13.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଆସିଛନ୍ତି ତୁମମାନଙ୍କୁ ଘରର ରାସ୍ତା ଦେଖାଇବା ପାଇଁ, ଯଦି ତୁମେ ଆତ୍ମ-ଅଭିମାନୀ ହୋଇ ରହିବ ତେବେ ଏହି ରାସ୍ତାକୁ ସହଜରେ ଦେଖିପାରିବ ।

ପ୍ରଶ୍ନ:-
ସଙ୍ଗମ ଯୁଗରେ ଏପରି କେଉଁ ଜ୍ଞାନ ମିଳିଛି, ଯାହାଦ୍ୱାରା ସତ୍ୟଯୁଗୀ ଦେବତାମାନଙ୍କୁ ମୋହଜିତ୍ କୁହାଯିବ ?

ଉତ୍ତର:-
ସଙ୍ଗମରେ ବାବା ତୁମମାନଙ୍କୁ ଅମର କଥା ଶୁଣାଇ ଅମର ଆତ୍ମାର ଜ୍ଞାନ ଦେଇଛନ୍ତି । ତୁମକୁ ଜ୍ଞାନ ମିଳିଲା ଯେ ଏହା ହେଉଛି ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା, ଏଥିରେ ପ୍ରତ୍ୟେକ ଆତ୍ମା ନିଜ-ନିଜର ଅଭିନୟ କରୁଛନ୍ତି । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି, ଏଥିରେ କାନ୍ଦିବାର କୌଣସି କଥା ନାହିଁ । ଏହି ଜ୍ଞାନ ଦ୍ୱାରା ହିଁ ସତ୍ୟଯୁଗୀ ଦେବତାମାନଙ୍କୁ ମୋହଜିତ୍ କୁହାଯାଉଛି । ସେଠାରେ ମୃତ୍ୟୁର ନାମ ନାହିଁ । ଖୁସି-ଖୁସିରେ ପୁରୁଣା ଶରୀର ଛାଡି ନୂଆ ଧାରଣ କରନ୍ତି ।

ଗୀତ:-
ନୟନ ହୀନକୁ ରାସ୍ତା ଦେଖାଅ ପ୍ରଭୂ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କ ପ୍ରତି ବାବା କହୁଛନ୍ତି ମୁଁ ତୁମକୁ ରାସ୍ତା ତ ଦେଖାଉଛି କିନ୍ତୁ ପ୍ରଥମେ ଆତ୍ମା ନିଶ୍ଚୟ କରି ବସ । ଦେହୀ-ଅଭିମାନୀ ହୋଇ ବସିଲେ ବହୁତ ସହଜଭାବେ ରାସ୍ତା ଦେଖାଯିବ । ଭକ୍ତିମାର୍ଗରେ ଅଧାକଳ୍ପ ଭ୍ରମିତ ହୋଇଛ । ଭକ୍ତି ମାର୍ଗର ଅନେକ ସାମଗ୍ରୀ ରହିଛି । ଏବେ ବାବା ବୁଝାଇଛନ୍ତି ଯେ ଅବିନାଶୀ ପିତା ଜଣେ ହିଁ ଅଟନ୍ତି । ବାବା କହୁଛନ୍ତି ମୁଁ ତୁମକୁ ରାସ୍ତା ଦେଖାଉଛି । ଦୁନିଆର ଲୋକମାନଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ଈଶ୍ୱର କେଉଁ ରାସ୍ତା ଦେଖାଉଛନ୍ତି । ମୁକ୍ତି-ଜୀବନମୁକ୍ତି ଅଥବା ଗତି-ସଦଗତିର ରାସ୍ତା ଦେଖାଉଛନ୍ତି । ଶାନ୍ତିଧାମକୁ ମୁକ୍ତି କୁହାଯାଏ । ଆତ୍ମା ଶରୀର ବିନା କିଛି ବି ଶବ୍ଦ କହିପାରିବ ନାହିଁ । କର୍ମେନ୍ଦ୍ରିୟ ଦ୍ୱାରା ହିଁ ଶବ୍ଦ ଉଚ୍ଚାରିତ ହୋଇଥାଏ, ମୁଖ ଦ୍ୱାରା ଶବ୍ଦ ଉଚ୍ଚାରିତ ହୁଏ । ମୁଖ ନଥିଲେ ଶବ୍ଦ କେଉଁଠାରୁ ଆସିବ । କର୍ମ କରିବା ପାଇଁ ଆତ୍ମାକୁ ଏହି ଅଙ୍ଗ ପ୍ରତ୍ୟଙ୍ଗ ମିଳିଛି । ତୁମେ ରାବଣ ରାଜ୍ୟରେ ବିକର୍ମ କରିଥାଅ । ବିକର୍ମ ଅଥବା ଛି-ଛି କର୍ମ । ସତ୍ୟଯୁଗରେ ରାବଣ ନଥାଏ । ତେଣୁ କର୍ମ ଅକର୍ମ ହୋଇଯାଏ । ସେଠାରେ ୫ ବିକାର ନଥାଏ । ତାହାକୁ ସ୍ୱର୍ଗ କୁହାଯାଏ । ଭାରତବାସୀ ପ୍ରଥମେ ସ୍ୱର୍ଗବାସୀ ଥିଲେ, ଏବେ ପୁଣି ନର୍କବାସୀ କୁହାଯିବ । ସମସ୍ତେ ବିଷୟ ବୈତରଣୀ ନଦୀରେ ଉବୁଟୁବୁ ହେଉଛନ୍ତି । ଜଣେ-ଅନ୍ୟଜଣଙ୍କୁ ଦୁଃଖ ଦେଉଛନ୍ତି । ବର୍ତ୍ତମାନ କହୁଛନ୍ତି, ବାବା, ଏପରି ଜାଗାକୁ ନେଇ ଚାଲ, ଯେଉଁଠି ଦୁଃଖର ନାମ ମଧ୍ୟ ରହିବ ନାହିଁ । ଯେତେବେଳେ ଭାରତ ସ୍ୱର୍ଗ ଥିଲା, ସେତେବେଳେ ଦୁଃଖର ନାମ ହିଁ ନଥିଲା । ଆମେ ସ୍ୱର୍ଗରୁ ନର୍କକୁ ଆସିଗଲେ ଏବେ ପୁନର୍ବାର ସ୍ୱର୍ଗକୁ ଯିବାର ଅଛି । ଏହା ହେଉଛି ଖେଳ । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଏହା ହେଉଛି ପ୍ରକୃତ ସତ୍ସଙ୍ଗ ଏଇଠି ତୁମେ ସତ୍ୟ ପିତାଙ୍କୁ ମନେପକାଉଛ, ସିଏ ହିଁ ସର୍ବୋଚ୍ଚ ଭଗବାନ ଅଟନ୍ତି । ବାବା ହେଉଛନ୍ତି ରଚୟିତା, ତାଙ୍କ ଠାରୁ ସମ୍ପତ୍ତି ମିଳୁଛି । ବାବା ହିଁ ପିଲାମାନଙ୍କୁ ସମ୍ପତ୍ତି ଦେବେ ନା । ଲୌକିକ ପିତା ଥିବା ସତ୍ତ୍ୱେ ମଧ୍ୟ ସମସ୍ତେ ହେ ଭଗବାନ, ହେ ପରମପିତା ପରମାତ୍ମା ଦୟାକର, ଏଭଳି ସ୍ମରଣ କରିଥାଆନ୍ତି । ଭକ୍ତିମାର୍ଗରେ ଧକ୍କା ଖାଇ-ଖାଇ ଦୁଃଖୀ ହୋଇଯାଇଛନ୍ତି । କହନ୍ତି ଯେ ହେ ପ୍ରଭୁ, ଆମକୁ ସୁଖ-ଶାନ୍ତିର ସମ୍ପତ୍ତି ଦିଅନ୍ତୁ । ଏହା ତ କେବଳ ବାବା ହିଁ ଦେଇ ପାରିବେ, ତାହା ପୁଣି ୨୧ ଜନ୍ମ ପାଇଁ । ହିସାବ କରିବା ଉଚିତ୍ ନା । ସତ୍ୟଯୁଗରେ ଏମାନଙ୍କର ଯେବେ ରାଜ୍ୟ ଥିଲା, ସେତେବେଳେ ନିଶ୍ଚୟ କମ୍ ମନୁଷ୍ୟ ଥିବେ । ଏକ ଧର୍ମ ଥିଲା, ଏକ ହିଁ ରାଜ୍ୟ ଥିଲା । ତାକୁ ହିଁ ସ୍ୱର୍ଗ ବା ସୁଖଧାମ କୁହାଯାଏ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ, ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯିବ । ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ-ରଜୋ-ତମୋ ହୋଇଥାଏ । ଛୋଟ ପିଲାମାନଙ୍କୁ ସତ୍ତ୍ୱପ୍ରଧାନ କୁହାଯିବ । ଛୋଟ ପିଲାମାନଙ୍କୁ ମହାତ୍ମାଙ୍କ ଠାରୁ ଶ୍ରେଷ୍ଠ ବୋଲି କୁହାଯାଏ । ମହାତ୍ମାମାନେ ତ ଜନ୍ମ ନେଇ ପୁଣି ବଡ ହେବା ପରେ ବିକାରର ଅନୁଭବ କରି ଘରଦ୍ୱାର ଛାଡି ଚାଲିଯାଆନ୍ତି । ଛୋଟ ପିଲାମାନଙ୍କୁ ତ ବିକାର କଣ ଜଣା ନ ଥାଏ ତେଣୁ ସେମାନେ ନିଷ୍ପାପ ହୋଇଥାନ୍ତି । ତେଣୁ ମହାତ୍ମାମାନଙ୍କୁ ଠାରୁ ମଧ୍ୟ ସେମାନଙ୍କୁ ଶ୍ରେଷ୍ଠ କୁହାଯାଏ । ଦେବତାମାନଙ୍କର