13.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମ
ପାଇଁ ବାସ୍ତବ ଦୀପାବଳୀ ତ’ ନୂଆ ଦୁନିଆରେ ହେବ, ସେଥିପାଇଁ ଏହି ପୁରୁଣା ଦୁନିଆର ମିଥ୍ୟା
ଉତ୍ସବଗୁଡିକୁ ଦେଖିବାର ଇଚ୍ଛା ତୁମ ମନକୁ ଆସିପାରିବ ନାହିଁ ।”
ପ୍ରଶ୍ନ:-
ତୁମେମାନେ ହେଉଛ
ହୋଲିହଂସ, ତେଣୁ ତୁମର କର୍ତ୍ତବ୍ୟ କ’ଣ?
ଉତ୍ତର:-
ଆମର ମୁଖ୍ୟ କର୍ତ୍ତବ୍ୟ ହେଲା ଏକମାତ୍ର ବାବାଙ୍କର ସ୍ମୃତିରେ ରହିବା ଏବଂ ସମସ୍ତଙ୍କର ବୁଦ୍ଧିଯୋଗ
ବାବାଙ୍କ ସହିତ ଯୋଡିବା । ଆମେ ନିଜେ ପବିତ୍ର ହେବା ସହିତ ସମସ୍ତଙ୍କୁ ପବିତ୍ର କରୁଛୁ । ଆମକୁ
ମନୁଷ୍ୟରୁ ଦେବତା କରିବାର କର୍ତ୍ତବ୍ୟରେ ସଦା ସର୍ବଦା ତତ୍ପର ହୋଇ ରହିବାକୁ ହେବ । ସମସ୍ତଙ୍କୁ
ଦୁଃଖରୁ ମୁକ୍ତ କରି, ପଥ ପ୍ରଦର୍ଶକ ହୋଇ ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଇବାକୁ ହେବ ।
ଗୀତ:-
ତୁହ୍ମେଁ ପାକେ
ହମନେ ଜାହାନ ପା ଲିଆ...
ଓମ୍ ଶାନ୍ତି ।
ପିଲାମାନେ ଗୀତ
ଶୁଣିଲେ । ପିଲାମାନେ କହୁଛନ୍ତି ଆମେ ସ୍ୱର୍ଗରେ ରାଜତ୍ତ୍ୱ କରିବାର ସମ୍ପତ୍ତି ପ୍ରାପ୍ତ କରୁଛୁ ।
ତାହାକୁ କେବେ କେହି ଜଳାଇ ପାରିବ ନାହିଁ, କେହି ଛଡାଇ ନେଇପାରିବ ନାହିଁ କି ସେହି ସମ୍ପତ୍ତି ଉପରେ
କେହି ବିଜୟ ପ୍ରାପ୍ତ କରିପାରିବେ ନାହିଁ । ଆତ୍ମାକୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି ଏବଂ ଏହି
ବାବାଙ୍କୁ ହିଁ ବାସ୍ତବରେ ମାତା ପିତା ମଧ୍ୟ କୁହାଯାଉଛି । ଯିଏ ଏହି ମାତା ପିତାଙ୍କୁ ଚିହ୍ନିବେ
ସିଏ ହିଁ ଏହି ସଂସ୍ଥାକୁ ଆସିପାରିବେ । ବାବା ମଧ୍ୟ କହୁଛନ୍ତି ମୁଁ ପିଲାମାନଙ୍କ ସମ୍ମୁଖରେ ହିଁ
ପ୍ରତ୍ୟକ୍ଷ ହୋଇ ପାଠ ପଢ଼ାଉଛି, ରାଜଯୋଗ ଶିଖାଉଛି । ପିଲାମାନେ ବଞ୍ଚି ଥାଉ ଥାଉ ଅବିନାଶୀ
ବାବାଙ୍କୁ ନିଜର କରୁଛନ୍ତି । ମନୁଷ୍ୟ ବଞ୍ଚି ଥିବା ସମୟରେ ହିଁ ଧର୍ମର ସନ୍ତାନ ଗ୍ରହଣ
କରିଥା’ନ୍ତି । ସେଥିପାଇଁ କହୁଛନ୍ତି ଆପଣ ମୋର, ମୁଁ ଆପଣଙ୍କର । ତୁମେ ବାବାଙ୍କର କାହିଁକି ହୋଇଛ?
