13.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ରକ୍ତ ସମ୍ପର୍କରେ ହିଁ ଦୁଃଖ ରହିଛି, ତୁମ୍ଭମାନଙ୍କୁ ତାହାର ତ୍ୟାଗ କରି ପରସ୍ପର ସହିତ ଆତ୍ମିକ ସ୍ନେହ ରଖିବାକୁ ହେବ, ଏହା ହିଁ ସୁଖ ଏବଂ ଆନନ୍ଦର ଆଧାର ଅଟେ ।

ପ୍ରଶ୍ନ:-
ବିଜୟ ମାଳାରେ ଆସିବା ପାଇଁ ବିଶେଷ କରି କେଉଁ ପୁରୁଷାର୍ଥ କରିବା ଦରକାର?

ଉତ୍ତର:-
ଯଦି ବିଜୟ ମାଳାରେ ଆସିବାକୁ ଚାହୁଁଛ ତେବେ ବିଶେଷ କରି ପବିତ୍ର ହେବାର ହିଁ ପୁରୁଷାର୍ଥ କର । ଯେତେବେଳେ ପକ୍କା ସନ୍ନ୍ୟାସୀ ଅର୍ଥାତ୍ ନିର୍ବିକାରୀ ହୋଇଯିବ ସେତେବେଳେ ଯାଇ ବିଜୟ ମାଳାର ଦାନା ହୋଇପାରିବ । ଯଦି କୌଣସି କର୍ମବନ୍ଧନର ହିସାବ-କିତାବ ରହିବ, ତେବେ ଉତ୍ତରାଧିକାରୀ ହୋଇପାରିବ ନାହିଁ, ପ୍ରଜା ଶ୍ରେଣୀକୁ ଚାଲିଯିବ ।

ଗୀତ:-
ମହଫିଲ ମେଁ ଜଲ ଉଠି ଶମା ପରବାନୋଁ କେ ଲିୟେ,...

ଓମ୍ ଶାନ୍ତି ।
ଦେଖ ଆମେ ଆମର ବାବାଙ୍କର ହିଁ ମହିମା କରୁଛୁ । ମୁଁ ଆତ୍ମା ନିଶ୍ଚିତ ନିଜର ପିତାଙ୍କର ପ୍ରତ୍ୟକ୍ଷତା କରିବି ନା । ପୁତ୍ର ହିଁ ପିତାଙ୍କର ପ୍ରତ୍ୟକ୍ଷତା କରିଥାଏ । ତେବେ ମୁଁ ହେଉଛି ଆତ୍ମା, ତୁମେମାନେ ମଧ୍ୟ କହୁଛ ଆମେ ଆତ୍ମା ଅଟୁ, ଆମ ସମସ୍ତଙ୍କର ପିତା ଏକମାତ୍ର ପରମାତ୍ମା, ଯିଏକି ସମସ୍ତଙ୍କର ପିତା ଅଟନ୍ତି । ଏହି କଥା ତ ସମସ୍ତେ ମାନିବେ । ଏହିପରି କହିବେ ନାହିଁ ଯେ ଆମ ଆତ୍ମାମାନଙ୍କର ଅଲଗା-ଅଲଗା ପିତା ରହିଛନ୍ତି । ପିତା ସମସ୍ତଙ୍କର ଜଣେ ଅଟନ୍ତି । ଏବେ ଆମେ ତାଙ୍କର ସନ୍ତାନ ହୋଇଥିବା ଯୋଗୁଁ ତାଙ୍କର କର୍ତ୍ତବ୍ୟକୁ ଜାଣିଛୁ । ଆମେ ଏହିପରି କହିପାରିବୁ ନାହିଁ ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି । ତାହାହେଲେ ସମସ୍ତଙ୍କ ଭିତରେ ପରମାତ୍ମା ହୋଇଯିବେ । ପିତାଙ୍କୁ ମନେ ପକାଇ ପିଲା ଖୁସି ହୋଇଥାଏ କାହିଁକି ନା ଯାହା କିଛି ପିତାଙ୍କ ପାଖରେ ଥାଏ ସେସବୁ ସମ୍ପତ୍ତି ସନ୍ତାନଙ୍କୁ ମିଳିଥାଏ । ଏବେ ଆମେ ପରମାତ୍ମାଙ୍କର ଉତ୍ତରାଧିକାରୀ ଅଟୁ, ତାଙ୍କ ପାଖରେ କଣ ଅଛି? ସିଏ ଆନନ୍ଦର ସାଗର, ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି । ଏକଥା ଆମେ ଜାଣିଛୁ, ସେଥିପାଇଁ ଆମେ ତାଙ୍କର ମହିମା କରୁଛୁ । ଅନ୍ୟମାନେ ଏହା କହିବେ ନାହିଁ । ଯଦିଓ କେହି ମହିମା କରିଥାନ୍ତି କିନ୍ତୁ ସିଏ କିପରି ଅଟନ୍ତି, ଏକଥା ତ ସେମାନେ ଜାଣିନାହାଁନ୍ତି । ସମସ୍ତେ କହିଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ଯେହେତୁ ଆମେ ତାଙ୍କର ସନ୍ତାନ ଅଟୁ ତେବେ ନିଜର ନିରାକାର ଅବିନାଶୀ ବାବାଙ୍କର ମହିମା ବର୍ଣ୍ଣନା କରୁଛୁ ଯେ ସିଏ ଆନନ୍ଦର ସାଗର, ଜ୍ଞାନର ସାଗର, ପ୍ରେମର ଭଣ୍ଡାର ଅଟନ୍ତି । କିନ୍ତୁ କେହି ପ୍ରଶ୍ନ ଉଠାଇବେ ଯେ ଆପଣ କହୁଛନ୍ତି କି ସେଠାରେ ନିରାକାରୀ ଦୁନିଆରେ ଦୁଃଖ ସୁଖରୁ ଅଲଗା ଅବସ୍ଥା ରହିଥାଏ । ସେଠାରେ ସୁଖ ଅଥବା ଆନନ୍ଦ ଅଥବା ପ୍ରେମ କେଉଁଠୁ ଆସିଲା? ଏବେ ଏହା ବୁଝିବାର କଥା । ଏହି ଯେଉଁ ଆନନ୍ଦ, ସୁଖ ଅଥବା ପ୍ରେମ କହୁଛନ୍ତି, ଏହା ତ ହେଉଛି ସୁଖର ଅବସ୍ଥା କିନ୍ତୁ ସେହି ଶାନ୍ତିର ଦେଶରେ ଆନନ୍ଦ, ପ୍ରେମ ଅଥବା ଜ୍ଞାନ କେଉଁଠାରୁ ଆସିଲା? ସେହି ସୁଖର ସାଗର ଯେତେବେଳେ ଏହି ସାକାର ସୃଷ୍ଟିକୁ ଆସୁଛନ୍ତି ସେତେବେଳେ ଆସି ସୁଖ ଦେଉଛନ୍ତି । ସେଠାରେ ଦୁଃଖ, ସୁଖରୁ ଉର୍ଦ୍ଧ୍ଵ ଅବସ୍ଥାରେ ରହିଥାନ୍ତି, କାରଣ ତୁମ୍ଭମାନଙ୍କୁ ବୁଝାଯାଇଛି ଯେ ଗୋଟିଏ ହେଉଛି ଦୁଃଖ, ସୁଖରୁ ଅଲଗା ଦୁନିଆ, ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି । ଅନ୍ୟଟି ପୁଣି ସୁଖର ଦୁନିଆ, ଯେଉଁଠାରେ ସର୍ବଦା ସୁଖ, ଆନନ୍ଦ ରହିଥାଏ, ଯାହାକୁ ସ୍ୱର୍ଗ କହୁଛନ୍ତି ଏବଂ ଏହା ହେଉଛି ଦୁଃଖର ଦୁନିଆ ଯାହାକୁ ନର୍କ ଅଥବା ଲୌହଯୁଗର ଦୁନିଆ କହୁଛନ୍ତି । ବର୍ତ୍ତମାନ ଏହି ଲୌହଯୁଗୀ ଦୁନିଆକୁ ପରମପିତା ପରମାତ୍ମା, ଯିଏକି ସୁଖର ସାଗର ଅଟନ୍ତି, ସିଏ ଆସି ଏହି ଦୁନିଆକୁ ବଦଳାଇ ଆନନ୍ଦ, ସୁଖ, ପ୍ରେମର ଭଣ୍ଡାର କରାଉଛନ୍ତି । ଯେଉଁଠାରେ ସୁଖ ହିଁ ସୁଖ ରହିବ । ପ୍ରେମ ହିଁ ପ୍ରେମ ରହିବ । ସତ୍ୟଯୁଗରେ ଜୀବଜନ୍ତୁ ମାନଙ୍କ ଭିତରେ ବି ବହୁତ ପ୍ରେମ ରହିଥାଏ । ଗାଈ, ବାଘ ମଧ୍ୟ ଏକତ୍ର ପାଣି ପିଇଥାନ୍ତି, ସେମାନଙ୍କ ଭିତରେ ଏତେ ପ୍ରେମ ରହିଥାଏ । ତେବେ ପରମାତ୍ମା ଆସି ନିଜର ଯେଉଁ ରାଜଧାନୀ ସ୍ଥାପନ କରୁଛନ୍ତି, ସେଠାରେ ସୁଖ ଏବଂ ଆନନ୍ଦ ରହିଛି । ଆଉ ନିରାକାରୀ ଦୁନିଆରେ ତ ସୁଖ ଆନନ୍ଦର କଥା ହିଁ ନାହିଁ, ପ୍ରେମର କୌଣସି କଥା ନାହିଁ । ତାହା ତ ଅଟେ ନିରାକାରୀ ଆତ୍ମାମାନଙ୍କର ନିବାସ ସ୍ଥାନ । ତାହା ହେଉଛି ସମସ୍ତଙ୍କର ଅବସର ପ୍ରାପ୍ତ ଜୀବନ ଅଥବା ନିର୍ବାଣ ଅବସ୍ଥା, ଯେଉଁଠାରେ ଦୁଃଖ ସୁଖର କୌଣସି ଅନୁଭବ ହୋଇନଥାଏ । ଦୁଃଖ ସୁଖର ଅଭିନୟ ତ ଏହି ସାକାର ଦୁନିଆରେ ଚାଲୁଛି । ଏହି ସୃଷ୍ଟିରେ ହିଁ ଯେବେ ସ୍ୱର୍ଗ ହୋଇଥାଏ ତେବେ ଅନାଦି ଆତ୍ମିକ ସ୍ନେହ ରହିଥାଏ କାହିଁକି ନା ରକ୍ତ ସମ୍ପର୍କରେ ହିଁ ଦୁଃଖ ରହିଛି । ସନ୍ନ୍ୟାସୀମାନଙ୍କ ଭିତରେ ମଧ ରକ୍ତ ସମ୍ପର୍କ ରହିନଥାଏ ସେଥିପାଇଁ ସେମାନଙ୍କର ନିକଟରେ ଦୁଃଖର କୌଣସି କଥା ନଥାଏ । ସେମାନେ ତ କହନ୍ତି ମୁଁ ସତ୍ ଚିତ୍ ଆନନ୍ଦ ସ୍ୱରୂପ ଅଟେ କାରଣ ସେମାନେ ରକ୍ତ ସମ୍ପର୍କକୁ ତ୍ୟାଗ କରିଦେଇଥାନ୍ତି । ସେହିପରି ଏଠାରେ ମଧ୍ୟ ତୁମର କୌଣସି ରକ୍ତ ସମ୍ପର୍କ ନାହିଁ । ଏଠାରେ ସମସ୍ତଙ୍କର ଆତ୍ମିକ ପ୍ରେମ ରହିଛି, ଯାହାକି ପରମାତ୍ମା ଆମକୁ ଶିଖାଉଛନ୍ତି ।

