14.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ବହୁତ ଭାଗ୍ୟବାନ ଅଟ, କାରଣ ତୁମକୁ ବାବାଙ୍କୁ ମନେ ପକାଇବା ବ୍ୟତୀତ ଆଉ କିଛି ଚିନ୍ତା ନାହିଁ, କିନ୍ତୁ ବ୍ରହ୍ମାବାବାଙ୍କ ବୁଦ୍ଧିରେ ତ ବହୁତ ବିଚାର ଚାଲୁଛି ।

ପ୍ରଶ୍ନ:-
ବାବାଙ୍କର ନିକଟରେ ଯେଉଁ ସୁପୁତ୍ର ସନ୍ତାନମାନେ ଅଛନ୍ତି, ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନେ ସମସ୍ତଙ୍କର ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଯୋଡୁଥିବେ ଏବଂ ସର୍ଭିସ୍ଏବୁଲ୍ ଅର୍ଥାତ୍ ଯୋଗ୍ୟ ସେବାଧାରୀ ହୋଇଥିବେ । ସେମାନେ ନିଜେ ଭଲ ଭାବରେ ପାଠ ପଢୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାଉଥିବେ । ସେମାନେ ବାବାଙ୍କର ହୃଦୟ ସିଂହାସନରେ ବସିଥିବେ । ଏହିପରି ସୁପୁତ୍ର ସନ୍ତାନମାନେ ହିଁ ବାବାଙ୍କର ସୁନାମ କରିଥାନ୍ତି । ଯେଉଁମାନେ ନିଜେ ଠିକ୍ ଭାବରେ ପଢନ୍ତି ନାହିଁ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଖରାପ କରନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।

ଗୀତ:-
ଲେ ଲୋ ଦୁଆୟେଁ ମା-ବାପ କୀ....

ଓମ୍ ଶାନ୍ତି ।
ପ୍ରତ୍ୟେକ ଘରେ ମା-ବାପା ଏବଂ ୨-୪ଟି ସନ୍ତାନ ଥାନ୍ତି ଏବଂ ସେମାନେ ମା ବାପାଙ୍କୁ ଆଶୀର୍ବାଦ ଇତ୍ୟାଦି ମାଗିଥାନ୍ତି । ସେ ତ ହେଲା ହଦର କଥା । ଏହି ଗୀତରେ ହଦ(ଲୌକିକ)ର ହିଁ ଗାୟନ ହୋଇଛି । ବେହଦର (ଅଲୌକିକ) କଥା କାହାକୁ ବି ଜଣା ନାହିଁ । ଏବେ ତୁମେ ସନ୍ତାନମାନେ ଜାଣୁଛ ଆମେ ବେହଦ ବାବାଙ୍କର ପୁତ୍ର ଏବଂ କନ୍ୟା ଅଟୁ । ସେମାନେ ହେଲେ ହଦର ମାତା-ପିତା । ପିଲାମାନେ ଲୌକିକ ମାତା-ପିତାଙ୍କ ଠାରୁ ମଧ୍ୟ ଆଶୀର୍ବାଦ ନେଇଥାନ୍ତି । ଇଏ ହେଉଛନ୍ତି ବେହଦର ମା ବାପା । ସେହି ହଦର ମା, ବାପା, ମଧ୍ୟ ପିଲାମାନଙ୍କର ଦାୟିତ୍ୱ ନେଇ ଥାନ୍ତି, ପୁଣି ଟୀଚର ହୋଇ ପାଠ ପଢାଇଥାନ୍ତି । ଏବେ ତୁମେ ସନ୍ତାନମାନେ ଜାଣୁଛ ଇଏ ହେଉଛନ୍ତି ବେଦହର ମା-ବାପା, ବେହଦର ଟୀଚର, ବେହଦର ସତଗୁରୁ, ପରମ ପିତା, ପରମ ଶିକ୍ଷକ, ପରମ ଗୁରୁ । ଯିଏକି ସତ କହିଥାନ୍ତି ଏବଂ ସତ୍ୟ ଶିକ୍ଷା ଦେଇଥାନ୍ତି । ତେବେ ସନ୍ତାନମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ତ ଥାନ୍ତି ନା । ଲୌକିକ ଘରେ ୨-୪ଟି ସନ୍ତାନ ଥାନ୍ତି ତାଙ୍କର କେତେ ଯତ୍ନ ନେବାକୁ ପଡିଥାଏ । ଏଠାରେ କେତେ ଢେର ସନ୍ତାନ ଅଛନ୍ତି, କେତେକ ସେଣ୍ଟରରୁ ପିଲାମାନଙ୍କର ସମାଚାର ଆସିଥାଏ ଏଇ ପିଲା ଏମିତି, ଇଏ ଶୈତାନି କରୁଛି, ଇଏ ହଇରାଣ କରୁଛି, ବିଘ୍ନ ପକାଉଛି । ତେବେ ଚିନ୍ତା ତ ଏହି ବ୍ରହ୍ମା ବାବାଙ୍କୁ ହେବ ନା । ପ୍ରଜାପିତା ତ ଇଏ ଅଟନ୍ତି ନା । କେତେ ପିଲାଙ୍କର ଚିନ୍ତା ରହୁଛି, ତେଣୁ ବାବା କହିଥାନ୍ତି ତୁମେ ସନ୍ତାନମାନେ ବାବାଙ୍କୁ ଭଲ ଭାବରେ ମନେ ପକାଇ ପାରିବ । ଏହାଙ୍କୁ (ବ୍ରହ୍ମା) ତ ହଜାର ଚିନ୍ତା ଅଛି । ଗୋଟିଏ ଚିନ୍ତା ତ (ପୁରୁଷାର୍ଥର) ରହିଛି କିନ୍ତୁ ଆହୁରି ହଜାର ଚିନ୍ତା ମଧ୍ୟ ରହୁଛି । କେତେ ଅଧିକ ପିଲାମାନଙ୍କର ଦାୟିତ୍ୱ ନେବାକୁ ପଡୁଛି । ମାୟା ମଧ୍ୟ ତୁମମାନଙ୍କର ବହୁତ ବଡ ଶତ୍ରୁ ଅଟେ ନା । କାହା କାହାର ଭଲ ଭାବରେ ଚୋପା ଛଡେଇ ଦେଉଛି । କାହାକୁ ନାକରୁ, କାହାକୁ ଚୁଟିରୁ ଧରି ନେଉଛି । ଏତେ ପିଲାମାନଙ୍କର ବିଚାର ତ କରିବାକୁ ପଡୁଛି । ପୁଣି ମଧ୍ୟ ବେହଦ ବାବାଙ୍କ ସ୍ମୃତିରେ ରହିବାକୁ ପଡିବ । ତୁମେ ହେଉଛ ବେହଦ ବାବାଙ୍କର ସନ୍ତାନ । ତୁମେମାନେ ଜାଣିଛ ଆମେ ବାବାଙ୍କ ଶ୍ରୀମତରେ ଚାଲି କାହିଁକି ବାବାଙ୍କଠାରୁ ପୂରା ସମ୍ପତ୍ତି ନନେବୁ ? ସମସ୍ତେ ତ ଏକାଭଳି ଚାଲିପାରିବେ ନାହିଁ କାରଣ ରାଜଧାନୀ ସ୍ଥାପନ ହେଉଛି, ଅନ୍ୟ କାହାର ବୁଦ୍ଧିରେ ଏକଥା ଆସି ପାରିବ ନାହିଁ । ଏହା ବହୁତ ଉଚ୍ଚ ପାଠପଢା । ରାଜତ୍ୱ ମିଳିଗଲା ପରେ ଜଣା ପଡେ ନାହିଁ ଯେ ଏହି ରାଜତ୍ୱ କିପରି ସ୍ଥାପନ ହେଲା । ଏହି ରାଜତ୍ୱର ସ୍ଥାପନା ହେବା ମଧ୍ୟ ବଡ ଆଶ୍ଚର୍ଯ୍ୟଜନକ କଥା । ଏବେ ତୁମେ ଅନୁଭବୀ ଅଟ । ପ୍ରଥମେ ୟାଙ୍କୁ ମଧ୍ୟ କଣ ଜଣାଥିଲା କି ମୁଁ କଣ ଥିଲି, ପୁଣି କିପରି ୮୪ ଜନ୍ମ ନେଲି । ଏବେ ବୁଦ୍ଧିରେ ଆସୁଛି, ତୁମେ ମଧ୍ୟ କହୁଛ ବାବା ଆପଣ ସେହି ଅଟନ୍ତି, ଏହା ବଡ ବୁଝିବାର ବିଷୟ ଅଟେ । ଏହି ସମୟରେ ହିଁ ବାବା ଆସି ସବୁ କଥା ବୁଝାଉଛନ୍ତି । ଏହି ସମୟରେ କିଏ କେତେ ବି ଲକ୍ଷପତି, କୋଟିପତି ହୋଇଥାଉ ନା କାହିଁକି ବାବା କହୁଛନ୍ତି ଏହି ପଇସା ଆଦି ସବୁ ମାଟିରେ ମିଶିଯିବ । ବାକି ଆଉ ସମୟ ହିଁ କେତେ ଅଛି । ସଂସାରର ସମାଚାର ତୁମେ ରେଡିଓ କିମ୍ବା ସମ୍ବାଦ ପତ୍ରରେ ଶୁଣୁଛ ଏଠାରେ କଣ କଣ ହେଉଛି । ଦିନକୁ-ଦିନ ଝଗଡା ବଢିଚାଲିଛି । ସୂତା ଅଡୁଆ ହୋଇ ଚାଲିଛି । ସମସ୍ତେ ପରସ୍ପର ମଧ୍ୟରେ ଲଢେଇ ଝଗଡା କରି ମୃତ୍ୟୁ ମୁଖରେ ପଡୁଛନ୍ତି