13.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବାଙ୍କ ଶ୍ରୀମତରେ ଚାଲିବା ହିଁ ବାବାଙ୍କୁ ସମ୍ମାନ ଦେବା, ମନ ମତରେ ଚାଲୁଥିବା ପିଲାମାନେ ହିଁ ବାବାଙ୍କୁ ଅସମ୍ମାନ କରିଥାନ୍ତି ।
 

ପ୍ରଶ୍ନ:-
ଗୃହସ୍ଥିମାନଙ୍କୁ କେଉଁ ଗୋଟିଏ କଥା ପାଇଁ ବାବା ମନା କରୁନାହାଁନ୍ତି କିନ୍ତୁ ସେଥିପାଇଁ ଗୋଟିଏ ନିର୍ଦ୍ଦେଶ ଦେଉଛନ୍ତି ତାହା କଣ ?

ଉତ୍ତର:-
- ବାବା କହୁଛନ୍ତି ପିଲାମାନେ, ବରଂ ତୁମେ ସମସ୍ତଙ୍କ ସହ ସମ୍ପର୍କ ରଖ, ଯେକୌଣସି ଚାକିରୀ ଆଦି ବି କର, ସମ୍ପର୍କରେ ତ ଆସିବାକୁ ପଡ଼ୁଛି ସେଥିପାଇଁ ଯଦି ରଙ୍ଗୀନ ବସ୍ତ୍ର ପିନ୍ଧିବାକୁ ପଡୁଛି ତେବେ ପିନ୍ଧ, ବାବା ମନା କରୁ ନାହାଁନ୍ତି । କିନ୍ତୁ ବାବା କେବଳ ଗୋଟିଏ ନିର୍ଦ୍ଦେଶ ଦେଉଛନ୍ତି ପିଲାମାନେ, ଦେହ ସହିତ ଦେହର ସବୁ ସମ୍ବନ୍ଧରୁ ମମତ୍ତ୍ୱ ତୁଟାଇ ମୋତେ ମନେ ପକାଅ ।

ଓମ୍ ଶାନ୍ତି ।
ଶିବବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ନିଜ ସମାନ କରିବାର ପୁରୁଷାର୍ଥ କରାଉଛନ୍ତି । ଯେପରି ମୁଁ ଜ୍ଞାନର ସାଗର, ସେହିପରି ପିଲାମାନେ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହୁଅନ୍ତୁ । ଏକଥା ମଧ୍ୟ ମଧୁର ସନ୍ତାନମାନେ ଜାଣିଛନ୍ତି ସମସ୍ତେ ଏକ ସମାନ ହୋଇପାରିବେ ନାହିଁ । ପ୍ରତ୍ୟେକଙ୍କୁ ନିଜେ-ନିଜର ପୁରୁଷାର୍ଥ ତ କରିବାକୁ ହେବ । ସ୍କୁଲରେ ତ ବହୁତ ଛାତ୍ର ପଢ଼ନ୍ତି କିନ୍ତୁ ସମସ୍ତେ ଏକ ସମାନ ପାସ୍ ୱିଥ୍ ଅନର୍ସ (ସମ୍ମାନର ସହ ପାସ୍) ହୋଇ ପାରନ୍ତି ନାହିଁ । ତଥାପି ବି ଶିକ୍ଷକ ପୁରୁଷାର୍ଥ କରାଇଥାନ୍ତି । ତୁମେ ମଧ୍ୟ ପୁରୁଷାର୍ଥ କରୁଛ । ବାବା ପଚାରୁଛନ୍ତି ତୁମେ କଣ ହେବ ? ସମସ୍ତେ କହୁଛନ୍ତି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ ଆସିଛୁ । ଏକଥା ତ ଠିକ୍ ଅଛି କିନ୍ତୁ ନିଜର କାର୍ଯ୍ୟକଳାପକୁ ମଧ୍ୟ ଦେଖିବାକୁ ହେବ ନା । ବାବା ତ ଉଚ୍ଚରୁ ଉଚ୍ଚ ଅଟନ୍ତି । ସିଏ ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି । ତେବେ ଏହି ବାବାଙ୍କୁ କେହି ଜାଣି ନାହାଁନ୍ତି । ତୁମେ ଜାଣିଛ ଶିବବାବା ଆମର ପିତା, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । କିନ୍ତୁ ସେ ଯିଏ ଏବଂ ଯେପରି ଅଟନ୍ତି ତାଙ୍କୁ ସେପରି ଜାଣିବା ମଧ୍ୟ ମୁସ୍କିଲ୍ ଅଟେ । ବାବାଙ୍କୁ ଜାଣିଲେ, ଶିକ୍ଷକ ପଣିଆ ଭୁଲିଯିବେ, ପୁଣି ଗୁରୁପଣିଆ ଭୁଲିଯିବେ । ବାବାଙ୍କ ପ୍ରତି ସମ୍ମାନ ମଧ୍ୟ ପିଲାମାନଙ୍କୁ ରଖିବାକୁ ହେବ । ସମ୍ମାନ କାହାକୁ କୁହାଯାଏ ? ବାବା ଯେଉଁ ପାଠ ପଢ଼ାଉଛନ୍ତି, ତାକୁ ଭଲ ଭାବରେ ପଢିବା ଅର୍ଥାତ୍ ରିଗାର୍ଡ ରଖିବା । ବାବା ତ ବହୁତ ମିଠା ଅଟନ୍ତି । ତେଣୁ ସମସ୍ତେ ଆନ୍ତରିକ ଖୁସିରେ ଗଦଗଦ୍ ହେବା ଦରକାର । ଅମାପ ଖୁସି ରହିବା ଉଚିତ୍ । ଏବେ ପ୍ରତ୍ୟେକ ନିଜକୁ ପଚାରନ୍ତୁ - ଆମେ ଏପରି ଖୁସିରେ ଅଛୁ ? କିନ୍ତୁ ସମସ୍ତେ ଏକାଭଳି ରହିପାରିବେ ନାହିଁ । ପାଠପଢ଼ାରେ ମଧ୍ୟ ବହୁତ ପାର୍ଥକ୍ୟ ଅଛି । ସେହି (ଲୌକିକ ଦୁନିଆର) ସ୍କୁଲରେ ମଧ୍ୟ କେତେ ଫରକ ରହୁଛି । ସେଠାରେ ତ ସାଧାରଣ ଶିକ୍ଷକ ପଢ଼ାଉଛନ୍ତି, ଇଏ ତ ଅସାଧାରଣ ଅଟନ୍ତି । ଏପରି ଶିକ୍ଷକ କେହି ନାହାଁନ୍ତି । ଏକଥା କାହାକୁ ଜଣା ବି ନାହିଁ ଯେ ନିରାକାର ପିତା ଶିକ୍ଷକ ମଧ୍ୟ ହେଉଛନ୍ତି । ଶ୍ରୀକୃଷ୍ଣଙ୍କର ନାମ ଦେଉଛନ୍ତି କିନ୍ତୁ ତାଙ୍କୁ ଜଣା ମଧ୍ୟ ନାହିଁ ଯେ ସେ ସମସ୍ତଙ୍କର ପିତା କିପରି ହୋଇପାରିବେ । କୃଷ୍ଣ ତ ଦେବତା ଅଟନ୍ତି ନା । ଏମିତି ତ କୃଷ୍ଣ ନାମ ଅନେକଙ୍କର ଅଛି । କିନ୍ତୁ କୃଷ୍ଣ କହିବା ମାତ୍ରେ ହିଁ ଶ୍ରୀକୃଷ୍ଣଙ୍କର ଚିତ୍ର ସମ୍ମୁଖକୁ ଆସିଯାଉଛି । ସେ ତ ଦେହଧାରୀ ଅଟନ୍ତି ନା । କିନ୍ତୁ ତୁମେ ଜାଣିଛ ଶିବବାବାଙ୍କର ନିଜର ଶରୀର ନାହିଁ । ସିଏ ନିଜେ କହୁଛନ୍ତି ମୁଁ ଏହି ଶରୀରର ଧାର ନେଇଛି । ଇଏ ପୂର୍ବରୁ ମଧ୍ୟ (ବ୍ରହ୍ମା) ମନୁଷ୍ୟ ଥିଲେ । ଏବେ ମଧ୍ୟ ମନୁଷ୍ୟ ଅଛନ୍ତି । ଇଏ ଭଗବାନ ନୁହଁନ୍ତି । ଭଗବାନ ତ ଏକମାତ୍ର ନିରାକାର ହିଁ ଅଟନ୍ତି । ଏବେ ତୁମମାନଙ୍କୁ କେତେ ଗୁହ୍ୟ ରହସ୍ୟ କଥା ବୁଝାଯାଉଛି । କିନ୍ତୁ ନିରାକାରଙ୍କୁ ଯଥାର୍ଥ ଭାବରେ ପିତା ଏବଂ ଶିକ୍ଷକ ବୋଲି ଭାବିବା - ଏହା ବର୍ତ୍ତମାନ ହୋଇପାରିବ ନାହିଁ, ବାରମ୍ବାର ଭୁଲିଯିବେ । ଦେହଧାରୀଙ୍କ ଆଡ଼କୁ ବୁଦ୍ଧି ଚାଲିଯିବ । କିନ୍ତୁ ଏହି ବାବା ହିଁ ପିତା, ଶିକ୍ଷକ, ସତଗୁରୁ ଅଟନ୍ତି - ଏହି ନିଶ୍ଚୟ ବୁଦ୍ଧିରେ ଏବେ ସ୍ଥାୟୀ ଭାବରେ ରହୁ ନାହିଁ । ଏବେ ତ ଭୁଲି ଯାଉଛ । ବିଦ୍ୟାର୍ଥୀମାନେ କଣ କେବେ ଶିକ୍ଷକଙ୍କୁ ଭୁଲିଯିବେ କି! ହଷ୍ଟେଲରେ ଯେଉଁମାନେ ଥାନ୍ତି ସେମାନେ ତ କେବେ ଭୁଲିବେ ନାହିଁ । ଯେଉଁ ବିଦ୍ୟାର୍ଥୀମାନେ ହଷ୍ଟେଲରେ ରହନ୍ତି ତାଙ୍କର ନିଶ୍ଚୟ ତ ପକ୍କା ହୋଇଥିବ ନା । ଏଠାରେ ତ ସେଭଳି ପକ୍କା ନିଶ୍ଚୟ ନାହିଁ । ପୁରୁଷାର୍ଥର କ୍ରମାନୁସାରେ ହଷ୍ଟେଲରେ ରହିଛନ୍ତି ତେବେ ଛାତ୍ର ତ ନିଶ୍ଚୟ ଅଟନ୍ତି କିନ୍ତୁ ଏହି ନିଶ୍ଚୟ ପକ୍କା ନାହିଁ । ଜାଣିଛନ୍ତି ସମସ୍ତେ ନିଜ ନିଜର ପୁରୁଷାର୍ଥ ଅନୁସାରେ ପଦ ନେଉଛନ୍ତି । ସେହି ପାଠପଢ଼ାରେ ତ କେହି ବାରିଷ୍ଟର, ଇଞ୍ଜିନିୟର, ଡାକ୍ତର ଇତ୍ୟାଦି ହୋଇଥାନ୍ତି । ଏଠାରେ ତ ତୁମେ ବିଶ୍ୱର ମାଲିକ ହେଉଛ । ତେବେ ଏପରି ଛାତ୍ରର ବୁଦ୍ଧି କିପରି ହେବା ଉଚିତ୍ । ଚଳଣି, ବାର୍ତ୍ତାଳାପ କେତେ ଭଲ ହେବା ଦରକାର ।

ବାବା ବୁଝାଉଛନ୍ତି ପିଲାମାନେ, ତୁମେ କେବେ ହେଲେ କାନ୍ଦିବ ନାହିଁ । ତୁମେ ବିଶ୍ୱର ମାଲିକ ହେଉଛ ତେଣୁ ଚିତ୍କାର କରିବା ବା କାନ୍ଦିବା ଉଚିତ୍ ନୁହେଁ । ଛାତି ବାଡ଼େଇ କାନ୍ଦିବା ଏହା ହେଉଛି ସବୁଠାରୁ ଉଚ୍ଚ କାନ୍ଦଣା । ବାବା ତ କହୁଛନ୍ତି ଜିନ୍ ରୋୟା ତିନ୍ ଖୋୟା ଅର୍ଥାତ୍ ଯିଏ କାନ୍ଦିଲା, ସିଏ ହରାଇଲା... ବିଶ୍ୱର ଉଚ୍ଚରୁ ଉଚ୍ଚ ରାଜତ୍ୱକୁ ହରାଇଦେଉଛନ୍ତି । କହୁଛନ୍ତି ଆମେ ନରରୁ ନରାୟଣ ହେବାକୁ ଆସିଛୁ କିନ୍ତୁ ଚଳଣି କାହିଁ! ନମ୍ବରବାର ପୁରୁଷାର୍ଥ ଅନୁସାରେ ସମସ୍ତେ ପୁରୁଷାର୍ଥ କରୁଛନ୍ତି । କେହି ତ ଭଲ ଭାବରେ ପାସ୍ ହୋଇ ବାବାଙ୍କଠାରୁ ବୃତ୍ତି ନେଉଛନ୍ତି, କେହି ଫେଲ୍ ବି ହୋଇଯାଉଛନ୍ତି । କ୍ରମଅନୁସାରେ ତ ରହିବେ । ତୁମ ଭିତରେ ମଧ୍ୟ କେହି ପଢ଼ୁଛନ୍ତି, କେହି ପଢ଼ୁନାହାଁନ୍ତି । ଯେପରି ଗାଁ ଲୋକଙ୍କୁ ପଢ଼ିବାକୁ ଭଲ ଲାଗିନଥାଏ । ଘାସ କାଟିବାକୁ କହିଲେ ଖୁସିରେ ଚାଲିଯିବେ । ସେଥିରେ ସ୍ୱତନ୍ତ୍ର ଜୀବନ ଭାବିଥାନ୍ତି । ପଢ଼ିବାକୁ ବନ୍ଧନ ବୋଲି ଭାବିଥାନ୍ତି, ଏଠାରେ ମଧ୍ୟ ଏପରି ବହୁତ ଅଛନ୍ତି । ସାହୁକାରମାନଙ୍କ ମଧ୍ୟରେ ଜମିଦାରମାନେ ମଧ୍ୟ କମ୍ ନୁହଁନ୍ତି । ନିଜକୁ ସ୍ୱାଧୀନ ବୋଲି ବହୁତ ଖୁସିରେ ଭାବୁଛନ୍ତି । ଚାକିରୀର ଶବ୍ଦ ତ କୁହାଯିବ ନାହିଁ ନା । ଅଫିସର ଇତ୍ୟାଦି ହେବା ପାଇଁ ତ ଚାକିରୀ କରିଥାନ୍ତି ନା । ଏବେ ବାବା ତୁମକୁ ବିଶ୍ୱର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି । ଚାକିରୀ କରିବା ପାଇଁ ପଢ଼ାଉ ନାହାଁନ୍ତି । ତୁମେ ଏହି ପାଠପଢ଼ା ଦ୍ୱାରା ବିଶ୍ୱର ମାଲିକ ହେବାକୁ ଯାଉଛ । ଏହା ବହୁତ ଉଚ୍ଚ ପାଠପଢ଼ା ଅଟେ । ତୁମେ ତ ବିଶ୍ୱର ମାଲିକ ବିଲ୍କୁଲ୍ ସ୍ୱାଧୀନ ହୋଇଯାଉଛ । ବାବା କେତେ ସାଧାରଣ । ଏହା ଏକମାତ୍ର