14.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେ ଏବେ ପ୍ରକୃତ ପାଠଶାଳାରେ ବସିଛ, ଏହା ସତ୍ସଙ୍ଗ ମଧ୍ୟ ଅଟେ, ଏଠାରେ ତୁମକୁ ସତ୍ୟ ପିତାଙ୍କର ସଙ୍ଗ ମିଳିଛି, ଯିଏକି ପାରି କରିଦେଉଛନ୍ତି ।

ପ୍ରଶ୍ନ:-
ହିସାବ-କିତାବ ଖେଳରେ ମନୁଷ୍ୟମାନଙ୍କର ବିଚାର ଏବଂ ତୁମର ବିଚାରରେ କେଉଁ ଅନ୍ତର ରହିଛି ?

ଉତ୍ତର:-
ମନୁଷ୍ୟ ଭାବୁଛନ୍ତି ଯେ ଏଠାରେ ଯେଉଁସବୁ ଦୁଃଖ ସୁଖର ଖେଳ ଚାଲିଛି, ଏହି ଦୁଃଖ ସୁଖ ସବୁ ପରମାତ୍ମା ହିଁ ଦେଉଛନ୍ତି ଏବଂ ତୁମେ ପିଲାମାନେ ବୁଝୁଛ ଯେ ଏହିସବୁ ପ୍ରତ୍ୟେକଙ୍କର କର୍ମର ହିସାବ କିତାବର ଖେଳ ଅଟେ । ବାବା କାହାକୁ ବି ଦୁଃଖ ଦିଅନ୍ତି ନାହିଁ । ସେ ତ ସୁଖର ରାସ୍ତା ବତାଇବା ପାଇଁ ଆସୁଛନ୍ତି । ବାବା କହୁଛନ୍ତି ଯେ ପିଲାମାନେ ମୁଁ କାହାକୁ ମଧ୍ୟ ଦୁଃଖୀ କରି ନାହିଁ । ଏହା ତ ତୁମର ହିଁ କର୍ମର ଫଳ ଅଟେ ।

ଗୀତ:-
ଇସ୍ ପାପ କି ଦୁନିଆ ସେ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ପିଲାମାନେ ଗୀତ ଶୁଣିଲେ । କାହାକୁ ଡାକୁଛନ୍ତି ? ବାବାଙ୍କୁ । ବାବା ଆପଣ ଏଠାକୁ ଆସି ଏହି କଳିଯୁଗୀ ପାପର ଦୁନିଆରୁ ସତ୍ୟଯୁଗୀ ପୁଣ୍ୟର ଦୁନିଆକୁ ନେଇଚାଲ । ଏବେ ଜୀବ ଆତ୍ମାମାନେ ସମସ୍ତେ କଳିଯୁଗୀ ଅଟନ୍ତି । ସେମାନଙ୍କର ବୁଦ୍ଧି (ପ୍ରାର୍ଥନା କରିବା ସମୟରେ) ଉପରକୁ ଯାଇଥାଏ । ବାବା କହୁଛନ୍ତି ମୁଁ ଯିଏ ଏବଂ ଯେମିତି ଅଟେ, ତାହା କେହି ଜାଣି ନାହାଁନ୍ତି । ଋଷି-ମୁନି ମଧ୍ୟ କହିଥାନ୍ତି ଯେ ଆମେ ରଚୟିତା ମାଲିକ ଅର୍ଥାତ୍ ବେହଦର ପିତା ଏବଂ ତାଙ୍କର ବେହଦ ରଚନାର ଆଦି, ମଧ୍ୟ, ଅନ୍ତକୁ ଜାଣି ନାହୁଁ । ଆତ୍ମାମାନେ ଯେଉଁଠାରେ ରହିଥାନ୍ତି ତାହା ବ୍ରହ୍ମ ମହତତ୍ତ୍ୱ ଅଟେ, ଯେଉଁଠାରେ ସୂର୍ଯ୍ୟ ଚନ୍ଦ୍ର ନଥାନ୍ତି । ନା ମୂଳବତନରେ, ନା ସୂକ୍ଷ୍ମବତନରେ ସୂର୍ଯ୍ୟ, ଚନ୍ଦ୍ର ଥାନ୍ତି । ବାକି ଏହି ରଙ୍ଗମଞ୍ଚରେ ତ ବିଜୁଳି ଆଲୋକ ଆଦି ତ ସବୁ ଦରକାର ନା । ତେଣୁ ଏହି ରାତିରେ ଚନ୍ଦ୍ର ଏବଂ ତାରକାମାନଙ୍କଠାରୁ ଦିନରେ ସୂର୍ଯ୍ୟଙ୍କଠାରୁ ରଙ୍ଗମଞ୍ଚକୁ ଆଲୋକ ମିଳୁଛି । ଏମାନେ ସବୁ ବତୀ ସଦୃଶ ଅଟନ୍ତି । ଏହିସବୁ ବତୀଗୁଡିକ ଥାଇ ମଧ୍ୟ ଅନ୍ଧକାର ବୋଲି କୁହାଯାଉଛି । ରାତ୍ରୀରେ ତ ବତୀ ଜଳାଇବାକୁ ପଡିଥାଏ ନା । ସତ୍ୟଯୁଗ ତ୍ରେତୟା ଯୁଗକୁ କୁହାଯାଇଛି ଦିନ ଏବଂ ଭକ୍ତି ମାର୍ଗକୁ କୁହାଯାଇଛି ରାତି । ଏହା ବି ବୁଝିବାର କଥା ଅଟେ । ନୂଆ ଦୁନିଆରୁ ପୁଣି ପୁରୁଣା ଦୁନିଆ ନିଶ୍ଚିତ ହେବ । ପୁଣି ନୂଆ ହେବ ତ ପୁରୁଣାର ନିଶ୍ଚିତ ବିନାଶ ହେବ । ଏହା ହେଲା ବେହଦର ଦୁନିଆ । ରାଜାମାନଙ୍କର ଘର ମଧ୍ୟ ବହୁତ ବଡ-ବଡ ହୋଇଥାଏ । ଏହା ହେଲା ବିଶାଳ ଘର, ବିଶ୍ୱ ରଙ୍ଗମଞ୍ଚ ଅଥବା ଷ୍ଟେଜ୍, ଏହାକୁ କର୍ମକ୍ଷେତ୍ର ମଧ୍ୟ କୁହାଯାଏ । କର୍ମ ତ ନିଶ୍ଚିତ କରିବାକୁ ପଡିଥାଏ । ସବୁ ମନୁଷ୍ୟମାନଙ୍କ ପାଇଁ ଏହା କର୍ମକ୍ଷେତ୍ର ଅଟେ । ସମସ୍ତଙ୍କୁ କର୍ମ କରିବାର ହିଁ ଅଛି ଓ ଅଭିନୟ କରିବାର ଅଛି । ପ୍ରତ୍ୟେକ ଆତ୍ମାକୁ ପୂର୍ବରୁ ହିଁ ଅଭିନୟ ମିଳିଛି । ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଅଛନ୍ତି ଯିଏକି ଏହିସବୁ କଥାକୁ ଭଲ ଭାବରେ ବୁଝିପାରିବେ । ବାସ୍ତବରେ ଏହା ଗୀତାପାଠଶାଳା ଅଟେ । ପାଠଶାଳାରେ କଣ କେବେ ବୁଢା ଆଦି ପଢନ୍ତି କି ? ଏଠାରେ ତ ବୁଢା, ଯୁବକ ଆଦି ସମସ୍ତେ ପଢୁଛନ୍ତି । ବେଦର ଶିକ୍ଷାସ୍ଥାନକୁ ପାଠଶାଳା କୁହାଯିବ ନାହିଁ । ସେଠାରେ ଲକ୍ଷ୍ୟ ନଥାଏ । ଆମେ ଏତେ ବେଦ-ଶାସ୍ତ୍ର ଆଦି ପଢୁଛେ, ଏହା ଦ୍ୱାରା କଣ ହେବ । ତାହା ଜାଣନ୍ତି ନାହିଁ । କୌଣସି ବି ସତସଙ୍ଗରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ନଥାଏ । ଏବେ ତ ସେସବୁକୁ ସତସଙ୍ଗ କହିବା ପାଇଁ ଲଜ୍ଜ୍ୟା ଆସୁଛି । ସତ୍ ତ ଏକ ବାବା ହିଁ ଅଟନ୍ତି । ଯାହାଙ୍କ ପାଇଁ କୁହାଯାଇଛି ସତସଙ୍ଗ ରକ୍ଷା କରିଥାଏ... କୁସଙ୍ଗ ବୁଡାଇ ଦେଇଥାଏ । କଳିଯୁଗୀ ମନୁଷ୍ୟଙ୍କର ସଂଗ ହିଁ କୁସଙ୍ଗ ଅଟେ । ସତ୍ୟର ସଙ୍ଗ ତ ଗୋଟିଏ ହିଁ ଅଟେ । ଏବେ ତୁମକୁ ଏସବୁ ଆଶ୍ଚର୍ଯ୍ୟ ଲାଗୁଛି । ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବା କିପରି ଦେଉଛନ୍ତି, ଏସବୁ ଶୁଣି ତୁମକୁ ତ ଖୁସି ହେବା ଦରକାର । ତୁମେ ପ୍ରକୃତ ପାଠଶାଳାରେ ବସିଛ । ବାକି ସବୁ ମିଥ୍ୟା ପାଠଶାଳା ଅଟେ । ସେହି ସବୁ ସତସଙ୍ଗ ଆଦିରେ କୌଣସି ଲକ୍ଷ୍ୟ ପ୍ରାପ୍ତି ହୋଇନଥାଏ । ସ୍କୁଲ୍ କଲେଜରେ ପାଠପଢି କୌଣସି ନା କୌଣସି ପଦ ପ୍ରାପ୍ତ କରିଥାଆନ୍ତି । ବାକି ଅନ୍ୟ କେଉଁଠି ବି ପାଠପଢା ନାହିଁ । ସତସଙ୍ଗକୁ ପାଠପଢ଼ା କୁହାଯିବ ନାହିଁ । ଶାସ୍ତ୍ର ଗ୍ରନ୍ଥ ଆଦି ପଢି ପୁଣି ଦୋକାନ ଖୋଲି ବସିଥାନ୍ତି, ଅର୍ଥାତ୍ ଶାସ୍ତ୍ର ଗ୍ରନ୍ଥ ଶୁଣାଇଥାନ୍ତି ପଇସା ରୋଜଗାର କରିଥାନ୍ତି । ଗୁରୁଦ୍ୱାର ଅର୍ଥାତ୍ ଗୁରୁଙ୍କର ଦ୍ୱାର ବା ଘର