14.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେପରି ବାବା ଏବଂ ଦାଦା ଉଭୟ ନିରହଂକାରୀ ଅଟନ୍ତି, ନିଷ୍କାମ ସେବା କରୁଛନ୍ତି, ନିଜ ପାଇଁ କୌଣସି ଲୋଭ ନାହିଁ, ସେହିପରି ତୁମେମାନେ ମଧ୍ୟ ପିତାଙ୍କ ସମାନ ହୁଅ ।

ପ୍ରଶ୍ନ:-
ଗରୀବର ବନ୍ଧୁ ବାବା ଗରୀବ ପିଲାମାନଙ୍କର ଭାଗ୍ୟକୁ କେଉଁ ଆଧାରରେ ଉଚ୍ଚ କରାଉଛନ୍ତି ?

ଉତ୍ତର:-
ବାବା କହୁଛନ୍ତିପିଲାମାନେ, ଘର ଗୃହସ୍ଥରେ ରହି ସବୁକିଛି ସମ୍ଭାଳି ସଦାସର୍ବଦା ବୁଦ୍ଧିରେ ଏହି କଥା ମନେ କର ଯେ ସବୁ କିଛି ବାବାଙ୍କର ଅଟେ । ନିମିତ୍ତ ହୋଇ ରୁହ ତେବେ ଭାଗ୍ୟ ଉଚ୍ଚ ହୋଇଯିବ । ଏଥିରେ ବହୁତ ସଚ୍ଚୋଟପଣିଆ ଆବଶ୍ୟକ । ଯଦି ପୁରା ନିଶ୍ଚୟ ଥିବ ତେବେ ଯେପରି ଯଜ୍ଞରୁ ହିଁ ତୁମର ପାଳନା ହେଉଛି । ଘରେ ରହିଥିଲେ ମଧ୍ୟ ନିମିତ୍ତ ହୋଇ ଶିବବାବାଙ୍କ ଭଣ୍ଡାରରୁ ଖାଉଛି । ଏଥିରେ ବାବାଙ୍କୁ ସବୁ କଥା ସତ କହିବାକୁ ପଡିବ ।

ଓମ୍ ଶାନ୍ତି ।
ଏହା ହେଉଛି

ଭକ୍ତିମାର୍ଗର ସତସଙ୍ଗଠାରୁ ଏହି ଜ୍ଞାନମାର୍ଗର ସତସଙ୍ଗ ବହୁତ ବିଚିତ୍ର । ତୁମର ଭକ୍ତିର ଅନୁଭବ ରହିଛି । ତୁମେ ଜାଣିଛ ଅଗଣିତ ସାଧୁସନ୍ଥ ଭକ୍ତି ମାର୍ଗର ଶାସ୍ତ୍ର ଆଦି ଶୁଣାଇଥାନ୍ତି । ଏଠାରେ ତ ତାହାଠାରୁ ବିଲକୁଲ୍ ଅଲଗା କଥା । ଏଠାରେ ତୁମେ କାହା ସମ୍ମୁଖରେ ବସିଛ ? ଡବଲ ବାପା ଏବଂ ମାଁ । ସେଠାରେ ଏପରି କିଛି ନାହିଁ । ତୁମେ ଜାଣିଛ ଏଠାରେ ବେହଦର ବାପା, ମମ୍ମା, ଛୋଟ ମମ୍ମା ମଧ୍ୟ ଅଛନ୍ତି । ଏତେ ସବୁ ସମ୍ବନ୍ଧ ହୋଇଯାଉଛି । ସେଠାରେ ତ ଏପରି ସମ୍ବନ୍ଧ ନାହିଁ । ସେଠାରେ କୌଣସି ଅନୁଗାମୀ ଅଛନ୍ତି । ତାହା ହେଉଛି ନିବୃତ୍ତି ମାର୍ଗ । ତାଙ୍କର ଧର୍ମ ହେଉଛି ଅଲଗା । ତୁମର ଧର୍ମ ଅଲଗା । ରାତି-ଦିନର ଫରକ ରହିଛି । ତୁମେ ଜାଣୁଛ ଲୌକିକ ବାବାଙ୍କଠାରୁ ଗୋଟିଏ ଜନ୍ମ ପାଇଁ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ମିଳୁଛି । ପୁଣି ନୂଆ ବାପା ନୂଆ କଥା । ଏଠାରେ ତ ଲୌକିକ, ପାରଲୌକିକ ପୁଣି ଅଲୌକିକ ମଧ୍ୟ ଅଛନ୍ତି । ଲୌକିକ ଏବଂ ପାରଲୌକିକ ଠାରୁ ସମ୍ପତ୍ତି