14.04.19    Avyakt Bapdada     Odia Murli     07.05.84     Om Shanti     Madhuban


ସନ୍ତୁଳନ ରଖିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି

 


ଆଜି ପ୍ରେମ ସ୍ୱରୂପ, ସ୍ମୃତି ସ୍ୱରୂପ ପିଲାମାନଙ୍କୁ ପ୍ରେମ ଏବଂ ସ୍ମୃତିର ପ୍ରତିଦାନ ଦେବା ପାଇଁ ପ୍ରେମର ସାଗର ବାବା ଏହି ସ୍ନେହ ମିଳନ ସଭାକୁ ଆସିଛନ୍ତି । ଏହି ଆତ୍ମିକ ସ୍ନେହର ସଭା ଆତ୍ମିକ ସମ୍ବନ୍ଧର ମିଳନ ମେଳା ଅଟେ, ଯାହାକି ସାରା କଳ୍ପରେ କେବଳ ବର୍ତ୍ତମାନ ହିଁ ଅନୁଭବ କରୁଛ । କେବଳ ଏହି ଗୋଟିଏ ଜନ୍ମ ବ୍ୟତୀତ ଅନ୍ୟ କୌଣସି ଜନ୍ମରେ ଆତ୍ମିକ ପିତାଙ୍କର ଆତ୍ମିକ ସ୍ନେହ ମିଳିପାରିବ ନାହିଁ । ଏହି ଆତ୍ମିକ ସ୍ନେହ ଆତ୍ମାମାନଙ୍କୁ ପ୍ରକୃତ ଆରାମ ପ୍ରଦାନ କରିଥାଏ, ପ୍ରକୃତ ରାସ୍ତା ବତାଇଥାଏ ଏବଂ ବାସ୍ତବିକ ସର୍ବପ୍ରାପ୍ତି କରାଇଥାଏ । ଏଭଳି ସଂକଳ୍ପ କଣ କେବେ ଆସିଥିଲା ଯେ ଏହି ସାକାର ସୃଷ୍ଟିରେ, ଏହି ଜନ୍ମରେ ଏବଂ ଏହିଭଳି ସହଜ ଉପାୟରେ , ଏହିଭଳି ଆତ୍ମା ଏବଂ ପରମାତ୍ମାଙ୍କର ଆତ୍ମିକ ମିଳନ ସମ୍ମୁଖରେ ହେବ ବୋଲି ? ଯେପରି ବାବାଙ୍କ ପାଇଁ ଶୁଣିଥିଲ ଯେ ସେ ହେଉଛନ୍ତି ଉଚ୍ଚରୁ ଉଚ୍ଚ ବହୁତ ତେଜୋମୟ ଏବଂ ବଡରୁ ବଡ ଆକାରର ଅଟନ୍ତି, ସେହିଭଳି ତାଙ୍କ ସହିତ ମିଳନ କରିବାର ବିଧି ମଧ୍ୟ ଅତି କଷ୍ଟକର ଏବଂ ବହୁତ ସମୟ ଅଭ୍ୟାସ ପରେ ଯାଇ ହୋଇପାରିବଏହି କଥାକୁ ଚିନ୍ତା କରି କରି ନିରାଶ ହୋଇଯାଇ ଥିଲ କିନ୍ତୁ ବାବା ଆସି ଆଶାହୀନ ପିଲାମାନଙ୍କୁ ଆଶାବାଦୀ କରିଦେଇଛନ୍ତି, ଉତ୍ସାହହୀନ ପିଲାମାନଙ୍କୁ ଶକ୍ତିଶାଳୀ କରିଦେଇଛନ୍ତି । କେବେ ମିଳବେ ଏହି ପ୍ରଶ୍ନକୁ ସମାପ୍ତ କରି ଏବେ ହିଁ ମିଳନ କରିବାର ଅନୁଭବ କରାଇ ଦେଇଛନ୍ତି । ସର୍ବ ସମ୍ପତ୍ତିର ଅଧିକାରୀ କରିଦେଇଛନ୍ତି । ତେବେ, ହେ ଅଧିକାରୀ ଆତ୍ମାମାନେ, ନିଜର ଅଧିକାରକୁ ଜାଣିଛ ନା! ଭଲ ଭାବରେ ଜାଣିନେଇଛ, ନା ଏବେ ଜାଣିବାର ଅଛି ?

