14.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ୨୧ ଜନ୍ମର ସଂପୂର୍ଣ୍ଣ ପ୍ରାରବ୍ଧ ନେବା ପାଇଁ ବାବାଙ୍କ ଉପରେ ପୂରା-ପୂରା ବଳି ଚଢ ଅର୍ଥାତ୍ ସମ୍ପୂର୍ଣ୍ଣ ସମର୍ପଣ ହୋଇଯାଅ, ଅଧୁରା ନୁହେଁ, ବଳି ଚଢିବା ଅର୍ଥାତ୍ ବାବାଙ୍କର ହୋଇଯିବା ।

ପ୍ରଶ୍ନ:-
କେଉଁ ଗୁପ୍ତ କଥାକୁ ବୁଝିବା ପାଇଁ ବେହଦର ବୁଦ୍ଧି ଅର୍ଥାତ୍ ବିଶାଳ ବୁଦ୍ଧି ଦରକାର?

ଉତ୍ତର:-
ଏହା ବେହଦର ପୂର୍ବ ପ୍ରସ୍ତୁତ ଡ୍ରାମା, ଯାହା କିଛି ବିତିଗଲା ତାହା ହେଲା ଡ୍ରାମା । ଏବେ ଏହି ଡ୍ରାମା ଶେଷ ହେବାକୁ ଯାଉଛି । ଆମେ ସବୁ ଘରକୁ ଯିବା, ପୁଣି ନୂଆ ରୂପରେ ଅଭିନୟ ଆରମ୍ଭ ହେବ... ଏହି ଗହନ ରହସ୍ୟକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର । ଏହି ବେହଦ ରଚନାର ଅର୍ଥାତ୍ ବିଶାଳ ସୃଷ୍ଟିର ଜ୍ଞାନ ବେହଦର ବାବା ହିଁ ଦେଉଛନ୍ତି ।

ପ୍ରଶ୍ନ:-
ମନୁଷ୍ୟମାନେ କେଉଁ କଥାରେ ହାୟ-ହାୟ କରି ଚିତ୍କାର କରିଥାନ୍ତି ଏବଂ ତୁମେ ପିଲାମାନେ ଖୁସି ହୋଇଥାଅ?

ଉତ୍ତର:-
ଅଜ୍ଞାନୀ ଲୋକମାନେ ସାମାନ୍ୟ ରୋଗ ହେବା ମାତ୍ରେ ଚିତ୍କାର କରିଥାନ୍ତି, ତୁମେ ପିଲାମାନେ ଖୁସି ହୋଇଥାଅ କାହିଁକି ନା ତୁମେ ଜାଣିଛ ଯେ ଏହାଦ୍ୱାରା ମଧ୍ୟ ପୁରୁଣା ହିସାବ-କିତାବ ଚୁକ୍ତ ହେଉଛି ।

ଗୀତ:
ତୁନେ ରାତ ଗବାୟୀ ଶୋକେ...

ଓମ୍ ଶାନ୍ତି ।
ବାସ୍ତବରେ ଓମ୍ ଶାନ୍ତି କହିବାର ମଧ୍ୟ ଆବଶ୍ୟକତା ନାହିଁ । କିନ୍ତୁ କିଛି ନା କିଛି ପିଲାମାନଙ୍କୁ ବୁଝାଇବାକୁ ହିଁ ହୋଇଥାଏ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହୋଇଥାଏ । ଆଜିକାଲି ବହୁତ ଅଛନ୍ତି ଯେଉଁମାନେ ଓମ୍ ଶାନ୍ତି - ଓମ୍ ଶାନ୍ତି ଜପୁଛନ୍ତି । ଏହାର ଅର୍ଥ ତ ସେମାନେ ବୁଝୁ ନାହାଁନ୍ତି । ଓମ୍ ଶାନ୍ତି ଅର୍ଥାତ୍ ମୁଁ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତ । ଏକଥା ତ ଠିକ୍ କିନ୍ତୁ ଓମ୍ ଶିବୋହମ୍ ମଧ୍ୟ କହି ଦେଉଛନ୍ତି, ଏହା କହିବା ତ ଭୁଲ ହୋଇଗଲା । ବାସ୍ତବରେ ଏହି ଗୀତ ଆଦିର ମଧ୍ୟ ଆବଶ୍ୟକତା ନାହିଁ । ଦୁନିଆରେ ଆଜିକାଲି କର୍ଣ୍ଣରସ ବହୁତ ରହିଛି । ଏହି ସବୁ କର୍ଣ୍ଣରସରେ ଫାଇଦା କିଛି ନାହିଁ । ମନରସ ତ ବର୍ତ୍ତମାନ ହିଁ ଗୋଟିଏ କଥାର ଆସୁଛି । ବାବା ପିଲାମାନଙ୍କର ସମ୍ମୁଖରେ ବସି ବୁଝାଉଛନ୍ତି, କହୁଛନ୍ତି ତୁମେ ଭକ୍ତି ତ ବହୁତ କରିଛ, ଏବେ ଭକ୍ତିର ରାତ୍ରି