କହୁଛନ୍ତି - ବାବା, ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆମେ ଆପଣଙ୍କର ହୋଇଛୁ । ବାବା
କହୁଛନ୍ତି, ଆଚ୍ଛା ପିଲାମାନେ, ଏଭଳି ବାବାଙ୍କୁ କେବେ ଛାଡପତ୍ର ଦେବନାହିଁ । ନଚେତ୍ ପରିଣାମ କ’ଣ
ହେବ? ସ୍ୱର୍ଗରେ ରାଜତ୍ତ୍ୱ କରିବାର ପୁରା ସମ୍ପତ୍ତି ତୁମେ ପାଇପାରିବ ନାହିଁ । ବାବା ମମ୍ମା
ମହାରାଜା ମହାରାଣୀ ହେଉଛନ୍ତି ନା, ତେଣୁ ତୁମକୁ ମଧ୍ୟ ପୁରୁଷାର୍ଥ କରି ମମ୍ମା ବାବାଙ୍କ ଭଳି
ସମ୍ପତ୍ତି ପାଇବାକୁ ହେବ । କିନ୍ତୁ ପିଲାମାନେ ପୁରୁଷାର୍ଥ କରୁ କରୁ ପୁଣି ଛାଡପତ୍ର ଦେଇ
ଦେଉଛନ୍ତି । ପୁଣି ଯାଇ ବିକାରଗ୍ରସ୍ତ ହେଉଛନ୍ତି ଅଥବା ନର୍କଗାମୀ ହେଉଛନ୍ତି । ନର୍କକୁ ହେଲ୍,
ସ୍ୱର୍ଗକୁ ହେଭେନ୍ କୁହାଯାଏ । କହୁଛନ୍ତି ଆମେ ସଦାକାଳ ପାଇଁ ସ୍ୱର୍ଗର ମାଲିକ ହେବା ନିମନ୍ତେ
ବାବାଙ୍କୁ ନିଜର କରୁଛୁ, କାହିଁକିନା ବର୍ତ୍ତମାନ ଆମେ ନର୍କରେ ଅଛୁ । ସ୍ୱର୍ଗ ରଚନାକାରୀ ଈଶ୍ୱର
ପିତା, ଯେ ପର୍ଯ୍ୟନ୍ତ ନ ଆସିଛନ୍ତି ସେ ପର୍ଯ୍ୟନ୍ତ କେହି ସ୍ୱର୍ଗକୁ ଯାଇପାରିବେ ନାହିଁ ।
ତାଙ୍କର ନାମ ହିଁ ହେଲା ସ୍ୱର୍ଗର ରଚୟିତା ଈଶ୍ୱର ପିତା । ଏକଥା ମଧ୍ୟ ତୁମେ ବର୍ତ୍ତମାନ ଜାଣୁଛ ।
ବାବା କହୁଛନ୍ତି - ପିଲେ, ତୁମେ ବୁଝୁଛ ଯେ, ବାସ୍ତବରେ ୫ ହଜାର ବର୍ଷ ପୂର୍ବ ଭଳି ଆମେ
ବାବାଙ୍କଠାରୁ ସମ୍ପତ୍ତି ପାଇବା ପାଇଁ ବାବାଙ୍କ ପାଖକୁ ଆସିଛୁ । କିନ୍ତୁ, ତଥାପି ମଧ୍ୟ ଜ୍ଞାନରେ
ଚାଲୁଚାଲୁ ମାୟାର ତୋଫାନ ଏକଦମ୍ ବରବାଦ କରିଦେଇଥାଏ । ତେଣୁ ଏହି ପାଠପଢ଼ାକୁ ଛାଡି ଦେଇଥା’ନ୍ତି
ଅର୍ଥାତ୍ ମରିଯାଇଥା’ନ୍ତି । ଈଶ୍ୱରଙ୍କର ହୋଇ ପୁଣି ଯଦି ହାତ ଛାଡିଦେଲ, ଏହାର ଅର୍ଥ ନୂଆ ଦୁନିଆରୁ
ମରି ପୁରୁଣା ଦୁନିଆକୁ ଚାଲିଗଲ । ଏହି ସ୍ୱର୍ଗର ରଚୟିତା ଈଶ୍ୱର ପିତା ହିଁ ନର୍କର ଦୁଃଖରୁ
ଉଦ୍ଧାର କରି ଆମର ପଥପ୍ରଦର୍ଶକ ହୋଇ ମିଠା ଶାନ୍ତିଧାମ ଘରକୁ ନେଇଯାଉଛନ୍ତି, ଯେଉଁଠାରୁ ଆମେ
ଆତ୍ମାମାନେ ଆସିଅଛେ । ପୁଣି ବାବା ଆମକୁ ମିଠା ସ୍ୱର୍ଗର ରାଜତ୍ତ୍ୱ ଦେଉଛନ୍ତି । ତେବେ ବାବା
ଦୁଇଟି ଜିନିଷ ଦେବାକୁ ଆସୁଛନ୍ତି - ଗତି ଏବଂ ସଦ୍ଗତି । ସତ୍ୟଯୁଗ ହେଲା ସୁଖଧାମ, କଳିଯୁଗ ହେଉଛି
ଦୁଃଖଧାମ ଏବଂ ଯେଉଁଠାରୁ ଆମେ ଆତ୍ମାମାନେ ଆସୁଛୁ ତାହା ହେଲା ଶାନ୍ତିଧାମ । ଏହି ବାବା ହିଁ
ହେଉଛନ୍ତି ଭବିଷ୍ୟତ ସୁଖ ଶାନ୍ତିର ଦାତା । ଏହି ଅଶାନ୍ତ ଦେଶରୁ ପ୍ରଥମେ ଶାନ୍ତି ଦେଶକୁ ଯିବା ।