ପାଠପଢ଼ା ଯାହା ଦ୍ୱାରା ତୁମେ ଏତେ ଉଚ୍ଚ ମହାରାଜା-ମହାରାଣୀ ହେଉଛ ତାହା ପୁଣି ପବିତ୍ର ଅଟେ । ତୁମେ ତ କହୁଛ ଯେକୌଣସି ଧର୍ମାବଲମ୍ବୀ ହେଲେ ମଧ୍ୟ, ଆସି ପଢ଼ନ୍ତୁ । ତେବେ ବୁଝିଯିବେ ଯେ ଏହି ପାଠପଢ଼ା ବହୁତ ଉଚ୍ଚ ଅଟେ । ତୁମେ ବିଶ୍ୱର ମାଲିକ ହେଉଛ, ଏହି ପାଠ ତ ବାବା ପଢ଼ାଉଛନ୍ତି । ତୁମର ବୁଦ୍ଧି ଏବେ କେତେ ବିଶାଳ ହୋଇଯାଇଛି । ପୁରୁଷାର୍ଥର କ୍ରମଅନୁସାରେ ହଦର ବୁଦ୍ଧିରୁ ବେହଦର ବୁଦ୍ଧିକୁ ଆସିଛ । କେତେ ଖୁସୀ ରହୁଛି ଆମେ ସମସ୍ତେ ଅନ୍ୟମାନଙ୍କୁ ବିଶ୍ୱର ମାଲିକ କରାଇବୁ । ବାସ୍ତବରେ ଚାକିରୀ ସେଠାରେ ମଧ୍ୟ କରିବେ, ଦାସ-ଦାସୀ, ଚାକର ଆଦି ଦରକାର ନା । ପାଠୁଆଙ୍କ ଆଗରେ ଅପାଠୁଆ ବୋଝ ବୋହିବେ । ସେଥିପାଇଁ ବାବା କହୁଛନ୍ତି ଭଲ ଭାବରେ ପଢ଼ିଲେ ତୁମେ ଏହିପରି ହୋଇପାରିବ । କହୁଛନ୍ତି ମଧ୍ୟ ଆମେ ଏପରି ହେବୁ । କିନ୍ତୁ ନ ପଢ଼ିଲେ କଣ ହେବ । ନ ପଢ଼ିଲେ ବାବାଙ୍କୁ ମଧ୍ୟ ଏତେ ସମ୍ମାନର ସହିତ ମନେ ପକାଇ ପାରିବ ନାହିଁ । ବାବା କହୁଛନ୍ତି ମୋତେ ତୁମେ ଯେତେ ମନେ ପକାଇବ ତୁମର ବିକର୍ମ ସେତେ ବିନାଶ ହେବ । ପିଲାମାନେ କହୁଛନ୍ତି ବାବା ଯେପରି ଆପଣ ଚଳାଇବେ, ବାବା ମଧ୍ୟ ଏହାଙ୍କ (ବ୍ରହ୍ମାଙ୍କ) ଦ୍ୱାରା ମତ ଦେବେ ନା । କିନ୍ତୁ ଏହାଙ୍କ ମତ ମଧ୍ୟ ଗ୍ରହଣ କରୁ ନାହାଁନ୍ତି, ତଥାପି ସେହି ପୁରୁଣା ସଢ଼ି ଯାଇଥିବା ଦୁନିଆର ମନୁଷ୍ୟମାନଙ୍କ ମତରେ ହିଁ ଚାଲୁଛନ୍ତି । ଦେଖୁଛନ୍ତି ମଧ୍ୟ ଶିବବାବା ଏହି ରଥ ଦ୍ୱାରା ମତ ଦେଉଛନ୍ତି ତଥାପି ମଧ୍ୟ ନିଜ ମତରେ ହିଁ ଚାଲୁଛନ୍ତି । ଯାହାକୁ ପଇସାକର କଉଡ଼ି ତୁଲ୍ୟ ମତ କହିବା, ତା ଉପରେ ଚାଲୁଛନ୍ତି । ରାବଣର ମତରେ ଚାଲି-ଚାଲି ଏହି ସମୟରେ କଉଡ଼ି ତୁଲ୍ୟ ହୋଇ ଯାଇଛନ୍ତି । ଏବେ ରାମ ଶିବବାବା ମତ ଦେଉଛନ୍ତି । ନିଶ୍ଚୟରେ ହିଁ ବିଜୟ ଅଛି, ଏଥିରେ କେବେ କ୍ଷତି ହେବ ନାହିଁ । କ୍ଷତିକୁ ମଧ୍ୟ ବାବା ଫାଇଦାରେ ବଦଳାଇ ଦେବେ କିନ୍ତୁ କେବଳ ନିଶ୍ଚୟବୁଦ୍ଧି ପିଲାମାନଙ୍କ ପାଇଁ । ସଂଶୟ ବୁଦ୍ଧି ପିଲାମାନେ ଭିତରେ ଭିତରେ ଅଣନିଶ୍ୱାସୀ ହୋଇଥାନ୍ତି । ନିଶ୍ଚୟବୁଦ୍ଧି ପିଲା କେବେ ଅଣନିଶ୍ୱାସୀ ହୁଅନ୍ତି ନାହିଁ କି କ୍ଷତିରେ ପଡ଼ନ୍ତି ନାହିଁ । ବାବା ନିଜେ ଗ୍ୟାରେଣ୍ଟି କରୁଛନ୍ତି ଶ୍ରୀମରେ ଚାଲିବା ଦ୍ୱାରା କେବେ ବି ଅକଲ୍ୟାଣ ହୋଇପାରିବ ନାହିଁ । ମନୁଷ୍ୟର ମତକୁ ଦେହଧାରୀ ମତ କୁହାଯାଏ । ଏଠାରେ ତ ମନୁଷ୍ୟ ମତ ରହିଛି । ଗାୟନ ମଧ୍ୟ କରାଯାଏ ମନୁଷ୍ୟ ମତ, ଈଶ୍ୱରୀୟ ମତ ଏବଂ ଦୈବୀ ମତ । ଏବେ ତୁମକୁ ଈଶ୍ୱରୀୟ ମତ ମିଳିଛି । ଯାହା ଦ୍ୱାରା ତୁମେ ମନୁଷ୍ୟରୁ ଦେବତା ହେଉଛ । ପୁଣି ସେଠାରେ ସ୍ୱର୍ଗରେ ତୁମେ ସୁଖ ହିଁ ସୁଖ ପାଇବ । ସେଠାରେ କୌଣସି ଦୁଃଖର କଥା ନାହିଁ । ତାହା ମଧ୍ୟ ସ୍ଥାୟୀ ସୁଖ ହୋଇଯାଉଛି । ବର୍ତ୍ତମାନ ତୁମକୁ ଅନୁଭବ କରିବାକୁ ହେବ, ଏବେ ଭବିଷ୍ୟତର ଫିଲିଙ୍ଗ୍ ଆସୁଛି ।

ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ତୁମକୁ ଶ୍ରୀମତ ମିଳୁଛି । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ, କଳ୍ପର ସଂଗମ ଯୁଗରେ ଆସୁଛି, ଏକଥା ତୁମେ ଜାଣିଛ । ତେଣୁ ତୁମେ ତାଙ୍କ ମତରେ ଚାଲୁଛ । ବାବା କହୁଛନ୍ତି ପିଲାମାନେ, ଗୃହସ୍ଥ ବ୍ୟବହାରରେ ବରଂ ରୁହ, କିଏ କହୁଛି ତୁମେ ବସ୍ତ୍ର ଆଦି ବଦଳାଅ ? ଯାହା କିଛି ବି ପିନ୍ଧ । ଅନେକଙ୍କ ସମ୍ପର୍କରେ ଆସିବାକୁ ପଡ଼ୁଛି । ରଙ୍ଗୀନ ବସ୍ତ୍ର ପିନ୍ଧିବା ପାଇଁ କେହି ମନା କରୁ ନାହାଁନ୍ତି । ଯେକୌଣସି ବସ୍ତ୍ର ପିନ୍ଧ, ଏଥିରେ କୌଣସି ସମ୍ପର୍କ ନାହିଁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ଼ । ବାକି ସବୁ କିଛି ପିନ୍ଧ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହି ନିଶ୍ଚୟ ପକ୍କା କର । ଏକଥା ମଧ୍ୟ ଜାଣିଛ ଆତ୍ମା ହିଁ ପତିତ ଏବଂ ପାବନ ହେଉଛି, ମହାତ୍ମାମାନଙ୍କୁ ମଧ୍ୟ ମହାନ୍ ଆତ୍ମା କହିବା, ମହାନ୍ ପରମାତ୍ମା କୁହାଯିବ ନାହିଁ । ଏଭଳି କହିବା ମଧ୍ୟ ଶୋଭା ପାଉ ନାହିଁ । ଏହା ବୁଝିବା ନିମନ୍ତେ କେତେ ସୁନ୍ଦର ଜ୍ଞାନ ଅଟେ । ସତଗୁରୁ, ସମସ୍ତଙ୍କର ସଦଗତି ଦାତା ତ ଜଣେ ହିଁ ବାବା ଅଟନ୍ତି । ସେଠାରେ କେବେ ଅକାଳମୃତ୍ୟୁ ହେବ ନାହିଁ । ଏବେ ତୁମେ ଜାଣୁଛ ବାବା ଆମକୁ ପୁନର୍ବାର ଏପରି ଦେବତା କରୁଛନ୍ତି । ପୂର୍ବରୁ ଏହା ବୁଦ୍ଧିରେ ନଥିଲା, କଳ୍ପର ଆୟୁ କେତେ ଏକଥା ମଧ୍ୟ ଜାଣିନଥିଲେ । ଏବେ ଏସବୁର ସ୍ମୃତି ଆସୁଛି । ଏକଥା ମଧ୍ୟ ପିଲାମାନେ ବୁଝିଛନ୍ତି ଆତ୍ମାକୁ ହିଁ ପାପ ଆତ୍ମା ଏବଂ ପୁଣ୍ୟ ଆତ୍ମା କୁହାଯାଉଛି । ପାପ ପରମାତ୍ମା, କେବେ କୁହାଯାଏ ନାହିଁ । ପୁଣି କେହି କହୁଛନ୍ତି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ଏହା କେତେ ଅଜ୍ଞାନତା ଅଟେ । ଏକଥା ବାବା ହିଁ ବସି ବୁଝାଉଛନ୍ତି । ଏବେ ତୁମେ ଜାଣୁଛ ବାବା ପ୍ରତି ୫ ହଜାର ବର୍ଷରେ ଥରେ ଆସି ପାପ ଆତ୍ମାମାନଙ୍କୁ ପୂଣ୍ୟ ଆତ୍ମା କରିଥାନ୍ତି । ଜଣଙ୍କୁ ନୁହେଁ, ସମସ୍ତ ସନ୍ତାନମାନଙ୍କୁ କରୁଛନ୍ତି । ବାବା କହୁଛନ୍ତି ମୁଁ ବେହଦର ପିତା ତୁମକୁ ଏପରି କରୁଛି । ତେବେ ନିଶ୍ଚୟ ପିଲାମାନଙ୍କୁ ଅବିନାଶୀ ସୁଖ ଦେବି । ସତ୍ୟଯୁଗରେ ପବିତ୍ର ଆତ୍ମାମାନେ ରହିବେ । ରାବଣ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ତୁମେ ପୁଣ୍ୟ ଆତ୍ମା ହୋଇଯାଉଛ । ତୁମେ ଅନୁଭବ କରୁଛ, ମାୟା କେତେ ବିଘ୍ନ ପକାଉଛି । ଏକଦମ୍ ନାକେ ଦମ୍ କରିଦେଉଛି । ତୁମେ ଜାଣୁଛ ମାୟା ସହିତ ଯୁଦ୍ଧ କିପରି ଚାଲୁଛି । ସେମାନେ ପୁଣି କୌରବ ଏବଂ ପାଣ୍ଡବମାନଙ୍କର ଯୁଦ୍ଧ, ସୈନ୍ୟ ବାହିନୀ ଆଦି କଣ-କଣ ବସି ଦେଖାଇଛନ୍ତି । ଏହି ଯୁଦ୍ଧ ବିଷୟରେ କାହାକୁ ଜଣା ନାହିଁ । ଏହା ହେଉଛି ଗୁପ୍ତ । ଏହାକୁ ତୁମେ ହିଁ ଜାଣିଛ । ମାୟା ସହିତ ଆମ ଆତ୍ମାମାନଙ୍କୁ ଯୁଦ୍ଧ କରିବାକୁ ହେବ । ବାବା କହୁଛନ୍ତି ତୁମର ସବୁଠାରୁ ବଡ଼ ଶତ୍ରୁ ହେଉଛି କାମ ବିକାର । ଯୋଗବଳ ଦ୍ୱାରା ତୁମେ ଏହା ଉପରେ ବିଜୟ ପାଉଛ । ଯୋଗ ବଳର ଅର୍ଥ ମଧ୍ୟ କେହି ବୁଝି ନାହାଁନ୍ତି । ଯେଉଁମାନେ ସତ୍ତ୍ୱପ୍ରଧାନ ଥିଲେ ସେମାନେ ତମୋପ୍ରଧାନ ହେଉଛନ୍ତି । ବାବା ନିଜେ କହୁଛନ୍ତି ବହୁତ ଜନ୍ମର ଅନ୍ତିମରେ ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି । ସେ ହିଁ ତମୋପ୍ରଧାନ ହେଉଛନ୍ତି । ତତ୍ତୱମ ଅର୍ଥାତ୍ ତୁମେ ମଧ୍ୟ ସେହିପରି ହେଉଛ । ବାବା ଜଣଙ୍କୁ କହୁ ନାହାଁନ୍ତି । କ୍ରମଅନୁସାରେ ସମସ୍ତଙ୍କୁ କହୁଛନ୍ତି । କିଏ-କିଏ କ୍ରମାନ୍ୱୟରେ ଅଛନ୍ତି, ଏହା ତୁମକୁ ଜଣା । ଆଗକୁ ଗଲେ ସବୁ ଜଣାପଡ଼ିବ । ମାଳାର ସାକ୍ଷାତ୍କାର ତୁମକୁ କରାଇବି । ସ୍କୁଲରେ ଶ୍ରେଣୀ ପରିବର୍ତ୍ତନ ସମୟ ହେଲେ ସବୁ ଜଣା ପଡ଼ିଯାଏ ନା । ସମସ୍ତ ଫଳାଫଳ ଜଣାପଡିଯାଇଥାଏ ।

ବାବା ଜଣେ କନ୍ୟାକୁ ପଚାରିଲେ ତୁମ ପରୀକ୍ଷାର ପ୍ରଶ୍ନପତ୍ର କେଉଁଠୁ ଆସୁଛି ? କହିଲା ଲଣ୍ଡନରୁ । ଏବେ ତୁମର ପେପର (ପ୍ରଶ୍ନପତ୍ର) କେଉଁଠୁ ବାହାରିବ ? ଉପରୁ । ତୁମର ପେପର ଉପରୁ ଆସିବ । ସବୁ ସାକ୍ଷାତ୍କାର କରିବ । ଏହା କେତେ ବିଚିତ୍ର ପାଠପଢ଼ା ଅଟେ । କିଏ ପଢ଼ାଉଛନ୍ତି, କାହାକୁ ଜଣା ନାହିଁ । କୃଷ୍ଣ ଭଗବାନୁବାଚ କହିଦେଉଛନ୍ତି । ପାଠପଢ଼ାରେ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ତେବେ ଖୁସିରେ ମଧ୍ୟ କ୍ରମ ଅନୁସାରେ ରହୁଥିବେ । ଦୁନିଆରେ ଯେଉଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ ପଚାର ଏହା ଶେଷ ସମୟର କଥା । ବାବା ବୁଝାଉଛନ୍ତି, ଯଦିଓ ବାବା ଜାଣିଛନ୍ତି ଯେ ଏହି ସନ୍ତାନ କେବେ ତଳକୁ ଖସିବ ନାହିଁ, କିନ୍ତୁ ତଥାପି ଜଣାପଡୁ ନାହିଁ କଣ ହେଉଛି ପାଠ ହିଁ ପଢ଼ୁ ନାହାଁନ୍ତି, ଭାଗ୍ୟରେ ହିଁ ନାହିଁ । ଯଦି ସାମାନ୍ୟ ଭାବେ ତାଙ୍କୁ କୁହାଯାଏ ତୁମେ ସେହି ଦୁନିଆରେ ଯାଇ ନିଜର ଘର ସଂସାର କର । ତେବେ ତୁରନ୍ତ ଚାଲିଯିବେ । କେଉଁଠୁ ବାହାରି କେଉଁଠାକୁ ଚାଲିଯାଉଛନ୍ତି । ତାଙ୍କର ଚଳଣି, ବାଣୀ, କାର୍ଯ୍ୟ ହିଁ ଏହିପରି ଅଟେ । ଭାବନ୍ତି ଆମକୁ ଯଦି ଏତିକି ମିଳିବ ଆମେ ଯାଇ ଅଲଗା ରହିବୁ । ଚଳଣିରୁ ଜଣାପଡ଼ିଯାଏ । ଏହାର ଅର୍ଥ ନିଶ୍ଚୟ ନାହିଁ, ବାଧ୍ୟତାମୂଳକ ଭାବରେ ରହିଛନ୍ତି । ବହୁତ ଅଛନ୍ତି ଯିଏ ଜ୍ଞାନର ଗ ମଧ୍ୟ ଜାଣି ନାହାଁନ୍ତି । କେବେ ହେଲେ ପାଠ ପଢ଼ିବାକୁ ବସନ୍ତି ନାହିଁ । ମାୟା ପଢ଼ିବାକୁ ଦିଏ ନାହିଁ । ଏହିପରି ସବୁ ସେଣ୍ଟର ମାନଙ୍କରେ ଅଛନ୍ତି । କେବେ ପଢ଼ିବାକୁ ଆସନ୍ତି ନାହିଁ । ଆଶ୍ଚର୍ଯ୍ୟ ଅଟେ ନା । ଲକ୍ଷ୍ୟ କେତେ ଉଚ୍ଚ । ନିଜେ ଭଗବାନ ପାଠ ପଢ଼ାଉଛନ୍ତି । ବାବା କହୁଛନ୍ତି ଏଭଳି କାମ କର ନାହିଁ, କିନ୍ତୁ ମାନୁ ନାହାଁନ୍ତି । ନିଶ୍ଚୟ ଓଲଟା କାମ କରି ଦେଖାଇବେ । ରାଜଧାନୀ ସ୍ଥାପନ ହେଉଛି, ତେଣୁ ସେଥିରେ ତ ସବୁ ପ୍ରକାର ପଦର ଆବଶ୍ୟକତା ଅଛି ନା । ଉଚ୍ଚ ପଦରୁ ଆରମ୍ଭ କରି ନୀଚ୍ଚ ପଦବୀ ସବୁ ହେଉଛନ୍ତି । ପଦବୀରେ ଫରକ ତ ରହିଥାଏ ନା । ଏଠାରେ ମଧ୍ୟ କ୍ରମ ଅନୁସାରେ ପଦ ରହିଛି । କେବଳ କଣ ଫରକ ଅଛି ? ସେଠାରେ ଆୟୁ ବଡ଼ ଏବଂ ସୁଖ ରହିଥାଏ । ଏଠାରେ ଆୟୁ ଛୋଟ ଏବଂ ଦୁଃଖ ରହିଛି । ପିଲାମାନଙ୍କ ବୁଦ୍ଧିରେ ଏହି ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟ) କଥା ରହିଛି । କିପରି ଏହି ଡ୍ରାମା କରାଯାଇଛି । ପୁଣି କଳ୍ପ-କଳ୍ପ ଆମେ ସେହି ପାର୍ଟ କରିବୁ । କଳ୍ପ-କଳ୍ପ ପାର୍ଟ ବଜାଇ ଚାଲିଛୁ । ଏତେ ଛୋଟ ଆତ୍ମାରେ କେତେ ପାର୍ଟ ଭରି ରହିଛି । ସେହି ଫିଚର୍ସ (ଚେହେରା), ସେହି ଆକ୍ଟିଭିଟି (କାର୍ଯ୍ୟ କଳାପ)... । ଏହି ସୃଷ୍ଟିଚକ୍ର ଘୁରି ଚାଲିଛି । ଏହା ପୂର୍ବ ପ୍ରସ୍ତୁତ....