14.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ଆତ୍ମାମାନଙ୍କର ସ୍ୱଧର୍ମ ହେଲା ଶାନ୍ତି, ଦେଶ ହେଲା ଶାନ୍ତିଧାମ, ତୁମେ ଶାନ୍ତ ସ୍ୱରୂପ ଆତ୍ମା ଅଟ ସେଥିପାଇଁ ତୁମେ କେବେହେଲେ ଶାନ୍ତି ମାଗିପାରିବ ନାହିଁ ।

ପ୍ରଶ୍ନ:-
ତୁମର ଯୋଗବଳ କେଉଁ ଭଳି ଚମତ୍କାରୀ କରୁଛି ?

ଉତ୍ତର:-
ଯୋଗବଳ ଦ୍ୱାରା ତୁମେ ସାରା ଦୁନିଆକୁ ପବିତ୍ର କରୁଛ, ତୁମେ କେତେ କମ୍ ସଂଖ୍ୟକ ସନ୍ତାନମାନେ ଯୋଗବଳ ଦ୍ୱାରା ଏହି ବିଶାଳ ଦୁଃଖର ପାହାଡକୁ ଉଠାଇ ସୁନାର ପାହାଡ ସ୍ଥାପନ କରୁଛ । ୫ ତତ୍ତ୍ୱ ସତ୍ତ୍ୱପ୍ରଧାନ ହୋଇଯାଉଛି ଏବଂ ବହୁତ ଫଳ ପ୍ରଦାନ କରୁଛି । ସତ୍ତ୍ୱପ୍ରଧାନ ତତ୍ୱ ଦ୍ୱାରା ଏହି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି । ସେଠାକାର ଫଳ ମଧ୍ୟ ବହୁତ ବଡ-ବଡ ଏବଂ ସ୍ୱାଦିଷ୍ଟ ହେବ ।

ଓମ୍ ଶାନ୍ତି ।
ଯେତେବେଳେ ଓମ୍ ଶାନ୍ତି କହୁଛ ସେତେବେଳେ ବହୁତ ଖୁସି ହେବା ଦରକାର କାରଣ ବାସ୍ତବରେ ଆତ୍ମା ଶାନ୍ତ ସ୍ୱରୂପ ଏବଂ ତାର ସ୍ୱଧର୍ମ ଶାନ୍ତ ଅଟେ । ଏହା ଉପରେ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି, ତୁମ ଗଳାରେ ତ ଶାନ୍ତିର ହାର ପଡିଛି । ଶାନ୍ତିକୁ ବାହାରେ କେଉଁଠି ଖୋଜୁଛ । ଆତ୍ମା ସ୍ୱତଃ ଶାନ୍ତ ସ୍ୱରୂପ ଅଟେ । ଆତ୍ମାକୁ ଏହି ଶରୀରରେ ଅଭିନୟ କରିବା ପାଇଁ ଆସିବାକୁ ପଡୁଛି । ଯଦି ଆତ୍ମା ସର୍ବଦା ଶାନ୍ତ ରହିବ ତେବେ କର୍ମ କିପରି କରିବ ? କର୍ମ ତ କରିବାକୁ ହିଁ ପଡିବ । ହଁ, ଶାନ୍ତିଧାମରେ ଆତ୍ମାମାନେ ଶାନ୍ତ ରହିଥାନ୍ତି । ସେଠାରେ ଶରୀର ନାହିଁ, ଏକଥା କୌଣସି ସନ୍ନ୍ୟାସୀ ଆଦି ବୁଝିପାରୁ ନାହାଁନ୍ତି ଯେ ଆମେ ଆତ୍ମା ଅଟୁ, ଶାନ୍ତିଧାମର ନିବାସୀ ଅଟୁ । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଶାନ୍ତିଧାମ ଆମର ଦେଶ, ପୁଣି ଆମେ ଏଠାକୁ ଅର୍ଥାତ୍ ସୁଖଧାମକୁ ଆସି ଅଭିନୟ କରୁଛୁ ପରେ ପୁଣି ତାହା ଦୁଃଖଧାମ ରାବଣରାଜ୍ୟ ହୁଏ । ଏହା ୮୪ ଜନ୍ମର କାହାଣୀ ଅଟେ । ଭଗବାନ ଅର୍ଜୁନଙ୍କୁ କହିଛନ୍ତି ନା ତୁମେ ତୁମର ଜନ୍ମ ବୃତ୍ତାନ୍ତକୁ ଜାଣିନାହଁ । ଜଣଙ୍କୁ ହିଁ କାହିଁକି କହିଛନ୍ତି ? କାରଣ ଜଣଙ୍କର ଗ୍ୟାରେଣ୍ଟି ରହିଛି । ଏହି ରାଧା-କୃଷ୍ଣଙ୍କର ଗ୍ୟାରେଣ୍ଟି ରହିଛି ତେଣୁ ତାଙ୍କ କଥା ହିଁ କହୁଛନ୍ତି । ଏକଥା ବାବା ଏବଂ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଯେଉଁ ସବୁ ସନ୍ତାନମାନେ ଅଛନ୍ତି ସମସ୍ତେ ତ ୮୪ ଜନ୍ମ ନେଉ ନାହାଁନ୍ତି । କେହି