ଏଭଳି ପ୍ରସ୍ତୁତି ଚାଲିଛି, ଜଣା ପଡୁଛି ଯେମିତି ଯୁଦ୍ଧ ଆରମ୍ଭ ହେବାର ସମୟ ନିକଟ ହୋଇ ଆସିଲା । ଦୁନିଆ ଏକଥା ଜାଣି ନାହିଁ ଯେ ଏସବୁ କଣ ହେଉଛି, ଆମକୁ କଣ ହେବାର ଅଛି । ତୁମମାନଙ୍କ ଭିତରେ ମଧ୍ୟ ବହୁତ ଅଳ୍ପ ଅଛନ୍ତି ଯିଏକି ପୂରା ବୁଝୁଛନ୍ତି ଏବଂ ଖୁସିରେ ରହୁଛନ୍ତି । ଏହି ସଂସାରରେ ଆମେ ଆଉ ଅଳ୍ପ ସମୟ ରହିବା । ଏବେ ଆମକୁ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ପ୍ରତ୍ୟେକ ସେଥିପାଇଁ ନିଜ ପାଇଁ ପୁରୁଷାର୍ଥ କରିବାକୁ ହେବ । ତୁମେ ନିଜ ପାଇଁ ପୁରୁଷାର୍ଥ କରୁଛ । ଯିଏ ଯେତେ ପୁରୁଷାର୍ଥ କରିବେ ସିଏ ସେତେ ଫଳ ପାଇବେ । ସେଥିପାଇଁ ନିଜକୁ ପୁରୁଷାର୍ଥ କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଇବାକୁ ହେବ । ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ଏବେ ବାବା ଆସିଛନ୍ତି ନୂଆ ଦୁନିଆର ସ୍ଥାପନା କରାଇବା ପାଇଁ, ତେଣୁ ଏହି ବିନାଶ ପୂର୍ବରୁ ତୁମେ ନୂଆ ଦୁନିଆ ପାଇଁ ଏହି ପାଠ ପଢିନିଅ । ଭଗବାନୁବାଚ ମୁଁ ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛି । ସ୍ନେହର ପିଲାମାନେ ତୁମେମାନେ ବହୁତ ଭକ୍ତି କରିଛ । ଅଧାକଳ୍ପ ହେବ ତୁମେମାନେ ରାବଣ ରାଜ୍ୟରେ ଥିଲ ନା । ଏକଥା ମଧ୍ୟ କାହାକୁ ଜଣା ନାହିଁ କି ରାମ କାହାକୁ କୁହାଯାଏ ? ରାମରାଜ୍ୟର ସ୍ଥାପନା କିପରି ହେଲା ? ଏହିକଥା ସବୁ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ତୁମ ଭିତରେ ମଧ୍ୟ ଏପରି ବହୁତ ଅଛନ୍ତି ଯେଉଁମାନେ କିଛି ଜାଣି ନାହାଁନ୍ତି ।

ବାବାଙ୍କ ପାଖରେ ସୁପୁତ୍ର ସେହିମାନେ ଯେଉଁମାନେ ସମସ୍ତଙ୍କର ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହ ଯୋଡିଥାନ୍ତି । ଯେଉଁମାନେ ପ୍ରକୃତ ସେବାଧାରୀ ସେମାନେ ନିଜେ ଭଲ ଭାବରେ ପଢନ୍ତି ଏବଂ ବାବାଙ୍କ ହୃଦୟରେ ରୁହନ୍ତି । କେହି କେହି ତ ପୁଣି ଅଯୋଗ୍ୟ ମଧ୍ୟ ହୋଇଥାନ୍ତି । ସେମାନେ ସେବା ପରିବର୍ତ୍ତେ ଅପସେବା କରନ୍ତି, ବାବାଙ୍କଠାରୁ ସେମାନଙ୍କର ବୁଦ୍ଧିଯୋଗ ତୁଟାଇ ଦିଅନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଡ୍ରାମା ଅନୁସାରେ ଏହା ହେବାର ହିଁ ଅଛି । ଯେଉଁମାନେ ଭଲଭାବରେ ପାଠ ପଢନ୍ତି ନାହିଁ ସେମାନେ କଣ କରିବେ ? ସେମାନେ ଅନ୍ୟମାନଙ୍କୁ ମଧ୍ୟ ଖରାପ କରିଦେବେ, ସେଥିପାଇଁ ବାବା ତୁମମାନଙ୍କୁ ବୁଝାଉଛନ୍ତି, ବାବାଙ୍କୁ ଅନୁକରଣ କର ଏବଂ ଯିଏ ପ୍ରକୃତ ସେବାଧାରୀ ସବୁବେଳେ ବାବାଙ୍କ ହୃଦୟରେ ନିବାସ କରନ୍ତି, ସେହିମାନଙ୍କର ହିଁ ସାଙ୍ଗ କର । ତୁମେ ଯଦି ପଚାରିବ ଆମେ କେଉଁମାନଙ୍କର ସଙ୍ଗ କରିବୁ ତେବେ ବାବା ସଙ୍ଗେ ସଙ୍ଗେ କହି ଦେବେ, ଏହିମାନଙ୍କର ସଙ୍ଗ କରିଲେ ବହୁତ ଭଲ । ଏମିତି ବହୁତ ଅଛନ୍ତି ଯେଉଁମାନେ ସଙ୍ଗ ହିଁ ଏପରି କରୁଛନ୍ତି ଯାହାଙ୍କର ରଙ୍ଗ ମଧ୍ୟ ଓଲଟା ଚଢିଯାଉଛି । ଗାୟନ ମଧ୍ୟ କରାଯାଏ ସୁସଙ୍ଗ ଉଦ୍ଧାର କରେ ଏବଂ କୁସଙ୍ଗ ଦୁର୍ଗତି କରେ । ଯଦି କୁସଙ୍ଗ ଲାଗିଯାଏ ତେବେ ଏକଦମ୍ ଶେଷ କରିଦେବ । ତେବେ ଘରେ ଦାସ-ଦାସୀ ମଧ୍ୟ ଆବଶ୍ୟକ । ସେଠାରେ ପ୍ରଜାମାନଙ୍କର ମଧ୍ୟ ଚାକର ସବୁ ଆବଶ୍ୟକ ନା । ରାଜଧାନୀର ସ୍ଥାପନା ଏହିଠାରେ ହିଁ ହେଉଛି, ଏଥିରେ ବହୁତ ବିଶାଳବୁଦ୍ଧି ଆବଶ୍ୟକ । ଏବେ ବେହଦର ବାବା ମିଳିଛନ୍ତି ତେଣୁ ତାଙ୍କ ଶ୍ରୀମତ ଅନୁସାରେ ଚାଲ । ନଚେତ୍ ଅଯଥାରେ ପଦ ଭ୍ରଷ୍ଟ ହୋଇଯିବ । ଏହା ମଧ୍ୟ ପାଠପଢା ଅଟେ । ଯଦି ଏବେ ଫେଲ୍ ହୋଇଯିବ ତେବେ ଜନ୍ମ-ଜନ୍ମାନ୍ତର, କଳ୍ପ-କଳ୍ପାନ୍ତର ଫେଲ୍ ହେଉଥିବ । ଯଦି ଏବେ ଭଲ ଭାବରେ ପଢିବ ତେବେ କଳ୍ପ-କଳ୍ପାନ୍ତର ଭଲ ଭାବରେ ପଢୁଥିବ । ଜଣାପଡିଯାଏ ଯେ ଏମାନେ ଭଲ ଭାବରେ ପାଠ ପଢୁନାହାଁନ୍ତି ତେବେ ତାଙ୍କୁ କଣ ପଦ ମିଳିବ ? ସେମାନେ ନିଜେ ମଧ୍ୟ ବୁଝି ପାରୁଛନ୍ତି, ଯେ ମୁଁ ସେବା ତ କିଛି କରୁନାହିଁ । ମୋଠାରୁ ହୋସିଆର (ପାରଙ୍ଗମ) ତ ବହୁତ ଅଛନ୍ତି । ତେବେ ହୋସିଆର୍ମାନଙ୍କୁ ହିଁ ଭାଷଣ ପାଇଁ ଡାକିଥାନ୍ତି, ତେଣୁ ଯିଏ ହୋସିଆର୍ ହେବେ ସିଏ ପଦ ମଧ୍ୟ ଉଚ୍ଚ ପାଇବେ । ନିଜକୁ ବୁଝିପାରନ୍ତି ଯେ ଆମେ ଏତେ ସେବା କରୁ ନାହୁଁ ତେଣୁ ଉଚ୍ଚ ପଦ ପାଇପାରିବୁ ନାହିଁ । ଶିକ୍ଷକ ତ ବିଦ୍ୟାର୍ଥୀମାନଙ୍କୁ ଜାଣିପାରିବେ ନା । ବାବା ପ୍ରତିଦିନ ପାଠ ପଢାଉଛନ୍ତି, ତେଣୁ ସମସ୍ତଙ୍କର ରେଜିଷ୍ଟର ତାଙ୍କ ପାଖରେ ଅଛି ନା । ପାଠପଢାର ଏବଂ ଚଳଣିର ମଧ୍ୟ ରେଜିଷ୍ଟର ରହିଛି । ସେହିପରି, ଏଠାରେ ମଧ୍ୟ ଯୋଗ ହେଲା ମୁଖ୍ୟ ବିଷୟ । ଯୋଗବଳ ଭଲ ରହିଲେ ଚଳଣି ମଧ୍ୟ ଭଲ ରହିବ । କିନ୍ତୁ ପାଠପଢାରେ କେବେ କେବେ ଅହଂକାର ଆସିଯାଏ । ଏଥିରେ ଯୋଗଯୁକ୍ତ ହୋଇ ରହିବାରେ ହିଁ ଗୁପ୍ତ ପରିଶ୍ରମ କରିବାକୁ ପଡିଥାଏ । ସେଥିପାଇଁ ବହୁତଙ୍କର ରିପୋର୍ଟ ଆସୁଛି ଯେ ବାବା ଆମେ ଯୋଗଯୁକ୍ତ ହୋଇ ରହିପାରୁ ନାହୁଁ । ବାବା ବୁଝାଉଛନ୍ତି -- ଯୋଗ ଶବ୍ଦକୁ ବୁଦ୍ଧିରୁ ବାହାର କରିଦିଅ । ବାବା, ଯାହାଙ୍କଠାରୁ ତୁମକୁ ସ୍ୱର୍ଗର ରାଜତ୍ୱ ପ୍ରାପ୍ତ ହେଉଛି, ତାଙ୍କୁ ତୁମେ ସ୍ମରଣ କରିପାରିବ ନାହିଁ ? ଆଶ୍ଚର୍ଯ୍ୟ କଥା । ବାବା କହୁଛନ୍ତି ହେ ଆତ୍ମାମାନେ ତୁମେ ମୋତେ ସ୍ମରଣ କରିପାରୁନାହଁ, ମୁଁ ତୁମକୁ ରାସ୍ତା ଦେଖାଇବାକୁ ଆସିଛି, ତୁମେ ମୋତେ ମନେ ପକାଅ ତେବେ ଏହି ଯୋଗ ଅଗ୍ନିରେ ତୁମର ପାପ ଭସ୍ମ ହୋଇଯିବ । ଭକ୍ତିମାର୍ଗରେ ମନୁଷ୍ୟ କେତେ ଏଣେ ତେଣେ ତୀର୍ଥ କରିବାକୁ ଯାଉଛନ୍ତି । କୁମ୍ଭମେଳାରେ କେତେ ଥଣ୍ଡା ପାଣିରେ ଯାଇ ସ୍ନାନ କରୁଛନ୍ତି । କେତେ କଷ୍ଟ ସହନ କରୁଛନ୍ତି । ଏଠାରେ ତ ସେମିତି କୌଣସି କଷ୍ଟ ନାହିଁ । ଯେଉଁମାନେ ଫାଷ୍ଟକ୍ଲାସ୍ ପିଲା ସେମାନେ ସେହି ଜଣେ ପ୍ରେମିକଙ୍କର ସଚ୍ଚା ସଚ୍ଚା ପ୍ରେମିକା ହୋଇ ତାଙ୍କୁ ହିଁ ମନେ ପକାଉଥିବେ । କେଉଁ ଆଡକୁ ବୁଲିବାକୁ ଗଲେ ମଧ୍ୟ ଏକାନ୍ତରେ ବଗିଚାରେ ବସି ତାଙ୍କୁ ମନେ ପକାଇବେ । ପରଚିନ୍ତନର ବ୍ୟର୍ଥ ବାର୍ତ୍ତାଳାପ କରିବା ଦ୍ୱାରା ବାୟୁମଣ୍ଡଳ ଖରାପ ହୋଇଥାଏ । ସେଥିପାଇଁ ଯେତେ ବି ସମୟ ମିଳୁଛି ବାବାଙ୍କୁ ମନେ ପକାଇବାର ଅଭ୍ୟାସ କର । ଫାଷ୍ଟକ୍ଲାସ୍ ସଚ୍ଚା ପ୍ରେମିକଙ୍କର ପ୍ରେମିକା ହୁଅ । ବାବା କହୁଛନ୍ତି ଦେହଧାରୀଙ୍କ ଫଟୋ ରଖ ନାହିଁ । କେବଳ ଏକମାତ୍ର ଶିବବାବାଙ୍କର ଫଟୋ ରଖ, ଯାହାଙ୍କୁ ମନେ ପକାଇବାର ଅଛି । ଯଦି ଭାବୁଛ ସୃଷ୍ଟିଚକ୍ରକୁ ମଧ୍ୟ ସ୍ମରଣ କରିବୁ ତେବେ ତ୍ରିମୂର୍ତ୍ତି ଏବଂ ସୃଷ୍ଟିଚକ୍ରର ଚିତ୍ର ଫାଷ୍ଟକ୍ଲାସ୍ ଅଟେ, ଏଥିରେ ସବୁ ଜ୍ଞାନ ରହିଛି । ସ୍ୱଦର୍ଶନ ଚକ୍ରଧାରୀ, ଏହି ନାମ ଏକ ଅର୍ଥ ସହିତ ନାମ ଅଟେ । ନୂଆ କେହି ଏହି ନାମକୁ ଶୁଣିଲେ ବୁଝିପାରିବେ ନାହିଁ । ଏହା କେବଳ ତୁମେ ପିଲାମାନେ ହିଁ ବୁଝୁଛ । ତୁମ ଭିତରେ ବି କେହି କେହି ଭଲ ଭାବରେ ବାବାଙ୍କୁ ମନେ ପକାଉନାହାଁନ୍ତି । ବହୁତ ଅଛନ୍ତି ଯେଉଁମାନେ କି ବାବାଙ୍କୁ ବିଲ୍କୁଲ୍ ମନେ ପକାଉ ନାହାଁନ୍ତି । ତେବେ ସେମାନେ ନିଜର ଭାଗ୍ୟ ଖରାପ କରୁଛନ୍ତି । ପାଠପଢା ତ ବହୁତ ସହଜ । ବାବା କହୁଛନ୍ତି ଶାନ୍ତିର ଶକ୍ତି ଦ୍ୱାରା ତୁମକୁ ବିଜ୍ଞାନ ଉପରେ ବିଜୟ ପାଇବାକୁ ହେବ । ସାଇଲେନ୍ସ (ଶାନ୍ତି) ଏବଂ ସାଇନ୍ସ(ବିଜ୍ଞାନ) ରାଶି ଏକା ଅଟେ । ମିଲେଟ୍ରିରେ ମଧ୍ୟ ୩ ମିନିଟ୍ ନୀରବତା ରକ୍ଷା କରନ୍ତି । ମନୁଷ୍ୟ ମଧ୍ୟ ଚାହୁଁଛନ୍ତି ଆମକୁ ଶାନ୍ତି ମିଳୁ । ଏବେ ତୁମେମାନେ ଜାଣୁଛ ଶାନ୍ତିର ସ୍ଥାନ ତ କେବଳ ବ୍ରହ୍ମାଣ୍ଡ ହିଁ ଅଟେ । ଯେଉଁ ବ୍ରହ୍ମ ମହତତ୍ତ୍ୱରେ ଆମେ ଆତ୍ମାମାନେ ଏତେ ଛୋଟ ବିନ୍ଦୁ ଭଳି ରହିଥାଉ । ତେବେ ସେହି ଆତ୍ମାମାନଙ୍କର ବୃକ୍ଷ ତ ଆଶ୍ଚର୍ଯ୍ୟଜନକ ହୋଇଥିବ ନା । ମନୁଷ୍ୟ ମଧ୍ୟ କହୁଛନ୍ତି ଭ୍ରୁକୁଟୀ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତାରକା ଚମକୁଛି । ବହୁତ ଛୋଟ ସୁନାର ତିଳକ ତିଆରି କରି ଏଠାରେ (ଭ୍ରୃକୁଟୀରେ) ଲଗାଇଥାନ୍ତି । ଆତ୍ମା ମଧ୍ୟ ଏକଦମ୍ ସୂକ୍ଷ୍ମ ବିନ୍ଦୁ ସ୍ୱରୂପ ଅଟେ, ବାବା ମଧ୍ୟ ତାଙ୍କ ନିକଟରେ ଆସି ବସନ୍ତି । ସାଧୁ-ସନ୍ଥ ଆଦି ମଧ୍ୟ ନିଜ ଆତ୍ମାକୁ ଜାଣି ନାହାଁନ୍ତି । ଯଦି ଆତ୍ମାକୁ ଜାଣି ନାହାଁନ୍ତି ତେବେ ସେମାନେ ପରମାତ୍ମାଙ୍କୁ କିପରି ଜାଣିପାରିବେ ? କେବଳ ତୁମେ ବ୍ରାହ୍ମଣମାନେ ହିଁ ଆତ୍ମା ଏବଂ ପରମାତ୍ମାଙ୍କୁ ଜାଣିଛ । କୌଣସି ବି ଧର୍ମର ମନୁଷ୍ୟମାନେ ଜାଣିପାରିବେ ନାହିଁ । ଏବେ ତୁମେ ହିଁ ଜାଣିଛ କିପରି ଏତେ ଛୋଟ ଆତ୍ମା ସାରା ଅଭିନୟ କରୁଛି । ସତସଙ୍ଗ ତ ବହୁତ କରୁଛନ୍ତି । କିନ୍ତୁ କିଛି ବି ବୁଝି ନାହାଁନ୍ତି । ଇଏ (ବ୍ରହ୍ମାବାବା) ମଧ୍ୟ ବହୁତ ଗୁରୁ କରିଥିଲେ । ଏବେ ବାବା କହୁଛନ୍ତି ଏମାନେ ସବୁ ହେଲେ ଭକ୍ତିମାର୍ଗର ଗୁରୁ । ଜ୍ଞାନମାର୍ଗରେ କେବଳ ଜଣେ ଗୁରୁ । ଦ୍ୱିମୁକୁଟଧାରୀ ରାଜା(ଦେବତା)ଙ୍କ ଆଗରେ ଏକ ମୁକୁଟଧାରୀ ରାଜାମାନେ (ବିକାରୀ ରାଜା) ମଥା ନୁଆଁଇ ଥାଆନ୍ତି, ନମସ୍କାର କରନ୍ତି କାରଣ ସେମାନେ ପବିତ୍ର । ସେହି ପବିତ୍ର ରାଜାମାନଙ୍କର ହିଁ ମନ୍ଦିର ତିଆରି ହୋଇଛି । ପତିତମାନେ ଯାଇ ତାଙ୍କ ଆଗରେ ମଥା ନୁଆଁଉଛନ୍ତି କିନ୍ତୁ ସେମାନଙ୍କୁ କଣ ଏକଥା ଜଣା ଅଛି ଯେ ଏମାନେ କିଏ ? ଆମେ ଏମାନଙ୍କ ପାଖରେ ମଥା କାହିଁକି ନୁଆଉଁଛୁ ? ସୋମନାଥଙ୍କର ମନ୍ଦିର ତିଆରି କରିଲେ, ଏବେ ପୂଜା ତ କରୁଛନ୍ତି କିନ୍ତୁ ବିନ୍ଦୁର ପୂଜା କିପରି କରିବେ ? ବିନ୍ଦୁର ମନ୍ଦିର କିପରି ତିଆରି ହେବ । ଏହା ବହୁତ ଗୁହ୍ୟ କଥା । ଗୀତା ଇତ୍ୟାଦିରେ କଣ ଏସବୁ କଥା ଅଛି । ତେବେ ଯିଏ ନିଜେ ମାଲିକ, ସିଏ ହିଁ ବୁଝାଉଛନ୍ତି । ତୁମେ ଏବେ ଜାଣୁଛ କିପରି ଏତେ ଛୋଟ ଆତ୍ମାରେ ସବୁ ଅଭିନୟ ଭରି ହୋଇ ରହିଛି । ତେବେ ଆତ୍ମା ମଧ୍ୟ ଅବିନାଶୀ ଏବଂ ପାର୍ଟ ମଧ୍ୟ ଅବିନାଶୀ ଅଟେ । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ଏସବୁ ପୂର୍ବ ପ୍ରସ୍ତୁତ ଖେଳ ଅଟେ । କହୁଛନ୍ତି ଯାହା ପୂର୍ବ ନିର୍ଦ୍ଧାରିତ ତାହା ହିଁ ହେଉଛି ଡ୍ରାମାରେ ଯାହା ନିର୍ଦ୍ଧାରିତ, ତାହା ତ ନିଶ୍ଚୟ ହେବ । ଏଥିରେ ଚିନ୍ତା କରିବାର କିଛି କଥା ନାହିଁ ।

