ଏକ ଆତ୍ମା ଏବଂ ମୋର ଅନାଦି ଏବଂ ଆଦି ସ୍ୱରୂପ ହେଲା ପବିତ୍ରତା । ଯେତେବେଳେ ଏହିଭଳି ଆଦି-ଅନାଦି ସ୍ୱରୂପର ସ୍ମୃତି ଆସିଗଲା ତେବେ ଏହି ସ୍ମୃତି ତୁମମାନଙ୍କୁ ସମର୍ଥ କରିବା ସହିତ ସହଜରେ ପବିତ୍ରତାର ଅନୁଭବ କରାଇ ଦେଲ । ଏବେ ଜାଣିଗଲ ଯେ ଆମର ବାସ୍ତବିକ ସ୍ୱରୂପ ପବିତ୍ର ଅଟେ । ଅପବିତ୍ରତା ସଂଗଦୋଷର ସ୍ୱରୂପ ଅଟେ । ତେଣୁ ବାସ୍ତବିକତାକୁ ଆପଣାଇବା ସହଜ ହୋଇଗଲା ।

ସ୍ୱଧର୍ମ, ସ୍ୱଦେଶ, ସ୍ୱ ର ପିତା ଏବଂ ସ୍ୱ ସ୍ୱରୂପ ସହିତ ସ୍ୱ ର କର୍ମର ମଧ୍ୟ ଜ୍ଞାନ ମିଳିଗଲା । ତେଣୁ ଜ୍ଞାନର ଶକ୍ତି ଆଧାରରେ କଷ୍ଟକର କାର୍ଯ୍ୟ ମଧ୍ୟ ଅତି ସହଜ ହୋଇଗଲା । ଯେଉଁ କଥାକୁ ଆଜିକାଲିର ମହାନ ଆତ୍ମା ବୋଲାଉଥିବା ଆତ୍ମାମାନେ ମଧ୍ୟ ଅସମ୍ଭବ ମନେ କରୁଛନ୍ତି, ଅପ୍ରାକୃତିକ ମନେ କରୁଛନ୍ତି କିନ୍ତୁ ତୁମେ ପବିତ୍ର ଆତ୍ମାମାନେ ସେହି ଅସମ୍ଭବକୁ କେତେ ସହଜ ଅନୁଭବ କରିନେଲ । ତେବେ ଏହି ପବିତ୍ରତାକୁ ଆପଣାଇବା ପାଇଁ ତୁମକୁ ସହଜ ଲାଗୁଛି ନା କଷ୍ଟ ଲାଗୁଛି ? ସାରା ବିଶ୍ୱକୁ ଚାଲେଞ୍ଜ ଦେଇ କହିପାରିବ ଯେ ପବିତ୍ରତା ତ ଆମର ସ୍ୱ-ସ୍ୱରୂପ ଅଟେ । ପବିତ୍ରତାର ଶକ୍ତି କାରଣରୁ ଯେଉଁଠି ପବିତ୍ରତା ରହିଛି ସେଠାରେ ସ୍ୱତଃ ଭାବରେ ସୁଖ-ଶାନ୍ତି ମଧ୍ୟ ରହିଛି । କାରଣ ପବିତ୍ରତା ହିଁ ମୂଳଦୁଆ ଅଟେ । ପବିତ୍ରତାକୁ ମାତା କୁହାଯାଉଛି ଯାହାର ସନ୍ତାନ ହେଲେ ସୁଖ ଏବଂ ଶାନ୍ତି । ତେଣୁ ଯେଉଁଠି ପବିତ୍ରତା ଅଛି ସେଠାରେ ସୁଖ-ଶାନ୍ତି ସ୍ୱତଃ ହିଁ ରହିଛି, ସେଥିପାଇଁ ସୁଖୀ ମଧ୍ୟ ଅଟ । କେବେ ବି ଉଦାସ ହୋଇପାରିବ ନାହିଁ, ସର୍ବଦା ଖୁସିରେ ହିଁ ରହୁଛ । ଯେଉଁଠି ପବିତ୍ରତା ଅଛି ସେଠାରେ ଖୁସି ନିଶ୍ଚିତ ଅଛି । ପବିତ୍ର ଆତ୍ମାମାନଙ୍କର ଲକ୍ଷଣ ହେଲା ସର୍ବଦା ଖୁସିରେ ରହିବା । ତେଣୁ ବାପଦାଦା ମଧ୍ୟ ଦେଖୁଛନ୍ତି ଯେ କେତେ ନିଶ୍ଚୟ ବୁଦ୍ଧି ପବିତ୍ର ଆତ୍ମାମାନେ ଏଠାରେ ବସିଛନ୍ତି । ଦୁନିଆର ଲୋକମାନେ ତ ସୁଖ-ଶାନ୍ତି ପାଇବା ପାଇଁ ଧାଁ-ଦୈାଡ କରୁଛନ୍ତି କିନ୍ତୁ ସୁଖ-ଶାନ୍ତିର ମୂଳଦୁଆ ହେଲା ପବିତ୍ରତା, ଯେହେତୁ ସେମାନଙ୍କର ଏହି ମୂଳଦୁଆ ହିଁ ମଜବୁତ ନାହିଁ ତେଣୁ ଅଳ୍ପକାଳ ପାଇଁ ସୁଖ-ଶାନ୍ତି ପ୍ରାପ୍ତ କରୁଥିଲେ ମଧ୍ୟ ନ କରିବା ସହିତ ସମାନ କାରଣ ପବିତ୍ରତା ବିନା ସଦାକାଳ ପାଇଁ ସୁଖ-ଶାନ୍ତି-ପ୍ରାପ୍ତି କରିବା ଅସମ୍ଭବ । ତୁମେମାନେ ଏହି ପବିତ୍ରତା ରୂପୀ ମୂଳଦୁଆକୁ ଆପଣାଇ ନେଇଥିବା କାରଣରୁ ସୁଖ-ଶାନ୍ତି ପ୍ରାପ୍ତି କରିବା ପାଇଁ ତୁମକୁ ଧାଁ-ଦୌଡ କରିବା ପାଇଁ ପଡୁ ନାହିଁ । କାରଣ ପବିତ୍ର ଆତ୍ମାମାନଙ୍କ ନିକଟକୁ ସୁଖ-ଶାନ୍ତି ଆପେ ଆପେ ଆସିଥାଏ, ଯେପରି ଛୋଟ ପିଲାଟି ତାର ମା ପାଖକୁ ଆପେ ଆପେ ଯାଇଥାଏ ନା । ଯେତେ ବି ଅଲଗା କରିବା ପାଇଁ ଚେଷ୍ଟା କରିଲେ ମଧ୍ୟ ସେ ତାର ମା ନିକଟକୁ ନିଶ୍ଚିତ ଯିବ । ତେଣୁ ସୁଖ-ଶାନ୍ତିର ମାତା ହେଉଛି ପବିତ୍ରତା । ଯେଉଁଠାରେ ପବିତ୍ରତା ରହିଛି ସେଠାରେ ସୁଖ-ଶାନ୍ତି-ଖୁସି ଆପେ ଆପେ ଆସିବ । ତେଣୁ ତୁମେମାନେ କଣ ହୋଇ ଯାଇଛ ? ବେଗମପୁରର ବାଦଶାହ ଅର୍ଥାତ୍ ଦୁଃଖ ମୁକ୍ତ ଦୁନିଆର ରାଜା । ଏହି ପୁରୁଣା ଦୁନିଆର ରାଜା ନୁହେଁ କିନ୍ତୁ ଦୁଃଖ ମୁକ୍ତ ଦୁନିଆର ରାଜା । ଏହି ବ୍ରାହ୍ମଣ ପରିବାର ବେଗମପୁର ଅର୍ଥାତ୍ ସୁଖର ସଂସାର ଅଟେ । ତେଣୁ ଏହିଭଳି ସୁଖୀ ସଂସାରର ରାଜା ହୋଇଗଲ । ହିଜ୍ ହୋଲୀନେସ୍ ମଧ୍ୟ ଅଟ ନା । ମୁକୁଟ ମଧ୍ୟ ପିନ୍ଧିଛ, ସିଂହାସନ ଉପରେ ମଧ୍ୟ ବସିଛ । ବାକି ଆଉ କଣ କମୀ ରହିଲା! ତେବେ ତୁମମାନଙ୍କୁ କେତେ ବଢିଆ ମୁକୁଟ ମିଳିଛି! ଆଲୋକର ଏହି ମୁକୁଟ ପବିତ୍ରତାର ପ୍ରତୀକ ଅଟେ ଏବଂ ତା ସହିତ ବାପଦାଦାଙ୍କର ହୃଦୟ ରୂପୀ ସିଂହାସନର ଅଧିକାରୀ ମଧ୍ୟ ଅଟ । ତେଣୁ ବେଗମପୁରର ରାଜାମାନଙ୍କର ମୁକୁଟ ମଧ୍ୟ ଅଲଗା ଏବଂ ସିଂହାସନ ମଧ୍ୟ ଅଲଗା । ତୁମର ରାଜତ୍ୱ ମଧ୍ୟ ଅଲଗା ଏବଂ ତୁମେ ରାଜାମାନେ ମଧ୍ୟ ସମସ୍ତଙ୍କଠାରୁ ଅଲଗା ଅଟ ।