ଏହି ଚକ୍ର ପୁଣି ମଧ୍ୟ ରିପିଟ୍ ହେବ । ପୁଣି ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋରେ ଆସିବେ । ଏଥିରେ ଦ୍ୱନ୍ଦର କୌଣସି କଥା ନାହିଁ । ଆଚ୍ଛା, ନିଜକୁ ଆତ୍ମା ଭାବୁଛ ? ଆତ୍ମାର ପିତା ହେଉଛନ୍ତି ଶିବବାବା ଏକଥା ତ ବୁଝୁଛ ନା । ଯିଏ ସତ୍ତ୍ୱପ୍ରଧାନ ହେଉଛନ୍ତି, ସେ ପୁଣି ତମୋପ୍ରଧାନ ହେବେ ପୁଣି ବାବାଙ୍କୁ ମନେ ପକାଇ ସତ୍ତ୍ୱପ୍ରଧାନ ହୋଇଯିବେ । ଏହା ତ ବହୁତ ଭଲ କଥା ନା । ବାସ୍, ଏତିକି କଥା ବୁଝାଇ ଦେବା ଦରକାର । କୁହ, ବେହଦର ବାବା ସ୍ୱର୍ଗର ବର୍ସା ଦେଉଛନ୍ତି । ସେ ହିଁ ପତିତ-ପାବନ ଅଟନ୍ତି । ବାବା ଜ୍ଞାନ ଦେଉଛନ୍ତି । ଏଥିରେ ଶାସ୍ତ୍ର ଆଦିର କୌଣସି କଥା ନାହିଁ । ଆରମ୍ଭରୁ ଶାସ୍ତ୍ର କେଉଁଠୁ ଆସିବ । ବହୁତ ହୋଇ ଗଲେ, ପରେ ଶାସ୍ତ୍ର ତିଆରି କରିବେ । ସତ୍ୟଯୁଗରେ ଶାସ୍ତ୍ର ନଥାଏ । ପରମ୍ପରାରୁ କୌଣସି ଜିନିଷ ହୋଇନଥାଏ । ନାମ-ରୂପ ବଦଳିଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କେବେ ହେଲେ ଚିତ୍କାର କରି କନ୍ଦାକଟା କରିବାର ନାହିଁ । ବୁଦ୍ଧିରେ ରହୁ ଯେ ଆମେ ବିଶ୍ୱର ମାଲିକ ହେବୁ, ଆମର ଚଳଣି, କଥାବାର୍ତ୍ତା, ବହୁତ ମାର୍ଜିତ ହେବା ଉଚିତ୍ । କେବେ ହେଲେ କାନ୍ଦିବା ଉଚିତ୍ ନୁହେଁ ।

(୨) ନିଶ୍ଚୟ ବୁଦ୍ଧି ହୋଇ ଏକମାତ୍ର ବାବାଙ୍କ ମତରେ ସଦାସର୍ବଦା ଚାଲିବାକୁ ହେବ । କେବେହେଲେ ଦ୍ୱନ୍ଦରେ ପଡ଼ିବା ଅଥବା ଅଣନିଶ୍ୱାସୀ ହେବା ଅର୍ଥାତ୍ ମାୟାଠାରୁ ଧୋକା ଖାଇବାର ନାହିଁ । ନିଶ୍ଚୟରେ ହିଁ ବିଜୟ ରହିଛି, ସେଥିପାଇଁ ନିଜର ପାଇପଇସାର ମୂଲ୍ୟହୀନ ମତ ଜାହିର କରିବାର ନାହିଁ ।

ବରଦାନ:-
ନିଜର ପୁରୁଷାର୍ଥର ବିଧିରେ ନିଜର ପ୍ରଗତିର ଅନୁଭବ କରୁଥିବା ସଫଳତାର ତାରକା ହୁଅ ।

ଯେଉଁମାନେ ନିଜର ପୁରୁଷାର୍ଥର ବିଧିରେ ନିଜର ପ୍ରଗତି ବା ସଫଳତାର ଅନୁଭବ କରୁଛନ୍ତି ସେହିମାନେ ହିଁ ସଫଳତାର ତାରକା ଅଟନ୍ତି, ସେମାନଙ୍କର ସଂକଳ୍ପରେ ନିଜର ପୁରୁଷାର୍ଥ ପ୍ରତି ମଧ୍ୟ କିଏ ଜାଣେ ହେବ କି ନହେବ, କରିପାରିବି କି ନାହିଁ ଏହିଭଳି ଅସଫଳତାର ଅଂଶମାତ୍ର ମଧ୍ୟ ନଥିବ । ସେମାନେ ନିଜ ପ୍ରତି ସଫଳତା ପ୍ରାପ୍ତ କରିବାକୁ ଅଧିକାର ରୂପରେ ଅନୁଭବ କରିଥାନ୍ତି ଏବଂ ସେମାନଙ୍କୁ ସହଜରେ ଏବଂ ଆପେ ଆପେ ସଫଳତା ମିଳିବାକୁ ଲାଗିଥାଏ ।

ସ୍ଲୋଗାନ:-
ସୁଖ ସ୍ୱରୂପ ହୋଇ ସମସ୍ତଙ୍କୁ ସୁଖ ଦିଅ ତେବେ ପୁରୁଷାର୍ଥରେ ଆଶୀର୍ବାଦ ଯୋଡି ହୋଇଯିବ ।