ବାବା କହୁଛନ୍ତି ତୁମେମାନେ ମୋର ସବୁଠାରୁ ପ୍ରିୟ ସନ୍ତାନ । ମୋର ଆନନ୍ଦ, ପ୍ରେମ, ସୁଖ ସବୁ ତୁମର ଅଟେ କାହିଁକି ନା ତୁମ୍ଭେମାନେ ସେହି ଦୁନିଆ ଛାଡି ମୋର ପୋଷ୍ୟ ସନ୍ତାନ ହୋଇଛି । ବାସ୍ତବିକ ଜୀବନରେ ବି ତୁମେମାନେ ଆସି ମୋର କୋଳରେ ବସିଛ । ଯେପରି ଦୁନିଆରେ କେହି ଗୁରୁଙ୍କର ପୋଷ୍ୟ ହୋଇ ପୁଣି ଘରକୁ ଚାଲିଯାଇଥାନ୍ତି, ଏହା ସେପରି ନୁହେଁ । ସେମାନଙ୍କୁ ପ୍ରିୟ ସନ୍ତାନ କୁହାଯିବ ନାହିଁ । ସେମାନଙ୍କର ବି ଇଏ ଯେପରି ପ୍ରଜା ଅଟନ୍ତି । ଆଉ ଯେଉଁମାନେ ସନ୍ନ୍ୟାସ କରି ତାଙ୍କୁ ପୋଷ୍ୟ କରିଥାନ୍ତି ସିଏ ସବୁଠାରୁ ପ୍ରିୟ ପୁତ୍ର ହୋଇଥାନ୍ତି କାହିଁକି ନା ସିଏ ହିଁ ଗୁରୁଙ୍କ ପଛରେ ତାଙ୍କର ଆସ୍ଥାନରେ ବସିଥାନ୍ତି । ସନ୍ତାନ ଏବଂ ପ୍ରଜା, ଏହା ମଧ୍ୟରେ ରାତି ଦିନର ଫରକ ରହିଥାଏ । ସନ୍ତାନମାନେ ଉତ୍ତରାଧିକାରୀ ହୋଇ ସମ୍ପତ୍ତି ନେଇଥାନ୍ତି । ଯେହେତୁ ତୁମ୍ଭେମାନେ ମିତ୍ର-ସମ୍ବନ୍ଧୀଙ୍କଠାରୁ ରକ୍ତ ସମ୍ପର୍କ ତୁଟାଇ ଏହି ନିରାକାର ବା ସାକାରଙ୍କର ପୋଷ୍ୟ ହୋଇଛ ତେଣୁ ତୁମେ ମଧ୍ୟ ତାଙ୍କର ଉତ୍ତରାଧିକାରୀ ହୋଇଗଲ । ଏଥିରେ ମଧ୍ୟ ଯେତେ ଜ୍ଞାନ ଆହରଣ କରିବ ସେତେ ପରମ ସୁଖ ମିଳିବ । ଶିକ୍ଷାକୁ ବ୍ଲିସ୍ ବା ପରମ ଆନନ୍ଦ ବୋଲି କୁହାଯାଇଥାଏ । ଯିଏ ଯେତେ ଜ୍ଞାନ ଧାରଣ କରିବେ, ସେତେ ସେହି ରାଜଧାନୀରେ ପ୍ରଜା ହୋଇ ସୁଖ ଭୋଗ କରିବେ । ଏହି ଈଶ୍ୱରୀୟ ଶିକ୍ଷାରେ ପରମ ଆନନ୍ଦ ରହିଛି ନା, ଯାହା ଦ୍ୱାରା ପରମ ଶାନ୍ତି ଏବଂ ସୁଖ ମିଳୁଛି । ଏହି ଅଖଣ୍ଡ ଅଟଳ ସୁଖ ଶାନ୍ତିମୟ ସ୍ୱରାଜ୍ୟ ହେଉଛି ଈଶ୍ୱରଙ୍କର ସମ୍ପତ୍ତି, ଯାହାକି ତୁମ ପିଲାମାନଙ୍କୁ ମିଳୁଛି । ପୁଣି ଯେତେ-ଯେତେ ଯିଏ ଜ୍ଞାନ ଧାରଣ କରିବେ, ସେତେ ବାବାଙ୍କର ବର୍ସା ବା ସମ୍ପତ୍ତି ମିଳିଯିବ । ଯେପରି ତୁମ ପାଖକୁ ଏତେ ଜିଜ୍ଞାସୁମାନେ ଆସୁଛନ୍ତି, ସେମାନେ ସମସ୍ତେ ତୁମର ପ୍ରିୟ ପ୍ରଜା ଅଟନ୍ତି । ସେମାନେ ତୁମର ସନ୍ତାନ ନୁହଁନ୍ତି କାରଣ ସେମାନେ ଆସୁଛନ୍ତି ପୁଣି ଚାଲିଯାଉଛନ୍ତି, ସେମାନେ ତୁମର ସନ୍ତାନ ମଧ୍ୟ ହୋଇପାରିବେ କାହିଁକି ନା ପ୍ରଜାମାନଙ୍କ ଭିତରୁ କେହି ଉତ୍ତରାଧିକାରୀ ବି ହୋଇଥାନ୍ତି ନା । ଯେବେ ଜ୍ଞାନ ଗ୍ରହଣ କରୁ କରୁ ଦେଖନ୍ତି ଯେ ଏଠାରେ ତ ଅସରନ୍ତି ସୁଖ ଏବଂ ଶାନ୍ତି ରହିଛି, ବିନାଶୀ ଦୁନିଆରେ କେବଳ ଦୁଃଖ ହିଁ ରହିଛି ତେବେ ଆସି ପୋଷ୍ୟ ସନ୍ତାନ ହୋଇଥାନ୍ତି । ତୁରନ୍ତ କେହି ସନ୍ତାନ ହୋଇଯାଇ ନଥାନ୍ତି । ତୁମେମାନେ ମଧ୍ୟ ପ୍ରଥମେ ଯିବା ଆସିବା କରୁଥିଲ, ପୁଣି ଜ୍ଞାନ ଶୁଣୁ-ଶୁଣୁ ଏଠାରେ ରହିଗଲ । ବାବାଙ୍କର ଉତ୍ତରାଧିକାରୀ ହୋଇଗଲ । ସନ୍ନ୍ୟାସୀମାନଙ୍କ କ୍ଷେତ୍ରରେ ମଧ୍ୟ ଏହିଭଳି ହୋଇଥାଏ । ସନ୍ନ୍ୟାସୀମାନଙ୍କର କଥା ଶୁଣି-ଶୁଣି ଯେବେ ବୁଝି ଯାଆନ୍ତି ଯେ ସନ୍ନ୍ୟାସ ଗ୍ରହଣ କରିଲେ ହିଁ ଶାନ୍ତି, ସୁଖ ରହିଛି ତେବେ ସନ୍ନ୍ୟାସ କରିଥାନ୍ତି । ଏଠାରେ ମଧ୍ୟ ଯେବେ ଜ୍ଞାନର ସ୍ୱାଦ ପାଇଯାଆନ୍ତି, ତେବେ ବାବାଙ୍କର ପ୍ରିୟ ସନ୍ତାନ ହୋଇଯାଇଥାନ୍ତି ତେବେ ସେମାନଙ୍କୁ ଜନ୍ମ-ଜନ୍ମାନ୍ତର ପାଇଁ ସମ୍ପତ୍ତିର ଅଧିକାର ମିଳିଯାଇଥାଏ । ସେମାନେ ପୁଣି ଦୈବୀ ବଂଶାବଳୀରେ ଆସିଥାନ୍ତି । ପ୍ରଜାମାନେ ତ ସାଥିରେ ରୁହନ୍ତି ନାହିଁ ସେମାନେ କେଉଁଠି-କେଉଁଠି କର୍ମବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି ।