ଆଜି ବାପଦାଦା ପିଲାମାନଙ୍କୁ ଦେଖି କଥାବାର୍ତ୍ତା ହେଉଥିଲେ ଯେ ସବୁ ପିଲାଙ୍କ ଭିତରେ ସବୁବେଳ ପାଇଁ ନିଶ୍ଚୟ ମଧ୍ୟ ରହିଛି, ସ୍ନେହ ମଧ୍ୟ ରହିଛି, ଯୋଗ କରିବାର ଲଗନ ମଧ୍ୟ ରହିଛି, ସେବାର ଉମଙ୍ଗ-ଉତ୍ସାହ ମଧ୍ୟ ରହିଛି, ଲକ୍ଷ ମଧ୍ୟ ଶ୍ରେଷ୍ଠ ରହିଛି । ଯଦି କାହାକୁ ବି ପଚାରିବ ତୁମକୁ କଣ ହେବାର ଅଛି ? ତେବେ ସମସ୍ତେ କହିବେ ଲକ୍ଷ୍ମୀ-ନାରାୟଣ ହେବାର ଅଛି । ରାମ-ସୀତା ହେବା ପାଇଁ କେହି ବି କହିବେ ନାହିଁ । ୧୬ ହଜାରର ମାଳାକୁ ମଧ୍ୟ ଆନ୍ତରୀକତା ସହିତ ପସନ୍ଦ କରୁନାହାଁନ୍ତି । କହିବେ ୧୦୮ ମାଳାର ଦାନା ହେବୁ । ଏହି ଉତ୍ସାହ ସମସ୍ତଙ୍କ ଭିତରେ ରହୁଛି । ସେବାରେ, ପାଠପଢାରେ ପ୍ରତ୍ୟେକ ନିଜକୁ କାହାଠାରୁ ବି କମଯୋଗ୍ୟ ଭାବୁନାହାଁନ୍ତି । ପୁଣି ବି ସଦା ଏକରସ ସ୍ଥିତି, ସଦା ସର୍ବଦା ଉଡିବାର କଳାର ଅନୁଭୂତି, ସଦାସର୍ବଦା ଜଣଙ୍କ ସ୍ମୃତିରେ ସମାହିତ, ଦେହ ଏବଂ ଦେହର ଅଳ୍ପକାଳର ପ୍ରାପ୍ତିଠାରୁ ସଦାସର୍ବଦା ଅନାସକ୍ତ, ବିନାଶୀ ଚେତନାଠାରୁ ସର୍ବଦା ବିସ୍ମୃତି ଅବସ୍ଥା ଏହିଭଳି ସ୍ଥିତି ସଦାସର୍ବଦା ଅନୁଭବ କରିବାରେ ହିଁ କ୍ରମାନ୍ୱୟ ହୋଇଯାଉଛ । ତେବେ ଏପରି କାହିଁକି ହେଉଛି ? ବାପଦାଦା ଏହାର ବିଶେଷ କିରଣକୁ ଦେଖୁଥିଲେ । କଣ କାରଣ ଦେଖିଲେ ? ଗୋଟିଏ ହିଁ ଶବ୍ଦର କାରଣ ଥିଲା ।

ସବୁ କିଛି ଜାଣିଛନ୍ତି ଏବଂ ସବୁକିଛି ସମସ୍ତଙ୍କୁ ପ୍ରାପ୍ତ ମଧ୍ୟ ହୋଇଛି, ବିଧିର ମଧ୍ୟ ଜ୍ଞାନ ଅଛି, ସିଦ୍ଧିର ମଧ୍ୟ ଜ୍ଞାନ ଅଛି । କର୍ମ ଏବଂ ଫଳ ଉଭୟର ଜ୍ଞାନ ମଧ୍ୟ ଅଛି କିନ୍ତୁ ସଦାସର୍ବଦା ବାଲାନ୍ସ ଅର୍ଥାତ୍ ସନ୍ତୁଳନ ରକ୍ଷା କରିବା ଜଣା ନାହିଁ । ଈଶ୍ୱରୀୟ ନୀତି ନିୟମ ଅନୁସାରେ ବାଲାନ୍ସ ରଖିବା ଜଣାନାହିଁ ସେଥିପାଇଁ ପ୍ରତ୍ୟେକ ସଂକଳ୍ପରେ, ପ୍ରତ୍ୟେକ କର୍ମରେ ବାପଦାଦା ତଥା ସର୍ବଶ୍ରେଷ୍ଠ ଆତ୍ମାମାନଙ୍କର ଶ୍ରେଷ୍ଠ ଆଶୀର୍ବାଦ ଅର୍ଥାତ୍ ବ୍ଲେସିଙ୍ଗ୍ ପ୍ରାପ୍ତ ହେଉନାହିଁ, ପରିଶ୍ରମ କରିବାକୁ ପଡୁଛି । ସହଜରେ ସଫଳତାର ଅନୁଭବ ହେଉ ନାହିଁ । ତେବେ କେଉଁ କଥାର ସନ୍ତୁଳନ ରକ୍ଷା କରିବା ଭୁଲି ହୋଇଯାଉଛି ? ଗୋଟିଏ ହେଲା ୟାଦ ଅର୍ଥାତ୍ ଯୋଗ ଏବଂ ସେବାର ସନ୍ତୁଳନ ଅର୍ଥାତ୍ ୟାଦରେ ରହି ସେବା କରିବା । କିନ୍ତୁ ସେବାରେ ବ୍ୟସ୍ତ ରହି ସମୟ ଅନୁସାରେ ୟାଦ କରିବା, ସମୟ ମିଳିଲେ ୟାଦ କରିବା ନଚେତ୍ ସେବାକୁ ହିଁ ଯୋଗ ବୋଲି ଭାବିନେବା ଏହାକୁ କୁହାଯାଏ ଅନବାଲାନ୍ସ ଅର୍ଥାତ୍ ଅସନ୍ତୁଳନ । କେବଳ ସେବା ହିଁ ଯୋଗ ଏବଂ ଯୋଗରେ ହିଁ ସେବା ରହିଛି । ଏହି ଟିକିଏ ମାତ୍ର ବିଧିରେ ଅନ୍ତର ହିଁ ସିଦ୍ଧିକୁ ପରିବର୍ତ୍ତନ କରିଦେଉଛି । ତାପରେ ଯେତେବେଳେ ଫଳାଫଳ ପଚରାଯାଉଛି ଯେ ଯୋଗ କେତେ ପ୍ରତିଶତ ଥିଲା ? ତେବେ କଣ କୁହନ୍ତି ? ସେବାରେ ଏତେ ବ୍ୟସ୍ତ ଥିଲି ଯାହାକି ଅନ୍ୟ କୌଣସି କଥା ମନେ ନଥିଲା, ସମୟ ହିଁ ନଥିଲା, ନଚେତ୍ କହିବେ ସେବା ମଧ୍ୟ ବାବାଙ୍କ ରହିତ ଥିଲା ନା! ବାବା ତ ସ୍ମୃତିରେ ହିଁ ଥିଲେ ନା! କିନ୍ତୁ ସେବାରେ ଯେତିକି ସମୟ ଏବଂ ଲଗନ ଥିଲା ସେତିକି କଣ ଯୋଗର ଶକ୍ତିଶାଳୀ ଅନୁଭୂତି ଥିଲା ? ସେବାରେ ଯେତିକି ସ୍ୱମାନର ସ୍ମୃତି ଥିଲା ସେହି ଅନୁସାରେ ନିର୍ମାଣ ଭାବ ଥିଲା ? ଏହିଭଳି ସନ୍ତୁଳନ ଥିଲା ? ବହୁତ ବଡ ସେବା ବା ବହୁତ ଭଲ ସେବା କରିଲି ଏହି ସ୍ୱମାନ ତ ଭଲ କିନ୍ତୁ ଯେତିକି ସ୍ୱମାନ ସେତିକି ନିର୍ମାଣ ଭାବ ରହିଥିଲା ? କରିକରାଇବାବାଲା ବାବା ନିମିତ୍ତ କରି ସେବା କରାଇଲେ ଏହି ସ୍ମୃତି ହିଁ ହେଉଛି ନିମିତ୍ତ ଭାବ । ନିମିତ୍ତ ହେଲ, ସେବା ବହୁତ ଭଲ ହେଲା, ସଫଳତା ସ୍ୱରୂପ ହେଲ, ଏହି ସ୍ୱମାନ ତ ବହୁତ ଭଲ କିନ୍ତୁ କେବଳ ଏହି ସ୍ୱମାନ ନୁହେଁ, ନିର୍ମାଣ ଭାବର ମଧ୍ୟ ସନ୍ତୁଳନ ରହିବା ଆବଶ୍ୟକ । ଏହି ସନ୍ତୁଳନ ସର୍ବଦା ସହଜରେ ସଫଳତା ସ୍ୱରୂପ କରିଦିଏ । ତେଣୁ ସ୍ୱମାନ ମଧ୍ୟ ଜରୁରୀ ଅଟେ, ଦେହ-ଅଭିମାନ ନୁହେଁ, ସ୍ୱମାନ । କିନ୍ତୁ ସ୍ୱମାନ ଏବଂ ନିର୍ମାଣଏହି ଦୁଇଟିର ସନ୍ତୁଳନ ନ ରହିବା କାରଣରୁ ସ୍ୱମାନ, ଦେହ-ଅଭିମାନରେ ପରିବର୍ତ୍ତନ ହୋଇଯାଉଛି । ସେବା ହେଲା, ସଫଳତା ମିଳିଲା, ଏଥିରେ ଖୁସି ତ ହେବା ଦରକାର । ବାଃ ବାବା ଆପଣ ମୋତେ ନିମିତ୍ତ କରି ସେବା କରାଇଲେ! ମୁଁ କରିନାହିଁ, ଏହି ମୁଁ ପଣିଆ ହିଁ ସ୍ୱମାନକୁ ଦେହ-ଅଭିମାନରେ ପରିବର୍ତ୍ତନ କରିଦେଉଛି । ତେଣୁ ଯେଉଁମାନେ ଯୋଗ ଏବଂ ସେବାର ସନ୍ତୁଳନ ରକ୍ଷା କରିପାରନ୍ତି ସେମାନେ ସ୍ୱମାନ ଏବିଂ ନିର୍ମାଣର ସନ୍ତୁଳନ ମଧ୍ୟ ରଖିପାରନ୍ତି । ଏବେ ବୁଝିଲ କେଉଁ କଥାରେ ବ୍ୟାଲାନ୍ସ ତଳ ଉପର ହେଉଛି!

ସେହିପରି ଦାୟିତ୍ୱର ମୁକୁଟଧାରୀ ପିନ୍ଧିଥିବା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ତୁଲାଇବାକୁ ହେବ । ଚାହେଁ ଲୌକିକ ତଥା ଅଲୌକିକ ପ୍ରବୃତ୍ତି ହୋଇଥାଉ ବା ଈଶ୍ୱରୀୟ ସେବାର ପ୍ରବୃତ୍ତି ହୋଇଥାଉ, ଦୁଇଟି ଯାକ କାର୍ଯ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଦାୟିତ୍ୱ ତୁଲାଇବାରେ ଯେତିକି ନିଆରା ସେତିକି ପ୍ରିୟ ମଧ୍ୟ ହେବାକୁ ପଡିବ । ଏହିଭଳି ସନ୍ତୁଳନ ରଖିବାକୁ ହେବ । ସବୁ ପ୍ରକାରର ଦାୟିତ୍ୱ ତୁଲାଇବା ମଧ୍ୟ ଆବଶ୍ୟକ କିନ୍ତୁ ଯେତେ ବଡ ଦାୟିତ୍ୱ ସେତିକି ଡବଲ ଲାଇଟ୍ ଅର୍ଥାତ୍ ହାଲୁକା ସ୍ଥିତି । ଦାୟିତ୍ୱ ତୁଲାଉଥିଲେ ମଧ୍ୟ ଦାୟିତ୍ୱର ବୋଝରୁ ମୁକ୍ତ ରହିବାକୁ ହିଁ କୁହାଯାଏ ବାବାଙ୍କର ପ୍ରିୟ ହେବା । ବିଚଳିତ ହେବାର ନାହିଁ ଯେ କଣ କରିବି, ବହୁତ ବଡ ଦାୟିତ୍ୱ ରହିଛି । ଏହାକୁ କରିବି କି ନାହିଁ, କଣ କରିବି, ୟାକୁ ବି କରିବି, ତାକୁ ବି କରିବି, ବଡ ମୁଶକିଲ କଥା! ଏହିଭଳି ଅନୁଭବ ହେବା ଅର୍ଥାତ୍ ବୋଝ ରହିଛି । ତେବେ ଡବଲ ଲାଇଟ୍ ତ ନୁହେଁ ନା । ଡବଲ ଲଇଟ୍ ଅର୍ଥାତ୍ ସବୁଥିରୁ ଅଲଗା । କୌଣସି ପ୍ରକାରର ଦାୟିତ୍ୱର ବା କର୍ମର ହଲଚଲର ବୋଝ ନଥିବ । ଏହାକୁ ହିଁ କୁହାଯାଏ ନିଆରା ହେବା ସହିତ ବାବାଙ୍କର ପ୍ରିୟ ହେବାର ସନ୍ତୁଳନ ରଖୁଥିବା ଆତ୍ମା ।

ଦ୍ୱିତୀୟ କଥା ପୁରୁଷାର୍ଥ ମାର୍ଗରେ ଚାଲୁଚାଲୁ ଯାହା କିଛି ବି ପ୍ରାପ୍ତି ହୋଇଥାଏ ତାହାର ଅନୁଭବ କରୁ କରୁ ବହୁତ ଗୁଡିଏ ପ୍ରାପ୍ତିର ନିଶା ଏବଂ ଖୁସିରେ ଆସି ଭାବନ୍ତି ବାସ୍, ମୁଁ ତ ପାଇଗଲି, ଅନୁଭବ କରିନେଲି । ମହାବୀର, ମହାରଥୀ, ହୋଇଗଲି, ଜ୍ଞାନୀ ହୋଇଗଲି, ଯୋଗୀ ଏବଂ ସେବାଧାରୀ ମଧ୍ୟ ହୋଇଗଲି । ଏହି ପ୍ରାପ୍ତି ମଧ୍ୟ ବହୁତ ଭଲ କିନ୍ତୁ ଏହି ପ୍ରାପ୍ତିର ନିଶାରେ ଅବହେଳା ପଣିଆ ମଧ୍ୟ ଆସିଯାଏ । ଏହାର କାରଣ କଣ ? ଜ୍ଞାନୀ ତ ହେଲ, ସେବାଧାରୀ ମଧ୍ୟ ହେଲ କିନ୍ତୁ ପ୍ରତିପାଦରେ ଉଡତୀକଳାର ଅନୁଭବ କରୁଛ ? କାରଣ ଯେପର୍ପ୍ୟନ୍ତ ବଞ୍ଚିଛ ସେପର୍ଯ୍ୟନ୍ତ ଉଡିବାର କଳାର ଅନୁଭବରେ ଉଡିବାକୁ ହେବ । ଏହି ଲକ୍ଷ୍ୟ ଅନୁସାରେ ଯାହା କିଛି ଆଜି କରୁଛ ସେଥିରେ ଆହୁରି ଅଧିକ ନବୀନତା ଆସିଲା ନା ଯେଉଁ ପର୍ଯ୍ୟନ୍ତ ପହଞ୍ଚିଛ ସେହି ସୀମାକୁ ସମ୍ପୂର୍ଣ୍ଣତାର ସୀମା ଭାବିନେଇଛ ? ତେବେ ପୁରୁଷାର୍ଥରେ ପ୍ରାପ୍ତିର ନିଶା ଏବଂ ଖୁସି ମଧ୍ୟ ଆବଶ୍ୟକ କିନ୍ତୁ ପ୍ରତିପାଦରେ ଉନ୍ନତି ବା ଉଡିବା କଳାର ଅନୁଭବ ମଧ୍ୟ ଆବଶ୍ୟକ । ଯଦି ଏହାର ସନ୍ତୁଳନ ରହୁ ନାହିଁ ତେବେ ଅବହେଳା ପଣିଆ, ଆଶୀର୍ବାଦ ପ୍ରାପ୍ତ କରିବାକୁ ଦେବ ନାହିଁ ସେଥିପାଇଁ ପୁରୁଷାର୍ଥୀ ଜୀବନରେ ଯାହା ସବୁ ପ୍ରାପ୍ତ କରିଛ, ତାହାର ନିଶା ମଧ୍ୟ ରହିବା ଦରକାର ଏବଂ ପ୍ରତିପାଦରେ ଉନ୍ନତିର ଅନୁଭବ ମଧ୍ୟ ହେଉଥିବ, ଏହାକୁ କୁହାଯାଏ ସନ୍ତୁଳନ ରଖିବା । ତେଣୁ ଏହିଭଳି ସନ୍ତୁଳନ ସଦା ସର୍ବଦା ରହିଥାଉ । ଏମିତି ଭାବ ନାହିଁ ଯେ ମୁଁ ତ ସବୁ କିଛି ଜାଣିଗଲିଣି, ଅନୁଭବୀ ହୋଇଗଲିଣି, ବହୁତ ଭଲ ଭାବରେ ଚାଲିପାରୁଛି । ତେବେ ଭଲ ହୋଇଗଲଣି ଏହା ତ ବହୁତ ଭଲ କଥା କିନ୍ତୁ ଆହୁରି ଆଗକୁ ଉନ୍ନତି ପ୍ରାପ୍ତ କରିବାକୁ ହେବ । ଏହିଭଳି ବିଶେଷ କର୍ମ କରି ସର୍ବ ଆତ୍ମାଙ୍କ ସମ୍ମୁଖରେ ନିମିତ୍ତ ଉଦାହରଣ ମୂରତ ମଧ୍ୟ ହେବାକୁ ପଡିବ, ଏକଥା ଭୁଲି ଯାଅ ନାହିଁ । ଏବେ ବୁଝିଲ କେଉଁ କେଉଁ କଥାରେ ସନ୍ତୁଳନ ରଖିବାକୁ ହେବ ? ଏହି ବ୍ୟାଲାନ୍ସ ଦ୍ୱାରା ହିଁ ଆପେ ଆପେ ବ୍ଲେସିଙ୍ଗ୍ ପ୍ରାପ୍ତ କରିଚାଲିବ । ତେବେ ବୁଝିପାରିଲ ନମ୍ବରରେ କମ ବେଶି କାହିଁକି ହେଉଛି! କେହି କେଉଁ କଥାର ବ୍ୟାଲାନ୍ସ ରଖିବାରେ ଆଉ କେହି ଆଉ କେଉଁ କଥାର ବ୍ୟାଲାନ୍ସ ରଖିବାରେ ଅବହେଳା କରିଦେଉଛନ୍ତି ।