କୁହାଯିବ ନା । ଯେତେବେଳେ ଫାଟକ ଖୋଲିଥାଏ, ସେଠାରେ ଯାଇ ଶାସ୍ତ୍ର ଆଦି ପଢିଥାନ୍ତି । ତୁମର ଗୁରୁଦ୍ୱାର ହେଲା ମୁକ୍ତି ଏବଂ ଜୀବନମୁକ୍ତିଧାମ, ସତ୍ଗୁରୁଙ୍କ ଦ୍ୱାର । ସତ୍ଗୁରୁଙ୍କର ନାମ କଣ ? ଅକାଳମୁରତ । ସତ୍ଗୁରୁଙ୍କୁ ଅକାଳମୁରତ କହନ୍ତି; ସେ ଆସି ମୁକ୍ତି-ଜୀବନମୁକ୍ତିର ଦ୍ୱାର ଖୋଲିଥାନ୍ତି । ଅକାଳ ମୁରତ ଅଟନ୍ତି ନା । ଯାହାଙ୍କୁ କାଳ ମଧ୍ୟ ଖାଇ ପାରିବ ନାହିଁ । ଆତ୍ମା ତ ବିନ୍ଦୁ ହିଁ ଅଟେ । ତାକୁ କାଳ କିପରି ଖାଇବ । ଆତ୍ମା ତ ଶରୀର ଛାଡି ଚାଲିଯାଏ । ମନୁଷ୍ୟ କଣ ବୁଝିଛନ୍ତି ଯେ ଗୋଟିଏ ପୁରୁଣା ଶରୀର ଛାଡି ପୁଣି ଯାଇ ଅନ୍ୟ ଶରୀର ନେବୁ ତେବେ ଏଥିରେ କାନ୍ଦିବା କଣ ଦରକାର । ଏହା ତୁମେ ଜାଣୁଛ ଯେ ଡ୍ରାମା ଅନାଦି ବା ପୂର୍ବ ପ୍ରସ୍ତୁତ ଅଟେ । ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ କରିବାକୁ ହିଁ ହେବ । ବାବା ବୁଝାଇଛନ୍ତି ଯେ ସତ୍ୟଯୁଗରେ ସମସ୍ତେ ନଷ୍ଟୋମୋହା ଅଟନ୍ତି । ମୋହଜିତ ରାଜାଙ୍କର କାହାଣୀ ମଧ୍ୟ ଅଛି ନା । ପଣ୍ଡିତମାନେ ଶୁଣାଇଥାନ୍ତି, ମାତାମାନେ ବି ଶୁଣି-ଶୁଣି ପୁଣି ଗ୍ରନ୍ଥ ଧରି ବସିଯାଆନ୍ତି ଶୁଣାଇବା ପାଇଁ । ବହୁତ ମନୁଷ୍ୟ ଯାଇ ଶୁଣନ୍ତି । ସେସବୁକୁ କୁହାଯାଏ କର୍ଣ୍ଣରସ । ଡ୍ରାମା ପ୍ଲାନ୍ ଅନୁସାରେ ମନୁଷ୍ୟ ତ କହିବେ ଆମର ଦୋଷ କଣ ଅଛି । ବାବା କହୁଛନ୍ତି ଯେ ତୁମେ ମୋତେ ଡାକିଥିଲ ଯେ ଦୁଃଖର ଦୁନିଆରୁ ନେଇଯାଅ । ବର୍ତ୍ତମାନ ମୁଁ ଆସିଯାଇଛି, ତେଣୁ ମୋ କଥା ଶୁଣିବା ଦରକାର ନା । ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି, ଶ୍ରେଷ୍ଠ ମତ ମିଳୁଛି ତ ତାକୁ ଗ୍ରହଣ କରିବା ଦରକାର ନା । ତୁମର ମଧ୍ୟ କୌଣସି ଦୋଷ ନାହିଁ । ଏହା ବି ଡ୍ରାମାରେ ଥିଲା । ରାମ ରାଜ୍ୟ ରାବଣ ରାଜ୍ୟର ଖେଳ ପୂର୍ବ ପ୍ରସ୍ତୁତ ଅଟେ । ଖେଳରେ ଯଦି କେହି ହାରିଯାଇଥାନ୍ତି ତେବେ ତାଙ୍କର ଦୋଷ କଣ ଅଛି । ଜୟ ଏବଂ ପରାଜୟ ହୋଇଥାଏ, ଏଥିରେ ଲଢେଇର କୌଣସି କଥା ନାହିଁ । ତୁମର ବାଦଶାହୀ ଥିଲା । ଏହା ବି ପୂର୍ବରୁ ତୁମକୁ ଜଣା ନଥିଲା, ଏବେ ତୁମେମାନେ ବୁଝୁଛ । ଯେଉଁମାନେ କି ସେବାଯୋଗ୍ୟ ଅଟନ୍ତି, ସେମାନଙ୍କର ସୁନାମ ହେଉଛି । ଦିଲ୍ଲୀରେ ସବୁଠାରୁ ସୁନାମଧନ୍ୟ ଜ୍ଞାନୀ ଆତ୍ମା କିଏ ? ତେବେ ତୁରନ୍ତ ଜଗଦିଶଙ୍କର ନାମ କହିବେ । ତୁମମାନଙ୍କ ପାଇଁ ମ୍ୟାଗାଜିନ୍ ମଧ୍ୟ ବାହାର କରୁଛନ୍ତି । ସେଥିରେ ସବୁ କିଛି ଆସିଯାଉଛି । ଅନେକ ପ୍ରକାରର ପଏଣ୍ଟସ୍ ଲେଖୁଛନ୍ତି, ବୃଜମୋହନ ମଧ୍ୟ ଲେଖିଥାନ୍ତି । ଲେଖିବା କୌଣସି ମାଉସୀଘର କଥା ନୁହେଁ । ନିଶ୍ଚିତ ବିଚାର ସାଗର ମନ୍ଥନ କରୁଛନ୍ତି । ଭଲ ସେବା କରୁଛନ୍ତି । କେତେ ଲୋକ ପଢି ଖୁସି ହେଉଛନ୍ତି । ପିଲାମାନେ ପଢି ସତେଜ ହୋଇଯାଉଛନ୍ତି । କିଏ କିଏ ତ ପ୍ରଦର୍ଶନୀରେ ବହୁତ ପରିଶ୍ରମ କରିଥାନ୍ତି, କିଏ-କିଏ କର୍ମ ବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି, ସେଥିପାଇଁ ଜ୍ଞାନକୁ ବେଶି ଗ୍ରହଣ କରି ପାରୁ ନାହାଁନ୍ତି । ଏହାକୁ ମଧ୍ୟ କହିବା ଡ୍ରାମା, ଅବଳାମାନଙ୍କ ଉପରେ ଅତ୍ୟାଚାର ହେବା ମଧ୍ୟ ଡ୍ରାମାରେ ପାର୍ଟ ଅଛି । ଏଭଳି ଅଭିନୟ କାହିଁକି କଲ ଏହି ପ୍ରଶ୍ନ ହିଁ ଉଠି ପାରିବ ନାହିଁ । ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ତାକୁ କଣ କେହି ପରିବର୍ତ୍ତନ କରିପାରିବ । କିଏ ପୁଣି କହିଥାଏ ମୁଁ କଣ ଭୁଲ୍ କଲି ଯେ ମୋତେ ଏପରି ଅଭିନୟ କରିବାକୁ ପଡିଲା । ଏଠାରେ ଭୁଲ୍ର ତ କୌଣସି କଥା ନାହିଁ । ଏହା ତ ଅଭିନୟ ଅଟେ । ଅବଳାମାନେ କେହି ତ ନିମିତ୍ତ ହେବେ ଯାହାଙ୍କ ଉପରେଅତ୍ୟାଚାର ହେବ । ତେବେ ସମସ୍ତେ କହିବେ ଆମକୁ ଏହି ଅଭିନୟ କାହିଁକି ମିଳିଲା ? ନାଁ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ପୁରୁଷମାନଙ୍କ ଉପରେ ବି ଅତ୍ୟାଚାର ହେଉଛି । ଏହିସବୁ କଥାରେ କେତେ ସହନଶୀଳ ହେବାକୁ ପଡିଥାଏ । ବହୁତ ସହିବାକୁ ପଡିବ, ମାୟାର ବିଘ୍ନ ତ ବହୁତ ପଡିବ । ବିଶ୍ୱର ବାଦଶାହୀ ନେଉଛ ତ କିଛି ପରିଶ୍ରମ ତ କରିବାକୁ ହେବ । ଡ୍ରାମାରେ ପ୍ରାକୃତିକ ଦୁର୍ବିପାକ, ଖିଟ୍ପିଟ୍ ଆଦି କେତେ କଥା ରହିଛି । ଅବଳାମାନଙ୍କ ଉପରେ ଅତ୍ୟାଚାର ହେବାର ମଧ୍ୟ ଲେଖାଅଛି । ରକ୍ତର ନଦୀ ବି ବହିବ । କେଉଁଠାରେ ବି ନିରାପଦ ରହିବ ନାହିଁ । ଏବେ ତ ସକାଳର କ୍ଲାସ୍ କରିବା ପାଇଁ ସେଣ୍ଟର ଆଦିକୁ ଯାଉଛ । ସେ ସମୟ ବି ଆସିବ ଯେତେବେଳେ କି ତୁମେ ବାହାରକୁ ବାହାରି ପାରିବ ନାହିଁ । ଦିନକୁ ଦିନ ସମୟ ବିଗିଡି ଯାଉଛି ଏବଂ ଆହୁରି ମଧ୍ୟ ବିଗିଡିବ । ଅସହ୍ୟ ଦୁଃଖର ଦିନ ଆସିବ । ବେମାରି ଆଦିରେ ଦୁଃଖୀ ହେଲେ ପୁଣି ଭଗବାନଙ୍କୁ ଡାକିଥାନ୍ତି । ଏବେ ତୁମକୁ ଜଣା ପଡିଗଲାଣି, ଆଉ ବାକି ଅଳ୍ପ ଦିନ ଅଛି । ପୁଣି ଆମେ ନିଜର ଶାନ୍ତିଧାମ, ସୁଖଧାମକୁ ନିଶ୍ଚିତ ଯିବା । ଦୁନିଆକୁ ତ ଏହା ମଧ୍ୟ ଜଣା