14.01.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ବାବା ତୁମମାନଙ୍କୁ ଯେଉଁ
ପାଠ ପଢାଉଛନ୍ତି ତା’କୁ ବୁଦ୍ଧିରେ ରଖି ସମସ୍ତଙ୍କୁ ସେହି ପାଠ ପଢାଇବାକୁ ହେବ । ପ୍ରତ୍ୟେକଙ୍କୁ
ବାବାଙ୍କର ଏବଂ ସୃଷ୍ଟିଚକ୍ରର ପରିଚୟ ଦେବାକୁ ହେବ” ।
ପ୍ରଶ୍ନ:-
ଆତ୍ମା
ସତ୍ୟଯୁଗରେ ମଧ୍ୟ ଅଭିନୟ କରିଥାଏ ଏବଂ କଳିଯୁଗରେ ମଧ୍ୟ କରିଥାଏ କିନ୍ତୁ ସେଥିରେ ଅନ୍ତର କ’ଣ ଥାଏ?
ଉତ୍ତର:-
ସତ୍ୟଯୁଗରେ ଯେତେବେଳେ ପାର୍ଟ କରିଥାଏ ସେତେବେଳେ କୌଣସି ପାପ କର୍ମ ହୋଇନଥାଏ, ସେଠାରେ ପ୍ରତ୍ୟେକ
କର୍ମ ଅକର୍ମ ହୋଇଯାଏ କାରଣ ସେଠାରେ ରାବଣ ନାହିଁ, କିନ୍ତୁ କଳିଯୁଗରେ ଯେତେବେଳେ ପାର୍ଟ କରିଥାଏ
ସେତେବେଳେ ପ୍ରତ୍ୟେକ କର୍ମ ବିକର୍ମ ଅଥବା ପାପ ହୋଇଯାଏ କାରଣ ଏଠାରେ ବିକାର ଅଛି । ଏବେ ତୁମେ
ସଂଗମଯୁଗରେ ଅଛ । ତୁମକୁ ସମସ୍ତ ଜ୍ଞାନ ଜଣାଅଛି ।
ଓମ୍ ଶାନ୍ତି ।
ବର୍ତ୍ତମାନ ଏକଥା
ତ ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବା ମଧ୍ୟ ଜାଣିଛନ୍ତି -
ପିଲାମାନେ ମୋ ସମ୍ମୁଖରେ ବସିଛନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ - ବାବା ଆମମାନଙ୍କୁ ଯେଉଁ
ଶିକ୍ଷା ଦେଉଛନ୍ତି, ତାକୁ ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ହେବ । ପ୍ରଥମେ-ପ୍ରଥମେ ତ ବାବାଙ୍କର ହିଁ
ପରିଚୟ ଦେବାକୁ ହେବ କାହିଁକି ନା ସମସ୍ତେ ବାବାଙ୍କୁ ଏବଂ ବାବାଙ୍କର ଶିକ୍ଷାକୁ ଭୂଲି ଯାଇଛନ୍ତି
। ଏବେ ଯାହା କିଛି ବାବା ପଢାଉଛନ୍ତି ଏହି ପାଠପଢା ପୁଣି ୫ ହଜାର ବର୍ଷ ପରେ ମିଳିବ । କାରଣ ଏହି
ଜ୍ଞାନ କାହା ପାଖରେ ନାହିଁ । ତେବେ ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ । ପୁଣି ଏକଥା ମଧ୍ୟ
ବୁଝାଇବାକୁ ହେବ ଯେ ଆମେ ସମସ୍ତେ ଭାଇ-ଭାଇ ଅଟୁ । ସାରା ଦୁନିଆରେ ଯେଉଁ ସବୁ ଆତ୍ମାମାନେ ଅଛନ୍ତି
ସମସ୍ତେ ପରସ୍ପର ଭାଇ-ଭାଇ ଅଟନ୍ତି । ସମସ୍ତେ ଏହି ଶରୀର ଦ୍ୱାରା ନିଜକୁ ମିଳିଥିବା ଅଭିନୟ
କରୁଛନ୍ତି । ଏବେ ତ ବାବା ଆସିଛନ୍ତି ନୂଆ ଦୁନିଆକୁ ନେଇଯିବା ପାଇଁ, ଯାହାକୁ ସ୍ୱର୍ଗ କୁହାଯାଏ ।
କିନ୍ତୁ ଏବେ ଆମେ ସମସ୍ତେ ଭାଇମାନେ ପତିତ, କେହି ଜଣେ ହେଲେ ପବିତ୍ର ନୁହଁନ୍ତି । ଏକମାତ୍ର ବାବା
ହିଁ ସମସ୍ତ ପତିତମାନଙ୍କୁ ପବିତ୍ର କରିଥା’ନ୍ତି । ଏହା ପତିତ ବିକାରୀ, ଭ୍ରଷ୍ଟାଚାରୀ ରାବଣର
ଦୁନିଆ ଅଟେ । ରାବଣର ଅର୍ଥ ହିଁ ହେଉଛି ୫ ବିକାର ସ୍ତ୍ରୀ ଭିତରେ, ୫ ବିକାର ପୁରୁଷ ଭିତରେ । ବାବା