ଆଜିକାଲିର ମନୁଷ୍ୟ ଆତ୍ମାମାନଙ୍କୁ ଏତେ ଧାଁ-ଦୌଡ କରୁଥିବାର ଦେଖି ବାପଦାଦାଙ୍କୁ ମଧ୍ୟ ପିଲାମାନଙ୍କ ଉପରେ ଦୟା ଆସୁଛି । ଦେଖୁଛନ୍ତି ପିଲାମାନେ କେତେ ପ୍ରକାରରେ ଚେଷ୍ଟା କରୁଛନ୍ତି । ଏତେ ପ୍ରକାରର ପ୍ରୟାସ କରି ମଧ୍ୟ ଅର୍ଥାତ୍ ଅଧିକରୁ ଅଧିକ ପରିଶ୍ରମ କରି ମଧ୍ୟ ପ୍ରାପ୍ତି କଣ କରୁଛନ୍ତି ? ଯଦି ବି ଟିକିଏ ସୁଖ ମିଳୁଥିବ, ତା ସହିତ ଦୁଃଖ ମଧ୍ୟ ନିଶ୍ଚିତ ଥିବ । ଆଉ କିଛି ନଥିଲେ ମଧ୍ୟ ଅଳ୍ପକାଳର ସୁଖ ସହିତ ଚିନ୍ତା ଏବଂ ଭୟ ତ ନିଶ୍ଚିତ ରହିଛି । ତେଣୁ ଯେଉଁଠାରେ ଚିନ୍ତା ଏବଂ ଭୟ ରହିଛି ସେଠାରେ ଶାନ୍ତି ରହିପାରିବ ନାହିଁ । ତେଣୁ ସୁଖ ସହିତ ଏହି ଦୁଃଖ ଅଶାନ୍ତିର କାରଣ ମଧ୍ୟ ନିଶ୍ଚିତ ଅଛି କିନ୍ତୁ ତୁମମାନଙ୍କୁ ଦୁଃଖର କାରଣ ଏବଂ ତାର ନିବାରଣର ରାସ୍ତା ମିଳିଯାଇଛି । ଏବେ ତୁମେମାନେ ସମସ୍ୟାଗୁଡିକୁ ସମାଧାନ କରୁଥିବା ସମାଧାନ ସ୍ୱରୂପ ହୋଇଯାଇଛ । ସମସ୍ୟାଗୁଡିକ ମଧ୍ୟ ତୁମମାନଙ୍କ ସହିତ ଖେଳିବା ପାଇଁ ଖେଳଣା ହୋଇ ଆସୁଛି । ଖେଳ କରିବା ପାଇଁ ଆସୁଛି, ଡରାଇବା ପାଇଁ ନୁହେଁ । ତେଣୁ ତୁମେମାନେ ବିଚଳିତ ତ ହେଉ ନାହଁ ନା! ଯେଉଁଠି ସର୍ବଶକ୍ତିର ସମ୍ପତ୍ତି ଜନ୍ମ ସିଦ୍ଧ ଅଧିକାର ରୂପରେ ମିଳିଯାଇଛି ସେଠାରେ ଆଉ ଅଭାବ କଣ ରହିଲା! ଭରପୁର ଅଟ ନା! ମାଷ୍ଟର ସର୍ବଶକ୍ତିବାନ ଆତ୍ମାଙ୍କ ସମ୍ମୁଖରେ କୌଣସି ପ୍ରକାରର ସମସ୍ୟା ନାହିଁ । ଯଦି ହାତୀ ପାଦ ତଳେ ଗୋଟିଏ ପିମ୍ପୁଡି ରହିଯିବ ତେବେ ଜଣାପଡିବ କି ? ତେଣୁ ଏହି ସବୁ ସମସ୍ୟାଗୁଡିକ ମଧ୍ୟ ତୁମଭଳି ମହାରଥୀମାନଙ୍କ ପାଇଁ ପିମ୍ପୁଡି ସହିତ ସମାନ । ଏହାକୁ ଖେଳ ମନେ କରିବା ଦ୍ୱାରା ଖୁସି ଲାଗିବ, ଯେତେ ବି ବଡ କଥା ହୋଇଥାଉ ଛୋଟ ହୋଇଯିବ । ଯେପରି ଆଜିକାଲି ପିଲାମାନଙ୍କୁ କେଉଁ ଖେଳ କରାଉଛନ୍ତି ? ବୁଦ୍ଧିର ଖେଳ । ଏମିତି ଯଦି ପିଲାମାନଙ୍କୁ ହିସାବ କରିବା ପାଇଁ ଦେଇଦେବ ତେବେ ବୋର୍ ହୋଇଯିବେ କିନ୍ତୁ ଖେଳିବା ବାହାନାରେ ଦେଲେ ଖୁସି ଖୁସିରେ ହିସାବ କରିଦେବେ । ତେଣୁ ତୁମ ସମସ୍ତଙ୍କ ପାଇଁ ମଧ୍ୟ ସମସ୍ୟାଗୁଡିକ ପିମ୍ପୁଡି ସଦୃଶ ଅଟେ । ଯେଉଁଠି ପବିତ୍ରତା-ସୁଖ-ଶାନ୍ତିର ଶକ୍ତି ରହିଛି ସେଠାରେ ସ୍ୱପ୍ନରେ ମଧ୍ୟ ଦୁଃଖ-ଅଶାନ୍ତିର ଅନୁଭବ ହୋଇପାରିବ ନାହିଁ କାରଣ ଶକ୍ତିଶାଳୀ ଆତ୍ମାମାନଙ୍କ ନିକଟକୁ ଆସିବା ପାଇଁ ଦୁଃଖ ଅଶାନ୍ତି ସାହସ କରିବ ନାହିଁ । ତେଣୁ ପବିତ୍ର ଆତ୍ମାମାନେ ସର୍ବଦା ହର୍ଷିତ ଅବସ୍ଥାରେ ରହିଥାନ୍ତି, ଏକଥା ମଧ୍ୟ ସର୍ବଦା ସ୍ମୃତିରେ ରଖ । ଏବେ ତ ଅନେକ ପ୍ରକାରର ଜଞ୍ଜାଳ ଭିତରେ ଛନ୍ଦି ହୋଇ ଦୁଃଖ-ଅଶାନ୍ତି ଭୋଗ କରିବାର ଜାଲରୁ ବାହାରି ଆସିଛ କାରଣ ଦୁଃଖ କେତେବେଳେ ବି ଏକା ଏକା ଆସିନଥାଏ, ତାର ବଂଶାବଳୀ ସହିତ ଆସିଥାଏ ତେଣୁ ସେହି ଜାଲରୁ ଏବେ ବାହାରିଆସିଛ । ନିଜକୁ ଏହିଭଳି ଭାଗ୍ୟବାନ ମନେ କରୁଛ ନା!