ସେହି ଘରକୁ ମିଠା ଶାନ୍ତିଧାମ କୁହାଯାଇଥାଏ, ଆମେ ସେହିଠାରେ ହିଁ ରହିଥାଉ । ଆତ୍ମା କହୁଛି ତାହା
ହିଁ ଆମର ସୁଇଟ୍ ହୋମ (ମିଠାଘର) । ବର୍ତ୍ତମାନ ସମୟରେ ଆମେ ଯେଉଁ ଜ୍ଞାନ ଅର୍ଜନ କରୁଛେ,
ତା’ଦ୍ୱାରା ସ୍ୱର୍ଗର ରାଜଧାନୀ ମିଳିବ । ବାବାଙ୍କର ନାମ ହେଲା ସ୍ୱର୍ଗର ରଚୟିତା ଈଶ୍ୱର ପିତା,
ମୁକ୍ତିଦାତା, ପଥପ୍ରଦର୍ଶକ, ଜ୍ଞାନର ସାଗର, ଆନନ୍ଦର ସାଗର, ପୁଣି ଦୟାର ସାଗର ମଧ୍ୟ ଅଟନ୍ତି ।
ବାବା ସମସ୍ତଙ୍କ ପ୍ରତି ଦୟା କରୁଛନ୍ତି । ଏହି ତତ୍ତ୍ୱ ପ୍ରତି ମଧ୍ୟ ଦୟା କରୁଛନ୍ତି । ସମସ୍ତେ
ଦୁଃଖରୁ ମୁକ୍ତ ହୋଇଯାଉଛନ୍ତି । ଦୁଃଖ ତ’ ଜୀବଜନ୍ତୁ ଆଦି ସମସ୍ତଙ୍କୁ ହୋଇଥାଏ ନା । କାହାକୁ ଯଦି
ମାରିବ ତେବେ ଦୁଃଖ ହେବ ନା । ବାବା କହୁଛନ୍ତି କେବଳ ମନୁଷ୍ୟମାନଙ୍କୁ ନୁହେଁ, ମୁଁ ସମସ୍ତଙ୍କୁ
ଦୁଃଖରୁ ମୁକ୍ତ କରୁଛି । କିନ୍ତୁ ଜୀବଜନ୍ତୁଙ୍କୁ ତ’ ଘରକୁ ନେବେ ନାହିଁ । ଏହା ତ
ମନୁଷ୍ୟମାନଙ୍କର କଥା । ଏଭଳି ଅବିନାଶୀ ପିତା ଜଣେମାତ୍ର ଅଛନ୍ତି ବାକି ତ’ ସମସ୍ତେ ଦୁର୍ଗତିକୁ
ନେଇଯାଉଛନ୍ତି । ତୁମେ ଜାଣିଛ ଅବିନାଶୀ ବାବା ହିଁ ସ୍ୱର୍ଗର ବା ମୁକ୍ତିଧାମର ଉପହାର ଦେଇଥାଆନ୍ତି
। ଆମକୁ ସମ୍ପତ୍ତି ଦେଉଛନ୍ତି ନା । ବାବା ହିଁ ସର୍ବୋଚ୍ଚ ଅଟନ୍ତି । ସବୁ ଭକ୍ତ ସେହି ଈଶ୍ୱର
ପିତାଙ୍କୁ ମନେପକାଉଛନ୍ତି । ଖ୍ରୀଷ୍ଟିୟାନ ମଧ୍ୟ ଗଡ୍ (ଭଗବାନଙ୍କୁ) ମନେପକାଇଥା’ନ୍ତି ।
ସ୍ୱର୍ଗର ରଚୟିତା ଈଶ୍ୱର ପିତା ହେଲେ ଶିବ । ସିଏ ହିଁ ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି ।
ଏହାର ଅର୍ଥକୁ ମଧ୍ୟ ତୁମେମାନେ ହିଁ ଜାଣିଛ । ତୁମମାନଙ୍କ ଭିତରେ ବି କ୍ରମାନୁସାରେ ରହିଛନ୍ତି ।
କେହି କେହି ତ ଏଭଳି ଅଛନ୍ତି ଯେ ସେମାନଙ୍କୁ ଯେତେ ବି ଜ୍ଞାନର ଶୃଙ୍ଗାର କରାଅ ତଥାପି ବି ସେମାନେ
ବିକାରଗ୍ରସ୍ତ ହୋଇଯିବେ । ନର୍କ ଦୁନିଆ ପ୍ରତି ଆକର୍ଷିତ ହୋଇଯାଇଥା’ନ୍ତି ।
କେତେକ ସନ୍ତାନ ପୁଣି
ଦୀପମାଳା ଦେଖିବାକୁ ଯାଇଥା’ନ୍ତି । ବାସ୍ତବରେ ମୋର ପିଲାମାନଙ୍କୁ ଏହି ମିଥ୍ୟା ଦୀପମାଳା
ଦେଖିବାର ଆବଶ୍ୟକତା ନାହିଁ । କିନ୍ତୁ ଜ୍ଞାନ ନ ଥିଲେ ତ’ ଦେଖିବା ପାଇଁ ଇଚ୍ଛା ହେବ । ତୁମର
ଦୀପାବଳୀ ତ’ ସତ୍ୟଯୁଗରେ ହେବ, ଯେଉଁ ସମୟରେ ତୁମେ ପବିତ୍ର ଥିବ । ତୁମେମାନେ ଅନ୍ୟମାନଙ୍କୁ