ବହୁତ ସାଧାରଣ ଭାବରେ ବୁଝାଉଛନ୍ତି । ତୁମେମାନେ ମଧ୍ୟ ଏହିପରି ବୁଝାଇପାରିବ । ତେବେ ପ୍ରଥମେ
ପ୍ରଥମେ ଏକଥା ବୁଝାଅ ଯେ ସିଏ ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କର ପିତା । ଆମେ ସମସ୍ତେ
ଭାଇ-ଭାଇ ଅଟୁ । ସେମାନଙ୍କୁ ପଚାର ଏକଥା ଠିକ ତ? ପୁଣି ତାଙ୍କୁ କୁହ, ଏକଥା ନୋଟ୍ କର ଆମେ ସମସ୍ତେ
ଭାଇ-ଭାଇ ଅଟୁ । ଆମର ପିତା ମଧ୍ୟ ଜଣେ ଅଟନ୍ତି, ଆମ ସମସ୍ତ ଆତ୍ମାମାନଙ୍କର ସେ ହେଉଛନ୍ତି ପରମ
ଆତ୍ମା । ତାଙ୍କୁ ଫାଦର କୁହାଯାଉଛି । ଏହି କଥାକୁ ଭଲ ଭାବରେ ସେମାନଙ୍କ ବୁଦ୍ଧିରେ ଧାରଣ କରାଅ
ତେବେ ସର୍ବବ୍ୟାପୀର ଜ୍ଞାନ ପ୍ରଥମରୁ ହିଁ ବୁଦ୍ଧିରୁ ବାହାରିଯିବ । ତାଙ୍କୁ ଅଲଫ ଅର୍ଥାତ୍
ଈଶ୍ୱରଙ୍କ ବିଷୟରେ ପ୍ରଥମେ ପଢିବାକୁ ହେବ । କୁହ, ଏହି କଥା ଭଲ ଭାବରେ ବସି ଲେଖ । ଆଗରୁ
ସର୍ବବ୍ୟାପୀ କହୁଥିଲି, ଏବେ ଜାଣୁଛି ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଆମେ ସମସ୍ତେ ଭାଇ-ଭାଇ
ଅଟୁ । ଆତ୍ମାମାନେ କହିଥା’ନ୍ତି - ଗଡ ଫାଦର, ପରମପିତା । ପ୍ରଥମେ ସମସ୍ତଙ୍କୁ ଏହି ନିଶ୍ଚୟ
କରାଇବାକୁ ହେବ ଯେ ଆମେ ଆତ୍ମା, ପରମାତ୍ମା ନୁହେଁ, ନା ଆମ ଭିତରେ ପରମାତ୍ମା ବ୍ୟାପକ ଅଟନ୍ତି ।
ସମସ୍ତଙ୍କ ମଧ୍ୟରେ ଆତ୍ମା ବ୍ୟାପକ ଅଟେ । ଆତ୍ମା ଶରୀର ଆଧାରରେ ପାର୍ଟ କରିଥାଏ, ସମସ୍ତଙ୍କୁ ଏହି
କଥା ଉପରେ ନିଶ୍ଚୟ କରାଅ । ଆଚ୍ଛା, ପୁଣି ସେହି ପିତା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମଧ୍ୟ
ଶୁଣାଉଛନ୍ତି, ଆଉ ତ କେହି ବି ଜାଣି ନାହାଁନ୍ତି ଯେ ଏହି ସୃଷ୍ଟିଚକ୍ରର ଆୟୁଷ କେତେ । ବାବା ହିଁ
ଟିଚର ରୂପରେ ବସି ଜ୍ଞାନ ବୁଝାଉଛନ୍ତି । ଏହା ତ ଲକ୍ଷ-ଲକ୍ଷ ବର୍ଷର କଥା ନୁହେଁ । ଏହି ଚକ୍ର
ଅନାଦି ଏବଂ ସଠିକ ଭାବେ ପୂର୍ବ ପ୍ରସ୍ତୁତ ଅଟେ, ଏହାକୁ ଜାଣିବାକୁ ପଡିବ । ସତ୍ୟଯୁଗ-ତ୍ରେତା
ବିତିଯାଇଛି, ଏକଥା ଲେଖି ରଖ । ସେହି ଦୁଇ ଯୁଗକୁ ସ୍ୱର୍ଗ ଏବଂ ସେମି ସ୍ୱର୍ଗ ବୋଲି କୁହାଯାଏ ।
ଯେଉଁଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଚାଲିଥାଏ, ତାହା ସତ୍ୟଯୁଗ ୧୬ କଳା ସମ୍ପନ୍ନ ଦୁନିଆ ଏବଂ
ତ୍ରେତାଯୁଗ ୧୪ କଳା । ଧୀରେ ଧୀରେ କଳା କମିକମି ଯାଏ । ଦୁନିଆ ପୁରୁଣା ତ ନିଶ୍ଚିତ ହେବ ନା ।
ସତ୍ୟଯୁଗର ସମୟ ବହୁତ ପ୍ରଭାବଶାଳୀ ଅଟେ । ନାମ ହିଁ ହେଉଛି ସ୍ୱର୍ଗ, ହେଭେନ୍, ନୂଆ ଦୁନିଆ....
ଯାହାର ମହିମା କରିବାକୁ ହିଁ ହେବ । ନୂଆ ଦୁନିଆରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ହିଁ
ଥିଲା । ପ୍ରଥମେ ବାବାଙ୍କର ପରିଚୟ ତାପରେ ଚକ୍ରର ପରିଚୟ ଦିଆଯାଇଥାଏ । ଏହି କଥା ଉପରେ ନିଶ୍ଚୟ
କରାଇବା ପାଇଁ ତୁମ ପାଖରେ ଚିତ୍ର ମଧ୍ୟ ଅଛି । ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ସତ୍ୟଯୁଗରେ
ଲକ୍ଷ୍ମୀ-ନାରାୟଣଙ୍କର ଏବଂ ତ୍ରେତାଯୁଗରେ ରାମ-ସୀତାଙ୍କର ରାଜ୍ୟ ଥିଲା । ଏହିଭଳି ଅଧାକଳ୍ପ
ଅର୍ଥାତ୍ ଦୁଇଯୁଗ ବିତିଗଲା ପରେ ପୁଣି ଦ୍ୱାପର-କଳିଯୁଗ ଆସେ । ଦ୍ୱାପର ଯୁଗରୁ ରାବଣର ରାଜ୍ୟ
ଆରମ୍ଭ ହୁଏ ଯେଉଁ ସମୟରେ ଦେବତାମାନେ ବାମମାର୍ଗକୁ ଚାଲିଯା’ନ୍ତି ତେଣୁ ବିକାରର ପରମ୍ପରା ଆରମ୍ଭ
ହୋଇଯାଏ । ସତ୍ୟ ତ୍ରେତା ଯୁଗରେ ସମସ୍ତେ ନିର୍ବିକାରୀ ରହିଥା’ନ୍ତି ଏବଂ ସେତେବେଳେ ଏକମାତ୍ର ଆଦି
ସନାତନ ଦେବୀ-ଦେବତା ଧର୍ମ ଥାଏ । ଯାହାର ଚିତ୍ର ମଧ୍ୟ ଦେଖାଇବାକୁ ହେବ ଏବଂ ମୌଖିକରେ ମଧ୍ୟ
ବୁଝାଇବାକୁ ହେବ । ବାବା ଟିଚର ହୋଇ ଆମକୁ ଏହିଭଳି ପାଠ ପଢାଉଛନ୍ତି । ବାବା ନିଜର ପରିଚୟ ନିଜେ
ଆସି ଦେଉଛନ୍ତି, ସେ ନିଜେ କହୁଛନ୍ତି ମୁଁ ପତିତମାନଙ୍କୁ ପାବନ କରିବା ପାଇଁ ଆସୁଛି ତେଣୁ ମୋତେ
ଶରୀର ନିଶ୍ଚିତ ଆବଶ୍ୟକ । ନହେଲେ କଥା କିପରି କହିବି । ମୁଁ ଚୈତନ୍ୟ ଅଟେ, ସତ୍ୟ ଏବଂ ଅମର ଅଟେ ।
ଆତ୍ମା ସତ୍ୱ, ରଜୋ, ତମୋରେ ଆସିଥାଏ । ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ ସେଥିପାଇଁ କୁହାଯାଏ
ପତିତ ଆତ୍ମା, ପବିତ୍ର ଆତ୍ମା । ତେବେ ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି । ଅତୀତର କର୍ମ ବା
ବିକର୍ମର ସଂସ୍କାର ଆତ୍ମା ନେଇ ଆସିଥାଏ । ସତ୍ୟଯୁଗରେ ବିକର୍ମ ହୋଇ ହିଁ ନଥାଏ । ସେଠାରେ ମଧ୍ୟ
କର୍ମ କରିଥା’ନ୍ତି, ଆତ୍ମା ପାର୍ଟ କରିଥାଏ କିନ୍ତୁ ସେହି କର୍ମ ଅକର୍ମ ହୋଇଥାଏ । ଗୀତାରେ ମଧ୍ୟ
ଏହି ଶବ୍ଦ ଲେଖାଅଛି କିନ୍ତୁ ଏହାର ଅର୍ଥକୁ ବାସ୍ତବିକ ଭାବରେ ଏବେ ତୁମେମାନେ ବୁଝୁଛ । ଜାଣିଛ
ଯେ, ବାବା ଏବେ ଆସିଛନ୍ତି ପୁରୁଣା ଦୁନିଆକୁ ବଦଳାଇ, ନୁଆ ଦୁନିଆ ତିଆରି କରିବା ପାଇଁ । ଯେଉଁଠି
କର୍ମ ଅକର୍ମ ହୋଇଯାଏ ତାକୁ ହିଁ ସତ୍ୟଯୁଗ କୁହାଯାଏ ଏବଂ ଯେଉଁଠାରେ ସବୁ କର୍ମ ବିକର୍ମ ହୋଇଯାଏ
ତାକୁ କଳିଯୁଗ କୁହାଯାଏ । ତୁମେମାନେ ଏବେ ସଂଗମଯୁଗରେ ଅଛ । ବାବା ଉଭୟ ପାର୍ଶ୍ଵର କଥା