ଯେପରି ଗୀତରେ କହୁଛନ୍ତି ମହଫିଲ ମେଁ ଜଲ ଉଠି ଶମା ପରବାନୋଁ କେ ଲିଏ । ତେଣୁ ପତଙ୍ଗମାନେ ମଧ୍ୟ ଅଗ୍ନିର ପାଖେ ପାଖେ ଘୁରି ବୁଲି କରି ମରିଯାଇଥାନ୍ତି । କେହି ପୁଣି ଏହାର ଚାରିପଟେ ଘୂରି ଚାଲିଯାଇଥାନ୍ତି । ଏହି ବ୍ରହ୍ମାଙ୍କ ଶରୀର ମଧ୍ୟ ଏକ ଶମା ଅଟେ ଯେଉଁଥିରେ ସର୍ବଶକ୍ତିବାନ୍ ବାବାଙ୍କର ପ୍ରବେଶତା ହୋଇଛି । ତୁମ୍ଭେମାନେ ଏଠାକୁ ପତଙ୍ଗ ହୋଇ ଆସିଥିଲ, ଆସୁ ଆସୁ ଶେଷରେ ଯେବେ ଏହି ରହସ୍ୟକୁ ବୁଝିଗଲ ତେବେ ଏଠାରେ ରହିଗଲ । ଏଠାକୁ ତ ହଜାର-ହଜାର, ଲକ୍ଷ୍ୟ-ଲକ୍ଷ୍ୟ ଲୋକ ଆସୁଛନ୍ତି, ତୁମ୍ଭମାନଙ୍କ ଦ୍ୱାରା ମଧ୍ୟ ଜ୍ଞାନ ଶୁଣୁଛନ୍ତି । ସେମାନେ ଯେତିକି ଜ୍ଞାନ ଶୁଣିବେ ସେତିକି ଶାନ୍ତି ଏବଂ ସୁଖର ବରଦାନ ନେଇକରି ଯିବେ କାହିଁକି ନା ଏହି ଅବିନାଶୀ ପିତାଙ୍କର ଶିକ୍ଷା ତ କେବେ ବିନାଶ ହେଉନାହିଁ । ଏହାକୁ ଅବିନାଶୀ ଜ୍ଞାନ ଧନ କୁହାଯାଉଛି । ଏହାର କେବେ ବିନାଶ ହେଉନାହିଁ । ତେବେ ଯେଉଁମାନେ ଅଳ୍ପ ବହୁତ ଏହି ଜ୍ଞାନକୁ ଶୁଣୁଛନ୍ତି ସେମାନେ ପ୍ରଜା ବର୍ଗରେ ନିଶ୍ଚିତ ଆସିବେ । ସତ୍ୟଯୁଗରେ ପ୍ରଜାମାନେ ମଧ୍ୟ ବହୁତ-ବହୁତ ସୁଖୀ ହେବେ । ଏହା ଅନାଦି ସୁଖ ଅଟେ, କାରଣ ସେଠାରେ ସମସ୍ତେ ଆତ୍ମ-ଅଭିମାନୀ ରହିଥାନ୍ତି । ଏଠାରେ ଦେହ-ଅଭିମାନୀ ହୋଇଯାଇଛନ୍ତି, ସେଥିପାଇଁ ଦୁଃଖୀ ହୋଇ ପଡୁଛନ୍ତି । ସେଠାରେ ତ ସ୍ୱର୍ଗ ହିଁ ରହିଛି, ସେଠି ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ । ସେଠାରେ ଯଦି ଜୀବଜନ୍ତୁ ମାନେ ମଧ୍ୟ ସୁଖ ଶାନ୍ତିରେ ରହିବେ, ତେବେ ପ୍ରଜାମାନଙ୍କ ପରସ୍ପର ଭିତରେ କେତେ ସୁଖ ଏବଂ ପ୍ରେମ ରହିଥିବ । ଏକଥା ନିଶ୍ଚିତ ଯେ ସମସ୍ତେ ଉତ୍ତରାଧିକାରୀ ହେବେ ନାହିଁ । ଏଠାରେ ୧୦୮ ସମ୍ପୂର୍ଣ୍ଣ ସନ୍ନ୍ୟାସୀ ହିଁ ବିଜୟମାଳାର ଦାନା ହେବେ । ତାହା ଏବେ ହୋଇ ନାହାଁନ୍ତି, ହେଉଛନ୍ତି । ତା ସହିତ ପ୍ରଜା ମଧ୍ୟ ହେଉଛନ୍ତି । ସେମାନେ ବାହାରେ ରହି ଜ୍ଞାନ ଶୁଣୁଛନ୍ତି । ଘରେ ବସି ଯୋଗ ଲଗାଉଛନ୍ତି । ଯୋଗ ଲଗାଇ-ଲଗାଇ କେହି ପୁଣି ଯଦି ପଙ୍କ ଭିତରକୁ ଆସିଯାଉଛନ୍ତି ତେବେ ସେମାନେ ପ୍ରଜାରୁ ଉତ୍ତରାଧିକାରୀ ହୋଇଯାଉଛନ୍ତି । ଯେପର୍ଯ୍ୟନ୍ତ କର୍ମବନ୍ଧନର କିଛି ହିସାବ ବାକି ରହିଯାଇଛି, ସେପର୍ଯ୍ୟନ୍ତ ବାହାରେ ରହି ଯୋଗ ଲଗାଇ, ନିର୍ବିକାରୀ ରହିଥାନ୍ତି । ଘରେ ରହି ଯେଉଁମାନେ ନିର୍ବିକାରୀ ରହିଥାନ୍ତି, ତଥାପି ଘରେ ଝଗଡା ନିଶ୍ଚିତ ହୋଇଥାଏ, କାହିଁକି ନା କାମେଷୁ କ୍ରୋଧେଷୁ.... କାମ ମହାଶତ୍ରୁ ଉପରେ ଯେବେ ତୁମ୍ଭେମାନେ ବିଜୟୀ ହେଉଛ, ତେବେ ବିଷ ଦେବା ବନ୍ଦ କରିଦେଉଛ, ତେଣୁ ଝଗଡା ହେଉଛି । ପରମାତ୍ମା ତ କହୁଛନ୍ତି ପିଲାମାନେ - ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି । ସାରା ଦୁନିଆ ବିନାଶ ହୋଇଯିବ, ଯେପରି ବୃଦ୍ଧ ଲୋକମାନଙ୍କୁ କହିଥାନ୍ତି ଯେ ମୃତ୍ୟୁ ତୁମର ସମ୍ମୁଖରେ ଅଛି ତେଣୁ ତୁମେ ପରମାତ୍ମାଙ୍କୁ ସ୍ମରଣ କର । ସେହିପରି ବାବା ମଧ୍ୟ କହୁଛନ୍ତି ପିଲାମାନେ ନିର୍ବିକାରୀ ହୋଇଯାଅ । ପରମାତ୍ମାଙ୍କୁ ମନେ ପକାଅ । ଯେପରି ତୀର୍ଥ କରିବା ସମୟରେ କାମ, କ୍ରୋଧ ସବୁ ବର୍ଜନ କରିଥାଆନ୍ତି । ତୀର୍ଥଯାତ୍ରା କରିବା ସମୟରେ କଣ ବିକାରୀ ହୋଇପାରିବ । ସେମାନେ ତ ରାସ୍ତା ସାରା ଅମରନାଥଙ୍କର ଜୟ ଜୟ କରି ଚାଲିଥାନ୍ତି ପୁଣି ସେଠାରୁ ଫେରି ଆସିଲା ପରେ ସେହି ବିକାରରେ ବୁଡି ରହିଥାନ୍ତି, କିନ୍ତୁ ତୁମ୍ଭମାନଙ୍କୁ ତ ଆଉ ଫେରିବାର ନାହିଁ । ତୁମମାନଙ୍କର କାମ, କ୍ରୋଧ ଆସିବାର ନାହିଁ । ତୁମ୍ଭେମାନେ ଯଦି ବିକାରରେ ବଶୀଭୂତ ହେବ, ତେବେ ପଦ ଭ୍ରଷ୍ଟ ହୋଇଯିବ । ଆଉ ପବିତ୍ର ହୋଇପାରିବ ନାହିଁ । ଯେଉଁମାନେ ପବିତ୍ର ରହିବେ, ସେମାନେ ବିଜୟ ମାଳାରେ ଗୁନ୍ଥା ହେବେ । ଯେଉଁମାନେ ଫେଲ୍ ହେବେ ସେମାନେ ଚନ୍ଦ୍ରବଂଶୀ କୁଳକୁ ଚାଲିଯିବେ ।

ଏହି କଥା ତୁମ ସମସ୍ତଙ୍କୁ ପରମପିତା ପରମାତ୍ମା ବସି ପାଠ ପଢାଉଛନ୍ତି । ସିଏ ହିଁ ଜ୍ଞାନର ସାଗର ଅଟନ୍ତି ନା । ପରମାତ୍ମା ତ ସେହି ନିରାକାରୀ ଦୁନିଆରେ ଆତ୍ମାମାନଙ୍କୁ ବସାଇ ଜ୍ଞାନ ଶୁଣାଇପାରିବେ ନାହିଁ । ସେଥିପାଇଁ ଏଠାକୁ ଆସି ତୁମ୍ଭମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ପରମାତ୍ମା କହୁଛନ୍ତି ଯେ ତୁମ୍ଭେମାନେ ମୋର ସନ୍ତାନ ଅଟ । ଯେପରି ମୁଁ ପବିତ୍ର, ସେହିପରି ତୁମ୍ଭେମାନେ ମଧ୍ୟ ପବିତ୍ର ହୁଅ । ତେବେ ତୁମେମାନେ ସତ୍ୟଯୁଗରେ ସୁଖମୟ, ପ୍ରେମମୟ ରାଜ୍ୟ କରିବ, ଯାହାକୁ ବୈକୁଣ୍ଠ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ଦୁନିଆ ପରିବର୍ତ୍ତନ ହେଉଛି, କାହିଁକି ନା ଲୌହଯୁଗରୁ ସ୍ୱର୍ଣ୍ଣିମଯୁଗ ହେଉଛି । ପୁଣି ତାପରେ ସ୍ୱର୍ଣ୍ଣିମଯୁଗରୁ ରୌପ୍ୟଯୁଗରେ ପରିବର୍ତ୍ତନ ହୋଇଯିବ । ରୌପ୍ୟଯୁଗରୁ ତାମ୍ରଯୁଗ, ପୁଣି ତାମ୍ରଯୁଗରୁ ଲୌହଯୁଗରେ ବଦଳି ଚାଲିବ । ସେହିପରି ଏହି ଦୁନିଆ ବଦଳି ଚାଲିଛି । ବର୍ତ୍ତମାନ ଏହି ଦୁନିଆ ବଦଳୁଛି । କିଏ ଏହି ଦୁନିଆକୁ ବଦଳାଉଛନ୍ତି? ସ୍ୱୟଂ ଭଗବାନ, ଯାହାଙ୍କର ତୁମ୍ଭେମାନେ ସବୁଠାରୁ ପ୍ରିୟ ସନ୍ତାନ ହୋଇଛ । ଏଠାରେ ପ୍ରଜା ମଧ୍ୟ ହେଉଛନ୍ତି କିନ୍ତୁ ସନ୍ତାନ, ସନ୍ତାନ ଅଟନ୍ତି, ପ୍ରଜା, ପ୍ରଜା ଅଟନ୍ତି । ଯେଉଁମାନେ ସନ୍ନ୍ୟାସ କରିଥାନ୍ତି ସେମାନେ ଉତ୍ତରାଧିକାରୀ ହୋଇଯାଇଥାନ୍ତି । ସେମାନଙ୍କୁ ନିଶ୍ଚିତ ରାଜପରିବାରକୁ ନେବାକୁ ହେବ । କିନ୍ତୁ ଯଦି ସେତିକି ଜ୍ଞାନ ଧାରଣ କରୁନାହାଁନ୍ତି ତେବେ ଉଚ୍ଚ ପଦ ପାଇବେ ନାହିଁ । ଯିଏ ପାଠ ପଢିବ ସିଏ ନବାବ ହେବ । ଯେଉଁମାନେ ଆସୁଛନ୍ତି, ପୁଣି ଚାଲିଯାଉଛନ୍ତି ସେମାନେ ପ୍ରଜାରେ ଆସିବେ । ପୁଣି ଯିଏ ଯେତେ ପବିତ୍ର ହେବ, ସେତେ ସୁଖ ମିଳିବ । ସେମାନେ ମଧ୍ୟ ଅତି ପ୍ରିୟ ଅଟନ୍ତି, କିନ୍ତୁ ସଂପୂର୍ଣ୍ଣ ରୂପେ ପ୍ରିୟ ପାତ୍ର ସେତେବେଳେ ହେଉଛନ୍ତି ଯେତେବେଳେ ବାବାଙ୍କର ସନ୍ତାନ ହେଉଛନ୍ତି । ବୁଝିପାରିଲ ।

ସନ୍ନ୍ୟାସୀମାନେ ମଧ୍ୟ ବହୁତ ପ୍ରକାରର ହୋଇଥାନ୍ତି । ପ୍ରଥମତଃ ଯେଉଁମାନେ ଘର ଦ୍ୱାର ଛାଡି ଚାଲିଯାଇଥାନ୍ତି, ଅନ୍ୟମାନେ ଏହିପରି ମଧ୍ୟ ଅଛନ୍ତି ଯିଏ ଗୃହସ୍ଥରେ ରହି ମଧ୍ୟ ବିକାରକୁ ତ୍ୟାଗ କରିନଥାନ୍ତି । ସେମାନେ ତାଙ୍କର ଅନୁସରଣକାରୀମାନଙ୍କୁ ବସି ଶାସ୍ତ୍ର ଆଦି ଶୁଣାଇଥାନ୍ତି । ଆତ୍ମାର ଜ୍ଞାନ ଦେଇଥାନ୍ତି, ତାଙ୍କର ମଧ୍ୟ ଶିଷ୍ୟ ହୋଇଥାନ୍ତି । କିନ୍ତୁ ତାଙ୍କର ଶିଷ୍ୟ, ତାଙ୍କର ସବୁଠାରୁ ପ୍ରିୟ ପୁତ୍ର ହୋଇପାରିବେ ନାହିଁ, କାରଣ ସେମାନଙ୍କର ଘରଦ୍ୱାର, ପିଲାଛୁଆ ରହିଥାନ୍ତି । ତେବେ ସେମାନେ ନିଜ ପାଖରେ ତ ରଖିପାରିବେ ନାହିଁ । ସେମାନେ ନା ନିଜେ ସନ୍ନ୍ୟାସ କରିଛନ୍ତି, ନା ଅନ୍ୟମାନଙ୍କୁ ସନ୍ନ୍ୟାସ କରାଇପାରିବେ । ତାଙ୍କର ଶିଷ୍ୟମାନେ ମଧ୍ୟ ଗୃହସ୍ଥରେ ରହିଥାନ୍ତି । ସେମାନଙ୍କ ପାଖକୁ ଶିଷ୍ୟମାନେ ଯିବା ଆସିବା କରିଥାନ୍ତି । ସେମାନେ କେବଳ ନିଜର ଶିଷ୍ୟମାନଙ୍କୁ ଜ୍ଞାନ ଦେଇଥାନ୍ତି ଅଥବା ମନ୍ତ୍ର ଦେଇଥାନ୍ତି । ତାଙ୍କର କେହି ଉତ୍ତରାଧିକାରୀ ହେଉନାହାଁନ୍ତି, ତେବେ ତାଙ୍କର ବୃଦ୍ଧି କିପରି ହେବ । କେବଳ ଜ୍ଞାନ ଦେଇ ଶରୀର ଛାଡି ଚାଲିଯାଇଥାନ୍ତି ।

