14.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦିଓ
ଶରୀର ନିର୍ବାହ ପାଇଁ କର୍ମ କର କିନ୍ତୁ ଅତି କମରେ ୮ ଘଣ୍ଟା ବାବାଙ୍କୁ ସ୍ମରଣ କରି ସାରା ବିଶ୍ୱକୁ
ଶାନ୍ତିର ଦାନ ଦିଅ, ନିଜ ସମାନ କରିବାର ସେବା କର ।”
ପ୍ରଶ୍ନ:-
ସୂର୍ଯ୍ୟବଂଶୀ
କୁଳରେ ଉଚ୍ଚ ପଦ ପାଇବାର ପୁରୁଷାର୍ଥ କ’ଣ?
ଉତ୍ତର:-
ଯଦି ସୂର୍ଯ୍ୟବଂଶୀ କୁଳରେ ଉଚ୍ଚ ପଦ ପାଇବାକୁ ଚାହୁଁଛ ତେବେ ବାବାଙ୍କୁ ସ୍ମରଣ କର ଏବଂ
ଅନ୍ୟମାନଙ୍କୁ ମଧ୍ୟ କରାଅ । ଯେତେ-ଯେତେ ସ୍ୱଦର୍ଶନ ଚକ୍ରଧାରୀ ହେବ ଏବଂ ଅନ୍ୟମାନଙ୍କୁ କରାଇବ
ସେତେ ଉଚ୍ଚପଦ ପାଇବ । (୨) ପୁରୁଷାର୍ଥ କରି ସମ୍ମାନର ସହିତ ପାସ୍ ହୁଅ । ଏପରି କୌଣସି କର୍ମ ନ
ହେଉ ଯାହାକି ଦଣ୍ଡ ଭୋଗ କରିବାକୁ ପଡିବ । ଯିଏ ଦଣ୍ଡ ଭୋଗ କରିବ ତା’ର ପଦ ଭ୍ରଷ୍ଟ ହୋଇଯିବ ।
ଗୀତ:-
ଇସ ପାପ କୀ
ଦୁନିଆ ସେ...
ଓମ୍ ଶାନ୍ତି ।
ଏହା ହେଉଛି
ପିଲାମାନଙ୍କର ପ୍ରାର୍ଥନା । କେଉଁ ପିଲାମାନଙ୍କର? ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ
ଜାଣିନାହାଁନ୍ତି । ତୁମେମାନେ ଜାଣିଗଲଣି ଯେ, ଏହି ପାପର ଦୁନିଆରୁ ବାବା ଆମକୁ ପୁଣ୍ୟର ଦୁନିଆକୁ
ନେଇଯାଉଛନ୍ତି । ସେଠାରେ ସର୍ବଦା ଆରାମ ହିଁ ଆରାମ ରହିଛି । ଦୁଃଖର ନାମ ହିଁ ନାହିଁ । ଏବେ ନିଜର
ମନକୁ ପ୍ରଶ୍ନ ପଚାର ଯେ, ଆମେ ସେହି ସୁଖଧାମରୁ ପୁଣି ଏହି ଦୁଃଖଧାମକୁ କିପରି ଆସିଗଲୁ । ଏକଥା ତ
ସମସ୍ତେ ଜାଣିଛନ୍ତି ଯେ, ଭାରତ ପ୍ରାଚୀନ ଦେଶ ଅଟେ । ଭାରତ ହିଁ ସୁଖଧାମ ଥିଲା । ଏଠାରେ ଏକମାତ୍ର
ଭଗବାନ ଭଗବତୀଙ୍କର ରାଜ୍ୟ ଥିଲା । ଭଗବାନ କୃଷ୍ଣ, ଭଗବତୀ ରାଧା ଅଥବା ଭଗବାନ ନାରାୟଣ, ଭଗବତୀ
ଲକ୍ଷ୍ମୀ ରାଜ୍ୟ କରୁଥିଲେ । ସମସ୍ତେ ଜାଣିଛନ୍ତି ଯେ, ଏବେ ଭାରତବାସୀ ହିଁ ନିଜକୁ ପତିତ
ଭ୍ରଷ୍ଟାଚାରୀ କାହିଁକି କହୁଛନ୍ତି? ଏକଥା ମଧ୍ୟ ଜାଣିଛନ୍ତି ଯେ, ଭାରତ ସୁନାର ଚଢେଇ ଥିଲା,
ପାରସନାଥ, ପାରସନାଥିନୀଙ୍କର ରାଜ୍ୟ ଥିଲା ପୁଣି ଏହି ଭ୍ରଷ୍ଟାଚାରୀ ଅବସ୍ଥା କିପରି ହେଲା? ବାବା
ବୁଝାଉଛନ୍ତି - ମୋର ଜନ୍ମ ମଧ୍ୟ ଏହିଠାରେ ହିଁ ହେଉଛି; କିନ୍ତୁ ମୋର ଜନ୍ମ ଦିବ୍ୟ ଅଟେ ।
ତୁମେମାନେ ଜାଣିଛ ଯେ, ଆମେ ଶିବବଂଶୀ ଏବଂ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ଅଟୁ । ସେଥିପାଇଁ
ବାବା କହୁଛନ୍ତି ଯେ ପ୍ରଥମେ ପ୍ରଥମେ ଏହି କଥା ପଚାର - ଈଶ୍ୱର ପିତାଙ୍କୁ ଜାଣିଛ? ତେବେ ସେମାନେ
କହିବେ ଯେ, ସିଏ ତ ସମସ୍ତଙ୍କର ପିତା ପୁଣି ସମ୍ବନ୍ଧ କ’ଣ ପଚାରୁଛ? ସବୁ ଆତ୍ମାମାନେ ତ ଶିବବଂଶୀ
ଅଟନ୍ତି ତେଣୁ ସମସ୍ତେ ଭାଇ-ଭାଇ ହୋଇଗଲେ । ପୁଣି ସାକାର ପ୍ରଜାପିତା ବ୍ରହ୍ମାଙ୍କ ସହିତ କ’ଣ
ସମ୍ବନ୍ଧ ରହିଛି? ତେବେ ସମସ୍ତେ କହିବେ ସିଏ ମଧ୍ୟ ପିତା ଅଟନ୍ତି । ଯାହାଙ୍କୁ ଆଦିଦେବ ମଧ୍ୟ
କହୁଛନ୍ତି । ତେଣୁ ଶିବ ହୋଇଗଲେ ନିରାକାର ବାବା, ଯିଏକି ଅବିନାଶୀ ଅଟନ୍ତି । ଆତ୍ମାମାନେ ମଧ୍ୟ
ଅବିନାଶୀ ଅଟନ୍ତି । କିନ୍ତୁ ଆତ୍ମା ଏଠାରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥା’ନ୍ତି । ତେବେ
ସମସ୍ତେ, ନିରାକାର ଶିବବଂଶୀ ଅଟନ୍ତି । ତେଣୁ କୁମାର କୁମାରୀ ବୋଲି କୁହାଯିବ ନାହିଁ ।
ଆତ୍ମାମାନଙ୍କ ଭିତରେ କୁମାର କୁମାରୀର ସମ୍ବନ୍ଧ ନଥାଏ । ଯେତେବେଳେ ପ୍ରଜାପିତା ବ୍ରହ୍ମାଙ୍କର
ସନ୍ତାନ ହେଉଛନ୍ତି ସେତେବେଳେ କୁମାର କୁମାରୀ ହେଉଛନ୍ତି । ଶିବବଂଶୀ ତ ପ୍ରଥମରୁ କିନ୍ତୁ ଶିବବାବା
ପୁନର୍ଜନ୍ମରେ ଆସୁନାହାଁନ୍ତି । ଆମେ ଆତ୍ମାମାନେ ପୁନର୍ଜନ୍ମରେ ଆସୁଛୁ । ଆଚ୍ଛା ତୁମେମାନେ
ପୁଣ୍ୟ ଆତ୍ମା ଥିଲ ପୁଣି ପାପ ଆତ୍ମା କିପରି ହେଲ? ବାବା କହୁଛନ୍ତି - ତୁମେ ଭାରତବାସୀ ନିଜକୁ
ନିଜେ ଚାପୁଡା ମାରୁଛ । ପରମପିତା ବୋଲି କହୁଛ ପୁଣି ତାଙ୍କୁ ସର୍ବବ୍ୟାପୀ ବୋଲି କହିଦେଉଛ । ଯିଏ
ତୁମମାନଙ୍କୁ ପୁଣ୍ୟ ଆତ୍ମା କରୁଛନ୍ତି ତାଙ୍କୁ ତୁମେମାନେ କୁକୁର, ବିଲେଇ, ପଥର, ଗୋଡି ଭିତରେ
ଅଛନ୍ତି ବୋଲି କହିଦେଉଛ । ସିଏ ବେହଦର ବାବା ଯାହାଙ୍କୁ ତୁମେମାନେ ମନେ ପକାଉଛ । ସିଏ ହିଁ
ପ୍ରଜାପିତା ବ୍ରହ୍ମାଙ୍କର ମୁଖ ଦ୍ୱାରା ବ୍ରାହ୍ମଣ ରଚନା କରୁଛନ୍ତି । ତୁମେମାନେ ଏବେ ବ୍ରାହ୍ମଣରୁ