ଆଜି ଅଷ୍ଟ୍ରେଲିଆର ପିଲାମାନେ ସମ୍ମୁଖରେ ବସିଛନ୍ତି । ସେମାନଙ୍କର ତପସ୍ୟା ଏବଂ ମହାଦାନୀ ପଣିଆର ବର୍ଣ୍ଣନା ବାପଦାଦା ସଦାସର୍ବଦା କରୁଛନ୍ତି । ସର୍ବଦା ସେବା କରିବାର ଲଗନ ରୂପୀ ତପସ୍ୟା ତୁମ ଭଳି ତପସ୍ୱୀ ଆତ୍ମାମାନଙ୍କୁ ତଥା ଅନେକ ଆତ୍ମାମାନଙ୍କୁ ଫଳ ପ୍ରଦାନ କରୁଛି । ଧରଣୀ ଅନୁସାରେ ବିଧି ଏବଂ ବୃଦ୍ଧି ଉଭୟକୁ ଦେଖି ବାପଦାଦା ଅତ୍ୟଧିକ ଖୁସି ହେଉଛନ୍ତି । ଅଷ୍ଟ୍ରେଲିଆ ହିଁ ଏକ୍ସଟ୍ରା ଅର୍ଡିନାରୀ ଅର୍ଥାତ୍ ଅସାଧାରଣ ଅଟେ । ସେବା କରିବା ପାଇଁ ବହୁତ ଶୀଘ୍ର ତ୍ୟାଗର ଭାବନା ସମସ୍ତଙ୍କ ଭିତରେ ଆସିଯାଏ, ସେଥିପାଇଁ ତ ଏତେଗୁଡିଏ ସେଣ୍ଟର ଖେଲିଯାଇଛି । ଭାବୁଛନ୍ତି ଆମକୁ ଯେପରି ଭାଗ୍ୟ ମିଳିଛି ସେହିପରି ଅନ୍ୟମାନଙ୍କର ମଧ୍ୟ ଭାଗ୍ୟ ତିଆରି କରିବାକୁ ହେବ । ଦୃଢ ସଂକଳ୍ପ କରିବା ମଧ୍ୟ ତପସ୍ୟା ଅଟେ ନା । ତେଣୁ ତ୍ୟାଗ ଏବଂ ତପସ୍ୟାର ବିଧି ଦ୍ୱାରା ବୃଦ୍ଧିକୁ ପ୍ରାପ୍ତ କରୁଛନ୍ତି । ସେବାର ମନୋବୃତ୍ତି ଅନେକ ପ୍ରକାରର ସଂକୀର୍ଣ୍ଣ ମନୋବୃତ୍ତିକୁ ସମାପ୍ତ କରିଦେଉଛି । ଏହି ତ୍ୟାଗ ଏବଂ ତପସ୍ୟା ସଫଳତାର ଆଧାର ହୋଇଯାଉଛି, ବୁଝିଲ । ସଂଗଠନରେ ମଧ୍ୟ ଶକ୍ତି ରହିଛି । ଜଣେ କିଛି କହିଲା ଏବଂ ଅନ୍ୟ ଜଣେ କରିଦେଲା ଅର୍ଥାତ୍ ମାନି ନେଲା । ଏମିତି ନୁହେଁ ଯେ ଜଣେ ଯଦି ଗୋଟିଏ କଥା କହିଲା ତେବେ ଅନ୍ୟ ଜଣେ କହିବ ଏପରି ତ ହୋଇପାରିବ ନାହିଁ । ଏହା ଦ୍ୱାରା ସଂଗଠନ ଭାଙ୍ଗିଯାଏ । ଜଣେ ଯଦି ଗୋଟିଏ କଥା କହିଲା ତେବେ ଅନ୍ୟ ଜଣେ ଉମଙ୍ଗ-ଉତ୍ସାହର ସହିତ ସହଯୋଗୀ ହୋଇ ତାକୁ କାର୍ଯ୍ୟକାରୀ କରିବ, ତେବେ କୁହାଯିବ ସଂଗଠନର ଶକ୍ତି । ପାଣ୍ଡବମାନଙ୍କର ମଧ୍ୟ ସଂଗଠନ ରହିଛି, କେତେବେଳେ ବି ତୁ, ତୁ - ମୁଁ, ମୁଁ ନାହିଁ । ବାସ୍, କେବଳ ବାବା ବାବା କହିଲେ ସବୁ ସମସ୍ୟା ସମାପ୍ତ ହୋଇଯିବ । ତୁ-ମୁଁ, ତୋର-ମୋରରୁ ହିଁ ଖିଟ୍ପିଟ୍ ହୋଇଥାଏ । ଯଦି ବାବାଙ୍କୁ ସମ୍ମୁଖରେ ରଖିବ ତେବେ କୌଣସି ସମସ୍ୟା ଆସିପାରିବ ନାହିଁ ଏବଂ ନିର୍ବିଘ୍ନ ଆତ୍ମାମାନେ ହିଁ ସର୍ବଦା ଉଡିବାର କଳାର ଅନୁଭବ କରିଥାନ୍ତି । ବହୁତ କାଳର ନିର୍ବିଘ୍ନ ସ୍ଥିତିକୁ ମଜବୁତ ସ୍ଥିତି କୁହାଯିବ । ବାରମ୍ବାର ଯେଉଁମାନେ ବିଘ୍ନର ବଶୀଭୂତ ହେଉଥାନ୍ତି ସେମାନଙ୍କର ମୂଳଦୁଆ କଞ୍ଚା ରହିଯାଏ ଏବଂ ବହୁତ କାଳର ନିର୍ବିଘ୍ନ ଆତ୍ମାମାନଙ୍କର ମୂଳଦୁଆ ପକ୍କା ହୋଇଥିବା କାରଣରୁ ନିଜେ ମଧ୍ୟ ଶକ୍ତିଶାଳୀ ସ୍ଥିତିରେ ରହିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିଦିଅନ୍ତି । କୌଣସି ଭାଙ୍ଗି ଯାଇଥିବା ଜିନିଷକୁ ଯୋଡା-ଯୋଡି କରିବା ଦ୍ୱାରା ତାହା ଦୁର୍ବଳ ହୋଇଯାଏ । ବହୁତ କାଳର ଶକ୍ତିଶାଳୀ ଆତ୍ମା, ନିର୍ବିଘ୍ନ ଆତ୍ମା ଅନ୍ତିମ ସମୟରେ ମଧ୍ୟ ନିର୍ବିଘ୍ନ ହୋଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯାଏ ବା ଫାଷ୍ଟ ଡିଭିଜନ୍ ଅର୍ଥାତ୍ ପ୍ରଥମ ଶ୍ରେଣୀରେ ଆସିଯାଏ । ତେଣୁ ସର୍ବଦା ଏହି ଲକ୍ଷ୍ୟ ରଖ ଯେ ବହୁତ କାଳର ନିର୍ବିଘ୍ନ ସ୍ଥିତିର ଅନୁଭବ ନିଶ୍ଚିତ କରିବାକୁ ହେବ । ଏମିତି ଭାବ ନାହିଁ ଯେ ବିଘ୍ନ ଆସୁଥିଲେ ମଧ୍ୟ ସମାପ୍ତ ତ ହୋଇଯାଉଛି ନା, ତେଣୁ କୌଣସି ଚିନ୍ତା ନାହିଁ । କିନ୍ତୁ ବାରମ୍ବାର ବିଘ୍ନ ଆସିବା ଏବଂ ତାକୁ ସମାପ୍ତ କରିବାରେ ମଧ୍ୟ ସମୟ ନଷ୍ଟ ହେଉଛି, ଶକ୍ତି ମଧ୍ୟ ନଷ୍ଟ ହେଉଛି । ଯଦି ସେତିକି ସମୟ ଏବଂ ଶକ୍ତିକୁ ସେବାରେ ବିନିଯୋଗ କରିବ ତେବେ ଗୋଟିଏର ପଦ୍ମଗୁଣା ଜମା ହୋଇଯିବ । ସେଥିପାଇଁ ବହୁତ କାଳର ନିର୍ବିଘ୍ନ ଆତ୍ମମାନେ ବିଘ୍ନବିନାଶକ ରୂପରେ ପୂଜା ପାଇଥାନ୍ତି । ବିଘ୍ନବିନାଶକ ଉପାଧି ପୂଜ୍ୟ ଆତ୍ମାମାନଙ୍କର ଅଟେ । ମୁଁ ଏକ ବିଘ୍ନ ବିନାଶକ ପୂଜ୍ୟ ଆତ୍ମା - ଏହି ସ୍ମୃତି ଦ୍ୱାରା ସର୍ବଦା ନିର୍ବିଘ୍ନ ହୋଇ ଉଡିବାର ସ୍ଥିତି ଆଧାରରେ ଆଗକୁ ଆଗକୁ ଉଡିଚାଲ ଏବଂ ଉଡାଇଚାଲ । ବୁଝିଲ! ନିଜର ବିଘ୍ନ ଗୁଡିକୁ ତ ବିନାଶ କରିଛ କିନ୍ତୁ ଅନ୍ୟମାନଙ୍କ ପାଇଁ ମଧ୍ୟ ବିଘ୍ନ ବିନାଶକ ହେବାକୁ ପଡିବ । ଦେଖ, ତୁମମାନଙ୍କୁ ନିମିତ୍ତ ଆତ୍ମା ମଧ୍ୟ ସେହିଭଳି ମିଳିଛନ୍ତି (ଡାକ୍ତର ନିର୍ମଳା) ଯିଏକି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ବିଘ୍ନର ବଶୀଭୂତ ହୋଇ ନାହାଁନ୍ତି । ସର୍ବଦା ସମସ୍ତଙ୍କଠାରୁ ଅଲଗା ଏବଂ ବାବାଙ୍କର ପ୍ରିୟ ହୋଇ ରହି ଆସିଛନ୍ତି । ପରିଚାଳନା କ୍ଷେତ୍ରରେ ଟିକିଏ କଡା କଡି ରହୁଛନ୍ତି । ଏହା ମଧ୍ୟ ଜରୁରୀ ଅଟେ । ଯଦି ତୁମମାନଙ୍କୁ ଏତିକି କଡା ଟୀଚର ନ ମିଳିଥାନ୍ତେ ତେବେ ଏତିକି ବୃଦ୍ଧି ମଧ୍ୟ ହୋଇନଥାନ୍ତା । ଏହା ମଧ୍ୟ ଆବଶ୍ୟକ । ଯେପରି ରୋଗକୁ ଭଲ କରିବା ପାଇଁ କଡା ଔଷଧ ଜରୁରୀ ଅଟେ ନା । ତେଣୁ ଡ୍ରାମା ଅନୁସାରେ ନିମିତ୍ତ ଆତ୍ମାମାନଙ୍କର ମଧ୍ୟ ସଂଗର ରଂଗ ଲାଗିଥାଏ । ସେ ନିଜେ ଯେପରି ଆସିବା ମାତ୍ରକେ ସେବାରେ ନିମିତ୍ତ ହୋଇଗଲେ, ସେହିପରି ଅଷ୍ଟ୍ରେଲିୟାରେ ମଧ୍ୟ ପିଲାମାନେ ଜନ୍ମ ହେବା ମାତ୍ରକେ ସେଣ୍ଟର ଖୋଲିବାର ସେବାରେ ଲାଗିପଡୁଛନ୍ତି । ଏହିଭଳି ତ୍ୟାଗର ଭାବନାର ତରଙ୍ଗ ସାରା ଅଷ୍ଟ୍ରେଲିୟା ଏବଂ ଅନ୍ୟ ଯେଉଁ ସବୁ ସମ୍ପର୍କରେ ଥିବା ସ୍ଥାନ ଗୁଡିକ ରହିଛି ସେଠାରେ ମଧ୍ୟ ସେହି ଅନୁସାରେ ବୃଦ୍ଧି ହୋଇଚାଲିଛି । ତେବେ ଯାହାଙ୍କ ଭିତରେ ତ୍ୟାଗ ଏବଂ ତପସ୍ୟା ଉଭୟ ଅଛି, ସେ ହିଁ ଶ୍ରେଷ୍ଠ ଆତ୍ମା । ଏମିତି ତ ସମସ୍ତେ ତୀବ୍ର ପୁରୁଷାର୍ଥୀ କିନ୍ତୁ ପୁରୁଷାର୍ଥୀ ହେଲେ ମଧ୍ୟ ସେମାନଙ୍କର ବିଶେଷତା ଗୁଡିକ ଅନ୍ୟମାନଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଉଛି । ଏବେ ତ ସମସ୍ତେ ସମ୍ପନ୍ନ ହେବା ପାଇଁ ପୁରୁଷାର୍ଥ କରୁଛନ୍ତି ନା! ସମ୍ପନ୍ନ ହେବାର ସାର୍ଟିଫିକେଟ୍ ତ କାହାକୁ ବି ମିଳି ନାହିଁ । କିନ୍ତୁ ସମ୍ପନ୍ନତାର ନିକଟବର୍ତ୍ତୀ ହୋଇଗଲେଣି, ଏଥିରେ କ୍ରମାନ୍ୱୟରେ ଅଛନ୍ତି । କେହି ତ ବହୁତ ନିକଟରେ ପହଞ୍ଚି ଗଲେଣି, ଆଉ କେହି କ୍ରମାନ୍ୱୟରେ ଆଗ-ପଛ ହୋଇ ଅଛନ୍ତି । ଅଷ୍ଟ୍ରେଲିୟାର ପିଲାମାନେ ତ ବହୁତ ଭାଗ୍ୟବାନ । ସେମାନଙ୍କର ତ୍ୟାଗର ବୀଜ ହିଁ ସେମାନଙ୍କୁ ଭାଗ୍ୟ ପ୍ରାପ୍ତ କରାଉଛି । ସେଠିକାର ଶକ୍ତି ସେନା ମଧ୍ୟ ବାପଦାଦାଙ୍କୁ ଅତିପ୍ରିୟ କାହିଁକି ନା ସାହସୀ ଅଟନ୍ତି । ଯେଉଁଠାରେ ସାହସ ଏବଂ ଶକ୍ତି ରହିଛି ସେଠାରେ ବାପଦାଦାଙ୍କର ସହଯୋଗ ମଧ୍ୟ ସର୍ବଦା ସାଥୀରେ ଅଛି । ତେବେ ସର୍ବଦା ସନ୍ତୁଷ୍ଟ ରହୁଛ ନା! କାରଣ ସନ୍ତୁଷ୍ଟତା ହିଁ ସଫଳତାର ଆଧାର । ତୁମେମାନେ ତ ସନ୍ତୁଷ୍ଟ ଆତ୍ମା ହିଁ ଅଟ ସେଥିପାଇଁ ସଫଳତା ତୁମର ଜନ୍ମ ସିଦ୍ଧ ଅଧିକାର । ବୁଝିଲ! ତେଣୁ ଅଷ୍ଟ୍ରେଲିୟାବାଲା ନିୟରେଷ୍ଟ ଏବଂ ଡିୟରେଷ୍ଟ ଅଟନ୍ତି ଅର୍ଥାତ୍ ଅତି ଘନିଷ୍ଟ ଏବଂ ଅତିପ୍ରିୟ ଅଟନ୍ତି ସେଥିପାଇଁ ଟିକିଏ ଅଧିକ ଯିଦିଆ ମଧ୍ୟ ଅଟନ୍ତି । ଆଚ୍ଛା!