ମଝିରେ, କେହି ଅନ୍ତିମ ସମୟରେ ଆସୁଛନ୍ତି । କିନ୍ତୁ ଏମାନଙ୍କର କଥା ତ ନିଶ୍ଚିତ । ଏହାଙ୍କୁ କହୁଛନ୍ତି ହେ ସନ୍ତାନ, ତେଣୁ ଇଏ ଅର୍ଜୁନ ହେଲେ ନା । ବାବା ବ୍ରହ୍ମାବାବାଙ୍କ ଶରୀର ରୂପି ରଥରେ ବସିଛନ୍ତି ନା । ପିଲାମାନେ ନିଜେ ମଧ୍ୟ ବୁଝିପାରିବେ ଆମେ କିପରି ଜନ୍ମ ନେବୁ ? ଯଦି ସେବା ନ କରିବ ତେବେ ସତ୍ୟଯୁଗ ନୂଆ ଦୁନିଆରେ ପ୍ରଥମେ କିପରି ଆସିବ ? ଯେଉଁମାନେ ପଛରେ ଜନ୍ମ ନେବେ ସେମାନଙ୍କର ଏତେ ଶ୍ରେଷ୍ଠ ଭାଗ୍ୟ କିପରି ହେବ ସେମାନଙ୍କ ପାଇଁ ତ ଦୁନିଆ ପୁରୁଣା ହୋଇଯିବ ନା । ମୁଁ ସେହିମାନଙ୍କ ପାଇଁ କହୁଛି, ଯେଉଁମାନଙ୍କୁ ତୁମେ ମଧ୍ୟ ଜାଣିଛ ସେମାନେ ଆରମ୍ଭରୁ ଆସିବେ । ତୁମେ ମଧ୍ୟ ଜାଣିଛ ମମ୍ମା-ବାବା ୮୪ ଜନ୍ମ ନେଉଛନ୍ତି । ଏଥିରେ କୁମାରକା, ଜନକ ମଧ୍ୟ ଅଛନ୍ତି, ଏମାନଙ୍କ ସଦୃଶ ଯେଉଁମାନେ ମହାରଥୀ ଅଛନ୍ତି ସେମାନେ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ଯିଏ ସେବା କରୁନାହାଁନ୍ତି ସେ ନିଶ୍ଚିତ କିଛି ଜନ୍ମ ପରେ ଆସିବେ । ସେମାନେ ଭାବୁଛନ୍ତି ଆମେ ତ ଫେଲ୍ ହୋଇଯିବୁ, ତେଣୁ ପଛରେ ଆସିବୁ । ସ୍କୁଲରେ ମଧ୍ୟ ଦୌଡ ପ୍ରତିଯୋଗିତାରେ ଚିହ୍ନ ପର୍ଯ୍ୟନ୍ତ ପହଞ୍ଚି ପୁଣି ଫେରି ଯାଇଥାଆନ୍ତି ନା । ସମସ୍ତେ ତ ସମାନ ହୋଇପାରିବେ ନାହିଁ । ଦୌଡ ପ୍ରତିଯୋଗିତାରେ ଯଦି କେହି ୧/୪ ଭାଗ ଅର୍ଥାତ୍ ଏକ ଇଞ୍ଚରୁ ଚାରିଭାଗରୁ ମଧ୍ୟ ଆଗରେ ରହିବ ତେବେ ମଧ୍ୟ ତାକୁ ପ୍ରଥମ ସ୍ଥାନ ମିଳିବ । ଏହା ମଧ୍ୟ ଅଶ୍ୱ ପ୍ରତିଯୋଗିତା ଅଟେ । ଘୋଡାକୁ ଅଶ୍ୱ ବୋଲି କୁହାଯାଇଥାଏ । ରଥକୁ ମଧ୍ୟ ଘୋଡା କୁହାଯାଏ । ବାକି ଏମାନେ ଯାହା ଦେଖାଉଛନ୍ତି ଦକ୍ଷ ପ୍ରଜାପିତା ଯଜ୍ଞ ରଚନା କରିଥିଲେ, ସେଥିରେ ଘୋଡାକୁ ସ୍ୱାହାଃ କରିଥିଲେ, ତେବେ ଏଭଳି କିଛି କଥା ନାହିଁ । ନା ଦକ୍ଷ ପ୍ରଜାପିତା ଥିଲେ, ନା ସିଏ କୌଣସି ଯଜ୍ଞ ରଚନା କରିଥିଲେ । ଭକ୍ତିମାର୍ଗର ଶାସ୍ତ୍ର ପୁରାଣରେ କେତେ ମନଗଢା କଥା ସବୁ ରହିଛି । ତେଣୁ ତାର ନାମ ହିଁ କଥା ଅର୍ଥାତ୍ କାହାଣୀ ଅଟେ । ବହୁତ କଥାମାନ ଶୁଣିଥାନ୍ତି । ପୁସ୍ତକଗୁଡିକରେ ଭକ୍ତିମାର୍ଗର କେତେ ଦନ୍ତ (ମନଗଢା) କଥା ସବୁ ରହିଛି । ଏହାର ନାମ କାହାଣୀ ଅଟେ । ବହୁତ କଥା ମାନ ଶୁଣିଥାନ୍ତି । ତୁମେ ରାଜଯୋଗର ପାଠ ପଢୁଛ । ପାଠପଢାକୁ କାହାଣୀ ବୋଲି କୁହାଯିବ ନାହିଁ । ସ୍କୁଲରେ ପାଠ ପଢିଥାନ୍ତି, ସେଥିରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥାଏ । ସେମାନେ ଜାଣିଥାନ୍ତି ଯେ ଆମମାନଙ୍କୁ ଏହି ପାଠପଢିବା ଦ୍ୱାରା ଏହି ଚାକିରୀ ମିଳିବ ଏବଂ ତାଦ୍ୱାରା ମଧ୍ୟ କିଛି ନା କିଛି ମିଳିଥାଏ । ଏବେ ତୁମ ପିଲାମାନଙ୍କୁ ବହୁତ ଦେହୀ-ଅଭିମାନୀ ହେବାକୁ ପଡିବ । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ସେଥିପାଇଁ ସ୍ୱତନ୍ତ୍ର ରୂପେ ଯୋଗ କରିବାକୁ ହେବ, ଏପରି ନୁହେଁ ଯେ ମୁଁ ତ ଶିବବାବାଙ୍କର ସନ୍ତାନ ଅଟେ ନା । ପୁଣି କଣ ପକାଇବି । ନାଁ, ନିଜକୁ ଶିବବାବାଙ୍କର ଛାତ୍ର ମନେ କରି ଯୋଗ କରିବାକୁ ପଡିବ । ଆମ ଆତ୍ମାମାନଙ୍କୁ ଶିବବାବା ପାଠ ପଢାଉଛନ୍ତି, ଏକଥା ମଧ୍ୟ ତୁମେମାନେ ଭୁଲିଯାଉଛ । ଶିବବାବା ଏକମାତ୍ର ଶିକ୍ଷକ ଅଟନ୍ତି ଯିଏକି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି, କିନ୍ତୁ ଏକଥା ମନେ ରହୁନାହିଁ । ପ୍ରତ୍ୟେକ ସନ୍ତାନ ନିଜ ମନକୁ ପଚାରିବା ଉଚିତ୍ ଯେ ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛୁ ? ଅଧିକ ସମୟ ତ ବାହ୍ୟମୁଖତାରେ ଯାଉଛି । ତେବେ ଏହି ଯୋଗ ହିଁ ମୁଖ୍ୟ ଅଟେ । ଭାରତରେ ହେଉଥିବା ଏହି ଯୋଗର ହିଁ ବହୁତ ମହିମା ରହିଛି । କିନ୍ତୁ ଯୋଗ କିଏ ଶିଖାଉଛନ୍ତି ଏକଥା କେହି ଜାଣିନାହାଁନ୍ତି । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ତେବେ କୃଷ୍ଣଙ୍କୁ ମନେ ପକାଇଲେ ଗୋଟିଏ ହେଲେ ପାପ କଟିବ ନାହିଁ କାହିଁକି ନା ସେ ତ ଶରୀରଧାରୀ ଅଟନ୍ତି ଏବଂ ତାହା ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି । ଶରୀରକୁ ମନେ ପକାଇବା ଅର୍ଥ ମାଟିକୁ ଅଥବା ୫ ତତ୍ତ୍ୱକୁ ମନେ ପକାଇବା । ଶିବବାବା ତ ଅଶରୀରୀ ଅଟନ୍ତି ସେଥିପାଇଁ କହୁଛନ୍ତି ଅଶରୀରୀ ହୁଅ ଏବଂ ବାବାଙ୍କୁ ମନେ ପକାଅ ।

କହୁଛ ମଧ୍ୟ ହେ ପତିତ-ପାବନ, ତେବେ ସିଏ ତ ଜଣେ ହେଲେ ନା । ଯୁକ୍ତିର ସହିତ ପଚାରିବା ଉଚିତ୍ ଗୀତାର ଭଗବାନ କିଏ ? ଭଗବାନ ରଚୟିତା ତ କେବଳ ଜଣେ ହେବେ ନା । ଯଦି ମନୁଷ୍ୟ ନିଜକୁ ଭଗବାନ କହୁଛନ୍ତି ତେବେ ଏପରି କେବେ କହିବେ ନାହିଁ ଯେ ତୁମେ ସବୁ ମୋର ସନ୍ତାନ, ଅଥବା କହିବେ ତତତ୍ତ୍ୱମ ଅଥବା ଇଶ୍ୱର ସର୍ବବ୍ୟାପୀ ଅଟନ୍ତି । ଆମେ ମଧ୍ୟ ଭଗବାନ, ତୁମେ ମଧ୍ୟ ଭଗବାନ, ଯେଉଁଆଡେ ଦେଖୁଛି କେବଳ ତୁମେ ହିଁ ତୁମେ ଅଛ । ପଥରରେ ମଧ୍ୟ ତୁମେ ଅଛ, ଏହିଭଳି କହିଦେଉଛନ୍ତି । ତୁମେ ମୋର ସନ୍ତାନ ଅଟ, ଏକଥା ସେମାନେ କହିପାରିବେ ନାହିଁ । ଏକଥା ତ ବାବା ହିଁ କହୁଛନ୍ତି ହେ ମୋର ପ୍ରିୟ ଆତ୍ମିକ ସନ୍ତାନମାନେ, ଏହିକଥା ଅନ୍ୟ କେହି କହିପାରିବେ ନାହିଁ । ମୁସଲମାନମାନଙ୍କୁ ଯଦି କେହି