ବୁଝାଇବା ଆବଶ୍ୟକ ଯେ ବାବା ଆସୁଛନ୍ତି ମିଠା ଘର ବା ମିଠା ସ୍ୱର୍ଗକୁ ନେଇଯିବା ପାଇଁ । ତେବେ
ଯେଉଁମାନେ ଭଲ ଭାବରେ ପାଠ ପଢ଼ିବେ, ଧାରଣା କରିବେ, ସେହିମାନେ ହିଁ ସ୍ୱର୍ଗ ରାଜଧାନୀରେ ଆସିବେ ।
କିନ୍ତୁ ଏହା ତୁମର ଭାଗ୍ୟରେ ଥିବା ଦରକାର ନା । ଯଦି ଶ୍ରୀମତକୁ ପାଳନ ନ କରିବ ତେବେ ଶ୍ରେଷ୍ଠ
ହୋଇପାରିବ ନାହିଁ । ଏହା ହେଉଛି ଶ୍ରୀ ଶିବ ଭଗବାନୁବାଚ । ଯେ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କୁ
ବାବାଙ୍କର ପରିଚୟ ନ ମିଳିଛି ସେ ପର୍ଯ୍ୟନ୍ତ ଭକ୍ତି କରୁଥିବେ । ଯେବେ ପକ୍କା ନିଶ୍ଚୟ ହୋଇଯିବ
ତେବେ ଭକ୍ତି କରିବା ଆପେ ଆପେ ଛାଡିଦେବେ । ତୁମେମାନେ ପବିତ୍ର ଅଟ । ଈଶ୍ୱର ପିତାଙ୍କର
ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ପବିତ୍ର କରୁଛ । ଖ୍ରୀଷ୍ଟିୟାନମାନେ ତ’ କେବଳ ହିନ୍ଦୁ ଅଥବା
ମୁସଲମାନମାନଙ୍କୁ ଖ୍ରୀଷ୍ଟିୟାନ କରିଥା’ନ୍ତି, କିନ୍ତୁ ତୁମେମାନେ ତ’ ଆସୁରୀ ମନୁଷ୍ୟମାନଙ୍କୁ
ପବିତ୍ର କରୁଛ । ତେବେ ପବିତ୍ର ହେଲେ ହିଁ ସ୍ୱର୍ଗ ବା ଶାନ୍ତିଧାମକୁ ଯାଇପାରିବ । ତୁମେ ଏକମାତ୍ର
ବାବାଙ୍କ ବ୍ୟତିତ ଆଉ କାହାକୁ ମନେପକାଉନାହଁ । ଏକମାତ୍ର ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି
ତେବେ ନିଶ୍ଚିତ ଭାବରେ ତାଙ୍କୁ ହିଁ ମନେପକାଇବାକୁ ହେବ । ତୁମେ ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ
ପବିତ୍ର ହେବାରେ ସହଯୋଗ କରୁଛ । ନନ୍ସମାନେ ନା ଅନ୍ୟକୁ ପବିତ୍ର କରିଥା’ନ୍ତି, ନା ନିଜ ଭଳି ନନ୍ସ
ତିଆରି କରିଥା’ନ୍ତି । ସେମାନେ କେବଳ ହିନ୍ଦୁରୁ ଖ୍ରୀଷ୍ଟିୟାନ କରିଥା’ନ୍ତି । କିନ୍ତୁ ତୁମେ ହୋଲି
ନନ୍ସ ପବିତ୍ର ବି କରୁଛ ଏବଂ ସବୁ ଆତ୍ମାମାନଙ୍କର ଏକମାତ୍ର ଈଶ୍ୱର ପିତାଙ୍କ ସହିତ ବୁଦ୍ଧିଯୋଗ
ମଧ୍ୟ ଯୋଡୁଛ । ଗୀତାରେ ମଧ୍ୟ ଅଛି ନା - ଦେହ ସହିତ ଦେହର ସର୍ବ ସମ୍ବନ୍ଧଙ୍କୁ ଭୁଲି ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେପକାଅ । ପୁଣି ଏହି ଜ୍ଞାନକୁ ଧାରଣ କରିବା ଦ୍ୱାରା ହିଁ ରାଜତ୍ୱ ମିଳିବ ।
ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେ ସଦା ନିରୋଗୀ ହୋଇ ରହିବ ଏବଂ ଜ୍ଞାନ ଦ୍ୱାରା ଧନବାନ୍ ମଧ୍ୟ
ହେବ । ବାବା ତ’ ଜ୍ଞାନର ସାଗର ଅଟନ୍ତି । ତୁମକୁ ସବୁ ବେଦ ଶାସ୍ତ୍ରର ସାରତତ୍ତ୍ୱ ବୁଝାଉଛନ୍ତି ।
ସେଥିପାଇଁ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦର୍ଶାଇଛନ୍ତି । ତେବେ ଇଏ ସେହି ବ୍ରହ୍ମା ଅଟନ୍ତି ।
ଶିବବାବା ଏହାଙ୍କ ଦ୍ୱାରା ସବୁ ବେଦ ଶାସ୍ତ୍ରର ସାରତତ୍ତ୍ୱ ବୁଝାଉଛନ୍ତି । ଶିବବାବା ଜ୍ଞାନର
ସାଗର ଅଟନ୍ତି । ଏହାଙ୍କ ଦ୍ୱାରା ତୁମକୁ ଜ୍ଞାନ ମିଳୁଛି । ତୁମ ଦ୍ୱାରା ପୁଣି ଅନ୍ୟମାନଙ୍କୁ ଏହି
ଜ୍ଞାନ ମିଳୁଛି ।
କେତେକ ସନ୍ତାନ କହୁଛନ୍ତି
- ବାବା, ଆମେ ଏହି ଆତ୍ମିକ ଡାକ୍ତରଖାନା ଖୋଲୁଛୁ, ଯେଉଁଠାରେ ରୋଗୀ ମନୁଷ୍ୟ ଆସି ନିରୋଗୀ ହେବେ
ଏବଂ ସ୍ୱର୍ଗର ସମ୍ପତ୍ତି ନେଇ ନିଜର ଜୀବନ ସଫଳ କରି ବହୁତ ସୁଖ ପାଇବେ । ତେବେ ଏତେ ଆତ୍ମାଙ୍କର
ଆଶୀର୍ବାଦ ନିଶ୍ଚିତ ଭାବରେ ସେମାନଙ୍କୁ ମିଳିବ ନା । ବାବା ସେଦିନ ମଧ୍ୟ ବୁଝାଇଥିଲେ ଯେ ଗୀତା,
ଭାଗବତ, ବେଦ, ଉପନିଷଦ ଆଦି, ଧର୍ମଶାସ୍ତ୍ର ଅଧ୍ୟୟନ କରିବା, ଯଜ୍ଞ, ତପ, ଜପ, ତୀର୍ଥ ଆଦି କରିବା,
ଏ ସବୁ ଭକ୍ତିମାର୍ଗର ସାମଗ୍ରୀ ଘୋଳଦହି ସଦୃଶ ଅଟେ । ଏକମାତ୍ର ଶ୍ରୀମଦ୍ ଭଗବତ୍ ଗୀତାର
ଭଗବାନଙ୍କଠାରୁ ଭାରତକୁ ସ୍ୱର୍ଗରୂପୀ ଲହୁଣୀ ମିଳୁଛି । ତେବେ ଶ୍ରୀମଦ୍ ଭଗବତ ଗୀତାକୁ ମଧ୍ୟ
ଖଣ୍ଡନ କରିଦେଇଛନ୍ତି, ଯେଉଁଥିରେ ଜ୍ଞାନର ସାଗର ପତିତ ପାବନ ନିରାକାର ପରମପିତା ପରମାତ୍ମାଙ୍କ
ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଘୋଳ ଦହି ସଦୃଶ ମୂଲ୍ୟହୀନ କରିଦେଇଛନ୍ତି । ଏହା ହିଁ
ସବୁଠାରୁ ବଡ ଭୁଲ୍ ଅଟେ । ଏବେ ତୁମମାନଙ୍କୁ ଜ୍ଞାନ ସାଗର ନିଜେ ଆସି ଜ୍ଞାନ ଦେଉଛନ୍ତି ।
ବର୍ତ୍ତମାନ ତୁମେମାନେ ଜାଣିଛ ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ଏହି ସୃଷ୍ଟିରୂପୀ ବୃକ୍ଷର
ବୃଦ୍ଧି କିପରି ହେଉଛି? ତୁମେ ବ୍ରାହ୍ମଣ ଚୋଟୀ ଅଟ ଶିବବାବା ତୁମମାନଙ୍କର ପିତା ଅଟନ୍ତି । ପୁଣି
ତୁମେ ବ୍ରାହ୍ମଣରୁ ଦେବତା, ଦେବତାରୁ କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେବ । ଏହା ହେଲା ବାଜୋଲୀ ଖେଳ
। ଏହାକୁ ୮୪ ଜନ୍ମର ଚକ୍ର କୁହାଯାଉଛି । ବେଦ ସମ୍ମିଳନୀ କରୁଥିବାବାଲାଙ୍କୁ ମଧ୍ୟ ତୁମେ
ବୁଝାଇପାରିବ । ଭକ୍ତି ହେଲା ଘୋଳ ଦହି, ଜ୍ଞାନ ହେଉଛି ଲହୁଣୀ । ଯେଉଁ ଲହୁଣୀରୁ
ମୁକ୍ତି-ଜୀବନମୁକ୍ତି ମିଳୁଛି । ଯଦି ତୁମକୁ ବିସ୍ତାର ପୂର୍ବକ ଜ୍ଞାନ ଶୁଣିବାର ଅଛି ତେବେ
ଧୈର୍ଯ୍ୟର ସହିତ ଶୁଣ । ଏହି ଜ୍ଞାନ ବ୍ରହ୍ମାକୁମାରୀମାନେ ହିଁ ତୁମକୁ ବୁଝାଇପାରିବେ । ଶାସ୍ତ୍ରରେ
ମଧ୍ୟ ଲେଖାଯାଇଛି ଭିଷ୍ମ ପିତାମହ, ଅଶ୍ୱଥମା ଆଦିଙ୍କୁ ଅନ୍ତିମ ସମୟରେ ଏହି ପିଲାମାନେ ଜ୍ଞାନ
ପ୍ରଦାନ କରିଥିଲେ । ଅନ୍ତିମ ସମୟରେ ସମସ୍ତେ ବୁଝିଯିବେ ଯେ ଏମାନେ ତ’ ଠିକ୍ କଥା କହୁଛନ୍ତି, ତେଣୁ
ସମସ୍ତେ ଅନ୍ତିମ ସମୟରେ ନିଶ୍ଚିତ ଆସିବେ । ତୁମେ ପ୍ରଦର୍ଶନୀ କରୁଛ, କେତେ ହଜାର ହଜାର ମନୁଷ୍ୟ
ଆସୁଛନ୍ତି କିନ୍ତୁ ସମସ୍ତେ କ’ଣ ନିଶ୍ଚୟବୁଦ୍ଧି ହୋଇଯାଉଛନ୍ତି । କୋଟିକରେ କେହି ଜଣେ ଭଲ ଭାବରେ
ବୁଝି ନିଶ୍ଚୟ ହେଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜେ
ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜ ସମାନ ପବିତ୍ର କରିବାକୁ ହେବ । ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ
କାହାକୁ ବି ମନେପକାଇବାର ନାହିଁ ।
(୨) ଅନେକ
ଆତ୍ମାମାନଙ୍କର ଆଶୀର୍ବାଦ ନେବା ପାଇଁ ଆତ୍ମିକ ଡାକ୍ତରଖାନା ଖୋଲିବାକୁ ହେବ । ସମସ୍ତଙ୍କୁ ଗତି
ସଦ୍ଗତିର ରାସ୍ତା ଦେଖାଇବାକୁ ହେବ ।
ବରଦାନ:-
ବ୍ରହ୍ମାବାବାଙ୍କୁ ଅନୁକରଣ କରି ପ୍ରଥମ ଶ୍ରେଣୀରେ ଆସିବା ସହିତ ବ୍ରହ୍ମାବାବାଙ୍କ ସମାନ ହୁଅ ।
ସବୁ ପିଲାଙ୍କର
ବ୍ରହ୍ମାବାବାଙ୍କ ପ୍ରତି ବହୁତ ସ୍ନେହ ରହିଛି ଏବଂ ସ୍ନେହର ପ୍ରତୀକ ହେଲା ସମାନ ହେବା । ଏଥିରେ
ସର୍ବଦା ଏହି ଲକ୍ଷ୍ୟ ରଖ ଯେ ପ୍ରଥମେ ମୁଁ ହେବି କିନ୍ତୁ ଈର୍ଷାର ବଶୀଭୂତ ହୋଇ ନୁହେଁ, ନଚେତ୍
ଉନ୍ନତି ହେବା ପରିବର୍ତ୍ତେ ଆହୁରି ନିଜର କ୍ଷତି ହୋଇଯିବ । କିନ୍ତୁ ପିତାଙ୍କୁ ଅନୁକରଣ କରିବାର
ଯଦି ପ୍ରଥମେ ମୁଁ କହିବ ଏବଂ କରି ଦେଖାଇବ ତେବେ ପ୍ରଥମ ନମ୍ବର ବ୍ରହ୍ମାବାବାଙ୍କ ସହିତ ତୁମେ
ମଧ୍ୟ ପ୍ରଥମ ଶ୍ରେଣୀରେ ଆସିଯିବ । ବ୍ରହ୍ମାବାବା ଯେପରି ନମ୍ବରୱାନ ହୋଇଗଲେ ସେହିପରି ତାଙ୍କୁ
ଅନୁକରଣ କରି ନମ୍ବରୱାନ ହେବାର ଲକ୍ଷ୍ୟ ରଖ । କଥାରେ ଅଛି ଯିଏ କରିବ ସେ ପ୍ରଥମ ନମ୍ବର ଅର୍ଜୁନ
ହେବ, ତେବେ ସମସ୍ତଙ୍କୁ ପ୍ରଥମ ଶ୍ରେଣୀରେ ଆସିବାର ସୁଯୋଗ ଅଛି, କାରଣ ପ୍ରଥମ ଶ୍ରେଣୀର ପଦ ବେହଦ
ହିସାବରେ କମ୍ ନାହିଁ ।
ସ୍ଲୋଗାନ:-
ଯଦି ସଫଳତା
ମୂରତ ହେବାକୁ ଚାହୁଁଛ ତେବେ ସ୍ୱ ସେବା ଏବଂ ଅନ୍ୟମାନଙ୍କ ସେବା ଏକତ୍ର କର ।
ମାତେଶ୍ୱରୀଜୀଙ୍କର
ମହାବାକ୍ୟ: ୨୧-୧-୫୭
“ଏହି ଈଶ୍ୱରୀୟ ସତ୍ସଙ୍ଗ
ସାଧାରଣ ସତ୍ସଙ୍ଗ ନୁହେଁ ।”