ଦେବତା ହେଉଛ । ଏକମାତ୍ର ବାବା ହିଁ ପତିତରୁ ପାବନ କରୁଛନ୍ତି । ତୁମେ ହିଁ ତାଙ୍କୁ ସବୁଠାରୁ
ଅଧିକ ଅପବାଦ ଦେଇଛ ସେଥିପାଇଁ ତୁମ ଉପରେ ଧର୍ମରାଜଙ୍କ ଦ୍ୱାରା କେସ୍ ଚାଲିବ । ତୁମର ସବୁଠାରୁ ବଡ
ଶତ୍ରୁ ହେଉଛି ୫ ବିକାର ରୂପୀ ରାବଣ । ଏବେ ତୁମମାନଙ୍କର ରାମ ବୁଦ୍ଧି ହୋଇଛି, ବାକି ସମସ୍ତଙ୍କର
ରାବଣ ବୁଦ୍ଧି । ରାମରାଜ୍ୟରେ ତୁମେ କେତେ ସୁଖୀ ଥିଲ । ରାବଣ ରାଜ୍ୟରେ କେତେ ଦୁଃଖୀ ହୋଇଯାଇଛ ।
ସେଠାରେ ପବିତ୍ର ବଂଶାବଳି ହେବ । ଏଠାରେ ପତିତ ବଂଶାବଳୀ ରହିଛନ୍ତି । ଏବେ କାହାର ମତରେ ଚାଲିବାକୁ
ହେବ? ପତିତ-ପାବନ ତ ଏକମାତ୍ର ନିରାକାର ଅଟନ୍ତି । ଈଶ୍ୱର ସର୍ବବ୍ୟାପୀ ହାଜିରା-ହଜୁର ଅର୍ଥାତ୍
ସର୍ବ ବିଦ୍ୟମାନ ଅଟନ୍ତି । ତେଣୁ ପ୍ରତିଜ୍ଞା ମଧ୍ୟ ଏହିପରି କରିଥା’ନ୍ତି । ଏକଥା କେବଳ ତୁମେମାନେ
ହିଁ ଜାଣିଛ ଯେ, ବର୍ତ୍ତମାନ ହିଁ ବାବା ଏଠାରେ ହାଜିର ଅର୍ଥାତ୍ ଉପସ୍ଥିତ ଅଛନ୍ତି । ଆମେ ଏହି ଆଖି
ଦ୍ୱାରା ହିଁ ଦେଖୁଛୁ । ଆତ୍ମା ଜାଣିଛି ଯେ, ପରମପିତା ପରମାତ୍ମା ଏହି ଶରୀରରେ ଆସିଛନ୍ତି । ଆମେ
ତାଙ୍କୁ ଜାଣିଛୁ, ଚିହ୍ନିଛୁ । ଶିବବାବା ପୁଣି ଥରେ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ ହୋଇ ଆମକୁ
ସମସ୍ତ ବେଦ ଶାସ୍ତ୍ରର ସାରାଂଶ ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇ ତ୍ରିକାଳଦର୍ଶୀ
କରୁଛନ୍ତି । ବାସ୍ତବରେ ସ୍ୱଦର୍ଶନ ଚକ୍ରଧାରୀମାନଙ୍କୁ ହିଁ ତ୍ରିକାଳଦର୍ଶୀ କୁହାଯାଇଥାଏ । କିନ୍ତୁ
ଏହି ଚକ୍ର ବିଷ୍ଣୁଙ୍କୁ ଦେଇ ଦେଉଛନ୍ତି । ତୁମେ ବ୍ରାହ୍ମଣ ହିଁ ପୁଣି ଥରେ ଦେବତା ହେଉଛ ।
ଦେବତାମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର । କିନ୍ତୁ ଏବେ ତୁମର ଶରୀର ତ ବିକାର ଦ୍ୱାରା
ସୃଷ୍ଟି ହୋଇଛି ନା! ଯଦିଓ ତୁମର ଆତ୍ମା ଅନ୍ତିମ ସମୟରେ ପବିତ୍ର ହୋଇଯାଉଛି; କିନ୍ତୁ ଶରୀର ତ
ପତିତ ନା । ସେଥିପାଇଁ ତୁମକୁ ସ୍ୱଦର୍ଶନ ଚକ୍ର ଦିଆଯାଇ ପାରିବ ନାହିଁ । ତୁମେ ସଂପୂର୍ଣ୍ଣ ହେଉଛ
ପୁଣି ବିଷ୍ଣୁଙ୍କର ବିଜୟ ମାଳାରେ ଆସୁଛ । ରୁଦ୍ରମାଳା ଏବଂ ବିଷ୍ଣୁଙ୍କର ମାଳା ରହିଛି ।
ରୁଦ୍ରମାଳା ହେଉଛି ନିରାକାରୀ ଆତ୍ମାମାନଙ୍କର ମାଳା ଏବଂ ସେମାନେ ଯେତେବେଳେ ସାକାରରେ ରାଜ୍ୟ
କରନ୍ତି ସେତେବେଳେ ମାଳା ତିଆରି ହୋଇଯାଏ । ଏହିସବୁ କଥାକୁ ତୁମେମାନେ ଏବେ ଜାଣୁଛ । ଗାୟନ ମଧ୍ୟ
କରୁଛ - ହେ ପତିତ-ପାବନ ଆସ ତେଣୁ ନିଶ୍ଚିତ ସିଏ ଜଣେ ହିଁ ଅଟନ୍ତି ନା, ସବୁ ପତିତମାନଙ୍କୁ
ପବିତ୍ର ଏକମାତ୍ର ବାବା ହିଁ କରନ୍ତି, ତେଣୁ ସିଏ ପତିତ-ପାବନ, ଅତି ପ୍ରିୟ ନିରାକାର ଈଶ୍ୱର ପିତା
ଅଟନ୍ତି । ସିଏ ହେଉଛନ୍ତି ବଡ ବାବା । ଛୋଟ ବାବାଙ୍କୁ ସମସ୍ତେ ବାବା-ବାବା ବୋଲି କହୁଛନ୍ତି ।
ଯେତେବେଳେ ଦୁଃଖ ଆସେ ସେତେବେଳେ ସମସ୍ତେ ପରମପିତା ପରମାତ୍ମାଙ୍କୁ ସ୍ମରଣ କରନ୍ତି । ଏହା ବହୁତ
ବୁଝିବାର କଥା । ପ୍ରଥମେ-ପ୍ରଥମେ ଏହି କଥା ବୁଝାଇବାକୁ ହେବ । ପରମପିତା ପରମାତ୍ମାଙ୍କ ସହିତ
ଆପଣଙ୍କର ସମ୍ବନ୍ଧ କ’ଣ? ଶିବ ଜୟନ୍ତୀ ତ ପାଳନ କରିଥା’ନ୍ତି? ନିରାକାର ପରମପିତା ପରମାତ୍ମାଙ୍କର
ମହିମା ବହୁତ ଉଚ୍ଚ । ଯେତେ ବଡ ପରୀକ୍ଷା ସେତେ ବଡ ଉପାଧି ମିଳିଥାଏ ନା । ବାବାଙ୍କର ଉପାଧି ତ
ବହୁତ ବଡ । ଦେବତାମାନଙ୍କର ମହିମା ତ ସାଧାରଣ । ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ....
ସବୁଠାରୁ ବଡ ହିଂସା ହେଉଛି କାମ ବିକାରରେ ଯାଇ ପରସ୍ପରକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେବା । ଏହା
ହେଉଛି ସବୁଠାରୁ ବଡ ହିଂସା । ଏବେ ତୁମକୁ ଡବଲ ଅହିଂସକ ହେବାକୁ ପଡିବ ।
ଭଗବାନୁବାଚ - ହେ
ପିଲାମାନେ ତୁମେ ଆତ୍ମା ଅଟ, ମୁଁ ପରମାତ୍ମା ଅଟେ । ତୁମେ ୬୩ ଜନ୍ମ ବିଷୟ ସାଗରରରେ ରହିଛ । ଏବେ
ମୁଁ ତୁମକୁ କ୍ଷୀର ସାଗରକୁ ନେଇଯାଉଛି । ବାକି ଶେଷ ସମୟରେ ତୁମେ ପବିତ୍ରତାର ପ୍ରତିଜ୍ଞା କର ।
ଏହା ତ ଭଲ ମତ ନା! ଏକଥା ମଧ୍ୟ କହୁଛନ୍ତି ଯେ, ଆମକୁ ପବିତ୍ର କର । ପବିତ୍ର ଆତ୍ମାମାନେ