ମୋର ଗେହ୍ଲା ସନ୍ତାନ ବୋଲି କହିବେ, ତେବେ ସେମାନେ ଚାପୁଡା ମାରିଦେବ । ଏକଥା ଏକମାତ୍ର ପାରଲୌକିକ ବାବା ହିଁ କହିପାରିବେ । ଅନ୍ୟ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇପାରିବେ ନାହିଁ । ଏକମାତ୍ର ନିରାକାର ବାବାଙ୍କ ବିନା ୮୪ ଜନ୍ମର କାହାଣୀ ଅଥବା ସିଡିର ରହସ୍ୟ କେହି ବୁଝାଇପାରିବେ ନାହିଁ । ତାଙ୍କର ଅସଲି ନାମ ହେଉଛି ଶିବ । ମନୁଷ୍ୟମାନେ ତ ଅନେକ ନାମ ରଖିଦେଇଛନ୍ତି । ଅନେକ ଭାଷା ରହିଛି । ତେଣୁ ନିଜ-ନିଜର ଭାଷାରେ ନାମ ରଖି ଦେଉଛନ୍ତି, ଯେପରି ବମ୍ବେରେ ବବୁଲନାଥ କହୁଛନ୍ତି, କିନ୍ତୁ ସେମାନେ ଏହାର ଅର୍ଥକୁ ବୁଝି ପାରୁନାହାଁନ୍ତି । ତୁମେ ଜାଣିଛ ଯେ ସେ କଣ୍ଟାରୁ ଫୁଲ କରିଥାଆନ୍ତି । ଭାରତରେ ଶିବବାବାଙ୍କର ହଜାରେ ନାମ ରହିଛି, କିନ୍ତୁ ଏହାର ଅର୍ଥ କିଛି ହେଲେ ଜାଣିନାହାଁନ୍ତି । ବାବା ପିଲାମାନଙ୍କୁ ହିଁ ବୁଝାଉଛନ୍ତି । ସେମାନଙ୍କ ମଧ୍ୟରୁ ବାବା ମାତାମାନଙ୍କୁ ସବୁଠାରୁ ଆଗରେ ରଖୁଛନ୍ତି । ଆଜିକାଲି ନାରୀମାନଙ୍କର ସମ୍ମାନ ମଧ୍ୟ ରହୁଛି କାହିଁକି ନା ବାବା ଆସିଛନ୍ତି ନା । ବାବା ମାତାମାନଙ୍କର ଉଚ୍ଚ ମହିମା କରୁଛନ୍ତି । ତୁମେ ଶିବଶକ୍ତି ସେନା ଅଟ, ତୁମେ ହିଁ ଶିବବାବାଙ୍କୁ ଜାଣିଛ । ସତ୍ୟ ତ ଜଣେ ହିଁ ଅଟନ୍ତି । ଗାୟନ ମଧ୍ୟ କରାଯାଏ ସତ୍ୟର ନୌକା ହଲିବ ଦୋହଲିବ, କିନ୍ତୁ ବୁଡିବ ନାହିଁ । ତୁମେ ସତ୍ୟ ଅଟ, ନୂଆ ଦୁନିଆର ସ୍ଥାପନା କରୁଛ । ବାକି ମିଥ୍ୟା ନୌକା ସବୁ ଶେଷରେ ବୁଡିଯିବ । ତୁମେ ମଧ୍ୟ କେହି ଏଠାରେ ରାଜ୍ୟ କରିବ ନାହିଁ । ତୁମେ ପୁଣି ପରଜନ୍ମରେ ଆସି ରାଜ୍ୟ କରିବ । ଏହା ବହୁତ ଗୁପ୍ତ କଥା ଯାହାକୁ ତୁମେ ହିଁ ଜାଣିଛ । ଯଦି ଏହି ବାବା ମିଳି ନଥାନ୍ତେ ତେବେ କିଛି ମଧ୍ୟ ଜାଣିପାରିନଥାନ୍ତ । ଏବେ ତୁମେମାନେ ସବୁ ଜାଣୁଛ ।

ଇଏ ଯୁଧିଷ୍ଠିର ଯିଏକି ପିଲାମାନଙ୍କୁ ଯୁଦ୍ଧ ଭୂମିରେ ଠିଆ କରିଛନ୍ତି । ଏହା ହେଉଛି ନନ୍ଭାଓଲେନ୍ସ ଅର୍ଥାତ୍ ଅହିଂସକ ଯୁଦ୍ଧ । ମନୁଷ୍ୟମାନେ ମାରପିଟ୍କୁ ହିଂସା ବୋଲି ଭାବିନେଉଛନ୍ତି । ବାବା କହୁଛନ୍ତି ପ୍ରଥମ ଏବଂ ମୁଖ୍ୟ ହିଂସା ହେଲା କାମ ବିକାର, ସେଥିପାଇଁ କାମ ମହାଶତ୍ରୁ କୁହାଯାଇଥାଏ, ଏହା ଉପରେ ହିଁ ତୁମକୁ ବିଜୟୀ ହେବାକୁ ପଡିବ । ମୂଳକଥା ହେଉଛି କାମ ବିକାର, ଯେଉଁମାନେ ପତିତ ସେମାନଙ୍କୁ ବିକାରୀ କୁହାଯାଏ, ସେମାନେ ବିକାରଗ୍ରସ୍ଥ ହୋଇଯାଆନ୍ତି । କ୍ରୋଧୀମାନଙ୍କୁ ଏପରି କୁହାଯିବ ନାହିଁ ଯେ ଇଏ ବିକାରୀ ଅଟନ୍ତି । କ୍ରୋଧୀକୁ କ୍ରୋଧୀ, ଲୋଭୀକୁ ଲୋଭୀ କୁହାଯିବ । ଦେବତାମାନଙ୍କୁ ନିର୍ବିକାରୀ କୁହାଯାଇଥାଏ । ଦେବତାମାନେ ନିଲୋର୍ଭୀ, ନିର୍ମୋହୀ, ନିର୍ବିକାରୀ ଅଟନ୍ତି । ସେମାନେ କେବେ ବିକାରଗ୍ରସ୍ଥ ହୋଇନଥାନ୍ତି । ତୁମକୁ କହୁଛନ୍ତି ବିକାର ବିନା ପିଲା କିପରି ଜନ୍ମ ନେବେ ? ତାଙ୍କୁ (ଦେବତାମାନଙ୍କୁ) ତ ନିର୍ବିକାରୀ ମାନୁଛ ନା । ତାହା ହେଉଛି ନିର୍ବିକାରୀ ଦୁନିଆ । ଦ୍ୱାପର କଳିଯୁଗ ହେଲା ବିକାରୀ ଦୁନିଆ । ନିଜକୁ ବିକାରୀ, ଦେବତାମାନଙ୍କୁ ନିର୍ବିକାରୀ ବୋଲି କହୁଛ ନା । ତୁମେ ଜାଣିଛ ଆମେ ମଧ୍ୟ ବିକାରୀ ଥିଲୁ । ବର୍ତ୍ତମାନ ଦେବାତାମାନଙ୍କ ଭଳି ନିର୍ବିକାରୀ ହେବାକୁ ଯାଉଛୁ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଯୋଗ ବଳ ଦ୍ୱାରା ଏହି ପଦ ପାଇଥିଲେ ପୁଣି ଏବେ ମଧ୍ୟ ପାଉଛନ୍ତି । ଆମେ ହିଁ ଦେବୀ-ଦେବତା ଥିଲୁ, କଳ୍ପ ପୂର୍ବରୁ ଏହିପରି ରାଜ୍ୟଭାଗ୍ୟ ପ୍ରାପ୍ତ କରିଥିଲୁ, ଯାହାକୁ ଏବେ ହରାଇ ଦେଇଛୁ, ପୁନର୍ବାର ତାହା ବର୍ତ୍ତମାନ ପ୍ରାପ୍ତ କରିବୁ । ଯଦି ଏହି ଚିନ୍ତନ ବୁଦ୍ଧିରେ ରହିବ ତେବେ ମଧ୍ୟ ଖୁସି ରହିବ । କିନ୍ତୁ ମାୟା ଏହି ସ୍ମୃତି ଭୁଲାଇ ଦେଉଛି । ବାବା ଜାଣିଛନ୍ତି ଯୋଗର ଯାତ୍ରାରେ ସ୍ଥାୟୀ ରହିପାରିବ ନାହିଁ । ଯଦି ତୁମେମାନେ ଅଚଳ ହୋଇ ଯୋଗ କରିବ ତେବେ ଜଲ୍ଦି କର୍ମାତୀତ ଅବସ୍ଥା ହୋଇଯିବ ଏବଂ ତୁମର ଆତ୍ମା ଘରକୁ ଫେରିଯିବ । କିନ୍ତୁ ନୁହେଁ । ପ୍ରଥମ ନମ୍ବରରେ ତ ଇଏ (ବ୍ରହ୍ମା) ଯିବେ । ପୁଣି ଶିବବାବାଙ୍କର ବରଯାତ୍ରୀ ରହିଛି । ବିବାହ ସମୟରେ ମାତାମାନେ ମାଟିର ମାଠିଆରେ ଜ୍ୟୋତି ଜଳାଇ ନେଇ ଯାଇଥାନ୍ତି ନା, ଏହା ହିଁ ଏହାର ପ୍ରତୀକ ଅଟେ । ସାଜନ ଶିବବାବା ତ ସର୍ବଦା ଜ୍ୟୋତି ସ୍ୱରୂପ ଅଟନ୍ତି । ସିଏ ଆମର ଜ୍ୟୋତିକୁ ଜାଗ୍ରତ କରୁଛନ୍ତି । ବର୍ତ୍ତମାନର କଥା ହିଁ ଭକ୍ତିମାର୍ଗରେ ଚାଲିଆସୁଛି । ତୁମେ ଯୋଗବଳ ଦ୍ୱାରା ନିଜର ଜ୍ୟୋତିକୁ ଜାଗ୍ରତ କରୁଛ । ଯୋଗ ବଳ ଦ୍ୱାରା ତୁମେ ପବିତ୍ର ହେଉଛ । ଜ୍ଞାନ ଦ୍ୱାରା ଧନ ମିଳିଥାଏ । ପାଠପଢାକୁ ରୋଜଗାରର ପନ୍ଥା ବୋଲି କୁହାଯାଇଥାଏ ନା । ଯୋଗବଳ ଦ୍ୱାରା ତୁମେ ସ୍ୱତନ୍ତ୍ର ରୂପେ ଭାରତକୁ ଓ ସାଧରଣ ଭାବେ ସାରା ବିଶ୍ୱକୁ ପବିତ୍ର କରୁଛ । ଏଥିରେ କନ୍ୟାମାନେ ବହୁତ ଭଲ ସହଯୋଗୀ ହୋଇପାରିବେ । ସେବା କରି ଉଚ୍ଚ ପଦ ପାଇବାକୁ ହେବ । ଜୀବନ ହୀରା ତୁଲ୍ୟ କରିବାକୁ ହେବ, କମ୍ ପଦ ନୁହେଁ । ପିତାମାତାଙ୍କୁ ଅନୁକରଣ କରିବାର ପାଇଁ ଗାୟନ ମଧ୍ୟ ରହିଛି । ମାତାପିତା ଏବଂ ଅନନ୍ୟ ଭାଇ, ଭଉଣୀମାନଙ୍କୁ ଅନୁକରଣ କରିବା ଉଚିତ୍ ।