ଅବ୍ୟକ୍ତ ମୁରଲୀରୁ ସଂଗୃହୀତ ମହାବାକ୍ୟ (ପ୍ରଶ୍ନ-ଉତ୍ତର)

ପ୍ରଶ୍ନ:- ସାରା ବିଶ୍ୱରେ ଶକ୍ତି ସେନାଙ୍କର ନାମ କେବେ ବିଖ୍ୟାତ ହେବ ?

ଉତ୍ତର:- ଯେତେବେଳେ ସଂଗଠିତ ରୂପରେ ଏକରସ ସ୍ଥିତି ଅର୍ଥାତ୍ ସ୍ଥିର ଅବସ୍ଥା ବା ଗୋଟିଏ ଶୁଦ୍ଧ ସଂକଳ୍ପରେ ସ୍ଥିତ ହେବାର ଅଭ୍ୟାସ ହେବ । ସାରା ସଂଗଠନ ଭିତରେ କୌଣସି ଜଣଙ୍କର ମଧ୍ୟ ଅନ୍ୟ କୌଣସି ପ୍ରକାରର ସଂକଳ୍ପ ନଥିବ । ସମସ୍ତେ ଗୋଟିଏ ହିଁ ଲଗନରେ, ଗୋଟିଏ ହିଁ ଅଶରୀରୀ ହେବାର ଶୁଦ୍ଧ ସଂକଳ୍ପରେ ସ୍ଥିତ ହେବାର ଅଭ୍ୟାସୀ ହେବେ ତେବେ ଯାଇ ସାରା ବିଶ୍ୱରେ ଶକ୍ତି ସେନାଙ୍କର ନାମ ବିଖ୍ୟାତ ହେବ ।

ପ୍ରଶ୍ନ:- ସ୍ଥୁଳ ଅର୍ଥାତ୍ ଲୌକିକ ସେନାମାନେ କେଉଁ ଆଧାରରେ ଯୁଦ୍ଧକ୍ଷେତ୍ରରେ ବିଜୟୀ ହୋଇଥାନ୍ତି ? ତୁମମାନଙ୍କର ବିଜୟର ନାଗରା କେତେବେଳେ ବାଜିବ ?