ମଧ୍ୟ ମିଳୁଛି । କିନ୍ତୁ ଏହି ଅଲୌକିକ ପିତା ହେଉଛନ୍ତି ଆଶ୍ଚର୍ଯ୍ୟଜନକ, ଏହାଙ୍କ ଠାରୁ କୌଣସି ବର୍ସା ମିଳୁନାହିଁ । ହଁ ଏହାଙ୍କ ଦ୍ୱାରା ଶିବବାବା ବର୍ସା ଦେଉଛନ୍ତି ତେଣୁ ତୁମେ ସେହି ପାରଲୌକିକ ବାବାଙ୍କୁ ବହୁତ ମନେ ପକାଉଛ । ଲୌକିକକୁ ମଧ୍ୟ ମନେ ପକାଉଛ । କେବଳ ଅଲୌକିକ ବ୍ରହ୍ମା ବାବାଙ୍କୁ କେହି ମନେ ପକାଉ ନାହାଁନ୍ତି । ତୁମେ ଜାଣିଛ ଇଏ ହେଉଛନ୍ତି ପ୍ରଜାପିତା, ଇଏ କାହାର ଜଣଙ୍କର ପିତା ନୁହଁନ୍ତି । ପ୍ରଜାପିତା ହେଉଛନ୍ତି ଗ୍ରେଟ-ଗ୍ରେଟ୍ ଗ୍ରାଣ୍ଡ ଫାଦର । ଶିବବାବାଙ୍କୁ ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯିବ ନାହିଁ । ଲୌକିକ ସମ୍ବନ୍ଧରେ ଲୌକିକ ପିତା ଏବଂ ଗ୍ରାଣ୍ଡ ଫାଦର ହୋଇଥାନ୍ତି । ଇଏ ହେଉଛନ୍ତି ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର । ଏହାଙ୍କୁ ଲୌକିକ ଏବଂ ପାରଲୌକିକଙ୍କୁ କୁହାଯିବ ନାହିଁ । ଏହି ଗ୍ରେଟ ଗ୍ରେଟ ଗ୍ରାଣ୍ଡ ଫାଦରଙ୍କ ଠାରୁ କୌଣସି ସମ୍ପତ୍ତି ମିଳିବ ନାହିଁ । ଏହିସବୁ କଥା ବାବା ବସି ବୁଝାଉଛନ୍ତି । ଭକ୍ତିମାର୍ଗର କଥା ତ ଅଲଗା । ଡ୍ରାମାର ଯାହା ଅଭିନୟ ରହିଛି ତାହା ହିଁ ଚାଲିବ । ବାବା ବତାଉଛନ୍ତି ତୁମେ କିପରି ୮୪ ଜନ୍ମ ନେଇଛ, ୮୪ ଲକ୍ଷ ନୁହେଁ । ବର୍ତ୍ତମାନ ବାବା ଆସି ସାରା ଦୁନିଆ ଏବଂ ଆମକୁ ରାଇଟିୟସ୍ କରୁଛନ୍ତି । ଏହି ସମୟରେ କେହି ଧର୍ମାତ୍ମା ନାହାଁନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ହିଁ ଭିନ୍ନ । ଯେଉଁଠାରେ ପାପ ଆତ୍ମାମାନେ ରହିଥାନ୍ତି ସେଠାରେ ପୁଣ୍ୟ ଆତ୍ମାମାନେ ରହିପାରିବେ ନାହିଁ । ଏଠାରେ ପାପା ଆତ୍ମା, ପାପ ଆତ୍ମାମାନଙ୍କୁ ହିଁ ଦାନ-ପୁଣ୍ୟ କରୁଛନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆରେ ଦାନ-ପୁଣ୍ୟ କରିବାର ଆବଶ୍ୟକତା ନାହିଁ । ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ଆମେ ସଂଗମରେ ୨୧ ଜନ୍ମ ପାଇଁ ସମ୍ପତ୍ତି ନେଇଛୁ । ତୁମକୁ ବେହଦ ବାବାଙ୍କଠାରୁ ହିଁ ଏହି ଜ୍ଞାନ ମିଳୁଛି, ଯାହାଙ୍କଠାରୁ ୨୧ ଜନ୍ମ ପାଇଁ ସଦା ସୁଖ, ସ୍ୱାସ୍ଥ୍ୟ, ସମ୍ପତ୍ତି ସବୁ ମିଳୁଛି । ସେଠାରେ ତୁମେ ଦୀର୍ଘାୟୁ ହେବ । ନାମ ହେଉଛି ଅମରପୁରୀ । କହନ୍ତି ଶଙ୍କର ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ । ସୂକ୍ଷ୍ମବତନରେ ଏପରି କିଛି କଥା ନାହିଁ । ତେବେ ଅମରକଥା କଣ ଜଣଙ୍କୁ ହିଁ ଶୁଣାଯାଇଥାଏ କି । ଏହା ଭକ୍ତିମାର୍ଗର କଥା, ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଛନ୍ତି । ସବୁଠାରୁ ବଡ ଭୁଲ ହେଉଛି ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା । ଏହା ଦ୍ୱାରା ଈଶ୍ୱରଙ୍କର ନାମ ବଦନାମ (ଡିଫେମ୍) କରୁଛନ୍ତି । ବେହଦର ବାବା ଯିଏକି ତୁମକୁ ବିଶ୍ୱର ମାଲିକ କରାଉଛନ୍ତି ତାଙ୍କ ନିମନ୍ତେ କହିଦେଇଛନ୍ତି ସର୍ବବ୍ୟାପୀ, ଗୋଡି-ପଥର ଭିତରେ, କୋଣ-ଅନୁକୋଣରେ ଅଛନ୍ତି । ନିଜଠାରୁ ମଧ୍ୟ ଅଧିକ ନିନ୍ଦା କରିଛନ୍ତି । ମୁଁ ତୁମର ବହୁତ ନିଷ୍କାମ ସେବା କରୁଛି । ମୋର କୌଣସି ଲୋଭ ନାହିଁ ଯେ ମୁଁ ପ୍ରଥମ ନମ୍ବର ହେବି । ନାଁ । ମୁଁ ଅନ୍ୟମାନଙ୍କୁ କରାଉଛି । ଏହାକୁ କୁହାଯାଏ ନିଷ୍କାମ ସେବା ।

ତୁମ ପିଲାମାନଙ୍କୁ ନମସ୍କାର କରୁଛି । ବାବା ନିରାକାରୀ ତେଣୁ କେତେ ନିରହଂକାରୀ, କୌଣସି ଅହଂକାର ନାହିଁ । ସେହି କପଡା ରହିଛି । କିଛି ବି ପରିବର୍ତ୍ତନ ହୋଇନାହିଁ । ନହେଲେ ସନ୍ନ୍ୟାସୀମାନେ ତ ସାରା ଡ୍ରେସ୍ ବଦଳି କରିଥାନ୍ତି । ଏହାଙ୍କ ଡ୍ରେସ୍ ତ ସେହିଭଳି ସାଧାରଣ ରହିଛି । ଅଫିସର୍ସ ମଧ୍ୟ ଡ୍ରେସ୍ ବଦଳାଇଥାନ୍ତି, ଏହାଙ୍କର ତ ସେହି ସାଧାରଣ ଚଳଣି ରହିଛି । କିଛି ଫରକ ନାହିଁ । ବାବା କହୁଛନ୍ତି ମୁଁ ସାଧାରଣ ଶରୀରର ଆଧାର ନେଇଥାଏ । ତେବେ ତାହା କେଉଁ ଆତ୍ମାଙ୍କର ? ଯିଏ ନିଜର ଜନ୍ମକୁ ଜାଣିନାହାଁନ୍ତି ଯେ ନିଜେ କେତେ ପୁନର୍ଜନ୍ମ ନେଉଛି । ସେମାନେ ତ ୮୪ ଲକ୍ଷ କହିଦେଇଛନ୍ତି । ଶୁଣାଶୁଣି କଥା । ଏଥିରେ କୌଣସି ଫାଇଦା ନାହିଁ । ଡରାଇଥାନ୍ତି ଏପରି କାମ କଲେ ଗଧ, କୁକୁର ଆଦି ହେବେ, ଗାଈର ଲାଞ୍ଜ ଧରି ପାର ହୋଇଯିବେ । ବର୍ତ୍ତମାନ ଗାଈ କେଉଁଠୁ ଆସିଲା ? ସ୍ୱର୍ଗର ଗାଈ ତ ଭିନ୍ନ ହେବେ । ସେଠାରେ ଗାଈ ବହୁତ ଫାଷ୍ଟକ୍ଲାସ୍ ହୋଇଥାନ୍ତି । ଯେପରି ତୁମେ ଶତ ପ୍ରତିଶତ ସମ୍ପୂର୍ଣ୍ଣ ହେବ, ସେପରି ଗାଈ ମଧ୍ୟ ଫାଷ୍ଟକ୍ଲାସ୍ ହେବେ । କୃଷ୍ଣ କୌଣସି ଗାଈ ଚରାଉ ନଥିଲେ । ତାଙ୍କର କଣ ଆବଶ୍ୟକତା ଅଛି ? ବର୍ତ୍ତମାନ ସମୟରେ ଏହା ସେଠାକାର ସୁନ୍ଦରତାର ନିଦର୍ଶନ । ଏପରି ନୁହେଁ କୃଷ୍ଣ ଗାଈ ପାଳୁଥିଲେ । କୃଷ୍ଣଙ୍କୁ ଗାଈଚରାଳି କରିଦେଇଛନ୍ତି । କେଉଁଠି ସର୍ବଗୁଣ ସମ୍ପନ୍ନ ସତ୍ୟଯୁଗର ପ୍ରଥମ ରାଜକୁମାର ଆଉ କେଉଁଠି ଗାଈଚରାଳି! କିଛି ବୁଝୁ ନାହାଁନ୍ତି କାରଣ ବର୍ତ୍ତମାନ ତ ଦେବତା ଧର୍ମ ନାହିଁ । ଏହି ଗୋଟିଏ ହିଁ ଧର୍ମ ଯାହା ପ୍ରାୟ ଲୋପ ହୋଇଯାଇଛି । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ ଏହି ଜ୍ଞାନ ଦେଉଛିବିଶ୍ୱର ମାଲିକ କରାଇବା ପାଇଁ । ମାଲିକ ହୋଇଗଲେ ପୁଣି ଜ୍ଞାନର ଆବଶ୍ୟକ ନାହିଁ । ଜ୍ଞାନ ସର୍ବଦା ଅଜ୍ଞାନୀମାନଙ୍କୁ ଦିଆଯାଇଥାଏ । ଗାୟନ ରହିଛି ଜ୍ଞାନ ସୂର୍ଯ୍ୟଙ୍କ ପ୍ରକାଶ ଅଜ୍ଞାନ ଅନ୍ଧକାର ବିନାଶ... ଏବେ ପିଲାମାନେ ଜାଣୁଛନ୍ତି ସାରା ଦୁନିଆ ଅନ୍ଧକାରରେ ରହିଛି । ବହୁତ ସତସଙ୍ଗ ରହିଛି । ଏହା କୌଣସି ଭକ୍ତିମାର୍ଗ ନୁହେଁ । ଏହା ହେଉଛି ସଦଗତି ମାର୍ଗ । ଜଣେ ବାବା ହିଁ ସଦଗତି କରୁଛନ୍ତି । ତୁମେ ଭକ୍ତିମାର୍ଗରେ ଡାକିଛ ଯେ ତୁମେ ଆସିଲେ ଆମେ ତୁମର ହିଁ ହେବୁ । ତୁମ ବ୍ୟତୀତ ଆଉ କେହି ନାହାଁନ୍ତି କାରଣ ତୁମେ ହିଁ ଜ୍ଞାନର ସାଗର, ସୁଖର ସାଗର, ପବିତ୍ରତାର ସାଗର, ସମ୍ପତ୍ତିର ସାଗର ଅଟ । ସମ୍ପତ୍ତି ମଧ୍ୟ ଦେଉଛନ୍ତି ନା । କେତେ ମାଲାମାଲ କରିଦେଉଛନ୍ତି । ତୁମେ ଜାଣୁଛ ଆମେ ଶିବବାବାଙ୍କଠାରୁ ୨୧ ଜନ୍ମ ପାଇଁ ମୁଣା ଭରିବା ପାଇଁ ଆସିଛୁ ଅର୍ଥାତ୍ ନରରୁ ନାରାୟଣ ହେଉଛୁ । ଭକ୍ତିମାର୍ଗରେ ବହୁତ କଥା ଶୁଣି ଶୁଣି ସିଢି ତଳକୁ ଖସି ଆସିଛନ୍ତି । ଆରୋହଣ କଳା କାହାର ମଧ୍ୟ ହୋଇପାରିବ ନାହିଁ । କଳ୍ପର ଆୟୁ ବହୁତ ଲମ୍ବା ଚଉଡା କରିଦେଇଛନ୍ତି । ଡ୍ରାମାର ଅବଧିକୁ ଲକ୍ଷ ବର୍ଷ କହିଦେଇଛନ୍ତି । ବର୍ତ୍ତମାନ ତୁମେ ଜାଣୁଛ କଳ୍ପ ହେଉଛି ୫ ହଜାର ବର୍ଷର । ସର୍ବାଧିକ ୮୪ ଜନ୍ମ ଏବଂ ସର୍ବନିମ୍ନ ଗୋଟିଏ ଜନ୍ମ । ପଛରେ ଆତ୍ମାମାନେ ଆସୁଛନ୍ତି । ନିରାକାରୀ ବୃକ୍ଷ ଅଟେ ନା । ପୁଣି କ୍ରମାନୁସାରେ ଅଭିନୟ କରିବା ପାଇଁ ଆସିବେ । ବାସ୍ତବରେ ଆମେ ନିରାକାରୀ ବୃକ୍ଷର ଅଟୁ । ସେଠାରୁ ଏଠାକୁ ଆସିଛେ ଅଭିନୟ କରିବା ପାଇଁ । ସେଠାରେ ସମସ୍ତେ ପବିତ୍ର ରହିବେ । ପରନ୍ତୁ ଅଭିନୟ ସମସ୍ତଙ୍କର ଭିନ୍ନ ଭିନ୍ନ । ଏହା ବୁଦ୍ଧିରେ ରଖ । ବୃକ୍ଷକୁ ମଧ୍ୟ ବୁଦ୍ଧିରେ ରଖ । ସତ୍ୟଯୁଗରୁ କଳିଯୁଗ ଶେଷ ପର୍ଯ୍ୟନ୍ତର କଥା ବାବା ହିଁ କହୁଛନ୍ତି । ଏହା କୌଣସି ମନୁଷ୍ୟ କହୁ ନାହାଁନ୍ତି କିମ୍ବା ଏହି ଦାଦା (ବ୍ରହ୍ମାବାବା) କହିନାହାଁନ୍ତି । ଜଣେ ହିଁ ସତଗୁରୁ ଯିଏକି ସମସ୍ତଙ୍କର ସଦଗତି କରୁଛନ୍ତି । ବାକି ତ ସମସ୍ତେ ଭକ୍ତିମାର୍ଗର ଗୁରୁ ଅଟନ୍ତି । ବହୁତ କର୍ମକାଣ୍ଡ କରୁଛନ୍ତି । ଭକ୍ତିମାର୍ଗର ସୋ ବହୁତ ରହିଛି । ଏହା ମୃଗତୃଷ୍ଣା ସଦୃଶ । ଏଥିରେ ଏପରି ବାନ୍ଧି ହୋଇ ଯାଇଛନ୍ତି ଯେ କେହି ବାହାର କରିବାକୁ ଗଲେ ନିଜେ ମଧ୍ୟ ବାନ୍ଧି ହୋଇଯାଆନ୍ତି । ଏହା ବି ଡ୍ରାମାରେ ନିର୍ଦ୍ଧାରିତ ଅଛି । କୌଣସି ନୂଆ କଥା ନୁହେଁ । ତୁମର ସେକେଣ୍ଡ-ସେକେଣ୍ଡ ଯାହା ଅତିକ୍ରମ ହେଉଛି, ସାରା ଡ୍ରାମା ତିଆରି ହୋଇଛି । ତୁମେ ଜାଣିଛ ଆମେ ବେହଦର ବାବାଙ୍କଠାରୁ ରାଜଯୋଗ ଶିଖି ନରରୁ ନାରାୟଣ, ବିଶ୍ୱର ମାଲିକ ହେଉଛୁ । ତୁମ ପିଲାମାନଙ୍କୁ ନିଶା ରହିବା ଉଚିତ୍ । ବେହଦର ବାବା ୫ ହଜାର ବର୍ଷ ପରେ ଭାରତକୁ ଆସିଛନ୍ତି । ସେ ଶାନ୍ତିର ସାଗର, ସୁଖର ସାଗର ଅଟନ୍ତି । ଏହି ମହିମା ପାରଲୌକିକ ବାବାଙ୍କର । ଏହି ମହିମା ଏକଦମ୍ ଠିକ୍ ଏହା ତୁମେ ଜାଣିଛ । ସବୁକିଛି ଜଣଙ୍କଠାରୁ ହିଁ ମିଳୁଛି । ସେ ଦୁଃଖହର୍ତ୍ତା, ସୁଖକର୍ତ୍ତା । ଯାହାଙ୍କର ସମ୍ମୁଖରେ ତୁମେ ବସିଛ ।