ନାହିଁ । ଏବେ ତୁମେମାନେ ଅନୁଭବ କରୁଛ ନା । ବର୍ତ୍ତମାନ ବାବାଙ୍କୁ ଭଲ ଭାବରେ ଜାଣିଗଲଣି । ସେମାନେ ତ ସବୁ ଭାବୁଛନ୍ତି ପରମାତ୍ମା ଲିଙ୍ଗ ସଦୃଶ ଅଟନ୍ତି । ଶିବଲିଙ୍ଗର ପୂଜା ମଧ୍ୟ କରିଥାନ୍ତି । ତୁମେମାନେ ଶିବଙ୍କର ମନ୍ଦିରକୁ ଯାଉଥିଲ, କଣ କେବେ ଏହି ବିଚାର କରୁଥିଲ ଯେ ଏହି ଶିବଲିଙ୍ଗଟି କଣ ଅଟେ ? ନିଶ୍ଚିତ ଏହା ଜଡ ଅଟେ ତେବେ ପୁଣି ଚୈତନ୍ୟରେ ମଧ୍ୟ ଥିବେ । ତେବେ ଏହା ପୁଣି କଣ ଅଟେ ? ଭଗବାନ ତ ରଚୟିତା ଉପରେ ଅଛନ୍ତି । ଏହା ତାଙ୍କର ଚିହ୍ନ ଅଟେ କେବଳ ପୂଜା କରିବା ପାଇଁ । ଯେବେ ତୁମେମାନେ ପୂଜ୍ୟ ହେବ ତେବେ ପୁଣି ଏହିସବୁ ଭକ୍ତିର ସାମଗ୍ରୀ ରହିବ ନାହିଁ । ଶିବକାଶିଙ୍କ ମନ୍ଦିରକୁ ଯାଇଥାନ୍ତି, କାହାକୁ କଣ ଜଣା ଅଛି ଯେ ଭଗବାନ ନିରାକାର ଅଟନ୍ତି । ଆମେ ମଧ୍ୟ ତାଙ୍କର ସନ୍ତାନ ଅଟୁ । ବାବାଙ୍କର ସନ୍ତାନ ହୋଇ ପୁଣି ଆମେ ଦୁଃଖୀ କାହିଁକି ହେଉଛେ ? ବିଚାର କରିବାର କଥା ଅଟେ ନା । ଆତ୍ମା କହିଥାଏ ମୁଁ ପରମାତ୍ମାଙ୍କର ସନ୍ତାନ ଅଟେ ତେବେ ମୁଁ ଦୁଃଖୀ କାହିଁକି ? ବାବା ତ ସୁଖଦାତା ହିଁ ଅଟନ୍ତି । ଡାକିଥାନ୍ତି ମଧ୍ୟ ହେ ଭଗବାନ, ଆମର ଦୁଃଖ ହରଣ କର । ସେ କିପରି ହରଣ କରିବେ ? ଦୁଃଖ-ସୁଖ ଏହା ତ ନିଜର ହିସାବ କିତାବ ଅଟେ । ମନୁଷ୍ୟ ଭାବିଥାନ୍ତି ଯେ ସୁଖ ବଦଳରେ ସୁଖ, ଦୁଃଖ ବଦଳରେ ଦୁଃଖ ପରମାତ୍ମା ହିଁ ଦେଇଥାନ୍ତି । ସବୁ ଦୋଷ ତାଙ୍କ ଉପରେ ରଖିଦେଇଛନ୍ତି । ବାବା କହୁଛନ୍ତି ମୁଁ କେବେ ଦୁଃଖ ଦେଇନଥାଏ । ମୁଁ ତ ଅଧାକଳ୍ପ ପାଇଁ ସୁଖ ଦେଇଯାଉଛି । ଏହା ପୁଣି ସୁଖ ଏବଂ ଦୁଃଖର ଖେଳ ଅଟେ । କେବଳ ସୁଖର ହିଁ ଖେଳ ହୋଇଥିଲେ ତ ପୁଣି ଭକ୍ତି ଆଦି କିଛି ବି ନଥାନ୍ତା । ଭଗବାନଙ୍କ ସହିତ ମିଶିବା ପାଇଁ ହିଁ ଏହି ଭକ୍ତି ଆଦି ସବୁକିଛି କରିଥାନ୍ତି ନା । ଏବେ ବାବା ଆସି ସମ୍ପୂର୍ଣ୍ଣ ସମାଚାର ଶୁଣାଉଛନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ କେତେ ଭାଗ୍ୟଶାଳୀ ଅଟ । ସେହି ଋଷି-ମୁନି ଆଦିଙ୍କର କେତେ ନାମାଚାର ହେଉଛି । ତୁମେ ଅଟ ରାଜଋଷି, ସେମାନେ ହେଲେ ହଠଯୋଗ ଋଷି । ଋଷି ଅର୍ଥାତ୍ ପବିତ୍ର । ତୁମେ ସ୍ୱର୍ଗର ରାଜା ହେଉଛ ତେଣୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ସତ୍ୟ-ତ୍ରେତୟା ଯୁଗରେ ଯେଉଁମାନଙ୍କର ରାଜ୍ୟ ଥିଲା ସେମାନଙ୍କର ହିଁ ପୁଣି ରାଜ୍ୟ ହେବ । ବାକି ସମସ୍ତେ ପଛରେ ଆସିବେ । ତୁମେ ଏବେ କହୁଛ ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ । ପୁରୁଣା ଦୁନିଆର ବିନାଶ ହେବା ପାଇଁ ମଧ୍ୟ ସମୟ ତ ଲାଗିବ ନା । ସତ୍ୟଯୁଗକୁ ଆସିବାର ଅଛି, କଳିଯୁଗକୁ ଯିବାର ଅଛି ।