ମହିମା ଗାନ କରନ୍ତି, ସର୍ବଗୁଣ ସମ୍ପନ୍ନ... ସାଧୁମାନଙ୍କର ଏପରି ମହିମା କେବେ କରାଯାଏ ନାହିଁ । ବାବା ହିଂସା ଏବଂ ଅହିଂସାର ଅର୍ଥ ବୁଝାଇଛନ୍ତି । କାହାକୁ ମାରିବା, ଏହାକୁ ହିଂସା କୁହାଯାଏ । ବିକାରଗ୍ରସ୍ଥ ହେବା ଏହା ହେଉଛି ସବୁଠାରୁ ବଡ ହିଂସା । ଦେବତାମାନେ ହିଂସକ ନୁହନ୍ତି । ସେମାନେ କାମ ବିକାରର ଅଧିନ ହୁଅନ୍ତି ନାହିଁ । ବାବା କହୁଛନ୍ତି, ତୁମ୍ଭମାନଙ୍କୁ ମନୁଷ୍ୟରୁ ଦେବତା କରିବା ପାଇଁ ବର୍ତ୍ତମାନ ମୁଁ ଆସିଛି । ସତ୍ୟଯୁଗରେ ଦେବତା ଥାଆନ୍ତି । ଏଇଠି କେହି ବି ନିଜକୁ ଦେବତା କହି ପାରିବେ ନାହିଁ । ନିଜକୁ ଭାବିଥାନ୍ତି ଯେ ଆମେ ହେଉଛୁ ପାପୀ, ନୀଚ, ବିକାରୀ । ତେବେ ନିଜକୁ ଦେବତା କିପରି କହିପାରିବେ ? ତେଣୁ ତ ହିନ୍ଦୁ ଧର୍ମ କହି ଦେଇଛନ୍ତି । ବାସ୍ତବରେ ସତ୍ୟଯୁଗରେ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଥିଲା । ହିନ୍ଦୁ ଅକ୍ଷର ତ ହିନ୍ଦୁସ୍ଥାନ ଶବ୍ଦରୁ ବାହାର କରିଛନ୍ତି । ସେମାନେ ପୁଣି ହିନ୍ଦୁ ଧର୍ମ କହିଦେଇଛନ୍ତି । ତୁମେ ଯଦି କହିବ, ଆମେ ଦେବତା ଧର୍ମର, ତେବେ ମଧ୍ୟ ହିନ୍ଦୁ ତାଲିକାରେ ଲେଖିଦେବେ । କହିବେ, ଆମ ତାଲିକାରେ ହିନ୍ଦୁଧର୍ମ ଅଛି ଦେବତା ଧର୍ମ ନାହିଁ । ପତିତ ହେବା କାରଣରୁ ନିଜକୁ ଦେବତା କହି ପାରନ୍ତି ନାହିଁ ।

ଏବେ ତୁମେ ଜାଣୁଛ ଯେ ଆମେ ପୂଜ୍ୟ ଥିଲୁ, ବର୍ତ୍ତମାନ ପୁଜାରୀ ହୋଇଛୁ । ପୂଜା ମଧ୍ୟ ପ୍ରଥମେ ଶିବଙ୍କର ହିଁ କରାଯାଏ, ପୁଣି ପୂଜାରୀମାନେ ବ୍ୟଭିଚାରୀ ହୋଇଯାଆନ୍ତି । ଏକମାତ୍ର ବାବାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ । ଦେବୀ ତ ଅନେକ ପ୍ରକାରର ଅଛନ୍ତି । ତାଙ୍କଠାରୁ କୌଣସି ସମ୍ପତ୍ତି ମିଳେ ନାହିଁ । ଏହି ବ୍ରହ୍ମାଙ୍କ ଠାରୁ ମଧ୍ୟ ତୁମକୁ ସମ୍ପତ୍ତି ମିଳେ ନାହିଁ । ଜଣେ ହେଉଛନ୍ତି ନିରାକାରୀ ପିତା, ଅନ୍ୟ ଜଣେ ଶରୀରଧାରୀ ପିତା । ସାକାରୀ ପିତା ଥାଇ ମଧ୍ୟ ହେ ଭଗବାନ, ହେ ପରମପିତା କହିଥାଆନ୍ତି । ଲୌକିକ ପିତାଙ୍କୁ ଏପରି କହିବେ ନାହିଁ । ପିତାଙ୍କ ଠାରୁ ସମ୍ପତ୍ତି ମିଳେ । ପତି ଓ ପତ୍ନୀ ହାଫ୍ ପାର୍ଟନର ଅର୍ଥାତ୍ ଅଧା ଭାଗୀଦାର ଅଟନ୍ତି ତେଣୁ ତାଙ୍କୁ ଅଧା ଭାଗ ମିଳିବା ଉଚିତ୍ । ପ୍ରଥମେ ଅଧା ଅଲଗା କରି ପତ୍ନୀକୁ ଦେବା ପରେ ବାକି ଅଧା ଅଂଶ ପିଲାମାନଙ୍କୁ ଦେବା ଉଚିତ୍ । କିନ୍ତୁ ଆଜିକାଲି ପିଲାମାନଙ୍କୁ ସମସ୍ତ ସମ୍ପତ୍ତି ଦେଇ ଦେଉଛନ୍ତି । କେତେକଙ୍କର ପିଲାମାନଙ୍କ ପ୍ରତି ବହୁତ ମୋହ ଥାଏ, ଭାବନ୍ତି ଯେ ଆମେ ମରିଗଲା ପରେ ସନ୍ତାନ ହିଁ ହକ୍ଦାର ହେବ । ଆଜିକାଲିର ପିଲାମାନେ ବାପା ଚାଲି ଗଲା ପରେ ମାକୁ ପଚାରୁ ନାହାଁନ୍ତି । କେତେକ ମାତୃ ସ୍ନେହୀ ଅଛନ୍ତି, ଆଉ କେହି ପୁଣି ମାତୃ ଦ୍ରୋହୀ ମଧ୍ୟ ହୋଇଥାନ୍ତି । ଆଜିକାଲି ଅଧିକାଂଶ ସନ୍ତାନ ମାତୃଦ୍ରୋହୀ ହେଉଛନ୍ତି । ସବୁ ପଇସା ଫାଲତୁ ଖର୍ଚ୍ଚ କରି ଉଡାଇ ଦେଇଛନ୍ତି । ଧର୍ମ ସନ୍ତାନମାନେ ମଧ୍ୟ କେତେକ ଏପରି ଅଛନ୍ତି ଯିଏକି ମାତାପିତାଙ୍କୁ ବହୁତ ହାଇରାଣ କରନ୍ତି । ଏବେ ପିଲାମାନେ ଗୀତ ଶୁଣିଲେ, କହୁଛନ୍ତି ବାବା ଆମକୁ ସୁଖର ରାସ୍ତା ଦେଖାଅ, ଯେଉଁଠି ସୁଖ ଅଛି । ରାବଣ ରାଜ୍ୟରେ ତ ସୁଖ ହୋଇ ପାରିବ ନାହିଁ । ଭକ୍ତିମାର୍ଗରେ ଏତିକି ବି ବୁଝି ପାରୁନାହାନ୍ତି ଯେ ଶିବ ଅଲଗା, ଶଙ୍କର ଅଲଗା । ବାସ୍ ମୁଣ୍ଡ ପିଟୁଥାଅ, ଶାସ୍ତ୍ର ପଢୁଥାଅ । ଆଚ୍ଛା, ଏଥିରୁ କଣ ମିଳିବ, କିଛି ହେଲେ ଜଣା ନାହିଁ । ଏକମାତ୍ର ବାବା ହିଁ ସମସ୍ତଙ୍କର ସୁଖର ଦାତା, ଶାନ୍ତିର ଦାତା ଅଟନ୍ତି । ସତ୍ୟଯୁଗରେ ସୁଖ ମଧ୍ୟ ଅଛି ଆଉ ଶାନ୍ତି ମଧ୍ୟ ଅଛି । ଭାରତରେ ସୁଖ-ଶାନ୍ତି ଥିଲା, ଏବେ ନାହିଁ । ତେଣୁ ଭକ୍ତି କରି ଦ୍ୱାର-ଦ୍ୱାର ଭ୍ରମିତ ହେଉଛୁ । ଏବେ ତୁମେ ଜାଣିଛ ଯେ ଶାନ୍ତିଧାମ, ସୁଖଧାମକୁ ଏକମାତ୍ର ବାବା ହିଁ ନେଇଯାଉଛନ୍ତି । ବାବା ଆମେ କେବଳ ଆପଣଙ୍କୁ ମନେପକାଇବୁ, ଆପଣଙ୍କ ଠାରୁ ସମ୍ପତ୍ତି ନେବୁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି ଯିବାର ଅଛି । ଏକା ବାବାଙ୍କୁ ହିଁ ମନେ ପକାଇବାର ଅଛି । ଆତ୍ମାକୁ ଏଇଠାରେ ହିଁ ପବିତ୍ର ହେବାର ଅଛି । ଯୋଗଯୁକ୍ତ ନ ହେଲେ ଦଣ୍ଡ ଭୋଗିବାକୁ ପଡିବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେଣୁ ବାବା କହୁଛନ୍ତି ଯୋଗର ମେହେନତ କର । ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆଉ କୌଣସି ସତସଙ୍ଗ ଆଦିରେ ଏପରି ନାହିଁ ଯେଉଁଠାରେ କହିବେ - ହେ ଆତ୍ମିକ ସନ୍ତାନମାନେ । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯାହାକି ଆତ୍ମିକ ପିତାଙ୍କ ଠାରୁ ରୁହାନୀ ସନ୍ତାନମାନଙ୍କୁ ମିଳୁଛି । ରୁହ ଅର୍ଥାତ ନିରାକାର ଆତ୍ମା । ଶିବ ମଧ୍ୟ ନିରାକାର ଅଟନ୍ତି ନା । ତୁମର ଆତ୍ମା ମଧ୍ୟ ବିନ୍ଦୁ, ବହୁତ ଛୋଟ । ଦିବ୍ୟ ଦୃଷ୍ଟି ବିନା ଆତ୍ମାକୁ କେହି ଦେଖି ପାରିବେ ନାହିଁ । ଦିବ୍ୟ ଦୃଷ୍ଟି ବାବା ହିଁ ଦିଅନ୍ତି । ଭକ୍ତମାନେ ବସି ହନୁମାନ, ଗଣେଶ ଆଦିଙ୍କର ପୂଜା କରନ୍ତି, ତେବେ ବର୍ତ୍ତମାନ ତାଙ୍କର ସାକ୍ଷାତ୍କାର କିପରି ହେବ । ବାବା କହୁଛନ୍ତି ମୁଁ ହେଉଛି ଦିବ୍ୟ ଦୃଷ୍ଟିଦାତା । ଯିଏ ବହୁତ ଭକ୍ତି କରନ୍ତି, ସେମାନଙ୍କୁ ମୁଁ ହିଁ ସାକ୍ଷାତ୍କାର କରାଇଥାଏ । କିନ୍ତୁ ଏଥିରେ ଫାଇଦା କିଛି ବି ହୁଏ ନାହିଁ । କେବଳ ଖୁସି ହୋଇଯାଆନ୍ତି । ପୁଣି ପାପ କରିଥାନ୍ତି । କିଛି ବି ତ ମିଳେ ନାହିଁ । ପାଠ ପଢା ବିନା କଣ କିଛି ହୋଇପାରିବ । ଦେବତାମାନେ ସର୍ବଗୁଣ ସମ୍ପନ୍ନ... । ତୁମେ ମଧ୍ୟ ଏହିପରି ହୁଅ ଆଉ ସବୁ ଭକ୍ତିମାର୍ଗର ସାକ୍ଷାତ୍କାର । ବାସ୍ତବରେ କୃଷ୍ଣଙ୍କ ସହିତ ଝୁଲିବା, ସ୍ୱର୍ଗରେ ତାଙ୍କ ସହିତ ରହିବା ଏହା ତ ପାଠପଢା ଉପରେ ନିର୍ଭର କରେ । ଯେତିକି ଶ୍ରୀମତରେ ଚାଲିବ, ସେତିକି ଉଚ୍ଚ ପଦ ପାଇବ । ଭଗବାନଙ୍କର ଶ୍ରୀମତ ବୋଲି ଗାୟନ ଅଛି । କୃଷ୍ଣଙ୍କର ଶ୍ରୀମତ କୁହାଯିବ ନାହିଁ । ପରମପିତା ପରମାତ୍ମାଙ୍କ ଶ୍ରୀମତ ଆଧାରରେ କୃଷ୍ଣଙ୍କ ଆତ୍ମା ଏହି ପଦ ପାଇଛନ୍ତି । ତୁମର ଆତ୍ମା ମଧ୍ୟ ଦେବତା ଧର୍ମରେ ଥିଲା ଅର୍ଥାତ୍ କୃଷ୍ଣଙ୍କ କୁଳରେ ଥିଲା । ଭାରତବାସୀମାନଙ୍କୁ ଏହା ଜଣା ନାହିଁ ଯେ ରାଧା କୃଷ୍ଣଙ୍କର ପରସ୍ପର ମଧ୍ୟରେ କଣ ସମ୍ପର୍କ ଥିଲା । ଦୁଇଜଣ ଅଲଗା-ଅଲଗା ରାଜ୍ୟର ପୁଣି ସ୍ୱଂୟମ୍ବର ପରେ ଲକ୍ଷ୍ମୀ-ନାରାୟଣ ହୋଇଥାନ୍ତି । ଏହି ସବୁ କଥା ବାବା ହିଁ ଆସି ବୁଝାଉଛନ୍ତି । ଏବେ ତୁମେ ସ୍ୱର୍ଗର ରାଜକୁମାର-ରାଜକୁମାରୀ ହେବା ପାଇଁ ପଢୁଛ । ରାଜକୁମାର କୁମାରୀଙ୍କର ଯେତେବେଳେ ସ୍ୱୟଂବର ହୁଏ, ସେତେବେଳେ ନାମ ବଦଳିଯାଏ । ସେଥିପାଇଁ ବାବା ପିଲାମାନଙ୍କୁ ଏହିପରି ଦେବତା କରୁଛନ୍ତି । ଯଦି ବାବାଙ୍କ ଶ୍ରୀମତରେ ଚାଲିବ ତେବେ ତୁମେ ଦେବତା ହେବ । ତୁମେ ହେଉଛ ମୁଖ ବଂଶାବଳୀ, ସେମାନେ ହେଲେ ଗର୍ଭଜାତ ସନ୍ତାନ । ବ୍ରାହ୍ମଣମାନେ ହାତଗଣ୍ଠି ପକାଇଥାନ୍ତି କାମ ଚିତାରେ ବସାଇବା ପାଇଁ । ଏବେ ତୁମେ ସତ୍ୟ ବ୍ରାହ୍ମଣୀ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସାଇବା ପାଇଁ ହସ୍ତଗଣ୍ଠି ବାନ୍ଧୁଛ । ତେଣୁ ବିକାରକୁ ତ୍ୟାଗ କରିବାକୁ ହେବ । ଏଠିକାର ପିଲାମାନେ ତ ଲଢେଇ-ଝଗଡା କରି ପଇସା ଆଦି ସବୁ ବରବାଦ୍ କରିଦେଉଛନ୍ତି । ଆଜିକାଲି ଦୁନିଆରେ ବହୁତ ଭ୍ରଷ୍ଟାଚାର ହୋଇଗଲାଣି । ସବୁଠାରୁ ଖରାପ ବେମାରୀ ହେଉଛି ସିନେମା ଦେଖିବା । ଭଲ ପିଲାମାନେ ମଧ୍ୟ ବାଇସ୍କୋପ ଦେଖିବାକୁ ଯାଇ ଖରାପ ହୋଇଯାଆନ୍ତି । ତେଣୁ ବି.