ବମ୍ବେ ନିବାସୀ ତ ବେପରୁଆ ନୁହଁନ୍ତି ନା ? ସବୁ କଥାରେ ବ୍ୟାଲାନ୍ସ ରଖୁଥିବା ଆତ୍ମା ଅଟ ନା ? ବ୍ୟାଲାନ୍ସ ରଖିବାର କଳାରେ ଚତୁର ଅଟ ନା । ତେବେ ବ୍ୟାଲାନ୍ସ ରଖିବା ମଧ୍ୟ ଏକ କଳା । ଏହି କଳାରେ ସମ୍ପନ୍ନ ଅଟ ନା! ବମ୍ବେକୁ ସମ୍ପତ୍ତି ସମ୍ପନ୍ନ ଦେଶ କୁହାଯାଏ । ତେବେ ବ୍ୟାଲାନ୍ସର ସମ୍ପତ୍ତି, ବ୍ଲେସିଙ୍ଗର ସମ୍ପତ୍ତିରେ ମଧ୍ୟ ସମ୍ପନ୍ନ ଅଟ ନା! ନରଦେସାବର ଅର୍ଥାତ୍ ପ୍ରାପ୍ତି କରାଇବାର ସ୍ଥାନ ଏହି ବରଦାନ ପ୍ରାପ୍ତ କରିଛ ? ଏବେ ବମ୍ବେ ନିବାସୀ କଣ ବିଶେଷତା ଦେଖାଇବେ ? ବମ୍ବେରେ କୋଟିପତି ବହୁତ ଅଛନ୍ତି ନା । ତେବେ ବମ୍ବେ ନିବାସୀ ପିଲାମାନଙ୍କୁ ଏହିଭଳି ଆତ୍ମାମାନଙ୍କୁ ଏହି ଅନୁଭବ କରାଇବା ଆବଶ୍ୟକ ଯେ ଆଧ୍ୟାତ୍ମିକ ଦୃଷ୍ଟିରୁ ଅବିନାଶୀ ପଦ୍ମାପଦ୍ମପତି, ସର୍ବ ସମ୍ପତ୍ତିର ଭଣ୍ଡାରର ମାଲିକ କାହାକୁ କୁହାଯାଏ, ଏହି କଥା ସେମାନଙ୍କୁ ଅନୁଭବ କରାଅ । ସେମାନେ ତ କେବଳ ବିନାଶୀ ଧନର ମାଲିକ ଅଟନ୍ତି, ଏହିଭଳି ଲୋକମାନଙ୍କୁ ଏହି ଅବିନାଶୀ ସମ୍ପତ୍ତିର ମହତ୍ୱ ଶୁଣାଇ ଅବିନାଶୀ ସମ୍ପତ୍ତିରେ ସମ୍ପନ୍ନ କର । ସେମାନେ ଅନୁଭବ କରନ୍ତୁ ଯେ ଏହି ସମ୍ପତ୍ତି ଅବିନାଶୀ ଏବଂ ଶ୍ରେଷ୍ଠ ଅଟେ । ତେବେ ଏହିଭଳି ସେବା କରୁଛ ନା! ସମ୍ପତ୍ତିବାନ ଲୋକମାନଙ୍କ ଦୃଷ୍ଟିରେ ଏହିମାନେ ହିଁ ଅବିନାଶୀ ଏବଂ ଶ୍ରେଷ୍ଠ ସମ୍ପତ୍ତିବାନ ଅଟନ୍ତି ଏହିଭଳି ଅନୁଭବ ହେଉ । ବୁଝିଲ! ଏପରି ଭାବ ନାହିଁ ଯେ ଏମାନଙ୍କର ତ ଡ୍ରାମାରେ ସ୍ୱର୍ଗକୁ ଯିବାର ପାର୍ଟ ହିଁ ନାହିଁ । ଶେଷ ସମୟରେ ଏମାନଙ୍କର ମଧ୍ୟ ଜାଗ୍ରତ ହେବାର ପାର୍ଟ ଅଛି । ସମ୍ବନ୍ଧରେ ଆସିବେ ନାହିଁ କିନ୍ତୁ ସମ୍ପର୍କରେ ଆସିବେ ସେଥିପାଇଁ ଏବେ ଏହିଭଳି ଆତ୍ମାମାନଙ୍କୁ ମଧ୍ୟ ଜାଗ୍ରତ କରିବାର ସମୟ ଆସିଗଲାଣି । ତେଣୁ ଖୁବ୍ ଭଲ ଭାବରେ ଏମାନଙ୍କୁ ଜାଗ୍ରତ କର କାହିଁକି ନା ଏମାନେ ବିନାଶୀ ସମ୍ପତ୍ତିର ନିଶାର ନିଦ୍ରାରେ ଶୋଇ ପଡିଛନ୍ତି । ନିଶାଗ୍ରସ୍ତ ଆତ୍ମାଙ୍କୁ ତ ବାରମ୍ବାର ଜାଗ୍ରତ କରିବାକୁ ପଡିଥାଏ । ସେମାନେ ଥରକରେ ଜାଗି ଉଠନ୍ତି ନାହିଁ । ତେଣୁ ଏବେ ଏହିଭଳି ନିଶାରେ ଶୋଇ ପଡିଥିବା ଆତ୍ମାମାନଙ୍କୁ ଅବିନାଶୀ ସମ୍ପତ୍ତିର ଅନୁଭବ ସହିତ ପରିଚିତ କରାଅ । ବୁଝିଲ । ବମ୍ବେ ନିବାସୀ ତ ମାୟାଜିତ୍ ଅଟ ନା! ମାୟାକୁ ସମୁଦ୍ରରେ ପକାଇ ଦେଇଛ ନା । ଅଟଳ ଗର୍ଭକୁ ଠେଲି ଦେଇଛ ନା ଉପରେ ଉପରେ ଭସାଇ ଦେଇଛ ? ଯଦି କୌଣସି ଜିନିଷ ଉପରେ ପଡିଥାଏ ତେବେ ଲହଡିରେ ଭାସୀ ଭାସୀ ପୁଣି କୂଳକ ଆସିଯାଏ, ତେଣୁ ଯଦି ଅତଳ ଗର୍ଭରେ ପକାଇ ଦେବ ତେବେ ସ୍ୱାହା ହୋଇଯିବ । ତେଣୁ ମାୟା ପୁଣି କୂଳକୁ ଆସି ଯାଉନାହିଁ ତ ? ବମ୍ବେ ନିବାସୀଙ୍କୁ ପ୍ରତ୍ୟେକ କଥାରେ ଦୃଷ୍ଟାନ୍ତ ମୂରତ ହେବାର ଅଛି । ପ୍ରତ୍ୟେକ ବିଶେଷତାରେ ଦୃଷ୍ଟାନ୍ତ ମୂରତ ହେବାର ଅଛି । ଯେପରି ବମ୍ବେର ସୁନ୍ଦରତାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ମଧ୍ୟ ଲୋକମାନେ ଆସୁଛନ୍ତି ନା! ସେହିଭଳି ତୁମମାନଙ୍କୁ ମଧ୍ୟ ଦୂର ଦୂରାନ୍ତରୁ ଦେଖିବା ପାଇଁ ଆସିବେ, ତେଣୁ ପ୍ରତ୍ୟେକ ଗୁଣର ବାସ୍ତବ ସ୍ୱରୂପ ହୋଇ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ହୁଅ । କହିବେ ଜୀବନରେ ଯଦି ସରଳତା ଦେଖିବାର ଅଛି ତେବେ ଅମୁକ ସେଣ୍ଟରକୁ ଯାଇ ଅମୁକ ପରିବାରକୁ ଦେଖ । ସହନଶୀଳତା ଦେଖିବାର ଅଛି ତ ଅମୁକ ସେଣ୍ଟରର ଅମୁକ ପରିବାରକୁ ଯାଇ ଦେଖ । ସବୁଥିରେ ସନ୍ତୁଳନ ରକ୍ଷା କରିବା ଦେଖିବାର ଅଛି ତ ଏହି ବିଶେଷ ଆତ୍ମାମାନଙ୍କ ଜୀବନକୁ ଦେଖ । ଏହିଭଳି ଚମତ୍କାରୀ କରିବ ନା । ବମ୍ବେ ନିବାସୀଙ୍କୁ ଦୁଇଗୁଣା ପ୍ରତିଦାନ ଦେବାର ଅଛି । ଗୋଟିଏ ହେଲା ଅମ୍ବା ମାଆ (ମମ୍ମା)ଙ୍କର ପାଳନାର ପ୍ରତିଦାନ, ଦ୍ୱିତୀୟରେ ବ୍ରହ୍ମାବବାଙ୍କର ବିଶେଷ ପାଳନାର ପ୍ରତିଦାନ ଦେବାକୁ ହେବ । ଜଗଦମ୍ବା ମାଆର ପାଳନା ମଧ୍ୟ ବମ୍ବେ ନିବାସୀଙ୍କୁ ବିଶେଷ ଭାବରେ ମିଳିଛି । ତେଣୁ ବମ୍ବେକୁ ସେତିକି ପ୍ରତିଦାନ ଦେବାକୁ ପଡିବ ନା! ବମ୍ବେର ପ୍ରତ୍ୟେକ ସ୍ଥାନରେ ଏବଂ ପ୍ରତ୍ୟେକ ବିଶେଷ ଆତ୍ମାଙ୍କ ଦ୍ୱାରା ବହ୍ମା ବାବାଙ୍କର, ଅମ୍ବା ମାଆଙ୍କର ଏବଂ ବିଶେଷ ଆତ୍ମାମାନଙ୍କର ବିଶେଷତା ଦେଖାଯାଉ ଏହାକୁ କୁହାଯାଏ ପ୍ରତିଦାନ ଦେବା । ଆଚ୍ଛା! ଆସିଛ ଭଲ କରିଛ । ନିଜ ବାପାର ଘରକୁ ବା ନିଜ ଘରକୁ ଆସିଛ ଭଲ କରିଛ ।

ବାବା ତ ସଦାସର୍ବଦା ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଗୋଟିଏ ଗୋଟିଏ ସନ୍ତାନ ବିଶ୍ୱ ପାଇଁ ଦୀପ ସଦୃଶ ଅଟନ୍ତି । କେବଳ କୁଳର ଦୀପ ନୁହଁନ୍ତି କିନ୍ତୁ ବିଶ୍ୱର ଦୀପ ଅଟନ୍ତି । ଯେହେତୁ ପ୍ରତ୍ୟେକ ସନ୍ତାନ ବିଶ୍ୱର କଲ୍ୟାଣ ଅର୍ଥେ ନିମିତ୍ତ ହୋଇଛନ୍ତି ତେଣୁ ବିଶ୍ୱ ପାଇଁ ଦୀପ ହୋଇଗଲେ ନା । ଏମିତି ତ ସାରା ବିଶ୍ୱ ମଧ୍ୟ ଏକ ବିଶାଳ କୁଳ ବା କୁଟୁମ୍ବ ଅଟେ । ସେହି ହିସାବରେ ସାରା ବିଶ୍ୱର କୁଳର ପ୍ରଦୀପ ମଧ୍ୟ କହିପାରିବ । କିନ୍ତୁ ହଦର ଅର୍ଥାତ୍ ଲୌକିକ କୁଳର ନୁହେଁ । ବେହଦର କୁଳ ପ୍ରଦୀପ କୁହ ବା ବିଶ୍ୱର ପ୍ରଦୀପ କୁହ । ଏହିଭଳି ଅଟ ନା । ସଦାସର୍ବଦା ଜାଗ୍ରତ ରହିଥିବା ଅର୍ଥାତ୍ ଜଳୁଥିବା ଦୀପ ଅଟ ନା ? ଧପଧପ ହେଉଥିବା ଦୀପ ତ ନୁହେଁ ନା! ଯେତେବେଳେ କୌଣସି ଲାଇଟ୍ ଧପଧପ ହେଉଥାଏ ତାକୁ ଚାହିଁଲେ ଆଖି ଖରାପ ହୋଇଯାଏ । ଭଲ ଲାଗିନଥାଏ ନା । ତେଣୁ ସର୍ବଦା ଜଳୁଥିବା ଦୀପ ଅଟ ନା । ଏହିଭଳି ଦୀପମାନଙ୍କୁ ଦେଖି ବାପଦାଦା ସର୍ବଦା ହର୍ଷିତ ହେଉଛନ୍ତି । ବୁଝିଲ । ଆଚ୍ଛା!