ଦୁନିଆ କେତେ ବଡ ଅଟେ । ଗୋଟିଏ ଗୋଟିଏ ସହର ଅସଂଖ୍ୟ ମନୁଷ୍ୟମାନଙ୍କ ଦ୍ୱାରା ଭରି ହୋଇ ରହିଛି । ଧନଶାଳୀ ବ୍ୟକ୍ତି ସାରା ଦୁନିଆ ବୁଲି ଆସିଥାନ୍ତି କିନ୍ତୁ ଏଠାରେ ସମଗ୍ର ବିଶ୍ୱକୁ କେହି ଦେଖି ପାରିବେ ନାହିଁ । ହଁ ସତ୍ୟଯୁଗରେ ଦେଖିପାରିବେ କାହିଁକି ନା ସତ୍ୟଯୁଗରେ ହିଁ ଏକ ରାଜ୍ୟ ହେବ, ଏତେ କମ୍ ରାଜା ଥିବେ । ଏଠାରେ ତ ଦେଖ କେତେ ବଡ ଦୁନିଆ ଅଟେ । ଏତେ ବଡ ଦୁନିଆର ଚକ୍ର କିଏ ଲଗାଇପାରିବ । ସେଠାରେ ତୁମକୁ ସମୁଦ୍ରକୁ ଯିବାର ନାହିଁ । ସେଠାରେ ସିଲୋନ୍ (ଶ୍ରୀଲଙ୍କା), ବର୍ମା ଆଦି ଦେଶ ଥିବ ? ନା କିଛି ନୁହେଁ । ଏହି କରାଚୀ ମଧ୍ୟ ନଥିବ । ସେଠାରେ ତୁମେ ମଧୁର ନଦୀ କୂଳରେ ରହିବ । ଚାଷଜମି ଆଦି ସବୁକିଛି ଥିବ । ସୃଷ୍ଟି ତ ବହୁତ ବଡ ଅଟେ ହେଲେ ଅଳ୍ପ ମଣିଷ ଥିବେ ପୁଣି ପରେ ବୃଦ୍ଧି ହେବ । ପୁଣି ଅନ୍ୟ ଦେଶରେ ନିଜର ରାଜ୍ୟ ସ୍ଥାପନ କଲେ । ପୁଣି ଧିରେ ଧିରେ ଅଧିକାର କରିଚାଲିଲେ । ନିଜର ରାଜ୍ୟ ସ୍ଥାପନ କରିଦେଲେ । ଏବେ ତ ସମସ୍ତଙ୍କୁ ଛାଡିବାକୁ ପଡିବ । ଏକମାତ୍ର ଭାରତ ଦେଶ, ଯିଏକି କାହାଠାରୁ କେବେ ରାଜ୍ୟ ଛଡାଇ ନେଇ ନାହିଁ କାହିଁକି ନା ଭାରତ ପ୍ରକୃତରେ ଅହିଂସକ ଦେଶ ଅଟେ ନା । ଭାରତ ହିଁ ସମଗ୍ର ବିଶ୍ୱର ମାଲିକ ଥିଲା ଆଉ ସମସ୍ତେ ପଛରେ ଆସିଛନ୍ତି ଯାହାକି ଭାଗ-ଭାଗ କରି ନେଇଛନ୍ତି । ତୁମେ କାହାଠାରୁ ରାଜ୍ୟ ଛଡେଇ ନାହଁ, ଇଂରେଜମାନେ ରାଜ୍ୟ ଛଡେଇଛନ୍ତି । ତୁମ ଭାରତବାସୀଙ୍କୁ ତ ବାବା ବିଶ୍ୱର ମାଲିକ କରୁଛନ୍ତି । ତୁମେ କଣ ଆଉ କେଉଁଆଡେ ଯାଇଛ କି । ତୁମମାନଙ୍କ ବୁଦ୍ଧିରେ ଏହି ସମସ୍ତ କଥା ରହିଛି, ବୁଢୀମାତାମାନେ ତ ଏତେ କଥା ସବୁ ବୁଝିପାରିବେ ନାହିଁ । ବାବା କହୁଛନ୍ତି ତୁମେ କିଛି ବି ପଢି ନାହଁ ତେଣୁ ବହୁତ ଭଲ ହୋଇଛି । ପଢିଥିବା ସବୁ ବୁଦ୍ଧିରୁ ବାହାର କରିବାକୁ ପଡିବ, କେବଳ ଗୋଟିଏ କଥାକୁ ଧାରଣା କରିବାର ଅଛି; ମଧୁର ସନ୍ତାନମାନେ ବାବାଙ୍କୁ ମନେ ପକାଅ । ତୁମେ ଭକ୍ତିରେ କହି ଥିଲ ନା ବାବା ଆପଣ ଆସିବେ ତ ଆମେ ସମର୍ପଣ ହୋଇଯିବୁ । ଆପଣଙ୍କୁ ପୁଣି ଆମ ଉପରେ ସମର୍ପଣ ହେବାକୁ ପଡିବ । ପ୍ରତିବଦଳ ହୋଇଥାଏ ନା । ବିବାହ ସମୟରେ ସ୍ତ୍ରୀ-ପୁରୁଷ ଜଣେ-ଅନ୍ୟ ଜଣଙ୍କ ହାତକୁ ଲୁଣ ଦେଇଥାନ୍ତି । ବାବାଙ୍କୁ ମଧ୍ୟ କହିଥାନ୍ତି, ଆମେ ପୁରୁଣା ସବୁ କିଛି ଆପଣଙ୍କୁ ଦେଉଛୁ । ମୃତ୍ୟୁ ତ ନିଶ୍ଚିତ, ଏହା ସବୁ ତ ବିନାଶ ହୋଇଯିବ । ଆପଣ ଆମକୁ ପୁଣି ନୂଆ ଦୁନିଆରେ ସବୁ କିଛି ଦେବେ । ବାବା ଆସିଛନ୍ତି ସମସ୍ତଙ୍କୁ ନେଇଯିବା ପାଇଁ ସେ କାଳ ଅଟନ୍ତି ନା । ସିନ୍ଧ୍ରେ କହୁଥିଲେ ଇଏ କେଉଁ କାଳ ଅଟେ ଯିଏକି ସଭିଙ୍କୁ ଅପହରଣ କରି ନେଇଯାଉଛନ୍ତି, ତୁମେମାନେ ତ ଖୁସି ହେଉଛ । ବାବା ତ ଆସୁଛନ୍ତି ନେଇଯିବା ପାଇଁ । ଆମେ ତ ଖୁସିରେ ନିଜର ଘରକୁ ଯିବୁ । ଯାତନା ସହନ ମଧ୍ୟ କରିବାକୁ ପଡିଥାଏ । ଭଲ-ଭଲ ବଡ-ବଡ ଘରର ମାତାମାନେ ମାଡ ଖାଉଛନ୍ତି । ତୁମେ ଅବିନାଶୀ ରୋଜଗାର କରୁଛ । ମନୁଷ୍ୟ କଣ କିଛି ଜାଣୁଛନ୍ତି, ସେମାନେ ତ ହେଲେ କଳିଯୁଗୀ ଶୁଦ୍ର ସମ୍ପ୍ରଦାୟ । ତୁମେ ଅଟ ସଂଗମଯୁଗୀ, ତୁମେ ଏବେ ପୁରୁଷୋତ୍ତମ ହେଉଛ । ଜାଣୁଛ ଯେ ପ୍ରଥମ ନମ୍ବର ପୁରୁଷୋତ୍ତମ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି ନା । ପୁଣି କଳା କମି କମିଯିବ । ଉପରୁ ତଳକୁ ଆସୁଥିବେ । ପୁଣି ଧୀରେ-ଧୀରେ ଅଧୋ ପତନ ହେବ । ଏହି ସମୟରେ ସମସ୍ତେ ଅଧୋ ପତିତ । ବୃକ୍ଷ ପୁରୁଣା ହୋଇଯାଇଛି, ମୂଳ ସଢି ଯାଇଛି । ଏବେ ପୁଣି ସ୍ଥାପନ ହେଉଛି । ମୂଳଦୁଆ ପକାଯାଇଥାଏ ନା । କଲମୀ ଅର୍ଥାତ୍ ଚାରା କେତେ ଛୋଟ ହୋଇଥାଏ ପୁଣି ସେଥିରୁ କେତେ ବଡ ବୃକ୍ଷ ସୃଷ୍ଟି ହୋଇଥାଏ । ଏହା ମଧ୍ୟ ବୃକ୍ଷ ଅଟେ, ସତ୍ୟଯୁଗରେ ବହୁତ ଛୋଟ ବୃକ୍ଷ ହୋଇଥାଏ । ଏବେ କେତେ ବଡ ବୃକ୍ଷ ଅଟେ । ବିଭିନ୍ନ ପ୍ରକାରର ଫୁଲ କେତେ ରହିଛନ୍ତି, ମନୁଷ୍ୟ ସୃଷ୍ଟିରେ । ଗୋଟିଏ ବୃକ୍ଷରେ କେତେ ବିଭିନ୍ନତା ରହିଛି । ଏହା ଅନେକ ମନୁଷ୍ୟମାନଙ୍କର ବିଭିନ୍ନତା ପୂର୍ଣ୍ଣ ଧର୍ମର ବୃକ୍ଷ ଅଟେ । ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ନଥାଏ । ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ନା । ଏକ ପ୍ରକାରର ଅଭିନୟ ତ କାହାର ହୋଇପାରିବ ନାହିଁ । ଏହାକୁ କୁହାଯାଉଛି ପ୍ରାକୃତିକ ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା । ଏଥିରେ ମଧ୍ୟ ମନଗଢା କଥା ବହୁତ ରହିଛି । ଯେଉଁ ବସ୍ତୁ ବାସ୍ତବ ତାହା ବିନାଶ ମଧ୍ୟ ହୋଇଥାଏ । ପୁଣି ୫ ହଜାର ବର୍ଷ ପରେ ବାସ୍ତବ ରୂପରେ ହୋଇଥାଏ । ଚିତ୍ର ଇତ୍ୟାଦି