ତୁମ ପିଲାମାନଙ୍କୁ ଏବେ ନିଜ ସହ ପ୍ରତିଜ୍ଞା କରିବାକୁ ହେବ ଯେ କିଛି ବି ହୋଇଯାଉ କେବେ ବି କାନ୍ଦିବା ଉଚିତ୍ ନୁହେଁ । ଅମୁକ ମୃତୁବରଣ କଲା ତେବେ ଆତ୍ମା ଯାଇ ଅନ୍ୟ ଏକ ଶରୀର ଧାରଣ କରିଲା, ଏଥିରେ କାନ୍ଦିବା କଣ ଆବଶ୍ୟକ ? ଆଉ ତ ଫେରି ଆସିବେ ନାହିଁ । ଯଦି ଲୁହ ଆସିଲା ତେବେ ଫେଲ୍, ତେଣୁ ବାବା କହୁଛନ୍ତି ପ୍ରତିଜ୍ଞା କର, ଆମେ କେବେ ବି କାନ୍ଦିବୁ ନାହିଁ । ଚିନ୍ତା ଥିଲା ପାର ବ୍ରହ୍ମରେ ରହୁଥିବା ବାବାଙ୍କର, ସିଏ ମିଳିଗଲେ ତ ବାକି କଣ ଦରକାର । ବାବା କହୁଛନ୍ତି ତୁମେ ମୋତେ ମନେ ପକାଅ । ମୁଁ କେବଳ କଳ୍ପରେ ଥରେ ମାତ୍ର ଆସେ ଏହି ରାଜଧାନୀ ସ୍ଥାପନ କରିବା ପାଇଁ । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । ଗୀତାରେ ବର୍ଣ୍ଣିତ ଅଛି ଯୁଦ୍ଧ ଲାଗିଲା, କେବଳ ପାଣ୍ଡବମାନେ ରହିଲେ । ସେମାନେ କୁକୁରକୁ ସାଥିରେ ନେଇ ପାହାଡ ଉପରକୁ ଗଲେ ଏବଂ ଦେହତ୍ୟାଗ କରିଲେ । ବିଜୟୀ ହେଲେ ଏବଂ ମରିଗଲେ । ଏ କଥା ତ କିଛି ଠିକ୍ ଲାଗୁନାହିଁ । ଏହା ସବୁ ହେଲା ମନଗଢା କଥା । ଏହାକୁ ଭକ୍ତିମାର୍ଗ କୁହାଯାଏ ।

ବାବା କହୁଛନ୍ତି ତୁମମାନଙ୍କୁ ଏଥିରୁ ବୈରାଗ୍ୟ ଆସିବା ଦରକାର । ପୁରୁଣା ବସ୍ତୁ ପ୍ରତି ଘୃଣା ଆସିଥାଏ ନା । ଘୃଣା ଶବ୍ଦ ବହୁତ କଡା । ବୈରାଗ୍ୟ ଶବ୍ଦ ମିଠା । ଯେତେବେଳେ ଜ୍ଞାନ ମିଳେ ସେତେବେଳେ ଭକ୍ତିରୁ ବୈରାଗ୍ୟ ଆସିଥାଏ । ଏହି ଜ୍ଞାନର ପ୍ରାରବ୍ଧ ସତ୍ୟଯୁଗ-ତ୍ରେତାଯୁଗ ୨୧ ଜନ୍ମ ପାଇଁ ମିଳିଯାଏ । ସେଠାରେ ଜ୍ଞାନର କୌଣସି ଆବଶ୍ୟକତା ରହେ ନାହିଁ । ପୁଣି ଯେତେବେଳେ ତୁମେ ବାମ ମାର୍ଗକୁ ଚାଲି ଯାଅ ସେତେବେଳେ ସିଡି ଓହ୍ଲାଇଥାଅ । ଏବେ ଶେଷ ସମୟ । ବାବା କହୁଛନ୍ତି ଏବେ ଏହି ପୁରୁଣା ଦୁନିଆରୁ ତୁମ ପିଲାମାନଙ୍କୁ ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଦରକାର । ତୁମେ ଏବେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ ପୁଣି ଦେବତା ହେବ । ଅନ୍ୟ ଲୋକମାନେ ଏହି କଥାରୁ କଣ ଜାଣିବେ । ଯଦିଓ ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି କିନ୍ତୁ ସେଥିରେ ନା ବ୍ରାହ୍ମଣମାନେ ଅଛନ୍ତି ନା ଶିବବାବା ଅଛନ୍ତି । କେବଳ ନାମକୁ ମାତ୍ର କହିଦେଉଛନ୍ତି ଦେବତା-କ୍ଷତ୍ରିୟ-ବୈଶ୍ୟ-ଶୁଦ୍ର । ବାସ୍ ଶୁଦ୍ରରୁ ଦେବତା କିପରି କିଏ କରାଇଥାଆନ୍ତି, ଏସବୁ କିଛି ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେ ଦେବୀ-ଦେବତାମାନେ କେତେ ସାହୁକାର ଥିଲ ପୁଣି ସେହି ସମ୍ପତ୍ତି କୁଆଡେ ଗଲା । ଭକ୍ତିମାର୍ଗରେ ମଥା ନୁଆଁଇ ନୁଆଁଇ କପାଳ ଘସି-ଘସି ପଇସା ସବୁ ହରାଇ ଦେଇଛ । ଏହାକାଲିର କଥା ଅଟେ ନା । ତୁମକୁ ଏହିଭଳି ଦେବୀ-ଦେବତା କରି ଯାଇଥିଲି ପୁଣି ତୁମେ କଣ ହେଇଯାଇଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପରଚିନ୍ତନର ବାର୍ତ୍ତାଳାପ ଦ୍ୱାରା ବାତାବରଣକୁ ଖରାପ କରିବାର ନାହିଁ । ଏକାନ୍ତରେ ବସି ସଚ୍ଚା-ସଚ୍ଚା ପ୍ରେମିକା ହୋଇ ନିଜର ପ୍ରେମିକଙ୍କୁ ମନେ ପକାଇବାକୁ ହେବ ।

(୨) ନିଜକୁ ନିଜ ସହିତ ପ୍ରତିଜ୍ଞା କରିବାକୁ ହେବ ଯେ ମୁଁ କେବେହେଲେ କାନ୍ଦିବି ନାହିଁ । ଆଖିରୁ ଲୁହ ବୁହାଇବି ନାହିଁ । ଯେଉଁମାନେ ଯୋଗ୍ୟ ସେବାଧାରୀ ଅଟନ୍ତି, ବାବାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ସେହିମାନଙ୍କର ହିଁ ସଙ୍ଗ କରିବି । ନିଜର ଚାଲି-ଚଳଣିର ରେକର୍ଡକୁ ବହୁତ ଭଲ ରଖିବି ।

ବରଦାନ:-
ନିର୍ବିଘ୍ନ ସ୍ଥିତି ଦ୍ୱାରା ନିଜର ମୂଳଦୁଆକୁ ମଜବୁତ କରି ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୁଅ ।

ଯେଉଁ ପିଲାମାନେ ବହୁତ ସମୟ ଧରି ନିର୍ବିଘ୍ନ ସ୍ଥିତିର ଅନୁଭବୀ ଅଟନ୍ତି ସେମାନଙ୍କର ମୂଳଦୁଆ ମଜବୁତ ଥିବା କାରଣରୁ ସେମାନେ ନିଜେ ମଧ୍ୟ ଶକ୍ତିଶାଳୀ ରହିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିଥାନ୍ତି ଏବଂ ବହୁତ ସମୟ ଧରି ଶକ୍ତିଶାଳୀ ଏବଂ ନିର୍ବିଘ୍ନ ସ୍ଥିତିରେ ରହିଥିବା ଆତ୍ମା ଅନ୍ତିମ ସମୟରେ ମଧ୍ୟ ନିର୍ବିଘ୍ନ ହୋଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯାଆନ୍ତି ବା ପ୍ରଥମ ଶ୍ରେଣୀରେ ଆସିଯାଆନ୍ତି । ତେଣୁ ସର୍ବଦା ଏହି ଲକ୍ଷ୍ୟ ରହୁ ଯେ ବହୁତ ସମୟ ପର୍ଯ୍ୟନ୍ତ ନିର୍ବିଘ୍ନ ସ୍ଥିତିର ଅନୁଭବ ନିଶ୍ଚିତ ଭାବରେ କରିବାକୁ ହେବ ।

ସ୍ଲୋଗାନ:-
ପ୍ରତ୍ୟେକ ଆତ୍ମା ପ୍ରତି ସର୍ବଦା ଉପକାରର ଭାବନା ଅର୍ଥାତ୍ ଶୁଭକାମନା ରଖ ତେବେ ଆପେ ଆପେ ଆଶୀର୍ବାଦ ପ୍ରାପ୍ତ ହେବ ।