ସର୍ବଦା ପ୍ରତ୍ୟେକ କର୍ମରେ ସନ୍ତୁଳନ ରଖୁଥିବା, ସର୍ବଦା ବାବାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ କରୁଥିବା ପ୍ରତିପାଦରେ ଉଡିବାର ଅନୁଭବ କରୁଥିବା, ସର୍ବଦା ସ୍ନେହର ସାଗରରେ ସମାହିତ ହୋଇଯାଇଥିବା, ସମାନ ସ୍ଥିତିରେ ସ୍ଥିତ ରହୁଥିବା, ପଦ୍ମାପଦ୍ମ ଭାଗ୍ୟବାନ ଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ଦାଦୀମାନଙ୍କ ସହିତ:- ସମସ୍ତ ମୁକୁଟଧାରୀ ରତ୍ନ ଅଟ ନା! ଯେତେ ବଡ ମୁକୁଟ ସେତିକି ହାଲୁକାରୁ ହାଲୁକା ଅର୍ଥାତ୍ ନିଶ୍ଚିନ୍ତ ମଧ୍ୟ ରହୁଛ । ଏହିଭଳି ମୁକୁଟ ଧାରଣ କରିଛ, ଯାହାକି ପ୍ରତ୍ୟେକ କର୍ମ କରି ମଧ୍ୟ ମୁକୁଟଧାରୀ ହୋଇ ରହିପାରିବ । ରତ୍ନ ଜଡିତ ମୁକୁଟକୁ ତ ସମୟ ଅନୁସାରେ ଧାରଣ କରିବାକୁ ପଡେ ପୁଣି ଓହ୍ଲାଇବାକୁ ମଧ୍ୟ ପଡିଥାଏ କିନ୍ତୁ ଏହି ମୁକୁଟ ଏଭଳି ଯାହାକି ଓହ୍ଲାଇବାର ଆବଶ୍ୟକତା ହିଁ ନାହିଁ । ଶୋଇବା ସମୟରେ ମଧ୍ୟ ମୁକୁଟଧାରୀ ଏବଂ ଉଠିବା ପରେ ମଧ୍ୟ ମୁକୁଟଧାରୀ ହୋଇ ରହିପାରୁଛ । ଅନୁଭବ ଅଛି ନା! ମୁକୁଟ ହାଲୁକା ଅଟେ ନା ? ଓଜନିଆ ତ ନୁହେଁ ନା! ନାମ ବଡ କିନ୍ତୁ ଓଜନରେ ହାଲୁକା ସୁଖଦାୟୀ ବା ଖୁସି ପ୍ରଦାନକାରୀ ମୁକୁଟ । ବାବା ତୁମକୁ ବର୍ତ୍ତମାନ ଏଭଳି ମୁକୁଟଧାରୀ କରୁଛନ୍ତି ଯାହାକି ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ମୁକୁଟ ମିଳୁଥିବ । ଏହିଭଳି ମୁକୁଟଧାରୀ ପିଲାମାନଙ୍କୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ବାପଦାଦା ତ ମୁକୁଟ ପିନ୍ଧିବାର ଦିବସ ବା ଅଭିଶେଷ ଦିବସ ଏବେଠାରୁ ହିଁ ପାଳନ କରି ସଦାକାଳ ପାଇଁ ପ୍ରଥା ଆରମ୍ଭ କରି ଦେଲେ ବା ନିୟମ ତିଆରି କରିଦେଲେ । ସତ୍ୟଯୁଗରେ ମଧ୍ୟ ଅଭିଶେକ ଦିବସ ପାଳନ କରାଯିବ । ସଂଗମଯୁଗରେ ଯେଉଁ ଅଭିଶେକ ଦିବସ ପାଳନ କରୁଛ ତାହାର ସ୍ମାରକୀ ଅବିନାଶୀ ଭାବରେ ଚାଲୁ ହୋଇଯିବ । ବାବା ତ ଅବ୍ୟକ୍ତ ବତନରେ ମଧ୍ୟ ସେବାଧାରୀ ଅଟନ୍ତି କିନ୍ତୁ ସାକାର ବତନ (ଦୁନିଆ)ରୁ ତ ବାନପ୍ରସ୍ଥୀ ହୋଇଗଲେ ନା । ନିଜେ ବ୍ରହ୍ମାବାବା ସାକାର ଦୁନିଆରୁ ବାନପ୍ରସ୍ଥୀ ହୋଇ ପିଲାମାନଙ୍କୁ ମୁକୁଟ ଏବଂ ସିଂହାସନ ଦେଇ ନିଜେ ଅବ୍ୟକ୍ତ ବତନକୁ ଚାଲିଗଲେ । ତେଣୁ ଏହା ଅଭିଶେକ ଦିବସ ହୋଇଗଲା ନା! ଡ୍ରାମା ବିଚିତ୍ର ଅଟେ ନା! ଯଦି ଯିବା ପୂର୍ବରୁ ଜଣାଇ ଦେଇଥାନ୍ତେ ତେବେ ଡ୍ରାମାକୁ ବିଚିତ୍ର କୁହାଯାଇ ନଥାନ୍ତା । ଏଭଳି