ଉତ୍ତର:- ସ୍ଥୁଳ ସୈନିକମାନେ ଯେତେବେଳେ ଯୁଦ୍ଧକ୍ଷେତ୍ରକୁ ଯାଆନ୍ତି ସେମାନେ ଗୋଟିଏ ଆଦେଶ ପାଇବା ମାତ୍ରକେ ଚାରିଆଡୁ ଗୁଳି ଚଳାଇବା ଆରମ୍ଭ କରିଦିଅନ୍ତି । ଏକ ସମୟରେ, ଗୋଟିଏ ଆଦେଶରେ ଚାରିଆଡୁ ଘେରାଉ କରିଦିଅନ୍ତି ସେଥିପାଇଁ ବିଜୟୀ ହୋଇଯାଆନ୍ତି । ସେହିପରି ଆତ୍ମିକ ସେନାମାନେ ଯେତେବେଳେ ସଂଗଠିତ ରୂପରେ, ଗୋଟିଏ ମାତ୍ର ଇଙ୍ଗିତରେ ଏବଂ ଗୋଟିଏ ସେକେଣ୍ଡରେ ସମସ୍ତେ ଏକରସ ସ୍ଥିତିରେ ସ୍ଥିତ ହୋଇଯିବେ ସେତେବେଳେ ଯାଇ ବିଜୟର ନାଗରା ବାଜିବ ।

ପ୍ରଶ୍ନ:- ବାବାଙ୍କର କେଉଁ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସଦା ପ୍ରସ୍ତୁତ ରହିବାକୁ ହେବ, ଯାହା ଦ୍ୱାରା ଏହି କଳିଯୁଗୀ ପର୍ବତ ଉଠିଯିବ ?

ଉତ୍ତର:- ବାବା ଏହି ଆଦେଶ ଦେବେ ଯେ ଗୋଟିଏ ସେକେଣ୍ଡ ଭିତରେ ସମସ୍ତେ ଏକରସ ସ୍ଥିତିରେ ସ୍ଥିତ ହୋଇଯାଅ । ଯେତେବେଳେ ସମସ୍ତଙ୍କର ସବୁ ସଂକଳ୍ପ ଗୋଟିଏ ହିଁ ସଂକଳ୍ପରେ ସମାହିତ ହୋଇଯିବ ତେବେ ଯାଇ ଏହି କଳିଯୁଗୀ ପର୍ବତ ଉଠିବ । ସେହି ଗୋଟିଏ ସେକେଣ୍ଡ ହିଁ ସଦାକାଳର ସେକେଣ୍ଡ ଅଟେ । ଏମିତି ନୁହେଁ ଯେ ଗୋଟିଏ ସେକେଣ୍ଡ ପାଇଁ ସ୍ଥିତ ହୋଇଯିବ ପୁଣି ତଳକୁ ଆସିଯିବ ।

ପ୍ରଶ୍ନ:- ପ୍ରତ୍ୟେକ ବ୍ରାହ୍ମଣ ପିଲାମାନଙ୍କ ଉପରେ କେଉଁ ଦାୟିତ୍ୱ ରହିଛି ?

ଉତ୍ତର:- ସାରା ସଂଗଠନକୁ ଏକରସ ସ୍ଥିତିରେ ସ୍ଥିତ କରାଇବାରେ ସହଯୋଗୀ ହେବା -- ଏହି ଦାୟିତ୍ୱ ସମସ୍ତଙ୍କର ଅଟେ । ଯେପରି ଅଜ୍ଞାନୀ ଆତ୍ମାମାନଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରିବା ପାଇଁ ସର୍ବଦା ଶୁଭଭାବନା ବା କଲ୍ୟାଣର ଭାବନା ରଖିବା ସହିତ ଚେଷ୍ଟା ମଧ୍ୟ କରୁଛ, ସେହିପରି ନିଜର ଏହି ଦୈବୀ ସଂଗଠନକୁ ମଧ୍ୟ ଏକରସ ସ୍ଥିତିରେ ସ୍ଥିତ କରାଇବା ପାଇଁ ବା ସଂଗଠନର ଶକ୍ତିକୁ ବଢାଇବା ପାଇଁ ପରସ୍ପର ପ୍ରତି ଭିନ୍ନ ଭିନ୍ନ ରୂପରେ ଚେଷ୍ଟା କର । ଏଥିପାଇଁ ଯୋଜନା ପ୍ରସ୍ତୁତ କର । ଏମିତି ନୁହେଁ ଯେ ଖୁସି ହୋଇଯାଅ ଯେ ମୁଁ ତ ନିଜ ହିସାବରେ ଠିକ୍ ହିଁ ଅଛି ।

ପ୍ରଶ୍ନ:- ପରମାତ୍ମ ଜ୍ଞାନର ବିଶେଷତ୍ୱ କଣ ?

ଉତ୍ତର:- ସଂଗଠନ ଶକ୍ତି ହିଁ ଏହି ପରମାତ୍ମ ଜ୍ଞାନର ବିଶେଷତ୍ୱ ଅଟେ । ତୁମମାନଙ୍କର ଏହି ବ୍ରାହ୍ମଣ ସଂଗଠନର ବିଶେଷତ୍ୱ ଦେବତା ରୂପରେ ବାସ୍ତବିକ ଭାବରେ ଏକ ଧର୍ମ, ଏକ ରାଜ୍ୟ, ଏକମତ ରୂପରେ ପ୍ରଚଳିତ ହେଉଛି ।

ପ୍ରଶ୍ନ:- କେଉଁ ଗୋଟିଏ କଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହିଁ ସମ୍ପୂର୍ଣ୍ଣତାକୁ ନିକଟକୁ ଆଣିବ?