ତୁମେ ନିଜ ସେଣ୍ଟରରେ ବସିଲେ କାହା ସହିତ ଯୋଗ ଲଗାଇବ । ବୁଦ୍ଧିରେ ଆସିବ ଶିବବାବା ମଧୁବନରେ ଅଛନ୍ତି । ତାଙ୍କୁ ମନେ ପକାଉଛୁ । ଶିବବାବା ନିଜେ କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରିଛି, ପୁନଃ ଭାରତକୁ ସ୍ୱର୍ଗ କରିବା ପାଇଁ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା । ତୁମେ ମୋର ବହୁତ ଗ୍ଲାନି କରିଛ । ମୁଁ ତୁମକୁ ପୂଜନୀୟ କରୁଛି । ଏହା କାଲିର କଥା । ତୁମେ ବହୁତ ପୂଜା କରୁଥିଲ । ତୁମକୁ ନିଜର ରାଜ୍ୟ ଭାଗ୍ୟ ଦେଇଥିଲି । ସବୁ ହରାଇଦେଲ । ପୁଣି ତୁମକୁ ବିଶ୍ୱର ମାଲିକ କରାଉଛି । ଏକଥା କେଉଁଠି କେବେ କାହା ବୁଦ୍ଧିରେ ରହୁନାହିଁ । ଇଏ ହେଉଛନ୍ତି ଦୈବୀ ଗୁଣଧାରୀ ଦେବତା । ମନୁଷ୍ୟ ଅଟନ୍ତି, କେହି ୮୦-୧୦୦ ଫୁଟର ଲମ୍ବା ତ ନୁହଁନ୍ତି । ଏପରି ତ ନୁହେଁ ତାଙ୍କର ଆୟୁଷ ବହୁତ ଲମ୍ବା ତେଣୁ ଛାତ ଯେତିକି ବଡ ହେବେ । କଳିଯୁଗରେ ତୁମର ଆୟୁ କମ ହୋଇଯାଇଛି । ବାବା ଆସି ତୁମର ଆୟୁ ବଡ କରି ଦେଇଛନ୍ତି ତେଣୁ ବାବା କହୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ବୁଝାଅ । କୁହ, ଆମେ ତୁମକୁ ଏପରି ଉପାୟ ବତାଇବୁ ଯାହା ଦ୍ୱାରା କେବେ କେହି ବିମାର ହେବେ ନାହିଁ । ଭଗବାନୁବାଚନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ତୁମେ ପତିତରୁ ପବିତ୍ର ସଦା ସ୍ୱାସ୍ଥ୍ୟବାନ୍ ହୋଇଯିବ । ଆମେ ଗ୍ୟାରେଣ୍ଟି କରୁଛୁ । ଯୋଗୀ ପବିତ୍ର ହେଲେ ଆୟୁ ବଡ ହେବ । ବର୍ତ୍ତମାନ ତୁମେ ରାଜଯୋଗୀ, ରାଜଋଷି ଅଟ । ସନ୍ନ୍ୟାସୀମାନେ ତ କେବେ ରାଜଯୋଗ ଶିଖାଇ ପାରିବେ ନାହିଁ । ସେମାନେ କହନ୍ତି ପତିତ-ପାବନ ଗଙ୍ଗା, ସେଠାରେ ଦାନ କର । ଗଙ୍ଗାରେ କଣ ଦାନ କରାଯାଇଥାଏ କି । ମନୁଷ୍ୟ ପଇସା ପକାଇଥାନ୍ତି । ପଣ୍ଡିତମାନେ ନେଇଆସନ୍ତି । ବର୍ତ୍ତମାନ ତୁମେ ବାବାଙ୍କ ଦ୍ୱାରା ପବିତ୍ର ହେଉଛ । ବାବାଙ୍କୁ କଣ ଦେଉଛ ? କିଛି ନାହିଁ, ବାବା ତ ଦାତା ଅଟନ୍ତି । ଭକ୍ତିମାର୍ଗରେ ଈଶ୍ୱର ଅର୍ଥ ଗରୀବମାନଙ୍କୁ ଦେଇଥାନ୍ତି । ପତିତଙ୍କୁ ଦେଇଥାନ୍ତି । ତୁମେ ବି ପତିତ, ନେଲାବାଲା ମଧ୍ୟ ପତିତ । ଏବେ ତୁମେ ପବିତ୍ର ହେଉଛ । ସେ ପତିତ, ପତିତକୁ ଦାନ କରନ୍ତି । କୁମାରୀ ଯିଏକି ପବିତ୍ର ଅଟନ୍ତି ତାଙ୍କୁ ମଧ୍ୟ ଦାନ ଦିଅନ୍ତି, ମଥା ଟେକନ୍ତି, ଖୁଆଇଥାନ୍ତି, ଦକ୍ଷିଣା ଦେଇଥାନ୍ତି । ବିବାହ (ଶାଦୀ) ପରେ ବରବାଦୀ ହୋଇଯାଏ । ଡ୍ରାମାରେ ଯାହା ନିର୍ଦ୍ଧାରିତ ଅଛି ପୁଣି ପୁନରାବୃତ୍ତି ହେବ । ଭକ୍ତିମାର୍ଗର ବି ଅଭିନୟ ରହିଛି । ସତ୍ୟଯୁଗର ସମାଚାର ବାବା ବତାଉଛନ୍ତି । ତୁମ ପିଲାମାନଙ୍କୁ ଜ୍ଞାନ ମିଳିଛି । ପୂର୍ବରୁ ଅଜ୍ଞାନୀ ଥିଲ । ଶାସ୍ତ୍ରରେ ରହିଛି ଭକ୍ତିମାର୍ଗର କଥା, ତାଦ୍ୱାରା ମୋତେ କେହି ପାଇବେ ନାହିଁ । ଯେତେବେଳେ ମୁଁ ଆସେ, ସେତେବେଳେ ସମସ୍ତଙ୍କର ସଦଗତି କରିଥାଏ । ମୁଁ ଥରେ ଆସିଥାଏ ପୁରୁଣାକୁ ନୂଆ କରିବାକୁ । ମୁଁ ଦୀନବନ୍ଧୁ । ଗରୀବଙ୍କୁ ସାହୁକାର କରିଥାଏ । ଗରୀବ ତୁରନ୍ତ ବାବାଙ୍କର ହୋଇଯାଆନ୍ତି । କୁହନ୍ତି ବାବା ଆମେ ତୁମର । ସବୁକିଛି ତୁମର । ବାବା କହୁଛନ୍ତି ନିମିତ୍ତ ହୋଇ ରୁହ । ବୁଦ୍ଧିରେ ଭାବ ଏହା ଆମର ନୁହେଁ, ବାବାଙ୍କର । ଏଥିପାଇଁ ବଡ ହୁସିଆର ପିଲା ଦରକାର । ତୁମେ ଘରେ ଖାଦ୍ୟ ତିଆରି କରି ଖାଉଛ କିନ୍ତୁ ଭାବ ଯେ ଯଜ୍ଞରୁ ଖାଉଛ କାରଣ ତୁମେ ମଧ୍ୟ ଯଜ୍ଞର ହୋଇଗଲ । ସବୁ କିଛି ଯଜ୍ଞର ହୋଇଗଲା । ଘରେ ନିମିତ୍ତ ହୋଇ ରହୁଛ ଅର୍ଥ ଶିବବାବାଙ୍କ ଭଣ୍ଡାରରୁ ଖାଉଛ । ପରନ୍ତୁ ପୂରା ନିଶ୍ଚୟ ଦରକାର । ନିଶ୍ଚୟରେ ଗଡବଡ ହେଉଛି... ହରିଶ୍ଚନ୍ଦ୍ରଙ୍କର ଉଦାହରଣ ଦେଇଛନ୍ତି । ବାବାଙ୍କୁ ସବୁ କିଛି ବତାଇବାକୁ ପଡିବ । ମୁଁ ଗରୀବର ବନ୍ଧୁ ।

ଗୀତ:- ଆଖିର ୱହ ଦିନ ଆୟା ଆଜ...

ଅଧାକଳ୍ପ ଭକ୍ତିମାର୍ଗରେ ୟାଦ କଲ ବର୍ତ୍ତମାନ ପରମାତ୍ମ ପ୍ରାପ୍ତି ହେଲା । ଏବେ ଜ୍ଞାନ ଜିନ୍ଦାବାଦ ହେବ । ସତ୍ୟଯୁଗ ନିଶ୍ଚିତ ଆସିବ । ମଝିରେ ସଂଗମ, ଯେଉଁଠାରେ ତୁମେ ଉତ୍ତମରୁ ଉତ୍ତମ ପୁରୁଷ ହେଉଛ । ତୁମେ ପବିତ୍ର ପ୍ରବୃତ୍ତିମାର୍ଗର ଥିଲ । ପୁଣି ୮୪ ଜନ୍ମ ପରେ ଅପବିତ୍ର ହେଉଛ, ପୁଣି ପବିତ୍ର ହେବାକୁ ପଡିବ । ତୁମେ କଳ୍ପ ପୂର୍ବେ ମଧ୍ୟ ଏପରି ହୋଇଥିଲ । କଳ୍ପ ପୂର୍ବେ ଯିଏ ଯେପରି ପୁରୁଷାର୍ଥ କରିଥିଲେ ସେତିକି କରିବେ । ନିଜର ସମ୍ପତ୍ତି ନେବେ । ସାକ୍ଷୀ ହୋଇ ଦେଖିଛନ୍ତି । ବାବା କହୁଛନ୍ତି ତୁମେ ମେସେଞ୍ଜର