ତୁମେ ପିଲାମାନେ ମଧ୍ୟ ପ୍ରଦର୍ଶନୀରେ ବୁଝାଇପାରିବ ଯେ ତୁମର ଦୁଇଟି ପିତା ଅଛନ୍ତି ଲୌକିକ ଏବଂ ପାରଲୌକିକ । ଏଥିରେ ବଡ କିଏ ? ବଡ ତ ନିଶ୍ଚିତ ଭାବରେ ବେହଦର ପିତା ହିଁ ହେବେ ନା । ବର୍ସା ଅର୍ଥାତ୍ ସମ୍ପତ୍ତି ତାଙ୍କଠାରୁ ମିଳିବା ଉଚିତ୍ । ତେବେ ସିଏ ବର୍ସା ଦେଇ, ବିଶ୍ୱର ମାଲିକ କରୁଛନ୍ତି । ଭଗବାନୁବାଚ ତୁମକୁ ରାଜଯୋଗ ଶିଖାଉଛି ପୁଣି ତୁମେ ପର ଜନ୍ମରେ ବିଶ୍ୱର ମାଲିକ ହେବ । ବାବା କଳ୍ପ କଳ୍ପ ଆସି ଭାରତକୁ ବହୁତ ସାହୁକାର (ସମୃଦ୍ଧି) କରୁଛନ୍ତି । ତୁମେ ଏହି ପାଠପଢା ଦ୍ୱାରା ବିଶ୍ୱର ମାଲିକ ହେଉଛ । ହଦ ଅର୍ଥାତ୍ ଲୌକିକ ପାଠପଢାରୁ କଣ ମିଳିବ ? ଏଠାରେ ତୁମେ ୨୧ ଜନ୍ମ ପାଇଁ ହୀରାତୁଲ୍ୟ ହେଉଛ । ହଦ-ବେହଦର ପାଠପଢାରେ ମଧ୍ୟରେ ରାତି-ଦିନର ଫରକ ରହିଛି । ଇଏ ତ ପିତା, ଶିକ୍ଷକ ଏବଂ ଗୁରୁ ଏକ ହିଁ ଅଟନ୍ତି । ତେଣୁ ପିତା, ଶିକ୍ଷକ ଓ ଗୁରୁଙ୍କ ବର୍ସା ସବୁ କିଛି ଦେଉଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ନିଜର ଦେହ ସହିତ ସମସ୍ତଙ୍କୁ ଭୁଲିବାକୁ ହେବ । ନିଜେ ମରିଗଲେ ଦୁନିଆ ମରିଗଲା । ତୁମେ ବାବାଙ୍କର ପୋଷ୍ୟ ସନ୍ତାନ ହୋଇଗଲ, ବାକି କାହାକୁ ମନେ ପକାଇବ । ଅନ୍ୟକୁ ଦେଖି ମଧ୍ୟ ଯେପରି ଦେଖ ନାହିଁ । ଅଭିନୟ କରୁଛ କିନ୍ତୁ ବୁଦ୍ଧିରେ ରହୁ ଯେ ଏବେ ଆମକୁ ଘରକୁ ଯିବାକୁ ହେବ ପୁଣି ଏଠାକୁ ଆସି ଅଭିନୟ କରିବାକୁ ହେବ । ଯଦି ଏହି କଥା ବୁଦ୍ଧିରେ ରହିବ ତେବେ ମଧ୍ୟ ବହୁତ ଖୁସି ରହିବ । ତୁମେମାନେ ଦେହ-ଅଭିମାନ ଛାଡିଦେବା ଉଚିତ୍ । ଏହି ପୁରୁଣା ଜିନିଷକୁ ଏହିଠାରେ ହିଁ ଛାଡିବାକୁ ହେବ, ଏବେ ଘରକୁ ଯିବାକୁ ହେବ । ନାଟକ ପୂରା ହେବାକୁ ଯାଉଛି । ପୁରୁଣା ଦୁନିଆରେ ଏବେ ନିଆଁ ଲାଗିବ । ଅନ୍ଧର ପୁତ୍ର ଅନ୍ଧ, ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ପଡିଛନ୍ତି । ମନୁଷ୍ୟମାନେ ତ ଏଠାରେ ଶୋଇଥିବା ମନୁଷ୍ୟ ଦେଖାଇଛନ୍ତି । କିନ୍ତୁ ବାସ୍ତବରେ ଏହା ଅଜ୍ଞାନ ନିଦର କଥା, ସେହି ନିଦରୁ ତୁମେମାନେ ଜାଗ୍ରତ କରୁଛ । ଜ୍ଞାନ ଅର୍ଥାତ୍ ଦିନ, ସତ୍ୟଯୁଗ, ଅଜ୍ଞାନ ଅର୍ଥାତ୍ ରାତି, କଳିଯୁଗ । ଏସବୁ ବହୁତ ବୁଝିବା କଥା । ଝିଅମାନେ ବିବାହ କରିଲେ ମାତା-ପିତା, ଶାଶୂ-ଶଶୁର ଆଦି ମଧ୍ୟ ମନେପଡିବେ । ତାଙ୍କୁ ଭୁଲିବାକୁ ପଡିବ । ଏପରି ଯୁଗଳ ମଧ୍ୟ ଅଛନ୍ତି, ଯେଉଁମାନେ ସନ୍ନ୍ୟାସୀମାନଙ୍କୁ ଦେଖାଇଥାନ୍ତି ଆମେ ଯୁଗଳ ହୋଇ ମଧ୍ୟ କେବେ ବିକାରଗ୍ରସ୍ତ ହୋଇ ନାହୁଁ । ଜ୍ଞାନ ରୂପକ ଖଣ୍ଡା ମଝିରେ ରହିଛି । ବାବା ନିର୍ଦ୍ଦେଶ ଦେଉଛନ୍ତି ତେଣୁ ଆମକୁ -- ପବିତ୍ର ରହିବାକୁ ହେବ । ଦେଖ, ରମେଶ-ଉଷା, କେବେ ବି ପତିତ ହୋଇନାହାଁନ୍ତି । ଏହି ଡର ରହିଛି ଯେ ଯଦି ଆମେ ପତିତ ହେବୁ ତେବେ ୨୧ ଜନ୍ମର ରାଜତ୍ୱ ସମାପ୍ତ ହୋଇଯିବ । ଦେବାଳିଆ ହୋଇଯିବୁ । ତେବେ କେହି-କେହି ଫେଲ୍ ମଧ୍ୟ ହୋଇଯାଉଛନ୍ତି । ଗନ୍ଧର୍ବୀ ବିବାହର ନାମ ତ ଅଛି ନା । ତୁମେ ଜାଣିଛ ପବିତ୍ର ରହିଲେ ବହୁତ ଉଚ୍ଚ ପଦ ମିଳିବ । ଏହି ଗୋଟିଏ ଜନ୍ମ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ଯୋଗବଳ ଦ୍ୱାରା କର୍ମେନ୍ଦ୍ରିୟ ଉପରେ ମଧ୍ୟ ନିୟନ୍ତ୍ରଣ ଆସିଯାଇଥାଏ । ଯୋଗବଳ ଦ୍ୱାରା ତୁମେ ସାରା ଦୁନିଆକୁ ପବିତ୍ର କରୁଛ । ତୁମେ କେତେ କମ୍ ସନ୍ତାନ କିନ୍ତୁ ଏହି ଯୋଗବଳ ଦ୍ୱାରା ସାରା କଳିଯୁଗୀ ପାହାଡକୁ ଉଠାଇ ସୁନାର ପାହାଡ ସ୍ଥାପନ କରୁଛ । କିନ୍ତୁ ମନୁଷ୍ୟମାନେ ଏକଥା ବୁଝିପାରୁ ନାହାଁନ୍ତି । ସେମାନେ ତ ଗୋବର୍ନ୍ଧନ ପର୍ବତ ଚାରି ପାଖରେ ପରିକ୍ରମା କରୁଛନ୍ତି । ବାବା ହିଁ ଆସି ସାରା ଦୁନିଆକୁ ସ୍ୱର୍ଣ୍ଣିମ ଦୁନିଆ କରୁଛନ୍ତି । ଏପରି ନୁହେଁ ଯେ କଣ ସୁନାର ହିମାଳୟ ହୋଇଯିବ । ସେଠାରେ ତ ସୁନାର ଖଣି ଭର୍ତ୍ତି ହୋଇଯିବ । ୫ତତ୍ତ୍ୱ ସତ୍ତ୍ୱପ୍ରଧାନ ରହିବ, ତେଣୁ ବହୁତ ଭଲ ଫଳ ମଧ୍ୟ ଦେବେ । ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ଏହି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ । ସେଠାକାର ଫଳ ମଧ୍ୟ ବହୁତ ବଡ-ବଡ ସ୍ୱାଦିଷ୍ଟ ହେବ । ତାର ନାମ ହିଁ ହେଉଛି ସ୍ୱର୍ଗ । ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇଲେ ହିଁ ବିକାରରୁ ମୁକ୍ତ ହୋଇପାରିବ । ଦେହ-ଅଭିମାନ ଆସିବା ଦ୍ୱାରା ବିକାରୀ ହୋଇ ଯାଉଛନ୍ତି । ତେବେ ଯୋଗୀମାନେ କେବେ ବି ବିକାରୀ ହେବେ ନାହିଁ । ଜ୍ଞାନବଳ ତ ଅଛି, କିନ୍ତୁ ଯୋଗୀ ନହେଲେ ପତିତ ହୋଇଯିବେ । ଯେପରି ପଚରାଯାଏ ପୁରୁଷାର୍ଥ ବଡ ନା ପ୍ରାଲବ୍ଧ ? ତେବେ କହନ୍ତି ପୁରୁଷାର୍ଥ ବଡ । ସେହିପରି ଏଥିରେ କହିବେ ଯୋଗବଳ ବଡ । ଯୋଗବଳ ଦ୍ୱାରା ହିଁ ପତିତରୁ ପାବନ ହେଉଛନ୍ତି । ଏବେ ତୁମେ କହୁଛ ଆମେ ବେହଦର ବାବାଙ୍କ ଠାରେ ପାଠ ପଢିବୁ । ମନୁଷ୍ୟମାନଙ୍କ ପାଖରେ ପଢିଲେ କଣ ମିଳିବ ? ଗୋଟିଏ ମାସରେ କେତେ ରୋଜଗାର ହେବ ? ଏଠାରେ ତୁମେ ଗୋଟିଏ ଗୋଟିଏ ରତ୍ନ ଧାରଣ କରୁଛ । ଏହା ହେଉଛି ଲକ୍ଷ-ଲକ୍ଷ ଟଙ୍କାର । ସେଠାରେ ପଇସା ଗଣତି କରାଯିବ ନାହିଁ । ଅଗଣିତ ଧନ ରହିବ । ସମସ୍ତଙ୍କର ନିଜ-ନିଜର କ୍ଷେତ ରହିବ । ଏବେ ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଉଛି । ଏହା ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତେବେ ପୁରୁଷାର୍ଥ କରି ଉଚ୍ଚ ହେବାକୁ ପଡିବ । ରାଜଧାନୀ ସ୍ଥାପନ ହେଉଛି । ଏହି ଲକ୍ଷ୍ମୀ-ନାରାୟଣ କିପରି ପ୍ରାଲବ୍ଧ ପାଇଲେ, ପ୍ରାଲବ୍ଧକୁ ଜାଣିଗଲ ତେବେ ବାକି କଣ ଦରକାର । ଏବେ ତୁମେ ଜାଣୁଛ ପ୍ରତି କଳ୍ପର ୫ ହଜାର ବର୍ଷ ପରେ ବାବା ଆସୁଛନ୍ତି, ଏଠାକୁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ତେଣୁ ପିଲାମାନଙ୍କର ସେବା କରିବାର ଉମଙ୍ଗ (ଉତ୍ସାହ) ରହିବା ଦରକାର । ଯେପର୍ଯ୍ୟନ୍ତ କାହାକୁ ରାସ୍ତା ନବତାଇଛ ସେପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇବ ନାହିଁ ଯଦି ଏତିକି ଉମଙ୍ଗ-ଉତ୍ସାହ ଅଛି ତେବେ ଉଚ୍ଚ ପଦ ପାଇପାରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଈଶ୍ୱରୀୟ ସେବା କରି ନିଜର ଜୀବନକୁ ୨୧ ଜନ୍ମ ପାଇଁ ହୀରାତୁଲ୍ୟ କରିବାକୁ ହେବ । ମାତା-ପିତା ଏବଂ ଅନନ୍ୟ ଭାଇ-ଭଉଣୀମାନଙ୍କୁ ହିଁ ଅନୁକରଣ କରିବାକୁ ହେବ ।

(୨) କର୍ମାତୀତ ଅବସ୍ଥାକୁ ଯିବା ପାଇଁ ନିଜର ଦେହ ସହିତ ସମସ୍ତଙ୍କୁ ଭୁଲିବାକୁ ହେବ । ନିଜର ଯୋଗ ସ୍ଥିତିକୁ ଅଚଳ ଏବଂ ସ୍ଥାୟୀ କରିବାକୁ ହେବ । ଦେବତାମାନଙ୍କ ପରି ନିର୍ଲୋଭୀ, ନିର୍ମୋହୀ ଏବଂ ନିର୍ବିକାରୀ ହେବାକୁ ପଡିବ ।

ବରଦାନ:-
ସର୍ବଗୁଣ ସମ୍ପନ୍ନ ହେବା ସହିତ କୌଣସି ଗୋଟିଏ ବିଶେଷତାରେ ବିଶେଷ ପ୍ରଭାବଶାଳୀ ହୁଅ ।

ଯେପରି ସବୁ ଡାକ୍ତରମାନଙ୍କର ସାଧାରଣ ରୋଗ ଗୁଡିକୁ ଭଲ କରିବାର ଜ୍ଞାନ ତ ରହିଛି କିନ୍ତୁ କେହି କେହି କୌଣସି ବିଶେଷ ରୋଗକୁ ଠିକ୍ କରିବାରେ ନାମୀଗ୍ରାମୀ ହୋଇଯାନ୍ତି ସେହିଭଳି ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ତ ହେବାକୁ ହିଁ ପଡିବ ପୁଣି ବି କୌଣସି ଗୋଟିଏ ବିଶେଷତାକୁ ବିଶେଷ ଭାବରେ ଅନୁଭବ କରି, ସେବାରେ କାର୍ଯ୍ୟକାରୀ କରି ବା ପ୍ରୟୋଗ କରି ଆଗକୁ ବଢିଚାଲ । ଯେପରି ସରସ୍ୱତୀଙ୍କୁ ବିଦ୍ୟାର ଦେବୀ, ଲକ୍ଷ୍ମୀଙ୍କୁ ଧନର ଦେବୀ କହି ପୂଜା କରୁଛନ୍ତି, ସେହିପରି ନିଜ ଭିତରେ ସର୍ବଗୁଣ, ସର୍ବଶକ୍ତି ଥିଲେ ମଧ୍ୟ ଗୋଟିଏ ବିଶେଷତାରେ ବିଶେଷ ରିସର୍ଚ କରି ଅର୍ଥାତ୍ ଗବେଷଣା କରି ସେଥିରେ ନିଜକୁ ପ୍ରଭାବଶାଳୀ କର ।

ସ୍ଲୋଗାନ:-
ବିକାର ରୂପୀ ସାପ ଗୁଡିକୁ ସହଜଯୋଗ ରୂପୀ ଶଯ୍ୟାରେ ପରିଣତ କରିଦିଅ ତେବେ ସର୍ବଦା ନିଶ୍ଚିନ୍ତ ରହିପାରିବ ।