14.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେବେଠାରୁ ଶରୀରରେ ଆତ୍ମା ପ୍ରବେଶ କରେ ସେବେଠାରୁ ଏହି ଶରୀର ମୂଲ୍ୟବାନ ହୋଇଯାଏ, କିନ୍ତୁ ଶରୀରକୁ ଶୃଙ୍ଗାର କରାଯାଏ, ଆତ୍ମାକୁ ନୁହେଁ ।

ପ୍ରଶ୍ନ:-
ତୁମମାନଙ୍କର କର୍ତ୍ତବ୍ୟ କଣ ? ତୁମକୁ କେଉଁ ସେବା କରିବା ଉଚିତ୍ ?

ଉତ୍ତର:-
ତୁମର କର୍ତ୍ତବ୍ୟ ହେଉଛି ନିଜର ହମଜିନ୍ସ ଅର୍ଥାତ୍ ସମବର୍ଗୀ ବା ସମସାଥୀମାନଙ୍କୁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବାର ଉପାୟ ବତାଇବା । ତୁମକୁ ଏବେ ଭାରତର ପ୍ରକୃତ ଆତ୍ମିକ ସେବା କରିବାକୁ ହେବ । ଯେହେତୁ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ତୁମର ବୁଦ୍ଧି ଏବଂ ଚାଲି-ଚଳଣ ବହୁତ ରିଫାଇନ୍ ଅର୍ଥାତ୍ ମାର୍ଜିତ ହେବା ଉଚିତ୍ । କାହା ପ୍ରତି ସାମାନ୍ୟତମ ମଧ୍ୟ ମୋହ ନ ରହୁ ।

ଗୀତ:-
ନୟନ ହୀନ କୋ ରାହ ଦିଖାଓ...

ଓମ୍ ଶାନ୍ତି ।
ଡବଲ ଶାନ୍ତି । ତୁମମାନଙ୍କୁ ଓମ୍ ଶାନ୍ତିର ପ୍ରତ୍ୟୁତ୍ତରରେ ଓମ୍ ଶାନ୍ତି କହିବା ଉଚିତ୍ । ଆମର ସ୍ୱଧର୍ମ ହେଉଛି ଶାନ୍ତି । ତୁମେ କଣ ଏବେ ଶାନ୍ତି ପାଇଁ କେଉଁ ଆଡେ ଯିବ କି ? ମନୁଷ୍ୟ ମନର ଶାନ୍ତି ପାଇଁ ସାଧୁ-ସନ୍ଥ ମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି ନା । ତେବେ ମନ-ବୁଦ୍ଧି ତ ଆତ୍ମାର ଅଙ୍ଗ ଅଟେ । ଯେପରି ଏହି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ସେହିପରି ଆତ୍ମାରେ ମଧ୍ୟ ମନ, ବୁଦ୍ଧି ଏବଂ ଜ୍ଞାନ ଚକ୍ଷୁ ରହିଛି । ଜ୍ଞାନ ନେତ୍ର ଏହି ସ୍ଥୂଳ ଚକ୍ଷୁ ପରି ନୁହେଁ । କହୁଛନ୍ତି ହେ ପ୍ରଭୁ, ନୟନ ହୀନକୁ ବାଟ ବତାଅ । ତେବେ ପ୍ରଭୁ ଅଥବା ଈଶ୍ୱର କହିବା ଦ୍ୱାରା ପିତୃସ୍ନେହର କୌଣସି ଅନୂଭୁତି ହେଉ ନାହିଁ । ପିତାଙ୍କଠାରୁ ତ ପିଲାମାନଙ୍କୁ ସମ୍ପତ୍ତି ମିଳିଥାଏ । ଏଠାରେ ତ ତୁମେ ବାବାଙ୍କ ସମ୍ମୁଖରେ ବସିଛ । ପଢୁଛ ମଧ୍ୟ । ତୁମକୁ କିଏ ପଢାଉଛନ୍ତି ? ତୁମେ ଏପରି କହିବ ନାହିଁ ଯେ ପରମାତ୍ମା ଅଥବା ପ୍ରଭୁ ପଢାଉଛନ୍ତି । ତୁମେ କହିବ ଶିବବାବା ପଢାଉଛନ୍ତି, ବାବା ଅକ୍ଷର ତ ବିଲ୍କୁଲ୍ ସହଜ ଓ ମଧୁର । ପ୍ରତ୍ୟକ୍ଷରେ ବାପଦାଦା ମଧ୍ୟ । ଆତ୍ମାକୁ ଆତ୍ମା ହିଁ କୁହାଯାଏ, ଏମିତି ତ ସେ ପରମ ଆତ୍ମା ହିଁ ଅଟନ୍ତି । ସେ କହୁଛନ୍ତି ମୁଁ ପରମ ଆତ୍ମା ଅର୍ଥାତ୍ ପରମାତ୍ମା ତୁମର ପିତା ଅଟେ । ପୁଣି ମୋର ଡ୍ରାମା ଅନୁସାରେ ନାମ ରଖାଯାଇଛି ଶିବ । ଡ୍ରାମାରେ ସମସ୍ତଙ୍କର ନାମ ମଧ୍ୟ ଦରକାର ନା । ଶିବଙ୍କର ମନ୍ଦିର ମଧ୍ୟ ରହିଛି । ଭକ୍ତିମାର୍ଗରେ ତ ଗୋଟିଏ ନାମ ବଦଳରେ ଅନେକ ନାମ ରଖି ଦେଇଛନ୍ତି ଏବଂ ଅନେକ ଗୁଡିଏ ମନ୍ଦିର ତିଆରି କରି ଚାଲିଛନ୍ତି । ଜିନିଷ ତ ଗୋଟିଏ ହିଁ ଅଟେ । ସୋମନାଥଙ୍କର ମନ୍ଦିର କେତେ ବଡ ତିଆରି ହୋଇଛି । ମନ୍ଦିରକୁ କେତେ ସଜାଉଛନ୍ତି । ମହଲ ଆଦିକୁ ମଧ୍ୟ କେତେ ସଜାଉଛନ୍ତି । ଆତ୍ମାର ତ କୌଣସି ସାଜସଜ୍ଜା ହୁଏ ନାହିଁ, ସେହିପରି ପରମାତ୍ମାଙ୍କର ମଧ୍ୟ କୌଣସି ସାଜସଜ୍ଜା ନାହିଁ । ସେ ହେଉଛନ୍ତି ବିନ୍ଦୁ । ବାକି ଯାହା କିଛି ସଜାଯାଉଛି, ତାହା ଶରୀରମାନଙ୍କର ସାଜସଜ୍ଜା । ବାବା କହୁଛନ୍ତି ନା ମୋର ଶୃଙ୍ଗାର ହେଉଛି ନା ଆତ୍ମାର ଶୃଙ୍ଗାର ହେଉଛି ଆତ୍ମା ହେଉଛି ବିନ୍ଦୁ । ଶରୀର ବିନା ଏତେ ଛୋଟ ବିନ୍ଦୁ ତ କୌଣସି ଅଭିନୟ କରିପାରିବ ନାହିଁ । ସେହି ଛୋଟ ଆତ୍ମାଟି ଶରୀରରେ ପ୍ରବେଶ କରୁଥିବାରୁ ଶରୀରକୁ କେତେ ପ୍ରକାରେ ସଜାଯାଉଛି । ମନୁଷ୍ୟଙ୍କର କେତେ ପ୍ରକାରର ନାମ ରହିଛି । ରାଜା-ରାଣୀଙ୍କୁ କିପରି ସଜାଯାଉଛି, ଆତ୍ମା ତ ସାଧାରଣ ବିନ୍ଦୁ ହିଁ ଅଟେ । ଏବେ ତୁମେ ପିଲାମାନେ ଏସବୁକୁ ବୁଝିସାରିଛ । ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ । ବାବା କହୁଛନ୍ତି ମୋ ଠାରେ ମଧ୍ୟ ଜ୍ଞାନ ଅଛି ନା । ଶରୀରରେ କଣ ଜ୍ଞାନ ଥାଏ କି ମୋ ଆତ୍ମାରେ ହିଁ ଜ୍ଞାନ ଥାଏ, ତୁମକୁ ଶୁଣାଇବା ପାଇଁ ମୋତେ ଏହି ଶରୀର ନେବାକୁ ପଡିଥାଏ । ଶରୀର ବିନା ତ ତୁମେ ଶୁଣିପାରିବ ନାହିଁ । ଏହି ଗୀତ ଲେଖାଯାଇଛି -- ନୟନହୀନକୁ ରାସ୍ତା ବତାଅ... କଣ ଶରୀରକୁ ମାର୍ଗଦର୍ଶନ ଦିଆଯିବ ? ନାଁ, ଆତ୍ମାକୁ । ଆତ୍ମା ହିଁ ଡାକୁଛି । ଶରୀରର ତ ଦୁଇଟି ନେତ୍ର ରହିଛି । ତିନୋଟି ନେତ୍ର ତ ହୋଇପାରିବ ନାହିଁ । ତୃତୀୟ ନେତ୍ର ଅର୍ଥାତ୍ ମସ୍ତକରେ ତିଳକ ମଧ୍ୟ ଲଗାଉଛନ୍ତି । କେହି କେବଳ ବିନ୍ଦୁ ସଦୃଶ ଦିଅନ୍ତି, କେହି ଗାର ଟାଣନ୍ତି । ବିନ୍ଦୁ ତ ଆତ୍ମା ଅଟେ । ବାକି ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଆତ୍ମାରେ ପୂର୍ବରୁ ଏହି ଜ୍ଞାନର ତୃତୀୟ ନେତ୍ର ନଥିଲା । କୌଣସି ମନୁଷ୍ୟଙ୍କୁ ତିଳେ ହେଲେ ଏହି ଜ୍ଞାନ ନାହିଁ, ସେଥିପାଇଁ ଜ୍ଞାନ ନେତ୍ରହୀନ କୁହାଯାଉଛି । ବାକି ସ୍ଥୂଳ ନେତ୍ର ତ ସମସ୍ତଙ୍କର ଅଛି । ସମଗ୍ର ଦୁନିଆରେ ତୃତୀୟ ନେତ୍ର କାହାର ନାହିଁ । ତୁମେ ସର୍ବୋତ୍ତମ ବ୍ରାହ୍ମଣ କୂଳର ଅଟ । ତୁମେ ଜାଣିଛ ଭକ୍ତିମାର୍ଗ ଏବଂ ଜ୍ଞାନମାର୍ଗରେ କେତେ ଫରକ ରହିଛି । ତୁମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ଚକ୍ରବର୍ତ୍ତୀ ରାଜା ହେଉଛ । ଯେପରି ଆଇ.ସି.ଏସ୍ ଯୋଗ୍ୟତାଧାରୀ ମଧ୍ୟ ବହୁତ ଉଚ୍ଚ ପଦ ପାଇଥାନ୍ତି । କିନ୍ତୁ ଏଠାରେ ପାଠପଢା ଦ୍ୱାରା କେହି ସାଂସଦ ଆଦି ହେଉ ନାହାଁନ୍ତି । ଏଠାରେ ତ ନିର୍ବାଚନ ହେଉଛି । ଭୋଟ ଦ୍ୱାରା ସାଂସଦ ଆଦି ହେଉଛନ୍ତି । ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି । ଆଉ କେହି ଏପରି କହିବେ ନାହିଁ ଯେ ମୁଁ ଆତ୍ମାକୁ ମତ ଦେଉଛି । ସେମାନେ ସମସ୍ତେ ହେଲେ ଦେହ-ଅଭିମାନୀ । ବାବା ହିଁ ଆସି ଦେହୀ-ଅଭିମାନୀ ହେବା ଶିଖାଉଛନ୍ତି । ସମସ୍ତେ ଦେହ ଅଭିମାନୀ ଅଟନ୍ତି । ମନୁଷ୍ୟ ଶରୀର କେତେ ଚାକଚକ୍ୟ ରଖୁଛନ୍ତି । ଏଠାରେ ତ ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି । ଶରୀର ହେଉଛି ବିନାଶୀ, ପଇସାକର ମୂଲ୍ୟ ନୁହେଁ । ଜୀବଜନ୍ତୁଙ୍କର ତ ହେଲେ ଚମଡା ଆଦି ବିକ୍ରି ହୋଇଥାଏ । ମନୁଷ୍ୟମାନଙ୍କର ଶରୀର ତ କୌଣସି କାମରେ ଆସୁ ନାହିଁ । ଏବେ ବାବା ଆସି ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ କରାଉଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଦେବତା ହେବାକୁ ଯାଉଛୁ ତେଣୁ ଏହି ନିଶା ଚଢି ରହିବା ଉଚିତ୍ । କିନ୍ତୁ ଏହି ନିଶା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହୁଛି । ଧନର ମଧ୍ୟ ନିଶା ରହିଥାଏ ନା । ଏବେ ତୁମେ ପିଲାମାନେ ବହୁତ ଧନବାନ୍ ହେଉଛ । ତୁମର ବହୁତ ରୋଜଗାର ହେଉଛି । ତୁମର ମହିମା ମଧ୍ୟ ଅନେକ ପ୍ରକାରର ରହିଛି । ତୁମେ ଫୁଲର ବଗିଚା ତିଆରି କରୁଛ । ସତ୍ୟଯୁଗକୁ ଗାର୍ଡେନ୍ ଅଫ୍ ଫ୍ଲାୱାର ଅର୍ଥାତ୍ ଫୁଲର ବଗିଚା କୁହାଯାଉଛି । ଏହାର ଚାରା କେବେ ଲାଗୁଛି ଏକଥା ମଧ୍ୟ କାହାକୁ ଜଣା ନାହିଁ । ତୁମକୁ ବାବା ବୁଝାଉଛନ୍ତି ମୋତେ ଡାକୁଛନ୍ତି ମଧ୍ୟ ହେ ବାଗବାନ ଅର୍ଥାତ୍ ବଗିଚାର ମାଲିକ ଆସ । ତାଙ୍କୁ ମାଳି କୁହାଯିବ ନାହିଁ । ସେଣ୍ଟର ସମ୍ଭାଳୁଥିବା ସନ୍ତାନମାନେ ମାଳି ଅଟନ୍ତି । ଅନେକ ପ୍ରକାରର ମାଳି ରହିଛନ୍ତି । ବାଗବାନ ଜଣେ ହିଁ ଅଟନ୍ତି । ମୋଗଲ ଗାର୍ଡନର ମାଳିକୁ ଦରମା ମଧ୍ୟ ବହୁତ ମିଳୁଥିବ ନା । ଏତେ ସୁନ୍ଦର ବଗିଚା ତିଆରି କରୁଛନ୍ତି ଯେ ସମସ୍ତେ ଦେଖିବାକୁ ଆସୁଛନ୍ତି । ମୋଗଲମାନେ ବହୁତ ସୌଖୀନ ଥିଲେ, ତାଙ୍କର ସ୍ତ୍ରୀ ମରିଗଲା ତେଣୁ ତାଜମହଲ ତିଆରି କଲେ । ତାଙ୍କର ନାମ ପ୍ରଚଳିତ ହୋଇ ଆସୁଛି । କେତେ ଭଲ-ଭଲ ସ୍ମୃତି ଚିହ୍ନ ତିଆରି କରିଛନ୍ତି । ତେଣୁ ବାବା ବୁଝାଉଛନ୍ତି, ମନୁଷ୍ୟଙ୍କର କେତେ ମହିମା ହେଉଛି । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । ଲଢେଇରେ ଢେରକୁ ଢେର ମନୁଷ୍ୟ ମରୁଛନ୍ତି, ପୁଣି କଣ କରୁଛନ୍ତି । ସେ ଶବକୁ କିରୋସିନ୍, ପେଟ୍ରୋଲ୍ ପକାଇ ଖଲାସ କରିଦେଉଛନ୍ତି । କେହି ତ ସେମିତି ପଡି ରହିଥାନ୍ତି । କବର ଦେବା ସମ୍ଭବ ହୁଏ ନାହିଁ । କେହି ପଚାରନ୍ତି ନାହିଁ । ତେବେ ଏବେ ତୁମକୁ କେତେ ନାରାୟଣୀ ନିଶା ଚଢିବା ଉଚିତ୍ । ଏହା ହେଉଛି ବିଶ୍ୱର ମାଲିକପଣର ନିଶା । ଏହା ସତ୍ୟନାରାୟଣର କଥା ଅଟେ ତେବେ, ନିଶ୍ଚୟ ନାରାୟଣ ହିଁ ହେବ । ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି । ବାବା ହିଁ ଦେଉଛନ୍ତି । ତୃତୀୟ ନେତ୍ରର କଥା ମଧ୍ୟ ରହିଛି । ଏସବୁର ଅର୍ଥ ବାବା ବସି ବୁଝାଉଛନ୍ତି । କଥା ଶୁଣାଇଲାବାଲା କିଛି ହେଲେ ଜାଣି ନାହାଁନ୍ତି । ଅମର କଥା ମଧ୍ୟ ଶୁଣାଇଥାନ୍ତି । କେତେ ଦୂର ଅମରନାଥ ଯାତ୍ରା ପାଇଁ ଯାଉଛନ୍ତି । ବାବା ତ ଏଠାକୁ ଆସି ଶୁଣାଉଛନ୍ତି । ଉପରେ ତ ଶୁଣାଉ ନାହାଁନ୍ତି । ସେଠାରେ କଣ ବସି ପାର୍ବତୀଙ୍କୁ ଅମରନାଥ ଶୁଣାଇଥିଲେ କି । ଏହିପରି ଯେଉଁ କଥା ସବୁ ଲେଖିଛନ୍ତି ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ପୁଣି ମଧ୍ୟ ହେବ । ବାବା ବସି ତୁମକୁ ଭକ୍ତି ଏବଂ ଜ୍ଞାନର ପ୍ରଭେଦ ବତାଉଛନ୍ତି । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । କହୁଛନ୍ତି ନା ହେ ପ୍ରଭୁ, ଅନ୍ଧମାନଙ୍କୁ ରାସ୍ତା ବତାଅ । ଭକ୍ତିମାର୍ଗରେ ଡାକୁଛନ୍ତି । ବାବା ଆସି ତୃତୀୟ ନେତ୍ର ଦେଉଛନ୍ତି, ତୁମ ବ୍ୟତୀତ ତାହା ବିଷୟରେ କାହାକୁ ବି ଜଣା ନାହିଁ । ଜ୍ଞାନର ତୃତୀୟ ନେତ୍ର ନଥିଲେ କୁହାଯିବ ଚୁଁଚା, ଧୂନ୍ଧକାରୀ ଅର୍ଥାତ୍ ଦୃଷ୍ଟି କାହାର କିପରି, କାହାର କିପରି ହୋଇଥାଏ ନା । ଯଦ୍ୱାରା ତାମସିକ ଆଚରଣ କରିଥାନ୍ତି । କାହାର ବହୁତ ସୁନ୍ଦର ଆଖି ହୋଇଥାଏ । ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ ପୁଣି ମିସ୍ ଇଣ୍ଡିଆ, ମିସ୍ ଅମକ ନାମ ଦିଆଯାଏ । ତୁମକୁ ଏବେ ବାବା କଣରୁ କଣ କରାଉଛନ୍ତି । ସେଠାରେ ତ ପ୍ରାକୃତ୍ତିକ ସୌନ୍ଦର୍ଯ୍ୟ ରହିବ । କୃଷ୍ଣଙ୍କର ଏତେ ମହିମା କାହିଁକି ହେଉଛି ? କାହିଁକି ନା ସବୁଠାରୁ ଅଧିକ ସୁନ୍ଦର ହେଉଛନ୍ତି । ସର୍ବ ପ୍ରଥମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି, ସେଥିପାଇଁ ପ୍ରଥମ ନମ୍ବରରେ ଗାୟନ ରହିଛି । ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି । ବାବା ବାରମ୍ବାର କହୁଛନ୍ତି ପିଲାମାନେ, ମନମନାଭବ । ହେ ଆତ୍ମାମାନେ, ନିଜ ପିତାଙ୍କୁ ମନେ ପକାଅ । ପିଲାମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ରହିଛନ୍ତି ନା । ଧରିନିଅ ଲୌକିକ ପିତାଙ୍କର ୫ଟି ସନ୍ତାନ ଅଛନ୍ତି, ତାଙ୍କ ଭିତରେ ଯିଏ ବହୁତ ବୁଦ୍ଧିବାନ୍ ହୋଇ ଥିବେ ତାଙ୍କୁ ନମ୍ବର ୱାନ୍ରେ ରଖିବେ । ମାଳାର ଦାନା ହେଲା ନା । କୁହାଯିବ ଇଏ ଦ୍ୱିତୀୟ, ଇଏ ତୃତୀୟ ନମ୍ବର ଅଟେ । ଏକାପରି କେବେ କେହି ହୋଇ ପାରିବେ ନାହିଁ । ବାବାଙ୍କର ସ୍ନେହ ମଧ୍ୟ କ୍ରମାନୁଯାୟୀ ରହିଛି । ତାହା ହେଉଛି ହଦ, ଏହା ହେଉଛି ବେହଦର କଥା ।

ଯେଉଁ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତାଙ୍କର ବୁଦ୍ଧି ଏବଂ ଚଳଣି ବହୁତ ମାର୍ଜିତ ହୋଇଥାଏ । ଗୋଟିଏ କିଙ୍ଗ୍ ଅଫ୍ ଫ୍ଲାୱାର ରହିଛି ଅର୍ଥାତ୍ ଫୁଲଙ୍କର ରାଜା ସେହିପରି ଏହି ବ୍ରହ୍ମା ଏବଂ ସରସ୍ୱତୀ କିଙ୍ଗ୍ କୁଇନ୍ ଫ୍ଲାୱାର (ରାଜା-ରାଣୀ ଫୁଲ) ଅଟନ୍ତି । ଜ୍ଞାନ ଏବଂ ଯୋଗ ଉଭୟରେ ତୀକ୍ଷ୍ଣ ଅଟନ୍ତି । ତୁମେ ଜାଣିଛ ଆମେ ଦେବତା ହେଉଛୁ । ମୁଖ୍ୟ ୮ ରତ୍ନ ହେଉଛନ୍ତି । ପ୍ରଥମେ ରହିଛି