ମୁ୍କ୍ତିରେ ରହିଥା’ନ୍ତି । ସତ୍ୟଯୁଗରେ ଜୀବନମୁକ୍ତି । ବାବା କହୁଛନ୍ତି ଯଦି ସୂର୍ଯ୍ୟବଂଶୀରେ
ଆସିବାକୁ ଚାହୁଁଛ ତେବେ ପୂରା ପୁରୁଷାର୍ଥ କର । ମୋତେ ମନେ ପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ମନେ
ପକାଇଦିଅ । ଯେତେ ଯେତେ ସ୍ୱଦର୍ଶନ ଚକ୍ରଧାରୀ ହେବ ଏବଂ ଅନ୍ୟକୁ କରାଇବ ସେତେ ଉଚ୍ଚପଦ ପାଇବ । ଏବେ
ଦେଖ ଏହି ପ୍ରେମ୍ ଝିଅ ଡେରାଡୁନ୍ରେ ରହୁଛି । ଏତେ ସବୁ ଡେରାଡୁନ୍ ନିବାସୀ ସ୍ୱଦର୍ଶନ ଚକ୍ରଧାରୀ
ତ ନଥିଲେ । ଏମାନେ ପୁଣି କିପରି ହେଲେ? ପ୍ରେମ ଝିଅ ସମସ୍ତଙ୍କୁ ନିଜ ସମାନ କରିଦେଇଛି । ଏହିଭଳି
ନିଜ ସଦୃଶ କରି-କରି ଦୈବୀ ବୃକ୍ଷର ବୃଦ୍ଧି ହୋଇଥାଏ । ଅନ୍ଧମାନଙ୍କୁ ସଜ୍ଜଳ କରିବାର ପୁରୁଷାର୍ଥ
କରିବାକୁ ହେବ ନା । ୮ ଘଣ୍ଟା ତ ତୁମକୁ ଛୁଟି ମିଳୁଛି । ଶରୀର ନିର୍ବାହ ପାଇଁ ଧନ୍ଦା ଆଦି
କରିବାକୁ ହେବ । ଯେଉଁଠି ବି ଯାଅ ଚେଷ୍ଟା କରି ମୋତେ ମନେ ପକାଅ । ଯେତେ ସମୟ ତୁମେ ବାବାଙ୍କୁ
ସ୍ମରଣ କରୁଛ ଏହାର ଅର୍ଥ ତୁମେମାନେ ସାରା ସୃଷ୍ଟିକୁ ଶାନ୍ତିର ଦାନ ଦେଉଛ । ଯୋଗବଳ ଦ୍ୱାରା
ସମସ୍ତଙ୍କୁ ଶାନ୍ତିର ଦାନ ଦେବା, କୌଣସି କଷ୍ଟସାଧ୍ୟ ନୁହେଁ । ହଁ କେବେ-କେବେ ସଂଗଠନ ଯୋଗରେ
ମଧ୍ୟ ବସାଯାଇଥାଏ କାହିଁକି ନା ସଂଗଠନର ବଳ ଏକତ୍ର ମିଳିଯାଏ । ବାବା ବୁଝାଇଛନ୍ତି - ଶିବବାବାଙ୍କୁ
ସ୍ମରଣ କରି ତାଙ୍କୁ କୁହ - ବାବା ଇଏ ଆମର କୁଳର ଅଟନ୍ତି, ଏହାଙ୍କର ବୁଦ୍ଧିର ତାଲା ଖୋଲ । ଏହା
ମଧ୍ୟ ଯୋଗ କରିବାର ଉପାୟ ଅଟେ । ଚାଲିବା ବୁଲିବା ସମୟରେ ଶିବବାବାଙ୍କର ୟାଦ ରହୁ ଏହି ଅଭ୍ୟାସ
ରଖିବାକୁ ହେବ । ବାବା ଏହାଙ୍କ ଉପରେ ଆଶୀର୍ବାଦ କର । ଆଶୀର୍ବାଦ ମଧ୍ୟ ବାବା ହିଁ ଦେଇଥା’ନ୍ତି
କାରଣ କରିଲାବାଲା ଦୟାଶୀଳ ତ ଏକମାତ୍ର ହିଁ ବାବା ଅଟନ୍ତି । ହେ ଭଗବାନ, ଏହାଙ୍କ ଉପରେ ଦୟା କର ।
ଏକଥା କେବଳ ଭଗବାନଙ୍କୁ ହିଁ କୁହାଯାଏ ନା । ସିଏ ହିଁ ଜ୍ଞାନର ସାଗର, ସୁଖର ସାଗର, ଦୟାର ସାଗର