ବୁଝାଉଛନ୍ତି । ସତ୍ୟଯୁଗ ଏବଂ ତ୍ରେତାଯୁଗ ତ ପବିତ୍ର ଦୁନିଆ ଅଟେ, ସେଠାରେ କୌଣସି ପାପ କର୍ମ ହୁଏ
ନାହିଁ । ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହୁଏ ସେତେବେଳେ ହିଁ ପାପ କର୍ମ ହୋଇଥାଏ । ସେଠାରେ
ବିକାରର ନାମ ନଥାଏ । ରାମରାଜ୍ୟ ଏବଂ ରାବଣ ରାଜ୍ୟର ଚିତ୍ର ତ ତୁମ ସମ୍ମୁଖରେ ଅଛି । ବାବା
ବୁଝାଉଛନ୍ତି ଏହା ପାଠପଢା ଅଟେ । ବାବାଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । ଏହି ପାଠପଢା ତ
ତୁମମାନଙ୍କ ବୁଦ୍ଧିରେ ରହିବା ଦରକାର । ଯେତେବେଳେ ବାବା ମନେ ପଡିଥା’ନ୍ତି, ସେତେବେଳେ ଚକ୍ର
ମଧ୍ୟ ବୁଦ୍ଧିରେ ଆସିଯାଇଥାଏ । ଗୋଟିଏ ସେକେଣ୍ଡରେ ସବୁ କିଛି ମନେ ପଡିଯାଇଥାଏ କିନ୍ତୁ ବର୍ଣ୍ଣନା
କରିବା ପାଇଁ ସମୟ ଲାଗେ । ଏହି ଜ୍ଞାନର ତିନିଟି ଉତ୍ସ ରହିଛି । ସୃଷ୍ଟିରୂପି ବୃକ୍ଷ ଏହିପରି ଅଟେ,
ବୀଜ ଅର୍ଥାତ୍ ବାବା ଏବଂ କଳ୍ପବୃକ୍ଷ ଗୋଟିଏ ସେକେଣ୍ଡରେ ସବୁକିଛି ମନେ ପଡିଯିବ । ଏହି ବୀଜ ଅମୁକ
ବୃକ୍ଷର ଅଟେ, ଏଥିରେ ଏହିଭଳି ଫଳ ଫଳିଥାଏ । ଏହି ମନୁଷ୍ୟ ସୃଷ୍ଟିରୂପୀ ବେହଦର ବୃକ୍ଷ କିପରି ଅଟେ,
ଏହାର ରହସ୍ୟକୁ ତୁମେମାନେ ବୁଝାଉଛ । ବାବା ପିଲାମାନଙ୍କୁ ସବୁ କିଛି ବୁଝାଉଛନ୍ତି - ଅଧାକଳ୍ପ
ପର୍ଯ୍ୟନ୍ତ କିପରି ଦୈବୀ ରାଜବଂଶ ଚାଲେ ପୁଣି ରାବଣ ରାଜ୍ୟ ଆରମ୍ଭ ହୁଏ, ଯେଉଁମାନେ ସତ୍ୟଯୁଗୀ
ତ୍ରେତାଯୁଗୀ ଥା’ନ୍ତି ସେହିମାନେ ହିଁ ପୁଣି ଦ୍ୱାପରଯୁଗୀ ହୋଇଯା’ନ୍ତି । ବୃକ୍ଷ ବୃଦ୍ଧି ହୋଇ
ଚାଲେ । ଅଧାକଳ୍ପ ପରେ ପୁଣି ରାବଣର ରାଜ୍ୟ ଆରମ୍ଭ ହୁଏ, ସମସ୍ତେ ବିକାରୀ ହୋଇଯା’ନ୍ତି ।
ବାବାଙ୍କଠାରୁ ଯେଉଁ ସମ୍ପତ୍ତି ମିଳିଥିଲା ତାହା ଅଧାକଳ୍ପ ପର୍ଯ୍ୟନ୍ତ ଭୋଗ କଲେ । ବାବା ଜ୍ଞାନ
ଶୁଣାଇ ଯେଉଁ ସମ୍ପତ୍ତି ଦେଇଥିଲେ, ଯାହାକି ପ୍ରାରବ୍ଧ ସ୍ୱରୂପ ସତ୍ୟ ତ୍ରେତା ଯୁଗରେ ସୁଖ ଭୋଗ
କରିଲ । ତାକୁ ସୁଖଧାମ, ସତ୍ୟଯୁଗ କୁହାଯାଏ । ସେଠାରେ କୌଣସି ଦୁଃଖ ହିଁ ନଥାଏ । ବାବା କେତେ ସରଳ
ଭାବରେ ବୁଝାଉଛନ୍ତି । ଜଣଙ୍କୁ ବୁଝାଅ ବା ଅନେକଙ୍କୁ ବୁଝାଅ - କିନ୍ତୁ ବୁଝାଇବା ସମୟରେ ଏହିଭଳି
ଧ୍ୟାନ ଦେବାକୁ ପଡିବ, ବୁଝୁଛନ୍ତି ନା କେବଳ ହଁ ହଁ କରୁଛନ୍ତି? ତାଙ୍କୁ କୁହ ସବୁ କଥା ନୋଟ
କରୁଥାଅ । କୌଣସି କଥାରେ ସନ୍ଦେହ ଥିଲେ ପଚାର । ଯେଉଁ କଥା କେହି ଜାଣିନାହାଁନ୍ତି ସେହି କଥା ଆମେ
ବୁଝାଉଛୁ । ତୁମେ ତ କିଛି ବି ଜାଣିନାହଁ ତେଣୁ ପଚାରିବ କ’ଣ?