ଶେଷ ହୋଇ ପୁଣି ପ୍ରଭାତ ହେଉଛି । ପ୍ରଭାତର ବହୁତ ମହତ୍ୱ ରହିଛି । ପ୍ରଭାତ ସମୟରେ ବାବାଙ୍କୁ ମନେ ପକାଇବାକୁ ହେବ । ସେହି ସମୟରେ ଭକ୍ତି ମଧ୍ୟ ବହୁତ କରିଥାନ୍ତି । ମାଳା ମଧ୍ୟ ଜପ କରିଥାନ୍ତି । ଏସବୁ ଭକ୍ତିମାର୍ଗର ପ୍ରଥା ଚାଲିଆସୁଛି । ବାବା କହୁଛନ୍ତି ପିଲାମାନେ ଏହି ନାଟକ ପୂରା ହେଉଛି, ପୁଣି ଥରେ ଏହି ଚକ୍ରର ପୁନରାବୃତ୍ତି ହେଉଛି । ସେଠାରେ ତ ଭକ୍ତିର ଆବଶ୍ୟକତା ନାହିଁ । ନିଜେ ହିଁ କହୁଛନ୍ତି ଯେ ଭକ୍ତି ପରେ ଭଗବାନ ମିଳିଥାନ୍ତି । ଭଗବାନଙ୍କୁ ମନେ ପକାଉଛନ୍ତି କାହିଁକି ନା ଦୁଃଖୀ ହୋଇପଡିଛନ୍ତି । ଯେବେ କୌଣସି ବିପଦ ଆସିଥାଏ ଅଥବା ରୋଗରେ ପଡିଥାନ୍ତି ତେବେ ଭଗବାନଙ୍କୁ ସ୍ମରଣ କରିଥାନ୍ତି, ଭକ୍ତ ହିଁ ଭଗବାନଙ୍କୁ ମନେ ପକାଇଥାନ୍ତି । ସତ୍ୟଯୁଗ ତ୍ରେତାରେ ଭକ୍ତି ହୋଇନଥାଏ । ନହେଲେ ସାରା କଳ୍ପ ଭକ୍ତିମାର୍ଗ ହୋଇଯିବ । ଭକ୍ତି, ଜ୍ଞାନ ଏବଂ ପରେ ରହିଛି ବୈରାଗ୍ୟ । ଭକ୍ତି ପରେ ପୁଣି ଦିନ ହେଉଛି । ନୂଆ ଦୁନିଆକୁ ଦିନ ବୋଲି କୁହାଯାଏ । ଭକ୍ତି, ଜ୍ଞାନ, ବୈରାଗ୍ୟ ଅକ୍ଷର ଠିକ୍ ଅଟେ । ତେବେ ବୈରାଗ୍ୟ କାହାଠାରୁ? ପୁରୁଣା ଦୁନିଆ, ପୁରୁଣା ସମ୍ବନ୍ଧ ଆଦିରୁ ବୈରାଗ୍ୟ । ଚାହୁଁଛନ୍ତି ଯେ ଆମେ ମୁକ୍ତିଧାମକୁ ବାବାଙ୍କ ପାଖକୁ ଯିବୁ । ଭକ୍ତି ପରେ ଆମକୁ ଭଗବାନ ନିଶ୍ଚିତ ମିଳିବେ । ଭକ୍ତମାନଙ୍କୁ ହିଁ ଭଗବାନ ବାବା ମିଳିଥାନ୍ତି । ଭକ୍ତମାନଙ୍କୁ ସଦ୍ଗତି ଦେବା ଭଗବାନଙ୍କର ହିଁ କାମ । ଆଉ କିଛି କରିବାର ନାହିଁ କେବଳ ବାବାଙ୍କୁ ଚିହ୍ନିବାକୁ ହେବ । ବାବା ହେଉଛନ୍ତି ଏହି ମନୁଷ୍ୟ ସୃଷ୍ଟିର ବୀଜ, ଏହାକୁ ଓଲଟା ବୃକ୍ଷ ବୋଲି କହୁଛନ୍ତି । ବୀଜରୁ ବୃକ୍ଷ କିପରି ବାହାରିଥାଏ, ଏହା ତ ବହୁତ ସହଜ ଅଟେ । ଏବେ ତୁମେ ଜାଣୁଛ ଯେ - ଏହି ବେଦ, ଶାସ୍ତ୍ର, ଗ୍ରନ୍ଥ ଆଦି ପଢିବା, ଜପ ତପ କରିବା ଏସବୁ ଭକ୍ତିମାର୍ଗର ଅଟେ । ଏହା ଭଗବାନଙ୍କୁ ପାଇବାର ସଚ୍ଚା ମାର୍ଗ ନୁହେଁ । ସଚ୍ଚା ମାର୍ଗ ତ ଭଗବାନ ହିଁ ଦେଖାଉଛନ୍ତି - ମୁକ୍ତି ଜୀବନମୁକ୍ତିର । ତୁମେ ଜାଣିଛ ଯେ ଏବେ ଡ୍ରାମା ଶେଷ ହେଉଛି, ଯାହା ବିତିଗଲା ତାହା ଡ୍ରାମା । ଏହାକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର । ବେହଦର ମାଲିକ ହିଁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର, ବେହଦର ଜ୍ଞାନ ଦେଉଛନ୍ତି । ତାଙ୍କୁ ଜ୍ଞାନେଶ୍ୱର, ରଚୟିତା ବୋଲି କୁହାଯାଏ । ଜ୍ଞାନେଶ୍ୱର ଅର୍ଥାତ୍ ଈଶ୍ୱରଙ୍କ ପାଖରେ ଜ୍ଞାନ ଅଛି, ଏହାକୁ କୁହାଯାଏ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ । ଈଶ୍ୱର ପିତାଙ୍କର ଜ୍ଞାନ । ତୁମେ ମଧ୍ୟ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ ହୋଇଛ, ଭଗବାନୁବାଚ - ବାସ୍ତବରେ ତୁମକୁ ମୁଁ ରାଜଯୋଗ ଶିଖାଉଛି ତେବେ ଭଗବାନ ଶିକ୍ଷକ ମଧ୍ୟ ହୋଇଗଲେ । ତୁମେ ବିଦ୍ୟାର୍ଥୀ ସହିତ ସନ୍ତାନ ମଧ୍ୟ ଅଟ । ପିଲାମାନଙ୍କୁ ଜେଜେବାପାଙ୍କଠାରୁ ବର୍ସା ମିଳିଥାଏ । ଏହା ତ ବହୁତ ସହଜ କଥା । ପିଲା ଯଦି ଯୋଗ୍ୟ ହୋଇନଥାଏ ତେବେ ପିତା ଲାତ ମାରି ବାହାର କରିଦେଇଥାଏ । ଧନ୍ଦାରେ ଯେଉଁମାନେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ଭାଗ ମିଳିଥାଏ । ତେଣୁ ତୁମର ମଧ୍ୟ ଜେଜେବାପାଙ୍କ ସମ୍ପତ୍ତିରେ ଅଧିକାର ଅଛି । ସିଏ ହେଉଛନ୍ତି ନିରାକାର । ପିଲାମାନେ ଜାଣିଛନ୍ତି ଯେ ଆମେ ଜେଜେବାପାଙ୍କଠାରୁ ବର୍ସା ନେଉଛୁ । ସିଏ ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି । ସିଏ ଜ୍ଞାନର ସାଗର ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ପତିତ-ପାବନ ବୋଲି କହିବା ନାହିଁ । ଏମାନେ ତ ଦେବତା ଅଟନ୍ତି । ତାଙ୍କୁ ସଦ୍ଗତି ଦାତା ବୋଲି କହିପାରିବା ନାହିଁ । ସିଏ ଜଣେ ମାତ୍ର ଅଟନ୍ତି । ତାଙ୍କୁ ହିଁ ସମସ୍ତେ ମନେ ପକାନ୍ତି । ବାବାଙ୍କ ବିଷୟରେ ନ ଜାଣିବା କାରଣରୁ କହିଦେଉଛନ୍ତି ଯେ ପରମାତ୍ମା ସମସ୍ତଙ୍କ ଭିତରେ ଅଛନ୍ତି । ଯଦି କାହାକୁ ସାକ୍ଷାତ୍କାର ହୋଇଗଲା ତେବେ ଭାବନ୍ତି ଯେ ହନୁମାନ ଦର୍ଶନ ଦେଲେ । ଭଗବାନ ତ ସର୍ବବ୍ୟାପୀ ଅଟନ୍ତି । କୌଣସି ଜିନିଷରେ ଯଦି ଭାବନା ରଖିବ ତେବେ ସାକ୍ଷାତ୍କାର ହୋଇଯାଏ । ଏଠାରେ ତ ପାଠପଢାର କଥା । ବାବା କହୁଛନ୍ତି ମୁଁ ଆସି ପିଲାମାନଙ୍କୁ ପାଠ ପଢାଉଛି । ତୁମେ ଦେଖୁଛ ମଧ୍ୟ ଯେ କିପରି ପାଠ ପଢାଉଛନ୍ତି । ଯେପରି ଅନ୍ୟ ଶିକ୍ଷକମାନେ ପାଠ ପଢାଇଥାନ୍ତି ସେହିପରି ବିଲକୁଲ୍ ସାଧାରଣ ରୀତିରେ ପଢାଉଛନ୍ତି । ଯଦି ବାରିଷ୍ଟର ହୋଇଥିବେ ତେବେ ନିଜ ଭଳି ବାରିଷ୍ଟର କରାଇବେ । ଏକଥା ତ ତୁମେ ହିଁ ଜାଣିଛ ଯେ ଏହି ଭାରତକୁ ସ୍ୱର୍ଗ କିଏ କରାଇଲା? ଏବଂ ଭାରତରେ ରହିଲବାଲା ସୂର୍ଯ୍ୟବଂଶୀ ଦେବୀ-ଦେବତାମାନେ କେଉଁଠାରୁ ଆସିଲେ? ଏକଥା