ଅଟ ଏବଂ ଆଉ କେହି ମେସେଞ୍ଜର, ପୈଗମ୍ବର ନାହାଁନ୍ତି । ସଦଗତି କରୁଥିବା ସଦଗୁରୁ ଜଣେ ହିଁ ଅଟନ୍ତି । ଅନ୍ୟ ଧର୍ମନେତାମାନେ ଆସିଥାନ୍ତି ଧର୍ମ ସ୍ଥାପନ କରିବା ପାଇଁ । ଗୁରୁ କିପରି ହେଲେ । ମୁଁ ତ ସମସ୍ତଙ୍କୁ ସଦଗତି ଦେଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ନିଶାରେ ରହିବାକୁ ହେବ ଯେ ଶାନ୍ତି, ସୁଖ, ସମ୍ପତ୍ତିର ସାଗର ବାବା ଆମକୁ ମିଳିଛନ୍ତି, ଆମକୁ ସବୁ କିଛି ସେହି ଜଣଙ୍କଠାରୁ ହିଁ ମିଳୁଛି । ଏହିଭଳି ବାବାଙ୍କର ସମ୍ମୁଖରେ ଆମେ ବସିଛୁ ସେ ଆମକୁ ପାଠ ପଢାଉଛନ୍ତି ।

(୨) ନିଜର ଅହଂକାର ଛାଡି ବାବାଙ୍କ ଭଳି, ନିଷ୍କାମ ସେବା କରିବାକୁ ହେବ । ନିରହଂକାରୀ ହୋଇ ରହିବାକୁ ହେବ । ମେସେଞ୍ଜର-ପୈଗମମ୍ବର (ବାର୍ତ୍ତାବହ) ହୋଇ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ ।


ବରଦାନ:-
ଅକାଳତଖତ ଅର୍ଥାତ୍ ଭ୍ରୃକୁଟୀ ସିଂହାସନ ଏବଂ ହୃଦୟ ସିଂହାସନ ଉପରେ ବସି ସର୍ବଦା ଶ୍ରେଷ୍ଠ କର୍ମ କରୁଥିବା କର୍ମଯୋଗୀ ହୁଅ ।

ବର୍ତ୍ତମାନ ସମୟରେ ତୁମମାନଙ୍କୁ ଦୁଇଟି ଆସନ ମିଳିଛିଗୋଟିଏ ହେଲା ଭ୍ରୃକୁଟୀ ସିଂହାସନ, ଅନ୍ୟଟି ହେଲା ବାବାଙ୍କର ହୃଦୟ ସିଂହାସନ । କିନ୍ତୁ ସିଂହାସନ ଉପରେ ସିଏ ବସିଥାନ୍ତି ଯାହାଙ୍କର ରାଜ୍ୟ ଥାଏ । ତେଣୁ ଯେତେବେଳେ ଭ୍ରୃକୁଟୀ ସିଂହାସନର ଅଧିକାରୀ ମନେ କରୁଛ ସେତେବେଳେ ସ୍ୱରାଜ୍ୟ ଅଧିକାରୀ ହୋଇଯାଉଛ ଏବଂ ଯେତେବେଳେ ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ମନେ କରୁଛ ସେତେବେଳେ ବିଶ୍ୱ ରାଜ୍ୟର ଅଧିକାରୀ ହୋଇଯାଉଛ, ଯେଉଁଥିରେ ରାଜ୍ୟ ଏବଂ ଭାଗ୍ୟ ସବୁ କିଛି ଆସିଯାଉଛି । କର୍ମଯୋଗୀ ଅର୍ଥାତ୍ ଦୁଇଟିଯାକ ସିଂହାସନର ଅଧିକାରୀ । ଏହିଭଳି ସିଂହାସନ ଅଧିକାରୀ ଆତ୍ମାର ପ୍ରତ୍ୟେକ କର୍ମ ଶ୍ରେଷ୍ଠ ହୋଇଥାଏ କାରଣ ସମସ୍ତ କର୍ମେନ୍ଦ୍ରିୟ ନିୟମ ଏବଂ ଶୃଙ୍ଖଳା ଭିତରେ ରହିଥାନ୍ତି ।

ସ୍ଲୋଗାନ:-
ଯେଉଁମାନେ ସଦାସର୍ବଦା ସ୍ୱମାନର ଆସନରେ ସ୍ଥିତ ରହିଥାଆନ୍ତି ସେହିମାନେ ହିଁ ଗୁଣବାନ ଏବଂ ମହାନ ଅଟନ୍ତି ।