କେ.ମାନଙ୍କୁ ବାଇସ୍କୋପ ଦେଖିବାକୁ ଯିବାକୁ ମନା । ଯିଏ ମଜବୁତ ଅଛନ୍ତି, ସେମାନଙ୍କୁ ବାବା କୁହନ୍ତି ସେଠାରେ ମଧ୍ୟ ତୁମେ ସେବା କର । ତାଙ୍କୁ ବୁଝାଅ ଯେ ଏହା ହେଉଛି ହଦ୍ର ବାଇସ୍କୋପ୍ । ବେହଦର ବାଇସ୍କୋପ ମଧ୍ୟ ଅଛି । ବେହଦର ବାଇସ୍କୋପରୁ ହିଁ ହଦର ଏହି ମିଛ ବାଇସ୍କୋପ୍ ତିଆରି ହୋଇଛି ।

ଏବେ ତୁମ୍ଭମାନଙ୍କୁ ବାବା ବୁଝାଇଛନ୍ତି ଯେ ମୂଳ ବତନ , ଯେଉଁଠି ସବୁ ଆତ୍ମାମାନେ ରହନ୍ତି, ପୁଣି ମଝିରେ ସୂକ୍ଷ୍ମ ବତନ ମଧ୍ୟ ଅଛି । ଏହା ହେଉଛି ସାକାର ବତନ । ସାରା ଖେଳ ଏଠାରେ ହିଁ ଚାଲେ । ଏହି ଚକ୍ର ଘୂରୁ ଥାଏ । ତୁମେ, ବ୍ରାହ୍ମଣସନ୍ତାନମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଛି । ଦେବତାମାନଙ୍କୁ ନୁହେଁ । କିନ୍ତୁ ଏହି ଅଳଂକାର ବ୍ରାହ୍ମଣମାନେ ପୁରୁଷାର୍ଥୀ ହୋଇଥିବାରୁ ତାଙ୍କୁ ଦିଆଯାଏ ନାହିଁ । ଆଜି ଠିକ୍ ଚାଲୁଛନ୍ତି, କାଲି ତଳକୁ ଚାଲିଯାଇଥାନ୍ତି । ତେଣୁ ଦେବତାମାନଙ୍କୁ ଅଳଙ୍କାର ଦେଇ ଦେଇଛନ୍ତି । କୃଷ୍ଣଙ୍କୁ ଦେଖାନ୍ତି ଯେ ସ୍ୱଦର୍ଶନ ଚକ୍ର ଦ୍ୱାରା ଅକାସୁର ବକାସୁର ଆଦିକୁ ମାରିଲେ । ତାଙ୍କୁ ତ ଅହିଂସା ପରୋମ ଧର୍ମ କୁହାଯାଉଛି ପୁଣି ସେ ହିଂସା କିପରି କରିବେ! ଏହା ସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ । ଯେଉଁଠାକୁ ଯାଅ ଶିବଲିଙ୍ଗ ନିଶ୍ଚିତ ଥିବ । କେବଳ ତାଙ୍କର ନାମ ଅଲଗା-ଅଲଗା କରିଦେଇଛନ୍ତି । ମାଟିର ଅନେକ ଦେବୀ ମୂର୍ତ୍ତି ତିଆରି କରନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ସଜାନ୍ତି ତିଆରି କରି ପୂଜା କରନ୍ତି, ପାଳନା କରି ପୁଣି ବୁଡାଇ ଦିଅନ୍ତି । କଣ୍ଢେଇ ପୂଜାରେ କେତେ ପଇସା ଖର୍ଚ୍ଚ କରୁଛନ୍ତି ହେଲେ କିଛି ବି ତ ମିଳିଲା ନାହିଁ । ବାବା ବୁଝାଉଛନ୍ତି, ଏହାସବୁ ପଇସା ବରବାଦ କରିବାର ଭକ୍ତି ଅଟେ, ଯଦ୍ୱାରା ସିଡିରୁ ତଳକୁ ଖସି ଆସିଛନ୍ତି । ବାବା ଆସିଲେ, ତେବେ ସମସ୍ତଙ୍କର ଉନ୍ନତି ହୋଇଥାଏ । ବାବା ସମସ୍ତଙ୍କୁ ଶାନ୍ତିଧାମ-ସୁଖଧାମକୁ ନେଇ ଯାଆନ୍ତି । ଏଠାରେ ପଇସା ବରବାଦ କରିବାର କୌଣସି କଥା ନାହିଁ । ପୁଣି ଭକ୍ତିମାର୍ଗରେ ତୁମେ ପଇସା ବରବାଦ କରି-କରି ଦେବାଳିଆ ହୋଇଯାଇଛ । ସ୍ୱଚ୍ଛଳ ଏବଂ ଦେବାଳିଆ ହେବାର କଥା ବାବା ଆସି ବୁଝାଉଛନ୍ତି । ତୁମେ ଏଇ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟର ଥିଲ ନା । ବର୍ତ୍ତମାନ ତୁମକୁ ନରରୁ ନାରାୟଣ ହେବାର ଶିକ୍ଷା ବାବା ଦେଉଛନ୍ତି । ସେହି ପଣ୍ଡିତମାନେ ତିଜରୀ କଥା ବା ତୃତୀୟ ନେତ୍ରର କଥା, ଅମର କଥା ଶୁଣାନ୍ତି । କିନ୍ତୁ ଏହା ହେଉଛି ପ୍ରକୃତ ତିଜରୀର କଥା, ଯାହା ଦ୍ୱାରା ଆତ୍ମାର ଜ୍ଞାନର ତୃତୀୟ ନେତ୍ର ଖୋଲିଯାଉଛି । ସାରା ଚକ୍ର ବୁଦ୍ଧିରେ ଆସିଯାଉଛି । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଅମରକଥା ମଧ୍ୟ ଶୁଣୁଛ । ଅମର ବାବା ତୁମକୁ କଥା ଶୁଣାଉଛନ୍ତି, ଅମରପୁରୀର ମାଲିକ କରାଉଛନ୍ତି । ଅମରପୁରୀରେ ତୁମର କେବେ ବି ମୃତ୍ୟୁ ହୁଏ ନାହିଁ । ଏଇଠି ତ ମନୁଷ୍ୟମାନଙ୍କୁ କେତେ କାଳର ଭୟ ରହୁଛି । ସେଠାରେ ଡରିବା, କାନ୍ଦିବାର କୌଣସି କଥା ନାହିଁ । ଖୁସିରେ ପୁରୁଣା ଶରୀର ଛାଡି ନୂଆ ନିଅନ୍ତି । ଏଠାରେ ଦେହତ୍ୟାଗ କଲେ ମନୁଷ୍ୟ କେତେ କାନ୍ଦନ୍ତି । ଏହା ହେଉଛି କାନ୍ଦିବାର ଦୁନିଆ । ବାବା କହୁଛନ୍ତି ଏହା ହେଉଛି ପୂର୍ବ-ନିର୍ମିତ ଡ୍ରାମା । ପ୍ରତ୍ୟେକ ଆତ୍ମା ନିଜ-ନିଜର ଅଭିନୟ କରୁଛନ୍ତି । ଏଇ ଦେବତାମାନେ ତ ମୋହଜିତ୍ ଅଟନ୍ତି ନା । ଏଇ ଦୁନିଆରେ ତ ଅନେକ ଗୁରୁ ଅଛନ୍ତି, ଯାହାଙ୍କ ଠାରୁ ଅନେକ ମତ ମିଳୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ-ନିଜର ମତ ଥାଏ । ସନ୍ତୋଷୀ ଦେବୀ ଅଛନ୍ତି, ଯାହାଙ୍କର ପୂଜା ହୁଏ । ତେବେ ସନ୍ତୋଷୀ ଦେବୀ ତ ସତ୍ୟଯୁଗରେ ହେବେ, ଏଇଠି କୁଆଡୁ ଆସିବେ । ସତ୍ୟଯୁଗରେ ଦେବତାମାନେ ସର୍ବଦା ସନ୍ତୁଷ୍ଟ ଥାଆନ୍ତି । ଏଠାରେ କିଛି ନା କିଛି ଆଶା ରହେ । ସେଠାରେ କୌଣସି ଆଶା ନଥାଏ । ବାବା ସମସ୍ତଙ୍କୁ ସନ୍ତୁଷ୍ଟ କରିଦେଉଛନ୍ତି । ତୁମେ ପଦମ୍ପତି ହୋଇଯାଉଛ । କୌଣସି ଅପ୍ରାପ୍ତ ବସ୍ତୁ ନଥାଏ, ଯାହାର ପ୍ରାପ୍ତି ପାଇଁ ଚିନ୍ତା ହେବ । ସେଠାରେ ଚିନ୍ତା ନଥାଏ । ବାବା କହୁଛନ୍ତି, ମୁଁ ହେଉଛି ସମସ୍ତଙ୍କର ସଦଗତି ଦାତା । ତୁମ୍ଭମାନଙ୍କୁ ୨୧ ଜନ୍ମ ପାଇଁ ଖୁସି ହିଁ ଖୁସି ଦେଉଛି । ଏପରି ବାବାଙ୍କୁ ନିଶ୍ଚିତ ମନେପକାଇବା ଉଚିତ୍ । ବାବାଙ୍କ ସ୍ମୃତିରେ ହିଁ ତୁମର ପାପ ଭଷ୍ମ ହେବ ଆଉ ତୁମେ ସତ୍ତ୍ୱପ୍ରଧାନ ହୋଇ ଯିବ । ଏହା ହେଉଛି ବୁଦ୍ଧିର