ମନୁଷ୍ୟମାନେ ବିଲ୍କୁଲ୍ ଜାଣିନାହାଁନ୍ତି । ବର୍ତ୍ତମାନ ହେଲା ସଂଗମ । ତୁମେ ହିଁ ସଂଗମରେ ଛିଡା ହୋଇଛ, ଆଉ କେହି ସଂଗମରେ ନାହାଁନ୍ତି । ଏହି ସଂଗମର ମେଳା ଦେଖ କିପରି । ପିଲାମାନେ ଆସିଛନ୍ତି ବାବାଙ୍କ ସହିତ ମିଶିବା ପାଇଁ । ଏହି ମେଳା ହିଁ କଲ୍ୟାଣକାରୀ ଅଟେ । ବାକି ଆଉ ଯାହା ବି କୁମ୍ଭମେଳା ଆଦି ହେଉଛି, ତାହା ଦ୍ୱାରା କୌଣସି ପ୍ରାପ୍ତି ନାହିଁ । ସଂଗମକୁ ହିଁ ସଚ୍ଚା-ସଚ୍ଚା କୁମ୍ଭମେଳା କୁହାଯାଏ । ଗାୟନ କରନ୍ତି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁ କାଳ ପୁଣି ସିଏ ଆସି ସୁନ୍ଦର ସୁନେଲୀ ମେଳା କରିଦେଲେ । ଏହି ସମୟ କେତେ ସୁନ୍ଦର । ଏହି ସଂଗମର ସମୟ କେତେ କଲ୍ୟାଣକାରୀ କାହିଁକି ନା ବର୍ତ୍ତମାନ ସମୟରେ ହିଁ ସମସ୍ତଙ୍କର କଲ୍ୟାଣ ହୋଇଥାଏ । ବାବା ଆସି ସମସ୍ତଙ୍କୁ ପାଠ ପଢାଉଛନ୍ତି, ସିଏ ହେଲେ ନିରାକାର, ତାରକା ସଦୃଶ । ବୁଝାଇବା ପାଇଁ କେବଳ ଲିଙ୍ଗ ରୂପ ରଖି ଦେଇଛନ୍ତି । ବିନ୍ଦୁକୁ ରଖିବା ଦ୍ୱାରା କିଛି ବୁଝିପାରିବେ ନାହିଁ । ତୁମେ ବୁଝାଇ ପାରିବ ଯେ ଆତ୍ମା ଏକ ତାରା ସଦୃଶ । ବାବା ମଧ୍ୟ ତାରା ସଦୃଶ । ପେପରି ଆତ୍ମା ସେହିପରି ପରମପିତା ପରମାତ୍ମା । ଏଥିରେ କୌଣସି ଫରକ ନାହିଁ । ତୁମର ଆତ୍ମା ମଧ୍ୟ କ୍ରମାନୁସାରେ ରହିଛି । କାହାର ବୁଦ୍ଧିରେ କେତେ ଜ୍ଞାନ ଭରି ରହିଛି, ଆଉ ପୁଣି କାହାର ବୁଦ୍ଧିରେ କେତିକି ଅଛି । ଏବେ ତୁମେ ଜାଣୁଛ ଯେ ଆମେ ଆତ୍ମାମାନେ କିପରି ୮୪ ଜନ୍ମ ଭୋଗ କରୁଛୁ । ପ୍ରତ୍ୟେକଙ୍କୁ ନିଜର ହିସାବ-କିତାବ ଭୋଗ କରିବାକୁ ହିଁ ପଡିବ । ଯଦି କେହି ରୋଗରେ ପଡୁଛନ୍ତି, ତେବେ ହିସାବ ଚୁକ୍ତ ହେଉଛି । ଏପରି ନୁହେଁ ଯେ ଈଶ୍ୱରୀୟ ପିଲାମାନଙ୍କୁ ଏପରି କାହିଁକି ଭୋଗିବାକୁ ପଡୁଛି । ବାବା ବୁଝାଉଛନ୍ତି ଯେ ପିଲାମାନେ ଜନ୍ମ-ଜନ୍ମାନ୍ତରର ପାପ ରହିଛି । ଯଦିଓ କୁମାରୀ ଅଟନ୍ତି, କୁମାରୀ ଦ୍ୱାରା କଣ ପାପ ହୋଇଥିବ? କିନ୍ତୁ ଏଠାରେ ତ ଅନେକ ଜନ୍ମର ହିସାବ-କିତାବ ଚୁକ୍ତ ହେବାର ଅଛି ନା । ବାବା ବୁଝାଇଛନ୍ତି - ଯଦି ଏହି ଜନ୍ମରେ କରିଥିବା ପାପ ନ ଶୁଣାଇବ ତେବେ ଏହା ବୃଦ୍ଧି ହୋଇ ଚାଲିବ । କହିଦେବା ଦ୍ୱାରା ତାହା ବୃଦ୍ଧି ହେବ ନାହିଁ । ସମସ୍ତଙ୍କ ଭିତରେ ଭାରତ ପ୍ରଥମ ନମ୍ବର ପବିତ୍ର ଥିଲା, ଏବେ ଭାରତ ସବୁଠାରୁ ପତିତ ହୋଇଯାଇଛି । ତେଣୁ ଏହି ଭାରତବାସୀଙ୍କୁ ଅଧିକ ମେହନତ ମଧ୍ୟ କରିବାକୁ ପଡୁଛି । ଯିଏ ବହୁତ ସେବା କରୁଛନ୍ତି, ସିଏ ଜାଣିଥାନ୍ତି ଯେ ମୁଁ ବହୁତ ଉଚ୍ଚ ପଦ ନେବି । ଯଦି କିଛି ହିସାବ-କିତାବ ରହିଯାଇଥିବ ତେବେ ତ ଭୋଗିବାକୁ ପଡିବ । ସେହି କର୍ମଫଳ ମଧ୍ୟ ଖୁସିରେ ଭୋଗ କରିଥାନ୍ତି । ଅଜ୍ଞାନୀ ମନୁଷ୍ୟଙ୍କର କିଛି ହୋଇଗଲେ ହାୟହାୟ କରି ଚିତ୍କାର କରିଥାନ୍ତି । ଏଠାରେ ତ ଖୁସିରେ ଭୋଗିବାକୁ ପଡିବ । ଆମେ ହିଁ ପବିତ୍ର ଥିଲୁ ପୁଣି ଆମେ ହିଁ ସବୁଠାରୁ ଅଧିକ ପତିତ ହୋଇଛୁ । ଏହି ଶରୀର ଅଭିନୟ କରିବା ପାଇଁ ଆମକୁ ମିଳିଛି । ଏବେ ବୁଦ୍ଧିରେ ଆସୁଛି ଯେ, ଆମେ ସବୁଠାରୁ ଅଧିକ ପତିତ ହୋଇଛୁ । ତେଣୁ ବହୁତ ପରିଶ୍ରମ କରିବାକୁ ପଡୁଛି । ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଅମୁକକୁ କାହିଁକି ଏହି ରୋଗ ହୋଇଛି! ଆରେ ଦେଖ କୃଷ୍ଣଙ୍କ ନାମର ମଧ୍ୟ ଗାୟନ ରହିଛି ଶ୍ୟାମଳ, ସୁନ୍ଦର । ଚିତ୍ର ତିଆରି କରିଲାବାଲା ତ ବୁଝିନଥାନ୍ତି । ସେମାନେ ତ ରାଧାଙ୍କୁ ଗୋରା କୃଷ୍ଣଙ୍କୁ ଶ୍ୟାମଳ ଦେଖାଉଛନ୍ତି । ଭାବୁଛନ୍ତି ରାଧା କୁମାରୀ ଅଟନ୍ତି । ସେଥିପାଇଁ ତାଙ୍କର ସମ୍ମାନ ରଖୁଛନ୍ତି । ଭାବୁଛନ୍ତି ଯେ ସିଏ କିପରି କଳା ହେବେ । ଏହି କଥାକୁ ତୁମେ ହିଁ ବୁଝୁଛ । ଯେଉଁମାନେ ଦେବତା କୁଳର ଥିଲେ ସେମାନେ ନିଜକୁ ହିନ୍ଦୁ ଧର୍ମର ବୋଲି ଭାବୁଛନ୍ତି ।

ତୁମେ ଶ୍ରୀମତ ଆଧାରରେ ନିଜ କୁଳର ଉଦ୍ଧାର କରୁଛ । ସମସ୍ତ କୁଳକୁ ପବିତ୍ର କରାଇ, ଉଦ୍ଧାର କରି ଉପରକୁ ନେବାକୁ ହେବ । ତୁମେ ଉଦ୍ଧାରକାରୀ ସେନା ଅଟ ନା । ବାବା ହିଁ ଦୁର୍ଗତିରୁ ବାହାର କରି ସଦ୍ଗତି କରୁଛନ୍ତି, ତେଣୁ ସିଏ ହିଁ ସୃଷ୍ଟିକର୍ତ୍ତା, ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ବୋଲି ଗାୟନ ହୋଇଛି । ସିଏ ଅଭିନେତା କିପରି ଅଟନ୍ତି? ପତିତ-ପାବନ ବାବା ଆସି ପତିତ ଦୁନିଆରେ ସମସ୍ତଙ୍କୁ ପବିତ୍ର କରୁଛନ୍ତି, ତେଣୁ ସିଏ ମୁଖ୍ୟ ହେଲେ ନା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ କେହି କରି କରାଇଲାବାଲା କହିବେ ନାହିଁ । ଏବେ ତୁମେ ନିଜର ଅନୁଭବ ଦ୍ୱାରା କହିପାରିବ - ବାବା, ଯାହାଙ୍କୁ ଆମେ କରି କରାଇଲାବାଲା କହୁଛୁ ସିଏ ବର୍ତ୍ତମାନ ଅଭିନୟ କରୁଛନ୍ତି । ସିଏ ସଂଗମରେ ହିଁ ଅଭିନୟ କରିବେ । ତାଙ୍କୁ କେହି ଜାଣିନାହାଁନ୍ତି । ମନୁଷ୍ୟ ୧୬ କଳାରୁ ପୁଣି ତଳକୁ ଖସୁଛନ୍ତି । ଧିରେ ଧିରେ କଳା