ମଧ୍ୟ ଅବିକଳ ତିଆରି ହୋଇନାହିଁ । ବ୍ରହ୍ମାଙ୍କର ଚେହେରା ମଧ୍ୟ ପୁଣି ୫ ହଜାର ବର୍ଷ ପରେ ତୁମେ ଦେଖିବ । ଏହି ଡ୍ରାମାର ରହସ୍ୟକୁ ବୁଝିବା ପାଇଁ ବୁଦ୍ଧି ବଡ ବିଶାଳ ହେବା ଦରକାର । ଆଉ କିଛି ନ ବୁଝିପାରିଲେ କେବଳ ଗୋଟିଏ କଥା ବୁଦ୍ଧିରେ ରଖ ଏକା ଶିବବାବା ଦ୍ୱିତୀୟ କେହି ନାହିଁନ୍ତି । ଏହା ଆତ୍ମା କହୁଛି ବାବା ମୁଁ ଆପଣଙ୍କୁ ହିଁ ମନେ ପକାଇବି ଏହା ତ ସହଜ ଅଟେ ନା । ହାତରେ କର୍ମ କରିଚାଲ ଏବଂ ବୁଦ୍ଧିରେ ବାବାଙ୍କୁ ୟାଦ କରୁଥାଅ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସହନଶୀଳତାର ଗୁଣକୁ ଧାରଣ କରି ମାୟାର ବିଘ୍ନରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଅନେକ ପ୍ରକାରର ବିପଦ ଆସିବ, ଅତ୍ୟାଚାର ହେବ ଏହିଭଳି ସମୟରେ ସବୁ କିଛି ସହନ କରି ବାବାଙ୍କର ସ୍ମୃତିରେ ରହିବାକୁ ହେବ ଏବଂ ସଚ୍ଚା ରୋଜଗାର ମଧ୍ୟ କରିବାକୁ ହେବ ।

(୨) ବିଶାଳ ବୁଦ୍ଧି ହୋଇ ଏହି ପୂର୍ବ ପ୍ରସ୍ତୁତ ଡ୍ରାମାକୁ ଭଲ ଭାବରେ ବୁଝିବାକୁ ହେବ, ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା, ସେଥିପାଇଁ ଏଥିରେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ବାବା ଯେଉଁ ସୁମତ ଦେଉଛନ୍ତି, ସେହି ଅନୁସାରେ ନିରନ୍ତର ଚାଲିବାକୁ ହେବ ।

ବରଦାନ:-
ବାବାଙ୍କ ସମାନ ବରଦାନୀ ହୋଇ ପ୍ରତ୍ୟେକ ହୃଦୟକୁ ଆରାମ ଦେଉଥିବା ମାଷ୍ଟର ଦିଲାରାମ ହୁଅ ।

ଯେଉଁମାନେ ବାବାଙ୍କ ସମାନ ବରଦାନୀ ମୂରତ ସନ୍ତାନ ସେମାନେ କେବେହେଲେ କାହାର ଦୋଷ ବା ଦୁର୍ବଳତାକୁ ଦେଖନ୍ତି ନାହିଁ, ସେମାନେ ସମସ୍ତଙ୍କ ପ୍ରତି ଦୟାଶୀଳ ହୋଇଥାନ୍ତି । ଯେପରି ବାବା କାହାର ଅବଗୁଣକୁ ମନ ଭିତରେ ରଖନ୍ତି ନାହିଁ ସେହିପରି ବରଦାନୀ ପିଲାମାନେ ମଧ୍ୟ କାହାର ଅବଗୁଣକୁ ଅନ୍ତରରେ ଧାରଣ କରନ୍ତି ନାହିଁ, ସେମାନେ ପ୍ରତ୍ୟେକଙ୍କର ଦିଲ୍ ଅର୍ଥାତ୍ ହୃଦୟକୁ ଆରାମ ପ୍ରଦାନ କରୁଥିବା ମାଷ୍ଟର ଦିଲାରାମ ଅଟନ୍ତି ସେଥିପାଇଁ ସାଥୀ ହୋଇଥାନ୍ତୁ ବା ପ୍ରଜା ହୋଇଥାନ୍ତୁ ସେମାନେ ସମସ୍ତଙ୍କର ଗୁଣଗାନ କରିଥାନ୍ତି । ସେଥିପାଇଁ ସମସ୍ତଙ୍କ ଅନ୍ତରରୁ ସେମାନଙ୍କ ପାଇଁ ଏହି ଆଶୀର୍ବାଦର ବାଣୀ ବାହାରିଥାଏ ଯେ ଇଏ ମୋର ସଦାସ୍ନେହୀ ଏବଂ ସହଯୋଗୀ ଅଟନ୍ତି ।

ସ୍ଲୋଗାନ:-
ସଂଗମଯୁଗରେ ଶ୍ରେଷ୍ଠ ଆତ୍ମା ସିଏ, ଯିଏ ସର୍ବଦା ଚିନ୍ତାମୁକ୍ତ ସମ୍ରାଟ ସ୍ଥିତିରେ ରହିଥାନ୍ତି ।