ବାବା ତ ଏହି ଅବିନାଶୀ କଳ୍ପବୃକ୍ଷର ରହସ୍ୟକୁ ବୁଝାଉଛନ୍ତି । ଏହି ଜ୍ଞାନକୁ ଏବେ ତୁମେମାନେ
ବୁଝୁଛ । ବାବା ବୁଝାଉଛନ୍ତି ତୁମେ ୮୪ ଜନ୍ମର ଚକ୍ରରେ କିପରି ଆସୁଛ । ଏକଥାକୁ ଭଲ ଭାବରେ ନୋଟ୍
କର । ପୁଣି ଏହା ଉପରେ ଭଲ ଭାବରେ ବିଚାର କର । ଯେପରି ଶିକ୍ଷକ ରଚନା ଲେଖିବାକୁ ଦେଇଥା’ନ୍ତି ।
ତେବେ ଛାତ୍ରମାନେ ଘରକୁ ଯାଇ ଭଲ ଭାବରେ ଅଭ୍ୟାସ କରି ଆସିଥା’ନ୍ତି ନା । ତୁମେ ମଧ୍ୟ ଏହି ଜ୍ଞାନକୁ
ଯେତେବେଳେ ଅନ୍ୟମାନଙ୍କୁ ଦେଉଛ ତାଙ୍କୁ ଦେଖ କ’ଣ ହେଉଛି । ବାରମ୍ବାର ତାଙ୍କୁ ପଚାରୁଥାଅ ।
ଗୋଟିଏ ଗୋଟିଏ କଥାକୁ ଭଲ ଭାବରେ ବୁଝାଅ । ପିତା ଏବଂ ଶିକ୍ଷକଙ୍କର କର୍ତ୍ତବ୍ୟ ବିଷୟରେ ବୁଝାଇ
ପୁଣି ଗୁରୁଙ୍କର କର୍ତ୍ତବ୍ୟ ଉପରେ ବୁଝାଅ । ତାଙ୍କୁ ଏଥିପାଇଁ ଡାକିଛନ୍ତି, ଆସି ଆମ ଭଳି
ପତିତମାନଙ୍କୁ ପବିତ୍ର କର । ଆତ୍ମା ପବିତ୍ର ହେଲେ ହିଁ ପବିତ୍ର ଶରୀର ମିଳିଥାଏ । ଯେମିତି ସୁନା
ସେମିତି ଗହଣା ହୋଇଥାଏ । ଯଦି ୨୪ କ୍ୟାରେଟର ସୁନା ନେଇ ସେଥିରେ ଖାଦ ନ ମିଶାଇ ଗହଣା ତିଆରି କରିବ
ତେବେ ତାହା ସତ୍ତ୍ୱପ୍ରଧାନ ହେବ । ଖାଦ ମିଶିବା କାରଣରୁ ତମୋପ୍ରଧାନ ହୋଇଯାଇଛି । ପ୍ରଥମେ-ପ୍ରଥମେ
ଭାରତ ୨୪ କ୍ୟାରେଟ୍ ପକ୍କା ସୁନାର ଚଢେଇ ଥିଲା ଅର୍ଥାତ୍ ସତ୍ୱପ୍ରଧାନ ନୂଆ ଦୁନିଆ ଥିଲା ଯାହାକି
ଏବେ ତମୋପ୍ରଧାନ ହୋଇଯାଇଛି । ଏହି କଥା ବାବା ହିଁ ବୁଝାଉଛନ୍ତି, ଅନ୍ୟ କୌଣସି ମନୁଷ୍ୟ ଗୁରୁମାନେ
ଏକଥା ଜାଣିନାହାଁନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି ଏଠାକୁ ଆସି ଆମକୁ ପବିତ୍ର କର । ତେବେ ତାହା
ତ ଗୁରୁଙ୍କର କର୍ତ୍ତବ୍ୟ । ବାନପ୍ରସ୍ଥ ଅବସ୍ଥାରେ ମନୁଷ୍ୟମାନେ ଗୁରୁ କରିଥା’ନ୍ତି । ବାଣୀରୁ
ଉର୍ଦ୍ଧ୍ୱସ୍ଥାନ ତ ନିରାକାରୀ ଦୁନିଆକୁ କୁହାଯାଏ, ଯେଉଁଠାରେ ଆତ୍ମାମାନେ ରହିଥାନ୍ତି । ଏହା ହେଲା
ମନୁଷ୍ୟମାନଙ୍କର ଦୁନିଆ । ଉଭୟଙ୍କର ଏହା ମିଳନ ସ୍ଥଳ ଅଟେ । ସେଠାରେ ତ ଶରୀର ନାହିଁ । ତେଣୁ
ସେଠାରେ କୌଣସି କର୍ମ ହୁଏ ନାହିଁ । ଯାହାର ସମ୍ପୂର୍ଣ୍ଣ ଜ୍ଞାନ ବାବାଙ୍କ ପାଖରେ ଅଛି । ଡ୍ରାମା
ପ୍ଲାନ ଅନୁସାରେ ତାଙ୍କୁ ନଲେଜଫୁଲ ଅର୍ଥାତ୍ ଜ୍ଞାନର ଭଣ୍ଡାର କୁହାଯାଏ । ସେ ଚୈତନ୍ୟ ସତ୍-ଚିତ୍-ଆନନ୍ଦ
ସ୍ୱରୂପ ତେଣୁ ତାଙ୍କୁ ନଲେଜଫୁଲ କୁହାଯାଉଛି । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ, ନଲେଜଫୁଲ
ଶିବବାବା । ତାଙ୍କର ନାମ ସର୍ବଦା ଶିବ ହିଁ ଅଟେ । ବାକି ସମସ୍ତ ଆତ୍ମା ଏଠାକୁ ପାର୍ଟ କରିବାକୁ