କମ୍ ହୋଇ ଯାଇଥାଏ । ପ୍ରତ୍ୟେକ ଜନ୍ମରେ କିଛି ନା କିଛି କଳା କମ ହୋଇଥାଏ । ସତ୍ୟଯୁଗରେ ୮ ଜନ୍ମ ନେବାକୁ ପଡିଥାଏ । ପ୍ରତି ଜନ୍ମରେ ଡ୍ରାମା ଅନୁସାରେ କିଛି ନା କିଛି କଳା କମ୍ ହୋଇଥାଏ । ଏବେ ହେଉଛି ଉପରକୁ ଚଢିବାର ପାଳି । ଯେବେ ପୂରା ଚଢି ଯିବ ପୁଣି ଧିରେ ଧିରେ ତଳକୁ ଓହ୍ଲାଇବ । ପିଲାମାନେ ଜାଣିଛନ୍ତି ଯେ ଏବେ ଏହି ରାଜଧାନୀ ସ୍ଥାପନ ହେଉଛି । ରାଜଧାନୀରେ ତ ସବୁ ପ୍ରକାରର ରହିବା ଦରକାର । ଯିଏ ଭଲ ଭାବରେ ଶ୍ରୀମତରେ ଚାଲୁଛନ୍ତି , ସିଏ ଉଚ୍ଚ ପଦ ପାଇଥାନ୍ତି । ତାହା ମଧ୍ୟ ବାବାଙ୍କ ଠାରୁ ଶ୍ରୀମତ ନେବା ଦରକାର । ବାବାଙ୍କ ପାଖକୁ ନିଜର ସଂପୂର୍ଣ୍ଣ ଚାର୍ଟ ମଧ୍ୟ ପଠାଅ, ତେବେ ଯାଇ ବାବା ରାୟ ଦେଇପାରିବେ । ଏପରି ନୁହେଁ ଯେ ବାବା ସବୁ କିଛି ଜାଣିଛନ୍ତି । ସିଏ ତ ସାରା ଦୁନିଆର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି । ଜଣ-ଜଣଙ୍କର ମନକୁ ବସି ଜାଣିବେ ନାହିଁ, ସିଏ ଜ୍ଞାନର ସାଗର ଅଟନ୍ତି । ବାବା କହୁଛନ୍ତି ମୁଁ ଆଦି ମଧ୍ୟ ଅନ୍ତକୁ ଜାଣିଛି, ସେଥିପାଇଁ ତ କହୁଛି ଯେ ତୁମେ ଏପରି ଏପରି ତଳକୁ ଖସୁଛ ଅର୍ଥାତ୍ ପତିତ ହେଉଛ । ପୁଣି ଏହିପରି ଉପରକୁ ଚଢୁଛ । ଏହି ପାର୍ଟ ଭାରତର ହିଁ ଅଟେ । ଭକ୍ତି ତ ସମସ୍ତେ କରୁଛନ୍ତି । ଯିଏ ସବୁଠାରୁ ଅଧିକ ଭକ୍ତି କରୁଛନ୍ତି ତାଙ୍କୁ ପ୍ରଥମେ ସଦଗତି ମିଳିବା ଦରକାର । ସେମାନେ ପୂଜ୍ୟ ଥିଲେ ପୁଣି ୮୪ ଜନ୍ମ ମଧ୍ୟ ସେମାନଙ୍କୁ ହିଁ ନେବାକୁ ହେବ । ସେମାନେ କ୍ରମାନୁସାରେ ଭକ୍ତି ମଧ୍ୟ କରିଛନ୍ତି । ଯଦିଓ ବର୍ତ୍ତମାନ ସମୟରେ ଜନ୍ମ ମିଳିଛି କିନ୍ତୁ ପୂର୍ବ ଜନ୍ମର ପାପ ତ ଅଛି ନା । ତାହା ଯୋଗ ବଳ ଦ୍ୱାରା ହିଁ କଟୁଛି । ଯୋଗ ହିଁ କଷ୍ଟସାଧ୍ୟ ଅଟେ । ତୁମ ପାଇଁ ବାବା କହୁଛନ୍ତି ଯେ ତୁମେ ମୋର ସ୍ମୃତିରେ ବସ ତେବେ ନିରୋଗୀ ହୋଇଯିବ । ବାବାଙ୍କଠାରୁ ଆମକୁ ସୁଖ, ଶାନ୍ତି, ପବିତ୍ରତାର ବର୍ସା ମିଳୁଛି । କେବଳ ବାବାଙ୍କୁ ମନେ ପକାଇବା ଦ୍ୱାରା ନିରୋଗୀ ଶରୀର ଏବଂ ଅଧିକ ଆୟୁଷ ମିଳିଥାଏ । ଏହି ଜ୍ଞାନ ଦ୍ୱାରା ତୁମେ ତ୍ରିକାଳଦର୍ଶୀ ହେଉଛ । ତ୍ରିକାଳଦର୍ଶୀର ଅର୍ଥ ମଧ୍ୟ କେହି ଜାଣିନାହାଁନ୍ତି । ରିଦ୍ଧି-ସିଦ୍ଧି କରିଲାବାଲା ମଧ୍ୟ ବହୁତ ଅଛନ୍ତି । ଏଠାରେ ବସି ମଧ୍ୟ ଲଣ୍ଡନ ପାର୍ଲିଆେମେଣ୍ଟ ଦେଖିପାରିବେ । କିନ୍ତୁ ଏହା ଦ୍ୱାରା ଲାଭ କିଛି ନାହିଁ । ଦିବ୍ୟଦୃଷ୍ଟି