ବିଚିତ୍ର ଡ୍ରାମା ଯାହାର ଚିତ୍ର ଅଙ୍କନ କରାଯାଇପାରିବ ନାହିଁ । ବିଚିତ୍ର ବାବାଙ୍କର ବିଚିତ୍ର ପାର୍ଟ ଯାହାର ଚିତ୍ର ବୁଦ୍ଧିରେ ସଂକଳ୍ପ ଦ୍ୱାରା ମଧ୍ୟ ଆଙ୍କି ପାରିବ ନାହିଁ, ଏହାକୁ ହିଁ କୁହାଯାଉଛି ବିଚିତ୍ର, ସେଥିପାଇଁ ଏହା ବିଚିତ୍ର ଅଭିଶେକ ଦିବସ ହୋଇଗଲା । ବାପଦାଦା ସଦାସର୍ବଦା ମହାବୀର ପିଲାମାନଙ୍କୁ ମୁକୁଟଧାରୀ ରୂପରେ ଦେଖୁଛନ୍ତି । ବାପଦାଦା ପିଲାମାନଙ୍କୁ ସହଯୋଗ ଦେବାରେ ଲୁଚିଯାଇ ନାହାଁନ୍ତି କିନ୍ତୁ ସାକାର ଦୁନିଆରୁ ଲୁଚିଯାଇ ଅବ୍ୟକ୍ତ ଦୁନିଆରେ ଉଦୟ ହୋଇଗଲେ । ସାଥୀରେ ରହିବି, ସାଥୀରେ ଯିବି ଏହି ପ୍ରତିଜ୍ଞା ତ ନିଶ୍ଚିତ ରହିଛି ଏବଂ ରହିବ । ଏହି ପ୍ରତିଜ୍ଞା କେବେହେଲେ ଟଳିପାରିବ ନାହିଁ ସେଥିପାଇଁ ତ ବ୍ରହ୍ମାବାବା ଅପେକ୍ଷା କରି ରହିଛନ୍ତି । ନଚେତ୍ କର୍ମାତୀତ ହୋଇଯିବା କାରଣରୁ ଘରକୁ ମଧ୍ୟ ଫେରିଯାଇ ପାରିବେ । କୌଣସି ବନ୍ଧନ ତ ନାହିଁ ନା, କିନ୍ତୁ ସ୍ନେହର ବନ୍ଧନ ରହିଛି । ସ୍ନେହର ବନ୍ଧନ ଥିବା କାରଣରୁ ସାଥୀରେ ଯିବାର ପ୍ରତିଜ୍ଞାକୁ ପାଳନ କରୁଥିବା କାରଣରୁ ବାବାଙ୍କୁ ଅପେକ୍ଷା କରିବାକୁ ହିଁ ପଡିବ । ସାଥୀରେ ରହିବାକୁ ପଡିବ ଏବଂ ସାଥୀରେ ଯିବାକୁ ମଧ୍ୟ ପଡିବ । ଏହିଭଳି ଅନୁଭବ କରୁଛ ନା! ଆଚ୍ଛା ପ୍ରତ୍ୟେକ ସନ୍ତାନ ବିଶେଷ ଅଟେ । ଜଣ ଜଣଙ୍କର ବିଶେଷତାକୁ ବର୍ଣ୍ଣନା କରି ବସିଲେ କେତେ ହୋଇଯିବ! ବଡ ମାଳା ହୋଇଯିବ, ସେଥିପାଇଁ ମନ ଭିତରେ ହିଁ ରଖିଛନ୍ତି, ବର୍ଣ୍ଣନା କରୁନାହାଁନ୍ତି । ଆଚ୍ଛା

ବରଦାନ:-
ବ୍ୟର୍ଥ ବା ହଲଚଲ୍ କରୁଥିବା ବାଣୀଠାରୁ ମୁକ୍ତ ଡବଲ ଲାଇଟ୍ ଅବ୍ୟକ୍ତ ଫରିସ୍ତା ହୁଅ ।

ଯଦି ଅବ୍ୟକ୍ତ ଫରିସ୍ତା ହେବାର ଅଛି ତେବେ ବ୍ୟର୍ଥ ବାଣୀ ଯାହାକି କାହାକୁ ବି ଭଲ ଲାଗିନଥାଏ ସେଗୁଡିକୁ ସଦାକାଳ ପାଇଁ ସମାପ୍ତ କରିଦିଅ । କଥା ହୋଇଥିବ ଦୁଇଟି ଶବ୍ଦର କିନ୍ତୁ ତାକୁ ଲମ୍ବା କରି କହି ଚାଲିବା, ଏହା ମଧ୍ୟ ବ୍ୟର୍ଥ ଅଟେ । ଯେଉଁ କାମ ୪ଟି ଶବ୍ଦରେ ହୋଇପାରିବ ତାକୁ ୧୨-୧୫ ଶବ୍ଦରେ ଣୁଣାଅ ନାହିଁ । କମ କୁହ, ଧୀରେ କୁହ, ମଧୁର କଥା କୁହ... ଏହି ସ୍ଲୋଗାନକୁ ବେକରେ ପକାଇଦିଅ । ବ୍ୟର୍ଥ ବା ହଲଚଲ୍ କରୁଥିବା ବାଣୀରୁ ମୁକ୍ତ ହୁଅ, ତେବେ ଅବ୍ୟକ୍ତ ଫରିସ୍ତା ହେବାରେ ବହୁତ ସହଯୋଗ ମିଳିବ ।

ସ୍ଲୋଗାନ:-
ଯେଉଁମାନେ ନିଜକୁ ପରମାତ୍ମ ସ୍ନେହର ପ୍ରତିଦାନରେ ସ୍ୱାହା କରିଦିଅନ୍ତି, ସଫଳତା ସେମାନଙ୍କର ଗଳାର ମାଳା ହୋଇଯାଏ ।