ଆସିଥା’ନ୍ତି । ତେଣୁ ଭିନ୍ନ-ଭିନ୍ନ ନାମ ଧାରଣ କରିଥା’ନ୍ତି । ସମସ୍ତେ ବାବାଙ୍କୁ ଡାକୁଛନ୍ତି
କିନ୍ତୁ ସେମାନଙ୍କୁ ବାବାଙ୍କ ବିଷୟରେ କିଛି ବି ଜ୍ଞାନ ଜଣା ନାହିଁ । ନିଶ୍ଚିତ କେହି ଭାଗ୍ୟଶାଳୀ
ରଥ ମଧ୍ୟ ଥିବ ଯାହାଙ୍କ ଭିତରେ ବାବା ପ୍ରବେଶ କରି ତୁମକୁ ନୂଆ ଦୁନିଆକୁ ନେଇଯିବେ । ତେବେ ବାବା
ବୁଝାଉଛନ୍ତି, ମିଠା ମିଠା ପିଲାମାନେ, ମୁଁ ତାଙ୍କ ଶରୀରରେ ଆସୁଛି ଯିଏ ବହୁତ ଜନ୍ମର ଅନ୍ତିମ
ଅବସ୍ଥାରେ ଅଛି ଏବଂ ପୁରା ୮୪ ଜନ୍ମ ନେଉଛି । ମୋତେ ସେହି ଭାଗ୍ୟଶାଳୀ ରଥରେ ଆସିବାକୁ ପଡୁଛି ।
ପ୍ରଥମ ନମ୍ବରରେ ତ ଶ୍ରୀକୃଷ୍ଣ ଅଛନ୍ତି । ସିଏ ହେଲେ ନୂଆ ଦୁନିଆର ମାଲିକ । ପୁଣି ସେ ହିଁ ତଳକୁ
ଖସୁଛନ୍ତି । ସୁବର୍ଣ୍ଣଯୁଗରୁ ରୌପ୍ୟ, ତାମ୍ର ଏବଂ ଲୌହଯୁଗରେ ଆସି ପହଞ୍ଚିଯାଉଛନ୍ତି । ଏବେ ତୁମେ
ପୁଣି ଲୌହ ଅବସ୍ଥାରୁ ସୁବର୍ଣ୍ଣ ଅବସ୍ଥାକୁ ଯାଉଛ । ବାବା କହୁଛନ୍ତି କେବଳ ମୋତେ ଅର୍ଥାତ୍ ନିଜର
ପିତାଙ୍କୁ ମନେ ପକାଅ । ଯାହାଙ୍କ ମଧ୍ୟରେ ପ୍ରବେଶ କରିଛି ତାଙ୍କ ଆତ୍ମାରେ ତ ଟିକିଏ ହେଲେ ଜ୍ଞାନ
ନଥିଲା । ମୁଁ ଏହାଙ୍କ ଶରୀର ରୂପୀ ରଥରେ ପ୍ରବେଶ କରୁଛି ସେଥିପାଇଁ ଏହାଙ୍କୁ ଭାଗ୍ୟଶାଳୀ ରଥ
କୁହାଯାଉଛି । ନଚେତ୍ ସବୁଠାରୁ ଉଚ୍ଚ ତ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି, ତେଣୁ ଏମାନଙ୍କ ଭିତରେ
ପ୍ରବେଶ କରିବା ଉଚିତ୍ । କିନ୍ତୁ ଏମାନଙ୍କ ଶରୀରରେ ପରମାତ୍ମା ପ୍ରବେଶ କରନ୍ତି ନାହିଁ ।
ସେଥିପାଇଁ ସେମାନଙ୍କୁ ଭାଗ୍ୟଶାଳୀ ରଥ କୁହାଯାଏ ନାହିଁ । ମୋତେ ଏହାଙ୍କ ଶରୀର ରୂପୀ ରଥରେ ଆସି
ପତିତମାନଙ୍କୁ ପବିତ୍ର କରିବାକୁ ପଡିଥାଏ ତେଣୁ ସେହି ରଥ ମଧ୍ୟ ନିଶ୍ଚିତ କଳିଯୁଗୀ ତମୋପ୍ରଧାନ
ହୋଇଥିବ ନା । ବାବା ନିଜେ ଆସି କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି । ଗୀତାରେ
ମଧ୍ୟ ଏହାର ସଠିକ୍ ଶବ୍ଦ ଲେଖାଅଛି । ଗୀତାକୁ ହିଁ ସର୍ବ ଶାସ୍ତ୍ରମୟୀ ଶିରୋମଣୀ କୁହାଯାଏ । ଏହି
ସଂଗମ ଯୁଗରେ ହିଁ ବାବା ଆସି ବ୍ରାହ୍ମଣ କୁଳ ଏବଂ ଦେବତା କୁଳର ସ୍ଥାପନା କରୁଛନ୍ତି । ବହୁତ
ଜନ୍ମର ଅନ୍ତିମ ସମୟରେ ଅର୍ଥାତ୍ ସଂଗମଯୁଗରେ ହିଁ ବାବା ଆସିଥା’ନ୍ତି । ବାବା କହୁଛନ୍ତି ଏହି
ସୃଷ୍ଟିର ମୁଁ ବୀଜରୂପ ଅଟେ । କୃଷ୍ଣ ତ ସତ୍ୟଯୁଗର ନିବାସୀ ଅଟନ୍ତି । ତାଙ୍କୁ ଅନ୍ୟ ସ୍ଥାନରେ ତ
କେହି ଦେଖିପାରିବେ ନାହିଁ । ପୁନର୍ଜନ୍ମରେ ତ ନାମ, ରୂପ, ଦେଶ, କାଳ ସବୁକିଛି ବଦଳି ଯାଇଥାଏ ।