୧.ଏହି ଈଶ୍ୱରୀୟ ସତ୍ସଙ୍ଗ
କୌଣସି ସାଧାରଣ ସତ୍ସଙ୍ଗ ନୁହେଁ”
ଆମର ଏହି ଈଶ୍ୱରୀୟ ସତ୍ସଙ୍ଗ
କୌଣସି ସାଧାରଣ ସତ୍ସଙ୍ଗ ନୁହେଁ । ଏହା ହେଉଛି ଈଶ୍ୱରୀୟ ସ୍କୁଲ୍ ଅଥବା କଲେଜ୍ । ଯେଉଁ କଲେଜ୍ରେ
ଆମକୁ ନିୟମିତ ପାଠ ପଢ଼ିବାକୁ ହେବ । ବାକି କେବଳ ସତ୍ସଙ୍ଗ କରିବା ଦ୍ୱାରା, କିଛି ସମୟ ସେଠାରେ
ଯାଇ ଶୁଣିବା ଦ୍ୱାରା ପୁଣି ଯେପରି ଥିଲେ ସେହିପରି ଯାଇଥା’ନ୍ତି କାହିଁକିନା ସେଠାରେ ନିୟମିତ ପାଠ
ପଢ଼ାଯାଏ ନାହିଁ ଯାହା ଦ୍ୱାରା କୌଣସି ପ୍ରାରବ୍ଧ ଜମା ହେବ । କିନ୍ତୁ ଆମର ଏହି ସତ୍ସଙ୍ଗ କୌଣସି
ସାଧାରଣ ସତ୍ସଙ୍ଗ ନୁହେଁ । ଏହା ତ’ ଆମର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଯେଉଁଠାରେ ପରମାତ୍ମା ଆସି
ଆମକୁ ପାଠ ପଢ଼ାଉଛନ୍ତି ଏବଂ ଆମେ ସେହି ପାଠକୁ ଧାରଣ କରି ଉଚ୍ଚପଦ ପ୍ରାପ୍ତ କରୁଛୁ । ଯେପରି
ସ୍କୁଲ୍ରେ ଶିକ୍ଷକ ନିୟମିତ ପାଠ ପଢ଼ାଇ ଡିଗ୍ରୀ ଦେଇଥା’ନ୍ତି ଏଠାରେ ମଧ୍ୟ ସ୍ୱୟଂ ପରମାତ୍ମା ଗୁରୁ,
ପିତା, ଶିକ୍ଷକ ରୂପରେ ଆମକୁ ପାଠପଢ଼ାଇ ସର୍ବୋତ୍ତମ ଦେବୀ ଦେବତା ପଦ ପ୍ରାପ୍ତ କରାଉଛନ୍ତି
ସେଥିପାଇଁ ଏହି ସ୍କୁଲ୍ରେ ଯୋଗ ଦେବା ଜରୁରୀ । ଯେଉଁମାନେ ଏଠାକୁ ଆସୁଛନ୍ତି ସେମାନେ ନିଶ୍ଚିତ
ଭାବରେ ଜାଣୁଛି, ଏଠାରେ କେଉଁ ଶିକ୍ଷା ମିଳୁଛି? ଏହି ଶିକ୍ଷା ଦ୍ୱାରା ଆମକୁ କ’ଣ ପ୍ରାପ୍ତି ହେବ!
ଆମେ ତ’ ଜାଣିଯାଇଛୁ ଯେ ଆମକୁ ସ୍ୱୟଂ ପରମାତ୍ମା ନିଜେ ଆସି ଏହି ଡିଗ୍ରୀ ପ୍ରାପ୍ତ କରାଉଛନ୍ତି
ପୁଣି ଏହି ଗୋଟିଏ ଜନ୍ମରେ ହିଁ ସମସ୍ତ ପାଠକୁ ଶେଷ କରିବାକୁ ହେବ । ଯେଉଁମାନେ ଆରମ୍ଭରୁ ଶେଷ
ପର୍ଯ୍ୟନ୍ତ ଏହି ଜ୍ଞାନକୁ ଧାରଣ କରିଛନ୍ତି ସେମାନେ ସମ୍ପୂର୍ଣ୍ଣ ପାସ୍ ହୋଇଯିବେ, କିନ୍ତୁ
ଯେଉଁମାନେ ପାଠପଢ଼ା ମଝିରେ ଆସିବେ ସେମାନେ ଜ୍ଞାନକୁ ଏତେ ଧାରଣ କରିପାରିବେ ନାହିଁ, ସେମାନେ କ’ଣ
ଜାଣିବେ ଯେ ଆଗରୁ କ’ଣ ପାଠ ପଢ଼ାଯାଇଛି? ସେଥିପାଇଁ ଏଠାରେ ନିୟମିତ ପାଠ ପଢ଼ିବାକୁ ହେବ, ଏହି
ଜ୍ଞାନକୁ ଜାଣିଲେ ହିଁ ଆଗକୁ ବଢ଼ିବ, ସେଇଥିପାଇଁ ନିୟମିତ ପଢ଼ିବାକୁ ହେବ ।
୨. ପରମାତ୍ମାଙ୍କର
ପ୍ରକୃତ ସନ୍ତାନ ହୋଇ କୌଣସି ସଂଶୟରେ ଆସିବା ଉଚିତ୍ ନୁହେଁ ।
ଯେତେବେଳେ କି ସ୍ୱୟଂ
ପରମାତ୍ମା ଏହି ସୃଷ୍ଟି ଉପରେ ଅବତରଣ କରିଛନ୍ତି, ତେବେ ସେହି ପରମାତ୍ମାଙ୍କର ହାତକୁ ଆମେ ଦୃଢ