ଅଟନ୍ତି । ପବିତ୍ରତାରେ ମଧ୍ୟ ପୂର୍ଣ୍ଣ, ସ୍ନେହରେ ମଧ୍ୟ ପରିପୂର୍ଣ୍ଣ ଅଟନ୍ତି । ବ୍ରାହ୍ମଣ କୁଳ
ଭୂଷଣମାନଙ୍କର ମଧ୍ୟ ପରସ୍ପର ଭିତରେ କେତେ ସ୍ନେହ ରହିବା ଦରକାର । କାହାକୁ ବି ଦୁଃଖ ଦେବା ଉଚିତ୍
ନୁହେଁ । ସେଠାରେ ଜୀବଜନ୍ତୁ କାହାକୁ ଦୁଃଖ ଦିଅନ୍ତି ନାହିଁ । ତୁମେମାନେ ଘରେ ରହି ମଧ୍ୟ
ଭାଇ-ଭାଇ ମଧ୍ୟରେ ଟିକିଏ କଥାରେ ଲଢେଇ । ସେଠାରେ ତ ଜୀବଜନ୍ତୁ ମଧ୍ୟ ଲଢେଇ କରିବେ ନାହିଁ । ତେଣୁ
ତୁମକୁ ମଧ୍ୟ ଏହି କଥା ଶିଖିବାକୁ ହେବ । ବାବା କହୁଛନ୍ତି ଯଦି ନ ଶିଖିବ, ତେବେ ବହୁତ ଦଣ୍ଡ ଭୋଗ
କରିବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେଣୁ ଦଣ୍ଡ ପାଇବା ଯୋଗ୍ୟ ଆମେ କାହିଁକି ହେବା! ସମ୍ମାନର
ସହିତ ପାସ୍ ହେବା ଦରକାର ନା । ଆଗକୁ ଗଲେ ବାବା ସବୁ ସାକ୍ଷାତ୍କାର କରାଇବେ । ଏବେ ସମୟ ବହୁତ କମ୍
ଅଛି ସେଥିପାଇଁ ଜଲ୍ଦି ଜଲ୍ଦି ପୁରୁଷାର୍ଥ କରିଚାଲ । ରୋଗଗ୍ରସ୍ଥ ସମୟରେ ସମସ୍ତଙ୍କୁ କହିଥା’ନ୍ତି
ଯେ, ରାମ-ରାମ କୁହ । ଏକଥା ଅନ୍ତରରୁ ମଧ୍ୟ କହିଥା’ନ୍ତି । ଶେଷ ସମୟରେ ମଧ୍ୟ କେହି-କେହି ବହୁତ
ତୀବ୍ର ବେଗରେ ଆଗକୁ ଯିବେ । ପରିଶ୍ରମ କରି ଆଗକୁ ବଢିଯିବେ । ତୁମେ ବହୁତ କିଛି ଆଶ୍ଚର୍ଯ୍ୟଜନକ
କଥା ଦେଖିବ । ନାଟକର ଶେଷରେ ଆଶ୍ଚର୍ଯ୍ୟଜନକ ଅଭିନୟ ରହିଥାଏ ନା! ଶେଷ ସମୟରେ ହିଁ ବାଃ-ବାଃ
ହୋଇଥାଏ, ସେହି ସମୟରେ ତ ବହୁତ ଖୁସିରେ ରହିବେ । ଯାହାଙ୍କ ପାଖରେ ଜ୍ଞାନ ନାହିଁ ସିଏ ତ ସେହିଠାରେ
ହିଁ ବେହୋସ ହୋଇଯିବେ । ଅପରେସନ୍ ସମୟରେ ଡାକ୍ତରମାନେ ଦୁର୍ବଳ ଲୋକକୁ ପାଖରେ ରଖନ୍ତି ନାହିଁ ।
ବିଭାଜନ ସମୟରେ କ’ଣ ହେଲା, ସମସ୍ତେ ଦେଖିଲେ ନା! ଏହା ତ ବହୁତ ଦୁଃଖଦାୟକ ସମୟ ଅଟେ । ଏହାକୁ ଖୁନେ
ନାହେକ ଅର୍ଥାତ୍ ନିର୍ଦ୍ଦୋଷକୁ ହତ୍ୟାର ଶିକାର ହେବାକୁ ପଡିବ । ଏହାକୁ ଦେଖିବା ପାଇଁ ବହୁତ
ସାହସ ଥିବା ଦରକାର । ତୁମର ଏହା ୮୪ଜନ୍ମର କାହାଣୀ ଅଟେ । ସତ୍ୟଯୁଗରେ ଆମେ ଦେବୀ-ଦେବତାମମାନେ
ହିଁ ରାଜ୍ୟ କରୁଥିଲୁ । ପୁଣି ମାୟାର ବଶବର୍ତ୍ତୀ ହୋଇ ବାମମାର୍ଗକୁ ଚାଲିଗଲୁ, ପୁଣି ଏବେ ଦେବତା