ଚେହେରା ମଧ୍ୟ ବଦଳି ଯାଇଥାଏ । ପ୍ରଥମେ ଛୋଟ ପିଲା ଅବସ୍ଥାରେ ସୁନ୍ଦର ଦେଖାଯା’ନ୍ତି ପୁଣି ବଡ
ହୋଇଥା’ନ୍ତି ଏବଂ ବୃଦ୍ଧାବସ୍ଥାରେ ଶରୀର ତ୍ୟାଗ କରି ପୁନର୍ବାର ଶିଶୁ ଶରୀର ଧାରଣ କରିଥା’ନ୍ତି ।
ଏହା ପୂର୍ବ ପ୍ରସ୍ତୁତ ଖେଳ ଯାହାକି ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେତେବେଳେ ସିଏ ଅନ୍ୟ ଶରୀର
ଧାରଣ କରିବେ ତାଙ୍କୁ ଆଉ କୃଷ୍ଣ କୁହାଯିବ ନାହିଁ । ଅନ୍ୟ ନୂଆ ଶରୀରର ନାମ ମଧ୍ୟ ନୂଆ ରଖାଯିବ ।
ସମୟ, ଶାରୀରିକ ଆକୃତି, ତିଥି, ତାରିଖ ସବୁ କିଛି ବଦଳିଯାଏ । ସେଥିପାଇଁ ବିଶ୍ୱର ଇତିହାସ-ଭୂଗୋଳର
ଅବିକଳ ପୁନରାବୃତ୍ତି ହୁଏ ବୋଲି କୁହାଯାଏ । ତେବେ ଏହି ଡ୍ରାମାର ପୁନରାବୃତ୍ତି ହୋଇ ଚାଲିଛି ।
ସେଥିପାଇଁ ସତ୍ୱ, ରଜୋ, ତମୋରେ ଆସିବାକୁ ହିଁ ପଡୁଛି । ସୃଷ୍ଟିର ନାମ, ଯୁଗର ନାମ, ସବୁ କିଛି
ବଦଳିବାରେ ଲାଗିଛି । ବର୍ତ୍ତମାନ ଏହା ହେଲା ସଂଗମଯୁଗ । ମୁଁ ଏହି ସଂଗମଯୁଗରେ ହିଁ ଆସିଥାଏ ।
ମୁଁ ତୁମକୁ ସାରା ଦୁନିଆର ପ୍ରକୃତ ଇତିହାସ-ଭୁଗୋଳ ଶୁଣାଇଥାଏ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା
କିଛି ହେଉଛି ଆଉ କେହି ବି ଜାଣିନାହାଁନ୍ତି । ସତ୍ୟଯୁଗର ଆୟୁଷ କେତେ ଥିଲା, ଏକଥା ଜାଣି
ନାହାଁନ୍ତି ସେଥିପାଇଁ ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି । ଏବେ ତୁମ ବୁଦ୍ଧିରେ ସମସ୍ତ
ଜ୍ଞାନ ଅଛି । ତୁମକୁ ଭିତରେ ଭିତରେ ଏହି କଥା ପକ୍କା କରିବାକୁ ହେବ ଯେ, ବାବା ପିତା, ଶିକ୍ଷକ ଏବଂ
ସଦଗୁରୁ ଅଟନ୍ତି, ଯିଏକି ଆମକୁ ପୁନର୍ବାର ସତ୍ତ୍ୱପ୍ରଧାନ ହେବା ପାଇଁ ବହୁତ ଭଲ ଉପାୟ ବତାଉଛନ୍ତି
। ଗୀତାରେ ମଧ୍ୟ ରହିଛି ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ମନେ କର କାରଣ
ବର୍ତ୍ତମାନ ନିଜ ଘରକୁ ନିଶ୍ଚିତ ଫେରିବାକୁ ହେବ । ଭକ୍ତିମାର୍ଗରେ ଭଗବାନଙ୍କ ପାଖକୁ ଯିବା ପାଇଁ
କେତେ ମେହନତ କରିଥା’ନ୍ତି । ତାହା ମୁକ୍ତିଧାମ ଅଟେ ଯେଉଁଠି ସମସ୍ତେ କର୍ମରୁ ମୁକ୍ତଥା’ନ୍ତି ।
ଆମେ ସମସ୍ତେ ସେହି ନିରାକାରୀ ଦୁନିଆରେ ଯାଇ ରହିବା । ଆତ୍ମାର ପାର୍ଟ ସରିଗଲା ଅର୍ଥାତ୍ ପାର୍ଟରୁ
ମୁକ୍ତ ହୋଇଗଲା । ସମସ୍ତେ ଚାହୁଁଛନ୍ତି ଆମକୁ ମୁକ୍ତି ମିଳୁ । କିନ୍ତୁ ମୋକ୍ଷ ତ କାହାକୁ
ମିଳିପାରିବ ନାହିଁ । ଏହି ଡ୍ରାମା ଅନାଦି ଅବିନାଶୀ ଅଟେ । ଯଦି କେହି କହନ୍ତି ଯେ, ଏହି ଆବାଗମନର
ପାର୍ଟ ମୋତେ ପସନ୍ଦ ନୁହେଁ ତେବେ ଏଥିରେ କେହି କିଛି କରିପାରିବେ ନାହିଁ । ଏହା ଅନାଦି ଡ୍ରାମା