ଭାବରେ ଧରିବା ଉଚିତ୍ କିନ୍ତୁ ନିଶ୍ଚୟବୁଦ୍ଧି ସ୍ନେହୀ ସନ୍ତାନମାନେ ହିଁ ବାବାଙ୍କର ହାତକୁ ଦୃଢ
ଭାବରେ ଧରିପାରିବେ । ତେବେ ଏହିଭଳି ବାବାଙ୍କର ହାତ କେବେ ବି ଛାଡିବା ଉଚିତ୍ ନୁହେଁ, ଯଦି ହାତ
ଛାଡିବ ତେବେ ଅନାଥ ହୋଇ କୁଆଡେ ଯିବ? ଯେବେ ପରମାତ୍ମାଙ୍କର ହାତ ଧରିଛ ତେବେ ସୂକ୍ଷ୍ମରେ ମଧ୍ୟ ଏହି
ସଂକଳ୍ପ ଆସିବା ଉଚିତ୍ ନୁହେଁ କି ମୁଁ ବାବାଙ୍କ ହାତ ଛାଡିଦେବି କିମ୍ବା ସଂଶୟ ମଧ୍ୟ ଆଣିବା ଉଚିତ୍
ନୁହେଁ । କେତେକ ସନ୍ତାନ କହନ୍ତି କିଏ ଜାଣେ ମୁଁ ପହଞ୍ଚିପାରିବି କି ନାହିଁ, କେତେକ ସନ୍ତାନ
ମଧ୍ୟ ଅଛନ୍ତି ଯିଏକି ପିତାଙ୍କୁ ନ ଜାଣିବା କାରଣରୁ ତାଙ୍କ ସମ୍ମୁଖରେ ମଧ୍ୟ କହୁଛନ୍ତି, ମୋର
କାହାକୁ ବି ଖାତିରି ନାହିଁ । ଯାହାର ଏଭଳି ବିଚାର ଆସୁଛି ତେବେ ସେଭଳି ଅଯୋଗ୍ୟ ସନ୍ତାନକୁ ପିତା
କିପରି ବା ସମ୍ଭାଳିବେ! ଏହାର ଅର୍ଥ ସିଏ ତଳକୁ ଖସିବେ ହିଁ ଖସିବେ କାହିଁକିନା ମାୟା ତ’ ପତିତ
କରିବା ପାଇଁ ବହୁତ ଚେଷ୍ଟା କରୁଛି । ସିଏ ବି ନିଶ୍ଚିତ ପରୀକ୍ଷା ନେବ ଯେ ଏହି ଯୋଦ୍ଧା କେତେ
ପହିଲମାନ ବା ଶକ୍ତିଶାଳୀ ଅଟେ । ତେବେ ଏହା ମଧ୍ୟ ନିଶ୍ଚତ ଯେ, ଯେତେ ଯେତେ ଆମେ ଭଗବାନଙ୍କ ସାଥୀରେ
ରହି ଶକ୍ତିଶାଳୀ ହେବା ସେତେ ସେତେ ମାୟା ମଧ୍ୟ ଶକ୍ତିଶାଳୀ ହୋଇ ଆମକୁ ତଳକୁ ଖସାଇବାକୁ ଚେଷ୍ଟା
କରିବ । ଉଭୟ ସମାସ୍କନ୍ଧ ତ ହେବେ ତେଣୁ ଭଗବାନ ଯେତିକି ବଳବାନ ମାୟା ମଧ୍ୟ ସେତିକି ଶକ୍ତି
ଦେଖାଇବ, କିନ୍ତୁ ଆମର ତ ଦୃଢ ନିଶ୍ଚୟ ରହିଛି ଯେ ପରମାତ୍ମା ଯିଏକି ମହାନ ବଳବାନ ଅଟନ୍ତି,
ଅନ୍ତିମ ବିଜୟ ତ ତାଙ୍କର ହିଁ ହେବ । ତେଣୁ ପ୍ରତ୍ୟେକ ନିଶ୍ୱାସରେ ଆମର ଏହି ବିଶ୍ୱାସ ରହିବା
ଉଚିତ୍, ମାୟା ତ’ ନିଜର ଶକ୍ତି ଦେଖାଇବ, ସିଏ ଭଗବାନଙ୍କ ପାଖରେ ନିଜର ଦୁର୍ବଳତା ଦେଖାଇବ ନାହିଁ,
ବାସ୍ ଯଦି ଥରେମାତ୍ର ବି ଦୁର୍ବଳ ହୋଇଗଲ ତେବେ ସବୁକିଛି ଶେଷ ହୋଇଯିବ । ଯଦିଓ ମାୟା ନିଜର ଶକ୍ତି
ଦେଖାଉଛି, କିନ୍ତୁ ଆମକୁ ମାୟାପତିଙ୍କର ହାତ ଛାଡିବାର ନାହିଁ, ଯଦି ସଂପୂର୍ଣ୍ଣ ରୂପେ ହାତ
ଧରିଥିବେ ତେବେ ତୁମର ବିଜୟ ନିଶ୍ଚିତ ହେବ, ଯେବେ ପରମାତ୍ମା ଆମର ମାଲିକ ଅଟନ୍ତି ତେବେ ତାଙ୍କର
ହାତ ଛାଡିବାର ସଂକଳ୍ପ ମଧ୍ୟ ଆସିବା ଉଚିତ୍ ନୁହେଁ । ପରମାତ୍ମା ସ୍ୱୟଂ କହୁଛନ୍ତି, ପିଲାମାନେ
ଯେବେ ମୁଁ ନିଜେ ସମର୍ଥ, ତେବେ ମୋ ସାଥିରେ ରହି ତୁମେ ମଧ୍ୟ ନିଶ୍ଚିତ ଭାବରେ ସମର୍ଥ ହୋଇଯିବ ।
ପିଲାମାନେ ବୁଝିଲ ।