ଦେଖ, ଗୋଟିଏ ମାଳା ରହିଛି ୧୦୮ର, ଦ୍ୱିତୀୟଟି ପୁଣି ତାଠାରୁ ବଡ ୧୬୧୦୮ର । ତାହା ହେଉଛି ଚନ୍ଦ୍ରବଂଶୀ କୁଳର ରାଜପରିବାରର ରାଜକୁମାର କୁମାରୀମାନଙ୍କର ମାଳା । ତେବେ ଏଠାରେ ଯେଉଁମାନେ ସେତିକି ଜ୍ଞାନ ଧାରଣା କରିପାରୁ ନାହାଁନ୍ତି, ପବିତ୍ର ହେଉନାହାଁନ୍ତି ତେବେ ସେମାନେ ଦଣ୍ଡ ପାଇ ଚନ୍ଦ୍ରବଂଶୀ କୁଳର ମାଳାରେ ଆସିଯିବେ । ରାଜକୁମାର-କୁମାରୀ ତ ବହୁତ ହେବେ । ଏହି ରହସ୍ୟ ତୁମ୍ଭେମାନେ ଏବେ ଶୁଣୁଛ, ଜାଣୁଛ । ସେଠାରେ ଏହି ଜ୍ଞାନର କଥା ରହିବ ନାହିଁ । ଏହି ଜ୍ଞାନ ତ କେବଳ ଏହି ସଂଗମଯୁଗରେ ମିଳୁଛି, ଯେତେବେଳେ ଦୈବୀ ଧର୍ମର ସ୍ଥାପନା ହେଉଛି । ତେଣୁ ତୁମ୍ଭେମାନେ ଶୁଣିଲ, ଯେଉଁମାନେ ସଂପୂର୍ଣ୍ଣ କର୍ମେନ୍ଦ୍ରିୟକୁ ଜିତିବେ ନାହିଁ, ସେମାନେ ଚନ୍ଦ୍ରବଂଶୀ କୁଳର ମାଳାକୁ ଚାଲିଯିବେ । ଯେଉଁମାନେ କର୍ମେନ୍ଦ୍ରିୟଜିତ୍ ହେବେ ସେମାନେ ସୂର୍ଯ୍ୟବଂଶୀ କୁଳରେ ଆସିବେ । ସେମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ନିଶ୍ଚିତ ରହିବେ । ଶରୀର ମଧ୍ୟ ସ୍ଥିତି ଅନୁସାରେ ମିଳିଥାଏ । ଦେଖ, ମମ୍ମା ସମସ୍ତଙ୍କ ଆଗକୁ ଚାଲିଗଲେ, ସେଥିପାଇଁ ତାଙ୍କୁ ବୃତ୍ତି ମିଳିଗଲା । ମନିଟର ଅର୍ଥାତ୍ ଛାତ୍ର-ଛାତ୍ରୀଙ୍କର ମୁଖ୍ୟ ହୋଇଗଲେ, ତାଙ୍କୁ ସମସ୍ତ ଜ୍ଞାନର କଳସ ଦେଇଦିଆଗଲା, ମୁଁ ମଧ୍ୟ ତାଙ୍କୁ ମାତା ବୋଲି କହୁଥିଲି, କାହିଁକି ନା ମୁଁ ମଧ୍ୟ ତନ-ମନ-ଧନ ସବୁ କିଛି ତାଙ୍କରି ଚରଣରେ ସ୍ୱାହା କରିଦେଇଥିଲି, ମୋର ଲୌକିକ ସନ୍ତାନମାନଙ୍କୁ ଦେଇନଥିଲି କାହିଁକି ନା ସେମାନେ ତ ମୋର ରକ୍ତ ସମ୍ପର୍କୀୟ ହୋଇଗଲେ । ଏମାନେ ତ ମୋର ଅବିନାଶୀ ସନ୍ତାନ ହେଉଛନ୍ତି, ସବୁ କିଛି ସନ୍ନ୍ୟାସ ଅଥବା ତ୍ୟାଗ କରି ଆସିଛନ୍ତି ତେଣୁ ସେମାନଙ୍କ ପ୍ରତି ଅଧିକ ସ୍ନେହ ରହୁଛି । ଅବିନାଶୀ ସ୍ନେହ ସବୁଠାରୁ ଶକ୍ତିଶାଳୀ ଅଟେ । ସନ୍ନ୍ୟାସୀମାନେ ତ ଏକା-ଏକା ଘରଦ୍ୱାର ଛାଡି ଚାଲିଯାଉଛନ୍ତି । ଏମାନେ ତ ସବୁ କିଛି ଆଣି ଏଠାରେ ସ୍ୱାହା କରିଛନ୍ତି । ସ୍ୱୟଂ ପରମାତ୍ମା ବାସ୍ତବରେ ଅର୍ଥାତ୍ ସାକାରରେ କାର୍ଯ୍ୟ କରି ଦେଖାଉଛନ୍ତି ।

ତୁମମାନଙ୍କୁ ଯେ କୌଣସି ପ୍ରଶ୍ନର ଉତ୍ତର ଏଠାରେ ମିଳିପାରିବ । ସ୍ୱୟଂ ପରମାତ୍ମା ଆସି ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବେ । ବାବା ତ ଜାଦୁଗର ଅଟନ୍ତି, ତାଙ୍କର ଏହି ଜାଦୁଗରୀ ଅଭିନୟ ଏବେ ଚାଲିଛି । ତୁମେମାନେ ତ ବହୁତ ସ୍ନେହୀ ସନ୍ତାନ ଅଟ, ତୁମ୍ଭମାନଙ୍କୁ ବାବା କେବେ ନାରାଜ ଅର୍ଥାତ୍ ଅସନ୍ତୁଷ୍ଟ କରିପାରିବେ ନାହିଁ । ଯଦି ନାରାଜ କରିବେ ତେବେ ପିଲାମାନେ ମଧ୍ୟ କ୍ରୋଧ କରିବା ଶିଖିଯିବେ । ଏଠାରେ ତ ସମସ୍ତଙ୍କର ଆନ୍ତରିକ ସ୍ନେହ ରହିଛି । ସ୍ୱର୍ଗରେ ମଧ୍ୟ କେତେ ସ୍ନେହ ରହିବ । ସେଠାରେ ତ ସମସ୍ତେ ସତ୍ତ୍ୱପ୍ରଧାନ ରହିଥାନ୍ତି ।