ହେବାକୁ ଯାଉଛୁ । ଏହି କଥା ସ୍ମରଣ କରିଚାଲ ତେବେ ତୁମର ନୌକା ପାରି ହୋଇଯିବ । ଏହା ହିଁ
ସ୍ୱଦର୍ଶନ ଚକ୍ର ଅଟେ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ସମାନ ସର୍ବଗୁଣରେ ସମ୍ପୂର୍ଣ୍ଣ ହେବାକୁ ପଡିବ । ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ରହିବାକୁ
ହେବ । କେବେ କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ ।
(୨) ଚାଲିବା ବୁଲିବା
ସମୟରେ ମଧ୍ୟ ବାବାଙ୍କୁ ସ୍ମରଣ କରିବାର ଅଭ୍ୟାସ କରିବାକୁ ହେବ । ଯୋଗଯୁକ୍ତ ହୋଇ ସାରା ବିଶ୍ୱକୁ
ଶାନ୍ତିର ଦାନ ଦେବାକୁ ହେବ ।
ବରଦାନ:-
ଜ୍ଞାନର
ରହସ୍ୟଗୁଡିକୁ ଜାଣି ସର୍ବଦା ଅଚଳ ସ୍ଥିତିରେ ରହୁଥିବା ନିଶ୍ଚୟବୁଦ୍ଧି ବିଘ୍ନ ବିନାଶକ ହୁଅ ।
ବିଘ୍ନ ବିନାଶକ ସ୍ଥିତିରେ
ସ୍ଥିତ ରହିବା ଦ୍ୱାରା ଯେତେ ବି ବଡ ବିଘ୍ନ ହୋଇଥିଲେ ମଧ୍ୟ ତାହା ଖେଳ ଭଳି ଅନୁଭବ ହେବ । ବିଘ୍ନକୁ
ଖେଳ ମନେ କରିବା ଦ୍ୱାରା କେବେହେଲେ ବିଚଳିତ ହେବ ନାହିଁ ବରଂ ଖୁସି-ଖୁସିରେ ବିଜୟୀ ହୋଇଯିବ ଏବଂ
ଡବଲ ଲାଇଟ୍ ସ୍ଥିତିରେ ରହିବ । ତେବେ ଡ୍ରାମା ଜ୍ଞାନର ସ୍ମୃତି ଦ୍ୱାରା ପ୍ରତ୍ୟେକ ବିଘ୍ନ ନଥିଙ୍ଗ୍
ନ୍ୟୁ ଅର୍ଥାତ୍ “କିଛି ବି ନୂଆ ନୁହେଁ” - ଏହିଭଳି ଅନୁଭବ ହୋଇଥାଏ । ବହୁତ ପୁରୁଣା କଥା ଭଳି
ଲାଗିଥାଏ । ମୁଁ ଅନେକ ଥର ଏହା ଉପରେ ବିଜୟୀ ହୋଇଛି - ଏହିଭଳି ନିଶ୍ଚୟ ବୁଦ୍ଧି, ଜ୍ଞାନର ରହସ୍ୟକୁ
ବୁଝିପାରୁଥିବା ପିଲାମାନଙ୍କର ହିଁ ସ୍ମାରକୀ “ଅଚଳ ଘର” ଅଟେ ।
ସ୍ଲୋଗାନ:-
ଯଦି ଦୃଢତାର
ଶକ୍ତି ସାଥୀରେ ଥିବ ତେବେ ସଫଳତା ଗଳାର ହାର ହୋଇଯିବ ।
ମାତେଶ୍ୱରୀଙ୍କ ଅମୂଲ୍ୟ
ମହାବାକ୍ୟ
ଆମେ ଯାହା ବି ଭଲ ବା
ମନ୍ଦ କର୍ମ କରୁ ତା’ର ଫଳ ନିଶ୍ଚିତ ରୂପେ ମିଳିଥାଏ । ଯେମିତି କେହି ଦାନପୁଣ୍ୟ କରିଥାଆନ୍ତି,
ଯଜ୍ଞ, ହବନ କରିଥା’ନ୍ତି, ପୂଜା ପାଠ କରିଥା’ନ୍ତି ଓ ଭାବନ୍ତି ଆମେ ଈଶ୍ୱର ଅର୍ଥେ ଯାହା ବି ଦାନ
କରିଛୁ ତାହା ପରମାତ୍ମାଙ୍କ ଦରବାରରେ ପହଞ୍ଚିଯିବ । ଯେବେ ଆମର ମୃତ୍ୟୁ ହେବ ସେହି ଫଳ ନିଶ୍ଚୟ