ଉତ୍ତର:- ସମସ୍ତଙ୍କ ଭିତରେ ଦେହ-ଅଭିମାନ ରୂପରେ ଯେଉଁ ମୂଳ ସଂସ୍କାର ରହିଛି, ଯାହାକୁ ତୁମେମାନେ ନେଚର ବା ସ୍ୱଭାବ ବୋଲି କହୁଛ, ସେହି ସଂସ୍କାର ଯେତେବେଳେ ଅଂଶ ମାତ୍ରରେ ମଧ୍ୟ ନରହିବ । ନିଜର ଏହି ସବୁ ସଂସ୍କାରକୁ ପରିବର୍ତ୍ତନ କରି ବାପଦାଦାଙ୍କର ସଂସ୍କାରକୁ ଧାରଣ କରିବା ହିଁ ହେଉଛି ଶେଷ ପୁରୁଷାର୍ଥ ।

ପ୍ରଶ୍ନ:- ବାପଦାଦାଙ୍କର ପ୍ରତ୍ୟକ୍ଷତା କେଉଁ ଆଧାରରେ ହେବ ?

ଉତ୍ତର:- ଯେତେବେଳେ ପ୍ରତ୍ୟେକ ସନ୍ତାନ ଭିତରେ ବାପଦାଦାଙ୍କର ସଂସ୍କାର ଦେଖାଯିବ । ସେଥିପାଇଁ ବାପଦାଦାଙ୍କର ସଂସ୍କାରକୁ କପି କରି ତାଙ୍କ ସମାନ ହୋଇଯାଅ ତେବେ ସମୟ ଏବଂ ଶକ୍ତି ସଞ୍ଚୟ ହୋଇଯିବ ଏବଂ ସାରା ବିଶ୍ୱରେ ବାପଦାଦାଙ୍କୁ ସହଜରେ ପ୍ରତ୍ୟକ୍ଷ କରିପାରିବ । ଭକ୍ତିମାର୍ଗରେ ତ କେବଳ ଗାୟନ ରହିଛି ଯେ ଯେଉଁଠି ଦେଖୁଛି ସେଠାରେ ତୁମେ ହିଁ ଦେଖାଯାଉଛ, କିନ୍ତୁ ଏଠାରେ ବାସ୍ତବିକ ରୂପରେ ଯେଉଁଆଡେ ବି ଦେଖିବେ, ଯାହାକୁ ବି ଦେଖିବେ ତାଙ୍କ ଭିତରେ ବାପଦାଦାଙ୍କର ସଂସ୍କାର ହିଁ ଦେଖାଯାଉ ।

ରଦାନ:-
ରୋବ୍ ଅର୍ଥାତ୍ ଅନ୍ୟ ଉପରେ ମାଲିକ ପଣିଆ ଦେଖାଇବାର ଅଂଶମାତ୍ରକୁ ମଧ୍ୟ ତ୍ୟାଗ କରି ସ୍ୱମାନଧାରୀ ପୂଣ୍ୟ ଆତ୍ମା ହୁଅ ।

ସ୍ୱମାନଧାରୀ ପିଲାମାନେ ସମସ୍ତଙ୍କୁ ସମ୍ମାନ ଦେଉଥିବା ଦାତା ହୋଇଥାନ୍ତି । ଦାତା ଅର୍ଥାତ୍ ଦୟାଶୀଳ । ସେମାନଙ୍କ ଭିତରେ କେବେ ବି କୌଣସି ଆତ୍ମା ପ୍ରତି ସଂକଳ୍ପ ମାତ୍ରରେ ମଧ୍ୟ ମାଲିକ ପଣିଆର ଭାବନା ନଥାଏ । ଇଏ ଏମିତି କାହିଁକି କରୁଛି ? ଏମିତି କରିବା ଉଚିତ୍ ନୁହେଁ, ଏମିତି ହେବା ଉଚିତ୍ ନୁହେଁ । ଜ୍ଞାନ କଣ ଏହିଭଳି କହୁଛି.... ଏହା ମଧ୍ୟ ସୂକ୍ଷ୍ମ ରୂପରେ ମାଲିକ ପଣିଆର ଅଂଶ । କିନ୍ତୁ ସ୍ୱମାନଧାରୀ ପୂଣ୍ୟ ଆତ୍ମାମାନେ ଖସି ପଡିଥିବା ଆତ୍ମାକୁ ଉପରକୁ ଉଠାଇବେ, ସହଯୋଗୀ କରିବେ, ସେମାନେ କେବେହେଲେ ଏଭଳି ସଂକଳ୍ପ ମଧ୍ୟ କରିପାରିବେ ନାହିଁ ଯେ ଇଏ ତ ନିଜର କର୍ମର ଫଳ ଭୋଗ କରୁଛି, ଯେମିତି କରିବ-ସେମିତି ପାଇବ.... ଏମାନଙ୍କୁ ତ ତଳକୁ ଖସିବା ହିଁ ଦରକାର..... ଏଭଳି ସଂକଳ୍ପ ତୁମମାନଙ୍କର ହୋଇପାରିବ ନାହିଁ ।

ସ୍ଲୋଗାନ:-
ସନ୍ତୁଷ୍ଟତା ଏବଂ ପ୍ରସନ୍ନତାର ବିଶେଷତା ହିଁ ଉଡିବା ସ୍ଥିତିର ଅନୁଭବ କରାଇଥାଏ ।