ଏଠାକୁ ଯେଉଁ ଅତିଥିମାନେ ଆସିଥାନ୍ତି ସେମାନଙ୍କର ବି ବହୁତ ସେବା ହୋଇଥାଏ କାହିଁକି ନା ସେମାନଙ୍କ ଉପରେ ବି ଶାନ୍ତି ଏବଂ ସୁଖର ବର୍ସା ହୋଇଥାଏ । ସେମାନେ ସତ୍ୟଯୁଗରେ ସବୁଠାରୁ ପ୍ରିୟ ପ୍ରଜା ହେବେ । ସେଥିପାଇଁ ମାତାପିତା ଓ ପିଲାମାନେ ସମସ୍ତେ ସେମାନଙ୍କର ସେବାରେ ହାଜିର ହୋଇଯାଉଛନ୍ତି । ଯଦିଓ ଏଠାରେ ଦେବୀ-ଦେବତା ହେବାର ପୁରୁଷାର୍ଥ କରୁଛନ୍ତି, କିନ୍ତୁ ସେଠାରେ ସେହି ଦୈବୀ ପଦର ଅହଂକାର ରହେ ନାହିଁ । ସମସ୍ତେ ଈଶ୍ୱରୀୟ ଆଜ୍ଞାକାରୀ ସେବକ ହୋଇ ସେବାରେ ହାଜିର ହୋଇଯାଉଛନ୍ତି । ଈଶ୍ୱର ମଧ୍ୟ ଆଜ୍ଞାବହ ସେବକ ହୋଇ ପ୍ରିୟ ସନ୍ତାନମାନଙ୍କର ଏବଂ ପ୍ରଜାମାନଙ୍କର ସେବା କରୁଛନ୍ତି । ତାଙ୍କର ସ୍ନେହ ପିଲାମାନଙ୍କ ଉପରେ ହିଁ ରହୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯେପରି ବାପଦାଦା ପିଲାମାନଙ୍କୁ କେବେ ବି ନାରାଜ କରୁନାହାଁନ୍ତି, ସେହିଭଳି ତୁମମାନଙ୍କୁ ମଧ୍ୟ କାହାକୁ ନାରାଜ ବା ଅସନ୍ତୁଷ୍ଟ କରିବାର ନାହିଁ, ପରସ୍ପର ମଧ୍ୟରେ ଆନ୍ତରିକ ସ୍ନେହରେ ରହିବାର ଅଛି । କେବେ ବି କ୍ରୋଧ କରିବାର ନାହିଁ ।

(୨) ଶାନ୍ତି ଏବଂ ଆନନ୍ଦର ବରଦାନ ପ୍ରାପ୍ତ କରିବା ପାଇଁ ଜ୍ୟୋତି ଉପରେ ଅର୍ଥାତ୍ ବାବାଙ୍କ ଉପରେ ସମ୍ପୂର୍ଣ୍ଣ ସ୍ୱାହା ହେବାକୁ ପଡିବ । ପାଠପଢା ଦ୍ୱାରା ପରମ ଶାନ୍ତି ଏବଂ ପରମାନନ୍ଦର ଈଶ୍ୱରୀୟ ଅଧିକାର ନେବାକୁ ପଡିବ ।

ବରଦାନ:-
ସଂଗଠନ ଭିତରେ ରହି ସହଯୋଗର ଶକ୍ତି ଦ୍ୱାରା ବିଜୟ ପ୍ରାପ୍ତ କରୁଥିବା ସମସ୍ତଙ୍କ ଶୁଭଚିନ୍ତକ ହୁଅ ।

ଯଦି ସଂଗଠନ ଭିତରେ ରହି ପ୍ରତ୍ୟେକ ପରସ୍ପରର ସହଯୋଗୀ, ଶୁଭଚିନ୍ତକ ହୋଇ ରହିବେ ତେବେ ସେହି ସହଯୋଗର ଶକ୍ତିର ବଳୟ ବହୁତ ଚମତ୍କାରୀ କରିପାରିବ । ଯଦି ପରସ୍ପରର ଶୁଭଚିନ୍ତକ ସହଯୋଗୀ ହୋଇ ରହିବ ତେବେ ମାୟାର ଏତେ ସାହସ ନାହିଁ ଯେ ଏହି ଶକ୍ତିର ବଳୟ ଭିତରକୁ ଆସିପାରିବ । କିନ୍ତୁ ସଂଗଠନ ଭିତରେ ସହଯୋଗର ଶକ୍ତି ସେତେବେଳେ ଆସିବ ଯେତେବେଳେ ଏହିଭଳି ଦୃଢ ସଂକଳ୍ପ କରିବ ଯେ ଯେତେ ବି ସହନ କରିବାକୁ ପଡୁ କିନ୍ତୁ ସମ୍ମୁଖୀନ ନିଶ୍ଚିତ କରିବୁ ଏବଂ ବିଜୟୀ ହୋଇ ଦେଖାଇବୁ ।

ସ୍ଲୋଗାନ:-
କୌଣସି ପ୍ରକାରର ଇଚ୍ଛା ତୁମକୁ ଆଚ୍ଛା ଅର୍ଥାତ୍ ଭଲ ମଣିଷ ହେବା ପାଇଁ ଦେବ ନାହିଁ ସେଥିପାଇଁ ଇଚ୍ଛା ମାତ୍ରକେ ଅବିଦ୍ୟା ହୁଅ ।