ମିଳିବ ଆଉ ଆମେ ମୁକ୍ତି ପାଇଯିବୁ । କିନ୍ତୁ ଏକଥା ଆମେ ବୁଝିସାରିଛୁ ଯେ ଏପରି କଲେ ସଦାକାଳ ପାଇଁ
କୌଣସି ଫାଇଦା ହେବାର ନାହିଁ । ଯେପରି କର୍ମ ଆମେ କରିବା ସେହି ଅନୁସାରେ ଅଳ୍ପକାଳ କ୍ଷଣ ଭଙ୍ଗୁର
ସୁଖର ପ୍ରାପ୍ତି ଅବଶ୍ୟ ହେବ । ମାତ୍ର ଯେପର୍ଯ୍ୟନ୍ତ ଆମର ବାସ୍ତବିକ ଜୀବନ ସୁଖମୟ ହୋଇ ନାହିଁ
ସେପର୍ଯ୍ୟନ୍ତ କୌଣସି ଫେରସ୍ତ (ରିଟର୍ଣ୍ଣ) ମିଳିବ ନାହିଁ । ଭଲେ ଆମେ କାହାକୁ ବି ପଚାରିବା, ଏହି
ଯାହା ସବୁ ତୁମେ କରିଆସୁଛ, ତାହା କରିବା ଦ୍ୱାରା ତୁମକୁ ସମ୍ପୂର୍ଣ୍ଣ ଲାଭ ମିଳୁଛି? ଏହାର ଜବାବ
ତାଙ୍କ ପାଖରେ ନଥିବ । ତେବେ ପରମାତ୍ମାଙ୍କ ପାଖରେ ପହଞ୍ଚିଲା ବା ନାହିଁ ଆମେ କିପରି ଜାଣିବା?
ଯେପର୍ଯ୍ୟନ୍ତ ଆମର ପ୍ରତ୍ୟକ୍ଷ ଜୀବନରେ ଶ୍ରେଷ୍ଠ କର୍ମ କରିନାହେଁ ସେ ପର୍ଯ୍ୟନ୍ତ କେତେ ବି
ମେହନତ କରନ୍ତୁ ମୁକ୍ତି ଜୀବନମୁକ୍ତି ପ୍ରାପ୍ତ କରିପାରିବ ନାହିଁ । ଆଚ୍ଛା ଦାନ ପୁଣ୍ୟ କଲ କିନ୍ତୁ
ସେଥିରେ କୌଣସି ବିକର୍ମ ବିନାଶ ତ ହେଲା ନାହିଁ । ତେବେ ମୁକ୍ତି-ଜୀବନମୁକ୍ତି କିପରି ପ୍ରାପ୍ତ
ହେବ । ଯଦିଓ ବହୁତ ସନ୍ଥ ପୁଣ୍ୟାତ୍ମା ରହିଛନ୍ତି ମାତ୍ର ଯେପର୍ଯ୍ୟନ୍ତ ତାଙ୍କ ପାଖରେ କର୍ମର
ଜ୍ଞାନ ନାହିଁ, ସେପର୍ଯ୍ୟନ୍ତ କର୍ମ, ଅକର୍ମ ହେବ ନାହିଁ, ନା ସେ ମୁକ୍ତି, ଜୀବନମୁକ୍ତିକୁ
ପ୍ରାପ୍ତ କରିପାରିବ । ତାଙ୍କୁ ବି ଏକଥା ମାଲୁମ ନାହିଁ ଯେ ସତ୍ୟ ଧର୍ମ କ’ଣ ଓ ସତ୍କର୍ମ କ’ଣ?
କେବଳ ମୁଖରେ ରାମ, ରାମ କହିଲେ ମୁକ୍ତି ମିଳିବ ନାହିଁ । ବାକି ଏପରି ଭାବି ନେବା ଯେ ମୃତ୍ୟୁ ପରେ
ଆମକୁ ମୁକ୍ତି ମିଳିଯିବ, ତାଙ୍କୁ ମାଲୁମ ନାହିଁ ମରିବା ପରେ କ’ଣ ଫାଇଦା ମିଳିବ? କିଛି ମଧ୍ୟ ନୁହେଁ
। ମଣିଷ ତା’ ଜୀବନରେ ମନ୍ଦ କର୍ମ କରୁ ବା ଭଲ କର୍ମ କରୁ ତାହା ଏଇ ଜୀବନରେ ଭୋଗିବାକୁ ପଡିବ । ଏବେ
ଏହି ସବୁ ଜ୍ଞାନ ଆମକୁ ପରମାତ୍ମା ଶିକ୍ଷକଙ୍କ ଦ୍ୱାରା ମିଳୁଛି କିପରି ଶୁଦ୍ଧ କର୍ମ କରି ନିଜର
ପ୍ରତ୍ୟକ୍ଷ ଜୀବନ ମୂଲ୍ୟବାନ କରିବା । ଆଚ୍ଛା!