ଦ୍ୱାରା ହିଁ ସାକ୍ଷାତ୍କାର ହୋଇଥାଏ, ଏହି ସ୍ଥୂଳ ନୟନ ଦ୍ୱାରା ନୁହେଁ । ବର୍ତ୍ତମାନ ସମସ୍ତେ ଶ୍ୟାମଳ (ପତିତ) ଅଟନ୍ତି । ତୁମେ ବଳି ଚଢୁଛ ଅର୍ଥାତ୍ ବାବାଙ୍କର ହେଉଛ । ବ୍ରହ୍ମାବାବା ମଧ୍ୟ ସମ୍ପୂର୍ଣ୍ଣ ବଳି ଚଢିଲେ । ଯିଏ ଅଧା ବଳି ଚଢୁଛନ୍ତି ତାଙ୍କୁ ଅଧା ମିଳୁଛି । କିନ୍ତୁ ବ୍ରହ୍ମାବାବା ତ ପୂରା ବଳି ଚଢିଗଲେ ନା । ନିଜ ପାଖରେ ଯାହା କିଛି ଥିଲା ତାକୁ ସମର୍ପଣ କରିଦେଲେ । ଏତେ ସବୁ ଯେଉଁମାନେ ସମର୍ପଣ ହେଉଛନ୍ତି, ତାଙ୍କୁ ୨୧ ଜନ୍ମ ପାଇଁ ପ୍ରାପ୍ତି ମିଳୁଛି, ଏଥିରେ ଆତ୍ମହତ୍ୟା କରିବାର କୌଣସି କଥା ନାହିଁ । ଆତ୍ମହତ୍ୟା କଲାବାଲାଙ୍କୁ ମହାପାପୀ କୁହାଯାଏ । ଆତ୍ମା ନିଜ ଶରୀରର ହତ୍ୟା କରିବ, ଏହା ତ ଭଲ କଥା ନୁହେଁ । ମନୁଷ୍ୟ ଅନ୍ୟର ଗଳା କାଟିଥାନ୍ତି ଆଉ ଇଏ ନିଜର କାଟିଥାନ୍ତି ସେଥିପାଇଁ ଜୀବଘାତୀ, ମହାପାପୀ କୁହାଯାଏ ।

ବାବା ମିଠା-ମିଠା ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି । ତୁମେ ଜାଣିଛ ଯେ ବାବା କଳ୍ପ-କଳ୍ପର ସଂଗମଯୁଗରେ ଏହି କୁମ୍ଭମେଳାରେ ଆସୁଛନ୍ତି । ଇଏ ସେହି ମାତା-ପିତା ଅଟନ୍ତି । କହୁଛନ୍ତି ବାବା, ଆପଣ ଆମର ସବୁକିଛି, ପୁଣି ବାବା ମଧ୍ୟ କହୁଛନ୍ତି ବଚ୍ଚେ ତୁମେ ଆତ୍ମାମାନେ ହିଁ ମୋର ଅଟ । ତୁମେମାନେ ଜାଣିଛ ଯେ କଳ୍ପ ପୁର୍ବଭଳି ଶିବବାବା ଅସିଛନ୍ତି । ଯେଉଁମାନେ ପୁରା ୮୪ ଜନ୍ମ ନେଇଛନ୍ତି ସେମାନଙ୍କୁ ଶୃଙ୍ଗାର କରୁଛନ୍ତି । ତୁମର ଆତ୍ମା ଜାଣିଛି ଯେ ବାବା ନଜେଲଫୁଲ (ଜ୍ଞାନର ସାଗର) ପତିତ-ପାବନ ଅଟନ୍ତି । ସିଏ ଆମକୁ ବର୍ତ୍ତମାନ ସମସ୍ତ ଜ୍ଞାନ ଦେଉଛନ୍ତି । ସିଏ ଜ୍ଞାନର ସାଗର ଅଟନ୍ତି, ଏଥିରେ ଶାସ୍ତ୍ରର କୌଣସି କଥା ନାହିଁ । ଏଠାରେ ତ ଦେହ ସହିତ ସବୁ କିଛି ଭୁଲି ନିଜକୁ ଆତ୍ମା ବୋଲି ଭାବିବାକୁ ହେବ । ଯଦି ଏକମାତ୍ର ବାବାଙ୍କର ହୋଇଛ ତେବେ ସବୁ କିଛି ଭୁଲି ଯିବାକୁ ହେବ । ଅନ୍ୟ ସବୁଠାରୁ ବୁଦ୍ଧିଯୋଗ ତୁଟାଇ ଜଣଙ୍କ ସହିତ ଯୋଡିବାକୁ ହେବ । ଗାୟନ ମଧ୍ୟ କରୁଛନ୍ତି ଯେ ଆମେ ତୁମ ସହିତ ହିଁ ଯୋଡିବୁ । ବାବା ଆମେ ପୁରା ସମର୍ପଣ ହୋଇଯିବୁ । ବାବା କହୁଛନ୍ତି ଯେ ମୁଁ ମଧ୍ୟ ତୁମ ପାଖରେ ସମର୍ପଣ ହୋଇଯାଉଛି । ମିଠେ ବଚ୍ଚେ ସାରା ବିଶ୍ୱର ରାଜତ୍ତ୍ୱର ମାଲିକ ତୁମକୁ କରାଉଛି, ମୁଁ ତ ନିଷ୍କାମୀ ଅଟେ । ଯଦିଓ ମନୁଷ୍ୟ କହୁଛନ୍ତି ଯେ ଆମେ ନିଷ୍କାମ ସେବା କରୁଛୁ କିନ୍ତୁ ତାର ଫଳ ତ ମିଳିଥାଏ ନା । ବାବା ନିଷ୍କାମ ସେବା କରୁଛନ୍ତି, ଏକଥା ବି ତୁମେ ଜାଣିଛ । ଆତ୍ମା ଯାହା କହୁଛି ଯେ ମୁଁ ନିଷ୍କାମ ସେବା କରୁଛି, ତେବେ ଏହା କେଉଁଠାରୁ ଶିଖିଲ! ତୁମେ ଜାଣିଛ ଯେ ବାବା ହିଁ ନିଷ୍କାମ ସେବା କରୁଛନ୍ତି । ବାବା କଳ୍ପର ସଂଗମଯୁଗରେ ହିଁ ଆସୁଛନ୍ତି । ଏବେ ମଧ୍ୟ ତୁମ ସମ୍ମୁଖରେ ବସିଛନ୍ତି । ବାବା ନିଜେ କହୁଛନ୍ତି ଯେ ମୁଁ ତ ନିରାକାର ଅଟେ । ମୁଁ ତୁମକୁ ଏହି ବର୍ସା କିପରି ଦେବି? ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ କିପରି ଶୁଣାଇବି? ଏଥିରେ ପ୍ରେରଣାର କୌଣସି କଥା ନାହିଁ । ଶିବଜୟନ୍ତୀ ପାଳନ କରୁଛନ୍ତି ତେବେ ମୁଁ ନିଶ୍ଚିତ ଆସୁଛି ନା । ମୁଁ ଭାରତକୁ ହିଁ ଆସୁଛି । ଭାରତର ମହିଁମା ଶୁଣାଉଛି । ଭାରତ ଯିଏ ମହାନ୍ ପବିତ୍ର ଥିଲା, ଏବେ ପୁଣି ଥରେ ହେଉଛି । ବାବାଙ୍କର ପିଲାମାନଙ୍କ ପ୍ରତି କେତେ ସ୍ନେହ ରହିଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତ ଆଧାରରେ ନିଜ କୁଳର ଉଦ୍ଧାର କରିବାକୁ ହେବ । ସାରା କୁଳକୁ ପବିତ୍ର କରିବାକୁ ହେବ । ବାବାଙ୍କୁ ନିଜର ସଚ୍ଚା-ସଚ୍ଚା ଚାର୍ଟ ଦେବାକୁ ହେବ ।

(୨) ଯୋଗ ବଳ ଦ୍ୱାରା ନିଜର ଶରୀରକୁ ନିରୋଗୀ ରଖିବାକୁ ପଡିବ । ବାବାଙ୍କ ଉପରେ ପୂରା-ପୂରା ସମର୍ପଣ ହେବାକୁ ପଡିବ । ବୁଦ୍ଧିଯୋଗ ଅନ୍ୟ ସବୁ ଆଡୁ ତୁଟାଇ ଜଣଙ୍କ ସହିତ ଯୋଡିବାକୁ ହେବ ।

ବରଦାନ:-
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହି ସ୍ମୃତି ଦ୍ୱାରା ନିମିତ୍ତ ହୋଇ ସେବା କରୁଥିବା ସର୍ବ ଆକର୍ଷଣ ମୁକ୍ତ ହୁଅ ।

ଯେଉଁ ପିଲାମାନେ ସର୍ବଦା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହି ସ୍ମୃତିରେ ରହିଥାନ୍ତି ସେମାନଙ୍କର ମନ-ବୁଦ୍ଧି ସହଜରେ ଏକାଗ୍ର ହୋଇଯାଏ । ସେମାନେ ସେବା ମଧ୍ୟ ନିମିତ୍ତ ହୋଇ କରିଥାଆନ୍ତି ସେଥିପାଇଁ ସେବା ସହିତ ସେମାନଙ୍କର କୌଣସି ମୋହ ନଥାଏ । ତେବେ ମୋହର ଚିହ୍ନ ହେଲା - ଯେଉଁଠାରେ ମୋହର ଆକର୍ଷଣ ଥିବ ସେଠାକୁ ମନ-ବୁଦ୍ଧି ଆପେ ଆପେ ଚାଲିଯାଉଥିବ, ସେଥିପାଇଁ ସମସ୍ତ ଦାୟିତ୍ୱଗୁଡିକୁ ବାବାଙ୍କୁ ଅର୍ପଣ କରି ଟ୍ରଷ୍ଟୀ ବା ନିମିତ୍ତ ହୋଇ ଦାୟିତ୍ୱ ତୁଲାଅ ତେବେ ମୋହରୁ ମୁକ୍ତ ହୋଇଯିବ ।

ସ୍ଲୋଗାନ:-
ବିଘ୍ନ ହିଁ ଆତ୍ମାକୁ ବଳବାନ୍ କରିଥାଏ ସେଥିପାଇଁ ବିଘ୍ନକୁ ଡରି ଯାଅ ନାହିଁ ।