ଫୁଲ । ପୁଣି ଯୁଗଳ ଦାନା, ବ୍ରହ୍ମା ସରସ୍ୱତୀ । ମାଳା ସ୍ମରଣ କରିଥାନ୍ତି ନା । ବାସ୍ତବରେ ତୁମର ପୂଜନ ନାହିଁ, ସ୍ମରଣ ହେଉଛି । ତୁମ ଉପରେ ଫୁଲ ଚଢାଯାଇପାରିବ ନାହିଁ । ଆତ୍ମା ସହ ଶରୀର ପବିତ୍ର ହେଲେ ଯାଇ ଫୁଲ ଚଢାଯିବ । ଏଠାରେ କାହାର ବି ଶରୀର ପବିତ୍ର ନାହିଁ । ସମସ୍ତେ ବିକାର ବିଷ ଦ୍ୱାରା ଜନ୍ମ ହେଉଛନ୍ତି, ସେଥିପାଇଁ ବିକାରୀ କୁହାଯାଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ସଂପୂର୍ଣ୍ଣ ନିର୍ବିକାରୀ କୁହାଯାଉଛି ସେମାନଙ୍କର ମଧ୍ୟ ପିଲା ତ ଜନ୍ମ ହେବେ ନା । ଏପରି ନୁହେଁ ଯେ କୌଣସି ଟିୟୁବ ଦ୍ୱାରା ପିଲା ଜନ୍ମ ହୋଇଯିବ । ଏସବୁ ମଧ୍ୟ ବୁଝିବାର କଥା । ତୁମକୁ ଏଠାରେ ୭ ଦିନର ଭଟ୍ଟୀରେ ବସାଯାଉଛି । ଭାଟୀରେ ମଧ୍ୟ କେତେକ ଇଟା ସମ୍ପୂର୍ଣ୍ଣ ପୋଡି ହୋଇଯାଏ । କେହି ପୁଣି କଞ୍ଚା ରହିଯାଏ । ଭାଟ୍ଟୀ ଉଦାହରଣ ଦିଆଯାଉଛି । ତେବେ କଣ ଇଟା ଭଟ୍ଟୀର ବର୍ଣ୍ଣନା ଶାସ୍ତ୍ରରେ କରାଯିବ କି ? ପୁଣି ସେଥିରେ ବିଲେଇ କଥା ମଧ୍ୟ ରହିଛି । ଗୁଲବକାବଲୀ କାହାଣୀରେ ମଧ୍ୟ ବିଲେଇର ନାମ ଦେଖାଯାଇଛି । ଦୀପକକୁ ଲିଭାଇ ଦେଉଥିଲା । ତୁମର ମଧ୍ୟ ଏହି ଅବସ୍ଥା ହେଉଛି ନା । ମାୟା ବିଲେଇ ବିଘ୍ନ ପକାଉଛି । ତୁମ ଅବସ୍ଥାକୁ ହିଁ ତଳକୁ ଖସାଇ ଦେଉଛି । ପ୍ରଥମ ନମ୍ବର ହେଉଛି ଦେହ-ଅଭିମାନ ପୁଣି ଅନ୍ୟ ବିକାର ସବୁ ଆସିଥାନ୍ତି ମୋହ ମଧ୍ୟ ବହୁତ ରହୁଛି । କନ୍ୟା କହୁଛି ଯେ ମୁଁ ଭାରତକୁ ସ୍ୱର୍ଗ କରିବା ପାଇଁ ରୁହାନୀ ସେବା କରିବି, ମୋହରେ ବଶ ହୋଇ ମାତା-ପିତା କହୁଛନ୍ତି ଆମେ ଅନୁମତି ଦେବୁ ନାହିଁ । ଏହା ମଧ୍ୟ କେତେ ମୋହ ଅଟେ । ତୁମକୁ ମୋହର ବିଲେଇ ହେବା ଉଚିତ୍ ନୁହେଁ । ଏହା ହିଁ ତୁମର ଲକ୍ଷ୍ୟ । ବାବା ଆସି ମନୁଷ୍ୟରୁ ଦେବତା, ନରରୁ ନାରାୟଣ କରୁଛନ୍ତି । ତୁମର ମଧ୍ୟ କର୍ତ୍ତବ୍ୟ ହେଉଛି ନିଜର ସମବର୍ଗୀୟଙ୍କର ଏବଂ ଭାରତର ସେବା କରିବା । ତୁମେ ଜାଣିଛ ଆମେ କଣ ଥିଲୁ, କଣ ହୋଇଯାଇଛୁ । ଏବେ ପୁଣି ପୁରୁଷାର୍ଥ କର ରାଜାମାନଙ୍କର ରାଜା ହେବା ପାଇଁ । ତୁମେ ଜାଣିଛ ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ । କୌଣସି ଅସୁବିଧାର କଥା ନାହିଁ । ବିନାଶ ନିମନ୍ତେ ମଧ୍ୟ ଡ୍ରାମାରେ କୌଶଳ ରଚନା କରାଯାଇଛି । ପୂର୍ବରୁ ମଧ୍ୟ ମୁସଳ ଦ୍ୱାରା ଲଢେଇ ଲାଗିଥିଲା । ଯେବେ ତୁମର ସଂପୂର୍ଣ୍ଣ ପ୍ରସ୍ତୁତି ହୋଇଯିବ, ସମସ୍ତେ ଫୁଲ ହୋଇ ଯିବେ, ସେତେବେଳେ ବିନାଶ ହେବ । କେହି ଫୁଲମାନଙ୍କର ରାଜା, କେହି ଗୋଲାପ, କେହି ମୋତି ଫୁଲ ଅଟନ୍ତି । ପ୍ରତ୍ୟେକ ନିଜକୁ ଭଲ ଭାବରେ ବୁଝିପାରିବେ ଯେ ମୁଁ ଅରଖ ଅଟେ ଅଥବା ଭଲ ଫୁଲ ଅଟେ ? ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ଜ୍ଞାନର କିଛି ଧାରଣା ହେଉ ନାହିଁ । କ୍ରମଅନୁସାରେ ତ ହେବେ ନା । ସର୍ବନିମ୍ନ ହେବେ । ଏହିଠାରେ ହିଁ ରାଜଧାନୀର ପ୍ରଜା ତିଆରି ହେବେ । ଶାସ୍ତ୍ରରେ ଦେଖାଯାଇଛି ପାଣ୍ଡବମାନେ ମୃତ୍ୟୁବରଣ କଲେ, ପୁଣି କଣ ହେଲା, କିଛି ହେଲେ ଜଣାନାହିଁ । ବହୁତ କାହାଣୀ ଗଢି ଦେଇଛନ୍ତି, କିନ୍ତୁ ସେପରି କୌଣସି କଥା ନାହିଁ । ଏବେ ତୁମେ ପିଲାମାନେ କେତେ ସ୍ୱଚ୍ଛ ବୁଦ୍ଧି ହେଉଛ । ବାବା ତୁମକୁ ବହୁତ ପ୍ରକାରରେ ବୁଝାଉଛନ୍ତି । କେତେ ସହଜ ଅଟେ । କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ମୁଁ ହେଉଛି ପତିତ-ପାବନ । ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ । ଏବେ ଉଭୟକୁ ପବିତ୍ର କରିବାକୁ ହେବ । ଆତ୍ମା ସହିତ ଶରୀର ମଧ୍ୟ ପବିତ୍ର ହେଉଛି । ଏବେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡିବ । ବାବା କହୁଛନ୍ତି ପିଲାମାନେ ବହୁତ ଦୁର୍ବଳ ହୋଇଯାଇଛନ୍ତି । ୟାଦ କରିବାକୁ ଭୁଲିଯାଉଛନ୍ତି । ବ୍ରହ୍ମା ନିଜେ ନିଜର ଅନୁଭବ କହୁଛନ୍ତି । ଭୋଜନ ସମୟରେ ୟାଦ କରୁଛି ଶିବବାବା ମୋତେ ଖୁଆଉଛନ୍ତି ପୁଣି ଭୁଲିଯାଉଛି । ପୁଣି ସ୍ମୃତିରେ ଆସୁଛି । ତୁମ ମଧ୍ୟରେ ବି ପୁରୁଷାର୍ଥର କ୍ରମଅନୁସାରେ ଅଛନ୍ତି । କେହି ତ ବନ୍ଧନମୁକ୍ତ ହୋଇ ମଧ୍ୟ ପୁଣି ବନ୍ଧନରେ ବାନ୍ଧି ହୋଇ ଧର୍ମର ସନ୍ତାନ ମଧ୍ୟ କରିଦେଉଛନ୍ତି । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଉଥିବା ବାବା ମିଳିଛନ୍ତି ଏହାର ପୁଣି ନାମ ଦିଆଯାଇଛି ତିଜରୀର କଥା ଅର୍ଥାତ୍ ତୃତୀୟ ନେତ୍ର ମିଳିବାର କଥା । ଏବେ ତୁମେ ନାସ୍ତିକରୁ ଆସ୍ତିକ ହେଉଛ । ପିଲାମାନେ ଜାଣିଛନ୍ତି ବାବା ହେଉଛନ୍ତି ବିନ୍ଦୁ । ଜ୍ଞାନର ସାଗର ଅଟନ୍ତି । ସେମାନେ ତ ନାମ ରୂପରୁ ଅଲଗା ବୋଲି କହିଦେଉଛନ୍ତି । ଆରେ, ଜ୍ଞାନର ସାଗର ତ ନିଶ୍ଚୟ ଜ୍ଞାନ ଶୁଣାଇଲାବାଲା ହେବେ ନା । ଏହାଙ୍କର ରୂପ ମଧ୍ୟ ଲିଙ୍ଗ ସ୍ୱରୂପ ଦର୍ଶାଉଛନ୍ତି । ପୁଣି ତାଙ୍କୁ ନାମ-ରୂପରୁ ଅଲଗା କିପରି କହୁଛନ୍ତି! ଶତାଧିକ ନାମ ରଖି ଦେଇଛନ୍ତି । ପିଲାମାନଙ୍କ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ଭଲ ଭାବରେ ରହିବା ଉଚିତ୍ । କହୁଛନ୍ତି ମଧ୍ୟ ପରମାତ୍ମା ଜ୍ଞାନର ସାଗର ଅଟନ୍ତି । ସାରା ଜଙ୍ଗଲକୁ କଲମ କରି ଲେଖିଲେ ମଧ୍ୟ ବି ଜ୍ଞାନର ଅନ୍ତ ହୋଇପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏବେ ଆମେ ବାବାଙ୍କ ଦ୍ୱାରା ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହୋଇଛୁ, ଆମେ ପୁଣି ଦେବତା ହେବୁ, ଏହି ନାରାୟଣୀ ନିଶାରେ ରହିବାକୁ ହେବ, ବନ୍ଧନମୁକ୍ତ ହୋଇ ସେବା କରିବାକୁ ହେବ । ବନ୍ଧନରେ ଫସିବା ଅନୁଚିତ୍ ।

(୨) ଜ୍ଞାନ-ଯୋଗରେ ତୀକ୍ଷ୍ଣ ହୋଇ ମାତା-ପିତା ସମାନ ଫୁଲମାନଙ୍କର ରାଜା ହେବା ଉଚିତ୍ ଏବଂ ନିଜ ସମବର୍ଗୀୟମାନଙ୍କର ମଧ୍ୟ ସେବା କରିବାକୁ ହେବ ।

ବରଦାନ:-
କାହିଁକି, କଣର ପ୍ରଶ୍ନବାଚକ ଜାଲଠାରୁ ସର୍ବଦା ମୁକ୍ତ ରହୁଥିବା ବିଶ୍ୱ ସେବାଧାରୀ ଚକ୍ରବର୍ତ୍ତୀ ହୁଅ ।

ସ୍ୱଦର୍ଶନ ଚକ୍ର ଯେତେବେଳେ ଠିକ୍ ଦିଗରେ ନଯାଇ ଭୁଲ୍ ଦିଗରେ ଗତି କରେ ସେତେବେଳେ ମାୟାଜିତ୍ ହେବା ପରିବର୍ତ୍ତେ ପରଦର୍ଶନ କରିବାର ଦ୍ୱନ୍ଦ୍ୱ ରୂପୀ ଚକ୍ରରେ ପଡିଯାଇଥାଅ, ଯେଉଁଥିରୁ କାହିଁକି, କଣର ପ୍ରଶ୍ନବାଚକ ଜାଲ ସୃଷ୍ଟି ହୋଇଯାଏ, ଯାହାକୁ ନିଜେ ହିଁ ରଚନା କରିଥାଅ ଏବଂ ସେଥିରେ ନିଜେ ହିଁ ଛନ୍ଦି ହୋଇଯାଅ ସେଥିପାଇଁ ଜ୍ଞାନବାନ ଆତ୍ମା ହୋଇ ବୁଦ୍ଧିରେ ସ୍ୱଦର୍ଶକ ଚକ୍ର ଘୂରାଅ ତେବେ କାହିଁକି, କଣର ପ୍ରଶ୍ନବାଚକ ଜାଲଠାରୁ ମୁକ୍ତ ହୋଇ ଯୋଗଯୁକ୍ତ, ଜୀବନମୁକ୍ତ ଏବଂ ଚକ୍ରବର୍ତ୍ତୀ ହୋଇ ବାବାଙ୍କ ସହିତ ବିଶ୍ୱ କଲ୍ୟାଣର ସେବାରେ ଚକ୍ର ଲଗାଇପାରିବ ଏବଂ ବିଶ୍ୱ ସେବାଧାରୀ ଚକ୍ରବର୍ତ୍ତୀ ରାଜା ହୋଇଯିବ ।

ସ୍ଲୋଗାନ:-
ପ୍ଲେନ ବୁଦ୍ଧି ହୋଇ ପ୍ଲାନ୍କୁ ପ୍ରାକ୍ଟିକଲ୍ କର ଅର୍ଥାତ୍ ବ୍ୟବସ୍ଥିତ ବୁଦ୍ଧି ଦ୍ୱାରା ଯୋଜନାଗୁଡିକୁ ସାକାରରେ ପରିଣତ କର ତେବେ ସେଥିରେ ସଫଳତା ଅନ୍ତର୍ନିହିତ ଅଛି ।