କଥା । ଯେତେ ଅନ୍ୟମାନଙ୍କୁ ବୁଝାଇବ, ସେତେ ତୁମର ପ୍ରଜା ତିଆରି ହେବେ ଆଉ ତୁମେ ଉଚ୍ଚ ପଦ ପାଇବ । ଏହା କୌଣସି ସାଧୁମାନଙ୍କର କଥା ନୁହେଁ । ଏକଥା ଭଗବାନ ବସି ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି । ବର୍ତ୍ତମାନ ତୁମେ ସନ୍ତୁଷ୍ଟ ଦେବୀ-ଦେବତା ହେଉଛ । ଏବେ ତୁମକୁ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା ମଧ୍ୟ କରିବାକୁ ହେବ କାହିଁକିନା ତୁମକୁ ପବିତ୍ର ଦୁନିଆକୁ ଯିବାର ଅଛି, ତେଣୁ କେବେହେଲେ ପତିତ ହେବାର ନାହିଁ । ବାବା ହିଁ ଏହି ବ୍ରତ ଶିଖାଇଛନ୍ତି । ମନୁଷ୍ୟମାନେ ତ ଅନେକ ପ୍ରକାରର ବ୍ରତ ତିଆରି କରିଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କ ମତରେ ଚାଲି ସର୍ବଦା ସନ୍ତୁଷ୍ଟ ରହି ସନ୍ତୋଷୀ ଦେବୀ ହେବାର ଅଛି । ଏଠାରେ କୌଣସି ଆଶା ରଖିବାର ନାହିଁ । ବାବାଙ୍କ ଠାରୁ ସର୍ବ ପ୍ରାପ୍ତି କରି ପଦ୍ମପତି ହେବାର ଅଛି ।

(୨) ସବୁଠାରୁ ଅଧିକ ଭ୍ରଷ୍ଟାଚାରୀ କରୁଥିବା ସାଧନ ହେଉଛି ସିନେମା । ତେଣୁ ତୁମକୁ ସିନେମା ଦେଖିବାକୁ ମନା କରାଯାଉଛି । ଯଦି ତୁମେ ବାହାଦୁର ଅଟ, ତେବେ ହଦ ଏବଂ ବେହଦର ବାଇସ୍କୋପର ରହସ୍ୟକୁ ଜାଣି ଅନ୍ୟମାନଙ୍କୁ ବୁଝାଅ । ସେବା କର ।

ବରଦାନ:-
ଫୁଲଷ୍ଟପ ଅର୍ଥାତ୍ ବିନ୍ଦୁ ଲଗାଇବାର ସ୍ଥିତି ଦ୍ୱାରା ପ୍ରକୃତିର ହଲଚଲ୍କୁ ଷ୍ଟପ ଅର୍ଥାତ୍ ବନ୍ଦ କରି ପ୍ରକୃତିଜିତ୍ ହୁଅ ।

ବର୍ତ୍ତମାନ ସମୟ ହଲଚଲ୍ ବଢିବାର ସମୟ । ଅନ୍ତିମ ପରୀକ୍ଷା ସମୟରେ ଗୋଟିଏ ପଟେ ପ୍ରକୃତିର ଆଉ ଗୋଟିଏ ପଟେ ପାଞ୍ଚ ବିକାରର ବିକରାଳ ରୂପ ସମ୍ମୁଖରେ ଥିବ । ତମୋଗୁଣୀ ଆତ୍ମାମାନଙ୍କର ଆକ୍ରମଣ ସହିତ ପୁରୁଣା ସଂସ୍କାର ମଧ୍ୟ ଶେଷ ପରୀକ୍ଷା ନେବେ । ଏଭଳି ସମୟରେ ବିସ୍ତାରକୁ ସଂକୁଚିତ କରିବାର ଶକ୍ତି ଦ୍ୱାରା ଏବେ ଏବେ ସାକାରୀ, ଏବେ ଏବେ ଆକାରୀ ଏବଂ ଏବେ ଏବେ ନିରାକାରୀ ସ୍ଥିତିରେ ସ୍ଥିତ ହେବାର ଅଭ୍ୟାସ ଥିବା ଆବଶ୍ୟକ । ସେଥିପାଇଁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । ଶୁଣୁଥିଲେ ମଧ୍ୟ ଶୁଣ ନାହିଁ, ଯେତେବେଳେ ଏହିଭଳି ଫୁଲଷ୍ଟପ୍ ଲଗାଇବାର ସ୍ଥିତିରେ ସ୍ଥିତ ହୋଇଯିବ ସେତେବେଳେ ପ୍ରକୃତିପତି ହୋଇ ପ୍ରକୃତିର ହଲଚଲ୍କୁ ଷ୍ଟପ କରିପାରିବ ।

ସ୍ଲୋଗାନ:-
ନିର୍ବିଘ୍ନ ରାଜ୍ୟ ଅଧିକାରୀ ହେବା ପାଇଁ ନିର୍ବିଘ୍ନ ସେବାଧାରୀ ହୁଅ ।