ପୂର୍ବପ୍ରସ୍ତୁତ ଅଟେ । ଏଥିରୁ କେହି ଜଣେ ବି ମୋକ୍ଷକୁ ପ୍ରାପ୍ତ କରିପାରିବେ ନାହିଁ । ଦୁନିଆରେ
ଅନେକ ପ୍ରକାରର ମନୁଷ୍ୟ ମତ ରହିଛି । ଏହା ହେଲା ଶ୍ରୀମତ, ଶ୍ରେଷ୍ଠ କରିବା ପାଇଁ ।
ମନୁଷ୍ୟମାନଙ୍କୁ ଶ୍ରେଷ୍ଠ କୁହାଯିବ ନାହିଁ । ଦେବତାମାନଙ୍କୁ ଶ୍ରେଷ୍ଠ କୁହାଯାଏ ସେମାନଙ୍କ ଆଗରେ
ସମସ୍ତେ ନତମସ୍ତକ ହୋଇଥା’ନ୍ତି । ତେବେ ସେମାନେ ଶ୍ରେଷ୍ଠ ହେଲେ ନା । ଶ୍ରୀକୃଷ୍ଣ ହେଲେ ଦେବତା
ଯିଏକି ବୈକୁଣ୍ଠର ରାଜକୁମାର ଅଟନ୍ତି । ସିଏ ପୁଣି ଏଠାକୁ କିପରି ଆସିବେ । ନା ସିଏ ଗୀତା
ଶୁଣାଇଛନ୍ତି । ଭକ୍ତମାନେ ଶିବଙ୍କ ପାଖକୁ ଯାଇ କହିଥା’ନ୍ତି ଆମକୁ ମୁକ୍ତି ଦିଅ । ସିଏ ତ କେବେ
ବି ଜୀବନମୁକ୍ତ ବା ଜୀବନ ବନ୍ଧନରେ ଆସନ୍ତି ହିଁ ନାହିଁ ସେଥିପାଇଁ ତାଙ୍କୁ ଡାକୁଛନ୍ତି ମୁକ୍ତି
ଦିଅ । ଜୀବନମୁକ୍ତି ମଧ୍ୟ ସିଏ ଦେଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ ସମସ୍ତେ
ଆତ୍ମା ରୂପରେ ଭାଇ-ଭାଇ ଅଟୁ, ଏହି ପାଠକୁ ପକ୍କା କରିବାକୁ ହେବ ଏବଂ କରାଇବାକୁ ମଧ୍ୟ ହେବ ।
ନିଜର ସଂସ୍କାରକୁ ଯୋଗବଳ ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର କରିବାକୁ ହେବ ।
(୨) ୨୪ କ୍ୟାରେଟ ସଚ୍ଚା ସୁନା ଅର୍ଥାତ୍ ସତ୍ତ୍ୱପ୍ରଧାନ ହେବା ପାଇଁ କର୍ମ-ଅକର୍ମ-ବିକର୍ମର
ଗୁହ୍ୟ ଗତିକୁ ବୁଦ୍ଧିରେ ରଖି ଏବେ କୌଣସି ପ୍ରକାରର ବିକର୍ମ କରିବାର ନାହିଁ ।
ବରଦାନ:-
ସମୟ ଅନୁସାରେ
ପ୍ରତ୍ୟେକ ଗୁଣ ବା ଶକ୍ତିକୁ କାର୍ଯ୍ୟରେ ଲଗାଉଥିବା ଅନୁଭବୀ ମୂରତ ହୁଅ ।
ବ୍ରାହ୍ମଣ ଜୀବନର
ବିଶେଷତା ହେଲା ଅନୁଭବ । ଯଦି କୌଣସି ଗୋଟିଏ ବି ଗୁଣ ବା ଶକ୍ତିର ଅନୁଭୂତି ହେଉ ନାହିଁ ତେବେ କେବେ
ନା କେବେ ବିଘ୍ନର ବଶୀଭୂତ ହୋଇଯିବ । ତେଣୁ ବର୍ତ୍ତମାନ ଅନୁଭୂତି କରିବାର ଅଭ୍ୟାସ କର ।
ପ୍ରତ୍ୟେକ ଗୁଣ ବା ଶକ୍ତି ରୂପକ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଅ । ଯେଉଁ ସମୟରେ ଯେଉଁ ଗୁଣର
ଆବଶ୍ୟକତା ରହିଛି ସେହି ସମୟରେ ସେହି ଗୁଣର ସ୍ୱରୂପ ହୋଇଯାଅ । କେବଳ ଜ୍ଞାନରୂପୀ ସମ୍ପତ୍ତି
ହିସାବରେ ବୁଦ୍ଧି ରୂପକ ଲକର ଭିତରେ ରଖିଦିଅ ନାହିଁ, ତାକୁ କାର୍ଯ୍ୟରେ ଲଗାଅ ତେବେ ଯାଇ ବିଜୟୀ
ହୋଇପାରିବ ଏବଂ ନିଜ ପାଇଁ ସବୁ ସମୟରେ ବାଃ ବାଃର ଗୀତ ଗାଇପାରିବ ।
ସ୍ଲୋଗାନ:-
କୋମଳତାର
ସଂକଳ୍ପକୁ ସମାପ୍ତ କରି ଶକ୍ତିଶାଳୀ ସଂକଳ୍ପ ରଚନା କରୁଥିବା ଆତ୍ମା ହିଁ ଡବଲ ଲାଇଟ୍ ସ୍ଥିତିରେ
ରହିଥା’ନ୍ତି ।